spot_img
Home Blog Page 7050

ରାଜ୍ୟରେ ଆଉ ନୂଆ ୬୩ କରୋନା ପଜିଟିଭ ଚିହ୍ନଟ, ସଂକ୍ରମିତଙ୍କ ସଂଖ୍ୟା ୧୭୨୩କୁ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟରେ ଆଉ ୬୩ କରୋନା ପଜିଟିଭ ଚିହ୍ନଟ । ଏଥିସହ ସଂକ୍ରମିତଙ୍କ ସଂଖ୍ୟା ୧୭୨୩କୁ ବୃଦ୍ଧି ପାଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ନୂଆ ସଂକ୍ରମିତଙ୍କ ମଧ୍ୟରୁ ୬୧ଜଣ କ୍ୱାରେଣ୍ଟାଇନ୍‌ କେନ୍ଦ୍ରରୁ ଓ ୨ଜଣ ସ୍ଥାନୀୟ ବାସିନ୍ଦା ବୋଲି ଜଣାପଡ଼ିଛି । ଖୋର୍ଦ୍ଧାରୁ ସର୍ବାଧିକ ୧୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଜଗତସିଂହପୁରରୁ ୧୧, ଢେଙ୍କାନାଳରୁ ୯, ନୟାଗଡ଼ରୁ ୭, ବଲାଙ୍ଗିରରୁ ୬, ଗଞ୍ଜାମରୁ ୪ଜଣ ପଜିଟିଭ ଆସିଛନ୍ତି । ବାଲେଶ୍ୱର ଓ କଟକରୁ ୩ ଜଣ ଲେଖାଏଁ ଆକ୍ରାନ୍ତ ହୋଇଛନ୍ତି । ସୁନ୍ଦରଗଡ଼ରୁ ୨ ଜଣ ସଂକ୍ରମିତ ହୋଇଛନ୍ତି । ପୁରୀ, ମୟୂରଭଞ୍ଜ, କୋରାପୁଟ, ସମ୍ବଲପୁର, ଝାରସୁଗୁଡ଼ା, ନବରଙ୍ଗପୁରରୁ ଜଣେ ଲେଖାଏଁ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ତେବେ ଏହା ସହ ୧୫ ଜିଲ୍ଲାରୁ ୬୩ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ୪୨୫୯ ସାମ୍ପୁଲ ଟେଷ୍ଟ ହୋଇଛି । ସଂକ୍ରମିତଙ୍କ ମଧ୍ୟରୁ ୬୧ ଜଣ କ୍ୱାରେଣ୍ଟାଇନ ସେଣ୍ଟରରେ ରହିଥିବା ବେଳେ ୨ ଜଣ ବାହାରୁ ଚିହ୍ନଟ ହୋଇଛନ୍ତି  ।

ପକେଟରେ ୫ହଜାର ନେଇ ମାୟାନଗରୀ ମୁମ୍ବାଇକୁ ଆସିଥିଲେ ସୋନୁ,ଏବେ ସେ ନିଜେ ପ୍ରବାସୀଙ୍କ ହିରୋ

ମୁମ୍ବାଇ: ପ୍ରବାସୀଙ୍କ ଦୁଃଖ ବୁଝି ରାତାରାତି ଦୁନିଆର ହିରୋ ହୋଇଯାଇଛନ୍ତି ବଲିଉଡ଼ର ଖଳନାୟକ ସୋନୁ ସୁଦ୍ । ଆଜିକାଲି ସୋସିଆଲ ମିଡ଼ିଆରେ ସୋନୁ ସୁଦଙ୍କୁ ନେଇ ଚର୍ଚ୍ଚା ଥମିବାରେ ନାଁ ନେଉନାହିଁ । ଲକଡାଉନ କାରଣ କାମ ସନ୍ଧାନରେ ଆସିଥିବା ପ୍ରବାସୀ ଫସି ରହିଥିଲେ ଭିନ୍ନ ରାଜ୍ୟରେ । ସୋନୁ  ଏହି ସମସ୍ତ ଶ୍ରମିକଙ୍କୁ ନିଜ ଘରକୁ ଫେରିବାର ଦାୟିତ୍ୱ ଗ୍ରହଣ କରିଛନ୍ତି ଏବଂ ସେ ନିଜେ ବସ୍ ନେଇ ଏହି ଶ୍ରମିକମାନଙ୍କୁ ନିଜ ଗାଁକୁ ପଠାଉଛନ୍ତି ମଧ୍ୟ । ସୋନୁଙ୍କ ଏଭଳି କାର୍ଯ୍ୟଙ୍କୁ ସୋସିଆଲ ମିଡିଆରେ ଟ୍ରେଣ୍ଡ କରିବା ଆରମ୍ଭ ହୋଇଯାଇଛି । ତାଙ୍କ ପ୍ରଂଶସକମାନେ ବାସ୍ତବ ଜୀବନରେ ମଧ୍ୟ ଲୋକମାନେ ତାଙ୍କୁ ପ୍ରକୃତ ହିରୋ କହିଛନ୍ତି । କିନ୍ତୁ ଆପଣ ଜାଣନ୍ତି କି ଆଜି ଶ୍ରମିକମାନଙ୍କୁ ସାହାଯ୍ୟ କରିବା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିବା ସୋନୁ ବି କାମ ସନ୍ଧାନରେ ଆସିଥିଲେ ମୁମ୍ବାଇ  ଏବଂ ହାତରେ ଥିଲା ମାତ୍ର ୫୫୦୦ ଟଙ୍କା କିନ୍ତୁ ଆଖିରେ ଥିଲା ବହୁତ କିଛି କରିବାର ସ୍ୱପ୍ନ  ।

ସୋନୁ ଏକ ସାକ୍ଷାତକାରରେ କହିଛନ୍ତି ଯେ ସେ ଦିଲ୍ଲୀରେ ତାଙ୍କ ମଡେଲିଂ ଆରମ୍ଭ କରିଥିଲେ। ତାଙ୍କର ଯୋଜନା ଥିଲା ଯେ ସେ କିଛି ଟଙ୍କା ଜମା କରି ମୁମ୍ବାଇ ଯାଇ ଷ୍ଟ୍ରଗଲ କରିବେ ତାଙ୍କର କ୍ୟାରିୟରର ଆରମ୍ଭ ପାଇଁ । ସୋନୁ କହିଛନ୍ତି ଯେ ଦେଢ ବର୍ଷ ଧରି ଦିଲ୍ଲୀରେ ଶୋ ’କରିବା ପରେ ପାଞ୍ଚ ହଜାର ଟଙ୍କା ଜମା କରିଥିଲେ ଏବଂ ସେ ଅନୁଭବ କରିଥିଲେ ଯେ ସେ ଏହି ଟଙ୍କା ଦେଇ ଏକ ମାସର ପର୍ଯ୍ୟନ୍ତ ଚଳିପାରିବେ । କିନ୍ତୁ ସେହି ଟଙ୍କା ମାତ୍ର ୫-୬ ଦିନରେ ହିଁ ସରି ଯାଇଥିଲା । ସେତେବେଳେ ସେ ଭାବିଲେ ଯେ ବର୍ତ୍ତମାନ ତାଙ୍କୁ ଘରୁ ସାହାଯ୍ୟ ମାଗିବାକୁ ପଡିବ ।

ଯଦିଓ ସେତେବେଳେ ଏମିତି ଏକ ଚମତ୍କାର ହେଲା ​​ଯାହା ସେ ଆଶା କରିଥିଲେ । ସେ ତାଙ୍କ କ୍ୟାରିୟରରେ ପ୍ରଥମ ବ୍ରେକ୍ ପାଇଥିଲେ । ଏକ ବିଜ୍ଞାପନ ଫିଲ୍ମରେ କାମ କରିବା ପାଇଁ ତାଙ୍କ ପାଖକୁ କଲ ଆସିଥିଲା । ଏବଂ ଏଥିପାଇଁ ଦିନ ପିଛା ୨୦୦୦ ଟଙ୍କା ମିଳିବାର ଥିଲା । ଏହା ପରେ ସୋନୁ ସାକ୍ଷାତକାରରେ କହିଥିଲେ ଯେ ତାଙ୍କୁ ଫିଲ୍ମସିଟି ଯିବାର ଥିଲା ଏବଂ ସେ ଭାବିଥିଲେ ଯେ ତାଙ୍କୁ ଏହି ବିଜ୍ଞାପନ ମାଧ୍ୟମରେ ସମସ୍ତଙ୍କ ନଜରରେ ଆସିବେ । କିନ୍ତୁ ସେଠାରେ ସେ ପହଞ୍ଚିବା ପରେ ଦେଖିଥିଲେ ତାଙ୍କ ପରି ଆଉ ୧୦-୨୦ଜଣ ପୁଅ ଏବଂ ଅନ୍ୟମାନେ ତାଙ୍କ ପରି ଠିଆ ହୋଇଥିଲେ । ସେ ସେହି ବିଜ୍ଞାପନରେ ପଛରେ ଡ୍ରମ୍ ବଜାଉଥିଲେ ଏବଂ ସେ ଏହି ବିଜ୍ଞାପନରେ ମଧ୍ୟ ଦେଖା ହିଁ ଯାଉନଥିଲେ ।

ସେଥିପାଇଁ ସୋନୁ ସମସ୍ତଙ୍କୁ ଭେଟନ୍ତି

ସୋନୁ  କହିଛନ୍ତି ଯେ, ଯେତେବେଳେ ସେ ମୁମ୍ବାଇ ଆସିଥିଲେ ସେତେବେଳେ ସେ ଚାହୁଁଥିଲେ ଯେ ଲୋକମାନେ ତାଙ୍କୁ ସାହାଯ୍ୟ କରନ୍ତୁ, କିନ୍ତୁ କୌଣସି ଅଭିନେତା ନାଁ ତାଙ୍କୁ ଭେଟିଥିଲେନା ତାଙ୍କୁ ସାହାଯ୍ୟ କରନ୍ତି । ଯେତେବେଳେ ସେ କାହା ସହ ସାକ୍ଷାତ କରନ୍ତି ସେତେବେଳେ ସେମାନେ କୁହନ୍ତି  ତୁମେ ଅଭିନେତା ହେବାକୁ ଆସିଛ ? ଫେରିଯାଅ ତୁମେ ଦ୍ୱାରା ହେବ ନାହିଁ । ସୋନୁ  କହିଛନ୍ତି ଯେ ଯଦି କେହି ବର୍ତ୍ତମାନ ତାଙ୍କୁ ଭେଟନ୍ତି ସେତେବେଳେ ସେ ତାଙ୍କ ସମୟ ମନେ ପକାନ୍ତି । ସେ ସମସ୍ତଙ୍କୁ ଭେଟନ୍ତି ଏବଂ ସେମାନଙ୍କୁ ମଧ୍ୟ ଉତ୍ସାହିତ କରନ୍ତି । ସୋନୁ କହିଛନ୍ତି ଯେ ଯଦି ସେ ଅନୁଭବ କରନ୍ତି ଯେ ଜଣଙ୍କଠାରେ ଅଭିନେତା ହେବା ଗୁଣ ଅଛି ତେବେ ସେ ତାଙ୍କୁ ନିରାଶ କରନ୍ତି ନାହିଁ ।

ଦେଶରେ ବେକାବୁ କରୋନା, ୨୪ ଘଣ୍ଟାରେ ସର୍ବାଧିକ ୭ହଜାର ୪୬୬ ନୂଆ ପଜିଟିଭ

ନୂଆଦିଲ୍ଲୀ: ଦେଶରେ ବେକାବୁ କରୋନା । ଗତ ୨୪ ଘଣ୍ଟାରେ ସର୍ବାଧିକ ୭ହଜାର ୪୬୬ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ପ୍ରଥମ ଥର ପାଇଁ ଦେଶରେ ଗୋଟିଏ ଦିନରେ ୭ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ୧୭୫ଜଣଙ୍କ ଜୀବନ ନେଇଛି ଭାଇରସ୍‌ । ଦେଶରେ ଲକ୍ଷେ ୬୫ ହଜାର ଟପିଛି କରୋନା ସଂକ୍ରମିତଙ୍କ ସଂଖ୍ୟା ।

ସେହିପରି ମୃତ୍ୟୁ ସଂଖ୍ୟା ୪୭ଶହ ପାର ହୋଇଛି। କରୋନା ସଂକ୍ରମିତଙ୍କ ସଂଖ୍ୟା ଅନୁସାରେ ବିଶ୍ୱରେ ୯ନମ୍ବରରେ ପହଞ୍ଚିଛି ଭାରତ । ଏଥିସହ କରୋନା ସଂକ୍ରମିତଙ୍କ ମୃତ୍ୟୁ ସଂଖ୍ୟା ଚୀନ୍‌ଠାରୁ ଅଧିକ ରହିଛି । ଦେଶରେ ମହାରାଷ୍ଟ୍ରରେ ସବୁଠୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ପାଖାପାଖି ୬୦ ହଜାର ପହଞ୍ଚିଛି ଆକ୍ରାନ୍ତ ସଂଖ୍ୟା । ସେହିପରି ତାମିଲନାଡୁରେ ସଂକ୍ରମିତଙ୍କ ସଂଖ୍ୟା ୧୯ହଜାର ପାର ହୋଇଛି । ଦିଲ୍ଲୀ, ଗୁଜରାଟରେ ୧୫ ହଜାରରୁ ଅଧିକ ପଜିଟିଭ ଚିହ୍ନଟ ହୋଇଛନ୍ତି।

କ୍ୟାବିନେଟରେ ୨୪ଟି ପ୍ରସ୍ତାବ ଉପରେ ବାଜିପାରେ ମୋହର, ରାଜ୍ୟ ଅର୍ଥନୀତିର ସୁଧାର ପାଇଁ ନିଆଯିବ ନିଷ୍ପତ୍ତି

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ଓ ମନ୍ତ୍ରୀ ପରିଷଦ ବୈଠକ ଅନୁଷ୍ଠିତ ହେବ । ପଞ୍ଚମ ପାଳିର ପ୍ରଥମ ବର୍ଷ ପୂର୍ତ୍ତି ଦିନ ରାଜ୍ୟ ସରକାର ଅନେକଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ଯାଉଛନ୍ତି । କ୍ୟାବିନେଟରେ ୨୪ଟି ପ୍ରସ୍ତାବ ଉପରେ ମୋହର ବାଜିବାର ସମ୍ଭାବନା ରହିଛି । କରୋନା ଯୋଗୁଁ ପ୍ରଭାବିତ ହୋଇଥିବା ରାଜ୍ୟ ଅର୍ଥନୀତିର ସୁଧାର ପାଇଁ ନିଷ୍ପତ୍ତି ନିଆଯିବ । କରୋନା ଯୋଗୁଁ ଏବେ ବିଭିନ୍ନ ବିଭାଗରେ କେନ୍ଦ୍ରୀୟ ଯୋଜନା ଓ କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନା ବାବଦ ରାଜ୍ୟ ଅଂଶ ଓଡ଼ିଶାକୁ ମିଳୁନାହିଁ ।

ଏହାର ଭରଣା ପାଇଁ ଅଧିକ ଟିକସ ସଂଗ୍ରହ ନେଇ କ୍ୟାବିନେଟରେ ଅର୍ଥ ବିଭାଗର କିଛି ପ୍ରସ୍ତାବକୁ ମଞ୍ଜୁରି ମିଳିବାର ସମ୍ଭାବନା ରହିଛି । ରାଜ୍ୟ ସରକାର ୨୦୨୦-୨୧ ବଜେଟ ବ୍ୟବସ୍ଥାର ପୁନଃ ସମୀକ୍ଷା କରିବା ସହ ନୂଆ ଟିକସ କିମ୍ବା କର ବ୍ୟବସ୍ଥା ଲାଗୁ କରିବାକୁ ଯୋଜନା କରୁଥିବା ସୂଚନା ମିଳୁଛି । ସେହିପରି ଓଡ଼ିଶାରେ ଏନ୍‌ଡିଆରଏଫ୍‌ର ଷ୍ଟେସନ ପ୍ରତିଷ୍ଠା ପାଇଁ ବାଲେଶ୍ୱରରରେ ସାଢେ ୩ ଏକର ଜମି ଯୋଗାଇ ଦିଆଯିବ । ଏ ସଂପର୍କିତ ପ୍ରସ୍ତାବ ଉପରେ କ୍ୟାବିନେଟର ମୋହର ବାଜିବାର ସମ୍ଭାବନା ରହିଛି ।

ଜିଏସ୍‌ଟି ୨୦୨୦ ଅର୍ଡିନାନ୍ସ ଜାରି ପ୍ରସ୍ତାବକୁ ମଧ୍ୟ ଅନୁମୋଦନ ମିଳିବ । ଏଥିସହିତ ରାଜସ୍ୱ ବିଭାଗର ୫ଟି, ଅର୍ଥ ବିଭାଗର ୪ଟି, ପର୍ଯ୍ୟଟନ ବିଭାଗର ଗୋଟିଏ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଗୋଟିଏ, ଅର୍ଥ ବିଭାଗର ୪ଟି, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ୨ଟି ଏବଂ ସମବାୟ ବିଭାଗର ଗୋଟିଏ ପ୍ରସ୍ତାବକୁ  ମଞ୍ଜୁରି ମିଳିବାର ସମ୍ଭାବନା ରହିଛି ।

ଆଜି ନବୀନ ସରକାରଙ୍କ ପଞ୍ଚମ ପାଳିର ପ୍ରଥମ ବର୍ଷ ପୂର୍ତ୍ତି, ଦ୍ୱିତୀୟ ବର୍ଷର ପ୍ରଥମ ଦିନରେ ମୁଖ୍ୟମନ୍ତ୍ରୀଙ୍କ କ୍ୟାବିନେଟ ଓ ମନ୍ତ୍ରୀ ପରିଷଦ ବୈଠକ

ପୁଅକୁ ମାରି ଘର ପଛପଟେ ପୋତିଦେଲା ବାପା

ଆଠଗଡ଼: ବାପାର ହାତରେ ବଳି ପଡ଼ିଲା ପୁଅ । ପୁଅକୁ ଜୀବନରୁ ମାରି ମାଟି ତଳେ ପୋତି ଦେଲା ପିଶାଚ ବାପା । ଦୀର୍ଘ ୭ ଦିନ ପୂର୍ବରୁ ପୁଅକୁ ମାରିଥିଲା ବାପା । ପୁଅକୁ ମାରିବା ପରେ ନିଜ ଘର ପଛପଟେ  ପୋତି ଦେଲା ।

ଏଭଳି ସାଙ୍ଘାତିକ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ଆଠଗଡ଼ ବ୍ଲକ ଅନ୍ତର୍ଗତ ଗୁରୁଡ଼ିଝାଟିଆ ଥାନା ଗୋବରା ଗାଁ ଅଞ୍ଚଳରେ । ମୃତକ ହେଉଛନ୍ତି ୩୦ ବର୍ଷୀୟ କୁନା ଦେହୁରୀ । ଏନେଇ ଖବର ପାଇ ୭ଦିନ ପରେ ଶବ ଜବତ କରିଛି ଗୁରୁଡ଼ିଝାଟିଆ ପୋଲିସ । ଅଭିଯୁକ୍ତ ବାପା ନରେନ୍ଦ୍ର ଦେହୁରୀଙ୍କୁ ଥାନାରେ ଅଟକ ରଖି ପୋଲିସ ଛାନବିନ୍‌ କରୁଛି ।

ସାଇଣ୍ଟିଫିକ୍‌ ଟିମ୍‌ ମାଟିରେ ପୋତା ହୋଇଥିବା ଶବକୁ ବାହାର କରି ଅଧିକ ତଦନ୍ତ କରିବ। ପୁତ୍ରହନ୍ତା ପିଶାଚ ବାପାକୁ ପୋଲିସ ଥାନାରେ ଅଟକ ରଖି ଅଧିକ ତଦନ୍ତ ଚଳାଇଛି ।

ହାଇଦ୍ରାବାଦରୁ ପଶ୍ଚିମବଙ୍ଗ ଚାଲି ଚାଲି ଫେରୁଥିବା ବେଳେ ୬୦ ବର୍ଷର ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ

ବାଲେଶ୍ୱର: ଘର ବାହୁଡା ବେଳେ ପ୍ରବସୀ ଶ୍ରମିକଙ୍କ ଅଧାବାଟରେ ମୃତ୍ୟୁ ହୋଇଛି । ବାଲେଶ୍ୱର ସୋର ବରଫ ଛକ ନିକଟରେ ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର ହୋଇଛି । ସୂଚନା ଅନୁସାରେ ବୃଦ୍ଧ ଜଣକ ହାଇଦ୍ରାବାଦରୁ ପଶ୍ଚିମବଙ୍ଗ ଚାଲି ଚାଲି ଫେରୁଥିଲେ ।

୧୬ ନମ୍ବର ଜାତୀୟ ରାଜପଥ ବରଫ ଛକ ନିକଟରେ ଏକ ଦୋକାନ ବାରଣ୍ଡାରେ ବିଶ୍ରାମ ନେଉଥିବା ବେଳେ ତାଙ୍କର ହଠାତ୍‌ ମୃତ୍ୟୁ ଘଟିଛି । ମୃତକଙ୍କ ବୟସ ପ୍ରାୟ ୬୦ ବର୍ଷ ବୋଲି ସୂଚନା ରହିଥିଲା । ଗତ ୫ ଦିନ ତଳେ ହାଇଦ୍ରାବାଦରୁ ଚାଲିଚାଲି ସେ ପଶ୍ଚିମବଙ୍ଗ ଫେରୁଥିଲେ ।

ଭୁବନେଶ୍ୱରରେ ବିଳମ୍ବିତ ରାତିରେ କାଳବୈଶାଖୀର ତାଣ୍ଡବ, ଘଣ୍ଟା ପ୍ରତି ପବନର ବେଗ ଥିଲା ୫୫ କିମି

ଭୁବନେଶ୍ୱର: ଟ୍ୱିନ୍‌ ସିଟିରେ ମଧ୍ୟରାତ୍ରରେ ମହାତାଣ୍ଡବ। ରାଜଧାନୀରେ ବିଳମ୍ବିତ ରାତିରେ କାଳବୈଶାଖୀର ତାଣ୍ଡବ। ପ୍ରବଳ ପବନ ସାଙ୍ଗକୁ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇଛି। ପବନରେ ଭୁବନେଶ୍ୱରରେ ଅନେକ ସ୍ଥାନରେ ଗଛ ଭାଙ୍ଗିଯାଇଛି। କିଛି ସ୍ଥାନରେ ଘର ଉପରେ ଗଛ ପଡିବାରୁ ଘର ଭାଙ୍ଗିଛି। କିଛି ସ୍ଥାନରେ ବିଦ୍ୟୁତ ସରବରାହ ବିଚ୍ଛିନ୍ନ ହୋଇଥିବାରୁ ଲୋକେ ହଇରାଣ ହୋଇଛନ୍ତି।

ଆଜି ଭୋର ୪ଟାରୁ ଚିନ୍ତାମଣିଶ୍ୱର, କଳ୍ପନା, ପୁରୁଣା ଭୁବନେଶ୍ୱର, ବାଲିଅନ୍ତା, ଚନ୍ଦ୍ରଶେଖରପୁର ଓ ଏମଏଲଏ କଲୋନୀରେ ଅଗ୍ନିଶମ ବିଭାଗ ପକ୍ଷରୁ ୮ଟି ଟିମ୍‌ ଗଛ କାଟି ରାସ୍ତା ସଫା କରୁଛନ୍ତି।

ସେହିପରି କଟକରେ ମଧ୍ୟ ଭୋର ୩ଟାରୁ ବିଜୁଳି, ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହୋଇଛି। ଫଳରେ ସହରର ତଳି ଅଞ୍ଚଳ ଜଳମଗ୍ନ ହୋଇଛି। ସହରର ମୁଖ୍ୟ ନାଳରେ କୁଢ କୁଢ ମଇଳା ଜମା ହୋଇ ରହିଥିବା ବେଳେ ଏପର୍ଯ୍ୟନ୍ତ ଏହାକୁ ସଫା କରାଯାଇନାହିଁ। ଫଳରେ କିଛି ସ୍ଥାନରେ ଲୋକଙ୍କ ଘରେ ପାଣି ପଶିଯାଇଛି। ବାଦାମବାଡ଼ି, ହରିପୁର, ପଟାପଲ, ମଙ୍ଗଳାବାଗ, ତୁଳସୀପୁର, ଗଙ୍ଗାମନ୍ଦିର, ବିଡାନାସୀ, ମାଛୁଆ ବଜାର, ସାମନ୍ତସାହିରେ ବର୍ଷା ପାଣି ଜମିରହିଛି ।

ଆଜି ନବୀନ ସରକାରଙ୍କ ପଞ୍ଚମ ପାଳିର ପ୍ରଥମ ବର୍ଷ ପୂର୍ତ୍ତି, ଦ୍ୱିତୀୟ ବର୍ଷର ପ୍ରଥମ ଦିନରେ ମୁଖ୍ୟମନ୍ତ୍ରୀଙ୍କ କ୍ୟାବିନେଟ ଓ ମନ୍ତ୍ରୀ ପରିଷଦ ବୈଠକ

ଭୁବନେଶ୍ୱର: ପଞ୍ଚମ ପାଳିର ଦ୍ୱିତୀୟ ବର୍ଷରେ ପାଦ ରଖିଛି ନବୀନ ସକରାର। ବିପର୍ଯ୍ୟୟ ମଧ୍ୟରେ ପୁଣିଥରେ ଓଡ଼ିଶାକୁ ଆଗେଇ ନେବାର ସଂକଳ୍ପ ନେବେ ରାଜ୍ୟ ସରକାର । ଚ୍ୟାଲେଞ୍ଚର ବର୍ଷକୁ ସଫଳତାର ସହ ସୁପରିଚାଳନା କରିଥିବା ରାଜ୍ୟ ସରକାରଙ୍କ ପାଇଁ ଆଗକୁ ରହିଛି ଅନେକ ଆହ୍ଵାନ । ଆର୍ଥିକ ସ୍ଥିତିକୁ ସଜାଡ଼ିବା, କରୋନ ସହ ଜୀବନଜୀବିକାକୁ ସ୍ୱାଭାବିକ କରିବା ଓ ବିକାଶମୂଳକ କାର୍ଯ୍ୟକ୍ରମକୁ ପୁଣିଥରେ ଆଗେଇ ନେବା ରାଜ୍ୟ ସରକାରଙ୍କ ପାଇଁ ବଡ଼ ଆହ୍ଵାନ ଭାବେ ଉଭା ହୋଇଛି । ପଂଚମ ପାଳିର ବର୍ଷର ହିସାବନିକାଶ ସହ ଭବିଷ୍ୟତ ପାଇଁ ବ୍ଳୁ ପ୍ରିଣ୍ଟ ପ୍ରସ୍ତୁତ କରିବାକୁ ଯାଉଛନ୍ତି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ।

ପଞ୍ଚମ ପାଳିର ପ୍ରଥମ ବର୍ଷ । ନବୀନଙ୍କ ୨୦ବର୍ଷ ଶାସନର ସବୁଠାରୁ ବଡ଼ ଅଗ୍ନିପରୀକ୍ଷା । ଶପଥ ନେବା ପୂର୍ବରୁ ଫନି ଓ ସରକାର ଗଢ଼ିବା ପରେ ବୁଲ୍‌ବୁଲ୍‌ । ଆଉ ଏବେ ମହାମାରୀ କରୋନା । କେତେବେଳେ ବିପର୍ଯ୍ୟୟ ତ ପୁଣି କେତେବେଳେ ମହାବିପର୍ଯ୍ୟୟ । ସୁପରମ୍ୟାନ୍‌ ନବୀନ କିନ୍ତୁ ଅବିଚଳିତ । ପ୍ରତିଥର ପରି ଏଥର ମଧ୍ୟ ଫୁଙ୍କିଥିଲେ ମୁକାବିଲାର ମନ୍ତ୍ର । ନବୀନଙ୍କ ସଶକ୍ତ ରଣନୀତି ପୁଣି ବଞ୍ଚାଇଥିଲା ରାଜ୍ୟବାସୀଙ୍କ ଜୀବନ । ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ । ଜାତୀୟ ସ୍ତରରେ ପୁଣି ଉଦାହରଣ ସାଜିଲା ଓଡ଼ିଶା । ଏସବୁ ଭିତରେ ଲୋକଙ୍କ ଘରେ ପହଞ୍ଚିଲା ସରକାର । ଆରମ୍ଭ ହେଲା 5-ଟି ଓ ମୋ ସରକାର କାର୍ଯ୍ୟକ୍ରମ । ପଞ୍ଚମ ପାଳିର ପ୍ରଥମ ବର୍ଷରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟଳୟ ସହ ସିଧା କଥା ହେଲେ ଜନତା । ଆଉ ରାଜ୍ୟରେ କରୋନା ପଶୁ ପଶୁ ମାଳ ମାଳ କୋଭିଡ୍‌ ହସପିଟାଲ୍‌ ପ୍ରତିଷ୍ଠା କରି ଦେଶ ପାଇଁ ଉଦାହାରଣ ସାଜିଲେ ନବୀନ।

ସଫଳତାର ସହ ପ୍ରଥମ ବର୍ଷ ଅତିକ୍ରମ କରିବା ପରେ ଏବେ ଆରମ୍ଭ ହୋଇଛି ଆଗାମୀ ପ୍ରସ୍ତୁତି । ଆସନ୍ତାକାଲି ଠାରୁ ଶ୍ରୀକ୍ଷେତ୍ର ଓ ଏକାମ୍ରକ୍ଷେତ୍ରର ସୌନ୍ଦର୍ଯ୍ୟକରଣ ବିକାଶମୂଳକ କାମ ଆରମ୍ଭ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଆସନ୍ତୁ ନଜର ପକାଇବା କଣ ରହିବ ପଞ୍ଚମ ପାଳିର ପ୍ରଥମ ଦ୍ୱିତୀୟ ବର୍ଷ ପାଇଁ ଚ୍ୟାଲେଞ୍ଜ ।…

୧- ଜୀବନଜୀବିକା ସହ କରୋନାର ଲମ୍ବା ଲଢେଇ ଲଢିବା

୨- ବିଗିଡ଼ିଥିବା ଅର୍ଥନୀତିକୁ ଟ୍ରାକ୍‌କୁ ଫେରାଇ ଆଣିବା

୩- କଟକ ବଡ଼ ମେଡ଼ିକାଲକୁ ବିଶ୍ୱସ୍ତରୀୟ ହସ୍ପିଟାଲରେ ପରିଣତ କରିବା

୪-ଶ୍ରୀକ୍ଷେତ୍ର,ଏକାମ୍ର କ୍ଷେତ୍ର ଓ ବିଭିନ୍ନ ଧାର୍ମିକ ପର୍ଯ୍ୟଟନସ୍ଥଳୀର ବିକାଶ କାର୍ଯ୍ୟକ୍ରକୁ ତ୍ୱରାନ୍ୱିତ କରିବା

୫-ଚାଷ ଓ ଚାଷୀ, ପ୍ରବାସୀ ଓଡ଼ିଆଙ୍କୁ ଥଇଥାନ, ବିପର୍ଯ୍ୟୟ ପରବର୍ତ୍ତି ପୁନଃ ନିର୍ମାଣ

୬- ପୌର ଓ ପଞ୍ଚାୟତ ନିର୍ବାଚନର ଉପରେ ନଜର

ଏହାସହ  ପଞ୍ଚମ ପାଳିରେ ଓଡ଼ିଶାବାସୀଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତିକୁ ପାଳନ କରିବାର ପ୍ରତିବଦ୍ଧାତା ବଜାୟ ରଖିବାକୁ ସଜବାଜ ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ମନ୍ତ୍ରୀମାନେ ମଧ୍ୟ ନିଜ ନିଜର ବିଭାଗ ପାଇଁ ଆଗାମୀ ଦିନରେ ଥିବା ଆହ୍ଵାନକୁ ଚ୍ୟାଲେଞ୍ଜ ଭାବେ ନେଇଛନ୍ତି । ଏହାସହ ବର୍ଷ ତମାମ୍‌ ରିର୍ପୋଟ ପ୍ରସ୍ତୁତି କରି ମୁଖ୍ୟମନ୍ତ୍ରୀଙ୍କୁ ଦେବାକୁ ତୟାର ରହିଥିବା କହିଛନ୍ତି।

ବ୍ରହ୍ମପୁର: ଶ୍ୱାସରୁଦ୍ଧ ହୋଇ ବିଜେଡି ନେତା ସହ ୩ ମୃତ

ବ୍ରହ୍ମପୁର: ଏସି ସର୍ଟ ସର୍କିଟ ଯୋଗୁଁ ୩ ଜଣଙ୍କର ମୃତ୍ୟୁ ହୋଇଛି ।  ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତକ ବ୍ୟକ୍ତି ହେଉଛନ୍ତି ବିସିସି ବ୍ୟାଙ୍କ ସଭାପତି ତଥା ବିଜେଡି ନେତା ଅଲେଖ ଚୌଧୁରୀ, ତାଙ୍କ ଶଳା ଭଗବାନ ପାତ୍ର ଏବଂ ତାଙ୍କ ଘରେ କାମ କରୁଥିବା ଜଣେ ବ୍ୟକ୍ତି ସୁନୀଲ ବେହେରା ।

ବ୍ରହ୍ମପୁର ଗୋଷାଣି ନୂଆଗାଁ କାଳୁଆସାହିରେ ଘଟିଛି ଏହି ଅଘଟଣ । ବିଳମ୍ବିତ ରାତିରେ ଏସି ସର୍ଟସର୍କିଟ୍‌ରୁ ଏହି ଅଗ୍ନିକାଣ୍ଡ ହୋଇଥିବା ସୂଚନା ମିଳିଛି । ପତ୍ନୀଙ୍କୁ ଉଦ୍ଧାର କରିବା ପରେ ନିଜେ ଆଖିବୁଜିଲେ ଅଲେଖ ଚୌଧୁରୀ ।  ଅଲେଖଙ୍କ ପତ୍ନୀଙ୍କୁ ଗୁରୁତର ଅବସ୍ଥାରେ MKCGରେ ଭର୍ତ୍ତି କରାଯାଇଛି

ମକର ରାଶି ବ୍ୟକ୍ତି ସାବଧାନ ! ପୁରାଦିନ ସତର୍କ ହୋଇ ଚଳନ୍ତୁ, ଆକସ୍ମିକ ବିପଦର ସମ୍ଭାବନା ରହିଛି

ଆଜିର ପଞ୍ଚାଙ୍ଗ

ମେ ୨୯, ୨୦୨୦ ମସିହା, ବୃଷ ୧୬ ଦିନ,

୧୯୪୨ ଶକାଦ୍ଦ,୧୪୨୭ ସାଲ୍‌, ୨୦୭୭ ସମ୍ବତ୍‌

ଜ୍ୟେଷ୍ଠ ମାସ, ଶୁକ୍ଳପକ୍ଷ, ସପ୍ତମୀ ତିଥି, ଶୁକ୍ରବାର

ମୃଘା ନକ୍ଷତ୍ର

ସିଂହ ରାଶିରେ ଚନ୍ଦ୍ର ଅବସ୍ଥାନ କରୁଛନ୍ତି

ଯୋଗିନୀ  ବାୟବ୍ୟରେ ରହୁଥିବାରୁ ବାୟବ୍ୟ କୋଣକୁ ଯାତ୍ରା ନିଷେଧ

କର୍କଟ, ମକର ରାଶି ପୁରୁଷଙ୍କର ଘାତଚନ୍ଦ୍ର

ବିଛା, ଧନୁ, ମୀନ ରାଶିର ଘାତବାର

ଶୁଭ ସମୟ-ଦିନ ୧୨ଟା ଠାରୁ ଦିନ ୩ଟା ୪୫ ମିନିଟ୍‌ ପଯ୍ୟନ୍ତ

ଅଶୁଭ ସମୟ-ଦିନ ୧୦ ଟା ୩୦ ମିନିଟ୍‌ ଠାରୁ ଦିନ ୧୨ ଟା ପଯ୍ୟନ୍ତ

ମେଷ ରାଶି-

ଅଶ୍ବିନୀ -ଦିନଟି ଭଲ ରହୁ ନଥିବାରୁ ଶାରିରୀକ, ମାନସିକ ଦୁଶ୍ଚିନ୍ତା ବଢିବ

ଦ୍ବିଜା- କର୍ମକ୍ଷେତ୍ରରେ ସଫଳତା, ନିଜର ବ୍ୟବହାର  ଦ୍ଵାରା ଅନ୍ୟକୁ ଆପଣାର କରିବେ

କୃତ୍ତିକା- ପ୍ରେମ ସଂପର୍କ ଭଲ ରହିବ, ରୋଜଗାର ଆଶାନୁରୁପ ରହିବ

ପିମ୍ପୁଡିକୁ ଚିନି ଖାଇବାକୁ ଦିଅନ୍ତୁ

 

ବୃଷରାଶି ରାଶି-

କୃତ୍ତିକା – କାର୍ଯ୍ୟରେ ସଫଳତା ପାଇଁ ନୂଆ  ଯୋଜନା କରିବେ

ରୋହିଣୀ- ନିଜ ଲୋକ ଶତ୍ରୁ ପରି ବ୍ୟବହାର କରିବେ

ମୃଗଶିରା- ଜୀବନ ସାଥିଙ୍କ ସହ ମଧୁର ସଂପର୍କ ରହିବ, ଆର୍ଥିକସ୍ଥିତିରେ ସୁଧାର ଆସିବ

ଗୋ ସେବା କରନ୍ତୁ, ସମସ୍ତ କଷ୍ଟରୁ ମୁକ୍ତି ମିଳିବ

 

ମିଥୁନ ରାଶି

ମୃଗଶିରା-ପ୍ରତୀକ୍ଷାରେ ଥିବା ଖବର ପାଇ ଖୁସି ରହିବେ

ଆଦ୍ରା- ସନ୍ତାନଙ୍କ ସ୍ବାସ୍ଥ୍ୟ  ଓ ଶିକ୍ଷାକୁ ନେଇ ଚିନ୍ତା ବଢିବ, ଆକସ୍ମିକ ଖର୍ଚ୍ଚ ବଢିବ

ପୁନର୍ବସୁ- ପରିବାରକୁ ସହଯୋଗ କରିବାର ସୁଯୋଗ ପାଇବେ

ଭଗବାନ କୃଷ୍ଣଙ୍କୁ ତୁଳସୀ ଅର୍ପଣ କରନ୍ତୁ, ଦିନଟି ଭଲରେ କଟିବ

 

କର୍କଟ ରାଶି

ପୁନର୍ବସୁ – ବନ୍ଧୁଙ୍କର ପରାମର୍ଶ ଆପଣଙ୍କ ପାଇଁ ଲାଭ ଦାୟକ ରହିବ

ପୁଷ୍ୟ।- ଦିନଟି ଆପଣଙ୍କ ବିପକ୍ଷରେ ରହୁଥିବାରୁ  ନିଜର କଥା ଉପରେ ନିୟନ୍ତ୍ରଣ ରଖନ୍ତୁ

ଅଶ୍ଲେଷା-  ପାରିବାରିକ ସ୍ଥିତି ମଜବୁତ୍‌ ରହିବ, ପୁରା ଦିନ ହସଖୁସିରେ କଟିବ

ଗରିବ ଅସହାୟ ବ୍ୟକ୍ତିକୁ ଜଳ ଦାନ କରନ୍ତୁ

 

ସିଂହରାଶି ରାଶି

ମଘା -ପାରିବାରିକ ଅଶାନ୍ତି ଏବଂ ଆକସ୍ମିକ ଖର୍ଚ୍ଚ ବଢିବ, ମନୋବଳ ଦୁର୍ବଳ ରହିବ

ପୂର୍ବା ଫାଲଗୁନି- କ୍ୟାରିୟର କିମ୍ବା ପ୍ରଫେସନ୍‌  ସଂପର୍କିତ କୈାଣସି ନିଷ୍ପତ୍ତି ନିଅନ୍ତୁ

ଉତ୍ତରାଫାଲଗୁନି- ବନ୍ଧୁଙ୍କର ସହଯୋଗ ପାଇବେ, କିଛି ଶୁଭ ସୂଚନା ପାଇବେ

ଗାୟତ୍ରୀ ମନ୍ତ୍ର ୧୦୮ ଥର ପାଠ କରନ୍ତୁ

 

କନ୍ୟା ରାଶି

ଉତ୍ତରଫାଲଗୁନି- ଧାର୍ମିକ କାର୍ଯ୍ୟରେ ସମୟ କଟିବ, ପରିବାରର ସଂପୂର୍ଣ୍ଣ ସହଯୋଗ ପାଇବେ

ହସ୍ତା- ଆର୍ଥିକସ୍ଥିତିକୁ ନେଇ ଚିନ୍ତା ବଢିବ,

ଚିତ୍ରା- ନିଜ କାର୍ଯ୍ୟ ପାଇଁ ଅନ୍ୟ ଦ୍ଵାରା ପ୍ରଶଂସିତ ହେବେ

ତୁଳସୀ ମୂଳର ମାଟିକୁ ମଥାରେ ଲଗାନ୍ତୁ

 

ତୁଳା ରାଶି

ଚିତ୍ରା – ପାରିବାରିକ, ବ୍ୟବସାୟ, କର୍ମକୁ ନେଇ ଖୁସିରେ ଦିନଟି କଟିବ

ସ୍ବାତୀ- ସ୍ବାସ୍ଥ୍ୟ ସମସ୍ୟାକୁ ନେଇ ବିଚଳିତ ରହିବେ, ସତର୍କ ରହିବେ

ବିଶାଖା- ପରିବାରର ସହଯୋଗ ପାଇବେ, ମନ ପ୍ରସନ୍ନ ରହିବ

ଘରୁ ବାହାରିବା ବେଳେ କିଛି ମିଠା ଖାଆନ୍ତୁ

 

ବିଛାରାଶି

ବିଶାଖା- ସ୍ଥଗିତ ଥିବା କାର୍ଯ୍ୟରେ ସଫଳତା ପାଇବେ

ଅନୁରାଧା- ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦେଇ ଚଳନ୍ତୁ, ଆକସ୍ମିକ ବିପଦ ରହିଛି

ଜ୍ୟୋଷ୍ଠା- ଶିକ୍ଷା କ୍ଷେତ୍ରରେ କାର୍ଯ୍ୟରତ ବ୍ୟକ୍ତିଙ୍କୁ ଶୁଭ ସୂଚନା ମିଳିପାରେ

 

ଧନୁ ରାଶି

ମୂଳା- ସନ୍ତାନମାନଙ୍କର ବ୍ୟବହାରକୁ ନେଇ ଚିନ୍ତାରେ ରହିବେ

ପୂର୍ବାଷାଢା- ନିଜ ଚେଷ୍ଟାରେ ସଫଳତା ପାଇବେ, ପାରିବାରିକ ସ୍ଥିତି ଦୃଢ ହେବ

ଉତ୍ତରାଷାଢା- ବନ୍ଧୁଙ୍କର ପରାମର୍ଶ ଆପଣଙ୍କ ପାଇଁ ଲାଭ ଦାୟକ ରହିବ

ହନୁମାନଙ୍କୁ ଗୋଟା ଫଳ ଅର୍ପଣ କରନ୍ତୁ

 

ମକର ରାଶି

ଉତ୍ତରାଷାଢା – କର୍ମକ୍ଷେତ୍ରରେ ନିଜର ସ୍ଥିତି ସୁଧାରିବା ପାଇଁ ସୁଯୋଗ ପାଇବେ

ଶ୍ରବଣା- ବନ୍ଧୁଙ୍କ ସହ ନିଜର ମନ କଥାକୁ ସେୟାର କରନ୍ତୁ

ଧନିଷ୍ଠା- ପୁରାଦିନ ସତର୍କ ହୋଇ ଚଳନ୍ତୁ, ଆକସ୍ମିକ ବିପଦ ରହିଛି

ମଥାରେ ହଳଦୀ ଟିକା ଲଗାଇ କାମ ଆରମ୍ଭ କରନ୍ତୁ

 

କୁମ୍ଭ ରାଶି

ଧନିଷ୍ଠା-  କିଛି ଜରୁରୀ କାଣ ସଂପୂର୍ଣ୍ଣ ହୋଇପାରେ,ପୁରାଦିନ ପ୍ରସନ୍ନତାରେ ଭରି ଯିବ

ଶତଭିଷା- ବୟସ୍କ ବ୍ୟକ୍ତିଙ୍କ ପରାମର୍ଶ ନେଇ କାର୍ଯ୍ୟ କରନ୍ତୁ, କପଟାତା କାହା ସହ କରନ୍ତୁ ନାହିଁ

ପୂର୍ବଭାଦ୍ରପଦ- ଘରୋଇ କର୍ମଚାରୀଙ୍କ ପାଇଁ କିଛି ଆଶ୍ବସ୍ତିକର ଖବର ମିଳିବାର ସୂଚନା

ବେଲ ପତ୍ରରେ ସିନ୍ଦୁରରେ ଶ୍ରୀଂ ଲେଖି ମା’ ଦୁର୍ଗାଙ୍କୁ ଅର୍ପଣ କରନ୍ତୁ

 

ମୀନ ରାଶି

ପୂର୍ବଭାଦ୍ରପଦ- ସାମାଜିକ ପ୍ରତିଷ୍ଠା ପାଇବେ, ଅଚାନକ ଶୁଭ ଖବର ମିଳିପାରେ

ଉତ୍ତରଭାଦ୍ରପଦ- ଅନାବଶ୍ୟକ ଚିନ୍ତା ମନକୁ ଭାରାକ୍ରାନ୍ତ କରିଦେବ

ରେବତୀ- ମନରେ ନୂଆବିଚାର ଆସିବ, ଧନ ଲାଭର ସୂଚନା ରହିଛି

ଶ୍ରୀଗଣେଶଙ୍କୁ ଲଡୁ ଭୋଗ ଅର୍ପଣ କରନ୍ତୁ