spot_img
Home Blog Page 7054

ବୁଲିବାକୁ ଆସିଥିଲେ ଟଙ୍କା ସରିଗଲା, ଗୁମ୍ଫାରେ ଫସିଛନ୍ତି ବିଦେଶୀ

ଡେରାଡୁନ୍: ଲକଡାଉନରେ ଲକ୍ ହୋଇ ରହିଛନ୍ତି ବିଦେଶୀ, ତା’ପୁଣି ଗୁମ୍ଫା ଭିତରେ । କରୋନା ଭାଇରସ୍ ସଂକ୍ରମଣ ରୋକିବାକୁ ଦେଶରେ ଲକଡାଉନ୍ ଲାଗି ରହିଥିବା ବେଳେ ଉତ୍ତରାଖଣ୍ଡରୁ ଆସିଛି ଏକ ଅଭାବନୀୟ ଖବର । ଋଷିକେଶ ସହରର ଗଙ୍ଗା ଲକ୍ଷ୍ମଣ ଝୁଲା ଅଞ୍ଚଳର ଏକ ଗୁମ୍ଫାରୁ ୬ ଜଣ ବିଦେଶୀଙ୍କୁ ଉଦ୍ଧାର କରାଯାଇଛି । ଯେଉଁମାନେ ମାର୍ଚ୍ଚ ୨୫ ତାରିଖରୁ ଗୁମ୍ଫାରେ ଥିଲେ ।

ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ସ୍ଥାନୀୟ ପୋଲିସ ୬ ବିଦେଶୀ ନାଗରିକଙ୍କୁ ଉଦ୍ଧାର କରିଛି । ସେମାନଙ୍କ ମଧ୍ୟରେ ୩ ଜଣ ମହିଳା ଥିବା ଜଣାପଡ଼ିଛି । ୨ ଜଣ ୟୁକ୍ରେନର ବାସିନ୍ଦା ହୋଇଥିବା ବେଳେ ଜଣେ ତୁର୍କୀର । ଆମେରିକା, ଫ୍ରାନ୍ସ ଓ ନେପାଳର ଅନ୍ୟ ୩ ଜଣ ।

ପୋଲିସ ସୂଚନା ଅନୁଯାୟୀ, ସେମାନେ ପ୍ରାୟ ୨ ମାସ ତଳୁ ଋଷିକେଶ ଆସିଥିଲେ । ମୁନି କି ରେତି ଅଞ୍ଚଳର ଏକ ହୋଟେଲରେ ରହୁଥିଲେ । ସେମାନଙ୍କ ପାଖରେ ଥିବା ଟଙ୍କା ସରିଯିବାରୁ ହୋଟେଲ୍ ବିଲ୍ ଦେବାକୁ ସକ୍ଷମ ହୋଇନଥିଲେ । ପ୍ରଥମ ପର୍ଯ୍ୟାୟ ଲକଡାଉନ୍ ପୂର୍ବରୁ ସେମାନେ ଗୁମ୍ଫାକୁ ଚାଲିଆସି କାଠରେ ରୋଷେଇ କରିବା ସହ ନିକଟରେ ବହୁଥିବା ଗଙ୍ଗା ନଦୀରୁ ଜଳ ଆଣୁଥିଲେ ।

ସମସ୍ତଙ୍କୁ ଉଦ୍ଧାର କରାଯାଇ ଏବେ କ୍ୱାରେଣ୍ଟାଇନ୍ ସେଣ୍ଟରରେ ରଖାଯାଇଛି । ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିବା ବେଳେ କରୋନାର କୌଣସି ଲକ୍ଷଣ ଦେଖାଦେଇ ନଥିବା ଜଣାପଡ଼ିଛି । ଉତ୍ତରାଖଣ୍ଡ ପୋଲିସ ଅନୁୟାୟୀ ଏବେ ଋଷିକେଶରେ ୬୦୦ରୁ ୭୦୦ ବିଦେଶୀ ପର୍ଯ୍ୟଟକ ଫସି ରହିଛନ୍ତି । ସମ୍ପୃକ୍ତ ଦୂତାବାସ ପକ୍ଷରୁ ଦେଶକୁ ଫେରିବା ବ୍ୟବସ୍ଥା ହେଲେ ସେମାନଙ୍କୁ ପଠାଇ ଦିଆଯିବ । ଏବେ ଯାଏଁ ଉତ୍ତରାଖଣ୍ଡରେ ୪୨ ଜଣଙ୍କ ଠାରେ କରୋନା ଚିହ୍ନଟ କରାଯାଇଛି ।

ଲକଡାଉନରେ ବନ୍ଦ ରେଷ୍ଟୁରାଣ୍ଟ ଭିତରେ ୪ ଦିନ ରହିଲେ ବ୍ୟକ୍ତି, ଲକ୍ଷ ଲକ୍ଷ ଟଙ୍କାର ଖାଦ୍ୟ ଖାଇବା ସହ ପିଇଲେ ମଦ

ଯୁକ୍ତରାଷ୍ଟ୍ର ଆମେରିକା: କରୋନା ଭାଇରସ କାରଣରୁ ଦୁନିଆର ଅନେକ ଲୋକ ନିଜ ଘରେ ଲକଡାଉନରେ ରହୁଛନ୍ତି । ଅନ୍ୟପଟେ ଜଣେ ବ୍ୟକ୍ତି ବନ୍ଦ ରେଷ୍ଟୁରାଣ୍ଟରେ ଭିତରେ ପ୍ରବେଶ କରି ସେଠାରେ ୪ ଦିନ ପର୍ଯ୍ୟନ୍ତ ଖାଇ ପିଇ ଶୋଇଥିଲେ। ଏହି ୪୨ ବର୍ଷୀୟ ବ୍ୟକ୍ତି ରେଷ୍ଟୁରାଣ୍ଟ ମଧ୍ୟରେ ଲକ୍ଷ ଲକ୍ଷ ଟଙ୍କାର ଖାଇଥି ଖାଇବା ସହିତ ଏବଂ ମଦ୍ୟପାନ କରିଥିବା ଅଭିଯୋଗ ହୋଇଛି ।

ଏହି ମାମଲା ଆମେରିକାର କନେକ୍ଟିକଟ୍ ରାଜ୍ୟର ନ୍ୟୁ ହେଭେନ ସହରର । ୪୨ ବର୍ଷିୟ ଲୁଇସ୍ ଅରିଟିଜ୍ ଙ୍କୁ ଅନେକ ଅପରାଧିକ ମାମଲାରେ ପୋଲିସ୍ ଗିରଫ କରି ତାଙ୍କୁ ଜେଲ୍ ପଠାଇଛନ୍ତି।

ଏହି ବ୍ୟକ୍ତି ଜଣଙ୍କ ଅର୍ଟିଜ୍ ‘ସୋଲ୍ ଡି କ୍ୟୁବା ନାମକ’ ଏକ ରେଷ୍ଟୁରାଣ୍ଟରେ ପ୍ରବେଶ କରିଥିଲେ ଯାହା କରୋନା ଭାଇରସ କାରଣରୁ ବନ୍ଦ ହୋଇଯାଇଥିଲା । ମଙ୍ଗଳବାର ଦିନ ମ୍ୟାନେଜର ରେଷ୍ଟୁରାଣ୍ଟରେ ଜଣେ ଅପରିଚିତ ବ୍ୟକ୍ତିଙ୍କ ପ୍ରବେଶ ବିଷୟରେ ପୋଲିସକୁ ସୂଚନା ଦେଇଥିଲେ। ପୋଲିସ କହିଛି ଯେ ଅର୍ଟିଜ ପାଖରୁ ଏକ ରମ୍ ବୋତଲ ମଧ୍ୟ ଉଦ୍ଧାର କରାଯାଇଛି। ରେଷ୍ଟୁରାଣ୍ଟ ମ୍ୟାନେଜମେଣ୍ଟ କହିଛି ଯେ ଅର୍ଟିଜ ଲକ୍ଷ ଲକ୍ଷ ଟଙ୍କାର ଖାଦ୍ୟ ଖାଇବା ସହ ୭୦ ବୋତନ ମଦ ପିଇଥିଲେ ।

ସିସିଟିଭି ଫୁଟେଜରୁ ଜଣାପଡିଛି ଯେ ଅଭିଯୁକ୍ତ ଜଣକ ୧୧ ଏପ୍ରିଲରେ ଏକ ଝରକା ଦେଇ ବନ୍ଦ ରେଷ୍ଟୁରାଣ୍ଟ ଭିତରକୁ ଯାଇଥିଲେ । ରେଷ୍ଟୁରଣ୍ଟ ଭିତରୁ ବାହାରିବା ବେଳେ ମଧ୍ୟ ସେ ଖାଇବା ଓ ମଦ ନେଇ ବାହାରକୁ ଆସିଥିଲେ ।

ଅନ୍ୟ ଦେଶମାନଙ୍କ ପରି ଆମେରିକାରେ ମଧ୍ୟ ଲକଡାଉନ୍ କରାଯାଇଛି । ଅଫିସ୍ ବନ୍ଦ ରହିଥିବାବେଳେ ଲୋକଙ୍କୁ ନିଜ ଘରେ ରହିବାକୁ କୁହାଯାଉଛି। ଆମେରିକାରେ କରୋନା ଜୀବାଣୁ ଯୋଗୁଁ ବହୁ ସଂଖ୍ୟକ ଲୋକ ମଧ୍ୟ ବେକାର ହୋଇ ଯାଇଛନ୍ତି। ମାସକର ଖର୍ଚ୍ଚ ଚଳାଇବାରେ ମଧ୍ୟ ସେମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅନେକ ସହରରେ ଲକଡାଉନ କରିବା ବିରୋଧରେ ମଧ୍ୟ ପ୍ରଦର୍ଶନ କରାଯାଇଛି।

ସୋସିଆଲ ମିଡିଆରେ ଏହି ଅଭିନେତ୍ରୀଙ୍କ ପିଲାଦିନର ଫଟୋ ହେଲା ଭାଇରାଲ

ମୁମ୍ବାଇ: ବଲିଉଡର ଆଗଧାଢୀ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ପିଲାବେଳର ଫଟୋ ଏବେ ଭାଇରାଲ ହେବାରେ ଲାଗିଛି । ଦୀପିକା ବଲିଉଡର ଜଣେ ଏମିତି ଅଭିନେତ୍ରୀ ଯିଏ ନିଜ ଅଭିନୟ ଦ୍ୱାରା ଖୁବ ଲୋକପ୍ରିୟତା ହାସଲ କରିଛନ୍ତି । ବଲିଉଡର ଅଧିକ ଆୟ କରୁଥିବା ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଦୀପିକା । ଦୀପିକା ଏବେ ସୋସିଆଲ ମିଡିଆରେ ଅଧିକାଂଶ ସମୟ ଆକ୍ଟିଭ ରହୁଛନ୍ତି । ଇନଷ୍ଟାଗ୍ରାମରେ ତାଙ୍କର ୪୭ ମିଲିୟନରୁ ଅଧିକ ଫଲୋଅର୍ସ ଅଛନ୍ତି  । ଟ୍ୱିଟରରେ ମଧ୍ୟ ୨୭ ମିଲିୟନରୁ ଅଧିକ ଲୋକେ ତାଙ୍କୁ ଫଲୋ କରନ୍ତି । ଏହା ବ୍ୟତୀତ ତାଙ୍କର ଅନେକ ଫ୍ୟାନ ପେଜ୍ ମଧ୍ୟ କ୍ରିଏଟ୍ କରାଯାଇଛି । ଏବେ ଲକଡାଉନ୍ ଭିତରେ ଦୀପିକା ନିଜ ସମୟ କେମିତି କାଟୁଛନ୍ତି ତାହା ସେୟାର କରନ୍ତି । ହେଲେ ପ୍ରଶଂସକଙ୍କ ମଧ୍ୟରେ ତାଙ୍କର ଏକ ପିଲାବେଳର ଫଟୋ ଭାଇରାଲ୍ ହେବାରେ ଲାଗିଛି ।

ଦୀପିକାଙ୍କର ଏହି ଫଟୋ ଫ୍ୟାନ୍ସମାନଙ୍କୁ ଖୁବ ପସନ୍ଦ ଆସିଛି । ଏହି ଫଟୋ ଦୀପିକାଙ୍କ ଫ୍ୟାନ ପେଜ୍ ରେ ସେୟାର କରାଯାଇଛି । ପିଲାଦିନର ଏହି ଫଟୋରେ ଦୀପିକା ବହୁତ ସୁନ୍ଦର ଦେଖାଯାଉଛନ୍ତି । ଦୀପିକା ନିଜ ପିତାମାତାଙ୍କୁ ଲକଡାଉନ୍ ରେ ବହୁତ ମିସ୍ କରୁଛନ୍ତି । ଦୀପିକା ପାଦୁକୋନଙ୍କ କହିବା ଅନୁସାରେ ଲକଡାଉନ୍ ସରିବା ମାତ୍ରେ ସେ ପ୍ରଥମେ ବାଙ୍ଗଲୋର ଯାଇ ପିତାମାତାଙ୍କୁ ଭେଟିବେ । ଏବଂ ଏହା ପରେ ସେ ଶକୁନ ବତ୍ରାଙ୍କ ଫିଲ୍ମ ପାଇଁ ପ୍ରସ୍ତୁତି ଆରମ୍ଭ କରିବେ। ଶେଷ ଥର ପାଇଁ ଛପାପ ଫିଲ୍ମରେ ଦୀପିକା ନଜର ଆସିଥିଲେ। ଏହି ଚଳଚ୍ଚିତ୍ର ବ୍ୟତୀତ ସେ ରଣଭୀର ସିଂହଙ୍କ ସହ ଫିଲ୍ମ ୮୩ ରେ କାମ କରିଛନ୍ତି। ରଣଭୀର ସିଂହ ଏହି ଚଳଚ୍ଚିତ୍ରରେ କପିଲ ଦେବଙ୍କ ଭୂମିକାରେ ନଜର ଆସିବେ।

 

 

 

 

ଅତ୍ୟାବଶ୍ୟକୀୟ ସାମଗ୍ରୀ ପରିବହନ ପାଇଁ ଇଷ୍ଟକୋଷ୍ଟ ରେଲୱେର ପଦକ୍ଷେପ

ଭୁବନେଶ୍ୱର: ତାଲାବନ୍ଦ ଭିତରେ ଘରେ ବନ୍ଦୀ ହୋଇ ରହିଛି ଜୀବନ । ଗଡ଼ୁନି ବସ୍ କି ଟ୍ରେନ୍ । ଜରୁରୀ କାମ ନଥିଲେ ଘରୁ ବାହାରିବା ମନା । ବିଶ୍ୱ ପାଇଁ କରୋନା ନେଇ ଆସିଥିବା ଏ ଘଡ଼ିସନ୍ଧି ମୁହୂର୍ତ୍ତରେ ସେବା ଯୋଗାଇ ଚାଲିଛି ଇଷ୍ଟକୋଷ୍ଟ ରେଲୱେ । ଅତ୍ୟାବଶ୍ୟକୀୟ ସାମଗ୍ରୀ ପରିବହନ ଜାରି ରହିଛି । ସରକାରୀ ସ୍ତରରେ ଜରୁରୀ ସାମଗ୍ରୀ ପରିବହନ କରୁଥିବା ଇଷ୍ଟକୋଷ୍ଟ ରେଲୱେ ଜନସାଧାରଣଙ୍କ ଜିନିଷ ମଧ୍ୟ ଆପଣଙ୍କ ପାଖେ ପହଞ୍ଚାଇବ ।

ଆପଣ ଚାହିଁଲେ ଦୂରରେ ଥିବା ସମ୍ପର୍କୀୟଙ୍କ ନିକଟକୁ କୌଣସି ଅତ୍ୟାବଶ୍ୟକୀୟ ସାମଗ୍ରୀ ଇଷ୍ଟକୋଷ୍ଟ ରେଲୱେ ମାଧ୍ୟମରେ ପଠାଇ ପାରିବେ । ଏଥିପାଇଁ ଇଷ୍ଟକୋଷ୍ଟ ରେଲୱେ ପାର୍ସଲ ଏକ୍ସପ୍ରେସ୍ ଟ୍ରେନ୍ ସେବା ଜାରି ରଖିଥିବା ସୂଚନା ଦେଇଛି । ଏଥିପାଇଁ ରେଲୱେ ପକ୍ଷରୁ ଏକ ନମ୍ବର ମଧ୍ୟ ଜାରି କରାଯାଇଛି । ୮୪୫୫୮୮୫୯୯୯ ନମ୍ବରରେ କଲ୍ କରି ଯେ କେହିବି ଅତ୍ୟାବଶ୍ୟକୀୟ ସାମଗ୍ରୀ ପଠାଇବା ସହ ସୂଚନା ପାଇପାରିବେ ବୋଲି ଇଷ୍ଟକୋଷ୍ଟ ରେଲୱେ ପକ୍ଷରୁ କୁହାଯାଇଛି ।

କରୋନା ମୁକାବିଲା କମିଟି ମୁଖପାତ୍ର ସୁବ୍ରତ ବାଗଚୀଙ୍କ ପ୍ରେସମିଟ୍

ଗୃହ ମନ୍ତ୍ରାଳୟର ଆଦେଶ, ଲକଡାଉନରେ ଜରୁରୀ ସାମଗ୍ରୀ ବ୍ୟତୀତ ଆଉକିଛି ଅନଲାଇନ ବିକ୍ରି କରିପାରିବେନି କମ୍ପାନୀ

ନୂଆଦିଲ୍ଲୀ: କରୋନାଭାଇରସ୍ ସଙ୍କଟ ମଧ୍ୟରେ ଲୋକମାନେ ସମ୍ମୁଖୀନ ହେଉଥିବା ସମସ୍ୟାକୁ ହ୍ରାସ କରିବାକୁ ଏପ୍ରିଲ୍ ୨୦ (ସୋମବାର) ରୁ ଭାରତ ସରକାର କିଛି ସେବା ଏବଂ କାର୍ଯ୍ୟକୁ ଅନୁମତି ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ସେବା ଏବଂ କାର୍ଯ୍ୟକଳାପଗୁଡିକ ଅଣ କୋଭିଡ୍ -୧୯ କ୍ଷେତ୍ର କିମ୍ବା କରୋନା ଦ୍ୱାରା କମ୍ ପ୍ରଭାବିତ ଅଞ୍ଚଳରେ କାର୍ଯ୍ୟକ୍ଷମ ହେବ । ସରକାର ଏହି ସେବା ଏବଂ କାର୍ଯ୍ୟକଳାପ ସହ ଜଡିତ ଏକ ନୂତନ ତାଲିକା ପ୍ରକାଶ କରିଛନ୍ତି। ଅନ୍ୟପଟେ କରୋନା ସଂକ୍ରମିତ ଅଞ୍ଚଳରେ ଏଭଳି କାର୍ଯ୍ୟକଳାପକୁ ଅନୁମତି ଦିଆଯିବ ନାହିଁ। ଗୃହ ମନ୍ତ୍ରଣାଳୟ ରବିବାର ଦିନ ନିର୍ଦ୍ଦେଶାବଳୀ ପରିବର୍ତ୍ତନ କରି ଏହା ସ୍ପଷ୍ଟ କରିଛନ୍ତି ଯେ ଲକଡାଉନ୍ ସମୟରେ ଇ-କମର୍ସ କମ୍ପାନୀଗୁଡିକ ଅତ୍ୟାବଶ୍ୟକ ସାମଗ୍ରୀ ବ୍ୟତୀତ ଅନ୍ୟ ସାମଗ୍ରୀ ଯୋଗାଇ ପାରିବେ ନାହିଁ ।

ଆୟୁଷ, କୃଷି ଏବଂ ଉଦ୍ୟାନ କୃଷି କାର୍ଯ୍ୟକଳାପ, ମତ୍ସ୍ୟଚାଷ (ସାମୁଦ୍ରିକ ତଥା ଆଭ୍ୟନ୍ତରୀଣ), ବୃକ୍ଷରୋପଣ କାର୍ଯ୍ୟ (ଚା, କଫି ଏବଂ ରବର ସର୍ବାଧିକ ୫୦ ପ୍ରତିଶତ ଶ୍ରମ) ଏବଂ ପଶୁପାଳନ ସମେତ ସ୍ୱାସ୍ଥ୍ୟ ସେବା କେନ୍ଦ୍ର ସରକାରଙ୍କ ଛାଡ ତାଲିକାରେ ଅନ୍ତର୍ଭୁକ୍ତ। ଏହା ସହିତ ଚା, କଫି ଏବଂ ରବର ବୃକ୍ଷରେ ସର୍ବାଧିକ ୫୦ ପ୍ରତିଶତ ଶ୍ରମିକଙ୍କ ସହିତ କାର୍ଯ୍ୟ କରାଯାଇପାରିବ ବୋଲି ଗୃହ ମନ୍ତ୍ରାଳୟ ସୂଚନା ଦେଇଛି ।

ମନରେଗା ଅଧୀନରେ କାମ ଅନୁମତି ଦିଆଯିବ, କିନ୍ତୁ ସାମାଜିକ ଦୂରତା ନିୟମ ମାନିବାକୁ ପଡିବ ଏବଂ ମାସ୍କ ପିନ୍ଧିବାକୁ ପଡିବ । ବିଦ୍ୟୁତ୍, ଜଳ ଏବଂ ଗ୍ୟାସ୍ ପରି ଜନସାଧାରଣ ଉପଯୋଗୀ ସାମଗ୍ରୀ କାର୍ଯ୍ୟ ଜାରି ରଖିବ । ରାଜ୍ୟ ଏବଂ ରାଜ୍ୟ ମଧ୍ୟରେ ମାଲ ପରିବହନ ଅନୁମତି ଦିଆଯିବ । ନିର୍ମାଣ କ୍ଷେତ୍ରର କାର୍ଯ୍ୟ ଆରମ୍ଭ କରିବାକୁ ଅନୁମତି ଦିଆଯିବ । ଏପ୍ରିଲ ୨୦ରୁ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ କାର୍ଯ୍ୟାଳୟ ମଧ୍ୟ ଖୋଲିବ ବୋଲି ସୂଚନା ଦେଇଛନ୍ତି ଗୃହ ମନ୍ତ୍ରାଳୟ ।

ଲକଡାଉନ୍: କାଲିଠୁ ଅଫିସ୍ ଆସି ରୋଷ୍ଟର ଭିତ୍ତିରେ କାମ କରିବେ ୩୩ ପ୍ରତିଶତ କର୍ମଚାରୀ

ଭୁବନେଶ୍ୱର: ଲକ୍‌ଡାଉନ୍‌ ନେଇ ରାଜସ୍ୱ ଓ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ବିଭାଗ ନିର୍ଦ୍ଦେଶନାମା ଜାରି କରିଛି । ଆସନ୍ତାକାଲିଠାରୁ ଅଫିସ୍‌ କାର୍ଯ୍ୟ ପରିଚାଳନା ନେଇ ନିର୍ଦ୍ଦେଶନାମା ଜାରି କରାଯାଇଛି । କାଲିଠୁ ସମସ୍ତ ଗ୍ରୁପ୍‌-ଏ ଅଧିକାରୀ ଅଫିସ୍ ଆସିବେ । ଖୋର୍ଦ୍ଧା, କଟକ, ସୁନ୍ଦରଗଡ଼, କେନ୍ଦ୍ରାପଡ଼ା, ଭଦ୍ରକ, ପୁରୀ, କଳାହାଣ୍ଡି, ଢେଙ୍କାନାଳ ଓ ଯାଜପୁର ଆଦି ୯ଟି ଜିଲ୍ଲାରେ ୩୩ ପ୍ରତିଶତ କର୍ମଚାରୀ ରୋଷ୍ଟର ଭିତ୍ତିରେ କାମୃ କରିବେ । ଗ୍ରୁପ୍‌-ବି, ସି ଏବଂ ଡି’ର ୩୩ ପ୍ରତିଶତ କର୍ମଚାରୀ ରୋଷ୍ଟର ଭିତ୍ତିରେ କାମ କରିବାକୁ କୁହାଯାଇଛି ।

ସେହିଭଳି ସମସ୍ତ ଷ୍ଟାମ୍ପ ଭେଣ୍ଡରଙ୍କୁ କାର୍ଯ୍ୟକ୍ଷମ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲାପାଳ, ଉପଜିଲ୍ଲାପାଳ, ଆର୍‌ଡିସି, ତହସିଲ, ଆରଆଇ ଅଫିସ ଆସିବେ ସବୁ କର୍ମଚାରୀ । ଏସବୁ କାର୍ଯ୍ୟାଳୟରେ ୧୦୦ ପ୍ରତିଶତ କର୍ମଚାରୀ କାମ କରିବେ । ନିର୍ମାଣ କାର୍ଯ୍ୟ ପାଇଁ ବାଲିଘାଟ, କ୍ରସର, ୟୁନିଟ୍‌ ଓ କ୍ୱାରୀ କାର୍ଯ୍ୟକ୍ଷମ କରାଯିବ । ଏହି ସବୁ ସ୍ଥାନରେ ସାମାଜିକ ଦୂରତା କଟକଣା ମାନିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ପ୍ରଥମ ପର୍ଯ୍ୟାୟ ଲକଡାଉନରେ ଅଫିସ୍ ଆସିବାକୁ କର୍ମଚାରୀଙ୍କୁ ବାରଣ କରାଯାଇଥିଲା । ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନରେ କର୍ମଚାରୀଙ୍କ ପାଇଁ ନୂଆ ନିର୍ଦ୍ଦେଶନାମା ଜାରି ହୋଇଛି । ଏଥିସହ କୃଷି, ପଶୁ ପାଳନ ସହ ସରକାର ନିର୍ମାଣ କାର୍ଯ୍ୟ ଉପରୁ ସ୍ଥଗିତାଦେଶ ହଟାଇଛନ୍ତି ।

ଏପ୍ରିଲ୍ ୧୫ରୁ ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ୍, ଏହି ସବୁ ପ୍ରତିବନ୍ଧକ ଉଠାଇଲେ ସରକାର

ଲକଡାଉନରେ ବେଙ୍ଗାଲୁରୁ ଡେଣ୍ଟାଲ କ୍ଲିନିକ ହେଲା ଲେବର ରୁମ, ମହିଳାଙ୍କ ପ୍ରସବ କରାଇଲେ ଦାନ୍ତ ଡାକ୍ତର

ନୂଆଦିଲ୍ଲୀ: ଲକଡାଉନ ଯୋଗୁଁ ଜଣେ ଗରିବ ଶ୍ରମିକଙ୍କ ପତ୍ନୀ ଦନ୍ତ ଚିକିତ୍ସାଳୟରେ ଏକ ସନ୍ତାନ ଜନ୍ମ ଦେଇଛନ୍ତି । ରିପୋର୍ଟ ଅନୁଯାୟୀ, ଏହି ବ୍ୟକ୍ତି ନିଜ ଗର୍ଭବତୀ ପତ୍ନୀଙ୍କୁ ନେଇ ଗାଁରୁ ୭ କିଲୋମିଟର ଦୂରରେ ଥିବା ଦନ୍ତ ଚିକିତ୍ସାଳୟକୁ ନେବା ପାଇଁ ନିଷ୍ପତ୍ତି ନେଇଥିଲେ । ଏବଂ ଏହି ଚିକିତ୍ସାଳୟରେ ଜଣେ ମହିଳା ଡେଣ୍ଟିସ ମହିଳାଙ୍କୁ ପ୍ରସବ କରାଇଥିଲେ। ଏହି ପରିପ୍ରେକ୍ଷୀରେ ଡାକ୍ତର ଜଣଙ୍କ କହିଛନ୍ତି ଯେ, ମହିଳା ଜଣକ ଲେବର ପେନ୍‌ରେ ଥିଲେ, ତେଣୁ ମା’ ଏବଂ ଶିଶୁର ଜୀବନ ବଞ୍ଚାଇବା ପାଇଁ ସେମାନେ ନିଜେ କ୍ଲିନିକରେ ପ୍ରସବ କରାଇଲେ ।

ମହିଳାଙ୍କ ପ୍ରସବ ବିଷୟରେ କହୁଥିବା ଡେଣ୍ଟାଲ୍ ସର୍ଜନ ଡକ୍ଟର ରାମୟା କହିଛନ୍ତି ଯେ, ମହିଳା ଜଣଙ୍କ ଆସିବାର ୧୦ ମିନିଟ୍ ମଧ୍ୟରେ ଏକ ସୁନ୍ଦର ସନ୍ତାନକୁ ଜନ୍ମ ଦେଇଛନ୍ତି । କିନ୍ତୁ ସବୁଠାରୁ ବିଚଳିତ ବିଷୟଟି ହେଲା, ମହିଳାଙ୍କ ବୟସ ହେତୁ, ପ୍ରସବ ସମୟରେ ସେ ବହୁତ ରକ୍ତସ୍ରାବ ଭୋଗୁଥିଲେ ଏବଂ ପିଲାଟି ପୂର୍ବରୁ ପରିପକ୍ୱ ହୋଇଯାଇଥିଲା । ଡକ୍ଟର ରାମୟା ଆହୁରି ମଧ୍ୟ କହିଛନ୍ତି ଯେ ଶିଶୁଟି ଜନ୍ମ ହେବା ପରେ କିଛି ହଲଚଲ ହୋଇନଥିଲା । ଏପରି ପରିସ୍ଥିତିରେ ଡାକ୍ତର ଜଣଙ୍କ ଅନୁଭବ କରିଥିଲେ ଦୁହିଁଙ୍କ ମଧ୍ୟରୁ ଜଣଙ୍କୁ ସୁସ୍ଥ ରହିବା ଉଚିତ୍ । ତେଣୁ, ଆମେ ମାଆଙ୍କ ଜୀବନ ବଞ୍ଚାଇବା ପାଇଁ ସମସ୍ତ ପ୍ରୟାସ ଆରମ୍ଭ କରିଥିଲୁ ।

ଲକଡାଉନରେ ନିଆରା ଢଙ୍ଗରେ ଶିଶୁର ପ୍ରଥମ ଜନ୍ମଦିନ ପାଳିଲେ ପୋଲିସ…ଭିଡିଓ ଭାଇରାଲ

ପଞ୍ଜାବ: କରୋନାଭାଇରସ୍ ଯୁଦ୍ଧ ସମଗ୍ର ବିଶ୍ୱରେ ଜାରି ରହିଛି । ତେବେ ଏଭଳି ପରିସ୍ଥିତି ମଧ୍ୟରେ ମାନସା ଜିଲ୍ଲାରୁ ଏକ ସୁନ୍ଦର ଭିଡିଓ ସାମ୍ନାକୁ ଆସିଛି ।  ଏହି ଭିଡିଓରେ କୁନି ଶିଶୁର ପ୍ରଥମ ଜନ୍ମଦିନ ପାଳନ କରାଯାଇଛି । ଏବଂ ଏହା ଶିଶୁଟିର ପ୍ରଥମ ଜନ୍ମଦିନ । ତେବେ ଲକଡାଉନ୍ ରେ ନିଜେ ପୋଲିସ ଅଧିକାରୀମାନେ ଜନ୍ମଦିନ ପାଳନ କରିଥିବା ନଜର ଆସିଛି । ପ୍ରଥମ ବାର୍ଥଡେ ସ୍ମରଣୀୟ କରିବା ପାଇଁ ପୋଲିସ ସ୍ୱତନ୍ତ୍ର ବ୍ୟବସ୍ଥା କରିଥିଲା ​​। ଏହି ଭିଡିଓକୁ ଆଇଏସ୍ ଅଧିକାରୀ ସୁପ୍ରିୟା ସାହୁ ସେୟାର କରିଛନ୍ତି। ଜନ୍ମଦିନର ଶୁଭେଚ୍ଛା ଜଣାଇ ଛୋଟ ଝିଅର ପ୍ରଥମ ଜନ୍ମଦିନକୁ ବେଶ ନିଆରା ଢଙ୍ଗରେ ପାଳନ କରିଛି ମାନସା ପୋଲିସ  । ଶିଶୁ ଘରେ ପହଞ୍ଚିବା ପରେ ତାଙ୍କୁ କେକ୍ ଦେଇ ଶୁଭେଚ୍ଛା ଜଣାଇଥିଲେ ।

https://www.facebook.com/nandighoshatv/videos/539664473416181/

କରୋନାଭାଇରସ୍ ରୋଗକୁ ରୋକିବା ପାଇଁ ସାରା ଦେଶରେ ୨୧ ଦିନିଆ ଲକଡାଉନକୁ ଏବେ ମେ ମାସ ୩ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏବଂ ଏପରି ପରିସ୍ଥିତିରେ, ଲୋକଙ୍କୁ ସାମାଜିକ ଦୂରତା ପାଳନ କରିବା ସହ ନିଜ ଘରେ ବନ୍ଦ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁସାରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୫,୭୯୧କୁ ବୃଦ୍ଧି ପାଇଛି। ଏହା ସହ ମୃତକଙ୍କ ସଂଖ୍ୟା ୫୦୦ଟପିଛି। ଗତ ୨୪ ଘଣ୍ଟା ମଧ୍ୟରେ ୧,୩୨୯ ଟି ନୂଆ କରୋନା ମାମଲା ରିପୋର୍ଟ ହୋଇଥିବାବେଳେ ୨୭ ଜଣଙ୍କର ମୃତ୍ୟୁ ହୋଇଛି। ଏହା ବ୍ୟତୀତ ଏହି ରୋଗରୁ ଆରୋଗ୍ୟ ହୋଇଥିବା ଲୋକଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି । କରୋନା ସଂକ୍ରମଣକୁ ରୋକିବା ପାଇଁ ଦେଶରେ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି ଯାହା ସମସ୍ତ ଲୋକଙ୍କୁ ପାଳନ କରିବାକୁ ଘୋଷଣା କରାଯାଇଛି ।

 

ନୂଆଦିଲ୍ଲୀ: ଲକଡାଉନରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ବ୍ୟତୀତ ଅନ୍ୟ କିଛି ଡେଲିଭରୀ କରିପାରିବେ ନାହିଁ ଇ-କମର୍ସ କମ୍ପାନୀ । ନିର୍ଦ୍ଦେଶନାମା ଜାରି କଲା କେନ୍ଦ୍ର ଗୃହ ମନ୍ତ୍ରାଳୟ । ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନରେ ଏପ୍ରିଲ୍ ୨୦ରୁ ଖୋଲିଥାନ୍ତା ଇ-କମର୍ସର ସମସ୍ତ ସେବା ।

ନୂଆଦିଲ୍ଲୀ: ଲକଡାଉନରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ବ୍ୟତୀତ ଅନ୍ୟ କିଛି ଡେଲିଭରୀ କରିପାରିବେ ନାହିଁ ଇ-କମର୍ସ କମ୍ପାନୀ । ନିର୍ଦ୍ଦେଶନାମା ଜାରି କଲା କେନ୍ଦ୍ର ଗୃହ ମନ୍ତ୍ରାଳୟ । ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନରେ ଏପ୍ରିଲ୍ ୨୦ରୁ ଖୋଲିଥାନ୍ତା ଇ-କମର୍ସର ସମସ୍ତ ସେବା ।

ଚଟାଣକୁ ଟ୍ରେଡମିଲ କରି ଦୌଡ଼ିଲେ ବ୍ୟକ୍ତି: ପ୍ରଶଂସା କଲେ ଅମିତାଭ, ସେୟାର କଲେ ଭିଡିଓ

ନୂଆଦିଲ୍ଲୀ: ଅମିତାଭ ବଚ୍ଚନ ଚଳଚ୍ଚିତ୍ର ତଥା ସୋସିଆଲ ମିଡିଆରେ ସର୍ବଦା ସକ୍ରିୟ ରହିଛନ୍ତି ଏବଂ ପ୍ରଶଂସକଙ୍କ ସହ ଯୋଡ଼ି ହୋଇ ରହିଛନ୍ତି। ଲକଡାଉନ୍ ସମୟରେ ମଧ୍ୟ ସେ ନିଜ ଟ୍ୱିଟ୍ ଏବଂ ବ୍ଲଗ୍ ମାଧ୍ୟମରେ ହେଡଲାଇନ୍ ପ୍ରସ୍ତୁତ କରୁଛନ୍ତି। ନିକଟରେ ସେ ଜଣେ ବ୍ୟକ୍ତିଙ୍କ ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓରେ, ବ୍ୟକ୍ତି ଜଣଙ୍କ ଘରର ଚଟାଣରେ କିଛି ସ୍ଲାଇଡ୍ କଲାଭଳି ଜିନିଷ ରଖି ଟ୍ରେଡମିଲ୍ ପରି ଏହା ଉପରେ ଦୌଡ଼ୁଛନ୍ତି | ଅମିତାଭ ବଚ୍ଚନ ଏହି ଭିଡିଓକୁ ଏତେ ପସନ୍ଦ କରିଥିଲେ ଯେ ସେ ଏହାକୁ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ସହ ସେୟାର କରିଥିଲେ। ଲୋକମାନେ ଏହି ଭିଡିଓକୁ ବହୁତ ପସନ୍ଦ କରଛନ୍ତି ।

ଅମିତାଭ ବଚ୍ଚନ ଏହି ଭିଡିଓକୁ ଟ୍ୱିଟ କରି ଲେଖିଛନ୍ତି: simplicity is the Mother of Invention .. so cool। ବଲିଉଡର ସମ୍ରାଟଙ୍କ ଦ୍ୱାରା ସେୟାର ହୋଇଥିବା ଏହି ଭିଡିଓରେ ଏହା ଦେଖିବାକୁ ମିଳେ ଯେ ବ୍ୟକ୍ତି ପ୍ରଥମେ ଗୋଡ଼ ଖସୁଥିବା ଜିନିଷକୁ ଚଟାଣରେ ଢ଼ାଳନ୍ତି ଏବଂ ତାପରେ ପାଣି ଢ଼ାଳନ୍ତି । ଏହା ପରେ ସେ କବାଟକୁ ଧରି ଦୌଡ଼ିବା ଆରମ୍ଭ କଲେ । ଲୋକମାନେ ଏହି ମଜାଳିଆ ଭିଡିଓଟିକୁ ଖୁବ ପସନ୍ଦ କରୁଛନ୍ତି । ଜଣେ ୟୁଜର୍ସରେ ଲେଖିଛନ୍ତି: ‘କେବଳ ଦୁଇ ଟଙ୍କାରେ ଟ୍ରେଡମିଲ।’

 

|