spot_img
Home Blog Page 7056

କରୋନା ପ୍ରଭାବ: ଲକଡାଉନ କାରଣରୁ ୧୦ ବର୍ଷ ପଛକୁ ଚାଲିଯିବ ଦେଶ, ସୃଷ୍ଟି ହେବେ ୧୦ କୋଟି ନୂଆ ଗରିବ

ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ଦୂରେଇବା ପାଇଁ ଭାରତ ସରକାର ଦେଶବ୍ୟାପୀ ଲକ୍‌ ଡାଉନ୍‌ ଜାରି କରିଛନ୍ତି। ଏହାଦ୍ୱାରା ଦେଶ ଆର୍ଥିକ ଦୃଷ୍ଟିକୋଣରୁ ୧୦ ବର୍ଷ ପଛକୁ ଚାଲିଯିବ ବୋଲି ୟୁନାଇଟେଡ୍‌ ନେଶନ୍‌ ବିଶ୍ୱବିଦ୍ୟାଳୟ(ୟୁଏନ୍‌ୟୁ) ପକ୍ଷରୁ ହୋଇଥିବା ଏକ ସର୍ଭେ ରିପୋର୍ଟରେ ପ୍ରକାଶ ପାଇଛି।

ଏହାଯୋଗୁ ଦେଶରେ ୧୦ କୋଟି ୪୦ ଲକ୍ଷ ନୂଆ ଗରିବ ସୃଷ୍ଟି ହେବେ। ସେହିପରି ବର୍ତ୍ତମାନ ଦେଶରେ ବିପିଏଲ୍‌ଙ୍କ ସଂଖ୍ୟା ୮୧ କୋଟି ୧୦ ଲକ୍ଷ ଥିବାବେଳେ ଏହା ବଢ଼ି ୯୧ କୋଟି ୫୦ ଲକ୍ଷ ହେବାର ଆଶଙ୍କା ରହିଛି। ଏଥିପାଇଁ ସରକାରଙ୍କୁ ନୂଆ ଆର୍ଥିକ ବିକାଶ ଯୋଜନା ଊପରେ ଅଧିକ ଧ୍ୟାନ କେନ୍ଦ୍ରୀତ କରିବାକୁ ପଡ଼ିବ ବୋଲି ରିପୋର୍ଟରେ କୁହାଯାଇଛି।

ଶ୍ରମ ସଂଗଠନ(ଆଇଏଲ୍‌ଓ) କହିଛି ଯେ, ଲକ୍‌ ଡାଉନ୍‌ ଯୋଗୁ ଭାରତରେ ୪୦ କୋଟି ଲୋକ ଗରିବ ହୋଇଯିବେ। ଅଣ-ସଂଗଠିତ କ୍ଷେତ୍ରରେ ବହୁ କର୍ମଚାରୀ ନିଯୁକ୍ତି ହରାଇବେ ବୋଲି ଆଇଏଲ୍‌ଓ କହିଛି ।

 

ବାଲେଶ୍ୱରରୁ ଚିହ୍ନଟ ହେଲେ ରାଜ୍ୟର ୬୧ ନମ୍ବର କରୋନା ଆକ୍ରାନ୍ତ

ଭୁବନେଶ୍ୱର: ୯ରୁ ୧୦ ଜିଲ୍ଲାକୁ ଡେଇଁଲା କରୋନା । ବାଲେଶ୍ୱର ଜିଲ୍ଲାରୁ ଚିହ୍ନଟ ହେଲେ ପ୍ରଥମ କରୋନା ଆକ୍ରାନ୍ତ । ଆଜି ରାଜ୍ୟରେ ଜଣେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତ ଜଣଙ୍କ ବାଲେଶ୍ୱର ଜିଲ୍ଲାର ବୋଲି ଜଣାପଡ଼ିଛି । ଆକ୍ରାନ୍ତ ବ୍ୟକ୍ତିଙ୍କ ବୟସ ୫୮ ବର୍ଷ । ସେ କାହା ସହ ସମ୍ପର୍କରେ ଆସିଛନ୍ତି ପ୍ରଶାସନ ତାର ଟ୍ରେସିଂ କରୁଛି ।

ପୂର୍ବରୁ ବାଲେଶ୍ୱର ଜିଲ୍ଲାରୁ କୌଣସି କରୋନା ଆକ୍ରାନ୍ତ ଚିହ୍ନଟ ହୋଇନଥିଲେ । ଏବେ ଜଣେ ସଂକ୍ରମିତ ଚିହ୍ନଟ ହେବା ପରେ ସମ୍ପୃକ୍ତ ଅଞ୍ଚଳକୁ ସିଲ୍ କରାଯାଇ ପ୍ରଶାସନ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରି ସଂକ୍ରମଣ ରୋକିବ ।

ନଜର ପକାନ୍ତୁ ରାଜ୍ୟର କେଉଁ ଜିଲ୍ଲାରେ କେତେ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି ।

ଜିଲ୍ଲା ଆକ୍ରାନ୍ତ ସୁସ୍ଥ ମୃତ
ଖୋର୍ଦ୍ଧା ୪୬ ୦୧
ଭଦ୍ରକ ୦୩ ୦୨ ୦୦
କଳାହାଣ୍ଡି ୦୨ ୦୧ ୦୦
ସୁନ୍ଦରଗଡ଼ ୦୨ ୦୧ ୦୦
କେନ୍ଦ୍ରାପଡ଼ା ୦୨ ୦୦ ୦୦
କଟକ ୦୧ ୦୧ ୦୦
ଯାଜପୁର ୦୨ ୦୧ ୦୦
ପୁରୀ ୦୧ ୦୧ ୦୦
ଢେଙ୍କାନାଳ ୦୧ ୦୦ ୦୦
ବାଲେଶ୍ୱର ୦୧ ୦୦ ୦୦
ମୋଟ ୬୧ ୨୪ ୦୧

ବ୍ୟାଙ୍କ ଉପରେ ନିର୍ଭର କରେ ଆପଣ ତିନି ମାସ ପାଇଁ EMI ଦେବେ କି ନାହିଁ ,କାହିଁକି ଜାଣନ୍ତୁ

ଭଲ ସହ ଖରାପ ଖବର: ସୁସ୍ଥ ହେଉଛନ୍ତି କରୋନା ସଂକ୍ରମିତ, ଆଜି ଆଉ ଜଣେ ଆକ୍ରାନ୍ତ

ଭୁବନେଶ୍ୱର: ୩ ଦିନର ବିରତି ବ୍ରେକ୍ କରିଛି କରୋନା । ଲଗାତାର ୩ ଦିନ ଧରି ରାଜ୍ୟରେ କୌଣସି କରୋନା ପଜିଟିଭ୍ କେସ୍ ଆସିନଥିବା ବେଳେ ଆଜି ଜଣଙ୍କ ନମୁନା ପଜିଟିଭ୍ ଆସିଛି । ଏଥିସହ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୬୧କୁ ବୃଦ୍ଧି ପାଇଛି । ତେବେ, ସଂକ୍ରମିତଙ୍କ ବିଷୟରେ ସ୍ୱାସ୍ଥ୍ୟ ବିଭାଗ ସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ କରିନାହିଁ । ରାଜ୍ୟରେ ପଜିଟିଭ ବ୍ୟକ୍ତିଙ୍କ ଶତକଡ଼ା ୦.୭ ପ୍ରତିଶତ ରହିଛି ।ଏଥିସହ ରାଜ୍ୟ ପାଇଁ ଆଜି ଖୁସି ଖବର ଆସିଛି । ଗତକାଲି ୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଆଜି ଆଉ ୩ ଜଣ ଆରୋଗ୍ୟ ଲାଭ କରିଛନ୍ତି । ସୁସ୍ଥ ହୋଇଥିବା ୩ ଜଣ ଆକ୍ରାନ୍ତ ଭୁବନେଶ୍ୱରର ବୋଲି ଜଣାପଡ଼ିଛି । ସମୁଦାୟ ସୁସ୍ଥଙ୍କ ସଂଖ୍ୟା ୨୪ରେ ପହଞ୍ଚିଛି ।

ଭୁବନେଶ୍ୱରରେ ମୋଟ ୪୬ ଜଣ ସଂକ୍ରମିତ ହୋଇଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨୯କୁ ଖସିଛି । ସେହିଭଳି ରାଜ୍ୟରେ ମୋଟ ୬୧ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୩୬ରେ ପହଞ୍ଚିଛି ।

ବ୍ୟାଙ୍କ ଉପରେ ନିର୍ଭର କରେ ଆପଣ ତିନି ମାସ ପାଇଁ EMI ଦେବେ କି ନାହିଁ ,କାହିଁକି ଜାଣନ୍ତୁ

ରାଜଧାନୀରେ ୪୬ ଆକ୍ରାନ୍ତଙ୍କ ମଧ୍ୟରୁ ଏବେ ଯାଏଁ ୧୭ ଜଣ ସୁସ୍ଥ ହୋଇଛନ୍ତି । ରାଜ୍ୟର ୬୧ ସଂକ୍ରମିତଙ୍କ ମଧ୍ୟରୁ ୨୪ ଜଣ ଭଲ ହୋଇ ଘରକୁ ଫେରି ସଂଗରୋଧରେ ଅଛନ୍ତି । ସଂକ୍ରମଣ ରୋକିବାକୁ ଆକ୍ରାନ୍ତଙ୍କ ଅଞ୍ଚଳକୁ ପ୍ରଶାସନ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛି ।

 

କରୋନା ଲକଡାଇନ: ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀ ନିତିଶଙ୍କୁ କାହିଁକି ଲଗାଉଛନ୍ତି ଫୋନ

ନୂଆଦିଲ୍ଲୀ: ତାଲା ପକାଇବା ପରେ ଦେଶର ଅନେକ ରାଜ୍ୟରୁ ପ୍ରବାସୀ ଶ୍ରମିକମାନେ ନିଜ ଘରକୁ ଫେରିଛନ୍ତି। ଏହି ଶ୍ରମିକମାନେ ପଞ୍ଜାବ, ମହାରାଷ୍ଟ୍ର, ଗୁଜୁରାଟ, ଦିଲ୍ଲୀ ସମେତ ସମସ୍ତ ରାଜ୍ୟରେ ରୋଜଗାର କରୁଥିଲେ। ଏହି ଶ୍ରମିକମାନଙ୍କ ପ୍ରତ୍ୟାବର୍ତ୍ତନ ଯୋଗୁଁ ରାଜ୍ୟମାନେ ବହୁତ ଚିନ୍ତିତ ଅଛନ୍ତି। ଚାଷ, ନିର୍ମାଣ କାର୍ଯ୍ୟ ଏବଂ ଅନ୍ୟାନ୍ୟ ଜିନିଷ ପାଇଁ ଅନେକ ରାଜ୍ୟ ଏହି ପ୍ରବାସୀ ଶ୍ରମିକମାନଙ୍କ ଉପରେ ଅଧିକ ନିର୍ଭର କରୁଥିଲା ଏବଂ ବର୍ତ୍ତମାନ ଏମାନେ ଫେରିବା ପରେ ଲୋକଙ୍କ ସାମ୍ନାରେ ଗୁରୁତର ସମସ୍ୟା ଉପୁଜିଛି | ଏହି ରାଜ୍ୟଗୁଡିକର ମୁଖ୍ୟମନ୍ତ୍ରୀମାନେ ବର୍ତ୍ତମାନ ବିହାର, ଉତ୍ତରପ୍ରଦେଶ, ଝାଡଖଣ୍ଡ ଏବଂ ଓଡିଶା ଭଳି ଅନ୍ୟ ରାଜ୍ୟରେ ନିଜ ଘରକୁ ଫେରି ଆସିଥିବା ପ୍ରବାସୀ ଶ୍ରମିକମାନଙ୍କୁ ଫେରାଇ ଆଣିବାକୁ ଚେଷ୍ଟା କରୁଛନ୍ତି।

ପଞ୍ଜାବ ସିଏମ୍ ଙ୍କ କଲ୍-

ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ବିହାରର ଶ୍ରମିକମାନଙ୍କୁ ନିଜ ରାଜ୍ୟକୁ ପଠାଇବାକୁ ଅନୁରୋଧ କରିଛନ୍ତି। ସେ କହିଛନ୍ତି ଯେ ପଞ୍ଜାବରେ ଥିବା ପ୍ରବାସୀ ଶ୍ରମିକମାନେ ଏଠି ରହିବା ଉଚିତ ଏବଂ ରାଜ୍ୟ ସରକାର ସେମାନଙ୍କ ଯତ୍ନ ନେବେ। ଯେଉଁମାନେ ନିଜ ନିଜ ଗାଁକୁ ଫେରି ଯାଇଛନ୍ତି ସେମାନେ ଲକଡାଉନ୍ ସମାପ୍ତ ହେବା ପରେ କାର୍ଯ୍ୟକୁ ଫେରିବାକୁ ସେ କହିଛନ୍ତି ।

ବାଦଲ ସ୍ୱୀକାର କଲେ, ଶ୍ରମିକଙ୍କ ଉପରେ ନିର୍ଭରଶୀଳ ଚାଷ କାର୍ଯ୍ୟ-

ପଞ୍ଜାବ ଅର୍ଥମନ୍ତ୍ରୀ ମନପ୍ରୀତ ବାଦଲ ଇଟି (ଇକୋନୋମିକ୍ ଟାଇମ୍ସ) କୁ କହିଛନ୍ତି ଯେ ବର୍ତ୍ତମାନର ଗହମ ଫସଲରେ ଆମର କୌଣସି ଅସୁବିଧା ନାହିଁ, କିନ୍ତୁ ଚିନ୍ତା ବଢ଼ାଉଛି ଆଗାମୀ ଧାନ ଫସଲ, ଯାହା ସମ୍ପୁର୍ଣ୍ଣ ଭାବରେ ପ୍ରବାସୀ ଶ୍ରମିକଙ୍କ ଉପରେ ନିର୍ଭରଶୀଳ। ଯେଉଁମାନେ ପଞ୍ଜାବରେ ଅଛନ୍ତି, ସେମାନଙ୍କୁ କୌଣସି ଅସୁବିଧା କିମ୍ବା ଭୋକର ସମ୍ମୁଖୀନ ହେବାକୁ ପଡିବ ନାହିଁ କାରଣ ଖାଇବାକୁ ଦେବା ଆମ ସଂସ୍କୃତିର ଏକ ଅଂଶ ବୋଲି ସେ କହିଛନ୍ତି। ବାଦଲ ସ୍ୱୀକାର କରିଛନ୍ତି ଯେ ପଞ୍ଜାବର କୃଷି ଏବଂ ଶିଳ୍ପ ପ୍ରବାସୀ ଶ୍ରମିକଙ୍କ ଉପରେ ଅଧିକ ନିର୍ଭରଶୀଳ।

ତେଲେଙ୍ଗାନା ମଧ୍ୟ ଚିନ୍ତାରେ-

କେବଳ ପଞ୍ଜାବ ନୁହେଁ, ତେଲେଙ୍ଗାନା ମଧ୍ୟ ଏଥିରେ ଅସୁବିଧାର ସମ୍ମୁଖୀନ କରୁଛି। ତେଲେଙ୍ଗାନାର ମୁଖ୍ୟ ସଚିବ ସୋମଶ କୁମାର ନିକଟରେ ବିହାର ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦୀଙ୍କ ସହ କଥା ହୋଇ ଶ୍ରମିକମାନଙ୍କୁ ରାଜ୍ୟର ଚାଉଳ କାରଖାନାରେ କାମ କରିବାକୁ ଫେରସ୍ତ କରିବାକୁ ଅନୁରୋଧ କରିଛନ୍ତି। ଏପରିକି ସେମାନଙ୍କୁ ବସ୍ ଯୋଗେ ତେଲେଙ୍ଗାନା ଆଣିବାକୁ ପ୍ରସ୍ତାବ ଦେଇଥିଲେ ଏବଂ ସବୁ ଜିନିଷର ଯତ୍ନ ନିଆଯିବ ବୋଲି ପ୍ରତିଶୃତି ଦେଇଥିଲେ।

 

ସିଏମ୍ ରାଓ କହିଛନ୍ତି – ଆପଣ ଆନୁମତି ଦେଲେ ଆମେ ବସ ଯୋଗେ ଶ୍ରମିକଙ୍କୁ ଫେରାଇ ଆଣିବୁ –

ଏହାପୂର୍ବରୁ ମାର୍ଚ୍ଚରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଗଣମାଧ୍ୟମକୁ କହିଛନ୍ତି ଯେ ରାଜ୍ୟ ମୁଖ୍ୟ ଶାସନ ସଚିବ ବିହାରର ମୁଖ୍ୟ ସଚିବଙ୍କ ସହ କଥା ହେବେ ଏବଂ ଶ୍ରମିକମାନଙ୍କୁ ପଠାଇବାକୁ ଅନୁରୋଧ କରିବେ। ରାଓଙ୍କ ଅନୁଯାୟୀ, ତେଲେଙ୍ଗାନାର ଚାଉଳ ମିଲରେ ୯୫% ଶ୍ରମିକ ବିହାରର। ଏହି ଶ୍ରମିକମାନଙ୍କ ଅନୁପସ୍ଥିତି ତେଲେଙ୍ଗାନା ପାଇଁ କଷ୍ଟସାଧ୍ୟ ହେବ, ଯାହା ଏଥର କୃଷକମାନଙ୍କଠାରୁ ରେକର୍ଡ ଧାନ କିଣିବାକୁ ଲକ୍ଷ୍ୟ ରଖିଛି।

ଶିଳ୍ପପତିମାନେ କରୁଛନ୍ତି ଫୋନ-

ମୋଦୀ ଇଟିଙ୍କୁ କହିଛନ୍ତି ଯେ ମୁଁ ରାଜସ୍ଥାନର ଶିଳ୍ପପତିଙ୍କଠାରୁ ମଧ୍ୟ କଲ ପାଇଛି, ଯେଉଁମାନେ ରାଜ୍ୟରେ ଫସି ରହିଥିବା ବିହାରୀ ଶ୍ରମିକମାନଙ୍କୁ ସାହାଯ୍ୟ କରିବାକୁ ଚେଷ୍ଟା କରୁଛନ୍ତି। ସେ ଚିନ୍ତା ପ୍ରକଟ କରିଛନ୍ତି ଯେ ଥରେ ଏହି ଶ୍ରମିକମାନେ ଲକଡାଉନ ପରେ ବିହାରକୁ ଗଲାପରେ, ସେମାନେ ଅତି କମରେ ୬ ମାସ ପର୍ଯ୍ୟନ୍ତ ଶିଳ୍ପ ଆରମ୍ଭ କରିପାରିବେ ନାହିଁ।

ଯଦି ଶରୀରରେ ପରିଲକ୍ଷିତ ହେଉଛି ଏମିତି ଲକ୍ଷଣ,ତେବେ ଜାଣନ୍ତୁ ଆପଣ ଆବଶ୍ୟକ କରନ୍ତି ଶୀଘ୍ର ସାହାଯ୍ୟ

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କରୋନା ଭାଇରସ୍ ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ବୈଜ୍ଞାନିକମାନେ କହିଛନ୍ତି ଯେ ଭାଇରସର ସଂକ୍ରମଣ ଭାଙ୍ଗିବା ରୋକିବା ପାଇଁ ଅଧିକରୁ ଅଧିକ ପରୀକ୍ଷା ଆବଶ୍ୟକ । ଏହା ସମ୍ଭବ ସେତେବେଳେ ହେବ ଯେତେବେଳେ ଏହି ରୋଗର ଲକ୍ଷଣ ଶୀଘ୍ର ଦେଖାଯିବ କିନ୍ତୁ ଏହାର ଲକ୍ଷଣ ବିଳମ୍ବରେ ଦେଖାଦେଉଛି । ଏହାର ଲକ୍ଷଣ, ସାଧାରଣ ଥଣ୍ଡା ଏବଂ କରୋନା ଥଣ୍ଡା ସହିତ ଏତେ ସମାନ ଯେ ସେମାନଙ୍କୁ ଚିହ୍ନିବା କଷ୍ଟକର ହୋଇପଡ଼ୁଛି । ଆସନ୍ତୁ ଜାଣିବା କରୋନା ସମୟରେ ଶରୀରରେ କେଉଁ ପ୍ରମ୍ମୁଖ ଲକ୍ଷଣ ସବୁ ଦେଖାଯାଇଥାଏ । କେଉଁ ସବୁ ଲକ୍ଷଣ ଦେଖାଗଲେ ଆପଣ ଡାକ୍ତରଙ୍କ ସାହାଯ୍ୟ ନେବା ଆବଶ୍ୟ ହୋଇପଡ଼େ ।

  • ଆମେରିକୀୟ ଅନୁସନ୍ଧାନକାରୀ ଏବଂ WHO ଦ୍ୱାରା ପ୍ରକାଶିତ ଏକ ରିପୋର୍ଟରେ ଦର୍ଶାଯାଇଛି ଯେ, କରୋନା ଭାଇରସ୍ ସଂକ୍ରମିତ ହେବା ପରେ ଜଣେ ବ୍ୟକ୍ତିଙ୍କ ଠାରେ ଶୁଖିଲା କାଶ ହେବା ଆରମ୍ଭ ହୋଇଥାଏ । ଯଦି ଆପଣଙ୍କର ଏପରି ସମସ୍ୟା ଅଛି ତେବେ ଆପଣ ନିଶ୍ଚିତ ଭାବରେ ଡାକ୍ତରଙ୍କ ନିକଟକୁ ଯିବା ଉଚିତ୍ ।

  • ରୋଗୀମାନଙ୍କଠାରେ ଅତ୍ୟନ୍ତ ଥଣ୍ଡାରେ ନାକ ବନ୍ଦ ହୋଇଯିବା କିମ୍ବା ନାକରୁ ଅନବରତ ପାଣି ଆସିବା ଲକ୍ଷଣ ମଧ୍ୟ ଦେଖାଯାଏ । ତଥାପି, ନାକ ଅନବରତ ପାଣି ବାହାରିବା ସମସ୍ୟା କରୋନା ଭାଇରସର ଲକ୍ଷଣ ନୁହେଁ । ନାକରୁ ପାଣି ବାହାରିବା ସାଧାରଣ ଆଲର୍ଜି କିମ୍ବା ଥଣ୍ଡା ହେତୁ ଆରମ୍ଭ ହୁଇଥାଏ । WHO ରିପୋର୍ଟ ଅନୁଯାୟୀ, କୋଭିଡ -19 ରୋଗୀଙ୍କ ମଧ୍ୟରୁ ପାଞ୍ଚ ପ୍ରତିଶତରୁ କମ୍ ରୋଗୀ ଏହି ଲକ୍ଷଣଗୁଡିକ ଅନୁଭବ କରନ୍ତି।
  • ରୋଗୀକୁ ଉଚ୍ଚ ଜ୍ୱର ହେବା ଆରମ୍ଭ ହୁଏ ଏବଂ ଶରୀରର ତାପମାତ୍ରା ବହୁତ ବଢିଯାଏ । ଏପର୍ଯ୍ୟନ୍ତ ଅନେକ ସ୍ୱାସ୍ଥ୍ୟ ବିଶେଷଜ୍ଞ କରୋନା ଭାଇରସରେ ଶରୀରରେ ତାପମାତ୍ରା ବଢିବା ନେଇ ଦାବି କରିଛନ୍ତି।

  • କରୋନା ଭାଇରସର ମାମଲା ଆସିବା ପରେ ପ୍ରଥମ ୫ ଦିନରେ ବ୍ୟକ୍ତି ଜଣଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହୋଇଥାଏ । ଏକ ରିପୋର୍ଟରେ କୁହାଯାଇଛି ଯେ ଫୁସଫୁସରେ କଫ ପଡ଼ିବା ହେତୁ ଶ୍ୱାସକ୍ରିୟାରେ ସମସ୍ୟା ଦେଖାଦେଇଥାଏ।
  • ମାଂସପେଶୀ ଯନ୍ତ୍ରଣା କିମ୍ବା ଥଣ୍ଡା କରୋନା ଭାଇରସର ଲକ୍ଷଣ ହୋଇପାରେ । WHO ରିପୋର୍ଟ ଅନୁଯାୟୀ, ୧୧ ପ୍ରତିଶତ ଲୋକ ଏହି ଥଣ୍ଡା ଭଳି ଲକ୍ଷଣ ଅନୁଭବ କରିଛନ୍ତି ଏବଂ ୧୪ ପ୍ରତିଶତ ଲୋକଙ୍କର ମାଂସପେଶୀ ଯନ୍ତ୍ରଣା ହୋଇଥାଏ ।

  • ଲୈଂସେଟ୍ ଜର୍ଣ୍ଣାଲରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଚାଇନାରେ କରୋନା ଭାଇରସ୍ ସଂକ୍ରମିତ ଲୋକଙ୍କ ମଧ୍ୟରୁ ମାତ୍ର ୩ ପ୍ରତିଶତ ଲୋକଙ୍କର ଡାଏରିଆର ଅଭିଯୋଗ ଥିଲା । ଏଥି ସହିତ WHO ରିପୋର୍ଟ ଅନୁଯାୟୀ ଚାଇନାରେ କରୋନା ଭାଇରସ୍ ସଂକ୍ରମିତ ରୋଗୀଙ୍କ ମଧ୍ୟରୁ ୫ ପ୍ରତିଶତ ଲୋକଙ୍କୁ ବାନ୍ତି ଲାଗୁଥିଲା।

  • ଆମେରିକାର ୱାଶିଂଟନ୍ ନର୍ସିଂ ହୋମର ବର୍ତ୍ତମାନର ରିପୋର୍ଟ ଅନୁଯାୟୀ, ପ୍ରାୟ ଏକ ତୃତୀୟାଂଶ ଲୋକଙ୍କର କରୋନା ଭାଇରସ୍ ପରୀକ୍ଷା ସକରାତ୍ମକ ଥିଲା, କିନ୍ତୁ ଅର୍ଦ୍ଧେକ ଲୋକଙ୍କର କୌଣସି ଲକ୍ଷଣ ନଥିଲା। ଯେତେବେଳେ କି କେତେକ ରୋଗୀଙ୍କର ବ୍ୟସ୍ତତା ଏବଂ ଉଠିବା-ବସିବାରେ ଅସୁବିଧା ଭଳି ଅସ୍ୱାଭାବିକ ଲକ୍ଷଣ ଥିଲା ।
  • କରୋନା ଭାଇରସରେ କିଛି ରୋଗୀଙ୍କ ମଧ୍ୟରେ ଛିଙ୍କିବା ଏବଂ ଗଳା ଯନ୍ତ୍ରଣା ଭଳି ସମସ୍ୟା ଦେଖାଦେଇଛି । ତଥାପି, ଛିଙ୍କିବା ଅର୍ଥ ନୁହେଁ ଯେ ଆପଣ ନିଜେ କରୋନାରେ ପୀଡିତ ଅଛନ୍ତି । ଆଲର୍ଜି କିମ୍ବା ଥଣ୍ଡା ହେତୁ ଛିଙ୍କିବା ଏବଂ ଗଳା ଯନ୍ତ୍ରଣା ମଧ୍ୟ ହୋଇଥାଏ ।

କେମିତି ହେବେ ସତର୍କ ?

ଯଦି ଆପଣ ଏହିପରି କିଛି ଅନୁଭବ କରୁଛନ୍ତି, ତେବେ ବର୍ତ୍ତମାନଠାରୁ ନିଜକୁ ଆଇସୋଲେସନରେ ରଖନ୍ତୁ । ବିଶ୍ରାମ କରନ୍ତୁ ଏବଂ ପ୍ରଚୁର ତରଳ ପଦାର୍ଥ ଭଳି ଖାଦ୍ୟ ଖାନ୍ତୁ। ଏବଂ ଏହି ଲକ୍ଷଣ ବିଷୟରେ ଡାକ୍ତରଙ୍କ ସହିତ ଯୋଗାଯୋଗ କରନ୍ତୁ ।

ସାରା ଦେଶରେ ୯୯୧ ଜଣ ନୂଆ ରୋଗୀ ଚିହ୍ନଟ: ୧୪ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ମୋଟ ୯୯୧ଟି କରୋନା ମାମଲା ସାମ୍ନାକୁ ଆସିଛି । ଅପରପକ୍ଷରେ ୪୭ ଜିଲ୍ଲାରେ ଗତ ୨୮ ଦିନ ମଧ୍ୟରେ କୌଣସି କରୋନା ପଜିଟିଭ ଚିହ୍ନଟ ହୋଇନାହାନ୍ତି । ତେବେ ଏଯାବତ୍ ଦେଶରେ ମୋଟ ୧୪ ହଜାର ଲୋକ କରୋନାରେ ଆକ୍ରାନ୍ତ ହେଲେଣି । ତେବେ କରୋନା ଯୋଗୁଁ ୭୫ ବର୍ଷରୁ ଅଧିକ ବୟସ୍କ ଲୋକଙ୍କ ମୃତ୍ୟୁ ଘଟିଛି । ଯାହା ମୋଟ ମୃତ୍ୟୁ ସଂଖ୍ୟାର ୪୨..୨ % । ମହାରାଷ୍ଟ୍ରରେ ଲକ୍‌ଡାଉନ୍‌ ଉଲ୍ଲଂଘନ ମାମଲାରେ ୧୦ ହଜାର ୭୨୯ ଜଣ ଗିରଫ ହେଲେଣି । ଆଇପିସିର ଧାରା ୧୮୮ ଅନୁଯାୟୀ ୩୩ ହଜାର ୯୮୪ଟି ଗାଡ଼ି ଜବତ ହୋଇଛି । ଏବଂ ୫୨ହଜାର ୬୨୬ ମାମଲା ରୁଜୁ ହୋଇଛି । ୮ ପୋଲିସ ଅଧିକାରୀ ଏବଂ ୨୯ ଅନ୍ୟ ପୋଲିସ କର୍ମଚାରୀ ରାଜ୍ୟରେ କରୋନା ଦ୍ୱାରା ସଂକ୍ରମିତ ହୋଇଥିଲେ  ।

ତେବେ ୨୩ ରାଜ୍ୟର ୪୭ ଜିଲ୍ଲାରେ ଗତ ୨୮ ଦିନ ମଧ୍ୟରେ ଗୋଟିଏ ବି ପଜିଟିଭ ରୋଗୀ ଚିହ୍ନଟ ହୋଇନାହାନ୍ତି । ଏ ନେଇ ସ୍ୱାସ୍ଥ୍ୟମନ୍ତ୍ରାଳୟ ଯୁଗ୍ମ ସଚିବ ଲବ ଅଗ୍ରଓ୍ୱାଲ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ବୁକିଂ ଆରମ୍ଭ କଲା ଏୟାର୍ ଇଣ୍ଡିଆ, ଜାଣନ୍ତୁ କେବେଠୁ ଉଡ଼ିବ ବିମାନ

ନୂଆଦିଲ୍ଲୀ: କରୋନା ପାଇଁ ଦେଶରେ ମେ ୩ ତାରିଖ ଯାଏ ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ ଲାଗୁ ହୋଇଛି । ଅତ୍ୟାବଶ୍ୟକୀୟ ସେବାକୁ ବାଦ୍ ଦେଲେ ସବୁକିଛି ବନ୍ଦ ରହିଛି । ଆକାଶରେ ବିମାନ ଉଡ଼ୁନଥିବା ବେଳେ ଟ୍ରାକରେ ଗଡ଼ୁନି ଟ୍ରେନ୍ । ଅତ୍ୟାବଶ୍ୟକୀୟ ପରିବହନ ପାଇଁ କାର୍ଗୋ ବିମାନ ସହ ମାଲବାହୀ ଟ୍ରେନକୁ ବ୍ୟବହାର କରାଯାଉଛି । ଆକାଶ, ଜଳ, ସଡ଼କ ପଥରେ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିଛି ଯାତ୍ରୀ ପରିବହନ ବ୍ୟବସ୍ଥା । ମାର୍ଚ୍ଚ ୨୫ରୁ ଦେଶବ୍ୟାପୀ ଏ ସ୍ଥିତି ଲାଗି ରହିଛି ।

ମେ ୩ ଯାଏଁ ଉଡିପାରିବେନି ବିମାନ, ଗଡ଼ିପାରିବନି ବସ୍ କି ଟ୍ରେନ୍

ଏହାରି ଭିତରେ ଆଜିଠୁ ଏୟାର ଇଣ୍ଡିଆ ଆରମ୍ଭ କରିଛି ଟିକେଟ୍ ବୁକିଂ । କମ୍ପାନୀ ୱେବସାଇଟରେ ଏନେଇ ସୂଚନା ଦିଆଯାଇଛି । କମ୍ପାନୀ ଘରୋଇ ଓ ଅନ୍ତର୍ଜାକିତ ଉଡ଼ାଣ ପାଇଁ ଟିକେଟ୍ ବୁକିଂ ଆରମ୍ଭ କରିଛି । ମେ ୪ ତାରଖରୁ ଘରୋଇ ଉଡ଼ାଣ ପାଇଁ ଟିକେଟ୍ ବୁକିଂ କରାଯାଉଥିବା ବେଳେ ଜୁନ୍ ୧ଠାରୁ ଅନ୍ତର୍ଜାତୀୟ ଉଡ଼ାଣ ପାଇଁ ଟିକେଟ୍ ବୁକିଂ କରି ହେଉଛି ।

ପୂର୍ବରୁ ପ୍ରଥମ ପର୍ଯ୍ୟାୟ ଲକଡାଉନ୍ ଏପ୍ରିଲ୍ ୧୪ରେ ସରିବାର ଥିଲା । ଏହାକୁ ଦେଖି ଏପ୍ରିଲ ୧୫ ପରଠାରୁ ଉଡ଼ାଣ ପାଇଁ ବିଭିନ୍ନ ଏୟାରଲାଇନ୍ସ ଟିକେଟ୍ ବିକ୍ରି କରିଥିଲେ । ସରକାର ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ୍ ଲାଗୁ କରିବା ସହ ପୁଣି ଥରେ ଉଡ଼ାଣ ଉପରେ କଟକଣା ଜାରି କରିଛନ୍ତି । ଫଳରେ ମେ ୩ ଯାଏଁ ସମସ୍ତ ବୁକିଂ ବାତିଲ୍ କରି ଦିଆଯାଇଥିଲା । ଏହାସହ ଯାତ୍ରୀଙ୍କୁ ସେମାନଙ୍କ ସୁବିଧା ଅନୁସାରେ ଯାତ୍ରା ପୁନଃ ନିର୍ଦ୍ଧାରଣ ସୁଯୋଗ ଦିଆଯାଇଛି ।

ଭାରତର କିଛି ମନ୍ଦିରରେ ରାମ ନୁହନ୍ତି ରାବଣ ପୂଜା ପାଆନ୍ତି,ମୁହଁ ଘୋଡାଇ ଦର୍ଶନ କରନ୍ତି ମହିଳା !

ଦେଶରେ ଲକଡାଇନ ଚାଲିଥିବା ବେଳେ ଦୀର୍ଘ ୩୩ ବର୍ଷ ପରେ ଲୋକେ ପୁଣି ଥରେ ରାମାନନ୍ଦଙ୍କ ରାମାଣ ଦେଖି ପୁରୁଣା ସ୍ମୃତିକୁ ତାଜା କରୁଛନ୍ତି । ଏହା ସହିତ ରାମାୟଣରେ ପ୍ରତିଟି ଚରିତ୍ର ପଛରେ ଥିବା ଘଟଣାବଳୀକୁ ମଧ୍ୟ ମନେ ପକାଉଛନ୍ତି । ରାବଣ ଯାହାଙ୍କୁ ଅନ୍ୟାୟ ଓ ଅଧର୍ମର ରାଜା ବୋଲି କୁହାଯାଏ ତାଙ୍କୁ ଶ୍ରୀଲଙ୍କାରେ ପୂଜା କରାଯାଏ  କାରଣ ସେ ଲଙ୍କାର ରାଜା ଥିଲେ ।

ଶ୍ରୀଲଙ୍କାର କୋନସବରମ ମନ୍ଦିର ଦୁନିଆର ସବୁଠୁ ପ୍ରସିଦ୍ଧ ରାବଣ ମନ୍ଦିର ଅଟେ ।  ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ଭାରତର ଅନେକ ସ୍ଥାନରେ ରାବଣଙ୍କୁ ପୂଜା କରାଯାଏ ଏପରକିକି ଅନେକ ଶିବ ମନ୍ଦିରରେ ରାବଣ ସ୍ଥାନ ମଧ୍ୟ ପାଇଛନ୍ତି ।

୧. ବିଷରଖ ସ୍ଥିତ ରାବଣର ମନ୍ଦିର-

ଦିଲ୍ଲୀ- ଏନସିଆର ଅନ୍ତର୍ଗତ ଆସୁଥିବା ଗ୍ରେଟର ନୋଏଡା କ୍ଷେତ୍ରରେ ବିସରଖ ନାମକ ଏକ ଗାଁ ଅଛି । ଏହି ଗାଁରେ ଏପରି ଏକ ମନ୍ଦିର ଅଛି ଯେଉଁଛି ୪୨ ଫୁଟ ଉଚ୍ଚତା ଶିବଲିଙ୍ଗ ଏବଂ ୫.୫ ଫୁଟର ରାବଣର ପ୍ରତିମୂର୍ତ୍ତୀର ଦର୍ଶନ ମିଳିବ । ଏହାରେ ରାବଣ ମହାବ୍ରହ୍ମ ନାରେ ନାମିତ ଏବଂ ଦଶହରାରେ ମହାବ୍ରହ୍ମଙ୍କ ପାଇଁ ଶୋକ ପାଳନ କରାଯାଏ । ଏଠିକାର ଲୋକମାନେ ରାମଲୀଲା ବା ରାବଣ ଦହନ ପାଳନ କରନ୍ତି ନାହିଁ ।  ସୂଚନା ଅନୁଯାୟୀ ଏହି ଗାଁରେ ୮୮୨ ଟି ଘର ରହିଛି ଏବଂ ଏହା ଉତ୍ତରପ୍ରଦେଶର ଗୌତନବୁଦ୍ଧ ନଗରରେ ଅବସ୍ଥିତ ।

୨. ଦଶାନନ ରାବଣ ମନ୍ଦିର, କାନପୁର

ଏଠାରେ ରାବଣଙ୍କୁ ପୂଜା କରାଯାଏ । ଏହି ମନ୍ଦିର ଏକ ବିଶାଳ ଶିବ ମନ୍ଦିର ସହ ଯଡ଼ିତ ରହିଛି । ଏହାକୁ କେବଳ ବର୍ଷରେ ଥରୁଟିଏ ଦଶହରା ଦିନ ଖୋଲାଯାଇଥାଏ । ରାବଣ ମହା ଜ୍ଞାନୀ ଥିଲେ । ଶ୍ରା ରାମ ମଧ୍ୟ ରାବଣଙ୍କୁ ମହାରଜ୍ଞାନୀ ବୋଲି କହିଥିଲେ । ରାବଣଙ୍କୁ ହିନ୍ଦୁଧର୍ମର ସବୁ ଗ୍ରନ୍ଥର ଜ୍ଞାନ ଥିଲା । ଶ୍ରଦ୍ଦାଳୁ ଏଠାକୁ ମହାଜ୍ଞାନୀ ରାବଣଙ୍କ ଆଶିର୍ବାଦ ପାଇଁ ଆସନ୍ତି ।

୩. ରାବଣ ମନ୍ଦିର, ଯୋଧପୁର, ରାଜସ୍ଥାନ

ଯୋଧପୁରରେ ରହୁଥିବା ମୁଦଗଲ ବ୍ରହ୍ମଣଙ୍କୁ ରାବଣଙ୍କ ବଂଶଜ କୁହାଯାଏ ଏବଂ ସେମାନେ ନି ରାଜାଙ୍କ ପାଇଁ ଏକ ଭବ୍ୟ ମନ୍ଦିର ମଧ୍ୟ ନିର୍ମାଣ କରିଛନ୍ତି । ଯୋଧପୁରକୁ ରାବଣଙ୍କ ସ୍ତ୍ରୀ ମନ୍ଦୋଦରୀଙ୍କ ଜନ୍ମସ୍ଥାନ ବୋଲି ମାନ୍ୟତା ରହିଛି । କୁହାଯାଏ ଯେ ମନ୍ଦୋଦରୀଙ୍କ ଘର ରାଜସ୍ଥାନର ପୂର୍ବତନ ରାଜଧାନୀ ମଣ୍ଡୋର ଥିଲା ।

୪. ରାବଣଗ୍ରାମ ରାବଣ ମନ୍ଦିର, ମଧ୍ୟପ୍ରଦେଶ

ରାବଣଗ୍ରାମର ଲୋକ ରାବଣଙ୍କୁ ପୂଜା କରନ୍ତି । ଏଠାରେ ରାବଣର ଏକ ପ୍ରାଚୀନ ମୂର୍ତ୍ତୀ ରହିଛି ଯାହାର ଉଚ୍ଚତା ୧୦ ଫୁଟ । ଏହି ମୂର୍ତ୍ତୀ ଶୋଇଥିବା ଅବସ୍ଥାରେ ରହିଛି । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟା ଏହି ମୂର୍ତ୍ତୀକୁ ଠିଆ କରାଇବା ଅତି ଅଶୁଭ ମନେକରାଯାଏ । ଜଣେ ଏହି ମୂର୍ତ୍ତୀକୁ ଉଠାଇବାକୁ ଚେଷ୍ଟା କରିଥିଲେ, ପରେ ଗ୍ରାମରେ ଅନେକ ଅପ୍ରିୟ ଘଟଣା ଘଟିଥିଲା । ଦଶହରାରେ ସମଗ୍ର ଦେଶରେ ରାମଙ୍କୁ ପ୍ରାର୍ଥନା କରାଯାଉଥିବାବେଳେ ରାବଣଗ୍ରାମରେ ରାବଣ ବାବା ନମଃର ମନ୍ତ୍ର ଜପ କରାଯାଏ ।

୫. ରାବଣ ରୁଣ୍ଡି, ମଧ୍ୟପ୍ରଦେଶ

ଏମପିର ମନ୍ଦସୋର ଜିଲ୍ଲାର ଭଦଖେଡେରେ ମଧ୍ୟ ରାବଣଙ୍କୁ ପୂଜା କରାଯାଏ । ମନ୍ଦସୋର ସହରରେ ନାମଦେବୀ ବୈଷ୍ଣବ ସମାଜ ସମ୍ବନ୍ଧିତ ଲୋକମାନେ ରାବଣଙ୍କୁ ପୂଜା କରନ୍ତି ।  ଏହି ମନ୍ଦିରକୁ ଦର୍ଶନ ପାଇଁ ଆସୁଥିବା ସ୍ଥାନୀୟ ମହିଳା ମୁହଁ ଘୋଡାଇ ମନ୍ଦିର ମଧ୍ୟକୁ ପ୍ରବେଶ କରିଥାନ୍ତି । ମନ୍ଦିର ଭିତରେ ଦର୍ଶନ କାଳରେ ମଧ୍ୟ ସେମାନେ ପରଦା କରିଥାନ୍ତି । ଏହାପଛରେ ଗୋଟିଏ ରୋଚକ କାରଣ ରହିଛି । କାରଣ ହେଲା ମନ୍ଦସୋରକୁ ରାବଣଙ୍କ ପତ୍ନୀ ମନ୍ଦୋଦରୀଙ୍କ ବାପଘର ବୋଲି ଗ୍ରହଣ କରାଯାଏ । ଏହି ହିସାବରେ ରାବଣ ସ୍ଥାନୀୟ ମହିଳାଙ୍କ ଜୁଆଇଁ । ତେଣୁ ଜୁଆଁଇଙ୍କ ମନ୍ଦିରକୁ ଗଲାବେଳେ ଶାଶୁ ହିସାବରେ ସ୍ଥାନୀୟ ମହିଳା ମୁହଁରେ ଓଢଣା ଦେଇଥାନ୍ତି ।

କରୋନା ପୀଡ଼ିତଙ୍କ ମୃତ୍ୟୁ ପରେ କେମିତି କରିବେ ଅନ୍ତ୍ୟେଷ୍ଟି ?

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣ ରୋକିବାକୁ ଲାଗୁ ହୋଇଛି ଲକଡାଉନ୍ । ଏପରିକି କରୋନା ସଂକ୍ରମିତଙ୍କ ମୃତ୍ୟୁ ହେଲେ ଅନ୍ତିମ ସଂସ୍କାର ପାଇଁ ସରକାର ଗାଇଡଲାଇନ୍ ଜାରି କରିଛନ୍ତି । ପ୍ରଶ୍ନ ଉଠୁଛି, ମୃତ୍ୟୁ ପରେ ଶରୀରରେ କେତେ ସମୟ ଭାଇରସ୍ ବଞ୍ଚି ରୁହେ ?

ବ୍ୟାପୁଥିବା କରୋନା ଭାଇରସକୁ ନେଇ ଚିନ୍ତାରେ ଦୁନିଆ । କରୋନା ପାଇଁ ଭ୍ୟାକ୍ସିନ୍ ବାହାରି ନଥିବାରୁ ସତର୍କ ରହିବା ଏକମାତ୍ର ଉପାୟ । କରୋନା ସଂକ୍ରମିତଙ୍କୁ ବଞ୍ଚାଇ ରଖିବା ପାଇଁ ବହୁ ଉପାୟ ଗ୍ରହଣ କରାଯାଉଛି । କିନ୍ତୁ, କୌଣସି ଆକ୍ରାନ୍ତଙ୍କ ମୃତ୍ୟୁ ପରେ ମରିଯାଉଛି କି କରୋନା ଭାଇରସ୍ ? ଯଦି ଭାଇରସ୍ ମନ୍ୟୁଷର ମୃତ୍ୟୁ ପରେ ମରୁନି ତେବେ କେତେ ସମୟ ଯାଏଁ ଶରୀରେ ବଞ୍ଚି ରହୁଛି ?

ମୃତ ଶରୀରରେ ୩ରୁ ୪ ଦିନ ବଞ୍ଚେ ଭୂତାଣୁ

ଭାଇରସ୍ ଆକ୍ରମଣରେ କୌଣସି ବ୍ୟକ୍ତିର ମୃତ୍ୟୁ ହେଲେ ବି ତା ଶରୀରରେ ଭୂତାଣୁ ବଞ୍ଚି ରୁହେ । ଯେ ପର୍ଯ୍ୟନ୍ତ ମଣିଷର ଶରୀର ମଧ୍ୟରେ ତରଳ ଏବଂ ଲାଳ ଭଳି ପଦାର୍ଥ ସକ୍ରିୟ ଥିବା ଯାଏଁ ଭୂତାଣୁ ବଞ୍ଚିଥାଏ । ଯଦି ଆକ୍ରାନ୍ତଙ୍କୁ ମୃତ୍ୟୁ ପରେ ପୋତି ଦିଆଯାଏ । ତଥାପି ମୃତ ଶରୀରରେ ତରଳ ପଦାର୍ଥ ସରିବାକୁ ପ୍ରାୟ ୩ରୁ ୪ ଦିନ ଲାଗେ । ଫଳରେ ଭାଇରସ୍ ମୃତ ଶରୀରରେ ୩ରୁ ୪ ଦିନ ଯାଏଁ ବଞ୍ଚି ରହିଥାଏ । ସେହି ସମୟ ମଧ୍ୟରେ ଯଦି କେହି ପୋତା ଯାଇଥିବା ମୃତ ଶରୀରକୁ ବାହାର କରି ମୁହଁ, ଆଖି, ନାକ ଓ ରକ୍ତ ସଂସ୍ପର୍ଶରେ ଆସେ ତେବେ ସେ ସଂକ୍ରମିତ ହେବା ଥୟ ।

ଜାଳିବା ନା ପୋତିବା କେଉଁଠି ଠିକ୍ ?

ବିଜ୍ଞାନ ଅନୁଯାୟୀ ମରଶରୀରକୁ ପୋତିବା ଓ ପୋଡ଼ିବା ୨ଟି ଯାକ ଠିକ୍ । ଏପରିକି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ଇବାଲୋ ସଂକ୍ରମଣ ସମୟରେ ଆଡଭାଇଜରି ଜାରି କରି ମୃତ ବ୍ୟକ୍ତିଙ୍କୁ ପୋତିପାରିବେ ବୋଲି କହିଛିନ୍ତି । କିନ୍ତୁ ଏଥିପାଇଁ କେତେକ ଉପାୟ ଅବଲମ୍ବନ କରିବାକୁ ପଡ଼ିବ । ମାନେ ପୋତିବା ବେଳେ ଭାଇରସ୍ ସଂକ୍ରମଣର ଆଶଙ୍କା ରହିଛି । ପୋଡ଼ିବା ପ୍ରକ୍ରିୟାରେ ମଧ୍ୟ ସମାନ ଆଶଙ୍କା ରହିଛି । ଜାଳିବା ପରେ ପାଉଁଶରୁ ସଂକ୍ରମଣର ଆଶଙ୍କା ନଥିବା ବେଳେ ପୋତିବାର ୩ରୁ ୪ ଦିନ ଯାଏଁ ମୃତଦେହରେ ତରଳ ପଦାର୍ଥ ଯୋଗୁଁ କରୋନା ଭାଇରସ୍ ବଞ୍ଚିରୁହେ ।

ବାୟୁରେ ବ୍ୟାପେନି ଭୂତାଣୁ

ଦିଲ୍ଲୀ ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିୟାଙ୍କ ସୂଚନା ଅନୁସାରେ କରୋନା ଭାଇରସ୍ ମୃତଦେହରୁ ବ୍ୟାପି ନଥାଏ । ତାଙ୍କ କହିବା ଅନୁଯାୟୀ ରେସ୍ପିରେଟରି ସିଷ୍ଟମର ଲିକ୍ୱିଡ୍- କଫ, ଲାଳରୁ ବ୍ୟାପେ । କରୋନା କାଶ, ଛିଙ୍କରୁ ସଂକ୍ରମଣ ହୋଇଥାଏ । ଏଥିପାଇଁ ମୃତଦେହର ଅନ୍ତିମ ସଂସ୍କାର ଦ୍ୱାରା କୌଣସି ବିପଦ ନାହିଁ । ମୃତଦେହକୁ ଜାଳିବା ପରେ ମଧ୍ୟ କରୋନା ଭାଇରସ୍ ବାୟୁରେ ବ୍ୟାପେନାହିଁ ।

ମୃତଦେହକୁ ଜାଳିଦେବା ଅଧିକ ସୁରକ୍ଷିତ ଅଟେ । କିନ୍ତୁ ପୋତିବାରେ ବି କୌଣସି ବିପଦ ନାହିଁ । ଏଥିପାଇଁ କେତକ ନିୟମ ପାଳନ କରିବାକୁ ହେବ । ଯେମିତିକି ଶବକୁ ଛୁଇଁବା, ଆଲିଙ୍ଗନ କରିବା, ଚୁମ୍ବନ କରିବା ଇତ୍ୟାଦି । ଏପିରିକି ମୃତଶରୀରକୁ ଧରି ନୂଆ ପୋଷାକ ପିନ୍ଧାଇବା ଅନୁଚିତ୍ । ମୃତଦେହକୁ ଏକ ସିଲ୍ ହୋଇଥିବା ପ୍ୟାକରେ ରଖାଯିବ । ଅନ୍ତିମ ସଂସ୍କାରରେ କମ୍ ଲୋକ ରହିବା ସହିତ ଗଭୀର ଗାତ ଖୋଳି ପୋତିବା ଆବଶ୍ୟକ ।

କରୋନା କଟକଣା ଭିତରେ ପଡିଲା ହାତଗଣ୍ଠି

ଅନୁଗୁଳ: ଏବେ ରାଜ୍ୟରେ ଲକଡାଉନ ପରିସ୍ଥିତି । ସାମାଜିକ ଦୁରତ୍ଵ ରକ୍ଷା ପାଇଁ କଡା ନିର୍ଦ୍ଦେଶ ଦିଆଯାଇଛି । ଏଭଳି ସ୍ଥିତିରେ ଏମିତି କୌଣସି କାର୍ଯ୍ୟକ୍ରମ କରିବାକୁ ମନା କରିଦାଆଯାଇଛି ଯେଉଁଠାରେ ଅଧିକ ଲୋକଙ୍କ ସମାଗମ ହେବ । ଏଭଳି ସ୍ଥିତିରେ ବିବାହ କାର୍ଯ୍ୟ ତ ଆଦୌ ନୁହେଁ । କିନ୍ତୁ ଆଗକୁ ଆଉ ଶୁଭ ଦିନ ନଥିବାରୁ ପ୍ରଶାସନର ସହମତି ଲୋଡିଥିଲେ ଆଉ ଆନୁମତି ନେଇ ବିବାହ କାର୍ଯ୍ୟ ସମ୍ପର୍ଣ୍ଣ ହୋଇଛି । କରୋନା କଟକଣା ଭିତରେ ପଡିଛି ହାତଗଣ୍ଠି ।

ଲକଡାଉନ୍ ବେଳେ ନିରାଡମ୍ବର ଭାବେ ବିବାହ କରି ଉଦାହରଣ ସୃଷ୍ଟି କରିଛନ୍ତି ତାଳଚେରର ଦୁଇ ଦମ୍ପତି । ନା ଥିଲା ବାଜା ଵାଜଣା ନା ବାଣ କି ବରଯାତ୍ରୀ । ଥିଲେ କେବଳ ଉଭୟ ବରକନ୍ୟା ଏବଂ ଦୁଇ ଜଣ ସମ୍ପର୍କୀୟ । ମନ୍ତ୍ରପାଠ କରିବାକୁ ଜଣେ ବ୍ରାହ୍ମଣ ଓ ବିଧି ବିଧାନ ପାଇଁ ଜଣେ ଭଣ୍ଡାରୀ ଥିଲେ । ଏବଂ ବର କନ୍ୟାଙ୍କୁ ନେବାକୁ ଏକମାତ୍ର କାର ହିଁ ଥିଲା । କିନ୍ତୁ ସେଥିରେ ଫୁଲ ସଜା ହୋଇ ନଥିଲା । କାରଣ ଲକଡାଉନ ବେଳେ ପ୍ରଶାସନିକ କଟକଣାକୁ ଆଦୌ ଭୁଲି ନଥିଲେ ଦମ୍ପତିଙ୍କ ପରିବାର । ଏଭଳି ଘଟଣା ଦେଖିବାକୁ ମିଳିଛି ଅନୁଗୋଳ ଜିଲ୍ଲାର ତାଳଚେର ବ୍ଲକ ସଂଥପଡା ଗାଁରେ ।

ସଂଥପଡା ଗାଁର ଗୁରୁଚରଣ ସାମଲଙ୍କ ସାନ ପୁଅ ପ୍ରିୟବ୍ରତ ସାମଲ ଓ ତାଳଚେର ବେବର୍ତାମୁଣ୍ଡା  ଗାଁର ହିରେନ୍ୟ କୁମାର ପଟ୍ଟନାୟକଙ୍କ ଝିଅ ରାଜନନ୍ଦିନୀ ପଟ୍ଟନାୟକଙ୍କ ସହ ବିବାହ ସ୍ଥିର ହୋଇ ଥିଲା । ଏପ୍ରିଲ ୧୪ ତାରିଖରେ ଲକଡାଉନ ଅବଧି ଶେଷ ହୋଇଯିବା ଜାଣି ଉଭୟ ପରିବାର ପକ୍ଷରୁ ୧୭ ତାରିଖରେ ବିବାହ କାର୍ଯ୍ୟ ସମ୍ପନ୍ନ କରିବାକୁ ଦିନ ଧାର୍ଯ୍ୟ କରିଥିଲେ । କିନ୍ତୁ ଲକଡାଉନ ଅବଧି ବଢିବା ପରେ ସେମାନେ ଚିନ୍ତାରେ ପଡିଥିଲେ ।  ଉଭୟ ପରିବାରର କହିବା କଥା ହେଲା ଆଗକୁ ଆଉ କୌଣସି ଭଲ ତିଥି ନଥିଲା । ଯେଉଁ ତିଥି ଥିଲା ତାହା ବରକନ୍ୟାଙ୍କୁ ଶୁଝୁ ନଥିଲା । ତେଣୁ କଣ କରିବେ କିଛି ଭାବି ପାରିଲେ ନାହିଁ । ତେଣୁ ସେମାନେ ବାଧ୍ୟ ହୋଇ ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ । ତାଳଚେର ଉପଜିଲ୍ଲାପାଳଙ୍କ ନିକଟରେ ଲିଖିତ ଭାବେ ନିବେଦନ କରିଥିଲେ । ତାଙ୍କ ନିବେଦନ ଉପରେ ବିଚାର କରି ୧୦ ତାରିଖରେ ଉପଜିଲ୍ଲାପାଳ କିଛି କଟକଣା ଲାଗୁକରି ବିବାହ ପାଇଁ ଲିଖିତ ଅନୁମତି ଦେଇଥିଲେ । ଆଉ ଏହି କଟକଣାକୁ ମାନି ଉଭୟ ପରିବାର ବିବାହ କାର୍ଯ୍ୟ ଶେଷ କରିଥିଲେ ।

ନିରାଡାମ୍ବର ଢଙ୍ଗରେ ବାହାଘର ହୋଇଛନ୍ତି ପ୍ରିୟବ୍ରତ ଓ ରାଜନନ୍ଦିନୀ ତାହା ନୁହେଁ , ଉଭୟ ନବ ଦମ୍ପତି କୋରନାକୁ ଆଖି ଆଗରେ ରଖି ପ୍ରଧାନମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ଦଶ ହଜାର ଟଙ୍କା ଦାନ ମଧ୍ୟ କରିଛନ୍ତି । ସେମାନଙ୍କ କହିବା କଥା ଯେଉଁଭଳି ଭାବେ ବର୍ତ୍ତମାନ କରୋନା ସଂକ୍ରମଣ ରୋକିବାକୁ ସରକାର କଠୋର ନିୟମ ଲାଗୁ କରିଛନ୍ତି ତାହା ପ୍ରକୃତରେ ସ୍ୱାଗତଯୋଗ୍ୟ । କାରଣ କୋରୋନା ସଂକ୍ରମଣ ରୋକିବାକୁ ସାମାଜିକ ଦୂରତା ରକ୍ଷା କରିବା ଏକମାତ୍ର ଉପାୟ । କିନ୍ତୁ ସେମାନଙ୍କ ପାଖରେ କୌଣସି ଉପାୟ ନଥିବାରୁ ବାଧ୍ୟ ହୋଇ ଏଭଳି ବିବାହ କାର୍ଯ୍ୟ ସମ୍ପନ୍ନ କରିଛନ୍ତି । କିନ୍ତୁ ଏମିତି ନିରାଡମ୍ବର ବିବାହ ବହୁତ ଭଲ । ଖର୍ଚ୍ଚ କମ ହୁଏ ।  ସମସ୍ତେ ଅନ୍ୟ ଦିନ ମାନଙ୍କରେ ମଧ୍ୟ ଏଭଳି କରିବା ଆବଶ୍ୟକ ।