spot_img
Home Blog Page 706

ରାଜା ରଘୁବଂଶୀ ହତ୍ୟା ପାଇଁ ସୋନମର ପ୍ଲାନ୍ ବି’ କ’ଣ ଥିଲା ?

ନୂଆଦିଲ୍ଲୀ: ଇନ୍ଦୋରର ସୋନମ ରଘୁବଂଶୀ ଷଡ଼ଯନ୍ତ୍ରର ସୁତ୍ର ଏବେ ଧୀରେ ଧୀରେ ପ୍ରକାଶ ପାଇବାରେ ଲାଗିଛି । ପୋଲିସ କହିଛି ସୋନମ ତାଙ୍କ ବିବାହର ମାତ୍ର ୫ ଦିନ ପରେ ରାଜାଙ୍କୁ ହତ୍ୟା କରିବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ । ସେ ହତ୍ୟାକାରୀଙ୍କୁ ୧୫ ହଜାର ଟଙ୍କା ନଗଦ ମଧ୍ୟ ଦେଇଥିଲେ । ଏବଂ ପରେ ୨୦ ଲକ୍ଷ ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେଇଥିଲେ । କେବଳ ଏତିକି ନୁହେଁ ସେ ନିଜ ଆଖିରେ ରାଜାଙ୍କୁ ହତ୍ୟା କରାଯାଉଥିବାର ଦେଖିଥିଲେ । ଏବେ କିନ୍ତୁ ଆଉ ଏକ କଥା ସମ୍ନାକୁ ଆସିଛି । ଗୋଟିଏ ପ୍ଲାନ ଯଦି କାମ ନ କରେ ତାହାଲେ ପ୍ଲାନ୍ ବି ମଧ୍ୟ ସୋନମ ପ୍ରସ୍ତୁତ କରିଥିଲେ ।

ପୋଲିସର କହିବା ଅନୁସାରେ, ସୋନମ ରାଜା ରଘୁବଂଶୀଙ୍କୁ ହତ୍ୟା କରିବା ପାଇଁ ଦୁଇଟି ଯୋଜନା ପ୍ରସ୍ତୁତ କରିଥିଲେ । ପ୍ରଥମ ଯୋଜନା ଥିଲା ହତ୍ୟାକାରୀମାନଙ୍କ ଦ୍ବାରା ତାଙ୍କୁ ହତ୍ୟା କରିବା । ଏବଂ ସେହି ସମୟରେ ଯଦି ହତ୍ୟା କରିବାରେ ବିଫଳ ହୁଅନ୍ତି ତାହାଲେ ସୋନମ ନିଜେ ହତ୍ୟା କରିବେ । ସେଲଫି ନେବା ବାହାନାରେ ତାଙ୍କୁ ପର୍ବତ ଉପରକୁ ନେଇଯିବେ ଏବଂ ସୁଯୋଗ ପାଇଲେ ତଳକୁ ଠେଲିଦେବେ । ପ୍ଲାନ ଥିଲା ଯେ, ଯାହା ବି ହେଇଯାଉ ତାଙ୍କୁ ମାରିବେ ହିଁ ମାରିବେ । ଜୁନ ୨ ତାରିଖରେ ରାଜାଙ୍କର ମୃତଦେହ ଏକ ଖାତରୁ ମିଳିଥିଲା । ତାଙ୍କୁ ୨୩ ମେ’ରେ ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି ।

ପୋଲିସ ତଦନ୍ତରୁ ଜଣାପଡ଼ିଛି ଯେ, ରାଜାଙ୍କୁ ହତ୍ୟା କରିବା ପରେ ସୋନମ ଆତ୍ମସମର୍ପଣ କରିବା ପୂର୍ବରୁ ଗୁପ୍ତ ଭାବେ ଇନ୍ଦୋରରେ ରହୁଥିଲେ । ସେଠାରେ ତାଙ୍କ ପ୍ରେମିକ ରାଜ ଏକ ଭଡ଼ା ଘରେ ରହୁଥିଲେ । କିନ୍ତୁ ଯେତେବେଳେ ମେଘାଳୟ ପୋଲିସ ମଧ୍ୟପ୍ରଦେଶ ଏବଂ ୟୁପିର ୩ ଜଣ କଣ୍ଟ୍ରାକ୍ଟ କିଲରଙ୍କୁ ଗିରଫ କଲା ସୋନମ ସେତେବେଳେ ଗାଜିପୁରରେ ପହଞ୍ଚି ଆତ୍ମସମର୍ପଣ କରିଥିଲେ ।

ରାଜଙ୍କ ବିଷୟରେ ମେଘାଳୟ ପୋଲିସ କହିଛି ଯେ, ସେ ଏହିଷଡ଼ଯନ୍ତ୍ରରେ ସୋନମଙ୍କୁ ସମର୍ଥନ କରିବାକୁ ଚାହୁଁ ନଥିଲେ । ଶେଷ ମୁହୂର୍ତ୍ତରେ ମେଘାଳୟ ଯିବାର ଯୋଜନା ବାତିଲ କରିଥିଲେ । ୩ ସାଥିଙ୍କୁ ମଧ୍ୟ ଜିବାକୁ ମନା କରିଥିଲେ । କିନ୍ତୁ ସୋନମ ଟିକେଟ ବୁକ କରିଥିଲେ ଏବଂ ସେମାନେ ମେଘାଳୟ ଯାଇଥିଲେ । ଶିଲଂରେ ମଧ୍ୟ ୩ ଜଣଙ୍କୁ ହତ୍ୟା କରିବାକୁ ମନା କରିଥିଲେ । କିନ୍ତୁ ସୋନମ ଜିଦ ଧରିଥିଲେ । ଏଥିପାଇଁ ସେ ୨୦ ଲକ୍ଷ ଦେବେ ବୋଲି କହିଥିଲେ ।

ହୃଦୟ ଥରାଇଦେଲା ଭଳି ଘଟଣା, ୪ ପିଲାଙ୍କୁ ଧରି ଟ୍ରେନ୍ ଆଗକୁ ଡେଇଁ ବାପାର ଆତ୍ମହତ୍ୟା

ଫରିଦାବାଦ: ହରିୟାଣାରେ ଘଟିଛି ହୃଦୟ ଥରାଇ ଦେଲାଭଳି ଘଟଣା । ୪ ପିଲାଙ୍କୁ ନେଇ ଟ୍ରେନ ଲାଇନରେ ଆତ୍ମହତ୍ୟା କରିଛି ବାପା । ୧୦ ଜୁନରେ ହରିୟାଣାର ଫରିଦାବାଦର ବଲ୍ଲଭଗଡ଼ ରେଲ ଷ୍ଟେସନ ନିକଟରେ ଏହି ଘଟଣା ଘଟିଛି । ବିହାରର ଲଖିସରାଇ ବାସିନ୍ଦା ହେଉଛନ୍ତି ୪୦ ବର୍ଷିୟ ମନୋଜ ମାହୋତା । ସେ ତାଙ୍କର ୪ ପିଲାଙ୍କୁ ଧରି ଟ୍ରନ୍ ଆଗକୁ ଡେଇଁ ପଡ଼ିଛନ୍ତି । ଏପରି ଘଟଣା ସାରା ଅଞ୍ଚଳରେ ଶୋକର ଛାୟା ଖେଳାଇଦେଇଛି । ଜଣେ ବାପା ତାର ନିଷ୍ଠୁର ପିଲାଙ୍କୁ କିପରି ଟ୍ରେନ୍ ଆଗରେ ନେଇ ଠିଆ କରିପାରେ ତାହା ଏବେ ସମସ୍ତଙ୍କୁ ଚକିତ କରିଛି । ରେଳ ଟ୍ରାକରେ ବିଛାଡ଼ି ହୋଇପଡ଼ିଥିଲା ୫ ଜଣଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ । ପିଲାମାନେ ଜୀବନ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ବାପା ତାଙ୍କୁ ଟ୍ରେନ୍ ଆସିବା ପର୍ଯ୍ୟନ୍ତ ଜାବୁଡ଼ି ଧରିଥିଲେ । ଏ ଦୃଶ୍ୟ ଏପରି ଥିଲା ଯେ ସମସ୍ତଙ୍କ ଆତ୍ମା ଥରି ଉଠିଥିଲା ।

ମଙ୍ଗଳବାର ଅପରାହ୍ନରେ ମନୋଜ ତାଙ୍କର ଚାରି ପିଲାଙ୍କୁ ପାର୍କ ନେବା ବାହାନାରେ ଘରୁ ବାହାରି ଯାଇଥିଲେ । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ସେ କାନ୍ଧରେ ଦୁଇଟି ପିଲା ଏବଂ ହାତରେ ଦୁଇ ଜଣଙ୍କୁ ଧରି ରେଳ ଟ୍ରାକରେ ପହଞ୍ଚିଥିଲେ । ଦିଲ୍ଲୀ ଅଭିମୁଖେ ଯାଉଥିବା ସ୍ବର୍ଣ୍ଣ ମନ୍ଦିର ଟ୍ରେନ୍ ଟ୍ରାକ୍ ନିକଟରେ ପହଞ୍ଚିବା ମାତ୍ରେ ପିଲାମାନଙ୍କୁ ଧରି ଟ୍ରେନ୍ ଆଗକୁ ଡେଇଁ ପଡ଼ିଥିଲେ । କିଛି ଲୋକେ କହିଥିଲେ ପିଲାମାନେ ଦୌଡ଼ି ପଳାଇବାକୁ ଚେଷ୍ଟା କରିଥିଲେ କିନ୍ତୁ ସେ ତାଙ୍କୁ ଜୋରରେ ଧରିଥିଲେ ।

ଟ୍ରେନ୍ ଧକ୍କା ଦେବା ପରେ ଘଟଣାସ୍ଥଳରେ ପାଞ୍ଚ ଜଣଙ୍କର ମୃତ୍ୟୁ ଘଟିଥିଲା । ସେମାନଙ୍କ ଶରୀରର ଅଂଶ ଟ୍ରାକରେ ବିଛାଡ଼ି ହୋଇ ପଡ଼ିଥିଲା । ଟ୍ରେନର ଲୋକ ପାଇଲଟ ଏ ନେଇ GRP କୁ ସୂଚନା ଦେଇଥିଲେ । ଘଟଣାସ୍ଥଳରେ ରେଳବାଇ ପୋଲିସ ପହଞ୍ଚି ମୃତଦେହକୁ ଟ୍ରାକରୁ କାଢ଼ି ପୋଷ୍ଟମର୍ଟମ ପାଇଁ ପଠାଇଥିଲା । ମନୋଜଙ୍କ ପକେଟରେ ଏକ କାଗଜରେ ସ୍ତ୍ରୀଙ୍କ ମୋବାଇଲ ନମ୍ବର ଏବଂ ପିଲାମାନଙ୍କ ନାମ, ବୟସ ଲେଖା ଥିଲା ।

 

ଆପଲ ଷ୍ଟୋର ଲୁଟିଲେ ପ୍ରତିବାଦକାରୀ, ରାତିସାରା ରାସ୍ତାରେ ହିଂସା, ପୋଡାଜଳା

ନନ୍ଦିଘୋଷ ବ୍ୟୁରୋ: ଆମେରିକାରର ଲସ୍ ଆଞ୍ଜେଲସରେ ଅରାଜକତା । ରାତିସାରା ଚାଲିଲା ହିଂସା । ପ୍ରତିବାଦକାରୀମାନେ ଲୁଟିଲେ ଆପଲ ଶୋ’ରୁମ । ଅନେକ ସ୍ଥାନରେ ପୋଡ଼ାଜଳା ଏବଂ ହିଂସାତ୍ମକ ପ୍ରତିବାଦ କରୁଛନ୍ତି । ଏଥିପାଇଁ ଲସ୍ ଆଞ୍ଜେଲସର ଅନେକ ସ୍ଥାନରେ କର୍ଫ୍ୟୁ ଜାରି ହୋଇଛି ।

ମେୟର କରେନ ବାସ୍ କହିଛନ୍ତି ଯେ, ରାତି ୮ଟାରୁ ସକାଳ ୬ଟା ଯାଏ କର୍ଫ୍ୟୁ ଜାରି ରହିବ । କିଛି ଦିନ ଯାଏ ଏହା ବଳବତ୍ତର ରହିପାରେ । ଗତ ସୋମବାର ରାତିରେ ମୁଖା ପିନ୍ଧା ଦୁର୍ବୃତ୍ତମାନେ ଆପଲ ଷ୍ଟୋରରୁ ଲୁଟ କରିଥିଲେ । ଲୁଟର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଆପଲଷ୍ଟୋରରେ ପଶି ଗ୍ୟାଜେଟ ଲୁଟୁଥିବା ଦେଖିବାକୁ ମିଳିଛି । ପୋଲିସ ପହଞ୍ଚିବା ମାତ୍ରେ ଲୋକେ ଷ୍ଟୋରରୁ ଦୌଡ଼ି ପଳାଇ ଯାଉଛନ୍ତି । ପୂର୍ବରୁ ବିକ୍ଷୋଭ ପ୍ରଦର୍ଶନକାରମାନେ ଅନେକ କାର ପୋଡ଼ି ଦେଇଥିଲେ । ଏବେ ବି ପରିସ୍ଥିତି ସଙ୍କଟଜନକ ରହିଛି ।

 

AXIOM-4 ମିଶନ ସ୍ଥଗିତ, ରକେଟରେ ତ୍ରୁଟି ଯୋଗୁ ନିଆଯାଇଛି ନିଷ୍ପତ୍ତି

ନନ୍ଦିଘୋଷ ବ୍ୟୁରୋ: ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା ଏବଂ ଅନ୍ୟ ତିନି ଜଣଙ୍କୁ ନେଇ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନକୁ ଯିବା ପାଇଁ ପ୍ରସ୍ତୁତ ଥିବା ଆକ୍ସିଅମ୍-୪ ମିଶନକୁ ପୁଣି ଥରେ ସ୍ଥଗିତ ରଖାଯାଇଛି। ଏହାର କାରଣ ହେଉଛି ଏହି ମହାକାଶଚାରୀମାନେ ଯେଉଁ ସ୍ପେସ୍‌ଏକ୍ସ ଫାଲକନ୍-୯ ରକେଟ୍‌ରେ ଯାତ୍ରା କରିବାକୁ ଯାଉଛନ୍ତି ସେଥିରେ ଲିକେଜ୍ ସମସ୍ୟା ଥିବା ଜଣାପଡିଛି ଏବଂ ଇଞ୍ଜିନିୟରମାନେ ଏହାକୁ ମରାମତି କରିବା ପାଇଁ ଅଧିକ ସମୟ ମାଗିଛନ୍ତି। ସ୍ପେସ୍‌ଏକ୍ସ ଘୋଷଣା କରିଛି ଯେ ପୋଷ୍ଟ-ଷ୍ଟାଟିକ୍ ବୁଷ୍ଟର ଯାଞ୍ଚ ସମୟରେ ଏହା ତରଳ ଅମ୍ଳଜାନ ଲିକ୍ ହେଉଥିବା ଜାଣିପାରିଛି ଏବଂ ଏହାକୁ ମରାମତି କରିବା ପାଇଁ, ଆକ୍ସିଅମ୍-୪ ମିଶନର ଫାଲକନ୍-୯ ରକେଟ୍‌ର ଉତକ୍ଷେପଣ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଛି।

ଉତକ୍ଷେପଣ ସ୍ଥଗିତ ରଖିବା ସମ୍ପର୍କରେ ସୂଚନା ଦେଇ ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) କହିଛି ଯେ ଫାଲକନ୍ ୯ ଉତକ୍ଷେପଣ ଯାନର ବୁଷ୍ଟର ପର୍ଯ୍ୟାୟର କାର୍ଯ୍ୟଦକ୍ଷତା ଯାଞ୍ଚ କରିବା ପାଇଁ ଲଞ୍ଚ ପ୍ୟାଡରେ ସାତ ସେକେଣ୍ଡର ଏକ ଗରମ ପରୀକ୍ଷଣ କରାଯାଇଥିଲା। ପରୀକ୍ଷଣ ସମୟରେ, ପ୍ରପଲ୍ସନ ବେରେ LOX ଲିକେଜ୍ ଚିହ୍ନଟ ହୋଇଥିଲା। Axiom ଏବଂ SpaceX ର ବିଶେଷଜ୍ଞଙ୍କ ସହିତ ISRO ଦ୍ୱାରା ଏହି ବିଷୟ ଉପରେ ଆଲୋଚନା ଉପରେ ଆଧାର କରି ଉତକ୍ଷେପଣ ପାଇଁ ଅନୁମୋଦନ ଦେବା ପୂର୍ବରୁ ଲିକକୁ ଠିକ୍ କରିବା ଏବଂ ଆବଶ୍ୟକୀୟ ଯାଞ୍ଚ ପରୀକ୍ଷା କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ତେଣୁ ପ୍ରଥମ ଭାରତୀୟ ଗଗନଯାନକୁ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନକୁ ପଠାଇବା ପାଇଁ ୧୧ ଜୁନ୍ ୨୦୨୫ ରେ ପ୍ରସ୍ତାବିତ Axiom 04 ର ପ୍ରକ୍ଷେପଣକୁ ସ୍ଥଗିତ ରଖାଯାଇଛି।

ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା, ୧୦୮ ଗଡୁ ସୁବାସିତ ଜଳରେ ସ୍ନାନ କରିବେ ମହାପ୍ରଭୁ

ଆଜି ପବିତ୍ର ଦେବସ୍ନାନ ପୁର୍ଣ୍ଣିମା । ରତ୍ନବେଦୀ ଛାଡି ସ୍ନାନ ବେଦୀରେ ୧୦୮ ଗଡୁ ସୁବାସିତ ଜଳରେ ସ୍ନାନ କରି ଦୁର୍ଲଭ ଗଜାନନ ବେଶରେ ଦର୍ଶନ ଦେବେ ମହାପ୍ରଭୁ । ଏଥିପାଇଁ ପ୍ରାତଃ ୪ଟା ୩୦ରୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ନୀତିକାନ୍ତି । ଗତକାଲି  ଦଇତାପତି ସେବାୟତଙ୍କ ପକ୍ଷରୁ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ସୁରକ୍ଷା ପାଇଁ ସର୍ବସାଧାରଣ ଦର୍ଶନ ବନ୍ଦ କରାଯାଇ ସେନାପଟା ଲାଗି କାର୍ଯ୍ୟ କରାଯିବା ସହ ରାତିରେ ବାହୁଟ କଣ୍ଟ ଲାଗି କାର୍ଯ୍ୟ ସମ୍ପାଦନ କରାଯାଇଥିଲା । ଏହାପରେ ଆରମ୍ଭ ହୋଇଥିଲା ସ୍ନାନ ନୀତିକାନ୍ତି । ସକାଳ ୯ଟାରେ ମଙ୍ଗଳ ଆଳତୀ, ୯ଟା ୧୫ରେ ମଇଲମ, ୯ଟା ୨୫ରେ ତଡପଲାଗି, ୯ଟା ୪୫ରେ ଅଧରପୋଛା, ୧୦ଟା ୨୦ରେ ରୋଷହୋମ, ୧୦ଟା ୩୦ରେ ସୂର୍ଯ୍ୟପୂଜା, ୧୦ଟା ୫୫ରେ ଦ୍ବାରପାଳ ପୂଜା, ୧୧ଟା ୧୦ରେ ବେଶ ଶେଷ କରାଯାଇ ଦିବା ୧୨ଟା ୨୦ରୁ ଗୋଟାଏ ୪୫ ରେ ଜଳବିଜେ କରାଯିବ । ୨ଟା ୫୦ରେ ମଇଲମ, ମେକାପ ସର୍ବାଙ୍ଗ, ନୂଆଲୁଗା ଲାଗି ହୋଇ ୩ଟା ୩୦ରେ ହେବ ଛେରା ପହଁରା । ୪ଟା ୩୦ରେ ହାତୀ ବେଶ ଅନୁଷ୍ଠିତ ହେବ । ସେହିପରି ୪ଟା ୩୦ରେ ମହନ୍ତ ଶାଢିବନ୍ଧା, ୫ଟା ୪୫ରୁ ୭ଟା ୨୦ରେ ଘଣ୍ଟଛତା ସକାଳ ଧୂପ, ସଂଧ୍ଯା ୬ଟା ୩୦ରେ ଦକ୍ଷିଣିଘର ଭୋଗ, ୭ଟା ୩୦ରୁ ୧୦ଟା ୩୦ ମଧ୍ୟରେ ସାହାଣମେଲା ଦର୍ଶନ ହେବ । ରାତି ୧୧ଟାରେ ହାତୀବେଶ ମଇଲମ, ୧୧ଟା ୧୦ରେ ପୁଷ୍ମାଞ୍ଜଳି ଓ ଡୋରଲାଗି ହୋଇ ୧୧ଟା ୩୦ରୁ ଦୁଇଟା ମଧ୍ଯରେ ହେବ ବାହୁଡ଼ା ପହଣ୍ଡି ।….

ଅଭିଯୁକ୍ତକୁ ନ ଛାଡ଼ିବାରୁ ପୋଲିସକୁ ମାଡ଼

ନନ୍ଦିଘୋଷ ବ୍ୟୁରୋ: ଅଭିଯୁକ୍ତକୁ ନ ଛାଡ଼ିବାରୁ ପୋଲିସକୁ ମାଡ଼ । କୌଣସି ଉପାନ୍ତ ଅଞ୍ଚଳ ନୁହେଁ  । ଖୋଦ ରାଜଧାନୀର ଇନଫୋସିଟି ଥାନାରେ ଦେଖିବାକୁ ଏଭଳି ଅଭାବନୀୟ କାଣ୍ଡ । ଥାନାରେ କାର୍ଯ୍ୟରତ ମହିଳା ସବ-ଇନସପେକ୍ଟରଙ୍କୁ ମାଡ଼ ମାରୁଥିବା ବେଳର ଏକ୍ସକ୍ଲୁସିଭ ଭିଜୁଆଲ ଲାଗିଛି ନନ୍ଦିଘୋଷ ଟିଭି ହାତରେ । ଜଣେ ଠକଙ୍କ ଗିରଫଦାରୀକୁ ନେଇ ଅଳସୁଆ ଗାଁର କିଛି ଲୋକେ ଆଜି ମଧ୍ୟାହ୍ନରେ ଥାନା ଘେରାଉ କରିଥିଲେ । ଥାନା ଗେଟ୍‌ରେ ତାଲା ପକାଇଥିଲେ । ଇନଫୋସିଟି ଥାନା ସମ୍ମୁଖରେ ରାସ୍ତା ଅବରୋଧ କରି ପୋଲିସ ବିରୋଧରେ ଦେଇଥିଲେ ନାରାବାଜି । ସ୍ଥାନୀୟ ଏସିପି ଘଟଣାସ୍ଥଳରେ ପହଞ୍ଚି ବୁଝାଶୁଝା କରିଥିଲେ ମଧ୍ୟ ଶାନ୍ତ ପଡ଼ିନଥିଲେ ଉତ୍ତ୍ୟକ୍ତ ଲୋକେ । କିଛି ସମୟର ହୋହଲ୍ଲା ପରେ ଥାନା ଭିତରକୁ ସେମାନେ ଧଶେଇ ପଶିଥିଲେ । ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ମହିଳା ସବ-ଇନସପେକ୍ଟରଙ୍କୁ ମାଡ଼ ମାରିବା ସହ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିଥିଲେ । ଏପରିକି ଅଟକ ଅଭିଯୁକ୍ତଙ୍କୁ ଥାନା ଭିତରୁ ନେଇ ଯିବାକୁ ଚେଷ୍ଟା କରିଥିଲେ । ଉତ୍ତେଜନାମୂଳକ ପରିସ୍ଥିତିର ଖବର ପାଇ ଥାନା ଭିତରେ ଓ ବାହାରେ ଏକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ସେପଟେ ଅଭିଯୁକ୍ତ ଅଜୟ ମହାନ୍ତିକୁ କୋର୍ଟ ଚାଲାଣ କରିଛି ପୋଲିସ୍ ।

ICC ହଲ୍ ଅଫ୍ ଫେମରେ ସ୍ଥାନ ପାଇବା ପରେ ଏମିତି କହିଲେ ଧୋନୀ

ନନ୍ଦିଘୋଷ ବ୍ୟୁରୋ: ICC ହଲ୍ ଅଫ୍ ଫେମରେ ସ୍ଥାନ ପାଇଛନ୍ତି ୭ ଜଣ କ୍ରିକେଟର । ଯେଉଁଥିରେ ରହିଛନ୍ତି ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ । ଟିମ ଇଣ୍ଡିଆକୁ ୨୦୦୭ ଟି-୨୦, ୨୦୧୧ ବିଶ୍ବକପ ଏବଂ ୨୦୧୩ ଚାମ୍ପିୟନ୍ସ ଟ୍ରଫିରେ ବିଜୟୀ କରିଥିବା ଅଧିନାୟକ ହେଉଛନ୍ତି ଧୋନୀ । ତାଙ୍କ ଆଇସିସି ପକ୍ଷରୁ ଏହି ସମ୍ମାନ ଦିଆଯାଉଥିବାବେଳେ ସେ ନିଜର ପ୍ରତିକ୍ରିୟା ରଖିଛନ୍ତି । ଧୋନୀ କହିଛନ୍ତି ଏହା ସମସ୍ତ ଖେଳାଳିଙ୍କ ସ୍ବପନ ଥାଏ । ମୋତେ ଆଇସିସି ପକ୍ଷରୁ ଏହି ସମ୍ମାନ ଦିଆଯାଇଥିବାରୁ ଧନ୍ୟବାଦ ।

ମହେନ୍ଦ୍ର ସିଂହ ଧୋନିଙ୍କ ବ୍ୟତୀତ ଦକ୍ଷିଣ ଆଫ୍ରିକାର କିମ୍ବଦନ୍ତୀ ଓପନର ହାସିମ ଆମଲାଙ୍କ ନାମ ମଧ୍ୟ ICC ହଲ୍ ଅଫ୍ ଫେମ୍‌ରେ ଅଛି। ଅଷ୍ଟ୍ରେଲିଆର ଓପନର ମାଥ୍ୟୁ ହେଡେନ୍ ମଧ୍ୟ ଏଥିରେ ସ୍ଥାନ ପାଇଛନ୍ତି। ଏକ ସମୟରେ ହେଡେନ୍‌ଙ୍କ ନାମରେ ଟେଷ୍ଟରେ ସବୁଠାରୁ ବଡ଼ ୩୮୦ ରନ୍ ଖେଳିବାର ରେକର୍ଡ ଥିଲା। ସର୍ବାଧିକ ଟେଷ୍ଟ ମ୍ୟାଚ୍ ଜିତିଥିବା ଅଧିନାୟକ ଗ୍ରେମ୍ ସ୍ମିଥ୍ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି। ସ୍ମିଥ୍ ୨୨ ବର୍ଷ ବୟସରେ ଦକ୍ଷିଣ ଆଫ୍ରିକାର ଅଧିନାୟକତ୍ୱ ପାଇଥିଲେ। ଏଥିରେ ସାମିଲ ହୋଇଥିବା ପଞ୍ଚମ ଏବଂ ଶେଷ ପୁରୁଷ ଖେଳାଳି ହେଉଛନ୍ତି ନ୍ୟୁଜିଲ୍ୟାଣ୍ଡର ଡାନିଏଲ୍ ଭିଟୋରି।

 

 

NTPC ଇଏମ ପାଓ୍ବାର ଅନ୍ତଃରାଜ୍ୟ ଟି-୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟ : ଫାଇନାଲରେ ଆନ୍ଧ୍ରକୁ ଭେଟିବ ଓଡ଼ିଶା

ନନ୍ଦିଘୋଷ ବ୍ୟୁରୋ: ଦୃଷ୍ଟିହୀନ ମହିଳା NTPC ଇଏମ ପାଓ୍ବାର ଅନ୍ତଃରାଜ୍ୟ ଟି-୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟ ୨୦୨୫ ଫାଇନାଲରେ ଓଡ଼ିଶା । ଆସନ୍ତାକାଲି ଆନ୍ଧ୍ରପ୍ରଦେଶ ସହ ଫାଇନାଲରେ ହେବ ମୁକାବିଲା । ବିଶାଖାପାଟଣାମରେ ସକାଳ ୮ଟା ସମୟରେ ଏହି ମ୍ୟାଚଟି ଅନୁଷ୍ଠିତ ହେବ । ଓଡ଼ିଶା ଏବଂ ଆନ୍ଧ୍ର ଲିଗ୍ ପର୍ଯ୍ୟାୟରେ ଦିଲ୍ଲୀ ଏବଂ କେରଳକୁ ପରାସ୍ତା କରି ଫାଇନାଲରେ ପ୍ରବେଶ କରିଛନ୍ତି । ତେବେ ଆଜି ଶେଷ ଲିଗ୍ ମ୍ୟାଚରେ ଓଡ଼ିଶା ଏବଂ ଆନ୍ଧ୍ର ମଧ୍ୟରେ ଖେଳାଯାଉଥିଲା । ମାତ୍ର ବର୍ଷା ଯୋଗୁଁ ମ୍ୟାଚଟି ବାତିଲ ହୋଇଛି । ଓଡ଼ିଶା ୧୦ ଓଭରରେ ୨ ଓ୍ବିକେଟ ବିନିମୟରେ ୯୬ ରନ କରିଥିଲା । ସେପଟେ ଆନ୍ଧ୍ର ଏହାର ଜବାବରେ  ବ୍ୟାଟିଂ କରୁଥିବା ସମୟରେ ବର୍ଷା ହୋଇଥିଲା । ମାତ୍ର ୨ଟି ବଲ ପଡ଼ିଥିବାବେଳେ କୌଣସି ନିଷ୍ପତ୍ତି ହୋଇନଥିଲା । ତେବେ ଉଭୟ ଦଳ ଲିଗରେ ବିଜୟୀ ହୋଇଥିବାବେଳେ ଫାଇନାଲରେ ପୁଣିଥରେ ଭେଟ ହେବେ ।

ସୋନମଙ୍କୁ ମେଘାଳୟ ପୋଲିସର ୧୩ ପ୍ରଶ୍ନ, ଜାଣନ୍ତୁ ଏସବୁ କଣ ?

ନନ୍ଦିଘୋଷ ବ୍ୟୁରୋ: ହନିମୁନରେ ଯାଇ ସ୍ବାମୀଙ୍କ ହତ୍ୟା କରିବା ଘଟଣା ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ରାଜା ରଘୁବଂଶୀଙ୍କୁ ପତ୍ନୀ ସୋନମ ହତ୍ୟା କରିବା ଘଟଣା ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି । ତେବେ ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ସୋନମଙ୍କ ସହ ପ୍ରେମିକ ରାଜ ଏବଂ ତିନି ଜଣ ସୁପାରି କିଲରଙ୍କୁ ଗିରଫ କରିଛି ମେଘାଳୟ ପୋଲିସ । ସ୍ବାମୀଙ୍କ ହତ୍ୟା କରିବା ପରେ ନିଜକୁ ନିର୍ଦ୍ଦୋଷ କରିବା ପାଇଁ ସୋନମ କରିଥିଲେ ଯୋଜନା । କିନ୍ତୁ ଅନେକ ଗୁଡ଼ିଏ ତଥ୍ୟ ପ୍ରମାଣ ସାଙ୍ଗକୁ ସିସିଟିଭି ଫୁଟେଜ ଆଧାରରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି । ମେଘାଳୟ ପୋଲିସ ପକ୍ଷରୁ ସୋନମଙ୍କୁ ପଚରାଯାଇଥିଲା ୧୩ କଠୋର ପ୍ରଶ୍ନ । ଯେଉଁ ପ୍ରଶ୍ନ ଶୁଣି ଆକ୍ତାମାକ୍ତା ହୋଇଥିଲେ ସୋନମ । ତେବେ ଏହି ୧୩ ପ୍ରଶ୍ନ କଣ ?

୧- ମେଘାଳୟକୁ ହନିମୁନ ଆସିବା ପାଇଁ କେବେ ଯୋଜନା କଲ ?

୨- ଫେରିବାର ଟିକେଟ କାହିଁକି ବୁକିଂ କରିନଥିଲେ ? ଏହା ହତ୍ୟାର ଯୋଜନା ନଥିଲା ତ ?

୩- ତୁମେ ବିବାହ ପୂର୍ବରୁ ରାଜ କୁଶଓ୍ବାହାଙ୍କୁ ଜାଣିଥିଲ କି ? ଉଭୟଙ୍କ ନିରନ୍ତର ଯୋଗାଯୋଗର ପ୍ରମାଣ ଅଛି ।

୪- ଚାଟରୁ ପ୍ରମାଣ ମିଳିଛି କି ତୁମେ ହନିମୁନ ଆସିବା ସମୟରେ ମଧ୍ୟ ରାଜଙ୍କ ସମ୍ପର୍କରେ ଥିଲ । ତୁମେ କଣ କଥା ହେଉଥିଲ ?

୫- ଅଭିଯୁକ୍ତଙ୍କୁ କାହିଁକି ସେୟାର କରିଥିଲା ଲାଇଭ୍ ଲୋକେସନ ?

୬- ୩ ଜଣ ହିନ୍ଦୀ ଭାଷାଭାଷି ଲୋକଙ୍କ ସହ ତୁମର ସାକ୍ଷାତ ହୋଇଥିଲା । ସେମାନଙ୍କ ସହ କଣ କଥା ହୋଇଥିଲ ?

୭- ଗାଇଡ୍ କହିଛନ୍ତି କି, ତୁମେ ୨୨ ତାରିଖରେ ସେବା ମନା କରିଥିଲ । ଏମିତି କାହିଁକି କଲ ?

୮- ଅଭିଯୁକ୍ତଙ୍କୁ ତୁମେ କେମିତି ଚିହ୍ନିଲ ? ରାଜଙ୍କର ସେମାନଙ୍କ କଣ ସମ୍ପର୍କ ?

୯- ଆପଣଙ୍କ ସ୍ବାମୀଙ୍କ ଘଣ୍ଟାଠାରୁ ଆରମ୍ଭ କରି ଫୋନ ଏବଂ ୧୦ ଲକ୍ଷ ଟଙ୍କାର ସୁନା ଗହଣା ଗାଏବ ରହିଛି । କିନ୍ତୁ ତୁମର କୌଣସି ଜିନିଷ କାହିଁକି କେହି ନେଲେନି ?

୧୦- ମେଘାଳୟ ଆସିବାକୁ ରାଜାଙ୍କ ମା ମନା କରୁଥିଲେ, ତୁମେ କାହିଁକି ବାଛିଲ ?

୧୧- ବିବାହ ସମୟରେ ତୁମେ ଅଲଗା ପ୍ରକାର ମନେ ହେଉଥିଲ, ଯଦି ମନ ନଥିଲା କାହିଁକି ବିବାହ କଲ ?

୧୨- ତଦନ୍ତରେ ତୁମ ଏବଂ ରାଜ କୁଶୱାହାଙ୍କ ବିରୁଦ୍ଧରେ ହତ୍ୟା ମାମଲା ରୁଜୁ କରିବା ପାଇଁ ଯଥେଷ୍ଟ ପ୍ରମାଣ ମିଳିଛି। ତୁମର ଉତ୍ତର କ’ଣ?

୧୩ – ତୁମେ କ’ଣ ରାଜ କୁଶୱାହାଙ୍କ ସହିତ ମିଶି ରାଜାଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର କରିଥିଲ?

ପାର୍ଟନରଙ୍କ ମାନସିକ ଚାପରେ ଜୀବନ ହାରିଲେ ଯୁବକ

ନନ୍ଦିଘୋଷ ବ୍ୟୁରୋ: ଘରୋଇ ଡାକ୍ତରଖାନାରେ ଜଣେ ବ୍ୟକ୍ତିଙ୍କ ଆତ୍ମହତ୍ଯା। ପାର୍ଟନରଙ୍କ ମାନସିକ ଚାପରେ କଟକ ବାଙ୍କି ସିମିଳିପୁର ଗାଁର ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ଚାପ ପକାଇଥିବା ପାଟର୍ନରକୁ ଗିରଫ ଦାବିରେ ରାସ୍ତା ରୋକ କରିଛନ୍ତି ସ୍ଥାନୀୟ ଲୋକେ। କଟକ ଅରୁଣୋଦୟ ମାର୍କେଟରେ ଥିବା ଏକ ଘରୋଇ ଡାକ୍ତରଖାନାକୁ ଦୁଇ ଜଣ ପାର୍ଟନରରେ ଚଳାଇଥିଲେ। ମାତ୍ର ପାଟନର୍ ଥିବା ବାଙ୍କୀ ସିମିଳିପୁରର  କିଶୋର ଅମୃତ ସୁବୁଦ୍ଧି ନାମକ ଯୁବକଙ୍କୁ ସବୁବେଳେ ମାନସିକ ଚାପ ପକାଇବା ସହିତ ଆର୍ଥିକ ସହଯୋଗ ମଧ୍ଯ କରୁ ନଥିଲେ ଅନ୍ୟ ପାର୍ଟନର।ମାତ୍ରାଧିକ ଚାପଗ୍ରସ୍ତ ହୋଇ ଘରେ ଆତ୍ମହତ୍ୟା କରିଛନ୍ତି କିଶୋର ଅମୃତ।

ଆତ୍ମହତ୍ୟାର କାରଣ ଛାଡି ଯାଇଥିବା ଏକ ସୁଇସାଇଡ ନୋଟରୁ ଜଣାପଡିଛି। ତେଣୁ ଯେଉଁ ପାଟନରଙ୍କ ଯୋଗୁ ଆତ୍ମ ହତ୍ୟା କଲେ ତାଙ୍କୁ ଗିରଫ କରିବା ଦାବିରେ ପୋଲିସ ନିକଟରେ ଅଭିଯୋଗ ହୋଇଛି। ପୋଲିସ କୌଣସି ପଦକ୍ଷେପ ନନେବାରୁ ବାଧ୍ୟ ହୋଇ ବାଙ୍କୀ କଟକ ରାସ୍ତାର ସିମିଳିପୁର ଛକରେ ରାସ୍ତା ଉପରେ ଶବ ରଖି ଧାରଣା ଦେଉଛନ୍ତି ଗ୍ରାମବାସୀ।ଦୁଇ ପଟେ ଶହ ଶହ ଗାଡି ଅଟକି ରହିଛି ।