spot_img
Home Blog Page 7068

ରାଜ୍ୟରେ ଆଉ ୧୭୦ କରୋନା ପଜିଟିଭ ଚିହ୍ନଟ, କ୍ୱାରେଣ୍ଟାଇନ ସେଣ୍ଟରରୁ ୧୪୩ ସଂକ୍ରମିତ,୨୭ ଲୋକାଲ କେସ୍

ଭୁବନେଶ୍ୱର: ଆଜି ରାଜ୍ୟରେ ଆଉ ୧୭୦ କରୋନା ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିସହ ମୋଟ୍‌ ସଂକ୍ରମିତ ସଂଖ୍ୟା ୬ ହଜାର ୩୫୦କୁ ବୃଦ୍ଧି ପାଇଛି। କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ ୧୪୩ ଜଣ ଓ ଲୋକାଲ୍‌ କେସ ୨୭ ରହିଛି । ଏଥିସହିତ ୧୩୧ ଜଣ ସୁସ୍ଥ ମଧ୍ୟ ହୋଇଛନ୍ତି ।  ଗଞ୍ଜାମରୁ ସର୍ବାଧିକ ୫୮ ଜଣ ସଂକ୍ରମିତ ହୋଇଥିବା ବେଳେ ଖୋର୍ଦ୍ଧାରୁ ୧୯ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ଆଜି ୧୪ ଜିଲ୍ଲାରୁ ୧୭୦ ଜଣ ପଡିଟିଭ ଚିହ୍ନଟ ହୋଇଛନ୍ତି । ଗଞ୍ଜାମରୁ ସର୍ବାଧିକ ୫୮ ହୋଇଥିବା ବେଳେ ନବରଙ୍ଗପୁରରୁ ୧୯, ରାୟଗଡ଼ାରୁ ୧୬, ଖୋର୍ଦ୍ଧାରୁ ୧୯, ଯାଯପୁରରୁ ୩, ମାଲକାନଗିରିରୁ ୫, ପୁରୀରୁ ୬, କଟକରୁ ୧୪, ନୟାଗଡ଼ରୁ ୩, ଗଜପତିରୁ ୧୬, ବଗରଡ଼ରୁ ୧, କେନ୍ଦ୍ରାପଡ଼ାରୁ ୬, ସମ୍ବଲପୁରରୁ୨, କୋରାପୁଟରୁ ଜଣେ ଲେଖାଏଁ କରୋନା ପଜିଟିଭ ଚିହ୍ନ ହୋଇଛନ୍ତି ।

ପଶ୍ଚିମବଙ୍ଗରେ ଅମ୍ଫାନ୍‌ ମୁକାବିଲା ପରେ ଫେରିଥିବା ଜଣେ ଏନଡିଆରଏଫ୍‌ ଯବାନ ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ୨୪୯୯୦୨ ଟି କରୋନା ଟେଷ୍ଟ ହୋଇସାରିଥିବା ବେଳେ ୬୩୫୦ଟି ପଜିଟିଭ କେସ ଚିହ୍ନଟ ହୋଇଛି । ଏଥିରୁ ୪୪୩୨ଜଣ ସୁସ୍ଥ ହୋଇଛନ୍ତି । ୧୯୦୩ ଟି ଆକ୍ଟିଭ କେସ ରହିଛି ।

୧୪ ଜିଲ୍ଲାରୁ ସୁସ୍ଥ ହେଲେ ଆଉ ୧୩୧ କରୋନା ସଂକ୍ରମିତ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ?

Sony ଦେଉଛି ସୁବର୍ଣ୍ଣ ସୁଯୋଗ ! ଘରେ ବସି ଜିତି ପାରିବେ ୩୮ ଲକ୍ଷ ଟଙ୍କା, ବାସ କରିବାକୁ ପଡ଼ିବ ଏହି କାମ

ଟେକନୋଲୋଜି ଦୁନିଆର ଅନେକ କମ୍ପାନୀ ସିଷ୍ଟମରେ ସମସ୍ୟା ଖୋଜି ବାହାର କରିବା ପାଇଁ (Bug Bounty Program) ଭଳି ପ୍ରୋଗ୍ରାମ  କରୁଛନ୍ତି । ଏହିପରି ପ୍ରୋଗ୍ରାମ ଅଧିନରେ ପୁରସ୍କାର ଭାବରେ ବିପୁଳ ପରିମାଣରେ ଟଙ୍କା ମଧ୍ୟ ଦିଆଯାଉଛି । ସୋନି ଏବେ Bug Bounty Program ନାମକ ଏକ ପୋଗ୍ରାମ ଆରମ୍ଭ କରିଛି ।  ଯେଉଁଥିରେ ଯିଏ ସମସ୍ୟା ଖୋଜି ବାହାର କରିବ ତାକୁ ୩୮ ଲକ୍ଷ ଟଙ୍କା ପ୍ରଦାନ କରାଯିବ । ପ୍ରକୃତରେ ସୋନି ନିଜର ପ୍ଲେ ଷ୍ଟେସନ୍ ନେଟୱାର୍କ ଏବଂ ପ୍ଲେ ଷ୍ଟେସନ୍ (PS4) ଗେମିଙ୍ଗ କନସୋଲ ପାଇଁ ଏକ Bug Bounty Program ଲଞ୍ଚ କରିଛି ।

 

ଏହି ପୋଗ୍ରାମ ଅଧିନରେ ପ୍ଲେ- ଷ୍ଟେସନରେ ଜଡ଼ିତ ୱେବସାଇଟ ବା ୱେବସାଇଟରେ ଥିବ ତୃଟିର ଯିଏ ସନ୍ଧାନ କରିବ ତାକୁ ୧୦୦ରୁ ୫୦ ହଜାର ଡଲାର (ପାଖାପାଖି ୩୮ ଲକ୍ଷ ଟଙ୍କା) ଦିଆଯିବ । ଏମିତି କରିବା ପଛରେ କମ୍ପାନୀର ଉଦ୍ଦେଶ୍ୟ ଏହା ଯେ, ରିସର୍ଚ୍ଚର ବଗ୍ ବଷୟରେ ରିପୋର୍ଟ କରିବେ ଯାହା ଫଳରେ ହ୍ୟାକ ହେବା ପୂର୍ବରୁ ତାକୁ ସମାଧାନ କରାଯାଇପାରିବ ।

ସୂଚନା ମୁତାବକ, ସୋନିର ଏହି Bug Bounty Program, HackerOne ଦ୍ୱାରା ପରିଚାଳିତ । ହ୍ୟାକର ୱାନ ଏକ ପ୍ଲାଟଫର୍ମ ଯାହା ମାଧ୍ୟମରେ ଦୁନିଆର ଅନେକ ବଡ଼ ବଡ଼ କମ୍ପାନୀ ଯଥା ଟ୍ୱିଟର, ସ୍ନାପଚାଟ୍ ନିଜ ପ୍ରଡକ୍ଟରେ Bug Bounty Program ଅଧିନରେ ବଗ୍ କୁ ସନ୍ଧାନ କରିଥାନ୍ତି ଏବଂ ତାର ସମାଧାନ କରିଥାନ୍ତି । ଏଥି ସହିତ ରିସର୍ଚ୍ଚର ମାନଙ୍କୁ ପୁରଷ୍କାର ମଧ୍ୟ ଦିଆଯାଏ । ଏହା ପୂର୍ବରୁ ସୋନି ନିଜ Bug Bounty Program କୁ Private Online Only VRP ମାଧ୍ୟମରେ ଚଲାଉଥିଲା ଏବଂ ଚଳିତ ବର୍ଷ କମ୍ପାନୀ ଏହାକୁ ପବ୍ଲିକ କରିଛି ।

ସୋନି ଏହି Bug Bounty Programରେ ଯେଉଁ ୱେବସାଇଟକୁ ସାମିଲ କରିଛି ସେଥିରେ Play Station 4 Gaming Console, ତାହାର ଅପରେଟିଂ ସିଷ୍ଟମ, Official PS4 Accessories ସହିତ Play Station Network ଏବଂ ତା ସହିତ ଜଡ଼ିତ  ୱେବସାଇଡ ସାମିଲ ରହିଛି ।

୩ଟି ବଡ଼ କମ୍ପାନୀ Bug Bounty Program ପ୍ରଦାନ କରୁଛନ୍ତି-

ଅଫିସିଆଲ Bug Bounty Program ଲଞ୍ଚ କରୁଥିବା ତିନୋଟି ବଡ଼ କମ୍ପାନୀ ମଧ୍ୟରୁ ସୋନି ଶେଷ ନମ୍ବରରେ ରହିଛି । ୨୦୧୬ ମସିହାରେ Nintendo ଏହାକୁ ଲଞ୍ଚ କରିଥିବା ପ୍ରଥମ କମ୍ପାନୀ । ଏହାପରେ ମାଇକ୍ରୋସଫ୍ଟ ୨୦୨୦ ଜାନୁଆରୀ ମାସରେ ନିଜ Xbox Gaming Platform ପାଇଁ ଲଞ୍ଚ କରିଥିଲା ।

ଭାରତ-ଚୀନ ସଂଘର୍ଷରେ କ’ଣ ଋଷ ନିରପେକ୍ଷ ରହିବ ? ଯଦି ହଁ ,ତେବେ କାହିଁକି ?

ନୂଆଦିଲ୍ଲୀ:  ଗଲବାନ ସଂଘର୍ଷ ପରେ ଭାରତ ଓ ଚୀନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି । ଏହାରି ମଧ୍ୟରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଋଷ ଗସ୍ତରେ ଯାଇଛନ୍ତି । କରୋନାକୁ ନେଇ ବିଶ୍ୱବ୍ୟାପି ଲକଡାଉନ୍ ସ୍ଥିତି ରହିଛି,ଅନେକ ହାଇପ୍ରୋଫାଇଲ ଗସ୍ତ ଓ ଶିଖର ସମ୍ମିଳନୀ ବାତିଲ ହୋଇଛନ୍ତି କିନ୍ତୁ ରାଜନାଥ ଋଷ ଗସ୍ତକୁ ବାତିଲ ନକରି ସେଠାକୁ ଯାଇଛନ୍ତି । ତେଣୁ ଏହା କୁହାଯାଉଛି ଯେ, ଚୀନ ସହ ସଂଘର୍ଷ ଭିତରେ ମସ୍କୋର ସମର୍ଥନ ହାସଲ ପାଇଁ ରାଜନାଥ ଋଷ ଗସ୍ତରେ ଯାଇଛନ୍ତି । ଅବଶ୍ୟ ଋଷ ଆଗରୁ ଏହା ସ୍ପଷ୍ଟ କରିଦେଇଛି ଯେ, ଭାରତ ଓ ଚୀନ ମାମଲାରେ ସେ ହସ୍ତକ୍ଷେପ କରିବ ନାହିଁ । ତେବେ ଯଦି ଭାରତ ଓ ଚୀନ୍ ଯୁଦ୍ଧଭୂମିରେ ମୁହାଁମୁହିଁ ହୁଅନ୍ତି ତେବେ  ଋଷ କାହା ପକ୍ଷରେ ଛିଡା ହେବ ? ଏହା ବର୍ତ୍ତମାନ ଗୋଟିଏ ବଡ ପ୍ରଶ୍ନ ଭାବେ ଉଭା ହୋଇଛି ।

ଭାରତ ଓ ଋଷ ସମ୍ପର୍କ

ଭାରତ ଓ ଋଷ ସମ୍ପର୍କ ଢେର ପୁରୁଣା । ଦୁଇ ଦେଶଙ୍କ ମଧ୍ୟରେ ସମ୍ପର୍କ ଭଲ । ତେଣୁ ଏହା ଆଶା କରାଯାଏ ଯେ,ଭାରତ ଓ ଚୀନ୍ ମଧ୍ୟରେ ସଂଘର୍ଷ ପରିସ୍ଥିତିରେ ଋଷ ନୂଆଦିଲ୍ଲୀକୁ ସମର୍ଥନ କରିବ । କିନ୍ତୁ କିଛି ଘଟଣା ଉପରେ ନଜର ପକାଇଲେ ଲାଗେ ଯେ, ଋଷ ସବୁବେଳେ ଭାରତକୁ ସମର୍ଥନ କରିନାହିଁ । ୨୦୧୭ ଡୋକଲାମ ପ୍ରସଙ୍ଗ କାଳରେ ଋଷ ନିରବ ରହିଥିଲା । ସେହିଭଳି ୧୯୬୨ ଚୀନ୍ ଯୁଦ୍ଧ କାଳରେ ଏହା ଭାରତକୁ ଆକ୍ରମଣକାରୀ ବୋଲି କହିଥିଲା । ସେତେବେଳେ ଜନ୍ ଏଫ୍ କେନେଡିଙ୍କ ନେତୃତ୍ୱରେ ଆମେରିକା ଭାରତକୁ ସାହାଯ୍ୟ କରିଥିଲା । ଆମେରିକା ଯୁଦ୍ଧରେ ସାମିଲ ହେବା ସମ୍ଭାବନା ସୃଷ୍ଟି ହେବା ପରେ ଚୀନ୍ ପଛଘୁଞ୍ଚା ଦେଇଥିଲା । କିନ୍ତୁ ୧୯୭୧ ଭାରତ-ପାକିସ୍ତାନ ଯୁଦ୍ଧ କାଳରେ ଆମେରିକା ଭାରତ ବିରୋଧରେ ଥିଲା,ଋଷ ଭାରତ ସପକ୍ଷରେ ଥିଲା

ଭାରତ ପାଇଁ ଋଷ ସମର୍ଥନ ଗୁରୁତ୍ୱପୂର୍ଣ୍ଣ କାହିଁକି ?

ଚୀନ୍ ବିରୋଧରେ ଯୁଦ୍ଧ ପରିସ୍ଥିତିରେ ଋଷର ସମର୍ଥନ ଗୁରୁତ୍ୱପୂର୍ଣ୍ଣ ରହିବ । କାରଣ ପ୍ରତିରକ୍ଷା କ୍ଷେତ୍ରରେ ଉଭୟ ଦେଶଙ୍କ ମଧ୍ୟରେ ସହଯୋଗ ବେସ ନୀବିଡ ।  ଭାରତ ଅନେକ ପ୍ରକାରର ସାମରିକ ଉପକରଣ ପାଇଁ ଋଷ ଉପରେ ନିର୍ଭରଶୀଳ । ଯୁଦ୍ଧ ବିମାନଠାରୁ ଟ୍ୟାଙ୍କ ଓ ବ୍ରହ୍ମୋସ କ୍ଷେପଣାସ୍ତ୍ର ଏସବୁ ପାଇଁ ଭାରତ ଋଷ ଉପରେ ନିର୍ଭରଶୀଳ । ରାଜନାଥ ସିଂ ଋଷ ଗସ୍ତରେ ଯିବାର ଆଉ ଗୋଟିଏ କାରଣ ହେଉଛି କରୋନା ଯୋଗୁ ପ୍ରତିରକ୍ଷା ଉପକରଣ ଆସିବାରେ ବିଳମ୍ବ ହେଉଛି । ଅନ୍ୟପକ୍ଷରେ ଚୀନର କଠୋର ଆଭିମୁଖ୍ୟକୁ ବଦଳାଇବାରେ ଋଷ ସାହାଯ୍ୟ କରିପାରେ,ତେଣୁ ଋଷକୁ ମନାଇବା ପାଇଁ ମଧ୍ୟ ଭାରତ ଉଦ୍ୟମ କରୁଛି ।

russai china

 

ଚୀନ୍ ଓ ଋଷ ମଧ୍ୟ ଅନ୍ତରଙ୍ଗ ବନ୍ଧୁ

ଋଷ ଓ ଚୀନ ମଧ୍ୟରେ ସୀମାକୁ ନେଇ କଟୁତା ରହିଛି । ଶିତଳ ଯୁଦ୍ଧ କାଳରେ ଋଷ ଚୀନକୁ ବିଶ୍ୱାସ କରୁନଥିଲା । ଚୀନ ସେତେବେଳେ ଆମେରିକା ପଟକୁ ଢଳିଥିଲା । ଚୀନର କମ୍ୟୁନିଷ୍ଟ୍ ଶାସକ ଋଷକୁ ନିରୁତା କମ୍ୟୁନିଷ୍ଟ ରାଷ୍ଟ୍ର ବୋଲି ସେତେବେଳେ ମାନୁନଥିଲେ କି ଋଷର କମ୍ୟୁନିଷ୍ଟ ସରକାର ଚୀନକୁ କମ୍ୟୁନିଷ୍ଟ ଦେଶ ବୋଲି ମାନୁନଥିଲା । କିନ୍ତୁ ୧୯୯୦ ଦଶକ ପରଠାରୁ ଋଷ ଓ ଚୀନ ସମ୍ପର୍କ ବଦଳିଛି । ଉଭୟ ଦେଶଙ୍କ ପାଇଁ ଆମେରିକା ହେଉଛି ଶତ୍ରୁ । ଋଷ ହରାଇଥିବା ବିଶ୍ୱଶକ୍ତି ଟ୍ୟାଗ୍ ପୁଣି ଫେରି ପାଇବା ଚାହୁଁଛି ଓ ଚୀନ୍ ନୂଆ ବିଶ୍ୱ ବ୍ୟବସ୍ଥାରେ ନିଜକୁ ଦ୍ୱିତୀୟ ସୁପରପା୍ୱାର ବୋଲି ଭାବୁଛି । ଦୁଇ ଦେଶ ଆମେରିକାକୁ ନେଇ ଏକମତ । ତେଣୁ ଋଷ ପାଇଁ ପ୍ରଶ୍ନ କେବଳ ଭାରତକୁ ସମର୍ଥନ କରିବା ନୁହେଁ । ମସ୍କୋ ପାଇଁ ପ୍ରଶ୍ନ ହେଉଛି ଆମେରିକାକୁ ଏସିଆରୁ ଦୁରେଇ ରଖିବା । ତେଣୁ ଜିଓ ପଲିଟିକ୍ସ କାରଣରୁ ଋଷ ଭାରତକୁ ସମର୍ଥନ କରିବ କି ନିରପେକ୍ଷ ରହିବ ତାହା ଗୋଟିଏ ବଡ ପ୍ରଶ୍ନ ।

russia army

ଋଷ ପାଇଁ ସ୍ଥିତି ଠିକ୍ ନାହିଁ

ପାକିସ୍ତାନଠାରୁ କମ ଜନସଂଖ୍ୟା ବିଶିଷ୍ଟ ଋଷ ପାଖରେ ବିରାଟ ଭୂଖଣ୍ଡ ରହିଛି । ଏହି ଭୂଖଣ୍ଡର ସୁରକ୍ଷା ପାଇଁ ଋଷକୁ ଟେକ୍ନୋଲୋଜି ଉପରେ ନିର୍ଭର କରିବାକୁ ପଡେ । ବିଶେଷକରି ଆମେରିକା ଆଡୁ ଥିବା ବିପଦ ପାଇଁ ଋଷକୁ ଚୀନ୍ ଉପରେ ନିର୍ଭର କରିବାକୁ ପଡେ । ଅନ୍ୟପକ୍ଷରେ ଅଲଗା ଗୋଟିଏ ଦେଶ ପାଇଁ ଋଷ ନିଜ ପଡ଼ୋଷୀଙ୍କ ସହ ଋଷ ସମ୍ପର୍କ ଖରାପ କରିବାକୁ ଚାହୁଁନି । ତେଣୁ ଋଷ ଭାରତ-ଚୀନ ଯୁଦ୍ଧରେ କାହାକୁ ସମର୍ଥନ କରିବ ଏହାର ସମ୍ଭାବନା ବହୁତ କମ ।

ଜୁଲାଇ ୧ରୁ ବଦଳିଯିବ ଏହି ସରକାରୀ ସ୍କିମର ନିୟମ, ଆପଣଙ୍କ ଟଙ୍କା ସହ ଜଡ଼ିତ ମାମଲା..

ନୂଆଦିଲ୍ଲୀ: ଅଟଳ ପେନସନ୍ ଯୋଜନା (APY) କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ, ଯାହା ଅଧୀନରେ ବର୍ତ୍ତମାନ ଅଟୋ ଡେବିଟ୍ କରାଯାଉନାହିଁ, କିନ୍ତୁ ଏହି ଅବଧି ଜୁନ୍ ୩୦ରେ ଶେଷ ହେଉଛି ଅର୍ଥାତ୍ ଜୁଲାଇ ୧ ରୁ ଏହି ଯୋଜନାରେ ବିନିଯୋଗ କରିଥିବା ଲୋକଙ୍କ ଆକାଉଣ୍ଟରୁ ଟଙ୍କା କଟିଯିବ ଅର୍ଥାତ ଅଟୋ ଡେବିଟ ହୋଇଯିବ । ୧୧ ଏପ୍ରିଲରେ କରୋନା ମହାମାରୀ ହେତୁ ପେନସନ ନିୟନ୍ତ୍ରକ ‘ପେନସନ ପାଣ୍ଠି ନିୟାମକ ଏବଂ ବିକାଶ ପ୍ରାଧିକରଣ’ (PFRDA) ବ୍ୟାଙ୍କଗୁଡ଼ିକୁ ୩୦ ଜୁନ୍ ସୁଦ୍ଧା ଅଟୋ-ଡେବିଟ୍ ନକରିବାକୁ ନିର୍ଦ୍ଦେଶ ଦେଇଥିଲା । ଇ-ମେଲ ମାଧ୍ୟମରେ ଗ୍ରାହକଙ୍କୁ ଅଟୋ ଡେବିଟ୍ ପୁନଃ ଆରମ୍ଭ ହେବାର ନୋଟିସ୍ ପଠାଯାଇଛି ।

ଅଟୋ ଡେବିଟ୍ ଯୋଗୁଁ ଲକ୍ଷ ଲକ୍ଷ ଲୋକ ପ୍ରଭାବିତ ହେବେ, କାରଣ ସେମାନଙ୍କ ମଧ୍ୟରୁ ଅଧିକାଂଶ ନିମ୍ନ ବର୍ଗର, ଯାହାର ଆୟ କରୋନା ମହାମାରୀ ସମୟରେ ଅଟକି ରହିଛି । ଏହା ମଧ୍ୟ କୁହାଯାଇଛି ଯେ ଯେଉଁମାନଙ୍କ ପେନସନ୍ ସ୍କିମ୍ ଆକାଉଣ୍ଟ୍ ୩୦ ସେପ୍ଟେମ୍ବର ୨୦୨୦ ପର୍ଯ୍ୟନ୍ତ ରେଗୁଲରାଇଜଡ୍ ହୋଇନାହିଁ, ସେମାନଙ୍କଠାରୁ କୌଣସି ପ୍ରକାର ପେନାଲଟି ନିଆଯିବ ନାହିଁ ।

କାହା ଉପରେ କେତେ ପେନାଲ୍ଟି ଲାଗେ-

ସେମିତିରେ କୌଣସି ପେନାଲ୍ଟି ନିଆଯିବ ନାହିଁ, କିନ୍ତୁ ସାଧାରଣତଃ ବିଳମ୍ବରେ ଟଙ୍କା ଜମା କରିବା ଦ୍ୱାରା ପେନାଲ୍ଟି ଲାଗିଥାଏ ।

  • ପ୍ରତିମାସରେ ୧୦୦ ଟଙ୍କା ଯୋଗଦାନ ଥିଲେ ଏକ ଟଙ୍କା ଫାଇନ ଦେବାକୁ ପଡ଼ିବ
  • ପ୍ରତିମାସରେ ୧୦୧ ଟଙ୍କାରୁ ୫୦୦ ଟଙ୍କା ଯୋଗଦାନ ଥିଲେ ୨ ଟଙ୍କା ଫାଇନ ପଡ଼ିବ
  • ପ୍ରତିମାସରେ ୫୦୧ ଟଙ୍କାରୁ ୧୦୦୦ ଟଙ୍କା ଯୋଗଦାନ ଥିଲେ ୫ ଟଙ୍କାର ଫାଇନ
  • ପ୍ରତି ମାସରେ ୧.୦୦୧ ଟଙ୍କାରୁ ଅଧିକ ଯୋଗଦାନ ଥିଲେ ୧୦ ଟଙ୍କାର ଫାଇନ

ଅଟଳ ପେନସନ ଯୋଜନା କଣ-

କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ଅଟଳ ପେନସନ୍ ଯୋଜନା ହେଉଛି କେନ୍ଦ୍ର ସରକାରଙ୍କ ଏକ ସାମାଜିକ ସୁରକ୍ଷା ଯୋଜନା । ଏହା ଅଧୀନରେ ଅସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲୋକମାନେ କେନ୍ଦ୍ର ସରକାରଙ୍କ ଠାରୁ ପ୍ରତିମାସରେ ୧୦୦୦ ରୁ ୫୦୦୦ ଟଙ୍କା ପର୍ଯ୍ୟନ୍ତ ପେନସନ୍ ପାଇଥାନ୍ତି। ଜଣାଇ ରଖୁଛୁ ଯେ ୧୮ ରୁ ୪୦ ବର୍ଷ ମଧ୍ୟରେ ଯେକୌଣସି ବ୍ୟକ୍ତି ଏକ ଖାତା ଖୋଲିପାରିବେ ।

ଏହି ଖାତାଗୁଡ଼ିକ କେଉଁଠାରେ ଖୋଲାଯାଇପାରିବ-

ଏହା ଯେକୌଣସି ସରକାରୀ ବ୍ୟାଙ୍କ କିମ୍ବା ଡାକଘରେ ଖୋଲାଯାଇପାରିବ । ତଥାପି, ଜଣେ ବ୍ୟକ୍ତି କେବଳ ଗୋଟିଏ ଅଟଳ ପେନସନ୍ ଆକାଉଣ୍ଟ ଖୋଲିପାରିବେ । ଏହା ବିଷୟରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯଦି ପେନସନଭୋଗୀଙ୍କ ମୃତ୍ୟୁ ହୋଇଯାଏ, ତେବେ ପେନ୍‌ସନ୍‌ ପତ୍ନୀ କିମ୍ବା ପିଲାମାନଙ୍କୁ ମଧ୍ୟ ଦିଆଯାଇପାରିବ ।

 

ପୁଣି ଖୋଲିଲା ୩ଟି ଗେଟ୍… ହୀରାକୁଦ ଡ୍ୟାମର ମୋଟ୍ ୧୫ ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ

ସମ୍ବଲପୁର: ଆଜି ପୁଣି ହୀରାକୁଦ ଡ୍ୟାମର ୩ଟି ଗେଟ୍ ଖୋଲିଲା । ବର୍ତ୍ତମାନ ମୋଟ ୧୫ ଟି ଗେଟ୍ ଦେଇ ଚାଲିଛି ବନ୍ୟାଜଳ ନିଷ୍କାସନ । ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୮୧ ହଜାର ୨୨୪ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ୨ଲକ୍ଷ ୪୫ ହଜାର କ୍ୟୁସେକ ଜଳ ନିଷ୍କାସନ କରାଯାଉଛି ।

ଉପର ମୁଣ୍ଡରୁ ଜଳପ୍ରବାହ ବୃଦ୍ଧିପାଇଲେ ଆହୁରି ଅଧିକ ଗେଟ୍ ଖୋଲାଯିବ ବୋଲି ଡ୍ୟାମ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଅନ୍ୟପଟେ ଆଜି ସକାଳ ସୁଦ୍ଧା ଜଳଭଣ୍ଡାର ଜଳସ୍ତର ୬୧୫.୮୩ ଫୁଟ ରହିଛି ।

ଗତ ୨୫ ତାରିଖରେ ହୀରାକୁଦ ଜଳଭଣ୍ଡାରରୁ ବର୍ଷର ପ୍ରଥମ ବନ୍ୟାଜଳ ଛଡ଼ାଯାଇଥିଲା। ଗତ କାଲିଠୁ ୧୦ଟି ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସନ ହେଉଛି। ଜଳଭଣ୍ଡାର ଭିତରକୁ ସେକେଣ୍ଡ ପ୍ରତି ୯୯ ହଜାର କ୍ୟୁସେକ୍‌ ଜଳ ପ୍ରବେଶ କରୁଥିବା ବେଳେ ସେକେଣ୍ଡ ପ୍ରତି ୧ ଲକ୍ଷ ୭୦ ହଜାର ୫୦୪ ଘନଫୁଟ ଜଳ ନିଷ୍କାସିତ ହେଉଛି।

ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୧୭.୪୧ ଫୁଟ୍‌ ରହିଛି। ଜଳଭଣ୍ଡାରରେ ପାଣି ବଳକା ରହିଥିବାରୁ ଚଳିତ ବର୍ଷ ବହୁ ଆଗରୁ ଗେଟ୍‌ ଖୋଲାଯାଇ ଜଳଭଣ୍ଡାରରେ ୬୦୫ ଫୁଟ୍‌ ପର୍ଯ୍ୟନ୍ତ ରଖାଯିବ ବୋଲି ହୀରାକୁଦ ବନ୍ଧ କର୍ତ୍ତୃପକ୍ଷ କହିଛନ୍ତି।

ଭତ୍ତା ଆବେଦନ ପାଇଁ ପଞ୍ଚାୟତ କାର୍ଯ୍ୟାଳୟ ଯିବାକୁ ପଡ଼ିବ ନାହିଁ, ଅନଲାଇନରେ କରିପାରିବେ ଆବେଦନ

ଭୁବନେଶ୍ୱର: ଏଣିକି ଆଉ ଭତ୍ତା ଆବେଦନ ପାଇଁ ପଞ୍ଚାୟତ କାର୍ଯ୍ୟାଳୟ ଯିବାକୁ ପଡ଼ିବ ନାହିଁ ଭିନ୍ନକ୍ଷମ, ବିଧବା ତୃତୀୟଲିଙ୍ଗଙ୍କ ପାଇଁ ଅନଲାଇନ ଆବେଦନ ସୁବିଧା ଆରମ୍ଭ କରିଛି ସାମାଜିକ ସୁରକ୍ଷା ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଉଭୟ କେନ୍ଦ୍ର ରାଜ୍ୟ ପେନସନ ପାଇଁ ଏହା ଲାଗୁ ହେଲା ନେଇ ବିଭାଗୀୟ ସଚିବଙ୍କ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ପତ୍ର ଲେଖାଯାଇଛି

କରୋନା ମହାମାରୀ ପାଇଁ ଘରୁ ନବାହାରି ଘରେ ବସି ସୁରକ୍ଷିତ ଭାବେ ଆବେଦନ କରିବାକୁ ଏହା ଆରମ୍ଭ କରାଯାଇଛି ଆବଶ୍ୟକସ୍ଥଳେ ଜନସେବା କେନ୍ଦ୍ର ଆବେଦନ କରିବାରେ ସାହାଯ୍ୟ କରିବେ ଓଡ଼ିଶାରେ ମଧୁବାବୁ ପେନସନ ଯୋଜନାରେ ୨୮ ଲକ୍ଷ ହିତାଧିକାରୀ ଥିବାବେଳେ ଜାତୀୟ ସାମାଜିକ ପେନସନ ଯୋଜନାରେ ୨୦ ଲକ୍ଷ ହିତାଧିକାରୀ ଅଛନ୍ତି

SSEPD ବିଭାଗ ଏହାର ସମସ୍ତ ଯୋଜନା ଅନଲାଇନରେ ଉପଲବ୍ଧ କରାଇଛି | ବୃଦ୍ଧ ପୁରୁଷ ଏବଂ ମହିଳା, ଭିନ୍ନକ୍ଷମ, ଟ୍ରାନ୍ସଜେଣ୍ଡର ଇତ୍ୟାଦି ହିତାଧିକାରୀ ମାନେ ଏଥିରେ ଅନ୍ତର୍ଭୁକ୍ତ ଅଛନ୍ତି । ଏହି କାର୍ଯ୍ୟକ୍ରମ ଜରିଆରେ ଯେକେହି ବି NSAP & MBPY ଅଧୀନରେ ସାମାଜିକ ସୁରକ୍ଷା ପେନ୍ସନ୍ ପାଇଁ ଆବେଦନ କରିପାରିବେ ।

ଜଣେ ବ୍ୟକ୍ତିଙ୍କ ଦ୍ୱାରା ଆବେଦନ ଦାଖଲ ଠାରୁ ଆରମ୍ଭ କରି  ମଞ୍ଜୁର ପର୍ଯ୍ୟନ୍ତ ପ୍ରକ୍ରିୟା ଏଠାରେ ଉପଲବ୍ଧ କରାଯାଇଛି । ପ୍ରାଧିକରଣ ଅନଲାଇନରେ କରାଯାଇଛି ଏବଂ ଆବେଦନକାରୀ ତାଙ୍କର ଅପଡେଟ୍ ସ୍ଥିତି ପାଇପାରିବେ । ସାମ୍ପ୍ରତିକ କରୋନା ମହାମାରୀକୁ ଦୃଷ୍ଟିରେ ରଖି ଏହି ଅନଲାଇନ୍ ସିଷ୍ଟମ୍ ଏକ ଜରୁରୀ ସୁରକ୍ଷା ଆବଶ୍ୟକତା ବୋଲି କୁହାଯାଇଛି ।

ରାଜ୍ୟରେ ଆଉ ଏକ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୧୮କୁ ବୃଦ୍ଧି

ଭୁବନେଶ୍ୱର: ଆଜି ରାଜ୍ୟରେ ଆଉ ୧୭୦ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିସହ ମୋଟ୍‌ ସଂକ୍ରମିତ ସଂଖ୍ୟା ୬ ହଜାର ୩୫୦କୁ ବୃଦ୍ଧି ପାଇଛି। କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ ୧୪୩ ଜଣ ଓ ଲୋକାଲ୍‌ କେସ ୨୭ ରହିଛି । ଗଞ୍ଜାମରୁ ସର୍ବାଧିକ ୫୮ ଜଣ ସଂକ୍ରମିତ ହୋଇଥିବା ବେଳେ ଖୋର୍ଦ୍ଧାରୁ ୧୯ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ତେବେ ଗଞ୍ଜାମ ଜିଲ୍ଲାରୁ ଜଣେ ୬୮ ବର୍ଷିୟ ବୃଦ୍ଧଙ୍କ କରୋନାରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସେ ଡାଇବେଟିସ ସହ ଉଚ୍ଚ ରକ୍ତଚାପରେ ପୀଡ଼ିତ ଥିଲେ ।  ଏହା ସହ ରାଜ୍ୟରେ କରୋନାରେ ମୃତ୍ୟୁ ସଂଖ୍ୟା ୧୮କୁ ବୃଦ୍ଧି ପାଇଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଏହା ସୂଚନା ଦିଆଯାଇଛି ।

ଆଜି ୧୪ ଜିଲ୍ଲାରୁ ୧୭୦ ଜଣ ପଡିଟିଭ ଚିହ୍ନଟ ହୋଇଛନ୍ତି । ଗଞ୍ଜାମରୁ ସର୍ବାଧିକ ୫୮ ହୋଇଥିବା ବେଳେ ନବରଙ୍ଗପୁରରୁ ୧୯, ରାୟଗଡ଼ାରୁ ୧୬, ଖୋର୍ଦ୍ଧାରୁ ୧୯, ଯାଯପୁରରୁ ୩, ମାଲକାନଗିରିରୁ ୫, ପୁରୀରୁ ୬, କଟକରୁ ୧୪, ନୟାଗଡ଼ରୁ ୩, ଗଜପତିରୁ ୧୬, ବଗରଡ଼ରୁ ୧, କେନ୍ଦ୍ରାପଡ଼ାରୁ ୬, ସମ୍ବଲପୁରରୁ୨, କୋରାପୁଟରୁ ଜଣେ ଲେଖାଏଁ କରୋନା ପଜିଟିଭ ଚିହ୍ନ ହୋଇଛନ୍ତି ।

ପଶ୍ଚିମବଙ୍ଗରେ ଅମ୍ଫାନ୍‌ ମୁକାବିଲା ପରେ ଫେରିଥିବା ଜଣେ ଏନଡିଆରଏଫ୍‌ ଯବାନ ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ୨୪୯୯୦୨ ଟି କରୋନା ଟେଷ୍ଟ ହୋଇସାରିଥିବା ବେଳେ ୬୩୫୦ଟି ପଜିଟିଭ କେସ ଚିହ୍ନଟ ହୋଇଛି । ଏଥିରୁ ୪୪୩୨ଜଣ ସୁସ୍ଥ ହୋଇଛନ୍ତି । ୧୯୦୩ ଟି ଆକ୍ଟିଭ କେସ ରହିଛି ।

 

 

ରାଜ୍ୟରେ ଆଉ ୧୭୦ କରୋନା ପଜିଟିଭ ଚିହ୍ନଟ, କ୍ୱାରେଣ୍ଟାଇନ ସେଣ୍ଟରରୁ ୧୪୩ ସଂକ୍ରମିତ,୨୭ ଲୋକାଲ କେସ୍

ଭୁବନେଶ୍ୱର: ଆଜି ରାଜ୍ୟରେ ଆଉ ୧୭୦ କରୋନା ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିସହ ମୋଟ୍‌ ସଂକ୍ରମିତ ସଂଖ୍ୟା ୬ ହଜାର ୩୫୦କୁ ବୃଦ୍ଧି ପାଇଛି। କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ ୧୪୩ ଜଣ ଓ ଲୋକାଲ୍‌ କେସ ୨୭ ରହିଛି । ଏଥିସହିତ ୧୩୧ ଜଣ ସୁସ୍ଥ ମଧ୍ୟ ହୋଇଛନ୍ତି ।  ଗଞ୍ଜାମରୁ ସର୍ବାଧିକ ୫୮ ଜଣ ସଂକ୍ରମିତ ହୋଇଥିବା ବେଳେ ଖୋର୍ଦ୍ଧାରୁ ୧୯ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ଆଜି ୧୪ ଜିଲ୍ଲାରୁ ୧୭୦ ଜଣ ପଡିଟିଭ ଚିହ୍ନଟ ହୋଇଛନ୍ତି । ଗଞ୍ଜାମରୁ ସର୍ବାଧିକ ୫୮ ହୋଇଥିବା ବେଳେ ନବରଙ୍ଗପୁରରୁ ୧୯, ରାୟଗଡ଼ାରୁ ୧୬, ଖୋର୍ଦ୍ଧାରୁ ୧୯, ଯାଯପୁରରୁ ୩, ମାଲକାନଗିରିରୁ ୫, ପୁରୀରୁ ୬, କଟକରୁ ୧୪, ନୟାଗଡ଼ରୁ ୩, ଗଜପତିରୁ ୧୬, ବଗରଡ଼ରୁ ୧, କେନ୍ଦ୍ରାପଡ଼ାରୁ ୬, ସମ୍ବଲପୁରରୁ୨, କୋରାପୁଟରୁ ଜଣେ ଲେଖାଏଁ କରୋନା ପଜିଟିଭ ଚିହ୍ନ ହୋଇଛନ୍ତି ।

ପଶ୍ଚିମବଙ୍ଗରେ ଅମ୍ଫାନ୍‌ ମୁକାବିଲା ପରେ ଫେରିଥିବା ଜଣେ ଏନଡିଆରଏଫ୍‌ ଯବାନ ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ୨୪୯୯୦୨ ଟି କରୋନା ଟେଷ୍ଟ ହୋଇସାରିଥିବା ବେଳେ ୬୩୫୦ଟି ପଜିଟିଭ କେସ ଚିହ୍ନଟ ହୋଇଛି । ଏଥିରୁ ୪୪୩୨ଜଣ ସୁସ୍ଥ ହୋଇଛନ୍ତି । ୧୯୦୩ ଟି ଆକ୍ଟିଭ କେସ ରହିଛି ।

୧୪ ଜିଲ୍ଲାରୁ ସୁସ୍ଥ ହେଲେ ଆଉ ୧୩୧ କରୋନା ସଂକ୍ରମିତ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ?

ଗ୍ରାହକଙ୍କ ଉପରେ ମହଙ୍ଗା ମାଡ଼, ପ୍ରତିଦନ ବଢ଼ୁଛି ତେଲ ଦର

ଭୁବନେଶ୍ୱର: ଗ୍ରାହକଙ୍କ ଉପରେ ମହଙ୍ଗା ମାଡ଼ । ପ୍ରତିଦନ ବଢ଼ୁଛି ତେଲ ଦର । ଭୁବନେଶ୍ୱରରେ ପେଟ୍ରୋଲ ଦର ୮୦ରେ ପହଞ୍ଚିଲାଣି । ଆଜି ପେଟ୍ରୋଲ ଲିଟର ପିଛା ୮୦ .୯୪ ଓ ଡିଜେଲ ଲିଟର ପିଛା ୭୮.୫୫ଟଙ୍କା ରହିଛି । ଜୁନ ୬ତାରିଖରେ ପେଟ୍ରୋଲ ଲିଟର ପିଛା ୭୧ଟଙ୍କା ୬୯ ପଇସା ଓ ଡିଜେଲ ଲିଟର ପିଛା ୬୭ଟଙ୍କା ୭୦ ପଇସା ଥିଲା।

ନିୟମିତ ଉଭୟ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇ ଆଜିସୁଧା ଅର୍ଥାତ ୨୧ଦିନରେ ଡିଜେଲ ଲିଟର ପିଛା ୧୦ଟଙ୍କା ୮୫ପଇସା ଓ ପେଟ୍ରୋଲ ୧୧ଟଙ୍କା ୨୩ପଇସା ବୃଦ୍ଧି ପାଇସାରିଛି । ଆଜି ପୁଣି ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଛି। ନୂଆଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୨୫ପଇସା ବୃଦ୍ଧି ପାଇ ଲିଟର ୮୦ଟଙ୍କା ୩୮ପଇସା ହୋଇଥିବା ବେଳେ ଡିଜେଲରେ ଲିଟର ପିଛା ୨୧ପଇସା ବୃଦ୍ଧି ପାଇ ଲିଟର ୮୦ଟଙ୍କା.୪୦ପଇସା ହୋଇଛି ।

 

ଲୋକଙ୍କ ଉପରେ ପଡ଼ିବ ମହଙ୍ଗା ମାଡ଼, ସେଞ୍ଚୁରୀ ମାରିପାରେ ପେଟ୍ରୋଲ- ଡିଜେଲ ଦାମ

ବର କରୋନା ପଜିଟିଭ ଚିହ୍ନଟ ପରେ ଶଶୁର ଘର ପରିବର୍ତ୍ତେ ଗଲା କ୍ୱାରେଣ୍ଟାଇନ ସେଣ୍ଟର, ପଢ଼ନ୍ତୁ ପୂରା ଖବର

ରୋହତାସ୍ ଜିଲ୍ଲାର ରାଜପୁରରେ ଜଣେ ୨୮ ବର୍ଷୀୟ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ଏହା ପରେ ତାଙ୍କୁ କ୍ୱାରେଣ୍ଟାଇନ ସେଣ୍ଟରକୁ ପଠାଗଲା | ସବୁଠୁ ବଡ କଥା ହେଉଛି ଏହି ଯୁବକ ଶୁକ୍ରବାର ଦିନ ବିବାହ କରିଥିଲେ। ସେ ଏକ ଶୋଭାଯାତ୍ରା ସହିତ ଭୋଜପୁର ଜିଲ୍ଲାର ଏକ ଗ୍ରାମକୁ ଯିବାକୁ ପ୍ରସ୍ତୁତ ହେଉଥିଲେ। ଏହି ସମୟରେ ସ୍ୱାସ୍ଥ୍ୟ ବିଭାଗ ଟିମ୍ ପୋଲିସ ବରକୁ ଏକ ସ୍ୱତନ୍ତ୍ର ଆମ୍ବୁଲାନ୍ସରୁ ଆଣି ଦିହ୍ରିର ଜାମହୁର ନାରାୟଣ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହି ସମୟ ମଧ୍ୟରେ ବରକୁ ଘରୁ ଆଣିବା ପାଇଁ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀମାନେ ବହୁତ ଚେଷ୍ଟା କରିଥିଲେ। କାରଣ ଶୁକ୍ରବାର ଦିନ ତାଙ୍କର ବିବାହ ହେବାର ଥିଲା କିନ୍ତୁ ପୋଲିସ ବରକୁ ଡାକ୍ତରଖାନାକୁ ଯାଇଥିଲା ।

୨୬ ଜୁନ୍ ରେ ବିବାହ କରାଯାଇଥିଲା 

ମିଳିଥିବା ସୂଚନା ଅନୁଯାୟୀ, ଯୁବକ ଜଣଙ୍କ ମୁମ୍ବାଇର ଏକ କାରଖାନାରେ କାମ କରୁଥିଲେ, କିନ୍ତୁ ଲକଡାଉନ ଯୋଗୁଁ କାରଖାନା ବନ୍ଦ ହୋଇଯାଇଥିଲା ଏବଂ ଯୁବକ ସମ୍ପୂର୍ଣ୍ଣ ବେରୋଜଗାର ହୋଇଗଲେ | ସେ କୌଣସି ପ୍ରକାରେ ଟ୍ରକ୍ ଯୋଗେ ନିଜ ଗାଁକୁ ଫେରି ନୋଖା ହାଇସ୍କୁଲର କ୍ୱାରାଣ୍ଟାଇନ୍ ସେଣ୍ଟରରେ ୧୪ ଦିନ ରହିଲେ। ସେ ନିଜ ଘରକୁ ଫେରିବା ପରେ ପରିବାର ଲୋକ ତାଙ୍କ ବିବାହ ସ୍ଥିର କରିଥିଲେ । କିନ୍ତୁ କିଏ ଜାଣିଥିଲା ​​ବରକୁ କରୋନା ପଜିଟିଭ୍ ମିଳିବ |

ତିନି ଦିନ ପୂର୍ବରୁ ନିଆଯାଇଥିବା ନମୁନା 

୨୬ ଜୁନ୍ ସନ୍ଧ୍ୟାରେ ରୋହତାସର ରାଜପୁରରୁ ଭୋଜପୁର ଜିଲ୍ଲାର ଏକ ଗାଁ ପର୍ଯ୍ୟନ୍ତ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇ ପ୍ରସ୍ତୁତି ଚାଲିଥିଲା । ଏହି ସମୟରେ ସ୍ୱାସ୍ଥ୍ୟ ବିଭାଗ ବରକୁ ନିଜ ଅଧୀନରେ ନେଇଥିଲା । ଜଣାଇ ରଖୁଛୁ ଯେ ୩ ଦିନ ପୂର୍ବରୁ ଗାଁର ବାହାରୁ ଆସୁଥିବା ପ୍ରବାସୀମାନଙ୍କ ପାଇଁ ଜିଲ୍ଲା ପ୍ରଶାସନ ଏକ ନମୁନା ସଂଗ୍ରହ କରି ଏହାର କରୋନା ଯାଞ୍ଚ କରିଥିଲା ​​| ଯେଉଁଥିରେ ରାଜପୁରର ଚାରି ଜଣଙ୍କର କରୋନା ସଂକ୍ରମଣ ସକରାତ୍ମକ ଥିବା ଦେଖିବାକୁ ମିଳିଥିଲା।

ଭୋଜପୁର ବିବାହ କରିବାକୁ ଥିଲା

କରୋନା ପରୀକ୍ଷଣରେ ବର ପଜିଟିଭ୍ ମିଳିବା ପରେ ପରିବାର ସଦସ୍ୟଙ୍କ ମଧ୍ୟରେ ଚିନ୍ତା ପ୍ରକଟ ହୋଇଥିଲା। ସୂଚନା ପାଇବା ପରେ ଝିଅଟି ମଧ୍ୟ ଡାକ୍ତରଖାନାରେ ପହଞ୍ଚିଥିଲା । ଅଳ୍ପ ସମୟ ମଧ୍ୟରେ ପରିବାର ନରାୟଣ ମେଡିକାଲ କଲେଜ, ଜାମହୁର, ଦେହରୀରେ ପହଞ୍ଚି ହଙ୍ଗାମା କରିଥିଲେ ।  କିନ୍ତୁ ପରେ ଡାକ୍ତରଖାନା ପ୍ରଶାସନ  ସେମାନଙ୍କୁ  ସେଠାରୁ ହଟାଇ ଦେଇଥିଲେ । ବର ପକ୍ଷ ବିବାହ କରିବାକୁ ଆଡି ବସିଥିଲେ କିନ୍ତୁ ଡାକ୍ତର ଏଥିପାଇଁ ଅନୁମତି ଦେଇନଥିଲେ ।