spot_img
Home Blog Page 7083

କରୋନା ଭାଇରସ୍ ନେଲା ଆଉ ଜଣେ ବିଧାୟକଙ୍କ ଜୀବନ

ଫାଲଟା: କୋଲକାତାରେ ଶାସକ ଦଳ ତ୍ରୁଣମୂଳ କଂଗ୍ରେସର ବିଧାୟକ ତମୋନାଶ ଘୋଷଙ୍କର ମଙ୍ଗଳବାର ଦେହାନ୍ତ ହୋଇଛି । ସୂଚନା ଅନୁଯାୟୀ, ୬୦ବର୍ଷ ବୟସ୍କା ବିଧାୟକ କରୋନା ପଜିଟିଭ୍ ଥିଲେ ଏବଂ ଏବେ ତାଙ୍କର ମୃତ୍ୟୁ ହୋଇଛି । ଘୋଷ ରାଜ୍ୟର ଫାଲଟା ବିଧାନସଭା ଆସନରୁ ତିନିଥର ବିଧାୟକ ଥିଲେ । ଘୋଷଙ୍କ ମୃତ୍ୟୁକୁ ନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଟ୍ୱିଟ କରିଛନ୍ତି ।

ଟ୍ୱିଟରେ ସେ ଲେଖିଛନ୍ତି- ‘ମୁଁ ବହୁତ ଦୁଃଖିତ। ୧୯୯୮ ପରଠାରୁ ଦଳର ଜଣେ ଦକ୍ଷ ତଥା ତିନିଥର ବିଧାୟକ ତମୋନାଶ ଘୋଷ ଆଜି ଆମକୁ ଛାଡି ଚାଲିଯାଇଛନ୍ତି । ସେ ଆମ ସହିତ ୩୫ ବର୍ଷ କାର୍ଯ୍ୟ କରିଛନ୍ତି । ସେ ଦଳ ତଥା ଜନସାଧାରଣଙ୍କ ପ୍ରତି ଅତ୍ୟନ୍ତ ଉତ୍ସର୍ଗୀକୃତ ଥିଲେ । ଏବଂ ସେ ସାମାଜିକ କାର୍ଯ୍ୟରେ ବହୁତ ସହଯୋଗ କରିଥିଲେ  । ତାଙ୍କ ଶୂନ୍ୟସ୍ଥାନକୁ କେହି ବି ପୂରଣ କରିବା କଷ୍ଟକର । ଆମେ ସମସ୍ତେ ତାଙ୍କ ପ୍ରିୟଜନ, ପତ୍ନୀ, ଦୁଇ ଝିଅ ଏବଂ ସାଙ୍ଗମାନଙ୍କ ପ୍ରତି ଆମର ହୃଦୟରୁ ସମବେଦନା ଜଣାଉଛୁ ।’

ରାଜ୍ୟରେ ସଂକ୍ରମିତ ସଂଖ୍ୟା ୧୪ହଜାର ପାର୍

ଆପଣଙ୍କୁ କହିରଖୁଛୁ ଯେ ମଙ୍ଗଳବାର ଦିନ ରାଜ୍ୟରେ କୋଭିଡ -୧୯ ହେତୁ ଆଉ ୧୧ ଜଣଙ୍କର ମୃତ୍ୟୁ ହୋଇଛି, ଏବଂ ରାଜ୍ୟରେ ସମୁଦାୟ ମୃତ୍ୟୁ ସଂଖ୍ୟା ୫୮୦ରେ ପହଞ୍ଚିଥିବାବେଳେ ୩୭୦ଟି ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ସଂକ୍ରମିତଙ୍କ ସଂଖ୍ୟା ୧୪,୭୨୮ରେ ପହଞ୍ଚିଛି। । କୁହାଯାଇଛି ଯେ ଗତ ୨୪ ଘଣ୍ଟାରେ ମୃତ୍ୟୁବରଣ କରିଥିବା ୧୧ଜଣ ରୋଗୀଙ୍କ ମଧ୍ୟରୁ ନଅ ଜଣଙ୍କର ଅନ୍ୟାନ୍ୟ ରୋଗ ହୋଇଥିଲା ।

ହାତୀ ଘଉଡ଼ାଇବା ପାଇଁ ଘରେ ରଖିଥିଲେ ଶତାଧିକ ବୋମା, ଫୁଟିଗଲା…

ଢ଼େଙ୍କାନାଳ: ଢ଼େଙ୍କାନାଳରେ ବଡ଼ ବିସ୍ପୋରଣ । ଗଣେଶ ବଜାର ଫରେଷ୍ଟ କଲୋନିରେ ଭୟାନକ ବିସ୍ପୋରଣ । ବିସ୍ପୋରଣ ଏତେ ଭୟାନକ ଥିଲେଯେ ଘରର ଆଜବେଷ୍ଟ ଉଡ଼ିଯାଇଛି । ଘରେ ରଖା ହୋଇଥିବା ହାତୀ ଘଉଡ଼ାଇବା ପାଇଁ ବୋମା ବିସ୍ପୋରଣ ହୋଇଛି ।

ଏଥିରେ ସ୍କ୍ୱାର୍ଡ ସୁଜିତ ସାମଲ ଗୁରୁତର ଆହତ ହୋଇଛନ୍ତି । ଏହି ବୋମା ସବୁକୁ ହାତୀ ଘଉଡ଼ାଇବା ପାଇଁ ବ୍ୟବହାର କରାଯାଇଥାଏ । ତେବେ ଫରେଷ୍ଟ କଲୋନିରେ ଥିବା ଏକ ଆଜବେଷ୍ଟ ଘରେ ସ୍କ୍ୱାର୍ଡ ସୁଜିତ ରଖିଥିଲେ ଶତାଧିକ ବୋମା । ଘଟଣା ସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁ କୁ ଆୟତ କରିଛି ।

ସୂଚନା ଅନୁଯାୟୀ, ଫରେଷ୍ଟ କଲୋନିରେ ଏକ ଆଜବେଷ୍ଟ ଘରେ ରହିଥିଲା ଶଦାଧିକ ବୋମା  । ଏହି ବୋମା ସବୁକୁ ଜଙ୍ଗଲେରେ ହାତୀ ଘଉଡ଼ାଇବା ପାଇଁ ବ୍ୟବହାର କରାଯାଇଥାଏ । କିନ୍ତୁ ଆଜି ଏହି ସବୁ ବୋମାକୁ ଅନ୍ୟତ୍ର ସ୍ଥାନ୍ତରିତ କରାଯାଉଥିଲା ।

ସେହି ସମୟରେ କୌଣସି କାରଣ ବସତଃ ବୋମା ବିସ୍ପୋରଣ ହୋଇଥିଲା । ଏହି ବିସ୍ପୋରଣରେ ଘରର ଆଜବେଷ୍ଟ ଉଡ଼ିଯାଇଥିଲା । ଏଥିରେ ହାତୀ ଘଉଡ଼ାଇବା ସ୍କ୍ୱାର୍ଡରେ କାମ କରୁଥିବା ସୁଜିତ ସାମଲ ଗୁରୁତର ଆହତ ହୋଇଛନ୍ତି । ଆହତ ଙ୍କୁ ଜିଲ୍ଲା ଚିକିତ୍ସାଳୟରେ ଭର୍ତି କରାଯାଇଛି।

ନାବାଳିକାକୁ ବିଭିନ୍ନ ସମୟରେ ଦୁଷ୍କର୍ମ କରୁଥିଲେ, ଗର୍ଭବତୀ ହେବା ଜାଣି ଗର୍ଭପାତ କରାଇଲେ ଥାନାବାବୁ !

ସୁନ୍ଦରଗଡ଼: ନାବାଳିକାକୁ ଦୁଷ୍କର୍ମ ଏବଂ ପରେ ଗର୍ଭପାତର ବିରାଟ ଅଭିଯୋଗ । ଏଭଳି ସାଙ୍ଘାତିକ ଅଭିଯୋଗ ଆସିଛି ବିରମିତ୍ରପୁର ଥାନା ବାବୁଙ୍କ ନାମରେ । ବିଭିନ୍ନ ସମୟରେ ଦୁଷ୍କର୍ମ କରୁଥିଲେ ଏବଂ ନାବାଳିକା ଗର୍ଭବତୀ ଥିବା ଜାଣି ଗର୍ଭପାତ କରାଇଲେ । ଏନେଇ ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଥାନା ବଡ଼ବାବୁଙ୍କ ସହ ୬ ଜଣଙ୍କ ନାଁରେ ଗତକାଲି ରାତିରେ ଥାନାରେ ମାମଲା ରୁଜୁ ହୋଇଛି । ତେବେ ମାମଲାର ତଦନ୍ତ କରିବା ପାଇଁ ଆଜି ସୁନ୍ଦରଗଡ଼ ଏସ୍‌ପି ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବେ ।

ପ୍ରଥମେ ନାବାଲିକାକୁ ୫ଜଣ ଦୁଷ୍କର୍ମ କରିଥିବା ରାଏବୋଗା ଥାନାରେ ଏତଲା ଦିଆଯାଇଥିଲା । ପରେ ୧୫ତାରିଖରେ ସିଡବ୍ଲୁସିଙ୍କୁ ନଜଣାଇ ଡାକ୍ତର ନାବାଳିକାଙ୍କ ଗର୍ଭପାତ କରିଥିବାରୁ ତାଙ୍କ ନାଁରେ ମଧ୍ୟ ଏତଲା ହୋଇଛି । ଗତକାଲି ଘଟଣାର ତଦନ୍ତ କରି ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସୁନ୍ଦରଗଡ଼ ଏସ୍‌ପିଙ୍କୁ ଚିଠି ଲେଖିଥିଲେ ସିଡବ୍ଲୁ ସି । ଏବେ ଏସପି ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ସୂଚନା ଅନୁଯାୟୀ ଥାନା ବଡ଼ବାବୁଙ୍କ ସହ ୫ଜଣ ମିଶି ନାବାଳିକାକୁ ବିଭିନ୍ନ ସମୟରେ ଦୁଷ୍କର୍ମ କରିଆସୁଥିଲେ ।

ତେବେ ନାବାଳିକା ଜଣକ ଗର୍ଭବତୀ ଥିବା ଖବର ପାଇବା ପରେ ତାଙ୍କୁ ଏକ ଡାକ୍ତରଖାନାରେ କାହାକୁ ନଜଣାଇ ତାଙ୍କର ଗର୍ବପାତ କରାଇଥିଲେ । ତେବେ ଏନେଇ ନାବାଳିକା ଜଣକ ପୂର୍ବରୁ ଡ଼ରରେ କାହା ପାଖରେ ଅଭିଯୋଗ କରିନଥିଲେ । ଯେତେବେଳେ ସହିବା ଶକ୍ତି ଅସୟ ହୋଇଥିଲା ସେତେବଳେ ସେମାନଙ୍କ ବିରୁଦ୍ଧରେ ଅଭିଯୋଗ କରିଥିଲେ ।

ଫିଲ୍ମ ‘ଘାୟଲ’କୁ ୩୦ ବର୍ଷ , ଏହି ଅବସରରେ ଧର୍ମେନ୍ଦ୍ର ସେୟାର କଲେ ଏମିତି କିଛି…

ବଲିଉଡ ଅଭିନେତା ଧର୍ମେନ୍ଦ୍ର ୩୦ ବର୍ଷ ପୂର୍ବେ ମୁକ୍ତିଲାଭ କରିଥିବା ‘ଘାୟଲ’ ଫିଲ୍ଲ ସହ ଜଡିତ କିଛି ସ୍ମୃତି ସେୟାର କରିଛନ୍ତି । ଜୁନ ୨୨,୧୯୯୦ରେ ରିଲିଜ୍ ହେଇଥିବା ସନ୍ନି ଦେୱଲଙ୍କ ଏହି ଫିଲ୍ମ ବ୍ଲକ୍ ବଷ୍ଟର ହିଟ୍ ହେଇଥିଲା  । ରାଜକୁମାର ସନ୍ତୋଷୀ ଏହି ଚଳଚ୍ଚିତ୍ରକୁ ନିର୍ଦ୍ଦେଶନା ଦେଇଥିବା ବେଳେ ଧର୍ମେନ୍ଦ୍ର ଏହି ଚଳଚ୍ଚିତ୍ରର ନିର୍ମାତା ଥିଲେ  । ମିନାକ୍ଷୀ ଶେଷାଦ୍ରୀ ତାଙ୍କ ବିପକ୍ଷରେ ନାୟିକା ଥିଲେ ।

https://twitter.com/i/status/1275578101955608577

ଧର୍ମେନ୍ଦ୍ର ଏହି ଫିଲ୍ମ ସହ ଜଡିତ  କିଛି ପୁରୁଣା ସାକ୍ଷାତକାରର ଝଲକ ଏବଂ କ୍ଲିପ୍ ସେୟାର କରିଛନ୍ତି  ।  ଭି଼ଡିଓରେ ମିନାକ୍ଷୀ କହୁଛନ୍ତି, ଫିଲ୍ମ କେତେ ସଫଳ ହେବ ମୁଁ କହି ପାରିବିନି କିନ୍ତୁ ସନ୍ନିଙ୍କ ଉପରେ ମୋର ପୂରା ବିଶ୍ୱାସ ଅଛି । ଅନ୍ୟ ପକ୍ଷରେ ସନ୍ନି କହିଛନ୍ତି, ଆମେ କୌଣସି ବ୍ୟବସାୟିକ ଚଳଚ୍ଚିତ୍ର ନିର୍ମାଣ କରୁନାହୁଁ  ଯେଉଁଥିରେ ଡାଇଲଗର ଯୋଡା ଅର୍ଥ ଥିବ ।

https://twitter.com/jhanji98/status/1275579438533693440?ref_src=twsrctfwtwcamptweetembedtwterm1275579438533693440&ref_url=httpsaajtak.intoday.instorydharmendra-shares-ghayal-memories-blockbuster-on-box-office-sunny-deol-movie-tmov-1-1203733.html

ସାକ୍ଷାତକାରରେ  ମିନାକ୍ଷୀ କହୁଛନ୍ତି, ସେ ଏହି ଫିଲ୍ମର ସଫଳତା ଶ୍ରେୟ ସନ୍ନି, ଧରମ ଜୀ ଏବଂ ରାଜକୁମାର ସନ୍ତୋଷୀଙ୍କୁ ଦେବେ  । ଭି଼ଡିଓ ସେୟାର କରି ଧର୍ମେନ୍ଦ୍ର କ୍ୟାପସନ୍ ଲେଖିଛନ୍ତି, “ଶୁଭ ସକାଳ ସାଙ୍ଗମାନେ, ୩୦ ବର୍ଷ ତଳେ କିଛି କରିଥିଲି ଯାହା…..” ଏହି ଭିଡିଓକୁ ପ୍ରଶଂସକ ମାନେ ଅଧିକ ପସନ୍ଦ କରିବା ସହ ସେୟାର ମଧ୍ୟ କରିଛନ୍ତି  ।

meenakshi

ୟୁଜର୍ସ କମେଣ୍ଟ ବାକ୍ସରେ ନିଜ ମନ୍ତବ୍ୟ ମଧ୍ୟ ଦେଇଛନ୍ତି  । ଜଣେ ପ୍ରଶଂସକ ଫିଲ୍ମର ପ୍ରଶଂସା କରି ଲେଖିଛନ୍ତି, “ଏହା ସନ୍ନି ଭାଇଙ୍କର ଏପିକ୍ ଚଳଚ୍ଚିତ୍ର ମଧ୍ୟରୁ ଗୋଟେ  । ଇତିହାସର ଶ୍ରେଷ୍ଠ ୧୦ଟି ଚଳଚ୍ଚିତ୍ରରେ ‘ଘାୟଲ’ ସ୍ଥାନ ପାଇଛି  । ୧୬୩ ମିନିଟର ଏହି ଚଳଚ୍ଚିତ୍ର ସେହି ସମୟରେ ବକ୍ସ ଅଫିସରେ ପ୍ରାୟ ୧୭କୋଟି ରୋଜଗାର କରିଥିଲା  ।

ରାଜ୍ୟରେ ପୁଣି ୨୮୨ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି । ପ୍ରତି ଦିନ ୧୦୦ ପରେ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଆଜି ପୁଣି ୨୮୨ଟି ପଜିଟିଭ ମାମଲା ଚିହ୍ନଟ ହୋଇଛି । ସେଥିମଧ୍ୟରୁ ୨୫୬ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ହୋଇଥିବା ବେଳେ ମାତ୍ର ୨୬ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ଏହି ୨୮୨ ଟି ପଜିଟିଭ୍ କେସ ମଧ୍ୟରେ ୧୭ଟି ଜିଲ୍ଲା ସହ ଏନ୍‌ଡିଆରଏଫ୍‌ ମଧ୍ୟ ଯବାନ ରହିଛନ୍ତି ।

ତେବେ ସର୍ବାଧିକ ଗଜପତି ଏବ ଗଞ୍ଜାମରୁ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗଞ୍ଜାମରୁ ୭୫ ଜଣ ଚିହ୍ନଟ ହୋଇଥିବା ବେଳେ ଗଜପତିରୁ ୭୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ୨୬, ଝାରସୁଗୁଡ଼ା ୨୩, ବାଲେଶ୍ୱର ୩, କଟକ ୪, ଯାଜପୁରରୁ ୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିଭଳି ଜଗତସିଂହପୁର ୧୧, କନ୍ଧମାଳ ୧୭, ସମ୍ବଲପରୁ ୧୩, ମୟୂରଭଞ୍ଜରୁ ୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେପଟେ ଅନୁଗୁଳ, ସୁନ୍ଦରଗଡ଼, ବଲାଙ୍ଗିର, ନୟାଗଡ଼ରୁ ଜଣେ ଲେଖାଏଁ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନ୍‌ଡିଆର୍‌ଏଫ ଯବାନଙ୍କ ମଧ୍ୟରୁ ୮  ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଏବେ ରାଜ୍ୟରେ ୫୭୫୨ ଜଣ ମୋଟ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୩୯୮୮ ଜଣ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ୧୭୪୦ ଜଣ ସକ୍ରିୟ ରହିଛନ୍ତି । ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ଏବେ ୧୭ରେ ପହଞ୍ଚିଛି ।

୬୪ଟି ଏନକାଉଣ୍ଟର କରିଥିବା ଅବସରପ୍ରାପ୍ତ ଡିଏସପି, ନିଜ ସୁଇସାଇଡ଼୍ ନୋଟରେ ଲେଖିଲେ କିଛି ଏମିତି କଥା…

ବେଉର୍: ଆତ୍ମହତ୍ୟା କଲେ ଜଣେ ଦକ୍ଷ ପୋଲିସ ଅଫିସର । ବିହାରରେ ୩୭ ବର୍ଷ ପୋଲିସ ଚାକିରୀ କାଳରେ ୬୪ଟି ଏନକାଉଣ୍ଟର କରିଥିବା ଅବସରପ୍ରାପ୍ତ ଡିଏସପି କୃଷ୍ଣ ଚନ୍ଦ୍ର ଜଣେ ଲାଇସେନ୍ସଧାରୀ ବନ୍ଧୁକରେ ଆତ୍ମହତ୍ୟା କରିଛନ୍ତି । ରାଜ୍ୟରେ ଚନ୍ଦ୍ର ଏନକାଉଣ୍ଟର ସ୍ପେଶାଲିଷ୍ଟ ଇନ୍ସପେକ୍ଟର ଭାବରେ ଖୁବ ଜଣାଶୁଣା ଥିଲେ । ସେ ପରିବାର ଏବଂ ପୋଲିସ ବିଭାଗ ପାଇଁ ଏକ ଆତ୍ମହତ୍ୟା ନୋଟ ମଧ୍ୟ ଛାଡିଛନ୍ତି । ଏଥରେ ୬୮ବର୍ଷିୟ ଡିଏସପି ଚନ୍ଦ୍ର ଗୁରୁତର ଅବସାଦର ଶିକାର ହୋଇଥିବା ଦର୍ଶାଇଛନ୍ତି । ସେ ଏହି ରୋଗ ପାଇଁ ୧୬ବର୍ଷ ଧରି ଚିକିତ୍ସିତ ହେଉଥିଲେ ମଧ୍ୟ ଏଥିରୁ ମୁକ୍ତି ପାଇପାରିନଥିଲେ।

ଚନ୍ଦ୍ର ତାଙ୍କ ସ୍ତ୍ରୀ ଓ ତିନି ପିଲାଙ୍କ ନାଁରେ ଏକ ନୋଟରେ ଲେଖିଛନ୍ତି ଯେ, ମୋତେ କ୍ଷମା କରିଦେବ । ଅବସାଦ ହେତୁ ମୁଁ ମାସ ମାସ ଧରି ଶୋଇପାରେ ନାହିଁ ।  ଆଉ ମୁଁ ଏହି କଷ୍ଟ ସହିପାରୁନାହିଁ । ତେଣୁ, ମୁଁ ଏମିତି ଏକ ପଦକ୍ଷେପ ନେବାକୁ ବାଧ୍ୟ ହୋଇଛି । ସାନପୁଅ ବଣ୍ଟି ପାଇଁ ସେ ଲେଖିଛନ୍ତି ଯେ ତୋତେ ଏସବିଆଇ ଶାଖା ଯାଇ ମୋର ପେନ୍ସନ୍ ବନ୍ଦ କରିବାକୁ ହେବ । ଏବଂ ମା’ର ପେନ୍ସନ୍ ଆରମ୍ଭ କରିବାକୁ ପଡିବ । ମୋ ମୋବାଇଲ୍ ଚାଲୁ ରଖିବ, କାରଣ ଏହା ବ୍ୟାଙ୍କ, ଗ୍ୟାସ୍, ବିଦ୍ୟୁତ୍ ଏବଂ ଆୟକର ପାଇଁ ଆବଶ୍ୟକ ହେବ ।

ଏଥି ସହିତ, ବେଉର୍ ଥାନା ଅଧିକାରୀଙ୍କୁ ସମ୍ବୋଧିତ କରି ଲେଖିଥିଲେ – ମୁଁ ଗତ ୧୬ ବର୍ଷ ଧରି ମାନସିକ ଚାପର ଶିକାର ହୋଇଛି । ଅନେକ ଚିକିତ୍ସା କରାଇଛି, କିନ୍ତୁ ସମସ୍ତ ଚିକିତ୍ସାର କୌଣସି ପ୍ରଭାବ ପଡ଼ିନାହିଁ । କଲୋନୀର ସାନ୍ତେଶ ସିହ୍ନାଙ୍କ ନିର୍ଯ୍ୟାତନା ହେତୁ ମୋର ଅବସାଦ ଚରମ ସୀମାରେ ପହଞ୍ଚିଥିଲା ​ । ତାଙ୍କ ନିର୍ଯାତନା ହେତୁ ମୁଁ ଆତ୍ମହତ୍ୟା କରୁଛି ।

ଚନ୍ଦ୍ର ଡ୍ୟୁଟିରେ ଥିବା ସମୟରେ ଦୁଇ ଦୁଇଥର ଗୁଳି ବାଜିଥିଲା କିନ୍ତୁ ସେ ସବୁରୁ ଚନ୍ଦ୍ର ବଞ୍ଚି ଯାଇଥିଲେ

ଡିଏସପି ଚନ୍ଦ୍ର ବେଉର ପୋଲିସ ଷ୍ଟେସନର କଲୋନୀର ଫେଜ୍ ୨ରେ ରହୁଥିଲେ । ସେ STF ର DSP ଥିଲେ । ୨୦୧୨ରେ ସୋନପୁରରେ ରେଳ DSPରୁ ଅବସର ନେଇଥିଲେ । ସେ  ଡ୍ୟୁଟିରେ ଥିବା ସମୟରେ ଦୁଇ ଦୁଇ ଥର ଗୁଳି ଖାଇ ବଞ୍ଚି ଯାଇଥିଲେ । ତାଙ୍କ ପୁଅ ବଣ୍ଟି କହିଛନ୍ତି ଯେ ମଙ୍ଗଳବାର ସକାଳେ ମାଆ ତଳେ ଥିଲେ । ମୁଁ ବାପାଙ୍କ ବେଡ ରୁମ ପାଖରେ ଥିଲି । ରାତି ପ୍ରାୟ ୮ଟା ବେଳେ ଗୁଳି ଫୁଟିବାର ଶବ୍ଦ ଶୁଣାଗଲା । ବାପାଙ୍କ କୋଠରୀକୁ ଯାଇ ଦେଖିଲି ଯେ ସେ ତଳେ ପଡ଼ିଛନ୍ତି । ଏବଂ ପାଖରେ ଏକ ପିସ୍ତଲ ଥିଲା।

ତାଙ୍କରେ ଜଣେ ବନ୍ଧୁ ଚିନ୍ଦ୍ରଙ୍କ ବିଷୟରେ କୁହନ୍ତି ଯେ, ସେ ଜଣେ ପରଉପକାରୀ ଲୋକ ଥିଲେ । ସେ ବହୁ ଗରିବ ଲୋକଙ୍କୁ ସାହାଯ୍ୟ କରି ଆସିଛନ୍ତି । ଏବଂ ସେ କାର୍ଯ୍ୟରତ ଥିବା ସମୟରେ ଯେତେବେଳେ ବି ତାଙ୍କ ପାଖକୁ କୌଣସି ଗରିବଙ୍କୁ ହଇରାଣ କଲା ଭଳି ଯାହା ବି ଅଭିଯୋଗ ଆସେ ସେଥିପାଇଁ ସେ ସବୁ ବେଳେ ଆଗେଇ ଆସନ୍ତି । ସେ ଗରିବଙ୍କ ଦଃଖ ବୁଝୁଥିଲେ ଏବଂ ଗରିବଙ୍କୁ ସାହାଯ୍ୟ ମଧ୍ୟ କରୁଥିଲେ । ସେ ଏମିତି ବି ବହୁ ଗରିବ ଶ୍ରେଣୀର ଝିଅମାନଙ୍କୁ ବାହାଘର ମଧ୍ୟ କରାଇଛନ୍ତି ।

କରୋନା ସଂକ୍ରମଣ ଯୋଗୁଁ ଗଞ୍ଜାମରେ ୧୦ ଦିନ ପାଇଁ ସାଧାରଣ ଲୋକଙ୍କୁ ସରକାରୀ ଅଫିସ୍‌ ମନା

ଗଞ୍ଜାମ: ଗଞ୍ଜାମରେ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ ସଂଖ୍ୟା । କରୋନା ସଂକ୍ରମଣ ଏବେ ସରକାରୀ ଅଫିସରେ ପଞ୍ଚିଛି । ଯାହାଦ୍ୱାରା କିଛି ସରକାରୀ ବରିଷ୍ଟ କର୍ମଚାରୀ ମାନେ ସଂକ୍ରମିତ ହୋଇଛନ୍ତି । ତେବେ ଏନେଇ ଗଞ୍ଜାମ ଜିଲ୍ଲାପାଳ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ବୁଧବାର ଠାରୁ ଗଞ୍ଜାମରେ ସାଧାରଣ ଲୋକଙ୍କୁ ସରକାରୀ ଅଫିସ ମନା । କରୋନା ସଂକ୍ରମଣ ସାଧାରଣରେ ଅଧିକ ନବ୍ୟାପିବା ପାଇଁ ଏଭି ନିଷ୍ପତ୍ତି ନିଆଯାଇଛି ।

ଆସନ୍ତା ୧୦ଦିନ ଗଞ୍ଜାମର ସରକାରୀ ଅଫିସ ନଯିବାକୁ ସାଧାରଣ ଲୋକଙ୍କୁ କୁହାଯାଇଛି । ଏନେଇ ଟ୍ୱିଟ୍‌ କରି ଜଣାଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ । ସରକାରୀ ଅଫିସର କିଛି ବରିଷ୍ଠ ଅଧିକାରୀ କରୋନା ସଂକ୍ରମିତ ହେବା ପରେ ଏପରି ପଦକ୍ଷେପ ନିଆଯାଇଛି ।

୧୦ ଦିନ ପାଇଁ ସବୁ ସରକାରୀ ଅଫିସ ଲୋକଙ୍କ ପାଇଁ ବନ୍ଦ ରହିବ ବୋଲି ଜିଲ୍ଲାପାଳ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି । କେବଳ ସରକାରୀ ଅଧିକାରୀ ମାନେ ଅଫିସ୍‌ ଯାଇପାରିବେ । ଏଥିସହ  କରୋନା ଆକ୍ରାନ୍ତ ସରକାରୀ ଅଧିକାରୀଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

ଭାରତରେ ଥିବା ପାକିସ୍ତାନ ଦୂତାବାସରୁ ଖାଲି ହେବା ୫୦ ପ୍ରତିଶତ କର୍ମଚାରୀ

ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ବଢିବ କୁଟନୈତିକ ଦୂରତା । ଗୁଇନ୍ଦାଗିରି ଓ ଆତଙ୍କବାଦୀ ଗତିବିଧିକୁ ଆଖିରେ ରଖି ଭାରତର ବଡ଼ ନିଷ୍ପତ୍ତି । ଭାରତରେ ଅବସ୍ଥାପିତ ପାକିସ୍ତାନ ଦୂତାବାସ କର୍ମଚାରୀଙ୍କ ସଂଖ୍ୟା ହ୍ର।ସ କରିବାକୁ ନୂଆଦିଲ୍ଲୀ ପକ୍ଷରୁ ଇସଲାମାବାଦକୁ କୁହାଯାଇଛି । ଏଥିସହ ଭାରତ ମଧ୍ୟ ଇସଲାମାବାଦରେ ଅବସ୍ଥାପିତ ଦୂତାବାସରୁ କର୍ମଚାରୀ ହ୍ର।ସ କରିବ ବୋଲି କହିଛି । ଆସନ୍ତା ୭ଦିନ ମଧ୍ୟରେ କର୍ମଚାରୀ ହ୍ର।ସ କରାଯିବ । ବୈଦେଶିକ ବ୍ୟାପାର ମନ୍ତ୍ର।ଳୟ ପକ୍ଷରୁ ପାକିସ୍ତାନର ଡି ଚାର୍ଜ ବ୍ୟାପାର ଅଧିକାରୀଙ୍କୁ ଏନେଇ ଅବଗତ କରାଯାଇଛି ।

ପାକିସ୍ତାନ କୁଟନୈତିକ ସଂପର୍କରେ ବାରମ୍ବାର ଭିଏନା କନ୍‌ଭେନ୍‌ସନର ଉଲ୍ଲଂଘନ କରୁଥିବାରୁ ଏପରି ନିଷ୍ପତ୍ତି ନିଆଯାଇଛି। ପାକିସ୍ତାନ ଦୂତାବାସରେ ଆବଶ୍ୟକଠାରୁ ଅଧିକ କର୍ମଚାରୀ ରହିଛନ୍ତି ଓ ସେମାନଙ୍କ କାର୍ଯ୍ୟକଳାପରେ ଭାରତ ସରକାର ସନ୍ତୁଷ୍ଟ ନୁହନ୍ତି । ତେଣୁ ପାକିସ୍ତାନ ତାର ଦୂତାବାସ କର୍ମଚାରୀଙ୍କ ସଂଖ୍ୟା ୫୦ ପ୍ରତିଶତ ହ୍ର।ସ କରିବା ପାଇଁ ଭାରତ ସରକାର କହିଛନ୍ତି। ନିକଟରେ ପାକିସ୍ତାନ ଦୂତାବାସର ୨ କର୍ମଚାରୀ ଗୁଇନ୍ଦାଗିରି କରୁଥିବା ଅଭିଯୋଗ ହୋଇଥିଲା। ସେହିପରି ଗତ ସପ୍ତାହରେ ଭାରତୀୟ ଦୂତାବାସର ୨ କର୍ମଚାରୀ ଇସଲାମାବାଦରେ ନିଖୋଜ ହେବା ପରେ ପୁଣି ଫେରିଥିଲେ । ତେବେ ଘଟଣାକୁ ନେଇ ନୂଆଦିଲ୍ଲୀ ପକ୍ଷରୁ କଡା  ଆଭିମୁଖ୍ୟ ପ୍ରଦର୍ଶନ କରାଯାଇଥିଲା ।

ICMR ଟେଷ୍ଟିଂ ରଣନୀତିରେ ପରିବର୍ତ୍ତନ,ଏଣିକି ଦେଶର ସବୁ ଭାଗରେ କରୋନା ଲକ୍ଷଣ ଥିବା ବ୍ୟକ୍ତିଙ୍କର ହେବ ଟେଷ୍ଟ୍

ନୂଆଦିଲ୍ଲୀ: କରୋନା ସଂକ୍ରମଣ ରୋକିବାକୁ ଟେଷ୍ଟ, ଟ୍ରାକ୍‌ ଓ ଟ୍ରିଟ୍‌କୁ ଗୁରୁତ୍ୱ । ଟେଷ୍ଟିଂ ବଢାଇବାକୁ ସମସ୍ତ ରାଜ୍ୟ ସରକାରଙ୍କୁ ଆଇସିଏମ୍‌ଆର ପକ୍ଷରୁ ପରାମର୍ଶ ଦିଆଯାଇଛି । ଆଗରୁ କେବଳ ହସପିଟାଲ, କଣ୍ଟେନମେଣ୍ଟ ଜୋନ୍‌ ଓ ହଟସ୍ପଟ୍‌ର ଲକ୍ଷଣ ଥିବା ବ୍ୟକ୍ତି, କରୋନା ପଜିଟିଭଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି, ସ୍ୱାସ୍ଥ୍ୟକର୍ମୀ ତଥା ବିଦେଶରୁ ଫେରିଥିବା ବ୍ୟକ୍ତିଙ୍କର ଟେଷ୍ଟିଂ କରାଯାଉଥିଲା । ତେବେ ଆଇସିଏମ୍‌ଆର ଏହାର ଟେଷ୍ଟିଂ ରଣନୀତିରେ ପରିବର୍ତ୍ତନ କରିଛି ।

ଏଣିକି ସଂକ୍ରମଣ ରୋକିବାକୁ ଦେଶର ସମସ୍ତ ଭାଗରେ ଲକ୍ଷଣ ଥିବା ବ୍ୟକ୍ତିଙ୍କର ଟେଷ୍ଟ ପାଇଁ ପରାମର୍ଶ ଦିଆଯାଇଛି । ସେହିପରି କଣ୍ଟେନମେଣ୍ଟ ଅଞ୍ଚଳରେ କଣ୍ଟାକ୍ଟ ଟ୍ରେସିଂକୁ ଆହୁରି ବଢାଇବାକୁ କୁହାଯାଇଛି । ଟେଷ୍ଟିଂ ବଢାଇବା ପାଇଁ ମିଳିତ ଭାବେ ବିଭିନ୍ନ ପରୀକ୍ଷଣ ବ୍ୟବସ୍ଥା ଲାଗୁ କରିବାକୁ କୁହାଯାଇଛି । ରିୟଲ ଟାଇମ୍‌ ଆର୍‌ଟି-ପିସିଆର, ରାପିଡ୍‌ ଆଣ୍ଟିଜେନ୍‌ ଏବଂ ସେରୋସର୍ଭେ ପାଇଁ ଆଣ୍ଟିବଡି ପରୀକ୍ଷଣ କରାଯାଇପାରିବ। ଦେଶରେ ଜୁନ୍‌ରେ ବଢିଛି କରୋନା ସଂକ୍ରମଣ ।

ଆକ୍ରାନ୍ତ ସଂଖ୍ୟା ୪ଲକ୍ଷ ୫୦ ହଜାର ପାର ହୋଇଥିବା ବେଳେ ଭୂତାଣୁ ନେଲାଣି ୧୪ ହଜାରରୁ ଅଧିକ ଜୀବନ। ମୁମ୍ବାଇ ପରେ ଦିଲ୍ଲୀ ପାଲଟୁଛି କୋଭିଡ୍‌ ହଟସ୍ପଟ୍‌ । ଗତକାଲି ଗୋଟିଏ ଦିନରେ ସର୍ବାଧିକ ୩ହଜାର ୯୪୭ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୬୮ ଜଣଙ୍କ ମୃତ୍ୟୁ ହୋଇଛି ।

ମହାକାଶରୁ ପୃଥିବୀ ଆଡ଼କୁ ମାଡ଼ି ଆସୁଛି ବିପଦ, ଆଉ କିଛି ଘଣ୍ଟା ବାକି…

ନୂଆଦିଲ୍ଲୀ: ମହାକାଶର ଗଭୀରତାରୁ ପୃଥିବୀ ଆଡକୁ ଏକ ବିରାଟ ଉଲକାପିଣ୍ଡ ମାଡ଼ିଆସୁଛି । ଏହି ଉଲକାପିଣ୍ଡର ଗତି ଏତେ ଅଧିକ ଯେ ଯଦି ଏହା ପୃଥିବୀ ଉପରେ ପଡେ ତେବେ ଏହା ଅନେକ କିଲୋମିଟର ପର୍ଯ୍ୟନ୍ତ ବିନାଶର ଲୀଳା କରିବ । ଯଦି ଏହା ସମୁଦ୍ରରେ ପଡେ ତେବେ ଏହା ଏକ ବଡ଼ ସୁନାମି ଆଣିପାରେ । ତେବେ ଏହି ଉଲକାପିଣ୍ଡ ପୃଥିବୀ ଆଡକୁ ଆସିବାକୁ ଆଉ ମାତ୍ର କିଛି ଘଣ୍ଟା ବାକି ରହିଛି । ଏହି ଗ୍ରହର ଗତି ପ୍ରତି ସେକେଣ୍ଡରେ ୧୩ କିଲୋମିଟର ଅଟେ । ଏହାର ଅର୍ଥ ହେଉଛି ଘଣ୍ଟା ପ୍ରତି ପ୍ରାୟ ୪୬,୫୦୦ କିଲୋମିଟର ବେଗ ଏହା ପୃଥିବୀ ଆଡ଼କୁ ଗତି କରୁଛି । ଏହି ଉଲକାପିଣ୍ଡ ଦିଲ୍ଲୀର କୁତୁବ୍ ମିନାର ଠାରୁ ଚାରି ଗୁଣ ଏବଂ ଷ୍ଟାଚ୍ୟୁ ଅଫ୍ ଲିବର୍ଟି ଅଫ୍ ଆମେରିକାର ଠାରୁ ତିନି ଗୁଣ ବଡ଼।

ଏହି ଉଲକାପିଣ୍ଡର ନାଁ ହେଉଛି 2010 NY 65 । ଏହାର ଲମ୍ବ ହେଉଛି ୧୦୧୭ଫୁଟ୍ । ଷ୍ଟାଚ୍ୟୁ ଅଫ୍ ଲିବର୍ଟି ଠାରୁ ପ୍ରାୟ ତିନି ଗୁଣ ଏବଂ କୁତୁବ୍ ମିନାର ଠାରୁ ଚାରି ଗୁଣ ବଡ । ଷ୍ଟାଚ୍ୟୁ ଅଫ୍ ଲିବର୍ଟି ୩୧୦ଫୁଟ ଏବଂ କୁତୁବ ମିନାର ଉଚ୍ଚତା ୨୪୦ ଫୁଟ । ଏହି ଉଲକାପିଣ୍ଡ ଘଣ୍ଟା ପ୍ରତି ୪୬,୫୦୦ କିଲୋମିଟର ବେଗରେ ପୃଥିବୀ ଆଡକୁ ଆସୁଛି । ଏହି ଉଲକାପିଣ୍ଡ ଆଜି ୨୪ ଜୁନ୍ ୨୦୨୦ ଦିନ ୧୨.୧୫ରେ ପୃଥିବୀର ନିକଟବର୍ତ୍ତୀ ହେବ ।

ଆମେରିକାର ସ୍ପେସ୍ ଏଜେନ୍ସି ନାସା ଆକଳନ କରିଛି ଯେ ଏହା ପୃଥିବୀଠାରୁ ପ୍ରାୟ ୩୭ ଲକ୍ଷ କିଲୋମିଟର ଦେଇ ଗତି କରିବ । କିନ୍ତୁ ଏହି ଦୂରତା ମହାକାଶ ବିଜ୍ଞାନରେ ଅଧିକ ବିବେଚନା କରାଯାଏ ନାହିଁ । ଯଦିଓ ଏହି ଉଲକାପିଣ୍ଡ ପୃଥିବୀ ପ୍ରତି କୋଣସି ବିପଦ ସୃଷ୍ଟି କରିବ ନାହିଁ । ନାସା ବୈଜ୍ଞାନିକମାନେ ସେହି ସମସ୍ତ ଉଲକାପିଣ୍ଡ ଯାହା ପୃଥିବୀଠାରୁ ୭୫ଲକ୍ଷ କିଲୋମିଟର ଦେଇ ଗତି କରୁଛି । ସୂର୍ଯ୍ୟ ଚାରିପଟେ ଘୂରି ବୁଲୁଥିବା ଛୋଟ ଆଷ୍ଟ୍ରୋଏଡକୁ ଆଷ୍ଟ୍ରୋଏଡ ବା ଗ୍ରହ କୁହାଯାଏ । ସେଗୁଡିକ ମୁଖ୍ୟତ ମଙ୍ଗଳ ଏବଂ ବୃହସ୍ପତି ମଧ୍ୟରେ ଥିବା ଆଷ୍ଟ୍ରୋଏଡ ବେଲ୍ଟରୁ ଆସିଥାଏ । ବେଳେବେଳେ ସେମାନଙ୍କ ଦ୍ୱାରା ପୃଥିବୀକୁ ମଧ୍ୟ କ୍ଷତିଗ୍ରସ୍ତ ହୋଇଥାଏ ।

ଜୁନ୍ ମାସରେ ଉଲକାପିଣ୍ଡ ଗତି କରିବା ଏହା ହେଉଛି ତୃତୀୟ ଘଟଣା । ପ୍ରଥମ ଉଲକାପିଣ୍ଡ ଗ୍ରହ ୬ ଜୁନରେ ପୃଥିବୀ ଦେଇ ଗଲା । ଏହାର ବ୍ୟାସ ୫୭୦ ମିଟର ଥିଲା । ଏହା ଘଣ୍ଟା ପ୍ରତି ୪୦,୧୪୦ କିଲୋମିଟର ବେଗରେ ପୃଥିବୀ ଦେଇ ଗତି କରିଥିଲା । ଏହାର ନାମ 2002 NN4 ଥିଲା । ଏହା ପରେ, ଜୁନ୍ ୮ରେ, Asteroid 2013 X22 Asteroid ପୃଥିବୀ ନିକଟରେ ଦେଇ ଗତି କରିଥଲା । ଏହାର ବେଗ ଘଣ୍ଟା ପ୍ରତି ୨୪,୦୫୦ କିଲୋମିଟର ଥିଲା । ଏହା ପୃଥିବୀଠାରୁ ପ୍ରାୟ ୩୦ଲକ୍ଷ କିଲୋମିଟର ଦେଇ ଗତି କରିଥିଲା ।

ଆପଣଙ୍କୁ କହି ରଖୁଛୁ ଯେ, ୨୦୧୩ରେ ଚେଲାବିଂସ୍କ ନାମକ ଉଲକାପିଣ୍ଡ ଋଷରେ ପଡିଥିଲା ​ । ଏହା ପଡ଼ିବା କାରଣରୁ ୧ ହଜାରରୁ ଅଧିକ ଲୋକ ଆହତ ହୋଇଥିଲେ । ହଜାର ହଜାର ଘରର ଝରକା ଓ କବାଟ ଭାଙ୍ଗିଗଲା।