ଜାଣନ୍ତୁ, ଝାଓ ଜାଙ୍ଗୋକି କିଏ ? କାହିଁକି ତାଙ୍କୁ ଗଲବାନର ସଂଘର୍ଷ ପଛର ଖଳନାୟକ ବୋଲି କୁହାଯାଉଛି ?
ଚୀନ୍ ସେନା ଓ ସରକାରଙ୍କ ଅନୁମତି କ୍ରମେ ହିଁ ଗଲୱାନା ଘାଟିରେ ଭାରତୀୟ ସୈନିକଙ୍କ ଉପରେ ଆକ୍ରମଣ ହୋଇଥିବା ଆମେରିକୀୟ ଗୁଇନ୍ଦା ସଂସ୍ଥା ପ୍ରକାଶ କରିଛି । ଭାରତ କ୍ରମାଗତ ଭାବେ ଚୀନ ବିରୋଧୀ ଶକ୍ତି ଭାବେ ଉଭା ହେବା ଓ ଆମେରିକା ସହ ସୁସମ୍ପର୍କ ରଖୁଥିବା ହେତୁ ଚୀନ ଭାରତକୁ ଆକ୍ରମଣ କରି ଚେତାବନୀ ଦେବା ଉଦ୍ଦେଶ୍ୟରେ ଏଭଳି କରିଛି ବୋଲି ଆମେରିକା ଗୁଇନ୍ଦା ସଂସ୍ଥା କହିଛି ।

ଚୀନ୍ ସେନାର ପ୍ରମୁଖ ଓ ବରିଷ୍ଠ ଜେନେରାଲ ଝାଓ ଜାଙ୍ଗୋକିଙ୍କ ଅନୁମତି ପରେ ହିଁ ଭାରତୀୟ ସେନା ଉପରେ ଆକ୍ରମଣ ହୋଇଥିଲା । ଜେନେରାଲ ଝାଓଙ୍କ ବୁଝିବା ଏହା ଥିଲା ଯେ ଭାରତର ଚୀନ ବିରୋଧୀ ଆଭିମୁଖ୍ୟକୁ ବଦଳାଇବାକୁ ହେଲେ ସୀମା ବିବାଦକୁ ଉସକାଇ ଆକ୍ରମଣ କରିବା ହିଁ ଏକମାତ୍ର ବାଟ । ତେବେ ସୀମାରେ ଭାରତୀୟ ରେଜିମେଣ୍ଟ ଉପରେ ଆକ୍ରମଣ ଖବର ଚୀନ୍ ଶାସକ ଜିଙ୍ଗ ପିଙ୍ଗ ପାଖରେ ଥିଲା ବୋଲି ଆମେରିକାର ଗୁଇନ୍ଦା ରିପୋର୍ଟରେ ପ୍ରକାଶ ପାଇଛି । ନିଜ ଦେଶବାସୀଙ୍କ ସାମ୍ନାରେ ଦୁର୍ବଳ ଦେଖାନଯିବା ପାଇଁ ଚୀନ ସରକାର ଏଭଳି ଆକ୍ରମଣ କରିବା ପାଇଁ ରାଜି ହୋଇଥିଲେ । ସେହିଭଳି ଚୀନ୍ ଭାରତ ଉପରେ ପ୍ରଥମେ ଆକ୍ରମଣ କରି ଯୁଦ୍ଧ ଉସକାଇଥିବେ ହେତୁ ଚୀନ ଭାରତ ଉପରେ ଲଗାଉଥିବା ଆରୋପକୁ ଆମେରିକା ଖାରଜ କରିଛି ।

ଅନ୍ୟପକ୍ଷରେ ଚୀନ୍ ଭାରତ ଉପରେ ଆକ୍ରମଣ କରି ମନୋବଳ ସ୍ତରରେ ଯେଉଁ ବିଜୟ ଆଶା କରୁଥିଲା ତାହା ମଧ୍ୟ ମିଳିବା ସମ୍ଭବ ହୋଇନାହିଁ । ଆମେରିକା ଦୀର୍ଘ ଦିନ ହେଲ ଚୀନର ହୁୱାଇ କମ୍ପାନୀକୁ ଭାରତ ୫-ଜିର ଠିକା ନଦେଉ ବୋଲି ଚାହୁଁଥିଲା ଓ ଭାରତ ଉପରେ କ୍ରମାଗତ ଭାବେ ଏପରି ନକରିବା ପାଇଁ ଚାପ ପକାଉଥିଲା । ଏବେ ଭାରତ ୫-ଜି ପ୍ରୋଜେକ୍ଟରୁ ଚୀନ୍ କମ୍ପାନୀଙ୍କୁ ବିଦାକରି ଚୀନର ଉଦ୍ଦେଶ୍ୟକୁ ବିଫଳ କରିଛି । ଅନ୍ୟପକ୍ଷରେ ଟିକଟକ୍ ଭଳି ଆପକୁ ଭାରତୀୟମାନେ ବ୍ୟାନ୍ କରିବା ଦ୍ୱାରା ଚୀନ ନିଜ ଉଦ୍ଦେଶ୍ୟରେ ଫେଲ୍ ହେଉଛି ବୋଲି ଆମେରିକା କହିଛି । ଏହାବ୍ୟତୀତ ପୂର୍ବ ରେକର୍ଡକୁ ଦେଖିଲେ ଜେନେରାଲ ଝାଓ ଜଣେ ବିଫଳ ଓ ସଂଘର୍ଷପ୍ରିୟ ସେନାଧ୍ୟକ୍ଷ ବୋଲି ରିପୋର୍ଟରେ ଦର୍ଶାଯାଇଛି । ୧୯୭୯ର ଭିଏତନାମ ଯୁଦ୍ଧ ଓ ୨୦୧୭ର ଡୋକଲାମ୍ ବିବାଦରେ ଜେନେରାଲ ଝାଓଙ୍କ ଯୋଗୁଁ ହିଁ ଚୀନର ସମସ୍ୟା ବଢିଥିଲା ବୋଲି ଆମେରିକାର ଗୁଇନ୍ଦା ରିପୋର୍ଟରେ ଦର୍ଶାଯାଇଛି ।
ସୁଶାନ୍ତଙ୍କ ଆତ୍ମହତ୍ୟାକୁ ନେଇ ଏମିତି କ’ଣ ପାଇଁ କହିଲେ ଦିଲ୍ଲୀପ ତାହିଲ !
ସୁଶାନ୍ତ ସିଂ ରାଜପୁତ ଅକାଳ ମୃତ୍ୟୁ ପରେ ବଲିଉଡ଼ରେ ଆରମମ୍ଭ ହୋଇଥିବା ଚର୍ଚ୍ଚା ଏପର୍ଯ୍ୟନ୍ତ ସରିନାହିଁ । ତାଙ୍କ ନିଧନ ପରେ ସେଲିବ୍ରିଟିମାନେ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ଶୋକ ପ୍ରକାଶ କରିଛନ୍ତି । ଏବଂ କିଛି କାଳାକାରମାନେ ସାର୍ବଜନିକ ଭାବେ କହିଛନ୍ତି ଯେ, ଯେତେବେଳେ କିଛି ବି ସାହାଯ୍ୟ ଦରକାର ପଡ଼ୁଥିଲା ବଲିଉଡ଼ର କୌଣସି ବି କଳାକାର ତାଙ୍କୁ ସାହାଯ୍ୟ କରି ନଥିଲେ ।
ସୁଶାନ୍ତଙ୍କ ଆତ୍ମହତ୍ୟାକୁ ନେଇ ବିଭିନ୍ନ ମହଲ ଚର୍ଚ୍ଚା ବଢିବାରେ ଲାଗିଛି । ତାଙ୍କଠାରୁ ୬ରୁ ୭ଟି ଫିଲ୍ମ ଛଡ଼ାଇ ନେଇ ଯାଇଥିଲେ ଏବଂ ତାଙ୍କ ଉପରେ ବହୁତ ଚାପ ପକାଇଯାଇଥିଲା । ଏବଂ ବଲିଉଡ଼ି ନେପୋଟିଜିମ୍ ଭଳି କଥା ମଧ୍ୟ ସମ୍ନାକୁ ଆସିଥିଲା ।
ନିକଟରେ ଏକ ସାକ୍ଷାତକାରରେ ବରିଷ୍ଠ ଅଭିନେତା ଦଲିପ ତାହିଲ ସୁଶାନ୍ତଙ୍କ ମୃତ୍ୟୁ ବିଷୟରେ କହିଛନ୍ତି । ସେ କହିଛନ୍ତି ଯେ ବଲିଉଡରେ ବକ୍ସ ଅଫିସ୍ ନମ୍ବର ସବୁକିଛି ସ୍ଥିର କରିଥାଏ ଏବଂ ସୁଶାନ୍ତ ଜଣେ ଯୋଗ୍ୟ ଅଭିନେତା ଥିଲେ। ତାହିଲ ଆହୁରି କହିଛନ୍ତି ଯେ, ବକ୍ସ ଅଫିସରେ ଭଲ ସ୍କୋର କରିଥିବା ଅଭିନେତ୍ରୀମାନଙ୍କୁ କେହି ବହିଷ୍କାର କରିପାରିବେ ନାହିଁ, ତେଣୁ ସୁଶାନ୍ତ ସିଂ ରାଜପୁତଙ୍କ ଅକାଳ ବିୟୋଗରେ କ୍ୟାରିୟର ସମସ୍ୟା ଏକମାତ୍ର କାରଣ ହୋଇ ନପାରେ । ସେ କହିଥିଲେ ଯେ ଏହା ଅନେକ କାରଣର ରହିଥାଇପାରେ ତାଙ୍କ ଆତ୍ମହତ୍ୟାର କେବଳ କ୍ୟାରିୟର ଏକ ସମସ୍ୟା ତାହା କେବେ ନୁହେଁ ।
ସୁଶାନ୍ତଙ୍କୁ ବହିଷ୍କାର କରିଥିବା ଲୋକଙ୍କ ବିଷୟରେ କଥାବାର୍ତ୍ତା କରି ସେ କହିଛନ୍ତି ଯେ ନିର୍ମାତାମାନଙ୍କ ସହିତ ତାଙ୍କର ମତଭେଦ ଥାଇପାରେ, ବେଳେବେଳେ କଣ୍ଟ୍ରାକ୍ଟ ପାଇଁ କିଛି କଳାକାର ବିରକ୍ତ ହୁଅନ୍ତି । ତଥାପି, ଜଣେ ସେଲିବ୍ରିଟି ଅଭିନେତା ଯିଏ କି ଦର୍ଶକଙ୍କୁ ଥିଏଟରକୁ ଆଣିଥାଏ,ତାକୁ କେବେ କାମର ଅଭାବ ହେବନାହିଁ ।
ମୁମ୍ବାଇ ପୋଲିସ ବର୍ତ୍ତମାନ ସୁଶାନ୍ତ ସିଂଙ୍କ ଆତ୍ମହତ୍ୟା ମାମଲାର ତଦନ୍ତ କରୁଛି । ୧୪ ଜୁନ୍ ଦିନ ସୁଶାନ୍ତଙ୍କ ବାନ୍ଦ୍ରା ନିବାସରେ ମୃତ୍ୟୁ ହୋଇଥିଲା । ଖବର ଅନୁଯାୟୀ, ସୁଶାନ୍ତ ଡିପ୍ରେସନ ପାଇଁ ଚିକିତ୍ସିତ ହେଉଥିଲେ ପରେ ସେ ଆତ୍ମହତ୍ୟା ଭଳି ପଦକ୍ଷେପ ନେଇଛନ୍ତି ।
ରଥଯାତ୍ରା ଦିନ ଗୁଣ୍ଡିଚା ମନ୍ଦିରରେ ରଥ ପହଞ୍ଚି ନପାରିଲେ କ’ଣ ହୁଏ ?
ସନ୍ଧ୍ୟା ହୋଇଗଲେ ସାଧାରଣତଃ ରଥଟଣା ବନ୍ଦ ରଖାଯାଏ । ରଥମାନ ଗୁଣ୍ଡିଚା ଦାଣ୍ଡ ( ଗୁଣ୍ଡିଚା ମନ୍ଦିର ସାମ୍ନା ନିଦ୍ଧାରିତ ସ୍ଥାନ)ରେ ପହଞ୍ଚିବା ପରେ କିମ୍ବା ବାଟରେ ଯେଉଁଠି ରୁହନ୍ତି ସେଠାରେ ଠାକୁରମାନେ ମହାସ୍ନାନ ହୋଇ ନୂଆ ବୋଇରାଣୀ ଲୁଗାଲାଗି ହୋଇ ସର୍ବାଙ୍ଗ ଓ ବେଶ ହୁଅନ୍ତି । ବେଶ ପରେ ମଧ୍ୟାହ୍ନ ଧୂପଠାରୁ ଆରମ୍ଭ କରି ଅନ୍ୟାନ୍ୟ ନୀତି ହୁଏ । ରଥ ଉପରେ କେବଳ ଶୁଖିଲା ଭୋଗ ହୁଏ । ପହୁଡ଼ ଆଳତି ହୋଇ ଶ୍ରୀମୁଖ ଖଣ୍ଡୁଆ ପକାଇ ପାଳିଆ ପୁଷ୍ପାଳକମାନେ ଚାଲିଯାଆନ୍ତି । ରଥ ସାମ୍ନାରେ ପରଦା ବନ୍ଧାଯାଏ । ତିନିରଥ ନିର୍ଦ୍ଧାରିତ ସ୍ଥାନରେ ଲାଗିବାର ପରବର୍ତ୍ତୀ ଦିନ ସନ୍ଧ୍ୟାରେ ଗୁଣ୍ଡିଚା ମନ୍ଦିରକୁ ପହଣ୍ଡି ବିଜେ ଆରମ୍ଭ ହୁଏ । ସନ୍ଧ୍ୟା ଧୂପ ପରେ ଗୋଟି ପହଣ୍ଡିରେ ବିଜେ କରାଯାଏ ।

ବିଜେ କାହାଳି ବାଜିବା ପରେ ଡୋର ଲାଗି ଓ ପୁଷ୍ପାଞ୍ଜଳି କରାଯାଏ । ମହାଜନ ମାନେ ଆଗରେ ମଦନମୋହନ ଓ ରାମକୃଷ୍ଣଙ୍କୁ ହାତରେ ବିଜେ କରାଇ ନେଇ ଗୁଣ୍ଡିଚା ଘର ଭଣ୍ଡାର ଘର ସିଂହାସନ ଉପରେ ବିଜେ କରାନ୍ତି । ଏହାପରେ ଦଇତାମାନେ ସୁଦର୍ଶନଙ୍କୁ ବିଜେ କରାଇ ଆଣି ରତ୍ନ ସିଂହାସନ ଚାରତଳେ ବିଜେ କରାନ୍ତି । ଚାର ଉପରେ ରାଘବ ଦାସ ମଠ ଯୋଗାଇଥିବା ଟାହିଆ ଲାଗି କରାଯାଏ । ପତିମହାପାତ୍ର ଗରାବଡ଼ୁଠାରେ ଗାତୁଆଣି ନେଇ ଧଣ୍ଡି ଓ ଚନ୍ଦନ ଲାଗି କରନ୍ତି । କର୍ପୂର ଆରତି, ଦୂର୍ବାକ୍ଷତ, ସାତବତି, ସଞ୍ଜକାହାଳୀ ବନ୍ଦାପନା କରନ୍ତି ଓ ବିଡ଼ିଆ ମଣୋହି କରନ୍ତି । ଛାମୁଖୁଣ୍ଟିଆଙ୍କୁ ମଣିମା ଡାକ ଭିତରେ ଘଣ୍ଟ କାହାଳୀ ବାଜି ଗୁଣ୍ଡିଚା ଘରକୁ ପହଣ୍ଡି ବିଜେ କରାଯାଏ । ଯିବା ବାଟରେ ପନ୍ତି ଭୋଗ ହୁଏ ।
ହ୍ୟାକର୍ସଙ୍କ ନୂଆ ତରିକା, କୌଣସି ବି ୱେବସାଇଟ୍ ଖୋଲିଲେ ହ୍ୟାକ୍ କରିନେବେ ଫୋନ୍
ନୂଆଦିଲ୍ଲୀ: ଟେକ୍ନୋଲୋଜି ବିକଶିତ ହେବା ସହ ସ୍ମାର୍ଟ ହେଉଛନ୍ତି ହ୍ୟାକର୍ସ । ହ୍ୟାକିଂ ପାଇଁ ଆପଣାଉଛନ୍ତି ନୂଆ ନୂଆ ତରିକା । ପୂର୍ବରୁ କୁହାଯାଉଥିଲା କୌଣସି ଅଜଣା ଲିଙ୍କ୍ କ୍ଲିକ୍ କଲେ ହ୍ୟାକିଂ ହେଉଛି । ଏବେ କିନ୍ତୁ ଏମିତି ମାମଲା ସାମନାକୁ ଆସିଛି ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ । କୌଣସି ବି ୱେବସାଇଟ୍ ଖୋଲିଲେ ଆପଣଙ୍କ ଫୋନ୍ ହ୍ୟାକ୍ ହୋଇଯିବ । ମୋରକ୍କୋର ଜଣେ ସାମ୍ବାଦିକ ଉମର ରାଦି ଚିପ୍ ଲାଗିଥିବା ହ୍ୱାଇଟ୍ କଲର ଏକ ଆଇଫୋନ୍ ବ୍ୟବହାର କରୁଥିଲେ । ସେ ଭାବିଥିଲେ ସରକାର ତାଙ୍କ ଉପରେ ନଜର ରଖିପାରିବେ ନାହିଁ ।
ତଥାପି ସରକାର ତାଙ୍କ ଇମେଲ, ଟେକ୍ସଟ ଓ ବ୍ରାଉଜିଂ କରୁଥିବା ୱେବସାଇଟ୍ ଉପରେ ନଜର ରଖିଥିଲେ । ଚିପ୍ ଲଗାଇବାର ଉଦ୍ଦେଶ୍ୟ ଥିଲା ସାମ୍ବାଦିକ ଜଣଙ୍କର ଫୋନ୍ କଲ୍ ଶୁଣିବା ଓ ଭିଡିଓ କନଫରେନ୍ସିଂକୁ ଦେଖିବା । କ୍ୟାଲେଣ୍ଡର ଏଣ୍ଟିଂଜ୍, ଜିପିଏସ୍ ବ୍ୟବହାର କରି ଫୋନ୍ କେଉଁଠାରେ ଅଛି ଜାଣି ପାରୁଥିଲେ । କ୍ୟାମେରା ଓ ମାଇକ୍ରୋ ଫୋନ୍ ମଧ୍ୟ ଚାଲୁ କରି ପାରୁଥିଲେ ।
ସାମ୍ବାଦିକଙ୍କ ଫୋନ୍ର ଏଙ୍କ୍ରି୍ପ୍ସନ ଓ ସାଇବର ସୁରକ୍ଷାକୁ ହ୍ୟାକ୍ କରାଯାଇିଥଲା । ସେ କୌଣସି ବି ସନ୍ଦିଗ୍ଧ ଲିଙ୍କ କ୍ଲିକ୍ କରିବା ମାତ୍ରେ ହ୍ୱାଟ୍ସ ଆପରେ କେତକ ମିସ୍ଡ କଲ୍ ଆସୁଥିଲା । ଅର୍ଥାତ୍ ଏହି ୨ ପ୍ରକାରେ ହ୍ୟାକିଂର ଆଶଙ୍କା ବଢ଼ି ଯାଇଥାଏ । ସେହିପରି ରାଦି ଯେ କୌଣସି ୱେବସାଇଟକୁ ଗଲେ ଜାଣି ହେଉଥିଲା ।
ଏକ ସଂସ୍ଥା ଦ୍ୱାରା ତାଙ୍କ ଫୋନର ଫରେନ୍ସିକ ଏଭିଡେନ୍ସ ଯାଞ୍ଚ ପରେ ଜଣା ପଡ଼ିଥିଲା ଫୋନଟିରେ ନେଟୱର୍କ ଇଞ୍ଜେକ୍ସନ୍ କରାଯାଇଛି । ନେଟୱର୍କ ଇଞ୍ଜେକ୍ସନ୍ ଏକ ସମ୍ପୂର୍ଣ୍ଣ ସ୍ୱୟଂଚାଳିତ ପ୍ରକ୍ରିୟା । ଯେଉଁଥିରେ ହ୍ୟାକର୍ସ ସିମର ସିଗନାଲକୁ ଇଣ୍ଟରକେପ୍ଟ କରିନିଏ । ଏବଂ କୌଣସି ୱେବସାଇଟ ଖୋଲିବାକୁ ପପ୍ ଆସେ ।
ଗୋଟିଏ ସେକେଣ୍ଡରୁ କମ୍ ସମୟ ମଧ୍ୟରେ ୱେବ୍ ବ୍ରାଉଜର ହ୍ୟାକର୍ସଙ୍କ ୱେବସାଇଟକୁ ନେଇ ସ୍ପାଏୱେୟାର କୋଡ୍ ଡାଉନଲୋଡ୍ ହୁଏ । ଯାହାକି ଫୋନରେ ରିମୋର୍ଟ ଆକ୍ସେସ ପାଇଁ ଅନୁମତି ଦିଏ । ପରେ ଇଚ୍ଛା ଅନୁସାରେ ୱେବସାଇଟକୁ ଫେରାଇ ଦେଇ ବ୍ୟବହାରକାରୀଙ୍କୁ ଭ୍ରମିତ କରେ ।
ସାବଧାନ ! କାଲିଠୁ ଭାରତ ଉପରେ ସାଇବର ଆଟାକ୍ କରିପାରେ ଚୀନ, ଆସିପାରେ ଏହି ନାମରେ ମେଲ୍
ପତଞ୍ଜଳି ଲଂଚ୍ କଲା କୋରୋନିଲ,ବାବା ରାମଦେବଙ୍କ ଦାବି କରୋନା ଉପରେ ଶହେ ପ୍ରତିଶତ ପ୍ରଭାବୀ
ପତଞ୍ଜଳିର ବାବା ରାମଦେବ କୋରନା ଔଷଧ ପ୍ରସ୍ତୁତ ହୋଇଥିବା ନେଇ ଦାବି କରିଛନ୍ତି । ମଙ୍ଗଳବାର ବାବା ରାମଦେବ ହରିଦ୍ୱାରରେ କୋରୋନିଲ ଔଷଧ ଲଞ୍ଚ କରିଛନ୍ତି । ଏହି ଅବସରରେ ବାବା ରାମଦେବ କହିଛନ୍ତି ଯେ, ଔଷଧର ଦୁଇଥର ପରୀକ୍ଷଣ ହୋଇସାରିଛି । ପ୍ରଥମଟି ହେଉଛି କ୍ଲିନିକାଲ କଣ୍ଟ୍ରୋଲ ଷ୍ଟଡ଼ି ଏବଂ ଅନ୍ୟଟି ହେଉଛି କ୍ଲିନିକାଲ କଣ୍ଟ୍ରୋଲ ପରୀକ୍ଷଣ ।
ବାବା ରାମଦେବ କହିଛନ୍ତି ଯେ, ଦିଲ୍ଲୀଠାରୁ ଆରମ୍ଭ କରି ବହୁ ସହରରେ ସେ ଏହାକୁ ନେଇ କ୍ଲିନିକାଲ କଣ୍ଟ୍ରୋଲ ଷ୍ଟଡ଼ି କରିଛନ୍ତି । ୨୮୦ ରୋଗୀଙ୍କ ଉପରେ ଏହାର ପରୀକ୍ଷଣ କରାଯାଇଥିବା ସେ ଦାବି କରିଛନ୍ତି । ବାବା ରାମଦେବଙ୍କ ଦାବି ଯେ, ଏହି ଔଷଧ ସେବନ ଦ୍ୱାରା ଶହେ ପ୍ରତିଶତ ରୋଗୀ ଆରୋଗ୍ୟ ହେବା ସହ ଜଣକର ବି ମୃତ୍ୟୁ ହୋଇନାହିଁ । କରୋନାର ପ୍ରତ୍ୟେକ ପର୍ଯ୍ୟାୟରେ ଔଷଧ କାମ କରୁଛି ବୋଲି ବାବା ରାମଦେବ ଦାବି କରିଛନ୍ତି । ଦ୍ୱିତୀୟ ପର୍ଯ୍ୟାୟରେ କ୍ଲିନିକାଲ କଣ୍ଟ୍ରୋଲ ଟ୍ରାଏଲ କରାଯାଇଥିଲା ।

ଏହାସହ ୧୦୦ ଜଣଙ୍କୁ ନେଇ ହୋଇଥିବା କ୍ଲିନିକାଲ କଣ୍ଟ୍ରୋଲ ଟ୍ରାଏଲ ଅଧ୍ୟୟନ କରାଯାଇଥିଲା । ଏବଂ ୩ଦିନ ଭିତରେ ୬୯ ରୋଗୀ ଆରୋଗ୍ୟ ହେବା ସହ ୭ ଦିନରେ ଶହେ ପ୍ରତିଶତ ଲୋକ ଆରୋଗ୍ୟ ଲାଭ କରିଛନ୍ତି । ଏହା ସହ ସେ କହିଛନ୍ତି ଯେ, ତାଙ୍କର ଏହି ଔଷଧରେ ଶହେ ପ୍ରତିଶତ ଲୋକ ଆରୋଗ୍ୟ ହେବା ସହ ମୃତ୍ୟୁର କୌଣସି ସ୍ଥାନ ନାହିଁ ।

ବାବା ରାମଦେବ ଆହୁରି କହିଛନ୍ତି ଯେ, କ୍ଲିନିକାଲ କଣ୍ଟ୍ରୋଲ ଟ୍ରାଏଲକୁ ନେଇ ବହୁତ ଅଧିକ ଅନୁମତି ନେବାକୁ ପଡ଼ିଥାଏ । ପ୍ରଥମେ ଏଥିକାଲ ଆପ୍ରୁଭାଲ୍ ପରେ ସିଟିଆଇଆର ଆପ୍ରୁଭାଲ୍ ଏବଂ ପରେ ପଞ୍ଜିକରଣ କରିବା ଜରୁରୀ ହୋଇଥାଏ । ଯଦି ଲୋକମାନେ ଏହାକୁ ନେଇ କୌଣସି ପ୍ରଶ୍ନ କରନ୍ତି ତେବେ ଆମ ପାଖରେ ଏହାକୁ ନେଇ ସମସ୍ତ ଉତ୍ତର ଆମ ପାଖରେ ଅଛି । ଏବଂ ଆମେ ସବୁ ବୈଜ୍ଞାନିକ ନିୟମକୁ ପାଳନ କରିଛନ୍ତି ।

ବାବା ରାମଦେବ କହିଛନ୍ତି ଯେ, ଏହି ଔଷଧ ପ୍ରସ୍ତୁତ କରିବା ପାଇଁ କେବଳ ଦେଶୀ ଜିନିଷର ଆବଶ୍ୟକତା ରହିଛି ଯେଉଁଥିରେ ମୁଲେଠି,କାଢା ସହ ଅନ୍ୟ ଦେଶି ଜିନଷର ବ୍ୟବହାର କରିଛନ୍ତି । ଯେଉଁଥିରେ ଗିଲୋୟ, ଅଶ୍ୱଗନ୍ଧା, ତୁସୀର ବ୍ୟବହାର କରାଯାଇଛି । ଆୟୁର୍ବେଦରେ ପ୍ରସ୍ତୁତ ହୋଇଥିବା ଏହି ଔଷଧ ୭ଦିନ ଭିତରେ ପତଞ୍ଜଳି ଷ୍ଟୋରରେ ଉପଲବ୍ଧ ହେବ । ଏହାସହ ସୋମବାର ଦିନ ଏହାକୁ ନେଇ ଏକ ଆପ୍ ଲଞ୍ଚ କରାଯାଇଛି ।

ତେବେ ସବୁଠାରୁ ବଡ଼ କଥା ହେଲା ଏପଟେ ବାବା ରାମ୍ଦେବ କରୋନା ଔଷଧ ପ୍ରସ୍ତୁତ କରିବା ନେଇ ଦାବି କରୁଥିବା ବେଳେ ସେପଟେ କେନ୍ଦ୍ର ସ୍ୱସ୍ଥ୍ୟ ବିଭାଗର ଆୟୁସ ମନ୍ତ୍ରାଳୟ ପକ୍ଷରୁ ଏହା ଉପରେ ରୋକ ଲଗାଯାଇଛି । ଆୟୁଷ ପକ୍ଷରୁ କୁହାଯାଇଛି ଯେ, ସରକାରଙ୍କ ଦ୍ୱାରା ପରୀକ୍ଷା କରାଯାଇ ଅନୁମତି ଦିଆନଯିବା ପର୍ଯ୍ୟନ୍ତ ପତଞ୍ଜଳି ଏହି ଔଷଧର ପ୍ରଚାର ପ୍ରସାର କରି ପାରିବ ନାହିଁ କିମ୍ବା ଏହାକୁ ବିକ୍ରି କରି ପାରିବ ନାହିଁ । ଆୟୁଷ ମନ୍ତ୍ରାଳୟ ପକ୍ଷରୁ ପତଞ୍ଜଳି ଔଷଧର ସମ୍ପୂର୍ଣ୍ଣ ତଥ୍ୟ ମଗାଯାଇଛି, ତଥ୍ୟ ମିଳିବା ପରେ ବିଶେଷଜ୍ଞଙ୍କ ଦ୍ୱାରା ଏହାର ପରୀକ୍ଷା କରାଯିବ ଏବଂ ପରେ ସ୍ୱାସ୍ଥ୍ୟ ବିଭାଗ ନିଷ୍ପତ୍ତି ନେବ । ଏନେଇ ଏକ ବିଜ୍ଞପ୍ତି ମଧ୍ୟ ଜାରି କରିଛି ଆୟୁଷ ବିଭାଗ ।
ଟେଲିଭିଜନ ପରଦାରେ ମୁଖ୍ୟମନ୍ତ୍ରୀଙ୍କ କାଳିଆ ଦର୍ଶନ
ଭୁବନେଶ୍ୱର: କୋଭିଡ୍ କଟକଣା ସହ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ପୁରୀରେ ଚାଲିଛି ରଥ ଟଣା । ଆଗେ ଆଗେ ବଡ଼ ଭାଇ ବଳଭଦ୍ରଙ୍କ ତାଳଧ୍ୱଜ ଗଡ଼ି ଚାଲିଛି । ତାଳଧ୍ୱଜ ପଛରେ ରହିଛି ଭଉଣୀ ସୁଭଦ୍ରାଙ୍କ ରଥ ଦେବଦଳନ । ପଛରେ ଲୀଳା ଲଗାଇ ନନ୍ଦିଘୋଷରେ ଆସୁଛନ୍ତି ମହାପ୍ରଭୁ ଜଗନ୍ନାଥ । କରୋନା ସଂକ୍ରମଣ ଯୋଗୁଁ ଜଗତର ନାଥଙ୍କ ଏହି ଅପୂର୍ବ ମାନବୀୟ ଲୀଳାକୁ ଦୁନିଆ ଟିଭି ପରଦାରେ ଦେଖୁଛି । କାରଣ ଭକ୍ତଙ୍କୁ ମନା ହୋଇଛି ବଡ଼ଦାଣ୍ଡ ।
ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ପୁରୀରେ କର୍ଫ୍ୟୁ ଲାଗୁ ହୋଇଛି । ପ୍ରତି ରଥକୁ ୫୦୦ରୁ କମ୍ ସେବାୟତ ଟାଣୁଛନ୍ତି । ଘରେ ବସି ଘୋଷଯାତ୍ରା ଦେଖିବା ପାଇଁ ସରକାର ବ୍ୟବସ୍ଥା କରିଛନ୍ତି । ଲୋକମାନଙ୍କ ଭଳି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟେଲିଭିଜନ ପରଦାରେ ମହାପ୍ରଭୁଙ୍କ ରଥଯାତ୍ରାକୁ ଦେଖୁଛନ୍ତି । ପୂର୍ବରୁ ମୁଖ୍ୟମନ୍ତ୍ରୀ ପୁରୀ ଯାଇ ଜଗନ୍ନାଥଙ୍କୁ ଦର୍ଶନ କରୁଥିବା ବେଳେ ଚଳିତ ବର୍ଷ କରୋନା ପାଇଁ ଟିଭିରେ ଶ୍ରୀଜଗନ୍ନାଥଙ୍କ ରଥ ଟଣା ଦେଖିଛନ୍ତି ।
ରଥରେ ମହାପ୍ରଭୁଙ୍କୁ ଦେଖି ମନ ବିଭୋର ହୋଇ ଯାଉଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ରଥାରୁଢ ମହାପ୍ରଭୁଙ୍କ ଅପୂର୍ବ ଶୋଭା ହୃଦୟକୁ ଭକ୍ତି ଭାବରେ ରସାଣିତ କରୁଛି । ମହାପ୍ରଭୁ ଆମ ସମସ୍ତଙ୍କର ଗୁହାରୀ ଶୁଣିବେ। କରୋନାର କଠିନ ସମୟ ଶୀଘ୍ର ଦୂର ହେବ ଏବଂ ସମସ୍ତଙ୍କ କଲ୍ୟାଣ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି ।
ରଥରେ ମହାପ୍ରଭୁଙ୍କୁ ଦେଖି ମନ ବିଭୋର ହୋଇଯାଉଛି। ରଥାରୁଢ ମହାପ୍ରଭୁଙ୍କ ଅପୂର୍ବ ଶୋଭା ହୃଦୟକୁ ଭକ୍ତି ଭାବରେ ରସାଣିତ କରି ଦେଉଛି। ମହାପ୍ରଭୁ ଆମ ସମସ୍ତଙ୍କର ଗୁହାରୀ ଶୁଣିବେ। ଏ କଠିନ ସମୟ ଶୀଘ୍ର ଦୂର ହେବ ଏବଂ ସମସ୍ତଙ୍କ କଲ୍ୟାଣ ହେବ।
ସବୁ ତାଙ୍କରି ଇଚ୍ଛା।#ଜୟଜଗନ୍ନାଥ🙏🏼 pic.twitter.com/CYjz4AXJxa
— Naveen Patnaik (@Naveen_Odisha) June 23, 2020
ଶେଷ ମୁହୂର୍ତ୍ତରେ ପୁରୀରେ ରଥଯାତ୍ରା କରିବା ଲାଗି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ହାତରେ ୧୨ ଘଣ୍ଟାରୁ କମ୍ ସମୟ ଥିବାବେଳେ ରାଜ୍ୟ ସରକାର ସୁରୁଖୁରରେ ସବୁ ବନ୍ଦୋବସ୍ତ କରିଥିଲେ । ପୁରୀର ସମସ୍ତ ଏଣ୍ଟ୍ରିଂ ପଏଣ୍ଟକୁ ବନ୍ଦ କରାଯାଇ ରଥଯାତ୍ରା କରାଯାଉଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ମୁଖ୍ୟ ଶାସନ ସଚିବ, ପୋଲିସ ଡିଜି ଓ ୩ ଜଣ ମନ୍ତ୍ରୀ ପୁରୀରେ ରହି ରଥଯାତ୍ରା ନୀତିକାନ୍ତିର ଅନୁଧ୍ୟାନ କରୁଛନ୍ତି ।
ଜାଣନ୍ତୁ କ’ଣ ରହିଛି ଛେରାପହଁରାର ବିଶେଷତ୍ତ୍ୱ…
ଗଜପତି ମହାରାଜଙ୍କ ଦ୍ୱାରା ହେଉଥିବା ଏକ ଆକର୍ଷଣୀୟ ନୀତି ହେଲା ତିନି ରଥରେ ଛେରାପହଁରା । ଶ୍ରୀଜଗନ୍ନାଥଙ୍କ ଆଦ୍ୟ ସେବକ, ଚଳନ୍ତି ବିଷ୍ଣୁ ଭାବେ ସମ୍ମାନିତ ଗଜପତି ମହାରାଜା ଶ୍ରୀନଅରରୁ ବାଜା ପଟୁଆର ସହିତ ରାଜାବେଶରେ ତାମଯାନରେ ବସି ଆସନ୍ତି । ପ୍ରଥମେ ବଳଭଦ୍ର ଠାକୁରଙ୍କ ରଥରେ ଉଠନ୍ତି । ସେ ଦଣ୍ଡପ୍ରଣାମ କରି ହାଟୁଆଣି ନେଇ (ହାତ ଧୋଇ) ନିଉଛାଳି ହୋଇ ପୁଷ୍ପାଞ୍ଜଳି ଦିଅନ୍ତି । ରାଜା ତା’ପରେ ସୁନା ଦାନିରେ କର୍ପୂର ଆଳତି କରି, ସୁନା ଚାମର ଆଳତି କରନ୍ତି । ତାପରେ ରଥର ସିଂହାସନରୁ ଓହ୍ଲେଇ ଛେରାପହଁରା କରନ୍ତି ।

ରାଜଗୁରୁ ସୁନାଖଡ଼ିକା ସଂସ୍କାର କରି ରାଜାଙ୍କ ହାତକୁ ବଢ଼େଇ ଦିଅନ୍ତି । ଭଣ୍ଡାର ମେକାପ ରଥର ଚାରି ପାଖରେ ବୁଲି ଧଳାଫୁଲ ଆଗରେ ପକାନ୍ତି, ରାଜା ଚାରି ପାଖରେ ବୁଲି ପହଁରା କରନ୍ତି । ପହଁରା ପରେ ରଥର ଚାରିପଟେ ସଂସ୍କାର କରାଯାଇଥିବା ଚନ୍ଦନପାଣି ଓ ଚନ୍ଦନ ଗୁଣ୍ଡ ଛିଞ୍ଚନ୍ତି । ଏହିପରି ଭାବରେ ତା’ ପରେ ଶ୍ରୀଜଗନ୍ନାଥଙ୍କ ରଥ ଓ ଦେବୀଙ୍କ ରଥରେ ଛେରାପହଁରା ନୀତି ହୁଏ ।

ଛେରାପହଁରା ନୀତି ପରେ ଗଜପତି ମହାରାଜା ନଅରକୁ ଫେରିଥାନ୍ତି । ତିନି ରଥର ଚାରମାଳ (ରଥକୁ ଚଢ଼ିବା ନିମନ୍ତେ ପଡ଼ିଥିବା କାଠପଟା) ଖୋଲାଯାଏ ଏବଂ ସାରଥି ଓ ଘୋଡ଼ା ଯୋଚାଯାଏ । ଏହା ଭୋଇ ସେବକମାନେ କରନ୍ତି । ଏହାପରେ ରଥମାନଙ୍କରେ ଦଉଡ଼ି ବନ୍ଧାଯାଏ । ରଥମାନଙ୍କୁ ପୋଲିସ ଦ୍ୱାରା କର୍ଡନ କରାଯାଏ । ରଥମାନଙ୍କ ଉପରେ ସଂପୃକ୍ତ ସେବକମାନେ, ଡାହୁକ, ଆବଶ୍ୟକ କର୍ମଚାରୀ ଉପସ୍ଥିତ ରହିଥାନ୍ତି । କ୍ରମାନ୍ୱୟରେ ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀଜଗନ୍ନାଥ ରଥ ଟଣା ହୋଇ ଗୁଣ୍ଡିଚା ଘର ଅଭିମୁଖେ ଯାଏ । ବାଟରେ କେତେକ ମଠବାଡ଼ିରେ ପନ୍ତି ଭୋଗ ହୁଏ ।
ଏବେ ଆମାଜନରେ ମିଳିବ ମଦ,ଅନଲାଇନରେ ଅର୍ଡର ଦେଲେ ହେବ ହୋମ୍ ଡେଲିଭରୀ
ଆମେରିକୀୟ କମ୍ପାନୀ ଆମାଜନକୁ ବିଅର ଓ ଓ୍ୱାଇନର ହୋମ୍ ଡେଲିଭରୀ କରିବା ପାଇଁ ଅନୁମତି ମିଳିଛି । ଏଣିକି ଦେଶରେ ଆମାଜନ ଅନଲାଇନରେ ମଦ ବିକ୍ରି କରିପାରିବ । ଲକଡାଉନ୍ ପରେ ସାରା ଦେଶରେ ମଦ ପ୍ରସ୍ତୁତ କରୁଥବା କିମ୍ବା ବିକ୍ରି କରୁଥିବା କମ୍ପାନୀଗୁଡିକୁ ବହୁ ମାତ୍ରାରେ କ୍ଷତି ସହିବାକୁ ପଡିଛି । ଏସବୁ ପରେ ଅନେକ ରାଜ୍ୟରେ ଖୋଦ ମଦ ବିକ୍ରି କରୁଥିବା ସଂସ୍ଥାକୁ ହିଁ ହୋମ୍ ଡେଲିଭରୀ କରିବାର ସୁଯୋଗ ଦେଇଥିଲେ । ଏବେ ଆମାଜନ ଭଳି ହୋମ୍ ଡେଲିଭରୀ କରୁଥିବା ସଂସ୍ଥା ମଦ ବିକ୍ରିର ଦାୟିତ୍ୱ ନେଉଛନ୍ତି । ଆସନ୍ତୁ ଜାଣିବା କେଉଁ କ ରାଜ୍ୟରେ ଆରମ୍ଭ ହେବ ମଦ ବିକ୍ରି…

ସମାଚାର ଏଜେନ୍ସି ରଏଟର ତରଫରୁ ମିଳିଥିବା ସୂଚନା ଅନୁଯାୟୀ, ପଶ୍ଚିମବଙ୍ଗ ସରକାର ଆମାଜନକୁ ନିଜ ରାଜ୍ୟରେ ମଦ ବିକ୍ରିର ଅନୁମତି ଦେଇଛନ୍ତି । ପୂର୍ବରୁ ଆମାଜନ ମଦ ବିକ୍ରି କରିବା ପାଇଁ ରାଜ୍ୟ ସରକାରଙ୍କ ଅନୁମତି ମାଗିଥିଲେ ଓ ଏବେ ଏନେଇ ଅନୁମତି ମିଳିଛି । ସୂଚନାଯୋଗ୍ୟ ଯେ ଚୀନର ଇ-କମର୍ସ କମ୍ପାନୀ ଅଲିବାବାର ବିଗ୍ ବାସ୍କେଟକୁ ମଧ୍ୟ ମଦ ବିକ୍ରି ନେଇ ଅନୁମତି ମିଳିପାରେ । ତେବେ ପ୍ରଥମ ପର୍ଯ୍ୟାୟରେ କେବଳ ପଶ୍ଚିମବଙ୍ଗରେ ଏହି ଦୁଇ କମ୍ପାନୀ ମଦ ବିକ୍ରି ଆରମ୍ଭ କରିବେ । ତେବେ ଏନେଇ କୌଣସି ବିଦ୍ଧିବଦ୍ଧ ସରକାରୀ ଘୋଷଣା ହୋଇନାହିଁ । ଉଲ୍ଲେଖଯୋଗ୍ୟ ଯେ, ପଶ୍ଚିମବଙ୍ଗର ଜନସଂଖ୍ୟା ୯କୋଟି ଓ ଏହା ଦେଶର ୪ର୍ଥ ଜନବହୁଳ ରାଜ୍ୟ । ଏଠାରେ ଅନଲାଇନ୍ ମଦ ବେପାର ଆମାଜନ ଓ ବିଗ୍ ବାସ୍କେଟ ଭଳି କମ୍ପାନୀ ପାଇଁ ଲାଭଦାୟକ ହେବ ।
ନୂଆ ଯୁବ କଂଗ୍ରେସ ସଭାପତିଙ୍କ ନିଯୁକ୍ତିକୁ ବିରୋଧ, ୨ ଗୋଷ୍ଠୀ ମୁହାଁମୁହିଁ
ଭୁବନେଶ୍ୱର: କଂଗ୍ରେସରେ ଗୋଷ୍ଠୀ କନ୍ଦଳ । ଯୁବ କଂଗ୍ରେସର ନବନିଯୁକ୍ତ ସଭାପତିଙ୍କୁ ନେଇ ଦଳରେ ଫାଟ ସୃଷ୍ଟି ହୋଇଛି । ରାଜ୍ୟ କଂଗ୍ରେସରେ ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି । ଯୁବ କଂଗ୍ରେସ ସଭାପତି ଭାବେ ସ୍ମୃତି ଲେଙ୍କାଙ୍କ ନିଯୁକ୍ତିକୁ ନେଇ କଂଗ୍ରେସ ଭବନରେ ଉତ୍ତେଜନା ଦେଖା ଦେଇଥିଲା ।
ସ୍ମୃତି ଲେଙ୍କାଙ୍କ ନିଯୁକ୍ତିକୁ ବିରୋଧ କରି ଗୋଟିଏ ଗୋଷ୍ଠୀ କଂଗ୍ରେସ ଭବନର ଗୋଟିଏ ଫାଟକରେ ତାଲା ପକାଇ ଦେଇଥିଲା । ଅନ୍ୟପଟେ ସ୍ମୃତିଙ୍କ ସମର୍ଥକ ତାଲା ଭାଙ୍ଗି କଂଗ୍ରେସ ଭବନ ଭିତରକୁ ପଶିଥିଲେ । ଯାହାକୁ ନେଇ କଂଗ୍ରେସ ଭବନରେ ମୁହାଁମୁହିଁ ହୋଇଥିଲେ ୨ ଗୋଷ୍ଠୀ ।
ସ୍ଥିତି ନିୟନ୍ତ୍ରଣ କରିବାକୁ ଯାଇ ପୋଲିସ ଘଟଣାରେ ହସ୍ତକ୍ଷେପ କରିଛି । ଜଣଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି । ଦଲାଲ ଟଙ୍କାରେ ଯୁବ କଂଗ୍ରେସକୁ ରାତାରାତି ବରବାଦ କରାଯାଉଥିବା ଅଭିଯୋଗ କରି ଘଟଣାର ତଦନ୍ତ ଦାବି କରିଛନ୍ତି ସ୍ମୃତି ଲେଙ୍କାଙ୍କ ପ୍ରତିପକ୍ଷ ।

