spot_img
Home Blog Page 7103

ଆଜି ବାତ୍ୟାର ରୂପ ନେଇପାରେ ଲଘୁଚାପ । ଗତି ପରିବର୍ତ୍ତନ ନହେଲେ ପ୍ରଭାବିତ ହେବ ଓଡ଼ିଶା । ସେପଟେ ବିପତ୍ତିର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ଆଗୁଆ ପ୍ରସ୍ତୁତି ।

ଆଜି ବାତ୍ୟାର ରୂପ ନେଇପାରେ ଲଘୁଚାପ । ଗତି ପରିବର୍ତ୍ତନ ନହେଲେ ପ୍ରଭାବିତ ହେବ ଓଡ଼ିଶା । ସେପଟେ ବିପତ୍ତିର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ଆଗୁଆ ପ୍ରସ୍ତୁତି ।

ମାଟ୍ରିକ୍ ମୂଲ୍ୟାୟନ ନେଇ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ

କଟକ: ମହାମାରୀ କରୋନା ବ୍ୟାପି ଚାଲିଥିବା ବେଳେ ମାଟ୍ରିକ ଉତ୍ତର ଖାତା ଦେଖା ପ୍ରସଙ୍ଗରେ ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି । ଉତ୍ତର ଖାତା ମୂଲ୍ୟାୟନ ବେଳେ କୋଭିଡ୍ ନିୟମକୁ କଡ଼ାକଡ଼ି ପାଳନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶନାମା ଜାରି କରିଛନ୍ତି । ମୂଲ୍ୟାୟନରେ ନିୟୋଜିତ ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ କୋର୍ଟ କହିଛନ୍ତି ।

ମୂଲ୍ୟାୟନ ଲାଗି ୧୦ କିମି ଦୂରରୁ ଆସୁଥିବା ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ । ସେମାନଙ୍କ ରହିବା ଓ ଖାଇବା ଉପରେ ଗୁରୁତ୍ୱ ଦେବାକୁ ମାଧ୍ୟମିକ ଶିକ୍ଷା ପରିଷଦ ଓ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଆର୍ଥିକ ସ୍ଥିତିରେ ଉନ୍ନତି ସହ ଖୁସିରେ ଦିନ କଟିବ… କର୍ମକ୍ଷେତ୍ରରେ ମାନସିକ ଅଶାନ୍ତି ଦେଖାଦେବ

ମେ ୧୬,୨୦୨୦ ମସିହା, ବୃଷ ୩ ଦିନ

୧୯୪୨ ଶକାଦ୍ଦଃ, ୧୪୨୭ ସାଲ୍‌, ୨୦୭୭ ସମ୍ବତ୍‌

ଜ୍ୟେଷ୍ଠ ମାସ, କୃଷ୍ଣପକ୍ଷ, ନବମୀ ତିଥି , ଶନିବାର

ଶତଭିଷା ନକ୍ଷତ୍ର ଦିନ ୧୧ଟା ପର୍ଯ୍ୟନ୍ତ ଏହା ପରେ ପୂର୍ବଭାଦ୍ର ନକ୍ଷତ୍ର

କୁମ୍ଭରାଶିରେ ଚନ୍ଦ୍ର ରହିବେ

ଯୋଗିନୀ ପୂର୍ବ ଦିଗରେ ରହିବେ ଦିନ ୧୦ ଟା ୨୫ ମିନିଟ୍‌ ପରେ ଉତ୍ତରେ ରହିବେ

ଦିନ ୧୦ ଟା ୨୫ ପରେ ଉତ୍ତର ଦିଗକୁ ଯାତ୍ରା ନିଷେଧ

ଘାତଚନ୍ଦ୍ର- ମିଥୁନ ଓ ମୀନ ରାଶି ପାଇଁ

ଘାତବାର- ବୃଷ, ସିଂହ, କନ୍ୟା ରାଶି ପାଇଁ

ଅଶୁଭ ସମୟ- ସକାଳ ୯ଟା ଠାରୁ ଦିନ ୧୦ଟା ୩୦ ମିନିଟ୍‌ ପର୍ଯ୍ୟନ୍ତ

ଶୁଭ ସମୟ- ଦିନ ୧୧ଟା ୩୫ ମିନିଟ୍‌ ଠାରୁ ଦିନ ୩ଟା ୩୮ ପର୍ଯ୍ୟନ୍ତ

ଆଜି କଳମ ଶାଗ ଖାଇବା ମନା

ମେଷ ରାଶି

ଅଶ୍ୱିନୀ ନକ୍ଷତ୍ର- କର୍ମକ୍ଷେତ୍ରରେ ନିଜର ଦକ୍ଷତା ପାଇଁ ପ୍ରଶଂସିତ ହେବେ

ଦ୍ୱିଜା ନକ୍ଷତ୍ର- ବାହାର ଖାଦ୍ୟ ଠାରୁ ଦୁରେଇ ରୁହନ୍ତୁ, ଶରୀର ଖରାପ ରହିପାରେ

କୃତ୍ତିକାନକ୍ଷତ୍ର- ପ୍ରତିଯୋଗିତାମୂଳକ ପରୀକ୍ଷାରେ କୃତକାର୍ଯ୍ୟ ହେବେ

ପ୍ରତିକାର- କଳା ଓ ନୀଳ ରଙ୍ଗର ବସ୍ତ୍ର ପିନ୍ଧନ୍ତୁ ନାହିଁ

ବୃଷ ରାଶି

କୃତ୍ତିକା ନକ୍ଷତ୍ର- ନୂତନ ନିଯ଼ୁକ୍ତି ପାଇଁ ସୁଯୋଗ ଆସିପାରେ

ରୋହିଣୀ ନକ୍ଷତ୍ର- ଆର୍ଥିକ ସ୍ଥିତିରେ ଉନ୍ନତି ସହ ଖୁସିରେ ଦିନଟି କଟିବ

ମୃଗଶିରା- ବ୍ୟବସାୟରେ କ୍ଷତିର ସମ୍ଭାବନା

ପ୍ରତିକାର- ଅରୁଆ ଚାଉଳ ଓ କିଛି ଶାଗ ଷଣ୍ଡକୁ ଖାଇବାକୁ ଦିଅନ୍ତୁ ଅଶୁଭ ଦୁର ହେବ

ମିଥୁନ ରାଶି

ମୃଗଶିରା ନକ୍ଷତ୍ର- କାର୍ଯ୍ୟ କ୍ଷେତ୍ରରେ ସହକମୀଙ୍କ ସହ ବିବାଦ ହୋଇପାରେ

ଆର୍ଦ୍ରା ନକ୍ଷତ୍ର- ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେବାରେ ସଫଳ ରହିବେ, ବିବାହ ପ୍ରସ୍ତାବ ଚୁଡାନ୍ତ ହେବେ

ପୁନର୍ବସୁ ନକ୍ଷତ୍ର- ପୁରାତନ ରେଗୀଙ୍କ ପାଇଁ ଜଟିଳ ସମସ୍ୟା ହୋଇପାରେ

ପ୍ରତିକାର- ଶ୍ରୀଗଣେଶଙ୍କୁ ଦୁବ ଅର୍ପଣ କରନ୍ତୁ

କର୍କଟ ରାଶି

ପୁନର୍ବସୁ ନକ୍ଷତ୍ର- ପିଲାଙ୍କର କ୍ୟାରିୟରକୁ ନେଇ ଚିନ୍ତାରେ ରହିବେ

ପୁଷ୍ୟ। ନକ୍ଷତ୍ର- ପ୍ରତିଟି କାର୍ଯ୍ୟରେ ସଫଳ ରହିବେ

ଅଶ୍ଲେଷା ନକ୍ଷତ୍ର- ସ୍ନ।ୟୁଗତ ଦୁର୍ବଳତା ଓ ପେଟ ସମ୍ଭନ୍ଧୀୟ ରୋଗରେ ପୀଡିତ ହେବେ

ପ୍ରତିକାର- ବୁଲା କୁକୁରକୁ ଖାଇବାକୁ ଦେବା ସହ ନିଜ ପାଖରେ କିଛି ଅରୁଆ ଚାଉଳ ରଖନ୍ତୁ

ସିଂହ ରାଶି

ମଘାନକ୍ଷତ୍ର- ଅଟକି ଥିବା କାର୍ଯ୍ୟ ତ୍ୱରାନ୍ୱିତ ହେବ

ପୂର୍ବା ଫାଲଗୁନୀ ନକ୍ଷତ୍ର- ଦାମ୍ପତ୍ୟ ଜୀବନରେ ଛୋଟ କଥାକୁ ନେଇ ସମସ୍ୟା ଦେଖାଦେବ

ଉତ୍ତରା ଫାଲଗୁନୀ ନକ୍ଷତ୍ର- ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ସଫଳ ରହିବେ

ପ୍ରତିକାର- ଭଗବାନ ଶିବଙ୍କୁ ମସୁର ଡାଲି ଓ ଗଙ୍ଗାଜଳ ଅର୍ପଣ କରନ୍ତୁ

କନ୍ୟା ରାଶି

ଉତ୍ତରା ଫାଲଗୁନୀ ନକ୍ଷତ୍ର- ଦୁର ସ୍ଥାନରୁ ସୁସମ୍ବାଦ ପାଇବେ

ହସ୍ତା ନକ୍ଷତ୍ର- ମନରେ ନୂଆ ଉତ୍ସାହ ସହ କାମରେ ଉନ୍ନତି କରିବେ

ଚିତ୍ରା ନକ୍ଷତ୍ର- ସମୟ ଭଲ ରହିବ ନାହିଁ, କୈାଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ

ପ୍ରତିକାର- ମା’ଙ୍କୁ ପ୍ରଣାମ କରି ଘରୁ ବାହାରିବେ

ତୁଳା ରାଶି

ଚିତ୍ରା ନକ୍ଷତ୍ର- ଭାତୃ ବିବାଦ ଯୋଗୁ ମାନସିକ ଅଶାନ୍ତି ଭୋଗିପାରନ୍ତି

ସ୍ବାତୀ ନକ୍ଷତ୍ର- ସମୟ ଭଲ ରହୁଖିବାରୁ ବିବାଦୀୟ କାର୍ଯ୍ୟରେ ସଫଳ ହେବେ

ବିଶାଖା ନକ୍ଷତ୍ର- କର୍ମକ୍ଷେତ୍ରରେ ମାନସିକ ଅଶାନ୍ତି ଦେଖାଦେବ

ପ୍ରତିକାର- ଭଗବାନ ଶ୍ରୀକୃଷ୍ଣଙ୍କୁ ତୁଳସୀ ଅର୍ପଣ କରନ୍ତୁ

ବିଛା ରାଶି

ବିଶାଖା ନକ୍ଷତ୍ର- ଉଚ୍ଚ ରକ୍ତଚାପ ଭୋଗିବାର ଯୋଗ ରହିଛି, ବାହାର ଖାଦ୍ୟ ଠାରୁ ଦୁରରେ ରୁହନ୍ତୁ

ଅନୁରାଧା ନକ୍ଷତ୍ର- କାର୍ଯ୍ୟରେ ସଫଳ, ଅର୍ଥ ଲାଭ ହେବାର ଯୋଗ

ଜ୍ୟେଷ୍ଠା ନକ୍ଷତ୍ର- ଶରୀର ଅସୁସ୍ଥ ରହିପାରେ, ସତର୍କ ହୋଇ ଚଳନ୍ତୁ

ପ୍ରତିକାର- ନୀଳ ରଙ୍ଗର ବସ୍ତ୍ର ପିନ୍ଧନ୍ତୁ ନାହିଁ

ଧନୁ ରାଶି

ମୂଳାନକ୍ଷତ୍ର- ନିଯ଼ୁକ୍ତି ପାଇଁ ସୁଯୋଗ ସୃଷ୍ଟି ହୋଇପାରେ

ପୂର୍ବାଷାଢା ନକ୍ଷତ୍ର- ସନ୍ତାନମାନଙ୍କର ପାଠପଢାକୁ ନେଇ ଚିନ୍ତାରେ ରହିବେ

ଉତ୍ତରଷାଢା- ବନ୍ଧୁଙ୍କ ସହଯୋଗରେ ଆଗେଇ ଯିବେ

ପ୍ରତିକାର- ହନୁମାନଙ୍କୁ ସିନ୍ଦୁର ଅର୍ପଣ କରନ୍ତୁ, ଧଳା ବସ୍ତ୍ର ପିନ୍ଧନ୍ତୁ ନାହିଁ

ମକର ରାଶି

ଉତ୍ତରାଷାଢା ନକ୍ଷତ୍ର- ସମୟ ଭଲ ରହୁନାହିଁ, ଆଶା ପୂରଣ ହେବ ନାହିଁ

ଶ୍ରବଣା ନକ୍ଷତ୍ର- ପାରିବାରିକ ଶାନ୍ତି, କାର୍ଯ୍ୟରେ ସଫଳତା ପାଇବେ

ଧନିଷ୍ଠା ନକ୍ଷତ୍ର- ଛୋଟ କଥାକୁ ନେଇ ସହକର୍ମୀଙ୍କ ସହ ମତ ପାର୍ଥକ୍ୟ ଘଟିବ

ପ୍ରତିକାର- କଞ୍ଚା କଦଳୀ ଗୋମାତାଙ୍କୁ ଖାଇବାକୁ ଦିଅନ୍ତୁ

କୁମ୍ଭ ରାଶି

ଧନିଷ୍ଠା ନକ୍ଷତ୍ର- ଦିନଟି ଜଗି ରଖି ଚଳନ୍ତୁ, ମାନସମ୍ମାନ ହାନୀର ଯୋଗ ରହିଛି

ଶତଭିଷା ନକ୍ଷତ୍ର- ଅଟକି ରହିଥିବା କାର୍ଯ୍ୟଗୁଡିକ ଶୀଘ୍ର ହୋଇଯିବ

ପୂର୍ବାଭାଦ୍ରପଦ ନକ୍ଷତ୍ର- କିଛି କହିବା ପୂର୍ବରୁ ଜଗି ରଖି କୁହନ୍ତୁ

ପ୍ରତିକାର- ତୁଳସୀ ଚଉରା ମୂଳରେ ହଳଦୀ ଜଳ ଅର୍ପଣ କରନ୍ତୁ

ମୀନ ରାଶି

ପୂର୍ବାଭାଦ୍ରପଦ ନକ୍ଷତ୍ର -କାହା କଥାରେ ବିଶ୍ୱାସ କରନ୍ତୁ ନାହିଁ

ଉତ୍ତରାଭାଦ୍ରପଦ ନକ୍ଷତ୍ର- ସମାଜରେ ନିଜର ବ୍ୟକ୍ତିତ୍ୱ ଓ ପ୍ରତିଷ୍ଠା ବଢିବ

ରେବତୀ ନକ୍ଷତ୍ର- କୈାଣସି ନିଷ୍ପତ୍ତି ପୂର୍ବରୁ ଚିନ୍ତା କରନ୍ତୁ

ପ୍ରତିକାର- ଅସହାୟ ବ୍ୟକ୍ତିକୁ ଭୋଜନ ଦାନ କରନ୍ତୁ

 

ଜ୍ୟୋତିର୍ବିଦ୍‌ ଶ୍ୟାମସୁନ୍ଦର ବାଗ୍

ଯୋଗାଯୋଗ- 9938571935

 

 

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଅନ୍ୟ ରାଜ୍ୟର ପ୍ରବାସୀ ଶ୍ରମିକଙ୍କୁ ବସ୍‌ରେ ଛାଡ଼ିଲା ପୋଲିସ

ଭୁବନେଶ୍ୱର: ମାହାମାରୀ ସମୟରେ ମାନବିକତାର ପରିଚୟ ଦେଇଛି ଓଡ଼ିଶା ପୋଲିସ । କେବଳ ଓଡ଼ିଆ କିମ୍ୱା ପ୍ରବାସୀ ଓଡ଼ିଆଙ୍କ ସେବା ଓ ସହଯୋଗରେ ନିଜକୁ ସୀମିତ ରଖିନି ବରଂ ଅନ୍ୟ ରାଜ୍ୟର ପ୍ରବାସୀ ଶ୍ରମିକଙ୍କୁ ମଧ୍ୟ ସହଯୋଗ କରିଛି ପୋଲିସ ।

ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ପରେ ଅନ୍ୟ ରାଜ୍ୟରୁ ଓଡ଼ିଶା ଦେଇ ନିଜ ରାଜ୍ୟକୁ ଅର୍ଥାତ ଘରକୁ ଯାଉଥିବା ଶ୍ରମିକଙ୍କୁ ସହାୟତ କରିଛି ଓଡ଼ିଶା ପୋଲିସ । ପାଦରେ ଚାଲି ଚାଲି ନିଜ ଘରକୁ ଯାଉଥିବା ପଶ୍ଚିମବଙ୍ଗ ମାଲଦା, ମୁର୍ସିଦାବାଦ ଏବଂ କୋଲକାତାକୁ ଯାଉଥିବା ୫୨ ଜଣ ପ୍ରବାସୀ ଶ୍ରମିକଙ୍କ ପାଇଁ ବସ୍‌ର ବ୍ୟବସ୍ଥା କରିଛି ଖୋର୍ଦ୍ଧା ପୋଲିସ । ଏ ନେଇ ଆବଶ୍ୟକ ଅର୍ଥ ମୁଖ୍ୟମନ୍ତ୍ରୀ ରିଲିଫ୍‌ ଫଣ୍ଡରୁ ଯୋଗାଇଦିଆଯାଇଛି । ଏବଂ ସେମାନଙ୍କ ସୀମାନ୍ତ ଲକ୍ଷ୍ମଣନାଥ ବର୍ଡର ଚେକ୍ ପଏଣ୍ଟ ନିକଟରେ ଛଡ଼ାଯାଇଛି ।

ସେହିଭଳି ଗିରିସୋଲା ବର୍ଡର ଚେକ୍‌ ପଏଣ୍ଟ ଦେଇ ପାଦରେ ଚାଲି ଚାଲି ଯାଉଥିବା ଅନ୍ୟ ରାଜ୍ୟର ୨୭୦ ପ୍ରବାସୀ ଶ୍ରମିକଙ୍କ ପାଇଁ ବସ୍‌ର ବ୍ୟବସ୍ଥା କରିଛି ବ୍ରହ୍ମପୁର ପୋଲିସ । ଅପରପକ୍ଷରେ ରାୟଗଡ଼ାର କେରଡା ବର୍ଡର ଚେକ୍‌ ପଏଣ୍ଟ ଦେଇ ପାଦରେ ଚାଲି ଚାଲି ଓଡ଼ିଶାରେ ପ୍ରବେଶ କରୁଥିବା ଅନ୍ୟ ରାଜ୍ୟର ୫୪୪ ପ୍ରବାସୀ ଶ୍ରମିକଙ୍କ ପାଇଁ ବସ୍‌ ବ୍ୟବସ୍ଥା କରିଛି ରାୟଗଡ଼ା ପୋଲିସ । ଏ ନେଇ ମଧ୍ୟ ମୁଖ୍ୟମନ୍ତ୍ରୀ ରିଲିଫ୍‌ ଫଣ୍ଡରୁ ଟଙ୍କା ଯୋଗାଇ ଦିଆଯାଇଛି ।  ଏ ସବୁ ନେଇ ଟ୍ୱିଟ୍ ଯୋଗେ ଡିଜିପି ଅଭୟ ସୂଚନା ଦେବା ସହ ପୋଲିସର ଏଭଳି କାର୍ଯ୍ୟକୁ ସେ ପ୍ରଶଂସା କରିଛନ୍ତି ।

ଓଡ଼ିଶା ମାଟିରେ ପ୍ରବାସୀ ଶ୍ରମିକଙ୍କୁ ଚାଲିବାକୁ ପଡ଼ିବନି : ଡିଜିପି ଅଭୟ

ସ୍କୁଲ ଓ ଗଣଶିକ୍ଷା ବିଭାଗର ବଡ଼ ନିଷ୍ପତ୍ତି: ପ୍ରଥମରୁ ଅଷ୍ଟମ ସବୁ ଛାତ୍ରଛାତ୍ରୀ ପାସ୍

ଭୁବନେଶ୍ୱର: କରୋନା ପାଇଁ ଘରେ ଲକ୍‌ଡାଉନ୍‌ ହୋଇ ରହିଥିବା ଛାତ୍ରଛାତ୍ରୀଙ୍କ ପାଇଁ ଭଲ ଖବର । ପ୍ରଥମରୁ ଅଷ୍ଟମ ଶ୍ରେଣୀ ସବୁ ଛାତ୍ରଛାତ୍ରୀ ପାସ ବୋଲି ଘୋଷଣା କରିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ଏନେଇ ଆଜି ଏକ ବିଜ୍ଞପ୍ତି ଜାରି କରାଯାଇଛି । ନବମରୁ ଦଶମ ଶ୍ରେଣୀ ଉତ୍ତୀର୍ଣ୍ଣ ପାଇଁ ବିଦ୍ୟାଳୟସ୍ତରରେ ନିଷ୍ପତ୍ତି ନିଆଯିବ ବୋଲି କୁହାଯାଇଛି । ପରୀକ୍ଷା ସରିଥିଲେ ବାର୍ଷିକ ପରୀକ୍ଷା ଫଳାଫଳକୁ ବିଚାରକୁ ନିଆଯିବ । ପରୀକ୍ଷା ହୋଇନଥିଲେ ଷାଣ୍ମାସିକ ପରୀକ୍ଷା ନମ୍ବର ଉତ୍ତୀର୍ଣ୍ଣର ଆଧାର ହେବ । ଷାଣ୍ମାସିକ ପରୀକ୍ଷା ଦେଇନଥିଲେ ୟୁନିଟ୍‌ ଟେଷ୍ଟ ମାର୍କ ଗଣାଯିବ । ଯୁକ୍ତ ୨ ଦ୍ୱିତୀୟ ବର୍ଷକୁ ଉତ୍ତୀର୍ଣ୍ଣ ପାଇଁ ସ୍କୁଲ ଓ କଲେଜସ୍ତରରେ ନିଷ୍ପତ୍ତି ନିଆଯିବ । ଷାଣ୍ମାସିକ ପରୀକ୍ଷା ଫଳାଫଳ ଅଧାର କରି ଉତ୍ତୀର୍ଣ୍ଣ ହେବେ । ଷଣ୍ମାସିକ ଦେଇନଥିଲେ ଆଉଥରେ ପରୀକ୍ଷା ଦେବାର ସୁଯୋଗ ମିଳିବ । ସାନି ଟେଷ୍ଟ କଲେଜ ଖୋଲିବା ପରେ ହେବ ବୋଲି ବିଜ୍ଞପ୍ତିରେ କୁହାଯାଇଛି ।

‘ଜିଓ’ର ଓ୍ୱାର୍କ ଫ୍ରମ୍ ହୋମ ପ୍ଳାନ୍: ୮୪ ଦିନର ଅବଧି ସହ ଦିନକୁ ମିଳିବ ୩ ଜିବିର ଡେଟା

ଭୁବନେଶ୍ୱର: ରିଲାଏନ୍ସ ଜିଓ ପକ୍ଷରୁ ଅଧିକ ଡେଟା ବ୍ୟବହାର କରୁଥିବା ପ୍ରିପେଡ୍ ଗ୍ରାହକମାନଙ୍କ ପାଇଁ ଶୁକ୍ରବାର ଆଉ ଏକ ନୂଆ ତ୍ରୈମାସିକ ‘ୱାର୍କ ଫ୍ରମ୍ ହୋମ୍‌’ ପ୍ଲାନ୍ ଆରମ୍ଭ କରାଯାଇଛି । ଏହି ନୂଆ ତ୍ରୈମାସିକ ପ୍ଲାନ୍‌ରେ ପ୍ରତିଦିନ ୩ଜିବି ଡାଟା ମିଳୁଥିବା ବେଳେ ୮୪ ଦିନର ବୈଧତା ରହିଛି । ମାତ୍ର ୯୯୯ ଟଙ୍କା ମୂଲ୍ୟ ରହିଥିବା ଏହି ପ୍ଲାନ୍‌ରେ ପ୍ରତିଦିନ ମିଳୁଥିବା ୩ଜିବି ଡେଟା ହିସାବକୁ ନେଲେ ଏହା ଆପାତତଃ ୪ ଟଙ୍କାରୁ କମ୍ ମୂଲ୍ୟରେ ୧ଜିବି ହାଇସ୍ପିଡ୍ ଡେଟା ଉପଲବ୍ଧ କରାଉଛି ।

ଏହି ନୂଆ ତୈମାସିକ ପ୍ଲାନ୍‌ରେ ଜିଓ ରୁ ଜିଓ ଏବଂ ଲ୍ୟାଣ୍ଡଲାଇନକୁ ମାଗଣା ଏବଂ ଅସୀମିତ ଭଏସ୍ କଲ୍ ସୁବିଧା ଉପଲବ୍ଧ ରହିଛି । ଏଥିସହିତ ଜିଓ ରୁ ଅନ୍ୟ ମୋବାଇଲ୍‌କୁ ୩୦୦୦ ମିନିଟ୍‌ର ଭଏସ୍ କଲ୍ ଏବଂ ଦିନକୁ ୧୦୦ ଏସ୍‌ଏମ୍‌ଏସ୍‌ ଉପଲବ୍ଧ ହେଉଛି । ଏହି ପ୍ଲାନ୍‌ରେ ପ୍ରତିଦିନ ୩ଜିବି ଅସୀମିତ ହାଇସ୍ପିଡ୍ ଡାଟା ମିଳୁଥିବା ବେଳେ, ଦୈନିକ ହାଇସ୍ପିଡ୍ ଡାଟା ଲିମିଟ୍ ସମାପ୍ତ ହେବାପରେ ମଧ୍ୟ ୬୪ କେବିପିଏସ୍‌ରେ ଡେଟା ଚାଲୁ ରହିବ । ଏଥିସହ ଏହି ପ୍ଲାନ୍ ସହିତ ମାଗଣାରେ ଜିଓ ସିନେମା, ଜିଓ ସାୱନ୍‌, ଜିଓ ଟିଭି ସମେତ ସମସ୍ତ ଜିଓ ଆପ୍ସ ବ୍ୟବହାର ସୁବିଧା ମିଳୁଛି ।

ଲକଡାଉନ୍ ପରଠାରୁ ହାଇସ୍ପିଡ୍ ଡେଟାର ଆବଶ୍ୟକତା ଓ ବ୍ୟବହାର ବୃଦ୍ଧି ପାଇଛି । ଅଧିକାଂଶ ଲୋକେ ଘରୁ କାମ କରିବା ଆରମ୍ଭ କରିଛନ୍ତି ଏବଂ ଅଧିକ ମନୋରଞ୍ଜନ ପାଇଁ ମଧ୍ୟ ଉତ୍ସାହିତ ରହିଛନ୍ତି । ଏହି ଆବଶ୍ୟକତାକୁ ଦୃଷ୍ଟିରେ ରଖି ଜିଓ ଏହି ନୂତନ ତ୍ରୈମାସିକ ‘ୱାର୍କ-ଫ୍ରମ୍‌-ହୋମ୍‌’ ଯୋଜନା ଆଣିଦେଇଛି ।

ଏହାପୂର୍ବରୁ ଜିଓ ଆରମ୍ଭ କରିଥିବା ‘ୱାର୍କ-ଫ୍ରମ୍‌-ହୋମ୍‌’ ବାର୍ଷିକ ପ୍ଲାନ୍‌ରେ ୨୩୯୯ ଟଙ୍କାରେ ୩୬୫ ଦିନ ପାଇଁ ଦୈନିକ ୨ଜିବି ଡାଟା ପ୍ରଦାନ କରିବା ସହିତ ଅନ୍ୟମାନଙ୍କ ଠାରୁ ୩୩ ପ୍ରତିଶତ ଅଧିକ ଲାଭ ପ୍ରଦାନ କରୁଛି । ଏଥିସହିତ ଜିଓ ୨,୧୨୧ ଟଙ୍କାରେ ଏହାର ଦୀର୍ଘ ଅବଧି ପ୍ଲାନ୍‌ରେ ୩୩୬ ଦିନର ବୈଧତା ସହ ଦିନକୁ ୧.୫ଜିବି ଡାଟା ପ୍ରଦାନ କରୁଛି । ସୂଚନାଯୋଗ୍ୟ ଯେ, ଗାହକଙ୍କ ବର୍ଦ୍ଧିତ ଡାଟା ଆବଶ୍ୟକତାକୁ ଦୃଷ୍ଟିରେ ରଖି ଜିଓ ପକ୍ଷରୁ ଗତ ସପ୍ତାହରେ ୧୫୧, ୨୦୧ ଏବଂ ୨୫୧ ଟଙ୍କାର ସୁଲଭ ୱାର୍କ ଫ୍ରମ୍ ହୋମ୍ ଡାଟା ପ୍ୟାକ୍ ଆରମ୍ଭ କରାଯାଇଥିଲା ।

ଦିନ ରାତି କାମ କରୁଥିବା ସରପଞ୍ଚଙ୍କୁ ୫-ଟି ସଚିବଙ୍କ ପ୍ରଶଂସା: ନିଜର ଓ ନିଜ ଟିମ୍‌ର ଯତ୍ନ ନେବାକୁ ଦେଲେ ପରାମର୍ଶ

ଭୁବନେଶ୍ୱର: ଗ୍ରାଉଣ୍ଡ ଜିରୋରେ କରୋନା ମୁକାବିଲାର ସ୍ଥିତି ପରଖୁଛନ୍ତି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା 5-T ସେକ୍ରେଟେରୀ ଭି. କାର୍ତ୍ତିକେୟନ ପାଣ୍ଡିଆନ୍ ଓ ଉନ୍ନୟନ କମିଶନର ସୁରେଶ ମହାପାତ୍ର । ଶୁକ୍ରବାର ଦକ୍ଷିଣ ଓଡ଼ିଶାର ୩ଟି ଜିଲ୍ଲା ଗସ୍ତ କରି ସ୍ଥିତି ପରଖିଛନ୍ତି ରାଜ୍ୟ ସରକାରଙ୍କ ଏହି ୨ ଅଧିକାରୀ । ଗସ୍ତ କାର୍ଯ୍ୟକ୍ରମର ପ୍ରଥମାର୍ଦ୍ଧରେ ୨ ଅଧିକାରୀ ଜେ.କେ ପୁର ସ୍ଥିତ ଇଏସ୍‌ଆଇ ହସ୍ପିଟାଲ ପରିସରରେ ଥିବା ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ପରିଦର୍ଶନ କରିଥିଲେ ।

ରାୟଗଡାକୁ ପ୍ରାୟ ୨୫ ହଜାର ପ୍ରବାସୀ ଓଡ଼ିଆ ଫେରିବାକୁ ପଞ୍ଜୀକରଣ କରିଥିବା ବେଳେ ବର୍ତ୍ତମାନ ସୁଦ୍ଧା ୮ଶହ ପ୍ରବାସୀ ଫେରିଛନ୍ତି । ଆନ୍ଧ୍ରପ୍ରଦେଶରୁ ପ୍ରବାସୀ ଘରବାହୁଡା କରୁଥିବା ବେଳେ ଅନ୍ୟ ରାଜ୍ୟର ଶ୍ରମିକମାନେ ଜିଲ୍ଲା ଦେଇ ପ୍ରବେଶ କରୁଛନ୍ତି । ତେଣୁ ଏସବୁ ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି ।

ରାୟଗଡ଼ା ପରେ ଗଜପତି ଜିଲ୍ଲାରେ ପହଞ୍ଚିଥିଲେ ୨ ଅଧିକାରୀ । ଭାରତମାତା ପରିସରରେ ଥିବା ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ପରିଦର୍ଶନ କରିଥିଲେ । ଏହି ହସ୍ପିଟାଲର ବିଭିନ୍ନ ଓ୍ୱାର୍ଡ ବୁଲି ଦେଖିବା ସମୟରେ ଏହାର ଶଯ୍ୟା ସଂଖ୍ୟା ୨୦୦କୁ ବୃଦ୍ଧି କରିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି ।

ପ୍ରବାସୀ ଓଡିଆଙ୍କ ପାଇଁ ହୋଇଥିବା କ୍ୱାରେଣ୍ଟାଇନ୍‌ ସେଣ୍ଟରର ପରିଚାଳନା ଏବଂ ଏହାର ବ୍ୟବସ୍ଥା ନେଇ ମଧ୍ୟ ଆଲୋଚନା କରିଥିଲେ 5-ଟି ସଚିବ ଏବଂ ଉନ୍ନୟନ କମିଶନର ।

ଏହାପରେ ହଟସ୍ପଟ୍‌ ଗଂଜାମ ଜିଲ୍ଲାରେ ମାରାଥନ ଗସ୍ତ ଏବଂ ସମୀକ୍ଷା କରିଥିଲେ । ସଂକ୍ରମିତଙ୍କ ସଂଖ୍ୟା ଦୃଷ୍ଟିରୁ ସରକାରଙ୍କ ଫୋକସରେ ରହିଛି ଗଂଜାମ ଜିଲ୍ଲା । ଶେରଗଡ଼ ବ୍ଳକ୍‌ରୁ ଆରମ୍ଭ ହୋଇଥିବା ସମୀକ୍ଷା ବ୍ରହ୍ମପୁରରେ ଶେଷ ହୋଇଥିଲା । ଶେରଗଡ,ହିଞ୍ଜିଳି, କବିସୂର୍ଯ୍ୟନଗର, ଆସିକା, ପୋଲସରା ଓ ବ୍ରହ୍ମପୁରରେ ସ୍ଥିତି ସମୀକ୍ଷା କରିଥିଲେ 5-ଟି ସଚିବ । ଏହିସବୁ ବ୍ଲକରେ ପ୍ରବାସୀ ଓଡିଆ, କ୍ୱାରେଣ୍ଟାଇନ୍‌ ସେଣ୍ଟରର ପରିଚାଳନା, ଲକଡାଉନର କାର୍ଯ୍ୟକାରିତା ଏବଂ ସାମାଜିକ ଦୂରତାର ଅନୁପାଳନକୁ ଗୁରୁତ୍ୱ ଦେଇଛନ୍ତି 5-ଟି ସଚିବ । ଏଥିସହିତ ଜୀବନଜୀବିକାର ପୁନରୁଦ୍ଧାର ପାଇଁ ମନରେଗା କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହିତ ନିଜ ଗସ୍ତ ସମୟରେ 5-ଟି ସଚିବ ଜିଲ୍ଳାର କିଛି ସରପଞ୍ଚଙ୍କ ସହ କଥା ହୋଇଛନ୍ତି । ପ୍ରବାସୀଙ୍କ ସହ ଡିଲ୍ କରୁଥିବା ବେଳେ ସରପଞ୍ଚମାନେ ସମ୍ମୁଖିନ ହେଉଥିବା ସମସ୍ୟା ସମ୍ପର୍କରେ ପଚାରି ବୁଝିବା ସହ ଏଥିରେ ଉନ୍ନତି ଆଣିବା ଲାଗି ପରାମର୍ଶ ଦେଇଛନ୍ତି ।

୫-ଟି ସଚିବ ସରପଞ୍ଚଙ୍କ ସହ କଥାବାର୍ତ୍ତାବେଳେ ସେମାନେ ଦିନ-ରାତି କାମ କରୁଥିବା ଜାଣିବାକୁ ପାଇଥିଲେ । ସେ ଏ ବିଷୟରେ ଅବଗତ ହେବା ପରେ ଏ ନେଇ ଖୁସି ବ୍ୟକ୍ତି କରିବା ସହ ସେମାନଙ୍କୁ ପ୍ରଶଂସା କରିଛନ୍ତି । ତେବେ ମୁଖ୍ୟମନ୍ତ୍ରୀ ସରପଞ୍ଚମାନଙ୍କୁ କରୋନା ମୁକାବିଲା ନେଇ ବିଶ୍ୱାସକୁ ନେଇଥିବାରୁ ସେମାନେ ମଧ୍ୟ ଖୁସି ଓ ଗର୍ବିତ ଅନୁଭବ କରିଥିବା କହିଛନ୍ତି । ଏଥିସହିତ ମୁଖ୍ୟମନ୍ତ୍ରୀ ସରପଞ୍ଚମାନଙ୍କୁ ୫୦ ଲକ୍ଷ ଟଙ୍କାର ବୀମା ଅନ୍ତର୍ଭୁକ୍ତ କରିଥିବାରୁ ସରପଞ୍ଚମାନେ ମୁଖ୍ୟମନ୍ତ୍ରୀଙ୍କ ଧନ୍ୟବାଦ ଜଣାଇଛନ୍ତି ।  ଗଞ୍ଜାମରେ ପରପଞ୍ଚଙ୍କ ସହ ଆଲୋଚନା ବେଳେ ସଂକ୍ରମଣ ସଂଖ୍ୟା ନେଇ ଭୟଭୀତ ବା ବିଚଳିତ ନହେବାକୁ 5-ଟି ସଚିବ ପରାମର୍ଶ ଦେଇଛନ୍ତି । ଚିହ୍ନଟ ହୋଇଥିବା ସମସ୍ତ ସଂକ୍ରମିତ କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ଥିବାକୁ ଗୋଷ୍ଠୀ ସଂକ୍ରମଣକୁ ନିୟନ୍ତ୍ରଣ କରାଯାଇପାରିଛି ।

https://www.facebook.com/NandighoshaTV/videos/3475588819136108/?eid=ARAOPgvaYXw_VzqYO-s4AYrts-FI1V_Z68s7A0zqrQXRaIppS8_2bqUncQskOTW_OuHxgVNU45cWWm9v

ନିଜ ଗସ୍ତ ସମୟରେ ୫-ଟି ସଚିବ ୩ଟି ଯାକ ଜିଲ୍ଲାର ଏସପିମାନଙ୍କୁ କ୍ୱାରେଣ୍ଟାଇନ୍ ସେଣ୍ଟର ଥିବା ଅଞ୍ଚଳରେ ପାଟ୍ରୋଲିଂ ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ବିଶେଷ କରି ୭୫ରୁ ଅଧିକ ଅନ୍ତେବାସୀ ରହୁଥିବା କ୍ୱାରେଣ୍ଟାଇନ୍ ସେଣ୍ଟର ଅଞ୍ଚଳରେ ପାଟ୍ରୋଲିଂ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଓଡ଼ିଶା ମାଟିରେ ପ୍ରବାସୀ ଶ୍ରମିକଙ୍କୁ ଚାଲିବାକୁ ପଡ଼ିବନି : ଡିଜିପି ଅଭୟ

ଭୁବନେଶ୍ୱର: ବାହାର ରାଜ୍ୟରୁ ଓଡ଼ିଶା ଆସି ଫସି ରହିଥିବା କୈାଣସି ବ୍ୟକ୍ତି ରାସ୍ତାରେ ଚାଲିଚାଲି ଯିବେ ନାହିଁ । ଏପରିକି ଅନ୍ୟ ରାଜ୍ୟରୁ ନିଜ ରାଜ୍ୟକୁ ଫେରୁଥିବା ଲୋକେ ମଧ୍ୟ ଓଡିଶା ମାଟିରେ ଚାଲି ଚାଲି ଯିବେନି । ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ସ୍ପଷ୍ଟ ନିର୍ଦ୍ଦେଶ ରହିଛି । ଏଥିପାଇଁ ରାଜ୍ୟର ୧୨ଟି ବର୍ଡର ଚେକ ପଏଣ୍ଟରେ ରାଜ୍ୟ ପୋଲିସ ପକ୍ଷରୁ ଆବଶ୍ୟକ ବ୍ୟବସ୍ଥା କରାଯାଇଛି । ଏଭଳି ଲୋକଙ୍କ ପାଇଁ ରାଜ୍ୟ ସରକାର ଗାଡ଼ି ଓ ଖାଦ୍ୟର ବ୍ୟବସ୍ଥା କରିଛନ୍ତି । ସେମାନଙ୍କୁ ସେମାନଙ୍କ ରାଜ୍ୟ ସୀମାରେ ନିଜ ଖର୍ଚ୍ଚରେ ରାଜ୍ୟ ସରକାର ଛାଡ଼ିବେ । ଗିରିସୋଲା, କେରଡା ଏବଂ ସୋହେଲା ବର୍ଡର ଚେକ ପଏଣ୍ଟ ଦେଇ ବେଶୀ ସଂଖ୍ୟାରେ ଅନ୍ୟ ରାଜ୍ୟର ଶ୍ରମିକ ଫେରୁଛନ୍ତି । ତେଣୁ ଯେଉଁମାନେ ଚାଲିଚାଲି ନିଜ ରାଜ୍ୟକୁ ଫେରୁଛନ୍ତି ସେମାନେ ନିକଟସ୍ଥ ପୋଲିସ ଷ୍ଟେସନକୁ ଯିବାକୁ ପରାମର୍ଶ ଦେଇଛନ୍ତି ପୋଲିସ ମହାନିର୍ଦ୍ଦେଶକ । ଏପରିକି କଟକ, ଭୁବନେଶ୍ୱର ଏବଂ ଖୋର୍ଦ୍ଧାରେ ମଧ୍ୟ ଏଭଳି ଶ୍ରମିକଙ୍କ ପାଇଁ ବସର ବ୍ୟବସ୍ଥା କରାଯାଇଛି । ବର୍ତ୍ତମାନ ସୁଦ୍ଧା ବିଭିନ୍ନ ବର୍ଡର ଚେକ ପଏଣ୍ଟ ଦେଇ ୧୩୪୯ଟି ବସ ଏବଂ ୪୩୭୨ଟି ଚାରି ଚକିଆ ଯାନ ଓଡିଶାକୁ ପ୍ରବେଶ କରିଛି ।

ରାଜ୍ୟବାସୀଙ୍କୁ ଆଶ୍ୱସ୍ତ କଲେ ଡା. ଅଶୋକ: କହିଲେ, କରୋନା ଏକ ସାଧାରଣ ଥଣ୍ଡା, କାଶ

ଭୁବନେଶ୍ୱର: କରୋନାକୁ ଭୟ କରନ୍ତୁ ନାହିଁ । ଏହା ଏକ ସାଧାରଣ ଥଣ୍ଡା କଫ ଜ୍ଜର । କରୋନା ଭୂତାଣୁକୁ ନେଇ ଆତଙ୍କିତ ଓଡିଶାବାସୀଙ୍କୁ ଏଭଳି ଅଭୟବାଣୀ ଶୁଣାଇଛନ୍ତି ସମ୍‌ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲର କୁଳପତି ଡାକ୍ତର ଅଶୋକ ମହାପାତ୍ର । ଗତ ୧୦୦ ବର୍ଷ ମଧ୍ୟରେ ବିଶ୍ୱ ଅନେକ ମହାମାରୀର ସମ୍ମୁଖୀନ ହୋଇଛି । ଏସିଆନ ଫ୍ଳୁ ଠାରୁ ଆରମ୍ଭ କରି ସ୍ଵାନିସ ଫ୍ଳୁ ଏପରିକି ସାର୍ସ ଯାଏଁ ସବୁ ମହାମାରୀକୁ ଆମେ ଦୃଢତାର ସହ ମୁକାବିଲା କରିଛୁ । ପୂର୍ବରୁ ମଧ୍ୟ ମହାମାରୀ ଆସିଛି ଓ ଯାଇଛି ।

African Swine Flu: A crisis or an opportunity? - Sustainable Food ...

ଏଭଳି ମହାମାରୀର ପ୍ରଭାବ ସାଧାରଣ ଭାବେ ବର୍ଷରୁ ଦୁଇ ବର୍ଷ ଯାଏଁ ରହିଥାଏ । ତେଣୁ ଆମକୁ ବର୍ଷ ୨ ବର୍ଷ ପର୍ଯ୍ୟନ୍ତ ମାନସିକ ଭାବେ ପ୍ରସ୍ତୁତ ରହିବାକୁ ପଡ଼ିବ । କରୋନାକୁ ନେଇ ଆମର ମାନସିକ ଏବଂ ନୈତିକତାର ଅଭାବ ହେବା ଉଚିତ ନୁହେଁ ବୋଲି କହିଛନ୍ତି ଡାକ୍ତର ଅଶୋକ ମହାପାତ୍ର । ମାତ୍ର ୫ ପ୍ରତିଶତ ଲୋକଙ୍କ ସ୍ୱାସ୍ଥ୍ୟ ଗୁରୁତର ହୋଇଥାଏ । ଆଉ ଦୁଇରୁ ଚାରି ପ୍ରତିଶତ ଲୋକଙ୍କୁ ଆଇସିୟୁ ଦରକାର ପଡିଥାଏ । ସେମାନଙ୍କ ମଧ୍ୟରୁ ଅଧିକାଂଶ ସୁସ୍ଥ ହୋଇ ଘରକୁ ଫେରିଥାନ୍ତି ।

coronavirus vaccine italy antibody covid 19 latest news

ତେଣୁ ଟିକା ନଆସିବା ଯାଏଁ କରୋନା ନିୟମାବଳୀକୁ ପାଳନ କରିବାକୁ ସେ ପରାମର୍ଶ ଦେଇଛନ୍ତି । ଆଉ ଗୋଟିଏ ଖୁସି ଖବର ହେଉଛି କରୋନା ଆକ୍ରାନ୍ତ ହୋଇଥିବା ସମସ୍ତ ୧୪ ବର୍ଷରୁ କମ ୨୦ ଜଣ ଶିଶୁ ସୁସ୍ଥ ହୋଇ ପରିବାର ନିକଟକୁ ଫେରିଛନ୍ତି ।

Prof. Ashok Mahapatra features in Limca Book of Records for ...

ସେ ଆହୁରି କହିଛନ୍ତି ଯେ, କରୋନା ଚିକିତ୍ସା ନେଇ ରାଜ୍ୟର ପ୍ରାୟ ସମସ୍ତ ଡାକ୍ତର ପ୍ରଶିକ୍ଷିତ । ଏ ନେଇ ସେମାନଙ୍କୁ ବାରମ୍ୱାର ପ୍ରୋତ୍ସାହିତ କରାଯାଉଛି । ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀଙ୍କୁ ପ୍ରଶିକ୍ଷତ କରାଯିବା ସହ କେମିତି ରୋଗୀଙ୍କୁ ଅଣାଯିବ କେମିତି ଚିକିତ୍ସା କରାଯିବ ସେନେଇ ମକ ଡ୍ରିଲ୍ ମଧ୍ୟ କରାଯାଇଛି ।

 

ଲକଡାଉନ ସତ୍ତ୍ୱେ ଗତବର୍ଷ ତୁଳନାରେ ଏକ କୋଟି ଟନ ଅଧିକ ହୋଇପାରେ ଚଳିତ ବର୍ଷର ଶସ୍ୟ ଉତ୍ପାଦନ

ନୂଆଦିଲ୍ଲୀ: କରୋନା ସଙ୍କଟ ଏବଂ ଲକଡାଇନ ହେବା ପରେ ବି ଚଳିତ ବର୍ଷ ଶସ୍ୟ ଉତ୍ପାଦନର ରେକର୍ଡ ପ୍ରଡକ୍ସନ ହେବାର ଅନୁମାନ କରାଯାଉଛି । କୃଷି, ସହକାରିତା ଏବଂ କୃଷକ କଲ୍ୟାଣ ବିଭାଗ ତରଫରୁ ୨୦୧୯-୨୦ ପାଇଁ ଜାରୀ କରାଯାଇଥିବା ପ୍ରମୁଖ ଫସଲ ଉତ୍ପାଦନର ତୃତୀୟ ଅଗ୍ରୀମ ଆକଳନ ଅନୁଯାୟୀ ଦେଶରେ ସର୍ବମୋଟ ପ୍ରଡକ୍ସନ ରେକର୍ଡ ୨୯୫.୬୭ ମିଲିୟନ ଟନ ହେବାର ଅନୁମାନ କରାଯାଉଛି । ୨୦୧୮-୧୯ ମସିହା ବେଳେ ୨୮୫.୨୧ ମିଲିୟନ ଟନ ଶସ୍ୟ ଉତ୍ପାଦନ ହୋଇଥିବା, ଯାହାକୁ ବର୍ତ୍ତମାନ ତୁଳନା କଲେ ୧୦.୪୬ ମିଲିୟନ ଟନ ଅଧିକ ଶସ୍ୟ ଉତ୍ପାଦନ ହେବାର ଜଣାପଡ଼ିଛି ।

କୃଷି ମନ୍ତ୍ରଣାଳୟ ଅନୁଯାୟୀ, ଯଦି ଗତ ପାଞ୍ଚ ବର୍ଷର ହାରାହାରି ଉତ୍ପାଦନ ଦେଖାଯାଏ, ତେବେ ୨୦୧୯-୨୦ ମଧ୍ୟରେ ଉତ୍ପାଦନର ହାରାହାରି ତୁଳନାରେ ୨୫.୮୯ ନିୟୁତ ଟନ୍ ଅଧିକ ହେବ ବୋଲି ଆକଳନ କରାଯାଇଛି। ଏହାର ମୁଖ୍ୟ କାରଣ ହେଉଛି ଦକ୍ଷିଣ-ପଶ୍ଚିମ ମୌସୁମୀ ଚଳିତ ବର୍ଷ ଜୁନ୍ ରୁ ସେପ୍ଟେମ୍ବର ୨୦୧୯ ମଧ୍ୟରେ ସ୍ୱାଭାବିକଠାରୁ ୧୦ ପ୍ରତିଶତ ଅଧିକ ବୋଲି ବିଶ୍ୱାସ କରାଯାଏ ।

କୃଷି ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ୨୦୧୯-୨୦ ସମୟରେ ଚାଉଳର ସର୍ବମୋଟ ଉତ୍ପାଦନକ ରେକର୍ଡ୍ ୧୧୭.୯୪ ମିଲିୟନ ଟନ୍ ଅନୁମାନ କରାଯାଉଛି ଯାହାକି ପୂର୍ବ ପାଞ୍ଚ ବର୍ଷରେ ୧୦୯.୭୭ ମିଲିୟନ ଟନ ହାରାହାରି ଉତ୍ପାଦନ ତୁଳନାରେ ୮.୧୭ ମିଲିୟନ ଟନ୍ ଅଧିକ ରହିଛି ।  ଏହି ସମୟ ମଧ୍ୟରେ ଗହମର ମୋଟ ଉତ୍ପାଦନ ୧୦୭.୧୮ ନିୟୁତ ଟନ୍ ବୋଲି ଆକଳନ କରାଯାଇଛି | ଯାହା ଗତ ବର୍ଷ ତୁଳନାରେ ୩.୫୮ ମିଲିୟନ ଟନ୍ ଅଧିକ ରହିଛି ।  ନିକୃଷ୍ଠ ଖାଦ୍ୟଶସ୍ୟର ଉତ୍ପାଦନ  ରେକର୍ଡ ୪୭.୫୪ ମିଲିୟନ ଟନ୍ ରହିଛି ଯାହା ୨୦୧୮-୧୯ ଅପେକ୍ଷା ୪.୪୮ ମିଲିୟନ ଟନ୍ ଅଧିକ  ଆକଳନ କରାଯାଇଛି ।