spot_img
Home Blog Page 7116

ହ୍ୱାଟସଆପ୍ ଚାଟରୁ ଚାଲିଗଲା ଜୀବନ, ମିଛି ମିଛିକା ଆତ୍ମହତ୍ୟାର କରୁଥିଲେ ଅଭିନୟ

ଛତିଶଗଡ଼: ସାଙ୍ଗ ସାଙ୍ଗ ଭିତରେ ତ ମସ୍ତି ମଜାକ୍ ସବୁ ବେଳେ ଚାଲେ । କିନ୍ତୁ ଏହି ମସ୍ତି ମଜାକରେ କେତେବେଳେ କାହାର ଜୀବନ ଚାଲିଯାଏ ତାହା ଜାଣି ବି ହୁଏନି । ଏଭଳି  ଏକ ଘଟଣା ମାଲକାନଗିରି ଜିଲ୍ଲାର ପଡ଼ୋଶୀ ରାଜ୍ୟ ଛତିଶଗଡ଼ ,ସୁକୁମା ଜିଲ୍ଲାର ଦୋରଣାପଲ ଗାଁରେ ଦେଖିବାକୁ ମିଳିଛି । ପ୍ରଥମେ ହ୍ୱାଟସଆପରେ କଥା ତାପରେ ଭିଡ଼ିଓ କଲ ତାପରେ ମଜାମସ୍ତି କରିବାକୁ ଯାଇ ମିଛି ମିଛିକା ଆତ୍ମହତ୍ୟାର ଅଭିନୟ । ଆଉ ଏହି ମିଛି ମିଛିକା ଅଭିନୟର ସତସତିକା ମୃତ୍ୟୁ ।

କିଛି ଏମିତି ଥିଲା ଦୁଇ ସାଙ୍ଗଙ୍କ ମଧ୍ୟରେ କଥା ବାର୍ତ୍ତା ଆଉ ଅଭିମାନ । ତୁ ତୋ ହ୍ୱାଟସଆପ୍‌ ଡିପିରେ ଫଟୋ ବଦଳେଇ ଦେ… । ନା, ମୁଁ ମୋ ହ୍ୱାଟସଆପ୍‌ ଡିପି ବଦଳାଇବିନି… କାହିଁକି ବଦଳାଇବନି ? ତୋତେ ଡିପି ବଦଳାଇବାକୁ ପଡ଼ିବ… । ନହେଲେ ମୁଁ ଆତ୍ମହତ୍ୟା କରିଦେବି…।  ଏହି ଭଳି କିଛି ମଜାକ୍ ମଜାକରେ ଚାଟ୍‌ ଚାଲିଥିଲା ଦୁଇ ସାଙ୍ଗ ମଧ୍ୟରେ । ସାଙ୍ଗ ଜଣକ ଡିପି ନ ବଦଳାଇବାରୁ ଯୁବତୀ ତାଙ୍କ ସାଙ୍ଗଙ୍କ ପାଖକୁ ଭିଡିଓ କଲ କରିଥିଲେ । ଭିଡିଓ କଲରେ ଯୁବତୀ ଜଣକ ତାଙ୍କ ସାଙ୍ଗକୁ ଫ୍ୟାନରେ ଓହଳି ଆତ୍ମହତ୍ୟା କରିବା ପାଇଁ ଡରାଇଥିଲେ । ଆଉ ତାପରେ ସବୁ କିଛି ଓଲଟ ପାଲଟ ହୋଇଯାଇଥିଲା । ମଜାକରେ ବେକରେ ଓଢ଼ଣୀ ଲଗାଉ ଲଗାଉ ଟେବୁଲରୁ ଖସିଯାଇଥିଲା ଗୋଡ଼ ଆଉ ଅଟକି ଗଲା ନିଶ୍ୱାସ । ମଜାକ ମଜାକରୁ ଯୁବତୀଙ୍କ ହେଲା ମୃତ୍ୟୁ । ୨୦ ବର୍ଷର ଜଣେ ଯୁବତୀ ନିଜ ସାଙ୍ଗକୁ ଭିଡିଓ କଲ୍‌  କରି ମଜାରେ ଫାଶି ଲଗାଇବାର ଅଭିନୟ କରୁଥିଲେ । ଫଳରେ ସନ୍ତୁଳନ ହରାଇବାରୁ  ଫାଶୀରେ ଝୁଲି ଯାଇଥିଲେ । ତାପରେ ଘଟଣା ସ୍ଥଳରେ ହିଁ ଯୁବତୀଙ୍କର ମୃତ୍ୟୁ ହୋଇଛି ।

ସୂଚନା ଅନୁଯାୟୀ, ଯୁବତୀଙ୍କ ନାମ ହେଉଛି ଅଞ୍ଜଳି ତିବରୀ । ସେ ଭିଳାଇରେ ପାଠ ପଢୁଥିଲେ  । ମାଆଙ୍କ କହିବା ଅନୁଯାୟୀ କାଲି ଝିଅ ନିଜର ଜଣେ ସାଙ୍ଗ ଙ୍କୁ ଡିପି ବଦଳାଇବାକୁ କହିଥିଲେ । କିନ୍ତୁ ସେ ଅଞ୍ଜଳିଙ୍କ କଥାକୁ ପ୍ରତ୍ୟାଖ୍ୟାନ କରିଥିଲେ । ଆଉ ତାପରେ ଅଞ୍ଜଳି ନିଜ ଓଢ଼ନି କୁ ଫ୍ୟାନରେ ବାନ୍ଧି ବେକରେ ଲଗାଇ ଭିଡ଼ିଓ କଲ କରିଲେ । ସାଙ୍ଗକୁ ଡ଼ରାଇ ନିଜକଥାରେ ମନାଇବାକୁ ଚେଷ୍ଟା କରୁଥିବା ସମୟରେ ସନ୍ତୁଳନ ହାରିବାରୁ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା । ମଜା ମଜାରେ ଜୀବନ ହରିଥିଲେ ଅଞ୍ଜଳି।

ଘଟଣାର କିଛି ସମୟ ପରେ ମା ଘରକୁ ଆସି ଦେଖିଲା ବେଳକୁ ଅଞ୍ଜଳି ଫାଶିରେ ଝୁଲି ଥିବାର ଦେଖିଥିଲେ ସେତେବେଳେକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା । ବର୍ତ୍ତମାନ ଦୋରଣାପ।ଲ ପୋଲିସ ଅଧିକ ତଦନ୍ତ କରୁଥିବା ସୂଚନା ମିଳିଛି।

ରାଜ୍ୟରେ ଆହୁରି ୧୦୧ କରୋନା ପଜିଟିଭ ଚିହ୍ନଟ, ସଂକ୍ରମିତଙ୍କ ସଂଖ୍ୟା ୫୩୮କୁ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟରେ ବଢ଼ିବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ପ୍ରତ୍ୟେକ ଦିନ ୩୦ ରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି  । କିନ୍ତୁ ବୁଧବାର ଏକାଥରକେ ୧୦୧ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହା ହେଉଛି ରାଜ୍ୟରେ ଗୋଟିଏ ଦିନରେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ସବୁଠାରୁ ଅଧିକ ସଂଖ୍ୟା  ।

୧୦୧ ସଂକ୍ରମିତଙ୍କ ମଧ୍ୟରୁ ଗଞ୍ଜାମରୁ ୫୨ ଜଣ, ବାଲେଶ୍ୱରରୁ ୩୩ ଜଣ, ଯାଜପୁରରୁ ୭ ଏବଂ ସୁନ୍ଦରଗଡ଼ରୁ ୭ ଜଣ, କେନ୍ଦୁଝରରୁ ୨ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହା ସହ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୩୮ରେ ପହଞ୍ଚିଛି । ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ଗଞ୍ଜାମରେ କରୋନା ସଂଖ୍ୟା ୨୧୦ରେ ପହଞ୍ଚିଛି ସେହିଭଳି ବାଲେଶ୍ୱରରେ ୯୦ ରେ ପହଞ୍ଚିଛି ସଂକ୍ରମିତଙ୍କ ସଂଖ୍ୟା, ସେପଟେ ଯାଜପୁରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୧ ଥିବାବେଳେ ସୁନ୍ଦରଗଡ଼ରେ ୨୩ ରହିଥିବା ବେଳେ କେନ୍ଦୁଝରରେ ୪ରହିଛି ।

ଏହା ସର ରାଜ୍ୟରେ ଏବେ ୫୩୮ ଜଣ ମୋଟ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୪୧୯ ଜଣ ସକ୍ରିୟ ରହିଛନ୍ତି । ସେଥିମଧ୍ୟରୁ ୧୧୬ ଜଣ ସୁସ୍ଥ ହୋଇଥିବା ବେଳେ ୩ ଜଣଙ୍କର ମୃତ୍ୟୁ ହୋଇଛି ।

ଅତୁଟ ସମ୍ପର୍କରେ ରକ୍ତର ଛିଟା, ସମ୍ପତି ପାଇଁ ମାଆକୁ ମାରିଲା ପୁଅ !

ଯାଜପୁର: ପରିବାର ଭିତରେ ମାଆ ପୁଅଙ୍କ କଳହର କରୁଣ ପରିଣତି । ଗର୍ଭ ଯନ୍ତ୍ରଣା ସହି ପୁଅକୁ ଜନ୍ମ ଦେଇଥିଲା ମାଆ । କିନ୍ତୁ ମାର ଯନ୍ତ୍ରଣାକୁ ବୁଝି ପାରିଲାନି ପୁଅ । ସମ୍ପତି ପାଇଁ ସମ୍ପର୍କରେ ପଡ଼ିଲା ରକ୍ତ ଛିଟା । ମାଆ ସିନା ପୁଅକୁ ଏଡ଼ିଟିଏରୁ ଏଡ଼େଟିଏ କରିଥିଲା । ହେଲେ ମୁଣ୍ଡକୁ ହାତ ପାଇବା ପରେ ମନରେ ରେ ବସା ବାନ୍ଧଥିଲା ସମ୍ପତିର ଲୋଭ । ଯାହାପାଇଁ ଲୋଭ ଆଗରେ ଛୋଟ ହେବାକୁ ଲାଗିଥିଲା  ମାଆର ପଣତ ।

ଆଉ ଶେଷରେ ପୁଅ ହାତର ଶିକାର ହୋଇଥିଲା ମାଆ । ସମ୍ପତି ଲୋଭରେ ମାକୁ ମାରି ଦେଇଛି ପୁଅ । ଏଭଳି ଅଭିଯୋଗ କରିଛନ୍ତି ଝିଅ । ଏମିତି କିଛି ଘଟଣା ଦେଖିବାକୁ ମିଳିଛି ଯାଜପୁରର ପାଣିକୋଇଲି ଥାନା ରଙ୍ଗରଙ୍ଗା ଗାଁରେ । ମୃତ ମହିଳାଙ୍କ ନାମ ହେଉଛି ମତ ଲବଙ୍ଗ । ତେବେ ପୋଲିସ ଅଭିଯୁକ୍ତ ପୁଅକୁ ଅଟକ ରଖି ତଦନ୍ତ ଚଳାଇଛି ।

ସୂଚନା ଅନୁଯାୟୀ, ସମ୍ପତିକୁ ନେଇ ମାଆ ଏବଂ ପୁଅଙ୍କ ମଧ୍ୟରେ ଅନେକ ବାର କଳହ ଲାଗି ରହୁଥିଲା । ପୁଅ ଅନେକ ସୟମରେ ମାଆକୁ ମାରଧୋର କରେ ବୋଲି ଥାନାରେ ଅଭିଯୋଗ କରିଛନ୍ତି ଝିଅ । ଯୋଜନାବଦ୍ଧ ଭାବେ ମାଆଙ୍କୁ ହତ୍ୟା କରାଯାଇଥିବା ଝିଅ ଅଭିଯୋଗ କରିଛନ୍ତି ।  ଅନେକ ଥର ଥାନାରେ ଆପୋଷ ବୁଝାମଣା ବି ହୋଇଥିଲା ।

ଗତକାଲି ସକାଳେ ମତ ଲବଙ୍ଗଙ୍କ ମୁଣ୍ଡରେ ଆଘାତ ଲାଗିବାରୁ ତାଙ୍କୁ ଯାଜପୁର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ସେପଟେ ପୋଲିସର ତଦନ୍ତ ପରେ ମାଆଙ୍କୁ ଠେଲି ଦେବାରୁ ମୁଣ୍ଡରେ ଆଘାତ ଲାଗି ତାଙ୍କର ମୃତ୍ୟୁ ହୋଇଥିବା ପୁଅ ସଫେଇ ଦେଇଛି ।

ଏହି ରାଶିର ବ୍ୟକ୍ତି ଧୋକା ଖାଇପାରନ୍ତି…

ମେଷ:
ଅଶ୍ୱିନୀ ନକ୍ଷତ୍ର – କର୍ମକ୍ଷେତ୍ରରେ ନୂତନ ଯୋଜନା ପ୍ରସ୍ତୁତି କରିବେ ।
ଦ୍ୱିଜା ନକ୍ଷତ୍ର – ଆଇ.ଟି କ୍ଷେତ୍ରରେ ଥିଲେ ସଫଳତା ପାଇବେ ।
କୃତ୍ତିକାନକ୍ଷତ୍ର – ଲୁହା କିମ୍ବା ମାଟି ବ୍ୟବସାୟ କରୁଥିଲେ ସମସ୍ୟା ଆସିବ ।
ପ୍ରତିକାର – ଛୋଟ ପିଲାଙ୍କୁ କିଛି ମିଠା ବାଣ୍ଟନ୍ତୁ ।

ବୃଷ:
କୃତ୍ତିକା ନକ୍ଷତ୍ର – ଭାଗ୍ୟରେ ବହୁ ଉନ୍ନତି ହୋଇପାରେ ।
ରୋହିଣୀ ନକ୍ଷତ୍ର – କୌଣସି କ୍ଷେତ୍ରରୁ ନୂଆ ସୂଚନା ପାଇପାରନ୍ତି ।
ମୃଗଶିରା – ଜ୍ୟୋତିଷ ବିଦ୍ୟାରେ କିମ୍ବା ତନ୍ତ୍ର, ମନ୍ତ୍ର ବିଦ୍ୟା ପ୍ରତି ଆଗ୍ରହ ବଢ଼ିବ ।
ପ୍ରତିକାର – ମହିଳାଙ୍କୁ ସମ୍ମାନ ଦିଅନ୍ତୁ ।

ମିଥୁନ:
ମୃଗଶିରା ନକ୍ଷତ୍ର – ଟ୍ୟାକ୍ସ‌ କ୍ଷେତ୍ରରେ କିଛି ସମସ୍ୟା ଆସିପାରେ ।
ଆଦ୍ରା ନକ୍ଷତ୍ର – ଶରୀରର ଆଣ୍ଠୁ ଭାଗରେ ସମସ୍ୟା ଦେଖାଦେବ ।
ପୁନର୍ବସୁ ନକ୍ଷତ୍ର – ଅନ୍ୟ କାହାରି ଗାଡ଼ିରେ ଯିବା ଆସିବା କରନ୍ତୁ ନାହିଁ ।
ପ୍ରତିକାର – ଗୁରୁଙ୍କୁ ଗୀତା ଦାନ କରନ୍ତୁ ।

କର୍କଟ ରାଶି-
ପୁନର୍ବସୁ ନକ୍ଷତ୍ର – କୃଷି କର୍ମରେ ଉନ୍ନତି କରିବେ ।
ପୁଷ୍ୟ ନକ୍ଷତ୍ର – ଗୃହ ନିର୍ମାଣ କାର୍ଯ୍ୟ କରୁଥିଲେ ସେଥିରେ ବାଧା ରହିବ ।
ଅଶ୍ଲେଷା ନକ୍ଷତ୍ର – ପରିବାରରେ ଖୁସିର ପରିବେଶ ରହିବ ।
ପ୍ରତିକାର – ସକାଳେ କିଛି ସମୟ ଗୀତା ପାଠ କରନ୍ତୁ ।

ସିଂହ ରାଶି-
ମୃଘାନକ୍ଷତ୍ର – ଗୁପ୍ତ ଶତ୍ରୁମାନେ ଆଜି ଆପଣଙ୍କୁ ହଇରାଣରେ ପକାଇପାରନ୍ତି ।
ପୂର୍ବା ଫାଲଗୁନୀ ନକ୍ଷତ୍ର – ଶରୀରର ଅଣ୍ଟା ଭାଗରେ ସମସ୍ୟା ଦେଖାଦେବ ।
ଉତ୍ତରା ଫାଲଗୁନୀ ନକ୍ଷତ୍ର – ମୃହିଳା ଶତ୍ରୁଙ୍କ ଠାରୁ ଦୁରେଇ ରୁହନ୍ତୁ ।
ପ୍ରତିକାର – ମନ୍ଦିରରେ ଝାଡୁ, ପୋଛା କରନ୍ତୁ ଶୁଭ ରହିବ ।

କନ୍ୟା ରାଶି-

ଉତ୍ତରା ଫାଲଗୁନୀ ନକ୍ଷତ୍ର – ସନ୍ତାନଙ୍କ ଉନ୍ନତିରେ ଖୁସି ରହିବେ ।
ହସ୍ତା ନକ୍ଷତ୍ର – ଯାତ୍ରା ସମୟରେ ନୂତନ ବନ୍ଧୁଙ୍କ ସହ ସଂପର୍କ ଆରମ୍ଭ ହେବ ।
ଚିତ୍ରା ନକ୍ଷତ୍ର – ପୂର୍ବରୁ ହଜିଥିବା ଦ୍ରବ୍ୟ ଫେରିପାଇ ପାରନ୍ତି ।
ପ୍ରତିକାର – ଅଶୋକା ବୃକ୍ଷକୁ ପରିକ୍ରମା କରନ୍ତୁ ।

ତୁଳା ରାଶି-

ଚିତ୍ରା ନକ୍ଷତ୍ର – ମା’ଙ୍କ ଖୁସିରେ ଅନେକ ଖୁସି ପାଇବେ ।
ସ୍ୱାତୀ ନକ୍ଷତ୍ର – ନୂତନ ଘର ନିର୍ମାଣର ଯ଼ୋଗ ରହିଛି ।
ବିଶାଖା ନକ୍ଷତ୍ର – ନିଜର ଗାଡ଼ି ଅନ୍ୟ କାହାକୁ ଦିଅନ୍ତୁ ନାହିଁ ।
ପ୍ରତିକାର – କିଛି କଉଡ଼ି ପାଖରେ ରଖନ୍ତୁ, ଶୁଭ ହେବ ।

ବିଛା ରାଶି-

ବିଶାଖା ନକ୍ଷତ୍ର – ଶରୀର ଅସୁସ୍ଥ ରହିପାରେ, ଜଗିରଖି ଚଳନ୍ତୁ ।
ଅନୁରାଧା ନକ୍ଷତ୍ର – କାହାରିକୁ କିଛି ବି ଗୁପ୍ତ କଥା କୁହନ୍ତୁ ନାହିଁ ।
ଜ୍ୟେଷ୍ଠା ନକ୍ଷତ୍ର – କୌଣସି ବିବାଦୀୟ ପରିସ୍ଥିତିରେ ଆପଣଙ୍କ ସାନଭାଇ ସାହାଯ୍ୟ କରିବେ ।
ପ୍ରତିକାର – ଶିବ ଲିଙ୍ଗରେ କିଛି ଗୋମତି ଚକ୍ର ଅର୍ପଣ କରନ୍ତୁ ।

ଧନୁ ରାଶି-
ମୂଳାନକ୍ଷତ୍ର – ନିଜର କ୍ରୋଧ ନିଜ ନିୟନ୍ତ୍ରଣରେ ରଖନ୍ତୁ ।
ପୂର୍ବାଷାଢା ନକ୍ଷତ୍ର – ଆଜି ଦିନରେ ଖାଦ୍ୟ କଷ୍ଟ ଭୋଗ କରିବେ ।
ଉତ୍ତରଷାଢା – କଳାକ୍ଷେତ୍ରରେ ରହିଥିଲେ ସଫଳତା ପାଇବେ ।
ପ୍ରତିକାର – ମା’ ଦୁର୍ଗାଙ୍କୁ ଲାଲ୍‌ ଚୁନୁରୀ ଅର୍ପଣ କରନ୍ତୁ ।

ମକର ରାଶି-
ଉତ୍ତରାଷାଢା ନକ୍ଷତ୍ର – ଅନେକ ନୂତନ ଯ଼ୋଜନା ପ୍ରସ୍ତୁତ କରିବାର ଯ଼ୋଗ ରହିଛି ।
ଶ୍ରବଣା ନକ୍ଷତ୍ର – କିଛି ସୌଖୀନ ଜିନିଷ କିଣିବା ପାଇଁ ସୁଯ଼ୋଗ ଆସିବ ।
ଧନିଷ୍ଠା ନକ୍ଷତ୍ର – ଆଇ.ଟି କ୍ଷେତ୍ରରେ ରହିଥିଲେ ସଫଳତା ପାଇବେ ।
ପ୍ରତିକାର – ବିଷ୍ଣୁ ଭଗବାନ ମୃନ୍ଦିରରେ ଶଙ୍ଖ ଦାନ କରନ୍ତୁ ।

କୁମ୍ଭ ରାଶି-

ଧନିଷ୍ଠା ନକ୍ଷତ୍ର – ଅଯ଼ଥା ଖର୍ଚ୍ଚ ହେବାର ସମ୍ଭାବନା ରହିଛି ।
ଶତଭିଷା ନକ୍ଷତ୍ର – ଚୋରି ହେବାର ସମ୍ଭାବନା ରହିଛି ।
ପୂର୍ବାଭାଦ୍ରପଦ ନକ୍ଷତ୍ର – ଅଧିକ ଖର୍ଚ୍ଚକୁ ନେଇ ଚିନ୍ତାରେ ରହିବେ ।
ପ୍ରତିକାର – ନଟରାଜ ମୂର୍ତ୍ତିଙ୍କ ସମ୍ମୁଖରେ କର୍ପୁର ଆଳତୀ କରନ୍ତୁ ।

ମୀନ ରାଶି-
ପୂର୍ବାଭାଦ୍ରପଦ ନକ୍ଷତ୍ର – ଅଚାନକ ଧନ ଲାଭ ହୋଇପାରେ ।
ଉତ୍ତରାଭାଦ୍ରପଦ ନକ୍ଷତ୍ର – ବିବାଦ ଭିତରୁ ଆଶ୍ୱସ୍ତି ପାଇବେ ।
ରେବତୀ ନକ୍ଷତ୍ର – ପୁରୁଣା ବନ୍ଧୁମାନେ ଆଜି ଧୋକା ଦେଇପାରନ୍ତି ।
ପ୍ରତିକାର – ସୋରିଷ ତେଲର ଦାନ ଆପଣଙ୍କୁ ଶୁଭ ଫଳ ଦେବ ।

ବୁହାନକୁ ଫେରିଲା କରୋନା, ସହରରେ ସବୁ ଲୋକଙ୍କର ହେବ ସ୍ୱାବ୍‌ ଟେଷ୍ଟ

ନୂଆଦିଲ୍ଲୀ: ବର୍ତ୍ତମାନ ସାରା ବିଶ୍ୱରେ କରୋନା ଭାଇରସ୍‌ ବ୍ୟାପିବାରେ ଲାଗିଛି ଏବଂ ଅଧିକାଂଶ ଦେଶ ଏହି ମହାମାରୀ ଯୋଗୁଁ ନୟାନ୍ତ ହେଲେଣି । ଗତ ବର୍ଷ ଡିସେମ୍ବରରେ ଚାଇନାର ବୁହାନ ସହରରୁ ପ୍ରଥମେ ଏହି ମାରାତ୍ମକ କରୋନା ଭୁତାଣୁ ଚିହ୍ନଟ ହୋଇଥିଲା । ତେବେ ପ୍ରଥମେ ଏହି ବୁହାନ ସହରରେ କରୋନାର ଆତଙ୍କ ଦେଖିବାକୁ ମିଳିଥିଲା । ହେଲେ ଚାଇନା ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯିବା ପରେ ଏହି ଆତଙ୍କ ଥମିଯାଇଥିଲା । ଦୀର୍ଘ ଦିନ ଧରି କୌଣସି ନୂଆ ମାମଲା ସାମ୍ନାକୁ ଆସିନଥିଲା । ହେଲେ ଗତ ସପ୍ତାହର ପୁଣି ବୁହାନ୍‌ରେ ଏହି କରୋନା ଭୂତାଣୁ କାୟା ମେଲାଇବା ଆରମ୍ଭ କରିଛି । କିଛି ଲୋକ କରୋନା ଆକ୍ରାନ୍ତ ହୋଇଥିବା ରିପୋର୍ଟରୁ ଜଣାପଡ଼ିଛି ।

ତେବେ ଏଭଳି ପରିସ୍ଥିତିକୁ ଦୃଷ୍ଟିରେ ରଖି ଚୀନ୍‌ ସରକାର ଉକ୍ତ ଅଞ୍ଚଳରେ ପୁଣି କରୋନା ଟେଷ୍ଟିଂ ଆରମ୍ଭ କରିବାକୁ ଯାଉଛନ୍ତି । ପ୍ରାୟ ୧.୧୦ କୋଟି ଲୋକଙ୍କର କରୋନା ଟେଷ୍ଟିଂ କରିବାକୁ ସରକାର ଯୋଜନା କରିଛନ୍ତି ।

ମଙ୍ଗଳବାର ଚୀନ୍‌ ଗଣମାଧ୍ୟମ ଗୁଡ଼ିକର କହିବାନୁଯାୟୀ, ଏକ ଆବାସିକ ସମ୍ପ୍ରଦାୟରେ କରୋନା ସଂକ୍ରମଣର ୬ଟି ନୂଆ ମାମଲା ସାମ୍ନାକୁ ଆସିଛି । କରୋନା ସଂସ୍ପର୍ଶରେ ଆସିବା ପରେ ସହରର ସମସ୍ତ ବାସିନ୍ଦାଙ୍କର ପରୀକ୍ଷା କରିବା ପାଇଁ ୧୦ ଦିନିଆ ଯୋଜନା ପ୍ରସ୍ତୁତ କରାଯାଇଛି । ବୁହାନରେ ଏହି ମାମଲା ପୁନର୍ବାର ସାମ୍ନାକୁ ଆସିବା ପରେ ଏଠାରେ ସଂକ୍ରମଣ ବିସ୍ତାର ହେବାର ଆଶଙ୍କା ପୁଣି ଦେଖା ଦେଇଛି ।

କାବୁଲରେ ଆତଙ୍କବାଦୀ ଆକ୍ରମଣକୁ ନେଇ କ’ଣ ରହିଛି ଭାରତ ସରକାରଙ୍କ ପ୍ରତିକ୍ରିୟା..?

ନୂଆଦିଲ୍ଲୀ: କାବୁଲରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ଭାରତ ଦୃଢ଼ ସମାଲୋଚନା କରିଛି । ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ନିରୀହ ଲୋକଙ୍କ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ କୌଣସି କ୍ଷେତ୍ରରେ ଯଥାର୍ଥ ହୋଇପାରିବ ନାହିଁ । ମେ ୧୧-୧୨ରେ, କାବୁଲର ଦାଶ୍ତ-ଏ-ବର୍ଚି ହସ୍ପିଟାଲର ମାର୍ଟନିଟି ୱାର୍ଡ, ନାଙ୍ଗରହାରର ଚାଲିଥିବା ଶୋକ ସଭା ଏବଂ ଲାଘମାନର ସେନା ଚେକ୍ ପୋଷ୍ଟରେ ହୋଇଥିବା ଆକ୍ରମଣରେ ଅନେକ ମହିଳା ଓ ଶିଶୁଙ୍କର ମୃତ୍ୟୁ ଘଟିଛି । ଯାହା କେବେ ବି ଗ୍ରହଣୀୟ ନୁହେଁ । ଏହା ଅତ୍ୟନ୍ତ ନିନ୍ଦନୀୟ । ଏହି ଆକ୍ରମଣ ମାନବିକତା ବିରୁଦ୍ଧରେ ଅପରାଧ ଅଟେ ବୋଲି ଭାରତ ସରକାରଙ୍କ ପକ୍ଷରୁ କୁହାଯାଇଛି । ଏହାସହ ଭାରତ ସରକାର ଶୋକସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି । ଆହତ ଆଶୁ ଆରୋଗ୍ୟ କାମନା କରୁଛନ୍ତି ।

କଣ ଥିଲା ଘଟଣା ?

ମଙ୍ଗଳବାର ଆଫଗାନିସ୍ତାନର ରାଜଧାନୀ କାବୁଲର ଏକ ଡାକ୍ତରଖାନା ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି । ଏହି ଘଟଣାରେ ଦୁଇ ଜଣ ନବଜାତ ଶିଶୁ, ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ମହିଳା ଏବଂ କିଛି ନର୍ସଙ୍କ ସମେତ ଏବେ ସୁଦ୍ଧା ୧୪ ଜଣଙ୍କର ମୃତ୍ୟୁ ଘଟିଛି ।

ଆତଙ୍କବାଦୀଙ୍କୁ ରୋକିବା ପାଇଁ ସ୍ଥାନୀୟ ପୋଲିସ ଗୁଳି ଚଳାଇଥିଲା କିନ୍ତୁ କୌଣସି ଆତଙ୍କବାଦୀଙ୍କର ମୃତ୍ୟୁ ହୋଇନଥିଲା । ଗୁଳି ବିନିମୟରେ ସମୟରେ ଆଫଗାନିସ୍ତାନ ସୁରକ୍ଷା ବଳ ରୋଗୀ ଏବଂ ସେମାନଙ୍କ ପରିବାର ବର୍ଗଙ୍କୁ ଡାକ୍ତରଖାନାରୁ ସୁରକ୍ଷିତ ବାହାର କରୁଥିବା ଦେଖାଯାଇଥିଲା । ବହୁ ସଂଘର୍ଷ ପରେ ଶିଶୁ ଏବଂ ମହିଳାଙ୍କୁ ମେଡିକାଲରୁ ଉଦ୍ଧାର କରାଯାଇଛି ।

କାବୁଲ ବ୍ୟତୀତ ଆଫଗାନିସ୍ତାନର ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ହିଂସାକାଣ୍ଡ ଘଟିଛି । ମଙ୍ଗଳବାର ନଙ୍ଗରହର ପ୍ରଦେଶରେ ଏକ ଶୋକ ସଭାରେ ବିସ୍ଫୋରଣକାରୀ ନିଜ ଆତ୍ମଘାତୀ ବିସ୍ଫୋରଣ କରିଥିଲା । ଏହି ଘଟଣାରେ ୨୧ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୫୫ ଜଣ ଗୁରୁତର ଆହତ ହୋଇଛନ୍ତି । ଏହି କ୍ଷେତ୍ର ଇସଲାମିକ୍ ଷ୍ଟେଟ୍‌ର ଗଡ଼ ବୋଲି ବିବେଚନା କରାଯାଏ । ଅନ୍ୟପକ୍ଷରେ ଖୋଷ୍ଟ ଅଞ୍ଚଳରେ ଏକ ବୋମା ବିସ୍ଫୋରଣରେ ୧୦ ଜଣ ଆହତ ହୋଇଛନ୍ତି  ।

ତେବେ ନାଙ୍ଗରହାରରେ ହୋଇଥିବା ଆକ୍ରମଣରେ ତାଲିବାନର କୌଣସି ଭୂମିକା ନଥିବା ସେ ନିଜେ କହିଛି । ତାଲିବାନ୍ ଏକ ଟୁଇଟ୍ ଜରିଆରେ କହିଛି ଯେ, ନାଙ୍ଗରହାରର ଖେୱା ଜିଲ୍ଲା ଶୋକ ସଭାରେ ହୋଇଥିବା ଆକ୍ରମଣରେ ଇସଲାମିକ୍ ଏମିରେଟ୍‌ସର କୌଣସି ଭୂମିକା ନାହିଁ । ଏହି ଆକ୍ରମଣକୁ ଇସଲାମିକ୍ ଏମିରେଟ୍‌ସ ଦୃଢ଼ ନିନ୍ଦା କରୁଛି ।

କାବୁଲ ମେଡିକାଲରେ ଆତଙ୍କବାଦୀ ଆକ୍ରମଣ; ୧୪ ମୃତ, ୫୫ ଗୁରୁତର

ନୂଆଦିଲ୍ଲୀ: ମଙ୍ଗଳବାର ଆଫଗାନିସ୍ତାନର ରାଜଧାନୀ କାବୁଲର ଏକ ଡାକ୍ତରଖାନା ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି । ଏହି ଘଟଣାରେ ଦୁଇ ଜଣ ନବଜାତ ଶିଶୁ, ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ମହିଳା ଏବଂ କିଛି ନର୍ସଙ୍କ ସମେତ ଏବେ ସୁଦ୍ଧା ୧୪ ଜଣଙ୍କର ମୃତ୍ୟୁ ଘଟିଛି ।

ଆତଙ୍କବାଦୀଙ୍କୁ ରୋକିବା ପାଇଁ ସ୍ଥାନୀୟ ପୋଲିସ ଗୁଳି ଚଳାଇଥିଲା କିନ୍ତୁ କୌଣସି ଆତଙ୍କବାଦୀଙ୍କର ମୃତ୍ୟୁ ହୋଇନଥିଲା । ଗୁଳି ବିନିମୟରେ ସମୟରେ ଆଫଗାନିସ୍ତାନ ସୁରକ୍ଷା ବଳ ରୋଗୀ ଏବଂ ସେମାନଙ୍କ ପରିବାର ବର୍ଗଙ୍କୁ ଡାକ୍ତରଖାନାରୁ ସୁରକ୍ଷିତ ବାହାର କରୁଥିବା ଦେଖାଯାଇଥିଲା । ବହୁ ସଂଘର୍ଷ ପରେ ଶିଶୁ ଏବଂ ମହିଳାଙ୍କୁ ମେଡିକାଲରୁ ଉଦ୍ଧାର କରାଯାଇଛି ।

କାବୁଲ ବ୍ୟତୀତ ଆଫଗାନିସ୍ତାନର ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ହିଂସାକାଣ୍ଡ ଘଟିଛି । ମଙ୍ଗଳବାର ନଙ୍ଗରହର ପ୍ରଦେଶରେ ଏକ ଶୋକ ସଭାରେ ବିସ୍ଫୋରଣକାରୀ ନିଜ ଆତ୍ମଘାତୀ ବିସ୍ଫୋରଣ କରିଥିଲା । ଏହି ଘଟଣାରେ ୨୧ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୫୫ ଜଣ ଗୁରୁତର ଆହତ ହୋଇଛନ୍ତି । ଏହି କ୍ଷେତ୍ର ଇସଲାମିକ୍ ଷ୍ଟେଟ୍‌ର ଗଡ଼ ବୋଲି ବିବେଚନା କରାଯାଏ । ଅନ୍ୟପକ୍ଷରେ ଖୋଷ୍ଟ ଅଞ୍ଚଳରେ ଏକ ବୋମା ବିସ୍ଫୋରଣରେ ୧୦ ଜଣ ଆହତ ହୋଇଛନ୍ତି  ।

ଅନ୍ୟପକ୍ଷରେ ନାଙ୍ଗରହାରରେ ହୋଇଥିବା ଆକ୍ରମଣରେ ତାଲିବାନର କୌଣସି ଭୂମିକା ନଥିବା ସେ ନିଜେ କହିଛି । ତାଲିବାନ୍ ଏକ ଟୁଇଟ୍ ଜରିଆରେ କହିଛି ଯେ, ନାଙ୍ଗରହାରର ଖେୱା ଜିଲ୍ଲା ଶୋକ ସଭାରେ ହୋଇଥିବା ଆକ୍ରମଣରେ ଇସଲାମିକ୍ ଏମିରେଟ୍‌ସର କୌଣସି ଭୂମିକା ନାହିଁ । ଏହି ଆକ୍ରମଣକୁ ଇସଲାମିକ୍ ଏମିରେଟ୍ ଦୃଢ଼ ନିନ୍ଦା କରୁଛି ବୋଲି ଟ୍ୱିଟ୍‌ରେ ଦର୍ଶାଇଛି ।

ଖଇରଝୋଳାରେ ଭୟାବହ ଅଗ୍ନିକାଣ୍ଡ, ୧୪ ବଖରା ଧ୍ୱଂସ

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ ଅଳସୁ ଖଇରଝୋଳାରେ ଭୟାବହ ଅଗ୍ନିକାଣ୍ଡ ହୋଇଛି । ରୋଷେଇ ଘରୁ ବ୍ୟାପିଥିବା ନିଆଁରେ ନିଶ୍ଚିହ୍ନ ହୋଇଯାଇଛି ୧୪ ବଖରା । ସମସ୍ତଙ୍କ ଆଖି ଆଗରେ ଚାଳରୁ ଚାଳ, ଘରକୁ ଘର ନିଆଁ ବ୍ୟାପି ଯାଇଥିଲା । ନିମିଷକେ ନିଆଁର ଆଁରେ ପୋଡ଼ି ଯାଇଥିଲା ୧୪ ବଖରା ଘର ।

ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ଆସବାବପତ୍ର ପୋଡ଼ି ଯାଇଛି । ଖବର ପାଇ ଦମକଳ ବାହିନୀ ନିଆଁକୁ ସ୍ଥାନୀୟ ଲୋକଙ୍କ ସହାୟତାରେ ଆୟତ୍ତ କରିଥିଲା । କ୍ଷତିଗ୍ରସ୍ତ ପରିବାରକୁ ସରକାରୀ ସହାୟତା ପ୍ରଦାନ ପାଇଁ ଗ୍ରାମବାସୀ ଦାବୀ କରିଛନ୍ତି ।

ପ୍ରବାସୀଙ୍କୁ ନେଇ ଆନ୍ଧ୍ରରୁ ଭଦ୍ରକ ପହଞ୍ଚିଲା ସ୍ୱତନ୍ତ୍ର ଟ୍ରେନ୍

ଭଦ୍ରକ: ଆନ୍ଧ୍ରପ୍ରଦେଶ ମଙ୍ଗଳଗିରିରୁ ପ୍ରବାସୀ ଓଡ଼ିଆଙ୍କୁ ନେଇ ଆସିଥିବା ସ୍ୱତନ୍ତ୍ର ଟ୍ରେନ୍ ଭଦ୍ରକରେ ପହଞ୍ଚିଛି । ପ୍ରଶାସନ ପକ୍ଷରୁ ସମସ୍ତଙ୍କ ପଞ୍ଜିକରଣ ସହ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି । ଟ୍ରେନରୁ ପ୍ରାୟ ୪୦୦ ଜଣ ପ୍ରବାସୀ ଓଡ଼ିଆ ଓହ୍ଲାଇଛନ୍ତି । ସେମାନଙ୍କ  ସ୍କ୍ରିନିଂ କରାଯିବା ପରେ ସ୍ୱତନ୍ତ୍ର ବସ୍ ଯୋଗେ ନିଜ ନିଜ ଅଞ୍ଚଳକୁ ପଠାଯିବ ।ନିଜ ନିଜ ପଞ୍ଚାୟତ ଓ ପୌରାଞ୍ଚଳରେ ହୋଇଥିବା ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏମାନଙ୍କୁ ରଖାଯିବ । ଟ୍ରେନରେ ଭଦ୍ରକ ଜିଲ୍ଲା ସମେତ କେନ୍ଦ୍ରାପଡ଼ା ଓ ଅନ୍ୟ କିଛି ଜିଲ୍ଲାର ଲୋକମାନେ ଆସିଛନ୍ତି । ବୁଧବାର ସକାଳେ ଆଉ ଏକ ଟ୍ରେନ୍ ପ୍ରବାସୀ ଶ୍ରମିକଙ୍କୁ ନେଇ ଭଦ୍ରକରେ ପହଞ୍ଚିବ ।

ସ୍ୱତନ୍ତ୍ର ଟ୍ରେନ୍ ପ୍ରବାସୀଙ୍କୁ ନେଇ ଆସୁଥିବାରୁ ଷ୍ଟେସନର ୫୦୦ ମିଟର ପରିଧି ପର୍ଯ୍ୟନ୍ତ କର୍ଫ୍ୟୁ ଲାଗୁ ହୋଇଛି । ଏହି କର୍ଫ୍ୟୁ ୨୪ ଘଣ୍ଟା ପାଇଁ ବଳବତ୍ତର ରହିବ ।

ଅସଦାଚରଣ ଅଭିଯୋଗରେ ଯୁବକଙ୍କୁ ପିଟିପିଟି ହତ୍ୟା

ଢେଙ୍କାନାଳ: ଜଣେ ଯୁବତୀଙ୍କୁ ଅସଦାଚରଣ ଅଭିଯୋଗରେ ଯୁବକଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଢେଙ୍କାନାଳ ଜିଲ୍ଲା ନିହଲପ୍ରସାଦ ଥାନା ଗମ୍ଭାରିଆ ଗାଁରେ ଏହି ବୀଭତ୍ସ ହତ୍ୟାକାଣ୍ଡ ଘଟିଛି । ମୃତକ ହେଉଛନ୍ତି ଗଁନ୍ଦିଆ ଥାନା ଛାଟଖୁମ୍ବ ଗାଁର ମାନସ ସାମଲ । ଘଟଣାସ୍ଥଳରେ ନିହଲପ୍ରସାଦ ଥାନା ପୋଲିସ ଓ ଏସଡିପିଓ ପହଞ୍ଚି ତଦନ୍ତ କରୁଛନ୍ତି ।

ଯୁବକ ଜଣକ ଜଣେ ନାବାଳିକାକୁ ଅସଦାଚରଣ କରିବା ନେଇ ଅଭିଯୋଗ ହୋଇଥିଲା । ଏଥିରେ ଗ୍ରାମବାସୀ ପ୍ରତିକ୍ରିୟାଶୀଳ ହୋଇ ଯୁବକଙ୍କୁ ହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଉଛି ବୋଲି ଢେଙ୍କାନାଳ ଏସପି ସୂଚନା ଦେଇଛନ୍ତି ।