spot_img
Home Blog Page 7121

ଆଜି ରାତି ୮ଟାରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ: ଆଜି ରାତି ୮ଟାରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ସରିବାକୁ ଆଉ ୫ ଦିନ ବାକି ରହିଛି। ଏଭଳି ସ୍ଥିତିରେ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିପାରନ୍ତି ପ୍ରଧାନମନ୍ତ୍ରୀ । କରୋନା ମୁକାବିଲା ନେଇ କରିବେ ସମ୍ବୋଧନ । ମେ ୧୭ରେ ତୃତୀୟ ପର୍ଯ୍ୟାୟ ଲକଡାଉନ ସରୁଛି । ସମ୍ବୋଧନ କରିବା ନେଇ ପିଏମଓ ଦ୍ୱାରା ଟ୍ୱିଟ କରି ସୂଚନା ଦିଆଯାଇଛି  ।

 

ସୂତ୍ରରୁ ଜଣାପଡିଛି ଯେ, ଚତୁର୍ଥ ପର୍ଯ୍ୟାୟ ଲକଡାଉନ୍ ନେଇ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିପାରନ୍ତି । ଏହି ପର୍ଯ୍ୟାୟରେ ଲୋକମାନଙ୍କ ପାଇଁ ଅଧିକ ରିହାତି ରହିବ । ଏଥିସହ ପିଏମ ମୋଦୀ ଶ୍ରମିକଙ୍କ ସ୍ଥାନାନ୍ତରଣ ଏବଂ ଲକଡାଉନ୍ ଏଗଜିଟ ପ୍ଲାନ ଉପରେ ମଧ୍ୟ ଆଲୋଚନା କରିପାରନ୍ତି । ଏହା ବ୍ୟତୀତ ସାମାଜିକ ଦୂରତା ପାଇଁ ଲୋକଙ୍କୁ ମଧ୍ୟ ନିବେଦନ କରିବେ ।

ଲକଡାଉନ୍ କ’ଣ ଜୋନ୍ ହିସାବରେ ଉଠିବ ? ଆଜି ଦୁଇଟି ପର୍ଯ୍ୟାୟରେ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ

ଗତକାଲି ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ ହୋଇଥିଲା

ଲକଡାଉନ୍ ର ତୃତୀୟ ପର୍ଯ୍ୟାୟ ୧୭ ତାରିଖରେ ସମାପ୍ତ ହେଉଛି । ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ କରୋନା ଏବଂ ଲକଡାଉନ୍ ସମ୍ପର୍କରେ ଆଲୋଚନା କରିଛନ୍ତି। ଏହି ସମୟ ମଧ୍ୟରେ ଅନେକ ମୁଖ୍ୟମନ୍ତ୍ରୀ ଲକଡାଉନ ଜାରି ରଖିବାକୁ ପରାମର୍ଶ ଦେଇଥିଲେ।

ପୁଣି ଲକ୍‌ଡାଉନ୍‌ ବଢ଼ାଇବା ନେଇ ୫ ମୁଖ୍ୟମନ୍ତ୍ରୀଙ୍କ ଦାବି

 

ଗ୍ରୀନ୍ ଜୋନରୁ ରେଡ୍ ଜୋନକୁ ବସ୍ ଗଡ଼ିବା ନେଇ ନିଷ୍ପତ୍ତି ନେବେ ସରକାର

ଭୁବନେଶ୍ୱର: ଲକଡାଉନ୍ ମଧ୍ୟରେ ଆଶ୍ୱସ୍ଥିକର ଖବର । ବହୁ କଳ୍ପନାଜଳ୍ପନା ପରେ ଏଥର ଗ୍ରୀନ ଜୋନରେ ଗଡ଼ିବ ବସ୍ । ଏନେଇ ପରିବହନ ବିଭାଗ ପଠାଇଥିବା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ମିଳିଛି । କେବଳ ସେତି ନୁହେଁ ବସରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ଭଡ଼ାକୁ ଦୁଇ ଗୁଣିତ କରିବା ପାଇଁ ବ୍ୟବସ୍ଥା କରାଯାଇଛି । ଯେହେତୁ ଦୁଇଟି ସ୍ଥାନକୁ ବସ୍ ଚଳାଚଳ କରୁଥିବା ସମୟରେ ଦୁଇଟି ସ୍ଥାନ ଗ୍ରୀନ୍ ଜୋନ ଓ ରେଡ଼ ଜୋନ ହୋଇଯାଉଛି ତେଣୁ ବସ ଚଳାଚଳ କରି ପାରୁନି । ଦିନେ କି ଦୁଇ ଦିନ ଭିତରେ ଏନେଇ ସରକାର ନିଷ୍ପତ୍ତି ନେବେ ।

କିନ୍ତୁ ସରକାରୀ ଅଧିକାରୀଙ୍କ ଯିବା ଆସିବା ପାଇଁ କଟକରୁ ବସ ଚଳାଚଳ ଆରମ୍ଭ କରିବେ ରାଜ୍ୟ ସରକାର ।  ଆସନ୍ତାକାଲି ଠାରୁ ଏହି ସେବା ଆରମ୍ଭ ହେବ ।  କଟକରୁ ଭୁବନେଶ୍ୱରକୁ ଗୋଟିଏ ବସ ଚଲିବ ବୋଲି ନିଷ୍ପତ୍ତି ନିଆଯାଇଛି । କଟକରୁ ଭୁବନେଶ୍ୱର ବସଭଡା ଭଡା ୩୦ ଟଙ୍କା ରହିବ ।

ଟ୍ରେନ୍ ଚଳାଚଳକୁ ନେଇ ନୂଆ ଗାଇଡଲାଇନ୍

ଟ୍ରେନ ଚଳାଚଳକୁ ନେଇ ରାଜ୍ୟ ସରକାରଙ୍କ ଗାଇଡଲାଇନ୍ । ଆଜି ସନ୍ଧ୍ୟା ସୁଧା ଏହି ଗାଇଡଲାଇନ୍ ପ୍ରସ୍ତୁତ କରାଯିବ । ଯେଉଁ ମାନେ ଅନ୍ୟ ରାଜ୍ୟରୁ ଆସିବେ ସେମାନେ ଗାଇଡ଼ଲାଇନ ମାନିବାକୁ ବାଧ୍ୟ । ସଂଗରୋଧ ଓ ସାମାଜିକ ଦୂରତା ମାନିବାକୁ ଏମାନେ ବାଧ୍ୟ ହେବେ । ଟ୍ରେନ ଯୋଗେ ଆସୁଥିବା ଅର୍ଥିକ ସ୍ୱଛଳ ଲୋକ ନିଜସ୍ୱ ସୁବିଧାରେ ଯିବେ । ଯେଉଁମାନେ ଯାଇ ପାରିବେ ନାହିଁ ସେମାନଙ୍କ ପାଇଁ ସରକାର ବ୍ୟବସ୍ଥା କରିବେ । ଯେଉଁମାନେ ଅନ୍ୟ ରାଜ୍ୟରୁ ଆସୁଛନ୍ତି ସେମାନଙ୍କ ପାଇଁ ପଞ୍ଜିକରଣ ବାଧ୍ୟତାମୂଳକ କରାଯାଇଛି । ଯଦି ସେମାନେ ପଞ୍ଜିକରଣ କରି ନଥିବେ ଏହି ଠାରେ କରିବାର ସୁବିଧା ରହିଛି ।

ପର୍ଯ୍ୟଟନ ଶିଳ୍ପକୁ ପୁନଃ ସକ୍ରିୟ କରିବାକୁ ବ୍ଲୁ ପ୍ରିଣ୍ଟ

ଭୁବନେଶ୍ୱର: ଆସନ୍ତା ସେପ୍ଟେମ୍ବର ମାସ ସୁଦ୍ଧା ରାଜ୍ୟରେ ପର୍ଯ୍ୟଟନ ଶିଳ୍ପକୁ ପୁନର୍ବାର ସକ୍ରିୟ କରାଯିବ । ଏନେଇ ପର୍ଯ୍ୟଟନ ବିଭାଗ ପ୍ରସ୍ତୁତ କରିଛି ବ୍ଲୁ ପ୍ରିଣ୍ଟ । ବିଶେଷକରି ଡୋମେଷ୍ଟିକ ଟୁରିଜିମ୍ ଉପରେ ବିଭାଗ ଗୁରୁତ୍ୱ ଦେଇଛି । ରୋଡ ସୋ’ ମାଧ୍ୟମରେ ଅଧିକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରାଯିବ । ଏଥିପାଇଁ ପଡ଼ୋଶୀ ରାଜ୍ୟ ଛତିଶଗଡ଼, ଆନ୍ଧ୍ର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଆଦି ରାଜ୍ୟରେ ରୋଡ ସୋ’ କରିବ ପର୍ଯ୍ୟଟନ ବିଭାଗ ।

ଚନ୍ଦ୍ରଭାଗାରେ ଇକୋ ରିଟ୍ରିଟର ସଫଳତା ପରେ ରାଜ୍ୟର ୫ଟି ବେଳାଭୂମି ଓ ଦାରିଙ୍ଗବାଡ଼ିରେ ଇକୋ ରିଟ୍ରିଟ୍ କ୍ୟାମ୍ପ କରାଯିବ ବୋଲି ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପାଣିଗ୍ରାହୀ ସୂଚନା ଦେଇଛନ୍ତି । ଲକଡାଉନ ଯୋଗୁ ଅଢେଇ ମାସ ହେଲା ପର୍ଯ୍ୟଟକ ଓଡିଶା ଆସିନାହାନ୍ତି । ଫେବ୍ରୁଆରୀ ମାସରୁ ପର୍ଯ୍ୟଟନ ଶିଳ୍ପରେ ବାଧା ଉପୁଜିଛି । ପର୍ଯ୍ୟଟନ ଶିଳ୍ପକୁ ପୁନଃ ସକ୍ରିୟ କରିବା ପାଇଁ ବିଭାଗ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି ।

ପୂର୍ବ ଲକଡାଉନ୍ ଠାରୁ ଏଥିରେ କଣ ରହିବ ଭିନ୍ନତା ?

ନୂଆଦିଲ୍ଲୀ: ଦେଶରେ କରୋନା ସଙ୍କଟ କାରଣରୁ ଲକଡାଉନର ସମୟ ସୀମା ବଢିବାରେ ଲାଗିଛି । ଏନେଇ କଣ ରହିଛି ରାଜ୍ୟର ସ୍ଥିତି ସେନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରାଯାଇଛି । ସୋମବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ କରୋନା ଭାଇରସ ବିପର୍ଯ୍ୟୟ ପାଇଁ ଦେଶରେ ଲାଗୁ ହୋଇଥିବା ଲକଡାଉନ୍ ବିଷୟରେ ବିସ୍ତୃତ ଆଲୋଚନା କରିଛନ୍ତି । ମେ ୧୭ ରେ ଲକଡାଉନ୍ 3.0 ସମାପ୍ତ ହେବାକୁ ଯାଉଥିବା ବେଳେ ଏଭଳି ପରିସ୍ଥିତିରେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ, ଲକଡାଉନ୍ ବୃଦ୍ଧି କରାଯିବ କି ? ମୁଖ୍ୟମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବୈଠକରୁ ଆସୁଥିବା ନିଷ୍କର୍ସ ଦେଶରେ ଲକ୍ଡାଉନ୍ 4.0କୁ ସୂଚାଉଛି । ଯଦି ଲକଡାଉନ୍ 4.0କୁ ବଢାଯାଏ ତେବେ ଏହା, ପୂର୍ବ ଲକଡାଉନଠାରୁ ସମ୍ପୂର୍ଣ୍ଣ ଭିନ୍ନ ହେବ । ଏବଂ ଏହି ଲକଡାଉନ୍ ରାଜ୍ୟଗୁଡିକ ଉପରେ ନିର୍ଭର କରିବ ।

ସୋମବାର ଦିନ ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ୬ ଘଣ୍ଟିଆ ମାରାଥନ ବୈଠକ ଚାଲିଥିଲା । ଏହି ସମୟରେ ମୁଖ୍ୟମନ୍ତ୍ରୀମାନେ ସେମାନଙ୍କର ଅସୁବିଧା, ଲକଡାଉନ୍ ନେଇ ବିଭିନ୍ନ ପ୍ରକାର ମତକୁ ପ୍ରଧାନମନ୍ତ୍ରୀଙ୍କ ସମ୍ମୁଖରେ ରଖିଥିଲେ । ସେଥିମଧ୍ୟରୁ ମହାରାଷ୍ଟ୍ର, ପଞ୍ଜାବ, ବେଙ୍ଗଲ ଏବଂ ତେଲେଙ୍ଗାନା ରାଜ୍ୟଗୁଡ଼ିକ ଲକଡାଉନ ଅବଧି ବଢାଇବାକୁ ଦାବି କରିଥିଲେ। ଏବଂ ଅନ୍ୟ ରାଜ୍ୟ କେବଳ ରେଡ୍ ଜୋନ୍ ଏବଂ କଣ୍ଟେନମେଣ୍ଟ ଜୋନକୁ କଡାକଡ଼ି କରିବାକୁ ରାଜି ହୋଇଥିଲେ ।

ଯଦିଓ, ଲକଡାଉନ୍ 4.0 ଆସେ, ତେବେ ଏଥର ଆର୍ଥିକ କାର୍ଯ୍ୟକଳାପକୁ କୋହଳ କରାଯିବ ଯେଉଁଥିରେ ଅନେକ ନିୟମ ସାମିଲ ହେବ । ଏହା ବ୍ୟତୀତ, ରାଜ୍ୟଗୁଡିକୁ ନିଷ୍ପତ୍ତି ନେବାର ଅଧିକାର ମିଳି ପାରିବେ । ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ଜନ ସେ ଜଗ ତକ୍’ ଏକ ନୂଆ ସ୍ଲୋଗାନ ଦେଇଥିଲେ ।

ପ୍ରଧାନମନ୍ତ୍ରୀ ରାଜ୍ୟମାନଙ୍କଠାରୁ ପରାମର୍ଶ ମାଗିଥିଲେ

ଏହି ସମୟରେ, ପ୍ରଧାନମନ୍ତ୍ରୀଙ୍କ ତରଫରୁ ଏହି ବପତ୍ତି ସମୟରେ କଣ ଯୋଜନା  କଲେ ଠିକ୍ ହେବ ସେନେଇ ରାଜ୍ୟଗୁଡିକର ମତାମତ ଲୋଡ଼ିଥିଲେ । ଆର୍ଥିକ କାର୍ଯ୍ୟକଳାପ ଏବଂ ଗ୍ରୀନ-ରେଡ୍-ଓରେଞ୍ଜ ଜୋନକୁ ନେଇ ମତାମତ ଲୋଡ଼ାଯାଇଥିଲା । ତେବେ ଏହା ପରେ କେତେଗୁଡ଼ିଏ ରାଜ୍ୟ ଦାବି କରିଥିଲେ ଯେ, ଜୋନ୍ ସ୍ଥିର କରିବାର କ୍ଷମତା ରାଜ୍ୟ ଗୁଡ଼ିକୁ ଦିଆଯାଉ ।

ଏହି ସମୟ ମଧ୍ୟରେ ଅନେକ ମୁଖ୍ୟମନ୍ତ୍ରୀଙ୍କ ଭିନ୍ନ ମତ ଦେଇଥିବା ଦେଖିବାକୁ ମିଳିଥିଲା । ଏହାସହ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଛନ୍ତି ଯେ ବିନା ଲକଡାଉନରେ ଆଗକୁ ବଢିବା କଷ୍ଟସାଧ୍ୟ ହୋଇପାରେ, ମମତା ବାନାର୍ଜୀ କେନ୍ଦ୍ରକୁ ରାଜନୀତି କରୁଥିବା ଅଭିଯୋଗ କରିଛନ୍ତି ଏବଂ କହିଛନ୍ତି ଯେ, ସମସ୍ତେ ଏକାଠି ରହିବା ଗୁରୁତ୍ୱପୂର୍ଣ୍ଣ ଅଟେ । ତେଲେଙ୍ଗାନା, ତାମିଲନାଡୁ ଏବଂ ଛତିଶଗଡ ଭଳି ରାଜ୍ୟ ଟ୍ରେନ୍ ସେବା କିମ୍ବା ବିମାନ ସେବା ଆରମ୍ଭ କରିବାକୁ ମନା କରିଥିଲେ ।

ଆପଣଙ୍କୁ କହି ରଖୁଛୁ ଯେ, କରୋନା ଭାଇରସ୍ ପାଇଁ ଦେଶରେ ୨୪ମାର୍ଚ୍ଚରେ ଲକଡାଉନ ଘୋଷଣା କରାଯାଇଥିଲା ଯାହା ୨୫ ମାର୍ଚ୍ଚରେ ଲାଗୁ କରାଯାଇଥିଲା । ଯାହା ଏପର୍ଯ୍ୟନ୍ତ ବଳବତ୍ତର ରହିଛି । ଲକଡାଉନକୁ ତିନିଥର ବୃଦ୍ଧି କରାଯାଇଛି, ଲକଡାଉନ୍ 3.0 ମେ ୧୭ ରେ ଶେଷ ହେବାକୁ ଯାଉଛି । ଏହି ସମୟରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ପ୍ରାୟ ୭୦ହଜାରକୁ ବୃଦ୍ଧି ପାଇଥିବାବେଳେ ମୋଟ ମୃତ୍ୟୁ ସଂଖ୍ୟା ୨୨୦୦ ରୁ ଅଧିକ ହୋଇଛି।

କରୋନା ଭୂତାଣୁ ନେଇ ରିଲିଜ ହୋଇଛି ଏହି ଫିଲ୍ମ…

ମୁମ୍ବାଇ: ବିଶ୍ୱରେ ଚିନ୍ତା ବଢାଉଛି କରୋନା ଭାଇରସ । ୟୁଟ୍ୟୁବରେ ଗଜେବୋ ଏଣ୍ଟରଟେନମେଣ୍ଟ( Gazebo Entertainment) ଗୋଟେ ସର୍ଟ ଫିଲ୍ମ ରିଲିଜ କରିଛି ।  ଏହି ଚଳଚ୍ଚିତ୍ରର ନାଁ ହେଉଛି C + ।  ଏହାର ନିର୍ଦ୍ଦେଶକ ହେଉଛନ୍ତି ହର୍ଷବର୍ଦ୍ଧନ ଭ୍ୟାସ ଏବଂ ସୁବୋଧ ପାଣ୍ଡେ। ସୁବୋଧ ପାଣ୍ଡେ ଏହି ଫିଲ୍ମର ନିର୍ମାତା ମଧ୍ୟ । ସୁବୋଧ ପାଣ୍ଡେ ଏବଂ ମୃଦୁଲ ପାଣ୍ଡେ ଏହି ଚଳଚ୍ଚିତ୍ର ପାଇଁ ସ୍କ୍ରିପ୍ଟ ଲେଖିଥିଲେ । ଏହି ଚଳଚ୍ଚିତ୍ର ମାଧ୍ୟମରେ, କରୋନା କାରଣରୁ ଲୋକଙ୍କ ଜୀବନରେ ଆସିଥିବା ପରିବର୍ତ୍ତନ ଦର୍ଶାଯାଇଛି । ଫିଲ୍ମରେ କରୋନା ପାଇଁ ହୋଇଥିବା ଲକଡାଉନ୍ ଯୋଗୁଁ ସାଧାରଣ ଜୀବନରେ କଣ ପ୍ରଭାବ ପଡିଛି ତାହା ମଧ୍ୟ ଦେଖିବାକୁ ମିଳିଛି । ସୂଚନାଯୋଗ୍ୟ ଯେ, ଲକଡାଉନ୍ ପାଇଁ ଏହି ଚଳଚ୍ଚିତ୍ରଟି ବହୁତ କମ ରିସୋର୍ସରେ ତିଆରି ହୋଇଛି  । କିନ୍ତୁ ଫିଲ୍ମର ବାର୍ତ୍ତା ଲୋକଙ୍କ ମଧ୍ୟରେ ପହଞ୍ଚିବାରେ ସଫଳ ହୋଇଛି ।

ଦେଶରେ ୭୦ ହଜାର ଟପିଲା କରୋନା ସଂକ୍ରମିତଙ୍କ ସଂଖ୍ୟା। ଗତ ୨ ଦିନ ଭିତରେ ପ୍ରାୟ ୧୦ହଜାର ପଜିଟିଭ କେସ ସାମ୍ନାକୁ ଆସିଛି। ଦେଶର ୭ଟି ରାଜ୍ୟରେ ୩ହଜାର ଉପରେ ରହିଛି ସଂକ୍ରମିତଙ୍କ ସଂଖ୍ୟା। ତେବେ ଦେଶରେ ସଂକ୍ରମଣ ନିୟନ୍ତ୍ରଣ କରିବାକୁ ହେଲେ ଲକଡାଉନ୍ ସମ୍ପୂର୍ଣ୍ଣ ଭାବେ ଜାରି ରହିବା ଜରୁରୀ ।

ଲକଡାଉନ୍ ସମୟରେ ସବୁ ଫିଲ୍ମ ଓ ସିରିଏଲ୍ ଶୁଟିଂ ଠପ୍ ହୋଇଯାଇଛି । ହେଲେ ତଥାପି ସେଲିବ୍ରିଟିମାନେ ନିଜ ଜଲୱା ଦେଖାଉଛନ୍ତି । ସୋସିଆଲ ମିଡିଆ ମାଧ୍ୟମରେ ପ୍ରତିଦିନ ସମସ୍ତ ଷ୍ଟାର୍ସମାନେ କିଛି ନା କିଛି ଅପଡେଟ୍ କରୁଛନ୍ତି । କିଛି ବଲିଉଡ ତାରକା ସାମାଜିକ ଦୂରତାକୁ ନେଇ ସର୍ଟ ଫିଲ୍ମ ମଧ୍ୟ ତିଆରି କରୁଛନ୍ତି । ନିକଟରେ ସଲମାନ ଖାନଙ୍କର ନୂଆ ଗୀତ ମଧ୍ୟ ରିଲିଜ ହୋଇଛି । ତେବେ କରୋନା ନେଇ ସମସ୍ତେ ସତର୍କ ଅଛନ୍ତି ସତ କିନ୍ତୁ କେହି ନିଜ କାମ ଛାଡିନାହାନ୍ତି । ଘରେ ରହି ମଧ୍ୟ ସେଲିବ୍ରିଟିମାନେ ଦର୍ଶକଙ୍କୁ ଏଣ୍ଟରଟେନ୍ କରୁଛନ୍ତି ।

ହିନ୍ଦୋଳ ଫରେଷ୍ଟ ରେଞ୍ଜରେ ହାତୀ ଆକ୍ରମଣ, ଜଣେ ମୃତ

ହିନ୍ଦୋଳ: ହିନ୍ଦୋଳ ଫରେଷ୍ଟ ରେଞ୍ଜରେ ହାତୀ ଆତଙ୍କ । ହାତୀ ଆକ୍ରମଣରେ ଜଣେ ମୃତ । ମୃତକ ଚାମୁଚକଡ଼ା ଗାଁର ଦୁର୍ଯ୍ୟୋଧନ ନାଏକ । ଯୁବକ ଜଣକ ବାଇକରେ ମହିଧରପୁର ଗାଁକୁ ଯାଉଥିବାବେଳେ ଦନ୍ତା ଆକ୍ରମଣର ଶିକାର ହୋଇଥିଲେ ।

ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି । ଗତ ୨ ତାରିଖରେ ହାତୀ ଆକ୍ରମଣରେ ଖରିଡାଳି ଗାଁର ଦମୃୟନ୍ତୀ ବିଶ୍ୱାଳଙ୍କ ମୃତ୍ୟୁ ହୋଇଛି । କାଜୁ ମଞ୍ଜି ଗୋଟାଇବାକୁ ଯାଇଥିବାବେଳେ ମହିଳା ଜଣକ ହାତୀ ଆକ୍ରମଣର ଶିକାର ହୋଇଥିଲେ । ଗତ ଦୁଇ ସପ୍ତାହରେ ହିନ୍ଦୋଳ ଫରେଷ୍ଟ ରେଞ୍ଜ ଅଞ୍ଚଳରେ ହାତୀ ଆକ୍ରମଣରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବାରୁ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି ।

୨ ଦିନ ପାଇଁ ବାଲେଶ୍ୱର ଖଇରା ପଞ୍ଚାୟତ ସଟ୍‌ଡାଉନ୍‌ କଲେ ସରପଞ୍ଚ

ବାଲେଶ୍ୱର: ୨ ଦିନ ପାଇଁ ବାଲେଶ୍ୱର ଖଇରା ପଞ୍ଚାୟତ ସଟ୍‌ଡାଉନ୍‌ କଲେ ସରପଞ୍ଚ । ଆଜି ସକାଳ ୬ଟାରୁ ୧୪ ତାରିଖ ସକାଳ ୬ଟା ପର୍ଯ୍ୟନ୍ତ ୨ଦିନ ପାଇଁ ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି ଖଇରା ସରପଞ୍ଚ ସୁଦର୍ଶନ ସେଠୀ ।

ସୁରତ, ତାମିଲନାଡୁ, ମହାରାଷ୍ଟ୍ର ଓ ବେଙ୍ଗଳୁରୁରୁ ପ୍ରବାସୀ ଓଡ଼ିଆ ଶ୍ରମିକ ଆସୁଛନ୍ତି। ସେମାନଙ୍କ ସଂସ୍ପର୍ଶରେ ଯେମିତି କେହି ନଆସିବେ, ସେଥିପାଇଁ ଖଇରା ଓ ଆଖପାଖ ଅଞ୍ଚଳକୁ ୪୮ ଘଣ୍ଟା ପାଇଁ ସଟ୍‌ଡାଉନ୍‌ କରାଯାଇଛି । ସଟ୍‌ଡାଉନ୍‌ ସମୟରେ କେବଳ ଔଷଧ ଦୋକାନ ଖୋଲା ରହିବ। ବାକି ଦୋକାନ ବଜାର ବନ୍ଦ ରହିବ ।

ଆନ୍ଧ୍ରରୁ ସମୁଦ୍ର ପଥ ଦେଇ ସ୍ୱତନ୍ତ୍ର ଡଙ୍ଗାରେ ଚନ୍ଦ୍ରଭାଗା ପହଞ୍ଚିଲେ ୧୬ଜଣ ମତ୍ସ୍ୟଜୀବୀ

ପୁରୀ: ଆନ୍ଧ୍ରପ୍ରଦେଶରୁ ଜଳପଥ ଦେଇ ଆସିଲେ ମତ୍ସ୍ୟଜୀବୀ । ସ୍ୱତନ୍ତ୍ର ଡଙ୍ଗାରେ ଚନ୍ଦ୍ରଭାଗାରେ ପହଞ୍ଚିଲେ ୧୬ ମତ୍ସ୍ୟଜୀବୀ। ଆଜି ସକାଳ ୬ଟାରେ ଆନ୍ଧ୍ରପ୍ରଦେଶ ତୁନି ଅଞ୍ଚଳରୁ ୧୬ଜଣ ମତ୍ସ୍ୟଜୀବୀ ଏକ ଡଙ୍ଗାରେ ଆସି କୋଣାର୍କ ଉପକୂଳରେ ପହଞ୍ଚିଛନ୍ତି।

ଏହାପରେ ସମସ୍ତଙ୍କୁ ପ୍ରଶାସନ ପକ୍ଷରୁ ଏକ ସ୍ୱତନ୍ତ୍ର ଗାଡ଼ିରେ କୋଣାର୍କ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ଭର୍ତ୍ତି କରାଯାଇଛି। ଏମାନଙ୍କ ମଧ୍ୟରୁ ୧୧ଜଣ ଚନ୍ଦ୍ରଭାଗାର ହୋଇଥିବା ବେଳେ ୫ଜଣ ପୁରୀ ପେଣ୍ଠକଟାର।

ମତ୍ସ୍ୟଜୀବୀମାନେ ୨ମାସ ହେଲା ଲକ୍‌ଡାଉନ୍‌ରେ ଫସିରହିଥିଲେ। ନିଜ ଖର୍ଚ୍ଚରେ ଡଙ୍ଗା କିଣି ଗତ ରବିବାର ସମୁଦ୍ରରେ ଯାତ୍ରା ଆରମ୍ଭ କରିଥିଲେ। ୫ଶହ କିଲୋମିଟର ଯାତ୍ରା କରି ଆଜି ସକାଳେ ଚନ୍ଦ୍ରଭାଗାରେ ପହଞ୍ଚିଥିଲେ।

ରାଜ୍ୟରେ ଆଉ ୨୩ କରୋନା ସଂକ୍ରମିତ ଚିହ୍ନଟ… ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା ୪୩୭କୁ ବୃଦ୍ଧି

ଭୁବନେଶ୍ୱର: ଓଡିଶାରେ ବୃଦ୍ଧି ପାଉଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ରାଜ୍ୟରେ ଆଉ ୨୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିସହ ରାଜ୍ୟରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା ୪୩୭କୁ ବୃଦ୍ଧି ପାଇଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ୨୩ ସଂକ୍ରମିତଙ୍କ ମଧ୍ୟରୁ ବାଲେଶ୍ୱରରୁ ସର୍ବାଧିକ ୧୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୫୦ ଟପିଛି। ମୋଟ୍‌ ଆକ୍ରାନ୍ତ ସଂଖ୍ୟା ୫୭ ରେ ପହଞ୍ଚିଛି।

ସେପଟେ ଗଞ୍ଜାମ ଓ ଯାଜପୁରରୁ ୩ ଜଣ ଲେଖାଏଁ ପଜିଟିଭ ଚିହ୍ନଟ ହୋଇଛନ୍ତି। ଗଞ୍ଜାମରେ ଆକ୍ରାନ୍ତ ସଂଖ୍ୟା ୧୫୭ରେ ପହଞ୍ଚିଥିବା ବେଳେ ଯାଜପୁରରେ ସଂକ୍ରମିତଙ୍କ ସଂଖ୍ୟା ୬୪ କୁ ବୃଦ୍ଧି ପାଇଛି। ସେପଟେ ପୁରୀ ଓ ବୌଦ୍ଧରୁ ଜଣେ ଲେଖାଏଁ ପଜିଟିଭ ଚିହ୍ନଟ ହୋଇଛନ୍ତି। ପୁରୀରେ ଆକ୍ରାନ୍ତ ସଂଖ୍ୟା ୪ କୁ ଓ ବୌଦ୍ଧରେ ୫ କୁ ବୃଦ୍ଧି ପାଇଛି। ଏବେ ରାଜ୍ୟରେ ୩୪୯ ଆକ୍ଟିଭ କେସ ରହିଛି । ଅପରପକ୍ଷରେ ୮୫ ଜଣ ସୁସ୍ଥ ହୋଇଥିବାବେଳେ ରାଜ୍ୟରେ କରୋନା ସଂକ୍ରମଣରେ ୩ ଜଣଙ୍କର ମୃତ୍ୟୁ ହୋଇଛି ।

ଆଜିଠୁ କେବେ ଆଉ କେଉଁଠୁ ଚାଲିବ ଟ୍ରେନ, ପଢ଼ନ୍ତୁ ରେଲୱେର ପୁରା ଲିଷ୍ଟ୍

ନୂଆଦିଲ୍ଲୀ: କରୋନା ଭାଇରସ ସଙ୍କଟ ଆଉ ଦେଶରେ ଜାରି ହୋଇଥିବା ଲକଡାଉନ କାରଣରୁ ଅଟକି ଯାଇଥିବା ରେଳ ଚକ ପୁଣି ଥରେ ଗଡ଼ିବା ପାଇଁ ପ୍ରସ୍ତୁତ ହୋଇଛି । ମଙ୍ଗଳବାରରୁ ପୁଣିଥରେ ରେଳ ସେବା ଆରମ୍ଭ ହେବାକୁ ଯାଉଛି । ରେଳ ମନ୍ତ୍ରାଳୟ ତରଫରୁ ଦିଲ୍ଲୀରୁ ଆରମ୍ଭ ହେବାକୁ ଯାଉଥିବା ସମସ୍ତ ୧୫ ଟ୍ରେନ୍ ର ଟାଇମିଂ ଜାରି କରିଛନ୍ତି । ଏହି ଟ୍ରେନ୍ ଦେଶ ବିଭିନ୍ନ ୧୫ ସହରକୁ ଯିବ ଏବଂ ଯୋଡ଼ି ହିସାବରେ ଚାଲିବ । ସୋମବାର ସନ୍ଧ୍ୟା ୪ଟା ପରେ ଟ୍ରେନର ଟିକେଟ ବୁକିଂ ଆରମ୍ଭ ହୋଇଯାଇଛି ।

ନୂଆଦିଲ୍ଲୀରୁ ହାୱଡ଼ା

ରେଳବାଇ ଦ୍ୱାରା ଏକ ସଂଶୋଧିତ କାର୍ଯ୍ୟସୂଚୀ ପ୍ରକାଶ ପାଇଛି, ଯାହା ଅନୁଯାୟୀ ଦୈନିକ ଟ୍ରେନ୍ (02301) ଦିଲ୍ଲୀରୁ ପଶ୍ଚିମବଙ୍ଗ ହାୱଡା ପର୍ଯ୍ୟନ୍ତ ଚାଲିବ । ମେ ୧୨ ତାରିଖରେ ହାୱଡାରୁ ୫.୦୫ଟାରେ ଛାଡିବ, ତା ପରଦିନ ସକାଳ ୧୦ ଟାରେ ଦିଲ୍ଲୀରେ ପହଞ୍ଚିବ । ଏଥିସହିତ ଟ୍ରେନ୍ (02302) ନୂଆଦିଲ୍ଲୀରୁ ୪.୫୫ରେ ଛାଡି ପରଦିନ ସକାଳ ୯.୫୫ ରେ ହାୱାଡାରେ ପହଞ୍ଚିବ ।

ଏହି ମାର୍ଗରେ ଏହି ଟ୍ରେନ୍ ଟି ଆସାନସୋଲ ଜଙ୍କସନ, ଧନବାଡ ଜଙ୍କସନ, ଗୟା ଜଙ୍କସନ, ପଣ୍ଡିତ ଦିନ୍ ଦିୟାଲ ଉପାଧ୍ୟାୟ ଜଙ୍କସନ, ପ୍ରୟାଗ ଜଙ୍କସନ ଏବଂ କାନପୁର ସେଣ୍ଟ୍ରାଲ ଜଙ୍କସନରେ ରହିବ।

ଦିଲ୍ଲୀରୁ ରାଜେନ୍ଦ୍ର ନଗର

ଏହି ଟ୍ରେନ୍ (02309) ବିହାରର ରାଜେନ୍ଦ୍ର ନଗର ରେଳ ଷ୍ଟେସନରୁ ସନ୍ଧ୍ୟା ୭.୨୦ ରୁ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରିବ ଯାହା ପରଦିନ ସକାଳ ୭.୪୦ରେ ପହଞ୍ଚିବ ଏବଂ ନୂଆଦିଲ୍ଲୀରୁ ଟ୍ରେନ୍ (02310) ୧୩ ମଇ ସନ୍ଧ୍ୟାରେ ୫.୧୫ ରେ ଛାଡିବ ଯାହା ପରଦିନ ସକାଳ ହେବ । ରାଜେନ୍ଦ୍ର ନଗର ରେଳ ଷ୍ଟେସନ ସନ୍ଧ୍ୟା ୫.୩୦ରେ ପହଞ୍ଚିବ। ଏହି ଦୈନିକ ଚାଲୁଥିବା ଟ୍ରେନ୍ ପାଟନା ଜଙ୍କସନ, ପଣ୍ଡିତ ଦିନ୍ ଦିନଲ ଉପାଧ୍ୟାୟ ଜଙ୍କସନ, ପ୍ରୟାଗ ଜଙ୍କସନ ଏବଂ କାନପୁର ସେଣ୍ଟ୍ରାଲ ଜଙ୍କସନରେ ଅଟକି ରହିବ।

ବେଙ୍ଗାଲୁରୁରୁ ନୂଆଦିଲ୍ଲୀ

ବାଙ୍ଗାଲୋରରୁ ନୂଆଦିଲ୍ଲୀ (02691) ୧୨ ତାରିଖ ଦିନ ସକାଳ ୮.୩୦ରେ ଛାଡିବ, ଯାହା ସକାଳ ୫.୫୫ ରେ ଦିଲ୍ଲୀରେ ପହଞ୍ଚିବ । ଯେତେବେଳେ କି ନୂଆଦିଲ୍ଲୀରୁ ବାଙ୍ଗାଲୋର (02692) ୧୪ ତାରିଖ ସକାଳ ୯.୧୫ ରେ ଛାଡି ସକାଳ ୬.୪୦ ରେ ବେଙ୍ଗାଲୁରୁରେ ପହଞ୍ଚିବ । ଏହି ମାର୍ଗରେ ଅନନ୍ତପୁର, ଗୁଣ୍ଟାକଲ, ସେକୁଣ୍ଡରାବାଦ, ନାଗପୁର, ଭୋପାଳ ଏବଂ ଝାନସିରେ ରହିବ।

ନୂଆଦିଲ୍ଲୀରୁ ତିରୁବନନ୍ତପୁରମ୍

ନୂଆଦିଲ୍ଲୀରୁ ତିରୁବନନ୍ତପୁରମ୍ ଟ୍ରେନ୍ (02432) ସକାଳ ୧୧.୨୫ରେ ଛାଡି ପରଦିନ ସକାଳ ୫.୨୫ରେ ପହଞ୍ଚିବ । ଏହି ଟ୍ରେନ୍ ସପ୍ତାହରେ ୩ ଦିନ ମଙ୍ଗଳବାର, ବୁଧବାର ଏବଂ ରବିବାରରେ ଚାଲିବ | ୧୫ ମଇରେ ଥିରୁବନନ୍ତପୁରମ୍ ରୁ ଟ୍ରେନ୍ (02431, ମଙ୍ଗଳବାର, ଗୁରୁବାର, ଶୁକ୍ରବାର) ସନ୍ଧ୍ୟା ୭.୪୫  ରେ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରିବ | ଏହି ମାର୍ଗରେ, ଏର୍ନାକୁଲମ୍, କୋଜିକୋଡେ, ମାଙ୍ଗାଲୁରୁ, ମ୍ୟାଡଗାଓନ୍, ପନଭେଲ୍, ଭରୋଦା ଏବଂ କୋଟା ଷ୍ଟପେଜ୍ ସେଠାରେ ରହିବ ।

ଚେନ୍ନାଇ ସେଣ୍ଟ୍ରାଲକୁ ନୂଆଦିଲ୍ଲୀ 

ନୂଆଦିଲ୍ଲୀରୁ ଚେନ୍ନାଇ ସେଣ୍ଟ୍ରାଲ୍ (ବୁଧବାର, ଶୁକ୍ରବାର) କୁ ସ୍ୱତନ୍ତ୍ର ଟ୍ରେନ୍ (02434) ୧୩ ମଇ ଅପରାହ୍ନ ୪ ଟାରେ ଛାଡିବ । ଏହି ଟ୍ରେନ୍ ଚେନ୍ନାଇ ସେଣ୍ଟ୍ରାଲରୁ ନୂଆଦିଲ୍ଲୀ (ଶୁକ୍ରବାର, ରବିବାର)କୁ ୧୫ ମଇ ସକାଳ ୬.୩୫ରେ ଛାଡିବ । ଏହି ମାର୍ଗରେ ବିଜୟୱାଡା, ୱାରଙ୍ଗାଲ, ନାଗପୁର, ଭୋପାଳ, ଜାନସୀ ଏବଂ ଆଗ୍ରା ଠାରେ ଅଟକି ରହିବ ।

ନୂଆଦିଲ୍ଲୀରୁ ଭୁବନେଶ୍ୱର

ଭୁବନେଶ୍ୱରରୁ ନୂଆଦିଲ୍ଲୀ ମଧ୍ୟରେ ମେ ୧୩ରୁ ଟ୍ରେନ୍ ସେବା ଆରମ୍ଭ ହେବ । ଭୁବନେଶ୍ୱରରୁ ସ୍ୱତନ୍ତ୍ର ଟ୍ରେନ୍ (02823) ସକାଳ୧୦ ଟାରେ ଛାଡିଥିବାବେଳେ ଟ୍ରେନ୍ (02824) ସନ୍ଧ୍ୟା ୫.୦୫ରେ ନୂଆଦିଲ୍ଲୀରୁ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିବ । ଏହି ମାର୍ଗରେ ବାଲାସୋର, ହିଜଲି (ଖରାଗପୁର), ଟାଟାନଗର, ବୋକାରୋ ଷ୍ଟିଲ ସିଟି, ଗୟା, ପଣ୍ଡିତ ଦେନ୍ ଦିନିକିଆ ଜଙ୍କସନ ଏବଂ କାନପୁର ସେଣ୍ଟ୍ରାଲରେ ଅଟକି ରହିବ ।