ଶିଳ୍ପ ସଂସ୍ଥାରେ ବ୍ୟବହୃତ ଇଣ୍ଡଷ୍ଟ୍ରିଆଲ୍ ଗ୍ୟାସ୍, ଅକ୍ସିଜେନ ଓ ପେଟ୍ରୋଲିୟମ୍ ବିସ୍ଫୋରକ ଯୋଗାଣକୁ ସ୍ୱାଭାବିକ ତଥା ସୁସଂହତ କରିବା ପାଇଁ ପେଟ୍ରୋଲିୟମ୍ ଓ ଏକ୍ସଗ୍ଳୋସିଭ ସେଫ୍ଟି ପ୍ରତିଷ୍ଠାନ (ପେସୋ) ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି । ଦେଶର ହସ୍ପିଟାଲଗୁଡ଼ିକ ନିରବିଚ୍ଛିନ୍ନଭାବେ ଅକ୍ସିଜେନ୍ ଯୋଗାଣ ସହିତ ଶିଳ୍ପୋଦ୍ୟାଗରେ ବ୍ୟବହୃତ ଗ୍ୟାସ୍ ଓ ଏକ୍ସଗ୍ଳୋସିଭ (ବିସ୍ଫୋରକ ଯୋଗାଣକୁ) ସୁବ୍ୟବସ୍ଥିତ ଏବଂ ସ୍ୱାଭାବିକ କରିବାକୁ ପେସୋ ଉଦ୍ୟମ ଚଳାଇଛି । ଏହିସବୁ ଗୁରୁତ୍ୱପୂର୍ଣ୍ଣ ଗ୍ୟାସ୍ ଯୋଗାଣରେ ଯେପରି କୌଣସି ପ୍ରତିବନ୍ଧକ ନରହେ ତାହା ନିଶ୍ଚିତ କରିବାକୁ କୁହାଯାଇଛି । କରୋନା ଭୂତାଣୁର ମୁକାବିଲା ପାଇଁ ଦେଶବ୍ୟାପୀ ଲକ୍ଡାଉନ୍ ଘୋଷଣା ହେବା ପରେ ପରିବହନ ବ୍ୟବସ୍ଥା ପ୍ରଭାବିତ ହେବା କାରଣରୁ ଏସବୁ ଗ୍ୟାସର ଅଭାବ ଦେଖା ଦେବାର ସମ୍ଭାବନା ରହିଛି । ତେଣୁ ଆଗୁଆ ପଦକ୍ଷେପ ଗ୍ରହଣ କରି ଏହି ଗ୍ୟାସ ଯୋଗାଣ ବ୍ୟବସ୍ଥାକୁ ନିରନ୍ତର ମେସୋକୁ ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।
ଜେଲରେ କରୋନା ସଂକ୍ରମଣ ଭୟ: ବିଚାରଧୀନ କଏଦୀଙ୍କୁ ମିଳିବ ଜାମିନ, ବଢ଼ିବ ପାରୋଲ ସମୟ
ଭୁବନେଶ୍ୱର: କରୋନା ସଂକ୍ରମଣ ଭୟରେ ଜେଲରେ ଥିବା କଏଦୀଙ୍କ ଭିଡ଼ କମାଯିବ । ଓଡିଶା ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ ସଞ୍ଜୁ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ ଆଇନ ସେବା ପ୍ରାଧିକରଣ ବୈଠକରେ ଏହି ନିଷ୍ପତ୍ତି ହୋଇଛି । ଜେଲ କଏଦୀଙ୍କ ସ୍ୱାସ୍ଥ୍ୟ ଏବଂ କରୋନା ସଂକ୍ରମଣକୁ ପ୍ରତିହତ କରିବାକୁ କଏଦୀଙ୍କ ପାରୋଲ୍ ଅବଧି ବୃଦ୍ଧି କରାଯିବା ସହ କିଛି ବିଚାରଧୀନ କଏଦୀଙ୍କୁ ଜାମିନ ପ୍ରଦାନ କରାଯିବ।

ସ୍ୱତନ୍ତ୍ର ପାରୋଲ୍ରେ ପଠାଯିବ ୬୫ ବର୍ଷରୁ ଊର୍ଦ୍ଧ୍ୱ ସମସ୍ତ କଏଦୀଙ୍କୁ। ଏହି କ୍ରମରେ ମାମଲା ଅପେକ୍ଷାରେ ନଥିବା ଏବଂ ୭ ବର୍ଷ ଦଣ୍ଡ ଭୋଗି ସାରିଥିବା କଏଦୀଙ୍କୁ ପାରୋଲରେ ପଠାଯିବ । ଦୋଷୀ ସାବ୍ୟସ୍ତ ହୋଇ ପାରୋଲରେ ଯାଇଥିବା କଏଦୀଙ୍କ ଅବଧି ବୃଦ୍ଧି କରାଯିବ। କଏଦୀଙ୍କୁ ଚିହ୍ନଟ କରି କମିଟିକୁ ଅବଗତ କରିବେ ଜେଲ୍ ଡିଜି । ଏଥିସହିତ ପ୍ରଥମ ପାରୋଲ୍ରୁ ନିର୍ଦ୍ଧାରିତ ସମୟରେ ଫେରିଥିବା କଏଦୀଙ୍କୁ ସ୍ୱତନ୍ତ୍ର ପରୋଲ ପ୍ରଦାନ କରାଯିବ। ୬୫ ବର୍ଷରୁ ଊର୍ଦ୍ଧ୍ୱ ସମସ୍ତ କଏଦୀଙ୍କୁ ସ୍ୱତନ୍ତ୍ର ପାରୋଲ୍ ପ୍ରଦାନ କରାଯିବ । ତେବେ ଧର୍ଷଣ, ଏସିଡ୍ ଆକ୍ରମଣ, ଜାଲ ନୋଟ କାରବାର, ପସ୍କୋ ଆଇନରେ ଗିରଫ ଅଭିଯ଼ୁକ୍ତଙ୍କୁ ମିଳିବନି ଜାମିନ କି ପାରୋଲ୍ । ତେବେ ଏସବୁ ମାମଲାରେ ସମ୍ପୃକ୍ତ ଅପରାଧୀ ଯଦି ୭୦ ବର୍ଷରୁ ଅଧିକ ବୟସର ହୋଇଥିବେ ତେବେ ତାଙ୍କୁ ସ୍ୱତନ୍ତ୍ର ପାରୋଲ ଦେବା ନେଇ କର୍ତ୍ତୃପକ୍ଷ ବିଚାର କରିପାରନ୍ତି ।

ରାଜ୍ୟର ୮୭ଟି ଜେଲରେ ୧୭୨୭ ଜଣ ବିଚାରଧିନ କଏଦୀ ଅଛନ୍ତି । ଯେଉଁମାନେ ୭ ବର୍ଷ ଜେଲ ଦଣ୍ଡ ଭୋଗି ସାରିଲେଣି । ସେମାନଙ୍କୁ ସ୍ୱତନ୍ତ୍ର ପାରୋଲ୍ କିମ୍ବା ଜାମିନ ଦେବା ନେଇ କମିଟି ବିଚାର କରିବ। ଜିଲ୍ଲା ଲିଗାଲ୍ ସେଲ ପ୍ରାଧିକରଣକୁ ଓକିଲ ପ୍ୟାନେଲ ଏବଂ ଜେଲ ଲିଗାଲ୍ କ୍ଲିନିକ ଏ ଦିଗରେ ସହଯୋଗ ପ୍ରଦାନ କରିବେ । ଏଥିସହିତ ବିଚାରଧିନ କଏଦୀଙ୍କ ପାଇଁ ରିମାଣ୍ଡ ଓକିଲଙ୍କ ଜରିଆରେ ମଧ୍ୟବର୍ତ୍ତିକାଳିନ ଜାମିନ ଆବେଦନ ଦାଖଲ କରିବାକୁ ପରାମର୍ଶ ଦିଆଯାଇଛି । ଏଥିସହିତ ଅସୁସ୍ଥ ଥିବା ବିଚାରଧିନ କଏଦୀଙ୍କ ତାଲିକା ପ୍ରସ୍ତୁତ କରାଯାଉଛି।
ସେହିଭଳି ଜେଲରେ ଥିବା କଏଦୀଙ୍କୁ ନିଜ ପରିବାର ସହ ଭିଡିଓ କନଫରେନସିଂ ବା ଇ-ମୁଲାକାତ ଜରିଆରେ କଥା ହେବାର ସୁଯ଼ୋଗ ମଧ୍ୟ ଦିଆଯିବ
ଭାରତକୁ କରୋନା ଭାଇରସରୁ ମିଳିପାରେ ଆଶ୍ୱସ୍ତି, ଭାଇରସକୁ ବରବାଦ କରିବ ତାତି !
ନୂଆଦିଲ୍ଲୀ: କରୋନା ଦୁନିଆର ଧନିମାନି ଦେଶଙ୍କୁ ନିଃସହାୟ କରି ଦେଇଛି । ସେମାନଙ୍କ ଉନ୍ନତି,ସମ୍ପନ୍ନତା ଓ ଚିକିତ୍ସା ସୁବିଧା ମଧ୍ୟ କରୋନାର ମୁକାବିଲା ଦିଗରେ କମ ସାବ୍ୟସ୍ତ ହୋଇଛି । ଏମିତିରେ ଗୋଟିଏ ନୂଆ ବୈଜ୍ଞାନିକ ଅଧ୍ୟୟନ ଦୁନିଆ ପାଇଁ ଆଣିଛି କିଛିଟା ଆଶା । ଏହି ଅଧ୍ୟୟନ କହୁଛି ଯେ, ତାତି ବଢିଲେ କରୋନା ଆତଙ୍କ କିଛିଟା କମି ପାରେ ।
କରୋନାରୁ ଦୁନିଆକୁ ରକ୍ଷା କରିବା ପାଇଁ ଚେଷ୍ଟା ଚାଲିଛି । ତେବେ ଏସବୁ ଚେଷ୍ଟାକୁ ଛାଡି ଆଉ ଗୋଟିଏ ଆଶା ଅଛି,ଯାହା କରୋନାକୁ ସଂପୂର୍ଣ୍ଣ ଭାବେ ନହେଲେ ମଧ୍ୟ କିଛିଟା ରୋକିପାରିବ । ସେହି ଆଶା ହେଉଛନ୍ତି ସୂର୍ଯ୍ୟ । ବୈଜ୍ଞାନିକ ଅଧ୍ୟୟନରୁ ଜଣାପଡିଛି ଯେ, ପାଣିପାଗ ବଦଳିଲେ କରୋନାର ଆତଙ୍କ କମିବ । ଅର୍ଥାତ ଶୀତ ଗଲେ ଓ ଗରମ ଆସିଲେ କରୋନା ସଂକ୍ରମଣ ହାର କମିବ । ତେଣୁ ଏବେ ତାପମାତ୍ରା ବୃଦ୍ଧିକୁ ଅନେଇ ବସିଛି ଦୁନିଆ ।

ଭାରତରେ ଚଳିତ ବର୍ଷ ପାଗ ଅନ୍ୟବର୍ଷ ଅପେକ୍ଷା ଅପେକ୍ଷକୃତ ଥଣ୍ଡା ରହିଛି । କିନ୍ତୁ ଯେମିତି ସୂର୍ଯ୍ୟଙ୍କ ତାପ ବଢିବ,ସେମିତି କରୋନାଠାରୁ ରକ୍ଷା ପାଇବାର ଆଶା ମଧ୍ୟ ବଢିବ । ଏମଆଇଟି ବା ମ୍ୟାସଚ୍ୟୁସେଟ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିର ରିପୋର୍ଟ ଏହା କହୁଛି ।
ଏମଆଇଟି ରିପୋର୍ଟ ଭାରତ ପାଇଁ ଆଶା !
ଏମଆଇଟି ଅନୁସାରେ ପାଗ ଯଦି ଗରମ ଓ ଆଦ୍ର ହେବ ତେବେ କରୋନା ବ୍ୟାପିବା ଆଶଙ୍କା ବହୁତ କମ ହେବ । ଯେଉଁ ଦେଶରେ ତାପମାତ୍ରା ୩ରୁ ୧୭ ଡିଗ୍ରୀ ସେଲସିୟସ ଭିତରେ ରହିଛି ଓ ଆଦ୍ରତା ୪ରୁ ୯ ଗ୍ରାମ ପ୍ରତି କ୍ୟୁବିକ୍ ମିଟର ରହିବ,ସେଠି ଭାଇରସ ସଂକ୍ରମଣ ମାମଲା ୯୦ ପ୍ରତିଶତ ରହିଥିଲା । ଅନ୍ୟପକ୍ଷରେ ଯେଉଁ ଦେଶରେ ତାପମାତ୍ରା ୧୮ ଡିଗ୍ରୀରୁ ଅଧିକ ଓ ଆଦ୍ରତା ୯ ଗ୍ରାମ ପ୍ରତି କ୍ୟୁବିକ ମିଟରରୁ ଅଧିକ ରହିଛି ସେଠି ସଂକ୍ରମଣ ମାମଲା ୬ ପ୍ରତିଶତ ରହିଥିଲା ।
ଏମଆଇଟିର ଏହି ରିପୋର୍ଟ ଭାରତକୁ ଆଶ୍ୱସ୍ତ କଲା ଭଳି ଖବର । ପାଣିପାଗ ବିଜ୍ଞାନୀଙ୍କ ଅନୁସାରେ ଆଗାମୀ ଦିନରେ ଭାରତରେ ତାପମାତ୍ରା ବଢିବାର ଯଥେଷ୍ଟ ସମ୍ଭାବନା ରହିଛି

ଆମେରିକାର ଦୁଇ ଭାଗରେ ସ୍ପଷ୍ଟ ଅନ୍ତର
ଏହି ଅଧ୍ୟୟନରୁ ଆମେରିକାର ଗରମ ଅଂଚଳ ଓ ଥଣ୍ଡା ଅଂଚଳରେ କରୋନା କେମିତି ଭିନ୍ନ ଭାବେ ବ୍ୟବହାର କରୁଛି ତାହା ଜଣାପଡୁଛି । ଆମେରିକାର ଉତ୍ତର ଭାଗରେ ଥଣ୍ଡା ଅଧିକା । ଅନ୍ୟପକ୍ଷରେ ଦକ୍ଷିଣ ଭାଗରେ ଗରମ ପଡୁଛି । ଏମିତିରେ ଉତ୍ତର ଭାଗରେ ଥିବା ରାଜ୍ୟଗୁଡିକରେ କରୋନା ମାମଲା ଦକ୍ଷିଣ ରାଜ୍ୟଠାରୁ ଦୁଇଗୁଣ ଅଧିକ । ଏହି ଅଧ୍ୟୟନ ଅନୁସାରେ ଭାରତ,ପାକିସ୍ତାନ,ଇଣ୍ଡୋନେସିଆ ଓ ଆଫ୍ରିକୀୟ ଦେଶର ତାପମାତ୍ର କାରଣରୁ ୟୁରୋପ ତୁଳନାରେ କମ କରୋନା ମାମଲା ସାମ୍ନାକୁ ଅସୁଛି । ଏହି ସବୁ ଦେଶର ଜନସଂଖ୍ୟା ସଂନ୍ଧ୍ରତା ଆମେରିକା ଓ ଅନ୍ୟ ୟୁରୋପୀୟ ଦେଶଙ୍କ ତୁଳନାରେ ଅଧିକ ହୋଇଥିଲେ ମଧ୍ୟ କେବଳ ଗରମ ପରିବେଶ ପାଇଁ କରୋନା ଜୋରରେ ତାର କାୟା ବିସ୍ତାର କରିପାରୁ ନାହିଁ ।
ଅଧିକ ତାପମାତ୍ରା ଭାରତକୁ ଦେବ ଆଶ୍ୱସ୍ତି !
ଆମେରିକା ଓ ଅନ୍ୟଦେଶରେ କରୋନା ଯେଉଁଭଳି ଆତଙ୍କ ଓ ଲାସ୍ ବିଛାଇଛି ଭାରତ ଏପର୍ଯ୍ୟନ୍ତ ସେଥିରୁ ବର୍ତ୍ତି ଯାଇଛି । ୧୩୦ କୋଟିର ଜନସଂଖ୍ୟାରେ କରୋନା ଦେଖିବାକୁ ଗଲେ ଏପର୍ଯ୍ୟନ୍ତ ବ୍ୟାପକ ଭାବେ ପ୍ରସାରିତ ହୋଇନି । ଏମିତିରେ ଏମାଇଟି ରିପୋର୍ଟ ଯଦି ସତ୍ୟ ସାବ୍ୟସ୍ତ ହୁଏ ତେବେ ଏହା ବଡ ଆଶ୍ୱାସନାର ବିଶୟ ହେବ । ଗରମ,ଗୁଳୁଗୁଳିକୁ ନେଇ ଲୋକ ବ୍ୟସ୍ତ ହୋଇଥାନ୍ତି । ପ୍ରତିବର୍ଷ ଖରା ଅଂଶୁଘାତର ଭୟ ବଢାଇ ଦେଇଥାଏ । କିନ୍ତୁ ଏବର୍ଷ ଭାରତ ଓ ଭାରତୀୟ ଖରାକୁ ଅପେକ୍ଷା କରିଛନ୍ତି । ଅଧିକ ତାତି ଆକାଶରୁ ବର୍ଷୁ,ଏହା ସେମାନେ ଚାହାନ୍ତି । ସୂର୍ଯ୍ୟଦେବଙ୍କ ତାତି ଯଦି କରୋନାକୁ ଜାଳିଦିଏ କିମ୍ବା ତାର ଆତଙ୍କକୁ ହ୍ରାସ କରେ ତେବେ ୧୩୦ କୋଟି ଲୋକଙ୍କ ପାଇଁ ଏହା ହେବ ସେମାନଙ୍କ ଜୀବନର ସବୁଠୁ ବଡ ବରଦାନ ।
କରୋନା ପାଇଁ ଚୀନର ଖାଦ୍ୟ ଅଭ୍ୟାସକୁ ଦାୟୀ କରୁଛି ଦୁନିଆ
ଯେତେବେଳେ ଚୀନରେ କରୋନା ପ୍ରଥମେ ତାର ଦସ୍ତକ ଦେଇଥିଲା ସେତେବେଳେ ଏହାର କାରଣକୁ ନେଇ ଅନେକ ତର୍ଜମା କରାଯାଇଥିଲା । ଅନେକ ବିଶେଷଜ୍ଞ ଆଉ ଗବେଷକ ବିଭିନ୍ନ ମତପୋଷଣ କରୁଥିଲେ ମଧ୍ୟ ଚୀନର ଉହାନ ସହରରେ ଥିବା ମାଂସ ବଜାର ଏହାର ମୁଖ୍ୟ ପୃଷ୍ଠପୋଷକ ବୋଲି ସାଧାରଣ ଲୋକଙ୍କ ଧାରଣା ହୋଇଥିଲା । ଅବଶ୍ୟ ଚୀନବାସୀଙ୍କ ଖାଇବା ଶୈଳୀ ଏବଂ ଖାଦ୍ୟ ପଦାର୍ଥକୁ ଦେଖିଲେ ଏଭଳି ଧାରଣା ଅମୂଳକ ବୋଲି ମନେ ହୁଏନା । କହିବାକୁ ଗଲେ ବିଶ୍ୱରେ ବ୍ୟାପିଥିବା ବିଭିନ୍ନ ମହାମାରୀ ପଛରେ ଚୀନର ଏଭଳି ବିକୃତ ଖାଦ୍ୟ ଅଭ୍ୟାସକୁ ମଧ୍ୟ ଦୋଷ ଦିଆଯାଇପାରିବ ।

ସମ୍ପ୍ରତି ସାରା ବିଶ୍ୱରେ କରୋନା ତାର କାୟା ବିସ୍ତାର କରୁଥିବାବେଳେ ଭାରତର ମଧ୍ୟ ତାର କିଛଟା ପ୍ରଭାବ ପଡିଛି । ଏକ ବୃହତ୍ ଦେଶ ଭାବରେ ଚୀନରେ କରୋନା ଯେତିକି କ୍ଷତିସାଧନ କରିଛି ସେତେ ଜଲଦି ତାକୁ ନିୟନ୍ତ୍ରଣ କରିବାରେ କିଛିଟା ସଫଳ ମଧ୍ୟ ହୋଇଛି । ଏବେ ଭାରତରେ କରୋନା ସେତେଟା ପ୍ରଭାବ ପକାଇ ନଥିଲେ ମଧ୍ୟ ଆଗାମୀ ସମୟରେ ଏହା କିଛି ଗୁରୁତର ହେବାର ସମ୍ଭାବନା ରହିଛି । ତେବେ ଚୀନ ତୁଳନାରେ ଏହା ଭାରତରେ କେତେ ପ୍ରଭାବ ପକାଇବ ଏବେ ତାହା ପ୍ରମୁଖ ପ୍ରଶ୍ନବାଚୀ ହୋଇଛି । ବିଭିନ୍ନ ଭାବରେ ଭାରତ ଏବଂ ଚୀନ ମଧ୍ୟରେ ତୁଳନା କରିବା ପରେ ଏନେଇ କିଛିଟା ଆଶଙ୍କା ବୃଦ୍ଧି ପାଇବା ମଧ୍ୟ ସ୍ୱାଭାବିକ ।

ସାରା ବିଶ୍ୱରେ ନିଜର ଅଜବଗଜବ ଖାଇବା ଅଭ୍ୟାସ ପାଇଁ ଚର୍ଚ୍ଚିତ ଚୀନ । ଖାଦ୍ୟ ନାମରେ କୈାଣସି ବି ଅଖାଦ୍ୟକୁ ଖାଇ ଯିବା ସତେ ଯେମିତି ଚୀନବାସୀଙ୍କ ଅଭ୍ୟାସ ହୋଇଯାଇଛି । ଭୋକ ଜ୍ୱାଳା ମେଣ୍ଟାଇବାକୁ ଚୀନବାସୀ କୈାଣସି ବି ଜୀବଜନ୍ତୁଙ୍କ ମାଂସ ଖାଇବାକୁ କେବେ ପଛଘୁଞ୍ଚା ଦିଅନ୍ତି ନାହିଁ । ଭାରତ ପରିପ୍ରେକ୍ଷୀରେ ଏହାକୁ ତୁଳନା କଲେ ଦୁଇ ଦେଶ ମଧ୍ୟରେ ଥିବା ଆକାଶ ପାତାଳ ଫରକ ସ୍ପଷ୍ଟ ଜଣାପଡେ ।

ଚୀନର ଖାଦ୍ୟପେୟକୁ ନେଇ ଅନେକ ସମୟରେ ଅନେକ ଆଲୋଚନା ହୋଇଥାଏ । ସେଛାରେ ରହୁଥିବା ଲୋକଙ୍କ ଖାଦ୍ୟ ଅଭ୍ୟାସ ଅନେକଙ୍କ ପାଇଁ ଆଶ୍ଚର୍ଯ୍ୟର କାରଣ ହୋଇଥାଏ । ଯେଭଳି ଭାବରେ ସେମାନେ ବିଭିନ୍ନ ଖାଦ୍ୟ ଖାଇଥାନ୍ତି ତାହା ଚିନ୍ତା କରିବା ମଧ୍ୟ ସହଜ ମନେ ହୁଏନା । ସାଧାରଣରେ ଯେଉଁ ମାନଙ୍କୁ ଆମେ ଭୟଙ୍କର ଆଉ ମାରାତ୍ମକ ଜୀବଜନ୍ତୁର ମାନ୍ୟତା ଦେଇ ଆସିଛୁ ତାକୁ ଚୀନବାସୀ ଅତି ଖୁସିରେ ଖାଦ୍ୟ ଭାବରେ ଗ୍ରହଣ କରନ୍ତି ।

କୈାଣସି ଦେଶର ସାଂସ୍କୃତିକ ବିଭବରେ ଖାଦ୍ୟପେୟର ଅନେକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଚୀନର ସାଂସ୍କୃତିକ ପରମ୍ପରା ଅନେକ ପୁରୁଣା ହୋଇଥିଲେ ମଧ୍ୟ ସେଠାରେ ଖାଦ୍ୟପେୟର କିଛି ଭିନ୍ନ ସ୍ୱତନ୍ତ୍ରତା ରହିଛି । ଖାଦ୍ୟପେୟ ନାମରେ ଚୀନରେ ଯେଉଁ ସବୁ ଜିନିଷକୁ ବ୍ୟବହାର କରାଯାଏ ସେ ସମ୍ପର୍କରେ ଚିନ୍ତା କରିବା ମଧ୍ୟ କଷ୍ଟକର ହୋଇପଡେ । ଖାଦ୍ୟ ନାମରେ ଚୀନରେ ଯେକୈାଣସି ଜୀବଜନ୍ତୁଙ୍କୁ ମଧ୍ୟ ବ୍ୟବହାର କରାଯାଇପାରେ । ଲୋକଶ୍ରୁତି କହେ ଅନେକ ବର୍ଷ ପୂର୍ବରୁ ଚୀନରେ ଭୟଙ୍କର ଦୁର୍ଭିକ୍ଷ ପଡିଥିଲା । ସ୍ଥିତି ଏମିତି ହେଇଥିଲା ଯେ ଖାଇବାକୁ ନ ପାଇ ଲୋକ ରାସ୍ତାଘାଟରେ ପୋକମାଛି ପରି ମରିଥିଲେ । ସେହି ସମୟରେ ଚୀନରେ ଖାଦ୍ୟ ସାମଗ୍ରୀର ଘୋର ଅଭାବ ଦେଖିବାକୁ ମିଳିଥିଲା । ଏହି ସମୟରେ ଜୀବନ ବଞ୍ଚାଇବାକୁ ସେମାନେ ଜୀବଜନ୍ତୁଙ୍କୁ ଖାଇବା ଆରମ୍ଭ କରିଥିଲେ । ପରେ ଏଭଳି ମାଂସ ଖାଇବା ସେମାନଙ୍କ ଅଭ୍ୟାସ ଏବଂ ସଉକରେ ପରିଣତ ହୋଇଥିଲା । ସେହି ଖାଦ୍ୟ ଅଭ୍ୟାସକୁ ପୂରଣ କରିବା ପାଇଁ ସେମାନେ ଭିନ୍ନଭିନ୍ନ ଜୀବଜନ୍ତୁଙ୍କୁ ବିଭିନ୍ନ ଭାବରେ ଖାଇବା ଆରମ୍ଭ କରିଥିଲେ । ଯେଉଁମାନଙ୍କୁ ଖାଇବା କଥା ସ୍ୱପ୍ନରେ ସୁଦ୍ଧା କଳ୍ପନା କରାଯାଇନପାରେ ସେମାନଙ୍କୁ ଚୀନବାସୀ ଅତି ଆନନ୍ଦର ସହ ଖାଆନ୍ତି ।

କୁମ୍ଭୀର ମାଂସ ଚୀନବାସୀଙ୍କ ଏକ ପ୍ରିୟ ଖାଦ୍ୟ । ବିଶାଳକାୟ କୁମ୍ଭୀରଙ୍କୁ ମାରିବା ପରେ ତାକୁ ସ୍ୱତନ୍ତ୍ର ଭାବରେ ରୋଷ୍ଟ କରାଯାଏ ଏବଂ ତାକୁ ସେମାନେ ଅତି ଖୁସିରେ ଖାଆନ୍ତି । ଖାସ୍ କରି କୁମ୍ଭୀର ଲାଞ୍ଜକୁ ସେମାନେ ସ୍ୱତନ୍ତ୍ର ଭାବରେ ରୋଷେଇ କରନ୍ତି । ଚୀନରେ ଆଉ ଏକ ଲୋକପ୍ରିୟ ଖାଦ୍ୟ ହେଉଛି କଙ୍କଡା ବିଛା । ସାଧାରଣତଃ ଏହା ଅତି ବିଷାକ୍ତ ହୋଇଥିଲେ ମଧ୍ୟ ଚୀନବାସୀ ଏହାକୁ ଅତି ଖୁସିରେ ଖାଆନ୍ତି । ଆଶ୍ଚର୍ଯ୍ୟର କଥା ଖାଇବା ପୂର୍ବରୁ ସେମାନେ କଙ୍କଡା ବିଛାର ବିଷ ମଧ୍ୟ ବାହାର କରନ୍ତି ନାହିଁ ।

ଗଭୀର ସମୁଦ୍ରରେ ରହୁଥିବା ଅକ୍ଟୋପସ୍ ମଧ୍ୟ ଚୀନବାସୀଙ୍କ ପ୍ରିୟ ଖାଦ୍ୟ । ଅକ୍ଟୋପସକୁ ଧରିବା ପରେ ପ୍ରଥମେ ଗରମ ପାଣିରେ ତାକୁ ସିଝାଇ ଦିଆଯାଏ ଏବଂ ତାପରେ ତାକୁ ଡିସ୍ ଭାବରେ ବ୍ୟବହାର କରାଯାଏ । ତେବେ ଛୋଟଛୋଟ ଅକ୍ଟୋପସକୁ ଜୀବନ୍ତ ଖାଇବା ପାଇଁ ପସନ୍ଦ କରନ୍ତି ଚୀନବାସୀ । ବିଭିନ୍ନ ବିଷାକ୍ତ ସାପକୁ ଗରମ ପାଣିରେ ସିଝାଇବା ପରେ ଖଣ୍ଡ ଖଣ୍ଡ କରି କାଟି ଖାଆନ୍ତି ଚୀନବାସୀ । କେତେବେଳେ ତାକୁ ରୋଷେଇ କରି ତ କେତେବେଳେ ପୁଣି କଞ୍ଚା ସାପ ମାଂସକୁ ଖାଇଯାଆନ୍ତି । ଶରୀରରେ ରକ୍ତ ସୃଷ୍ଟି କରିବା ପାଇଁ ସାପ ମାଂସ ଖାଇବା ଜରୁରି ବୋଲି ସେମାନେ କହନ୍ତି । ଏହାଛଡା ଅନେକ ପ୍ରକାର ସାମୁଦ୍ରିକ ଜୀବଜନ୍ତୁ, ବିଷାକ୍ତ ମାଛ ମଧ୍ୟ ଚୀନରେ ଖାଦ୍ୟ ଭାବରେ ବ୍ୟବହୃତ ହୋଇଥାଏ । ଚୀନରେ କୁକୁର ମୁଣ୍ଡ ହେଉଛି ଆଉ ଏକ ଲୋକପ୍ରିୟ ଖାଦ୍ୟ । କୁକୁରକୁ ମାରି ତାର ମାଂସ ଖାଇବା ସହ ତାର ମୁଣ୍ଡକୁ ମଧ୍ୟ ଅତି ଆଗ୍ରହର ସହ ଖାଆନ୍ତି ଚୀନବାସୀ ।

ଚୀନର ଆଉ ଏକ ଲୋକପ୍ରିୟ ଖାଦ୍ୟ ହେଉଛି ବାଦୁଡି । ଏଥିରୁ ପ୍ରସ୍ତୁତ ହେଉଥିବା ସୁପ୍ ଚୀନବାସୀଙ୍କ ପାଇଁ ଅତି ପ୍ରିୟ ଅଟେ । କୁହାଯାଏ କରୋନା ଭାଇରସ ବ୍ୟାପିବା ପଛରେ ଏହି ବାଦୁଡି ସୁପ୍ ରହିଛି । ତଥାପି ଚୀନର ଲୋକମାନେ ଏହାକୁ ଖାଇବା ଏପର୍ଯ୍ୟନ୍ତ ବନ୍ଦ କରିନାହାନ୍ତି ।
ଏଭଳି ଭାବରେ ଜୀବଜନ୍ତୁଙ୍କୁ ଖାଇବା ପ୍ରକୃତିର ନିୟମ ବିରୁଦ୍ଧ । ତଥାପି ଚୀନରେ ଏହାର କୈାଣସି ପ୍ରଭାବ ଦେଖିବାକୁ ମିଳେନାହିଁ । ତେବେ ପ୍ରକୃତିର ଏଭଳି ବିରୁଦ୍ଧାଚରଣ ହିଁ ଭୟଙ୍କର ଭାଇରସ୍ ସଂକ୍ରମଣର ପ୍ରମୁଖ କାରଣ ବୋଲି ଅନେକ ମୃତ ଦିଅନ୍ତି ।

ଖାଦ୍ୟ ସାମଗ୍ରୀ ନାମରେ ଯେକୈାଣସି ଜିନିଷକୁ ଖାଇଯିବା କେକେବି ଗ୍ରହଣୀୟ ହୋଇପାରେନା । ହେଲେ ଚୀନବାସୀଙ୍କୁ ଦେଖିଲେ ସେମାନଙ୍କ ଖାଦ୍ୟ ସମ୍ପର୍କରେ ଜାଣିଲେ ସେମାନେ କିଛି ସାଧାରଣ ଚିନ୍ତା କରୁଥିବେ ବୋଲି ମନେ ହୁଏନା । ସେମାନଙ୍କ ପାଇଁ ଖାଦ୍ୟ ହିଁ ବିଶେଷ ଗୁରୁତ୍ୱ ବହନ କରେ । ସେଥିପାଇଁ ତ ସେମାନେ ନିଜର ପୋଷା ଜୀବଜନ୍ତୁଙ୍କୁ ମଧ୍ୟ ମାରି ଖାଇଯିବାକୁ କୁଣ୍ଠିତ ହୁଅନ୍ତି ନାହିଁ । ସେମାନଙ୍କ ପାଇଁ ବିଶ୍ୱସ୍ତ ଥିବା ପୋଷା କୁକୁର କିମ୍ବା ବିଲେଇ ପ୍ରତି ମଧ୍ୟ ସେମାନଙ୍କ ମନରେ କୈାଣସି ପ୍ରକାର ସମବେଦନା ଥିବା ଭଳି ମନେ ହୁଏନା ।

ଚୀନରେ ପଶୁ ମାଂସ ଖାଇବା ଏକ ନିୟମିତ ପ୍ରକ୍ରିୟା ଅଟେ । ଖାଇବା ନାମରେ ଯେ କୈାଣସି ପ୍ରାଣୀ, ଜୀବଜନ୍ତୁଙ୍କୁ ମାରି ଖାଇଯିବା ଯେମିତି ଚୀନରେ ଅଭ୍ୟାସ ହୋଇଯାଇଛି । ମଣିଷ ପାଇଁ କୁକୁର ଅତି ବିଶ୍ୱାସୀ ବୋଲି ସମସ୍ତେ ଜାଣିଥିବାବେଳେ ଚୀନରେ କିନ୍ତୁ ଏ କଥାର କିଛି ମୂଲ୍ୟ ନାହିଁ । ଚୀନରେ ଯେଭଳି ଭାବରେ କୁକୁର ମାଂସକୁ ଲୋକେ ଆଗ୍ରହର ସହ ଖାଇଥାନ୍ତି ତାହା ଦେଖିଲେ ସହଜରେ ବିଶ୍ୱାସ ମଧ୍ୟ ହୁଏନାହିଁ । ତେବେ କେବଳ କୁକୁର ନୁହେଁ ବରଂ ଚୀନରେ ବିଲେଇ ମାଂସ ଖାଇବା ପରମ୍ପରା ଅଧିକ ମାତ୍ରାରେ ପ୍ରଚଳିତ । ସେଥିପାଇଁ ଚୀନର ପ୍ରାୟତଃ ସମସ୍ତ ସହରରେ ଥିବା ରେଷ୍ଟୁରାଣ୍ଟ ଏବଂ ହୋଟେଲରେ କୁକୁର ଏବଂ ବିଲେଇ ମାଂସ ମିଳେ ଆଉ ଲୋକମାନେ ଏହାକୁ ଅତି ଆଗ୍ରହର ସହ ଖାଇଥାନ୍ତି । ଏଠାରେ ଥିବା ମାଂସ ବଜାରରେ ମଧ୍ୟ କୁକୁର ଏବଂ ବିଲେଇଙ୍କୁ ମାରିବା ପରେ ସେମାନଙ୍କ ମାଂସ ବିକ୍ରି ହୋଇଥାଏ । ଏହାଛଡା ସେସବୁ ମାର୍କେଟରେ ମାଂସ ପାଇଁ ଅତି ନିଷ୍ଠାର ଭାବରେ କୁକୁର ଏବ ବିଲେଇଙ୍କୁ ହତ୍ୟା କରାଯାଏ । ସେମାନଙ୍କ ଚମଡାକୁ ପ୍ରଥମେ ଉତାରି ଦିଆଯାଏ ଏବଂ ଏହାପରେ ତାକୁ କାଟି ରୋଷେଇ କରାଯାଏ । ଏଭଳି କରିବା ଦ୍ଵାରା ତାହା ଅଧିକ ସୁସ୍ୱାଦୁ ଏବଂ ପୁଷ୍ଟିକର ହୋଇଥାଏ । କୁକୁର ମାଂସକୁ ସେହି ପ୍ରକ୍ରିୟାରେ ପ୍ରସ୍ତୁତ କଲେ ସେଥିରୁ ଅଧିକ ପ୍ରୋଟିନ ମିଳେ ବୋଲି ଚୀନବାସୀଙ୍କ ବିଶ୍ୱାସ ରହିଛି । କୁକୁର ମାଂସ ଖାଇବାକୁ ଚୀନବାସୀ ଏତେ ଭଲ ପାଆନ୍ତି ଯେ ନିଜର ପୋଷା କୁକୁରଙ୍କୁ ମଧ୍ୟ ବଜାରରେ ବିକ୍ରି କରିଦିଅନ୍ତି । ପୁଣି ଏକ ରିପୋର୍ଟ ମୁତାବକ ମାଂସ ପାଇଁ ଚୀନରେ ପ୍ରତିବର୍ଷ ୪୦ ଲକ୍ଷ ବିଲେଇଙ୍କୁ ହତ୍ୟା କରାଯାଏ ।

ଚୀନରେ କୁକୁର ଏବଂ ବିଲେଇ ମାଂସର ଚାହିଦା ଏତେ ଅଛି ଯେ ସେଥିପାଇଁ ପ୍ରତିବର୍ଷ ସେଠାରେ ଏକ ସ୍ୱତନ୍ତ୍ର ଉତ୍ସବର ଆୟୋଜନ କରାଯାଏ । ଏଥିରେ ୧୦ ଲକ୍ଷ ଲୋକଙ୍କ ସମାଗମ ହେଉଥିବାବେଳେ କୁକୁର ମାଂସରେ ବିଭିନ୍ନ ପ୍ରକାର ସୁସ୍ୱାଦୁ ବ୍ୟଞ୍ଜନ ପ୍ରସ୍ତୁତ କରାଯାଏ । ଚୀନ ଏବଂ ଦକ୍ଷିଣ କୋରିଆରେ କୁକୁର ମାଂସ ଖାଇବା ପରମ୍ପରା ପ୍ରାୟ ୫ ଶହ ବର୍ଷ ପୁରୁଣା ବୋଲି କୁହାଯାଉଥିବାବେଳେ ଗତ କେତେ ବର୍ଷରୁ ଏହି ଉତ୍ସବ ପାଳିତ ହେଉଛି । ତେବେ ଏହି ଉତ୍ସବ ଆୟୋଜନରେ ଚୀନ ସରକାରଙ୍କ କୈାଣସି ଭୂମିକା ନଥିବାବେଳେ କେତେକ ଘରୋଇ ସଂସ୍ଥା ଏହାକୁ ଆୟୋଜନ କରି ଆସୁଛନ୍ତି ।

ଏହି ଉତ୍ସବରେ ଭାଗ ନେଉଥିବା ଲୋକଙ୍କୁ ନେଇ ଏକ ସର୍ଭେ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୬୪ ପ୍ରତିଶତ ଏହି ଉତ୍ସବ ପାଳନକୁ ବିରୋଧ କରିଥିଲେ । ପୁଣି ୫୧.୭ ପ୍ରତିଶତ ଲୋକ କୁକୁର ମାଂସ ଖାଇବା ପରମ୍ପରାକୁ ବିରୋଧ କରିଥିଲେ । ଏହାଛଡା ୬୯ ପ୍ରତିଶତ ଲୋକ କେବେବି କୁକୁର ମାଂସ ଖାଇନାହାନ୍ତି ବୋଲି କହିଥିଲେ । ତେବେ ଯେଭଳି ଭାବରେ ଚୀନରେ ମାଂସ ପାଇଁ କୁକୁରଙ୍କୁ ମାରି ଦିଆଯାଏ, ସେମାନଙ୍କ ପ୍ରତି ବର୍ବରତା କରାଯାଏ ତାକୁ ନେଇ ବିଶ୍ୱର ଅନେକ ସମାଜସେବୀ ପ୍ରତିକ୍ରିୟା ପ୍ରକାଶ କରନ୍ତି । ଚୀନରେ ତୁରନ୍ତ କୁକୁର ମାଂସ ଖାଇବା ଉପରେ ନିଷେଧାଦେଶ ଲଗାଇବାକୁ ସେମାନେ ଦାବି କରି ଆସୁଛନ୍ତି । ତଥାପି ଆଜି ପର୍ଯ୍ୟନ୍ତ ଚୀନ ସରକାର ଏଥିରେ କୈାଣସି ରୋକ୍ ଲଗାଇ ପାରିନାହାନ୍ତି ।

ସାଧାରଣତଃ କେତେକ ନିର୍ଦ୍ଦିଷ୍ଟ ଧାରାରେ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ ହୋଇଥାଏ । ହେଲେ ଚୀନରେ ଏମିତି କଥାର କୈାଣସ ମୂଲ୍ୟ ଥିବା ଭଳି ମନେ ହୁଏନି । କାରଣ ସେମାନେ ଯେଭଳି ଭାବରେ ସେମାନେ ଖାଦ୍ୟକୁ ଗ୍ରହଣ କରନ୍ତି, ଯେଭଳି ସ୍ଥିତିରେ ତାକୁ ପ୍ରସ୍ତୁତ କରନ୍ତି ତାହା ସତରେ ଆଶ୍ଚର୍ଯଜନକ । ଜୀବନ୍ତ ଜୀବଜନ୍ତୁଙ୍କୁ ଖାଇବା ସେମାନଙ୍କ ଅଭ୍ୟାସରେ ଯେମିତି ପରିଣତ ହୋଇଯାଇଛି । ଖାଇବା ପ୍ଲେଟରେ ସେମିତି ଜୀବନ୍ତ ପଶୁପକ୍ଷୀଙ୍କୁ ଖାଦ୍ୟ ସାମଗ୍ରୀ ଭାବରେ ପରଶା ଯାଇଥିଲେ ସେମାନେ ଅଧିକ ଉତ୍ସାହିତ ହୋଇ ତାକୁ ଗ୍ରହଣ କରନ୍ତି ।

ବିଶ୍ୱର ବିଭିନ୍ନ ଦେଶରେ ଲୋକମାନେ ବିଭିନ୍ନ ପ୍ରକାର ଖାଦ୍ୟ ଖାଆନ୍ତି । ହେଲେ ଚୀନରେ ବ୍ୟବହୃତ ହେଉଥିବା ଖାଦ୍ୟ ସାମଗ୍ରୀ ଏବଂ ବ୍ୟଞ୍ଜନ ସାରା ବିଶ୍ୱରେ ନିଆରା । ଏଠାରେ ଯେଭଳି ଭାବରେ ଖାଦ୍ୟ ପ୍ରସ୍ତୁତ ହୁଏ ଏବଂ ଲୋକମାନେ ଯେଉଁ ସବୁ ଖାଦ୍ୟ ଖାଆନ୍ତି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରେ । ଚୀନରେ ଜୀବନ୍ତ ପ୍ରାଣୀ, ଜନ୍ତୁଙ୍କ ମାଂସ ଖାଇବାକୁ ଲୋକେ ଅଧିକ ପସନ୍ଦ କରନ୍ତି । ଜୀବନ୍ତ ପ୍ରାଣୀଙ୍କୁ ଡିସ୍ ଭାବରେ ବ୍ୟବହାର କରିବାକୁ ଚୀନବାସୀ ଭଲ ପାଆନ୍ତି ଏବଂ ତାକୁ ଅତି ଆଗ୍ରହର ସହ ଖାଆନ୍ତି । ଜୀବନ୍ତ ପୋକଜୋକ, କଙ୍କଡା, ବିଛା, ସରୀସୃପ ଏବଂ ସାମୁଦ୍ରିକ ପ୍ରାଣୀଙ୍କୁ ଖାଇବା ଯେମିତି ସେମାନଙ୍କ ନିୟମିତ ଅଭ୍ୟାସ ।

ବତକର ଜୀବନ୍ତ ଭ୍ରୁଣରେ ଚୀନରେ ଏକ ସୁସ୍ୱାଦୁ ବ୍ୟଞ୍ଜନ ପ୍ରସ୍ତୁତ ହୋଇଥାଏ । ମୁଖ୍ୟତଃ ଚୀନର ନାମଜ୍ୟାଙ୍ଗ ଅଞ୍ଚଳରେ ଏହାର ବହୁଳ ବ୍ୟବହାର ହୋଇଥାଏ । ନବଜାତ ମୂଷା ତରକାରୀ ଚୀନରେ ଏକ ଲୋକପ୍ରିୟ ଖାଦ୍ୟ ଅଟେ । ମୂଷା ଶାବକଙ୍କୁ ମଦ ସହ ଖାଇବାକୁ ଚୀନବାସୀ ଅଧିକ ପସନ୍ଦ କରନ୍ତି । ଚୀନରେ ମୁଖ୍ୟତଃ ଚପ୍ ଷ୍ଟିକ୍ ଏବଂ ସସ୍ ସହ ମୂଷା ଛୁଆଙ୍କୁ ଖାଇବାର ପରମ୍ପରା ରହିଛି ।

ଚୀନର ଆଉ ଏକ ଚର୍ଚ୍ଚିତ ଖାଦ୍ୟ ହେଉଛି ମାଙ୍କଡଙ୍କ କଞ୍ଚା ମସ୍ତିଷ୍କ । ଏହାକୁ ଖାଇବାକୁ ମଧ୍ୟ ଚୀନବାସୀ ଅଧିକ ପସନ୍ଦ କରନ୍ତି । ତେବେ ଏହାକୁ ଚୀନରେ ମୁଖ୍ୟତଃ ଧନୀ ଶ୍ରେଣୀର ଲୋକମାନେ ଖାଇବାକୁ ପସନ୍ଦ କରନ୍ତି । ଏହାକୁ ଖାଇବାରେ କିଛିଟା କଷ୍ଟ ହେଉଥିଲେ ମଧ୍ୟ ନିଜର ଆଭିଜାତ୍ୟ ଦେଖାଇବାକୁ ଚୀନର ଧନୀ ଶ୍ରେଣୀର ଲୋକେ ଏହାକୁ ଅର୍ଡର ଦିଅନ୍ତି । ଚୀନରେ ଜୀବନ୍ତ ଗଧ ମାଂସ ମଧ୍ୟ ବହୁଳ ଭାବରେ ବ୍ୟବହୃତ ହୋଇଥାଏ । ଗଧର ହାତଗୋଡ ବାନ୍ଧି ତାକୁ କଟାଯାଏ ଏବଂ ତାର କଞ୍ଚା ମାଂସକୁ ପରଶା ଯାଏ । ଜୀବନ୍ତ ସାପକୁ ନେଇ ମଧ୍ୟ ଚୀନରେ ଅନେକ ପ୍ରକାର ବ୍ୟଞ୍ଜନ ତିଆରି ହୋଇଥାଏ । ସାପର ମୁଣ୍ଡକୁ କାଟିଦେବା ସହ ତାର କାତି ଏବଂ ଅନ୍ତବୁଜୁଳାକୁ ବାହାର କରିଦିଆଯାଏ । ଏହାପରେ ସେହି ସାପକୁ ଖଣ୍ଡଖଣ୍ଡ କରି କାଟି ଲୋକଙ୍କୁ ପରଶା ଯାଏ ।

ଶାମୁକା ମାଂସ ଖାଇବାକୁ ଚୀନବାସୀ ବେଶ୍ ପସନ୍ଦ କରନ୍ତି । ଶାମୁକାର ମୃତ୍ୟୁ ପରେ ତୁରନ୍ତ ତାର ମାଂସ ନଷ୍ଟ ହୋଇଯାଏ ତେଣୁ ଏହାକୁ ଜୀବନ୍ତ ଖାଇବାକୁ ଚୀନବାସୀ ପସନ୍ଦ କରନ୍ତି । ଚୀନରେ ଜୀବନ୍ତ ଚିଙ୍ଗୁଡି ଖାଇବାକୁ ମଧ୍ୟ ଲୋକେ ଅଧିକ ପସନ୍ଦ କରନ୍ତି । ଖାସ୍ କରି ଏହାକୁ ମଦରେ ଜୀବନ୍ତ ବୁଡାଇ ଦିଆଯାଏ । ସେଥିରେ ପଡି ସେ ଛଟପଟ ହେଉଥିବାବେଳେ ତାକୁ ଖାଇବାକୁ ଚୀନର ଲୋକେ ପସନ୍ଦ କରନ୍ତି । ଏହା ଚୀନରେ ଏକ ବ୍ୟୟସାପେକ୍ଷ ବ୍ୟଞ୍ଜନ ଭାବରେ ଜଣାଶୁଣା । ଚୀନରେ ଜୀବନ୍ତ ମାଛ ଖାଇବାକୁ ଲୋକେ ଅଧିକ ପସନ୍ଦ କରନ୍ତି । ଏହି ତରକାରୀ ଏମିତି ଭାବରେ ପ୍ରସ୍ତୁତ କରାଯାଏ ଯେ ଏଥିରେ ମାଛ ମୁଣ୍ଡ ସେମିତି ୩୦ ମିନିଟି ପର୍ଯ୍ୟନ୍ତ ଜୀବନ୍ତ ରହିଥାଏ । ମାଛର ବାକି ଶରୀରକୁ ସସ୍ ସହ ବଡ ମଜାରେ ଖାଆନ୍ତି ଚୀନବାସୀ ।

ଏହାଛଡା ମଧ୍ୟ ଚୀନବାସୀ ଅନେକ ପ୍ରକାର ଜୀବଜନ୍ତୁଙ୍କୁ ଜୀବନ୍ତ ଖାଇବାକୁ ପସନ୍ଦ କରନ୍ତି । ତେବେ ସେମାନଙ୍କ ମଧ୍ୟରୁ ଅନେକ ବ୍ୟଞ୍ଜନ ଉପରେ ଚୀନର କେତେକ ସହରରେ ପ୍ରତିବନ୍ଧକ ଲାଗିଥିଲେ ମଧ୍ୟ ଏହା ସହଜରେ ଉପଲବ୍ଧ ହୋଇଥାଏ ।
ଚୀନବାସୀଙ୍କ ଏଭଳି ଅଜବ ଖାଦ୍ୟ ଅଭ୍ୟାସ ପାଇଁ ସେମାନେ ବିଭିନ୍ନ ଭାବରେ ଚର୍ଚ୍ଚିତ ହୋଇ ଆସିଛନ୍ତି । ବିଭିନ୍ନ ଭାବରେ ସେମାନେ ବଦନାମ ହେଉଥିଲେ ମଧ୍ୟ ନିଜର ଖାଦ୍ୟ ଅଭ୍ୟାସକୁ ବଦଳାଇବାକୁ ସେମାନେ କେବେ ଚେଷ୍ଟା କରିନାହାନ୍ତି । ତେବେ ଚୀନରେ କେବଳ ଆମିଷ ନୁହେଁ ବରଂ ନିରାମିଷ ଖାଦ୍ୟ ମଧ୍ୟ ମିଳେ । ସେଠାରେ ମଧ୍ୟ ଲୋକେ ଶାକାହାରୀ ଖାଦ୍ୟ ଖାଆନ୍ତି । ଚୀନରେ ରହୁଥିବା ଅନ୍ୟ ଦେଶର ଲୋକଙ୍କ ପାଇଁ ସ୍ୱତନ୍ତ୍ର ଖାଦ୍ୟ ବନ୍ଦୋବସ୍ତ ହୋଇଥାଏ । ଚାଇନିଜ୍ ଫାଷ୍ଟଫୁଡ ସାରା ବିଶ୍ୱରେ ପ୍ରସିଦ୍ଧି ଲାଭ କରିଛି ।

ବିଭିନ୍ନ ପ୍ରକାର ଜୀବଜନ୍ତୁଙ୍କୁ ଖାଇବା ଚୀନବାସୀଙ୍କ ଯେମିତି ଅଭ୍ୟାସ ଆଉ ସଉକ ହୋଇଯାଇଛି । ଚୀନର ବିଭିନ୍ନ ସହରରେ ଥିବା ମାଂସ ବଜାର ଏସବୁ କଥାର ମୁକସାକ୍ଷୀ । ସେଠାରେ ଲୋକମାନେ ଜୀବଜନ୍ତୁଙ୍କୁ ଜୀବନ୍ତ ଖାଇଯିବାର ମଧ୍ୟ ପରମ୍ପରା ରହିଛି । ତେବେ ଏହା ମଧ୍ୟ ସତ ଯେ ଚୀନରେ ଅନେକ ଲୋକ ଶାକାହାରୀ ଖାଇବାକୁ ପସନ୍ଦ କରନ୍ତି । ଏକ ରିପୋର୍ଟ ମୁତାବକ ଚୀନରେ ସବୁଠାରୁ ଲୋକପ୍ରିୟ ଖାଦ୍ୟ ହେଉଛି ଭାତ । ସେଠାରେ ବିଭିନ୍ନ ପ୍ରକାର ଭାତ ପ୍ରସ୍ତୁତ ହୁଏ ଏବଂ ନିରାମିଷ ଖାଉଥିବା ଲୋକଙ୍କୁ ତାହା ବେଶ୍ ପସନ୍ଦ ଆସେ । ଚୀନରେ ରହୁଥିବା ନିରାମିଷାଶୀଙ୍କ ପାଇଁ ମଧ୍ୟ ଅନେକ ରେଷ୍ଟୁରାଣ୍ଟ ଏବଂ ହୋଟେଲ ରହିଛି ।

ଚୀନରେ ଶାକାହାରୀଙ୍କ ପାଇଁ ମଧ୍ୟ ବିଭିନ୍ନ ଡିସ୍ ପ୍ରସ୍ତୁତ ହୋଇଥାଏ । ଚାଇନିଜ୍ ଫାଷ୍ଟ ଫୁଡ୍, ନୁଡୁଲ୍ସ, ଚାଉମିନ୍ ଭଳି ଖାଦ୍ୟକୁ ଲୋକେ ଅନେକ ପସନ୍ଦ କରନ୍ତି । ଏହାଛଡା ମୋମୋ ଏବଂ ମାଞ୍ଚୁରିଆନକୁ ମଧ୍ୟ ଲୋକେ ଆଗ୍ରହର ସହ ଖାଆନ୍ତି । ଚୀନରେ ବୌଦ୍ଧ ଧର୍ମାବଲମ୍ବୀ ରହୁଥିବାରୁ ସେଠାରେ ଥିବା କେତେକ ଧର୍ମପୀଠରେ ଶୁଦ୍ଧ ଶାକାହାରୀ ଖାଦ୍ୟ ମିଳିଯାଏ । ପୁଣି ଚୀନରେ ବିଭିନ୍ନ ପନିପରିବାରେ ପ୍ରସ୍ତୁତ ସୁସ୍ୱାଦୁ ତରକାରୀ ମଧ୍ୟ ମିଳେ ।

ତେବେ ମୂଳ ଚୀନବାସୀଙ୍କ ଖାଇବା ଅଭ୍ୟାସ ପ୍ରକୃତରେ ସାରା ବିଶ୍ୱବାସୀଙ୍କ ପାଇଁ ଚିନ୍ତାର କାରଣ ଅଟେ । ଖାଇବା ନାମରେ ସେମାନେ ଯେ କୈାଣସି ଜିନିଷ କିମ୍ବା ଯେ କୈାଣସି ଜୀବଜନ୍ତୁଙ୍କୁ ମାରି ଖାଇ ଯାଆନ୍ତି । ଯେଭଳି ଭାବରେ ପ୍ରକୃତିର ସନ୍ତୁଳନକୁ ବିଗାଡି ସେମାନେ ପ୍ରାୟ ସମସ୍ତ ଜୀବଜନ୍ତୁଙ୍କ ଖାଦ୍ୟ ଖାଆନ୍ତି ତାହା ପ୍ରକୃତରେ ଚିନ୍ତାର କାରଣ । ହୁଏତ ଏମିତି କିଛି କାରଣର ପ୍ରତିଫଳନ ହେଉଛି କରୋନା ଭଳି ଭୟାନକ ଭୂତାଣୁ ।

ଚୀନର ଖାଦ୍ୟକୁ ନେଇ ଏବେ ସାରା ବିଶ୍ୱରେ ଚର୍ଚ୍ଚା । ସେମାନଙ୍କ ଏଭଳି ଅଜବ ଅଭ୍ୟାସ ସାରା ବିଶ୍ୱବାସୀଙ୍କ ପାଇଁ ଚିନ୍ତାର କାରଣ ହେଉଛି । ଚୀନବାସୀଙ୍କ ଏଭଳି ଖାଦ୍ୟ ଅଭ୍ୟାସ ଅନେକ ପ୍ରକାର ରୋଗ ବଇରାଗ ଆଉ ଭାଇରସ୍ ସୃଷ୍ଟିର କାରଣ ହେଉଛି । ଅପରପକ୍ଷେ ଚାଇନିଜ୍ ଫାଷ୍ଟ ଫୁଡ୍ର ଚାହିଦା ସାରା ବିଶ୍ୱରେ ରହିଛି । ଚୀନରେ ଜୀବଜନ୍ତୁ ମାଂସ ବିକ୍ରି ଏବଂ ଖାଇବା ଉପରେ ପ୍ରତିବନ୍ଧକ ଲଗାଇବାକୁ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ସବୁବେଳେ ଦାବି କରି ଆସୁଥିଲେ ମଧ୍ୟ ତାର କୈାଣସି ଲାଭ ମିଳୁନି । ତେବେ ଆଗାମୀ ଦିନରେ ହୁଏତ ଚୀନର ଏମିତି ଖାଦ୍ୟ ଅଭ୍ୟାସରେ ସାମାନ୍ୟ ପରିବର୍ତ୍ତନ ହୋଇପାରେ ।
ଭାରତରେ କରେନା ଭାଇରସ ପଜିଟିଭଙ୍କ ସଂଖ୍ୟା ୯୦୦କୁ ବୃଦ୍ଧି, ୨୦ ଟପିଲା ମୃତ୍ୟୁ ସଂଖ୍ୟା
. କରୋନା ପୀଡିତଙ୍କ ସଂଖ୍ୟା ୯୦୦କୁ ବୃଦ୍ଧି
. ମୃତ୍ୟୁ ସଂଖ୍ୟା ୨୦
. ଶ୍ରମିକ ସ୍ଥାନାନ୍ତରଣ ଜାରି ରହିଛି

ନୂଆଦିଲ୍ଲୀ: ଦେଶରେ କରୋନା ଜୀବାଣୁ ସଂକ୍ରମଣ ସଂଖ୍ୟା ୯୦୦ ଅତିକ୍ରମ କରିଛି। ଏହି ଭୂତାଣୁ ଯୋଗୁଁ ବର୍ତ୍ତମାନ ସୁଦ୍ଧା ୨୦ ଜଣଙ୍କର ମୃତ୍ୟୁ ହୋଇଛି । ଭାରତରେ ରୋଗୀଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଇବାକୁ ଲାଗିଛି | ଅନ୍ୟପକ୍ଷରେ, ଆଜି ଲକଡାଇନର ଚତୁର୍ଥ ଦିନ, କିନ୍ତୁ ଦେଶର ଅନେକ ସ୍ଥାନରେ ଶ୍ରମିକଙ୍କ ସ୍ଥାନାନ୍ତରଣ ଚିନ୍ତାର କାରଣ ପାଲଟିଛି।

ଶ୍ରମିକମାନେ ନିଜ ପରିବାର ସହିତ ଚାଲି ଚାଲି ନିଜ ଘରକୁ ଫେରିବା ଦୃଶ୍ୟ ସାମ୍ନାକୁ ଆସିଛି । ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର କରାଯାଇଛି ଯେଉଁଥିରେ ଏହି ଲୋକଙ୍କୁ ଆଶ୍ରୟ ଗୃହରେ ସ୍ଥାନିତ କରି ସମସ୍ତ ସୁବିଧା ଯୋଗାଇଦେବାକୁ ସମସ୍ତ ପ୍ରଶାସନକୁ ନିର୍ଦ୍ଦେଶ ଦେବା ପାଇଁ କୋର୍ଟକୁ ନିବେଦନ କରାଯାଇଛି ।
ଆମେରିକାରେ ବିଶ୍ୱର ଅଧିକ କରୋନା ରୋଗୀ, ୨୪ ଘଣ୍ଟାରେ ୩୪୫ ଜଣ ମୃତ୍ୟୁ, ୧୮ ହଜାର ନୂଆ କରୋନା ପଜିଟିଭ
ନ୍ୟୁୟର୍କ, ଆମେରିକାର କଦାପି ଶୋଉ ନଥିବା ସହର, ଆଜି କରୋନାର କେନ୍ଦ୍ର ପାଲଟିଛି । କରୋନାରେ ଏଠାରେ ସର୍ବାଧିକ ସଂଖ୍ୟକ ମାମଲା ରହିଛି । ଗୋଟିଏ ଆକଳନ ଅନୁଯାୟୀ, ଆମେରିକାର କରୋନା ରୋଗୀଙ୍କ ଅଧାରୁ ଅଧିକ ନ୍ୟୁୟର୍କରେ ଅଛନ୍ତି । ନ୍ୟୁୟର୍କରେ ଏପର୍ଯ୍ୟନ୍ତ ୫୦୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି।
ଇଟାଲୀ ଏବଂ ସ୍ପେନରେ ହଇଚଇ ସୃଷ୍ଟି କରିବା ପରେ ଆମେରିକାରେ କରୋନା ଭାଇରସ୍ ବିନାଶକାରୀ ପାଲଟିଛି । ଯୁକ୍ତରାଷ୍ଟ୍ରରେ ଗତ ୨୪ ଘଣ୍ଟା ମଧ୍ୟରେ କରୋନା ଭାଇରସ୍ ଯୋଗୁଁ ୩୪୫ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୮୦୦୦ ଟି ନୂଆ ରୋଗ ହୋଇଥିବା ସୂଚନା ମିଳିଛି । ଏହି ପରିପ୍ରେକ୍ଷୀରେ, ଆମେରିକାରେ ପ୍ରତି ମିନିଟରେ ପ୍ରାୟ ୧୩ ଟି ନୂଆ କରୋନା ରୋଗୀ ବାହାରକୁ ଆସୁଛନ୍ତି ।
ଏହା ସହିତ, ଆମେରିକାରେ କରୋନା ସଂକ୍ରମିତ ରୋଗୀଙ୍କ ମୋଟ ସଂଖ୍ୟା ୧୦୦୦୦୦ ଅତିକ୍ରମ କରିଛି | ଏକାସାଙ୍ଗରେ ଆମେରିକା କରୋନା ମାମଲାରେ ଚୀନ୍, ଇଟାଲୀ ଏବଂ ସ୍ପେନ୍ ଛାଡିଛି।

ନ୍ୟୁଜ୍ ଏଜେନ୍ସି ଏଏଫ୍ପି ଜନ୍ ହପକିନ୍ସ ବିଶ୍ୱବିଦ୍ୟାଳୟର ଉଦ୍ଧେଶ୍ୟରେ କହିଛି ଯେ ଗତ ୨୪ ଘଣ୍ଟା ମଧ୍ୟରେ ଆମେରିକାରେ ୧୮,୦୦୦ ନୂତନ କରୋନା ଭାଇରସ୍କୁ ଚିହ୍ନଟ କରାଯାଇଚି । ୨୪ ଘଣ୍ଟା ମଧ୍ୟରେ ଏଠାରେ ୩୪୫ ଜଣଙ୍କର ମୃତ୍ୟୁ ଘଟିଛି । ଜନ୍ ହପକିନ୍ସ ୟୁନିଭରସିଟିର ଟ୍ରାକର୍ କହିଛନ୍ତି ଯେ ଆମେରିକାରେ ବର୍ତ୍ତମାନ ଦୁନିଆରେ ସବୁଠାରୁ ଜଣାଶୁଣା କରୋନା ଭାଇରସ୍ ରୋଗୀ ଅଛନ୍ତି । ଏହି ଟ୍ରାକର ଅନୁଯାୟୀ, ଆମେରିକାର ସର୍ବଶେଷ ତଥ୍ୟ ଅନୁଯାୟୀ, ୧,୦୪,୦୦୭ କରୋନା ରୋଗୀ ଅଛନ୍ତି । ଏପର୍ଯ୍ୟନ୍ତ ଏଠାରେ ୧୬୯୩ ଜଣଙ୍କର ମୃତ୍ୟୁ ହୋଇଛି।

ଏହି ପରିସଂଖ୍ୟାନ ସହିତ, ଆମେରିକା ବର୍ତ୍ତମାନ କରୋନା ଦ୍ୱାରା ପ୍ରଭାବିତ ବିଶ୍ୱର ସବୁଠାରୁ ବଡ ଦେଶ | ଆମେରିକାରେ ଇଟାଲୀରୁ ୧୫,୦୦୦ ରୁ ଅଧିକ ଏବଂ ଚାଇନାରୁ ୨୦,୦୦୦ ହଜାରରୁ ଅଧିକ ମାମଲା ରହିଛି । ଯଦିଓ ଆମେରିକାରେ ମୃତ୍ୟୁ ହାର ଇଟାଲୀ ତୁଳନାରେ କମ୍ ଅଟେ ।
ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶର ଏହି ସହରରେ ଇଟାଲୀ ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଡାକ୍ତରଖାନାରେ ଶଯ୍ୟା ଅଭାବ ରହିଛି । ରୋଗୀଙ୍କ ଚିକିତ୍ସା କରୁଥିବା ଡାକ୍ତରଙ୍କ ସହ ସୁରକ୍ଷା ଉପକରଣ ଏବଂ ଭେଣ୍ଟିଲେଟରର ଅଭାବ ସୃଷ୍ଟି ହୋଇଛି । ହାର୍ଭାର୍ଡର ସ୍ୱାସ୍ଥ୍ୟ ନୀତିର ପ୍ରଫେସର ଥୋମାସ୍ ସାଇ କହିଛନ୍ତି ଯେ ଏଠାରେ ମାମଲା ବଢୁଛି, ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଲୋକଙ୍କ ସଂଖ୍ୟା ବଢୁଛ । ଆଇସିୟୁରେ ଲୋକମାନେ ବଢୁଛନ୍ତି, ଭେଣ୍ଟିଲେଟରର ଆବଶ୍ୟକତା କ୍ରମାଗତ ଭାବରେ ବୃଦ୍ଧି ପାଉଛି ।
ଲକ୍ଡାଉନ୍ ପାଇଁ ବାଙ୍ଗାଲୁରୁରେ ଫସି ରହିଛନ୍ତି ୪୧ ଓଡ଼ିଆ ଶ୍ରମିକ
ବାଙ୍ଗାଲୁରୁରେ ଫସି ରହିଛନ୍ତି ୪୧ ଓଡ଼ିଆ ଶ୍ରମିକ । ଲକ୍ଡାଉନ୍ ଘୋଷଣା ପରେ ଶ୍ରମିକ ଫେରିପାରି ନାହାନ୍ତି ଘରକୁ । ସୂଚନା ଅନୁସାରେ ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ୍ ସୁରପ୍ରତାପପୁର ଗାଁର ୪୧ ଜଣ ଶ୍ରମିକ ଦାଦନ ଖଟିବାକୁ ଯାଇଥିଲେ ବାଙ୍ଗାଲୁରୁ ।
ବ୍ୟାଙ୍କ ଉପରେ ନିର୍ଭର କରେ ଆପଣ ତିନି ମାସ ପାଇଁ EMI ଦେବେ କି ନାହିଁ ,କାହିଁକି ଜାଣନ୍ତୁ
ବୋମସାନ୍ଦ୍ରର ଏକ କାରଖାନାରେ କାମ କରୁଥିଲେ ଶ୍ରମିକ । ବକେୟା ଦରମା ଶ୍ରମିକଙ୍କୁ ମିଳି ନଥିବା ବେଳେ ଏବେ ଘରକୁ ବି ଫେରି ପାରୁ ନାହାନ୍ତି । ଲକ୍ଡାଉନ୍ ଯୋଗୁ ଠିକ୍ ଭାବରେ ଖାଇବାକୁ ମିଳୁ ନ ଥିବା କହିଛନ୍ତି ଶ୍ରମିକ । ସମସ୍ତଙ୍କୁ ଫେରାଇ ଆଣିବା ପାଇଁ ସରକାରଙ୍କୁ ନିବେଦନ କରିଛନ୍ତି ଶ୍ରମିକ ।
ମହାରାଷ୍ଟ୍ର, କେରଳରେ ୧୩୦ ଟପିଲା ଆକ୍ରାନ୍ତ ସଂଖ୍ୟା, ମୁକାବିଲା ପାଇଁ ଏବେ କେବଳ ସାମାଜିକ ଦୁରତା
ଭାରତରେ ଥାର୍ଡ ଷ୍ଟେଜରେ COVID-19 । ମହାରାଷ୍ଟ୍ର, କେରଳରେ ୧୩୦ ଟପିଲା ଆକ୍ରାନ୍ତ ସଂଖ୍ୟା । ମୁକାବିଲା ପାଇଁ ସାମାଜିକ ଦୁରତା ବ୍ୟତିତ କାହା ପାଖରେ କିଛି ଉପାୟ ନାହିଁ । ଗତ ୨୪ ଘଣ୍ଟା ମଧ୍ୟରେ କେରଳରେ ଆକ୍ରାନ୍ତଙ୍କ ସଂଖ୍ୟା ମହାରାଷ୍ଟ୍ରଠୁ ଟପିଛି । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ମୁକାବିଲା ପାଇଁ ଲଢେଇ ଜାରି ରଖିଛନ୍ତି । ଗୁଜୁରାଟ ତେଲେଙ୍ଗାନା, କର୍ଣ୍ଣାଟକରେ ୪୫ ଟପିଲାଣି ଆକ୍ରାନ୍ତଙ୍କ ସଂଖ୍ୟା ।
ଜଣେ କରୋନା ଆକ୍ରାନ୍ତ ୫୯ହଜାର ଲୋକଙ୍କୁ ସଂକ୍ରମିତ କରିପାରିବେ, ଜାଣନ୍ତୁ କେମିତି…
ସବୁଠୁ ଚିନ୍ତାର ବିଷୟ ପାଲଟିଛି ଯେ, ଭାରତରେ ଥାର୍ଡ ଷ୍ଟେଜରେ ପହଁଚିଛି COVID-19 । ଗୋଆ, ମୁମ୍ବାଇ, ଗୁଜୁରାଟ, ପଞ୍ଜାବରେ କିଛି ବ୍ୟକ୍ତି କୈାଣସି ପ୍ରକାର ବିଦେଶ ଗସ୍ତରେ ଯାଇନଥିଲେ ବି ତାଙ୍କର ରିପୋର୍ଟ ପଜିଟିଭ ଆସିଛି । ଆନ୍ତର୍ଜାତୀୟ ସ୍ତରରେ ଆମେରିକାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ସବୁଠୁ ଆଗରେ । ୧ ଲକ୍ଷ ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା । ଗୋଟିଏ ଦିନରେ ୭ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଚାଇନାରେ ୮୨ ହଜାର ଥିବା ବେଳେ ଇଟାଲୀରେ ୮୧ ଟପିଲାଣି ସଂଖ୍ୟା । ଗୋଟିଏ ଦିନରେ ଏଠାରେ ହଜାରେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ତା ପଛକୁ ସ୍ପେନ, ଇରାନ, ଜର୍ମାନୀରେ ଆକ୍ରାନ୍ତଙ୍କ ସଂଖ୍ୟା ୫୦ ହଜାର ଟପିଛି । ସେପଟେ ଚୀନରେ ସ୍ଥିତି ସୁଧୁରୁଥିଲେ ମଧ୍ୟ ୫୫ଟି ନୂଆ କେସ ପଜିଟିଭ ଆସିଛି ।
ଦାମ୍ପତ୍ୟ ଜୀବନରେ ସୁଖଶାନ୍ତି ରହିବ…ନିଜ ଉପରେ ବିଶ୍ୱାସ ରଖି କାର୍ଯ୍ୟ କରନ୍ତୁ
ମେଷ ରାଶି-
ଅଶ୍ୱିନୀ ମେଷ-ଶରୀର ସୁସ୍ଥ ରହିବ, ପାରିବାରିକ ଶାନ୍ତି ରହିବ
ଦ୍ୱିଜା ନକ୍ଷତ୍ର- ଦୁର୍ଘଟଣାର ଭୟ ରହିଛି,ଜଗି ରଖି ଚଳନ୍ତୁ
କୃତ୍ତିକା ନକ୍ଷତ୍ର- ଆନନ୍ଦରେ ଦିନଟି କଟିବ
ଓଁ ମଙ୍ଗଳାୟ ନମଃ ମନ୍ତ୍ର ପାଠ କରି କାର୍ଯ୍ୟ ଆରମ୍ଭ କରନ୍ତୁ
ବୃଷ ରାଶି-
କୃତ୍ତିକା ନକ୍ଷତ୍ର-ଅଧା ରହିଥିବା କାର୍ଯ୍ୟ ପୂର୍ଣ୍ଣ ହେବ
ରୋହିଣୀ ନକ୍ଷତ୍ର- ସମୟ ଭଲ ରହିବ ନାହିଁ , ଜଗି ରଖି ଚଳନ୍ତୁ
ମୃଗଶିରା -କମ୍ ପରିଶ୍ରମରେ ସଫଳତା ପାଇବେ
ଓଁ ଶୁକ୍ରାୟ ନମଃ ମନ୍ତ୍ରକୁ ୩ ଥର ପାଠ କରନ୍ତୁ
ମିଥୁନ ରାଶି-
ମୃଗଶିରା ନକ୍ଷତ୍ର- ଚେଷ୍ଟା କରୁଥିବା ଦିଗରୁ ଅର୍ଥ ଆସିବ
ଆଦ୍ରା ନକ୍ଷତ୍ର- ଶାରିରୀକ କଷ୍ଟ ରହିବ
ପୁନର୍ବସୁ ନକ୍ଷତ୍ର-ଉତ୍ସାହର ସହ କାର୍ଯ୍ୟ କରିବେ ,ସଫଳତା ପାଇବେ
ଓଁ ନମଃ ଶିବାୟ ମନ୍ତ୍ର ପାଠ କରି କାର୍ଯ୍ୟ ଆରମ୍ଭ କରନ୍ତୁ
କର୍କଟ ରାଶି-
ପୁନର୍ବସୁ ନକ୍ଷତ୍ର-ବିବାଦୀୟ କାର୍ଯ୍ୟରେ ବିଜୟୀ ହେବେ
ପୁଷ୍ୟ। ନକ୍ଷତ୍ର- ଦାମ୍ପତ୍ୟ ଜୀବନରେ ସୁଖଶାନ୍ତି ରହିବ
ଅଶ୍ଳେଷା- କିଛି ଦ୍ରବ୍ୟ ହାନୀ ହୋଇପାରେ, ସତର୍କ ରୁହନ୍ତୁ
ଓଁ ସୋମାୟ ନମଃ ମନ୍ତ୍ରକୁ ୫ ଥର ପାଠ କରନ୍ତୁ
ସିଂହ ରାଶି-
ମୃଘା ନକ୍ଷତ୍ର- ବିଳମ୍ବରେ କାର୍ଯ୍ୟ ସଫଳ ହେବ
ପୂର୍ବାଫାଲଗୁନି-ଘରେ କାହାର ସ୍ୱାସ୍ଥ୍ୟ ଖରାପ ହୋଇପାରେ
ଉତ୍ତରାଫାଲଗୁନି-ପ୍ରତି କାର୍ଯ୍ୟରେ ସଫଳତା ପାଇବେ
ଓଁ ସୂର୍ଯ୍ୟାୟ ନମଃ ମନ୍ତ୍ରକୁ ୧୧ ଥର ପାଠ କରନ୍ତୁ
କନ୍ୟା ରାଶି-
ଉତ୍ତରାଫାଲଗୁନି ନକ୍ଷତ୍ର-ପଡୋଶୀଙ୍କ ସହଯୋଗ ପାଇବେ
ହସ୍ତା ନକ୍ଷତ୍ର-ଶରୀରରେ ଆଘାତ ଲାଗିପାରେ
ଚିତ୍ରା ନକ୍ଷତ୍ର-କମ୍ ପରିଶ୍ରମରେ ଅଧିକ ଲାଭ ମିଳିବ
ଓଁ ଗଂ ଗଣପତୟେ ନମଃ ମନ୍ତ୍ର ପାଠ କରନ୍ତୁ
ତୁଳା ରାଶି-
ଚିତ୍ରା ନକ୍ଷତ୍ର-ପରିବାରର ପୂର୍ଣ୍ଣ ସହଯୋଗପାଇବେ
ସ୍ୱାତୀ ନକ୍ଷତ୍ର-ନିଜ ଉପରେ ବିଶ୍ୱାସ ରଖି କାର୍ଯ୍ୟ କରନ୍ତୁ
ବିଶାଖା ନକ୍ଷତ୍ର-ସମସ୍ତ କ୍ଷେତ୍ରରେ ଆଶାତୀତ ସଫଳତା ପାଇବେ
ଓଁ ଦୁଂ ଦୁର୍ଗାୟ ନମଃ ମନ୍ତ୍ରକୁ ୧୧ ଥର ପାଠ କରନ୍ତୁ
ବିଛା ରାଶି-
ବିଶାଖା ନକ୍ଷତ୍ର-ଶରୀର ପ୍ରତି ଧ୍ୟାନ ଦେଇ କାର୍ଯ୍ୟ କରନ୍ତୁ
ଅନୁରାଧା ନକ୍ଷତ୍ର- ଦିନଟି ଭଲରେ କଟିବ, ସଫଳତା ପାଇବେ
ଜ୍ୟୋଷ୍ଠା ନକ୍ଷତ୍ର-କୈାଣସି ଜିନିଷ ଚୋରୀ ହୋଇପାରେ, ସତର୍କ ଥିବେ
ଓଁ ହଂ ହନୁମତେ ନମଃ ମନ୍ତ୍ର ପାଠ କରି କାର୍ଯ୍ୟ କରନ୍ତୁ
ଧନୁ ରାଶି-
ମୂଳା ନକ୍ଷତ୍ର-ଚାକିରୀ କ୍ଷେତ୍ରରେ ଶୁଭଫଳ ପାଇବେ
ପୂର୍ବାଷାଢା-ମାନସିକ ଅଶାନ୍ତି ବଢିବ, ଅର୍ଥ ଅଭାବ ରହିବ
ଉତ୍ତରାଷାଢା-ଆକସ୍ମିକ ଧନ ଲାଭର ଯୋଗ ରହିଛି
ଓଁ ଭାସ୍କରାୟ ନମଃ ମନ୍ତ୍ରକୁ ୩ ଥର ପାଠ କରନ୍ତୁ
ମକର ରାଶି-
ଉତ୍ତରାଷାଢା-ବିଭିନ୍ନ ଦିଗରୁ ଲାଭବାନ୍ ହେବେ
ଶ୍ରବଣା- ମାନସିକ ଅଶାନ୍ତି ବଢିବ
ଧନିଷ୍ଠା ନକ୍ଷତ୍ର-ପାରିବାରିକ ଜୀବନ ସୁଖମୟ ହେବ
ଓଁ ଭୂ ଭୂବ ସ୍ୱଃ ମନ୍ତ୍ର ପାଠ କରି କାର୍ଯ୍ୟ ଆରମ୍ଭ କରନ୍ତୁ
କୁମ୍ଭ ରାଶି-
ଧନିଷ୍ଠା-ଆକସ୍ମିକ ଧନ ଲାଭର ଯୋଗ
ଶତଭିଷା ନକ୍ଷତ୍ର-ମାନସିକ ଅଶାନ୍ତି ଭିତରେ ସମୟ କାଟିବେ
ପୂର୍ବଭାଦ୍ର-ଶରୀର ଓ ମନ ସୁସ୍ଥ ରହିବ
ହନୁମାନଙ୍କୁ ଧ୍ୟାନ କରି ବେସନ ଭୋଗ ଲଗାନ୍ତୁ
ମୀନ ରାଶି-
ପୂର୍ବଭାଦ୍ର-ପରିବାର ଲୋକଙ୍କର ପୂର୍ଣ୍ଣ ସହଯୋଗ ପାଇବେ
ଉତ୍ତରଭାଦ୍ର-ବ୍ୟବସାୟ ଓ କର୍ମକ୍ଷେତ୍ରରେ ଲାଭବାନ୍ ହେବେ
ରେବତୀ ନକ୍ଷତ୍ର-ଖର୍ଚ୍ଚ ଅଧିକ ବଢିବ, ମାନସିକ ଅଶାନ୍ତି ରହିବ
ଓଁ ନମୋ ଭଗବତେ ବାସୁଦେବାୟ ମନ୍ତ୍ର ପାଠ କରନ୍ତୁ
ଜ୍ୟୋତିର୍ବିଦ ଶ୍ୟାମ ସୁନ୍ଦର ବାଗ୍
ପେସେଣ୍ଟ ନମ୍ବର-31 ହୁଅନ୍ତୁନି, କରୋନା ସଂକ୍ରମଣର ଆଶଙ୍କା ଥିବା ଲୋକେ
ଭୁବନେଶ୍ୱର: ଓଡ଼ିଶାରେ ତୃତୀୟ କରୋନା ସଂକ୍ରମିତ । ସାଧାରଣରେ ଅଶଙ୍କା, ପ୍ରଶାସନ ସମ୍ବେଦନଶୀଳ । ଜଣେ କରୋନା ସଂକ୍ରମିତ ସାଧାରଣ ଭାବେ ୨.୨୪ରୁ ୩.୫୮ ଜଣ ବା ୨ରୁ ୪ ଜଣଙ୍କୁ ସଂକ୍ରମିତ କରିଥାଏ । କିନ୍ତୁ ବିଶ୍ୱରେ ଦ୍ରୁତ ସଂକ୍ରମଣର ମଧ୍ୟ ଉଦାହାରଣ ରହିଛି । ଦକ୍ଷିଣ କୋରିଆର ଜଣେ କରୋନା ସଂକ୍ରମିତ ମହିଳା ୧୧୬୦ଜଣଙ୍କୁ ସଂକ୍ରମିତ କରିଥିଲେ । ସେହି ମହିଳା ଜଣକ ପରବର୍ତ୍ତୀ ସମୟରେ ପେସେଣ୍ଟ ନମ୍ବର-31 ନାମରେ ପରିଚୟ ପାଇଥିଲେ । ତେଣୁ ଓଡ଼ିଶାବାସୀ ସେଭଳି ପେସେଣ୍ଟ-31 ହୁଅନ୍ତୁନି ।
କରୋନା ମୁକାବିଲା କମିଟି ମୁଖ୍ୟ ମୁଖପାତ୍ର ସୁବ୍ରତ୍ ବାଗଚୀ କହିଛନ୍ତି, କରୋନା ମୁକାବିଲା ଏକ ଯୁଦ୍ଧ । ଯୁଦ୍ଧରେ ସୀମା ଜଗିଥିବା ସିପାହୀ ଯେପରି ନିର୍ଦ୍ଦେଶ ନପାଇଲା ପର୍ଯ୍ୟନ୍ତ କର୍ତ୍ତବ୍ୟରୁ ହଟିନଥାନ୍ତି, ସେହିଭଳି ନିର୍ଦ୍ଦେଶ ନପାଇଲା ପର୍ଯ୍ୟନ୍ତ ଘରର ସୀମା ଲଂଘନ କରନ୍ତୁ ନାହିଁ । ରାଜ୍ୟ ସରକାରଙ୍କ କରୋନା ମୁଖପାତ୍ର ଆଜି ଏଭଳି ଭାବାବେଗପୂର୍ଣ୍ଣ ଅପିଲ କରିଛନ୍ତି ।

ଗତ ୨୪ ଘଣ୍ଟା ମଧ୍ୟରେ ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୨୧ ହଜାର ୨୫୩ରୁ ୨୪ ହଜାର ୧୨୬କୁ ବୃଦ୍ଧି ପାଇଛି । ଭାରତରେ ମଧ୍ୟ ସେହିଭଳି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି । ଅସୁସ୍ଥତା ଅନୁଭବ କରୁଥିବା ବ୍ୟକ୍ତି ତୁରନ୍ତ ୧୦୪କୁ ଫୋନ୍ କରନ୍ତୁ । ମୁଖ୍ୟମନ୍ତ୍ରୀ ଦୈନିକ ୧୨ ଥର କରୋନା ମୁକାବିଲା ନେଇ ସମୀକ୍ଷା କରୁଛନ୍ତି । ତାଙ୍କୁ ସହଯୋଗ କରିବାକୁ ରହିଛି ଏକ ଆପେକ୍ସ କମିଟି । ଏଥିସହିତ ରାଜ୍ୟ କ୍ୟାବିନେଟ, ମନ୍ତ୍ରୀସ୍ତରୀୟ ସବ୍ କମିଟି, ୧୯ ଜଣ ସଚିବଙ୍କୁ ନେଇ ରହିଥିବା ସଚିବ ସ୍ତରୀୟ କମିଟି ରହିଛି । ଏଥିସହିତ ସ୍ୱାସ୍ଥ୍ୟ ଓ ଭିତ୍ତିଭୂମି କମିଟି, ରେଗୁଲେସନ କମିଟି, ସଲାମ୍ କମିଟି, ଗୃହ କମିଟି ଏବଂ ସ୍ୱତନ୍ତ୍ର ରିଲିଫ କମିଶନର ମଧ୍ୟ ଭିନ୍ନ ଭିନ୍ନ ଦାୟିତ୍ୱରେ ଅଛନ୍ତି ।
ବ୍ୟାଙ୍କ ଉପରେ ନିର୍ଭର କରେ ଆପଣ ତିନି ମାସ ପାଇଁ EMI ଦେବେ କି ନାହିଁ ,କାହିଁକି ଜାଣନ୍ତୁ
ପ୍ରଥମ ୨ ଜଣ କରୋନା ପଜିଟିଭଙ୍କ ସଂସ୍ପର୍ଶରେ ୫୫ ଜଣ ବ୍ୟକ୍ତି ଆସିଥିବା ବେଳେ ତୃତୀୟ ପଜିଟିଭଙ୍କ ସଂସ୍ପର୍ଶରେ କେତେ ଜଣ ଆସିଛନ୍ତି ତାର ହିସାବ ନାହିଁ । ରାଜ୍ୟ ବାହାରୁ ଆସୁଥିବା ବ୍ୟକ୍ତିଙ୍କ ଟ୍ରାକିଂ ପାଇଁ ରାଜ୍ୟ ସ୍ତରରେ ୧୦ଟି ଏବଂ ଜିଲ୍ଲା ସ୍ତରରେ ୧୦୦ଟି ମନଟରିଂ ଟିମ୍ କାର୍ଯ୍ୟ କରୁଛି । ଏବେ ସୁଦ୍ଧା ୩୭ ଜଣ ସନ୍ଦିଗ୍ଧ ଆଇସୋଲେସନରେ ଅଛନ୍ତି ।

