ଆତ୍ମହତ୍ୟା କରିଥିଲେ ସୁଶାନ୍ତ ସିଂ ରାଜପୁତ… ପୋଷ୍ଟମର୍ଟମ୍ ରିପୋର୍ଟରୁ ହେଲା ସ୍ପଷ୍ଟ… ଆଜି ମୁମ୍ବାଇରେ ହେବ ଅନ୍ତିମ ସଂସ୍କାର…ଫିଲ୍ମ ଇଣ୍ଡଷ୍ଟ୍ରିର ଅନୁରୋଧ କ୍ରମେ ପରିବାର ଲୋକଙ୍କ ନିଷ୍ପତ୍ତି
‘ଭାରତରେ ଚରମରେ ପହଞ୍ଚିବ କରୋନା, ଅଭାବ ହେବ ଆଇସିୟୁ’
ନୂଆଦିଲ୍ଲୀ: ଦେଶରେ କରୋନା ମହାମାରୀ ନଭେମ୍ବର ୧୫ ତାରିଖ ବେଳକୁ ଚମର ସୀମାରେ ପହଞ୍ଚିପାରେ । ଏମିତିକି ଆଇସିୟୁ ବେଡ୍ ଓ ଭେଣ୍ଟିଲେଟର କମ୍ ପଡ଼ିବ । ଏକ ଅଧ୍ୟୟନରୁ ଏହା ଦାବି କରୋଯାଇଛି । ଅଧ୍ୟୟନ ମୁତାବକ ଲକଡାଉନ୍ ଯୋଗୁଁ କରୋନା ୮ ସପ୍ତାହ ବିଳମ୍ବରେ ଉଗ୍ର ରୂପ ଧାରଣ କରିବ । ICMR ଅପରେସନ୍ ରିସର୍ଚ୍ଚ ଗ୍ରୁପର ଅଧ୍ୟୟନରେ ଏନେଇ କୁହାଯାଇଛି ।
ଲକଡାଉନ୍ ଯୋଗୁଁ ସଂକ୍ରମଣ ୬୯ରୁ ୯୭ ପ୍ରତିଶତ ଯାଏଁ କମିଛି । ଯାହାଦ୍ୱାରା ସ୍ୱାସ୍ଥ୍ୟସେବା ପ୍ରଣାଳୀରେ ସଂଶୋଧନ ଅଣାଯାଇ ପାରିଛି । ନଭେମ୍ବର ପ୍ରଥମ ସପ୍ତାହରେ କରୋନା ଚରମ ସୀମାରେ ପହଞ୍ଚିପାରେ । ଏହାପରେ ୪ ମାସ ଯାଏଁ ଆଇସୋଲେସନ୍ ବେଡ୍, ୬ ମାସ ଯାଏଁ ଆଇସିୟୁ, ୯ ମାସ ଯାଏଁ ଭେଣ୍ଟିଲେଟର ଅଭାବ ଦେଖା ଦେଇପାରେ ।
ଭାରତରେ କୋଭିଡ୍-୧୯ ମଡେଲ ବିଶ୍ଲେଷଣ ଅନୁସାରେ ଲକଡାଉନ୍ ଅବଧିରେ ଯାଞ୍ଚ, ଉପଚାର ଓ ଆକ୍ରାନ୍ତଙ୍କୁ ଅଲଗା ରଖିବା ପାଇଁ ଅତିରିକ୍ତ ସୁବିଧା ପ୍ରସ୍ତୁତି ସହିତ ସଂକ୍ରମଣ ମାମଲା ୭୦ ପ୍ରତିଶତ ପର୍ଯ୍ୟନ୍ତ କମ୍ ହେବ । ବଢ଼ୁଥିବା ସଂକ୍ରମଣ ପ୍ରାୟ ୨୭ ପ୍ରତିଶତ ହ୍ରାସ ପାଇବ । ୬୦ ପ୍ରତିଶତ କରୋନା ମୃତ୍ୟୁ ମଧ୍ୟ ରୋକାଯାଇ ପାରିଛି ।
ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅନୁସାରେ ରବିବାରକୁ ସଂକ୍ରମଣ ମାମଲା ୩ ଲକ୍ଷ ୨୦ ହଜାରକୁ ବୃଦ୍ଧି ପାଇଛି । ଏବେ ଯାଏଁ ୯ ହଜାର ୧୯୫ ଜଣଙ୍କ ମୃତ୍ୟୁ ହୋଇଛି । ଲଗାତାର ତୃତୀୟ ଦେନ ପାଇଁ ଦେଶରେ ୧୦ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିସହ ଭାରତ ବିଶ୍ୱରେ ସଂକ୍ରମିତ ଦେଶ ତାଲିକାର ୪ ନମ୍ବରରେ ରହିଛି ।
ଦେଶରେ ସାଂଘାତିକ ହେଉଛି କରୋନା ସ୍ଥିତି… ଆଜି କେଜ୍ରିୱାଲଙ୍କ ସହ ଆଲୋଚନା କରିବେ ଅମିତ ଶାହା
ଏହି ରାଶିର ଲୋକଙ୍କର ଆଜି ଆର୍ଥିକ ସମସ୍ୟା ହୋଇପାରେ… ଜାଣନ୍ତୁ
ଜୁନ ୧୫, ୨୦୨୦ ମସିହା, ମିଥୁନ ୧ ଦିନ,
୧୯୪୨ ଶକାବ୍ଦ, ୧୪୨୭ ସାଲ୍, ୨୦୭୭ ସମ୍ବତ୍
ଆଷାଢ ମାସ କୃଷ୍ଣପକ୍ଷ ଦଶମୀ, ମିଥୁନ ସଂକ୍ରାନ୍ତି
ରେବତୀ ନକ୍ଷତ୍ର, ମୀନ ରାଶିରେ ଚନ୍ଦ୍ର ରହୁଛନ୍ତି
ଘାତବାର- ମିଥୁନ ରାଶିର
ଘାତଚନ୍ଦ୍ର- ଧନୁରାଶି ପୁରୁଷ ଓ ତୁଳା ରାଶି ମହିଳାଙ୍କର
ଯୋଗିନୀ ଉତ୍ତରେ ରହିବେ
ଶୁଭ ସମୟ- ଦିନ ୮ ଟା ୪୧ ରୁ ଦିନ ୧୧ ଟା ୨୧ ମଧ୍ୟରେ
ଅଶୁଭ ସମୟ- ସକାଳ ୬ ଟା ୪୮ ରୁ ଦିନ ୮ ଟା ୨୮ମଧ୍ୟରେ
ଆଜି କଳମୀ ଶାଗ ଖାଇବା ମନା
ମେଷ ରାଶି
ଅଶ୍ୱିନୀ – କିଛି ହଜିଯିବାର ସମ୍ଭାବନା ରହିଛି,ସତର୍କ ରୁହନ୍ତୁ
ଦ୍ୱିଜା- ନିଜ ସନ୍ତାନଙ୍କର ବ୍ୟବହାର କଷ୍ଟ ଦେଇପାରେ
କୃତ୍ତିକା- କୈାଣସି ସନ୍ଦେହଜନକ ଚିନ୍ତାରେ ରହିବେ, ନିଦ ହେବନାହିଁ
ଅସ୍ତଗାମୀ ସୂର୍ଯ୍ୟଙ୍କୁ ପ୍ରଣାମ କରନ୍ତୁ
ବୃଷ ରାଶି
କୃତ୍ତିକା – ଲୋକସଂପର୍କ ବଢିବ, ଖୁସିରେ ରହିବେ
ରୋହିଣୀ- ନିଜ ବନ୍ଧୁମାନଙ୍କର ସହଯୋଗ,ସାହାଯ୍ୟ ରହିବ
ମୃଗଶିରା- କିଛି ନୂଆ ପରିବର୍ତ୍ତନ ଆସିପାରେ
ପକ୍ଷୀକୁ ଚଣା ଖାଇବାକୁ ଦିଅନ୍ତୁ
ମିଥୁନ ରାଶି
ମୃଗଶିରା- ଶରୀର ଅସୁସ୍ଥ ରହିପାରେ, ସତର୍କ ରହିବେ
ଆର୍ଦ୍ରା- ଛୋଟଛୋଟ ସମସ୍ୟାକୁ ସମାଧାନ କରିବାରେ ସମୟ କଟିବ
ପୁନର୍ବସୁ- ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ
ର ଅକ୍ଷରକୁ ଲାଲ କଲମରେ ଲେଖି ନିଜ ପାଖରେ ରଖନ୍ତୁ
କର୍କଟ ରାଶି
ପୁନର୍ବସୁ – ଗୁରୁଙ୍କ ସାହାଯ୍ୟରେ ନିଜ ଲକ୍ଷ ସ୍ଥଳରେ ପହଞ୍ଚିଯିବେ
ପୁଷ୍ୟ।- ଭବିଷ୍ୟତ ଯୋଜନା ପାଇଁ କିଛି ନିଷ୍ପତ୍ତି ନେଇପାରନ୍ତି
ଅଶ୍ଳେଷା- ପୂଜାପାଠରେ ସମୟ କାଟିବେ
ଲାଲ କଲମରେ ସ୍ୱସ୍ତିକ୍ ଚିହ୍ନ କରି ପାଖରେ ରଖନ୍ତୁ
ସିଂହ ରାଶି
ମଘା- ଆର୍ଥିକ ସମସ୍ୟା ଘରେ ଦେଖାଯାଇପାରେ
ପୂର୍ବା ଫାଲଗୁନି- ଗୁରୁଜନଙ୍କୁ ନେଇ ବହୁତ ସମସ୍ୟା ଦେଖାଦେଇପାରେ
ଉତ୍ତରାଫାଲଗୁନି- ଅଚାନକ ଛୋଟ ଦୁର୍ଘଟଣା ହୋଇପାରେ
ମିଠା ଜଳ ସୂର୍ଯ୍ୟଙ୍କୁ ଅର୍ପଣ କରନ୍ତୁ
କନ୍ୟା ରାଶି
ଉତ୍ତରଫାଲଗୁନି- ନୂଆ ବନ୍ଧୁଙ୍କ ସହଯୋଗରେ କିଛି ନୂଆ ପରିବର୍ତ୍ତନ ହୋଇପାରେ
ହସ୍ତା- ବିବାହ ସଂପର୍କିତ କିଛି ଶୁଭ ଖବର ପାଇବେ
ଚିତ୍ରା- ପାରିବାରିକ ଜୀବନ ବହୁତ ଶୁଭ ରହିବ
ସ୍ନ।ନ ସମୟରେ ଦହି କିଛି ବ୍ୟବହାର କରନ୍ତୁ
ତୁଳା ରାଶି
ଚିତ୍ରା – ଛୋଟଛୋଟ କାର୍ଯ୍ୟରେ ବହୁତ ବ୍ୟସ୍ତ ରହିବେ
ସ୍ୱାତୀ- କିଛି ଗୁପ୍ତ ଶତ୍ରୁକୁ ଜାଣିପାରିବେ
ବିଶାଖା- କୈାଣସି ଗୁପ୍ତ କଥା ସାମ୍ନାକୁ ଆସିପାରେ
ବଟବୃକ୍ଷ ମୂଳରେ କିଛି ଗୁଡ ଅର୍ପଣ କରନ୍ତୁ
ବିଛା ରାଶି
ବିଶାଖା- ଅନ୍ୟମାନଙ୍କ ଠାରୁ କିଛି ଶିଖିବାର ପ୍ରୟାସ କରନ୍ତୁ
ଅନୁରାଧା- ପ୍ରତିଟି କାର୍ଯ୍ୟକୁ ଧ୍ୟାନ ସହକାରେ କରିଚାଲନ୍ତୁ
ଜ୍ୟୋଷ୍ଠା- ନୂତନ ବନ୍ଧୁଙ୍କ ଠାରୁ ଆବଶ୍ୟକୀୟ ସାହାଯ୍ୟ ପାଇବେ
ଶ୍ରୀଗଣେଷ ପ୍ରଭୁଙ୍କୁ କିଛି ଦୁବ ଅର୍ପଣ କରନ୍ତୁ
ଧନୁ ରାଶି
ମୂଳା – ମା’ଙ୍କର ସ୍ୱାସ୍ଥ୍ୟକୁ ନେଇ ଚିନ୍ତାରେ ରହିବେ
ପୂର୍ବାଷାଢା- ଘର ଭିତରେ ଝଗଡା ହୋଇପାରେ, ଧୈର୍ଯ୍ୟ ରଖିବେ
ଉତ୍ତରାଷାଢା- ନିଜ ଗାଡି ଚୋରି ହେବାର ସମ୍ଭାବନା ରହିଛି
କୈାଣସି ଦେବ ମନ୍ଦିରରେ କିଛି ଅତର ଅର୍ପଣ କରନ୍ତୁ
ମକର ରାଶି
ଉତ୍ତରାଷାଢା – କୈାଣସି ସୂତ୍ରରୁ ଶୁଭ ଖବର ପାଇବେ
ଶ୍ରବଣା- କିଛି ନ ଜାଣି କୈାଣସିଥିରେ ଦସ୍ତଖତ କରନ୍ତୁ ନାହିଁ
ଧନିଷ୍ଠା- ସାହାସର ସହ କିଛି କାର୍ଯ୍ୟ କରି ପ୍ରଶଂସିତ ହେବେ
ଗୋଟିଏ ଗୁଆ ପାଖରେ ରଖି ଯାତ୍ରା କରନ୍ତୁ
କୁମ୍ଭ ରାଶି
ଧନିଷ୍ଠା- ନିଜର ବିଚାର ଅନ୍ୟକୁ କୁହନ୍ତୁ ନାହିଁ, ସମସ୍ୟା ହୋଇପାରେ
ଶତଭିଷା- ପାରିବାରିକ ସମସ୍ୟା ଦେଖାଦେବ
ପୂର୍ବଭାଦ୍ରପଦ- ମିଠା କଥା କହି ଅନ୍ୟକୁ ଆକର୍ଷିତ କରିବେ
ଗାୟତ୍ରୀ ପାଠ ୩ ଥର ଜପ କରନ୍ତୁ
ମୀନ ରାଶି
ପୂର୍ବଭାଦ୍ରପଦ- ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଅତି ସୁନ୍ଦର ଭାବରେ କରନ୍ତୁ
ଉତ୍ତରଭାଦ୍ରପଦ- ବାହାରକୁ ଯିବା ପାଇଁ ସୁଯୋଗ ଆସିପାରେ
ରେବତୀ- ସ୍ଥାନ ପରିବର୍ତ୍ତନର ସୂଚନା
କିଛି ମିଠା ଦହି କୈାଣସି ନାରୀକୁ ଦାନ କରନ୍ତୁ
ଜ୍ୟୋତିର୍ବିଦ୍ ପ୍ରଜ୍ଞା ତ୍ରିପାଠୀ
ଯୋଗାଯୋଗ- 8984684801
ଆସିଲା ସୁଶାନ୍ତ ସିଂହ ରାଜପୁତଙ୍କ ପୋଷ୍ଟମର୍ଟମ ରିପୋର୍ଟ
ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସି ସାରିଛି । ରବିବାର ସୁଶାନ୍ତ ମୁମ୍ବାଇ ବାନ୍ଦ୍ରା ଆପାର୍ଟମେଣ୍ଟରେ ଆତ୍ମହତ୍ୟା କରିଥିଲେ । ଖବର ବ୍ୟାପିବା କ୍ଷଣି ଚାରିଆଡ଼େ ଆଲୋଡ଼ନ ଖେଳି ଯାଇଥିଲା । ବାସଭବନରେ ପହଞ୍ଚିଥିଲା ପୋଲିସ । ପ୍ରାଥମିକ ଯାଞ୍ଚ ପରେ ତାଙ୍କ ରୁମରୁ ସବୁଜ ରଙ୍ଗର କପଡ଼ା ମିଳିଥିଲା । ଯେଉଁଥିରେ ଝୁଲି ଆତ୍ମହତ୍ୟା କରିଥିଲେ ସୁଶାନ୍ତ । ପରେ ତାଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ ନିଆ ଯାଇଥିଲା । ଏବେ ପୋଷ୍ଟମର୍ଟମ ରିପୋର୍ଟ ଆସିଛି ।

ତାଙ୍କର ପୋଷ୍ଟମର୍ଟମ ମୁମ୍ବାଇକ ଜୁହୁ ସ୍ଥିତ କୁପର ହସ୍ପିଟାଲରେ କରାଯାଇଛି । ସେ ଆତ୍ମହତ୍ୟା କରିଥିବା ପୋଷ୍ଟମର୍ଟମ ରିପୋର୍ଟରେ କୁହାଯାଇଛି । ତେବେ, ତାଙ୍କର ଅଙ୍ଗ ପ୍ରତ୍ୟଙ୍ଗ ଯାଞ୍ଚ ହେବ । ଏଥିପାଇଁ ମୃତ ଶରୀରକୁ ଜେ.ଜେ. ହସ୍ପିଟାଲ ପଠାଯାଇଛି । ସେଠାରେ ଅଙ୍ଗ ପ୍ରତ୍ୟଙ୍ଗରେ ବିଷ ଅଛି କି ନାହିଁ ପରୀକ୍ଷା କରାଯିବ ।

ସୁଶାନ୍ତ ସିଂହ ରାଜପୁତଙ୍କ ଅନ୍ତିମ ସଂସ୍କାର ମୁମ୍ବାଇରେ କରାଯିବ । ବାନ୍ଦ୍ରା ଆପାର୍ଟମେଣ୍ଟରେ ତାଙ୍କ ଭିଣୋଇ ଓ ଭଉଣୀ ପହଞ୍ଚି ସାରିଛନ୍ତି । ପରିବାରର ଅନ୍ୟ ସଦସ୍ୟ ଆଜି ପହଞ୍ଚିବେ ବୋଲି ଜଣାପଡ଼ିଛି ।
କାହିଁକି ସୁଶାନ୍ତ କଲେ ସୁଇସାଇଡ୍ ? ଖୁଲାସା କରିବ କ୍ରାଇମବ୍ରାଞ୍ଚ
ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟାକୁ ନେଇ ଚର୍ଚ୍ଚା । କାହିଁକି କେଉଁ ପରିସ୍ଥିତିରେ ଆତ୍ମହତ୍ୟା କଲେ ସୁଶାନ୍ତ । ଆତ୍ମହତ୍ୟା ପଛରେ ମାନସିକ ଅବସାଦ ନା ଅନ୍ୟ କୌଣସି କାରଣ ରହିଛି । ଏବେ ଏହି ପ୍ରଶ୍ନର ଉତ୍ତର ଖୋଜୁଛି ମୁମ୍ବାଇ ପୋଲିସ । ସୁଶାନ୍ତ ରହୁଥିବା ବାନ୍ଦ୍ରା ଆପାର୍ଟମେଣ୍ଟରୁ କୌଣସି ସୁଇସାଇଡାଲ ନୋଟ୍ ମିଳିନାହିଁ । ତେବେ, ସୁଶାନ୍ତ ବିଳମ୍ବିତ ରାତିରେ ଜଣେ ଅଭିନେତାଙ୍କୁ କଲ୍ କରିଥିଲେ । ସେ ଫୋନ୍ ନ ଉଠାଇବାରୁ ସୁଶାନ୍ତ ଶୋଇ ପଡ଼ିଥିଲେ । ରବିବାର ସକାଳ ୧୦ଟାରେ ଜୁସ୍ ପିଇବା ପରେ ରୁମକୁ ଚାଲି ଯାଇଥିଲେ ।
ଦିନ ଗୋଟାଏ ପର୍ଯ୍ୟନ୍ତ ସେ ଘରୁ ବାହାରକୁ ବାହାରି ନଥିଲେ । ଖାଇବା ପାଇଁ ଡାକିବାରୁ ସେ ଶୁଣିନଥିଲେ । ଫଳରେ ସ୍ଥାନୀୟ ଚାବିୱାଲା ସହାୟତାରେ ଚାବି ଖୋଲିଥିଲେ । ଭିତରେ ସୁଶାନ୍ତ ସବୁଜ ରଙ୍ଗର କପଡ଼ାରେ ଫ୍ୟାନରେ ଝୁଲି ପଡ଼ିଥିଲେ । ସଙ୍ଗେ ସଙ୍ଗେ ଚାକର ପୋଲିସକୁ ଖବର ଦେଇଥିବା ବେଳେ ସୁଶାନ୍ତଙ୍କ ସାଙ୍ଗ ଆମ୍ବୁଲାନ୍ସ ଡାକିଥିଲେ । ମୃତ୍ୟୁକୁ ନେଇ ବଲିଉଡରେ ଶୋକର ଛାୟା ଖେଳିଯାଇଛି । ତେବେ, ସୁଶାନ୍ତ ପ୍ରାୟ ୬ ମାସ ହେବ ଡିପ୍ରେସନରେ ଥିବାରୁ ଔଷଧ ଖାଉଥିଲେ ବୋଲି ତାଙ୍କ ସାଙ୍ଗ କହିଛନ୍ତି ।
ପୋଲିସ ସମ୍ପୃକ୍ତ ଡାକ୍ତରଙ୍କୁ ପଚାରଉଚରା କରିବା ସହ ରୁମରୁ ମେଡିସିନ୍ ଓ ଡକ୍ୟୁମେଣ୍ଟ ଜବତ କରିଛି । ସେପଟେ କ୍ରାଇମବ୍ରାଞ୍ଚ ସୁଶାନ୍ତଙ୍କ ବାନ୍ଦ୍ରା ବାସଭବନରେ ପହଞ୍ଚି ତଦନ୍ତ କରୁଛି । ମୃତ୍ୟୁ ଖବର ଶୁଣି ଅସୁସ୍ଥ ହୋଇ ପଡ଼ିଥିବା ସୁଶାନ୍ତଙ୍କ ପିତା ଆସନ୍ତାକାଲି ସ୍ୱତନ୍ତ୍ର ଫ୍ଲାଇଟରେ ମୁମ୍ବାଇ ଆସିବେ ବୋଲି ଜଣାପଡ଼ିଛି । ସୁଶାନ୍ତ ସିଂହ ରାଜପୁତ ଆସନ୍ତା ନଭେମ୍ବର ମାସରେ ବିବାହ କରିଥାନ୍ତେ । ଏଥିପାଇଁ ପ୍ରସ୍ତୁତି ମଧ୍ୟ ଚାଲିଥିଲା ବୋଲି ସମ୍ପର୍କୀୟ ପନ୍ନା ସିଂହ ସୂଚନା ଦେଇଛନ୍ତି ।
ହଇରାଣ କରୁଥିଲେ ବଙ୍ଗାଳି ଯୁବତୀ
ସୁଶାନ୍ତ ସିଂହ ରାଜପୁତଙ୍କ ଏକ୍ସ ଗର୍ଲଫ୍ରେଣ୍ଡ ଅଙ୍କିତ ଲୋଖଣ୍ଡେଙ୍କ ଗତ ସପ୍ତାହରେ ଜଣେ ବ୍ୟବସାୟୀଙ୍କ ସହିତ ନିର୍ବନ୍ଧ ହୋଇଛି । ୬ ଦିନ ପୂର୍ବରୁ ସୁଶାନ୍ତଙ୍କ ଏକ୍ସ ମ୍ୟାନେଜର ଦିଶା ଆତ୍ମହତ୍ୟା କରିଥିଲେ । ସୂଚନା ଅନୁସାରେ ଏହି ବିଷୟରେ ସୁଶାନ୍ତଙ୍କୁ ପଚରାଉଚରା କରାଯାଇଥିଲା । ପରିବାର ଲୋକଙ୍କ ଅନୁଯାୟୀ, ତାଙ୍କୁ ଜଣେ ବଙ୍ଗାଳି ଝିଅ ବାରମ୍ବାର ହଇରାଣ ହରକତ କରୁଥିଲେ । କ୍ରାଇମବ୍ରାଞ୍ଚ ଏସବୁ ରହସ୍ୟ ଉପରୁ ପରଦା ଉଠାଇବ ବୋଲି ଆଶା କରାଯାଉଛି ।
ସୁଶାନ୍ତଙ୍କ ଦେହାନ୍ତ ପରେ ନିଜକୁ ଦାୟୀ କଲେ କରଣ: ଇନ୍ଷ୍ଟାଗ୍ରାମରେ ଲେଖିଲି କିଛି ଏଭଳି କଥା
ମୁମ୍ୱାଇ: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଦେହାନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି ପ୍ରଖ୍ୟାତ ସିନେ ପ୍ରଯୋଜକ ତଥା ନିର୍ଦ୍ଦେଶକ କରଣ ଜୋହର । ସେ କହିଛନ୍ତି ‘ ଗତ କିଛି ବର୍ଷ ହେଲା ମୁଁ ଆପଣଙ୍କ ସହ ଟଚ୍ରେ ନଥିବାରୁ ମୁଁ ନିଜେ ନିଜକୁ ଦାୟୀ କରିବି ।, ମୁଁ ବହୁବାର ଅନୁଭବ କରିଛି ଆପଣ ନିଜ ଜୀବନ ନେଇ କାହା ସହିତ ଆଲୋଚନା କରିବାକୁ ଚାହୁଁଛନ୍ତି । କିନ୍ତୁ ମୁଁ କେବେ ସେ ନେଇ ଆପଣଙ୍କ ସହ ଆଲୋଚନା କରିନାହିଁ । ଆଗକୁ ସେମିତି ଭୁଲ ଆଉ କେବେ ହେବ ନାହିଁ ।’
https://www.instagram.com/p/CBacnPSJRtT/?utm_source=ig_embed
ସୂଚନା ଯୋଗ୍ୟ ରବିବାର ସକାଳେ ସୁଶାନ୍ତ ସିଂହଙ୍କୁ ନିଜ ଘରେ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା । ସେ ଆତ୍ମହତ୍ୟା କରିଥିବା ପୋଲିସ ପକ୍ଷରୁ ସ୍ପଷ୍ଟ କରାଯାଇଥିବା ବେଳେ ତାଙ୍କ ଘରୁ କୌଣସି ସୁଇସାଇଟ୍ ନୋଟ୍ ମିଳିନଥିବା ସୂଚନା ରହିଛି ।
ତେବେ କରଣ ଜୋହର ସୁଶାନ୍ତ ସିଂହ ରାଜପୁତଙ୍କ ସହ ଶେଷ ଫିଲ୍ମ ଡ୍ରାଇଭ୍ ନିର୍ମାଣ କରିଛନ୍ତି । ଯାହା ନେଟ୍ଫ୍ଳିକ୍ସରେ ପ୍ରସାରିତ ହେବ । କରଣ ଆହୁରୀ ଲେଖିଛନ୍ତି ଯେ, ଆପଣଙ୍କ ପଜିଟିଭ୍ ସ୍ମାଇଲ୍ ଓ ଅନ୍ୟକୁ ସମ୍ବୋଧନ କରିବାର ଅନ୍ଦାଜ ସବୁବେଳ ପାଇଁ ମନେରହିବ ।
https://twitter.com/karanjohar/status/1272111382905802753
ସିନେ ଅଭିନେତା ଭାବେ ପ୍ରତିଷ୍ଠିତ ହେବା ପୂର୍ବରୁ ସୁଶାନ୍ତ କିଛି ସିନେ ଧାରାବାହିକରେ ମଧ୍ୟ କାମ କରିଛନ୍ତି । ତାଙ୍କ ଦ୍ୱାରା ଅଭିନୀତ ପବିତ୍ର ରିସ୍ତା ଦୀର୍ଘ ୫ ବର୍ଷ ଧରି ପ୍ରସାରିତ ହୋଇଥିଲା । ଦର୍ଶକ ଏହାକୁ ଖୁବ୍ ପ୍ରଶଂସା କରିଥିଲେ ।

ଏହାପରେ ୨୦୧୩ରେ ସେ କାଇ ପୋ ଛେ, ଏମ୍ଏସ୍ ଧୋନୀ ଦି ଅନ୍ ଟୋଲ୍ଡ ଷ୍ଟୋରୀ, କେଦାରନାଥ, ଡିଟେକ୍ଟିଭ୍ ବ୍ୟୋମକେଶ ବକ୍ସି ଭଳି ଫିଲ୍ମରେ ନିଜ ଅଭିନୟର ଛାପ ଛାଡ଼ିଛନ୍ତି । ‘ଛିଛୋରେ’ ତାଙ୍କ ଦ୍ୱାରା ଅଭିନୀତ ଶେଷ ଫିଲ୍ମ ଯାହା ପରଦାକୁ ଆସିଥିଲା ଏବଂ ଦର୍ଶକଙ୍କ ମନ ଜିଣିଥିଲା ।

ବୈତରଣୀ ସଂରକ୍ଷିତ ଜଙ୍ଗଲରୁ ୨ ହାତୀଙ୍କ ମୃତଦେହ ଠାବ
ଯୋଡ଼ା: ବିପଦରେ ଗଜରାଜ । ଜଙ୍ଗଲ ଧ୍ୱଂସ ହେବା ସହ ଯାଉଛି ହାତୀଙ୍କ ଜୀବନ । ଯୋଡ଼ା ବୈତରଣୀ ସଂରକ୍ଷିତ ଜଙ୍ଗଲରୁ ୨ ହାତୀଙ୍କ ମୃତଦେହ ମିଳିଛି । ଗୋଟିଏ ମାଈ ହାତୀ ହୋଇଥିବା ବେଳେ ଅନ୍ୟଟି ଅଣ୍ଡିରା ହାତୀ ବୋଲି ଜଣାପଡ଼ିଛି । ତେବେ, ହାତୀଙ୍କ ମୃତ୍ୟୁ ନେଇ କୌଣସି ସଠିକ୍ କାରଣ ଜଣାପଡ଼ିନାହିଁ ।
କେହି ଦୁର୍ବୃତ୍ତ ହାତୀଙ୍କୁ ହତ୍ୟା କରିବା ପରେ ଅଣ୍ଡିରା ହାତୀର ଦାନ୍ତକୁ କାଟି ନେଇଥିବା ସନ୍ଦେହ କରାଯାଇଛି । ଗତ ରାତିରେ ହାତୀ ଦ୍ୱୟଙ୍କୁ ହତ୍ୟା କରାଯାଇଥିବା ବନ ବିଭାଗ ଅନୁମାନ କରୁଛି । ଘଟଣାସ୍ଥଳରେ ପହଞ୍ଚି ବନ କର୍ମଚାରୀ ତଦନ୍ତ କରୁଛନ୍ତି ।
ଜିଲ୍ଲା ପରିଷଦ ଉପାଧ୍ୟକ୍ଷଙ୍କ ସମେତ ୩ଜଣ ଗିରଫ
ଆନନ୍ଦପୁର: କରୋନା ପାଇଁ ସଭା ସମିତି, ଭୋଜିଭାତ ବନ୍ଦ । ହେଲେ, ନିୟମ ପ୍ରଣୟନକାରୀ ନେତା ଭାଙ୍ଗୁଛନ୍ତି ଆଇନ୍ । କୋଭିଡ୍ କଟକଣାକୁ ଭୁଲି ଭୋଜି କରୁଛନ୍ତି । ଖୋଲାଖୋଲି ନିୟମ ଭାଙ୍ଗିବା ସହିତ ରଖୁନାହାଁନ୍ତି ସାମାଜିକ ଦୂରତା । ଏଭଳି ଏମାନିଆ ନେତାଙ୍କୁ ଗିରଫ କରିଛି କେନ୍ଦୁଝର ପୋଲିସ । ପହିଲି ରଜରେ ପଦନା ଛକ ନିକଟ ପଡ଼ିଆରେ ଶତାଧିକ ଯୁବକ ଭୋଜି କରୁଥିଲେ । ଏନେଇ ଖବର ପାଇ ପୋଲିସ୍ ଚଢ଼ାଉ କରିଥିଲା ।
ପୋଲିସକୁ ଦେଖି ଯିଏ ଯେମିତି ପାରିଲେ ଯୁଆଡ଼େ ଦୌଡ଼ି ପଳାଇଥିଲେ । ପୋଲିସ ହାତରେ ଧରା ପଡ଼ିଥିଲେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଅକ୍ଷୟ ସାହୁ । ଅକ୍ଷୟଙ୍କ ସମେତ ପୋଲିସ ୩ ଜଣଙ୍କୁ ଗିରଫ କରିଛି । ଆଇନ୍ ଅନୁଯାୟୀ ଗିରଫଙ୍କ ବିରୋଧରେ ପଦକ୍ଷେପ ନିଆଯିବ ବୋଲି ରାମଚନ୍ଦ୍ରପୁର ଥାନା ଅଧିକାରୀ ସୂଚନା ଦେଇଛନ୍ତି ।
ଅମିର ଖାନଙ୍କ ଠାରୁ ଋଷି କପୁରଙ୍କ ସହ କାମ କରିଥିଲ ସୁଶାନ୍ତ ସିଂହ ରାଜପୁତ
ମୁମ୍ବାଇ: ୩୪ ବର୍ଷ ବୟସରେ ଜୀବନ ହାରିଛନ୍ତି ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତ । ମୁମ୍ବାଇ ବାନ୍ଦ୍ରା ଘରେ ଆତ୍ମହତ୍ୟା କରିଛନ୍ତି ସେ । ୭ ବର୍ଷର ଫିଲ୍ମ କ୍ୟାରିଅରରେ ସେ ବଡ଼ ବଡ଼ କଳାକାରଙ୍କ ସହ କାମ କରିଛନ୍ତି । ଅମିର ଖାନ, ଅନୁଷ୍କା ଶର୍ମା, ପରିଣୀତି ଚୋପ୍ରା, ଋଷି କପୁର, ଦିଶା ପାଟନୀ, ଅନୁପମ କପୁର, ସାଲା ଅଲ୍ଲୀ ଖାନ, ଶ୍ରଦ୍ଧା କପୁର, ଭୂମି ପେଡନେକର, ମନୋଜ ପାଜପେୟୀଙ୍କ ସମେତ ବହୁତ ବଡ଼ ବଡ଼ କଳାକାରଙ୍କ ସେ କାମ କରଛନ୍ତି ।
ପିକେରେ ଅମିର ଖାନଙ୍କ ସହିତ ଅଭିନୟ
୨୦୧୪ ମସିହାରେ ‘ପିକେ’ ଫିଲ୍ମରେ ସୁଶାନ୍ତ ସିଂହ ରାଜପୁତ, ଅମିର ଖାନ, ଅନୁଷ୍କା ଶର୍ମା, ବୋମନ ଇରାନୀ, ସଞ୍ଜୟ ଦତ୍ତଙ୍କ ସହ କାମ କରିଥିଲେ । ଫିଲ୍ମରେ ତାଙ୍କ ରୋଲ୍ ଛୋଟ ଥିଲେ ମଧ୍ୟ ପାକିସ୍ତାନୀ ଯୁବକ ଭାବେ ତାଙ୍କ ଅଭିନୟ ବେଶ୍ ହୃଦୟସ୍ପର୍ଶୀ ଥିଲା ।
୨୦୧୮ରେ ସାରା ଅଲ୍ଲୀ ଖାନଙ୍କ ‘କେଦାରନାଥ’ ଫିଲ୍ମରେ ପିଟ୍ଟୁ ଭୂମିକାରେ ନଜର ଆସିଥିଲେ । ଯାହାକୁ ନେଇ ବେଶ୍ ଚର୍ଚ୍ଚା ହୋଇଥିଲା । ୨୦୧୯ରେ ‘ଛିଛୋରେ’ରେ ସେ ଶ୍ରଦ୍ଧା କପୁରଙ୍କ ସହିତ ମୁଖ୍ୟ ଭୂମିକାରେ ନଜର ଆସିଥିଲେ । ୫ ସାଙ୍ଗଙ୍କ ଉପରେ ଗତିଶୀଳ କାହାଣୀ ‘ଛିଛୋରେ’କୁ ବେଶ୍ ପସନ୍ଦ କରିଥିଲେ ଦର୍ଶକ । ଏହା ବାଦ୍ ସୁଶାନ୍ତ ଏମ୍.ଏସ୍ ଧୋନିଙ୍କ ବାୟୋପିକ୍ ‘ଏମ୍.ଏସ୍ ଧୋନି’- ଦି ଅନଟୋଲ୍ଡ ଷ୍ଟୋରୀରେ ଥିଲେ । ସୁଶାନ୍ତଙ୍କ ଜୀବନର ଏହା ପ୍ରଥମ ଫିଲ୍ମ ଯାହା ୧୦୦ କୋଟି ଟଙ୍କାର କାରବାର କରିଥିଲା ।
୭ ବର୍ଷର ଫିଲ୍ମ ଜୀବନରେ ସୁଶାନ୍ତ ସିଂହ ରାଜପୁତ ୧୧ଟି ଫିଲ୍ମରେ କାମ କରିଛନ୍ତି । ତାଙ୍କର ୧୨ ନମ୍ବର ଫିଲ୍ମ ‘ଦିଲ୍ ବେଚାରେ’ର ପଡକ୍ସନ ଏବେ ଜାରି ରହିଛି । ସେ ଚେତନ ଭଗତ, ବରୁଣ ଶର୍ମା, ପ୍ରତୀକ ବବ୍ବର, ଭୂମିକା ଚାୱଲା, ରାଜେଶ ଶର୍ମା, ନୀତୀଶ ଭରଦ୍ୱାଜ, ତାହିର ମସିନ, ଆଶୁତୋଷ ରାଣା, ରଣବୀର ଶୌରୀଙ୍କ ଭଳି ସାଥୀ କଳାକାରଙ୍କ ସହ କାମ କରିଛନ୍ତି ।
ପୂର୍ବତନ ମ୍ୟାନେଜରଙ୍କ ମୃତ୍ୟୁର ୬ ଦିନ ପରେ ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା, ମୃତ୍ୟୁ ପଛର କାରଣ ନୁହେଁ ତ ଗୋଟିଏ !
ମୁମ୍ବାଇ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟାକୁ ନେଇ ବି-ଟାଉନରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ଏତେ କମ୍ ବୟସରେ ଆତ୍ମହତ୍ୟାର ବାଟ କାହିଁକି ବାଛିଲେ ସୁଶାନ୍ତ ? ୬ ଦିନ ତେଳେ ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ଦିଶା ଶାଲିନୀ ମଧ୍ୟ ୧୪ ମହଲାରୁ ଡେଇଁ ଆତ୍ମହତ୍ୟା କରିଥିଲେ । ସୁଶାନ୍ତଙ୍କ ସୁଇସାଇଡ୍ ସହିତ ଦିଶାଙ୍କ ଆତ୍ମହତ୍ୟାର କଣ ରହିଛି ସମ୍ପର୍କ ?
ବର୍ତ୍ତମାନ ଏହି ପ୍ରଶ୍ନର ଉତ୍ତର କାହାରି ପାଖରେ ନାହିଁ । କିନ୍ତୁ, ଦୁହିଁଙ୍କ ଆତ୍ମହତ୍ୟାର କାରଣ ଗୋଟିଏ ହୋଇ ଥାଇପାରେ ବୋଲି ଚର୍ଚ୍ଚା ହେଉଛି । ଆଜିକୁ ଠିକ୍ ୬ ଦିନ ତଳେ ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ଦିଶା ଶାଲିନୀ ଆତ୍ମହତ୍ୟା କରିଥିଲେ । ଆଉ ଏବେ ସୁଶାନ୍ତ ଆତ୍ମହତ୍ୟା କରିବା ରହସ୍ୟ ହୋଇ ଛିଡ଼ା ହୋଇଛି ।

କୁହାଯାଉଛି ଦିଶାଙ୍କ ମୃତ୍ୟୁ ପରେ ସୁଶାନ୍ତ ଟିକିଏ ବିଚଳିତ ହୋଇ ପଡ଼ିଥିଲେ । ଇନଷ୍ଟାଗ୍ରାମରେ ଦୁଃଖ ପ୍ରକାଶ କରି ଲେଖିଥିଲେ ଏହା ଏକ ଖରାପ ଖବର । ଦିଶାଙ୍କ ଆତ୍ମାକୁ ଶାନ୍ତି ମିଳୁ ବୋଲି ଲେଖିଥିଲେ ।

ରବିବାର ସୁଶାନ୍ତ ସିଂହ ରାଜପୁର ମୁମ୍ବାଇ ବାନ୍ଦ୍ରା ବାସଭବନରେ ଆତ୍ମହତ୍ୟା କରିଛନ୍ତି । ତାଙ୍କ ଚାକର ପୋଲିସକୁ ଏହି ସୂଚନା ଦେଇଥିଲେ । ତେବେ, ସୁଶାନ୍ତ କାହିଁକି ସୁଇସାଇଡ୍ କଲେ ତାର କାରଣ ଜଣାପଡ଼ିନାହିଁ । ପୋଲିସ ତଦନ୍ତ ଜାରି କରିଥିବା ବେଳେ କୌଣସି ସୁଇସାଇଡ୍ ନୋଟ୍ ଏବେ ଯାଏଁ ମିଳିନାହିଁ ।

ସୁଶାନ୍ତ ସିଂହ ରାଜପୁତଙ୍କ ପୂର୍ବତନ ମ୍ୟାନେଜର ଜୁନ୍ ୮ ତାରିଖ ରାତିରେ ମଲଡର ଏକ ୧୪ ମହଲା ଛାତରୁ ଡେଇଁ ଆତ୍ମହତ୍ୟା କରିଥିଲେ ।

