spot_img
Home Blog Page 7135

ଅସହାୟଙ୍କୁ ଦେଢ଼ କୋଟି ମିଲ୍‌ ଯୋଗାଇ ଦେଇଛନ୍ତି ମିଶନ ଶକ୍ତିର ମହିଳା

ଭୁବନେଶ୍ୱର:ସାମାଜିକ ସଂକ୍ରମଣକୁ ରୋକିଛନ୍ତି ସ୍ୱୟଂ ସହାୟିକା। ମିଶନ୍‌ ଶକ୍ତିର ମାଆ ଓ ଭଉଣୀମାନେ ହେଉଛନ୍ତି କରୋନା ଯୁଦ୍ଧର ପ୍ରକୃତ ଯୋଦ୍ଧା । ସେମାନଙ୍କ ସାହାସ, ତ୍ୟାଗକୁ ପ୍ରଶଂସା କରିବା ସହ ଆଉ ଦୁଇମାସ ଏଭଳି ନିର୍ଭିକ ଭାବେ କାମ କରିବାକୁ ଆହ୍ଵାନ ଦେଇଛନ୍ତି ମିଶନ୍‌ ଶକ୍ତିର ନିର୍ଦ୍ଦେଶିକା ସୁଜାତା କାର୍ତ୍ତିକେୟନ।

ଆଉ କହିଛନ୍ତି ଏ ଦୁଇମାସ ଭିତରେ ଗାଁ ଗାଁରେ କେମିତି ସାଜିଛନ୍ତି ସମ୍ମୁଖ ଯୋଦ୍ଧା । ଏପରିକି ସେ କହିଛନ୍ତି  ମିଶନ୍‌ ଶକ୍ତି ମା’ ଭଉଣୀଙ୍କ ତ୍ୟାଗକୁ ଇତିହାସ ମନେ ରଖିବ । କେବଳ ସେତିକି ନୁହେଁ କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ରହୁଥିବା ପ୍ରବାସୀଙ୍କ ପ୍ରସଙ୍ଗରେ ସୁଜାତା ଉଠାଇଛନ୍ତି ପଖାଳ ଉପାଖ୍ୟାନ।

https://www.facebook.com/NandighoshaTV/videos/271184600593073/

ସାହସ ଦେଖାଇଛନ୍ତି। ଶୃଙ୍ଖଳା ରକ୍ଷା କରିଛନ୍ତି। ସାମାଜିକ ସଂକ୍ରମଣକୁ ମାତ୍‌ ଦେବାକୁ ରାତିଦିନ ଏକ କରି ଦେଇଛନ୍ତି। ଏମାନେ ହେଉଛନ୍ତି ସେହି ଶକ୍ତି, ଯାହାଙ୍କ ସାହସ, ତ୍ୟାଗ ଓ ନିର୍ଭିକତା ଆଗରେ ଶକ୍ତିହୀନ ହେଉଛି କରୋନା। ଦୁଇମାସ ଗଲା, ଆଗକୁ ଆଉ ଦୁଇ ମାସ। ସ୍ୱୟଂସହାୟିକାଙ୍କୁ ସନ୍ଦେଶ ଦେଇଛନ୍ତି ମିଶନ୍‌ ଶକ୍ତିର ନିର୍ଦ୍ଦେଶିକା ସୁଜାତା କାର୍ତ୍ତିକେୟନ। ଆଉ ସେମାନଙ୍କ ଉତ୍ସାହର ଲମ୍ବା ତାଲିକାକୁ ପେଶ୍‌ କରିଛନ୍ତି ରାଜ୍ୟବାସୀଙ୍କ ଆଗରେ।

୪୦ ଲକ୍ଷରୁ ଅଧିକ ମାସ୍କ ତିଆରି କରି ଲୋକଙ୍କୁ ବାଣ୍ଟିଛନ୍ତି ମିଶନ୍‌ ଶକ୍ତିର ମାଆମାନେ। 8ହଜାର ସ୍ୱୟଂ ସହାୟିକା ଲୋକଙ୍କ ଘରେ ପରିବା ଓ ରାସନ ପହଁଚାଇଛନ୍ତି । ପଞ୍ଚରୟତସ୍ତରରେ ଦେଢ କୋଟିରୁ ଅଧିକ ମିଲ ତିଆରି କରି ଅସହାୟ ଓ ନିରାଶ୍ରୟଙ୍କୁ ବାଣ୍ଟିଛନ୍ତି। କେବଳ ସେତିକି ନୁହେଁ, ଗ୍ରାମୀଣ ଅର୍ଥନୀତିର ସୁଧାର ପାଇଁ ବଡ ଭୁମିକା ନେଇଛନ୍ତି ଏମାନେ। ମାଛ ଚାଷ ଠାରୁ ଆରମ୍ଭ କରି ଛତୁ, ପନିପରିବା, ପିଡିଏସ୍‌ ସାମଗ୍ରୀ ବଣ୍ଟନ, ମନରେଗା ଆଦି କାର୍ଯ୍ୟର ମଧ୍ୟ ନେତୃତ୍ୱ ନେଉଛନ୍ତି । କିଛି ଜିଲ୍ଲାରେ କ୍ବାରେଣ୍ଟାନ ସେଣ୍ଟରର ପରିଚାଳନା ଦାୟିତ୍ୱ ମଧ୍ୟ ନେଇଛନ୍ତି।

ପ୍ରଥମ ପର୍ଯ୍ୟାୟରେ ରାଜ୍ୟ ସରକାର ବିଦେଶ ଫେରନ୍ତାଙ୍କ ବିରୋଧରେ ଲଢେଇ କରିଥିଲେ । ସେମାନଙ୍କ ଦ୍ଵାରା ୭ଜଣ ସଂକ୍ରମିତ ହୋଇଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ନିଜାମୁଦ୍ଦିନ ଫେରାନ୍ତ। ଏହି ପର୍ଯ୍ୟାୟରେ ୪୧ ଜଣ ସଂକ୍ରମିତ ହୋଇଥିଲେ । ତୃତୀୟ ପର୍ଯ୍ୟାୟରେ ପଶ୍ଚିମବଙ୍ଗରୁ ଫେରିଲେ। ଏଥିରେ ୧୦୦ରୁ ଅଧିକ ସଂକ୍ରମିତ ହୋଇଥିଲେ । ଏବେ ପ୍ରବାସୀ ଫେରୁଛନ୍ତି ଓଡିଶା। ଚାଲିଛି ସମ୍ଭାବ୍ୟ ସଂକ୍ରମଣ ବିରୋଧରେ ଲଢ଼େଇ। ପ୍ରଥମ ତିନୋଟି ପର୍ଯ୍ୟାୟରେ ରାଜ୍ୟ ସରକାର ବିଜୟ ହୋଇଥିବା ବେଳେ ଚତୁର୍ଥ ପର୍ଯ୍ୟାୟଟି ଚ୍ୟାଲେଞ୍ଜ । ଯାହାର ମୁକାବିଲାରେ ମା’ ମାନଙ୍କ ଭୁମିକା ଖୁବ୍‌ ଗୁରୁତ୍ୱପୂର୍ଣ୍ଣ। ତେଣୁ ବାହାରୁ ଫେରୁଥିବା ସ୍ୱାମୀ, ଭାଇ ଓ ପୁଅଙ୍କୁ ଫେଟିବାକୁ କ୍ୱାରେଣ୍ଟାଇନ୍‌ ସେଣ୍ଟରକୁ ଯାଆନ୍ତୁ ନାହିଁ କି ସେମାନଙ୍କୁ ଲୁଚିକି ଘରେ ଆସି ପଖାଳ ଗଣ୍ଡେ ଖାଇବାକୁ ଅନୁମତି ଦିଅନ୍ତୁ ନାହିଁ । ଫେରୁଥିବା ସଦସ୍ୟଙ୍କୁ ୨୧ ଦିନ କ୍ୱାରେଣ୍ଟାଇନ୍‌ ନିୟମ ମାନିବାକୁ ସେମାନଙ୍କୁ ବାଧ୍ୟ କରନ୍ତୁ । ଏହା କେବଳ ମା ମାନଙ୍କ ଦ୍ଵାରା ହିଁ ସମ୍ଭବ । ଏଭଳି ଅନୁରୋଧ କରିଛନ୍ତି ମିଶନ ଶକ୍ତି ନିର୍ଦ୍ଦେଶିକା ସୁଜାତା କାର୍ତ୍ତିକେୟନ । ସେହିଭଳି କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ମଧ୍ୟ ମଉସା, ପିଇସା, ପୁଅର ସମ୍ପର୍କ ରଖନ୍ତୁ ନାହିଁ । କାରଣ ଭୂତାଣୁ ସଂକ୍ରମଣ ବେଳେ ସମ୍ପର୍କ ଦେଖେନାହିଁ ।

ଗଞ୍ଜାମରେ ପୁଣି ୫ ସଂକ୍ରମିତ ଚିହ୍ନଟ, ଜିଲ୍ଲାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୮୯କୁ ବୃଦ୍ଧି

ଭୁବନେଶ୍ୱର: ଯାଜପୁର ପରେ ଗଞ୍ଜାମ ଏବେ ରାଜ୍ୟ ସରକାରଙ୍କ ପାଇଁ ଚ୍ୟାଲେଂଜ୍ ଭାବେ ଉଭା ହୋଇଛି । ପ୍ରତିଦିନ ଏହି ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏହି କ୍ରମରେ ଶନିବାର ଅପରାହ୍ନରେ ଗଞ୍ଜାମରୁ ପୁଣି ୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଏହି ନୂଆ ୫ ସଂକ୍ରମିତଙ୍କ ସହ ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୮୯କୁ ବୃ୍ଦ୍ଧି ପାଇଛି । ଏହାସହ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୯୪କୁ ବଢିଛି ।

ଆଜି ଗୋଟିଏ ଦିନରେ ସଂଧ୍ୟା ସୁଧା ୨୪ଜଣ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ଏହି ୨୪ ସଂକ୍ରମିତଙ୍କ ମଧ୍ୟରୁ ୧୮ ଜଣ   ଗଞ୍ଜାମ ଜିଲ୍ଲାରୁ ଆସନ୍ତି । ଗଞ୍ଜାମ ୮୯ ସଂକ୍ରମିତଙ୍କୁ ନେଇ କରୋନା ତାଲିକାରେ ରାଜ୍ୟରେ ଏକ ନମ୍ବରରେ ଥିବା ବେଳେ ଆଜି  ନୟାଗଡ଼ରେ ପ୍ରଥମ କରୋନା ମାମଲା ସାମ୍ନାକୁ ଆସିଛି ।

ଗଞ୍ଜାମରୁ ଚିହ୍ନଟ ହୋଇଥିବା ସମସ୍ତ  ୫ଜଣ ସୁରତ ଫେରନ୍ତା ଏବଂ ସେମାନେ ସଙ୍ଗରୋଧରେ ରହୁଥିବା ସୂଚନା ମିଳିଛି ।

ଲକଡାଉନ୍ 3.0 ପାଇଁ ତବଲିଗି ଜମାତକୁ ଦାୟୀ କଲେ ମୁଖତାର ଅବ୍ବାସ ନକଭି

ନୂଆଦିଲ୍ଲୀ: କରୋନାକୁ ନେଇ ଗମ୍ଭୀର ସ୍ଥିତି ଦେଇ ଗତି କରୁଛି ଦେଶ । କରୋନା ସଂକ୍ରମଣକୁ ବ୍ରେକ୍ ଦେବା ପାଇଁ ଦେଶବ୍ୟାପି ଲକଡାଉନ୍ ଲାଗିଛି । ଲକଡାଉନର ତୃତୀୟ ପର୍ଯ୍ୟାୟ ପାଇଁ ତବଲିଗି ଜମାତକୁ ଦାୟୀ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ମୁଖତାର ଅବ୍ବାସ ନକଭି ।

ଏକ ବେସରକାରୀ ନ୍ୟୁଜ୍ ଚ୍ୟାନେଲର  କାର୍ଯ୍ୟକ୍ରମର ଯୋଗ ଦେଇ  ମୁଖତାର ନକବୀ ଏହା କହିଛନ୍ତି ।  ଲକଡାଉନ୍ ତୃତୀୟ ପର୍ଯ୍ୟାୟ ପାଇଁ ସେ ତବଲିଗିକୁ ଦାୟୀ କରିଛନ୍ତି । ଲକଡାଉନ ତୃତୀୟ ଥର ପାଇଁ କାହିଁକି ବଢାଗଲା,ପ୍ରଶ୍ନର ଉତ୍ତର ଦେଇ ନକଭି କହିଥିଲେ ଯେ, ତବଲିଗି ଜମାତ ଘଟଣା ନଘଟିଥିଲେ ଲକଡାଉନକୁ ତୃତୀୟ ଥର ପାଇଁ ବଢାଇବାକୁ ପଡିନଥାନ୍ତା ।

ତବଲିଗି ଜମାତ୍ ଘଟଣା ଉପରେ ନକଭି କହିଥିଲେ ଯେ, କୌଣସି ଗୋଟିଏ ସଂସ୍ଥା କିମ୍ବା କୌଣସି ଗୋଟିଏ ଲୋକର ଦୋଷ ପାଇଁ ପୂରା ସମୁଦାୟକୁ ଦାୟୀ କରିବା  ଠିକ୍ କଥା ନୁହେଁ । ସେହି ସଂସ୍ଥା ଯାହା ବି ଅପରାଧିକ ଅବହେଳା କିମ୍ବା ଅପରାଧ କରିଛନ୍ତି ତାହାକୁ ଅଧିକାଂଶ ମୁସଲମାନ ଖୋଲାଖୋଲି ଭାବେ ନିନ୍ଦା କରିବା ସହ ସେହି ସଂଗଠନ ବିରୁଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ତେଣୁ, ଗୋଟିଏ ସଂସ୍ଥାର ଅପରାଧକୁ ସମଗ୍ର ସମ୍ପ୍ରଦାୟର ଅପରାଧ ବୋଲି ଆପଣ ଦେଖିପାରିବେ ନାହିଁ ।

ନାକଭି କହିଛନ୍ତି ଯେ, ଯଦି ତବଲିଗି ଜାମାତର ଘଟଣା ଘଟି ନଥାନ୍ତା, ତେବେ ଦ୍ୱିତୀୟ ଏବଂ ତୃତୀୟ ପର୍ଯ୍ୟାୟରେ ଲକଡାଉନର ଆବଶ୍ୟକତା ପଡ଼ି ନଥାନ୍ତା । କିଛି ଲୋକ ଅଛନ୍ତି ଯେଉଁମାନେ ତବଲିଗି ଜମାତକୁ ନିନ୍ଦା କରିବା ସହ ସମ୍ପ୍ରଦାୟକୁ ଗାଳି ଗୁଲଜ କରିବରେ ଲାଗିଛନ୍ତି । ତେବେ ଆଶ୍ୱସ୍ତିକର କଥା ହେଉଛି ଏହି ଘଟଣା ପରେ ଏମିତି ବି ଲୋକ ଅଛନ୍ତି ଯେଉଁଠାରେ ୯୫ ପ୍ରତିଶତ ହିନ୍ଦୁ ଏବଂ ମୁସଲମାନ ପରସ୍ପରକୁ ସାହାଯ୍ୟ କରୁଛନ୍ତି ।

ସେ କହିଛନ୍ତି ଯେ ଏହି କରୋନା ବିରେଧି ଲଢେଇ ସମଗ୍ର ଦେଶ ଏକଜୁଟ ହୋଇ ଲଢୁଛି । ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହାତ ଯୋଡ଼ି ଦେଶର ନାଗରିକମାନଙ୍କୁ ନିବେଦନ କରିଥିଲେ, ସେତେବେଳେ ସମସ୍ତ ୧୩୦ କୋଟି ଲୋକ ଏଥିରେ ସାମିଲ ହୋଇଥିଲେ । ଏବଂ ଏହି ଆବେଦନ ଧର୍ମ ଏବଂ ଜାତି ଉପରେ ଆଧାରିତ ନଥିଲା । ତାଙ୍କର ଆବେଦନକୁ ସମସ୍ତେ ଗ୍ରହଣ କରିଥିଲେ ଏବଂ ଏହାକୁ ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟକାରୀ କରିବାକୁ ସାହାଯ୍ୟ କରିଥିଲେ ।

 

କରୋନା ପ୍ରଭାବ : ସଙ୍ଗ ରୋଧ କେନ୍ଦ୍ରରେ ରେ ନଅ ଦିନର ଜନ୍ମିତ ଶିଶୁ

କଳାହାଣ୍ଡି: ଦିନକୁ ଦିନ ସାରା ବିଶ୍ୱରେ କରୋନା ଭୂତାଣୁ ଭୟଙ୍କର ରୂପ ନେଉଛି । ଏଥିପାଇଁ ସରକାର ଅନେକ ପଦକ୍ଷେପ ନେଉଛନ୍ତି । ୨୧୦ ରାଷ୍ଟ୍ରରେ କାୟା ବିସ୍ତାର କରିଛି କରୋନା । ଓଡ଼ିଶାରେ ଏବେ ୧୯ ଜିଲ୍ଲାକୁ ଛୁଇଁଛି କରୋନା । ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୮୯କୁ ବୃଦ୍ଧି ପାଇଛି । ଏହାରି ଭିତରେ ଓଡିଶାର କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକରେ ଏକ ନୂଆ ଘଟଣା ସାମ୍ନାକୁ ଆସିଛି । ଧର୍ମଗଡର ଏକ କରୋନା ସଙ୍ଗରୋଧ କେନ୍ଦ୍ରରେ ୯ ଦିନର ଶିଶୁ ଥିବା ଜଣା ପଡିଛି ।

ସାଧାରଣତଃ ନବଜାତ ଶିଶୁମାନଙ୍କୁ ଧରିବା ପାଇଁ ସମସ୍ତେ ଉତ୍ସୁକ ଥାଆନ୍ତି । ଶିଶୁମାନଙ୍କ କୁଆଁ କୁଆଁ କାନ୍ଦ ତାଙ୍କ ନିକଟକୁ ଟାଣିନେଇଥାଏ । ଜନ୍ମ ହେବା ପରେ ତାଙ୍କ ମୁହଁର ସେହି ହଁସ, କଅଁଳ ନରମ ହାତର ଛୁଆଁ ସମସ୍ତ ପରିବାର ଲୋକଙ୍କୁ ଏକ ପ୍ରକାରର ଖୁସି ଦେଇଥାଏ । ହେଲେ କରୋନା ଯୋଗୁଁ ଗୋଟେ ପରିବାରର ଏହି ଖୁସି ଛାରଖାର ହୋଇଯାଇଛି । ନଅ ଦିନର ଜନ୍ମିତ ଶିଶୁର କୁଆଁ କୁଆଁ କାନ୍ଦ ପରିବାର ଲୋକଙ୍କ କାନରେ ପଡିବ ନାହିଁ । ସମସ୍ତ ଘର ଲୋକଙ୍କ ସ୍ନେହରୁ ବଞ୍ଚିତ ହୋଇଛନ୍ତି ଏହି ମାଆ ଛୁଆ ।

ସରକାର ମହାମାରୀ କରୋନା ମୁକାବିଲା ପାଇଁ ବ୍ୟାପକ ପଦକ୍ଷେପ ହାତକୁ ନେଇ ଥିବା ବେଳେ ଏବେ ମାଆ ସହ ଜନ୍ମିତ ନଅ ଦିନର ଶିଶୁ ସଙ୍ଗ ରୋଧ୍ କେନ୍ଦ୍ରରେ ଅଛନ୍ତି l ଧର୍ମଗଡ଼ ବ୍ଲକ ସନ୍ଧି କୁଳିଆରୀ ସଙ୍ଗ ରୋଧ କେନ୍ଦ୍ରରେ ଉଭୟ ମାଆ ଛୁଆ କ୍ୱାରେଣ୍ଟାଇନ୍ ରେ ଅଛନ୍ତି ।

କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ୍ ପରଲା ଅଞ୍ଚଳ ର କିଛି ଶ୍ରମିକ ପେଟ ପାଟଣା ପାଇଁ ରାଜ୍ୟ ବାହାର କୁ ଦାଦନ ଶ୍ରମିକ ଭାବରେ ଯାଇ ଲକ୍ ଡାଉନ୍ ରେ ଫସି ରହିଥିଲେ । ସେହି ଶ୍ରମିକଙ୍କ ଭିତରେ ଥିଲେ ଏହି ପିଲାର ମା’ବାପା । ତେଲେଙ୍ଗାନାର ଏକ ଲଙ୍କା ବଗିଚାରେ ସେମାନେ କାମ କରୁଥିଲେ । ଲକଡାଉନ୍ ଲାଗୁ ପରେ ସେମାନେ ମଧ୍ୟ ନିଜ ଘରକୁ ଫେରିଥିଲେ । କିନ୍ତୁ ଏହାରି ଭିତରେ ମହିଳା ଜଣକ ଜନ୍ମ କରିଥିଲେ ଏକ ଶିଶୁ । ନିଜ ଅଞ୍ଚଳକୁ ଫେରିବା ପରେ ନଅ ଦିନର ଜନ୍ମିତ ଶିଶୁ ସହ ମହିଳା ଜଣକ ଏବେ କ୍ୱାରେଣ୍ଟାଇନ୍ କେନ୍ଦ୍ରରେ ଅଛନ୍ତି ।  ସରକାରରଙ୍କ ନିୟମ ମୁତାବକ ଉଭୟ ମାଆ ଛୁଆ ଏବେ କ୍ୱାରାଣ୍ଟାଇନ୍ ରେ ରହିଛନ୍ତି । ସରକାର ସେମାନଙ୍କୁ ସବୁ ପ୍ରକାରର ସେବା ଯୋଗାଇ ଦେଇଛନ୍ତି ବୋଲି କହିଛନ୍ତି ପଞ୍ଚାୟତ ନିର୍ବାହୀ ଅଧିକାରୀ  ।

ଟ୍ରେନ୍‌ରେ ଓଡ଼ିଶା ଅଭିମୁଖେ ବାହାରିଲେ ସୁରତର ପ୍ରବାସୀ ଓଡ଼ିଆ

ବ୍ରହ୍ମପୁର: ସୁପ୍ରିମକୋର୍ଟଙ୍କ ରହିତାଦେଶ ପରେ ଓଡ଼ିଶା ଅଭିମୁଖେ ସୁରତରେ ରହୁଥିବା ପ୍ରବାସୀ ଓଡ଼ିଆ । ଶନିବାର ସୁରତରୁ ଓଡ଼ିଶା ଆଭିମୁଖେ ବାହାରିଛି ସ୍ୱତନ୍ତ୍ର ଶ୍ରମିକ ଟ୍ରେନ୍ । ଏହି ଟ୍ରେନ୍‌ରେ ପ୍ରାୟ ୧୨ଶହ ପ୍ରବାସୀ ଫେରୁଥିବାର ସୂଚନା ରହିଛି । ପୂର୍ବରୁ ପ୍ରବାସୀଙ୍କ ଘର ବାହୁଡ଼ା ନେଇ ଓଡ଼ିଶା ହାଇକୋର୍ଟରେ ଦାୟର ହୋଇଥିବା ଜନସ୍ୱାର୍ଥ ମାମଲାର ଶୁଣାଣି କରି ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଥିଲେ ମାନ୍ୟବର ହୋଇକୋର୍ଟ ।

ପ୍ରବାସୀ ଓଡ଼ିଆ ବସରେ ନୁହେଁ ଟ୍ରେନରେ ଘରକୁ ଫେରିବେ, ନିୟମ ଭାଙ୍ଗିଲେ ଦଣ୍ଡ

ଫେରିବାକୁ ଆଗ୍ରହୀ ଥିବା ପ୍ରବାସୀଙ୍କ ରିପୋର୍ଟ ନେଗେଟିଭ୍ ଆସିଲେ ହିଁ ସେମାନଙ୍କୁ ଫେରାଇ ଆଣିବାକୁ ପରାମର୍ଶ ଦେଇଥିଲେ ମାନ୍ୟବର କୋର୍ଟ । ତେବେ ପରେ ମାନ୍ୟବର ସୁପ୍ରିମକୋର୍ଟ ଓଡ଼ିଶା ହାଇକୋର୍ଟଙ୍କ ଏହି ରାୟ ଉପରେ ରହିତାଦେଶ ଶୁଣାଇଥିଲେ । ଏହା ପରେ ଶନିବାର ସ୍ୱତନ୍ତ୍ର ଶ୍ରମିକ ଟ୍ରେନ୍‌ ଯୋଗେ ଓଡ଼ିଶା ଅଭିମୁଖେ ବାହାରିଛନ୍ତି ପ୍ରବାସୀ ଓଡ଼ିଆ । ମାନ୍ୟବର ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତି ପ୍ରବାସୀଙ୍କୁ ଆଶ୍ୱସ୍ତ କରିଛି ।

ଗଞ୍ଜାମରେ ୨ କରୋନା ପଜିଟିଭ ଚିହ୍ନଟ, ସଂଖ୍ୟା ୧୫୯କୁ ବୃଦ୍ଧି

ସେମାନେ ଓଡ଼ିଶା ଫେରୁଥିବାରୁ ଅତ୍ୟନ୍ତ ଖୁସି ବ୍ୟକ୍ତ କରିଛନ୍ତି । ଷ୍ଟେସନ୍‌ ପରିସରରେ ଜୟ ଜଗନ୍ନାଥ କହି ଯାତ୍ରା ଆରମ୍ଭ କରିଛନ୍ତି ପ୍ରବାସୀ ଓଡ଼ିଆ । ତେବେ ଓଡ଼ିଶାର ନିର୍ଦ୍ଦିଷ୍ଟ ଷ୍ଟେସନ୍‌ରେ ହିଁ ରହିବ ଟ୍ରେନ୍ ।  ଏହା ପରେ ପ୍ରବାସୀଙ୍କୁ ସେମାନଙ୍କ ଜିଲ୍ଲାର ପ୍ରଶାସନ ପାଛୋଟି ନେଇ କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ରଖିବେ ।

https://www.facebook.com/NandighoshaTV/videos/2918652674896753/

ପୂର୍ବରୁ ୧୪ ଦିନ କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ରହିବାକୁ ପଡ଼ୁଥିବା ବେଳେ ନୂଆ ନୟମ ଅନୁଯାୟୀ ସେମାନଙ୍କୁ ୨୮ ଦିନ କ୍ୱାରେଣ୍ଟାଇନ୍ ସେଣ୍ଟରରେ ରହିବାକୁ ପଡ଼ିବ । ପ୍ରଥମ  ୨୧ ଦିନ ସରକାରୀ କ୍ୱାରେଣ୍ଟାଇନ୍‌ରେ ରହିବା ପରେ ଅନ୍ୟ ୭ ଦିନ ଘରେ କ୍ୱାରେଣ୍ଟାଇନ୍‌ରେ ରହିବେ ।

ନୟାଗଡ଼ରୁ ଆସିଲା କରୋନାର ପ୍ରଥମ ମାମଲା: ରାଜ୍ୟରେ ୧୯ ଜିଲ୍ଲାକୁ ଛୁଇଁଲା କରୋନା

ଭୁବନେଶ୍ୱର: ରାଜ୍ୟରେ ଘୁ ଘୁ ହୋଇ ବଢୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଏବେ ୧୯ ଜିଲ୍ଲାକୁ ଛୁଇଁଲା କରୋନା । ନୟାଗଡ଼ାରେ ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଆଜି ସକାଳେ ୧୭ଜଣ ପଜିଟିଭ ଚିହ୍ନଟ ହେବା ପରେ ଗଞ୍ଜାମରେ  ଆଉ ଜଣେ ପଜିଟିଭ୍ ଚିହ୍ନଟ ହୋଇଥିଲେ  । ତା’ପରେ ନୟାଗଡରୁ ପ୍ରଥମ କରୋନା ସଂକ୍ରମଣ ମାମଲା ଆସିଛି ।

ରାଜ୍ୟରେ ଆଉ ଜଣେ କରେନା ସଂକ୍ରମିତ ଚିହ୍ନଟ ଓ ୫ ରୋଗୀ ସୁସ୍ଥ

ଚିନ୍ତା ବଢାଉଛନ୍ତି ସୁରଟ ଫେରନ୍ତା । ନୟାଗଡ଼ର ସଂକ୍ରମିତଙ୍କ  ବୟସ ୬୦ ଏବଂ ସେ ସୁରଟ ଫେରନ୍ତା ବୋଲି ଜାଣାପଡ଼ିଛି । ଏବେ ନୟାଗଡ଼ରେ ପ୍ରଥମ କରୋନା ପଜିଟିଭ୍ ଚିହ୍ନଟ ହେବାପରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୨୮୯କୁ ବୃଦ୍ଧି ପାଇଛି । ଏହାସହ ରାଜ୍ୟ ମୋଟ ୬୮ଜଣ ସୁସ୍ଥ ହୋଇଥିବା ବେଳେ ୨ଜଣ ମୃତ୍ୟୁ ବରଣ କରିଛନ୍ତି ।

ଚିନ୍ତା ବଢ଼ାଉଛି ଗଞ୍ଜାମ, ରାଜ୍ୟରେ ପୁଣି ୧୪ ନୂଆ କରୋନା ପଜିଟିଭ୍‌

 

ଲକଡାଉନ୍ ୩.୦: କଟକରେ କୋହଳ ହେଲା ନିୟମ, ଖୋଲିଲା ସପିଂ ମଲ୍

କଟକ:  କଟକ ସହରରେ ଥିବା ସମସ୍ତ ଗାର୍ମେଣ୍ଟସ୍ ମଲ ଖୋଲିଲା । ବାଦାମବଡି, ଦୋଳମୁଣ୍ଡାଇ, ନୂଆପାଟଣା ବଜ୍ରକବଟି ରେ ଥିବା ରିଲିୟନ୍ସ ଟ୍ରେଣ୍ଡ, ମେଟ୍ରୋ ବଜାର, କୋଲକାତା ବଜାର, ଗୀତଫ୍ୟାସନ ଆଦି ଲେଡିସ ଓ ଜେଣ୍ଟସ ଗାର୍ମେଣ୍ଟସ୍ ଥିବା ବଡ ସୋ’ ରୁମ ଖୋଲିବା ପାଇଁ ସିଏମସି ଅନୁମତି ଦେଇଛନ୍ତି ।

ଅନ୍ୟ ପକ୍ଷରେ ଢେଙ୍କାନାଳରେ ଲକଡାଉନ କଟକଣାକୁ ଅମାନ୍ୟ କରି ଦୋକାନ ଖୋଲିଥିବାରୁ ଢେଙ୍କାନାଳ ଟାଉନ ପୋଲିସ ତରଫରୁ ମିନା ବଜାର ଠାରେ ସ୍ମାର୍ଟ ଚଏସ ନାମକ ଗୋଟିଏ ଇମିଟେସନ ଦୋକାନକୁ ସିଲ କରିଛନ୍ତି ।

 

ସେହିଭଳି ମୟୂରଭଞ୍ଜ ଜିଲ୍ଲାରେ ମଧ୍ୟ କରୋନା କଟକଣାକୁ ନମାନିବାରୁ ୧୪ଟି ଦୋକାନକୁ ନୋଟିସ ଜାରିକଲା ଜିଲ୍ଲା ପ୍ରଶାସନ । ଶାଢ଼ୀ , ଡ୍ରେସ , ଗିଫ୍ଟ , ବ୍ଲାଉଜ ଆଦି ଦୋକାନକୁ ଜିଲ୍ଲା ପ୍ରଶାସନ ନୋଟିସ ଜାରି କରିଛନ୍ତି ।

ଏହି ଦେଶରେ ସଂକ୍ରମିତ ହେବା ପାଇଁ ଆୟୋଜିତ ହେଉଛି କରୋନା ପାର୍ଟି !

ନୂଆଦିଲ୍ଲୀ: ବିଶ୍ୱରେ କାୟା ବିସ୍ତାର କରୁଛି କରୋନା । ଏଭଳି ସ୍ଥିତିରେ ଆମେରିକା ହେଇଛି ବେହାଲ । ଆମେରିକାର ଅଣ୍ଟା ଭାଙ୍ଗିଛି କରୋନା । କରୋନାଠୁ ବଞ୍ଚିବାକୁ ସବୁ ପ୍ରକାର ପ୍ରୟାସ ସତ୍ତ୍ୱେ ବି ବିଫଳ ହେଉଛି ଆମେରିକା । ସେଠାରେ ଏବେ ପର୍ଯ୍ୟନ୍ତ ୭୭ହଜାର ଲୋକଙ୍କ ପ୍ରାଣ ଗଲାଣି । ଏହା ମଧ୍ୟରେ ଏମିତି ବି ଖବର ଆସିଛି ଯେ, ଆମେରିକାରେ ଲକଡାଉନ ନିୟମକୁ ଉଲଂଘନ ଏବଂ ସାମିଜିକ ଦୂରତାକୁ ବେଖାତିର କରାଯାଉଛି । ଏହାସହ ଆମେରିକାର କେତେକ ଅଧିକାରୀ କରୋନା ପର୍ଟିକୁ ନେଇ ନିଜର ଚିନ୍ତା ଜାହିର କରିଛନ୍ତି ।   

ଏଏଫପିର ରିପୋର୍ଟ ଅନୁସାରେ, ୱାସିଂଟନର ବାଲ୍ଲା ବାଲ୍ଲା କାଉଣ୍ଟିର ଅଧିକାରୀମାନେ ସୂଚନା ଦେଇଛନ୍ତି ଯେ, ଅଞ୍ଚଳରେ କରୋନା ଭାଇରସ୍ ୧୦୦ଟି ଏମିତି ମାମଲା ଆସିଛି ଯାହା କରୋନା ଭାଇରସ୍ ପାର୍ଟି ଯୋଗୁଁ ହିଁ ବ୍ୟାପିଛି । ପାର୍ଟିର ଲୋକମାନେ ଜାଣିଶୁଣି ଏହି ଭାଇରସ୍ ବିସ୍ତାର କରିଥିଲେ।

ୱାସିଂଟନର ସ୍ୱାସ୍ଥ୍ୟ ସଚିବ ଜାନ୍ ବିସମୈନ କହିଛନ୍ତି ଯେ, ମହାମାରୀ ସମୟରେ ଲୋକ ଏକାଠି ହେବା ବିପଦପୂର୍ଣ୍ଣ । ଏମିତିରେ ଲୋକ ହସପିଟାଲରେ ଭର୍ତ୍ତି ହେବାର ଆଶଙ୍କା ଅଧିକଥାଏ ଏବଂ ମୃତ୍ୟୁ ବି ହୋଇପାରେ । ଆମେରିକୀୟ ଅଧିକାରୀ ଏହା ମଧ୍ୟ କହିଛନ୍ତି ଯେ, କରୋନାରୁ ସୁସ୍ଥ ହୋଇଥିବା ଲୋକ ଦୀର୍ଘଦିନ ଧରି ଆଉଥରେ ସଂକ୍ରମିତ ନ ହେବେ ତାର କୌଣସି ଭରସା ନାହିଁ । ବିସମୈନ ଏହା ମଧ୍ୟ କହିଛନ୍ତି ଯେ, ଦୀର୍ଘ ସମୟ ପରେ ଆମ ଶରୀରରେ ଭାଇରସର କଣ ପ୍ରଭାବ ପଡ଼ିବ ତାହା ମଧ୍ୟ ଆମକୁ ଜଣା ନାହିଁ ।

ଗତମାସ ଆମେରିକାର ସିକାଗୋରେ ମଧ୍ୟ ସାମାଜିକ ଦୂରତାକୁ ବେଖାତିର କରିବାର ଏକ ପାର୍ଟିର ଭିଡ଼ିଓ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହୋଇଥିଲା  । ପାର୍ଟି ପାଇଁ ଗୋଟିଏ ଘରେ ଶତଧିକ ଲୋକ ଜମା ହୋଇଥିଲେ । ପାର୍ଟିରେ ଥିବା ଲୋକମାନେ ହିଁ ଏହି ଭିଡ଼ିଓଟି ନିଜେ ଅପଲୋଡ଼ କରିଥିଲେ ।

କରୋନା ଭାଇରସର ନାଁରେ ହୋଇଥିବା ପାର୍ଟିରେ ଯେଉଁଲୋକ ସଂକ୍ରମିତ ନୁହଁନ୍ତି ସେମାନେ ସଂକ୍ରମିତଙ୍କ ସହ ବସୁଥିଲେ ଯେମିତି କି ସେମାନେ ସଂକ୍ରମିତ ହୋଇଯିବେ । ଏନେଇ ସ୍ୱାସ୍ଥ୍ୟ ସଚିବ ଜାନ ବିସମୈନ କୁହନ୍ତି ଯେ, ଏମିତି କରିବା ଦ୍ୱାରା ସଂକ୍ରମିତଙ୍କ ସଂଖ୍ୟା ବହୁତ ବଢିଯିବ ଏବଂ ୱାସିଂଟନରୁ ଲଗଡାଉନ୍ ହଟାଇବାରେ ମଧ୍ୟ ବିଳମ୍ବ ହେବ ।

ବଲ୍ଲା ବଲ୍ଲା କାଉଁଟିର କମ୍ୟୁନିଟି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ମେଘନ ଡିବୋଲ୍ଟ କୁହନ୍ତି ଯେ, କଣ୍ଟାକ୍ଟ ଟ୍ରେସିଂରୁ ଜଣାପଡ଼େ କି କେତେକ ସଂକ୍ରମିତ ଲୋକ ପାର୍ଟିକୁ ଯାଇଥିଲେ । ତେବେ ଏହି ପାର୍ଟି କେଉଁଠାରେ ହୋଇଥିଲା ସେବାବଦରେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ  ମଧ୍ୟ ଜଣା ନାହିଁ ।  ଏହି ଭିଡ଼ିଓ ଭାଇରାଲ ହେବାପରେ ହିଁ ପାର୍ଟି ବିଷୟରେ ଜଣା ପଡିଥିଲା ।

ରାଜ୍ୟରେ ଆଉ ଜଣେ କରେନା ସଂକ୍ରମିତ ଚିହ୍ନଟ ଓ ୫ ରୋଗୀ ସୁସ୍ଥ

ଭୁବନେଶ୍ୱର: ରାଜ୍ୟରେ ବଢିବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ସକାଳେ ପ୍ରଥମେ ୧୪ କରୋନା ପଜିଟିଭ ବାହାରି ଥିବା ବେଳେ ପୁଣି ୩ ଜଣ ମୟୂରଭଞ୍ଜରୁ ଚିହ୍ନଟ ହୋଇଛନ୍ତି  । ଏବେ ପୁଣି ରାଜ୍ୟରେ ଆଉ ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାସହ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୮୮କୁ ବୃଦ୍ଧି ପାଇଛି ।

ସଂକ୍ରମିତ ହେଉଛନ୍ତି ଗଞ୍ଜାମ ଜିଲ୍ଲାର । ଏବଂ ସଂକ୍ରମିତ ଜଣଙ୍କ ୨୬ ବର୍ଷର ଏବଂ ସେ ସୁରଟ ଫେରନ୍ତା ବୋଲି ସ୍ପଷ୍ଟ ହୋଇଛି । ଏବଂ ଏହା ସହ ଗଞ୍ଜାମରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୮୪କୁ ବୃଦ୍ଧି ପାଇଛି ।

ଅପରପକ୍ଷରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା  ବଢ଼ିବା ସହ ସୁସ୍ଥ ହେଉଥିବା ରୋଗୀଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ଶନିବାର ସୁସ୍ଥ ହୋଇଛନ୍ତି ଆଉ ୫ କରୋନା ଆକ୍ରାନ୍ତ । ସେମାନଙ୍କ ମଧ୍ୟରେ ୪ ଜଣ ବାଲେଶ୍ୱରର ହୋଇଥିବା ବେଳେ ଜଣେ ଯାଜପୁରର । ଏଥିସହିତ ରାଜ୍ୟରେ ମୋଟ ୬୮ଜଣ ରୋଗୀ ସୁସ୍ଥ ହେଲେଣି ।

ଅମିତ ଶାହଙ୍କ ଚିଠିକୁ ନେଇ ଗରମ ହେଲା ରାଜନୀତି,ଟିଏମସି କହିଲା ମିଛ କହୁଛନ୍ତି ଶାହ

ନୂଆଦିଲ୍ଲୀ:  କରୋନା ଲକଡାଉନ୍ ମଧ୍ୟରେ ପ. ବଙ୍ଗର ପ୍ରବାସୀ ଶ୍ରମିକଙ୍କୁ ନେଇ ମମତାଙ୍କ ଆଭିମୁଖ୍ୟକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଅମିତ ଶାହ । ମମତାଙ୍କ ନିରବତାକୁ ପ୍ରଶ୍ନ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ପଶ୍ଚିମବଙ୍ଗର ପ୍ରବାସୀ ଶ୍ରମିକଙ୍କ ପ୍ରସଙ୍ଗରେ ମମତା କ’ଣ ପାଇଁ ନିରବ ବୋଲି ଶାହ ପ୍ରଶ୍ନ କରିଛନ୍ତି । ଶାହଙ୍କ ଏହି ପ୍ରଶ୍ନକୁ ନେଇ ଏବେ ପାଲଟା ଆକ୍ରମଣ କରିଛି ତୃଣମୁଳ କଂଗ୍ରେସ ।

ଟିଏମସି ସାଂସଦ ଅଭିଶେକ ବାନାର୍ଜୀ ଟ୍ୱିଟ୍ କରି ଅମିତ ଶାହଙ୍କ ଉପରେ ହମଲା କରିଛନ୍ତି । ସେ କହିଛନ୍ତି ଯେ, ସଂକଟର ଏହି କ୍ଷଣରେ ନିଜ କର୍ତ୍ତବ୍ୟ ପାଳନରେ ବିଫଳ ହୋଇଥିବା କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ମିଥ୍ୟାର ଗଣ୍ଠିଲି ସହ ଲୋକଙ୍କ ଭ୍ରମିତ କରିବା ପାଇଁ ଅନେକ ସପ୍ତାହର ନିରବତା ଭାଙ୍ଗିଛନ୍ତି । ବିଡମ୍ବନା ହେଉଛି ସରକାର ନିଜ ଲୋକଙ୍କୁ ସେମାନଙ୍କ ହାଲରେ ଛାଡି ଦେଇଛି । ଅମିତ ଶାହ ନିଜ ମିଥ୍ୟା ଆରୋପକୁ ସାବ୍ୟସ୍ତ କରନ୍ତୁ କିମ୍ବା କ୍ଷମା ମାଗନ୍ତୁ ।

ଅମିତ ଶାହଙ୍କ ମମତାଙ୍କୁ ପତ୍ର ପରେ ଟିଏମସି ଆକ୍ରାମକ ହୋଇଛି । ଶାହ,ପ.ବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖି ପଚାରିଥିଲେ ଯେ,ପ୍ରବାସୀ ଶ୍ରମିକଙ୍କୁ ନେଇ ମମତା ନିରବ କାହିଁକି ? ଅନ୍ୟରାଜ୍ୟରେ ଫସି ରହିଥିବା ପ.ବଙ୍ଗ ଶ୍ରମିକଙ୍କୁ ଟ୍ରେନ ଦ୍ୱାରା କାହିଁକି ଅଣାଯାଉନି । ମମତା ସରକାର ପ୍ରବାସୀ ଶ୍ରମିକଙ୍କ ପାଇଁ ପଦକ୍ଷେପ ନିଅନ୍ତୁ । ପ.ବଙ୍ଗରେ ପ୍ରବାସୀ ଶ୍ରମିକ ଅସୁବିଧାରେ ଅଛନ୍ତି ।

ଅମିତ ଶାହ ନିଜ ପତ୍ରରେ ଲେଖିଥିଲେ ଯେ, ବର୍ତ୍ତମାନ ସୁଧା ୨ ଲକ୍ଷରୁ ଅଧିକ ପ୍ରବାସୀ ଶ୍ରମିକ ଟ୍ରେନ ଜରିଆରେ ନିଜ ରାଜ୍ୟକୁ ଫେରି ସାରିଲେଣି । ବାକି ରାଜ୍ୟର ଶ୍ରମିକଙ୍କ ଭଳି ପ.ବଙ୍ଗର ପ୍ରବାସୀ ଶ୍ରମିକ ମଧ୍ୟ ନିଜ ରାଜ୍ୟକୁ ଫେରିବା ପାଇଁ ବ୍ୟାକୁଳ ଅଛନ୍ତି ଓ ସେମାନଙ୍କ ଯିବା ବ୍ୟବସ୍ଥା ମଧ୍ୟ କେନ୍ଦ୍ର ସରକାର କରିଛନ୍ତି । କିନ୍ତୁ ଦୁଃଖର କଥା ହେଲା,ପ.ବଙ୍ଗ ସରକାରଙ୍କ ପଟୁ ଆମକୁ ଅପେକ୍ଷିତ ସହଯୋଗ ମିଳୁନାହିଁ

ଅମିତ ଶାହ କହିଛନ୍ତି କି,ଅନ୍ୟ ରାଜ୍ୟରୁ ଶ୍ରମିକଙ୍କୁ ନେଇ ଆସୁଥିବା ରେଳଗାଡିକୁ ପ.ବଙ୍ଗ ସରକାର ଅନୁମତି ଦେଉ ନାହାନ୍ତି । ଏଭଳି କରିବା ପ.ବଙ୍ଗ ଶ୍ରମିକଙ୍କ ପ୍ରତି ଅନ୍ୟାୟ । ଏହା ପ.ବଙ୍ଗର ପ୍ରବାସୀ ଶ୍ରମିକଙ୍କୁ କଠୋର ପରିସ୍ଥିତି ମଧ୍ୟକୁ ଠେଲି ପାରେ ।