ଡ୍ରାଇଭିଂ ଲାଇସେନ୍ସ ଟେଷ୍ଟ ପାଇଁ ସ୍ଲଟ୍ ବୁକିଂ ଆରମ୍ଭ । ରାଜ୍ୟ ପରିବହନ ମନ୍ତ୍ରୀଙ୍କ ସୂଚନା । ଖୁବ୍ଶୀଘ୍ର ଏନେଇ ଜାରି ହେବ ଏସ୍ଓପି । ୧୮ରୁ DL ଓ ୨୯ରୁ LL ପାଇଁ ଆରମ୍ଭ ହେବ ଟେଷ୍ଟ ।
ମାତା ସୀତାଙ୍କ ଭାଇ-ଭଉଣୀ ମାନେ ମଧ୍ୟ ଥିଲେ ବିଶେଷ ଗୁଣର ଅଧିକାରୀ, ଜାଣନ୍ତୁ କଣ ଥିଲା ସେମାନଙ୍କ ବିଶେଷତ୍ୱ
ଦେବୀ ସୀତା ମିଥିଳାର ରାଜା ଜନକଙ୍କ ବଡ଼ ଝିଅ ଥିଲେ, ତେଣୁ ତାଙ୍କୁ ‘ଜାନକୀ’ ବୋଲି ମଧ୍ୟ କୁହାଯାଏ । ମାନ୍ୟତା ରହିଛି ଯେ ରାଜା ଜନକ ମାତା ସୀତାଙ୍କୁ ଏକ କ୍ଷେତରୁ ପାଇଥିଲେ। ସେଥିପାଇଁ ତାଙ୍କୁ ପୃଥିବୀର ଝିଅ ବୋଲି ମଧ୍ୟ କୁହାଯାଏ । ମାତା ସୀତାଙ୍କ ବିଷୟରେ ତ ପ୍ରାୟ ସମସ୍ତେ ଜାଣିଥିବେ । କିନ୍ତୁ ଆପଣ ତାଙ୍କ ଭାଇ ଭଉଣୀ ମାନଙ୍କ ବିଷୟରେ ଜାଣିଛନ୍ତି କି ? ତେବେ ଆସନ୍ତୁ ଜାଣିବା ତାଙ୍କ ଭାଇଭଉଣୀଙ୍କ ବିଷୟରେ କିଛି କଥା ।

ବାଲ୍ମୀକି ରାମାୟଣରେ ସୀତାଙ୍କ ଜଣେ ଭଉଣୀ ଉର୍ମିଳାଙ୍କ ବିଷୟରେ ଉଲ୍ଲେଖ କରାଯାଇଛି । ମାଣ୍ଡୱୀ ଏବଂ କ୍ଷୁତକୀର୍ତ୍ତି ଜନକଙ୍କ ସାନଭାଇ କୁଶଧ୍ୱଜଙ୍କ ଝିଅ ଥିଲେ। ସୀତା ଜନକଙ୍କ ଏକମାତ୍ର ଝିଅ ବୋଲି ରାମାୟଣରେ ଉଲ୍ଲେଖ କରାଯାଇଛି । ସମୁଦାୟ ମାତା ସୀତାଙ୍କର ତିନୋଟି ଭଉଣୀ ଥିଲେ । ତାଙ୍କ ଭାଇଙ୍କ ନାମ ମଙ୍ଗଲଦେବ ଥିଲା, ଯିଏ ମାତା ପୃଥିବୀର ପୁତ୍ର ଥିଲେ ।

ଉର୍ମିଳା: ବାଲ୍ମୀକି ରାମାୟଣ ଅନୁଯାୟୀ ଉର୍ମିଳା ଜନକନନ୍ଦିନୀ ସୀତାଙ୍କ ସାନ ଭଉଣୀ ଥିଲେ ଏବଂ ସୀତାଙ୍କ ବିବାହ ସମୟରେ ଦଶରଥ ଏବଂ ସୁମିତ୍ରାଙ୍କ ପୁଅ ଲକ୍ଷ୍ମଣଙ୍କୁ ବିବାହ କରିଥିଲେ। ଯେତେବେଳେ ରାମ ଏବଂ ସୀତାଙ୍କ ସହ ଲକ୍ଷ୍ମଣ ବନବାସ କରିବାକୁ ଯାଇଥିଲେ, ସେତେବେଳେ ତାଙ୍କ ପତ୍ନୀ ଉର୍ମିଳା ମଧ୍ୟ ତାଙ୍କ ସହ ଯିବାକୁ ଜିଦ୍ ଧରିଥିଲେ, କିନ୍ତୁ ଅଯୋଧ୍ୟାରେ ମାଆ ମାନଙ୍କ ସହ ତାଙ୍କୁ ରହିବାରୁ ଲକ୍ଷ୍ମଣ ଅନୁରୋଧ କରିଥିଲେ । ଏପରି ପରିସ୍ଥିତିରେ ଉର୍ମିଳାଙ୍କ ପାଇଁ ଏହା ଅତ୍ୟନ୍ତ କଷ୍ଟସାଧ୍ୟ ସମୟ ଥିଲା । କାରଣ ସେତେବେଳେ ସେ ଲକ୍ଷ୍ମଣଙ୍କୁ ନୂଆ କରି ବିବାହ କରିଥିଲେ ଏବଂ ତାଙ୍କ ଦାମ୍ପତ୍ୟ ଜୀବନର ଆରମ୍ଭ ମାତ୍ର ହୋଇଥଲା ।

ଲକ୍ଷ୍ମଣ ବନବାସ ଯାଇସାରିବା ପରେ ଉର୍ମିଳାଙ୍କ ପିତା ଅଯୋଧ୍ୟା ଆସିଲେ ଏବଂ ଉର୍ମିଳାଙ୍କୁ ବାପଘର ଆସିବାକୁ ଅନୁରୋଧ କରିଥିଲେ । ମାଆ ଏବଂ ସାଙ୍ଗ ମାନଙ୍କ ସହିତ ରହିଲେ ଉର୍ମିଳାଙ୍କୁ ତାଙ୍କ ସ୍ୱାମୀ ଲକ୍ଷ୍ମଣଙ୍କ କଥା ବେଶୀ ମନେ ପଡ଼ିବ ନାହିଁ ବୋଲି ଭାବି ତାଙ୍କ ପିତା ତାଙ୍କୁ ଘରକୁ ଯିବାକୁ କହିଥିଲେ । କିନ୍ତୁ ଉର୍ମିଳା ତାଙ୍କ ବାପଘର ମିଥିଳା ଯିବା ପାଇଁ ମନା କରି କହିଥିଲେ ଯେ, ସ୍ୱାମୀଙ୍କ ଆଦେଶ କ୍ରମେ ତାଙ୍କ ପରିବାର ସହିତ ରହିବେ ଏବଂ ସ୍ତ୍ରୀ ଧର୍ମ ପାଳନ କରିବେ । ଏହା ହିଁ ଥିଲେ ଉର୍ମିଳାଙ୍କ ଅଖଣ୍ଡ ପତିବ୍ରତା ଧର୍ମର ଜ୍ୱଳନ୍ତ ଉଦାହରଣ ।

ମାନ୍ୟତା ଅନୁସାରେ, ରାବଣର ପୁତ୍ର ମେଘନାଦକୁ ବରଦାନ ମିଳିଥିଲା ଯେ, ଯେଉଁ ବ୍ୟକ୍ତି ୧୪ ବର୍ଷ ଯାଏଁ ଶୋଇ ନଥିବ ସେ ହିଁ କେବଳ ତାଙ୍କୁ ପରାସ୍ତ କରିପାରିବ । ଯଦିଓ ଲକ୍ଷ୍ମଣ ନିଜ ଭାଇ ରାମଚନ୍ଦ୍ର ଏବଂ ଭାଉଜ ସୀତାଙ୍କ ସୁରକ୍ଷା ଏବଂ ସେବାରେ ଏତେ ମାତ୍ରାରେ ଲିପ୍ତଥିଲେ ଯେ, ସେ ୧୪ ବର୍ଷ ଯାଏଁ ଶୋଇନଥିଲେ । ମାନ୍ୟତା ରହିଛି ଯେ ଲକ୍ଷ୍ମଣଙ୍କ ବଦଳରେ ତାଙ୍କ ସ୍ତ୍ରୀ ଉର୍ମିଳା ୧୪ ବର୍ଷ ଯାଏଁ ଶୋଇ ରହିଥିଲେ । ଆଉ ଏକ କଥା ଅନୁସାରେ ଲକ୍ଷ୍ମଣଙ୍କ ବିଜୟର ପ୍ରମୁଖ କାରଣ ଥିଲେ ତାଙ୍କ ସ୍ତ୍ରୀ ଉର୍ମିଳାଙ୍କ ପତିବ୍ରତା ଧର୍ମ। ଲକ୍ଷ୍ମଣଙ୍କୁ ଉର୍ମିଳାଙ୍କ ଠାରୁ ଅଙ୍ଗଦ ଏବଂ ଚନ୍ଦ୍ରକେତୁ ନାମକ ଦୁଇ ପୁଅ ଏବଂ ସୋମଦା ନାମକ ଏକ ଝିଅ ପ୍ରାପ୍ତ ହୋଇଥିଲା ।

ମାଣ୍ଡୱୀ- ମାଣ୍ଡୱୀ ଦଶରଥଙ୍କ ପୁଅ ଭରତଙ୍କ ସ୍ତ୍ରୀ ଥିଲେ । ମାଣ୍ଡୱୀ ରାଜା ଜନକଙ୍କ ସାନ ଭାଇ କୁଶଧ୍ୱଜଙ୍କ ଝିଅ ଥିଲେ । ସେ ଜଣେ ସାଧବୀ ପରି ବସବାସ କରୁଥିଲେ | ଭରତ ଅଯୋଧ୍ୟାରେ ନୁହେଁ ବରଂ ନନ୍ଦିଗ୍ରାମରେ ରହୁଥିଲେ ଏବଂ ମାଣ୍ଡବୀ ତାଙ୍କ ସ୍ୱାମୀ ଭରତଙ୍କ ଭାଇ ଶ୍ରୀରାମଙ୍କ ସମର୍ପଣକୁ ସମ୍ମାନ କରୁଥିଲେ ଏବଂ ପ୍ରତ୍ୟେକ କାର୍ଯ୍ୟରେ ତାଙ୍କୁ ସମର୍ଥନ ଜଣାଉଥଲେ । ସେ ବଂଶର ମର୍ଯ୍ୟାଦା ଅନୁସାରେ ଆଚରଣ କରୁଥିଲେ । ତାଙ୍କର ଦୁଇଟି ପୁତ୍ର ଥିଲେ, ତକ୍ଷ ଏବଂ ପୁଷ୍କଲ ।

କ୍ଷୁତକୀର୍ତ୍ତି- କ୍ଷୁତକୀର୍ତ୍ତି ରାଜା କୁଶଧ୍ୱଜଙ୍କ ଝିଅ ଥିଲେ । କ୍ଷୁତକୀର୍ତ୍ତିଙ୍କ ବିବାହ ଭଗବାନ ରାମଙ୍କ ଭାଇ ଶତୃଘ୍ନଙ୍କ ସହ ହୋଇଥିଲା । ତାଙ୍କର ଦୁଇ ପୁତ୍ର ଥିଲେ, ଶତୃଘାତି ଏବଂ ସୁବାହୁ । କୁଶଧ୍ୱଜ ମିଥିଳାର ରାଜା ନିମିର ପୁଅ ଏବଂ ରାଜା ଜନକଙ୍କ ସାନ ଭାଇ ଥିଲେ ।
ଓଡ଼ିଆ ଶ୍ରମିକଙ୍କୁ ସୁରତ ଫେରାଇବାକୁ ପ୍ରୟାସ
ଭୁବନେଶ୍ୱର, ୧୧/୦୬: କରୋନା ଛଡେଇ ନେଇଛି କେତେ ଜୀବନ ଆଉ ଜୀବିକା । ଲକ୍ଷ ଲକ୍ଷ ଶ୍ରମିକ ହୋଇଛନ୍ତି ଛଟେଇ । ଆଜି ବି ଲକ୍ଷ ଲକ୍ଷ ଶ୍ରମିକ କାମ ନ ପାଇ ଘରେ ବସିରହିଛନ୍ତି । ଏହାରି ଭିତରେ ସମୃଦ୍ଧ ସହର ସୁରତ ଖୋଜୁଛି ଓଡିଆ ଶ୍ରମିକଙ୍କୁ । ପ୍ରବାସୀଙ୍କୁ ଫେରାଇ ନେବା ପାଇଁ ସୁରତରୁ ଗଂଜାମର କବିସୂର୍ଯ୍ୟନଗର ଓ ଖଲିକୋଟରେ ଆସି ପହଁଞ୍ଚିଛି ପ୍ରବାସୀ ଓଡିଆ ଶ୍ରମିକ ଟ୍ରଷ୍ଟ । ପ୍ରଥମ ପର୍ଯ୍ୟାୟରେ ୧୮ ଜଣିଆ ଟିମ ଆସି ପହଁଞ୍ଚିଛି ପ୍ରବାସୀଙ୍କ ପାଖରେ ।
ଓଡିଆଙ୍କ ବିନା ସୁରତ ଏକ ପ୍ରକାର ଅଚଳ ହୋଇଯାଇଛି । ସବୁ କାରଖାନାରେ ସିଂହଭାଗ ଓଡିଆ ଶ୍ରମିକ କାମ କରୁଥିଲେ । ହେଲେ କରୋନା ମହାମାରୀ ଯୋଗୁଁ ସବୁ ଏବେ ଘରେ। କର୍ମକ୍ଷେତ୍ରକୁ ପୁଣି ଥରେ ଫେରାଇ ନେବାକୁ ଚାଲିଛି ପ୍ରୟାସ । କଟକଣା କୋହଳ ପରେ କର୍ମକ୍ଷେତ୍ରରେ ଯୋଗଦେବା ନେଇ ପ୍ରସ୍ତାବ ରଖିଛି ପ୍ରବାସୀ ଓଡିଆ ଶ୍ରମିକ ଟ୍ରଷ୍ଟ । ଏହାସହ ୧୨ ଘଣ୍ଟିଆ ଡ୍ୟୁଟି ବଦଳରେ ୮ ଘଣ୍ଟିଆ ଡ୍ୟୁଟି ଓ ଭବିଷ୍ୟନିଧି ପାଣ୍ଠିରେ ସାମିଲ କରିବାକୁ ମଧ୍ୟ ଦେଇଛି ପ୍ରତିଶ୍ରୁତି । ପ୍ରବାସୀ ଓଡିଆଙ୍କ ଭବିଷ୍ୟତ ନେଇ ଉଭୟ ଓଡିଶା ଓ ଗୁଜୁରାଟ ସରକାରଙ୍କ ସହ ଆଲୋଚନା କରାଯିବ ବୋଲି ଟ୍ରଷ୍ଟର ସଭାପତି ପ୍ରଦୀପ ସାହୁ କହିଛନ୍ତି।
ଟେଷ୍ଟ ଡେବ୍ୟୁରେ ଅଷ୍ଟ୍ରେଲିଆ ବିରୋଧରେ ଶତକ ମାରିଥିଲେ,ଏବେ ନିର୍ମାଣ ଶ୍ରମିକ
ନୂଆଦିଲ୍ଲୀ: ଭାଗ୍ୟ କେବେ ଯେ କାହାର ବଦଳିଯିବ ତାହା କାହାକୁ ଜଣାନଥାଏ । କେବେ କିଏ ରାଜା ରଙ୍କ ପାଲଟେ ତ’ କେବେ ରଙ୍କ ପାଲଟି ଯାଏ ରାଜା । । ଠିକ୍ ସେହିଭଳି କ୍ରିକେଟ ର ଜଣେ ପ୍ରତିଷ୍ଠିତ ତାରକାଙ୍କ ଭାଗ୍ୟରେ ଏମିତି ପରିବର୍ତ୍ତନ ହୋଇଥିଲା ଯାହା କେହି ବିଶ୍ୱାସ କରିପାରନ୍ତି ନାହିଁ । ଲୁଉ ଭିନସେଣ୍ଟ ଜଣେ ଏମିତି ଖେଳାଳି ଯିଏ ନ୍ୟୁଜିଲାଣ୍ଡ ପାଇଁ ୨୩ଟେଷ୍ଟ ମ୍ୟାଚ୍, ୯ଟି ଟି୨୦ ଓ ୧୦୨ଟି ୱାନଡେ ଖେଳିଛନ୍ତି । ଲଉ ଭିନସେଣ୍ଟ ନିଜ ଆନ୍ତର୍ଜାତୀୟ କ୍ୟାରିୟରରେ ୬ ଶତକ ରେକର୍ଡ କରିଥିଲେ । ଲୁଉ ତାଙ୍କର ପ୍ରଥମ ଟେଷ୍ଟ ମ୍ୟାଚରେ ଅଷ୍ଟ୍ରେଲିଆ ବିରୋଧରେ ଶତକ କରିଥିଲେ । କେବଳ ସେତିକି ନୁହେଁ ୨୦୦୫ ମସିହାରେ ଭିନସେଣ୍ଟ ଜିମ୍ବାୱେ ବିରୋଧରେ ୧୭୨ ରନ ସହିତ ୧୧୮ ଟି ଛକା ଓ ଚୌକା କରିଥିଲେ । ଏତେ ହିଟ୍ ତାରକା ହେବା ସତ୍ତ୍ୱେ ଆଜି ଏହି ଖେଳାଳି ଦିନ ମଜରିଆ ଭାବେ ଜୀବନଯାପନ କରୁଛନ୍ତି ।

ଲୁଉ ଭିନସେଣ୍ଟ ନ୍ୟୁଜିଲାଣ୍ଡର ୱାର୍କୱର୍ଥରେ ଜନ୍ମ ହୋଇଥିଲେ। ସେ ପ୍ରସିଦ୍ଧ କ୍ରୀଡା ସାମ୍ବାଦିକ ମାଇକ୍ ଭିନସେଣ୍ଟଙ୍କ ପୁଅ ଥିଲେ। ଯେତେବେଳେ ଭିନ୍ସେଣ୍ଟ ୧୫ ବର୍ଷର ଥିଲେ, ସେତେବେଳେ ତାଙ୍କ ପିତାମାତାଙ୍କର ବିବାହ ବିଚ୍ଛେଦ ହୋଇଥିଲା । ଏହା ପରେ ସେ ଆଡିଲେଡକୁ ପଳାଇଥିଲେ । ସେଠାରେ ସେ କ୍ରିକେଟ୍ ଖେଳୁଥିଲେ କିନ୍ତୁ ତାଙ୍କୁ ସେଠାରେ ଭଲ ସୁଯୋଗ ମିଳିନଥିଲା । ସେଥିପାଇଁ ୧୮ ବର୍ଷ ବୟସରେ ସେ ନ୍ୟୁଜିଲାଣ୍ଡକୁ ଫେରିବା ପାଇଁ ନିଷ୍ପତ୍ତି ନେଇଥିଲେ ।

ନ୍ୟୁଜିଲାଣ୍ଡ ଫେରିବା ପରେ ୧୯୯୮ ମସିହାରେ ତାଙ୍କୁ ନ୍ୟୁଜିଲାଣ୍ଡ ପାଇଁ ଅଣ୍ଡର ୧୯ ବିଶ୍ୱକପରେ ଖେଳିବାକୁ ସୁଯୋଗ ମିଳିଥିଲା । କେବଳ ସେତିକି ନୁହେଁ ତାଙ୍କୁ ଅକଲାଣ୍ଡରେ ଟିମରେ ମଧ୍ୟ ଏଣ୍ଟ୍ରି ମିଳିଥିଲା । ସେଠାରେ ସେ ଫାଷ୍ଟ କ୍ଲାସ କ୍ରିକେଟ ଖେଳିଥିଲେ । ତାଙ୍କ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ୨୦୦୧ ମସିହାରେ ଭିନସେଣ୍ଟ ନ୍ୟୁଜିଲ୍ୟାଣ୍ଡ ଦଳରେ ନିଜ ସ୍ଥାନ ହାସଲ କରିଥିଲେ । ଏବଂ ସେ ଖେଳ ଟିମ୍ ପାଇଁ ସଫଳତା ଜିତିଥିଲେ। ତେବେ ଭିନସେଣ୍ଟ ଜଣେ ପ୍ରତିଷ୍ଠିତ ଓ ଲୋକପ୍ରିୟ ଖେଳାଳି ଥିଲେ ।

ସାରା ଜୀବନ କ୍ରିକେଟ୍ ଖେଳିଥିବା ଲୁଉ ଭିନସେଣ୍ଟ ଏବେ ବଞ୍ଚିବା ପାଇଁ ଏକ କମ୍ପାନୀରେ କାମ କରିବା ଆରମ୍ଭ କରିଥିଲେ । ସେଠାରେ ସେ ବିଲ୍ଡିଂ ରିପେୟାରିଂର କାମ କରୁଥିଲେ । ରିପୋର୍ଟ ଅନୁସାରେ ଭିନସେଣ୍ଟ ପ୍ଲାଟିନମ୍ ହୋମ୍ସ କମ୍ପାନୀ ସହ ଜଡିତ ଥିଲେ । ମ୍ୟାଚ୍ ଫିକ୍ସି ଅଭିଯୋଗରେ ତାଙ୍କ ଉପରେ ଆଜୀବନ ବାସନ୍ଦ ଲାଗୁ ହୋଇଥିଲା । କେବଳ କ୍ରିକେଟ୍ ଖେଳିବା ଉପରେ ନୁହେଁ କ୍ରିକେଟ୍ ସହ ସଂପର୍କିତ କୌଣସି କାମ ସେ କରିପାରିବେ ନାହିଁ ବୋଲି ଆଦେଶରେ କୁହାଯାଇଥିଲା । ଏପରିକି ଷ୍ଟାଡିୟମ ମଧ୍ୟକୁ ତାଙ୍କ ପ୍ରବେଶ ବର୍ଜିତ । କ୍ରିକେଟରୁ ବାସନ୍ଦ ହେବା ପରେ ତାଙ୍କ ପାଖରେ ଚଳିବା ପାଇଁ ଟଙ୍କା ନଥିଲା । ତେଣୁ ସେ ବାଧ୍ୟ ହୋଇ ନିର୍ମାଣ ଶ୍ରମିକ ପାଲଟି ଯାଇଥିଲେ । ଏହାକୁ ହିଁ କୁହନ୍ତି କର୍ମଫଳ ।
ରଜ ପାଇଁ ଖୁସି ଖବର, ରାତି ୧୦ ପର୍ଯ୍ୟନ୍ତ ଖୋଲା ରହିବ ଦୋକାନବଜାର
ଭୁବନେଶ୍ୱର: ରଜ ପାଇଁ ଖୁସି ଖବର । କରୋନା ପାଇଁ ପୂରା ଦେଶରେ ପ୍ରଥମେ ଲକାଡାଉନ୍ ପରେ ସଟଡାଉନ ପରେ ଏହାକୁ କୋହଳ କରି ଦେଶରେ ଜାରି ହୋଇଛି ଅନଲକ୍ ୧ । ଏବଂ ଏଥିରେ ସବୁ ପ୍ରକାର ନିୟମକୁ କୋହଳ କରିବା ସହ ରାଜ୍ୟ ସରକାରଙ୍କ ଉପରେ ସବୁ ପ୍ରକାର ନିଷ୍ପତ୍ତି ଛାଡ଼ି ଦେଇଥିଲେ । ଏବେ ରାଜ୍ୟ ସରକାର ଦୋକାନ ଖୋଲିବା ବନ୍ଦ କରିବାକୁ କେତକ ନିୟମାବଳୀ ଜାରି କରିଥିଲେ । ଏହାସହ ରାଜ୍ୟ ସରକାର ରାତି ବେଳା କର୍ଫ୍ୟୁ କରିବାର ନିୟମ ଲାଗୁ କରିଥିଲେ । ଯାହା ରାତି ୭ରୁ ଦିନ ୭ ପର୍ଯ୍ୟନ୍ତ ଲାଗୁ କରାଯାଇଛି ।

ତେବେ ଆଗକୁ ଓଡ଼ିଶାର ବଡ଼ପର୍ବ ରଜ ଥିବାରୁ ଏହି ନିୟମରେ ମଧ୍ୟ ସାମାନ୍ୟ କୋହଳ କରିଛନ୍ତି ରାଜ୍ୟ ସରକାର । ରଜ ମହୋତ୍ସବ ପାଇଁ ଦୋକାନ ବଜାର ରାତି ୧୦ ପର୍ଯ୍ୟନ୍ତ ଖୋଲିବାକୁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର । ଦୁଇ ଦିନ ପରେ ରଜ ଥିବାରୁ ଆସନ୍ତାକାଲି ଅର୍ଥାତ୍ କେବଳ ଶୁକ୍ରବାର ଦିନ ରାତି ୧୦ ପର୍ଯ୍ୟନ୍ତ ଖୋଲା ରହିବ ସବୁ ପ୍ରକାର ଦୋକାନ ବଜାର । ତେବେ ଏନେଇ ରିଲିଫ କମିସନର ଏକ ନିର୍ଦ୍ଦେଶାନାମା ଜାରି କରିଛନ୍ତି ।
ଶିଳ୍ପଜଗତକୁ ମୋଦିଙ୍କ ଆହ୍ୱାନ, ସ୍ୱଦେଶୀକୁ ଅବସରରେ ପରିଣତ କରନ୍ତୁ
ନୂଆଦିଲ୍ଲୀ: କରୋନା ଭାଇରସ ମହାସଙ୍କଟ ଭିତରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଣ୍ଡିଆନ୍ ଚେମ୍ବର ଅଫ୍ କମର୍ସ(ଆଇସିସି)ର ଏକ ବିଶେଷ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି । ସେ କହଛନ୍ତି ଯେ, ଦେଶକୁ ଆତ୍ମନିର୍ଭର ହେବା ପାଇଁ ସ୍ୱେଦଶୀକୁ ଅବସରରେ ପରିଣତ କରିବାକୁ ପଡିବ ।
हर वो चीज, जिसे Import करने के लिए देश मजबूर हैं, वो भारत में ही कैसे बने, भविष्य में उन्हीं Products का भारत Exporter कैसे बने, इस दिशा में हमें और तेजी से काम करना है: PM @narendramodi
— PMO India (@PMOIndia) June 11, 2020
ଆତ୍ମନିର୍ଭର ଭାରତକୁ ନେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଆଜି ଯେଉଁ ସାମଗ୍ରୀକୁ ଆମକୁ ବିଦେଶରୁ ମଗାଇବାକୁ ପଡୁଛି ସେସବୁ କେମିତି ଦେଶ ଭିତରେ ତିଆରି ହେବ ଓ ବାହାରକୁ ରପ୍ତାନୀ ହେବ ତାକୁ ନେଇ ଆମକୁ ବିଚାର କରିବାକୁ ପଡିବ । ସେ କହିଥିଲେ ଯେ, ଲୋକାଲ ପାଇଁ ଭୋକାଲ ହେବାର ଏହାହିଁ ସମୟ । ଆତ୍ମନିର୍ଭର ଭାରତ ପାଇଁ ବଡଧରଣର ସୁଧାରର ଘୋଷଣା କରାଯାଇଛି,ଏବେ ସେସବୁର କ୍ରିୟାନ୍ୱୟନର ଆବଶ୍ୟକତା ରହିଛି ।

ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ଯେ, ଆଜି ଯେକୌଣସି କଂପାନୀ ପିଏମଓକୁ ନିଜ ସାମଗ୍ରୀ କିମ୍ବା ପ୍ରସ୍ତାବ ପଠାଇ ପାରିବେ । ଲୋକଙ୍କୁ ଜିଇଏମ୍ ସହ ଯୋଡି ହେବାକୁ ପଡିବ ,ଯେମିତି ଦେଶୀ କମ୍ପାନୀଙ୍କ ସାମଗ୍ରୀ ସରକରା କିଣି ପାରିବେ ।
ଲଦାଖରେ ଏବେବି ଅଛନ୍ତି ଦଶ ହଜାର ଚୀନ ସୈନିକ, ଆଜି ପୁଣି ଦୁଇ ଦେଶ ସେନାଧିକାରୀଙ୍କ ମଧ୍ୟରେ ବୈଠକ
ନୂଆଦିଲ୍ଲୀ, ୧୧/୦୬: ଲଦାଖରେ ଚୀନ ସୈନିକ ୨ରୁ ତିନି କିଲୋମିଟର ପଛକୁ ଘୁଂଚିଛନ୍ତି । କିନ୍ତୁ ଏବେବି ଚୀନର ୧୦ହଜାର ସୈନ୍ୟ ଏଲଏସି ବା ବାସ୍ତବିକ ନିୟନ୍ତ୍ରଣ ରେଖରେ ମୁତ୍ତୟନ ଅଛନ୍ତି । ତେବେ ଏହାର ଅର୍ଥ ନୁହେଁ ଭାରତୀୟ ସେନା ସେଠାରେ ନାହାନ୍ତି । ଚୀନ ସୈନିକଙ୍କୁ ଜବାବ ଦେବାପାଇଁ ଭାରତୀୟ ସେନା ମଧ୍ୟ ପ୍ରସ୍ତୁତ । ଏଲଏସିରେ ଭାରତର ଦଶରୁ ବାର ହଜାର ସୈନ୍ୟ ଉପସ୍ଥିତ ଅଛନ୍ତି । ଚୀନ୍ ଲଦାଖରେ ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲକୁ ଅକ୍ତିଆର କରିବାକୁ ଚାହୁଁଛି । ଏନେଇ ଭାରତ ଓ ଚୀନ ମଧ୍ୟରେ ଅନେକ ଆଲୋଚନା ଆଗକୁ ବଢିଛି। ବୁଧବାର ୪ ଘଣ୍ଟା ଧରି ଭାରତ ଓ ଚୀନ ମଧ୍ୟରେ ମେଜର ଜେନେରାଲ୍ ସ୍ତରୀୟ ଆଲୋଚନା ଅନୁଷ୍ଠିତ ହୋଇଥିଲା | ଚୀନ୍ ସହିତ ଆଜି ମଧ୍ୟ ଆଲୋଚନା ହେବ । କିନ୍ତୁ ଏପର୍ଯ୍ୟନ୍ତ ଆଲୋଚନାର ସ୍ଥାନ ସ୍ଥିର ହୋଇନାହିଁ। ତେବେ ଗତକାଲିର ବାର୍ତ୍ତାଳାପ ସକରାତ୍ମକ ଥିଲା ବୋଲି ସେନା ସୂତ୍ରରୁ ପ୍ରକାଶ ।
ସୂଚନା ଯୋଗ୍ୟ ଯେ ଚୀନ୍ ପଛକୁ ଫେରିଛି, କିନ୍ତୁ ଏହାର ୧୦ ହଜାରରୁ ଅଧିକ ସୈନ୍ୟ ଏଲଓସିରେ ଏବେବି ନିୟୋଜିତ ଅଛନ୍ତି । ଚୀନ୍ ସୈନ୍ୟଙ୍କୁ ସାମନା କରିବାପାଇଁ ଭାରତୀୟ ସେନା ମଧ୍ୟ ପ୍ରସ୍ତୁତ । ଚୀନ୍ ନିଜର ସେନା ପ୍ରତ୍ୟାହାର ନକରିବା ପର୍ଯ୍ୟନ୍ତ ଭାରତୀୟ ସେନା ମଧ୍ୟ ପଛକୁ ଯିବ ନାହିଁ ବୋଲି ଭାରତ ସ୍ପଷ୍ଟ କରିଦେଇଛି । ଚୀନର କର୍ଣ୍ଣେଲ, ବ୍ରିଗେଡିୟର୍ ଏବଂ ମେଜର ଜେନେରାଲଙ୍କ ସହିତ ପେଟ୍ରୋଲିଂ ପଏଣ୍ଟ ୧୪, ୧୫ ଏବଂ ୧୭ ଉପରେ ଉପରେ ଆଲୋଚନା ହେବ ।
ବୁଧବାର ଅନୁଷ୍ଠିତ ଏକ ବାର୍ତ୍ତାଳାପରେ ମୁଖ୍ୟ ଜେନେରାଲ୍ ସ୍ତରର ଅଧିକାରୀମାନେ ମୁହାଁମୁହିଁ ବସିଥିଲେ । ଜୁନ୍ ୬ରେ ଦୁଇ ଦେଶ ମଧ୍ୟରେ ବୈଠକ ଅନୁଷ୍ଠିତ ହୋଇଥିଲା କିନ୍ତୁ ଚୀନର ମନୋଭାବରେ କୌଣସି ପରିବର୍ତ୍ତନ ହୋଇନାହିଁ । ଏହି କାରଣରୁ, ପୈଂଗାଁନ୍ଗ ହ୍ରଦରେ ଉତ୍ତେଜନା ରହିଆସିଛି । ପୈଂଗାଁନ୍ଗ ହ୍ରଦ ନିକଟ ଫିଙ୍ଗର ଅଞ୍ଚଳରେ ଭାରତୀୟ ପାର୍ଶ୍ୱରେ ଏକ ରାସ୍ତା ନିର୍ମାଣ କରିବାକୁ ଚୀନ୍ ରାଜି ନାହିଁ। କେବଳ ଏତିକି ନୁହେଁ, ଗାଲଭାନ ଉପତ୍ୟକାର ଡାରବୁକ୍-ଶାୟୋକ-ଦୌଲତା ବାଗ ଓଲଡି ରାସ୍ତାକୁ ସଂଯୋଗ କରୁଥିବା ଅନ୍ୟ ଏକ ରାସ୍ତା ନିର୍ମାଣରେ ମଧ୍ୟ ଚୀନ ଅସନ୍ତୁଷ୍ଟ ଅଛି ।
ଆଷାଢ ମାସରେ କେମିତି କରିବେ ଭଗବାନ ଲକ୍ଷ୍ମୀ ନାରାୟଣଙ୍କୁ ପ୍ରସନ୍ନ, ଜାଣନ୍ତୁ
ଆଷାଢ ମାସରେ ତୀର୍ଥସ୍ଥାନ, ଜପ-ପାଠ, ଦାନ ଆଦିର ବିଶେଷ ମହତ୍ତ୍ୱ ରହିଛି । ସଂକ୍ରାନ୍ତି, ପୂର୍ଣ୍ଣମୀ ଏବଂ ଚନ୍ଦ୍ର ଗ୍ରହଣ ଭଳି ତିନୋଟି ଯାକ ସମୟରେ ଯଥା ଶକ୍ତି ଦାନ କାର୍ଯ୍ୟ କରିବା ଦରକାର । ଯେଉଁମାନେ ତୀର୍ଥ ସ୍ଥାନକୁ ନଯାଇ ପାରୁଛନ୍ତି ତାଙ୍କୁ ସେମାନେ ଘରେ ହିଁ ଦାନ କାର୍ଯ୍ୟ କରିବା ଉଚିତ୍ । ଆଷାଢ ମାସରେ ଭଗବାନ ବିଷ୍ଣୁଙ୍କୁ ପ୍ରସନ୍ନ କରିବା ପାଇଁ ବ୍ରହ୍ମଚାରୀ ରହିବା ସହ ପ୍ରତିଦିନ ଭଗବାନ ଲକ୍ଷ୍ମୀ ନାରାୟଣଙ୍କୁ ପୂଜା ଅର୍ଚ୍ଚନା କଲେ ପୁଣ୍ୟ ଫଳ ମିଳିଥାଏ ।

ଏହା ବ୍ୟତୀତ ଏହି ମାସରେ ବିଷ୍ଣୁଙ୍କ ସହସ୍ର ନାମର ପାଠ କରିବା ଦରକାର ତଥା ଏକାଦଶୀ ତିଥି, ଅମାବାସ୍ୟା ତିଥି ତାଥା ପୂର୍ଣ୍ଣମୀ ତିଥିରେ ବ୍ରାହ୍ମଣଙ୍କୁ ଭୋଜନ ତଥା ଛତା, କଠଉ, ଆମଲା ଓ ଖରଭୁଜ ଆଦି ଫଳ, ବସ୍ତ୍ର ମିଷ୍ଟାର୍ଣ୍ଣକୁ ଦକ୍ଷିଣ ସହିତ ଦାନ କରନ୍ତୁ । ଏହି ପ୍ରକାର ନିୟମ ପୂର୍ବକ ଏହି ଧର୍ମ କାର୍ଯ୍ୟ କରିବା ଦ୍ୱାରା ବିଶେଷ ପୂର୍ଣ୍ଣ୍ୟ ଫଳର ପ୍ରାପ୍ତି ହୋଇଥାଏ ।
ମାସ୍କ ସ୍କାମ୍ ପ୍ରସଙ୍ଗ: କଂଗ୍ରେସ ଉପରେ ବିଜେଡିର ଆକ୍ରମଣ, ଅଦାଲତକୁ ଯିବା ପାଇଁ ଚ୍ୟାଲେଞ୍ଜ
ଭୁବନେଶ୍ୱର: ମାସ୍କ କିଣାରେ ହେରଫେର ହୋଇଛି ବୋଲି କଂଗ୍ରେସ କରିଆସୁଥିବା ଅଭିଯୋଗ ଉପରେ ଆଜି ବିଜେଡି ଉତ୍ତର ରଖିଛି । କଂଗ୍ରେସ ଘୃଣ୍ୟ ରାଜନୀତି କରୁଛି ଓ ଯଦି ସତସାହସ ଅଛି ତେବେ ଅଦାଲତକୁ ଯାଉ ବୋଲି ବିଜେଡି ଚ୍ୟାଲେଂଜ୍ କରିଛି । ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ଆଜି କଂଗ୍ରେସ ଅଭିଯୋଗର ଉତ୍ତର ଦେଇ କହିଛନ୍ତି ଯେ, କରୋନା ବିରୋଧରେ ସାଢେ ୪ କୋଟି ରାଜ୍ୟବାସୀ ଲଢେଇ ଲଢୁଥିବା ବେଳେ କଂଗ୍ରେସ ଶସ୍ତା ରାଜନୀତି କରୁଛି । ଏଭଳି ରାଜନୀତି ପାଇଁ କଂଗ୍ରେସ ରାଜ୍ୟରେ ଅପ୍ରାସଙ୍ଗିକ ହୋଇପଡିଛି ବୋଲି ସେ କହିଥିଲେ ।
ମାସ୍କ ସ୍କାମ୍ ଗୁଜବ
ମାସ୍କ କିଣାରେ ହେରଫେର ହୋଇଥିବା ଅଭିଯୋଗକୁ ବିଜେଡି ଖଣ୍ଡନ କରିଛି । ବିଜେଡି ମୁଖପାତ୍ର କହିଥିଲେ ଯେ, ଏହା କଂଗ୍ରେସ ଦ୍ୱାରା ସୃଷ୍ଟ ଏକ ଗୁଜବ । କେନ୍ଦ୍ର ସରକାରଙ୍କ ଗାଇଡ୍ ଲାଇନ୍ ଅନୁସାରେ ହିଁ ମାସ୍କ କିଣାଯାଇଛି । କେନ୍ଦ୍ର ସରକାର ସର୍ଜିକାଲ ମାସ୍କର ଦାମ ୧୦ ଟଙ୍କ ରଖିଥିଲେ କିନ୍ତୁ ମାସ୍କ ତିଆରି କରୁଥିବା କଂପାନୀ ଏତେ କମ ମୂଲ୍ୟରେ ଯୋଗାଣ ସମ୍ଭବ ନୁହେଁ ବୋଲି କହିଥିଲେ । ମାର୍ଚ୍ଚ ୨୧ରେ ପ୍ରତି ମାସ୍କ ମୂଲ୍ୟ ୧୦ ଟଙ୍କା ରଖିଲେ କେନ୍ଦ୍ର ସରକାର । କିନ୍ତୁ ପରେ ୨୪ ମାର୍ଚ୍ଚରେ ମାସ୍କର ମୂଲ୍ୟ ୧୬ ଟଙ୍କାକୁ ବଢ଼ାଇଥିଲେ କେନ୍ଦ୍ର ସରକାର । ଅନ୍ୟ ରାଜ୍ୟଗୁଡ଼ିକ ୧୬ରୁ ୨୦ ଟଙ୍କାରେ ମାସ୍କ କିଣିଛନ୍ତି । ଗୁଜୁରାଟ, ପଶ୍ଚିମବଙ୍ଗ ଭଳି ରାଜ୍ୟ ଓଡ଼ିଶାଠାରୁ ଅଧିକ ଟଙ୍କା ଦେଇ ମାସ୍କ କିଣିଛନ୍ତି । ଗୁଜୁରାଟ୍ ମାସ୍କ ପିଛା ୨୦ ଟଙ୍କା ଦେଇଥିବା ବେଳେ ପଶ୍ଚିମବଙ୍ଗ ୧୭ ଟଙ୍କା ଦେଇ ମାସ୍କ କିଣିଛି । ତେବେ ଏହାର ଅର୍ଥ କ’ଣ ସେହି ରାଜ୍ୟ ସରକାର ଭୂଲ କରିଛନ୍ତି କି ? ବୋଲି ପ୍ରଶ୍ନ କରିଥିଲେ ବିଜେଡି ମୁଖପାତ୍ର । ନିଜ ପ୍ରଶ୍ନର ଉତ୍ତର ଦେଇ ସସ୍ମିତ ପାତ୍ର କହିଥିଲେ ଯେ, କୌଣସି ରାଜ୍ୟ ଭୁଲ କରି ନାହାନ୍ତି ।
ସତସାହସ ଥିଲେ କୋର୍ଟକୁ ଯାଅ
କଂଗ୍ରେସ ଉପରେ ପାଲଟା ଆକ୍ରମଣ କରି ସସ୍ମିତ ପାତ୍ର କହିଥିଲେ ଯେ, କଂଗ୍ରେସର ଯଦି ସତସାହସ ଅଛି ତେବେ ଏହା ଆବଶ୍ୟକ ପ୍ରମାଣ ସହ ଅଦାଲତକୁ ଯାଉ । ସଜ ମାଛରେ ପୋକ ପକାଇବା କାମ କରୁଛି କଂଗ୍ରେସ । ଭୁବନେଶ୍ୱରଠାରୁ ହାଇକୋର୍ଟର ଦୂରତା ବେସି ନୁହେଁ ତେଣୁ କଂଗ୍ରେସର ସାହସ ଥିଲେ ଅଦାଲତରେ ଗୁହାରି କରୁ । ସେ କହିଛନ୍ତି ଯେ, ମାସ୍କ କିଣା ନେଇ ସବୁ ପ୍ରକାରର ସ୍ୱଛତା ଅବଲମ୍ବନ କରାଯାଇଥିଲା ।
କରୋନା ଯୋଦ୍ଧାଙ୍କ ମନୋବଳ ଭାଙ୍ଗୁଛି କଂଗ୍ରେସ
କଂଗ୍ରେସ କରୋନା ବିରୋଧରେ ଫ୍ରଣ୍ଟଲାଇନରେ ଯେଉଁମାନେ ଯୁଦ୍ଧ ଲଢୁଛନ୍ତି ସେମାନଙ୍କ ମନୋବଳ ଭାଙ୍ଗୁଛି ବୋଲି ବିଜେଡି ମୁଖପାତ୍ର କହିଛନ୍ତି । ୨୦ ବର୍ଷ ହେଲା କଂଗ୍ରେସ ଏଭଳି ରାଜନୀତି କରି ନିଜ ପ୍ରାସଙ୍ଗିକତା ହରାଇ ବସିଛି । ସାଢେ ୪ କୋଟି ଓଡ଼ିଆ କରୋନା ବିରୋଧରେ ଯୁଦ୍ଧ ଲଢୁଥିବା ବେଳେ କଂଗ୍ରେସ ରାଜନୀତି କରୁଛି ।
ତାମିଲନାଡୁ କ’ଣ ଭାରତ ବାହାରେ ?
ମାସ୍କ ତାମିଲନାଡୁରୁ କାହିଁକି କିଣା ଗଲା ବୋଲି ବିଜେପି ନେତ୍ରୀ ଅପରାଜିତା ଷଡ଼ଙ୍ଗୀ କରିଥିବା ଅଭିଯୋଗର ଉତ୍ତର ଦେଇ ସସ୍ମିତ ପାତ୍ର ପାଲଟା ପ୍ରଶ୍ନ କରିଥିଲେ । ସେ ପଚାରିଥିଲେ ଯେ, ତାମିଲନାଡୁ କ’ଣ ଭାରତରୁ ବାହାରେ ? ତାମିଲନାଡୁଠାରୁ ମାସ୍କ କିଣିବା ପାଇଁ କିଛି ପ୍ରତିବନ୍ଧକ ରହିଛି କି ?
ଶ୍ରୀମନ୍ଦିରରେ ନିଶାର୍ଦ୍ଧରେ ଦେବତାମାନେ କେଉଁଠାରେ ସଭା କରନ୍ତି ? ଜାଣନ୍ତୁ
ଶ୍ରୀଜଗନ୍ନାଥ । ଓଡ଼ିଶାର ଓ ଓଡ଼ିଆଙ୍କ ଆରାଧ୍ୟ । ଜଗନ୍ନାଥଙ୍କୁ ନେଇ ରହିଛି ଅନେକ କଥା ଓ କିମ୍ବଦନ୍ତି । ତାଙ୍କ ଦେଉଳ ଯଦି ବଡ ଦେଉଳ ତେବେ ଦାଣ୍ଡ ବଡଦାଣ୍ଡ । ସେମିତି ସେ ବିରାଜମାନ କରନ୍ତି ରତ୍ନ ମଣ୍ଡପରେ । ପୁଣି ରାତିରେ ତାଙ୍କ ସେବାର ଲାଗନ୍ତି ଦେବତା । କୁହାଯାଏ ନିଶାର୍ଦ୍ଧରେ ଦେବଲୋକରୁ ଦେବତା ଓହ୍ଲାଇ ଆସନ୍ତି ମର୍ତ୍ତ୍ୟଲୋକକୁ ଓ ଶ୍ରଜଗନ୍ନାଥ ମନ୍ଦିରରେ କରିଥାନ୍ତି ସଭା । ଦେବତାଙ୍କ ଏହି ସଭା କେଉଁଠାରେ ହୁଏ ଆସନ୍ତୁ ଜାଣିବା..

ରତ୍ନ ମଣ୍ଡପ : ଶ୍ରୀମନ୍ଦିର ସ୍ୱତ୍ତ୍ୱଲିପିର ଉଲ୍ଲେଖ ପ୍ରକାରେ ବଡ଼ ଦେଉଳର ପ୍ଲଟ ନମ୍ବର ୧ରେ ରତ୍ନବେଦୀ ବା ରତ୍ନ ମଣ୍ଡପ ଅବସ୍ଥିତ | ଯେଉଁଥିରେ କି ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀଜଗନ୍ନାଥ ପୂର୍ବାଭିମୁଖପୂର୍ବକ ଅବସ୍ଥାନ କରିଛନ୍ତି | ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବାମକୁ ଶ୍ରୀଦେବୀ, ଶ୍ରୀସୁର୍ଦଶନ ଓ ଶ୍ରୀମାଧବ ଏବଂ ଦକ୍ଷିଣକୁ ଭୂଦେବୀ ବିରାଜମାନ କରିଛନ୍ତି | ଏହି ରତ୍ନ ମଣ୍ଡପର ଲମ୍ବା ୧୬ ଫୁଟ୍ ଓ ପ୍ରସ୍ଥ ୧୩ ଫୁଟ୍ | ରତ୍ନ ମଣ୍ଡପର ଉଚ୍ଚତା ୪ ଫୁଟ୍ ଏହାକୁ ରତ୍ନବେଦୀ, ରତ୍ନ ମଣ୍ଡପ ଓ ରତ୍ନ ସିଂହାସନ ଆଦି ନାମରେ କୁହାଯାଇଥାଏ | ପରଂବ୍ରହ୍ମରୂପୀ ଶ୍ରୀବିଗ୍ରହମାନେ ଏହି ମଣ୍ଡପ ବା ବେଦୀରେ ଅବସ୍ଥାନ କରୁଥିବାରୁ ଏହା ଅତ୍ୟନ୍ତ ପବିତ୍ରମୟ ତଥା ବ୍ରହ୍ମଶିଳାମୟ ହୋଇଛି |

ଦେବସଭା ମଣ୍ଡପ : ଶ୍ରୀମନ୍ଦିର ସ୍ୱତ୍ତ୍ୱଲିପି ମୁତାବକ ପ୍ଲଟ ନମ୍ୱର ୩୦ରେ ଦେବସଭା ମଣ୍ଡପ ଅବସ୍ଥିତ | ମୁଖ୍ୟ ମନ୍ଦିର ସଂଲଗ୍ନ ଉତ୍ତର ପାର୍ଶ୍ୱ ତଥା ନାଭିକଟା ମଣ୍ଡପର ପଶ୍ଚିମ ଭାଗରେ ଗୋଟିଏ ବିରାଟ ମୁକ୍ତାକାଶ ଖୋଲା ମଣ୍ଡପ ରହିଅଛି | ଏହା “ଦେବସଭା ମଣ୍ଡପ” ନାମରେ କଥିତ | ଜନଶ୍ରୁତି ଅନୁଯାୟୀ ନିଶାର୍ଦ୍ଧରେ ଏହି ସ୍ଥାନରେ ଦେବତାମାନେ ସେମାନଙ୍କର ସଭା କରିଥାନ୍ତି ।

