spot_img
Home Blog Page 7144

କରୋନା ଆକ୍ରାନ୍ତରେ ଦୁଇ ବିଏସ୍‌ଏଫ୍‌ ଯବାନ ମୃତ, ୨୩୦ଟି ସକ୍ରିୟ ମାମଲା

ନୂଆଦିଲ୍ଲୀ: ସୀମା ସୁରକ୍ଷା ବଳ (ବିଏସ୍ଏଫ୍) ର ଦୁଇ ଜଣ ଯବାନ କରୋନା ଆକ୍ରାନ୍ତ ଯୋଗୁଁ ମୃତ୍ୟୁ ବରଣ କରିଛନ୍ତି। ବିଏସ୍‌ଏଫ୍‌ ପକ୍ଷରୁ ଗୁରୁବାର ଏକ ବିବୃତ୍ତି ଜାରି କରି ଏ ସମ୍ପର୍କରେ ସୂଚନା ଦିଆଯାଇଛି । ବିଏସ୍‌ଏଫ୍‌ ଏକ ବିବୃତ୍ତି ଜାରି କରି କହିଛି ଯେ, ଚିକିତ୍ସା ସମୟରେ ଜଣେ ଯବାନ କରୋନା ସଂକ୍ରମିତ ହୋଇଥିଲେ । ମେ ୪ରେ ଦିଲ୍ଲୀର ସଫଦରଗଞ୍ଜ ହସ୍ପିଟାଲରେ ଜଣେ ଯୁବାନଙ୍କର ମୃତ୍ୟୁ ହୋଇଥିଲା । ଏହି ଯବାନଙ୍କୁ ୩ ମେ’ରେ ଏଠାରେ ଭର୍ତ୍ତି କରାଯାଇଥିଲା ।

ବିବୃତ୍ତିରେ କୁହାଯାଇଛି ଯେ, ଆରମ୍ଭରୁ ଯବାନଙ୍କୁ ସାଧାରଣ ୱାର୍ଡରେ ଭର୍ତ୍ତି କରାଯାଇଥିଲା, ପରେ ୪ ମେ’ରେ ଆଇସିୟୁକୁ ସ୍ଥାନାନ୍ତର କରାଯାଇଥିଲା । ଯବାନଙ୍କ ମୃତ୍ୟୁ ପରେ ତାଙ୍କ କରୋନା ପରୀକ୍ଷା କରାଯାଇଥିଲା। ବୁଧବାର ରିପୋର୍ଟ ଆସିବା ପରେ ସେ କରୋନା ପଜିଟିଭ୍‌ ଥିବା ଜଣାପଡ଼ିଛି ।

 

ବିଏସଏଫ ଯବାନଙ୍କ ମୃତ୍ୟୁକୁ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଦୁଃଖ ପ୍ରକାଶ କରିଛନ୍ତି । ସେ ଟ୍ୱିଟ୍ କରି କହିଛନ୍ତି ଯେ, ବିଏସ୍‌ଏଫ୍‌ର ଦୁଇ ବୀର ଯବାନଙ୍କ ମୃତ୍ୟୁରେ ଗଭୀର ଯନ୍ତ୍ରଣା ଅନୁଭବ କରିଛନ୍ତି । ତାଙ୍କର ଅକାଳ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି ଶାହ । ଏହାସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହ ଭଗବାନ ସେମାନଙ୍କୁ ଏହି ଦୁଃଖକୁ ସାମ୍ନା କରିବାକୁ ଶକ୍ତି ଦିଅନ୍ତୁ । ଓମ୍ ଶାନ୍ତି ଶାନ୍ତି ବୋଲି କହିଛନ୍ତି ଶାହ ।

ବର୍ତ୍ତମାନ ସୁଦ୍ଧା ୧୯୫ ଜଣ ବିଏସ୍‌ଏଫ୍‌ ଯବାନ କରୋନା ଆକ୍ରାନ୍ତ ହୋଇସାରିଛନ୍ତି । ଆଜି ୬୪ଟି ନୂଆ ମାମଲା ସାମ୍ନାକୁ ଆସିଛି । ବର୍ତ୍ତମାନ ସୁଦ୍ଧା ଦୁଇ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଦୁଇ ଜଣ ଯବାନ ଚିକିତ୍ସା ପରେ ସୁସ୍ଥ ହୋଇଛନ୍ତି, ଏବେ ୨୩୦ଟି ସକ୍ରିୟ ମାମଲା ରହିଛି।

ରାଜ୍ୟରେ ୫୦ ହଜାର ଟପିଲା କରୋନା ଟେଷ୍ଟିଂ: ଆହୁରି ୧୧ଟି ଲାବ୍ରୋଟୋରୀ ଖୋଲିବାକୁ ଲକ୍ଷ୍ୟ

ଭୁବନେଶ୍ୱର: ରାଜ୍ୟରେ ବଢ଼ିବାରେ ଲାଗିଛି କୋଭିଡ ଟେଷ୍ଟିଂ । ଗତ ୨ ମାସରେ ତଳେ ରାଜ୍ୟର କେବଳ ଆରଏମ୍‌ଆରସିରେ ପରୀକ୍ଷା ହେଉଥିଲା । ସେତେବେଳେ ଦିନକୁ ଗୋଟିଏ ପରୀକ୍ଷଗାରାରେ କେବଳ ୧୦ଟି ସାମ୍ପଲ ଟେଷ୍ଟିଂ ହୋଇପାରୁଥିଲା । ୧ ମାସ ତଳେ ଦୈନିକ ୨୫୦ ଟେଷ୍ଟିଂ ଓ ୧୫ ଦିନ ତଳେ ୧୦୦୦ କୋଭିଡ ଟେଷ୍ଟିଂ ହେଉଥିବା ବେଳେ ଆଜି ୮ଟି ଲାବ୍ରୋଟରୀରେ ୩ହଜାରୁ ଅଧିକ କୋଭିଡ ଟେଷ୍ଟିଂ କରିପାରୁଛୁ । ଆଗକୁ ଆହୁରି ୧୧ଟି ଲାବ୍ରୋଟୋରୀ ଖୋଲିବାକୁ ଲକ୍ଷ୍ୟ ରଖାଯାଇଛି । ରାଜ୍ୟରେ ଏଯାବତ୍‌ ମୋଟ ୫୦ ହଜାର ୫୧୪ ଟି କୋଭିଡ ଟେଷ୍ଟ ହୋଇପାରିଛି । ଆଗାମୀ ଦିନରେ ଏହା ଆହୁରି ବଢ଼ିବ । ଭାରତରେ ପ୍ରତି ୧୦ ଲକ୍ଷ ଜନସଂଖ୍ୟାରେ ୯୮୩ଟି ଟେଷ୍ଟ ହେଉଥିବା ବେଳେ ଓଡ଼ିଶାରେ ୧୧୫୫ ଜଣଙ୍କ ଟେଷ୍ଟିଂ କରାଯାଉଛି । ଜାତୀୟ ହାର ତୁଳନାର ଓଡ଼ିଶାରେ ଅଧିକା ଟେଷ୍ଟି କରାଯାଉଛି ବୋଲି ସୂଚନା ଦେଇଛନ୍ତି ଏନ୍‌ଏଚ୍ଏମ୍‌ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ । ବୈଜ୍ଞାନିକ ଓ ରିସର୍ଚ୍ଚରମାନେ ରାତି ଅନିଦ୍ରା ହୋଇ ଲାବ୍ରୋଟୋଣୀ ଟେଷ୍ଟିଂ କରିବା ଯୋଗୁଁ ରାଜ୍ୟରେ ଏତେ ସଂଖ୍ୟାରେ ଟେଷ୍ଟିଂ ହୋଇପାରିଛି । ଏଣୁ ସାଇଣ୍ଟିସ୍‌, ରିସର୍ଚ୍ଚରଙ୍କୁ ଧନ୍ୟବାଦ ଜଣାଇଛନ୍ତି ଏନ୍ଏଚ୍ଏମ୍‌ ନିର୍ଦ୍ଦେଶିକା  ।

ପଦ୍ମଭୂଷଣ ପ୍ରଫେସର ଶ୍ରୀନାଥ ରେଡ୍ଡୀ । ଏମ୍ସ ଦିଲ୍ଲୀ କାର୍ଡିଓଲୋଜି ଡପାର୍ଟମେଣ୍ଟ । ହେଡ୍ ବର୍ତ୍ତମାନ ଆମେ ଜାଣିପାରୁନି । ଚେଷ୍ଟ ଚାଲିଛି ।  ସେ ସମୟ ପର୍ଯ୍ୟନ୍ତ ୩ଟି ଅସ୍ତ୍ର ରହିଛି । ମାସ୍ ପିନ୍ଧନ୍ତୁ, ସାମାଜିକ ଦୂରତ୍ୱ, ହାତ ଧୋଇବା । ଏସବୁ କରିବା କଷ୍ଟ ହେବ କିନ୍ତୁ ଏହା ସବୁଠାରୁ ସଫଳ ସହ ସହଜ ମୁକାବିଲା ।

ବାଲେଶ୍ୱରରୁ ଆଉ ୨, ଜଗତସିଂହପୁରରୁ ଜଣେ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଆଉ ୩ କରୋନା ସଂକ୍ରମିତ ଚିହ୍ନଟ ହୋଇଛି । ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧିପାଇ ୨୦୯ରେ ପହଞ୍ଚିଛି । ବାଲେଶ୍ୱରରୁ ଆଜି ୨ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଜଗତସିଂହପୁରରୁ ଜଣେ ଚିହ୍ନଟ ହୋଇଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ୱେବସାଇଟରେ ଏନେଇ ସୂଚନା ଦେଇଛନ୍ତି ।

୨ ଆକ୍ରାନ୍ତଙ୍କ ସହ ବାଲେଶ୍ୱର ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୭କୁ ବୃଦ୍ଧି ପାଇଛି । ଜଗତସିଂହପୁରରେ ଆକ୍ରାନ୍ତଙ୍କ ସଂଖ୍ୟା ୫ରେ ପହଞ୍ଚିଛି । ବାଲେଶ୍ୱରରେ ୨୨ ସକ୍ରିୟ ମାମଲା ଥିବା ବେଳେ ୫ ଜଣ ସୁସ୍ଥ ହୋଇ ଫେରିଛନ୍ତି । ଜଗତସିଂହପୁର ଆକ୍ରାନ୍ତ ଜଣଙ୍କ ୭୦ ବର୍ଷୀୟ ପୁରୁଷ । ସେ କୋଲକାତାରୁ ଫେରିଥିଲେ, ତାଙ୍କ ଠାରେ କରୋନାର କିଛି ଲକ୍ଷଣ ନାହିଁ । ବାଲେଶ୍ୱରର ୨ ଆକ୍ରାନ୍ତ ସୁରତ ଫେରନ୍ତା । ୨୬ ବର୍ଷ ଓ ୨୯ ବର୍ଷ ପୁରୁଷ, ସେମାନଙ୍କ ଠାରେ ମଧ୍ୟ କରୋନାର ଲକ୍ଷଣ ନାହିଁ ।

ରାଜ୍ୟରେ ୨୦୯ ଆକ୍ରାନ୍ତଙ୍କ ମଧ୍ୟରୁ ୬୨ ଜଣ ସୁସ୍ଥ ହୋଇ ଫେରିଛନ୍ତି । ବିଭିନ୍ନ କୋଭିଡ୍ ହସ୍ପିଟାଲରେ ୧୪୫ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି । ୨ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଆଜି ଗୋଟିଏ ଦିନରେ ଗଞ୍ଜାମରୁ ୧୭, ମୟୂରଭଞ୍ଜରୁ ୪, ବାଲେଶ୍ୱରରୁ ୨, ଜଗତସିଂହପୁରରୁ ଜଣେ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଗୋଟିଏ ଦିନରେ ୪ହଜାର ୨୨୫ ଜଣ ପ୍ରବାସୀ ଓଡ଼ିଆ ଓଡ଼ିଶା ଫେରିଛନ୍ତି

ଭୁବନେଶ୍ୱର: ଭୂତାଣୁ ଭୟରେ ଭିଟାମାଟି ମୁହାଁ ପ୍ରବାସୀ । ପ୍ରତିଦିନ ଓଡ଼ିଶା ଫେରୁଛନ୍ତି ପ୍ରବାସୀ ଓଡ଼ିଆ । ଲକଡାଉନ୍ ପରଠାରୁ ଏଯାବତ୍‌ ରାଜ୍ୟକୁ ମୋଟ ୩୯ ହଜାର ୭୬୫ ଜଣ ଓଡ଼ିଶା ଫେରିଲେଣି । ବସ୍ ଓ ଟ୍ରେନ୍ ସମେତ ଅନ୍ୟ ଯାନବାହନ ସହାୟତାରେ ଓଡ଼ିଶା ଫେରିଛନ୍ତି । ତେବେ ବର୍ଡର ଚେକ୍‌ ପଏଣ୍ଟରେ ଚେକିଂ ପରେ ଅଧା ରାସ୍ତାରେ ବସ୍‌ରୁ ଓହ୍ଲାଇ ନିଜ ନିଜ ଜିଲ୍ଲାକୁ ଯାଉଛନ୍ତି ପ୍ରବାସୀ । ଜନସ୍ୱାସ୍ଥ୍ୟ ସୁରକ୍ଷା ଦୃଷ୍ଟିରୁ ଏଭଳି ଓହ୍ଲାଇବାକୁ ବାରଣ କରାଯାଇଛି । ଯଦି ଏଭଳି କିଛି ଘଟେ ସମ୍ପୃକ୍ତ ଗାଡ଼ିକୁ ଅଟକ ରଖାଯିବ ସହ ଚାଳକକୁ ମଧ୍ୟ ଅଟକ ରଖାଯାଇ ଅନୁସନ୍ଧାନ କରାଯିବ ବୋଲି କରୋନା ସମ୍ପର୍କିତ ପ୍ରେସମିଟରେ ସୂଚନା ଦେଇଛନ୍ତି ସୂଚନା ଓ ଲୋକସମ୍ପର୍କ ବିଭାଗ ସଚିବ ସଞ୍ଜୟ ସିଂହ ।

ଅପରପକ୍ଷରେ ଓଡ଼ିଶାରେ ରହିଥିବା ବାହାର ରାଜ୍ୟର ଶ୍ରମିକମାନଙ୍କ ପାଇଁ ଇ-ପାସ୍‌ ବ୍ୟବସ୍ଥା ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ନିଜ ରାଜ୍ୟକୁ ଫେରିବାକୁ ଚାହୁଁଥିବା ଲୋକେ ରାଜ୍ୟ ସରକାରଙ୍କ covid-19.odisha.gov.inରେ ଆବେଦନ କରିପାରିବେ । ସରକାରଙ୍କ ଅନୁମତି ପରେ ତାଙ୍କୁ ଇମେଲ୍ କିମ୍ୱା ଏସ୍‌ଏମ୍‌ଏସ୍‌ ଜରିଆରେ ପାସ୍‌ ପ୍ରଦାନ କରାଯିବ । ଯେଉଁଥିରେ ଫେରିଯିବା ପାଇଁ ସେ ବ୍ୟବହାର କରୁଥିବା ବାହନ ସହ ଅନ୍ୟାନ୍ୟ ବିବରଣୀ ଉଲ୍ଲେଖ ରହିବ ।

ରାଜ୍ୟରେ କୋଭିଡ-୧୯ ମୁକାବିଲା ନେଇ ୬୭୯୮ ଗ୍ରାମପଞ୍ଚାୟତରେ ୧୨ ହଜାର ୪୧୬ ଅସ୍ଥାୟୀ ଚିକିତ୍ସା କେନ୍ଦ୍ର ସ୍ଥାପିତ କରାଯାଇଛି । ଯେଉଁଠାରେ ୫ଲକ୍ଷ ଶଯ୍ୟାର ବ୍ୟବସ୍ଥା ହୋଇଛି । ମାଇ୬ ଠାରୁ ମଇ୭ ମଧ୍ୟରେ ରାଜ୍ୟରେ କୋଭିଡ-୧୯ ନିୟମ ଉଲ୍ଲଘଂନ ଅଭିଯୋଗରେ ମୋଟ ୨୪ ମାମଲା ରୁଜୁ ହୋଇଛି । ଏଥିମଧ୍ୟରୁ ୨୩ଟି ମାମଲା ଲକ୍‌ଡାଉନ୍ ନିୟମ ଉଲ୍ଲଘଂନ ନେଇ ହୋଇଥିବା ବେଳେ ଅନ୍ୟ ଗୋଟିଏ ମାମଲା ହୋମ୍‌କ୍ୱାରେଣ୍ଟାଇନ୍‌ ସମ୍ପର୍କିତ ରହିଛି  ।

‘କୋଭିଡ୍-୧୯ କେୟାର ସେଣ୍ଟର’ ରୂପେ ପ୍ରସ୍ତୁତ ରେଲୱେର ୨୧୫ ଷ୍ଟେସନ୍

ନୂଆଦିଲ୍ଲୀ: ଦେଶରେ ବଢ଼ୁଥିବା କରୋନା ସଂକ୍ରମିତଙ୍କ ସଂଖ୍ୟାକୁ ଦେଖି ପ୍ରସ୍ତୁତ ରହିଛି ଭାରତୀୟ ରେଳବାଇ । ଦେଶର ୨୧୫ଟି ଷ୍ଟେସନରେ ଭାରତୀୟ ରେଳବାଇ ଆଇସୋଲେସନ୍ କୋଚକୁ ପ୍ରସ୍ତୁତ କରି ରଖିଛି । ଏହି ଆଇସୋଲେସନ୍ କୋଚରେ ଆକ୍ରାନ୍ତ ଚିକିତ୍ସା ସହ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖାଯିବ ।

ଯଦି ଚିକିତ୍ସା ବେଳେ ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼େ ତେବେ, ତାଙ୍କୁ ମେଡିକାଲ ସ୍ଥାନାନ୍ତରଣ କରାଯିବ । ସଂକ୍ରମଣ ଏଡ଼ାଇବା ପାଇଁ ଆକ୍ରାନ୍ତ ଓ ସନ୍ଦିଗ୍ଧଙ୍କୁ ଅଲଗା ଅଲଗା କୋଚରେ ରଖାଯିବ । ଆଇସୋଲେସନ୍ କୋଚଗୁଡ଼ିକୁ ଗ୍ରୀନ୍, ୟେଲୋ ଜୋନରେ ମଧ୍ୟ ରଖାଯିବ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, କୋଭିଡ୍ ହସ୍ପିଟାଲ ନିକଟରେ ଥିବା ରେଲୱେ ଷ୍ଟେସନରେ ଏହି ଆଇସୋଲେସନ୍ କୋଚଗୁଡ଼ିକୁ ରଖାଯିବ ।

ଦିଲ୍ଲୀ, ମୁମ୍ବାଇ, ବେଙ୍ଗଳୁରୁ, ହାଇଦ୍ରାବାଦ, ଚେନ୍ନାଇ, କୋଲକାତା ମେଟ୍ରୋ ସିଟି ସମେତ ପଞ୍ଜାବ, ଉତ୍ତରପ୍ରଦେଶ, ରାଜସ୍ଥାନ, ଗୁଜରାଟ, ଆସାମ, ଅରୁଣାଚଳ ପ୍ରଦେଶ, ହରିୟାଣା, ପଶ୍ଚିମବଙ୍ଗ, ଜମ୍ମୁ କାଶ୍ମୀର, ମଧ୍ୟପ୍ରଦେଶ, ତେଲଙ୍ଗାନା, ବିହାର, ଆନ୍ଧ୍ରପ୍ରଦେଶ, ହରିୟାଣା, ଓଡ଼ିଶା, ଛତିଶଗଡ଼, ତ୍ରିପୁର, ତାମିଲନାଡ଼ୁ, ଗୋଆ, ଝାଡ଼ଖଣ୍ଡ, ଉତ୍ତରାଖଣ୍ଡ ଓ କର୍ଣ୍ଣାଟକ ଆଦି ରାଜ୍ୟରେ ଏହି ସୁବିଧା ଉପଲବ୍ଧ ହେବ ।

ସୁରକ୍ଷା ବ୍ୟବସ୍ଥା ଦାୟିତ୍ୱରେ ରହିବେ ଆରପିଏଫ୍ । ଜନସାଧାରଣଙ୍କ ଠାରୁ ଦୂରତା ବଜାୟ ରଖିବା ପାଇଁ ରେଲୱେ ଷ୍ଟେସନ୍, ପ୍ଲାଟଫର୍ମରେ ସୂଚନା ଫଳକ ଲଗାଯିବ । ୨୧୫ ଷ୍ଟେସନ୍ ମଧ୍ୟରୁ ୮୫ଟି ଷ୍ଟେସନରେ ସେମାନଙ୍କ ନିଜସ୍ୱ ମେଡିକାଲ୍ ଷ୍ଟାଫ୍ ରହିଛନ୍ତି । ଅନ୍ୟ ସ୍ଥାନରେ ସମ୍ପୃକ୍ତ ସରକାର ଷ୍ଟାଫ ଓ ଔଷଧ ଯୋଗାଇଦେବେ ।

ଏବେ ସୁଦ୍ଧା ୫ ହଜାର ୧୫୦ଟି ଆଇସୋଲେସନ୍ କୋଚ୍ ପ୍ରସ୍ତୁତ ହୋଇ ରହିଛି । ହସ୍ପିଟାଲ୍ ଅନ୍ ହ୍ୱିଲ୍ସ ଭାବେ ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଏହାକୁ କନର୍ଭଟ କରିବାକୁ ଯୋଜନା ହୋଇଛି । ରେଳବାଇ ପକ୍ଷରୁ କୋଚ୍ ଗୁଡ଼ିକୁ ନିୟମିତ ସଫା କରିବା ସହ ଧୁଆ ଯାଉଛି । ଏଥିରେ ଆଇଆରସିଟିସି ଖାଦ୍ୟ ଯୋଗାଣ କରିବ ବୋଲି ଜଣାପଡ଼ିଛି ।

ବୟସ୍କ ଆଇନ୍‌ଜୀବୀଙ୍କୁ ହାଇକୋର୍ଟ ନଆସିବାକୁ ପରାମର୍ଶ

କଟକ: ସାରା ଦେଶ ସମେତ ଓଡ଼ିଶା ମଧ୍ୟ ଲକ୍‌ଡାଉନ୍‌ ସ୍ଥିତି ଦେଇ ଗତି କରୁଛି । ଲୋକଙ୍କୁ ଘରୁ ବାହାରିବାକୁ ବାରଣ କରାଯାଉଛି । ମହାମାରୀ କରୋନାରେ ଏବେ ସୁଦ୍ଧା ରାଜ୍ୟରେ ୨୦୬ ଜଣ ଆକ୍ରାନ୍ତ ହୋଇଛନ୍ତି । ସେହିଭଳି ଦେଶରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୫୦ ହଜାର ଟପିସାରିଲାଣି । ଅନ୍ୟପଟେ ଦେଶରେ ମୃତକଙ୍କ ସଂଖ୍ୟା ୧୭୮୩ ଛୁଇଁଲାଣି । ମୃତକଙ୍କ ମଧ୍ୟରୁ ଅଧିକାଂଶଙ୍କ ବୟସ ୬୦ ରୁ ଉର୍ଦ୍ଧ୍ୱ ବୋଲି ଜଣାପଡ଼ିଛି । ବୟସ୍କ ଓ ବୃଦ୍ଧମାନେ ଅଧିକାଂଶ କ୍ଷେତ୍ରରେ ଆକ୍ରାନ୍ତ ହେଉଥିବା ତଥ୍ୟ କହୁଛି ।

ତେଣୁ ଏଭଳି ପରିସ୍ଥିତିକୁ ଦୃଷ୍ଟିରେ ରଖି ଗୁରୁବାର ହାଇକୋର୍ଟଙ୍କ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରାଯାଇଛି । ୬୫ ବର୍ଷରୁ ଉର୍ଦ୍ଧ ବୟସ୍କ ଆଇନଜୀବୀ କୋର୍ଟ ନ ଆସିବା ପାଇଁ ହାଇକୋର୍ଟଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି ।

ସୂଚନାଯୋଗ୍ୟ, କୋରନା ମୁକାବିଲା ପାଇଁ ହାଇକୋର୍ଟ ପରିସରରେ ରେଜିଷ୍ଟର ଜେନେରାଲ, ଏ.ଜି ଓ ବାର ଆସୋସିଏସନ୍‌ର ଏକ ମିଳିତ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବୟସ୍କ ଆଇନଜୀବୀଙ୍କ ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି । ତେବେ ଏହି ବର୍ଗର ଆଇନଜୀବୀଙ୍କ ପାଇଁ ଭିଡିଓ କନଫରେନ୍ସିଂର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଖାଲି ସେତିକି ନୁହେଁ କୋର୍ଟରେ ଭିଡିଓ କନଫେରନସିଂରେ କେବଳ ୪ରୁ୫ ଜଣ ଆଇନଜୀବୀଙ୍କୁ ଅନୁମତି ଦିଆଯିବ ବୋଲି ନିଷ୍ପତ୍ତି ହୋଇଛି । ମାମଲାରେ ସଂମ୍ପୃକ୍ତ ଆଇନଜୀବୀଙ୍କ ଶୁଣାଣୀ ଶେଷ ହେବା ପରେ କୋର୍ଟ ପରିସରରେ ଭିଡ଼ ନ କରିବା ପାଇଁ କଡ଼ା ନିର୍ଦ୍ଦେଶ ରହିଛି ।

କ୍ୟାରିୟର ଆରମ୍ଭରୁ କାହିଁକି ମାଧୁରୀଙ୍କୁ ରିଜେକ୍ଟ କରିଥିଲା ଦୂରଦର୍ଶନ ?

ମୁମ୍ବାଇ: ବଲିଉଡ଼ର ଧକ୍ ଧକ୍ ଗର୍ଲ ମାଧୁରୀ  । କେବେ ନିଜର ଅଭିନୟ ପାଇଁ ତ କେବେ ନିଜର ଡ୍ୟାନ୍ସ ପାଇଁ ସବୁ ବେଳେ ଚର୍ଚ୍ଚାରେ ଥିବା ମାଧୁରୀ ମଧ୍ୟ କରିଛନ୍ତି ବହୁତ ଷ୍ଟ୍ରଗଲ । ସେ ମଧ୍ୟ ନିଜ କ୍ୟାରିୟର ଆରମ୍ଭରୁ ସାମ୍ନା କରିଛନ୍ତି ବହୁ ରିଜେକ୍ସନର । ଏବେ ଯାହାଙ୍କ ହସର ଦିୱାନ ହୋଇଛି ଦୁନିଆ ତାଙ୍କ ହସର ଜାଦୁରେ କେବେ ପାଗଳ ହୋଉଥିଲେ ସିନେ ପ୍ରେମୀ । ଏହି ନାୟିକା ‘ହମ ଆପ କେ ହେ କୌନ୍, ଦେବଦାସ, ଅଞ୍ଜାମ ଏବଂ କୋଏଲା ଭଳି ଅନେକ ହିଟ୍ ଫିଲ୍ମ ଦେଇଛନ୍ତି ।

ତେବେ ଆପଣ ଜାଣନ୍ତି ଏହି ନାୟିକା ଜଣଙ୍କ ଯେତେବେଳେ ନିଜ ଅଭିନୟକୁ କ୍ୟାରିୟର କରିବାକୁ ଚାହୁଁଥିଲେ ସେ ଅନେକ ରିଜେକ୍ସନକୁ ସାମ୍ନା କରିଥିଲେ । ସେ ପ୍ରଥମେ ତାଙ୍କ କ୍ୟାରିୟର ଟେଲିଭିଜନରେ ଆରମ୍ଭ କରିବାକୁ ଯାଉଥିଲେ । ସେ ଏକ ସିରିଏଲ ମାଧ୍ୟମରେ ଡେବ୍ୟୁ କରିବାକୁ ଯାଉଥିଲେ । ୧୯୮୪ ମସିହାରେ ଦୂରଦର୍ଶନ ପାଇଁ ଏକ ସିରିଏଲ କରିଥିଲେ ଯାହାର ନାଁ ଥିଲା ବମ୍ବେ ମେରି ହେ ।

ଏଥିରେ ମୁଖ୍ୟ ଭୂମିକାରେ ଥିଲେ ମାଧୁରୀ ଦିକ୍ଷିତ୍ ଏବଂ ତାଙ୍କ ବିପକ୍ଷ  ଥିଲେ  ସେବେକାର  ଜଣାଶୁଣା ଟିଭି ଅଭିନେତା ବେଜାମିନ ଗିଲାନି  ।  ଗୀଲାନି ଅନେକ ହିଟ୍ ସିରିଏଲ ମଧ୍ୟ ଦେଇଥିଲେ । ଏବଂ ଏହି ସିରିଏଲର ନିର୍ଦ୍ଦେଶକ ଥିଲେ ଅନିଲ ତେଜନି, ଯିଏ କି ଗୋବିନ୍ଦା ଏବଂ ସଲମାନଙ୍କ ଫିଲ୍ମ ପାର୍ଟନର ନିର୍ଦ୍ଦେଶନା ଦେଇଥିଲେ ।

ସିରିଏଲର ପ୍ରଥମ ଏପିସୋଡ଼ର ଶୁଟିଂ ସରିଥିଲା ଏବଂ ଏଥିପାଇଁ ଟ୍ରାକ୍ ବା ଗୀତ ମଧ୍ୟ ପ୍ରସ୍ତୁତ ହୋଇସାରିଥିଲା । କିନ୍ତୁ ଯେତେବେଳେ ଏପିସୋଡ଼ଟି ଦୂରଦର୍ଶନକୁ ପଠାଗଲା, କିନ୍ତୁ ଦୂରଦର୍ଶନ ଏହାକୁ  ରିଜେକ୍ଟ କରିଥିଲା । ଏବଂ ରିଜେକ୍ଟର କାରଣ ପାଲଟିଥିଲା ସିରିଏଲରେ କାଷ୍ଟ କରାଯାଇଥିବା ଅଭିନେତା ଓ ଅଭିନେତ୍ରୀ  । ତେବେ ଏହି ସିରିଏଲର ଫଟୋ ଏବେ ବି ଇଣ୍ଟରନେଟରେ ରହିଛି ।

ତେବେ ମାଧୁରୀଙ୍କ କଥା କହିବାକୁ ଗଲେ ମାଧୁରୀଙ୍କୁ ୧୯୮୪ରେ ରାଜଶ୍ରୀ ପ୍ରଡକ୍ସନ ଦ୍ୱାରା ନିର୍ମିତ ଫିଲ୍ମ ଅବୋଧ’ରେ ତାଙ୍କୁ ଡେବ୍ୟୁର ସୁଯୋଗ ମିଳିଥିଲା ।

ଏଣିକି ଆଉ ୧୪ ଦିନ ନୁହେଁ ୨୧ ଦିନ ରହିବ କ୍ୱାରେଣ୍ଟାଇନ୍‌ ଅବଧି

ଭୁବନେଶ୍ୱର: ଏଣିକି ଆଉ ୧୪ ଦିନ ନୁହେଁ ୨୧ ଦିନ ପର୍ଯ୍ୟନ୍ତ ରହିବ କ୍ୱାରେଣ୍ଟାଇନ୍‌ ଅବଧି । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ କରାଯାଉଛି । ଖୁବ୍‌ ଶୀଘ୍ର ଏନେଇ ବିଦ୍ଧିବଦ୍ଧ ଘୋଷଣା ମଧ୍ୟ କରାଯିବ । ଓଡ଼ିଶା ବାହାରୁ ଆସୁଥିବା ପ୍ରବାସୀଙ୍କ ପାଇଁ ଏଭଳି ଯୋଜନା ଲାଗୁ କରାଯାଇପାରେ ।

ତେବେ କ୍ୱାରେଣ୍ଟାଇନ୍‌ ଅବଧି ବଢ଼ିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ପରାମର୍ଶଦାତା ଡାକ୍ତର ଶ୍ରୀନାଥ ରେଡ୍ଡୀ ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କନ୍‌ଫରେନ୍ସିଂରେ ଯୋଗେ ବିସ୍ତୃତ ଆଲୋଚନା କରିଛନ୍ତି । ଏହି ଆଲୋଚନାରେ ଜିଲ୍ଲା ମୁଖ୍ୟାଳୟରୁ  ୧୩ ଜଣ ମନ୍ତ୍ରୀ, ଲୋକସେବା ଭବନରେ ୭ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଓ ଅନ୍ୟ ବିଭାଗର ସଚିବମାନେ ଏହି ଭିଡିଓ କନ୍‌ଫରେନ୍ସିଂ ଦ୍ୱାରା ସାମିଲ ହୋଇଥିଲେ ।

ଭିଡିଓ କନଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଆଜି ନବୀନ ନିବାସରୁ ଡ.ରେଡ୍ଡୀଙ୍କ ସହ ଆଲୋଚନା କରିଛନ୍ତି । ହରିୟାଣାର ଗୁଡ୍‌ଗାଓଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଭିଡିଓ କନଫରେନ୍‌ସିଂରେ ଯ଼ୋଡି ହୋଇଥିଲେ ଡ. ରେଡ୍ଡୀ ।

ତେବେ ଡ.ରେଡ୍ଡୀ ରାଜ୍ୟ ସରକାରଙ୍କ ସହ ଆଲୋଚନା କରି ଏଭଳି ପରାମର୍ଶ ଦେବା ପରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଏନେଇ ଦେଇଛନ୍ତି ।

ଗ୍ୟାସ ଲିକ୍ ଘଟଣାରେ ଏମିତି ପ୍ରତିକ୍ରିୟା ରଖିଲେ ଅଭିନେତାମାନେ

ବିଶାଖାପଟନମ: ଆନ୍ଧ୍ରପ୍ରଦେଶର ବିଶାଖାପଟନମରେ ଗ୍ୟାସ ଲିକ୍ ଘଟଣାକୁ ନେଇ ଏବେ ଅଭିନେତାମାନେ ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି । ସାଉଥ୍ ସୁପରଷ୍ଟାର ଚିରଞ୍ଜିବୀ, ଆଲୁ ଅର୍ଜୁନ ଏବଂ ମହେଶ ବାବୁଙ୍କ ସହ ସାଉଥରେ ଜଣାଶୁଣା ଅଭିନେତାମାନେ ଏହି ଘଟଣା ମୃତ୍ୟୁ ବରଣ କରିଥିବା ଲୋକଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଏହି ଘଟଣା ସାମ୍ନାକୁ ଆସିବା ପରେ ଚିରଞ୍ଜିବ ଟ୍ୱିଟରେ ଲେଖିଛନ୍ତି ଯେ,ସବୁ ଅଧିକାରୀଙ୍କୁ ଲକଡାଉନର ପରେ ଫ୍ୟାକ୍ଟ୍ରି ଗୁଡ଼ିକ ଖୋଲିବାକୁ ଅନୁମତି ଦେବା ପୂର୍ବରୁ କିଛି ସତର୍କତା ଅବଲମ୍ବନ କରିବା ଆବଶ୍ୟକ ।

ନିର୍ଦ୍ଦେଶକ ଏସଏସ ରାଜାମୌଲି ନିଜ ଟ୍ୱିଟରେ ଲେଖିଛନ୍ତି ଯେ, ଗ୍ୟାସ ଲିକ୍ ପରେ ଏହାର ଫଟୋ ସାମ୍ନାକୁ ଆସିବା ପରେ ଏବେ ଏହା ସମସ୍ତଙ୍କୁ ସମସ୍ୟାରେ ପକାଇଛି । ମୁଁ ସେ ଲୋକଙ୍କ ପାଇଁ ପ୍ରାର୍ଥନା କରୁଛି ଯେଉଁମାନେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏବଂ ଏହି ଘଟଣାରେ ଯେଉଁମାନେ ପ୍ରାଣ ହରାଇଛନ୍ତି ସେମାନଙ୍କୁ ମୋର ଶ୍ରଦ୍ଧାଞ୍ଜଳି ।

 

ବଲିଉଡ଼ ଅଭିନେତା ଅନୁପମ ଖେର ମଧ୍ୟ ଏନେଇ ଦୁଃଖ ପ୍ରକାଶ କରିଛନ୍ତି । ଅଭିନେତା ରବି ତେଜା ମଧ୍ୟ ଏହି ଘଟଣାଙ୍କୁ ନେଇ ଟ୍ୱିଟ କରିଛନ୍ତି ।  ଏହାସହ ସାଉଥର ସୁପର ହିଟ୍ ଅଭିନେତ୍ରୀ ତମନା ଭାଟ୍ଟିଆ ମଧ୍ୟ ଏହାକୁ ନିଜର ଦୁଃଖ ବ୍ୟକ୍ତ କରିଛନ୍ତି ।

ଇସାରାରେ ପାକିସ୍ତାନକୁ ଭାରତର ଜବାବ: ଗିଲ୍‌ଗିଟ୍-ବାଲିଚିସ୍ତାନ ଅଞ୍ଚଳର ପାଣିପାଗ ନେଇ ପୂର୍ବାନୁମାନ କଲା IMD

ନୂଆଦିଲ୍ଲୀ: ପାକିସ୍ତାନକୁ ଭାରତର ଜବାବ । ଇସାରାରେ ଗିଲ୍‌ଗିଟ୍-ବାଲିଚିସ୍ତାନ ଭାରତର ଅଭିନ୍ନ ଅଙ୍ଗ ବୋଲି କହିଲା ଭାରତ । ଭାରତୀୟ ପାଣିପାଗ ବିଭାଗ ଜମ୍ମୁ କଶ୍ମୀର ସବ୍‌ ଡିଭିଜନକୁ ଏବେ ଜମ୍ମୁ ଏବଂ କଶ୍ମୀର, ଲଦାଖ, ଗିଲ୍‌ଗିଟ୍-ବାଲିଚିସ୍ତାନ ଏବଂ ମୁଜାଫରବାଦ କହିବା ଆରମ୍ଭ କରିଦେଇଛି ।

NBT

ମଙ୍ଗଳବାର ଆଇଏମ୍‌ଡି ନର୍ଥଓ୍ୱେଷ୍ଟ ଇଣ୍ଡିଆ ପାଇଁ ପାଣିପାଗର ପୂର୍ବାନୁମାନ କରିଛି । ସେଥିରେ ଗିଲ୍‌ଗିଟ୍-ବାଲିଚିସ୍ତାନ ଏବଂ ମୁଜାଫରବାଦକୁ ମଧ୍ୟ ସାମିଲ କରାଯାଇଛି । ଗିଲ୍‌ଗିଟ୍-ବାଲିଚିସ୍ତାନ ଏବଂ ମୁଜାଫରବାଦ ଉଭୟ ଉପରେ ପାକିସନ୍ତାନର ଅବୈଧ ଅକ୍ତିଆର ରହିଛି ।

ଆଇଏମ୍‌ଡି ଡାଇରେକ୍ଟର ଜେନରାଲ୍ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ, ଆଇଏମ୍‌ଡି ସମ୍ପର୍ଣ୍ଣ ଜମ୍ମୁ କଶ୍ମୀର ଏବଂ ଲଦାଖ ପାଇଁ ବୁଲେଟିନ୍‌ ଜାରି କରିଛି । ଆମେ ବୁଲେଟିନ୍‌ରେ ଗିଲ୍‌ଗିଟ୍-ବାଲିଚିସ୍ତାନ ଏବଂ ମୁଜାଫରବାଦ ବିଷୟରେ ଏଥିପାଇଁ ଉଲ୍ଲେଖ କରିଛୁ ଯେ, କାହିଁକି ଏହା ଭାରତର ଅଂଶ । ଚଳିତ ମାସ ଆରମ୍ଭ ଭାରତ ସ୍ପଷ୍ଟ କରିଦେଇଛି ଯେ, ପାକିସ୍ତାନର ଏହି ସବୁ ଅଞ୍ଚଳରେ ଉପରେ କୌଣସି ହକ୍ ନାହିଁ । ସୁପ୍ରିମକୋର୍ଟର ପାକିସ୍ତାନ ସରକାରଙ୍କୁ ଗିଲ୍‌ଗିଟ୍-ବାଲିଚିସ୍ତାନ ନିର୍ବାଚନ କରିବା ଲାଗି ଆଦେଶ ଦେଇଛି । ଭାରତ ଏହା ଉପରେ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛି । ପାକିସ୍ତାନ ସମ୍ପୃକ୍ତ ଅଞ୍ଚଳର ଆଭ୍ୟନ୍ତରୀଣ ବ୍ୟାପରରେ ହସ୍ତକ୍ଷେପ କରିବାର କୌଣସି ଅଧିକାର ନାହିଁ ।