ସହିଦ କର୍ଣ୍ଣେଲ ଆଶୁତୋଷ ଶର୍ମାଙ୍କୁ ଜୟପୁରରେ ଶେଷ ବିଦାୟ ଦେଲା ଦେଶ
ଜୟପୁର: ସହିଦଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି । ସହିଦ କର୍ଣ୍ଣେଲ ଆଶୁତୋଷ ଶର୍ମାଙ୍କୁ ଜୟପୁରରେ ଶେଷ ବିଦାୟ ଦେଇଛି ଦେଶ । ଗତ ୨ ତାରିଖରେ ଜମ୍ମୁର ହନ୍ଦୱାଡା ଆତଙ୍କୀ ଆକ୍ରମଣରେ ଆଶୁତୋଷଙ୍କ ସମେତ ସିଆରପିଏଫର ୫ ଜବାନ ସହିଦ ହୋଇଥିଲେ ।
#WATCH Wife, daughter and other family members of Colonel Ashutosh Sharma who lost his life in #Handwara (J&K) encounter, salute him pic.twitter.com/t2yD7fIftO
— ANI (@ANI) May 5, 2020
ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଶେଷ ବିଦାୟୀ ବେଳେ ଆଶୁତୋଷଙ୍କ ପରିବାର ସାମିଲ ହୋଇଛନ୍ତି । ଜୟପୁରରେ ହିଁ ଆଶୁତୋଷଙ୍କର ଶେଷ କୃତ୍ୟ ସଂପନ୍ନ ହେବ। କରୋନା ସଂକ୍ରମଣ ଭୟରେ ଶ୍ରଦ୍ଧାଞ୍ଜଳି ସମୟରେ ଅଧିକ ଲୋକଙ୍କୁ ଅନୁମତି ଦିଆଯାଇନାହିଁ ।
ଝିଅଙ୍କ ମଦ ପିଇବା ନେଇ ସୋନା ମହାପାତ୍ର କଣ କହିଲେ, ଜାଣନ୍ତୁ…
ମୁମ୍ବାଇ: ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶକ ରାମ ଗୋପାଳ ଭର୍ମା ନିଜ ବୟାନ ଓ କମେଣ୍ଟ ପାଇଁ ବେଶ ଚର୍ଚ୍ଚାରେ ରୁହନ୍ତି । ଅନେକ ଥର ରାମ ଗୋପାଲଙ୍କ ବୟାନ ପାଇଁ ହଇଚଇ ମଧ୍ୟ ସୃଷ୍ଟି ହୋଇଛି । ରାମ ଗୋପାଳ ଭର୍ମା ଅନେକ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି। ଏଥିମଧ୍ୟରେ ସରକାର, ସତ୍ୟ, ଭୁତ୍, ରଙ୍ଗିଲା, ନିଶବ୍ଦ, ରକ୍ତ ଚରିତ୍ର ଭଳି ଫିଲ୍ମ ସାମିଲ ଅଛି । ୨୦୧୬ରେ ମୁକ୍ତିଲାଭ କରିଥିବା ଫିଲ୍ମ ଭିରପ୍ପନ ତାଙ୍କର ଶେଷ ଚଳଚ୍ଚିତ୍ର ଥିଲା । ତେବେ ନିକଟରେ ସେ ପୁଣିଥରେ ନିଜ କମେଣ୍ଟ ପାଇଁ ଚର୍ଚ୍ଚାରେ ଅଛନ୍ତି । ଗାୟିକ ସୋନା ମହାପାତ୍ର ରାମ ଗୋପାଲଙ୍କର ଏହି ବୟାନ ପାଇଁ ତାଙ୍କୁ କଡା ଜବାବ ଦେଇଛନ୍ତି ।

ବାସ୍ତବରେ, ଲକଡାଉନ୍ ୩.୦ ରେ ସରକାର କିଛି ମଦ ଦୋକାନ ଖୋଲିବାକୁ ଅନୁମତି ଦେଇଛନ୍ତି । ଏହା ପରେ ସମଗ୍ର ଦେଶରେ ମଦ ଦୋକାନ ବାହାରେ ଲମ୍ବା ଲାଇନ୍ ଲାଗିଥିଲା । ଅନେକ ଲୋକଙ୍କ ଭିଡ ଜମିଥିଲା । କିଛି ସ୍ଥାନରେ ମହିଳାମାନେ ମଧ୍ୟ ମଦ କିଣିବା ପାଇଁ ଧାଡିରେ ଠିଆ ହୋଇଥିଲେ । ତେବେ ଏନେଇ ରାମ ଗୋପାଳ ଭର୍ମା ଟ୍ୱିଟ କରି କହିଛନ୍ତି ଯେ, ‘ମଦ ଦୋକାନ ବାହାରେ କିଏ ଲାଇନରେ ଅଛନ୍ତି? ଏହିମାନେ ପୁଣି ମଦୁଆମାନଙ୍କ ବିରୋଧରେ ଅନେକ କଥା କୁହନ୍ତି… ।
Dear Mr RGV,time for u to get into the line of people who desperately need a real education.1 that lets u understand why this tweet of yours reeks of sexism & misplaced morality.Women have a right to buy & consume alcohol just like men. No one has a right to be drunk & violent. https://t.co/5AUcTrAJrZ
— Sona Mohapatra (@sonamohapatra) May 4, 2020
ରାମ ଗୋପାଳ ଭର୍ମାଙ୍କ ଏହି ଟୁଇଟକୁ କଡା ଜବାବ ଦେଇଛନ୍ତି ସୋନା ମହାପାତ୍ର । ସୋନା ତାଙ୍କ ଟ୍ୱିଟ୍ରେ ରିପ୍ଲାଏ କରିଛନ୍ତି। ସେ ଲେଖିଛନ୍ତି ଯେ, ରାମ ଗୋପାଲ ଭର୍ମାଙ୍କୁ ଉଚିତ୍ ଶିକ୍ଷା ମିଳିବା ଆବଶ୍ୟକ । ପୁରୁଷଙ୍କ ଭଳି ମଦ କିଣିବାର ଅଧିକାର ମହିଳାମାନଙ୍କର ମଧ୍ୟ ଅଛି। ମଦ ପିଇ ହିଂସା କରିବାର ଅଧିକାର କାହାରି ନାହିଁ। ମଦ୍ୟପ ନିଶାରେ ନିୟନ୍ତ୍ରଣ ହରାଇ ହିଂସା କଲେ ସମସ୍ତେ ବିରୋଧ କରିପାରିବେ ।
Rumour has it that Kim Jong Un ‘s sister will take over if he dies and she supposedly is more brutal than him ..Good news is that world will have its FIRST FEMALE VILLAIN ..Finally JAMES BOND can get REAL 👍 pic.twitter.com/EAebtPvhK5
— Ram Gopal Varma (@RGVzoomin) April 24, 2020
ଏହାପୂର୍ବରୁ ଯେତେବେଳେ ଉତ୍ତର କୋରିଆର ଶାସକ କିମ ଜୋଙ୍ଗ ଉନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା, ସେତେବେଳେ ତାଙ୍କ ଭଉଣୀ କିମ ୟୋ-ଜୋଙ୍ଗ ତାଙ୍କ ଭାଇଙ୍କ ପଦ ଗ୍ରହଣ କରିବା ନେଇ ଆଲୋଚନା ହୋଇଥିଲା। ଏନେଇ ମଧ୍ୟ ରାମ ଗୋପାଳ ଭର୍ମା କିମ ଜୋଙ୍ଗ ଉନଙ୍କ ଭଉଣୀ କିମ ୟୋ ଜୋଙ୍ଗଙ୍କୁ ପ୍ରଥମ ମହିଳା ଭିଲେନ ବୋଲି କହିଥିଲେ। ରାମ ଗୋପାଳ ଭର୍ମା ଟ୍ୱିଟ କରି କହିଥିଲେ ଯେ, କିମ ଜୋଙ୍ଗ ଉନଙ୍କ ମୃତ୍ୟୁ ପରେ ତାଙ୍କ ଭଉଣୀ ଏହି ସ୍ଥାନ ଗ୍ରହଣ କରିବେ ଯିଏ ତାଙ୍କ ଅପେକ୍ଷା ଅଧିକ ନିଷ୍ଠୁର । ଏଥିପାଇଁ ମଧ୍ୟ ରାମ ଗୋପାଲ ବହୁତ ଟ୍ରୋଲ ହୋଇଥିଲେ ।
ଗଞ୍ଜାମ କ୍ୱାରେଣ୍ଟାଇନ ସେଣ୍ଟରରେ ଦେଶପ୍ରେମ: ଜାତୀୟ ସଂଗୀତ ଗାନ କରି ଅଭିଭୂତ କଲେ ଅନ୍ତେବାସୀ
ଗଞ୍ଜାମ: କେଉଁଠି ବିଶୃଙ୍ଖଳା ତ ଆଉ କେଉଁଠି ଦେଶପ୍ରେମ । ଗଞ୍ଜାମ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ଆସିଲା ନୂଆ ଚିତ୍ର । ଯାହା ପ୍ରମାଣିତ କରୁଛି, ସବୁ ପ୍ରବାସ ଫେରନ୍ତା ବିଶୃଙ୍ଖଳିତ ନୁହନ୍ତି। ଏ ଚିତ୍ର ହେଉଛି ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ କଳମ୍ବ ସ୍କୁଲର । ଦେଖନ୍ତୁ କିଭଳି ଜାତୀୟ ସଂଗୀତ ଗାନ କରି ଅଭିଭୂତ କରିଛନ୍ତି ଅନ୍ତେବାସୀ ।

ସାମାଜିକ ଦୂରତା ରକ୍ଷା କରିବା ସହ ଦେଇଛନ୍ତି ଦେଶ ପ୍ରେମୃର ବାର୍ତ୍ତା । ଆଉ ଏବେ ଆମେ ଦେଖାଉଛୁ ସଂଗରୋଧ ଗୃହର ପୂର୍ବ କାହାଣୀ । ଗୁଣ୍ଡାରାଜ, ବେଖାତିର ଆଉ ବିଶୃଙ୍ଖଳାର ଚିତ୍ର ସାରା ରାଜ୍ୟକୁ ବ୍ୟଥିତ କରିଥିଲା। କରୋନା ସଂକଟରେ ବାହାର ରାଜ୍ୟରୁ ଫେରାଇ ଅଣାଯାଇଥିବା ପ୍ରବାସୀଙ୍କ ବ୍ୟବହାରକୁ ନେଇ ସବୁଠି ସମାଲୋଚନା ଓ ନିନ୍ଦା କରାଯାଇଥିଲା।

ହେଲେ ଆଜିର ଚିତ୍ର ପ୍ରମାଣ କରିଛି, ସବୁ ପ୍ରବାସୀ ବିଶୃଙ୍ଖଳିତ ନୁହନ୍ତି କି ସବୁ ସୁରତ ଫେରନ୍ତା କ୍ୱାରେଣ୍ଟାଇନ୍ କେନ୍ଦ୍ରରେ ଅମାନିଆ ଆଚରଣ କରୁନାହାନ୍ତି ।
ପ୍ରବାସୀ ଓଡ଼ିଆଙ୍କ ଚେତାବନୀ, ଓଡ଼ିଶା ଫେରାଇ ନନେଲେ କରିବୁ ଆତ୍ମହତ୍ୟା
ଭୁବନେଶ୍ୱର: କ୍ୱାରେଣ୍ଟାଇନ ସେଣ୍ଟରରୁ ଘର ବାହୁଡ଼ା ପାଇଁ ନିବେଦନ । ଓଡ଼ିଶା ଫେରିବା ପାଇଁ ନିବେଦନ କରିଛନ୍ତି ୩୭ ଓଡ଼ିଆ ମତ୍ସ୍ୟଜୀବୀ । କର୍ଣ୍ଣାଟକର ମାଙ୍ଗାଲୋରରେ କିଛି ମତ୍ସ୍ୟଜୀବୀ ଲକ୍ଡାଉନ୍ ପାଇଁ ଫସି ରହିଥିଲେ । ଗତ ୨୭ ତାରିଖରେ ଡଙ୍ଗା ମାଲିକ ଫସି ରହଥିବା ଶ୍ରମିକମାନଙ୍କୁ ଗାଡ଼ି କରି ନିଜ ରାଜ୍ୟକୁ ପଠାଇ ଦେଇଥିଲେ । ଓଡ଼ିଶାର ମତ୍ସ୍ୟଜୀବୀମାନେ ମଧ୍ୟ ସେମାନଙ୍କ ସହ ବସ୍ରେ ଆସିଥିଲେ । ସମସ୍ତ ମତ୍ସ୍ୟଜୀବୀଙ୍କୁ ଆନ୍ଧ୍ରର ଶ୍ରୀକାକୁଲମ୍ କ୍ୱାରେଣ୍ଟାଇନରେ ରଖାଯାଇଥିଲା ।

୧୪ ଦିନ ପରେ ଆନ୍ଧ୍ର ସରକାର ଅନ୍ୟ ରାଜ୍ୟର ମତ୍ସ୍ୟଜୀବୀଙ୍କୁ ଛାଡି ଦେଇଛନ୍ତି । କିନ୍ତୁ ଏପର୍ଯ୍ୟନ୍ତ ଓଡ଼ିଆ ମତ୍ସ୍ୟଜୀବୀଙ୍କୁ ଓଡ଼ିଶା ଛଡ଼ାଯାଇନାହିଁ । ଘର ବାହୁଡ଼ା ପାଇଁ ସେମାନେ ଚିକିଟି ବିଧାୟିକା, ତହସିଲଦାର, ସୁନାପୁର ସରପଞ୍ଚଙ୍କ ସହ ଆଲୋଚନା କରିଥିଲେ । କିନ୍ତୁ କେହି ଶୁଣୁନଥିବା ଅଭିଯୋଗ ହୋଇଛି ।

୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ଫେରାଇ ନେବାର ବ୍ୟବସ୍ଥା କରାନଗଲେ ସେମାନେ ଆତ୍ମହତ୍ୟା ଚେତାବନୀ ଦେଇଛନ୍ତି । ନଚେତ ନିୟମ ଭାଙ୍ଗି ଚାଲି ଚାଲି ଯିବେ ବୋଲି ରୋକଠୋକ୍ ଶୁଣାଇଛନ୍ତି ।
ଦେଶରେ ୪୨ ହଜାର ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା… ବିଶ୍ୱରେ ୩୫ ଲକ୍ଷ ୮୮ ହଜାର ଟପିଲା ପଜିଟିଭ୍ ସଂଖ୍ୟା
ନୂଆଦିଲ୍ଲୀ: ଦେଶରେ ବଢୁଛି କରୋନା ସଂକ୍ରମଣ। ଗୋଟିଏ ଦିନରେ ୨୯ ଶହରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୪୬ ହଜାର ଟପିଛି । ସେହିପରି ଭାଇରସ ୧୫ ଶହରୁ ଅଧିକ ଜୀବନ ନେଇଛି । ଗତ ୪ ଦିନରେ ଦେଶରେ ୧୦ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି କରୋନା ସଂକ୍ରମଣରେ ୯୯ ଜଣ ପ୍ରାଣ ହରାଇଛନ୍ତି। ମହାରାଷ୍ଟ୍ର ପରେ ତାମିଲନାଡୁରେ ବଢୁଛି କରୋନା ସ୍ପିଡ୍।

ମହାରାଷ୍ଟ୍ରରେ ଗତକାଲି ୭୭୧ ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ତାମିଲନାଡୁରେ ୫୨୭ ଟି ନୂଆ ମାମଲା ସାମ୍ନାକୁ ଆସିଛି। ଗୁଜରାଟ ଓ ଦିଲ୍ଲୀରେ ୩ ଶହରୁ ଅଧିକ ପଜିଟିଭ ଚିହ୍ନଟ ହୋଇଛନ୍ତି। ବିଶ୍ବରେ ୩୫ ଲକ୍ଷ ୮୮ ହଜାର ଟପିଛି ଆକ୍ରାନ୍ତଙ୍କ ସଂଖ୍ୟା । ୨ ଲକ୍ଷ ୪୮ ହଜାର ୮୧୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୧ ଲକ୍ଷ ୬୨ ହଜାର ଲୋକେ ସୁସ୍ଥ ହୋଇଛନ୍ତି । ଆମେରିକାରେ ୧୧ ଲକ୍ଷ ହଜାର ଟପିଛି ଆକ୍ରାନ୍ତଙ୍କ ସଂଖ୍ୟା । ସ୍ପେନ, ଇଟାଲୀ, ଜର୍ମାନୀ, ବ୍ରିଟେନ, ଫ୍ରାନ୍ସରେ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ କମିବାରେ ଲାଗିଛି ।
ଗାଁ ଦାଣ୍ଡରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ମାରିଲେ ଦୁର୍ବୃତ୍ତ, ପୂର୍ବ ଶତୃତାକୁ କେନ୍ଦ୍ର କରି ହତ୍ୟା ସନ୍ଦେହ
ସମ୍ବଲପୁର: ଯୁବକଙ୍କୁ ପିଟିପିଟି ହତ୍ୟା । ସମ୍ବଲପୁର ଜିଲ୍ଲା ନାକଟିଦେଉଳ ତାଳବଣିଆ ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି । ପୂର୍ବ ଶତୃତାକୁ କେନ୍ଦ୍ର କରି ୪ ଜଣ ଯୁବକ ସଂଘବଦ୍ଧ ଭାବେ ଯୁବକଙ୍କୁ ଗୋଡାଇ ଗୋଡାଇ ଆକ୍ରମଣ କରି ହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତ ଯୁବକ ହେଉଛନ୍ତି ଦୁଶାସନ ଦେହୁରୀ । ଗତକାଲି ରାତିରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି ।

ନାକଟିଦେଉଳ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ୪ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରୁଛି । କୌଣସି କାରଣ ନେଇ ଦୁଶାସନଙ୍କ ସହ ସଂପୃକ୍ତ ଯୁବକଙ୍କ ଶତୃତା ରହିଥିଲା । ଗତକାଲି ସଂଧ୍ୟାରେ କଥା କଟାକଟି ହେବା ପରେ ଅଭିଯୁକ୍ତମାନେ ଗାଁ ଦାଣ୍ଡରେ ଦୁଶାସନଙ୍କୁ ଗୋଡାଇ ଗୋଡାଇ ହତ୍ୟା କରିଥିବା ଅଭିଯୋଗ ହୋଇଛି ।

କର୍ମକ୍ଷେତ୍ରରେ ଅପମାନ ହୋଇପାରନ୍ତି… ବିଦ୍ୟା କ୍ଷେତ୍ରରେ ଅନେକ ସଫଳତା ପାଇବେ
ଆଜିର ପଞ୍ଚାଙ୍ଗ
ମେ ୫,୨୦୨୦ ମସିହା, ମେଷ ୨୩ ଦିନ
୧୯୪୨ ଶକାଦ୍ଦ,୧୪୨୭ ସାଲ୍,୨୦୭୭ ସମ୍ବତ୍
ବୈଶାଖ ମାସ, ଶୁକ୍ଳପକ୍ଷ, ତ୍ରୟୋଦଶୀ, ମଙ୍ଗଳବାର
ଘାତଚନ୍ଦ୍ର- ବୃଷ ରାଶି ପୁରୁଷ ଓ ଧନୁରାଶି ମହିଳାଙ୍କର
ଘାତବାର- ହସ୍ତାକନ୍ୟା, ମକର ରାଶିର
ଶୁଭ ସମୟ-ଦିନ ୧୧ଟା ୪୩ ରୁ ଦିନ ୧ଟା ୨୦
ଅଶୁଭ ସମୟ- ଦିନ ୨ଟା ୫୭ ରୁ ଅପରାହ୍ନ ୪ଟା ୩୩
ମେଷ ରାଶି
ଅଶ୍ବିନୀ ମେଷ- ଅନ୍ୟ ଲୋକଙ୍କ ଦ୍ଵାରା ସମାଲୋଚନାର ଶିକାର ହେବେ
ଦ୍ବିଜା ମେଷ- ଅର୍ଥ ଲଗାଣ ସଂସ୍ଥାରେ କାମ କରୁଥିବା ବ୍ୟକ୍ତି ଲାଭବାନ ହେବେ
କୃତ୍ତିକା ମେଷ- ବିରୋଧୀଙ୍କ ଠାରୁ ଜୟଲାଭ କରିବେ
ସଫେଇ କର୍ମଚାରୀଙ୍କୁ ମିଠା ଦାନ କରନ୍ତୁ
ବୃଷ ରାଶି
କୃତ୍ତିକା- ବିଦ୍ୟା କ୍ଷେତ୍ରରେ ଅନେକ ସଫଳତା ପାଇବେ
ରୋହିଣୀ- ନୂତନ କାର୍ଯ୍ୟ ଆରମ୍ଭ କରିବେ
ମୃଗଶିରା- ମାନସିକ ଶାନ୍ତି ପ୍ରତି କ୍ଷେତ୍ରରେ ପାଇବେ
ଅଟାଗୁଳା କିଛି ମାଛ ଖାଇବାକୁ ଦିଅନ୍ତୁ
ମିଥୁନ ରାଶି
ମୃଗଶିରା- ସାମ୍ବାଦିକତା କାର୍ଯ୍ୟ କରୁଥିଲେ ପ୍ରଶଂସା ମିଳିବ
ଆର୍ଦ୍ରା ମିଥୁନ- ଅତୀତ ଗଠଣାର ସମୀକ୍ଷା କରି ଚିନ୍ତାଗ୍ରସ୍ତ ହେବେ
ପୁର୍ନବସୁ- ନୂତନ ଗୃହ ପାଇଁ ବ୍ୟସ୍ତ ରହିବେ, କଳାକ୍ଷେତ୍ରରେ ଉନ୍ନତି କରିବେ
ଆଶ୍ବସ୍ଥ ବୃକ୍ଷ ମୂଳରେ ଘିଅ ଦୀପ ଜାଳନ୍ତୁ
କର୍କଟ ରାଶି
ପୁର୍ନବସୁ-ପରିବାର ମଧ୍ୟରେ କୈାଣସି ଅଶାନ୍ତି ଦେଖାଦେଇପାରେ
ପୁଷ୍ୟା କର୍କଟ- ପଡୋଶୀଙ୍କ ସହିତ କଳିଝଗଡା ଠାରୁ ଦୁରେଇ ରୁହନ୍ତୁ
ଅଶ୍ଲେଷା- କଳା କ୍ଷେତ୍ରରେ ସମ୍ମାନ ମିଳିବ
କିଛି କଉଡି ମା’ଲକ୍ଷ୍ମୀଙ୍କୁ ଅର୍ପଣ କରନ୍ତୁ
ସିଂହ ରାଶି
ମଘା- ଅଟକି ରହିଥିବା ଅର୍ଥ ଆଜି ଆପଣଙ୍କୁ ମିଳିଯିବ
ପୂର୍ବାଫାଲଗୁନି- ୟୁକ୍ତିତର୍କରେ ଅନେକ ଅସୁବିଧାର ସମ୍ମୁଖୀନ ହେବେ
ଉତ୍ତରାଫାଲ୍ଗୁନି- ଶରୀରର କୈାଣସି ଅଂଶରେ କ୍ଷତି ହୋଇପାରେ
ଦୁର୍ଗା କବଚ ପାଠ କରନ୍ତୁ
କନ୍ୟା ରାଶି
ଉତ୍ତରାଫାଲଗୁନି- ନିଜ କାର୍ଯ୍ୟ ଶୈଳୀରେ ପ୍ରଶଂସିତ ପାଇପାରନ୍ତି
ହସ୍ତା କନ୍ୟା- ମା’ଙ୍କ ଠାରୁ କିଛି ଉପହାର ପାଇବେ
ଚିତ୍ରା କନ୍ୟା- ନୂତନ କର୍ମ ମିଳିବାର ଯୋଗ ରହିଛି
ଛୋଟ ପିଲାଙ୍କୁ ରାଶି ଲଡୁ ବାଣ୍ଟନ୍ତୁ
ତୁଳା ରାଶି
ଚିତ୍ରା- ଆପଣଙ୍କର କୌଣସି ଜିନିଷ ଚୋରି ହୋଇପାରେ
ସ୍ବାତୀ ନକ୍ଷତ୍ର- ଧାର୍ମିକ ପରିବେଶରେ ସମୟ କାଟିବେ
ବିଶାଖା ନକ୍ଷତ୍ର- ଆର୍ଥିକ ସ୍ଥିତି ଯୋଗୁଁ ମନ ଅଶାନ୍ତି ରହିବ
ପକ୍ଷୀମାନଙ୍କୁ ଖାଦ୍ୟ ଦିଅନ୍ତୁ
ବିଛା ରାଶି
ବିଶାଖା- ନିଜର କୈାଣସି ବିଶ୍ବସ୍ତ ବ୍ୟକ୍ତିଙ୍କୁ ଭେଟିବାର ସୁଯୋଗ ପାଇବେ
ଅନୁରାଧା- ମନ ଭିତରେ ରହିଥିବା ଅକୁହା କଥାକୁ ପ୍ରକାଶ କରିବାର ସୁଯୋଗ ପାଇବେ
ଜ୍ୟେଷ୍ଠା- ପୁରୁଣା ଚିନ୍ତା, ପୁରୁଣା ଶତୃଙ୍କ ଦ୍ଵାରା କଷ୍ଟ ପାଇବେ
ଗାୟତ୍ରୀ ମନ୍ତ୍ର ୧୦୮ ଥର ପାଠ କରନ୍ତୁ
ଧନୁ ରାଶି
ମୂଳା ନକ୍ଷତ୍ର- ଅଟକିଥିବା କାର୍ଯ୍ୟରେ ସଫଳତା ପାଇବେ
ପୂର୍ବାଷାଢା- ନୂତନ କର୍ମ ମିଳିବାର ସୂଚନା ପାଇବେ
ଉତ୍ତରାଷାଢା-କର୍ମକ୍ଷେତ୍ରରେ ଅପମାନ ହୋଇପାରନ୍ତି, ସତର୍କ ରୁହନ୍ତୁ
କୁଞ୍ଜିକା ସ୍ତୋତ୍ର ପାଠ କରନ୍ତୁ
ମକର ରାଶି
ଉତ୍ତରାଷାଢା- ଆଜି ଗୁରୁଙ୍କର ଆର୍ଶିବାଦ ସଫଳତା ଆଣିଦେବ
ଶ୍ରବଣା- ଧାର୍ମିକ କାର୍ଯ୍ୟ ପ୍ରତି ମନ ଲାଗିବ
ଧନିଷ୍ଠା- ଦୀକ୍ଷା ଗ୍ରହଣ, ଗୁରୁଙ୍କ ସହ ସାକ୍ଷାତ ଲାଭଦାୟକ ରହିବ
ସକାଳ ସମୟରେ ଗୀତା ପାଠ କରନ୍ତୁ
କୁମ୍ଭ ରାଶି
ଧନିଷ୍ଠା- ଶରୀରରେ କୈାଣସି ଅଂଶରେ ସମସ୍ୟା ଦେଖାଦେଇପାରେ
ଶତଭିଷା- ବ୍ୟାଙ୍କ ସଂପର୍କିତ କାମରେ ସମସ୍ୟା ଆସିପାରେ
ପୂର୍ବଭାଦ୍ରପଦ- ନକରାତ୍ମକ ଚିନ୍ତା ଠାରୁ ଦୁରେଇ ରୁହନ୍ତୁ
ତୁଳସୀ ବୃକ୍ଷ ମୂଳରେ ମିଶ୍ରି ଓ ଜଳ ଅର୍ପଣ କରନ୍ତୁ
ମୀନ ରାଶି
ପୂର୍ବଭାଦ୍ରପଦ- ବ୍ୟବସାୟରୁ ଲାଭ ପାଇପାରନ୍ତି
ଉତ୍ତରଭାଦ୍ରପଦ-ବିବାହ ପ୍ରସ୍ତାବ ଆସିବାର ଯୋଗ ରହିଛି
ରେବତୀ- ନୂତନ ବ୍ୟବସାୟ ଆପଣଙ୍କୁ ଖୁସି ଆଣିଦେବ
କୈାଣସି ଅସହାୟ ମହିଳାଙ୍କୁ କ୍ଷୀର ଦାନ କରନ୍ତୁ
ଜ୍ୟୋତିର୍ବିଦ୍ ପ୍ରଜ୍ଞା ତ୍ରିପାଠୀ
ଯୋଗାଯୋଗ- 7008954311
ସୀମାରେ ପୁଣି ଅଶାନ୍ତି: ଆକ୍ରମଣରେ ୩ ଯବାନ ସହିଦ, ଜଣେ ଆତଙ୍କି ନିହତ
ଜମ୍ମୁ-କଶ୍ମୀର: ସୀମାରେ ପୁଣି ଅଶାନ୍ତି । ଜମ୍ମୁ-କଶ୍ମୀରରେ ଆତଙ୍କବାଦୀଙ୍କ ହମ୍ଲା । ଆକ୍ରମଣରେ ୩ ଯବାନ ସହିଦ ହୋଇଥିବାବେଳେ, ଜଣେ ଆତଙ୍କି ନିହତ ହୋଇଛନ୍ତି । ହଦୱାଡ଼ରେ ସିଆରପିଏଫ କ୍ୟାମ୍ପକୁ ଟାର୍ଗେଟ କଲେ ଆତଙ୍କବାଦୀ । ହଦୱାଡ଼ରେ ସର୍ଚ୍ଚ ଅପରେସନ୍ ଜୋରଦାର କରାଯାଇଛି। ସାରା ଦେଶ ଏବେ କରୋନା ଲଢେଇ ଲଢୁଥିବାବେଳେ ସୀମାରେ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଘଂନ ଚାଲିଛି । ଗତ ରବିବାର ୫ ଜଣ ଯବାନ ସହିଦ ହୋଇଥିଲେ ।
ଗଞ୍ଜାମରୁ ଆଉ ଜଣେ କରୋନା ପଜିଟିଭ ଚିହ୍ନଟ… ରାଜ୍ୟରେ ମୋଟ୍ ସଂକ୍ରମିତ ସଂଖ୍ୟା ୧୭୦କୁ ବୃଦ୍ଧି
ଭୁବନେଶ୍ୱର: ରାଜ୍ୟର ଗଞ୍ଜାମ ଜିଲ୍ଲାରୁ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୩କୁ ବୃଦ୍ଧି ପାଇଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ୍ବେବସାଇଟ୍ରେ ଏନେଇ ସୂଚନା ଦିଆଯାଇଛି । ଏଥିସହ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୧୭୦କୁ ବୃଦ୍ଧି ପାଇଛି । ଏବେ ରାଜ୍ୟରେ ମୋଟ୍ ୧୦୯ଟି ଆକ୍ଟିଭ କେସ ରହିଛି ।

ଗତ ୨ ତାରିଖରେ ଗଞ୍ଜାମ ଜିଲ୍ଲାରୁ ୨ଜଣ କରୋନା ପଜିଟିଭଙ୍କୁ ଚିହ୍ନଟ କରାଯାଇଥିଲା। ଉଭୟ ନିକଟରେ ସୁରତରୁ ଫେରିଥିଲେ। ଆଜି ପୁଣି ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।…

