spot_img
Home Blog Page 716

ରିଲିଜ୍ ହେଲା ବହୁ ପ୍ରତିକ୍ଷିତ ’ହାଉସଫୁଲ୍-୫’ର ଟ୍ରେଲର

ନନ୍ଦିଘୋଷ ବ୍ୟୁରୋ: ହାଇସଫୁଲ୍, ଫୁଲ୍ ମନୋରଞ୍ଜନ ଦେଇଥିବା ଚଳଚିତ୍ର । ଦର୍ଶକେ ଏହାର ପୂର୍ବ ସିନେତା ଗୁଡ଼ିକୁ ବେଶ ଭଲ ପାଇବା ଦେଇଥିବାବେଳେ ପଞ୍ଚମ ଭାଗ ଆସିବାକୁ ଯାଉଛି । ତେବେ ମଙ୍ଗଳବାର ହାଉସଫୁଲ-୫ର ଟ୍ରେଲର ସାମ୍ନାକୁ ଆସିଛି । ଯେଉଁଥିରେ କଳାକାରଙ୍କ ଦମଦାର ଅଭିନୟ ନଜର ଆସିଛି । ତେବେ ଏହି ଫିଲ୍ମଟି ମଧ୍ୟ ହିଟ୍ ହେବ ବୋଲି ଟ୍ରେଲର ଦେଖି ରିଭ୍ୟୁ ଦେବା ଆରମ୍ଭ କଲେଣି ଦର୍ଶକେ ।

ଟ୍ରେଲରରୁ ଜଣା ପଡ଼ୁଛି କି, କାହାକୁ ହତ୍ୟା କରାଯାଇଛି । ଆଉ ସମ୍ପୂର୍ଣ୍ଣ ଫିଲ୍ମରେ କେବଳ କମେଡି ଭରି ରହିଛି । ଏହି ଫିଲ୍ମରେ ଅକ୍ଷୟ କୁମାର, ଅଭିଶେକ ବଚ୍ଚନ, ଚଙ୍କି ପାଣ୍ଡେ, ସଞ୍ଜୟ ଦତ୍ତ, ଜ୍ୟାକି ସ୍ରଫ, ନାନା ପାଟେକର, ରିତେଶ ଦେଶମୁଖ, ଜନି ଲଭର, ଜ୍ୟାକଲିନ୍ ଫଣ୍ଣାଣ୍ଟିସ୍ ପ୍ରମୁଖ ନଜର ଆସିଛନ୍ତି । ବେଶ ସିକ୍ବେନ୍ସ ଭରା ଏହି ଫିଲ୍ମରେ ରିତେଶ, ଅକ୍ଷୟ ଏବଂ ଅଭିଶେକଙ୍କ ନାମ ଜଲି ରହିଥିବା ଟ୍ରେଲରରେ ଦେଖିବାକୁ ମିଳିଛି । ସେପଟେ ନାନା ପାଟେକର ଏକ ଅଲଗା ଅନ୍ଦାଜରେ ନଜର ଆସିଛନ୍ତି । ପୋଲିସ ଭୂମିକାରେ ନଜର ଆସିଛନ୍ତି ସଞ୍ଜୟ ଦତ୍ତ ଏବଂ ଜ୍ୟାକି  ।

ମିଛ କହି ଆଦିତ୍ୟ ରାୟ କପୁରଙ୍କ ଘରେ ପଶିଲେ ଅଜଣା ମହିଳା, ଉଠାଇ ନେଲା ପୋଲିସ

ନନ୍ଦିଘୋଷ ବ୍ୟୁରୋ: ବଲିଉଡ ଅଭିନେତା ଆଦିତ୍ୟରାୟ କପୁରଙ୍କ ଘରେ ପଶିଲେ ଅଜଣା ମହିଳା । ବାନ୍ଦ୍ରାସ୍ଥିତ ବାସଭବନରେ ମିଛ କହି ଜଣେ ଦୁବାଇର ମହିଳା ପଶିଥିଲେ । ପୋଲିସ ଖବର ପାଇଁ ମହିଳାଙ୍କୁ ଉଠାଇ ଆଣି ପଚରା ଉଚରା କରୁଛି । ତେବେ ସେ କାହିଁକି ପଶିଥିଲେ ଏବଂ କେଉଁ ଉଦ୍ଦେଶ୍ୟରେ ଯାଇଥିଲେ ଏନେଇ ପୋଲିସ ପକ୍ଷରୁ ଅଧିକ ପଚରା ଉଚରା କରାଯାଉଛି ।

ପୋଲିସ ସୂତ୍ର ଅନୁଯାୟୀ ସୋମବାର ସଂନ୍ଧ୍ୟା ୬ଟା ସମୟରେ ମହିଳା ଜଣକ ଆଦିତ୍ୟଙ୍କ ଘରର ଗେଟ୍ ପାଖରେ ଛିଡ଼ା ହୋଇଥିଲେ । ସିକ୍ୟୁରିଟିଙ୍କୁ ପଚାରିଥିଲେ କି, ଏହା ଆଦିତ୍ୟଙ୍କ ଘର କି ? ଆଉ ହଁ ମାରିବା ପରେ କହିଥିଲେ କି, ମୁଁ କିଛି ପୋଷାକ ଦେବା ପାଇଁ ଆସିଛି । ଘରର ସହାୟକ ତାଙ୍କ ଘର ଭିତରକୁ ନେଇଥିଲେ । ମାତ୍ର ସେହି ସମୟରେ ଆଦିତ୍ୟ ସୁଟିଂରେ ଥିଲେ । ଯେତେବେଳେ ଆଦିତ୍ୟ ସୁଟିଂରୁ ଫେରିଲେ ତାଙ୍କୁ ଘରର ସହାୟକ କହିଥିଲେ କି, କେହି ଜଣେ ମହିଳା ପୋଷାକ ନେଇ ଆସିଛନ୍ତି । ଏହାଶୁଣି ଆଶ୍ଚର୍ଯ୍ୟ ହୋଇଥିଲେ । କହିଥିଲେ କି, ମୁଁ କାହାକୁ କହିନି କି ଜାଣିନି । ଏହାପରେ ପୋଲିସକୁ ଖବର ଦେଇଥିଲେ । ପୋଲିସ ମହିଳାଙ୍କୁ ପଚରା ଉଚରା କରୁଥିବାବେଳେ ସେ କହିଛନ୍ତି କି, ମୁଁ ଦୁବାଇରୁ ଆସିଛି । ଆଦିତ୍ୟଙ୍କୁ ଦେଖା କରିବାକୁ ଆସିଛି ।

 

ଏହି ଖେଳାଳିଙ୍କ ସହ ଫଟୋ ପୋଷ୍ଟ କଲେ ରିଙ୍କୁଙ୍କ ଭଉଣୀ, ୟୁଜର୍ସ କହିଲେ…

ନନ୍ଦିଘୋଷ ବ୍ୟୁରୋ: ଆଇପିଏଲର ଲିଗ୍ ପର୍ଯ୍ୟାନ୍ତ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ୪ ଟିମ୍ ନିଜ ନିଜର ସ୍ଥାନ ପ୍ଲେଅଫରେ ପକ୍କା କରିଥିବାବେଳେ ଖେଳ ସହ ଜଡିତ ଖବର କିନ୍ତୁ କମୁନି । ଏବେ ଆଉ ଏକ ଭିନ୍ନ ଖବର ସାମ୍ନାକୁ ଆସିଛି । ରିଙ୍କୁ ସିଂଙ୍କ ଭଉଣୀ ନେହା ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରିଛନ୍ତି । ଯେଉଁ ଫଟୋକୁ ୟୁଜର୍ସମାନେ ଲାଇକ କରୁଥିବାବେଳେ ବିଭିନ୍ନ କମେଣ୍ଟମାନ କରୁଥିବା ମଧ୍ୟ ଦେଖିବାକୁ ମିଳୁଛି ।

https://www.instagram.com/_neha_singh_0700/?utm_source=ig_embed&ig_rid=631b1557-d96d-4aea-99ef-bfffb211bd8d

ନେହା ସିଂ କୋଲକାତା ନାଇଟ୍ ରାଇଡର୍ସର ବୋଲର ବୈଭବ ଅରୋରାଙ୍କ ସହ ଏକ ଫଟୋ ସେୟାର କରିଛନ୍ତି । ତେବେ ସେ ତାଙ୍କୁ ଭାଇ ବୋଲି ସମ୍ବୋଧନ କରି ଏହି ଫଟୋଟି ପୋଷ୍ଟ କରିଛନ୍ତି । ଭାଇ ରିଙ୍କୁ ସିଂ କେକେଆର ପକ୍ଷରୁ ଖେଳୁଥିବାବେଳେ ଭାଇଙ୍କ ସାଥୀଙ୍କ ସହ ଫଟୋ ଉଠାଇ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି । ତେବେ କହି ରଖୁଛୁ କି, ରିଙ୍କୁଙ୍କ ଭଉଣୀ ନେହା ସୋସିଆଲ ମିଡିଆରେ ବେଶ ସକ୍ରିୟ ରହିଛନ୍ତି । ସେ ନିଜର ଏକ ୟୁଟ୍ୟୁବ ଖୋଲିଛନ୍ତି । ତାଙ୍କର ସୋସିଆଲ ମିଡିଆରେ ଭଲ ୟୁଜର୍ସ ମଧ୍ୟ ଅଛନ୍ତି । ତାଙ୍କର ଭିନ୍ନ ଭିନ୍ନ କଣ୍ଟେନମାନ ମଧ୍ୟ ୟୁଜର୍ସଙ୍କୁ ବେଶ ପସନ୍ଦ ଆସୁଛି । ତେବେ ରିଙ୍କୁ ପ୍ରଥମରୁ ଉଭଣୀଙ୍କ ସହଯୋଗ କରି ଆସିଛନ୍ତି । ଆଉ ୟୁଟ୍ୟୁବ ଖୋଲିବା ପାଇଁ ମଧ୍ୟ ସେ ସମର୍ଥନ ଜଣାଇଥିବା ଭଉଣୀ ନିଜର ଚ୍ୟାନେଲରେ ପୂର୍ବରୁ ଜଣାଇଛନ୍ତି ।

ଇଂଲଣ୍ଡ ବିପକ୍ଷ ଭାରତୀୟ ଦଳରେ ଏହି ଖେଳାଳିଙ୍କୁ ସ୍ଥାନ ଦେବାକୁ ଯୁକ୍ତି ବାଢ଼ିଥିଲେ ଗିଲ୍..

ନନ୍ଦିଘୋଷ ବ୍ୟୁରୋ: ଇଂଲଣ୍ଡ ଗସ୍ତ ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷଣା ହୋଇଛି । ଶୁଭମନ ଗିଲଙ୍କ ଅଧିନାୟକତ୍ବରେ ଦଳ ଇଂଲଣ୍ଡ ଗସ୍ତରେ ଯାଉଛି । ଦଳରେ ବହୁ ଯୁବ ଖେଳାଳିଙ୍କୁ ସ୍ଥାନ ଦିଆଯାଇଛି । ଭବିଷ୍ୟତକୁ ଦୃଷ୍ଟିରେ ରଖି ଏଭଳି ଏକ ଟିମ୍ ଚୟନ କରାଯାଉଥିବା ଚର୍ଚ୍ଚା ହେଉଛି । ସେପଟେ ଏହି ୧୮ ଜଣିଆ ଟିମରେ ଜଣେ ଖେଳାଳିଙ୍କ ପାଇଁ ଗମ୍ଭୀରଙ୍କୁ ମନାଇଥିଲେ ଗିଲ୍ । ପାଖାପାଖା ଅଧଘଣ୍ଟା ଧରି କଥା ବାର୍ତ୍ତା ହେବା ପରେ ଏହି ଖେଳାଳିଙ୍କ ଦଳରେ ସାମିଲ କରାଯାଇଥିଲା । ତେବେ ଏହି ଖେଳାଳି ଜଣକ କିଏ ?

କହି ରଖୁଛୁ କି, ଇଂଲଣ୍ଡ ଗସ୍ତ ପାଇଁ ଭାରତୀୟ ଦଳ ଘୋଷଣା ହେବା ପୂର୍ବରୁ ବିସିସିଆଇ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ଚୟନ କମିଟି ସହ ଶୁଭମନ ଗିଲ ଏବଂ ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ମଧ୍ୟ ଉପସ୍ଥିତ ରହିଥିଲେ । ତେବେ ଟିମରେ ସାଇସୁଦର୍ଶନଙ୍କୁ ସ୍ଥାନ ଦେବା ପାଇଁ ଯୁକ୍ତି ବାଢ଼ିଥିଲେ ଗିଲ୍ । ଯାହାକୁ ମନା ମନା କରିଥିଲେ ଗମ୍ଭୀର । ନିଜେ ଜଣେ ବାମହାତୀ ବ୍ୟାଟ୍ସମ୍ୟାନ ହୋଇ ମଧ୍ୟ ବାମହାତୀ ଓପନରଙ୍କୁ ଦଳରେ ସ୍ଥାନ ଦେବାକୁ ରାଜି ନଥିଲେ ଗମ୍ଭୀର । ତେବେ ଅନ୍ୟ ଯୋଜନାରେ ରହିଥିଲେ ।

ସେପଟେ କିନ୍ତୁ ଦଳରେ ସାଇ ସୁଦର୍ଶନଙ୍କୁ ଦଳରେ ସ୍ଥାନ ଦେବା ପାଇଁ ଗମ୍ଭୀରଙ୍କ ସହ ଗିଲଙ୍କ ଯୁକ୍ତି ହୋଇଥିବା ମଧ୍ୟ କୁହାଯାଉଛି । ଯଦିଓ ଏନେଇ କୌଣସି ଅଫିସିଆଲ ଖବର ମିଳିନାହିଁ ତଥାପି ଏଭଳି ଏକ ଖବର ଏବେ ଶୁଣିବାକୁ ମିଳୁଛି । କୁହାଯାଉଛି କି, ସାଇ ତୃତୀୟ ଓପନର ଭାବେ ଦଳରେ ସ୍ଥାନ ପାଇଛନ୍ତି । ତେବେ ସମ୍ଭାବ୍ୟ ଦଳରେ ସ୍ଥାନ ପାଇବେ କି, ନାହିଁ ତାହା ଦେଖିବାକୁ ବାକି ରହିଛି । ଇଂଲଣ୍ଡରେ ଭାରତୀୟ ଦଳ ଦୀର୍ଘବର୍ଷ ଧରି ସିରିଜ୍ ଜିତିନଥିବାବେଳେ ଯୁବ ଟିମ୍ ବିଜୟୀ ହେବ ବୋଲି ଆଶା ରଖିଛନ୍ତି ଭାରତୀୟ କ୍ରିକେଟପ୍ରେମୀ ।

ଝିଅରୁ ପୁଣି ପୁଅ ହେବେ କି ଅନାୟା ବାଙ୍ଗର ? ସନ୍ଦେହ ବଢାଇଲା ପୋଷ୍ଟ ..

ନନ୍ଦିଘୋଷ ବ୍ୟୁରୋ: ପୁଣି ଚର୍ଚ୍ଚାରେ ଅନାୟା ବାଙ୍ଗର । ନିକଟରେ ସେ ଏକ ବଡ଼ ଘୋଷଣା କରିଛନ୍ତି। ସେ ତାଙ୍କର ପ୍ରକୃତ ରୂପକୁ ଫେରିବା ନେଇ ଘୋଷଣା କରିଛନ୍ତି। ଅନାୟା ବାଙ୍ଗର ପୁଅରୁ ଝିଅ ହେବା ପରେ ଇଂଲଣ୍ଡରୁ ଭାରତ ଫେରି ଆସିଥିଲେ। ପୁଅରୁ ଝିଅ ହେବା ପରେ ସେ ବହୁ ଚର୍ଚ୍ଚାରେ ଥିଲେ । କିନ୍ତୁ ତାଙ୍କର ଏହି ଘୋଷଣା କରିଛନ୍ତି ଯେ ସେ ତାଙ୍କର ପ୍ରକୃତ ରୂପରେ ଫେରିବା ନେଇ ଚର୍ଚ୍ଚା ଜୋର ଧରିଛି । ପ୍ରଶ୍ନ ହେଉଛି, ଅନାୟା ବାଙ୍ଗର କ’ଣ ୟୁ-ଟର୍ଣ୍ଣ ନେବାକୁ ନିଷ୍ପତ୍ତି ନେଇଛନ୍ତି ? ସେ କ’ଣ ପୁଣି ପୁଅ ହେବାକୁ ଯାଉଛନ୍ତି ? ସେ ତାଙ୍କର ପ୍ରକୃତ ରୂପକୁ ଫେରିବା ବିଷୟରେ କହିବାର ଅର୍ଥ କ’ଣ ?

ଅନାୟା ବାଙ୍ଗର କ’ଣ ପୁଣି ଝିଅରୁ ପୁଅ ହେବେ ?

ଅନାୟା ବାଙ୍ଗର ଏକ ଭିଡିଓ ସେୟାର କରିଛନ୍ତି। ସେ ତାଙ୍କ ଇନଷ୍ଟା ଷ୍ଟୋରୀରେ ଏହି ଭିଡିଓଟିକୁ ଅପଲୋଡ୍ କରିଛନ୍ତି, ଯେଉଁଥିରେ ସେ ତାଙ୍କ ବନ୍ଧୁ ସନତ ଚଡ୍ଡାଙ୍କ ସହିତ କହୁଛନ୍ତି ଯେ ସେ ତାଙ୍କର ପ୍ରକୃତ ରୂପରେ ଫେରି ଆସୁଛନ୍ତି । କିନ୍ତୁ ସେ ଏହାର ଅର୍ଥ କ’ଣ ତାହା କହି ନଥିଲେ। ଏପରି ପରିସ୍ଥିତିରେ, ଏପରି କହିବା ପଛରେ ତାଙ୍କର ଉଦ୍ଦେଶ୍ୟ ସୁଟିଂ ସହିତ ଜଡିତ କିଛି ହୋଇପାରେ ବୋଲି ସନ୍ଦେହ କରାଯାଉଛି ।

ସୁଟିଂ ପାଇଁ ଦିଲ୍ଲୀରେ ଅଛନ୍ତି ଅନାୟା

ଯେତେବେଳେ ଅନାୟା ବାଙ୍ଗର ଏହି ଭିଡିଓ ସେୟାର କରିଥିଲେ, ସେ ଦିଲ୍ଲୀ-ଏନସିଆରରେ ଥିଲେ। ଭିଡିଓରେ ଦେଖାଯାଉଥିବା ତାଙ୍କ ବନ୍ଧୁ ସନତ ପେଶାରେ ଫ୍ୟାଶନ୍ ଜଗତ ସହିତ ଜଡିତ। ଅନୁମାନ କରାଯାଉଛି ଯେ ଅନାୟା କୌଣସି ସୁଟିଂ ପାଇଁ ଦିଲ୍ଲୀରେ ଅଛନ୍ତି। ନିକଟରେ, ସେ ତାଙ୍କର ଇନଷ୍ଟା ଷ୍ଟୋରୀରେ, ସୁଟିଂ ପାଇଁ ଜଣେ ଫଟୋଗ୍ରାଫରଙ୍କ ଆବଶ୍ୟକତା ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ ।

ଗୁରୁଗାଓଁର କବାବର ମଜା ନେଲି

ସୁଟିଂ ସିଡ୍ୟୁଲ୍ ମଧ୍ୟରେ, ଅନାୟା ବାଙ୍ଗର ଖାଇବାର ମଜା ନେଇଛନ୍ତି । ସେ ଗୁରୁଗାଓଁର ସବୁଠାରୁ ଭଲ କବାବ ଖାଇଛନ୍ତି । ଅନାୟା ବାଙ୍ଗର ଗୁରୁଗାଓଁର ଅମନ ଫିସ୍ ଆଣ୍ଡ୍ ଚିକେନ୍ ବାଇ ପେହଲୱାନ୍ ରେଷ୍ଟୁରାଣ୍ଟରେ କବାବର ମଜା ନେଇଥିଲେ, ଯାହାର ଫଟୋ ସେ ତାଙ୍କ ସୋସିଆଲ ମିଡିଆରେ ମଧ୍ୟ ପୋଷ୍ଟ କରିଥିଲେ ।

ଅନାୟା ହେଉଛନ୍ତି ସଞ୍ଜୟ ବାଙ୍ଗରଙ୍କ ଝିଅ

ଅନାୟା ବାଙ୍ଗର ପୂର୍ବତନ ଭାରତୀୟ କ୍ରିକେଟର ସଞ୍ଜୟ ବାଙ୍ଗରଙ୍କ ଝିଅ। ପୂର୍ବରୁ ତାଙ୍କର ନାମ ଆର୍ଯ୍ୟନ ବାଙ୍ଗର ଥିଲା, ଯିଏ ପେଶାରେ ଜଣେ କ୍ରିକେଟର ଥିଲେ। ସେ ଜଣେ ବାମହାତୀ ବ୍ୟାଟସମ୍ୟାନ୍ ଏବଂ ସ୍ପିନର ଥିଲେ। ଆର୍ଯ୍ୟାନ ଯଶସ୍ୱୀ ଜୟସୱାଲ ଏବଂ ସରଫରାଜ ଖାନଙ୍କ ଭଳି କ୍ରିକେଟରଙ୍କ ସହ ମଧ୍ୟ ଖେଳିଛନ୍ତି। ତଥାପି, ଆର୍ଯ୍ୟାନରୁ ଅନାୟା ନାମ ପରିବର୍ତ୍ତନ କରିବା ପରେ ମଧ୍ୟ ତାଙ୍କର କ୍ରିକେଟ୍ ପ୍ରତି ପ୍ରେମ କମି ନାହିଁ। ନିକଟରେ ଅନାୟାଙ୍କୁ ବ୍ୟାଟିଂ ଅଭ୍ୟାସ କରୁଥିବାର ଦେଖାଯାଇଥିଲା।

ଭାରତ-ବାଂଲାଦେଶ ସୀମାରେ ଉତ୍ତେଜନା: କାହିଁକି ମୁହାଁମୁହିଁ ହେଲେ ସେନା ?

ନନ୍ଦିଘୋଷ ବ୍ୟୁରୋ: ପୁଣି ଭାରତ-ବାଂଲାଦେଶ ସୀମାରେ ଉତ୍ତେଜନା । ଅନୁପ୍ରବେଶକାରୀଙ୍କୁ ରୋକିବା ବେଳେ ଉତ୍ତେଜନା ପ୍ରକାଶ ପାଇଥିଲା । ଆଜି ସକାଳେ ଆସାମ-ବାଂଲାଦେଶ ସୀମାର ଦୁଇଟି ଭିନ୍ନ ଭିନ୍ନ ଅଞ୍ଚଳରେ ବିଏସଏଫ ଏବଂ ବିଜିବି ମୁହାଁମୁହିଁ ହୋଇଥିବା ଅଭିଯୋଗ ହୋଇଛି । ମଙ୍ଗଳବାର ଭୋର ସମୟରେ ବାଂଲାଦେଶର କୁରିଗ୍ରାମ ଜିଲ୍ଲାର ରୌମାରି ଉପଜିଲ୍ଲାର ବୋରାଇବାରି ସୀମାରେ ବିଏସଏଫ ୧୪ ଜଣଙ୍କୁ ନୋ-ମ୍ୟାନ୍ସ ଲ୍ୟାଣ୍ଡ ଭିତରକୁ ଠେଲି ଦେବାକୁ ଚେଷ୍ଟା କରିଥିଲା। ସ୍ଥାନୀୟ ଲୋକ ଏବଂ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଏହି ଘଟଣା ସୀମା ପିଲର ନମ୍ବର ୧୦୬୭ ନିକଟରେ ଘଟିଛି । କୁହାଯାଉଛି ଯେ ବିଏସଏଫ ସୈନିକମାନେ ୯ ପୁରୁଷ ଏବଂ ୫ ମହିଳାଙ୍କୁ ବାଂଲାଦେଶ ପଠାଇବାକୁ ଚେଷ୍ଟା କରିଥିଲେ।

ଏହି ୧୪ ଜଣ କିଏ?

କିଛି ପ୍ରତ୍ୟକ୍ଷଦର୍ଶୀ ଦାବି କରିଛନ୍ତି ଯେ ଏହି ସମୟରେ ବିଏସଏଫ ପକ୍ଷରୁ ଚାରି ରାଉଣ୍ଡ ଗୁଳିଚାଳନା ମଧ୍ୟ କରାଯାଇଥିଲା। ତଥାପି, ବିଜିବି ଏହି ଦାବିକୁ ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରିଛି ଏବଂ କହିଛି ଯେ ସେମାନେ ଘଟଣାସ୍ଥଳରେ ପହଞ୍ଚି ଶାନ୍ତିପୂର୍ଣ୍ଣ ଭାବରେ ପରିସ୍ଥିତିକୁ ପରିଚାଳନା କରିଛନ୍ତି। ସୀମା ପାର କରିବାକୁ ଚେଷ୍ଟା କରୁଥିବା ବେଳେ ଧରାପଡ଼ିଥିବା ଲୋକମାନେ ଏବେ ବି ନୋ-ମ୍ୟାନ୍ସ-ଲ୍ୟାଣ୍ଡରେ ଫସି ରହିଛନ୍ତି। ପ୍ରାରମ୍ଭିକ ସୂଚନା ଅନୁଯାୟୀ, ସେମାନେ ସମସ୍ତେ ଭାରତର ବନ୍ଦରବାନ ଜିଲ୍ଲାର ବାସିନ୍ଦା ହୋଇପାରନ୍ତି, କିନ୍ତୁ ବାଂଲାଦେଶ ଏପର୍ଯ୍ୟନ୍ତ ସେମାନଙ୍କର ନାଗରିକତା ନିଶ୍ଚିତ କରିନାହିଁ । ବିଜିବିର ଜମାଲପୁର ବାଟାଲିୟନ-୩୫ର ସହକାରୀ ନିର୍ଦ୍ଦେଶକ ଶାମସୁଲ ହକ୍ କହିଛନ୍ତି ଯେ ପରିସ୍ଥିତି ନିୟନ୍ତ୍ରଣରେ ଅଛି ଏବଂ ଗୁଳିଚାଳନା ଖବର ଗୁଜବ।

ମାନକାଚାର ସୀମାରେ ମଧ୍ୟ ଗୁଳିଚାଳନା !

ଆସାମର ମାନକାଚାର ସେକ୍ଟରର ଠାକୁରାନବାରି ସୀମାରୁ ମଧ୍ୟ ସମାନ ଖବର ଆସିଛି। ରିପୋର୍ଟ ଅନୁସାରେ ବିଜିବି ଏଠାରେ ମଧ୍ୟ ଠେଲାପେଲାକୁ ରୋକିବାକୁ ଚେଷ୍ଟା କରିଥିଲା, ସେତେବେଳେ ବିଏସଏଫ ଜିରୋ ଲାଇନରେ ଚାରି ରାଉଣ୍ଡ ଗୁଳି ଚଳାଇଥିଲା। କିଛି ସମୟ ପାଇଁ, ଏଠାରେ ମଧ୍ୟ ପରିସ୍ଥିତି ବହୁତ ଉତ୍ତେଜନାପୂର୍ଣ୍ଣ ହୋଇଯାଇଥିଲା।

ପରିସ୍ଥିତି ନିୟନ୍ତ୍ରଣରେ ଅଛି

ରିପୋର୍ଟ ଅନୁଯାୟୀ ଘଟଣାସ୍ଥଳର ଉଭୟ ସ୍ଥାନରେ ପରିସ୍ଥିତି ନିୟନ୍ତ୍ରଣରେ ଅଛି, କିନ୍ତୁ ଉତ୍ତେଜନା ସମ୍ପୂର୍ଣ୍ଣ ଭାବରେ ଶେଷ ହୋଇନାହିଁ। ବିଏସଏଫ ଏବଂ ବିଜିବିର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି ଏବଂ ପରିସ୍ଥିତି ଉପରେ କଡ଼ା ନଜର ରଖିଛନ୍ତି।

 

 

 

 

କୁଆଡେ ଗଲା ପ୍ରସ୍ତାବିତ ଉପକୂଳ ରାଜପଥ ? ଡବଲ ଇଞ୍ଜିନ ଡବଲ ଧୋକା

ଭୁବନେଶ୍ବର: ଅନିଶ୍ଚିତତା ଘେରରେ ପ୍ରସ୍ତାବିତ କୋଷ୍ଟାଲ ହାଇଓ୍ବେ ପ୍ରକଳ୍ପ । ତିନି ଥର ବଦଳିଛି ଡିପିଆର । ବାରମ୍ବାର ବାତିଲ ହୋଇଛି ଟେଣ୍ଡର । ଭାରତମାଳା ଯୋଜନାରେ ଦେଶର ପ୍ରଥମ ପ୍ରକଳ୍ପକୁ ଧୋକା ଦେଇଛନ୍ତି ଡବଲ ଇଞ୍ଜିନ ସରକାର । ଆଜି ସାମ୍ବାଦିକ ସମ୍ମିଳନୀ କରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଏପରି ଟାର୍ଗେଟ୍ କରିଛି ବିଜେଡି । ଓଡ଼ିଶାର ପର୍ଯ୍ୟଟନ ସମ୍ଭାରକୁ ବିଶ୍ବ ଦରବାରରେ ପହଞ୍ଚାଇବା ପାଇଁ ପ୍ରଥମେ ରାଜପଥକୁ ୪ ଲେନ ବିଶିଷ୍ଟ କରିବାକୁ ପ୍ରକଳ୍ପ ଅନୁମୋଦନ ହେଲା । ୪୧୩ କିଲୋମିଟର ବିଶିଷ୍ଟ ଏହି ପ୍ରକଳ୍ପକୁ କମାଇ କରାଗଲା ୩୪୬ କିଲୋମିଟର । ରାମେଶ୍ବରରୁ ପୁରୀ, ପୁରୀରୁ କାକଟପୁର, କାକଟପୁରରୁ ଏରସମା, ଏରସମାରୁ ରତନପୁର ଓ ରତନପୁରରୁ ଦିଘା ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ପାଇଁ ସ୍ବପ୍ନ ଦେଖାଇଲେ କେନ୍ଦ୍ର ସରକାର । ୨୦୧୫ରେ ଘୋଷଣା ହେଲା, ୧୦ ବର୍ଷ ପରେ ଟେଣ୍ଡର କରାଗଲା। ଶେଷରେ ଏହି ଟେଣ୍ଡରକୁ ବି ବାତିଲ କରାଗଲା।

ଏହା କେନ୍ଦ୍ରର କିଭଳିଆ ନୀତି ବୋଲି ପ୍ରଶ୍ନ ଉଠାଇଛି ବିଜେଡି। ଏବେ ଚଞ୍ଚକତା କରି ୪ ଲେନ୍ ବିଶିଷ୍ଟ କୋଷ୍ଟାଲ ହାଇଓ୍ବେକୁ ୨ ଲେନ ବିଶିଷ୍ଟ କରିବା ପାଇଁ ଜାତୀୟ ରାଜପଥ କର୍ତ୍ତୃପକ୍ଷ ମସୁଧା କରୁଛନ୍ତି। ତୁରନ୍ତ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରି ବହୁ ପ୍ରତିକ୍ଷୀତ ଓଡ଼ିଶାର ଏହି ଉପକୂଳ ଜାତୀୟ ରାଜପଥକୁ ପୁନର୍ବାର ୪ ଲେନ କରିବାକୁ ଦାବି କରିଛି ବିଜେଡି।

ପାକିଂ ବିବାଦକୁ ନେଇ ବ୍ୟକ୍ତିଙ୍କ ନାକ କାମୁଡି ଛିଣ୍ଡାଇଲେ କାନପୁରର ଅଫିସର

ନନ୍ଦିଘୋଷ ବ୍ୟୁରୋ: କାନପୁରରୁ ଆସିଛି ଏକ ହୃଦୟ ଥରାଇଦେବା ଭଳି ଘଟଣା । ପାକିଂ ବିବାଦକୁ ନେଇ ବ୍ୟକ୍ତିଙ୍କ ନାକ କାମୁଡି ଛିଣ୍ଡାଇ ଦେଇଛନ୍ତି ଗୁଣ୍ଡାଗର୍ଦ୍ଦି କରୁଥିବା ଜଣେ ଅପିସର । ଇମ୍ପୋର୍ଟ- ଏକ୍ସପୋର୍ଟ ବିଭାଗର ଡେପୁଟୀ ଡାଇରେକ୍ଟର କ୍ଷିତିଜ ମିଶ୍ରା ନିଜର ଏମିତି ରୂପ ଦେଖାଇଛନ୍ତି ଯାହାକୁ ସମସ୍ତଙ୍କୁ ଚକିତ କରି ଦେଇଛି । ପ୍ରଥମେ ସୋସାଇଟିର ସେକ୍ରେଟାରୀ ଆରଏସ୍ ଯାଦବଙ୍କୁ ଥାପଡ ମାରିଲେ ପରେ ପଶୁ ଭଳି ଦାନ୍ତରେ କାମୁଡି ନାକକୁ ଅଲଗା କରିଦେଇଛନ୍ତି । ଏହି ପୁରା ଘଟଣା ସୋସାଇଟିରେ ଲାଗିଥିବା ସିସିଟିଭିରେ କଏଦ ହୋଇଛି । ପୀଡିତ ସେକ୍ରେଟାରୀଙ୍କ ଅବସ୍ଥା ସ୍ଥିର ଥିବା ବେଳେ ତାଙ୍କ ନାକର ଅସ୍ତ୍ରୋପ୍ରଚାର ପାଇଁ ପ୍ରସ୍ତୁତି କରାଯାଉଛି ।

ଝିଅ କହିଲେ ଭୟାନକ କାହାଣୀ

ସୋସାଇଟି ସେକ୍ରେଟାରୀ ଆରଏସ  ଯାଦବଙ୍କ ଝିଅ କାନ୍ଦି କାନ୍ଦି କହିଛନ୍ତି ସେଦିନ ରାତିର ଘଟଣା । ହଠାତ ସେଦିନ ରାତିରେ କ୍ଷିତିଜା ମିଶ୍ର ବାପାଙ୍କୁ ଫୋନ କରିକି ପଚାରିଥିଲେ ମୋ ପାର୍କିଂ ଏରିଆରୁ ଗାଡି ହଟେଇବାକୁ  । ବାପା କହିଥିଲେ ଯେ, ଗାଡି ଆମର ନୁହେଁ ମୁଁ ଦେଖୁଛି ଏହା କାହାର ଗାଡି । କିନ୍ତୁ ସେ ବହୁତ ରାଗିକି ଥିଲେ ଏବଂ ବାପାଙ୍କୁ ବାହାରକୁ ଡାକିଥିଲେ । ବାପା ବାହାରକୁ ଆସିବା ମାତ୍ରେ ତାଙ୍କୁ ଥାପଡ ମାରିବା ଆରମ୍ଭ କରିଦେଲେ ପରେ ଯାହା ହେଲା ଅକଳ୍ପନୀୟ । ଯେତେବେଳେ ବାପା ତାଙ୍କୁ ବୁଝେଇବାକୁ ଚେଷ୍ଟା କରୁଥିଲେ ସେ ତାଙ୍କ ବେକକୁ ଭିଡି ଦାନ୍ତରେ ତାଙ୍କ ନାକକୁ କାମୁଡିଦେଲେ । ସେ ଏତେ ଜୋରରେ ନାକକୁ କାମୁଡିଥିଲେକି ତାଙ୍କ ନାକ ଅଲଗା ହେଇଗଲା । ବାପା ରକ୍ତରେ ଜୁଡୁବୁଡୁ ହେଇଯାଇଥିବା ବେଳେ କେହି ସାହାଯ୍ୟ କରିବାକୁ ଆସିନଥିଲେ । ଏହାର ସୁଯୋଗ ନେଇ ଅଭିଯୁକ୍ତ ସେଠାରୁ ଖସି ପଳାଇଥିଲେ ।

ସିସିଟିଭିରେ କଏଦ ହେଲା ଦୃଶ୍ୟ

ସମ୍ପୂର୍ଣ୍ଣ ଘଟଣା ସିସିଟିଭିରେ କଏଦ ହେଇଛି । ଯାହାକୁ ଦେଖିଲେ ଛାତି ଥରି ଉଠିବ । ପ୍ରଥମେ କେମିତି ମାଡ ମାରିଲେ ପରେ ଦାନ୍ତରେ ନାକକୁ ଛିଣ୍ଡାଇଲେ ସବୁ ସିସିଟିଭିରେ କଏଦ ହୋଇଛି । ଘଟଣା ପରେ ପୀଡିତ ସେକ୍ରେଟାରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ମଧ୍ୟ ଡାକ୍ତର ନାକକୁ ଯୋଡିବାକୁ ମନା କରିଦେଇଛନ୍ତି । ତାଙ୍କ ଅବସ୍ଥା ଗୁରୁତର ହେବା ପରେ ସମ୍ପର୍କୀୟ ଦିଳ୍ଲୀ ସ୍ଥିତ ପ୍ଲାଷ୍ଟିକ ସର୍ଜରୀ ସେଣ୍ଟରକୁ ନେବାକୁ ପ୍ରସ୍ତୁତ ହେଉଛନ୍ତି ।

ଅଭିଯୁକ୍ତଙ୍କୁ ଛାଡିଦେଇଛି ପୋଲିସ

ସେକ୍ରେଟାରୀଙ୍କ ଝିଅଙ୍କ କହିବାନୁଯାୟୀ ବାପାଙ୍କୁ ଅଭିଯୁକ୍ତ ଜଣକ ଏତେ ମାଡ ମାରିଛନ୍ତି ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । କିନ୍ତୁ ଅଭିଯୋଗ କରିବା ପରେ ମଧ୍ୟ ପୋଲିସ ଆରୋପୀଙ୍କୁ ଛାଡିଦେଇଛି । ପ୍ରଥମେ ପୋଲିସ ଅଭିଯୁକ୍ତଙ୍କୁ ଥାନାକୁ ନେଇଥିଲା ପରେ କହିଲା ଅଭିଯୋଗ ଦାଖଲ ହେଇନାହିଁ କିନ୍ତୁ ଏବେ ଆରୋପୀର ସ୍ବାସ୍ଥ୍ୟବସ୍ଥା ଖରାପ କହି ମେଡିକାଲରେ ଭର୍ତ୍ତି କରାଇଛି । ତେବେ ଏନେଇ ମୁହଁ ଖୋଲିଛନ୍ତି ଏସପି ଅଭିଷେକ ପାଣ୍ଡେ । ସେ କହିଛନ୍ତି ମାମଲା ରୁଜୁ ହୋଇଛି ଯେମିତି ଅଭିଯୁକ୍ତଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ହେବ ଆମେ ତଦନ୍ତ ଆରମ୍ଭ କରିବୁ ।

ଅଭିଯୁକ୍ତ କ୍ଷିତିଜ ମିଶ୍ରା କିଏ ?

ଅଭିଯୁକ୍ତ କ୍ଷିତିଜା ମିଶ୍ର କେନ୍ଦ୍ର ସରକାରଙ୍କ ଅଧୀନରେ ଇମ୍ପୋର୍ଟ- ଏକ୍ସପୋର୍ଟ ବିଭାଗର ଡେପୁଟି ଡାଇରେକ୍ଟର ଭାବେ କାର୍ଯ୍ୟରତ । ବହୁ ସମୟ ଧରି ସେ ରତନ ପ୍ଲେନେଟ ସୋସାଇଟିରେ ରହୁଥିଲେ । ପୂର୍ବରୁ ମଧ୍ୟ ସେ ଏଭଳି କାଣ୍ଡ ଘଟାଇସାରିଛନ୍ତି ।

 

ପାକିସ୍ତାନକୁ ପ୍ରଧାନମନ୍ତ୍ରୀଙ୍କ ଚେତାବନୀ,ଆଉ ଅଧିକ ସହିବୁନି

ନନ୍ଦିଘୋଷ ବ୍ୟୁରୋ: ଭାରତ ପୁଣି ଥରେ ପାକିସ୍ତାନକୁ କଡ଼ା ଚେତାବନୀ ଦେଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟର ଗାନ୍ଧୀନଗରରେ ଏକ ସଭାକୁ ସମ୍ବୋଧିତ କରି ଅପରେସନ ସିନ୍ଦୁରର ପ୍ରତିଧ୍ୱନୀ ସାରା ବିଶ୍ୱରେ ଶୁଭିଛି ବୋଲି କହିଛନ୍ତି। ସେ ସ୍ପଷ୍ଟ ଶବ୍ଦରେ କହିଛନ୍ତି, “୭୫ ବର୍ଷ ଧରି ଆମେ ଆତଙ୍କବାଦର ଦଂଶନ ସହି ଆସୁଛୁ, କିନ୍ତୁ ଏବେ ଆଉ ନୁହେଁ । ଭାରତ ଆଉ ସହ୍ୟ କରିବ ନାହିଁ । ଆତଙ୍କବାଦର ଏହି କଣ୍ଟାକୁ ଆମେ ସମୂଳେ ଓପାଡି ଫୋପାଡ଼ିବୁ।”

ଗାନ୍ଧୀନଗରରେ କ’ଣ କହିଲେ ପ୍ରଧାନମନ୍ତ୍ରୀ ?
ଗାନ୍ଧୀନଗରରେ ଏକ ବିଶାଳ ସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅପରେସନ ସିନ୍ଦୁରର ସଫଳତାର ଉଲ୍ଲେଖ କରି ପାକିସ୍ତାନକୁ ଖୋଲା ଚେତାବନୀ ଦେଇଛନ୍ତି । ସେ କହିଛନ୍ତି, “ଶରୀର ଯେତେ ସୁସ୍ଥ ହେଉନା କାହିଁକି, ଗୋଟିଏ କଣ୍ଟା ସମଗ୍ର ଶରୀରକୁ ଯନ୍ତ୍ରଣା ଦିଏ। ତେଣୁ ଆମେ ନିଷ୍ପତ୍ତି ନେଇଛୁ, ଆମେ ଏହି କଣ୍ଟାକୁ ନିଶ୍ଚିତ ଭାବେ ବାହାର କରିବୁ।”

୧୯୪୭ରେ ଶତ୍ରୁଙ୍କୁ ନଷ୍ଟ କରାଯାଇଥିଲେ ପହଲଗାମ ହୋଇନଥାନ୍ତା
ପାକିସ୍ତାନକୁ ତୀବ୍ର ଆକ୍ରମଣ କରି ପ୍ରଧାନମନ୍ତ୍ରୀ କହିଛନ୍ତି, “୧୯୪୭ରେ ମା’ ଭାରତୀର ଖଣ୍ଡବିଖଣ୍ଡନ ହୋଇଥିଲା । ଜଞ୍ଜୀର କାଟିବା ଉଚିତ ଥିଲା, କିନ୍ତୁ ବାହୁ କଟାଗଲା। ଦେଶକୁ ତିନୋଟି ଖଣ୍ଡରେ ବିଭାଜିତ କରାଗଲା ଏବଂ ସେହି ରାତିରେ କଶ୍ମୀର ଭୂମିରେ ପ୍ରଥମ ଆତଙ୍କବାଦୀ ଆକ୍ରମଣ ହେଲା। ମା’ ଭାରତୀର ଏକ ଅଂଶ ଆତଙ୍କବାଦୀ ଓ ମୁଜାହିଦ୍ଦୀନଙ୍କ ବଳରେ ପାକିସ୍ତାନ ହସ୍ତଗତ କରିନେଲା। ଯଦି ସେହି ଦିନ ଏହି ମୁଜାହିଦ୍ଦୀନମାନଙ୍କୁ ମୃତ୍ୟୁ ଦିଆଯାଇଥାନ୍ତା ଏବଂ ସରଦାର ପଟେଲଙ୍କ କଥା ମାନି ନିଆଯାଇଥାନ୍ତା, ତେବେ ୭୫ ବର୍ଷ ଧରି ଚାଲିଆସୁଥିବା ଏହି ଘଟଣାକ୍ରମ ଦେଖିବାକୁ ମିଳିନଥାନ୍ତା।”

ଅପରେସନ ସିନ୍ଦୁର: ପାକିସ୍ତାନକୁ ସମୁଚ୍ଚିତ ଜବାବ
ପ୍ରଧାନମନ୍ତ୍ରୀ ପାକିସ୍ତାନ ଉପରେ ତୀବ୍ର ଆକ୍ରମଣ କରି କହିଛନ୍ତି ଯେ ଭାରତ ତିନିଥର ଯୁଦ୍ଧକ୍ଷେତ୍ରରେ ପାକିସ୍ତାନକୁ ପରାସ୍ତ କରିଛି ଏବଂ ଏବେ ଅପରେସନ ସିନ୍ଦୁର ମାଧ୍ୟମରେ ଭାରତୀୟ ସେନା ଆତଙ୍କର ମୁଖ୍ୟମାନଙ୍କୁ ପୁଣି ଥରେ ଶିକ୍ଷା ଦେଇଛି। ଏହି ଅପରେସନରେ ଭାରତୀୟ ସେନା ପାକିସ୍ତାନ ଭୂମିରେ ୯ଟି ଆତଙ୍କବାଦୀ ଠିକଣାକୁ ଧ୍ୱଂସ କରିଛି। ବିଶେଷ କଥା ହେଲା, ଏହି ସମ୍ପୂର୍ଣ୍ଣ କାର୍ଯ୍ୟାନୁଷ୍ଠାନ କ୍ୟାମେରା ସାମ୍ନାରେ ହୋଇଛି, ଯାହାଦ୍ୱାରା ପାକିସ୍ତାନ ଓ ତାର ସମର୍ଥକମାନେ ଏବେ ପ୍ରମାଣ ମାଗିବାର ସାହସ କରିବେ ନାହିଁ।

ପ୍ରତ୍ୟେକ ଭାରତୀୟଙ୍କ ହୃଦୟରେ ଦେଶଭକ୍ତିର ଜୁଆର
ପ୍ରଧାନମନ୍ତ୍ରୀ ତାଙ୍କର ଦୁଇ ଦିନିଆ ଗୁଜରାଟ ଗସ୍ତର ଉଲ୍ଲେଖ କରି କହିଛନ୍ତି, “ମୁଁ ଦୁଇ ଦିନ ଧରି ଗୁଜରାଟରେ ଅଛି। ଗତକାଲି ବଡୋଦରା, ଦାହୋଦ, ଭୁଜ, ଅହମଦାବାଦ ଏବଂ ଆଜି ଗାନ୍ଧୀନଗରରେ ଅଛି। ମୁଁ ଯେଉଁଠାକୁ ଯାଇଛି, ସେଠାରେ ଜନତାଙ୍କ ହୃଦୟରେ ମାତୃଭୂମି ପ୍ରତି ଅପାର ପ୍ରେମ ଏବଂ ଦେଶଭକ୍ତିର ଜୁଆର ଦେଖିବାକୁ ମିଳୁଛି। ଏହି ଦୃଶ୍ୟ କେବଳ ଗୁଜରାଟରେ ନୁହେଁ, ହିନ୍ଦୁସ୍ତାନର ପ୍ରତ୍ୟେକ କୋଣରେ, ପ୍ରତ୍ୟେକ ଭାରତୀୟଙ୍କ ହୃଦୟରେ ରହିଛି।”

ମୋ ପୁଅକୁ ଫସାଇଦେଲା ଏବେ ଆସି କୁମ୍ଭୀର କାନ୍ଦଣା କାନ୍ଦୁଛି ଝିଅ

ଭୁବନେଶ୍ବର: ମୋ ପୁଅର ସବୁ ଲୁଟିନେଲା, ମୋ ପୁଅକୁ ଫସାଇଦେଲା । ଏବେ ଆସି କୁମ୍ଭୀର କାନ୍ଦଣା କାନ୍ଦୁଛି ଝିଅ । ଗତକାଲି ସାବିତ୍ରୀରେ ଲଭ, ସେକ୍ସ, ଧୋକାର ଅଭିଯୋଗ ଆଣିଥିବା ପୀଡିତାଙ୍କ ବିରୋଧରେ ଏଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଯୁବକଙ୍କ ବାପା । କେବଳ ସେତିକି ନୁହେଁ, ଯୁବତୀ ଜଣଙ୍କ ବିବାହିତା । ତାଙ୍କର ୮ ବର୍ଷର ପିଲା ମଧ୍ୟ ଥିବା ଅଭିଯୋଗ କରିଛନ୍ତି ପୁଅର ବାପା । ପୁଅକୁ ବ୍ଲାକମେଲ କରି ଯୁବତୀ ଜଣଙ୍କ ଲକ୍ଷାଧିକ ଟଙ୍କା ନେଇଥିବା ବେଳେ ନଗଦ ଟଙ୍କା ଓ ସୁନା ମଧ୍ୟ ନେଇଯାଇଥିବା କ୍ୟାମେରା ଆଗରେ କହିଛନ୍ତି ପରିବାର ଲୋକ।

ଗତକାଲି ଯୁବତୀ ଜଣଙ୍କ ଏୟାରପୋର୍ଟ ଥାନାର ଦ୍ୱାରସ୍ଥ ହେବା ସହ ଯୁବକ ଜଣଙ୍କ ତାଙ୍କୁ ମନ୍ଦିରରେ ବିବାହ କରିଥିବା ନେଇ ଅଭିଯୋଗ କରିଥିଲେ। ଏପରିକି ତାଙ୍କ ଅଜାଣତରେ ଯୁବକ ଜଣକ ଅନ୍ୟ ଜଣେ ଯୁବତୀଙ୍କୁ ବିବାହ କରିଥିବା ନେଇ ଏତଲାରେ ଦର୍ଶାଇଥିଲେ। ତେବେ କିଏ କହୁଛି ସତ ? ପୁରା ଘଟଣାକ୍ରମରେ କାହାର ଭୁଲ ? ପୋଲିସ ଏ ନେଇ ତଦନ୍ତ କରୁଛି ।