spot_img
Home Blog Page 7165

୯ ବର୍ଷ ସାନ ଯୁବତୀଙ୍କୁ ବିବାହ କରିଥିଲେ ଏହି କମେଡିୟାନ୍…ଜାଣନ୍ତୁ ଉଭୟଙ୍କ ଲଭ୍ ଷ୍ଟୋରୀ

ମୁମ୍ବାଇ: ବଲିଉଡ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଚର୍ଚ୍ଚିତ କମେଡିଆନ୍ ରାଜପାଲ ଯାଦବଙ୍କର ଆଜି ଜନ୍ମଦିନ । ସମସ୍ତଙ୍କ ମନ ଜିତିଥିବା ତାରକା ରାଜପାଲ ଯାଦବ ଏବେ ଫିଲ୍ମ ଲାଇମଲାଇଟ୍ ଠାରୁ ଦୂରେଇ ଅଛନ୍ତି ସତ ହେଲେ ସୋସିଆଲ ମିଡିଆରେ ସେ ଖୁବ ଆକ୍ଟିଭ ଅଛନ୍ତି । ଏବେ ବି ତାଙ୍କର ଅନେକ ପ୍ରଶଂସକ ଅଛନ୍ତି ଯିଏ ପରଦାରେ ତାଙ୍କ କମ୍ ବ୍ୟାକ୍ ର ଅପେକ୍ଷା କରିଛନ୍ତି । ଆଜି ରାଜପାଲ ଯାଦବ ନିଜର ୪୯ତମ ଜନ୍ମଦିନ ପାଳନ କରୁଛନ୍ତି। ତେବେ ଜନ୍ମଦିନରେ ତାଙ୍କ ପ୍ରେମ କାହାଣୀ ବିଷୟରେ କିଛି ବିଶେଷ ଖବର ବିଷୟରେ ଜାଣନ୍ତୁ ।

ରାଜପାଲ ଯାଦବ ୧୬ ବର୍ଷ ପୂର୍ବେ ରାଧା ନାମକ ଜଣେ ଯୁବତୀଙ୍କୁ ବିବାହ କରିଥିଲେ। ରାଧା ରାଜପାଲ ଯାଦବଙ୍କ ଦ୍ୱିତୀୟ ପତ୍ନୀ । ତାଙ୍କର ପ୍ରଥମ ପତ୍ନୀଙ୍କ ନାମ କରୁଣା ଥିଲା ।  ଯେତେବେଳେ କରୁଣା ତାଙ୍କ ପ୍ରଥମ ଝିଅ ଜ୍ୟୋତିଙ୍କୁ ଜନ୍ମ ଦେଇଥିଲେ ସେତେବେଳେ କରୁଣାଙ୍କର ମୃତ୍ୟୁ ହୋଇଥିଲା । ରାଜପାଲ ଯାଦବ ୨୦୦୩ ମସିହାରେ ରାଧାଙ୍କୁ ବିବାହ କରିଥିଲେ। ରାଜପାଲ ଯାଦବ ନିଜେ ତାଙ୍କ ପ୍ରେମ କାହାଣୀ ବିଷୟରେ ଏକ ସାକ୍ଷାତକାରରେ ପ୍ରକାଶ କରିଥିଲେ। ସେ କହିଥିଲେ ଯେ, ତାଙ୍କ ପତ୍ନୀ ରାଧା ତାଙ୍କଠୁ ୯ ବର୍ଷ ସାନ। ଉଭୟଙ୍କର ପ୍ରେମ ବିବାହ ହୋଇଥିଲା । ରାଜପାଲ ଏବଂ ରାଧା କାନାଡାରେ ପରସ୍ପରଙ୍କ ସହ ଦେଖା ହୋଇଥିଲେ।

କାନାଡାରୁ ଫେରିବା ପରେ ଦୁହେଁ ରିଲୋସନଶିପ୍ ରେ ଥିଲେ। ୧୦ ମାସ ପରେ ରାଧା କାନାଡା ଛାଡି ଭାରତ ଆସିବାକୁ ସ୍ଥିର କଲେ। ରାଧା ରାଜପାଲଙ୍କ ପାଇଁ ଏହି ନିଷ୍ପତ୍ତି ନେଇଥିଲେ। ବଲିଉଡ ତଥା ହାସ୍ୟ ଅଭିନେତା ରାଜପାଲ ଯାଦବ ଦୀର୍ଘ ଦିନ ଧରି ବଲିଉଡରୁ ଦୂରେଇ ରହିଥିଲେ। ରାଜପାଲ ଯାଦବଙ୍କ ଶେଷ ହିଟ୍ ଫିଲ୍ମ ଥିଲା ଜୁଡୱା ୨। ଏହା ପରେ ମଧ୍ୟ ତାଙ୍କର କିଛି ଚଳଚ୍ଚିତ୍ର ରିଲିଜ ହୋଇଥିଲା ହେଲେ ସବୁ ଫ୍ଲପ୍ ହୋଇଥିଲା । ତଥାପି ରାଜପାଲଙ୍କୁ ପରଦାରେ ଦେଖିବା ପାଇଁ ଦର୍ଶକ ବେଶ ଉତ୍ସାହିତ ଅଛନ୍ତି ।

 

ବସ୍‌ରେ ସିଟ୍ ସଂଖ୍ୟାଠାରୁ ଅଧିକ ଯାତ୍ରୀ ନିଆଯିବା ଉପରେ ଲାଗିଲା କଟକଣା

ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ପରିବହନ ବିଭାଗ ଗାଇଡ୍‌ଲାଇନ୍‌ ଜାରି କରିଛି । କୌଣସି ବସ୍‌ରେ ସିଟ୍‌ ସଂଖ୍ୟାଠାରୁ ଅଧିକ ଯାତ୍ରୀଙ୍କୁ ନିଆଯିବ ନାହିଁ । ବସ୍‌ କର୍ମଚାରୀ ଓ ସମସ୍ତ ଯାତ୍ରୀ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି ।

କୈାଣସି ସ୍ଥିତିରେ ଓଭରଲୋଡିଂ ହେବ ନାହିଁ । ବସ୍‌ରେ ସ୍ୱଚ୍ଛତା ରକ୍ଷା ପାଇଁ ପରାମର୍ଶ ଦିଆଯାଇଛି । ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଏହି ସୂଚନା ଦେଇଛନ୍ତି ।

ସେହିପରି କରୋନା ମୁକାବିଲା ପାଇଁ ମୋ ବସ୍‌ ପକ୍ଷରୁ ପଦକ୍ଷେପ ନିଆଯାଇଛି । ପ୍ରତି ମୋ ବସ୍‌ ଯାତ୍ରା ଆରମ୍ଭ କରିବା ପୂର୍ବରୁ ସଫା ହେବ । ପ୍ରତି ବସ୍‌ ଷ୍ଟପ୍‌ରେ ସଫେଇ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍‌ସପୋର୍ଟ -CRUTର ଜେନେରାଲ ମ୍ୟାନେଜର ଦୀପ୍ତି ମହାପାତ୍ର ଏହି ସୂଚନା ଦେଇଛନ୍ତି ।

କରୋନା ପାଇଁ ସ୍ଥଗିତ ରହିଲା ପରୀକ୍ଷା, ବାଣୀବିହାର ପରେ ରେଭେନ୍ସା ହଷ୍ଟେଲ ହେଲା ଖାଲି

ଭୁବନେଶ୍ୱର: ସବୁଠି ସତର୍କତା, ସବୁଠି ସଚେତନତା। ଲୋକସେବା ଭବନରୁ ସାରା ରାଜ୍ୟକୁ କଣ୍ଟ୍ରୋଲ୍‌ କରୁଛନ୍ତି ରାଜ୍ୟ ସରକାର। ଖାସ୍‌ କରି ଶିକ୍ଷାନୁଷ୍ଠାନ, ପରିବହନ ଓ ବଜାର ଉପରେ ସବୁଠାରୁ ଅଧିକ ଗୁରୁତତ୍ୱ ଦିଆଯାଉଛି। କେଉଁଠି କେମିତି ଓ କଣ କରିବେ ପ୍ରତି ଜିଲ୍ଲାକୁ ଯାଉଛି ନିର୍ଦ୍ଦେଶ। ନଗର ଉନ୍ନୟନ ବିଭାଗ ଭୁବନେଶ୍ୱରରେ ୨୫ଟି ଅସ୍ଥାୟୀ କ୍ୟାରେଣ୍ଟାଇନ୍‌ ସେଣ୍ଟର ଖୋଲିଛି। ଯାହାଫଳରେ ସନ୍ଦିଗ୍ଧଙ୍କୁ ରଖି ଚିକିତ୍ସା କରିବା ଆହୁରି ସହଜ ହୋଇଛି।

 

ସ୍କୁଲ ବନ୍ଦ, ପରୀକ୍ଷା ବାତିଲ, ଫୋନ୍‌ରେ ଶିକ୍ଷକ ଆଲର୍ଟ
ଜୋରଦାର୍‌ ହେଲା କରୋନା ସହ ଲଢ଼େଇ
ଲୋକସେବା ଭବନରୁ ସବୁ ବିଭାଗର ମନିଟରିଂ

ଭୟନୁହେଁ, ସତର୍କତାର ସହ କରୋନାର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି। ପ୍ରତି ବିଭାଗର ସ୍ୱତନ୍ତ୍ର ମୁକାବିଲା ରଣନୀତି। ପିଲାଙ୍କୁ ସୁରକ୍ଷିତ ରଖିବାକୁ ଗଣଶିକ୍ଷା ବିଭାଗ ଜୋର୍‌ଦାର୍‌ କରିଛି ଆକ୍ସନ୍‌। ଜାରି କରିଛି ଶକ୍ତ ଗାଇଡ୍‌ଲାଇନ୍‌। ପ୍ରଥମେ ସମସ୍ତ ସରକାରୀ ଓ ବେସରକରୀ ସ୍କୁଲ ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଆଜି ପ୍ରଥମରୁ ନବମ ଯାଏଁ ପରୀକ୍ଷା ସ୍ଥଗିତ ରଖାଯାଇଛି। ସେହିପରି ସମସ୍ତ କୋଚିଂ ସେଣ୍ଟର ଓ ଘରୋଇ ଟିଉସନ୍‌ରେ ପଡିଛି ତାଲା। ଏପରିକି ଶିକ୍ଷକଙ୍କୁ ସ୍କୁଲ ନ ଆସିବାକୁ କୁହାଯାଇଛି। ତେବେ ଜରୁରୀକାଳୀନ କାମ ପାଇଁ ଫୋନ୍‌ରେ ଆଲର୍ଟ ରହିବେ। ସେପଟେ ଦ୍ଵାଦଶ ଶ୍ରେଶୀ ପରୀକ୍ଷା ଜାରି ରହିବ, ଦଶମ ଓ ଦ୍ଵାଦଶ ଖାତା ଦେଖା ବି ଚାଲିବ। ସେପଟେ ବାଣୀବିହାରରୁ ତୁରନ୍ତ ହଷ୍ଟେଲ୍‌ ଖାଲି କରିବାକୁ ବି ନିର୍ଦ୍ଦେଶ ଦିଆଯାଇଛି।

କରୋନା: ଦ୍ୱିତୀୟ ପର୍ଯ୍ୟାୟରେ ହିଁ ଜିତିବାକୁ ହେବ ଯୁଦ୍ଧ

 

ସେପଟେ ଯାତ୍ରୀଙ୍କ ସୁରକ୍ଷା ପାଇଁ ଅଣ୍ଟା ଭିଡ଼ିଛି ପରିବହନ ବିଭାଗ। ସରକାରୀ ଓ ଘରୋଇ ବସ୍‌ରେ ଓଭରଲୋଡ଼ିଂ ଉପରେ କଟକଣା ଜାରି କରାଯାଇଛି। ଯାତ୍ରା ସମୟରେ ସ୍ୱଚ୍ଛତାକୁ ଗୁରୁତ୍ୱ ଦିଆଯାଉଛି। ବସ୍‌ କଣ୍ଡଟର, ହେଲପର୍‌ ଓ ଡ୍ରାଇଭରଙ୍କ ପାଇଁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ। ନିୟମିତ ଅନ୍ତରାଳରେ ମୋ ବସ୍‌କୁ ସଫା କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

କଳାବଜାରି ଉପରେ କଡ଼ା ନଜର ରଖିଛି ଯୋଗାଣ ବିଭାଗ। ମାସ୍କ ଓ ସାନିଟାଇଜର୍‌ ଯେମିତି ଅଧିକା ଦରର ବିକ୍ରି ନହୁଏ ସେଥିପାଇଁ ଜିଲ୍ଲାପାଳଙ୍କୁ ତଦାରଖ କରିବାକୁ କୁହାଯାଇଛି। ଏପରିକି ମୁନାଫାଖୋର୍‌ ବ୍ୟବସାୟୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସୁରକ୍ଷା ଓ ସଚେତନତାର ଏ ଅଭିଯାନରେ ଲୋକଙ୍କୁ ଭୟଭୀତ ନହେବାକୁ ସରକାର ଅପିଲ୍‌ କରିଛନ୍ତି। ଏପରିକି ଲୋକସେବା ଭବନକୁ ମନ୍ତ୍ରୀ ଓ ପ୍ରଶାସନିକ ଅଧିକାରୀଙ୍କ ମାଧ୍ୟ ମାସ୍କ ପିନ୍ଧି ଆସୁଥିବା ଦେଖିବାକୁ ମିଳିଛି।

ପ୍ରତିଷେଧକମୂଳକ ପଦକ୍ଷେପ: ସ୍ଥଗିତ ହେଲା ପଞ୍ଚାୟତ ଉପନିର୍ବାଚନ

ଭୁବନେଶ୍ୱର: ସାରା ରାଜ୍ୟରେ କରୋନା ଭାଇରସକୁ ନେଇ ସବୁପ୍ରକାର ସମାରୋହକୁ ସ୍ଥଗିତ ରଖାଯାଇଥିବା ବେଳେ ଏବେ ରାଜ୍ୟରେ ହେବାକୁ ଥିବା ପଞ୍ଚାୟତ ଉପନିର୍ବାଚନକୁ ମଧ୍ୟ ସ୍ଥଗିତ ରଖାଯାଇଛି । ଏନେଇ ରାଜ୍ୟ ନିର୍ବାଚନ କମିଶନ ସୂଚନା ଦେଇଛି ।

ରାଜ୍ୟରେ କୋରୋନାର ସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ନିର୍ବାଚନ କମିଶନ ଆସନ୍ତା ୨୪ତାରିଖରେ ହେବାକୁଥିବା ନିର୍ବାଚନକୁ ସ୍ଥଗିତ ରଖିଛନ୍ତି । ତେବେ ରାଜ୍ୟର ୨୦ଟି ଜିଲ୍ଲାରେ ୨ଟି ଜିଲ୍ଲା ପରିଷଦ ସଭ୍ୟ, ୬ଟି ସରପଞ୍ଚ, ୮ଟି ସମିତି ସଭ୍ୟ ଓ ୮୪ ୱାର୍ଡ ମେମ୍ବର ପଦବୀ ପୂରଣ ପାଇଁ ନିର୍ବାଚନ ହୋଇଥାନ୍ତା  । ଏହି ଉପନିର୍ବାଚନ ବର୍ତ୍ତମାନ ପାଇଁ ସ୍ଥଗିତ ରଖିଯାଇଛି । ପରବର୍ତ୍ତୀ ସମୟରେ ଏହି ନିର୍ବାଚନ ସମ୍ପର୍କରେ ନିଷ୍ପତି ନିଆଯିବ ।

ଜରୁରୀ ନ ଥିଲେ ଘରୁ ନ ବାହାରିବାକୁ ଜିଲ୍ଲାପାଳଙ୍କ ପରାମର୍ଶ

ପୁରୀ:  କରୋନା ସତର୍କତା ନେଇ ପୁରୀ ଜିଲ୍ଲା ପ୍ରଶାସନର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ଆଜିଠାରୁ ପୁରୀକୁ କୈାଣସି ପର୍ଯ୍ୟଟକଙ୍କ ଗାଡ଼ି ପିପିଲି ଦେଇ ପ୍ରବେଶ ଅନୁମତି ଦିଆଯିବ ନାହିଁ । ପରିବହନ ବିଭାଗ, ପୋଲିସ ଓ ଡାକ୍ତରୀ ଟିମ୍‌ ଗାଡ଼ିରେ ଥିବା ପ୍ରତ୍ୟେକ ଲୋକଙ୍କୁ ଯାଞ୍ଚ କରାଯାଉଛି । ଆବଶ୍ୟକ ହେଲେ ପର୍ଯ୍ୟଟକ ଆସିଥିବା ଗାଡ଼ିକୁ ଫେରାଇ ଦିଆଯିବ । ଅନ୍ୟପଟେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ସମସ୍ତ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ଛୁଟିକୁ ବାତିଲ କରାଯାଇଛି । ଜରୁରୀ ନ ଥିଲେ ଘରୁ ନ ବାହାରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ସନ୍ଦିଗ୍ଧ ନଜରକୁ ଆସିଲେ ଜିଲ୍ଲାପ୍ରଶାସନକୁ ଖବର ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

ପ୍ରଭାସଙ୍କ ସହ ନିଜ ୧୫ ବର୍ଷର ସମ୍ପର୍କ ନେଇ ମୁହଁ ଖୋଲିଲେ ଅନୁଷ୍କା

ମୁମ୍ବାଇ: ସାଉଥ ସୁପରଷ୍ଟାର ପ୍ରଭାସ ଅଧିକାଂଶ ଝିଅମାନଙ୍କ ଦିଲ୍‌ରେ ରାଜ କରନ୍ତି। ତାଙ୍କ ଫିଲ୍ମ ଦେଖିବାକୁ ଲୋକେ ପାଗଳପ୍ରାୟ । ‘ବାହୁବଲୀ’ କ୍ରେଜ୍‌ ଏବେ ମଧ୍ୟ ଦର୍ଶକଙ୍କ ଗହଣରେ ଦେଖିବାକୁ ମିଳେ । ବାହୁବଲୀ ପରଠାରୁ ଅଭିନେତ୍ରୀ ଅନୁଷ୍କା ସେଟ୍ଟୀ ଏବଂ ପ୍ରଭାସ ଦର୍ଶକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି । ତେଲୁଗୁର ସୁପରହିଟ୍‌ ଅଭିନେତ୍ରୀ ଅନୁଷ୍କା ସେଟ୍ଟୀଙ୍କ ନାଁ ପ୍ରଭାସଙ୍କ ସହ ଯୋଡ଼ାଯାଉଥିଲା। ପ୍ରଭାସ ଓ ଅନୁଷ୍କା ବିବାହ କରିବେ ବୋଲି ବେଶ୍‌ ଚର୍ଚ୍ଚା ହୋଇଥିଲା । ଦର୍ଶକ ଏହି ଯୋଡିକୁ ପରଦାରେ ଦେଖିବା ସହ ରିଅଲ ଲାଇଫରେ ମଧ୍ୟ ସ୍ୱାମୀ ଓ ସ୍ତ୍ରୀ ଭାବେ ଦେଖିବା ପାଇଁ ଉତ୍ସାହିତ ଥିଲେ। ନିକଟରେ ପ୍ରଭାସ ନିଜେ ସ୍ୱୀକାର କରିଥିଲେ ଯେ, ଅନୁଷ୍କା ତାଙ୍କର ବହୁତ ଭଲ ବନ୍ଧୁ।

ରିଲ୍ ଲାଇଫରେ ଏହି ଯୋଡିକୁ ଅଧିକ ପସନ୍ଦ କରାଯାଏ । ବାସ୍ତବ ଜୀବନରେ ମଧ୍ୟ ଉଭୟଙ୍କ ସମ୍ପର୍କ ଖବର ଅନେକ ଥର ଆସିଛି । ତେବେ ଏନେଇ ଉଭୟଙ୍କ ମଧ୍ୟରେ କେବଳ ବନ୍ଧୁତା ଅଛି ବୋଲି ସେମାନଙ୍କ ତରଫରୁ ଜଣାପଡିଛି। ନିକଟରେ ଅନୁଷ୍କା ସେଟ୍ଟୀ ପ୍ରଭାସଙ୍କ ସହ ତାଙ୍କ ସମ୍ପର୍କ, ରୋମାନ୍ସ ଏବଂ ବିବାହ ବିଷୟରେ ପ୍ରକାଶ କରିଛନ୍ତି କହିଛନ୍ତି। ସେ ଫିଲ୍ମ ବ୍ୟତୀତ ପ୍ରଭାସଙ୍କ ନିଜ ସମ୍ପର୍କ ବିଷୟରେ ବଖାଣିଛନ୍ତି ଅଭିନେତ୍ରୀ ।

ଅନୁଷ୍କାଙ୍କ କହିବା ଅନୁସାରେ ଗତ ୧୫ ବର୍ଷ ଧରି ସେ ପ୍ରଭାସଙ୍କୁ ଜାଣିଛନ୍ତି। ପ୍ରଭାସ ତାଙ୍କର ସବୁଠୁ ଭଲ ବନ୍ଧୁ, ଯାହାଙ୍କ ସହ ସେ ସକାଳ ୩ଟାରେ ମଧ୍ୟ କଥା ହୋଇପାରନ୍ତି ।  ପ୍ରଭାସଙ୍କ ସହ ତାଙ୍କର ନିବିଢ ସମ୍ପର୍କକୁ ବର୍ଣ୍ଣନା କରାଯାଇପାରିବ । ଉଭୟଙ୍କ ଯୋଡି ପରଦାରେ ହିଟ୍ । ଅନୁଷ୍କା କହିଛନ୍ତି ଯେ, ଉଭୟଙ୍କ ଚିନ୍ତାଧାରା ମିଶେ । ସେମାନେ ଏମିତି ମଣିଷଙ୍କ ମଧ୍ୟ ଗଣାଯାଆନ୍ତି ଯିଏ ନିଜ କୌଣସି କଥା ଲୁଚାନ୍ତି ନାହିଁ । ଏଥିପାଇଁ ସେ ଉଭୟଙ୍କ ବିଷୟରେ ଗୁଜବ ବିସ୍ତାର କରିବାକୁ ମନା କରିଛନ୍ତି । ଦୁହେଁ କୌଣସି ଲଭ୍ ବାର୍ଡ ନୁହଁନ୍ତି ବରଂ ଭଳ ବନ୍ଧୁ । ଯାହା ଲୋକେ ଜାଣିବା ଜରୁରୀ । ଅପରପକ୍ଷରେ  କରନ ଜୋହରଙ୍କ ସୋ’ରେ ପ୍ରଭାସ ଏହା କହିଛନ୍ତି ଯେ, ଉଭୟଙ୍କ ମଧ୍ୟରେ ବନ୍ଧୁତା ବ୍ୟତୀତ ଅନ୍ୟ କିଛି ସମ୍ପର୍କ ନାହିଁ। ଏହା ସହ ପ୍ରଭାସ କହିଛନ୍ତି ଯେ,ଏଭଳି ଗୁଜବ ଖବର ତାଙ୍କୁ ପ୍ରଭାବିତ କରେ ନାହିଁ।

ମାତାଲ ପୋଲିସ ବାବୁଙ୍କ ଦାଦାଗିରି

ଝାରସୁଗୁଡା: ସ୍ଥାନୀୟ ପୋଲିସ କଲୋନିରେ ଜଣେ ମାତାଲ ପୋଲିସ କର୍ମଚାରୀଙ୍କ ଉନ୍ମତ୍ତକାଣ୍ଡ । ମଦ ପିଇ ମାତାଲ ଅବସ୍ଥାରେ ଅଭଦ୍ର ଭାଷାରେ ପlଟିତୁଣ୍ଡ କରୁଥିବାର ଏକ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରଲ ହୋଇଛି । ଏହି କର୍ମଚାରୀ ଜଣଙ୍କ ଝାରସୁଗୁଡା ପୋଲିସରେ କାର୍ଯ୍ୟକରୁଥିବା କୁହାଯାଉଛି । ଦୀର୍ଘ ସମୟ ଧରି ସେ ପୋଲିସ କଲୋନୀର ବିଭିନ୍ନ ଲୋକଙ୍କ ଘର ଆଗରେ ପାଟିତୁଣ୍ଡ କରି ଅଭଦ୍ର ଭାଷାରେ ଗାଳିଗୁଲଜ କରୁଥିବା ବେଳେ ଲୋକେ ଭୟରେ ପଦାକୁ ବହାରିନଥିଲେ ।

ଉକ୍ତ ପୋଲିସ କର୍ମଚାରୀ ଜଣଙ୍କ ଗାଳିଗୁଲଜ କରୁଥିବା ସମୟରେ କିଏ ଜଣେ ତାକୁ ବାଲକୋନିରେ ରେକର୍ଡ କରିଥିବାର ଭିଡିଓରେ ଜଣାପଡ଼ିଛି । ଯାହା ଏବେ ସୋସିଆଲ ମିଡ଼ିଆରେ ଜୋରସୋର ଭାଇରାଲ ହେବାରେ ଲାଗିଛି । ଏ ସମ୍ପର୍କରେ ଝାରସୁଗୁଡା ଏସ୍ପିଙ୍କ ଦୃଷ୍ଟି ଆକର୍ଷଣ କରିଥିବା ପ୍ରକାଶ ପାଇଛି ।

ରାଜ୍ୟରେ ପ୍ରଥମ କରୋନା ରୋଗୀ ଚିହ୍ନଟ, ସ୍ଥିର ଅଛି ସ୍ୱାସ୍ଥ୍ୟାବସ୍ଥା: ବାଗଚୀ

ଭୁବନେଶ୍ୱର: ରାଜ୍ୟରେ ପ୍ରଥମ କରୋନା ରୋଗୀ ଚିହ୍ନଟ । ରୋଗୀ ଜଣଙ୍କ ଶନିବାର ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ରୋଗୀଙ୍କ ସମ୍ପର୍କରେ କରୋନା ସମ୍ପର୍କିତ ସୂଚନା ପ୍ରଦାନ ନେଇ ସରକାରଙ୍କ ପକ୍ଷରୁ ନିଯୁକ୍ତ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀଙ୍କ ସୂଚନା । ବର୍ତ୍ତମାନ କରୋନା ଆକ୍ରାନ୍ତଙ୍କ ସ୍ଥିତି ସ୍ଥିର ରହିଥିବା କହିଛନ୍ତି ବାଗଚୀ । ଏଥିସହିତ ସେ ପ୍ରେସମିଟ୍‌ରେ ତାଙ୍କ ନାମ ଓ ଠିକଣ କହିବାକୁ ବାରଣ କରିଛନ୍ତି ବାଗଚୀ । ସେ ୩୩ ବର୍ଷିୟ ଯୁବକ ସେ ଇଟାଲୀରେ ଗବେଷଣା କରୁଥିଲେ । ୬ ମାର୍ଚ୍ଚରେ ଦିଲ୍ଲୀ ଓ ପରେ ୧୨ ମାର୍ଚ୍ଚରେ ଓଡ଼ିଶାରେ ପହଞ୍ଚିଥିଲେ ।

କରୋନାଭାଇରସ୍ ଭୟ: ଦୀପିକା-ପ୍ରିୟଙ୍କାଙ୍କୁ WHO ନିର୍ଦ୍ଦେଶକଙ୍କ ଅନୁରୋଧ

ମୁମ୍ବାଇ: କୟା ମେଲାଇବାରେ ଲାଗିଛି କରୋନା ଜୀବାଣୁ । ଦେଶରୁ ଦେଶକୁ ବ୍ୟାପିବାରେ ଲାଗିଛି ଏହି ଜୀବାଣୁ । ଏହାକୁ ବ୍ୟାପିବାରୁ ରୋକିବା ଲାଗି ବିଭିନ୍ନ ସ୍ଥାନରେ ସ୍କୁଲ, କଲେଜ, ଦୋକାନ ବଜାର, ସିନେମା ହଲ୍ ସବୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆଉ ଏହି ବନ୍ଦର ପ୍ରଭାବ ପିଲ୍ମ ଇଣ୍ଡିଷ୍ଟ୍ରି ଉପରେ ମଧ୍ୟ ଦେଖିବାକୁ ମିଳିଛି । କିଛି ଚଳଚ୍ଚିତ୍ରର ସୁଟିଂ ବନ୍ଦ ହୋଇଯାଇଛି ତ କିଛି ଆୱାର୍ଡ ଶୋ’ ସ୍ଥଗିତ ରଖାଯାଇଛି । କୋଭିଡ-୧୯ ଘଟଣାକୁ ଦୃଷ୍ଟିରେ ରଖି ଭାରତ ସମେତ ସମଗ୍ର ବିଶ୍ୱରେ ବିଭିନ୍ନ କାର୍ଯ୍ୟକ୍ରମ, ସାକ୍ଷାତକାର, ସୁଟିଂର କାର୍ଯ୍ୟକ୍ରମ ବାତିଲ କରାଯାଇଛି । ନିକଟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତଥା WHO ମଧ୍ୟ ସୋସିଆଲ ମିଡିଆରେ ବଲିଉଡ ସେଲିବ୍ରିଟିମାନଙ୍କୁ ଏହି ପ୍ରସଙ୍ଗରେ ସଚେତନତା ପାଇଁ ନିବେଦନ କରିଛି।

କରୋନାଭାଇରସ୍ ଦୁନିଆର ଅନେକ ସ୍ଥାନରେ ବ୍ୟାପି ସାରିଛି । ସୋସିଆଲ ମିଡିଆରେ ମଧ୍ୟ ଏହି ଭୂତାଣୁ ନେଇ ଲୋକମାନେ ସଚେତନତା ବିସ୍ତାର କରୁଛନ୍ତି। ଏହି ପର୍ଯ୍ୟାୟରେ WHO ମହାନିର୍ଦ୍ଦେଶକ ଡକ୍ଟର ଟେଡ୍ରୋସ୍ ଇଡାନମ୍ ଟ୍ୱିଟରରେ ଅନେକ ସେଲିବ୍ରେଟିଙ୍କୁ ଟ୍ୟାଗ୍ କରି ସେମାନଙ୍କୁ ‘ସେଫ୍ ହ୍ୟାଣ୍ଡସ୍ ଚ୍ୟାଲେଞ୍ଜ’ ନେବାକୁ ଅନୁରୋଧ କରିଛନ୍ତି। ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ୍ ଓ ପ୍ରିୟଙ୍କା ଚୋପ୍ରାଙ୍କୁ ଟ୍ୟାଗ୍ କରି ସେ କିଛି ବାର୍ତ୍ତା ଲେଖିଛନ୍ତି । ଗ୍ଲୋବାଲ୍ ଷ୍ଟାର୍ସ ସେଫ୍ ହ୍ୟାଣ୍ଡସ୍ ଚ୍ୟାଲେଞ୍ଜକୁ ନେଇ ଭିଡିଓ ସେୟାର କରିବାକୁ କହିଛନ୍ତି ଟେଡ୍ରୋସ୍ ଇଡାନମ୍ ।  ଏହି ଚ୍ୟାଲେଞ୍ଜକୁ ନିଜ ସହ ଆଉ ତିନି ଜଣଙ୍କୁ ନେବାକୁ ମଧ୍ୟ କହିଛନ୍ତି । ସମସ୍ତେ ମିଳିମିଶି ଏହି ଭୂତାଣୁ ସହିତ ମୁକାବିଲା କରିପାରିବା ବୋଲି କହିଛନ୍ତି WHOର ମହାନିର୍ଦ୍ଦେଶକ ।

ଚୀନ୍‌ରୁ ଆରମ୍ଭ ହୋଇଥିବା କରୋନା ଭୂତାଣୁ ବର୍ତ୍ତମାନ ସାରା ବିଶ୍ୱରେ ବ୍ୟାପିଛି। ଭାରତରେ ତଥା ସମଗ୍ର ବିଶ୍ୱରେ ଜରୁରୀକାଳୀନ ପରିସ୍ଥିତି ରହିଛି। ଅନେକ ବଡ ଚଳଚ୍ଚିତ୍ରର ବହୁତ କ୍ଷତି ହୋଇଛି । ଅନେକ ସହରରେ ଫିଲ୍ମ ହଲ୍ ବନ୍ଦ ରହିଛି  ଯେଉଁଥିପାଇଁ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ରଗୁଡିକର ବହୁ କ୍ଷତି ହୋଇଛି। କରୋନା ଭୂତାଣୁକୁ ମହାମାରୀ ଘୋଷଣା କରଯାଇଥିବାରୁ ବହୁ ସତର୍କତା ଅବଲମ୍ବନ କରାଯାଉଛି। ଏହାପୂର୍ବରୁ ୨୦୦୯ ମସିହାରେ ସ୍ୱାଇନ୍ ଫ୍ଲୁକୁ ମହାମାରୀ ଘୋଷଣା କରାଯାଇଥିଲା। ଠିକ୍ ସେହି ଭଳି ଚଳିତ ବର୍ଷ କରୋନା ପାଇଁ ଲୋକେ ଅସ୍ତବ୍ୟସ୍ତ ହେଉଛନ୍ତି । ଏନେଇ ସରକାର ଅନେକ ପଦକ୍ଷେପ ନେଉଛନ୍ତି । ଏହି ସମୟରେ ଲୋକଙ୍କୁ ନିହାତି ଭାବେ ସତର୍କ ରହିବା ଜରୁରୀ ।

 

ଅଧା ବଗି ଛାଡ଼ି ଚାଲିଗଲା ଲୋକମାନ୍ୟ ତିଲକ ଟ୍ରେନ୍

ଭୁବନେଶ୍ୱରରୁ-ମୁମ୍ବାଇ ଯାଉଥିବା ଲୋକମାନ୍ୟ ତିଲକର ଅଲଗା ହେଲା ବଗି । ଅଧାରୁ ଅଲଗା ହୋଇ ୫୦ଫୁଟରୁ ଅଧିକ ଆଗକୁ ଚାଲିଯାଇଛି ଇଞ୍ଜିନ ଓ କିଛି ବଗି । ଏଭଳି ଘଟିବାରୁ ଯାତ୍ରୀ ଭୟଭୀତ ହୋଇ ଟ୍ରେନ୍‌ରୁ ଓହ୍ଲାଇ ପଡିଛନ୍ତି ।  କଟକରୁ ଚାରିବାଟିଆ ମଝିରେ ଏଭଳି ଘଟିଥିବା ପ୍ରତ୍ୟକ୍ଷଦର୍ଶୀ ସୂଚନା ଦେଇଛନ୍ତି ।  ରେଳବାଇ ବିଭାଗ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ମରାମତି କାମରେ ନିୟୋଜିତ ହୋଇଥିବା ସୂଚନା ଦେଲେ ପୂର୍ବତଟ ରେଳବାଇ କର୍ତ୍ତୃପକ୍ଷ । ଯାନ୍ତ୍ରିକ ତ୍ରୁଟି ଥିବାରୁ ଏଭଳି ହୋଇଥିବା ସ୍ପଷ୍ଟ କଲେ ରେଳବାଇ କର୍ତ୍ତୃପକ୍ଷ । ଟ୍ରେନଟି ଭୁବନେଶ୍ୱରରୁ ମୁମ୍ବାଇ କୁ ଯାତ୍ରା କରୁଥିଲା ।

https://www.facebook.com/nandighoshatv/videos/246529273043218/