spot_img
Home Blog Page 7166

ଏହି ୭ଟି ରାଶିର ଲୋକଙ୍କ ପାଇଁ ଆଜି ଏକ ଖାସ ଦିନ…ଭାଗ୍ୟରେ ହେବ ପରିବର୍ତ୍ତନ!

ନକ୍ଷତ୍ରମାନେ ସେମାନଙ୍କର ଗତି ସବୁବେଳେ ପରିବର୍ତ୍ତନ କରନ୍ତିଏହି ପରିବର୍ତ୍ତନ ଅନୁସାରେ ଲୋକଙ୍କ ଜୀବନରେ ଅନେକ ପ୍ରଭାବ ପଡିଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ କେଉଁ ରାଶିର ଲୋକଙ୍କ ଦିନ ଆଜି ଭଲ ପରହିଛି ଆସନ୍ତୁ ଜାଣିବା । ଗ୍ରହମାନଙ୍କର ପରିବର୍ତ୍ତନଶୀଳ ଗତିବିଧି ଦିନ ମଧ୍ୟ ଭିନ୍ନ ଅଟେ

ମେଷ ରାଶି – ଆଜି ମେଷ ରାଶିର ଲୋକଙ୍କ ପାଇଁ ଖୁବ ବ୍ୟସ୍ତ ବହୁଳର ଦିନ ରହିବ । କିଛି ବ୍ୟବସାୟିକ ମୁକାବିଲା ନେଇ ଭାବିଚିନ୍ତି ନିଷ୍ପତ୍ତି ନେବା ଜରୁରୀ ।କଠିନ ପରିଶ୍ରମର କଲେ ସଫଳ ହେବେ । କାର୍ଯ୍ୟ ସ୍ଥାନରେ ଶାନ୍ତ ପରିବେଶ ରହିବ । ବିଦେଶ ଯାତ୍ରା କରିବାର ଯୋଗ ରହିଛି । ଅନେକ ସମସ୍ୟାର ସାମ୍ନା ମଧ୍ୟ କରିପାରନ୍ତି ।

ବୃଷ ରାଶି – ବୃଷ ରାଶିର ଲୋକଙ୍କ ପାଇଁ ଆଜି ଏକ ସ୍ୱତନ୍ତ୍ର ଦିନ ରହିବ ।  ଉଭୟ ସମାଜ ଏବଂ ପରିବାର କ୍ଷେତ୍ରର କାର୍ଯ୍ୟ ସମାପ୍ତ ହୋଇପାରିବ | ଆୟ ଏବଂ ଖର୍ଚ୍ଚ ବୃଦ୍ଧି ହୋଇପାରେ । ଜୀବନସାଥୀ ଓ ସାଙ୍ଗମାନଙ୍କ ସାହାଯ୍ୟ ମିଳିବ । ଘରେ ସୁଖ ଶାନ୍ତିର ପରିବେଶ ରହିବ । ବେରୋଜଗାର ଲୋକଙ୍କ ଚିନ୍ତା ଶେଷ ହେବ । ଚାକିରି ମିଳିବାର ସମ୍ଭାବନା ରହିଛି ।

ମିଥୁନ ରାଶି – ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ହେବ । ଦୀର୍ଘ ସମୟ ଧରି ଚାଲିଥିବା କାମରେ ସଫଳତା ମିଳିବ । ଅବିବାହିତ ଲୋକଙ୍କ ବିବାହ ମଧ୍ୟ ସ୍ଥିର ହୋଇପାରେ । ପରିବାରର ସମର୍ଥନ ପାଇବାର ସମ୍ଭାବନା ଅଛି ।  ଆଜି ଆପଣ କିଛି ଭଲ ଖବର ମଧ୍ୟ ପାଇପାରିବେ । ନବଦମ୍ପତିଙ୍କ ପାଇଁ ଦିନଟି ଭଲ ରହିବ।

କର୍କଟ ରାଶି ଏହି ରାଶିର ଲୋକଙ୍କର ଧନ ଲାଭ ହୋଇପାରେ । ଅର୍ଥ ସମ୍ବନ୍ଧୀୟ ସମସ୍ୟାର ସମାଧାନ ହେବ । କାର୍ଯ୍ୟ ସମ୍ବନ୍ଧୀୟ ଅନେକ ସମସ୍ୟା ହୋଇପାରେ । ପରିବାରରେ ସୁଖ ଶାନ୍ତିର ପରିବେଶ ରହିବ ।

ସିଂହ ରାଶି – ଅନେକ ପରିସ୍ଥିତିରେ କିଛି ବଡ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି ।  ବ୍ୟବସାୟ କିମ୍ବା କର୍ମକ୍ଷେତ୍ର ଜଡିତ ଯାତ୍ରା କରିବାକୁ ପଡିବ । କାର୍ଯ୍ୟ ସ୍ଥାନରେ ଅଧିକାରୀ ଆପଣଙ୍କ ଉପରେ ଖୁସି ହେବେ । ଚାପଗ୍ରସ୍ତ ପରିସ୍ଥିତି ଅଫିସରେ ଶେଷ ହୋଇପାରେ ।

କନ୍ୟା ରାଶି – ବ୍ୟବସାୟରେ ଲାଭ ହେବ । ଏହି ରାଶିର ଲୋକଙ୍କ ପାଇଁ ଦିନଟି ବେଶ ଶୁଭ ରହିବ ।  ଆଜି ଏହି ଲୋକଙ୍କର ସବୁ କାମରେ ସଫଳତା ମିଳିବ । ଅଧିକାରୀମାନେ କାମରେ ପ୍ରସନ୍ନ ହୋଇ ଖୁବ ପ୍ରଶଂସା କରିବେ। ଧନ ସମ୍ପତ୍ତି ଲାଭ ହେବ । ପାରିବାରିକ ସମସ୍ୟାର ସମାଧାନ ହେବ ।

ବିଚ୍ଛା ରାଶି – ଚାକିରି, କ୍ୟାରିୟର ଏବଂ ଅର୍ଥ ଦୃଷ୍ଟିରୁ ବିଚ୍ଛା ରାଶିର ଲୋକଙ୍କ ପାଇଁ ଆଜି ଏକ ଶୁଭ ଦିନ । ଚାକିରିରେ ପଦୋନ୍ନତି ହୋଇପାରେ । ତୁମର ନୂଆ ଲୋକଙ୍କ ସହିତ ଯୋଗାଯୋଗ କରିବାର ସମ୍ଭାବନା ରହିଛି । ଅନେକ ଲୋକଙ୍କ ସାହାଯ୍ୟ ମିଳିବ । ସବୁ କାର୍ଯ୍ୟରେ ପରିବାର ଲୋକଙ୍କର ସମର୍ଥନ ମିଳିବ ।

 

 

 

ମଧ୍ୟପ୍ରଦେଶ ମହାନାଟକ: ଆଜି ହୋଇନପାରେ ଫ୍ଳୋର ଟେଷ୍ଟ

ସରା ବିଶ୍ୱରେ ତଥା ଆମ ଦେଶରେ କରୋନାକୁ ନେଇ ଚର୍ଚ୍ଚା ଓ ଆଶଙ୍କା ଲାଗି ରହିଥିବା ବେଳେ ମଧ୍ୟପ୍ରଦେଶରେ ଦେଖିବାକୁ ମିଳୁଛି ଭିନ୍ନ ସ୍ଥିତି । ନାଟକୀୟ ମୋଡରେ ଦୀର୍ଘ ବର୍ଷ ଧରି କଂଗ୍ରେସ ସହ ଜଡ଼ିତ ଥିବା ମଧ୍ୟପ୍ରଦେଶ କଂଗ୍ରେସର ତୁଙ୍ଗ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । ତାଙ୍କର ସମର୍ଥକ କୁହାଯାଉଥିବ ପ୍ରାୟ ୨୦ ବିଧାୟକ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି ।

ଏହାପରେ ଅସ୍ଥିର ହୋଇପଡ଼ିଛି ମଧ୍ୟପ୍ରଦେଶର ରାଜନୀତିକ ପରିସ୍ଥିତି ।  ଆଜି ଫ୍ଳୋର୍‌ ଟେଷ୍ଟ କରାଯିବ କି ନାହିଁ ଏଥିରେ ସନ୍ଦେହ ରହିଛି । ରବିବାର ବିଳମ୍ୱିତ ରାତିରେ ମୁଖ୍ୟମନ୍ତ୍ରୀ କମଲ ନାଥ ରାଜ୍ୟପାଳଙ୍କୁ ଭେଟିଥିଲେ। ରାଜ୍ୟପାଳ ଲାଲଜୀ ଟଣ୍ଡନଙ୍କୁ ଭେଟିବା ପରେ ସେ କହିଛନ୍ତି ଯେ ସେ ଫ୍ଲୋର ଟେଷ୍ଟ ପାଇଁ ପ୍ରସ୍ତୁତ ଅଛନ୍ତି କିନ୍ତୁ ବନ୍ଧକ ରଖିଥିବା ବିଧାୟକମାନଙ୍କୁ ମୁକ୍ତ କରାଯିବା ଉଚିତ୍।

ଅପରପକ୍ଷରେ ମଧ୍ୟପ୍ରଦେଶ ବିଧାନସଭାର ବଜେଟ୍ ଅଧିବେଶନର ପ୍ରଥମ ଦିନ ପାଇଁ ଫ୍ଲୋର ଟେଷ୍ଟ ଏଜେଣ୍ଡାରେ ଉଲ୍ଲେଖ କରାଯାଇ ନାହିଁ। ତେବେ ଗୃହରେ ଫ୍ଲୋର ଟେଷ୍ଟ କରିବାକୁ ବିଜେପି ସମ୍ପୂର୍ଣ୍ଣ ଉଦ୍ୟମ କରୁଛି।

ଆସ୍ଥା ଭୋଟ ଦାବି କରିବେ ଶିବରାଜ

ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୈହାନ କହିଛନ୍ତି ଯେ, ବିଧାନସଭାରେ ଫ୍ଲୋର ଟେଷ୍ଟ ନହୁଏ, ତେବେ ସେ ରାଜ୍ୟପାଳଙ୍କୁ ଆସ୍ଥା ଭୋଟ ଲାଗି ମୋସନ ଆଣିବାକୁ ଦାବି କରିବେ। ଚୈହାନ କହିଛନ୍ତି, ମଧ୍ୟପ୍ରଦେଶର ବର୍ତ୍ତମାନର ସରକାର ସଂଖ୍ୟାଗରିଷ୍ଠତା ହରାଇଛନ୍ତି।

Image result for sivraj singh c

ଆସ୍ଥା ପ୍ରସ୍ତାବ ପାଇଁ ରାଜ୍ୟପାଳଙ୍କ ସହ ଆଲୋଚନା କରିବୁ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସେ ଏକ ଫ୍ଲୋର ଟେଷ୍ଟ କରିବାକୁ ଚାହୁଁଛନ୍ତି ତେବେ ସେ କାହିଁକି ଏହା କରୁନାହାଁନ୍ତି। ଆମର ଏକମାତ୍ର ଦାବି ହେଉଛି ଫ୍ଲୋର୍ ଟେଷ୍ଟ |

ରାଜ୍ୟପାଳଙ୍କୁ ଭେଟିବା ପରେ କମଲ ନାଥ କହିଛନ୍ତି, ‘ରାଜ୍ୟପାଳ ମୋତେ ଫୋନ ଯୋଗେ ଡାକିଥିଲେ ଏବଂ ଗୃହର ପ୍ରକ୍ରିୟା ବିଷୟରେ ଆଲୋଚନା ହୋଇଥିଲା। ମୁଁ କହିଛି ଯେ, ଆସନ୍ତାକାଲି ମୁଁ ଫ୍ଲୋର ଟେଷ୍ଟ ବିଷୟରେ ବକ୍ତାଙ୍କ ସହ କଥା ହେବି। ମୁଁ ଫ୍ଳୋର ଟେଷ୍ଟ ପାଇଁ ପ୍ରସ୍ତୁତ କିନ୍ତୁ ବିଧାୟକମାନଙ୍କୁ ମୁକ୍ତ କରାଯିବା ଉଚିତ୍ |

Image result for kamal;nath

ଆସନ୍ତାକାଲି ମୁଁ ଏହି ବିଷୟରେ ବକ୍ତାଙ୍କ ସହ କଥା ହେବି। ‘ ବଜେଟ୍ ଅଧିବେଶନ ପୂର୍ବରୁ ଫ୍ଲୋର ପରୀକ୍ଷା କରିବାକୁ ରାଜ୍ୟପାଳ ସରକାର ଏବଂ ବକ୍ତାଙ୍କୁ ଚିଠି ଲେଖିଥିଲେ।

କ’ଣ ଥିଲା ବିଜେପି ସହ ରାଜପରିବାରର ସମ୍ପର୍କ, ଜ୍ୟାେତିରାଦିଦ୍ୟ କେମିତି ପୂରା କରିବେ ରାଜମାତାଙ୍କ ସ୍ୱପ୍ନ

ପ୍ରଖ୍ୟାତ ଗୀତିକାର କବିର ସୁମନ୍‌ଙ୍କର ଆଜି ଜନ୍ମଦିନ

ପ୍ରତିଷ୍ଠିତ ସଙ୍ଗୀତ ନିର୍ଦ୍ଦେଶକ, ଗୀତିକାର, ଔପନ୍ୟାସିକ, ଉପସ୍ଥାପକ ଏବଂ ରାଜନେତା ଭାବେ ଖୁବ୍‌ ଜଣାଶୁଣା କବିର ସୁମନ୍‌ଙ୍କର ଆଜି ଜନ୍ମଦିନ । ୨୦୦୯ ମସିହା ମେ’ ମାସରୁ ୨୦୧୪ ମସିହା ପର୍ଯ୍ୟନ୍ତ ସାଂସଦ ଭାବେ କାର୍ଯ୍ୟ କରିଛନ୍ତି ଏହି ପ୍ରଖ୍ୟାତ ଗୀତିକାର ।

ଅଲ୍‌ ଇଣ୍ଡିଆ ତୃଣମୂଳ କଂଗ୍ରେସ ପକ୍ଷରୁ କଲିକତାର ଯାଦବପୁର ନିର୍ବାଚନ ମଣ୍ଡଳିରୁ ନିର୍ବାଚିତ ହୋଇଥିଲେ କବିର ସୁମନ୍‌ । କେବଳ ସେତିକି ନୁହେଁ ଗୀତିକାର ସହ ସେ ଜଣେ ସାମାଜିକ କର୍ମୀ ତଥା ସାମ୍ବାଦିକ । ପ୍ରଥମେ କବିର ସୁମନ୍ ଙ୍କ ନାଁ ସୁମନ ଚଟ୍ଟୋପଧ୍ୟାୟ ଥିଲା ।

ହେଲେ ମନୋରଞ୍ଜନ ଜଗତକୁ ଆସିବା ପୂର୍ବରୁ ସେ ତାଙ୍କ ନାଁ ବଦଳିଥିଲେ । ସୁମନଙ୍କ ଜନ୍ମ ଓଡ଼ିଶାର କଟକରେ ହୋଇଥିଲା । ଖୁବ କମ୍ ବୟସରେ ସେ ଗୀତ ପାଇଁ ପ୍ରଶିକ୍ଷଣ ଆରମ୍ଭ କରିଥିଲେ । ଗୀତ ପାଇଁ ଥିବା ଆଗ୍ରାହ ତାଙ୍କୁ ଖୁବ ଆଗକୁ ନେଇଥିଲା ।୧୯୯୦ ମସିହାରେ ଆଲବମ୍‌ ‘ତୋମାକେ ଚାଇ’ ଏବଂ ‘ବୋସେ ଆଙ୍କୋ’ ଜରିଆରେ ସେ ପରଦାରେ ନଜର ଆସିଥିଲେ ।

ବେଙ୍ଗଲୀ ମ୍ୟୁଜିକ ଇଣ୍ଡଷ୍ଟ୍ରିର ସେ ପ୍ରଥମ ସିଙ୍ଗର ଯିଏ ଭିନ୍ନ ଭିନ୍ନ ବାଦ୍ୟଯନ୍ତ୍ର ବାଦକ ଭାବେ ମଧ୍ୟ ଖୁବ ପରିଚିତ । ଏହା ସହ ସେ ହେଉଛନ୍ତି ପ୍ରଥମ ଭାରତୀୟ ମ୍ୟୁଜିସିଆନ ଯିଏ ଗୋଟିଏ ଆଲବମ୍‌ ର ଗୀତ ନିଜେ ଲେଖିଥିଲେ ଓ ରେକଡିଂ କରି ଲେଖିଥିବା ଗୀତକୁ ନିଜେ ମଧ୍ୟ ଗାଇଥିଲେ । ଆଜି ଏହି ସମ୍ମାନୀତ ବ୍ୟାକ୍ତିଙ୍କୁ ଜନ୍ମଦିନରେ ନନ୍ଦିଘୋଷ ଟିଭି ପରିବାର ତରଫରୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ।

ସ୍ୱାସ୍ଥ୍ୟଜନିତ ସମସ୍ୟା ଦେଖାଯିବ…କୌଣସି ଗୁପ୍ତ ବିଦ୍ୟା ପ୍ରତି ଆଗ୍ରହ ବଢିପାରେ

ମେଷ ରାଶି – ଅଶ୍ବିନୀ ମେଷ- ମନ ଆଜି ବିଶାଦ ରହିବା ସହ ସ୍ବାସ୍ଥ୍ୟରେ ସମସ୍ୟା ଲାଗି ରହିବ

ଦ୍ବିଜା ମେଷ- ଗୁରୁଜନଙ୍କ ପରାମର୍ଶରେ ହିଁ କାର୍ଯ୍ୟ ଆରମ୍ଭ କରନ୍ତୁ , ଶୁଭ ରହିବ

କୃତ୍ତିକା ମେଷ- ମନରେ କେହି ଆଘାତ ଦେଇପାରନ୍ତି

ପ୍ରତିକାର- ଶିବଲିଙ୍ଗରେ ୩ଟି ଗୋମତୀ ଚକ୍ର ଅର୍ପଣ କରନ୍ତୁ

 

ବୃଷ ରାଶି –

କୃତ୍ତିକା ବୃଷ- ବ୍ୟବସାୟରେ ବହୁ ସଫଳତା ପାଇବେ

ରୋହିଣୀ- ଅର୍ଥ ଲାଗି କଷ୍ଟ ଓ ଚିନ୍ତାରେ ରହିବେ

ମଗଶିରା- କୈାଣସି ଦିଗରେ ମନ ବିଚଳିତ ରହିବ, ସବୁଥିରେ ଅଶାନ୍ତି ଲାଗିବ

ପ୍ରତିକାର- ଅରଖ ଫୁଲ ଓ ଦୁବ ବୃଷଭକୁ ଶ୍ରଦ୍ଧାର ସହିତ ଅର୍ପଣ କରନ୍ତୁ

 

 

ମିଥୁନ ରାଶି –

ମଗଶିରା ମିଥୁନ- ବିବାହ ପ୍ରସ୍ତାବ ଆଜି ଚୁଡାନ୍ତ ହୋଇପାରେ

ଆଦ୍ରା ମିଥୁନ- କିଛି ନୂଆ କାମ ଆରମ୍ଭ କରିପାରନ୍ତି

ପୁର୍ନବସୁ- ଆଜି ଅନେକ କିଛି ଆଶା ରହିଛି  ତାହା ପୂରଣ ହେବ

କେଶର ତିଳକ ମଥାରେ ଲଗାଇ ଘରୁ ବାହାରିବେ

 

କର୍କଟ ରାଶି –

ପୁର୍ନବସୁ- ନିଜ ଲୋକଙ୍କର ଖରାପ ବ୍ୟବହାରରେ ହିଁ କଷ୍ଟ ପାଇବେ

ପୁଷ୍ୟ।- ଉତ୍ସାହ ଓ ପ୍ରେରଣା ନିଜ ବନ୍ଧୁଙ୍କ ଠାରୁ ମିଳିବ

ଅଶ୍ଳଷା- ସାଧାରଣ କଥାକୁ ନେଇ ଝଗଡା ହୋଇପାରେ

ପ୍ରତିକାର- ଗାଈକୁ ଚାରା ଖାଇବାକୁ ଦିଅନ୍ତୁ

 

ସିଂହ ରାଶି –

ମଘା ସିଂହ- ବନ୍ଧୁଙ୍କ ଠାରୁ ସାହାଯ୍ୟ ପାଇବେ

ପୂର୍ବାଫାଲଗୁନି- ରଚନାତ୍ମକ କାର୍ଯ୍ୟରେ ଉନ୍ନତି ହେବ

ଉତ୍ତରା- ଯାହା ବି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେବେ, ତାହା ସଫଳ ହେବ

କ୍ଷୀର ଜଳରେ ସ୍ନ।ନ କରନ୍ତୁ ରିଷ୍ଟ ଖଣ୍ଡନ ହେବ

 

କନ୍ୟା ରାଶି –

ଉତ୍ତରାଫାଲଗୁନି- ମନ ଖୁସି ରହିବ, କର୍ମ କ୍ଷେତ୍ରରେ ଆନନ୍ଦ ଉଲ୍ଲାସ ଦେଖାଦେବ

ହସ୍ତା କନ୍ୟା- ବିନା କାରଣରେ ଅପମାନିତ ହୋଇପାରନ୍ତି

ଚିତ୍ରା କନ୍ୟା- ପ୍ରତି କ୍ଷେତ୍ରରେ ସଫଳତା ପାଇବେ

ହନୁମାନଷ୍ଟକ ପାଠ କରି ଘରୁ ବାହାରିବେ

 

ତୁଳା ରାଶି –

ଚିତ୍ରା ତୁଳା- କାର୍ଯ୍ୟ କ୍ଷେତ୍ରରେ ଦକ୍ଷତା ବଢିବ

ସ୍ବାତୀ ତୁଳା-ସାମାଜିକ ପ୍ରତିଷ୍ଠା ମିଳିବ

ବିଶାଖା ତୁଳା- ରାଜନୈତିକ ବିଚାରଧାରାରେ ପରିବର୍ତ୍ତନ ହେବ

ଆଜି ଦିନରେ ଦୁର୍ଗା ଚାଳିଶା ପାଠ ଆପଣଙ୍କ ପାଇଁ ଭଲ ରହିବ

 

ବିଛା ରାଶି –

ବିଶାଖା-ଗୃହରେ ମାଙ୍ଗଳିକ କାର୍ଯ୍ୟ ହେବ

ଅନୁରାଧା-ମାଲି ମୋକଦ୍ଦମାରେ ବିଜୟୀ ହେବେ

ଜ୍ୟଷ୍ଠା-ପିତୃକଷ୍ଟ ଦେଖାଦେଇପାରେ

ଜଳରେ କିଛି ଚନ୍ଦନ ପକାଇ ପିଅନ୍ତୁ

 

ଧନୁ ରାଶି –

ମୂଳା- ସ୍ୱାସ୍ଥ୍ୟଜନିତ ସମସ୍ୟା ଦେଖାଯିବ

ପୂର୍ବାଷାଢା- କୈାଣସି ଗୁପ୍ତ ବିଦ୍ୟା ପ୍ରତି ଆଗ୍ରହ ବଢିପାରେ

ଉତ୍ତରାଷାଢା- ମହିଳାମାନେ କଥାକୁ ନିୟନ୍ତ୍ରଣରେ ରଖନ୍ତୁ

ଅସହାୟ ବ୍ୟକ୍ତିକୁ ବସ୍ତ୍ର ଦାନ କରନ୍ତୁ

 

ମକର ରାଶି –

ଉତ୍ତରାଷାଢା- ଆନନ୍ଦରେ ଦିନଟି କଟିବ

ଶ୍ରବଣା-ମୁଖରେ ଘଟଣାମାନ ଘଟିବ

ଧନିଷ୍ଠା-ଯେଉଁମାନେ ଆପଣଙ୍କର ଅମଙ୍ଗଳ କରୁଥିବେ ସେମାନେ ଧରାପଡିଯିବେ

କିଛି ମହୁ ଶଶ୍ମ।ନ ସ୍ଥାନରେ ମାଟିରେ ପୋତି ଦିଅନ୍ତୁ

 

କୁମ୍ଭ ରାଶି –

ଧନିଷ୍ଠା- ଶୁଭ ସମାଚାର ପାଇବେ

ଶତଭିଷା-ଋଣ ପରିଶୋଧ କରିବେ

ପୂର୍ବଭାଦ୍ରପଦ- ଆଧ୍ୟାତମିକ କାର୍ଯ୍ୟରେ ମନ ଲାଗିବ

ମା’ଦୁର୍ଗାଙ୍କୁ ଲାଲ ମନ୍ଦାର ମାଳା ଅର୍ପଣ କରନ୍ତୁ

 

ମୀନ ରାଶି –

ପୂର୍ବଭାଦ୍ରପଦ- ପରିଶ୍ରମର ଫଳ ମିଳିବ

ଉତ୍ତରଭାଦ୍ର- ସରକାରୀସ୍ତରରେ ଲାଭ ମିଳିବ

ରେବତୀ-ବିବାଦୀୟ ପରିସ୍ଥିତି ଆସିପାରେ , ସତର୍କ ରୁହନ୍ତୁ

ତୁଳସୀ ଗଛର ମାଟିକୁ ମଥାରେ ଲଗାନ୍ତୁ

ଜ୍ୟୋତିର୍ବିଦ୍ୟା -‌ ପ୍ରଜ୍ଞା ତ୍ରିପାଠୀ

ଇଟାଲି: କରୋନାରେ ଇଟାଲିରେ ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ମୃତ୍ୟୁ । ଆଜି ଦିନକରେ ୩୬୮ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ସୂଚନା ।

ଇଟାଲି: କରୋନାରେ ଇଟାଲିରେ ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ମୃତ୍ୟୁ । ଆଜି ଦିନକରେ ୩୬୮ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ସୂଚନା ।

ପୁରୀ: ମାର୍ଚ୍ଚ ୩୧ ତାରିଖ ଯାଏଁ ଛୁଟି ଦିନ ମଧ୍ୟ ପୁରୀ ଜିଲ୍ଲାରେ ଖୋଲା ରହିବ ସମସ୍ତ ଅଫିସ୍ । ବିନା ଅନୁମତିରେ ନିଜ ହେଡକ୍ୱାର୍ଟର ଛାଡ଼ି ଅନ୍ୟତ୍ର ଯାଇ ପାରିବେନି କୌଣସି ସରକାରୀ ଅଧିକାରୀ ।

ପୁରୀ: ମାର୍ଚ୍ଚ ୩୧ ତାରିଖ ଯାଏଁ ଛୁଟି ଦିନ ମଧ୍ୟ ପୁରୀ ଜିଲ୍ଲାରେ ଖୋଲା ରହିବ ସମସ୍ତ ଅଫିସ୍ । ବିନା ଅନୁମତିରେ ନିଜ ହେଡକ୍ୱାର୍ଟର ଛାଡ଼ି ଅନ୍ୟତ୍ର ଯାଇ ପାରିବେନି କୌଣସି ସରକାରୀ ଅଧିକାରୀ ।

ଭୁବନେଶ୍ୱର: ଟ୍ୱିନ୍ ସିଟିରେ ବନ୍ଦ ରହିବ ମଲ୍ । ଓଡ଼ିଶା ଅର୍ବାନ୍ ପୋଲିସ ଆକ୍ଟ ସେକ୍ସନ୍ ୩୫ ଆଧାରରେ କମିଶନରେଟ୍ ପୋଲିସର ନିର୍ଦ୍ଦେଶ । କରୋନା ପାଇଁ ମାର୍ଚ୍ଚ ୩୧ ଯାଏଁ କଟକ, ଭୁବନେଶ୍ୱରର ସମସ୍ତ ମଲ୍ ବନ୍ଦ ରଖିବାକୁ ନିର୍ଦ୍ଦେଶନାମା ।

ଭୁବନେଶ୍ୱର: ଟ୍ୱିନ୍ ସିଟିରେ ବନ୍ଦ ରହିବ ମଲ୍ । ଓଡ଼ିଶା ଅର୍ବାନ୍ ପୋଲିସ ଆକ୍ଟ ସେକ୍ସନ୍ ୩୫ ଆଧାରରେ କମିଶନରେଟ୍ ପୋଲିସର ନିର୍ଦ୍ଦେଶ । କରୋନା ପାଇଁ ମାର୍ଚ୍ଚ ୩୧ ଯାଏଁ କଟକ, ଭୁବନେଶ୍ୱରର ସମସ୍ତ ମଲ୍ ବନ୍ଦ ରଖିବାକୁ ନିର୍ଦ୍ଦେଶନାମା ।

ବ୍ରହ୍ମପୁର ବଡ଼ ମେଡିକାଲରୁ ଖସି ପଳାଇଲା କରୋନା ସନ୍ଦିଗ୍ଧ

ବ୍ରହ୍ମପୁର: ଦେଶରେ ଆତଙ୍କ ଖେଳାଇଛି କରୋନା ଭାଇରସ୍ । ଆକ୍ରାନ୍ତଙ୍କ ସଂଖ୍ୟା ଶହେ ଟପିଛି । ପ୍ରତିଦିନ ନୂଆ ନୂଆ ସନ୍ଦିଗ୍ଧ ମାମଲା ନଜରକୁ ଆସୁଛି । ସ୍ଥିତିର ମୁକାବିଲା ପାଇଁ ରାଜ୍ୟଠୁ ଆରମ୍ଭ କରି କେନ୍ଦ୍ର ସରକାର ପଦକ୍ଷେପ ନେଉଛନ୍ତି । ପ୍ରଶାସନ କରୋନା ସଂକ୍ରମଣ ରୋକିବାକୁ ପଦକ୍ଷେପ ନେଉଥିବା ବେଳେ ଲୋକେ କିନ୍ତୁ ମାନୁନାହାନ୍ତି । ଯାହାର ଉଦାହରଣ ଦେଖିବାକୁ ମିଳିଛି ବ୍ରହ୍ମପୁର ବଡ଼ ମେଡିକାଲରେ ।

FILE

ଶନିବାର ଅପରାହ୍ଣରେ ବ୍ରହ୍ମପୁର ଏମକେସିଜିରେ ଜଣେ କରୋନା ସନ୍ଦିଗ୍ଧ ଭର୍ତ୍ତି ହୋଇଥିଲା । ତାଙ୍କୁ କିଛିଦିନ ହେବ କାଶ, ଛିଙ୍କ ଓ ଥଣ୍ଡା ଲାଗି ରହିଥିଲା । ଡାକ୍ତରଙ୍କୁ ଆଇସୋଲେସନ୍ ୱାର୍ଡରେ ରଖି ଚିକିତ୍ସା କରୁଥିଲେ । ତେବେ, ସେ ଆଜି ମେଡିକାଲରୁ ଖସି ପଳାଇଥିବା ଜଣାପଡ଼ିଛି । ସନ୍ଦିଗ୍ଧ ଜଣଙ୍କ ନାମ ପ୍ରଭାତ କୁମାର ପଲାଇ ତାଙ୍କ ଘର କୃଷ୍ଣପ୍ରସାଦ ଥାନା ଅଞ୍ଚଳରେ ବୋଲି ଜଣାପଡ଼ିଛି ।

ସେପଟେ ଜିଲ୍ଲା ପ୍ରଶାସନ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିଛି । ମହାମାରୀ କରୋନା ସଂକ୍ରମଣ ରୋକିବାକୁ ପ୍ରଶାସନ ପକ୍ଷରୁ ସଚେତନତା ଆରମ୍ଭ ହୋଇଛି । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ୍ କରିବା ସହ ନିଜ ନିଜ ହେଡକ୍ୱାର୍ଟରରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

https://youtu.be/BOpVxG_ZLkc