spot_img
Home Blog Page 7170

ଆତଙ୍କବାଦୀ ଆକ୍ରମଣରେ ଦୁଇ ଯବାନଙ୍କ ସହିଦ

ନୂଆଦିଲ୍ଲୀ: ଜାମ୍ମୁ-କାଶ୍ମୀରର ପୁଲଓ୍ୱାମାରେ ଯବାନ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି । ପୁଲଓ୍ୱାମାର ଡାଙ୍ଗରପୋରାରେ ୨ରୁ ୩ଜଣ ଆତଙ୍କବାଦୀ ଲୁଚି ରହିଥିବା ନେଇ ଖବର ପାଇବା ପରେ ବିଏସ୍‌ଏଫ୍‌ ଯବାନ, ସିଆରପିଏଫ୍‌ ଯବାନ ଓ ପୋଲିସ ବାହୀନିର ମିଳିତ ଚଢାଉ ଜାରି ରହିଛି । ଉଭୟ ପଟୁ ଫାଇରିଙ୍ଗ ହେଉଛି ।

କୋଭିଡ୍ ବାହାନାରେ ଡାଏଲିସିସ୍‌, କେମୋଥେରାପି ପାଇଁ ମନା କରିପାରିବେନି ଘରୋଇ ହସ୍ପିଟାଲ

ସାରା ଦେଶ ଲକଡାଉନ ଭିତରେ ଥିବାବେଳେ ସୀମାରେ ବାରମ୍ବାର ଆତଙ୍କବାଦୀମାନେ ଅସ୍ତ୍ରବିରତି ଭଲ୍ଲଂଘନ କରୁଛନ୍ତି । ଆଜି ବାରାମୁଲା ଜିଲ୍ଲାରେ ପାକିସ୍ତାନ ପଟୁ ହୋଇଥିବା ଫାଇରିଙ୍ଗରେ ଦୁଇ ଜଣ ବୀର ଯବାନ ସହିଦ ହୋଇଛନ୍ତି । ସୀମାରେ ଆତଙ୍କବାଦୀଙ୍କୁ ଉଚିତ ଯବାବ ଦେଉଛନ୍ତି ବୀର ଯବାନମାନେ ।

ଲକଡାଉନ୍ : ମଦ ଦୋକାନ କେଉଁଠି ଖୋଲିବ,କଣ ଏହାକୁ ନେଇ ନିୟମ,ଜାଣନ୍ତୁ ସବୁ ପ୍ରଶ୍ନର ଉତ୍ତର

ନୂଆଦିଲ୍ଲୀ:   ଲକଡାଉନ ୩.୦ରେ ଯଦି କୌଣସି ପ୍ରଶ୍ନର ଅଧିକ ଉତ୍ତର ଖୋଜାଯାଉଛି ତେବେ ତାହା ହେଉଛି ମଦ । ସୋସିଆଲ ମିଡିଆରେ ଲୋକେ ପରସ୍ପରକୁ ପଚାରୁଛନ୍ତି ଯେ, ୪ ମେ’ ପରେ ତାଙ୍କ ଅଂଚଳରେ ମଦ ମିଳିବ କି ନାହିଁ । ଲକଡାଉନ୍ ଭିତରେ ମଦ ମିଳିବ କି ନାହିଁ ତାକୁ ନେଇ ସୃଷ୍ଟି ହୋଇଥିବା କନଫ୍ୟୁଜନ ଦୁର କରିବା ଏହା ଖବରର ଲକ୍ଷ୍ୟ ।

ମଦ ବିକ୍ରିକୁ ନେଇ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରଣାଳୟର ଆଦେଶ କଣ ? ରେଡ୍,ଅରେଞ୍ଜ  ଓ ଗ୍ରୀନ ଜୋନ୍ ,ଏହି ତିନି ଜୋନ୍ ଭିତରୁ କେଉଁ ଜୋନରେ ମଦ ମିଳିବ ? ମେ’ ୪ ତାରିଖରୁ କଣ ସମଗ୍ର ଦେଶରେ ମଦ ଉପଲବ୍ଧ ହେବ ? ଏହା ଏମିତି ପ୍ରଶ୍ନ ଯାହାକୁ ନେଇ ସୋସିଆଲ ମିଡିଆରେ ଢେର ଚର୍ଚ୍ଚା ଚାଲିଛି । ସ୍ୱରାଷ୍ଟ୍ର ମନ୍ତ୍ରଣାଳୟରେ ଏହି ଆଦେଶ କାରଣରୁ ମଦ ବିକ୍ରିକୁ ନେଇ ଏଭଳି ସବୁ ପ୍ରଶ୍ନ ଉଠୁଛି ।

ଗତକାଲି ଅର୍ଥାତ ମେ’ ଏ୧ ତାରିଖ ଦିନ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ତରଫରୁ ଜାରି କରାଯାଇଥିବା ଆଦେଶ ସଂଖ୍ୟା ୪୦-୩/୨୦୨୦DM୧(A)ର ସଲଗ୍ନ ୧ରେ ସାର୍ବଜନିକ ସ୍ଥାନକୁ ନେଇ ଗାଇଡଲାଇନ୍ ଜାରି କରାଯାଇଛି । ଏହି ତାଲିକାର କ୍ରମାଙ୍କ ସଂଖ୍ୟା ୭ରେ କୁହାଯାଇଛି ଯେ, ସାର୍ବଜନିକ ସ୍ଥାନରେ ମଦ୍ୟପାନ ଓ ପାନ,ଗୁଟକା,ତମାଖୁ ଖାଇବା ପ୍ରତିବନ୍ଧିତ ।

ଏହାର ଠିକ୍ ନିମ୍ନରେ ଅର୍ଥାତ କ୍ରମାଙ୍କ ସଂଖ୍ୟା ୮ରେ କୁହାଯାଇଛି ଯେ, ସାମାଜିକ ଦୂରତା ସୁନିଶ୍ଚିତ କରିବା ମଦ ଦୋକାନ ଓ ପାନ ଦୋକାନୀଙ୍କ  ଦାୟିତ୍ୱ ହେବ । ସେମାନଙ୍କ ଦୋକାନ ଆଗରେ ଏକ ସମୟରେ ୫ରୁ ଅଧିକ ଗ୍ରାହକ ଛିଡା ହେବେ ନାହିଁ ଓ ଗ୍ରାହକଙ୍କ ମଧ୍ୟରେ ଦୂରତା ଅତିକମରେ ୬ ଫୁଟ ହେବ ।

ଏହିଠି ରହିଛି ସନ୍ଦେହର କାରଣ

ମଦ ଦୋକାନ କେଉଁ ଜୋନରେ ଖୋଲିବ ତାକୁ ନେଇ ସୃଷ୍ଟି ହୋଇଥିବା ସନ୍ଦେହ ଏହିଠାରୁ ସୃଷ୍ଟି ହୋଇଛି । କାରଣ ନିର୍ଦ୍ଦେଶରେ  ମଦ ଦୋକାନ କେଉଁ ଜୋନରେ ଖୋଲିବ ତାକୁ ନେଇ ସ୍ପଷ୍ଟ କରାଯାଇନାହିଁ । ଅର୍ଥାତ ମଦ ଦୋକାନ କେବଳ ଗ୍ରୀନ ଜୋନରେ ଖୋଲିବ କି ସବୁ ଜୋନରେ ଖୋଲିବ ତାକୁ ନେଇ ନିର୍ଦ୍ଦେଶରେ କିଛି ମଧ୍ୟ କୁହାଯାଇ ନାହିଁ । ତେଣୁ କିଛି ଏହି ଆଦେଶର ନିଜ ହିସାବରେ ଅର୍ଥ ବାହାର କରୁଛନ୍ତି । ଯେହେତୁ କେଉଁ ଜୋନରେ ମଦ ଦୋକାନ ଖୋଲିବ ତାକୁ ନେଇ ସ୍ପଷ୍ଟ ଭାବେ ଆଦେଶରେ କିଛି ମଧ୍ୟ କୁହାଯାଇ ନାହିଁ, ତେଣୁ ସବୁ ଜୋନ୍- ଗ୍ରୀନ,ଅରେଞ୍ଜ ଓ ରେଡ୍ ଜୋନରେ ମଦ ଦୋକାନ ଖୋଲିବ ବୋଲି କୁହାଯାଉଛି । ଅବଶ୍ୟ ଆଦେଶରେ ଗୋଟିଏ କଥା ସ୍ପଷ୍ଟ କରାଯାଇଛି ଯେ,କଣ୍ଟେନମେଣ୍ଟ ଏରିଆରେ ମଦ ଦୋକାନ ବିଲକୁଲ ଖୋଲିବ ନାହିଁ ।

 

ଦେଶରେ ୧୨୨ ଯବାନଙ୍କୁ କରୋନା, ଏବେ ବି ଆହୁରି ୧୫୦ ଯବାନଙ୍କ ରିପୋର୍ଟକୁ ଅପେକ୍ଷା

ନୂଆଦିଲ୍ଲୀ: ସାରା ଦେଶକୁ ପ୍ରଭାବିତ କରିଛି କରୋନା । ଦିଲ୍ଲୀର ଅବସ୍ଥାରେ କୌଣସି ଉନ୍ନତି ହୋଇନାହିଁ । ଲଗାତାର ଏଠାରେ କରୋନା ସଂକ୍ରମଣଙ୍କ ସଂଖ୍ୟା ବଡ଼ିବାରେ ଲାଗିଛି | ଏଥିରୁ ବାଦ ପଡି ନାହାଁନ୍ତି ଆମ ଦେଶର ବୀର ଯବାନମାନେ । ପୋଲିସ ପରେ ଏବେ କରୋନାରେ ସଂକ୍ରମିତ ହୋଇଛନ୍ତି ସିଆରପିଏଫ ଯବାନ । ଗତକାଲି ସିଆରପିଏଫର ୧୨ ଜଣ ଯବାନ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି ।

କୋଭିଡ୍ ବାହାନାରେ ଡାଏଲିସିସ୍‌, କେମୋଥେରାପି ପାଇଁ ମନା କରିପାରିବେନି ଘରୋଇ ହସ୍ପିଟାଲ

ଯାହାଫଳରେ ସାରା ଦେଶରେ ୧୨୨ ସିଆରପିଏଫ ଯବାନ ଏଯାବତ କରୋନାରେ ସଂକ୍ରମିତ ହୋଇଛନ୍ତି । ଏବେ ବି ଆହୁରି ୧୫୦ ସିଆରପିଏଫ ଯବାନଙ୍କ ରିପୋର୍ଟ ଆସିବା ବାକି ରହିଛି । ପଜିଟିଭ ରିପୋର୍ଟ ଆସିଥିବା ସମୃସ୍ତ ଯବାନ ଦିଲ୍ଲୀର ମୟୂର ବିହାର ସ୍ଥିତ ୩୧ ବାଟାଲିୟନରେ କାର୍ଯ୍ୟରତ ଥିଲେ । ଏବେ ସମସ୍ତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗତ ୨୮ ତାରିଖରେ ୫୫ ବର୍ଷୀୟ ଜଣେ ସିଆରପିଏଫ ଯବାନ କରୋନାରେ ସହିଦ ହୋଇଥିଲେ, ଘଟଣାରେ ଅସନ୍ତୋଷ ଜାହିର କରିବା ସହ ସିଆରପିଏଫ ଡିଜିଙ୍କୁ ରିପୋର୍ଟ ମାଗିଥିଲା କେନ୍ଦ୍ର ଗୃହ ମନ୍ତ୍ର।ଳୟ ।

ଚିନ୍ତା ବଢ଼ାଉଛନ୍ତି ଲକ୍ଷଣହୀନ ସଂକ୍ରମଣ, ଆଉ ୨ କୋଲକାତା ଫେରନ୍ତା ପଜିଟିଭ୍

ଭୁବନେଶ୍ୱର: ଯାଜପୁର ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ସକାଳେ ୫ ଜଣଙ୍କ ନମୁନା ପଜିଟିଭ୍ ଆସିଥିବା ବେଳେ ଏବେ ପୁଣି ଆଉ ୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୪୭ରେ ପହଞ୍ଚିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବସାଇଟରେ ସୂଚନା ଦିଆଯାଇଛି ।

ସଂକ୍ରମିତ ୨ ଜଣ କୋଲକାତାରୁ ଫେରିଥିଲେ । ଉଭୟ ବରୀ ବ୍ଲକର ହୋଇଥିବା ବେଳେ ବୟସ ୪୮ ବର୍ଷ ପୁରୁଷ, ୫୫ ବର୍ଷୀୟ ପୁରୁଷ ବୋଲି ଜଣାପଡ଼ିଛି । ସେମାନଙ୍କ ଠାରେ କରୋନାର କୌଣସି ଲକ୍ଷଣ ମଧ୍ୟ ନାହିଁ । କୋଲକାତାରୁ ଫେରିବା ପରେ ଦୁହେଁ କ୍ୱାରେଣ୍ଟାଇନରେ ଥିଲେ ।

କେନ୍ଦ୍ର ଜାରି କଲା ରେଡ୍‌ ଜୋନ ତାଲିକା, ଜାଣନ୍ତୁ କେଉଁ ଜୋନରେ ଅଛି ରାଜ୍ୟର କେଉଁ ଜିଲ୍ଲା…

ଯାଜପୁର ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୪୭ରେ ପହଞ୍ଚିବା ସହ ଏହା ଖୋର୍ଦ୍ଧା ଜିଲ୍ଲା ସହିତ ସମକକ୍ଷ ହୋଇଛି । ରାଜ୍ୟରେ ଏବେ ୧୫୬ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୧୦୦ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି । ୫୫ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି ।

କେନ୍ଦ୍ର ଜାରି କଲା ରେଡ୍‌ ଜୋନ ତାଲିକା, ଜାଣନ୍ତୁ କେଉଁ ଜୋନରେ ଅଛି ରାଜ୍ୟର କେଉଁ ଜିଲ୍ଲା…

ମରିଗଲା ମାନବିକତା: କରୋନା ସନ୍ଦେହରେ ହସ୍ପିଟାଲ ଚିକିତ୍ସା କଲାନି,ଘର ମାଲିକ ଘର ଭିତରକୁ ମୃତଦେହ ଛାଡିଲେନି !

ଭୁବନେଶ୍ୱର: ଏକ ଅନିଶ୍ଚିତ ମୃତ୍ୟୁର ଆଶଙ୍କା ମାନବିକତାକୁ ମାରି ଦେଉଛି କି ? କରୋନାର ଆତଙ୍କ ଭିତରେ ଏ ପ୍ରଶ୍ନର ଉତ୍ତର ଏବେ ସମସ୍ତଙ୍କୁ ଆନ୍ଦୋଳିତ କରୁଛି । ସଂକ୍ରମଣର ଆଶଙ୍କା କରି ମୃତ୍ୟୁ ସହ ସଂଘର୍ଷ କରୁଥିବା ହୃଦରୋଗୀଙ୍କୁ ବି ଫେରାଇ ଦେଉଛି ହସପିଟାଲ୍‌ । ରାସ୍ତାରେ ମରି ଯାଉଛି ରୋଗୀ । ଆଉ ରାତିସାରା ରାସ୍ତାକଡ଼ରେ ପଡ଼ି ରହୁଛି ମୃତଦେହ । ଶେଷରେ ଅସହାୟ ଝିଅ ବାପାଙ୍କୁ ଦେଉଛି ମୁଖାଗ୍ନି। ଏହି ହୃଦୟହୀନ ଘଟଣାର ସାକ୍ଷୀ ପାଲଟୁଛି ସ୍ୱାର୍ଥପର ସ୍ମାର୍ଟସିଟି । ପୂରା ରିପୋର୍ଟ ପଢିଲେ , ଆପଣ ବି କହିବେ ସଂକ୍ରମଣର ଭୟ କଣ ଏତେ କଠୋର କରିପାରେ ମଣିଷକୁ ।

୨୭ ଏପ୍ରିଲ୍‌ ରାତି ପ୍ରାୟ ୧୨ଟା ଏଇଠୁ ଆରମ୍ଭ ହୁଏ ସଂଘର୍ଶର କାହାଣୀ । ବାପାର ନିଶ୍ୱାସ ବଞ୍ଚାଇବାକୁ ଝିଅ କରିଥିଲା ସଂଘର୍ଷ । ରାତି ଅଧରେ ହଠାତ୍‌ ଛାତିରେ ଯନ୍ତ୍ରଣା ଅନୁଭବ କଲେ ବାପା ରବୀନ୍ଦ୍ର ନାୟକ । ଲକ୍‌ଡାଉନ୍‌ର ରାତିରେ କଣ କରିବେ କିଛି ଚିନ୍ତା କରି ପାରିଲେନି ସ୍ତ୍ରୀ ଓ ଝିଅ । ୧୦୮, ୧୦୪ ଓ ୧୦୦, ସବୁ ଜରୁରୀକାଳୀନ ନମ୍ବରରେ ଫୋନ୍‌ କଲେ ସୌମନିତା । ହେଲେ ସବୁଠି ନିରାଶ ହେବାକୁ ପଡିଲା । କାରଣ ରବୀନ୍ଦ୍ରଙ୍କ ଘର ଥିଲା ହଟସ୍ପଟ୍‌ ବମିଖାଲ୍‌ରେ । ସଂକ୍ରମଣର ଆତଙ୍କରେ କେହି ଆସିଲେନି ଘରକୁ । ଅନ୍ଧାର ରାତିରେ ବାପାଙ୍କୁ ବଂଚାଇବାକୁ ଝିଅ ଆରମ୍ଭ କଲା ସଂଘର୍ଷ । ଶେଷରେ ଏକ ଓଲା କ୍ୟାବ୍‌ ରାଜି ହୋଇଥିଲା ରବୀନ୍ଦ୍ରଙ୍କୁ ହସପିଟାଲ୍‌କୁ ନେବାକୁ । ପ୍ରଥମେ ପହଞ୍ଚିଥିଲେ ଲକ୍ଷ୍ମୀସାଗରସ୍ଥିତ ସନସାଇନ୍‌ ହସପିଟାଲ୍‌ରେ । ହେଲେ ବମିଖାଲ୍‌ ନାଁ ଶୁଣି ଫେରାଇ ଦେଇଥିଲେ ହସପିଟାଲ୍‌ କର୍ତ୍ତୃପକ୍ଷ । ଏହାପରେ ଯନ୍ତ୍ରଣାରେ ଛଟପଟ ବାପାଙ୍କୁ ନେଇ ସ୍ପର୍ଶ ହସପିଟାଲ୍‌ରେ ପହଞ୍ଚିଥିଲେ ସୌମନିତା । କିଛି ସମୟର ଚିକିତ୍ସା ପରେ ରବୀନ୍ଦ୍ରଙ୍କୁ ସେମାନେ ରେଫର୍‌ କରି ଦେଇଥିଲେ । ଆଉ କେୟାର ହସପିଟାଲ୍‌ ନେଇ ଆସିବା ବାଟରେ ପ୍ରାଣ ହରାଇଥିଲେ ରବୀନ୍ଦ୍ର।

ଏତିକିରେ ସରିନଥିଲା କରୁଣ କାହାଣୀର ହୃଦୟହୀନ ଅଧ୍ୟାୟ । ବାପାଙ୍କ ଶବ ଓ ବିଧବା ମାଆଙ୍କୁ ନେଇ ଝିଅ ପହଞ୍ଚିଥିଲେ ନିଜ ଭଡ଼ାଘରକୁ । ହେଲେ ମାଲିକ କିନ୍ତୁ ଶବକୁ ପୂରାଇ ଦେଇନଥିଲେ ଘରେ । ଶେଷରେ ଅନ୍ଧାର ରାତିରେ ରାଜଧାନୀର ରାସ୍ତାକଡ଼ରେ ମାଆଝିଅ ବସି ରହିଲେ। ଏପରିକି ସାହାଯ୍ୟ କରିବା ପରିବର୍ତ୍ତେ ପୋଲିସ୍‌ ମଧ୍ୟ ଦେଖାଇଥିଲା ନାଲି ଆଖି।

ପୁଅ ପାରଳାଖେମୁଣ୍ଡିରେ। ଘର ଯାଜପୁରରେ। କୁଆଡ଼େ ନେବେ ଶବକୁ । କେମିତି କରିବେ ସଂସ୍କାର । ଶେଷରେ ସତ୍ୟନଗର ଶ୍ମଶାନକୁ ନେଇଥିଲେ ସଂସ୍କାର ପାଇଁ । ପୁଅକୁ ଅପେକ୍ଷା ନକରି ଝିଅ ଦେଇଥିଲା ମୁଖାଗ୍ନି ।

ଏବେ ପ୍ରଶ୍ନ ଉଠୁଛି, କିଏ  ମରିଗଲା ରାଜଧାନୀରେ। ଜଣେ ଅସହାୟ ଝିଅର ବାପା ନା ମଣିଷର ମାନବିକତା । ସ୍ୱାର୍ଥପର ସହର ତ ଶୋଇ ପଡିଥିଲା । ହେଲେ ଏ ସମ୍ବେନଶୀଳ ଘଟଣା ବ୍ୟବସ୍ଥାକୁ ମଧ୍ୟ ପ୍ରଶ୍ନ କରିଛି।

ଭୁବନେଶ୍ୱର: ଯାଜପୁରରୁ ଆଉ ୨ କରୋନା ଆକ୍ରାନ୍ତି ଚିହ୍ନଟ । ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୪୭କୁ ବୃଦ୍ଧି । ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୫୬ରେ ପହଞ୍ଚିଲା ।

ଭୁବନେଶ୍ୱର: ଯାଜପୁରରୁ ଆଉ ୨ କରୋନା ଆକ୍ରାନ୍ତି ଚିହ୍ନଟ । ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୪୭କୁ ବୃଦ୍ଧି । ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୫୬ରେ ପହଞ୍ଚିଲା ।

ସୁରତରୁ ଘରକୁ ଫେରୁଥିବା ପ୍ରବାସୀ ଓଡ଼ିଆଙ୍କ ବସ୍‌ ଭିତରେ ମୃତ୍ୟୁ

ଭୁବନେଶ୍ୱର: ଘରକୁ ଫେରୁଥିଲେ ହେଲେ ଘରେ ପହଞ୍ଚି ପାରିଲେନି । କରୋନା ଲକ୍‌ଡାଉନ ଭିତରେ ସୁରତରେ ହେଉଥିଲେ ହନ୍ତସନ୍ତ । ତେଣୁ ଯେଣତେଣ  ଘରକୁ ଫେରିବା ପାଇଁ ଉଦ୍ୟମ କରିଥିଲେ। ଶେଷରେ ପ୍ରବାସୀ ଓଡ଼ିଆଙ୍କୁ ନେଇ ଓଡ଼ିଶା ଆସୁଥିବା ବସ୍‌ରେ ବସିଲେ, କିନ୍ତୁ ଘର ତାଙ୍କ ପାଇଁ ଅପହଞ୍ଚ ହୋଇଗଲା । ସେ ଆଉ କେବେ ମଧ୍ୟ ଘରେ ପହଞ୍ଚି ପାରିବେନି କାରଣ ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଛି । ଏହିଭଳି ହୃଦୟ ବିଦାରକ ଘଟଣା ଜଣେ ପ୍ରବାସୀ ଓଡ଼ିଆଙ୍କ ସହ ଘଟିଛି ।

କୋଭିଡ୍ ବାହାନାରେ ଡାଏଲିସିସ୍‌, କେମୋଥେରାପି ପାଇଁ ମନା କରିପାରିବେନି ଘରୋଇ ହସ୍ପିଟାଲ

ସୁରତରୁ ଓଡ଼ିଶା ଆସୁଥିବା ବେଳେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି  । ଏହି ବ୍ୟକ୍ତି ଜଣକ ବସ୍‌ ଯୋଗେ ଗୁଜରାଟରୁ ଓଡ଼ିଶା ଆସୁଥିଲେ । ତାଙ୍କର ନାମ ହେଉଛି ପ୍ରକାଶ ଗୌଡ଼ ବୟଷ ୪୫ ବର୍ଷ । ପ୍ରକାଶଙ୍କ ଘର ଗଞ୍ଜାମ ଜିଲ୍ଲାରେ । ତାଙ୍କର ବସ୍ ଭିତରେ କୌଣସି କାରଣରୁ ମୃତ୍ୟୁ ହୋଇଛି । ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଥିବା ବେଳେ ତାଙ୍କ ପରିବାର ଲୋକଙ୍କର କହିବା ଅନୁଯାୟୀ ତାଙ୍କର ସ୍ୱାସ୍ଥ୍ୟଗତ ସମସ୍ୟା ରହିଥିଲା । ଗଞ୍ଜାମ ପ୍ରଶାସନ ପାଖରେ ସମୃକ୍ତ ବ୍ୟକ୍ତିଙ୍କ ଖବର ରହିଛି । ବର୍ତ୍ତମାନ ବସ୍‌କୁ ଛତିଶଗଡ଼ରେ ଅଟକା ଯାଇଥିବା ସୂଚନା ରହିଛି । ସମ୍ପୃକ୍ତ ବ୍ୟକ୍ତିଙ୍କ ବାବଦରେ ସବିଶେଷ ତଥ୍ୟ ପ୍ରକାଶ ପାଇନାହିଁ ।

ଛାୟାରାଣୀଙ୍କୁ କଣ ପାଇଁ ପ୍ରଶଂସା କଲେ କ୍ରିକେଟର ଭିଭିଏସ ଲକ୍ଷ୍ମଣ ?

ଭଦ୍ରକ: ଭଦ୍ରକର  ଛାୟାରାଣୀଙ୍କୁ ପ୍ରଶଂସା କଲେ କ୍ରିକେଟର ଭିଭିଏସ ଲକ୍ଷ୍ମଣ । କରୋନା ପାଇଁ ଲକଡାଉନ ଆଉ ଲକଡାଉନ ପାଇଁ ସବୁ ଅର୍ଥ ସରିଯାଇଛି । ଏଭଳି ପରିସ୍ଥିତି ନଜ ପେଟପାଟଣା ପାଇଁ ଏବେ ସମସ୍ତେ ଚିନ୍ତିତ । କେଉଁଠୁ ଆସିବ ଟଙ୍କା ଏବଂ କେମିତି ଚଳିବ ପରିବାର ଏନେଇ ଚିନ୍ତାରେ ଗରିବ ଶ୍ରେଣୀର ଲୋକ । ଏଭଳି ପରିସ୍ଥିତିରେ ଲୋକେ କିପରି ହଇରାଣ ହରକତ ନହେବେ ସେନେଇ ବିଭିନ୍ନ ପଦକ୍ଷେପ ନେଉଛନ୍ତି ସରକାର । କେବଳ ସେତିକି ନୁହେଁ କେତକ ସ୍ୱେଚ୍ଛାସେବୀମାନେ ମଧ୍ୟ ଆଗଉଛନ୍ତି । କିନ୍ତୁ ଏବେ ଜଣେ ମହିଳା କୃଷକଙ୍କ କାର୍ଯ୍ୟକୁ ସମସ୍ତେ ପ୍ରଶଂସା କରିଛନ୍ତି ।

ଭଦ୍ରକକର ଛାୟାରାଣୀ ସାହୁ ପେଶାରେ ଜଣେ କୃଷକ । କିନ୍ତୁ ଏବେ ତାଙ୍କ ନିଶା ପାଲଟିଛି ଲୋକଙ୍କୁ ସାହାଯ୍ୟ କରିବା । ନିଜ ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ଲକଡାଉନ୍ ଏବଂ ସଟଡାଉନରେ ସବୁ କାର୍ଯ୍ୟ ଠପ୍ ହୋଇଯାଇଛି ଲୋକେ ନାହିଁ ନଥିବା ହିନସ୍ତା ହେଉଛନ୍ତି । ତେଣୁ ସେ ଅସହାୟ ଲୋକଙ୍କୁ ସାହାଯ୍ୟ କରିବାକୁ ଅଣ୍ଟଭିଡ଼ିଛନ୍ତି । ନିଜର ଉତ୍ପାଦନ ପନିପରିବାକୁ ସେ ନିଜ ଅଞ୍ଚଳର ଆଖପାଖ ୧୫ଟି ଗାଁରେ ବାଣ୍ଟିଛନ୍ତି । ତାଙ୍କର ଏଭଳି ପଦକ୍ଷେପକୁ ନେଇ ପ୍ରଂସଶା କରିଛନ୍ତି କ୍ରିକେଟର ଭିଭିଏସ ଲକ୍ଷ୍ମଣ ।

କର୍ଣ୍ଣାଟକ ଓ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ସହ ନବୀନଙ୍କ ଆଲୋଚନା, ଫେରିବେ ପ୍ରବାସୀ

ଭୁବନେଶ୍ୱର:  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡ଼ିଓ କନଫରେନସିଂ ଜରିଆରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି ଏସ୍ ୟେଦୁରପ୍ପା ଓ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇ. ଏସ ଜଗମୋହନ ରେଡ୍ଡୀଙ୍କ ସହିତ କଥା ହୋଇଛନ୍ତି । ଉଭୟ ରାଜ୍ୟରେ ଅଟକି ରହିଥିବା ଓଡ଼ିଆମାନଙ୍କ ଫେରିବା ସମ୍ପର୍କରେ ଆଲେଚନା ହୋଇଥିଲା । ଏହି ବୈଠକରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଭିଡ଼ିଓ କନଫରେନସିଂ ଜରିଆରେ ଯୋଗ ଦେଇଥିଲେ ।

ଲକଡାଉନ୍ ସମୟରେ ଉଭୟ ରାଜ୍ୟର ସରକାର ସେଠାରେ ରହିଥିବା ଓଡ଼ିଆମାନଙ୍କ ଉପଯୁକ୍ତ ଯତ୍ନ ନେଇଥିବାରୁ ମୁଖ୍ୟମନ୍ତ୍ରୀ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି ଏସ୍ ୟେଦୟୁରପ୍ପା ଓ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇ. ଏସ ଜଗମୋହନ ରେଡ୍ଡୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଓଡ଼ିଶା ଆସିବାକୁ ଚାହୁଁଥିବା ଓଡ଼ିଆମାନେ ଯେପରି ସୁବିଧାରେ ଫେରି ଆସିବେ ମୁଖ୍ୟମନ୍ତ୍ରୀ ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ । ଆଲୋଚନା ସମୟରେ ଉଭୟ କର୍ଣ୍ଣାଟକ ଏବଂ ଆନ୍ଧ୍ରପ୍ରଦେଶ  ମୁଖ୍ୟମନ୍ତ୍ରୀ ଦର୍ଶାଇଥିଲେ ଯେ, ସେମାନଙ୍କ ରାଜ୍ୟସରକାର ଏହି ମଧ୍ୟରେ ଅନେକ କାର୍ଯ୍ୟ ଆରମ୍ଭ କରିଲେଣି । ତେଣୁ ଯେଉଁମାନେ ଚାହିଁବେ ସେମାନେ ସେଠାରେ ରହି ମଧ୍ୟ କାମ କରିପାରିବେ । ଯେଉଁମାନେ ନିଜ ରାଜ୍ୟକୁ ଫେରିବାକୁ ଚାହାଁନ୍ତି , ସେମାନଙ୍କୁ ସବୁ ପ୍ରକାର ସହଯୋଗ ଯୋଗଇ ଦିଆଯିବ ବୋଲି ଉଭୟ ରାଜ୍ୟ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ ।

କରୋନା ସଂକଟକୁ ଓଡ଼ିଶା ସରକାର ଯେଉଁଭଳି ଭାବେ ମୁକାବିଲା କରୁଛନ୍ତି ତାହାକୁ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଉଚ୍ଚ ପ୍ରଂଶସା କରିଛନ୍ତି ।

ଯେଉଁମାନେ ଓଡ଼ିଶା ଫେରିବାକୁ ଆଗ୍ରହୀ ସେମାନଙ୍କୁ ଯେପରି ଓଡ଼ିଶା ସରକାରଙ୍କ ଅନଲାଇନ୍ ପୋର୍ଟାଲରେ ପଞ୍ଜିକରଣ କରିପାରିବେ ସେଥିପାଇଁ ସହଯୋଗ କରିବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କର୍ଣ୍ଣାଟକ ଓ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ । ଓଡ଼ିଶା ଫେରିବାକୁ ଚାହୁଁଥିବା ଓଡ଼ିଆ ଲୋକମାଙ୍କର ସ୍କ୍ରିନିଂ, ରେଜିଷ୍ଟ୍ରେସନ ଏବଂ ଯାତ୍ରା ସମ୍ପର୍କିତ ବିଭିନ୍ନ ବ୍ୟବସ୍ଥା ସମ୍ପର୍କରେ ଏକ ବିଧିବଦ୍ଧ ପ୍ରୋଟୋକଲ୍ ପ୍ରସ୍ତୁତ ଉପରେ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା ।

ବୈଠକରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟଳୟର ମୁଖ୍ୟ ଉପଦେଷ୍ଟା ଆର ବାଲକ୍ରିଷ୍ଣନ୍,ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

ଆମେରିକାର ଦାବିକୁ ଖଣ୍ଡନ କଲା WHO, କହିଲା ଏଇଠୁ ଆସିଛି କରୋନା…

ନୂଆଦିଲ୍ଲୀ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଜରୁରୀକାଳୀନ ପରିସ୍ଥିତିର ମୁଖ୍ୟ ଡାକ୍ତର ମାଇକେଲ ରୟାନଙ୍କ ଅନୁସାରେ,   କରୋନା ଭାଇରସର ଉତ୍ପତ୍ତି ପ୍ରାକୃତିକ  । ଏନେଇ WHO  ନିଶ୍ଚିତ ବୋଲି  ସେ କହିଛନ୍ତି ।  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିବୃତ୍ତି ପରେ ସେ ଏହା କହିଛନ୍ତି । କରୋନା ଭାଇରସର ଉତ୍ପତି ଉହାନ ଲାବ୍ରୋଟୋରିରୁ ବୋଲି ନିକଟରେ  ଟ୍ରମ୍ପ କହିଥିଲେ । ଏନେଇ ତାଙ୍କ ପାଖରେ ପ୍ରମାଣ ଅଛି ବୋଲି ସେ ମଧ୍ୟ ଦାବି କରିଥିଲେ ।  ରିୟାନ୍ କହିଛନ୍ତି ଯେ WHO ବାରମ୍ବାର ଏନେକ ବୈଜ୍ଞାନିକଙ୍କ ସହ ଆଲୋଚନା କରିଛି, ଯେଉଁମାନେ କି  ଭାଇରସର ଜିନ୍ କ୍ରମ ଦେଖିଛନ୍ତି ଏବଂ ଏଥିରୁ ଆମେ ବୁଝୁଛୁ ଯେ ଏହି ଭୂତାଣୁ ଉତ୍ପତି ପ୍ରାକୃତିକ ଉପାୟରେ ହୋଇଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ କରୋନା ଭାଇରସ୍ ସହିତ ପ୍ରାକୃତିକ ହୋଷ୍ଟକୁ ଚିହ୍ନଟ କରିବା ନିହାତି ଆବଶ୍ୟକ । ଯାହା ଦ୍ୱାରା ଏହା ବିଷୟରେ ଅଧିକ ସୂଚନା ମିଳିପାରିବ ଏବଂ ଭବିଷ୍ୟତରେ ଏପରି ବିପଦରୁ ବଞ୍ଚି ପାରିବା ।

ଚୀନ୍ ଉପରେ ରାଗିଛନ୍ତି ଟ୍ରମ୍ପ

ଗୁରୁବାର ଦିନ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଚୀନ୍‌ର ଭାଇରୋଲୋଜି ପ୍ରତିଷ୍ଠାନରୁ କରୋନା ଭୂତାଣୁ ଉତ୍ପନ୍ନ ହୋଇଛି ବୋଲି ସେ ନିଶ୍ଚିତ ଅଛନ୍ତି । ଟ୍ରମ୍ପ ବାରମ୍ବାର ଚୀନ୍ ଉପରେ ଆକ୍ରମଣ କରୁଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ସେ ଚୀନ୍ ଉପରେ  ଶୁଳ୍କ ବୃଦ୍ଧି କରିବେ, କାରଣ ଆଜି ଚୀନ୍ ଯୋଗୁଁ ଆମେରିକା ଏତେ ଖରାପ ଅବସ୍ଥାରେ ଅଛି ।

ଅଧିକାଂଶ ବୈଜ୍ଞାନିକ ବିଶ୍ୱାସ କରନ୍ତି ଯେ, ଏହି ଭୂତାଣୁ ଚୀନ୍ ସହରରେ ଅବସ୍ଥିତ ଏକ ମାଂସ ବଜାରରୁ ଉତ୍ପନ୍ନ ହୋଇଛି । ତେବେ ଏପର୍ଯ୍ୟନ୍ତ କେଉଁ ପ୍ରାଣୀ କରୋନା ଭୂତାଣୁ ବିସ୍ତାର କରିଛନ୍ତି ତାହା ନିଶ୍ଚିତ ହୋଇନାହିଁ।

କରୋନାରେ ଧରାସାୟୀ ହେଉଛି ଆମେରିକା

ବର୍ତ୍ତମାନ ସୁଧା ବିଶ୍ୱରେ ୩୩ ଲକ୍ଷରୁ ଅଧିକ ଲୋକ କରୋନା ଭୂତାଣୁର ସଂକ୍ରମିତ ହୋଇଛନ୍ତି ଏବଂ ପ୍ରାୟ ୨.୪୦ଲକ୍ଷ ଲୋକଙ୍କର ମୃତ୍ୟୁ ହୋଇଛି । ସବୁଠାରୁ ଖରାପ ଅବସ୍ଥା ଆମେରିକାର, ଯେଉଁଠାରେ ଏପର୍ଯ୍ୟନ୍ତ ୬୫ ହଜାର ଲୋକଙ୍କର ମୃତ୍ୟୁ ହୋଇଛି ଏବଂ ୧୧ ଲକ୍ଷରୁ ଅଧିକ ଲୋକ କରୋନା ସଂକ୍ରମିତ ହୋଇଛନ୍ତି।