spot_img
Home Blog Page 7171

ଆଗାମୀ ୧୮ରୁ ୨୪ ମାସ ପର୍ଯ୍ୟନ୍ତ ବିଶ୍ୱରେ ରହିବ କରୋନାର ପ୍ରଭାବ, ଜାଣନ୍ତୁ କାହିଁକି

କରୋନାକୁ ନେଇ ସାରା ବିଶ୍ୱ ଭୟରେ ଥରହର ହେଉଛି । ସାମାଜିକ ଦୂରତାକୁ ବଜାୟ ରଖିବା ପାଇଁ ବିଭିନ୍ନ ଦେଶ ଲକଡାଉନକୁ ଆପଣେଉଛନ୍ତି । ଯାହାଫଳରେ ସମସ୍ତେ ଏବେ ଘରେ ତାଲା ପଡ଼ି ଅଛନ୍ତି । ସାରା ବିଶ୍ୱରେ କରୋନା ଲକ୍ଷାଧିକ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ, ଲକ୍ଷଲକ୍ଷ ଲୋକ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ବିଭିନ୍ନ ଦେଶ ଏଥିରୁ ମୁକୁଳିବା ପାଇଁ ଆଣ୍ଟିଭାଇରସ ତିଆରି କରିବାରେ ଲାଗିଛନ୍ତି । କିନ୍ତୁ ପ୍ରତ୍ୟକଥର ବିଫଳର ସ୍ୱାଦ ଚାଖିବାକୁ ପଡ଼ୁଛି ।

ଏଇ ଭିତରେ କରୋନାକୁ ନେଇ ବଡ ସୂଚନା ମିଳିଛି । ଦି ସେଣ୍ଟର ଫର ଇନଫେକ୍ସନ ଡିଜିଜ ଏବଂ ପଲିସି (ସିଆଇଡିଆର୍‌ଏପି)ର ଚେତାବନୀ । ଆଗାମି ୧୮ ରୁ ୨୪ ମାସ ପର୍ଯ୍ୟନ୍ତ କରୋନା ଭାଇରସ୍ ରୋଗର ପ୍ରଭାବ ସାରା ବିଶ୍ୱରେ ଲାଗିରହିବ । ପ୍ରାୟ ୭୦ ପ୍ରତିଶତ ଜନସଂଖ୍ୟାରେ ପ୍ରତିରୋଧକ ନହେବା ପର୍ଯ୍ୟନ୍ତ ଏହି ବିସ୍ତାର ଜାରି ରହିବ ବୋଲି ଦ ସେଣ୍ଟର ଫର ଇନଫେକ୍ସନ ଡିଜିଜ ଏକ ରିପୋର୍ଟରେ କୁହାଯାଇଛି ।

ସିଆଇଡିଆର୍‌ଏପି ର ରିପୋର୍ଟରେ ଦର୍ଶାଯାଇଛି ଯେ ଏକ ଲମ୍ବା ଇନକ୍ୟୁବେସନର ଅବଧି ଏବଂ ଅଧିକ ପ୍ରଜନନ ସଂଖ୍ୟା ହେତୁ କୋଭିଡ-19 ଫ୍ଲୁ ଅପେକ୍ଷା ଅଧିକ ସହଜରେ ଦେଶ ମଧ୍ୟରେ ବ୍ୟାପିଥାଏ । ଅଧିକ ପ୍ରଜନନ ହେବା ଦ୍ୱାରା କରୋନା ମହାମାରୀ ଶେଷ ହେବା ପୂର୍ବରୁ ଅଧିକ ଲୋକଙ୍କୁ ସଂକ୍ରମିତ କରିବ ଏବଂ ଏହାକୁ ରୋକିବାକୁ ହେଲେ ରୋଗ ପ୍ରତିରୋଧକ ହେବା ଆବଶ୍ୟକ ବୋଲି ରିପୋର୍ଟରେ ଦର୍ଶାଯାଇଛି ।

ରିପୋର୍ଟରେ କୁହାଯାଇଛି ଯେ କୋଭିଡ-19 ମହାମାରୀ, ଯାହା ପ୍ରଥମେ ଡିସେମ୍ବର ୨୦୧୯ ରେ ଚାଇନାରେ ଉତ୍ପନ୍ନ ହୋଇଥିଲା । ୧୦୦ ବର୍ଷରୁ ଅଧିକ ସମୟ ମଧ୍ୟରେ ଏହା ଜନସ୍ୱାସ୍ଥ୍ୟର ସବୁଠାରୁ ଖରାପ ସଙ୍କଟ ପାଲଟିଛି । ଯଦି ଆମେ ଦେଖିବା ମାର୍ଚ୍ଚ ୧୧, ୨୦୨୦ ପର୍ଯ୍ୟନ୍ତ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଦ୍ୱାରା ଏହା ମହାମାରୀରେ ଘୋଷିତ ହୋଇନଥିଲା । ରିପୋର୍ଟରେ ଦର୍ଶାଯାଇଛି ଯେ ୧୭୦୦ ଦଶକ ଆରମ୍ଭରୁ ଅତି କମରେ ଆଠଟି ବିଶ୍ୱରେ ମହାମାରୀ ଆସିଛି । ସେଥିମଧ୍ୟରୁ ଚାରିଟି ୧୯୦୦ ଦଶକରେ- ୧୯୧୮-୧୯, ୧୯୫୭, ୧୯୬୮, ଏବଂ ୨୦୦୯-୧୦ ରେ ଆରମ୍ଭ ହୋଇଥିଲା ।

ମହାମାରୀର କରୋନା ଏକ ଟିକାର ଅଭାବ ପାଇଁ ବହୁ ମାତ୍ରାରେ ପ୍ରଭାବିତ ହେଉଛି । ଅବଶ୍ୟ, ୨୦୨୧ ମସିହାରେ ଅନ୍ତତଃ ପକ୍ଷେ କିଛି ଦିନ ପର୍ଯ୍ୟନ୍ତ ଟିକା ଉପଲବ୍ଧ ହେବ ନାହିଁ । ଏବଂ ଟିକା ବିକାଶ ସମୟରେ କେଉଁ ପ୍ରକାରର ପରିସ୍ଥିତିକୁ ସାମ୍ନା କରିବାକୁ ପଡ଼ିବ ତାହା କହିହେବ ନାହିଁ ବୋଲି ସିଆଇଡିଆର୍‌ଏପି ଜଣାଇଛି ।

ତେବେ ଆଗକୁ ସରକାରୀ ଏଜେନ୍ସି ଏବଂ ସ୍ୱାସ୍ଥ୍ୟସେବା ବିତରଣ ସଂସ୍ଥା ସ୍ୱାସ୍ଥ୍ୟସେବା କର୍ମଚାରୀଙ୍କ ପର୍ଯ୍ୟାପ୍ତ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ରଣନୀତି ପ୍ରସ୍ତୁତ କରିବା ଉଚିତ ବୋଲି କହିଛନ୍ତି । ସିଆଇଡିଆର୍‌ଏପି  ନିର୍ଦ୍ଦେଶ ଦେଇଛିଯେ ଅଧିକାରୀମାନେ ଠୋସ୍ ଯୋଜନା ପ୍ରସ୍ତୁତ କରିବା ଆରମ୍ଭ କରନ୍ତୁ । ରିପୋର୍ଟରେ ଆହୁରି ମଧ୍ୟ କୁାଯାଇଛିକି ବିଭିନ୍ନ ଦେଶରେ ଏହା ନିର୍ଦ୍ଦେଶ ରହିବା ଉଚିତ ଯେ ଏହି ମହାମାରୀ ଏବେ କମିବ ନାହିଁ ଏବଂ ଆଗାମି ୨ ବର୍ଷ ପର୍ଯ୍ୟନ୍ତ ଲୋକଙ୍କୁ ସଚେତନ ରହିବାକୁ ପଡ଼ିବ ।

କରୋନା ହଟସ୍ପଟ ଜିଲ୍ଲାରେ ଲକଡାଉନ୍ ନୟମକୁ ଫୁ, ଏକାଠି ସଂଖ୍ୟାଧିକ ଲୋକଙ୍କ ପୂଜାର୍ଚ୍ଚନା

ଯାଜପୁର: ଯାଜପୁର ଜିଲ୍ଲା କରୋନାର ହଟସ୍ପଟ୍ ପାଲଟିଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଲକଡାଉନ୍ ନିୟମକୁ କଡ଼ାକଡ଼ି ପାଳନ କରାଯାଉଛି । ଗୋଟିଏ ସ୍ଥାନରେ ଏକାଧିକ ଲୋକ ଏକତ୍ର ହେବା ମନା । ଧାର୍ମିକ ସ୍ଥଳୀରେ ଶ୍ରଦ୍ଧାଳୁଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ ରହିଛି । ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୪୫ରେ ପହଞ୍ଚିଥିବା ବେଳେ ନିୟମ ମାନୁନାହାଁନ୍ତି ଲୋକ । କରୋନା ସଂକ୍ରମଣଲ ବିପଦ ଥିଲେ ବି ଚାଲିଛି ଶନିଦେବଙ୍କ ପୂଜାର୍ଚ୍ଚନା ।

ଜିଲ୍ଲାର ଧର୍ମଶାଳା ବ୍ଲକ କଣ୍ଟିଗଡ଼ିଆ ଗାଁରେ ଲୋକେ ଏକାଠି ହୋଇ ଶନିଦେବଙ୍କ ମନ୍ଦିରରେ ଜଳାଭିଷେକ କରିବା ସହ ପୂଜାର୍ଚ୍ଚନା କରିଛନ୍ତି । ସଂକ୍ରମଣ ରୋକିବାକୁ ମନ୍ଦିର ଗୁଡ଼ିକରେ ଶ୍ରଦ୍ଧାଳୁଙ୍କ ପୂଜାର୍ଚ୍ଚନା ବାରଣ କରାଯାଇଛି । ଏଠି ନିୟମ ନମାନି ସଂଖ୍ୟାଧିକ ଲୋକ ଭିଡ଼ କରି ପୂଜାପାଠ କରିଛନ୍ତି ।

ଏତେ ସଂଖ୍ୟାରେ ଲୋକ ଏକାଠି ହୋଇଥିଲେ ବି ମନରେ କାହାରି କିଛି ଭୟନଥିବା ଦେଖିବାକୁ ମିଳିଥିଲା । ସାମାଜିକ ଦୂରତା କେହି ରକ୍ଷା କରିନଥିବା ବେଳେ କାହାରି ମୁହଁରେ ମାସ୍କ ମଧ୍ୟ ନଥିଲା । ଲୋକେ ଏ ଦିଗରେ ସଚେତନ ନହେଲେ କରୋନାର କାୟା ଜିଲ୍ଲାରେ ଆହୁରି ବଢ଼ିବା ଏକ ପ୍ରକାର ଥୟ ।

କୋଭିଡ୍ ବାହାନାରେ ଡାଏଲିସିସ୍‌, କେମୋଥେରାପି ପାଇଁ ମନା କରିପାରିବେନି ଘରୋଇ ହସ୍ପିଟାଲ

ଭୁବନେଶ୍ୱର: ଘରୋଇ ଡାକ୍ତରଖାନା ପାଇଁ ଜାରିହେଲା ଗାଇଡଲାଇନ୍‌ । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଜାରି କରିଛି ଗାଇଡଲାଇନ । ଲକଡାଉନ ଆଳରେ ଡାଏଲିସିସ୍‌ , କେମୋଥେରାପି ଭଳି ଅନେକ ଜରୁରୀକାଳୀନ ସେବା ଯୋଗାଇବାରେ ଅନେକ ଘରୋଇ ଡାକ୍ତରଖାନା ପଛଘୁଞ୍ଚା ଦେଉଥିବା ନଜରକୁ ଆସିଥିବା ସ୍ୱାସ୍ଥ୍ୟ ବିଭାଗ କହିଛି ।  ଏହା ଆଦୌ ଗ୍ରହଣୀୟ ନୁହଁ । କେନ୍ଦ୍ର ସରକାର ମଧ୍ୟ ଜରୁରୀ ଡାକ୍ତରୀ ସେବା ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।  କେବଳ ଏତିକି ନୁହଁ ଜରୁରୀ ସେବା ଯୋଗାଇବା ପୂର୍ବରୁ କୋଭିଡ ୧୯ ପରୀକ୍ଷା କରାଇବା ପାଇଁ କହୁଥିବା ସରକାରଙ୍କ ନଜରକୁ ଆସିଛି । ଏହା ଗ୍ରହଣୀୟ ନୁହଁ ବୋଲି ସ୍ୱାସ୍ଥ୍ୟ ବିଭାଗ କହିଛି ।

  ରାଜ୍ୟର କୋଭିଡ ହସ୍ପିଟାଲକୁ ବାଦ ଦେଇ ଅନ୍ୟ ସମସ୍ତ ଘରୋଇ ଡାକ୍ତରଖାନା ଓ କ୍ଲିନିକ ଜରୁରୀ ସେବା ପାଇଁ ଆସୁଥିବା ବ୍ୟକ୍ତିଙ୍କ ପାଇଁ କୋଭିଡ ସନ୍ଦେହ ରହିଲେ ସ୍ୱତନ୍ତ୍ର ଆଇସୋଲେସନ ୟୁନିଟ କରିବାକୁ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ଦେଇଛି ।  ଏହି ଦୃଷ୍ଟିରୁ ଯେକୈାଣସି ଜରୁରୀ ସେବା ପାଇଁ ଡାକ୍ତରଖାନାକୁ ଆସୁଥିବା ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାର ଉଲଂଘନ ହେଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଏପରିକି ଆବଶ୍ୟକ ପଡିଲେ ଲାଇସେନ୍ସ ରଦ୍ଦ କରାଯିବ ବୋଲି ତାଗିଦ କରିଛି ସ୍ୱାସ୍ଥ୍ୟ ବିଭାଗ ।

ଦେଶରେ ୧୨୦୦ ଡେଇଁଲା ମୃତ୍ୟୁସଂଖ୍ୟା, ମହାରାଷ୍ଟ୍ରର ଅବସ୍ଥା ଶୋଚନୀୟ

ନୂଆଦିଲ୍ଲୀ: ନିଦ ହଜାଇଛି କରୋନା ମହାମାରୀ । ତିବ୍ର ଗତିରେ ଦେଶରେ ବ୍ୟାପିବାରେ ଲାଗିଛି କରୋନା ଭାଇରସ୍ । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨,୨୯୩ ଟି କରୋନା ମାମଲା ସାମ୍ନାକୁ ଆସିଛି । ଯାହା ଏପର୍ଯ୍ୟନ୍ତ ଗୋଟିଏ ଦିନରେ ସର୍ବାଧିକ କରୋନା ଚିହ୍ନଟଙ୍କ ସଂଖ୍ୟା ଭାବେ ଧରାଯାଇଛି । ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ସର୍ବଶେଷ ତଥ୍ୟ ଅନୁଯାୟୀ ଗତ ୨୪ଘଣ୍ଟା ମଧ୍ୟରେ କରୋନା ଯୋଗୁଁ ୭୧ ଜଣଙ୍କର ମୃତ୍ୟୁ ହୋଇଛି ।

ଏହା ସହିତ ଦେଶରେ ସମୁଦାୟ କରୋନା ମାମଲା ୩୭୩୩୬କୁ ବୃଦ୍ଧି ପାଇଛି । ଏଥିମଧ୍ୟରେ ୨୬୧୬୭ ସକ୍ରିୟ ମାମଲା ଅନ୍ତର୍ଭୁକ୍ତ ଥିବା ବେଳେ ୯୯୫୦ ଲୋକ ସୁସ୍ଥ ହୋଇଛନ୍ତି ଏବଂ ୧୨୧୮ ଜଣଙ୍କର ମୃତ୍ୟୁ ହୋଇଛି । ଏଥିରେ ମହାରାଷ୍ଟ୍ର ୧ ନମ୍ବର ରହିଛି । ଏହାପୂର୍ବରୁ ଶୁକ୍ରବାର ଦିନ ମହାରାଷ୍ଟ୍ରରେ ୧୦୦୮ ମାମଲା ରୁଜୁ ହୋଇଥିବା ରେକର୍ଡ କରାଯାଇଛି । ଯେଉଁଥିରୁ ୭୪୧ଟି ମାମଲା କେବଳ ମୁମ୍ବାଇର ଥିଲା ।

ଶୁକ୍ରବାର ଦିନ ମହାରାଷ୍ଟ୍ର ପରେ ତାମିଲନାଡୁ ସର୍ବାଧିକ ମାମଲା ସାମ୍ନାକୁ ଆସିଛି । ରାଜ୍ୟରେ ଗୋଟିଏ ଦିନରେ ସର୍ବାଧିକ ୨୦୩ ଜଣଙ୍କ କରୋନା ସଂକ୍ରମିତ ଚିହ୍ନଟ ହୋଇଛି ।  ଗୁଜୁରାଟର ୩୨୬ ଜଣ ଏବଂ ଦିଲ୍ଲୀରେ ୨୨୩ ଜଣଙ୍କଠାରେ ଏହି ସଂକ୍ରମଣ ଚିହ୍ନଟ ହୋଇଛି । କରୋନାରେ ଅଧିକ ସଂଖ୍ୟକ ମୃତ୍ୟୁରେ ମହାରାଷ୍ଟ୍ର ମଧ୍ୟ ଏକ ନମ୍ବର ରହିଛି । ସେଠାରେ ଶୁକ୍ରବାର ଦିନ କରୋନା କାରଣରୁ ୨୬ ଜଣଙ୍କର ମୃତ୍ୟୁ ହୋଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ କରୋନା କାରଣରୁ ୪୮୫ ଲୋକ ପ୍ରାଣ ହରାଇଛନ୍ତି। ଗତକାଲି ଗୁଜୁରାଟରେ ୨୨ଜଣ, ମଧ୍ୟପ୍ରଦେଶରେ ୮ ଜଣ, ରାଜସ୍ଥାନରେ ୪ଜଣ ଏବଂ ଦିଲ୍ଲୀ, ଉତ୍ତରପ୍ରଦେଶ ଏବଂ ଆନ୍ଧ୍ରପ୍ରଦେଶରେ ଦୁଇଜଣଙ୍କର ମୃତ୍ୟୁ ହୋଇଛି । ତାମିଲନାଡୁ ଏବଂ ବିହାରରେ କରୋନା ଯୋଗୁଁ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି ।

ଏସବୁ ଖବର ମଧ୍ୟରେ ରହିଛି କିଛି ଭଲ ଖବର । ଏବେ ପର୍ଯ୍ୟନ୍ତ ୯୯୫୦ଜଣ କରୋନାକୁ ମାତ୍ ଦେଇଛନ୍ତି ଯାହା ଦେଶରେ କରୋନା ସଂକ୍ରମିତଙ୍କର ୨୬ ପ୍ରତିଶତ ।

ନିଜ ବାପାଙ୍କୁ ସେ ସାର୍ ଡାକୁଥିଲେ ! ଏଭଳି କିଛି କଥା ବଖାଣିଲେ ଋଷିଙ୍କ ଡାକ୍ତର…

ମୁମ୍ବାଇ: ରୋମାଣ୍ଟିକ୍ ଏଭରଗ୍ରୀନ୍ ଅଭିନେତା ଥିବା ଋଷି କପୁର ଆଉ ନାହାଁନ୍ତି । ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା। ଋଷି ଗତ ଦୁଇ ବର୍ଷ ଧରି କର୍କଟ ରୋଗରେ ପିଡ଼ୀତ ଥିଲେ । ବୁଧବାର ଦିନ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହେବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଯେଉଁଠି ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । କପୁର ପରିବାରର ୪ ପିଢିର ଚିକିତ୍ସା କରୁଥିବା ଡାକ୍ତର ଓପି କପୁର ଏକ ଗଣମାଧ୍ୟମ ସହ ବାର୍ତ୍ତାଳାପରେ କପୁର ପରିବାର ବିଷୟରେ ଅନେକ କଥା ସେୟାର କରିଛନ୍ତି।

ଋଷି ତାଙ୍କୁ ବହୁତ ସମ୍ମାନ କରନ୍ତି, ତାଙ୍କ ଘରେ କେବଳ ଋଷି ହିଁ ତାଙ୍କୁ ପେରି ପୋନା କରନ୍ତି

ବକୌଲ ଓପି କପୁର କୁହନ୍ତି, ମୁଁ କପୁର ପରିବାରରେ ତିନି ପିଢିଙ୍କ ମୃତ୍ୟୁ ଦେଖିଛି । ମୁଁ ୯୨ ବର୍ଷ ବୟସରେ ଏହା ଦେଖିବା ପାଇଁ କାହିଁକି ବଞ୍ଚିଛି , କହି  ସେ ଆତ୍ମ ବିଭୋର ହୋଇ ପଡ଼ିଥିଲେ ? ୫ ବର୍ଷ ପୂର୍ବେ, ଯେତେବେଳେ ଋଷି ଲିଭରର ରିପୋର୍ଟ ନେଇ ଆସିଥିଲେ, ସେ ବହୁତ ଡରି ଯାଇଥିଲେ । ସେମାନେ କହିବାକୁ ଲାଗିଲେ – ମଉସା ! ମୋର ଲିଭର ସମସ୍ୟା ବାହାରିଛି ବୋଲି ଡାକ୍ତର କହୁଛନ୍ତି । ତେଣୁ ଉନ୍ନତ ଜ୍ଞାନକ କୌଶଳ ଦ୍ୱାରା ଲିଭର ପରୀକ୍ଷଣର କରାଯାଇଥିଲା । ଏବଂ ପରୀକ୍ଷଣରୁ ସେପରି କିଛି ବାହାରି ନଥିଲା | ଏବଂ ଏନେଇ  ଖୁସି ହୋଇ ମୋତେ ଆଲିଙ୍ଗନ କରିଥିଲେ ଋଷି । ମୁଁ କହିଲି- ଋଷି କମ୍ ପିଅ, କମ୍ ଖାଅ, ନିଜ ଓଜନ ହ୍ରାସ କର । କିନ୍ତୁ, ପିଇବା ଏବଂ ପଞ୍ଜାବୀ ଖାଦ୍ୟ କପୁର ପରିବାରର ଦୁର୍ବଳତା । ତାଙ୍କୁ ଆଳୁ ପରଟା, କୋବି ପାରଟା, ବଟର ଚିକେନ୍, ତନ୍ଦୁରି ଚିକେନ୍ ଖାଇବାକୁ ଖୁବ ପସନ୍ଦ କରନ୍ତି । ଏପରିକି ଯେତେବେଳେ ଋଷ ନିୟମିତ ଜିମ୍ ଯାଉଥିଲେ ସେତେବେଳେ ବି ସେ ଏଗୁଡ଼ିକୁ ଖାଇବାକୁ ପସନ୍ଦ କରନ୍ତି ।

ଭଲ ଆଚରଣ ବ୍ୟବହାର ପାଇଁ ଋଷୀ ସର୍ବଦା ସ୍ମରଣୀୟ ହୋଇ ରହିବେ । କପୁର ପରିବାରରେ କେବଳ ଋଷିଙ୍କ ବ୍ୟବହାର ସବୁଠାରୁ ଭଲ । ଯେତେବେଳେ ବି ସେମାନେ ଭେଟିଲେ, ସେମାନେ ନଇଁପଡି ପାଦ ସ୍ପର୍ଷ କରିଥାନ୍ତି । ବହୁ ବର୍ଷ ପୂର୍ବେ ତାଙ୍କୁ ତାଙ୍କର କିଛି ରିପୋର୍ଟ ଦେଖାଇବାକୁ ଆସିଥିଲେ, ସେତେବେଳେ ମୁଁ ଏକ ମିଟିଂରେ ଥିଲି  ସେ ମିଟିଂ ଭିତରକୁ ଆସି ତାଙ୍କ ପାଦକୁ ଛୁଇଁ ଜୋରରେ କହିଲେ – ପେରି ପୋନା ମଉସା । ସେଠାରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ ସେବେଠାରୁ ମୁଁ ତାଙ୍କୁ ରୟାଲ୍ ବେଲିଙ୍ଗଟନ୍ ସ୍ପୋର୍ଟସ୍ କ୍ଲବ୍ ବୋଲି କହିଲି । ଆଜିର ଲୋକମାନେ ତ ଏଗୁଡ଼ା କରିବାକୁ ଭଲପାଆନ୍ତି ନାହିଁ । ଋଷ ରାଜ କପୁରଙ୍କୁ ସାର୍ ହିଁ ଡାକଥିଲେ । ମୁଁ ତାଙ୍କୁ ବାପା ଡାକିବାର କେବେ ଶୁଣି ନାହିଁ ।

ମୁଁ ପୃଥ୍ୱୀରାଜ କପୁରଙ୍କ ଚିକିତ୍ସା କରିଛି । ଯେତେବେଳେ ପୃଥ୍ୱୀରାଜଙ୍କୁ କ୍ୟାନ୍ସର ଅଛି ବୋଲି କୁହାଗଲା, ତାଙ୍କ ମୁହଁରେ କୌଣସି ଦୁଃଖ ନଥିଲା । ଏବଂ ପଚାରିବାକୁ ଲାଗିଲେ – ​​ମୁଁ ମରିବି ? ମୁଁ କହିଲି ଏବେ ନୁହେଁ ତା’ପରେ ସେ ପୁଣି କହିବାକୁ ଲାଗିଲେ – ମୋ ପାଇଁ କୌଣସି ପ୍ରଯୋଜକ ମରିବା ଉଚିତ୍ ନୁହେଁ । ତା’ପରେ ସେ ୧୭ଟି ଚଳଚ୍ଚିତ୍ର କରିଥିଲେ । କର୍କଟ ରୋଗ କାରଣରୁ ପୃଥ୍ୱୀରାଜ ଦୁନିଆ ଛାଡ଼ିଦେଇଥିଲେ ବର୍ତ୍ତମାନ ଋଷି ମଧ୍ୟ ସମାନ ରୋଗରେ ଦୁନିଆ ଛାଡ଼ିଦେଲେ ।

ଯାଜପୁରରେ ବ୍ୟାପୁଛି କରୋନା, ସ୍ପ୍ରେଡର ପାଲଟିଛନ୍ତି ୯୬ ଓ ୯୮ ନମ୍ବର ସଂକ୍ରମିତ !

ଭୁବନେଶ୍ୱର: ଯାଜପୁର ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୫କୁ ବୃଦ୍ଧି ପାଇଛି । ଅଧିକାଂଶ ଆକ୍ରାନ୍ତଙ୍କ ଠାରେ କରୋନାର କୌଣସି ଲକ୍ଷଣ ନାହିଁ । ଗତକାଲି ୪ଟି ପଜିଟିଭ୍ ମାମଲା ଆସିଥିବା ବେଳେ ଆଜି ୫ଟି ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । ପୂର୍ବରୁ ଚିହ୍ନଟ ହୋଇଥିବା ୯୬ ଓ ୯୮ ନମ୍ବର ସଂକ୍ରମିତଙ୍କ ଠାରୁ ପ୍ରାୟ ୧୩ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ଟ୍ରାଭେଲ୍ ହିଷ୍ଟ୍ରୀରୁ ଜଣାପଡ଼ୁଛି ।

ସ୍ୱାସ୍ଥ୍ୟ ବିଭାଗ ୱେବସାଇଟରେ ଉପଲବ୍ଧ ତଥ୍ୟ ଅନୁଯାୟୀ ୯୬ ନମ୍ବର ସଂକ୍ରମିତଙ୍କ ଠାରୁ ୧୩୧, ୧୩୮ ଓ ୧୩୯ ନମ୍ବର କରୋନାରେ ଆକ୍ରାନ୍ତ ହୋଇଛନ୍ତି । ସେହିଭଳି ୧୨୯, ୧୩୦, ୧୩୨, ୧୪୧ ଓ ୧୪୨ ନମ୍ବର ଆକ୍ରାନ୍ତ ୯୮ ନମ୍ବର ସଂକ୍ରମିତଙ୍କ ଠାରୁ କରୋନା ଆକ୍ରାନ୍ତ ହୋଇଛନ୍ତି । ୯୭ ନମ୍ବର ଆକ୍ରାନ୍ତଙ୍କ ଠାରୁ ସଂକ୍ରମିତ ହୋଇଚନ୍ତି ୧୨୮ ଓ ୧୪୦ ନମ୍ବର ଆକ୍ରାନ୍ତ ।

ସେହିଭଳି ୧୩୩, ୧୩୪, ୧୩୫, ୧୩୬, ୧୩୭ ନମ୍ବର ସଂକ୍ରମିତ ୯୬ ଓ ୯୮ ସଂକ୍ରମିତଙ୍କ ସମ୍ପର୍କରେ ଆସି କରୋନାରେ ଆକ୍ରାନ୍ତ ହୋଇଛନ୍ତି । ସମସ୍ତେ ଏବେ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି ।

୯୬ ନମ୍ବର ଆକ୍ରାନ୍ତ, ୫୭ ବର୍ଷୀୟ ପୁରୁଷ । ସେ ମାର୍ଚ୍ଚ ୨୯ରେ କୋଲକାତାରୁ ବୋଲେରୋରେ ୬ ଜଣଙ୍କ ସହିତ ଫେରିଥିଲେ । ତାଙ୍କୁ ଦଶରଥପୁର ବ୍ଲକ କଟିକଟା ପଞ୍ଚାୟତ କ୍ୱାରେଣ୍ଟାଇନ୍ ସେଣ୍ଟରରେ ଏପ୍ରିଲ୍ ୧୨ ଯାଏଁ ରଖାଯାଇଥିଲା । ଏପ୍ରିଲ୍ ୧୩ ତାରିଖରୁ ସେ ୨୫ ତାରିଖ ଯାଏଁ ଘରେ ପରିବାର ସହ ଆଇସୋଲେସନରେ ଥିଲେ । ୨୫ ତାରିଖରେ ତାଙ୍କ ନମୁନା ପଜିଟିଭ୍ ଆସିଥିଲା । ତାଙ୍କ ଠାରେ କରୋନାର କୌଣସି ଲକ୍ଷଣ ଦେଖାଦେଇ ନଥିଲା ।

୯୮ ନମ୍ବର ଆକ୍ରାନ୍ତ, ୫୨ ବର୍ଷୀୟ ପୁରୁଷ । ସେ ୯୬ ନମ୍ବର ଆକ୍ରାନ୍ତଙ୍କ ସହ ବୋଲେରୋରେ ଫେରିଥିଲେ । ତାଙ୍କ ନମୁନା ମଧ୍ୟ ଏପ୍ରିଲ୍ ୨୫ ତାରିଖରେ ପଜିଟିଭ୍ ଆସିଥିଲା । ତାଙ୍କ ଠାରେ କରୋନାର କୌଣସି ଲକ୍ଷଣ ନାହିଁ । ୯୭ ନମ୍ବର ଆକ୍ରାନ୍ତ, ୪୯ ବର୍ଷୀୟ ପୁରୁଷ ଉଭୟଙ୍କ ସହ ବୋଲେରୋରେ ଆସିଥିଲେ ।

କେନ୍ଦ୍ର ଜାରି କଲା ରେଡ୍‌ ଜୋନ ତାଲିକା, ଜାଣନ୍ତୁ କେଉଁ ଜୋନରେ ଅଛି ରାଜ୍ୟର କେଉଁ ଜିଲ୍ଲା…

ସ୍ୱତନ୍ତ୍ର ଟ୍ରେନ୍‌ ଯୋଗେ କେରଳରୁ ଓଡ଼ିଶା ଫେରୁଛନ୍ତି ପ୍ରବାସୀ

ଭୁବନେଶ୍ୱର: ଲକକଡାଉନ ପାଇଁ ବିଭିନ୍ନ ରାଜ୍ୟରେ ଫସିଥିବା ପ୍ରବାସୀ ଓଡ଼ିଆଙ୍କ ଚାଲିଛି ଘରବାହୁଡ଼ା । ଟ୍ରେନରେ ହେଉଛି ଘର ବାହୁଡ଼ା । କେରଳ ଆଲୁଭା ଷ୍ଟେସନରୁ ପ୍ରବାସୀଙ୍କୁ ଧରି ପ୍ରଥମ ଟ୍ରେନ ଓଡ଼ିଶା ଅଭିମୁଖେ ବାହାରିଛି । ଏହି ସ୍ୱତନ୍ତ୍ର ଟ୍ରେନରେ ରାଜ୍ୟର ବିଭିନ୍ନ ବିଭିନ୍ନ ଜିଲ୍ଲାର ପ୍ରବାସୀ ଶ୍ରମିକତ ଅଛନ୍ତି ।

ସମସ୍ତେ ଶାନ୍ତିଶୃଙ୍ଖଳାର ସହ ଷ୍ଟେସନରୁ ଓଡିଶା ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି । ଯାତ୍ରା ପୂର୍ବରୁ ସମସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରାଯାଇଥିଲା । ଅନ୍ୟପଟେ ପ୍ରବାସୀଙ୍କ ପାଇଁ ଟ୍ରେନରେ ଖାଦ୍ୟପାନୀୟର ବ୍ୟବସ୍ଥା କରାଯାଇଛି । ପଞ୍ଜୀକୃତ ଏହି ପ୍ରବାସୀ ମାନେ ଓଡ଼ିଶା ଫେରିବା ପରେ ସମସ୍ତଙ୍କୁ କ୍ୱାରେଣ୍ଟାଇନରେ ରଖାଯିବ ।

 

ମାନସିକ ସ୍ଥିତିରେ ପରିବର୍ତ୍ତନ ଆସିବ, ଆର୍ଥିକ ସ୍ଥିତିରେ ସୁଧାର ଯୋଗୁ ମନରେ ଶାନ୍ତି ଆସିବ

ମେଷ

ଅଶ୍ୱିନୀ ମେଷ-ମନରେ ସକରାତ୍ମକ ଚିନ୍ତାଧାରା ରଖି କାର୍ଯ୍ୟ କରନ୍ତୁ

ଦ୍ୱିଜା ମେଷ-ଅଟକି ରହିଥିବା କାର୍ଯ୍ୟରେ ସଫଳତା ପାଇବେ

କୃତ୍ତିକା ମେଷ-ମାନସିକ ସ୍ଥିତିରେ ପରିବର୍ତ୍ତନ ଆସିବ

ଓଁ କ୍ଳୀଂ କୃଷ୍ଣାୟ ନମଃ ମନ୍ତ୍ର ପାଠ କରନ୍ତୁ

ବୃଷ

କୃତ୍ତିକା- ନିଜର କଥାରେ ଅନ୍ୟମାନଙ୍କର ମନକୁ ଜିଣିନେବେ

ରୋହିଣୀ-ଘରୋଇ ହିଂସା ଆପଣଙ୍କୁ ମନକୁ ବିଚଳିତ କରିଦେବ

ମୃଗଶିରା-ଆର୍ଥିକ ସ୍ଥିତିରେ ସୁଧାର ଯୋଗୁ ମନରେ ଶାନ୍ତି ଆସିବ

କୈାଣସି ଲାଲ ରଙ୍ଗକୁ ବ୍ୟବହାର କରନ୍ତୁ ନାହିଁ, ବିପଦ ରହିଛି

ମିଥୁନ

ମୃଗଶିରା-ଧାର୍ମିକ ଭାବନା ଆଜି ଆପଣଙ୍କ ଆତ୍ମ ବିଶ୍ୱାସକୁ ବୃଦ୍ଧି କରିବ

ଆଦ୍ରା ମିଥୁନ-ଦିନଟି ସଂଘର୍ଷମୟ ରହିବ, ଅନେକ କାର୍ଯ୍ୟରେ ବାଧା ରହିବ

ପୁର୍ନବସୁ-ଦିନଟି ଶୁଭମୟ ରହିଛି, ମନରେ ଉତ୍ସାହ ରହିବ

ବୁଲା କୁକୁରକୁ ଖାଇବାକୁ ଦିଅନ୍ତୁ

କର୍କଟ

ପୁର୍ନବସୁ-ଜୀବନସାଥିଙ୍କ ସହ ମଧୁର ସଂପର୍କ ରହିବ

ପୁଷ୍ୟ। କର୍କଟ-କୈାଣସି କଥାକୁ ଭଲଭାବରେ ନ ବୁଝି ନିଷ୍ପତ୍ତି ନିଅନ୍ତୁ ନାହିଁ

ଅଶ୍ଲେଷା-ନିଜର କାର୍ଯ୍ୟ ଅନ୍ୟମାନଙ୍କ ଦ୍ଵାରା ପ୍ରଶଂସିତ ହେବ

ଆଜି ଅସହାୟ ବ୍ୟକ୍ତିକୁ ଜଳ ଦାନ କରନ୍ତୁ

ସିଂହ

ମୃଘା-ଅଧିକ ଚିନ୍ତା କାରଣରୁ ମାନସିକ ଅସ୍ଥିରତା ବଢିବ,ଜଗିରଖି ଚଳନ୍ତୁ

ପୂର୍ବାଫାଲଗୁନି-ଦାମ୍ପତ୍ୟଜୀବନ ସୁଖମୟ ରହିବ

ଉତ୍ତରାଫାଲ୍‌ଗୁନି-ସମସ୍ତ ଚିନ୍ତାରୁ ମୁକ୍ତି ପାଇବେ, ମହିଳାଙ୍କ ପାଇଁ ଦିନଟି ଭଲ ରହିବ

ମହାଦେବଙ୍କୁ ବେଲପତ୍ର ଅର୍ପଣ କରନ୍ତୁ

କନ୍ୟା

ଉତ୍ତରାଫାଲଗୁନି-ଇଛା ରଖୁଥିବା କାର୍ଯ୍ୟକୁ ପୂରଣ କରିବାରେ ସଫଳ ରହିବେ

ହସ୍ତା କନ୍ୟା-ଋଣ ଆଣିଥବା ବ୍ୟକ୍ତିଙ୍କ ଠାରୁ ଅପମାନ ପାଇପାରନ୍ତି

ଚିତ୍ରା କନ୍ୟା-ଦିନଟି ଅତି ଭଲରେ କଟିବ

ପକ୍ଷୀଙ୍କୁ କିଛି ଖାଦ୍ୟ ଦାନ କରନ୍ତୁ

ତୁଳା

ଚିତ୍ରା -ପାରିବାରିକ କାର୍ଯ୍ୟକୁ ସୂଚାରୁ ରୂପେ ପରିଚାଳନା କରିବାରେ ସଫଳ ରହିବେ

ସ୍ୱାତୀ ନକ୍ଷତ୍ର-କିଛି ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି, ଶରୀର ପ୍ରତି ଧ୍ୟାନ ରଖନ୍ତୁ

ବିଶାଖା ନକ୍ଷତ୍ର-ପରିବାରରୁ ସଂପୂର୍ଣ୍ଣ ସହଯୋଗ ପାଇବେ

ଶ୍ରୀବିଷ୍ଣୁଙ୍କୁ ହଳଦୀ ରଙ୍ଗର ଫୁଲ ଅର୍ପଣ କରନ୍ତୁ

ବିଛା

ବିଶାଖା-ପରିବାରର ବୟସ୍କ ବ୍ୟକ୍ତିଙ୍କ ଠାରୁ ଆଶିର୍ବାଦ ନିଅନ୍ତୁ

ଅନୁରାଧା-ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ

ଜ୍ୟେଷ୍ଠା-ନୂଆ କାମ ପାଇଁ ଶୁଭ ସମୟ ରହିଛି

ଭଗବାନ ହନୁମାନଙ୍କୁ କଦଳୀ ଭୋଗ ଅର୍ପଣ କରନ୍ତୁ

ଧନୁ

ମୂଳା ନକ୍ଷତ୍ର-କୈାଣସି ଦୁଃଖଦ ଖବର ମନକୁ କଷ୍ଟ ଦେଇପାରେ

ପୂର୍ବାଷାଢା-କମ୍‌ ପରିଶ୍ରମରେ ବଡ ସଫଳତା ପାଇବେ

ଉତ୍ତରାଷାଢା-ଧାର୍ମିକ ଭାବନାରେ ସମୟ କଟିବ

ନିଜ ଠାକୁର ଘରେ ଭଗବାନ ଶିବଙ୍କୁ ୧୧ ଗୋଟି ବେଲପତ୍ର ଅର୍ପଣ କରନ୍ତୁ

ମକର

ଉତ୍ତରାଷାଢା-ଦୀର୍ଘଦିନରୁ ପ୍ରତୀକ୍ଷା କରିଥିବା ଖବର ପାଇ ଖୁସି ରହିବେ

ଶ୍ରବଣା-ନିଜ ମନର କଥାକୁ ଜୀବନସାଥୀଙ୍କ ନିକଟରେ ପ୍ରକାଶ କରନ୍ତୁ, ମନରେ ଶାନ୍ତି ପାଇବେ

ଧନିଷ୍ଠା-ନିଜର ନିସ୍ୱାର୍ଥପର କାର୍ଯ୍ୟ ପାଇଁ ପ୍ରଶଂସିତ ହେବେ

ବ୍ରାହ୍ମଣଙ୍କୁ କିଛି ଫଳଦାନ କରନ୍ତୁ

କୁମ୍ଭ

ଧନିଷ୍ଠା-କିଛି ଜରୁରୀ କାର୍ଯ୍ୟ ସଂପୂର୍ଣ୍ଣ ହୋଇଯିବ

ଶତଭିଷା-ଖୋଲାମନରେ ଅନ୍ୟମାନଙ୍କ ସହ କଥା ହୁଅନ୍ତୁ, ନିଜ ଲକ୍ଷ୍ୟରେ ସଫଳ ରହିବେ

ପୂର୍ବଭାଦ୍ରପଦ-ପ୍ରେମ ପାଇଁ ଦିନଟି ଭଲ ରହିବ

ମା’ଙ୍କୁ ପ୍ରଣାମ କରି ଘରୁ ବାହାରନ୍ତୁ

ମୀନ

ପୂର୍ବଭାଦ୍ରପଦ-ସମାଜରେ ମାନସମ୍ମାନ ବଢିବ

ଉତ୍ତରଭାଦ୍ରପଦ-ନିଜ ଚେଷ୍ଟାରେ ସଫଳ ରହିବେ

ରେବତୀ-ମନରେ ନୂଆ ନୂଆ ବିଚାର ଆସିବ

ଭୋକିଲାକୁ କିଛି ଖାଦ୍ୟ ଦିଅନ୍ତୁ

ଜ୍ୟୋତିର୍ବିଦ୍‌ ଡ.ଶ୍ୟାମସୁନ୍ଦର ବାଗ୍

ଯୋଗାଯୋଗ- 9938571935

୩ ସପ୍ତାହ ପରେ ନଜର ଆସିଲେ ଉତ୍ତର କୋରିଆର କ୍ରୁର ଶାସକ କିମ୍ ଜୋଙ୍ଗ ଉନ୍

ସେଓଲ: କିମ୍ ଜୋଙ୍ଗ ଉନ୍, ମୃତ ନା ଜୀବିତ ? ସବୁ ଚର୍ଚ୍ଚା ଉପରୁ ହଟିଛି ପରଦା । ପାଖାପାଖି ୨୦ ଦିନ ପରେ ସର୍ବସମ୍ମୁଖକୁ ଆସିଛନ୍ତି ଉତ୍ତର କୋରିଆର ଏହି କ୍ରୁର ଶାସକ । ଏକ ସର୍ବସାଧାରଣ କାର୍ଯ୍ୟକ୍ରମରେ ଜୋଙ୍ଗଙ୍କୁ ଦେଖିବାକୁ ମିଳିଛି । ବିଗତ କେତେ ଦିନ ହେଲା କିମ୍ ଜୋଙ୍ଗ ଉନଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ବହୁ ଖବର ଆସୁଥିଲା । ଏପରିକି କିମ୍ ଜୋଙ୍ଗ ଉନଙ୍କ ମୃତ୍ୟୁ ଖବର ପରିବେଷଣ କରିଥିଲା ଚୀନ । ଶେଷରେ କିମ୍ ଏକ ଖାଦ୍ୟ ପ୍ରକ୍ରିୟାକରଣ ଫ୍ୟାକ୍ଟ୍ରିର ଉଦଘାଟନ କରିଥିବା ଉତ୍ତର କୋରିଆର ସରକାରୀ ନ୍ୟୁଜ୍ ଏଜେନ୍ସି ପକ୍ଷରୁ କୁହାଯାଇଛି ।

Courtesy: aljazeera.com

ଶେଷଥର ପାଇଁ ଏପ୍ରିଲ୍ ୧୨ ତାରିଖରେ କିମ୍ ଜୋଙ୍ଗ ଉନଙ୍କୁ ଦେଖିବାକୁ ମିଳିଥିଲା । ଫାଇଟର ଜେଟର ଉଡ଼ାଣ ପରେ ଜୋଙ୍ଗ କୁଆଡ଼େ ଅନ୍ତର୍ଧାନ ହୋଇ ଯାଇଥିଲେ । ଏହାପରେ ବିଭିନ୍ନ ଗଣମାଧ୍ୟମରେ କିମଙ୍କୁ ନେଇ ବିଭିନ୍ନ ଖବର ପ୍ରକାଶ ପାଇଥିଲା । ଜୋଙ୍ଗଙ୍କ ସ୍ୱାସ୍ଥ୍ୟାବସ୍ଥା ବହୁତ ଖରାପ ଥିବା ଅନ୍ତର୍ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା । ଆମେରିକୀୟ ଗଣମାଧ୍ୟମ ତା ରିପୋର୍ଟରେ କିମର ସର୍ଜରୀ ପରେ ସ୍ୱାସ୍ଥ୍ୟ ବିଗିଡ଼ି ଯାଇଥିବା ଦାବି କରିଥିଲା ।

ଲକଡାଉନରେ ଭାରତରେ ମଦ ମିଳୁନି କିନ୍ତୁ ଏମିତି ଜଣେ ରାଷ୍ଟ୍ରପତି ଅଛନ୍ତି, ଯିଏ ବର୍ଷକୁ ୧୯୯ କୋଟି ଟଙ୍କାର ମଦ ପିଅନ୍ତି !

ରାଉରକେଲାକୁ ଫେରିଲେ କୋଟାରେ ଫସିଥିବା ଛାତ୍ରଛାତ୍ରୀ

ରାଉରକେଲା: ରାଜସ୍ଥାନର କୋଟାରେ ଲକଡାଉନ ପାଇଁ ଅଟକି ରହିଥିବା ଛାତ୍ରଛାତ୍ରୀ ରାଉରକେଲାରେ ପହଞ୍ଚିଛନ୍ତି । ୪ଟି ଵସ୍‌ ଯୋଗେ ଛାତ୍ରଛାତ୍ରୀ ରାଉରକେଲା ଫେରୁଛନ୍ତି ଛାତ୍ରଛାତ୍ରୀ । ଚାରିଟି ବସ୍‌ରେ ମୋଟ ୧୧୪ ଜଣ ଛାତ୍ରଛାତ୍ରୀ ରହିଛନ୍ତି । ୪ ବସ୍‌ ମଧ୍ୟରୁ ସକାଳ ୭ଟା ୨୦ ସୁଦ୍ଧା ରାଉରକେଲାରେ ୨ଟି ବସ୍ ରାଉରକେଲା ଵିମାନଵନ୍ଦର ନିକଟରେ ପହଞ୍ଚିଛି । ରାଉରକେଲା ଵିମାନଵନ୍ଦର ଭିତରେ ଛାତ୍ରଛାତ୍ରୀ ମାନଙ୍କର ସ୍ୱାସ୍ଥ୍ୟ  ପରୀକ୍ଷା କରାଯିବ।

ତାପରେ ସେମାନଙ୍କୁ ଯିବାକୁ ଦିଆଯିବ ।  ରାଉରକେଲା ଵିମାନଵନ୍ଦରରେ ମେଡିକାଲ ଟିମ, ରାଉରକେଲା ମହାନଗର ନିଗମର ଅଧିକାରୀ,  ପୋଲିସ ଅଧିକାରୀ ଓ ଫୋର୍ସ ଉପସ୍ଥିତ ରହିଛନ୍ତି । ସେପଟେ ଆଉ ଦୁଇଟି ବସ୍‌ ରାଉରକେଲା ସୀମାନ୍ତରେ ରୋଡ ପରମିଟରେ ଅସୁବିଧା କାରଣରୁ ଅଟକି ରହିଥିଲା । ରାଜ୍ୟ ସରକାର ଏବଂ ସ୍ଥାନୀୟ ପ୍ରଶାସନର ହସ୍ତକ୍ଷେପ ପରେ ଗନ୍ତବ୍ୟ ସ୍ଥଳ ଅଭିମୁଖେ ଦୁଇଟି ବସ୍‌ ବାହାରିଛି । ତେବେ କୋଟାରେ ମେଡିକାଲ, ଇଞ୍ଜିନିୟରିଂ ଓ ନିଟ ପାଇଁ କୋଚିଙ୍ଗ ନେଉଥିବା ରାଉରକେଲା ସହରର ଛାତ୍ର ଛାତ୍ରୀଙ୍କ ସହ ସେମାନଙ୍କ ଅଭିଭାବକ କୋଟାରେ ଫସି ରହିଥିଲ। ରାଜ୍ୟ ସରକାରଙ୍କ ସହଯୋଗ ପରେ ଵସ୍‌ ଯୋଗେ ରାଉରକେଲା ଫେରୁଛନ୍ତି ।

ସେପଟେ ରାଜସ୍ଥାନ କୋଟା ରୁ ନୁଆପଡା ଓ କଳାହାଣ୍ଡି ଜିଲ୍ଲାର ୪୫ ଜଣ ଛାତ୍ରଛାତ୍ରୀ ବସ୍ ଯୋଗେ ବିଳମ୍ବିତ ରାତିରେ କୋଟାରୁ ବାହାରିଛନ୍ତି । ତେବେ କଳାହାଣ୍ଡି ପ୍ରଶାସନ ଛାତ୍ରଛାତ୍ରୀ ମାନଙ୍କ ସ୍ଥାନାନ୍ତର ପାଇଁ ଆବଶ୍ୟକୀୟ ବ୍ୟବସ୍ଥା କରାଯାଇଥିବା କଳାହାଣ୍ଡି ଜିଲାପାଳ ସୂଚନା ଦେଇଛନ୍ତି ।

କେନ୍ଦ୍ର ଜାରି କଲା ରେଡ୍‌ ଜୋନ ତାଲିକା, ଜାଣନ୍ତୁ କେଉଁ ଜୋନରେ ଅଛି ରାଜ୍ୟର କେଉଁ ଜିଲ୍ଲା…