ମୁମ୍ବାଇ: ମହାନ ଅଭିନେତା ଋିଷି କପୁର ଆଉ ଆମ ଗହଣରେ ନାହାଁନ୍ତି । ୬୭ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି । ତେବେ ସେ ଯେଉଁ ପରିବାରରେ ଜନ୍ମଗ୍ରହଣ କରିଥିଲେ, ସେହି ପରିବାରର ରକ୍ତରେ ଅଭିନୟ ଦୌଡ଼ୁଛି ବୋଲି କୁହାଯାଏ । ଯଦିଓ ଋିଷି କପୁର ଦୁନିଆରୁ ବିଦାୟ ନେଇସାରିଛନ୍ତି, କିନ୍ତୁ ତାଙ୍କ ସହ ଜଡିତ ସମସ୍ତ ସ୍ମୃତି ଏବଂ କିଛି ଐତିହ୍ୟ ସର୍ବଦା ଜୀବନ୍ତ ରହିବ । ସେଥିମଧ୍ୟରୁ ପାକିସ୍ତାନର ପେଶୱାର ସହରସ୍ଥିତ ‘କପୁର ହାଭେଲି’ ହେଉଛି ଅନ୍ୟତମ । ଆସନ୍ତୁ ଜାଣିବା ଏହି ମହଲ ବିଷୟରେ । କ’ଣ ରହିଛି ଏହାର ଇତିହାସ ।

ଭାରତୀୟ ସିନେମାର ଶୋମ୍ୟାନ୍ କୁହାଯାଉଥିବା ପୃଥ୍ୱୀରାଜ କପୁର ପାକିସ୍ତାନର ଏହି ପୈତୃକ ମହଲରେ ଜନ୍ମଗ୍ରହଣ କରିଥିଲେ । ଏହି ମହଲ ‘କପୁର ହଭେଲି’ ଭାବେ ଜଣାଶୁଣା । ଏହି ମହଲଟି ପେଶାଓ୍ୱରର କିସା ଖୱାନୀ ବଜାରରେ ଅବସ୍ଥିତ । ଋିଷି କପୁରଙ୍କ ପିତା ରାଜ କପୁର ମଧ୍ୟ ଏଠାରେ ଜନ୍ମଗ୍ରହଣ କରିଥିଲେ ।

୨୦୧୮ ମସିହାରେ ଋିଷି କପୁର ତାଙ୍କ ପୈତୃକ ମହଲକୁ ସଂଗ୍ରହାଳୟରେ ପରିଣତ କରିବାକୁ ପାକିସ୍ତାନ ସରକାରଙ୍କୁ ଅନୁରୋଧ କରିଥିଲେ । ଏହା ପରେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହ ମେହମୁଦ କୁରେଶି ତାଙ୍କ ଅନୁରୋଧ ଗ୍ରହଣ କରିଥିଲେ ।

ଭାରତ ଏବଂ ପାକିସ୍ତାନର ବିଭାଜନ ପୂର୍ବରୁ କପୁର ହାଭେଲି ନିର୍ମାଣ କରାଯାଇଥିଲା । ମହଲଟି ୧୯୧୮ ରୁ ୧୯୨୨ ମଧ୍ୟରେ ନିର୍ମିତ ହୋଇଥିଲା । ଏହାକୁ ରାଜ କପୁରଙ୍କ ଜେଜେବାପା ତଥା ପୃଥ୍ୱୀରାଜ କପୁରଙ୍କ ପିତା ଦେୱାନ ବିଶେଶ୍ୱରନାଥ ନିର୍ମାଣ କରିଥିଲେ । ସେବେଠାରୁ ଏହା ‘କପୁର ହାଭେଲି’ ଭାବେ ପରିଚିତ ।

୧୯୪୭ ମସିହାରେ ଇଣ୍ଡୋ-ପାକ୍ ବିଭାଜନ ପରେ କପୁର ପରିବାର ସେମାନଙ୍କ ପୈତୃକ ମହଲ ଛାଡି ମୁମ୍ବାଇ ଚାଲି ଆସିଥିଲେ । ଏହାପରେ ଏଠାରେ ସେ ଚଳଚ୍ଚିତ୍ରରେ କାମ କରିବା ଆରମ୍ଭ କରିଥିଲେ ।

୨୦୧୬ ମସିହାରେ, ଋିଷି କପୁର ସେହି ପୈତୃକ ମହଲର ଏକ ଫଟୋ ସେୟାର କରିଥିଲେ । ଯେଉଁଥିରେ ଲେଖାଥିଲା, “କେହି ଜଣେ ଏହାକୁ ମୋ ପାଖକୁ ପଠାଇଛନ୍ତି, ମୁଁ ଏବଂ ରାଣଧୀର ଏହି ମହଲ ବାହାରେ ଠିଆ ହୋଇଥିବା ଦେଖାଯାଉଛି ଏବଂ ଆମକୁ ସ୍ୱାଗତ କରାଯାଉଛି ।”

୨୦୧୭ ମସିହାରେ ଋିଷି ଏକ ଟୁଇଟ୍ କରିଥିଲେ । ଯେଉଁଥିରେ ସେ ଲେଖିଥିଲେ “ମୋର ବୟସ ୬୫ ଛୁଇଁଲାଣି, ତେଣୁ ମୁଁ ମରିବା ପୂର୍ବରୁ ପାକିସ୍ତାନକୁ ଦେଖିବାକୁ ଚାହେଁ । ମୁଁ ଚାହେଁ ମୋର ପିଲାମାନେ ମଧ୍ୟ ସେମାନଙ୍କର ପୂର୍ବପିଢ଼ିର ସନ୍ତକ ଦେଖନ୍ତୁ । ମୋ ମନ ସ୍କାମନା ପୁରଣ କରନ୍ତୁ । ଜୟ ମାତା ଦି।”

୨୦ ବର୍ଷ ପୂର୍ବେ ଭୁମି କମ୍ପ କାରଣରୁ ହଭେଲିର ଉପର ଭାଗରେ ଫାଟ ସୃଷ୍ଟି ହୋଇଥିଲା । ତେଣୁ ଉପର ତିନିମହଲାକୁ ଭାଙ୍ଗି ଦିଆଯାଇଥିଲା । ଏହି ମହଲକୁ ଏବେ ବ୍ୟବସାୟୀକ ସଂସ୍ଥାମାନେ ଘେରି ରହିଛନ୍ତି ।

















ବାବଲି ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ଲୋକଙ୍କୁ ସେମାନଙ୍କ ସମବେଦନା ପାଇଁ ଧନ୍ୟବାଦ ଜଣାଇବା ସହ ଏକ ନୋଟ୍ ଲେଖିଛନ୍ତି । ସେ ଲେଖିଛନ୍ତି ‘ ମୋର ପ୍ରିୟ ବନ୍ଧୁମାନେ ଆପଣଙ୍କ ଦ୍ୱାରା ଦିଆଯାଇଥିବା ସମ୍ବେଦନା ପାଇଁ ମୁଁ ବହୁତ କୃତଜ୍ଞ । ଆପଣମାନେ ବୁଝିବାକୁ ଚେଷ୍ଟା କରନ୍ତୁ ମୁଁ ଆପଣଙ୍କୁ ଉତ୍ତର ଦେବା ସ୍ଥିତିରେ ନାହିଁ କାରଣ ମୋ ପାଖେ କୌଣସି ଶବ୍ଦ ନାହିଁ । ମୁଁ ଆପଣଙ୍କୁ ଉତ୍ତର ଦେବି କିନ୍ତୁ ଏବେ ନୁହେଁ । ବହୁତ ବହୁତ ଧନ୍ୟବାଦ । ମୁଁ ଆପଣ ସମସ୍ତଙ୍କୁ ବହୁତ ଭଲପାଏ’ । ଇରଫାନଙ୍କ ମୃତ୍ୟୁରେ ତାଙ୍କ ଦୁଇ ପୁଅ ବାବିଲ ଏବଂ ଆୟାନ ପୂରା ଭାଙ୍ଗି ପଡ଼ିଛନ୍ତି । ଇରଫାନଙ୍କ ମୃତଦେହକୁ ଡାକ୍ତରଖାନାରୁ ଶ୍ମଶାନକୁ ନିଆଯାଉଥିବା ବେଳେ ବାବିଲ ତାଙ୍କ ସମ୍ପର୍କୀୟଙ୍କୁ ଧରି କାନ୍ଦୁଥିବା ଦେଖିବାକୁ ମିଳିଥିଲା ।

କିମ୍ ପାଖରେ ପରମାଣୁ ଆକ୍ରମଣରୁ ସୁରକ୍ଷିତ ଘର ସହ ଅଛି ନିଜର ବ୍ୟକ୍ତିଗତ ଦ୍ୱିପ,ଟ୍ରେନ୍,ମହଙ୍ଗା କାର,ଲଗଜରି ଜାହଜ । ଆଉ ମଧ୍ୟ କିମଙ୍କ ମନୋରଂଜନ ପାଇଁ ସବୁବେଳେ ତାଙ୍କ ସହିତ ଥାନ୍ତି ୨ହଜାର ସୁନ୍ଦରୀ । ଯେଉଁ ଗ୍ରୁପ୍ ପ୍ଲେଜର ସ୍କ୍ୱାଡ୍ ନାମରେ ପରିଚିତ ।







