ଆଜି ଭାରତ ଓ ଦକ୍ଷିଣ ଆଫ୍ରିକା ପ୍ରଥମ ଦିନିକିଆ ମ୍ୟାଚ୍
ଆଜି ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳା ଯିବାକୁ ଥିବା ଦିନିକିଆ ସିରିଜର ପ୍ରଥମ ମ୍ୟାଚ ଖେଳାଯିବ।ନ୍ୟୁଜିଲାଣ୍ଡ ଗସ୍ତରେ ପରାଜୟ ପରେ ଭାରତୀୟ କ୍ରିକେଟ ଟିମ ଆଜି ଠାରୁ ସ୍ୱଦେଶରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦିନିକିଆ ଶୃଙ୍ଖଳା ଖେଳିବ । ତିନି ମ୍ୟାଚ ବିଶିଷ୍ଟ ଶୃଙ୍ଖଳାର ପ୍ରଥମ ମୁକାବିଲା ହିମାଚଳ ପ୍ରଦେଶର ଧର୍ମଶାଳା ଷ୍ଟାଡିୟମରେ ଅନୁଷ୍ଠିତ ହେବ । ଭାରତୀୟ ସମୟ ଅନୁସାରେ ଏହି ମ୍ୟାଚ ଅପରାହ୍ନ ସାଢ଼େ ଗୋଟାଏରୁ ଖେଳାଯିବ । ଦକ୍ଷିଣ ଆଫ୍ରିକା ଏବେ ମଜବୁତ ସ୍ଥିତିରେ ଅଛି । ଦକ୍ଷିଣ ଆଫ୍ରିକା ନିକଟରେ ଅଷ୍ଟ୍ରେଲିଆକୁ ୩-୦ରେ ପରାସ୍ତ କରିବା ପରେ ଦଳର ମାନବଳ ଦୃଢ଼ ରହିଛି । ଅନ୍ୟପକ୍ଷରେ ଭାରତ ନିଜର ମାଟିରେ ଖେଳୁଥିବାରୁ ଦକ୍ଷିଣ ଆଫ୍ରିକା ଉପରେ ଚାପ ପ୍ରୟୋଗ କରିପାରେ । ଏହି ସିରିଜରେ ଶିଖର ଧବନ, ପାଣ୍ଡ୍ୟା ଓ ଭୁବନେଶ୍ୱର କୁମାର କମ ବ୍ୟାକ୍ କରିଛନ୍ତି।ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ୧୧ଟି ଶୃଙ୍ଖଳା ଖେଳାଯାଇଛି । ଏଥିରୁ ୫ଟିରେ ଭାରତ ଜିତିଛି । ଦକ୍ଷିଣ ଆଫ୍ରିକା ମଧ୍ୟ ସମାନ ପରିମାଣରେ ଶୃଙ୍ଖଳା ଜିତିଥିବା ବେଳେ ଗୋଟିଏ ଡ୍ର ହୋଇଛି ।
ରଦ୍ଦ ହୋଇପାରେ ଆଇପିଏଲ, ଶନିବାର ନିଷ୍ପତ୍ତିର ଦିନ
କରୋନା କାରଣରୁ ଏଥର ଆଇପିଏଲ ଟଳିପାରେ । ଆଇପିଏଲର ଭାଗ୍ୟ ସୂତାଖିଅରେ ଝୁଲୁଛି । ଚଳିତ ମାସ ୨୯ ତାରିଖରେ ଆରମ୍ଭ ହେବାକୁ ଥିବା ଆଇପିଏଲ ସିଜନ ୧୩ ବାତିଲ ହେବା ପ୍ରାୟତଃ ନିଶ୍ଚିତ । ଆଇପିଏଲକୁ ବାତିଲ କରିବା ପାଇଁ କିମ୍ବା ତାରିଖ ଘୁଞ୍ଚାଇବା ପାଇଁ ବିସିସିଆଇ ଚିନ୍ତା କରୁଛି । ଏନେଇ ଅନ୍ତିମ ନିଷ୍ପତି ଶନିବାର ଦିନ ନିଆଯିବ । ବିସିସିଆଇ ଶନିବାର ଦିନ ମୁମ୍ବାଇରେ ଆଇପିଏଲ ଗଭର୍ଣ୍ଣିଂ ବଡି ବୈଠକ ଡକାଇଛି । ଏନେଇ ଆଇପିଏଲ ଅଧ୍ୟକ୍ଷ ବ୍ରିଜେସ ପଟେଲ ସୂଚନା ଦେଇଛନ୍ତି । ବୈଠକରେ କରୋନା କାରଣରୁ ଆଇପିଏଲକୁ ବାତିଲ କରାଯିବ କିମ୍ବା ନୂଆ ତାରିଖରେ ଏହାକୁ ଆରମ୍ଭ କରାଯିବ ସେନେଇ ନିଷ୍ପତି ନିଆଯିବ ।
ଆଇପିଏଲ ଘୁଂଚିବା ନେଇ ଆଶଙ୍କା ପଛରେ ଆଉ ଗୋଟିଏ କାରଣ ମଧ୍ୟ ରହିଛି । କରୋନା ଆତଙ୍କ ପରେ ମହାରାଷ୍ଟ୍ର ସରକାର ଆଇପିଏଲ ଟିକେଟ୍ ବିକ୍ରି ଉପରେ ରୋକ୍ ଲଗାଇଛନ୍ତି । ସରକାର ଗହଳି ଚହଳି ସ୍ଥାନକୁ ନଯିବା ପାଇଁ ଲୋକଙ୍କୁ ଉପଦେଶ ଦେଉଥିବା ବେଳେ ଷ୍ଟାଡିୟମରେ ହଜାର ହଜାର ଲୋକଙ୍କୁ ଏକାଠି ହେବା ନିଶ୍ଚିତ ଭାବେ ଚାହିଁବେନି । କାରଣ କରୋନା ଭାଇରସ ଏହା ଦ୍ୱାରା ସହଜରେ ବ୍ୟାପିବା ଆଶଙ୍କା ରହିଛି ।
ବୁଧବରା ଦିନ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କରୋନାକୁ ମହାମାରି ଘୋଷଣା ପରେ ଆଇପିଏଲ ଘୁଂଚିବା ଆଶଙ୍କା ବଢି ଯାଇଛି । ସମଗ୍ର ବିଶ୍ୱରେ ଏପର୍ଯ୍ୟନ୍ତ ୧ ଲକ୍ଷରୁ ଅଧିକ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରା ଯାଇଛି । ୫ ହଜାରରୁ ଅଧିକ କରୋନା କାରଣରୁ ପ୍ରାଣ ହରାଇଲେଣି । ୧୦୫ ଦେଶରେ କରୋନା ନିଜ ଉପସ୍ଥିତି ଜାହିର କରି ସାରିଲାଣି । ସେହି ଦେଶଙ୍କ ତାଲିକାରେ ଭାରତ ମଧ୍ୟ ରହିଛି । ଭାରତରେ ଧିରେ ଧିରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ସତର୍କତା ମୁଳକ ପଦକ୍ଷେପ ସ୍ୱରୁପ କେନ୍ଦ୍ର ସରକାର ଏପ୍ରିଲ ୧୫ ପର୍ଯ୍ୟନ୍ତ ସବୁ ପର୍ଯ୍ୟଟନ ଭିସାକୁ ରଦ୍ଦ କରି ଦେଇଛନ୍ତି । ଅଧିକ ସଂଖ୍ୟାରେ ଏକତ୍ରିତ ହେଉଥିବା କାର୍ଯ୍ୟକ୍ରମ ଉପରେ କେନ୍ଦ୍ର କଟକଣା ଲାଗୁ କରିଛି । ଭାରତ ଭଳି ବିଭିନ୍ନ ଦେଶ ସ୍ପୋର୍ଟିଂ ଇଭେଣ୍ଟ୍ ଓ ମ୍ୟୁଜିକାଲ ପ୍ରୋଗ୍ରାମ ଉପରେ ଏଥିପାଇଁ ପ୍ରତିବନ୍ଧକ ଲାଗୁ କରୁଛନ୍ତି । ଟୋକିଓ ଅଲମ୍ପିକ୍ସକୁ ନେଇ ମଧ୍ୟ ଆଶଙ୍କା ଲାଗି ରହିଛି । କରୋନା ଭାଇରସ ଆତଙ୍କ ଜାରି ରହିଲେ ଅଲମ୍ପିକ୍ସ ଆୟୋଜନକୁ ବର୍ଷରେ ଦୁଇ ବର୍ଷ ବାତିଲ ହେବ ବୋଲି ପ୍ରଥମେ ଟୋକିଓ ଅଲମ୍ପିକ୍ସ ଆୟୋଜନ କମିଟିର ଜଣେ ସଦସ୍ୟ କହିଥିଲେ । ତେବେ ପରେ ଅଲମ୍ପିକ୍ସ ନିର୍ଧାରିତ ସମୟରେ ଆୟୋଜିତ ହେବ ବୋଲି ବୁଧବାର ଦିନ କୁହାଯାଇଛି । ଟୋକିଓ ଆୟୋଜନ କମିଟି କିମ୍ବା ଅନ୍ତର୍ଜାତୀୟ ଅଲମ୍ପିକ୍ସ ଅଲମ୍ପିକ୍ସ ଘୁଞ୍ଚାଇବା କଥା ଚିନ୍ତା କରୁ ନାହାନ୍ତି ବୋଲି କୁହାଯାଇଛି । ଏହି ସ୍ପଷ୍ଟୀକରଣ ପରେ ମଧ୍ୟ ଟୋକିଓ ଅଲମ୍ପିକ୍ସକୁ ନେଇ ସନ୍ଦେହ ଅଛି ।
ବିଧାନସଭା ଅପ୍ଡେଟ୍ସ୍
- KBK ଜିଲ୍ଲାରେ ମୁଣ୍ଡ ପିଛା ଆୟ ବଢ଼ିଛି। ଯେପରି କଳାହାଣ୍ଡିରେ ଜଳସେଚନ ସୁବିଧା ବଢିଥିବାରୁ ଏପରି ହୋଇଛି ବୋଲି ଗୃହରେ ସୂଚନା ଦେଇଛନ୍ତି ଯୋଜନା ଓ ସଂଯୋଜନ ମନ୍ତ୍ରୀ ପଦ୍ମନାଭ ବେହେରା ।
- କେନ୍ଦୁଝର, ସୁନ୍ଦରଗଡ଼ ପରି ଜିଲ୍ଲା ଖଣି ସମୃଦ୍ଧ ବୋଲି ଶିଳ୍ପ ବଢ଼ିଛି ଓ ମୁଣ୍ଡ ପିଛା ଆୟ ବଢୁଛି। ହେଲେ ଉପକୂଳ ଜିଲ୍ଲା ଏବେ ବି ପଛୁଆ ବୋଲି ଅଭିଯୋଗ କଲେ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ। ସେଥିପାଇଁ ଉପକୂଳ ଉନ୍ନୟନ ପରିଷଦ ପାଇଁ ଦାବି କଲେ।
- ଯୋଜନା ଓ ସଂଯୋଜନ ମନ୍ତ୍ରୀ ପଦ୍ମନାଭ ବେହେରା କହିଲେ କୌଣସି ଜିଲ୍ଲାର ମୁଣ୍ଡ ପିଛା ଆୟ କମିନି। ଉପକୂଳ ଉନ୍ନୟନ ପରିଷଦ କଥା ବର୍ତ୍ତମାନ ନୁହେଁ। କିଛି ଜିଲ୍ଲା ପଛୁଆ ଥିଲା ବୋଲି KBK ହୋଇଛି ।
- ପାହାଡିଆ ଅଂଚଳ ଯେପରି କନ୍ଧମାଳ, ସେଠି ଜଳ ସେଚନ ହୋଇପାରିବ ନାହିଁ। ଝରଣା ଅଛି। ପର୍ଯ୍ୟଟନ ବିକାଶ ହେଲେ ମୁଣ୍ଡ ପିଛା ଆୟ ବଢ଼ିବ ବୋଲି ଯୋଜନା ଓ ସଂଯୋଜନ ମନ୍ତ୍ରୀ ପଦ୍ମନାଭ ବେହେରା କହିଲେ ।
ଜଳ ସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ ଉତ୍ତର
- ୨୦୧୯-୨୦ ଆର୍ଥିକ ବର୍ଷରେ ୨୦୦୦ ଚେକ ଡ୍ୟାମ ନିର୍ମାଣ ହେବାର ଲକ୍ଷ୍ୟ ରଖାଯାଇଛି। ଯାହା ପାଇଁ ୩୩୩.୮୪ କୋଟି ବ୍ୟାୟ ବରାଦ ହୋଇଛି। ଗତ ଫେବ୍ରୁଆରୀ ସୁଦ୍ଧା ୩୦୨.୨୩ କୋଟି ବ୍ୟୟ ସରିଛି।
- ବାକି ୩୧.୬୧ କୋଟି ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ସାରିବାର ଲକ୍ଷ୍ୟ ରହିଛି। ଏହା ରାଜ୍ୟ ସରକାର ନିଜସ୍ୱ ପାଣ୍ଠିରୁ କରୁଥିବାରୁ, ୟୁଟିଲାଇଜେସନ୍ ସାର୍ଟିଫିକେଟ୍ର ଆବଶ୍ୟକତା ନାହିଁ ।
- ଚଳିତ ବର୍ଷ ୧୦୮୭ଟି ଚେକ ଡ୍ୟାମ କାମ ଚାଲିଛି। ୩୬୭ଟି ର କାମ ସରିଛି। ୭୨୦ର କାମ ଚାଲିଛି। ଏଥିରେ ୫୪୯୦ ହେକ୍ଟର ଜମି ଜଳ ସେଚିତ କରିବାର ଯୋଜନା ଅଛି।
- ୨୦୧୦-୧୧ରୁ ଆଜି ଯାଏଁ ୧୪୫୮୮ ଚେକ ଡ୍ୟାମ କାମ ସରିଛି। ୧ ଲକ୍ଷ ୪୭ ହଜାର ଜମି ଜଳ ସେଚିତ ହୋଇଛି। କୌଣସି ଚେକ ଡ୍ୟାମ ଅଚଳ ହେବାର ସୂଚନା ନାହିଁ।
୨ଶହ ଟଙ୍କା ବଟି ନଦେବାରୁ ବିଚ ରାସ୍ତାରେ ଘୋଷାରି ମାରିଥିବା ଅଭିଯୋଗ
ସୋର: ବଟି ନଦେବାରୁ ମାଡ଼ । ୨ଶହ ଟଙ୍କା ବଟି ନଦେବାରୁ ମାଡ଼ ମାରିଛନ୍ତି ରେଳ ବିଭାଗ କର୍ମଚାରୀ । ବିଚ୍ ରାସ୍ତାରେ ଘୋଷାରି ଘୋଷାରି ସୋର ରେଳ ଷ୍ଟେସନର କର୍ମଚାରୀ ମାଡ଼ ମାରିଥିବା ଅଭିଯୋଗ ।
ବାଲେଶ୍ୱର ଜିଲ୍ଲା ସୋର ଥାନା ଅଧିନ ସୋର ରେଳ ଷ୍ଟେସନ ନିକଟରେ ଜଣେ ଟ୍ରେନରେ ଫେରି କରୁଥିବା କାକୁଡି ବିକାଳିକୁ ରେଳ ଷ୍ଟେସନର ଟିକଟ କାଉଣ୍ଟରରେ ଥିବା ମୋହନ ହେମ୍ରମ୍ବ ନାମକ ଜଣେ ରେଳ କର୍ମଚାରୀ ବିଚ୍ ରାସ୍ତାରେ ନିର୍ଧୁମ ମାଡ ମାରିଛନ୍ତି। ରେଳ କର୍ମଚାରୀ ଜଣଙ୍କ କାକୁଡି ବିକାଳିକୁ ପ୍ରଥମେ ଦୁଇ ଶହ ଟଙ୍କା ବଟି ମାଗିଥିଲେ। ହେଲେ ସେ ବେପାର ନହୋଇଥିବାର ଟଙ୍କା ଦେବାକୁ ମନା କରିଥିଲେ। ଏତିକିରେ ରେଳ କର୍ମଚାରୀ ଜଣଙ୍କ ତାଙ୍କର ଜଣେ ସହ ଯୋଗୀଙ୍କ ସହିତ ମିଶି ଟାଣି ଘୋଷାରି ଷ୍ଟେସନ ଆଗରେ ନିର୍ଧୁମ ମାଡ ମାରିଥିଲେ। ଏମିତିକି କାକୁଡି ଫେରିବାଲା ଯେତେ ନେହୁରା ହୋଇଥିଲେ ମଧ୍ୟ ରେଳ କର୍ମଚାରୀ ବାବୁ ଜଣକ କିଛି ଶୁଣି ନଥିଲେ। ତେବ ଏ ଚିତ୍ର ହିଁ ବାସ୍ତବରେ ବୟାନ କରୁଛି ସେ ରେଳ କର୍ମଚାରୀ ଜଣଙ୍କ କେତେ ନିର୍ଦୟ । ଏହି ଘଟଣାଟି ଘଟିବା ବେଳେ ଜଣେ ରେଳ ଯାତ୍ରୀ ତାଙ୍କ ମୋବାଇଲରେ ରେକଡିଂ କରିଥିଲେ ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ବେଶ ଚର୍ଚା ସୃଷ୍ଟି ହୋଇଛି।
ବିଧାୟକ ପ୍ରୀତିରଞ୍ଜନ ଘଡ଼ାଇଙ୍କୁ ବାହା ହେଲେ ଅଭିନେତ୍ରୀ ଝିଲିକ୍
ବାଜିଲା ଡାନିଙ୍କ ଡିଜେ । ଓଲିଉଡ ଅଭିନେତ୍ରୀ ଝିଲିକଙ୍କ ହାତ ଧରିଲେ ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡ଼ାଇ। ଗଞ୍ଜାମ ପଥରା ଚିଲିକା ରିସର୍ଟରେ ପାରମ୍ପରିକ ରୀତିନୀତିରେ ବିବାହ ସଂପନ୍ନ ହୋଇଛି। 
ଏନେଇ ପ୍ରୀତିରଞ୍ଜନଙ୍କ ବାପା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଘଡ଼ାଇ ସ୍ପଷ୍ଟ କରିଛନ୍ତି। ଗତକାଲି ବିବାହ ସମ୍ପନ୍ନ ହୋଇଛି। ଝିଲିକ ଓ ପ୍ରୀତିରଞ୍ଜନଙ୍କ ବିବାହ ଫଟୋ ସୋସିଆଲ୍ ମିଡିଆରେ ଟ୍ରେଣ୍ଡ କରୁଛି। ଅଭିନେତ୍ରୀ ଝିଲିକ ତାଙ୍କ ସୋସିଆଲ୍ ମିଡିଆ ଆକାଉଣ୍ଟରୁ ବିବାହ ଫଟୋ ପୋଷ୍ଟ କରିଛନ୍ତି।

ବିବାହ ପୂର୍ବରୁ ଡାନି-ଝିଲିକଙ୍କ ସିକ୍ରେଟ୍ ରିଙ୍ଗ୍ ସେରିମନିର ଭିଡିଓ ଭାଇରାଲ ହେଇଥିଲା। ଏଥିରେ ଡାନି-ଝିଲିକ୍ ପରସ୍ପରକୁ ମୁଦି ପିନ୍ଧାଉଥିବା ଦେଖିବାକୁ ମିଳିଥିଲା। ତେବେ ବିବାହ ପରେ ଉଭୟଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି।
https://www.facebook.com/nandighoshatv/videos/2609932489243327/
ଜନ୍ମଦିନ ସ୍ପେଶାଲ: ପଢ଼ନ୍ତୁ କଣ୍ଠଶିଳ୍ପୀ ଶ୍ରେୟା ଘୋଷାଲଙ୍କ ପ୍ରେମ କାହାଣୀ ସମ୍ପର୍କରେ
ଆଜି ହେଉଛି ଭାରତର ଜଣେ ଜଣାଶୁଣା ତଥା ପ୍ରସିଦ୍ଧ ପ୍ଲେବ୍ୟାକ୍ ସିଙ୍ଗର ଶ୍ରେୟା ଘୋଷାଲଙ୍କ ଜନ୍ମଦିନ । ୧୨ ମାର୍ଚ୍ଚ ୧୯୮୪ରେ ପଶ୍ଚିମବଙ୍ଗରେ ଜନ୍ମଗ୍ରହଣ କରିଥିଲେ ଶ୍ରେୟା । ଛୋଟବେଳୁ ଶ୍ରେୟା ସଙ୍ଗୀତ ପ୍ରତି ଆସକ୍ତ ଥିଲେ । ୪ବର୍ଷ ବୟସରେ ସେ କ୍ଲାସିକାଲ ସଙ୍ଗୀତ ଶିକ୍ଷା ଆରମ୍ଭ କରିଥିଲେ । ଯେତେବେଳେ ୧୬ବର୍ଷର ହୋଇଥିଲେ ସେତେବେଳେ ଟେଲିଭିଜନ ସିଙ୍ଗିଙ୍ଗ ରିଆଲିଟି ସୋ ସାରେ ଗାମା ପା…ର ବିଜେତା ହୋଇଥିଲେ ।

୨୦୦୨ରେ ମସିହାରେ ଫିଲ୍ମ ଦେବଦାସ୍ ଜରିଆରେ ସେ ଡେବ୍ୟୁ କରିଥିଲେ ।। ଏହି ଚଳଚ୍ଚିତ୍ରରେ ତାଙ୍କ ଦ୍ୱାରା ଗାଇଥିବା ‘ବରୀ ପିୟା’ ଗୀତ ବହୁତ ଲୋକପ୍ରିୟ ଥିଲା | ଏହି ଚଳଚ୍ଚିତ୍ରରେ ସେ ପାଞ୍ଚଟି ଗୀତ ‘ସିଲସିଲା ୟେ ଚାହତ କା’, ‘ବରୀ ପିୟା’, ‘ଖାଲକ ଖାଲକ’, ‘ଅଧିକ ପିୟା’ ଏବଂ ‘ଡୋଲା ରେ ଡୋଲା’ ଗୀତ ଗାଇଥିଲେ। ଏହା ପରେ ସେ ପଛକୁ ଚାହିଁଲେ ନାହିଁ ଏବଂ ଅନେକ ଭଲ ଗୀତ ଗାଇଲେ |
ତାଙ୍କ ପ୍ରଥମ ରେକର୍ଡ ଗୀତ ଥିଲା ‘ଗନରାଜ୍ ରଙ୍ଗୀ ନଚାତୋ’ । ପ୍ରଥମ ଷ୍ଟୁଡିଓ ଆଲବମ୍ ହେଉଛି ୧୯୯୮ରେ ରିଲିଜ ହୋଇଥିବା ‘ବେନ୍ଦେଚି ବୀନା’ । ଶ୍ରେୟା ୪ଟି ନ୍ୟାସନାଲ ଫିଲ୍ମ ଆଓ୍ୱାର୍ଡସ୍, ୪ଟି କେରଳ ଷ୍ଟେଟ ଫିଲ୍ମ ଆଓ୍ୱାର୍ଡସ୍, ଦୁଇଟି ତାମିଲନାଡ଼ୁ ଷ୍ଟେଟ୍ ଫିଲ୍ମ ଆଓ୍ୱାର୍ଡସ୍, ୭ଟି ଫିଲ୍ମ ଫେୟାର ଆଓ୍ୱାର୍ଡସ୍, ୬ଟି ବେଷ୍ଟ ଫିମେଲ ପ୍ଲେବ୍ୟାକ୍ ସିଙ୍ଗର, ଏବଂ ୧୦ଟି ଫିଲ୍ମ ଆଓ୍ୱାର୍ଡସ୍ ସାଉଥ ସମ୍ମାନରେ ସମ୍ମାନିତ ହୋଇଛନ୍ତି । ଶ୍ରେୟାଙ୍କ ଜନ୍ମଦିନ ଅବସରରେ ତାଙ୍କ ପ୍ରଶଂସକଙ୍କ ତାଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି । ସେ ଟ୍ୱିଟ୍ରରେ ଏକ ଭିଡିଓ ସେୟାର କରି ତାଙ୍କ ପ୍ରଶଂସକଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି । ତାଙ୍କ ଭଳି ଜଣେ ଆଗଧାଡିର ବ୍ୟକ୍ତିତ୍ୱ ତଥା ଗାୟିକାଙ୍କୁ ତାଙ୍କ ଜନ୍ମଦିନରେ ନନ୍ଦିଘୋଷ ଟିଭି ପରିବାର ପକ୍ଷରୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ।
Thank you for the wishes that have been pouring in today. Truly blessed and feeling so loved☺️♥️♥️♥️☺️ Hope I continue to make a place in your hearts through my music. #blessed #birthdaygirl #HappyBirthdayShreyaGhoshal #birthdaylove pic.twitter.com/JDmz5cNK8N
— Shreya Ghoshal (@shreyaghoshal) March 12, 2019
ଶ୍ରେୟାଙ୍କ ପ୍ରେମ କାହାଣୀ
ପ୍ରଫେସନାଲ୍ ଲାଇପ୍କୁ ନେଇ ବହୁବାର ଖବରର ହେଡ୍ଲାଇନ୍ ବନିଥିବା ଶ୍ରେୟା ନିଜ ବ୍ୟକ୍ତିଗତ ଜୀବନକୁ ନେଇ ପ୍ରୟାତ ଚୁପ୍ଚାପ ରୁହନ୍ତି । ସେ କହିବାନୁଯାୟୀ ତାଙ୍କ ପ୍ରେମ କାହାଣୀ ଉପନ୍ୟାସଗୁଡ଼ିକରେ ପଢ଼ିଥିବା ପ୍ରେମ କାହାଣୀ ପରି । ଶ୍ରେୟା ବଙ୍ଗଳା ରୀତିନୀତି ଅନୁଯାୟୀ ୨୦୧୫ ମସିହାରେ ଶିଲାଦିତ୍ୟ ମୁଖୋପାଧ୍ୟାୟଙ୍କୁ ବିବାହ କରିଥିଲେ।

ବିବାହ ପୂର୍ବରୁ ଏହି ଦମ୍ପତି ୧୦ବର୍ଷ ପର୍ଯ୍ୟନ୍ତ ସମ୍ପର୍କରେ ଥିଲେ । ଫେବ୍ରୁଆରୀ ୫ରେ, ସେମାନଙ୍କର ବିବାହର ତୃତୀୟ ବାର୍ଷିକୀ ଅବସରରେ ଶ୍ରେୟା ତାଙ୍କ ପ୍ରେମ କାହାଣୀ ପ୍ରକାଶ କରିଥିଲେ | ଶିଲାଦିତ୍ୟଙ୍କ ସହ ଏକ ଚିତ୍ର ସେୟାର କରି ସେ ଲେଖିଛନ୍ତି, “ତୁମେ ସେତେବେଳେ ଜଣେ ପୁଅ ଏବଂ ମୁଁ ଜଣେ ଝିଅ ।

ମୁଁ କେବେ ଭାବି ନଥିଲେ ଯେ, ପ୍ରେମ କାହାଣୀ ଯାହା ମୁଁ ଉପନ୍ୟାସରେ ପଢ଼ିଥିଲି ଏବଂ ଚଳଚ୍ଚିତ୍ରରେ ଦେଖୁଥିଲି, ବାସ୍ତବ ଜୀବନରେ ମୋ ସହିତ ଘଟିବ | କିନ୍ତୁ ତୁମକୁ ଭେଟିବା ପରେ ମୁଁ ବର୍ତ୍ତମାନ କହିବି ଯେ ଏହା ସତ ଅଟେ | ଶ୍ରେୟାଙ୍କ ସ୍ୱାମୀ ଶିଲାଦିତ୍ୟ Hipcask.com ୱେବସାଇଟର ପ୍ରତିଷ୍ଠାତା
ବହୁ ଦିନର ପ୍ରତିକ୍ଷାର ଅନ୍ତ ହେବ, ବଡ଼ କାର୍ଯ୍ୟରେ ସଫଳତା ହାସଲ କରିବେ
ମେଷ
ଅଶ୍ୱିନୀ ନକ୍ଷତ୍ର : କର୍ମକ୍ଷେତ୍ରରେ ଉର୍ଣ୍ଣତି, ଆର୍ଥିକ ସହାୟତା ଓ ଲୋକସଂପର୍କ ବୃଦ୍ଧି ହେବ ।
ଦ୍ୱିଜା ନକ୍ଷତ୍ର : ଯୋଜନାରେ ସଫଳ ହେବେ, କର୍ମ କ୍ଷେତ୍ରରେ ଶୁଭ ପ୍ରଭାବ ରହିବ॥
କୃତ୍ତିକା ନକ୍ଷତ୍ର: ଯଶ କିର୍ତ୍ତି ସମ୍ମାନ, ଅର୍ଥ, ସାମାଜିକ ପ୍ରତିଷ୍ଠା ଏବଂ ଧର୍ମଭାବ ପ୍ରାପ୍ତ ଯୋଗ ରହିଛି ॥
ଶୁଭ ରଙ୍ଗ – ଧଳା
ହନୁମାନ ଭଗବାନଙ୍କୁ ଦର୍ଶନ କରନ୍ତୁ॥
ବୃଷ –
କୃତ୍ତିକା ନକ୍ଷତ୍ର : ଉପର ହାକିମଙ୍କର କୃପା ଏବଂ ଅର୍ଥବଳ ଦୃଢ ରହିବ, କର୍ମ କ୍ଷେତ୍ରରେ ଶୁଭ ପ୍ରଭାବ ଅନୁଭୁତ ହେବ॥
ରୋହିଣି ନକ୍ଷତ୍ର: ଶୁଭକାର୍ଯ୍ୟରେ ବ୍ୟୟ, ଯାନବାହାନ ଜନିତ କ୍ଷୟକ୍ଷତି ଓ ମାନସମ୍ମାନ କ୍ଷୁର୍ଣ୍ଣ ସୂଚନା ରହିବ॥
ମୃଗଶିରା ନକ୍ଷତ୍ର: ବନ୍ଧୁବର୍ଗରେ ସାହାଯ୍ୟ ସହଯୋଗ ମିଳିବ, ଧନଲାଭ ହେବ ॥
ଶୁଭ ରଙ୍ଗ – ହଳଦିଆ
ଲକ୍ଷ୍ମୀ ମା’ଙ୍କର ଦର୍ଶନ ଓ ସିନ୍ଦୁର ଧାରଣ କରନ୍ତୁ॥
ମିଥିନ
ମୃଗଶିରା ନକ୍ଷତ୍ର : ବହୁଦିନର ପ୍ରତିକ୍ଷିତ ଏକ ବଡ କାର୍ଯ୍ୟରେ ସଫଳତା, ଭୋଗ ବିଳାସ ପ୍ରାପ୍ତି ଯୋଗ ରହିଛି ॥
ଆଦ୍ରା ନକ୍ଷତ୍ର: ମାନସମ୍ମାନ ଲାଭ, ଆର୍ଥିକ ସଫଳତା ଓ ନୂତନ ଗୃହନିର୍ମାଣ ର ସୂଯୋଗ ମିଳିବ ॥
ପୂନର୍ବସୁ ନକ୍ଷତ୍ର: ସୁ-ବିଚାର ସହିତ କର୍ମକ୍ଷେତ୍ରରେ ଉଦ୍ୟମରେ ସଫଳତା ଓ ସହଯୋଗ ପ୍ରାପ୍ତି ହେବ ॥
ଶୁଭ ରଙ୍ଗ – ସୁନେଲି
ଓଁ ନମଃ ଶିବାୟ ୧୦୮ ଥର ଜପ କରନ୍ତୁ॥
କର୍କଟ –
ପୂନର୍ବସୁ ନକ୍ଷତ୍ର : ମାଲିମକୋଦ୍ଦମାରେ ଜୟ ଓ ଅର୍ଥପ୍ରାପ୍ତିର ସୁଚନା ରହିଛି ॥
ପୂଷ୍ୟା ନକ୍ଷତ୍ର : ବ୍ୟବସାୟ ସହଯୋଗୀ ଓ ଜୀବନସାଥି ସହ ମତାନ୍ତର ଯୋଗ ରହିବ॥
ଅଶ୍ଲେଷା ନକ୍ଷତ୍ର : ବୃଥା କାରଣରୁ ଏବଂ ଗୁପ୍ତଶତ୍ରୁ ହେତୁ କୌଣସି ବଡ ଅସଫଳତାର ଦୁର୍ଯୋଗ ପ୍ରାପ୍ତି ହେବ॥
ଶୁଭ ରଙ୍ଗ – କମଳା
କଳାଜିବଙ୍କୁ ଖାଦ୍ୟ ଓ ଦିବ୍ୟାଙ୍ଗଙ୍କୁ କଳା ଛତା ଦାନ କରନ୍ତୁ॥
ସିଂହ –
ମଘା ନକ୍ଷତ୍ର : ଭାଗ୍ୟଦେବୀ ଆପଣଙ୍କ ଉପରେ ସଦୟ ରହିବେ, କର୍ମଜୀବନ ଓ ସାମାଜିକ ଜୀବନରେ ଶୁଭଫଳ ମିଳିବ॥
ପୂର୍ବାଫାଲଗୁନି ନକ୍ଷତ୍ର : ପ୍ରତି କ୍ଷେତ୍ରରେ ନିରବ ରୁହନ୍ତୁ, କର୍ମକ୍ଷେତ୍ରରେ ଅଡୁଆ ସୃଷ୍ଟି କରିପାରେ ସତର୍କ ରହିବେ॥
ଉତ୍ତରାଫାଲଗୁନୀ ନକ୍ଷତ୍ର : ଭୂସମ୍ପତ୍ତି ଓ ନିଜର ସ୍ୱାସ୍ଥ୍ୟ କ୍ଷେତ୍ରରେ ଶୁଭଫଳ ପାଇବେ, କର୍ମକ୍ଷେତ୍ରରେ ଶୁଭତ୍ୱ ଅନୁଭୁତ ହେବ ॥
ଶୁଭ ରଙ୍ଗ – ଧଳା
ମା’ ଦକ୍ଷିଣ କାଳୀଙ୍କୁ ଦର୍ଶନ ଓ କଳାଜିବଙ୍କୁ ଖାଇବାକୁ ଦିଅନ୍ତୁ॥
କନ୍ୟା –
ଉତ୍ତରାଫାଲଗୁନୀ ନକ୍ଷତ୍ର : ପ୍ରତ୍ୟେକ କାର୍ଯ୍ୟରେ ସହଯୋଗ ମିଳିବ ଓ ଯଶସମ୍ମାନ ପ୍ରାପ୍ତି ହେବ॥
ହସ୍ତା ନକ୍ଷତ୍ର : ଆଜି ପ୍ରତିକୂଳ ସମୟ ସ୍ରୋତ ସହ ଖାପଖୁଆଇ ନଚାଲିଲେ ଯୋଜନାରେ ହାରିଯାଇ ପାରନ୍ତି ॥
ଚିତ୍ରା ନକ୍ଷତ୍ର : ମନୋବଳ ସକାରାତ୍ମକ ରହିବ ତେଣୁ ସମସ୍ତ କ୍ଷେତ୍ରରେ ଶୁଭଫଳ ମିଳିବ॥
ଶୁଭ ରଙ୍ଗ – ଲାଲ
ତୁଳସିଚଉରା ମୂଳରେ ଜଳରେ ଗଙ୍ଗାଜଳ ମିଶାଇ ଅର୍ପଣ କରନ୍ତୁ ॥
ତୁଳା –
ଚିତ୍ରା ନକ୍ଷତ୍ର : ଚାକିରି ବ୍ୟବସାୟରେ ଉର୍ଣ୍ଣତି, ଜନସମ୍ପର୍କ ବୃଦ୍ଧି, ମାତ୍ର ମାତୃ ଓ ସ୍ତ୍ରୀ ବର୍ଗରେ ପୀଡ଼ା ଯୋଗ ରହିବ॥
ସ୍ୱାତୀ ନକ୍ଷତ୍ର : କର୍ମକ୍ଷେତ୍ରରେ କର୍ମଚାପ ସହିତ କିଛି ଭୁଲବୁଝାମଣାର ସୁଚନା ରହିଛି, ଆଥିକ ଅବନତି ହର॥
ବିଶାଖା ନକ୍ଷତ୍ର: ଭ୍ରମଣ କଷ୍ଟ, ଶରୀରପୀଡ଼ା ମାତ୍ର ଆଥିକ ସ୍ୱଚ୍ଛଳତା ସହିତ ଯୌଥ ବ୍ୟବସାୟରେ ଉର୍ଣ୍ଣତି ॥
ଶୁଭ ରଙ୍ଗ – ସବୁଜ
ସନୁଜ ରଙ୍ଗର ବସ୍ତ୍ର କୌଣସି କିନ୍ନରଙ୍କୁ ଦାନ କରନ୍ତୁ॥
ବିଛା –
ବିଶାଖା ନକ୍ଷତ୍ର : କର୍ମକ୍ଷେତ୍ରରେ କର୍ମଚାପ, ଭାତୃବର୍ଗରେ ମତାନ୍ତର ସହିତ ମାନସିକ ଚାପ ରହିବ ॥
ଅନୁରାଧା ନକ୍ଷତ୍ର : ସୂଖଶାନ୍ତି ପ୍ରାପ୍ତି, ଆଥିକ ଲାଭ ସହିତ କର୍ମକ୍ଷେତ୍ରରେ ଶୁଭଫଳର ସୂଚନା ରହିଛି ॥
ଜ୍ୟେଷ୍ଠା ନକ୍ଷତ୍ର : ସମାଜକଲ୍ୟାଣ କାର୍ଯ୍ୟକରି ସମ୍ମାନିତ ହେବେ, ଯୋଜନାରେ ଆଶାତିତ ଫଳ ମିଳିବ ॥
ଶୁଭ ରଙ୍ଗ – ଧଳା
କିଛି ମୁଗଡାଲି ଦାନ କରନ୍ତୁ ଓ ଭୋକିଲାକୁ ପେଟପୁରା ଖାଇବାକୁ ଦିଅନ୍ତୁ ॥
ଧନୁ ରାଶି –
ମୂଳା ନକ୍ଷତ୍ର: ପାରିବାରିକ ସହଯୋଗରେ ସମସ୍ତ ଯୋଜନାରେ ସଫଳ ହେବେ, ଆର୍ଥିକ ଉର୍ଣ୍ଣତି ପରିଲିକ୍ଷିତ ହେବ ॥
ପୂର୍ବଷାଢା ନକ୍ଷତ୍ର : ଜୀବନସାଥି ସହ କିମ୍ବା କୁଟୁମ୍ବରେ, ମତାନ୍ତର ଓ ଅଯଥା ଅର୍ଥବ୍ୟୟ ହେବ
ଉତ୍ତରାଷାଢା ନକ୍ଷତ୍ର :
ରାଜକୀୟ ସମ୍ମାନ ସହିତ ଆର୍ଥିକ ସହାୟତା ପ୍ରାପ୍ତ ହେବ॥
ଶୁଭ ରଙ୍ଗ – ଧଳା ରଙ୍ଗ
ପଶ୍ଚମ ଦିଗକୁ ମୁଖକରି ୨୭ଥର ଓଁ ଶଂ ଶନିଶ୍ଚରାୟ ନମଃ ଜପ କରନ୍ତୁ ॥
ମକର ରାଶି –
ଉତ୍ତରାଷାଢା ନକ୍ଷତ୍ର: ଯୌଥ ବ୍ୟବସାୟରେ ମତାନ୍ତର, ଚାକିରିରେ ସ୍ଥାନାନ୍ତର ର ସୂଚନା ॥
ଶ୍ରବଣା ନକ୍ଷତ୍ର: ବନ୍ଧୁବର୍ଗରେ ସାହାଯ୍ୟ ମିଳିବ,ଉଦ୍ୟମ ସିଦ୍ଧି ହେବ॥
ଧନିଷ୍ଠା ନକ୍ଷତ୍ର: ବନ୍ଧୁପରିଜନ ଙ୍କର ସହଯୋଗରେ ଭବିଷ୍ୟତରେ ଶୁଭକର୍ମର ସୁଚନା ଷୃଷ୍ଟି ହେବ, ଜମିଜମା ସମ୍ବନ୍ଧିୟ ଶୁଭଫଳ ମିଳିବ॥
ଶୁଭ ରଙ୍ଗ – ଧଳା ରଙ୍ଗ
୭ଟି ଲାଲ ମନ୍ଦାର ଦେବୀ ମନ୍ଦିରରେ ଅର୍ପଣ କରନ୍ତୁ ଅଟକି ଥିବା କାମ ହୋଇଯିବ॥
କୁମ୍ଭ ରାଶି –
ଧନିଷ୍ଠା ନକ୍ଷତ୍ର: ସର୍ବବିଧ ସୁବିଧା ସୁଯୋଗ, ଲାଭ ଓ ପ୍ରତିଷ୍ଠା ମିଳିବ ॥
ଶତଭିଷା ନକ୍ଷତ୍ର : କର୍ମକ୍ଷେତ୍ରରେ ବାଧା, ଶରୀର ପିଡା ଓ କର୍ମଚାପ ରହିବ ॥
ପୂର୍ବଭାଦ୍ର ନକ୍ଷତ୍ର : ବନ୍ଧୁମୀଳନ, ଦୁରଭ୍ରମଣ, ଯାନବାହାନ ଆଦି ଦ୍ରବ୍ୟ ଲାଭ ॥
ଶୁଭ ରଙ୍ଗ – ଧଳା
ହଳଦିଆ ରଙ୍ଗର ବସ୍ତ୍ର ଏବଂ ମିଠାଖାଦ୍ୟ ଦାନ କରନ୍ତୁ ॥
ମୀନ ରାଶି –
ପୂୃର୍ବଭାଦ୍ର ନକ୍ଷତ୍ର: ଜିବନସାଥିର ସ୍ୱାସ୍ଥ୍ୟ ପୀଡ଼ା, ବ୍ୟବସାୟ ସହଯୋଗୀଙ୍କ ସହ ମତାନ୍ତର, ବ୍ୟୟ ବୃଦ୍ଧି ॥
ଉତ୍ତରଭାଦ୍ର ନକ୍ଷତ୍ର: ଗୃହରେ ଶୁଭକର୍ମ ହେବ, ସନ୍ତାନ ବର୍ଗରେ ଉର୍ଣ୍ଣତି, ଆର୍ଥିକ ଲାଭର ସୂଚନା ରହିବ ॥
ରେବତୀ ନକ୍ଷତ୍ର : ଯୋଗ୍ୟତା ଏବଂ ପରିଶ୍ରମ ଅନୁଯାୟୀ ଫଳ ମିଳିବ, ମନ ଶାନ୍ତ ରହିବ ॥
ଶୁଭ ରଙ୍ଗ: ହଳଦିଆ
ଗାୟତ୍ରୀ ମନ୍ତ୍ର ୨୭ଥର ଜପ କରନ୍ତୁ॥
ଗର୍ଗ ଜ୍ୟୋତିଷ
ପଣ୍ଡିତ ଶ୍ରୀପତି ଆଚାର୍ଯ୍ୟ
୨୦ ବର୍ଷରେ ବିକାଶର ନୂଆ ନକ୍ସା
ବିଜୁ ପଟ୍ଟନାୟକ । ଆଧୁନିକ ଓଡ଼ିଶାର ବିନ୍ଧାଣୀ । ପାରାଦ୍ୱିପ ଏକ୍ସପ୍ରେସ ୱେରୁ ରାଉରକେଲା ଷ୍ଟିଲ, ସବୁ ହେଉଛି ବିଜୁ ବାବୁଙ୍କ ଲିଗାସୀ । କିନ୍ତୁ ବିଜୁଙ୍କ କିଛି ସ୍ୱପ୍ନ ଅଧୁରା ରହିଯାଇଥିଲା । କ୍ଷମତା ବନବାସ ବିଜୁଙ୍କୁ ସେଇ ସ୍ୱପ୍ନ ପୁରା କରିବାକୁ ସମୟ ଦେଇନଥିଲା । ସେଇ ଅଧୁରା ସ୍ୱପ୍ନକୁ ପୂରଣ କରିବାକୁ ଦିନେ ଓଡ଼ିଶା ଆସିଥିଲେ ନବୀନ ପଟ୍ଟନାୟକ । ନବୀନଙ୍କ ୨୦ ବର୍ଷର ଶାସନ ଏବେ ଓଡ଼ିଶାକୁ ବିକାଶ ମ୍ୟାପରେ ଦେଇଛି ସତନ୍ତ୍ର ସ୍ଥାନ। ସାରା ବିଶ୍ୱରେ ଓଡ଼ିଶାକୁ ଦେଇଛନ୍ତି ପରିଚିତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କଥାରେ ନୁହେଁ କାମରେ ବିଶ୍ୱାସ କରୁଥିବା ଜଣେ ବିଶ୍ୱାସୀ ନେତା । ପାଞ୍ଚ ପାଞ୍ଚ ଥର ଶାସନ ଡୋରିକୁ ସମ୍ଭାଳି ସେ ହାସଲ କରିଛନ୍ତି ଜଣେ ଅପରାଜେୟ, ଅପ୍ରତିଦ୍ୱନ୍ଦୀ ନେତାର ଟାଇଟଲ୍ । ଖୁବ୍ ସାଦାସିଦା ତାଙ୍କ ଜୀବନଚର୍ଜା, ହେଲେ ତାଙ୍କ ବାଉନ୍ସରରେ ବିରୋଧୀ ଅକ୍ତାମକ୍ତା । ୨୦ବର୍ଷରେ ନବୀନ କେମିତି ପାଲଟିଲେ ବିକାଶର ବିଶ୍ବକର୍ମା ?
ମା’ ଓ ମାଟିକୁ ସମ୍ମାନ

ମାଆଙ୍କ ପାଇଁ ମମତା ତ ମହିଳା ସଶକ୍ତିକରଣ ପାଇଁ ମିଶନ ଶକ୍ତି। ଏପରି ଅନେକ ଯୋଜନା ରାଜ୍ୟର ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବାରେ ସହାୟକ ହୋଇଛି। ଆଗରୁ ଯେଉଁ ମହିଳା ଘରୁ ବାହାରୁ ନଥିଲେ, ସେମାନେ ଏବେ ନିଜ ଗୋଡ଼ରେ ନିଜେ ଠିଆ ହେଉଛନ୍ତି। ସେହିପରି ମହିଳା ସଂରକ୍ଷଣ ଦିଗରେ ନବୀନଙ୍କ ଉଦ୍ୟମ ପ୍ରଶଂସନୀୟ।
ବାପାଙ୍କ ଇଚ୍ଛାକୁ ସମ୍ମାନ ଜଣାଇ ତାଙ୍କର ସବୁ ସ୍ୱପ୍ନକୁ ସାକାର କରିଛନ୍ତି ନବୀନ । ବିଜୁ ବାବୁ ଚାହୁଁଥିଲେ ମହିଳା ସ୍ୱାବଲମ୍ବୀ ହୁଅନ୍ତୁ, ଘରର ଚାରି କାନ୍ଥରୁ ବାହାରି ସମାଜର ସବୁ ବର୍ଗରେ ସାମିଲ ହୁଅନ୍ତି। ରାଜନୀତି ହେଉ ବା ରୋଜଗାର, ମହିଳା ଯେମିତି ଆଗକୁ ବଢିଲା, ତାହା ଥିଲା ବିଜୁ ବାବୁଙ୍କ ସ୍ୱପ୍ନ। ଏହାକୁ ସାକାର କରିବା ଦିଗରେ ତାଙ୍କ ପୁଆ ନବୀନ ପଟ୍ଟନାୟକ ମହିଳା ସଶକ୍ତିକରଣ ପାଇଁ ବିଭିନ୍ନ ଯୋଜନା କରିଛନ୍ତି। ମମତା ଯୋଜନା ଜରିଆରେ ଗର୍ଭବତୀ ମହିଳାଙ୍କ ସୁରକ୍ଷା ତ ମିଶନ ଶକ୍ତି ଦ୍ଵାରା ମହିଳାଙ୍କୁ ରୋଜଗାରକ୍ଷମ କରାଯାଇଛି। ସ୍ୱୟଂ ସହାୟକ ଗୋଷ୍ଠୀ ଜରିଆରେ ୭୦ଲକ୍ଷରୁ ଅଧିକ ମହିଳାଙ୍କୁ ସ୍ୱାବଲମ୍ବୀ କରିଥିବା ତଥ୍ୟ ଦେଇଛନ୍ତି ରାଜ୍ୟ ସରକାର। ଏଥିରେ ୬୦୨୦୧୩ ମହିଳା ଏସଏଚଜି ଧୂପକାଠି ହେଉ କି କ୍ୟାଣ୍ଡେଲ, ବିଞ୍ଚଣା। ହେଉ କି ମହୁ, ନିଜେ ତିଆରି କରି ବିକ୍ରି କରୁଛନ୍ତି। ୩.୧୧ ଲକ୍ଷ ମହିଳାଙ୍କୁ ଆର୍ଥିକ ସହାୟତା ବି ମିଳିଛି। ବାକିଙ୍କୁ ଚଳିତ ଆର୍ଥିକ ବର୍ଷରେ ସହାୟତା ମିଳିବ।

ପଞ୍ଚାୟତ ନିର୍ବାଚନରେ ମହିଳାଙ୍କ ଯୋଗଦାନ ବୃଦ୍ଧି ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩୩ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରିଥିଲେ। ତୃଣମୂଳ ସ୍ତରର ରାଜନୈତିକ ବାତାବରଣ ସହ ଖାପ ଖୁଆଇବା ପାଇଁ ସଂରକ୍ଷଣକୁ ୫୦ ପ୍ରତିଶତ ଯାଏ ବଢାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୨୦୧୯ ନିର୍ବାଚନ ପୂର୍ବରୁ ସାଧାରଣ ନିର୍ବାଚନରେ ମହିଳାଙ୍କ ୩୩ ପ୍ରତିଶତ ମହିଳା ସଂରକ୍ଷଣ କଥା ଉଠାଇଲେ ନବୀନ। ରାଜ୍ୟ ବିଭାନସଭାରେ ପାରିତ ହୋଇ ସଂସଦ ଯାଏ ଗଲା କଥା। କେନ୍ଦ୍ରରୁ ଉତ୍ତର ନ ମିଳିବାରୁ, ୨୦୧୯ ନିର୍ବାଚନରେ ୩୩ ପ୍ରତିଶତ ମହିଳାଙ୍କୁ ଲୋକସଭା ପ୍ରର୍ଥୀକଲେ ବିଜେଡି ସୁପ୍ରିମୋ। ଏପରିକି ସ୍ୱୟଂ ସହାୟକ ଗୋଷ୍ଠୀ ଜରିଆରେ ଲକ୍ଷାଧିକ ମହିଳାଙ୍କୁ ରୋଜଗାରକ୍ଷମ କରିଥିବା ପରିଣତ ବୟସର ମହିଳାଙ୍କୁ ପ୍ରମିଳା ବିଷୋୟୀଙ୍କୁ ଆସ୍ତା ଲୋକସଭାରୁ ପ୍ରାର୍ଥୀ ବି କରାଗଲା। ମହିଳା ସଶକ୍ତିକରଣର ବ୍ରାଣ୍ଡ ଆମ୍ବାସାଡର ପ୍ରମିଳା ବହୁ ବ୍ୟବଧାନରେ ଜିତି ଦିଲ୍ଲୀ ଦରବାରରେ ମହିଳା ବିକାଶ ପାଇଁ ସ୍ୱର ଉଠାଇଲେ।

୨୦୦୦ ମସିହା ପରଠାରୁ ମହିଳାମାନେ ବିଜେଡିର ବଡ଼ ଭୋଟ ବ୍ୟାଙ୍କ ପାଲଟିଛନ୍ତି। ଚାହିଁଥିଲେ ବଡ଼ ଭଉଣୀ ଗୀତା ମେହଟ୍ଟ।ଙ୍କୁ ରାଜ୍ୟସଭା ବି ପଠା ପାରିଥାନ୍ତେ ନବୀନ, ହେଲେ ରାଜ୍ୟର ଅନ୍ୟ ମହିଳା ଯେପରି ସବୁ କ୍ଷେତ୍ରରେ ସଫଳ ହୁଅନ୍ତୁ, ସେ ଦିଗରେ ଆଦିବାସୀ ବର୍ଗର ମହିଳାଙ୍କୁ ସଂସଦର ଉପର ସଦନକୁ ପଠାଇବା ନବୀନଙ୍କ ବଡ଼ ନିଷ୍ପତ୍ତି।
ଫୋକସରେ ଚାଷୀ

ନବୀନ ଯୁଗରେ ସବୁଜ ବିପ୍ଳବ । ଚାଷୀ ସାଜିଛନ୍ତି ବିକାଶର ସାରଥି । ଏଥିପାଇଁ ନିଜର ୨୦ବର୍ଷର ଶାସନ କାଳରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁଠାରୁ ଅଧିକ ଗୁରୁତ୍ୱ ଦେଇଛନ୍ତି କୃଷି ଓ କୃଷକଙ୍କ ଉପରେ। ସ୍ୱତନ୍ତ୍ର କୃଷି ବଜେଟ୍ ଓ କାଳିଆ ଯୋଜନା ସାରା ଦେଶରେ ପ୍ରଥମ । ତେଣୁ କୃଷି କଥା ଉଠିଲେ ସମସ୍ତଙ୍କ ମନରେ କାଳିଆ ଯୋଜନା କଥା ଆସିଯାଏ। କାଳିଆ ଯୋଜନା ଭଳି ଐତିହାସିକ ଯୋଜନା କରି ସରକାର ଅନେକ ପ୍ରଶଂସା ସାଉଁଟିଛନ୍ତି। କାଳିଆ ଯୋଜନା ମଧ୍ୟମରେ ସରକାର ଚାଷୀକୁ ସମ୍ମାନ ଦେବା ସହ ଆତ୍ମନିର୍ଭରଶୀଳ କରିପାରିଛନ୍ତି। କେବଳ ଏତିକି ନୁହେଁ କାଳିଆ ଛାତ୍ରବତ୍ତି ଯୋଜନା ମାଧ୍ୟମରେ ଚାଷୀ ଘରର ପିଲାଙ୍କୁ ଉଚ୍ଚଶିକ୍ଷା ପାଇଁ ଆର୍ଥିକ ସହାୟତା ଯୋଗଇଛି ଓଡ଼ିଶା ସରକାର। ଏହାସହ ଚାଷୀମାନେ କିଭଳି ନୂତନ ଜ୍ଞାନକୈାଶଳ ସହାୟତାରେ ଲାଭଜନକ ହୋଇପାରିବେ ସେ ନେଇ ରାଜ୍ୟ ସରକାର ପ୍ରତ୍ୟେକ ବର୍ଷ କୃଷି ଓଡ଼ିଶା ମହୋତ୍ସବର ଆୟୋଜନ ମଧ୍ୟ କରି ଆସୁଛନ୍ତି।

ସାରା ଦେଶରେ କୃଷି କ୍ଷେତ୍ରରେ ବାର୍ଷିକ ଅଭିବୃଦ୍ଧି ହାର ୩.୧ ଥିବା ବେଳେ ରାଜ୍ୟରେ ଏହା ୪.୫ ପ୍ରତିଶତ ରହିଛି। ଯାହା ରାଜ୍ୟରେ କୃଷକଙ୍କ ଆୟକୁ ଦ୍ବଗୁଣିତ କରିଛି। କୃଷି ନୀତି ୨୦୨୦ ଅନୁସାରେ ଆଗାମୀ ୫ ବର୍ଷରେ କୃଷି ଆୟ ସ୍ଥିର, ପୋଶଣୀୟ ଏବଂ ଅଭିବୃଦ୍ଧି ଭିତିକ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଚାଷ ପାଇଁ ରାଜ୍ୟରେ ୬ଟି ବୃହତ ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ ହୋଇଛି। ହଜାର ହଜାର ହେକ୍ଟର ଜମି ଜଳସେଚିତ ହୋଇପାରିଛି। ବର୍ଷ ୨୦୨୦-୨୧ ରାଜ୍ୟ ବଜେଟରେ କୃଷି ପାଇଁ ସର୍ବାଧିକ ଅର୍ଥ ବ୍ୟୟବରାଦ ହୋଇଛି। ଯାହା ସରକାରଙ୍କ କୃଷି ଓ କୃଷକଙ୍କ ପ୍ରତି ଥିବା ଭଲପାଇବା ବଜେଟରେ ପ୍ରତିଫଳନ ହୋଇଛି। କୃଷି ପାଇଁ ଗତ ବଜେଟରେ ୧୯,୪୦୮ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଯାହା ମୋଟ ବଜେଟର ଅର୍ଥର ୧୩ ପ୍ରତିଶତ ଅର୍ଥ କୃଷିକୁ ଦିଆ।ଯାଇଛି। ଯେଉଁଥିରେ ସରକାର ମାଛଚାଷ ସହ ଗୋପାଳନକୁ ଅଧିକ ଗୁରୁତ୍ୱ ଦେଇଛନ୍ତି। ଏହାସହ କୃଷି ମହୋତ୍ସବ କରି ରାଜ୍ୟ ସରକାର କୃଷକ ମାନଙ୍କୁ ଟ୍ରେନିଂ ଦେବା ସହ ଅନେକ ସରଂଜାମ ମାଗଣାରେ ପ୍ରଦାନ କରିଥିଲେ। ସେପଟେ ସରକାରଙ୍କ ଉଦ୍ୟମ ବଳରେ ଖାଦ୍ୟ ଶସ୍ୟ ଉତ୍ପାଦନ ଏବଂ କୃଷି କ୍ଷେତ୍ରରେ ଉଲ୍ଲେଖନୀୟ ଅଭିବୃଦ୍ଧି ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଓଡ଼ିଶାକୁ ଲଗାତକ କୃଷି କର୍ମଣ ପୁରସ୍କାର ମିଳିଛି।
ଦରିଦ୍ରଙ୍କ ଦୁଃଖ ବୁଝନ୍ତି ନବୀନ

ଦିନ ଥିଲା ଭୋକର ଭୂଗୋଳ କହିଲେ, ସାରା ବିଶ୍ୱ ଓଡିଶାକୁ ହିଁ ଚିତ୍ରିତ କରୁଥିଲା । ୮୦ ଓ ୯୦ ଦଶକରେ ଓଡିଶାକୁ ମିଳିଥିବା, ଏ ଦୁର୍ନ।ମ ଏବେ ଆଉ ନାହିଁ । କ୍ଷୁଦାଗ୍ରସ୍ତ ରାଜ୍ୟରୁ ଖାଦ୍ୟଶସ୍ୟ ବଳକା ରାଜ୍ୟରେ ପରିଣତ ହୋଇଛି ଓଡ଼ିଶା । ଏହା ସମ୍ଭବ ହୋଇଛି କେବଳ ନବୀନ ପଟ୍ଟନାୟକ ନେତୃତ୍ୱାଧୀନ ବିଜେଡି ସରକାରର ଏକାଧିକ ଦାରିଦ୍ର୍ୟଦୂରୀକରଣ କାର୍ଯ୍ୟକ୍ରମ ଏବଂ ଦୃଢ ଇଚ୍ଛାଶକ୍ତି ଯୋଗୁଁ । ବର୍ଷ ବର୍ଷ ଧରି ତାଙ୍କର ବିଭିନ୍ନ ଯୋଜନା ଭୋକିଲାର ଭୋକକୁ ଭୁଲେଇବାକୁ ସାହାଜ୍ୟ କରିଛି ।
୨୦୦୦। ରାଜ୍ୟର କ୍ଷମତା ଡୋରି ଧରିଲେ ନବୀନ ପଟ୍ଟନାୟକ। ସେଦିନ ହିଁ, ଓଡିଶାକୁ କ୍ଷୁଧାମୁକ୍ତ କରିବାକୁ ନେଲେ ବଜ୍ର ଶପଥ। ପ୍ରଥମ ପର୍ଯ୍ୟାୟରେ ମିଶନ୍ ହେଲା ଫିକ୍ସ । ଦେବାଳିଆ ସ୍ଥିତିରୁ ମୁକ୍ତ କରିବାକୁ ଆରମ୍ଭ କଲେ ଅଭିଯାନ । ଭୋକିଲାଙ୍କୁ ଭାତ, ଅଭାବିଙ୍କୁ ଛାତ। ନବୀନଙ୍କ ଲାବରୋଟାରୀରେ ଚାଲିଲା ଭୋକମୁ୍କ୍ତ ଓଡ଼ିଶା ଗଠନ ପାଇଁ ଗୋଟିଏ ପରେ ଗୋଟିଏ ପରୀକ୍ଷା।

ବର୍ଷ ୨୦୦୮। ଗରିବିର ହାଣ୍ଡିଶାଳରେ ପହଞ୍ଚିଲା ଦୁଇ ଟଙ୍କିଆ ଚାଉଳ। ୨୦୧୩ରେ ଟଙ୍କିକିଆ ଚାଉଳ ଯୋଜନା ସାରା ଦେଶରେ ଚର୍ଚ୍ଚା ସୃଷ୍ଟି କରିଥିଲା। ଯେଉଁଥିରୁ ଉପକୃତ ହେଉଛି ପ୍ରାୟ ୫୫ ଲକ୍ଷ ଗରିବ ପରିବାର।
ସହରାଞ୍ଚଳରେ ଆହାର ଦେଇଛି ଆନନ୍ଦ । ୨୦୧୫ରେ ୫ଟି ପୌରାଞ୍ଚଳରେ ପାଇଲଟ୍ ଭିତ୍ତିରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ଏବେ ୧୫୮ଟି କେନ୍ଦ୍ରରେ ଦୈନିକ ୫ଟଙ୍କାରେ ମିଳୁଛି ମଧ୍ୟାହ୍ନ ଭୋଜନ । ଏଥିସହିତ ଡାକ୍ତରଖାନା ପରିସରରେ ଥିବା କେନ୍ଦ୍ରରେ ମିଳୁଛି ରାତ୍ରୀ ଭୋଜନ।
ନବୀନଙ୍କ ଅଭିଧାନରେ ରହିବନି ଦୁଃଖ ଦରିଦ୍ର ଭଳି ଶବ୍ଦ । ତେଣୁ ଶାରିରୀକ ଭିନ୍ନକ୍ଷମ, ଅସହାୟ, ନିରାଶ୍ରୟ ଏବଂ ବୃଦ୍ଧବୃଦ୍ଧାଙ୍କୁ ସାମାଜିକ ସୁରକ୍ଷା ଦେବାକୁ ଆରମ୍ଭ ହୋଇଛି ମଧୁବାବୁ ପେନସନ ଯୋଜନା । ୨୦୦୮ରୁ ଆରମ୍ଭ ହୋଇଛି ଏହି ଯୋଜନା। ଉପକୃତ ହେଉଛନ୍ତି ୪୮ ଲକ୍ଷରୁ ଅଧିକ ହିତାଧିକାରୀ। କେବଳ ସେତିକି ନୁହେଁ ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ଅନ୍ତର୍ଭୁକ୍ତ ହିତାଧିକାରୀଙ୍କୁ ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନାରେ ଟଙ୍କିଆ ଚାଉଳ ଯୋଗାଇ ଦେଉଛନ୍ତି ରାଜ୍ୟ ସରକାର।
ଖାଦ୍ୟ ଓ ସାମାଜିକ ସୁରକ୍ଷା ପରେ ନବୀନଙ୍କ ଟାର୍ଗେଟ ଥିଲା ରାଜ୍ୟରେ ରହିବନି କଚ୍ଚାଘର । ବାତ୍ୟା ବନ୍ୟା ଘରପୋଡ଼ି ଭଳି ପ୍ରାକୃତିକ ଦୁର୍ବିପାକରୁ ଗରିବ ଲୋକଙ୍କୁ ସୁରକ୍ଷା ଦେବାକୁ ସରକାର ଯୋଗାଇ ଦେଉଛନ୍ତି ସୁରକ୍ଷିତ ବାସସ୍ଥାନ।

ବିଜୁ ପକ୍କାଘର ଯୋଜନାରେ ୨୫ ଲକ୍ଷ ହିତାଧିକାରୀ ଘର ପାଇ ସାରିଲେଣି। ଆସନ୍ତା ୪ ବର୍ଷରେ ଆହୁରି ୨୦ ଲକ୍ଷ ଗରିବ ଏଥିରେ ଉପକୃତ ହେବେ। ଜାଗା ମିଶନ୍ ବି ନବୀନ ସରକାରର ଆଉ ଏକ ଯ଼ୁଗାନ୍ତକାରୀ ପଦକ୍ଷେପ। ସହରାଞ୍ଚଳ ବସ୍ତିବାସିନ୍ଦା ପାଉଛନ୍ତି ଜମି ଅଧିକାର। ୨୦୧୮ରେ ଆରମ୍ଭ ହୋଇଥିବା ଏହି ଯୋଜନା ସାରା ଦେଶ ପାଇଁ ଥିଲା ଅନୁକରଣୀୟ । ଏଥିପାଇଁ ଓଡିଶାକୁ ମିଳିଛି ବିଶ୍ୱ ହାବିଟାଟ୍ ଆୱାର୍ଡ ।
ଏସବୁ ଭିତରେ ସରକାର ଦାଦନ ଶ୍ରମିକ ଓ ଦିନ ମଜୁରୀଆଙ୍କ ପାଇଁ ଖୋଲିଛନ୍ତି ପସରା । ସମସ୍ତଙ୍କୁ ସମାଜିକ ଓ ଆର୍ଥିକ ନିରାପତ୍ତା ଯୋଗାଇ ଦେଇ ଆସୁଛନ୍ତି। ଯାହାର ଫଳ ସ୍ବରୂପ ରାଜ୍ୟର ଦାରିଦ୍ର୍ୟ ରେକର୍ଡ ୨୪.୬୧ ପଏଣ୍ଟ ହ୍ର।ସ ପାଇଛି ।
ସୁସ୍ଥ ଓ ସୁଖୀ ଓଡିଶା

ସୁସ୍ଥ ଓଡ଼ିଶା ସୁଖୀ ଓଡ଼ିଶା। ଏ ଗୋଟିଏ ସଂକଳ୍ପ ନବୀନଙ୍କୁ ଦେଇଛି ସଫଳତା। ଗୋଟିଏ ପରେ ଗୋଟିଏ ମେଡିକାଲ୍ କଲେଜ ଖୋଲି ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ଦେଇଛନ୍ତି ସୁସ୍ଥତାର ସାହାସ । ମାଗଣା ଚିକିତ୍ସା ପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସାରା ଦେଶରେ ଚର୍ଚ୍ଚା ସୃଷ୍ଟି କରିଛି । ଆଉ କିଛିଦିନ ତଳେ କଟକ ବଡ଼ ମେଡିକାଲ୍କୁ ଏମ୍ସ୍ ପ୍ଲସ୍ର ମାନ୍ୟତା ଦେଇ ବିଶ୍ୱସ୍ତରୀୟ ମେଡିକାଲ୍ କଲେଜରେ ଗଢ଼ି ତୋଳିବାକୁ ଅଣ୍ଟା ଭିଡିଛନ୍ତି ରାଜ୍ୟ ସରକାର । ଯାହା ବୟାନ କରୁଛି ନବୀନ ଲୋକଙ୍କ ସ୍ୱାସ୍ଥ୍ୟ ପାଇଁ କେତେ ସମ୍ବଦନଶୀଳ। ଓଡ଼ିସାବାସୀଙ୍କୁ କେମିତି ସହଜରେ ସ୍ୱାସ୍ଥ୍ୟ ସେବା ପହଞ୍ଚାଯାଇପାରିବ ସେନେଇ ବିଭିନ୍ନ ପ୍ରକାର ଫର୍ମୁଲା ଆପଣେଇଛନ୍ତି ସେ ।
ରୋଗମୁକ୍ତ ଓଡ଼ିଶା କରିବାକୁ ଗାଁ ଗାଁରେ ଡାକ୍ତର। ସହରରେ ଅତ୍ୟାଧୁନିକ ସ୍ୱାସ୍ଥ୍ୟସେବା ସାଙ୍ଗକୁ ବିଶେଷଜ୍ଞ ଡାକ୍ତର । ନବୀନଙ୍କ ନାରା-ସୁସ୍ଥ ଓଡ଼ିଶା ସୁଖୀ ଓଡ଼ିଶା । ଦୁର୍ଗମ ଇଲାକାରେ ମୋବାଇଲ୍ ସ୍ୱାସ୍ଥ୍ୟସେବା ସହ ଜିଲ୍ଲା ହସପିଟାଲ୍କୁ ଅତ୍ୟାଧୁନିକ ଯନ୍ତ୍ରପାତି ଯୋଗାଇ ଦେଇ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବିପ୍ଳବ ସୃଷ୍ଟି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟ। ୟା ଭିତରେ ମାତୃ ଓ ଶିଶୁ ମୃତ୍ୟୁ ହାର କମାଇ ସାରା ଦେଶରେ ସୃଷ୍ଟି କରିଛନ୍ତି ରେକର୍ଡ।

ଠିକ ସେମିତି ମାଆ ପାଇଁ ନବୀନଙ୍କ ସମ୍ମାନ ମମତା ଯୋଜନାକୁ କରିଛି ରାଜ୍ୟରେ ସବୁଠାରୁ ଲୋକପ୍ରିୟ ଯୋଜନା। ଗର୍ଭବତୀ ମହିଳାଙ୍କୁ ପର୍ଯ୍ୟାୟକ୍ରମେ ଆର୍ଥିକ ସହାୟତା ଯୋଗାଇବା ସହ ସେମାନଙ୍କୁ ସମସ୍ତ ପ୍ରକାର ସ୍ୱାସ୍ଥ୍ୟସେବା ଯୋଗାଇ ଦେଇ ଆସୁଛନ୍ତି ରାଜ୍ୟ ସରକାର। ଏଯାଏଁ ୫୦ଲକ୍ଷରୁ ଅଧିକ ମାଆ ଏ ଯୋଜନାରେ ଉପକୃତ ହେଲେଣି । ଜନନୀ ସୁରକ୍ଷା ଯୋଜନା ବି ନବୀନଙ୍କ ଏକ ସଫଳ ଅଭିଯାନ।
ଘରେ ଘରେ ପହଞ୍ଚିଛି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା । ମାଗଣାରେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ ନବୀନ ପଟ୍ଟନାୟକ ଆରମ୍ଭ କରିଛନ୍ତି ବୀମା ଯୋଜନା। ପ୍ରତି ବ୍ୟକ୍ତି ୫ଲକ୍ଷ ଟଙ୍କା ସ୍ୱାସ୍ଥ୍ୟବୀମା ପାଉଛନ୍ତି। ମହିଳାଙ୍କ ପାଇଁ ଏହି ବୀମା ରାଶି ୭ଲକ୍ଷ ପର୍ଯ୍ୟନ୍ତ ରହିଛି। ଯାହାକି ସାରା ଦେଶରେ ଚର୍ଚ୍ଚା ସୃଷ୍ଟି କରିଛି। ଏପରିକି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ଦେଖି କେନ୍ଦ୍ର ସରକାର ଆରମ୍ଭ କରିଛନ୍ତି ଆୟୁଷ୍ମ।ନ ଯୋଜନା। ତେବେ କେବଳ ରାଜ୍ୟ ଭିତରେ ନୁହେଁ ରାଜ୍ୟ ବାହାରେ କିଛି ହସପଟାଲ୍ରେ ମଧ୍ୟ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଜରିଆରେ ପ୍ରବାସୀ ଓଡ଼ିଆ ମାଗଣା ସ୍ୱାସ୍ଥ୍ୟ ସେବା ପାଇ ପାରୁଛନ୍ତି।

ନିରାମୟ ଯୋଜନାରେ ସରକାରୀ ହସପିଟାଲ୍ର ମାଗଣା ଔଷଧ ବାଣ୍ଟି ରାଜ୍ୟ ସରକାରଙ୍କ ଲୋକଙ୍କ ଭିତରେ ସାହସ ଯୋଗାଇ ଦେଇଛନ୍ତି। ସୁନେତ୍ର ଯୋଜନା ଜରିଆରେ ସହଜ ଓ ସୁବିଧାରେ ଚକ୍ଷୁ ଚିକିତ୍ସା ପାଇଁ ରାଜ୍ୟ ସରକାର ଯୋଗାଇ ଦେଇ ଆସୁଛନ୍ତି ସମସ୍ତ ସହାୟତା। ୟା ଭିତରେ ମୋ ସରକାରରେ ସାମିଲ୍ ହୋଇଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ।
ମାରାତ୍ମକ କ୍ୟାନସ୍ର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଣ୍ଟା ଭିଡ଼ିଛନ୍ତି। ରତନ ଟାଟାଙ୍କ ସହ ଓଡ଼ିଶା ସହ ସ୍ୱାକ୍ଷର କରିଛି ଚୁକ୍ତି। ଖୁବ୍ଶୀଘ୍ର ଭୁବନେଶ୍ୱରରେ ବିଶ୍ୱସ୍ତରୀୟ ଟାଟା ମେମୋରିଆଲ୍ ହସପିଟାଲ୍ ନିର୍ମାଣ କରିବାକୁ ଯାଉଛନ୍ତି। କେବଳ ସେତିକି ନୁହେଁ ଜିଲ୍ଲାସ୍ତରରେ କ୍ୟାନ୍ସର ରୋଗୀଙ୍କୁ ଚିକିତ୍ସା ସେବା ଯୋଗାଇ ଦେବା ସହ ଆଚାର୍ଯ୍ୟ ହରିହର କ୍ୟାନ୍ସର ହସପିଟାଲ୍କୁ ସଂପ୍ରସାରଣ କରିଛନ୍ତି । ମୃତ୍ୟୁର ଜାଲ ବିଛାଇଥିବା ଡାଇବେଟିକ୍ସକୁ ମାତ୍ ଦେବାକୁ ମଧ୍ୟ ସରକାର ଆପ୍ରାଣ ଉଦ୍ୟମ ଜାରି ରଖିଛନ୍ତି। କେବଳ ସେତିକି ନୁହେଁ ଜିଲ୍ଲା ହସପିଟାଲ୍ରେ ହୃଦରୋଗର ନିଦାନ ଓ ଚିକିତ୍ସା ମଧ୍ୟ ରାଜ୍ୟ ସରକାର ଅଣ୍ଟା ଭିଡ଼ିଛନ୍ତି।
ପୂର୍ବରୁ କଟକ, ବ୍ରହ୍ମପୁର ଓ ବୁର୍ଲାରେ ଥିଲା ମେଡିକାଲ୍ କଲେଜ୍ ଓ ହସପିଟାଲ୍। ଏବେ ସାତ ସାତଟି ସରକାରୀ ମେଡିକାଲ୍ କଲେଜ୍ ଓ ହସପିଟାଲ୍ ପ୍ରତିଷ୍ଠା କରି ନବୀନ ଦେଖାଇଛନ୍ତି ସ୍ୱାସ୍ଥ୍ୟସେବା ପାଇଁ ତାଙ୍କ ଆନ୍ତରିକତାକୁ । ପ୍ରତି ଜିଲ୍ଲା ହସପିଟାଲ୍କୁ ଅତ୍ୟାଧୁନିକ ଯନ୍ତ୍ରପାତି ଯୋଗାଇ ଦେବା ସହ ଜରୁରୀକାଳୀନ ସେବା ପାଇଁ ଗାଁ ଗାଁରେ ପହଞ୍ଚାଇଛନ୍ତି ଆମ୍ବୁଲାନ୍ସ।

ତେବେ ବିଜୁ ଜୟନ୍ତୀରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ବୋଧନ ସାରା ରାଜ୍ୟବାସୀଙ୍କୁ କରିଛି ମନ୍ତ୍ରମୁଗ୍ଧ। ହଜାରେ କୋଟି ଟଙ୍କା ଖର୍ଚ୍ଚ କରି କଟକ ଏସ୍ସିବି ମେଡିକାଲ୍ କଲେଜକୁ ଏମ୍ଏସପ୍ଲସ୍ ମାନ୍ୟତା ଦେଇ ବିଶ୍ୱସ୍ତରୀୟ ହସପିଟାଲ୍ ପାଇଁ ବିଦ୍ଧିବଦ୍ଧ କାମ ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ଯାହା ରାଜ୍ୟ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଇତିହାସ ସୃଷ୍ଟି କରିଛି।
ସବୁ ଗାଁକୁ ରାସ୍ତା

ମାଲାକାନଗିରିରୁ ମୟୁରଭଞ୍ଜ । ବଦଳୁଛି ଓଡ଼ିଶାର ବିକାଶ ମାନଚିତ୍ର । ଦୁର୍ଗମ ଅଞ୍ଚଳ ଆଉ ଅପହଞ୍ଚ ନୁହେଁ । ସବୁଠି ପହଞ୍ଚିଛି ସମୃଦ୍ଧିର ସୁଅ। ନବୀନଙ୍କ ନୂଆ ଓଡ଼ିଶାରେ ବିକଶିତ ହୋଇଛି ଭିତ୍ତିଭୂମି । ଗାଁକୁ ଯୋଡ଼ିଛି ରାସ୍ତା, ପଞ୍ଚାୟତକୁ ଯୋଡ଼ିଛି ପୋଲ । ବଦଳିଛି ଜୀବନ ଯାତ୍ରା, ଯୋଡ଼ି ହୋଇଛନ୍ତି ସାଢ଼େ ୪କୋଟି ଓଡ଼ିଆ। କେନ୍ଦ୍ର ଅନୁଦାନ ନଦେଲେ ବି ଅଟିକିନି ସ୍ୱାଭିମାନ ଶୋଭାଯାତ୍ରା । ନିଜସ୍ୱ ଯୋଜନାରେ ରାଜ୍ୟ ସରକାର ନିର୍ମାଣ କରିଛନ୍ତି ରାସ୍ତା, ରାଜପଥ ଓ ଓଭରବ୍ରିଜ୍।

ତେଣୁ ଗତ ୨୦ ବର୍ଷ ଭିତରେ ଗମନାଗମନ ପାଇଁ ସୁବିଧା ବଢିଛି । ପୂର୍ବରୁ କାଁ ଭାଁ ବ୍ରିଜ ଓ ରାସ୍ତାଥିବାବେଳେ ଏହା ଏବେ ୧୦୦ରୁ ଅଧିକକୁ ଟପିଛି । ମାଲକାନଗିରିରୁ ମୟରଭଞ୍ଚ ଯାଏ ଯାତାୟତ ଶୀଘ୍ର ହେଉଛି । ଆଉ ପାହାଡ଼ିଆ ଦୁର୍ଖମ ଅଞ୍ଚଳ ଦେଇ ବିଳମ୍ବରେ ପହଞ୍ଚିବାକୁ ପଡ଼ୁନି । ଯାହା ସାଧାରଣଙ୍କ ଲୋକଙ୍କ ଯାତାୟତ ସୁବିଧା ଓ ସରଳ କରିଛି। ମୁଖ୍ୟତଃ ନୂଆ ରାସ୍ତା ନିର୍ମାଣ ସହ ଓଭରବ୍ରିଜ କାମ ଯୋଗୁ ଜୀବନ ଯାତ୍ରାରେ ପରିବର୍ତ୍ତନ ଆସିଛି। ଯେଉଁଠି କେନ୍ଦ୍ର ଅନୁଦାନ କାଟିଲା, ସେଠି ନିଜସ୍ୱ ଯୋଜନାରେ ରାଜ୍ୟ ସରକାର ବିଭିନ୍ନ ଓଭରବ୍ରିଜ, ରାସ୍ତା ଓ ରାଜପଥ ନିର୍ମାଣ କରିଛନ୍ତି ।

୨୦ ବର୍ଷ ପୂର୍ବରୁ ମହାନଦୀ ଉପରେ ଦୁଇଟି ବ୍ରଜ୍ ଥିଲା । ଏବେ ଏହା ୧୬ରେ ପହଞ୍ଚିଲାଣି । ଯଦି ଅନ୍ୟ ନଦୀ ଉପରେ ବନ୍ଧର ହିସାବ ନେବା, ଏହା ୫୦ ଟପିଲାଣି। ଆଉ କିଛି କାମ ଚାଲିଛି। ଯାହା ସଂଖ୍ୟା ୧୦୦ ଉପରକୁ ନେଇଯିବ। ମାଲକାନଗିରି ଲୋକଙ୍କ ଜୀବନ ଯାତ୍ରା ବାଧାପ୍ରାପ୍ତ ହେଉଥିଲା। ୨୮ ବର୍ଷରୁ ଯେଉଁ ଗୁରୁପ୍ରିୟା ସେତୁ କାମ ହୋଇପାରୁ ନଥିଲା, ତାହା ୨୦୧୮ ମସିହାରେ ସମ୍ଭବପର ହୋଇପାରିଛି। ସ୍ୱାଭିବାନ ଅଞ୍ଚଳରେ ସେତୁ, ବିଜୁ ଏକ୍ସପ୍ରେସୱେ, ସହରାଞ୍ଚଳରେ ଟ୍ରାଫିକ ବ୍ୟବସ୍ଥା ସୁଧାରିବାକୁ ଓଭରବ୍ରିଜ ହେଉଛି ନବୀନ ସରକାର ସମୟର କାମ । ୨୦୧୮-୧୯ ସୁଦ୍ଧା ରାଜ୍ୟରେ ୨,୬୮,୬୫୬ କିଲୋମିଟର ରାସ୍ତା କାମ କରିଛି। ଯାହା ୨୦୧୭-୧୮ ତୁଳନାରେ ୧.୫୬ ପ୍ରତିଶତ ଅଧିକ। ଅନ୍ୟାନ୍ୟ ଜିଲ୍ଲା ରାସ୍ତା ୨୫.୦୬ ପ୍ରତିଶତ ଅଧିକ କାମ ହୋଇଛି।

ବର୍ତ୍ତମାନ ରାଜ୍ୟ ସରକାର ୧୨୩ଟି ବ୍ରିଜ କାମ ନିଜସ୍ୱ ଖର୍ଚ୍ଚରୁ କରୁଛନ୍ତି । ଏଥିରେ କିଛିର ମରାମତି, କିଛି ନୂଆ ପ୍ରକଳ୍ପ, ଯେଉଁଥିରୁ କିଛି କାମ ସରିଛି, ବାକି କାମ ଖୁବ୍ ଶୀଘ୍ର ସରିବ। ବାଣିଜ୍ୟ ଓ ମରାମତି କ୍ଷେତ୍ରରେ କାମ ୭.୯ ପ୍ରତିଶତ ବୃଦ୍ଧି ପାଇଥିବା ଅର୍ଥନୈତିକ ସର୍ଭେ ରିପୋର୍ଟ ସ୍ପଷ୍ଟ କରିଛି । ବର୍ତ୍ତମାନ ସୁଦ୍ଧା ଫୁଲବାଣୀରୁ ବିନକା ରୋଡ ଯାଏ ୫୫ଟି ଷ୍ଟେଟ ହାଇୱେ ନିର୍ମାଣ ହୋଇଛି । ପ୍ରଥମ ୯ଟି ଚାନ୍ଦବାଲି ଯାଏ ରହିଛି । ୧୦ ନମ୍ବର ଷ୍ଟେଟ ହାଇୱେ ବିଜୁ ଏକ୍ସପ୍ରେସୱେ ଅଧୀନରେ ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ ରାଉରକେଲାର ୧୭୦ କିଲୋମିଟିର ରାସ୍ତା ସଂଯୋଗ କରୁଛି। ଷ୍ଟେଟ ହାଇୱେ ୧୪ରୁ ୫୫ ବୌଦ୍ଧରୁ ବିନକା ରୋଡ ଯାଏ ନିର୍ମାଣ ହୋଇଛି।
୨୦୧୫ ନବକଳେବର ପାଇଁ ସ୍ୱତନ୍ତ୍ର ବଜେଟ ଜରିଆରେ ପୁରୀରେ କାମ ଆରମ୍ଭ ହୋଇଥିଲା। ନୂଆ ରାସ୍ତା, ପିପିଲି ବାଏପାସ୍, ତାଳବଣିଆ ଓ ମାଲତିପାଟପୁର ବସଷ୍ଟାଣ୍ଡ ନିର୍ମାଣ କରାଗଲା। ଏଥିରେ ପୁରୀ ଯାଏ ଫୋର ଲେନ୍ ବିଶିଷ୍ଟ ରାସ୍ତା ନିର୍ମାଣ ପ୍ରକଳ୍ପ ସାମିଲ ଅଛି ।
ସ୍ପୋର୍ଟସ ହବ୍ ଓଡ଼ିଶା

ହକିରୁ ହର୍ଡଲ୍ସ, ସ୍ପ୍ରିଣ୍ଟରୁ ରୋଇଂ । ପ୍ରତିଭାକୁ ମିଳିଛି ପରିଚୟ, ଟ୍ରାକ୍ରେ ଟକ୍କର ପାଇଁ ମିଳିଛି ଉତ୍ସାହ । ଦେଶର ସ୍ପୋର୍ଟସ ହବ୍ ପାଲଟିଛି ଓଡ଼ିଶା । ବଦଳିଛି ରୂପରେଖ, ଷ୍ଟାଡିୟମ୍କୁ ଛୁଇଁଛି ସମୃଦ୍ଧି । ୯୦ ଦିନର ନବକଳେବରକୁ ପୂରା ଦେଶ ସଲାମ୍ କରିଛି । ଆଉ ଏହା ସମ୍ଭବ ହୋଇଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଢ ଇଚ୍ଛାଶକ୍ତି ପାଇଁ ।
କେବଳ ଏହି ବ୍ୟକ୍ତିତ୍ୱ ପାଇଁ ସବୁକ୍ଷେତ୍ରରେ ଅଗ୍ରଗତି କରିଚାଲିଥିବା ଓଡ଼ିଶା ଏବେ ଭିନ୍ନ ଏକ ପରିଚୟରେ ଅଭିସିକ୍ତ। ଭୋକର ଭୁଗୋଳ ଓ ଗରିବର ଆତ୍ମଦାହ ଆଜି ଇତିହାସ ପାଲଟିଛି । ସ୍ମାର୍ଟ ସିଟିର ପରିଚୟରେ ମୁକୁଟ ମଣ୍ଡିତ ହୋଇଛି ଭୁବନେଶ୍ୱର। କେବଳ ସେତିକି ନୁହେଁ ମନ୍ଦିର ମାଳିନୀ ଭୁବନେଶ୍ୱର ପାଇଛି ଦେଶର ପ୍ରମୁଖ ସ୍ପୋର୍ଟସ ଡେଷ୍ଟିନେସନର ମାନ୍ୟତା। ବଦଳିଛି ରୂପରେଖ ଆଗେଇଛି ସମୃଦ୍ଧି ଆଉ ଏହାରି ମଧ୍ୟରେ ଓଡ଼ିଶାକୁ ମିଳିଛି ନୂଆ ଏକ ପରିଚୟ। ଭିନ୍ନ ଭିନ୍ନ ଗେମକୁ ନେଇ ଏବେ କ୍ଷାତି ଅର୍ଜନ କରିଛି ଓଡ଼ିଶା । ବିଶ୍ୱର ନାମକରା ହକି ପ୍ଲେୟରଙ୍କର ପସନ୍ଦର ଷ୍ଟାଡିୟମ ପାଲଟିଛି କଳିଙ୍ଗ ଷ୍ଟାଡିୟମ୍ । ମାତ୍ର ୩ରୁ ୪ ବର୍ଷ ମଧ୍ୟରେ ସ୍ପୋର୍ଟସର ନୂଆ ଡେଷ୍ଟିନେସନ ପାଲଟିଛି ଓଡ଼ିଶା।

ଦିନ ଥିଲା ଓଡ଼ିଶା ସବୁ କ୍ଷେତ୍ରରେ ପଛୁଆ ରାଜ୍ୟ ଭାବେ ଜଣାଶୁଣା ଥିଲା। କ୍ରୀଡ଼ା କଥା କହିଲେ ନସରେ । ହେଲେ ଏବେ ଓଡ଼ିଶାର ଛବି ବଦଳିଯାଇଛି। ଓଡ଼ିଶାକୁ ନେଇ ରାଜ୍ୟବାସୀ ଗର୍ବ ଅନୁଭବ କରୁଛନ୍ତି। ରାଜ୍ୟରେ ହକି ବିଶ୍ବକପ ସାଙ୍ଗକୁ, ଚାମ୍ପିୟନ୍ସ ଟ୍ରଫି ହକି, ଏଚଆଇଏଲ, ହକି କ୍ୱାଲିଫାୟର୍ସ, ଏସିଆନ ରଗବୀ, ଅନ୍ତର୍ଜାତୀୟ ଟେବୁଲ ଟେନିସ, ବ୍ୟାଟମିଣ୍ଟନ, ବକ୍ସିଂ, ଆଇଏସଏଲ, ଏସିଅନ ଆଥଲେଟିକ, ଖେଲୋ ଇଣ୍ଡିଆ ୟୁନିଭରସଟି ଗେମ୍ସ ଭଳି ପ୍ରତି ଯୋଗିତା ଆୟୋଜନ କରି ନୂଆ ଅଧ୍ୟାୟ ସୃଷ୍ଟି କରିପାରିଛି । କବେଳ ଏତିକି ନୁହେଁ ଆଗମୀ ୨୦୨୩ ହକି ବିଶ୍ୱକପ ମଧ୍ୟ ଓଡ଼ିଶାକୁ ମିଳିଛି । ଏହାସହ ଅଣ୍ଡର-୧୭ ମହିଳା ଫିଫା ବିଶ୍ୱକପ ମଧ୍ୟ ଭୁବନେଶ୍ୱରରେ ଖେଳାଯିବ । ଯାହା ଚଳିତ ବର୍ଷ ନଭେମ୍ବରରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମରେ ଖେଳାଯିବାକୁ ଯାଉଛି।

ରାଜ୍ୟସରକାର କ୍ରୀଡ଼ାର ପ୍ରଚାର ପ୍ରସାର ସହ ବିକାଶ ନେଇ ଅଣ୍ଟା ଭିଡିଛନ୍ତି । ଯେତେବେଳେ ୬ରୁ ଅଧିକ ରାଜ୍ୟ ଖୁବ୍ କମ୍ ସମୟ ମଧ୍ୟରେ ଏସିୟାନ୍ ଆଥଲେଟିକ୍ ଚାମ୍ପିୟନସିପର ଆୟୋଜନ କରିବାକୁ ମନା କରିଦେଇଥଲେ ସେତେବେଳେ ବଡ଼ ଦାୟିତ୍ୱ ହାତକୁ ନେଇଥିଲେ ଓଡ଼ିଶା ସରକାର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଢ ଇଚ୍ଛା ଶକ୍ତି ବଳରେ ମାତ୍ର ୯୦ ଦିନରେ ପ୍ରସ୍ତୁତ ହେଲା ପରିବେଶ ଏବଂ ୨୦୧୭ ଜୁଲାଇ ମାସରେ ସଫଳତାର ସହ ଆୟୋଜନ ହେଲା ୨୨ ତମ ଏସିଆନ୍ ଆଥଲେଟିକ୍ ଚାମ୍ପିଅନସିପ୍ । କ୍ରୀଡ଼ା ଜଗତରେ ଭାରତର ନାଁକୁ ଆହୁରି ଚମକାଇଲା ଓଡ଼ିଶା । ଏହାପରେ ଆଉ ପଛକୁ ଚାହିଁନଥିଲା ଓଡ଼ିଶା । ୨୦୧୮ରେ ଓଡ଼ିଶାକୁ ମଳିଥିଲା ହକି ବିଶ୍ୱକପ ଆୟୋଜନ କରିବାର ଗୁରୁ ଦାୟିତ୍ୱ। ଯାହାକୁ ସଫଳତାର ସହ ଆୟୋଜନ କରି ପୁଳା ପୁଳା ପ୍ରଶଂସା ସାଉଁଟିଥିଲା ଓଡ଼ିଶା। କବେଳ ହକି ଇଣ୍ଡିଆ କାହିଁକି ଅନ୍ତର୍ଜାତୀୟ ହକି ଫଡରେସନ ଓଡ଼ିଶା ସରକାରଙ୍କୁ ବାଃ ବାଃ କହିଥିଲା । କଳିଙ୍ଗ ଷ୍ଟାଡ଼ିୟମରେ ଅନୁଷ୍ଠିତ ହକି ବିଶ୍ୱକପ ସବୁଠୁ ଶ୍ରେଷ୍ଠ ଓ ସଫଳ ବିଶ୍ୱକପ ବୋଲି ସ୍ୱୀକାର କରିଥିଲା ଏଫଆଇଏଚ୍ । ଗୋଟିଏ ପରେ ଗୋଟିଏ ଅନ୍ତର୍ଜାତୀୟ ପ୍ରତିଯୋଗିତା ସଫଳତାର ସହ ଆୟୋଜନ କରି ଅନେକ ପ୍ରଶଂସା ସାଉଁଟିଥିବା ଓଡ଼ିଶାକୁ ଏବେ ସ୍ପୋର୍ଟ ନୂଆ କ୍ୟାପିଟାଲ ଆଖ୍ୟା ମିଳିଛି।

