spot_img
Home Blog Page 719

ସାବାଡ଼ ହେବେ ସାଇବର ଅପରାଧୀ, ରାଜ୍ୟରେ ଖୋଲିବ ଆଉ ୨୦ ସାଇବର ଥାନା

ନନ୍ଦିଘୋଷ ବ୍ୟୁରୋ: ଦିନକୁ ଦିନ ବଢ଼ି ଚାଲିଥିବା ସାଇବର ଅପରାଧରେ ବ୍ରକ ଲଗାଇବାକୁ ଓଡ଼ିଶା ପୋଲିସର ବଡ଼ ପ୍ରସ୍ତୁତି । ରାଜ୍ୟରେ ଖୋଲିବ ଆଉ ୨୦ ସାଇବର ଥାନା । ୩୪ ପୋଲିସ ଜିଲ୍ଲାର ସମସ୍ତ ଥାନାରେ ରହିବେ ଜଣେ ଜଣେ ସାଇବର ଏକ୍ସପର୍ଟ ।

ସେପଟେ ସାଇବର ସୈତାନଙ୍କୁ ସାବାଡ଼ ପାଇଁ ଡିଜିପିଙ୍କ ଟ୍ରେନିଂ ପ୍ରୋଗ୍ରାମ । ୪ ଦିନ ପାଇଁ ସାଇବର ପାଠ ପଢ଼େଇବେ ଏକ୍ସପର୍ଟ । କନଷ୍ଟେବଳଙ୍କଠାରୁ ଆରମ୍ଭ କରି ଡିଏସପି ରାଙ୍କର ଅଫିସରଙ୍କୁ ଦିଆଯିବ ଏହି ତାଲିମ । ୨୦୨୪ ମସିହାରେ ସାଇବର ହେଲ୍ପଲାଇନ ନମ୍ବର ୧୯୩୦ରୁ ମୋଟ ସାଢ଼େ ୬ ଲକ୍ଷ ଫୋନ କଲ ଆସିଛି । ଏହାସହ ସାଇବର ଥାନା ଓ ନିକଟସ୍ଥ ଥାନାରେ ହୋଇଥିବା ଅଭିଯୋଗର ତଥ୍ୟ ଅଲଗା । ଏଥିମଧ୍ୟରୁ ୩୮ ହଜାରରୁ ଅଧିକ ଲୋକେ ଆର୍ଥିକ ଠକେଇର ଶିକାର ହୋଇଛନ୍ତି । ମୋଟ ୩୭୬ କୋଟି ଟଙ୍କା ଠକେଇ ହୋଇଥିବା ଜଣାପଡିଛି । ୩୭ କୋଟି ଟଙ୍କା ବ୍ଲକ କରିବାରେ ପୋଲିସ ସଫଳ ହୋଇଥିବା ବେଳେ ମାତ୍ର ୪ କୋଟି ଟଙ୍କା ଫେରି ପାଇଛନ୍ତି ଲୋକେ ।

ସେହିପରି ଗତ ଏପ୍ରିଲ ମାସ ସୁଦ୍ଧା ୧୪ ହଜାର ଅଭିଯୋଗ ପାଇଛି ପୋଲିସ । ଯେଉଁଥିରେ ୧୧୦ କୋଟିରୁ ଅଧିକ ଟଙ୍କା ଠକି ନେଇଛନ୍ତି ସାଇବର ଠକ । ଏଥିରେ ପୋଲିସ ମାତ୍ର ୧୨ କୋଟି ବ୍ଲକ କରି ପାରିଥିବା ବେଳେ, ଦେଢ କୋଟି ଟଙ୍କା ଫେରାଇଛି ।

ଦୀଘା ଜଗନ୍ନାଥ ମନ୍ଦିରକୁ ଜଗନ୍ନାଥ ଧାମ କୁହାଯାଇ ପାରିବ ନାହିଁ: ଗଜପତି ମହାରାଜ

ନନ୍ଦିଘୋଷ ବ୍ୟୁରୋ: ଦୀଘା ଜଗନ୍ନାଥ ଧାମ ନୁହେଁ । ଜଗନ୍ନାଥ ଧାମ କେବଳ ଶ୍ରୀକ୍ଷେତ୍ର ପୁରୀକୁ ବୁଝାଇବ । ଦୀଘା ମନ୍ଦିରର ନାମକରଣକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ ବୋଲି କହିଛନ୍ତି ଗଜପତି ମହାରାଜ ।

ଦୀଘା ଜଗନ୍ନାଥ ମନ୍ଦିର ପ୍ରସଙ୍ଗରେ ଛତିଶା ନିଯୋଗ ବୈଠକରେ ହେଲା ଆଲୋଚନା । ଗଜପତି ମହାରାଜ କହିଲେ. ଦୀଘା ଜଗନ୍ନାଥ ଧାମ ନାମ ସଂସ୍କୃତି ବିରୋଧୀ । ତେଣୁ ଦୀଘା ଜଗନ୍ନାଥ ମନ୍ଦିରକୁ ଜଗନ୍ନାଥ ଧାମ କୁହାଯାଇ ପାରିବ ନାହିଁ । ମୁଖ୍ୟମନ୍ତ୍ରୀ ଏନେଇ ପଶ୍ଚିମବଙ୍ଗ ସରକାରଙ୍କୁ ଚିଠି ଲେଖିଛନ୍ତି । ରାଜ୍ୟ ସରକାରଙ୍କ ପାଖରେ ସବୁ ପ୍ରକାର ତଥ୍ୟ ଅଛି । ତେଣୁ ମୁଖ୍ୟମନ୍ତ୍ରୀ ଏହି ଘଟଣାର ସମାଧାନ କରିବାକୁ ଅନୁରୋଧ କରିଛି ବୋଲି କହିଛନ୍ତି ଗଜପତି ମହାରାଜ ଦିବ୍ୟସିଂହ ଦେବ ।

ସେପଟେ ଘୋଷଯାତ୍ରାକୁ ନେଇ ଛତିଶା ନିଯୋଗ ବୈଠକରେ ନୀତି ନିର୍ଘଣ୍ଟରେ ମୋହର ବାଜିଛି । ଗତବର୍ଷ ଆଡ଼ପ ମଣ୍ଡପ ବିଭ୍ରାଟର ତଦନ୍ତ ରିପୋର୍ଟ ଆସିଛି । ବୈଠକରେ ରିପୋର୍ଟ ନେଇ ଆଲୋଚନା ହୋଇଛି । ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି ଯେ, ଗତବର୍ଷ ବିଭ୍ରାଟ ପରେ ଏ ବର୍ଷ ଆଡପ ପହଣ୍ଡିରେ ଅଭିଜ୍ଞ ଦଇତାପତି ରହିବେ । ଏଥିପାଇଁ ତିଆରି ହେବ ସ୍ଵତନ୍ତ୍ର ଏସଓପି । ସେହିପରି ମହାପ୍ରଭୁଙ୍କ ସମସ୍ତ ଭୂସମ୍ପତ୍ତିର ସୁରକ୍ଷା କରାଯିବ । ଏଥିପାଇଁ ଗାଇଡ୍ ଲାଇନ୍ ଆସିବ ବୋଲି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।

ସାମ୍ବାଦିକ ବିଜୟ ପ୍ରଧାନଙ୍କୁ ନିର୍ଯାତନା ଘଟଣା : ଜଣେ ନାବାଳକ ସହ ୪ ଅଭିଯୁକ୍ତ ଗିରଫ

ନନ୍ଦିଘୋଷ ବ୍ୟୁରୋ : ସାମ୍ବାଦିକ ବିଜୟ ପ୍ରଧାନଙ୍କୁ କଙ୍ଗାରୁ କୋର୍ଟ କରି ନିର୍ଯାତନା ଦେବା ଘଟଣା  । ଜଣେ ନାବାଳକ ସହ ୪ ଅଭିଯୁକ୍ତ ଗିରଫ  । ମୁଖ୍ୟ ଅଭିଯୁକ୍ତ ଠିକାଦାର ଗଜେନ୍ଦ୍ର ଦଲେଇ ଏବେ ବି ଫେରାର ଅଛି  । ଗିରଫ ଅଭିଯୁକ୍ତମାନେ ହେଲେ ଅବିନାଶ ଦଳେଇ, ଆଦିତ୍ୟ ଜେନା ଓ ଗୁମର ନାଏକ । ଏ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବଲାଙ୍ଗୀର ଏସ୍‌ପି ଅଭିଳାଷ ଜୀ.  ।

ଗତ ୨୩ ତାରିଖ ଦିନ ପୁଇଁତଳା ବ୍ଳକ କୁଲୁଥିପାଲି ଗାଁକୁ ଖବର ସଂଗ୍ରହ ପାଇଁ ଯାଇଥିବା ବେଳେ ସାମ୍ବାଦିକଙ୍କୁ ଠିକାଦାର ଓ ଗୁଣ୍ଡାମାନେ କଙ୍ଗାରୁକୋର୍ଟ କରି ନିର୍ଯାତନା ଦେଇଥିଲେ । ଦୁର୍ନୀତିର ଗନ୍ଧ ବାରିବା ପରେ ଖବର ସଂଗ୍ରହ ପାଇଁ ଯାଇଥିଲେ ସାମ୍ବାଦିକ ବିଜୟ ପ୍ରଧାନ । ଏହି ସମୟରେ ବିଜୟଙ୍କୁ ମରଣାନ୍ତକ ଆକ୍ରମଣ କରିବା ସହ ହାତ ବାନ୍ଧି ରାସ୍ତା କଡରେ ଫିଙ୍ଗି ଦେଇଥିଲେ ଠିକାଦାର  । ପାଖାପାଖି ୨ରୁ ୩ ଘଣ୍ଟା ଧରି ଆତଙ୍କ ସୃଷ୍ଟି କରିବା ସହ କଙ୍ଗାରୁ କୋର୍ଟ କରି ଦଣ୍ଡ ଦେଇଥିଲେ । ଆଉ ଖବର ସଂଗ୍ରହ ନକରିବା ସହ ଆକ୍ରମଣ ବିଷୟରେ ଏତଲା ନଦେବାକୁ ନେଇ ଗାଁ ମନ୍ଦିରକୁ ନେଇ ଶପଥ କରାଇଥିଲେ  ।

ଜୀବନ ରକ୍ଷା ପାଇଁ ସେମାନେ ଯାହା ଶପଥ କରିବାକୁ କହିଲେ ଭୟରେ ତାହା କରିଥିଲେ ବିଜୟ  । ତାପରେ ମନ୍ଦିରରୁ ଟେକି ନେଇ ଗାଁ ବାହାରେ ରାସ୍ତା କଡରେ ତାଙ୍କୁ ଫୋଫାଡି ଚାଲିଯାଇଥିଲେ  । ସେଠାରେ ସେ ୨ ଘଣ୍ଟା ଧରି ଗୁରୁତର ଆହତ ଅବସ୍ଥାରେ ହାତ ବନ୍ଧା ହୋଇ ପଡ଼ିରହିଥିଲେ  । ଅପରାଧୀଙ୍କ ଭୟରେ ଲୋକେ ପାଖକୁ ଯାଇନଥିଲେ  । ପରିବାର ଲୋକେ ଖବର ପାଇ ପୁଇଁତଳା ପୋଲିସକୁ ଖବର ଦେଇଥିଲେ  । ପୋଲିସ ସହ ପରିବାର ଲୋକେ ଘଟଣାସ୍ଥଳକୁ ଯାଇ ଉଦ୍ଧାର କରି ବିଜୟଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲେ  । ଖବର ବ୍ୟାପିବାପରେ ଘଟଣାକୁ ନେଇ ସାମ୍ବାଦିକ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା  ।

ମହାରାଷ୍ଟ୍ରରେ ପ୍ରବଳ ବର୍ଷା ; ବର୍ଷା ଋତୁ ଆରମ୍ଭ ନ ହେଉଣୁ ଉବୁଟୁବୁ ହେଲାଣି ମାୟା ନଗରୀ

ନନ୍ଦିଘୋଷ ବ୍ୟୁରୋ : ମହାରାଷ୍ଟ୍ରରେ ପ୍ରବଳ ବର୍ଷା । ବର୍ଷା ଋତୁ ଆରମ୍ଭ ନହେଉଣୁ ଉବୁ଼ଟୁବୁ ହେଲାଣି ମାୟା ନଗରୀ ମୁମ୍ଵାଇ । ପ୍ରବଳ ବର୍ଷା ଯୋଗୁଁ ମହାରାଷ୍ଟ୍ରର ବିଭିନ୍ନ ସ୍ଥାନରେ ଜଳବନ୍ଦୀ ପରିସ୍ଥିତି ଉପୁଜିଛି । ରାସ୍ତାଘାଟରେ ପାଣି ଜମିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି । ପ୍ରବଳ ବର୍ଷା ଯୋଗୁଁ ଲୋକମାନେ ଘରୁ ବାହାରି ପାରୁନାହାନ୍ତି । ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି । ସେପଟେ ରେଳ ଓ ବିମାନ ସେବା ପ୍ରଭାବିତ । ବହୁ ଟ୍ରେନ ବିଳମ୍ବରେ ଚାଲୁଛନ୍ତି । ବିମାନ ଉଡାଣ ମଧ୍ୟ ବିଳମ୍ବିତ ହୋଇଛି । ଦାଦର, ପରେଲ ଓ କୁର୍ଲାର ତଳି ଅଞ୍ଚଳ ବିଶେଷ ଭାବେ ବର୍ଷାରେ ପ୍ରଭାବିତ ହୋଇଛି । ଭାରତୀୟ ପାଣିପାଗ ବିଭାଗ ମଧ୍ଯ ମୁମ୍ବାଇ ଓ ମୁମ୍ବାଇ ଉପନଗର ଅଞ୍ଚଳ ପାଇଁ ଯଥାକ୍ରମେ ଅରେଞ୍ଜ ଓ ରେଡ ଆଲର୍ଟ ଜାରି କରିଛି । ୨୫ ମେ ସକାଳ ୮ଟାରୁ ୨୬ ମେ ସକାଳ ୮ଟା ଯାଏ ସହରରେ ୫୮ ମିଲିମିଟର ବର୍ଷା ହୋଇଛି ।

ପୁଣି କଳାକାର-ଯାତ୍ରା ମାଲିକ ବିବାଦ: ଯାତ୍ରା ମାଲିକ ଅନନ୍ତ ନାରାୟଣ ଧଳଙ୍କ ବିରୋଧରେ ଅଭିଯୋଗ

ନନ୍ଦିଘୋଷ ବ୍ୟୁରୋ : ପୁଣି କଳାକାର ଓ ଯାତ୍ରା ମାଲିକ ବିବାଦ । ଯାତ୍ରା ମାଲିକ ଅନନ୍ତ ନାରାୟଣ ଧଳଙ୍କ ବିରୋଧରେ ଅଭିଯୋଗ ଆଣିଲେ ଯାତ୍ରା ପାର୍ଟି ଅଶୋକ ସମ୍ରାଟର ଅଭିନେତ୍ରୀ ମାମୁନି ଷଡ଼ଙ୍ଗୀ ଓ ତାଙ୍କ ସ୍ଵାମୀ ବାପି କୁମାର । ବିକେୟା ଟଙ୍କା ମାଲିକ ଦେଇନଥିବା ଅଭିଯୋଗ କରିବା ସହ ବାଲିଆପାଳରେ ଯାତ୍ରା ପାର୍ଟି ପଡ଼ିଥିବା ବେଳେ ଯାତ୍ରା କମିଟି ତାଙ୍କୁ ଅଶାଳୀନ ଗାଳି ଗୁଲଜ କରିବା ସହ ମାଡ ମରାଯାଇ ଥିବା ଅଭିଯୋଗ ଆଣିଛନ୍ତି । ଏନେଇ ସେ ମହିଳା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

ଯାତ୍ରା କଳାକାରଙ୍କ ଅଭିଯୋଗ ଅନୁଯାୟୀ ତିନି ମାସର ବିକିୟା ୭ ଲକ୍ଷ ଟଙ୍କା ମାଗିବାରୁ ମାଲିକ ଆଜି କାଲି କହି ଦିନ ଗଡ଼େଇ ଦେଉଥିବା ଅଭିଯୋଗ ହୋଇଛି । ପରେ ବାଲିଆପାଳରେ ଯାତ୍ରା ଚାଲିଥିବା ସମୟରେ ମାଲିକ ୧ ଲକ୍ଷ ଟଙ୍କା ଦେଇଥିଲେ । ଫଳରେ ସ୍ଥାନୀୟ କମିଟି ସହ ଅଭିନେତ୍ରୀ ଓ ତାଙ୍କ ସ୍ଵାମୀ ବାପିଙ୍କର ଝଗଡ଼ା ହୋଇଥିଲା । ଯାହାକୁ ନେଇ କମିଟି ପକ୍ଷରୁ ମାଡ ମରା ଯାଇଥିବା ଅଭିଯୋଗ କରିଛନ୍ତି ମାମୁନି ଓ ତାଙ୍କ ସ୍ଵାମୀ । ଏହି ମାଡ ମାରିବା ପଛରେ ମାଲିକଙ୍କ ହାତ ରହିଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଯାତ୍ରା ମାଲିକ ଅନନ୍ତ ନାରାୟଣ ଧଳ । ସେ କହିଛନ୍ତି କୌଣସି ବିକେୟ ଟଙ୍କା ନାହିଁ । ସେ ଆଗାମୀ ବର୍ଷ ପାଇଁ ୫ ଲକ୍ଷ ଟଙ୍କା ନେଇ ସାରିଛନ୍ତି । ତାଙ୍କର କମିଟି ସହ ଝଗଡ଼ା ହୋଇଛି । ପୋଲିସକୁ ସେ ସମ୍ପୂର୍ଣ ସହଯୋଗ କରିବେ ବୋଲି ଯାତ୍ରା ମାଲିକ ଅନନ୍ତ ନାରାୟଣ ଧଳ କହିଛନ୍ତି ।

ଦିଲ୍ଲୀରେ କରୋନା ମାମଲାରେ ବଡ଼ ବୃଦ୍ଧି, ଗୋଟିଏ ସପ୍ତାହରେ ୯୯ ଆକ୍ରାନ୍ତ

ନନ୍ଦିଘୋଷ ବ୍ୟୁରୋ : ପୁଣି ଡରାଇଲାଣି କରୋନା ଭାଇରସ । ଦିନକୁ ଦିନ ବଢିବାରେ ଲାଗିଲାଣି ଆକ୍ରାନ୍ତଙ୍କ ସଂଖ୍ୟା । ରାଜଧାନୀ ଦିଲ୍ଲୀରେ ମଧ୍ୟ କରୋନା ମାମଲାରେ ବୃଦ୍ଧି ହୋଇଥିବା ଦେଖିବାକୁ ମିଳିଛି। ଦିଲ୍ଲୀରେ ବର୍ତ୍ତମାନ ୧୦୪ ଜଣ ସକ୍ରିୟ କରୋନା ରୋଗୀ ଅଛନ୍ତି। ଯେତେବେଳେ ମେ ୧୯ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀରେ ୨୪ଟି ସକ୍ରିୟ ମାମଲା ଥିଲା ଏବଂ ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ୯୯ଟି ମାମଲା ବୃଦ୍ଧି ପାଇଛି। ତଥାପି, ଏହି ସମୟ ମଧ୍ୟରେ ୧୯ ଜଣ ରୋଗୀ ମଧ୍ୟ ସୁସ୍ଥ ହୋଇଛନ୍ତି। ଗତ କିଛି ଦିନ ମଧ୍ୟରେ ଦେଶରେ ଯେଉଁଭଳି ଭାବରେ କରୋନା ମାମଲା ବୃଦ୍ଧି ପାଇଛି ତାହା ଆଶ୍ଚର୍ଯ୍ୟଜନକ।

ଯଦି ଆମେ ସାରା ଦେଶରେ କରୋନାଭାଇରସର ବର୍ଦ୍ଧିତ ମାମଲାକୁ ଦେଖିବା, ତେବେ ଏହି ସଂଖ୍ୟା ଏକ ହଜାର ଅତିକ୍ରମ କରିସାରିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ୱେବସାଇଟ୍ ଅନୁଯାୟୀ, ଆଜି ସୋମବାର ସକାଳ ୧୧ଟା ସୁଦ୍ଧା ଭାରତରେ ୧୦୦୯ ଜଣ କରୋନା ରୋଗୀ ଅଛନ୍ତି। କେରଳରେ ସର୍ବାଧିକ ସକ୍ରିୟ କରୋନା ମାମଲା ରହିଥିବା ବେଳେ, ଏହା ପରେ ମହାରାଷ୍ଟ୍ରରେ ରହିଛି। ଅନ୍ୟପଟେ ସକ୍ରିୟ ମାମଲାରେ ଦିଲ୍ଲୀ ତୃତୀୟ ସ୍ଥାନରେ ରହିଛି।

କେରଳରେ ବର୍ତ୍ତମାନ ୪୩୦ ଏବଂ ମହାରାଷ୍ଟ୍ରରେ ୨୦୯ଟି ସକ୍ରିୟ ମାମଲା ଅଛି। ଦିଲ୍ଲୀରେ ସକ୍ରିୟ ମାମଲା ସଂଖ୍ୟା ୧୦୦ ଅତିକ୍ରମ କରି ୧୦୪ରେ ପହଞ୍ଚିଛି। ସକ୍ରିୟ ମାମଲା ଦୃଷ୍ଟିରୁ ଗୁଜରାଟ ଚତୁର୍ଥ ସ୍ଥାନରେ ଅଛି ଏବଂ ଏଠାରେ ବର୍ତ୍ତମାନ ୮୩ ଜଣ କରୋନା ମାମଲା ଅଛନ୍ତି। କର୍ଣ୍ଣାଟକ ଏବଂ ତାମିଲନାଡୁରେ ମଧ୍ୟ ପ୍ରାୟ ୫୦ ଜଣ କରୋନା ମାମଲା ଥିବା ରିପୋର୍ଟ ଜାରି କରାଯାଇଛି। ସେହିପରି  ତାମିଲନାଡୁରେ ୬୯ ଜଣ ସକ୍ରିୟ କରୋନା ମାମଲା ଥିବା ବେଳେ କର୍ଣ୍ଣାଟକରେ ୪୭ ଜଣ ମାମଲା ରହିଛି।

ପାରିବାରିକ ବଚସାର କରୁଣ ପରିଣତି ; ପୁଅର ମାଡ଼ରେ ମାର ମୃତ୍ୟୁ

ନନ୍ଦିଘୋଷ ବ୍ୟୁରୋ : ଅନୁଗୋଳ ଜିଲ୍ଲା ଜରପଡା ଥାନା ପରା ଗାଁରେ ଅଭାବନୀୟ ଘଟଣା  । ପୁଅର ମାଡ଼ରେ ମାର ମୃତ୍ୟୁ ହୋଇଛି  । ମୃତ ମହିଳା ହେଲେ ପରା ଗାଁର ଶାନ୍ତିଲତା ପେଣ୍ଠୁଈ  । ଜରପଡା ଥାନା ପରା ଗାଁର ମୁଣ୍ଡିଆ ସାହିରେ ବିଳମ୍ବିତ ରାତିରେ କୌଣସି କାରଣକୁ ନେଇ ମାଆ ଓ ସାନ ପୁଅ ରଥି ମଧ୍ୟରେ ବଚସା ହୋଇଥିଲା  । ଏଥିରେ ଉତକ୍ଷିପ୍ତ ହୋଇ ସାନ ପୁଅ ଏକ ବାଡ଼ିରେ ମାକୁ ପିଟି ଥିଲା  । ପୁଅର ମାଡ଼ରେ ମାର ମୁଣ୍ଡ ଫାଟି ଯିବା ସହିତ ବେହୋସ ହୋଇ ପଡି ଯାଇଥିଲେ  । ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା  । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି  । ଖବର ପାଇ ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ଘଟଣାର ତଦନ୍ତ ଚଳାଇଛି ।

ମଧ୍ୟପ୍ରଦେଶର ଗଣଦୁଷ୍କର୍ମ ଏବଂ ନିର୍ଯାତନା : ରକ୍ତସ୍ରାବ ଯୋଗୁ ଆଦିବାସୀ ମହିଳାଙ୍କ ମୃତ୍ୟୁ

ନନ୍ଦିଘୋଷ ବ୍ୟୁରୋ : ଦିଲ୍ଲୀ ନିର୍ଭୟା ମାମଲାର ପୁନରାବୃତ୍ତି । ମଧ୍ୟପ୍ରଦେଶର ଖଣ୍ଡଓ୍ବା ଜିଲାରେ ଏଭଳି ଘଟଣା ଘଟିଛି । ରୋଶନି ଚୌକି ଅଞ୍ଚଳରେ ଜଣେ ୪୫ ବର୍ଷୀୟା ଆଦିବାସୀ ମହିଳାଙ୍କୁ ଗଣଦୁଷ୍କର୍ମ ପରେ ବଳାତ୍କାରୀମାନେ ତାଙ୍କ ଯୌନାଙ୍ଗରେ ଲୁହାରଡ୍‌ ପୂରାଇ ଗର୍ଭାଶୟକୁ ବାହାର କରିଦେଇଥିଲେ। ଶୁକ୍ରବାର ବିଳମ୍ବିତ ରାତିରେ ଏହି ଗଣଦୁଷ୍କର୍ମ ଘଟିଥିବାବେଳେ ଶନିବାର ଦ୍ୱିପ୍ରହରରେ ଅତ୍ୟଧିକ ରକ୍ତସ୍ରାବ ଯୋଗୁ ମହିଳାଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ପୋଲିସ ୨ ଅଭିଯୁକ୍ତ ହରି ପଲ୍‌ଭି ଏବଂ ସୁନୀଲ ଧୁର୍ବେଙ୍କୁ ଗିରଫ କରି ତଦନ୍ତ ଚଳାଇଛି। ଅଭିଯୁକ୍ତମାନେ ମହିଳାଙ୍କ ପଡ଼ୋଶୀ ବୋଲି ଜଣାପଡ଼ିଛି।

ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଖଣ୍ଡଓ୍ବା ଜିଲା ହସ୍ପିଟାଲକୁ ପଠାଯାଇଛି। ରିପୋର୍ଟ ଆସିବା ପରେ ଅଧିକ ତଥ୍ୟ ଜଣାପଡ଼ିବ ବୋଲି ଜଣେ ପୋଲିସ ଅଧିକାରୀ କହିଛନ୍ତି। ସୂଚନାନୁଯାୟୀ, ମହିଳାଙ୍କର ୨୦ ଏବଂ ୨୨ ବର୍ଷ ବୟସର ୨ ପୁଅ ଅଛନ୍ତି। ଗାଁର ଏକ ବିବାହ ଉତ୍ସବରେ ଯୋଗଦେବା ଲାଗି ମହିଳା ଜଣଙ୍କ ଶୁକ୍ରବାର ସନ୍ଧ୍ୟାରେ ପଡ଼ୋଶୀ ହରିଙ୍କ ସହ ଘରୁ ବାହାରିଯାଇଥିଲେ। ବାହାଘର ଉତ୍ସବ ପରେ ବିଳମ୍ବିତ ରାତିରେ ହରି ମହିଳାଙ୍କୁ ନେଇ ନିଜ ଘରକୁ ଯାଇଥିଲେ। ସେଠାରେ ସୁନୀଲ ପହଞ୍ଚତ୍ବା ପରେ ତିନିହେଁ ମଦ ପିଇଥିଲେ। ପରେ ଅଭିଯୁକ୍ତ ଦ୍ୱୟ ମହିଳାଙ୍କୁ ବଳାତ୍କାର କରିବା ସହ ନିର୍ଯାତନା ଦେଇ ତାଙ୍କ ଗୁପ୍ତାଙ୍ଗକୁ ନଷ୍ଟ କରିଦେଇଥିଲେ। ଶନିବାର ସକାଳେ ୨ ପୁଅ ମହିଳାଙ୍କୁ ପଡ଼ୋଶୀଙ୍କ ଘର ନିକଟରେ ସଂଜ୍ଞାହୀନ ଅବସ୍ଥାରେ ପଡ଼ିଥିବା ଦେଖି ନିଜ ଘରକୁ ଆଣିଥିଲେ। ତେବେ ସେମାନେ କିମ୍ବା ଗ୍ରାମବାସୀ ଘଟଣା ସମ୍ପର୍କରେ ପୋଲିସକୁ ଜଣାଇ ନ ଥିଲେ। ଅପରାହ୍ନ ୨ଟା ସୁଦ୍ଧା ମହିଳାଙ୍କ ମୃତ୍ୟୁ ଘଟିବାରୁ ପୋଲିସକୁ ଖବର କରାଯାଇଥିଲା। ସକାଳେ ଖବର ପାଇଥିଲେ ଡାକ୍ତରୀ ଚିକିତ୍ସାକ୍ରମେ ମହିଳାଙ୍କ ଜୀବନ ବଞ୍ଚାଯାଇପାରିଥାନ୍ତା ବୋଲି ପୋଲିସ କହିଛି।

AICC ପର୍ଯ୍ୟବେକ୍ଷକ ତାଲିକାରେ ୪ ଓଡ଼ିଆ ନେତା

ନନ୍ଦିଘୋଷ ବ୍ୟୁରୋ : ଅଲ୍ ଇଣ୍ଡିଆ କଂଗ୍ରେସ କମିଟି ପର୍ଯ୍ୟବେକ୍ଷକ ତାଲିକାରେ ଓଡି଼ଶାର ୪ ନେତା। ରାଜ୍ୟର ୪ ଜଣ ନେତାଙ୍କୁ AICC ପର୍ଯ୍ୟବେକ୍ଷକ ତାଲିକାରେ ସ୍ଥାନ ମିଳିଛି। ସେମାନେ ହେଲେ ସପ୍ତଗିରି ଉଲାକା, ରାମଚନ୍ଦ୍ର ଖୁଣ୍ଟିଆ, ଶରତ ରାଉତ ଓ ଦେବାଶିଷ ପଟ୍ଟନାୟକ । ମଧ୍ଯପ୍ରଦେଶ ଓ ହରିୟାଣାର ଜିଲ୍ଲା କଂଗ୍ରେସ କମିଟିର ସଭାପତି ଚୟନ ପାଇଁ ଏମାନଙ୍କୁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରଯାଇଛି। ତାଲିକାରେ ମୋଟ ୫୦ ଜଣ ଅଛନ୍ତି, ସେମାନଙ୍କ ମଧ୍ୟରେ ଅଛନ୍ତି ୪ ଜଣ ଓଡ଼ିଆ ।

ମହୀଶୂର ସାଣ୍ଡାଲ ସପ୍ ବିବାଦ : ତମନ୍ନାଙ୍କ ସହ ଚୁକ୍ତି ନେଇ ରାଜ୍ୟ ସରକାରଙ୍କୁ ଘେରିଲେ ବିରୋଧୀ

ନନ୍ଦିଘୋଷ ବ୍ୟୁରୋ : କର୍ଣ୍ଣାଟକରେ ବଢ଼ିଲା ମହୀଶୂର ସାଣ୍ଡାଲ ସପ୍ ବିବାଦ । ରାଜ୍ୟ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ଏହି ପ୍ରସିଦ୍ଧ ସାବୁନର ବ୍ରାଣ୍ଡ ଆମ୍ବାସଡର ଭାବେ ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସରକାର ନିଯୁକ୍ତି ଦେବା ପରେ ବଢିଛି ବିବାଦ । ଆମ୍ବାସଡର ଭାବେ ତମନ୍ନାଙ୍କୁ ୨ ବର୍ଷ ଲାଗି ରାଜ୍ଯ ସରକାର ଦେବେ ୬ କୋଟି ୨୦ ଲକ୍ଷ ଟଙ୍କା । ଏହି ବଡ଼ ଧରଣର ଚୁକ୍ତି ଲାଗି କନ୍ନଡ ଅଭିନେତ୍ରୀ କେହି ମିଳିଲେନି କି ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ ।

୧୯୦୦ ମସିହାରେ ତତକାଳୀନ ରାଜା କ୍ରିଷ୍ଣା ରାଜ ଓ୍ବାଦିଆର ଏହି କାରଖାନାକୁ ସରକାରୀ ଭାବେ ନିର୍ମାଣ କରିଥିଲେ । ଏହା କେବଳ ଦକ୍ଷିଣ ଭାରତ ନୁହେଁ ସାରା ଦେଶରେ ଏହା ଖ୍ଯାତି ଅର୍ଜନ କରିଛି । ଏହି ସାବୁନ ବି କର୍ଣ୍ଣାଟକର ସଂସ୍କୃତି ଭାବେ ପରିଚିତ ଲାଭ କରିଛି । ତମନ୍ନାଙ୍କ ଇନଷ୍ଟାଗ୍ରାମ ଫଲୋର୍ସଙ୍କ ସଂଖ୍ଯା ୨୮.୩ ନିୟୁତ ହୋଇଥିବାବେଳେ ଏକ୍ସରେ ଫଲୋର୍ସଙ୍କ ସଂଖ୍ଯା ରହିଛନ୍ତି ୫.୮ ନିୟୁତ । କେବଳ ଏହି ସାବୁନ ନୁହେଁ ଅନ୍ୟାନ୍ୟ ବହୁ ସାମଗ୍ରୀ ଲାଗି ପ୍ରତିନିଧିତ୍ବ କରିଛନ୍ତି ତମନ୍ନା । ଏହି ଚୁକ୍ତି କର୍ଣ୍ଣାଟକ ସପ୍ସ ଆଣ୍ଡ ଡିଟରଜେଣ୍ଟ ଲିମିଟେଡ-KSDL ଓ ତମନ୍ନାଙ୍କ ମଧ୍ୟରେ ସ୍ବାକ୍ଷରିତ ହୋଇଛି ।

ସେପଟେ ସରକାରଙ୍କ ନିଷ୍ପତ୍ତିକୁ ଯଥାର୍ଥ କହିଛନ୍ତି ବାଣିଜ୍ୟ ଓ ଶିଳ୍ପମନ୍ତ୍ରୀ ଏମବି ପାଟିଲ । ସେ କହିଛନ୍ତି କେବଳ କର୍ଣ୍ଣାଟକ ନୁହେଁ ରାଜ୍ୟ ବାହାରେ ଏହାର ପ୍ରବେଶ ଥିବାରୁ ତମନ୍ନାଙ୍କୁ ଆମ୍ବାସଡର କରାଯାଇଛି । ପ୍ରତିବାଦରେ ଯୁବ କର୍ଣ୍ଣାଟକ ବେଦିକେ ପକ୍ଷରୁ କେଏସଡିଏଲର ୟେଶବନ୍ତପୁର କାରଖାନା ଆଗରେ ଧାରଣା ଦିଆଯାଇଛି।