spot_img
Home Blog Page 7196

ହୋଲି ରଙ୍ଗରୁ ହୋଇପାରେ କରୋନା, ଫିକା ପଡ଼ିବ ହୋଲିପର୍ବ

ନୂଆଦିଲ୍ଲୀ: ଏଥର ଫିକା ପଡ଼ିବ ହୋଲି ପର୍ବ । ଫଗୁର ଗାଢ଼ ରଙ୍ଗ ଆଉ ଏଥର କାହାକୁ ରଙ୍ଗେଇ ପାରିବ ନାହିଁ । କାରଣ କରୋନା ପାଇଁ ହୋଲି ବନ୍ଦ ହେବାକୁ ଯାଉଛି । କରୋନା ଭୟରେ ହୋଲିରେ ବ୍ରେକ୍‌ ଲାଗିଛି । ଏହାର କାରଣ ହେଉଛି ଚାଇନାରୁ ଆସୁଥିବା ରଙ୍ଗରେ କରୋନା ହୋଇପାରେ ବୋଲି ସନ୍ଦେହ କରାଯାଉଛି । ଯଦି ହୋଲି ଆମେ ଖେଳିବା ତେବେ ଆମକୁ କରୋନା ହୋଇପାରେ । ଏନେଇ ଭାରତରେ ଭୟର ବାତାବରଣ ଦେଖାଦେଇଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟ ହୋଲି ପାଳନ ନକରିବାକୁ ଘୋଷଣା କରିଛନ୍ତି  । ପରେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କ କାର୍ଯ୍ୟାଳୟ ମଧ୍ୟ ଟ୍ୱିଟ୍ କରି କହିଛନ୍ତି ଯେ, ରାଷ୍ଟ୍ରିୟ ଭବନ ପାରମ୍ପାରିକ ହୋଲି ସମାବେଶକୁ ସତର୍କତାମୂଳକ ପଦକ୍ଷେପ ଭାବରେ ପାଳନ କରିବେ ନାହିଁ ଯେପରି “ସତର୍କତା ଏବଂ ସୁରକ୍ଷାକର୍ମୀ, ଆମେ ସମସ୍ତେ COVID-19 ର ବିସ୍ଫୋରଣକୁ ସାହାଯ୍ୟ କରିପାରିବା । ଏହାସହ ଭାରତର ନାଗରିକ ମାନେ ମଧ୍ୟ ଏହାକୁ ସମର୍ଥନ କରିଛନ୍ତି ।

କରୋନା ଜୀବାଣୁ ବର୍ତ୍ତମାନ ଭାରତରେ କାୟା ବିସ୍ତାର କରୁଛି। ଧୀରେ ଧୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ବୁଧବାର ପର୍ଯ୍ୟନ୍ତ କରୋନାରେ ୨୯ ଟି ସକାରାତ୍ମକ ମାମଲା ରିପୋର୍ଟ ହୋଇଛି। ଏଥିସହ ଗୁଜୁରାଟର ସୁରଟରେ ଦୁଇଟି ସନ୍ଦେହଜନକ ମାମଲା ମଧ୍ୟ ସାମ୍ନାକୁ ଆସିଛି। ଯେଉଁମାନେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।

ବର୍ତ୍ତମାନ ପର୍ଯ୍ୟନ୍ତ ଚାଇନାର ୱୁହାନରୁ ମୋଟ ୨୯ ଟି ସକରାତ୍ମକ ରୋଗ ବ୍ୟାପିବା ଆରମ୍ଭ କରିଛି, ସେଥିମଧ୍ୟରୁ ୩ ଟି ଆରୋଗ୍ୟ ଲାଭ କରିଛି ଏବଂ ୨୬ ଜଣ ଚିକିତ୍ସିତ ହେଉଛନ୍ତି। ତେବେ କରୋନା ଜୀବାଣୁ ଯୋଗୁଁ ଲୋକଙ୍କ ମଧ୍ୟରେ ବହୁତ ଭୟ ରହିଛି। ଏଭଳି ପରିସ୍ଥିତିରେ ଲୋକମାନେ ଭାରତରେ ହୋଲି ପର୍ବକୁ ନେଇ ସତର୍କତା ଅବଲମ୍ବନ କରୁଛନ୍ତି ।

୨୦ ବର୍ଷ ସରକାରରେ ରହିବା ପରେ ଏମିତି କହିଲେ ନବୀନ…

ଭୁବନେଶ୍ୱର: ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ସରକାର ଗଠନକୁ ୨୦ ବର୍ଷ ପୂରିଲା । ଆଜିକୁ ୨୦ ବର୍ଷ ତଳେ ଅର୍ଥାତ୍ ୨୦୦୦ ମସିହା ମାର୍ଚ୍ଚ ୫ ତାରିଖରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶାବାସୀ ବିଜୁ ଜନତା ଦଳ (ବିଜେଡି)କୁ ସରକାର ଗଠନର ସୁଯୋଗ ଦେଇଥିଲେ । ବିଜେଡି-ବିଜେପି ମେଣ୍ଟ ୯ ବର୍ଷ ଧରି ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ସରକାର ଗଠନ କରିଥିଲା । ୨୦୦୯ ପରେ ବିଜେଡି ଏକାକୀ ସରକାର ଗଠନ କରୁଛି । କ୍ରମାଗତ ଭାବେ ନବୀନ ପଟ୍ଟନାୟକ ୫ଥର ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରି ଚାଲିଛନ୍ତି । ସ୍ୱଚ୍ଛ, ଦୁର୍ନୀତିମୁକ୍ତ, ଲୋକାଭିମୁଖୀ ଓ ବିକାଶ ଅଭିମୁଖୀ କାର୍ଯ୍ୟକ୍ରମ ପାଇଁ ଓଡ଼ିଶାବାସୀ ଗତ ୨ ଦଶନ୍ଧି ହେଲା ନବୀନଙ୍କ ନେତୃତ୍ୱକୁ ଭରସା କରି ଚାଲିଛନ୍ତି । ଲୋକଙ୍କ ଆଶା, ଆଂକକ୍ଷାକୁ ପୂରଣ କରିବାରେ ମଧ୍ୟ ନବୀନ ହେଳା କରିନାହାନ୍ତି । ଯେଉଁଥିପାଇଁ ପ୍ରତି ନିର୍ବାଚନରେ ତାଙ୍କ ପ୍ରତି ଜନ ସମର୍ଥନ ଓ ଲୋକଙ୍କ ଭଲ ପାଇବା ବଢ଼ି ବଢ଼ି ଚାଲିଛି । ଗାଁଠୁ ଆରମ୍ଭ କରି ସହର ଯାଏଁ, ସ୍କୁଲରୁ ଆରମ୍ଭ କରି କଲେଜ ଯାଏଁ ସବୁଠି ନବୀନଙ୍କ ପ୍ରତି ଲୋକଙ୍କ ରହିଛି ଆବେଗଭରା ସମର୍ଥନ ।ବିଶାଳ ଜନ ସମର୍ଥନରେ ଗତ ୨୦ ବର୍ଷ ଧରି ଓଡ଼ିଶା ରାଜନୀତିର ଅପ୍ରତିଦ୍ୱନ୍ଦ୍ୱୀ, ଅପରାଜେୟ, ଅଦ୍ୱିତୀୟ ନେତା ଭାବେ ନବୀନ ଲୋକଙ୍କ ହୃଦୟରେ ରହିଛନ୍ତି । ନିଜ ମୁଖ୍ୟମନ୍ତ୍ରୀତ୍ୱକୁ ୨୦ ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟବାସୀଙ୍କୁ ନବୀନ ଏକ ବାର୍ତ୍ତା ଦେଇ ସାଢ଼େ ଚାରିକୋଟି ଓଡ଼ିଶାବାସୀଙ୍କ ନିକଟରେ ନିଜର କୃତଜ୍ଞତା ଜଣାଇଛନ୍ତି । ଜୟ ଜଗନ୍ନାଥରୁ ସେ ନିଜ ବାର୍ତ୍ତା ଆରମ୍ଭ କରି କହିଛନ୍ତି ଯେ, ‘ସାଢ଼େ ଚାରିକୋଟି ଓଡ଼ିଶାବାସୀ ମୋ ପରିବାର, ମୁଁ ସେମାନଙ୍କ ନିକଟରେ ଋଣୀ ।’

 

ସ୍ମାର୍ଟ ସିଟିରେ ସୁଟ୍‌ ବୁଟ୍‌ ଚୋର

ଭୁବନେଶ୍ୱର: ଟାର୍ଗେଟ୍‌ରେ ରହିଛି ହାଇପ୍ରୋଫାଇଲ୍‌ ବିବାହ ମଣ୍ଡପ । ସ୍ମାର୍ଟ ସିଟିରେ ଏବେ ଚାଲିଛି ସ୍ମାର୍ଟ ଚୋରି । ଏହାର ଫାଇଦା ଉଠାଇ ସୁଟ୍‌ ବୁଟ୍‌ରେ ହାତ ସଫେଇ କରୁଛନ୍ତି ଚୋର ।

ଚନ୍ଦ୍ରଶେଖରପୁର ପରେ ଖଣ୍ଡଗିରିରେ ଦେଖାଦେଇଛନ୍ତି ଭଦ୍ରମୁଖା ଚୋର । ଅଭିଯୁକ୍ତ ହେଉଛନ୍ତି ଶେଖ୍‌ ଅବ୍ଦୁଲ ଲତିଫ୍‌ । ଏଭଳି ଏକ ମାମଲାରେ ଖଣ୍ଡଗିରି ପୋଲିସ ଜଣଙ୍କୁ ଗିରଫ କରିଛି ।

ତାଙ୍କଠାରୁ ନଗଦ ୪ଲକ୍ଷ ଟଙ୍କା ଓ ସୁନା, ରୂପା ଜବତ କରାଯାଇଛି । ଏଥିସହ ୨ଟି ବାଇକ୍‌ ସିଜ୍‌ ହୋଇଛି । ଖଣ୍ଡଗିରିରେ ୨ଜଣ ଓ ଖାରବେଳ ନଗରରେ ଜଣଙ୍କ ଭୋଜିରେ ସମାନ ଢଙ୍ଗରେ ଚୋରି ହୋଇଛି । ଆଉ ତରିଖ ବି ସମାନ ରହିଥିବା ଜଣା ପଡିଛି । ପ୍ରଥମେ ସାହାଯ୍ୟ ନାଁରେ ସଂପର୍କ ଯୋଡ଼ି ବିଶ୍ୱାସ ଜିତିବା, ଆଉ ପରେ ସୁଯୋଗ ଦେଖି କଳାକନା ବୁଲାଇଛି ହାଇଟେକ୍‌ ଚୋର । ଗିରଫ ଶେଖ୍‌ ଅବ୍ଦୁଲ ଲତିଫ୍‌କୁ ଅଧିକ ପଚରାଉଚରା କରୁଛି ଖଣ୍ଡଗିରି ପୋଲିସ ।

ଶ୍ରୀମନ୍ଦିରରେ ଛାଡ଼ ପାଇବେନି ଭକ୍ତ କି ସେବାୟତ, ଗଣିବେ ତଣ୍ଡ

ପୁରୀ: ସରିଲା ଛତିଶା ନିଯୋଗ ବୈଠକ । ପଲିଥିନ୍‌ ମୁକ୍ତ ହେବ ଶ୍ରୀମନ୍ଦିର ପରିସର । ବୈଠକରେ ନିଷ୍ପତ୍ତି ଏଥର ଗୁଟଖା ଖାଇଲେ ଭକ୍ତ ଓ ସେବାୟତ ଗଣିବେ ୫୦୦ ଟଙ୍କା । ଏପ୍ରିଲ ୧ରୁ ଲାଗିବ ଫାଇନ୍‌, କଡ଼ାକଡ଼ି ହେବ ନିୟମ । ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଛତିଶା ନିଯୋଗ ବୈଠକ ଶେଷ ହୋଇଛି । ଶ୍ରୀମନ୍ଦିରକୁ କରାଯିବ ପ୍ଲାଷ୍ଟିକ ମୁକ୍ତ । ପଲିଥିନ ନେଇ ବିକଳ୍ପ ବ୍ୟବସ୍ଥା କରିବ ଶ୍ରୀମନ୍ଦିର ପ୍ରଶାସନ । ସେହିପରି ପାନ ଗୁଟଖା ପାଇଁ କଡ଼ାକଡ଼ି ହେବ କଟକଣା । ପାନ ଖାଇଲେ ଉଭୟ ଭକ୍ତ ଓ ସେବାୟତ ଗଣିବେ ୫ ଶହ ଫାଇନ । ଏଥିପାଇଁ ସଚେତନ କରାଯିବ ।

Image result for shreemandir

ଏପ୍ରିଲ ୧ରୁ ରହିବ ଫାଇନ ବ୍ୟବସ୍ଥା । ପଲିଥିନ ପାଇଁ ମଧ୍ୟ ଫାଇନ ରହିବ । ଅନ୍ୟପଟେ ଭୋଗ ମଣ୍ଡପ ବିଳମ୍ବ ପାଇଁ ବୈଠକରେ ଉଦବେଗ ପ୍ରକାଶ ପାଇଛି । ଦିନ ୧୨ଟା ସୁଦ୍ଧା ସାରିବାକୁ ଦାବି କରିଛି ଛତିଶା ନିଯୋଗ । ତେବେ ଏନେଇ ନିଯୋଗ ସହ ଆଲୋଚନା ହେବ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି । ବୈଠକରେ ଆଗାମୀ ୮ ଓ ୯ ରେ ହେବାକୁ ଥିବା ମେଣ୍ଢା ପୋଡି ଓ ଦୋଳ ପୂର୍ଣ୍ଣିମୀର ନୀତି ନିର୍ଘଣ୍ଟ କରାଯାଇଛି । ରାତି ୩ଟାରେ ଦ୍ଵାରଫିଟା ହୋଇ ସମସ୍ତ ନୀତି ସମ୍ପାଦନ କରାଯିବ । ସେହିଭଳି ଦୋଳ ପୂର୍ଣ୍ଣିମୀରେ ଦିନ ୧୨ଟା ୩୦ରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ବିମାନକୁ ବିଜେ କରି ବେଢ଼ା ପରିକ୍ରମା କରାଯିବ । ପରେ ୧୨ଟା ୫୦ରେ ମହାପ୍ରଭୁ ଦୋଳବେଦୀକୁ ବିଜେ କରିବେ । ସେଠାରେ ସମସ୍ତ ନୀତିକାନ୍ତି ସାରି ରାତି ୮ଟା ୩୦ରେ ମହାପ୍ରଭୁ ଶ୍ରୀମନ୍ଦିରକୁ ବାହୁଡ଼ିବେ । ପୂର୍ବବର୍ଷ ଭଳି ସମୟ ଅନୁସାରେ ନୀତିକାନ୍ତି ସାରିବାକୁ ସେବାୟତ ପ୍ରତିଶ୍ରୁତି ଦେଇଛନ୍ତି ।

କରୋନା ମୁକାବିଲା ନେଇ କେନ୍ଦ୍ର ପ୍ରସ୍ତୁତ ରହିଛି: କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

କରୋନାକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପ୍ରେସମିଟ୍‌ । ଦେଶରେ ଭାଇରସ ଆକ୍ରାନ୍ତଙ୍କ ସଂଖ୍ୟା ୨୮ରେ ପହଞ୍ଚିଛି । ଇଟାଲୀରୁ ଆସିଥିବା ୨୧ ପର୍ଯ୍ୟଟକଙ୍କ ମଧ୍ୟରୁ ୧୪ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି । ସେମାନଙ୍କ ଟିମରେ ଜଣେ ଭାରତୀୟ ମଧ୍ୟ ରହିଛନ୍ତି । ଇଟାଲୀୟ ଟିମ ସହ ସେ ଡ୍ରାଇଭର ଭାବେ କାମ କରୁଥିଲେ । ସେମାନଙ୍କୁ ଇଣ୍ଡେ।-ତିବତ୍ତୀୟାନ ବର୍ଡର ITBPରେ ରଖାଯାଇଛି ।

ବର୍ତ୍ତମାନ ସ୍ଥିତିକୁ ଦେଖି ପ୍ରତିଟି ଆନ୍ତର୍ଜାତିକ ବିମାନର ଯାତ୍ରୀଙ୍କ ସ୍କ୍ରିନିଂ କରାଯିବ । ପୂର୍ବରୁ ଏହା କେବଳ ୧୨ଟି ଦେଶକୁ ଯାଉଥିବା ବିମାନରେ ସୀମିତ ଥିଲା । ତେବେ ଏହାରି ଭିତରେ କେରଳର ୩ ଆକ୍ରାନ୍ତ ଏବେ ଠିକ୍‌ ହୋଇଯାଇଛନ୍ତି । ସେପଟେ କରୋନା ମୁକାବିଲା ପାଇଁ କେନ୍ଦ୍ର ପ୍ରସ୍ତୁତ ରହିଥିବା କହିଛନ୍ତି । ପୂର୍ବରୁ ୧୫ ଲାବୋରଟେରୀ ପ୍ରସ୍ତୁତ ହୋଇସାରିଛି । ଆଉ ଅଧିକ ୧୯ଟି ଲାବୋରେଟାରୀକୁ ପ୍ରସ୍ତୁତ କରାଯିବ । ସେପଟେ ଇରାନରୁ ଭାରତ ଆସୁଥିବା ଭାରତୀୟ ନାଗରିକଙ୍କ ପାଇଁ ଲ୍ୟାବ୍‌ ତିଆରି କରାଯିବ । ଏଥିପାଇଁ ଆଜି ସୁଦ୍ଧା ଇରାନକୁ ପଠାଯିବ ସାମଗ୍ରୀ ।

 

ଦିଲ୍ଲୀ, ତେଲେଙ୍ଗାନା, ଜୟପୁର ପରେ ଚଣ୍ଡୀଗଡ଼ରେ ସନ୍ଦିଗ୍ଧଙ୍କୁ ଚିହ୍ନଟ କରାଯାଇଛି । ଆଗ୍ରାରେ ମଧ୍ୟ ୬ ଜଣଙ୍କ ରିପୋର୍ଟ ପଜିଟିଭ ଆସିଥିବା ସୂଚନା ମିଳୁଛି । ସେପଟେ ସତର୍କତା ଦୃଷ୍ଟିରୁ ଦିଲ୍ଲୀ-ଏନସିଆରରେ ୫ଟି ସ୍କୁଲ ବନ୍ଦରହିଛି । ଦିଲ୍ଲୀରେ କରୋନା ଆକ୍ରାନ୍ତ ଚିହ୍ନଟ ଏବଂ ୨ ଛାତ୍ରଙ୍କ ନମୁନା ସଂଗ୍ରହ ପରେ ଆଜି ସ୍କୁଲ ବନ୍ଦ କରାଯାଇଛି । ସାରା ବିଶ୍ୱରେ ୯୧ ହଜାର ୭୦୦ରୁ ଅଧିକ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇସାରିଛି । ସେହିପରି ଏହି ଭାଇରସ ବର୍ତ୍ତମାନ ସୁଦ୍ଧା ୩ ହଜାର ୧୦୦ ଜଣଙ୍କ ଜୀବନ ନେଇସାରିଛି । ଯାହାର ପ୍ରଭାବ ମାସ୍କର ବିକ୍ରି ଉପରେ ପଡ଼ୁଛି । ଅନେକ ରାଜ୍ୟରେ ମାସ୍କ ମିଳୁ ନ ଥିବା ଅଭିଯ଼ୋଗ ଆସୁଛି ।

୪୦ ଯୁକ୍ତ ୨ ଛାତ୍ରଛାତ୍ରୀ ପରୀକ୍ଷା ଦେବାରୁ ବଞ୍ଚିତ

ପରୀକ୍ଷା ଦେବାରୁ ବଞ୍ଚିତ ହେଲେ ୪୦ ଛାତ୍ରଛାତ୍ରୀ । ବିଜ୍ଞାନ ବିଭାଗର ଏହି ଛାତ୍ରଛାତ୍ରୀ ଆଡମିଟକାର୍ଡ ପାଇ ନଥିବାରୁ ପରୀକ୍ଷା ଦେଇ ପାରି ନଥିବା ଅଭିଯୋଗ । ଏ ନେଇ ଧନୁପାଲି ଥାନାରେ ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ  । ୨ ବର୍ଷ ହେବ ଛାତ୍ରଛାତ୍ରୀ କରେସପଣ୍ଡେଣ୍ଟ୍ ପାଇଁ ନାଁ ଲେଖାଇଥିଲେ । ବର୍ଷକୁ ୧୮ ହଜାର ଟଙ୍କା ଦେଇ କଲେଜରେ ନାଁ ଲେଖାଇଥିଲେ । ପରୀକ୍ଷା ନଦେଇ ପାସ୍‌ କରାଇବାକୁ କଲେଜ କର୍ତ୍ତୃପକ୍ଷ ପ୍ରତିଶ୍ରୁତି ଦେଇଥିବା କଥା ସାମ୍ନାକୁ ଆସିଛି । ପରୀକ୍ଷା ସମୟରେ ଆଡମିଟ୍‌ କାର୍ଡ ନଆସିବାରୁ ଧୀରେ ଧୀରେ ସବୁ କଥା ପଦାକୁ ଆସୁଛି ।

ରାଜଧାନୀରେ ପ୍ରବଳ ବର୍ଷା ସହ ପବନ

ଭୁବନେଶ୍ୱରରେ ପ୍ରବଳ ବର୍ଷା ସହ ପବନ ଜାରି । ସକାଳୁ ପାଗରେ ସାମାନ୍ୟ ପରିବର୍ତ୍ତନ ଆସିବା ପରେ ଏବେ ରାଜଧାନୀରେ ଘମାଘୋଟ ବର୍ଷା ଲୋକଙ୍କୁ ଆତଙ୍କିତ କରିଛି ।

ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ଘଡ଼ଘଡ଼ି ସହ ବର୍ଷା ସହ କିଛି ସ୍ଥାନରେ ଝଡ଼ବର୍ଷା ମଧ୍ୟ ହୋଇପାରେ। ଏହାକୁ ଆଖିରେ ରଖି ଆସନ୍ତା ୪ଦିନ ପାଇଁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଅଧିକାଂଶ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ଉପକୂଳ ଓଡ଼ିଶାରେ ଘଡ଼ଘଡ଼ି ସହ ହାଲୁକା ବର୍ଷା ସମ୍ଭାବନା ଥିବାରୁ ସତର୍କତା ଜାରି କରାଯାଇଛି। ଆଜି ପଶ୍ଚିମ ଓଡ଼ିଶା ସମେତ କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାର ଗୋଟିଏ, ଦୁଇଟି ସ୍ଥାନରେ ଝିପିଝିପି ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।

ଏଟିଏମ ଭିତରୁ ଟଙ୍କା ସହ ବାହାରିଲା ସାପ

ଝାରସୁଗୁଡ଼ା: ଏଟିଏମ ମେସିନ ଭିତରେ ନାଗ । ଟଙ୍କା ଭର୍ତ୍ତି କରିବାକୁ ଯାଇଥିବା ବେଳେ ସାପକୁ ଦେଖିଥିଲେ ବ୍ୟାଙ୍କ ଅଧିକାରୀ । ଯାହାକୁ ନେଇ ଏବେ ଚର୍ଚ୍ଚା ଜାର ଧରିଛି । ଘଟଣାଟି ଝାରସୁଗୁଡ଼ା ବ୍ରଜରାଜନଗର ତାରିଣୀ ମନ୍ଦିର ଛକର ।

ଏଟିଏମ ମେସିନରେ ଟଙ୍କା ଭର୍ତ୍ତି କରିବାକୁ ଯାଇଥିବା ବେଳେ ସାପ ଦେଖି ଭୟଭୀତ ହୋଇପଡ଼ିଥିଲେ ଅଧିକାରୀ । ତେବେ ସେ ମେସିନ ଖୋଲିବା ପରେ ଟଙ୍କା ସହ ନାଗକୁ ଦେଖିଥିଲେ । ଭୟଭୀତ ହୋଇ ସେଠାରୁ ଅଧିକାରୀ ଜଣଙ୍କ ପଳାଇଥିଲେ । ଏହା ପରେ ସାପକୁ ଉଦ୍ଧାର କରାଯାଇଛି । ତେବେ କାଚ କବାଟ ଥିବା ସତ୍ତ୍ଵେ ଏଟିଏମ ଭିତରକୁ ସାପ ଆସିଲା କେମିତି ? ଆଉ ସବୁଠୁ ବଡ଼ କଥା ଏଟିଏମ ମେସିନ ଭିତରେ ସାପ କେମିତି ପଶିଲା ? ତାକୁ ନେଇ ଏବେ ବିଭିନ୍ନ ପ୍ରଶ୍ନ ସୃଷ୍ଟି ହୋଇଛି ।

କୋଣାର୍କ ସୁରକ୍ଷା ପାଇଁ ଡ୍ରୋନ ଦ୍ୱାରା ନିଆଗଲା ଥ୍ରୀ-ଡି ଚିତ୍ର

କୋଣାର୍କ: ସୂର୍ଯ୍ୟମନ୍ଦିର ସୁରକ୍ଷା ଚିନ୍ତା। ପ୍ରତ୍ନତତ୍ୱ ବିଭାଗ ପକ୍ଷରୁ ଡ୍ରୋନ୍‌ କ୍ୟାମେରାରେ ଥ୍ରୀ-ଡି ଚିତ୍ର ଉତ୍ତୋଳନ କାର୍ଯ୍ୟ ଆରମ୍ଭ ହୋଇଛି। ମୁମ୍ବାଇସ୍ଥିତ ସେନ୍ସ ଟେକ୍ନୋଲୋଜି ନାମକ ଏକ ଘରୋଇ ସଂସ୍ଥା ପକ୍ଷରୁ ପ୍ରାଥମିକ ପର୍ଯ୍ୟାୟରେ ମନ୍ଦିର ଥିବା ଜମି, ଚାରିପାଖ ସ୍ଥିତି, ମନ୍ଦିରରେ ଥିବା ପ୍ରତିଟି ମୂର୍ତ୍ତିର ଡକ୍ୟୁମେଣ୍ଟେସନ୍‌ ପାଇଁ ଡ୍ରୋନ୍‌ କ୍ୟାମେରା ସାହାଯ୍ୟରେ ଥ୍ରୀଡି ଚିତ୍ର ଉତ୍ତୋଳନ କରାଯାଇଛି ।

ଏହାପରେ ମନ୍ଦିରରେ ସଂସ୍ଥା ଦ୍ଵାରା ଲେଜର ସ୍କାନିଂ କରାଯାଇ ମନ୍ଦିରର ବାହ୍ୟ ଓ ଆଭ୍ୟନ୍ତରସ୍ଥିତି ପୁଣି ଯାଞ୍ଚ କରାଯିବ। ଭାରତୀୟ ପ୍ରତ୍ନତତ୍ୱ ସର୍ଭେକ୍ଷଣ ସଂସ୍ଥା ଦ୍ଵାରା ଆୟୋଜିତ କର୍ମଶାଳାରେ କୋଣାର୍କର ସୁରକ୍ଷା ଓ ରକ୍ଷଣାବେକ୍ଷଣ ଉପରେ ଗୁରୁତ୍ୱ ଦେଇଥିଲେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହଲ୍ଲାଦ ସିଂ।

କରୋନାକୁ ନେଇ ବଡ଼ ଅପଡେଟ୍‌, ଭାରତରେ ୧୫ କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ: କରୋନାକୁ ନେଇ ବଡ଼ ଅପଡେଟ୍‌ । ଇଟାଲୀରୁ ଦିଲ୍ଲୀ ଆସିଥିବା ୧୫ ପର୍ଯ୍ୟଟକଙ୍କ ଦେହରେ କରୋନା ଭାଇରସ । ସମସ୍ତଙ୍କ ରିପୋର୍ଟ ପଜେଟିଭ ଆସିଥିବା କହିଛି ଏମ୍ସ ।

ମଙ୍ଗଳବାର ଦିଲ୍ଲୀ ପହଞ୍ଚିଥିବା ୨୧ ପର୍ଯ୍ୟଟକଙ୍କୁ ଅଲଗା ଅଲଗା ରଖାଯାଇ ଯାଞ୍ଚ କରାଯାଇଥିଲା । ତେବେ ସେମାନଙ୍କ ମଧ୍ୟରୁ ୧୫ ଜଣଙ୍କର ରିପୋର୍ଟ ପଜିଟିଭ ଆସିଛି । ସେମାନଙ୍କୁ ହରିୟାଣା ଓ ଛାବଲାର ITBP କ୍ୟାମ୍ପରେ ରଖାଯାଇଥିବା କୁହାଯାଉଛି ।

ଏମ୍ସରେ ପରୀକ୍ଷା ପରେ ପର୍ଯ୍ୟଟକ ଦେହରେ କରୋନା ଭାଇରସ ଥିବା ଜଣାପଡ଼ିଛି ।