spot_img
Home Blog Page 7199

ଆଗ୍ରାର କ୍ୱାରେଣ୍ଟାଇନ ସେଣ୍ଟରରୁ ଆସିଲା ଅବ୍ୟବସ୍ଥାର ଚିତ୍ର, ଦୂରରୁ ଫିଙ୍ଗା ଯାଉଛି ଖାଇବା ପିଇବା ଜିନିଷ

ଆଗ୍ରା: ଦେଶରେ ଜାରି ଥିବା କରୋନା କାୟା ମଧ୍ୟରେ ଆଗ୍ରାରୁ ଆଶ୍ଟର୍ଯ୍ୟ କରିଦେବା ଭଳି ଚିତ୍ର ଏବଂ ଭିଡିଓ ସାମ୍ନାକୁ ଆସିଛି । ଭିଡିଓଟିକୁ ଦେଖିଲେ ପ୍ରଶାସନର ଅବ୍ୟବସ୍ଥା ର ଏକ ଝଲକ  ଦେଖିବାକୁ ମିଳିବ । ଆଗ୍ରା- ମଥୁରା ରୋଡରେ ପ୍ରସ୍ତୁତ କରାଯାଇଥିବା କ୍ୱାରେଣ୍ଟାଇନ ସେଣ୍ଟରର ଲଜ୍ଜ୍ୟାଜନକ ଚିତ୍ର ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏଠାରେ କ୍ୱାରେଣ୍ଟାଇନରେ ରଖାଯାଇଥିବା ଲୋକମାନଙ୍କୁ ପଶୁଙ୍କୁ ଖାଇବାକୁ ଦିଆଯିବା ଭଳିଖାଇବା ସାମ୍ନାରୁ ଭିଙ୍ଗା ଯାଉଛି ଏବଂ ସାମାଜିକ ଦୂରତାର ତ କୌଣସି ଚିହ୍ନ ବର୍ଣ୍ଣ ଦେଖିବାକୁ ମିଳୁନି ।

https://twitter.com/Saurabh_Unmute/status/1254412293628030976

ଭିଡିଓରେ ଦେଖିବାକୁ ମିଳୁଛି ଯେ, କ୍ୱାରେଣ୍ଟାଇନରେ ଥିବା ଲୋକମାନ ଖାଇବା ଏବଂ ପାଣି ବୋଟଲ ପାଇବା ପାଇଁ କିପରି ବିକଳ ହେଉଛନ୍ତି । ପାଣି ବୋଟଲ ଏବଂ ବିସ୍କୁଟ ପ୍ୟାକେଟ ଗୁଡ଼ିକ ଦୂରରୁ ଭିଙ୍ଗି ସେମାନଙ୍କୁ ଦିଆଯାଉଥିବା ଦେଖିବାକୁ ମିଳୁଛି । ଭିଡିଓଟି ଭାଇରାଲ ହେବା ପରେ ଏବେ ସାଧାରଣ ଜନତା ପ୍ରଶାସନ ଉପରେ ଆଙ୍ଗିଠୁ ଉଠାଇଛନ୍ତି । କ୍ୱାରେଣ୍ଟାନରେ ଲୋକମାନଙ୍କୁ ଚିକିତ୍ସା କରିବା ପାଇଁ ରଖାଯାଇଛି ନା ଭୋକ ଉପାୟରେ ମାରିବା ପାଇଁ ରଖାଯାଇଛି ବୋଲି ପ୍ରଶ୍ନ କରିଛନ୍ତି । ଜଣାଇ ରଖୁଛୁ ଯେ  ଏଯାବତ ଆଗ୍ରାରେ ୩୭୧ଟି କରୋନା ମାମଲା ସାମ୍ନାକୁ ଆସିଛି । ଉତ୍ତର ପ୍ରଦେଶରେ ସବୁଠୁ ଅଧିକ କରୋନା ଆକ୍ରାନ୍ତ ମାମଲା ଆଗ୍ରାରେ ଦେଖିବାକୁ ମିଳିଛି ।

ଇତି ମଧ୍ୟରେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ରବିବାର ସନ୍ଧ୍ୟାରେ ଜାରି କରାଯାଇଥିବା ସୂଚନା ମୁତାବକ, କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ୨୬,୯୧୭ ହୋଇଯାଇଛି । ବିଗତ ୨୪ ଘଣ୍ଟାରେ କରୋନାକ ୧୯୭୫ ନୂଆ ମାମଲା ଆସିଛି ଏବଂ ୪୭ ଜଣଙ୍କ ମୃତ୍ୟୁ ହୋଇସାରିଲାଣି । ଦେଶରେ ୮୨୬ ଜଣଙ୍କ ମୃତ୍ୟୁ ହୋଇସାରିଥିବା ବେଳେ ୫୯୧୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ଓଡ଼ିଶା ହାଇକୋର୍ଟର ନୂତନ ମୁଖ୍ୟ ବିଚାରପତି ଭାବେ ଦାୟିତ୍ୱ ଗ୍ରହଣ କଲେ ଜଷ୍ଟିସ ମହମ୍ମଦ ରଫିକ

ଭୁବନେଶ୍ୱର: ଦାୟିତ୍ୱ ଗ୍ରହଣ କରିବେ ଓଡ଼ିଶା ହୋଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ । ଓଡିଶାର ୩୧ ତମ ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ରଫିକ । ସକାଳ ଟାରେ ଭୁବନେଶ୍ୱର ଲୋକସେବା ଭବନରେ ରାଜ୍ୟପାଳ ଗଣେଶୀ ଲାଲ ଜଣ୍ଟିସ ରଫିକଙ୍କୁ  ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ।

 

ଏହି ଶପଥ ପାଠ ଉତ୍ସବରେ ହାଇକୋର୍ଟର ସମସ୍ତ ବିଚାରପତି, ଆଡଭୋକେଟ୍‌ ଜେନେରାଲ୍‌, ବରିଷ୍ଟ ଆଇଜୀବୀ, ମନ୍ତ୍ରୀ, ଆଇଏସ୍‌ ଅଫିସର ,ଜିଲ୍ଲାପାଳ ପ୍ରମୁଖ ଉପସ୍ଥିତ ରହିଥିଲେ । ପୂର୍ବରୁ ମେଘାଳୟ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟରତ ଥିଲେ ଜଷ୍ଟିସ ରଫିକ । ସେହିଭଳି ରାଜସ୍ଥାନ ହାଇକୋର୍ଟରେ ମଧ୍ୟ ପୂର୍ବରୁ କାମ କରି ସାରିଛନ୍ତି ଓଡ଼ିଶା ହୋଇକୋର୍ଟର ନୂଆ ମୁଖ୍ୟ ବିଚାରପତି ।

ବାଲେଶ୍ୱରରୁ ଆଉ ୫ କରୋନା ଆକ୍ରାନ୍ତ ଚିହ୍ନଟ, ସଂକ୍ରମିତଙ୍କ ସଂଖ୍ୟା ୧୫କୁ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ଚିହ୍ନଟ । ସମସ୍ତ ଆକ୍ରାନ୍ତ ବାଲେଶ୍ୱର ଜିଲ୍ଲାର । ଏଥି ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୮କୁ ବୃଦ୍ଧି ପାଇଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଏଥି ସହ ବାଲେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୫କୁ ବୃଦ୍ଧି ପାଇଛି ।

ବାଲେଶ୍ୱରରୁ ଆଉ ୫ କରୋନା ପଜିଟିଭ୍‌ ଚିହ୍ନଟ… ସଂକ୍ରମିତଙ୍କ ସଂଖ୍ୟା ୮କୁ ବୃଦ୍ଧି

ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏହି ସୂଚନା ଅନୁସାରେ ଏବେ ରାଜ୍ୟରେ ମୋଟ୍ ୭୨ ଆକ୍ଟିଭ୍ କେସ୍ ରହିଛି । ସଂକ୍ରମିତଙ୍କ ସଂଖ୍ୟା ୧୦୮ ରେ ପହଞ୍ଚଥିବା ବେଳେ ରାଜ୍ୟରେ ସଂକ୍ରମଣ ରୋକିବାକୁ ଜୋରସୋର୍‌ରେ  ଟ୍ରାକିଂ ଓ ଟ୍ରେସିଂ କାମ ଆରମ୍ଭ ହୋଇଛି।

ବଢ଼ିବ କି ଲକ୍‌ଡାଉନ୍‌ ଅବଧି ? ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲେଚାନା କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପୁଣି ବଢ଼ିବ କି ଲକ୍‌ ଡାଉନ୍‌ ? ମେ’ ୩ରେ ସୁରୁଛି ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ ଡାଉନ୍‌ । ତଥାପି ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଥମିବାର ନାଁ ଧରୁନି । ତେଣୁ ସରକାର ନେବେ କି ତୃତିୟ ପର୍ଯ୍ୟୟ ଲକ୍‌ଡାଉନ୍‌ ନିଷ୍ପତ୍ତି ?

ଏନେଇ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟମନ୍ତ୍ରମାନଙ୍କ ସହ ଆଲୋଚନା କରିବେ । ରାଜ୍ୟ ଗୁଡ଼ିକରେ କରୋନା ସଂକ୍ରମଣ ସ୍ଥିତି କିଭଳି ରହିଛି ସେନେଇ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ । ଖାଲି ସେତିକି ନୁହେଁ ଆଗାମୀ ଦିନରେ କରୋନା ସହ କିଭଳି ମୁକାବିଲା କରାଯିବ, ସେନେଇ ମଧ୍ୟ ବିଚାର ବିମର୍ଷ କରିବେ ।

ତେବେ ଏକ ମାସରୁ ଉର୍ଦ୍ଧ୍ୱ ସମୟ ଧରି ଲକ୍‌ଡାଉନ ହୋଇସାରିଛି । ତଥାପି ଦେଶରେ କରୋନା ସଂକ୍ରମଣ ହାର କେନ୍ଦ୍ର ସରକାରଙ୍କୁ ଚିନ୍ତାରେ ପକାଇଛି । ବିଶେଷ କରି ମହାରାଷ୍ଟ୍ର, ଦିଲ୍ଲୀ, ରାଜସ୍ଥାନ, ଗୁଜରାଟରେ ବଢୁଥିବା ଆକ୍ରାନ୍ତଙ୍କ ସଂଖ୍ୟା ଲକ୍‌ଡାଉନ୍‌ ଉଠିବା ନିଷ୍ପତ୍ତି ଉପରେ ଆଉ ଥରେ ଚିନ୍ତା କରିବାକୁ ବାଧ୍ୟ କରୁଛି । ଏପଟେ ଲକ୍‌ଡାଉନକୁ ଆଉ କିଛି ଦିନ ବଢାଇବା ପାଇଁ ଦିଲ୍ଲୀ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ ସରକାର ସମର୍ଥନ କରୁଥିବା ଜଣାପଡ଼ିଛି । ମେ’ ୩ ପରେ ମଧ୍ୟ ଦିଲ୍ଲୀରେ ଲକ୍‌ଡାଉନ ଭଳି ସ୍ଥିତି ଜାରି ରହିବ ବୋଲି ସ୍ପଷ୍ଟ କରିସାରିଲେଣି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ।

ଅନ୍ୟପଟେ ଦେଶର ବିଭିନ୍ନ ରାଜ୍ୟରେ ଲକ୍‌ଡାଉନ ନିମୟରେ କୋହଳ ହୋଇଥିବା ବେଳେ ଆଜି କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇପାରେ ବୋଲି ଆଶା କରାଯାଉଛି । ମେ’ ୩ ପରେ ପୁଣି ଲକ୍‌ଡାଉନ୍‌ ସମର୍ଥନରେ କେନ୍ଦ୍ରସରକାର ନାହାନ୍ତି ବୋଲି ପୂର୍ବରୁ ବିଭିନ୍ନ କେନ୍ଦ୍ରମୃନ୍ତ୍ରୀ ମତ ଦେଇସାରିଛନ୍ତି । ଲକ୍‌ଡାଉନ୍‌ ଯୋଗୁଁ ଦେଶରେ ଆର୍ଥିକ ସ୍ଥିତି ବିଗିଡ଼ିବାରେ ଲାଗିଛି । ଅନେକ ଲୋକ ରୋଜଗାର ହରାଇବା ସ୍ଥିତିରେ ଅଛନ୍ତି । ପ୍ରବାସୀ ଶ୍ରମିକମାନେ ରାଜ୍ୟ ବାହାରେ ରହି ହଇରାଣ ହେଉଛନ୍ତି । ତେଣୁ ଲକ୍‌ ଡାଉନ୍‌ ଅବଧି ବୃଦ୍ଧି କରାଯାଇନପାରେ ବୋଲି ମଧ୍ୟ ଆଶଙ୍କା ରହିଛି ।

ଯାଜପୁରରେ ସଟଡାଉନ୍ ପରେ ପୁଣି କଣ୍ଟେନମେଣ୍ଟ ଜୋନ୍ ଘୋଷଣା

ଯାଜପୁର: ଗତ କାଲି ରାଜ୍ୟରେ ୩ ଜିଲ୍ଲାରୁ ୬୦ ଘଣ୍ଟା ସଟଡାଉନ୍ ହଟିଛି । ଯାଜପୁର, ଭଦ୍ରକ ଓ ବାଲେଶ୍ୱରରେ ଲଗାତାର କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାରୁ ଏହି ୩ଟି ଜିଲ୍ଲାରେ ୬୦ ଘଣ୍ଟା ପାଇଁ ସଟଡାଉନ୍ ଘୋଷଣା କରାଯାଇଥିଲା । ତେବେ ଗତ କାଲି ସଟଡାଉନ୍ ହଟିବା ପରେ ପୁଣି ଯାଜପୁରରେ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି । ଯାଜପୁର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖା ବୃଦ୍ଧି ପାଇବାରେ ଲାଗିଛି । ଜିଲ୍ଲାରେ ଆଜି ସୁଦ୍ଧା ୧୮ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି ।  ଏଥିପାଇଁ ଜିଲ୍ଲାରେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବ୍ଲକଗୁଡ଼ିକୁ ପ୍ରଶାସନ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା କରିଛି । ଯାଜପୁର, ବିଂଝାରପୁର, କୋରେଇ, ବରୀ ବ୍ଲକ ଓ ଯାଜପୁର ପୌରପାଳିକାକୁ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି 

ଡଙ୍ଗାରେ ଚେନ୍ନାଇରୁ ଫେରିଲେ ପ୍ରବାସୀ ଓଡ଼ିଆ, କ୍ୱାରେଣ୍ଟାଇନ୍‌ରେ ରଖିବାକୁ ପ୍ରଶାସନ ପ୍ରସ୍ତୁତ

ଆଜି ୧୨ଟାରୁ ୨୯ ତାରିଖ ସଂଧ୍ୟା ୬ଟା ପର୍ଯ୍ୟନ୍ତ କଣ୍ଟେନ୍‌ମେଣ୍ଟ ଜୋନ୍‌ ବଳବତ୍ତର ରହିବ । ସେପଟେ ଗତକାଲି ସୁନ୍ଦରଗଡ଼ରେ ଆଉ ୩ କରୋନା ଆକ୍ରାନ୍ତ ଚିହ୍ନଟ ପରେ ପୂର୍ବ ଘୋଷିତ କଣ୍ଟେନ୍‌ମେଣ୍ଟ ଜୋନ୍‌ ଅନ୍ୟାଦେଶ ପର୍ଯ୍ୟନ୍ତ ବଳବତ୍ତର ରଖିଛି ପ୍ରଶାସନ । ନାଲାରୋଡ୍‌ ଓ ଆଖପାଖ ଅଞ୍ଚଳକୁ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି । କଣ୍ଟେନ୍‌ମେଣ୍ଟ ଜୋନ୍‌ ସଂଲଗ୍ନ କିଛି ଅଞ୍ଚଳକୁ ବଫର ଜୋନ୍‌ ଭାବେ ଚିହ୍ନଟ କରିଛି ପ୍ରଶାସନ । କଣ୍ଟେନ୍‌ମେଣ୍ଟ ଜୋନ୍ ରେ ସବୁ କଟକଣା ଲଗାଯାଇଛି।

ଅମୃତସରରୁ ଧରା ହେଲା ହିଜବୁଲ ମୁଜାହିଦ୍ଦିନ୍‌ର ସଦସ୍ୟ, କରୁଥିଲା ବଡ଼ ଯୋଜନା

ଶ୍ରୀନଗର: ହିଜବୁଲ ମୁଜାହିଦ୍ଦିନ୍‌ର ଜଣେ ଆତଙ୍କୀ ସଦସ୍ୟଖୁ ଅମୃତସରରୁ ପଞ୍ଜାବ ପୋଲିସ ଗିରଫ କରିଛି । ତା’ଠାରୁ ୨୦ ଲକ୍ଷ ଟଙ୍କା ନଗଦ ଜବତ କରାଯାଇଛି । ସେ କୌଣସି ଏକ ବଡ଼ ଦୁର୍ଘଟଣା ଘଟାଇବାକୁ ଯୋଜନା କରୁଥିଲା ବୋଲି ପୋଲିସ ସନ୍ଦେହ କରୁଛି । ପୋଲିସର ସୂଚନା ଅନୁଯାୟୀ ଗିରଫ ଆତଙ୍କୀ ହେଉଛି ହିଲାଲ ଅହମଦ୍‌ର ପୁଅ ଅବ୍ଦୁଲ ସମଦ । ସେ ଜାମ୍ମୁକାଶ୍ମୀର ନୌଗ୍ରାମ ଅବନ୍ତିପୁରାର ବୋଲି ଜଣାପଡ଼ିଛି ।

ଏହା ପୂର୍ବରୁ ରବିବାର ଦକ୍ଷୀଣ କାଶ୍ମୀରର କୁଲଗ୍ରାମରେ ସୁରକ୍ଷାବଳର ଗୁଳିରେ ୪ ଆତଙ୍କବାଦୀ ନିହତ ହୋଇଥିଲେ ଏହା ସହ ଭାରତୀୟ ଯବାନଙ୍କ ମଧ୍ୟରୁ ଜଣେ ମେଜର ମଧ୍ୟ ଆହତ ହୋଇଛନ୍ତି ।

ଭାରତୀୟ ଯବାନ ଓ ଆତଙ୍କବାଦୀଙ୍କ ମଧ୍ୟରେ ଭୟଙ୍କର ଗୁଳିବିନିମୟ ହୋଇଥିଲା । ସେଥିରେ ପ୍ରଥମେ ଦୁଇ ଆତଙ୍କୀ ନିହତ ହୋଇଥିଲେ । ଏହାବାଦ୍‌ ମଧ୍ୟ ଉଭୟ ପକ୍ଷରୁ ଗୁଳିବିନିମୟ ଜାରି ରହିଥିଲା । ତେବେ ଉକ୍ତ ଅଞ୍ଚଳରେ ଆଉ ଦୁଇ ଆତଙ୍କବାଦୀ ଲୁଚି ରହିଥିବା ସୂଚନା ମିଳିଥିଲା । ଫଳରେ ସର୍ଚ୍ଚ ଅପରେସନ୍‌ ବେଳେ ଦୁଇ ଆତଙ୍କବାଦୀ ନିହତ  ହୋଇଥିଲେ ।

ସୂଚନା ଯୋଗ୍ୟ କରୋନା ମହାମାରୀ ପାଇଁ ସାରା ବିଶ୍ୱ ସମେତ ଭାରତ ଚିନ୍ତିତ ଥିବା ବେଳେ, ଜାମ୍ମୁ-କାଶ୍ମୀରରେ ଆତଙ୍କୀ ଗତିବିଧିରେ କୌଣସି ସୁଧାର ଆସି ନାହିଁ । ଆତଙ୍କୀ ଗତିବିଧି ଲଗାତର ଭାବେ ଜାରି ରହିଛି । ଜାମ୍ମୁ କାଶ୍ମୀରର ବିଭିନ୍ନ ଘାଟିରୁ ପ୍ରତିଦିନ ଏନ୍‌କାଉଣ୍ଟର ଖବର ସାମ୍ନାକୁ ଆସୁଛି ।