ପାରିବାରିକ ଶାନ୍ତି ମିଳିବ…ନିଜର ଲକ୍ଷ୍ୟରେ ସଫଳ ହେବେ
୨୭ ଏପ୍ରିଲ୍, ୨୦୨୦ ମସିହା, ମେଷ ୧୫ ଦିନ
୧୯୪୨ ଶକାଦ୍ଦଃ, ୧୪୨୭ ସାଲ୍,୨୦୭୭ ସମ୍ବତ୍
ବୈଶାଖ ମାସ,ଶୁକ୍ଳପକ୍ଷ,ଚତୁର୍ଥୀ ତିଥି,ସୋମବାର
ମୃଗଶିରା ନକ୍ଷତ୍ର, ବୃଷ ରାଶିରେ ଚନ୍ଦ୍ର ଅବସ୍ଥାନ କରିଛନ୍ତି
ଆଜି ଯୋଗିନୀ ନୈଋତେରେ ଦିନ ୨ଟା ୩୨ ମିନିଟ୍ ପର୍ଯ୍ୟନ୍ତ
ଏହା ପରେ ଦକ୍ଷିଣ ଦିଗରେ ଅବସ୍ଥାନ କରୁଥିବାରୁ ଆଜି ଦକ୍ଷିଣ-ନୈଋତ ଦିଗକୁ ଯାତ୍ରା ନିଷେଧ
ଘାତଚନ୍ଦ୍ର- ବିଛା ରାଶି ପୁରୁଷଙ୍କ ପାଇଁ
ଘାତବାର- ମିଥୁନ ରାଶିର
ଶୁଭ ସମୟ- ଦିନ ୯ଟା ୨୫ ମିନିଟ୍ ଠାରୁ ଦିନ ୧ଟା ୨୫ ମିନିଟ୍
ଦିନ ୨ଟା ଠାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ
ଅଶୁଭ ସମୟ- ସକାଳ ୭ଟା ୩୦ ମିନିଟ୍ ଠାରୁ ସକାଳ ୯ଟା ପର୍ଯ୍ୟନ୍ତ
ନିଷେଧ ଖାଦ୍ୟ- ଆଜି ମୂଳା ଖାଇବା ମନା
ମେଷ ରାଶି
ଅଶ୍ୱନୀ ନକ୍ଷତ୍ର- ଶୁଭ ଖବର ମିଳିବ, ଆର୍ଥିକସ୍ଥିତିରେ ପରିବର୍ତ୍ତନ ହେବ
ଦ୍ବିଜା ନକ୍ଷତ୍ର- ପାରିବାରିକ ଶାନ୍ତି ଏବଂ ସରକାରୀ ସାହାଯ୍ୟ ପାଇବେ
କୃତ୍ତିକାନକ୍ଷତ୍ର- ପରିବାର ମଧ୍ୟରେ ସନ୍ତାନ କିମ୍ବା ପିତାମାତାଙ୍କ ସ୍ୱାସ୍ଥ୍ୟ ସମସ୍ୟା ଆପଣଙ୍କୁ ବିଚଳିତ କରିବ
ହନୁମାନ ଚାଳିଶା ୭ ଥର ପାଠ କରନ୍ତୁ
ବୃଷ ରାଶି
କୃତ୍ତିକା ନକ୍ଷତ୍ର- ଖର୍ଚ୍ଚ ବୃଦ୍ଧି ହେବ, ରଖିଥିବା ଅର୍ଥ ଖର୍ଚ୍ଚ ଯୋଗୁ ମନ ଅଶାନ୍ତ ରହିବ
ରୋହିଣୀ ନକ୍ଷତ୍ର- ପରୋପକାର କାର୍ଯ୍ୟ କରି ପ୍ରଶଂସିତ ହେବେ,ମନରେ ଉତ୍ସାହ ଦେଖାଦେବ
ମୃଗଶିରା- ଦିନଟି ଭଲରେ କଟିବ, ପଡୋଶୀଙ୍କ ସହଯୋଗ ପାଇବେ
ମା’ଦୁର୍ଗାଙ୍କୁ ୩ ଗୋଟି ମନ୍ଦାର ଫୁଲ ଅର୍ପଣ କରନ୍ତୁ
ମିଥୁନ ରାଶି
ମୃଗଶିରା ନକ୍ଷତ୍ର- ଶୁଭ କାର୍ଯ୍ୟରେ ସମୟ କଟିବ, ଅନେକ ଦିନର ଆଶା ସଫଳ ହେବ
ଆର୍ଦ୍ରା ନକ୍ଷତ୍ର- ଆକସ୍ମିକ ଖର୍ଚ୍ଚ ବଢିବ, ପରିବାରରେ ଅଶାନ୍ତ ବୃଦ୍ଧି ହେବ
ପୁନର୍ବସୁ ନକ୍ଷତ୍ର- ପାରିବାରିକ ସଂପର୍କ ନିବିଡ ରହିବ,ମନେର ଉତ୍ସାହ ବଢିବ
୨୧ ଗୋଟି ବେଲ ପତ୍ର ଭଗବାନ ଶିବଙ୍କୁ ଅର୍ପଣ କରନ୍ତୁ
କର୍କଟ ରାଶି
ପୁନର୍ବସୁ ନକ୍ଷତ୍ର- ଧାର୍ମିକ କାର୍ଯ୍ୟରେ ସମୟ କଟିବ, ଲୋକସଂପର୍କ ବଢିବ
ପୁଷ୍ୟା ନକ୍ଷତ୍ର- ଶରୀର ପ୍ରତି ବିପଦ ରହିଛି, ସତର୍କ ହୋଇ ଚଳନ୍ତୁ
ଅଶ୍ଲେଷା ନକ୍ଷତ୍ର- ଆର୍ଥିକ ଚିନ୍ତା ଦୁର ହେବ, ପରିବାର ସହିତ ସମୟ କଟିବ
୧୧ ଥର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ
ସିଂହ ରାଶି
ମଘାନକ୍ଷତ୍ର- ପେଟ ସମ୍ଭନ୍ଧୀୟ ରୋଗ ଦ୍ଵାରା କଷ୍ଟ ମିଳିବ,ତେଣୁ ଖାଦ୍ୟ ପ୍ରତି ସତର୍କ ରୁହନ୍ତୁ
ପୂର୍ବା ଫାଲଗୁନୀ ନକ୍ଷତ୍ର- ପାରିବାରିକ ଶାନ୍ତି ମିଳିବ, ନିଜର ଲକ୍ଷ୍ୟରେ ସଫଳ ହେବେ
ଉତ୍ତରା ଫାଲଗୁନୀ ନକ୍ଷତ୍ର- ବନ୍ଧୁଙ୍କ ଗହଣରେ ସମୟ କଟିବ
ପରୋପକାର କାର୍ଯ୍ୟ କରି ପ୍ରଶଂସିତ ହେବେ
ବିଷ୍ଣୁ ସହସ୍ରନାମ ଶ୍ରବଣ କରନ୍ତୁ
କନ୍ୟା ରାଶି
ଉତ୍ତରା ଫାଲଗୁନୀ ନକ୍ଷତ୍ର- ଆର୍ଥିକ ସଂକଟରେ ଗତି କରିବେ, ଅଭାବେ ସ୍ୱଭାବ ନଷ୍ଟ ପରି ପରିସ୍ଥିତି ହେବ
ହସ୍ତା ନକ୍ଷତ୍ର- ନିଜ ଚେଷ୍ଟାରେ ସଫଳ ହେବେ
ଚିତ୍ରା ନକ୍ଷତ୍ର- ଭଲ କାର୍ଯ୍ୟ ପାଇଁ ପ୍ରଶଂସିତ ହେବେ
ମା’ମଙ୍ଗଳାଙ୍କୁ ଅରୁଆ ଚାଉଳ ଏବଂ ଲାଲ ସିନ୍ଦୁର ଅର୍ପଣ କରନ୍ତୁ
ତୁଳା ରାଶି
ଚିତ୍ରା ନକ୍ଷତ୍ର- ସ୍ୱାସ୍ଥ୍ୟ ପ୍ରତି ବିପଦ ରହିଛି, ଘରୁ ବାହାରନ୍ତୁ ନାହିଁ
ସ୍ୱାତୀ ନକ୍ଷତ୍ର- ପୂଜା ପାଠ, ଧାର୍ମିକ କାର୍ଯ୍ୟରେ ସମୟ କଟିବ, ମାନସିକ ଶାନ୍ତି ପାଇବେ
ବିଶାଖା ନକ୍ଷତ୍ର- ବିକାଶମୂଳକ କାର୍ଯ୍ୟ ପାଇଁ ଯୋଜନା କରିବେ, ଦୁର ସ୍ଥାନରୁ ଶୁଭ ଖବର ପାଇବେ
ଓଁ ଗଂ ଗଣପତୟେ ନମଃ ମନ୍ତ୍ରକୁ ୧୧ ଥର ପାଠ କରନ୍ତୁ
ବିଛା ରାଶି
ବିଶାଖା ନକ୍ଷତ୍ର- ସମସ୍ତ ଦିଗରୁ ଦିନଟି ଭଲରେ କଟିବ
ଅନୁରାଧା ନକ୍ଷତ୍ର-ଆକସ୍ମିକ ଦୁର୍ଘଟଣା ଭୟ ରହୁଥିବାରୁ ସତର୍କ ହୋଇ କାର୍ଯ୍ୟ କରନ୍ତୁ
ଜ୍ୟେଷ୍ଠା ନକ୍ଷତ୍ର- ସମୟ ଭଲରେ ଚାଲିବ
ଆଜି ପଶୁ, ପକ୍ଷୀଙ୍କୁ ଖାଦ୍ୟ ଦିଅନ୍ତୁ
ଧନୁ ରାଶି
ମୂଳାନକ୍ଷତ୍ର- ବିଶ୍ୱସ୍ତ ବ୍ୟକ୍ତିଙ୍କ ପାଖରୁ ସାହାଯ୍ୟ ମିଳିବ, ଅର୍ଥ ଚିନ୍ତାରୁ ମୁକ୍ତି ମିଳିବ
ପୂର୍ବାଷାଢା ନକ୍ଷତ୍ର- ପାରିବାରିକ ଅଶାନ୍ତି ଦୁର ହେବ,ମନୋବଳ ସୁଦୃଢ ହେବ
ଉତ୍ତରଷାଢା- ଅର୍ଥକୁ ନେଇ ପରିବାରରେ ଅଶାନ୍ତି ବଢିବ
ଓଁ ବିଘ୍ନେଶ୍ୱରାୟ ନମଃ ମନ୍ତ୍ରକୁ ୨୧ ଥର ପାଠ କରନ୍ତୁ
ମକର ରାଶି
ଉତ୍ତରାଷାଢା ନକ୍ଷତ୍ର- ଶାରିରୀକ ପୀଡା ଏବଂ ଆର୍ଥିକ ସଂକଟ ଦେଖାଦେବ
ଶ୍ରବଣା ନକ୍ଷତ୍ର- ପରୋପକାର କାର୍ଯ୍ୟ କରି ପ୍ରଶଂସିତ ହେବେ
ଧନିଷ୍ଠା ନକ୍ଷତ୍ର-ଦେହ, ମନ ଭଲ ରହିବ ନାହିଁ,ନିଜର କାର୍ଯ୍ୟ ପାଇଁ ମାନସମ୍ମାନ ବୃଦ୍ଧି ପାଇବ
ବୁଲା କୁକୁରକୁ ଖାଦ୍ୟ ଦିଅନ୍ତୁ
କୁମ୍ଭ ରାଶି
ଧନିଷ୍ଠା ନକ୍ଷତ୍ର- ଶରୀର ପ୍ରତି ବିପଦ ରହିଛି, ଆଜି ଜଗିରଖି ଚଳନ୍ତୁ
ଶତଭିଷା ନକ୍ଷତ୍ର- ଆର୍ଥିକସ୍ଥିରେ ପରିବର୍ତ୍ତନ ଆସିବ
ପୂର୍ବାଭାଦ୍ରପଦ ନକ୍ଷତ୍ର- କାର୍ଯ୍ୟ ଦକ୍ଷତା ବୃଦ୍ଧି ପାଇବ, ବନ୍ଧୁଙ୍କ ପରାମର୍ଶ ସଫଳତା ଆଣିଦେବ
ଗାୟତ୍ରୀ ମନ୍ତ୍ର ୧୦ ଥର ପାଠ କରନ୍ତୁ
ମୀନ ରାଶି
ପୂର୍ବାଭାଦ୍ରପଦ ନକ୍ଷତ୍ର- ଧାର୍ମିକ ପରିବେଶ ମଧ୍ୟରେ ସମୟ କଟିବ,
ଉତ୍ତରାଭାଦ୍ରପଦ ନକ୍ଷତ୍ର- ସ୍ୱାସ୍ଥ୍ୟ ଖରାପ ହୋଇପାରେ
ରେବତୀ ନକ୍ଷତ୍ର- ଆର୍ଥିକଲାଭ ଏବଂ ପାରିବାରିକ ଶାନ୍ତି ମିଳିବ
ହନୁମାନ ଚାଳିଶା ୧୧ ଥର ପାଠ କରନ୍ତୁ
ଜ୍ୟୋତିର୍ବିଦ୍ ଡ.ଶ୍ୟାମସୁନ୍ଦର ବାଗ୍
ଯୋଗାଯୋଗ- 9938571935
କ୍ୱାରେଣ୍ଟାଇନ୍ ଗୃହରେ ଅଭାବନୀୟ ଘଟଣା, ପରସ୍ପର ଉପରକୁ ଏସିଡ୍ ମାଡ଼ କଲେ ଅନ୍ତେବାସୀ
ବିହାର: କ୍ୱାରେଣ୍ଟାଇନ୍ ଗୃହରେ ଏସିଡ୍ ମାଡ଼ । ଅନ୍ତେବାସୀ ପରସ୍ପର ଉପରକୁ କରିଛନ୍ତି ଏସିଡ୍ ମାଡ଼ । ରାୟଗଡା କୁମ୍ଭୀକୋଟ କ୍ୱାରେଣ୍ଟାଇନ୍ ଗୃହରେ ଘଟିଛି ଏହି ଅଭାବନୀୟ ଘଟଣା । କ୍ୱାରେଣ୍ଟାଇନରେ ଥିବା ବିହାର ଅଞ୍ଚଳର ବିଘ୍ନେସ ସାହା ୫୦୦ ଟଙ୍କା ପାଇଁ ଦିଲୀପ ସାହାଙ୍କ ଉପରକୁ ଏସିଡ୍ ମାଡ଼ କରିଥିବା ଅଭିଯୋଗ ହୋଇଛି । ଘଟଣାରେ ଦିଲ୍ଲୀପ ସାହାଙ୍କ ବ୍ୟତିତ ଅନ୍ୟଜଣେ ବି ଗୁରୁତର ହୋଇଛନ୍ତି ।

ବିହାରର ଅନ୍ୟ ୮ ଜଣ ବି ଘଟଣାରେ ସମ୍ପୃକ୍ତ ଥିବା ସୂଚନା ମିଳିଛି । ଗୁରୁତର ଦୁଇଜଣଙ୍କୁ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସମସ୍ତ ଅଭିଯୁକ୍ତ ଘର ଘର ବୁଲି ସୁନା ସଫା କରନ୍ତି । ଲକଡାଉନ୍ ପାଇଁ ଏମାନେ କୁମ୍ଭୀକୋଟ କ୍ୱାରେଣ୍ଟାଇନ୍ ସେଣ୍ଟରରେ ରହୁଥିଲେ । ଘଟଣା ସ୍ଥଳରେ ପୋଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ବିଭିନ୍ନ ଜିଲ୍ଲା ଓ ସହରରେ କରୋନା ସ୍ଥିତି ଅନୁଧ୍ୟାନ ପାଇଁ ୨୨ ଆଇଏଏସ୍ଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ୱ
ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ୨୨ ଆଇଏଏସଙ୍କୁ ଜିଲ୍ଲା ପର୍ଯ୍ୟବେକ୍ଷକ ଦାୟିତ୍ୱ ଦେଇଛନ୍ତି । ଭୁବନେଶ୍ୱର ସହର ପାଇଁ ଅନୁ ଗର୍ଗ, ଏନ୍. ତିରୁମାଲା ନାୟକଙ୍କୁ ଦାୟିତ୍ୱ । ଭଦ୍ରକ ଓ ବାଲେଶ୍ୱର ଦାୟିତ୍ୱରେ ମଧୁସୂଦନ ପାଢ଼ୀ ଓ ରତ୍ନାକର ରାଉତ । କଟକ ସହର ଓ କଟକ ଗ୍ରାମାଞ୍ଚଳ ଦାୟିତ୍ୱରେ ସୌରଭ ଗର୍ଗ, ସୁଶାନ୍ତ ମହାପାତ୍ର, ମୟୂରଭଞ୍ଜ ଓ କେନ୍ଦୁଝର ଦାୟିତ୍ୱରେ ସୁରେନ୍ଦ୍ର କୁମାର ଓ ଶ୍ରୀକାନ୍ତ ପୃଷ୍ଟି । ଗଞ୍ଜାମ ଓ ଗଜପତି ଦାୟିତ୍ୱରେ ଜି. ମାଥିଭାତନାନ୍ ଓ ଡ. କ୍ରିଷନ କୁମାର । ଯାଜପୁର, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଦାୟିତ୍ୱରେ ହେମନ୍ତ ଶର୍ମା, ଡ. ସୁରେଶ ଚନ୍ଦ୍ର ଦଳେଇ । ଅନୁଗୁଳୁ , ଦେବଗଡ଼ ଓ ଢ଼େଙ୍କାନାଳ ଦାୟିତ୍ୱରେ ବିଷ୍ଣୁପଦ ସେଠୀ, ଗୋପବନ୍ଧୁ ଶତପଥୀ । ବଲାଙ୍ଗୀର, ବରଗଡ଼ ଏବଂ ନୂଆପଡ଼ା ଦାୟିତ୍ୱରେ ସୁଶୀଳ କୁମାର ଲୋହାନି, ବେଣୁଧର ବେହେରା । କଳାହାଣ୍ଡି, କନ୍ଧମାଳ ଓ ବୌଦ୍ଧ ଜିଲ୍ଲାରେ ସ୍ଥିତି ଅନୁଧ୍ୟାନ କରିବେ ଶାଶ୍ୱତ ମିଶ୍ର ଓ ବିଷ୍ଣୁ ପ୍ରସାଦ ମିଶ୍ର । କୋରାପୁଟ, ମାଲକାନଗିରି, ରାୟଗଡ଼ା ଏବଂ ନବରଙ୍ଗପୁର ଦାୟିତ୍ୱରରେ ରହିବେ ଭି.ଭି ଯାଦବ, ରାସିଦ ଖାନ୍ । ନୟାଗଡ଼, ପୁରୀ, କଟକ ଗ୍ରାମାଞ୍ଚଳ, ଖୋର୍ଦ୍ଧା ଗ୍ରାମାଞ୍ଚଳରେ ସ୍ଥିତି ଅନୁଧ୍ୟାନ କରିବେ ଅନିଲ କୁମାର ସାମଲ । ସମ୍ୱଲପୁର, ସୋନପୁର, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଦାୟିତ୍ୱରେ ନିରଞ୍ଜନ ସାହୁ ।
କରୋନା ବିରୋଧୀ ଲଢ଼େଇରେ ବରିଷ୍ଠ ଅଧିକାରୀଙ୍କୁ ବଡ଼ ଦାୟିତ୍ୱ
ଭୁବନେଶ୍ୱର: ରାଜ୍ୟରେ କରୋନା ଯୁଦ୍ଧ ଲଢିବା ପାଇଁ ୧୧ ବରିଷ୍ଠ ଆଇଏଏସ୍ଙ୍କୁ ସ୍ୱତନ୍ତ୍ର ଦାୟିତ୍ୱ । ଉନ୍ନୟନ କମିଶନର ସୁରେଶ ମହାପାତ୍ରଙ୍କୁ କୋଭିଡ ହସପିଟାଲ ସ୍ଥାପନ ଦାୟିତ୍ୱ । ସୌରଭ ଗର୍ଗଙ୍କୁ ମଧ୍ୟ କୋଭିଡ ହସପିଟାଲ ସ୍ଥାପନ ଦାୟିତ୍ୱ । ସୌରଭ ଗର୍ଗ କୃଷି ବିଭାଗର ପ୍ରମୁଖ ସଚିବ । ପି କେ ମହାପାତ୍ରଙ୍କୁ ସାମାଜିକ ଦୂରତା ନିୟମ ଦାୟିତ୍ୱ । ଗୃହ ବିଭାଗର ପ୍ରମୁଖ ସଚିବ ସଞ୍ଜିବ ଚୋପ୍ରାଙ୍କୁ ଅନ୍ୟ ରାଜ୍ୟରେ ଥିବା ଓଡ଼ିଆଙ୍କ କଲ୍ୟାଣ ଦାୟିତ୍ୱ । ଶ୍ରମ ବିଭାଗର ପ୍ରମୁଖ ସଚିବ ଅନୁ ଗର୍ଗଙ୍କୁ କୋଭିଡ-୧୯ ପ୍ରଶିକ୍ଷଣ ଦାୟିତ୍ୱ । ପୂର୍ତ୍ତ ବିଭାଗ ସଚିବ କିଷାନ କୁମାରଙ୍କୁ ବାହାର ରାଜ୍ୟରୁ ଫେରୁଥିବା ଲୋକଙ୍କ ପଞ୍ଜୀକରଣ ଦାୟିତ୍ୱ । । ସୁରେନ୍ଦ୍ର କୁମାରଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ଓ ପରିବହନ ଦାୟିତ୍ୱ । ସୁରେନ୍ଦ୍ର କୁମାର ଜଳ ସମ୍ପଦ ପ୍ରମୁଖ ସଚିବ । ହେମନ୍ତ ଶର୍ମାଙ୍କୁ ସ୍ୱାସ୍ଥ୍ୟ ଉପକରଣ ସଂଗ୍ରହ ଦାୟିତ୍ୱ । ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା । ବିଶାଳ ଦେବ ହେଲେ ମୁଖ୍ୟଶାସନ ସଚିବଙ୍କ OSD । ବିଶାଳ ଦେବ କ୍ରୀଡା ଓ ପର୍ଯ୍ୟଟନ ବିଭାଗର ସଚିବ । ସଚିନ ଆର ଯାଦଭଙ୍କୁ ମଧ୍ୟ ମୁଖ୍ୟ ଶାସନ ସଚିବଙ୍କ OSD ଦାୟିତ୍ୱ । ସଚିନ ଯାଦଭ ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ । ଆର ଭିନିଲ କ୍ରୀଷ୍ଣାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତାଙ୍କ OSD ଦାୟିତ୍ୱ । ଆର ଭିନିଲ କ୍ରୀଷ୍ଣା କ୍ରୀଡା ବିଭାଗର ନିର୍ଦ୍ଦେଶକ । ଅରବିନ୍ଦ ଅଗ୍ରଓ୍ୱାଲ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସହ ଯୋଡ଼ି ହେଲେ । ଅରବିନ୍ଦ ଅଗ୍ରଓ୍ୱାଲ ସାମାଜିକ କଲ୍ୟାଣ ବିଭାଗ ନିର୍ଦ୍ଦେଶକ । ବି ଏସ୍ ପୁନିଆ ମଧ୍ୟ ସ୍ୱାସ୍ଥ୍ୟ ବିଭାଗ ସହ ଜଡିତ । ବିଏସ୍ ପୁନିଆ ହେଉଛନ୍ତି SPD, OSEPA । 2017 ବ୍ୟାଚର 3 ଆଇଏଏସ୍ ଅଫିସର ସ୍ୱାସ୍ଥ୍ୟ ବିଭାଗ ସହ ଜଡିତ । ସୋମେଶ ଉପାଧ୍ୟାୟ, ପି ଅନଭେସ୍ ରେଡ୍ଡୀ ଓ ହେମକାନ୍ତ ସଏ । 3 ଆଇପିଏସ୍ ମଧ୍ୟ ଜଡିତ ହେଲେ ସ୍ୱାସ୍ଥ୍ୟ ବିଭାଗ ସହ ଘନଶ୍ୟାମ ଉପାଧ୍ୟାୟ, ଜେ ଏନ୍ ପଙ୍କଜ ଓ ଅନିରୁଦ୍ଧ ସିଂ ଘନଶ୍ୟାମ ଉପାଧ୍ୟାୟ ଆଇଜି EOW । ଜେ ଏନ୍ ପଙ୍କଜ DIG କ୍ରାଇମବ୍ରାଞ୍ଚ ଏବଂ STF । ଅନିରୁଦ୍ଧ କୁମାର ସିଂ DIG SIW । ଅମିତାଭ ଠାକୁର, ସଞ୍ଜିବ ପଣ୍ଡା, ସାର୍ଥକ ଷଡଙ୍ଗୀଙ୍କୁ ସ୍ୱତନ୍ତ୍ର ଦାୟିତ୍ୱ । IFS ଜି ରେଘୁ, IAS ଦିଭାକର ଟି ଏସ୍ ଓ ଆଶିଷ ପାଟିଲଙ୍କୁ ସ୍ୱତନ୍ତ୍ର ଦାୟିତ୍ୱ ।
୪ କରୋନା ଆକ୍ରାନ୍ତଙ୍କ ଯାତ୍ରା ବିବରଣୀ ଜାରି: ଚାଲି ଚାଲି ଭଦ୍ରକରେ ପହଞ୍ଚିଥିଲେ ୯୪ ନମ୍ୱର ଆକ୍ରାନ୍ତ
ଭୁବନେଶ୍ୱର: ୯୨, ୯୩, ୯୪ ଓ ୯୫ ନମ୍ୱର କରୋନା ଆକ୍ରାନ୍ତଙ୍କ ଯାତ୍ରା ବିବରଣୀ ପ୍ରକାଶ କଲା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ସେମାନଙ୍କ ମଧ୍ୟରୁ ୩ ଜଣ ଭଦ୍ରକର ହୋଇଥିବା ବେଳେ ଅନ୍ୟ ଜଣେ ଯାଜପୁର ଅଞ୍ଚଳର ।

୯୨ ନମ୍ୱର ରୋଗୀ: କରୋନା ଆକ୍ରାନ୍ତ ଜଣଙ୍କ ୪୧ ବର୍ଷୀୟ ପୁରୁଷ । ଭଦ୍ରକ ଜିଲ୍ଲା ତିହିଡ଼ି ଅଞ୍ଚଳର । ସେ ଯାଜପୁରର ଏକ ଇଟାଭାଟିରୁ ଅନ୍ୟ ୧୦ ଜଣ ଯାତ୍ରାଙ୍କ ଗୋଟିଏ ଅଟୋରେ ଯାଜପୁର ଟାଉନ୍ରେ ପହଞ୍ଚିଥିଲେ । ପରେ ସେ ଚାଲି ଚାଲି ୧୨ ଏପ୍ରିଲରେ ନିଜ ଘରେ ପହଞ୍ଚିଥିଲେ । ୧୩ ଏପ୍ରିଲରୁ ୨୩ ଏପ୍ରିଲ ଯାଏ ସରକାରୀ କ୍ୱାରେଣ୍ଟାଇନ୍ରେ ରହିଥିଲେ । କ୍ୱାରେଣ୍ଟାଇନ୍ ପିରିୟଡ୍ ସରିବା ପରେ କୌଣସି ଲକ୍ଷଣ ନଥିବା ସତ୍ତ୍ୱେ ୨୪ ଏପ୍ରିଲରେ ନମୁନା ପରୀକ୍ଷା କରାଯାଇଥିଲା । ପଜିଟିଭ୍ ଚିହ୍ନଟ ହେବା ପରେ ୨୪ ଏପ୍ରିଲରେ ହିଁ କଟକ ଅଶ୍ୱିନୀ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

୯୩ ନମ୍ୱର ରୋଗୀ: ୨୯ ବର୍ଷୀୟ ଏହି ଆକ୍ରାନ୍ତ ଜଣଙ୍କ ଭଦ୍ରକ ଜିଲ୍ଲା ଧାମନଗର ଅଞ୍ଚଳର । ସେ କୋଲକାତାର ବହୁବଜାର ଠାରୁ ଏକ ଗାଡ଼ି ଭଡ଼ା କରି ନିଜ ବାପା ଓ ଅନ୍ୟ ୬ ଜଣ ଯାତ୍ରୀଙ୍କ ସହ ମିଶି ୨୭ ମାର୍ଚ୍ଚରେ ଧାମନଗରରେ ପହଞ୍ଚିଥିଲେ । ପରେ ସେ ୨୮ ମାର୍ଚ୍ଚରେ ନିଜ ବାପାଙ୍କ ସହ ବାଇକ୍ ଯୋଗେ ଘରେ ପହଞ୍ଚିଥିଲେ । ୨୮ ମାର୍ଚ୍ଚଠାରୁ ୨୪ ଏପ୍ରିଲ ଯାଏଁ ହୋମ କ୍ୱାରେଣ୍ଟାଇନ୍ରେ ରହିଥିଲେ । ପରେ କୌଣସି ଲକ୍ଷଣ ନଥିବା ସତ୍ତ୍ୱେ ତାଙ୍କ ନମୁନା ପରୀକ୍ଷା ହୋଇଥିଲା ଏବଂ ସେହିଦିନ କଟକସ୍ଥିତି ଅଶ୍ୱିନୀ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

୯୪ ନମ୍ୱର ରୋଗୀ: ଆକ୍ରାନ୍ତ ଜଣଙ୍କ ୨୪ ବର୍ଷୀୟ ଯୁବକ ଜଣଙ୍କ ଭ୍ରଦକ ଜିଲ୍ଲା କଲ୍ୟାଣୀ ଗ୍ରାମପଞ୍ଚାୟତ ଅଞ୍ଚଳର । ସେ ମଧ୍ୟ ପଶ୍ଚିମବଙ୍ଗ ଫେରନ୍ତା । ସେ ଏପ୍ରିଲ ୧୬ରୁ ୨୦ ତାରିଖ ମଧ୍ୟରେ କୋଲକାତାର ବହୁବଜାରରୁ ଚାଲି ଚାଲି ଆସି କଲ୍ୟାଣୀରେ ପହଞ୍ଚିଥିଲେ । ପରେ ତାଙ୍କୁ ୨୧ ଏପ୍ରିଲଠାରୁ ସରକାରୀ କ୍ୱାରେଣ୍ଟାଇନ୍ ରଖାଯାଇଥିଲା । ୨୪ ଏପ୍ରିଲରେ କୌଣସି ଲକ୍ଷଣ ନଥିବା ସତ୍ତ୍ୱେ ଟ୍ରାଭେଲ ହିଷ୍ଟ୍ରୀକୁ ନଜରରେ ରଖି ନମୁନା ପରୀକ୍ଷା ହୋଇଥିଲା ଏବଂ ପଜିଟିଭ୍ ଚିହ୍ନଟ ହୋଇଥିଲା । ପରେ ତାଙ୍କୁ କଟକ ଅଶ୍ୱିନୀ ହସ୍ପିଟାଲରେ ଏପ୍ରିଲ ୨୪ରେ ଭର୍ତ୍ତି କରାଯାଇଥିଲା ।

୯୫ ନମ୍ୱର ରୋଗୀ: ଆକ୍ରାନ୍ତ ଜଣଙ୍କ ୨୩ ବର୍ଷୀୟ ଯୁବକ । ସେ ଯାଜପୁର ଜିଲ୍ଲା ଦଶରଥପୁର କଟିକଟା ଅଞ୍ଚଳର । ସେ ମଧ୍ୟ ଜଣେ ପଶ୍ଚିମବଙ୍ଗ ଫେରନ୍ତା । ସେ ପଶ୍ଚିମବଙ୍ଗ ମାଲ୍ଲିକ ଷ୍ଟ୍ରିଟ୍ରୁ ବୋଲେରୋ ଯୋଗେ ଅନ୍ୟ ୬ ଜଣ ସହଯାତ୍ରୀଙ୍କ ସହ ୨୯ ମାର୍ଚ୍ଚରେ କଟିକଟାରେ ପହଞ୍ଚିଥିଲେ । ପରେ ସେ ୩୦ ମାର୍ଚ୍ଚ ଠାରୁ ୧୨ ଏପ୍ରିଲ ଯାଏଁ ସରକାରୀ କ୍ୱାରେଣ୍ଟାଇନ୍ରେ ରହିଥିଲେ । ଏହାପରେ ସେ ୧୩ ଏପ୍ରିଲ ଠାରୁ ୨୫ ଏପ୍ରିଲ ଯାଏଁ ଘରେ ରହିଥିଲେ । କୌଣସି ଲକ୍ଷଣ ନଥିବା ସତ୍ତ୍ୱେ ବାହାର ରାଜ୍ୟର ଟ୍ରାଭେଲ ହିଷ୍ଟ୍ରୀ ଥିବାରୁ ନମୁନା ପରୀକ୍ଷା କରାଯାଇଥିଲା ଏବଂ ପଜିଟିଭ୍ ଚିହ୍ନଟ ହୋଇଥିଲେ । ଏବଂ ୨୬ ଏପ୍ରିଲରେ କଳିଙ୍ଗନଗର ସ୍ଥିତ କୋଭିଡ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ।
ଉପରୁ ଆସିଲା ମୃତ୍ୟୁ, ଚାଲିଗଲା ୩ ଜଣଙ୍କର ଜୀବନ
ନବରଙ୍ଗପୁର: ବଜ୍ରାଘାତରେ ଚାଲିଗଲା ୩ ଜଣଙ୍କର ଜୀବନ । ପୋଖରୀକୁ ଶୌଚ ପାଇଁ ଯାଇଥିବା ବେଳେ ଆସିଲା ମୃତ୍ୟୁ । ଏଭଳି ଏକ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଚଟାହାଣ୍ଡି ଗାଁ ନିକଟ ବାଉଁସିୟାଗୁଡ଼ା ଗାଁରେ । ସୂଚନା ଅନୁଯାୟୀ ସନ୍ଧ୍ୟା ସମୟରେ ଗାଁର ତିନିଜଣ ସାଙ୍ଗ ସବୁଦିନ ଭଳି ଆଜି ମଧ୍ୟ ପୋଖରୀ କୁ ଶୌଚ ହେବାକୁ ଯାଇଥିଲେ । ସେହି ସମୟରେ ପ୍ରବଳ ବର୍ଷା ସହ ବଜ୍ରପାତ ହୋଇଥିଲା ।

ବଜ୍ରପାତ ରେ ତିନିଜଣ ଗୁରୁତ୍ୱର ହେବା ପରେ ସମସ୍ତଙ୍କୁ ଗ୍ରାମବାସୀମାନେ ନବରଙ୍ଗପୁର ମେଡିକାଲ କୁ ସ୍ଥାନାନ୍ତର କରିଥିଲେ । ସେଠାରେ ଡାକ୍ତର ତିନିଜଣଙ୍କୁ ମୃତ ଘୋଷଣା କରିଥିଲେ । ମୃତକ ମାନେ ହେଲେ ଲଳିତ ବିନ୍ଧାଣି, ମତିରାମ ବିନ୍ଧାଣି , କଦମ ହରିଜନ ବୋଲି ଜଣାପଡିଛି । ସମସ୍ତଙ୍କ ବୟସ ପ୍ରାୟ ୧୬ ରୁ ୧୮ ବର୍ଷ ମଧ୍ୟରେ ହବବୋଲି ସୂଚନା ମିଳିଛି ।
ବୋଟ୍ ଯୋଗେ ଶ୍ରମିକ ଫେରିବା ଘଟଣାର ହେବ ତଦନ୍ତ: ନିର୍ଦ୍ଦେଶ ଦେଲେ ପରିବହନ ମନ୍ତ୍ରୀ
ବ୍ରହ୍ମପୁର: ଲକ୍ଡାଉନ୍ ବେଳେ ସମୁଦ୍ରରେ ବୋଟ୍ ଯୋଗେ ଚେନ୍ନାଇରୁ ଗଞ୍ଜାମକୁ ଶ୍ରମିକ ଆସିବା ଘଟଣାର ତଦନ୍ତ ନିର୍ଦ୍ଦେଶ । ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଗଞ୍ଜାମ ପ୍ରଶାସନ ବୋଟ୍କୁ ଜବତ କରିଛି ।

ଏହି ଶ୍ରମିକମାନଙ୍କୁ ଏବେ କ୍ୱାରେଣ୍ଟାଇନ୍ରେ ରଖାଯାଇଛି । ସମସ୍ତଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ । ସେପଟେ ଭଦ୍ରକରେ ମଧ୍ୟ ସମୁଦ୍ର ପଥରେ ଲୋକ ଆସୁଥିବାରୁ ଫେରିଘାଟରେ କଟକଣା ଲଗାଯାଇଛି ।

ସମୁଦ୍ରରେ କେମିତି ଓ କହିଁକି ଆସିଲେ ଶ୍ରମିକ? ଲକ୍ଡାଉନ୍ ବେଳେ କିଏ ଦେଲା ଅନୁମତି? ମୁକୁଳା ପଡ଼ିଛି କି ଜଳପଥ? ଶ୍ରମିକଙ୍କ ପାଇଁ ଅନ୍ୟ ରାଜ୍ୟରେ ନାହିଁକି ସୁବ୍ୟବସ୍ଥା ? ଘଟଣାର ତଦନ୍ତ ପାଇଁ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ନିର୍ଦ୍ଦେଶ ଦେଇଛନ୍ତି । ସମୁଦ୍ରରେ ବୋଟ୍ ଯ଼ୋଗେ ଚେନାଇରୁ ଗଞ୍ଜାମୃକୁ ୩୮ ଜଣ ଆସିଛନ୍ତି । ସମୁଦ୍ର କୂଳରେ କଡ଼ା ପ୍ରହରା ପାଇଁ ମେରାଇନ୍ ଥାନାଗୁଡିକୁ ନିର୍ଦ୍ଦେଶ ଦିଆଯାଇଥିଲା । ତଥାପି ଏମାନେ କିଭଳି ଆସିଲେ, ତାହାର ତଦନ୍ତ ପାଇଁ ପ୍ରଶାସନକୁ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ନିର୍ଦ୍ଦେଶ ଦେଇଛନ୍ତି ।

ଚେନ୍ନାଇରୁ ଗଞ୍ଜାମ ଫେରିଥିବା ସମସ୍ତ ଶ୍ରମିକଙ୍କୁ କ୍ୱାରେଣ୍ଟାଇନ୍ରେ ରଖାଯାଇଛି । ସମସ୍ତଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି । ସ୍ୱାବ୍ ପରୀକ୍ଷା ମଧ୍ୟ କରାଯିବ ।

ସେପଟେ ଭଦ୍ରକରେ ଲକ୍ଡାଉନ୍ ସତ୍ତ୍ୱେ ଅନେକ ଲୋକ ଚାନ୍ଦବାଲି ମୁହାଣ ଅତିକ୍ରମ କରୁଥିବା ଅଭିଯୋଗ ହୋଇଛି । ତିନିତର, ଧାନଖଣିଆ, ମୁଅଁ। ଭଳି ଅନେକ ଘାଟ ଦେଇ ଅନ୍ୟରାଜ୍ୟରୁ ଡଙ୍ଗାରେ ଫେରୁଛନ୍ତି ଶ୍ରମିକ । ଅଭିଯୋଗ ପରେ ଏବେ ସମସ୍ତ ଫେରି ଘାଟରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଅନ୍ୟ ରାଜ୍ୟରୁ ଆସୁଥିବା ଲୋକଙ୍କ ପାଇଁ ଓଡ଼ିଶାରେ ବଢ଼ି ଚାଲିଛି କରୋନା ସଂକ୍ରମଣ । ସୀମା ସିଲ୍ ସତ୍ତ୍ୱେ ଗଳାବାଟ ଦେଇ ରାଜ୍ୟକୁ ଫେରୁଛନ୍ତି ଲୋକ । ଏହା ମୁଣ୍ଡବିନ୍ଧାର କାରଣ ପାଲଟିଛି ।
ଜୟଦେବ ପୁରସ୍କାରପ୍ରାପ୍ତ ଚଳଚ୍ଚିତ୍ର ନିର୍ଦ୍ଦେଶକ ବିଜୟ ମିଶ୍ରଙ୍କ ପରଲୋକ
ଭୁବନେଶ୍ୱର: ନାଟ୍ୟକାର ତଥା ଚଳଚ୍ଚିତ୍ର ନିର୍ଦ୍ଦେଶକ ବିଜୟ ମିଶ୍ରଙ୍କ ପରଲୋକ। ୮୪ ବର୍ଷ ବୟସରେ ଭୁବନେଶ୍ୱର ବାସଭବନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଯାଯାବର, ରଜନୀଗନ୍ଧା ଭଳି ଫିଲ୍ମର ସେ ନିର୍ଦ୍ଦେଶନା ଦେଇଥିଲେ। ତଅପୋଇ ସହ ବହୁ ଓଡିଆ ଫିଲ୍ମରେ ସେ ନିର୍ଦ୍ଦେଶନା ଦେଇଛନ୍ତି। ତାଙ୍କର ବହୁ ନାଟକ ଚଳଚ୍ଚିତ୍ରରେ ରୂପାନ୍ତରିତ ହୋଇଛି। ଓଡିଆ ଫିଲ୍ମ ସଂଳାପ ରଚନା କ୍ଷେତ୍ରରେ ଏକର ନୂଆ ଧାରା ସେ ସୃଷ୍ଟି କରିଥିଲେ। ଦୀର୍ଘ ୫୦ ବର୍ଷ ଧରି ସେ ଚଳଚ୍ଚିତ୍ର ଜଗତରେ କାର୍ଯ୍ୟକରିଆସିଛନ୍ତି । ସେ ବିଭିନ୍ନ ଚଳଚ୍ଚିତ୍ରରେ ନିର୍ଦ୍ଦେଶନା ଦେବା ସହ କାହାଣୀ, ସଂଳାପ ଓ ଚିତ୍ରନାଟ୍ୟ ମଧ୍ୟ ଲେଖିଛନ୍ତି । ଓଡ଼ିଆ ଫିଲ୍ମ ଜଗତକୁ ତାଙ୍କ ବଳିଷ୍ଠ ଅବଦାନ ପାଇଁ ସେ ୨୦୧୯ ମସିହାରେ ଜୟଦେବ ପୁରସ୍କାରରେ ସମ୍ମାନୀତ ହୋଇଛନ୍ତି । ତାଙ୍କ ବିୟୋଗ ଓଡ଼ିଆ ନାଟକ ଓ ଚଳଚ୍ଚିତ୍ର ଜଗତରେ ଶୋକର ଛାୟା ଖେଳିଯାଇଛି। ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଗଭୀର ଦୁଃଖ ବ୍ୟକ୍ତ କରିଛନ୍ତି । ଏଥିସହିତ ଶୋକ୍ତସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।
ପ୍ରବାସୀ ଓଡ଼ିଆଙ୍କୁ ସୁରକ୍ଷିତ ଫେରାଇ ଆଣିବାକୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ସହ ନବୀନଙ୍କ ଆଲୋଚନା
ଭୁବନେଶ୍ୱର: ଗୁଜରାଟ ପରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ସହ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା । ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେଙ୍କ ସହ ଆଲୋଚନା କଲେ ନବୀନ ପଟ୍ଟନାୟକ । ଭିଡିଓ କନଫରେନ୍ସିଂ ଜରିଆରେ କଲେ ଆଲୋଚନା । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଥିଲେ ଉପସ୍ଥିତ । ସୁରକ୍ଷିତ ଭାବେ ପ୍ରବାସୀ ଓଡ଼ିଆଙ୍କୁ ଫେରାଇ ଆଣିବା ପାଇଁ ହେଲା ଆଲୋଚନା । ମହାରାଷ୍ଟ୍ରରେ କରୋନା ଉତ୍କଟ ରୂପ ଧାରଣ କରିଛି । ରାଜ୍ୟ ବାହାରେ ଫସିରହିଛନ୍ତି ୭ ଲକ୍ଷ ଓଡ଼ିଆ । ଲକଡାଉନ୍ ସରିବା ପରେ ୫ ଲକ୍ଷ ଫେରିବେ ବୋଲି ଆକଳନ କରାଯାଉଛି । ସେମାନଙ୍କୁ ସୁରକ୍ଷିତ ଫେରାଇବା ଆଣିବା ପାଇଁ ବୈଠକରେ ବ୍ଳୁ-ପ୍ରିଣ୍ଟ ପ୍ରସ୍ତୁତି । ରବିବାର ପୂର୍ବାହ୍ନରେ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ ସହ ମଧ୍ୟ ଆଲୋଚନା ହୋଇଛି । ସୂଚନା ଯୋଗ୍ୟ ଯେ, ଓଡ଼ିଶା ଫେରିବା ପାଇଁ ବ୍ୟଗ୍ର ଥିବା ଓଡ଼ିଆଙ୍କ ନାମ ପଞ୍ଜୀକରଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପୋର୍ଟଲ ଲୋକାର୍ପିତ କରିଛନ୍ତି । ପ୍ରବାସୀ ଓଡ଼ିଆମାନେ ରାଜ୍ୟକୁ ଫେରିବାକୁ ହେଲେ ଏହି ପୋର୍ଟାଲରେ ନାମ ପଞ୍ଜୀକରଣ ଓ କ୍ୱାରେଣ୍ଟାଇନ୍ରେ ରହବିାକୁ ବାଧ୍ୟତାମୂଳକ କରାଯାଇଛି ।
ଓଡ଼ିଶା ବାହାରେ ରହୁଛନ୍ତି କି ? ନିଜ ରାଜ୍ୟକୁ ଫେରିବା ପାଇଁ କେମିତି କରିବେ ପଞ୍ଜୀକରଣ, ଜାଣନ୍ତୁ

