spot_img
Home Blog Page 7201

ନୂଆଦିଲ୍ଲୀ: ରାଷ୍ଟ୍ରପତିଙ୍କ ନିକଟରେ ଦୟା ଆବେଦନ ଦାଖଲ କଲା ନିର୍ଭୟା ଦୋଷୀ ପୱନ ଗୁପ୍ତା । ଆଜି ପୱନର କ୍ୟୁରେଟିଭ୍ ପିଟିସନ୍ ଖାରଜ କରିଥିଲେ ସୁପ୍ରିମକୋର୍ଟ । ଆସନ୍ତାକାଲି ସକାଳ ୬ଟାରେ ଫାଶୀ ପାଇଁ ଜାରି ହୋଇଛି ଡେଥ୍ ୱାରେଣ୍ଟ ।

ନୂଆଦିଲ୍ଲୀ: ରାଷ୍ଟ୍ରପତିଙ୍କ ନିକଟରେ ଦୟା ଆବେଦନ ଦାଖଲ କଲା ନିର୍ଭୟା ଦୋଷୀ ପୱନ ଗୁପ୍ତା । ଆଜି ପୱନର କ୍ୟୁରେଟିଭ୍ ପିଟିସନ୍ ଖାରଜ କରିଥିଲେ ସୁପ୍ରିମକୋର୍ଟ । ଆସନ୍ତାକାଲି ସକାଳ ୬ଟାରେ ଫାଶୀ ପାଇଁ ଜାରି ହୋଇଛି ଡେଥ୍ ୱାରେଣ୍ଟ ।

ଆସନ୍ତା ୧୮ରୁ ୬୧ଟି କେନ୍ଦ୍ରରେ ମାଟ୍ରିକ ମୂଲ୍ୟାୟନ

କଟକ: ଭାଇରାଲ୍ ଭୟ ମଧ୍ୟରେ ଶାନ୍ତି, ଶୃଙ୍ଖଳାର ସହ ଶେଷ ହୋଇଛି ମାଟ୍ରିକ୍ ପରୀକ୍ଷା । ଆସନ୍ତା ୧୮ ତାରିଖରୁ ମାଟ୍ରିକ୍ ମୂଲ୍ୟାୟନ ଆରମ୍ଭ ହେବ । ଏନେଇ ମାଧ୍ୟମିକ ଶିକ୍ଷା ପରିଷଦର ସଭାପତି ସୂଚନା ଦେଇଛନ୍ତି । ମାର୍ଚ୍ଚ ୧୮ରୁ ଖାତା ଦେଖା ଆରମ୍ଭ ହୋଇ ୨୦ ଦିନ ଧରି ଚାଲିବ ।ଚଳିତଥର ରାଜ୍ୟର ୬୧ଟି କେନ୍ଦ୍ରରେ ମାଟ୍ରିକ ମୂଲ୍ୟାୟନ ହେବ । ଖାତା ଦେଖାରେ ୧୫ ହଜାର ଶିକ୍ଷକ ଶିକ୍ଷୟିତ୍ରୀ ନିୟୋଜିତ ହେବେ ବୋଲି ବୋର୍ଡ ସଭାପତି ସୂଚନା ଦେଇଛନ୍ତି ।

ଭାଇରାଲ୍ ହେଲା ମାଟ୍ରିକ୍ ପ୍ରଶ୍ନପତ୍ର ! ପଦାରେ ପଡ଼ିଲା ମାଧ୍ୟମିକ ଶିକ୍ଷା ପରିଷଦର ଅପାରଗତା

କଟକ: ସୁରୁଖୁରରେ ସରିଲା ମାଟ୍ରିକ୍ ପରୀକ୍ଷ । ବୋର୍ଡ ସଭାପତିଙ୍କ ପ୍ରତିକ୍ରିୟା । ମାର୍ଚ୍ଚ ୧୮ରୁ ଆରମ୍ଭ ହେବ ଖାତା ଦେଖା । ୬୧ଟି କେନ୍ଦ୍ରରେ ଖାତା ଦେଖା ପାଇଁ ନିୟୋଜିତ ହେବେ ୧୫ ହଜାର ଶିକ୍ଷକ ଶିକ୍ଷୟିତ୍ରୀ । ଖାତା ଦେଖା ୨୦ ଦିନ ଧରି ଚାଲିବ ।

କଟକ: ସୁରୁଖୁରରେ ସରିଲା ମାଟ୍ରିକ୍ ପରୀକ୍ଷ । ବୋର୍ଡ ସଭାପତିଙ୍କ ପ୍ରତିକ୍ରିୟା । ମାର୍ଚ୍ଚ ୧୮ରୁ ଆରମ୍ଭ ହେବ ଖାତା ଦେଖା । ୬୧ଟି କେନ୍ଦ୍ରରେ ଖାତା ଦେଖା ପାଇଁ ନିୟୋଜିତ ହେବେ ୧୫ ହଜାର ଶିକ୍ଷକ ଶିକ୍ଷୟିତ୍ରୀ । ଖାତା ଦେଖା ୨୦ ଦିନ ଧରି ଚାଲିବ ।

ନିର୍ମାଣ ଶ୍ରମିକଙ୍କ କଲ୍ୟାଣ ପାଇଁ କାମ କରିବାରେ ଅଗ୍ରଣୀ ରାଜ୍ୟ ଓଡ଼ିଶା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆରମ୍ଭ ହୋଇଛି ନିର୍ମାଣ ଶ୍ରମିକ ସେବା ସପ୍ତାହ-୨୦୨୦ । ସ୍ୱାଧୀନତା ସଂଗ୍ରାମୀ ପଡ଼ିଆରେ ଆୟୋଜିତ ରାଜ୍ୟସ୍ତରୀୟ ସମାରୋହକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି । ଏହି ଅବସରରେ ମୃତ ଶ୍ରମିକଙ୍କ ପରିବାର, ନିର୍ମାଣ ଶ୍ରମିକଙ୍କ ମେଧାବୀ ପିଲା, ପ୍ରସୂତିକାଳୀନ ସହାୟତା ଏବଂ ଝିଅ ବିବାହ ପାଇଁ ମୁଖ୍ୟମନ୍ତ୍ରୀ ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ମୁଖ୍ୟମନ୍ତ୍ରୀ କହିଛନ୍ତି, ନିର୍ମାଣ ଶ୍ରମିକଙ୍କ କଲ୍ୟାଣ ପାଇଁ କାମ କରିବାରେ ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟ । ନିର୍ମାଣ ଶ୍ରମିକଙ୍କୁ ହକ୍‌ ଦେବା ପାଇଁ ରାଜ୍ୟ ସରକାର ସର୍ବଦା ଚେଷ୍ଟିତ ।କାର୍ଯ୍ୟକ୍ରମରେ ଶ୍ରମମନ୍ତ୍ରୀ ସୁଶାନ୍ତ ସିଂହ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ମୋନା ଶର୍ମା, ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଅଧ୍ୟକ୍ଷ ସୁବାସ ସିଂହ ପ୍ରମୁଖ ଉପସ୍ଥିତ ଥିଲେ । ରାଜ୍ୟର ବିଭିନ୍ନ ସ୍ଥାନରୁ ଶହ ଶହ ଶ୍ରମିକ ସମାରୋହରେ ସାମିଲ ହୋଇଥିଲେ । ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ଆସନ୍ତା ୮ ତାରିଖରେ ଉଦ୍‌ଯାପିତ ହେବ ।

ରାଜ୍ୟରେ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଜରିଆରେ ୨୯ ଲକ୍ଷରୁ ଅଧିକ ନିର୍ମାଣ ଶ୍ରମିକ ପଞ୍ଜିକୃତ ହୋଇଥିବା ବେଳେ ୧ ହଜାର ୫୧୮ କୋଟି ଟଙ୍କାର ସହାୟତା ଯୋଗାଇ ଦିଆଯାଇଛି । ସରକାରଙ୍କ ଉଦ୍ୟମରେ ୨୨ ହଜାର ନିର୍ମାଣ ଶ୍ରମିକ ପକ୍କାଘର ପାଇଛନ୍ତି । ସେହିପରି ଅନ୍ୟ ରାଜ୍ୟରେ କାମ କରୁଥିବା ଓଡ଼ିଆ ଶ୍ରମିକଙ୍କ ପାଇଁ ୫ ଶହ କୋଟି ଟଙ୍କାର କର୍ପସ ଫଣ୍ଡ ଗଠନ କରାଯାଇଛି । ଏମଜିଏନଆରଇଜିଏରେ ଅତିରିକ୍ତ ଶ୍ରମ ଦିବସ ସୃଷ୍ଟି କରାଯାଇଛି ।

ନିର୍ଭୟା ଦୋଷୀ ପୱନର କ୍ୟୁରେଟିଭ୍ ପିଟିସନ୍ ଖାରଜ

ନୂଆଦିଲ୍ଲୀ: ନିର୍ଭୟା ଦୋଷୀଙ୍କୁ କାଲି ହେବ କି ଫାଶୀ ? ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଦୋଷୀ ପବନ ଗୁପ୍ତାର କ୍ୟୁରେଟିଭ ପିଟିସନକୁ ସୁପ୍ରିମକୋର୍ଟ ଆଜି ଖାରଜ କରିଦେଇଛନ୍ତି । ଫାଶୀକୁ କୋହଳ କରି ଆଜୀବନ ଜେଲଦଣ୍ଡ ପାଇଁ ପୱନ ଆବେଦନ କରିଥିଲା ।୪ ଦୋଷୀଙ୍କୁ ଆସନ୍ତାକାଲି ଫାଶୀ ଦେବା ପାଇଁ ଡେଥ ୱାରେଣ୍ଟ ଜାରି ହୋଇଛି । ତେବେ ଫାଶୀରୁ ବର୍ତ୍ତିବା ପାଇଁ ଦୋଷୀ ନୂଆ ନୂଆ ବାଟ ଆପଣାଉଥିବାରୁ ଫାଶୀକୁ ନେଇ ଅନିଶ୍ଚିତତା ଲାଗି ରହିଛି । ସେହିପରି ଦୋଷୀ ଅକ୍ଷୟ ଠାକୁର ଗତ ଶନିବାର ରାଷ୍ଟ୍ରପତିଙ୍କ ନିକଟରେ ପୁଣି ଥରେ ରାଜକ୍ଷମା ଆବେଦନ କରିଛି ।ପୂର୍ବରୁ ଅକ୍ଷୟର ରାଜକ୍ଷମା ଆବେଦନ ଖାରଜ ହୋଇସାରିଥିଲେ ମଧ୍ୟ ସେତେବେଳେ କାଗଜପତ୍ର ଠିକ୍ ନଥିବା ଦର୍ଶାଇ ସେ ପୁନର୍ବାର ଆବେଦନ କରିଛି । ଏବେ ପୱନ ପାଖରେ ଦୟା ଆବେଦନର ବିକଳ୍ପ ରହିଛି ।

ପୁଣି ନିର୍ଭୟା ଦୋଷୀଙ୍କ ପାଇଁ ଆସିଲା ଡେଥ୍ ୱାରେଣ୍ଟ, ମାର୍ଚ୍ଚ ୩ ରେ ଝୁଲିବେ

ଯୁବତୀଙ୍କ ଫଟୋକୁ ଅଶ୍ଲୀଳ ଏଡିଟିଂ କରି ପଠାଉଥିଲା !

ଜଗତସିଂହପୁର: ଇଂଜିନିଅରିଂ ଛାତ୍ରୀଙ୍କୁ ବ୍ଲ।କମେଲିଂ ଅଭିଯୋଗରେ ଯୁବକ ଗିରଫ  । ଜଗତସିଂହପୁର ତିର୍ତ୍ତୋଲ ଥାନା ସଂରାର ଶଙ୍କର ବାରିକଙ୍କୁ ଗିରଫ କରିଛି ପୋଲିସ ।

ଅଭିଯ଼ୁକ୍ତ ଜଣଙ୍କର ସଂରା ଛକରେ ଫଟୋ ଷ୍ଟୁଡିଓ ଥିବା ବେଳେ, ଫେସବୁକରୁ ସଂପୃକ୍ତ ଯୁବତୀଙ୍କ ଫଟୋ ଡାଉନଲୋଡ କରି ଅଶ୍ଲୀଳ ଏଡିଟିଂ କରିଥିଲା ।

ପରେ ଯୁବତୀଙ୍କ ହ୍ଵାଟସ ଆପ ନମ୍ବରକୁ ଫଟୋ ପଠାଇଥିଲା ଅଭିଯୁକ୍ତ । ଏନେଇ ଅଭିଯୋଗ ପରେ ଶଙ୍କର ଫଟୋ ଷ୍ଟୁଡିଓରୁ କଂପ୍ୟୁଟର ଜବତ କରିବା ସହ ଷ୍ଟୁଡିଓକୁ ସିଲ କରିଛି ପୋଲିସ ।

ଭୁବନେଶ୍ୱର: ନିର୍ମାଣ ଶ୍ରମିକ ସେବା ସପ୍ତାହ-୨୦୨୦ର ରାଜ୍ୟସ୍ତରୀୟ ସମାରୋହ ଉଦଘାଟିତ । ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ, ଶ୍ରମିକ କଲ୍ୟାଣ ବୋର୍ଡର ଅଧ୍ୟକ୍ଷ ସୁବାସ ସିଂ ।

ଭୁବନେଶ୍ୱର: ନିର୍ମାଣ ଶ୍ରମିକ ସେବା ସପ୍ତାହ-୨୦୨୦ର ରାଜ୍ୟସ୍ତରୀୟ ସମାରୋହ ଉଦଘାଟିତ । ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ, ଶ୍ରମିକ କଲ୍ୟାଣ ବୋର୍ଡର ଅଧ୍ୟକ୍ଷ ସୁବାସ ସିଂ ।

୨ଟି କଲେଜ ବସ ସିଜ୍

ଭୁବନେଶ୍ୱର: ଦ୍ୱିତୀୟ ଦିନରେ ଟ୍ରାଫିକ ଧରପଗଡ ବେଳେ ୨ କଲେଜ ବସ ସିଜ କରିଛି ଭୁବନେଶ୍ୱର ଆରଟିଓ-୧ । ବସ ଦୁଇଟି ଭୁବନେଶ୍ୱର ସ୍ଥିତ ନିଟ୍‌ କଲେଜର । କଲେଜ ବସଟି ବିନା ପଞ୍ଜିକରଣ, ଫିଟନେସ, ପରମିଟ ଏବଂ ପଲ୍ୟୁସନ ସାର୍ଟିଫିକେଟରେ ଚାଲୁଥିଲା ।

ଦୁଇ ବସ ପାଇଁ ୫୧ ହଜାର ଟଙ୍କାର ଫାଇନ କଟାଯାଇଥିବା ସୂଚନା ମିଳିଛି । ଜବତ ପରେ ଆରଟିଓ ଟ୍ରେନିଂ ସେଣ୍ଟର ପରିସରରେ ବସ୍‌ ଦୁଇଟିକୁ ରଖାଯାଇଛି ।

ବିସ୍ଫୋରକ ଭର୍ତ୍ତି କଣ୍ଟେନର ଜବତ, ହାଇଦ୍ରାବାଦରୁ ଯାଉଥିଲା ମାଲକାନଗିରି

ଜୟପୁର: ପାଟ୍ରୋଲିଂ ବେଳେ ବିପୁଳ ବିସ୍ଫୋରକ ଜବତ । ଜୟପୁର ଟାଉନ ଥାନା ପୋଲିସ ବିଳମ୍ବିତ ରାତିରେ ପାଚ୍ରୋଲିଂ ବେଳେ ବିସ୍ଫୋରକ ଭର୍ତ୍ତି ଏକ କଣ୍ଟେନରକୁ ଜବତ କରିଛି । ଉକ୍ତ କଣ୍ଟେନରରେ ବିପୁଳ ବିସ୍ଫୋରକ ଅଛି ।ପୋଲିସ କଣ୍ଟେନରକୁ ଜବତ କରିବା ସହ ଡ୍ରାଇଭର ଓ ହେଲପରକୁ ଅଟକ ରଖି ପଚରାଉଚରା କରୁଛି । ମିଳିଥିବା ସୂଚନା ଅନୁଯାୟୀ କଣ୍ଟେନରକୁ ହାଇଦ୍ରାବାଦରୁ ମାଲକାନଗିରି ଅଭିମୁଖେ ଯାଉଥିଲେ ।

ତେବେ, ବିସ୍ଫୋରକ ପରିବହନ ପାଇଁ ଆବଶ୍ୟକ ପ୍ରମାଣ ପତ୍ର ଓ ଅନୁମତି ରହିଛି କି ନାହିଁ ପୋଲିସ ଯାଞ୍ଚ କରୁଛି । ଗତବର୍ଷ ମାଲକାନଗିରି ପୋଲିସ ମଧ୍ୟ ବିସ୍ଫୋରକ ବୋଝେଇ ୨ଟି ଟ୍ରକକୁ ଜବତ କରିଥିଲା ।

ଧାମରା ପୋର୍ଟରେ ଅଗ୍ନିକାଣ୍ଡ, ଜଳିଗଲା ବହୁ ସାମଗ୍ରୀ

ଭଦ୍ରକ: ଧାମରା ବନ୍ଦର ନୂଆ ଟର୍ମିନାଲରେ ଅଗ୍ନିକାଣ୍ଡ ହୋଇଛି । ନିଆଁ ଲାଗି ନୂଆ ଟର୍ମିନାଲ କାର୍ଯ୍ୟ ପାଇଁ ଗଚ୍ଛିତ ଥିବା ସେଟରିଂ ପଟ୍ଟା ଓ ଅନ୍ୟାନ୍ୟ ସାମଗ୍ରୀ ଜଳିଯାଇଛି । ଗତକାଲି ବିଳମ୍ବିତ ରାତିରେ କୌଣସି କାରଣରୁ ପୋର୍ଟର ନୂଆ ଟର୍ମିନାଲରେ ନିଆଁ ଲାଗି ଯାଇଥିଲା ।

କଂକ୍ରିଟ ସ୍ଲାବ ପାଇଁ ଥିବା ପଟ୍ଟା ଓ ଅନ୍ୟାନ୍ୟ ସାମଗ୍ରୀ ସମ୍ପୂର୍ଣ୍ଣ ଭାବେ ପୋଡ଼ି ନଷ୍ଟ ହୋଇଯାଇଛି । ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ବନ୍ଦରର ନୂଆ ଟର୍ମିନାଲମ କାମ ଚାଲିଥିବା ବେଳେ ଏଭଳି ଅଗ୍ନିକାଣ୍ଡ ଘଟିଛି ।୍