spot_img
Home Blog Page 7203

ନିର୍ଭୟା ଦୋଷୀ ପୱନର କ୍ୟୁରେଟିଭ୍ ପିଟିସନ୍ ଖାରଜ

ନୂଆଦିଲ୍ଲୀ: ନିର୍ଭୟା ଦୋଷୀଙ୍କୁ କାଲି ହେବ କି ଫାଶୀ ? ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଦୋଷୀ ପବନ ଗୁପ୍ତାର କ୍ୟୁରେଟିଭ ପିଟିସନକୁ ସୁପ୍ରିମକୋର୍ଟ ଆଜି ଖାରଜ କରିଦେଇଛନ୍ତି । ଫାଶୀକୁ କୋହଳ କରି ଆଜୀବନ ଜେଲଦଣ୍ଡ ପାଇଁ ପୱନ ଆବେଦନ କରିଥିଲା ।୪ ଦୋଷୀଙ୍କୁ ଆସନ୍ତାକାଲି ଫାଶୀ ଦେବା ପାଇଁ ଡେଥ ୱାରେଣ୍ଟ ଜାରି ହୋଇଛି । ତେବେ ଫାଶୀରୁ ବର୍ତ୍ତିବା ପାଇଁ ଦୋଷୀ ନୂଆ ନୂଆ ବାଟ ଆପଣାଉଥିବାରୁ ଫାଶୀକୁ ନେଇ ଅନିଶ୍ଚିତତା ଲାଗି ରହିଛି । ସେହିପରି ଦୋଷୀ ଅକ୍ଷୟ ଠାକୁର ଗତ ଶନିବାର ରାଷ୍ଟ୍ରପତିଙ୍କ ନିକଟରେ ପୁଣି ଥରେ ରାଜକ୍ଷମା ଆବେଦନ କରିଛି ।ପୂର୍ବରୁ ଅକ୍ଷୟର ରାଜକ୍ଷମା ଆବେଦନ ଖାରଜ ହୋଇସାରିଥିଲେ ମଧ୍ୟ ସେତେବେଳେ କାଗଜପତ୍ର ଠିକ୍ ନଥିବା ଦର୍ଶାଇ ସେ ପୁନର୍ବାର ଆବେଦନ କରିଛି । ଏବେ ପୱନ ପାଖରେ ଦୟା ଆବେଦନର ବିକଳ୍ପ ରହିଛି ।

ପୁଣି ନିର୍ଭୟା ଦୋଷୀଙ୍କ ପାଇଁ ଆସିଲା ଡେଥ୍ ୱାରେଣ୍ଟ, ମାର୍ଚ୍ଚ ୩ ରେ ଝୁଲିବେ

ଯୁବତୀଙ୍କ ଫଟୋକୁ ଅଶ୍ଲୀଳ ଏଡିଟିଂ କରି ପଠାଉଥିଲା !

ଜଗତସିଂହପୁର: ଇଂଜିନିଅରିଂ ଛାତ୍ରୀଙ୍କୁ ବ୍ଲ।କମେଲିଂ ଅଭିଯୋଗରେ ଯୁବକ ଗିରଫ  । ଜଗତସିଂହପୁର ତିର୍ତ୍ତୋଲ ଥାନା ସଂରାର ଶଙ୍କର ବାରିକଙ୍କୁ ଗିରଫ କରିଛି ପୋଲିସ ।

ଅଭିଯ଼ୁକ୍ତ ଜଣଙ୍କର ସଂରା ଛକରେ ଫଟୋ ଷ୍ଟୁଡିଓ ଥିବା ବେଳେ, ଫେସବୁକରୁ ସଂପୃକ୍ତ ଯୁବତୀଙ୍କ ଫଟୋ ଡାଉନଲୋଡ କରି ଅଶ୍ଲୀଳ ଏଡିଟିଂ କରିଥିଲା ।

ପରେ ଯୁବତୀଙ୍କ ହ୍ଵାଟସ ଆପ ନମ୍ବରକୁ ଫଟୋ ପଠାଇଥିଲା ଅଭିଯୁକ୍ତ । ଏନେଇ ଅଭିଯୋଗ ପରେ ଶଙ୍କର ଫଟୋ ଷ୍ଟୁଡିଓରୁ କଂପ୍ୟୁଟର ଜବତ କରିବା ସହ ଷ୍ଟୁଡିଓକୁ ସିଲ କରିଛି ପୋଲିସ ।

ଭୁବନେଶ୍ୱର: ନିର୍ମାଣ ଶ୍ରମିକ ସେବା ସପ୍ତାହ-୨୦୨୦ର ରାଜ୍ୟସ୍ତରୀୟ ସମାରୋହ ଉଦଘାଟିତ । ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ, ଶ୍ରମିକ କଲ୍ୟାଣ ବୋର୍ଡର ଅଧ୍ୟକ୍ଷ ସୁବାସ ସିଂ ।

ଭୁବନେଶ୍ୱର: ନିର୍ମାଣ ଶ୍ରମିକ ସେବା ସପ୍ତାହ-୨୦୨୦ର ରାଜ୍ୟସ୍ତରୀୟ ସମାରୋହ ଉଦଘାଟିତ । ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ, ଶ୍ରମିକ କଲ୍ୟାଣ ବୋର୍ଡର ଅଧ୍ୟକ୍ଷ ସୁବାସ ସିଂ ।

୨ଟି କଲେଜ ବସ ସିଜ୍

ଭୁବନେଶ୍ୱର: ଦ୍ୱିତୀୟ ଦିନରେ ଟ୍ରାଫିକ ଧରପଗଡ ବେଳେ ୨ କଲେଜ ବସ ସିଜ କରିଛି ଭୁବନେଶ୍ୱର ଆରଟିଓ-୧ । ବସ ଦୁଇଟି ଭୁବନେଶ୍ୱର ସ୍ଥିତ ନିଟ୍‌ କଲେଜର । କଲେଜ ବସଟି ବିନା ପଞ୍ଜିକରଣ, ଫିଟନେସ, ପରମିଟ ଏବଂ ପଲ୍ୟୁସନ ସାର୍ଟିଫିକେଟରେ ଚାଲୁଥିଲା ।

ଦୁଇ ବସ ପାଇଁ ୫୧ ହଜାର ଟଙ୍କାର ଫାଇନ କଟାଯାଇଥିବା ସୂଚନା ମିଳିଛି । ଜବତ ପରେ ଆରଟିଓ ଟ୍ରେନିଂ ସେଣ୍ଟର ପରିସରରେ ବସ୍‌ ଦୁଇଟିକୁ ରଖାଯାଇଛି ।

ବିସ୍ଫୋରକ ଭର୍ତ୍ତି କଣ୍ଟେନର ଜବତ, ହାଇଦ୍ରାବାଦରୁ ଯାଉଥିଲା ମାଲକାନଗିରି

ଜୟପୁର: ପାଟ୍ରୋଲିଂ ବେଳେ ବିପୁଳ ବିସ୍ଫୋରକ ଜବତ । ଜୟପୁର ଟାଉନ ଥାନା ପୋଲିସ ବିଳମ୍ବିତ ରାତିରେ ପାଚ୍ରୋଲିଂ ବେଳେ ବିସ୍ଫୋରକ ଭର୍ତ୍ତି ଏକ କଣ୍ଟେନରକୁ ଜବତ କରିଛି । ଉକ୍ତ କଣ୍ଟେନରରେ ବିପୁଳ ବିସ୍ଫୋରକ ଅଛି ।ପୋଲିସ କଣ୍ଟେନରକୁ ଜବତ କରିବା ସହ ଡ୍ରାଇଭର ଓ ହେଲପରକୁ ଅଟକ ରଖି ପଚରାଉଚରା କରୁଛି । ମିଳିଥିବା ସୂଚନା ଅନୁଯାୟୀ କଣ୍ଟେନରକୁ ହାଇଦ୍ରାବାଦରୁ ମାଲକାନଗିରି ଅଭିମୁଖେ ଯାଉଥିଲେ ।

ତେବେ, ବିସ୍ଫୋରକ ପରିବହନ ପାଇଁ ଆବଶ୍ୟକ ପ୍ରମାଣ ପତ୍ର ଓ ଅନୁମତି ରହିଛି କି ନାହିଁ ପୋଲିସ ଯାଞ୍ଚ କରୁଛି । ଗତବର୍ଷ ମାଲକାନଗିରି ପୋଲିସ ମଧ୍ୟ ବିସ୍ଫୋରକ ବୋଝେଇ ୨ଟି ଟ୍ରକକୁ ଜବତ କରିଥିଲା ।

ଧାମରା ପୋର୍ଟରେ ଅଗ୍ନିକାଣ୍ଡ, ଜଳିଗଲା ବହୁ ସାମଗ୍ରୀ

ଭଦ୍ରକ: ଧାମରା ବନ୍ଦର ନୂଆ ଟର୍ମିନାଲରେ ଅଗ୍ନିକାଣ୍ଡ ହୋଇଛି । ନିଆଁ ଲାଗି ନୂଆ ଟର୍ମିନାଲ କାର୍ଯ୍ୟ ପାଇଁ ଗଚ୍ଛିତ ଥିବା ସେଟରିଂ ପଟ୍ଟା ଓ ଅନ୍ୟାନ୍ୟ ସାମଗ୍ରୀ ଜଳିଯାଇଛି । ଗତକାଲି ବିଳମ୍ବିତ ରାତିରେ କୌଣସି କାରଣରୁ ପୋର୍ଟର ନୂଆ ଟର୍ମିନାଲରେ ନିଆଁ ଲାଗି ଯାଇଥିଲା ।

କଂକ୍ରିଟ ସ୍ଲାବ ପାଇଁ ଥିବା ପଟ୍ଟା ଓ ଅନ୍ୟାନ୍ୟ ସାମଗ୍ରୀ ସମ୍ପୂର୍ଣ୍ଣ ଭାବେ ପୋଡ଼ି ନଷ୍ଟ ହୋଇଯାଇଛି । ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ବନ୍ଦରର ନୂଆ ଟର୍ମିନାଲମ କାମ ଚାଲିଥିବା ବେଳେ ଏଭଳି ଅଗ୍ନିକାଣ୍ଡ ଘଟିଛି ।୍

ନୂଆଦିଲ୍ଲୀ: ଦିଲ୍ଲୀ ହିଂସାକୁ ନେଇ ଲୋକସଭାରେ କଂଗ୍ରେସର ମୁଲତବି ପ୍ରସ୍ତାବ । ମୁଲତବି ନୋଟିସ୍ ଦେଲେ କଂଗ୍ରେସ ସାଂସଦ ଅଧିର ରଞ୍ଜନ ଚୌଧୁରୀ ଓ କେ. ସୁରେଶ ।

ନୂଆଦିଲ୍ଲୀ: ଦିଲ୍ଲୀ ହିଂସାକୁ ନେଇ ଲୋକସଭାରେ କଂଗ୍ରେସର ମୁଲତବି ପ୍ରସ୍ତାବ । ମୁଲତବି ନୋଟିସ୍ ଦେଲେ କଂଗ୍ରେସ ସାଂସଦ ଅଧିର ରଞ୍ଜନ ଚୌଧୁରୀ ଓ କେ. ସୁରେଶ ।

ବଡ଼ଦାଣ୍ଡକୁ ଭିକାରୀ ମୁକ୍ତ କରିବାକୁ ଆରମ୍ଭ ହେବ ନୀଳାଦ୍ରି ନୀଳୟ

ପୁରୀ: ପୁରୀ ସହର ହେବ ଭିକାରୀ ମୁକ୍ତ । ଆରମ୍ଭ ହେବ ନୀଳାଦ୍ରି ନୀଳୟ । ଭିକାରୀଙ୍କ ପାଇଁ ତିଆରି ହେବ ପୁନର୍ବାସ ଗୃହ । ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସଂସ୍କୃତି ଭବନରେ ବସିଥିବା ବୈଠକରେ ନୀଳାଦ୍ରି ନୀଳୟ ଯୋଜନାର ରୂପରେଖ ନେଇ ସମୀକ୍ଷା କରାଯାଇଛି । ଜିଲ୍ଲାର ବିଭିନ୍ନ ସ୍ଥାନରେ ୮ଟି ପୁର୍ନବାସ ଗୃହ କାର୍ଯ୍ୟ କରିବ ।ପ୍ରତ୍ୟେକ ଗୃହରେ ୫୦ ଜଣ ଭିକାରୀଙ୍କ ରହିବା ଖାଇବା ବ୍ୟବସ୍ଥା ରହିବ । ଏପରିକି ସେମାନଙ୍କ ପରିବାରର ସହ ଯୋଗଯୋଗ କରାଯାଇ ପୁନଃ ଥଇଥାନର ବ୍ୟବସ୍ଥା କରାଯିବ ।ଆସନ୍ତା ୩ରୁ ଯୋଜନାର ପରାମର୍ଶଦାତାଙ୍କ ତଦାରଖରେ ପୁରୀ ପୌରପାଳିକା ଏବଂ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଗୁଡ଼ିକର ସହାୟତାରେ ଭିକାରୀ ଚିହ୍ନଟ ହେବେ । ପରେ ସେମାନଙ୍କୁ ପୁନର୍ବାସ ପାଇଁ ବ୍ୟବସ୍ଥା କରିବାକୁ ବୈଠକରେ ସ୍ଥିର ହୋଇଛି ।

ସଂସଦର ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ, ଦିଲ୍ଲୀ ହିଂସାକୁ ନେଇ ଅକଳରେ ସରକାର

ନୂଆଦିଲ୍ଲୀ: ଆଜିଠୁ ଆରମ୍ଭ ହେବ ସଂସଦର ବଜେଟ ଅଧିବେଶନ ୨୦୨୦ର ଦ୍ୱିତୀୟ ପର୍ଯ୍ୟାୟ । ଦିଲ୍ଲୀ ହିଂସାକୁ ନେଇ ଆଜି ଲୋକସଭା ଓ ରାଜ୍ୟସଭା ଗୃହ ସରଗରମ ହେବ । ସରକାରଙ୍କୁ ଘେରିବାକୁ ବିରୋଧୀ ପୁରା ପ୍ରସ୍ତୁତ । ଦିଲ୍ଲୀ ହିଂସାକୁ ଆୟତ୍ତ କରିବାରେ ସରକାର ବିଫଳ ହୋଇଥିବାରୁ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଇସ୍ତଫା ଦାବି କରିପାରେ କଂଗ୍ରେସ । ଏନେଇ କଂଗ୍ରେସ ରବିବାର ଏକ ବୈଠକ କରିଥିବା ଜଣାପଡ଼ିଛି ।ଦିଲ୍ଲୀ ପ୍ରସଙ୍ଗରେ ସବୁ ବିରୋଧୀ ଦଳ ଏକଜୁଟ ହେବେ ବୋଲି କଂଗ୍ରେସ କହିଛି । ଏଥିସହ ସିଏଏ, ଏନଆରସି ଓ ଦରବୃଦ୍ଧି ପ୍ରସଙ୍ଗରେ ମଧ୍ୟ ମୋଦୀ ସରକାରଙ୍କୁ ଘେରିବାକୁ ଯୋଜନା କରିଛନ୍ତି ବିରୋଧୀ । ଆସନ୍ତା ଏପ୍ରିଲ ୩ ତାରିଖ ପର୍ଯ୍ୟନ୍ତ ସଂସଦର ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ଚାଲିବ ।

ସଂସଦର ବଜେଟ୍‌ ଅଧିବେଶନ ପୂର୍ବରୁ ଆଜି ବସୁଛି ସଂସଦର ସର୍ବଦଳୀୟ ବୈଠକ

ଭଦ୍ରକ: ଧାମରା ବନ୍ଦରର ନୂଆ ଟର୍ମିନାଲରେ ଅଗ୍ନିକାଣ୍ଡ । ଜଳିଗଲା ଗଚ୍ଛିତ ସ୍ଲାବ ଓ ଅନ୍ୟାନ୍ୟ ସାମଗ୍ରୀ । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ । ନିଆଁ ଆୟତ୍ତ କଲା ଅଗ୍ନିଶମ ବାହିନୀ ।

ଭଦ୍ରକ: ଧାମରା ବନ୍ଦରର ନୂଆ ଟର୍ମିନାଲରେ ଅଗ୍ନିକାଣ୍ଡ । ଜଳିଗଲା ଗଚ୍ଛିତ ସ୍ଲାବ ଓ ଅନ୍ୟାନ୍ୟ ସାମଗ୍ରୀ । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ । ନିଆଁ ଆୟତ୍ତ କଲା ଅଗ୍ନିଶମ ବାହିନୀ ।