spot_img
Home Blog Page 7206

ବାଲେଶ୍ୱରରେ ସର୍ବାଧିକ ୭୭, ପୁରୀରେ ସର୍ବନିମ୍ନ ୫ ମିମି ବର୍ଷା ରେକର୍ଡ

ଭୁବନେଶ୍ୱର: ସାରା ରାଜ୍ୟରେ ଏବେ ବର୍ଷା ଜାରି ରହିଛି । ଆଗକୁ ଲଘୁଚାପ ହେବାର ମଧ୍ୟ ସମ୍ଭାବନା ରହିଛି । ଏମିତିକି ଓଡ଼ିଶା ଉପକୂଳକୁ ବାତ୍ୟା ଭୟ ମଧ୍ୟ ରହିଥିବା ଅନୁମାନ କରାଯାଉଛି । ତେବେ ଶୁକ୍ରବାରଠାରୁ ରାଜ୍ୟରେ ବର୍ଷା ଲାଗି ରହିଥିବା ବେଳେ ବାଲେଶ୍ୱର ଜିଲ୍ଲାରେ ସର୍ବାଧିକ ୭୦ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ସେହିଭଳି ଦ୍ୱିତୀୟ ସର୍ବାଧିକ ଭାବେ ଭୁବନେଶ୍ୱରରେ ୪୧.୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଅନ୍ୟପଟେ ପାରାଦୀପରେ ୩୭ ମିଲିମିଟର, ଚାନ୍ଦବାଲିରେ ୩୪ ମିଲିମିଟର, ଝାରସୁଗୁଡ଼ାରେ ୨୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ତେବେ ପୁରୀରେ ସର୍ବନିମ୍ନ ୫ ମିଲିମିଟର ବର୍ଷା ରେକର୍ଡ କରାଯାଇଛି ।

ଅଣ୍ଡାମାନ ଓ ନିକୋବରରେ ସୃଷ୍ଟି ହୋଇଥିବା ଲଘୁଚାପ ଆଗାମୀ ମେ’ ପ୍ରଥମ ସପ୍ତାହରେ ଓଡ଼ିଶା ଉପକୂଳ ଛୁଇଁବ ବୋଲି ଅନୁମାନ କରାଯାଉଛି । ଏହାର ପ୍ରଭାବରେ ଓଡ଼ିଶାର ଉପକୂଳ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ଆଜି ଗଞ୍ଜାମ, ସମ୍ବଲପୁର ଓ ଝାରସୁଗୁଡା ଆଦି ଜିଲ୍ଲାରେ ବିଭିନ୍ନ ସ୍ଥାନରେ ଘଡଘଡି ଓ ବିଜୁଳି ସହିତ ବର୍ଷା ହେବାର ସମ୍ଭାବନା ରହିଛି । ସେହିଭଳି ବାଲେଶ୍ୱର, ମୃୟୁରଭଞ୍ଜ, କେନ୍ଦୁଝର, ଭଦ୍ରକ, ସୁନ୍ଦରଗଡ଼, ଅନୁଗୁଳ, ଢେଙ୍କାନାଳ, ଦେଓଗଡ଼, କଟକ, ଖୋର୍ଦ୍ଧା, ନୟାଗଡ଼, ବୌଦ୍ଧ, କନ୍ଧମାଳ, ପୁରୀ, ଜଗତସିଂପୁର ଓ କେନ୍ଦ୍ରାପଡ଼ା ଆଦି ଜିଲ୍ଲାରେ ଗତକାଲି ଠାରୁ ବର୍ଷା ଲାଗି ରହିଥିଲା ।

ବନ୍ଦ ରହିବ ସେଲୁନ ଓ ବାର, ଜାଣନ୍ତୁ କ’ଣ ଖୋଲା ରହିବ

ନୂଆଦିଲ୍ଲୀ: କରୋନା ସଂକ୍ରମଣର ମୁକାବିଲା ପାଇଁ ଲକଡାଉନ୍ ୨.୦ରେ ମେ ୩ ପର୍ଯ୍ୟନ୍ତ ଦେଶରେ ଲକଡାଉନ୍ ବଳବତ୍ତର ରହିଛି । ଦୀର୍ଘଦିନର ବ୍ୟବଧାନ ପରେ ବନ୍ଦ ରହିଥିବା ଦୋକାନ ବଜାର ସରକାର ଶନିବାର ଠାରୁ ସମସ୍ତ ପ୍ରକାର ଦୋକାନ ଖୋଲିବାକୁ ଅନୁମତି ଦେଇଛନ୍ତି । ଏଥିରେ ଅତ୍ୟାବଶ୍ୟକ ସାମଗ୍ରୀ ସହ ଅନ୍ୟାନ୍ୟ ସାମଗ୍ରୀ ଦୋକାନ ଅନ୍ତର୍ଭୁକ୍ତ ରହିଛି । ଏହି ଦୋକାନଗୁଡିକରେ କାର୍ଯ୍ୟ କରୁଥିବା ଲୋକଙ୍କୁ ଲକଡାଉନ୍ ପାଇଁ ଦିଆଯାଇଥିବା ନିର୍ଦ୍ଦେଶାବଳୀ ଅନୁସରଣ କରିବାକୁ ପଡିବ । ଯେତେବେଳେ କି ଗୃହ ମନ୍ତ୍ରଣାଳୟ ସପିଂ ମଲ୍ ଏବଂ ମାର୍କେଟ କମ୍ପ୍ଲେକ୍ସ ଖୋଲିବାକୁ ଅନୁମତି ଦିଆଯଆଇ ନାହିଁ । ଗୃହ ମନ୍ତ୍ରଣାଳୟ ଏପ୍ରିଲ୍ ୧୫ରେ ଜାରି କରାଯାଇଥିବା ଆଦେଶରେ ସଂଶୋଧନ କରି କହିଛି ଯେ ଦୋକାନ ତଥା ପ୍ରତିଷ୍ଠା ଅଧିନିୟମ ଅନୁଯାୟୀ ପଞ୍ଜୀକୃତ ହୋଇଥିବା ଦେଶର ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ତଥା ମ୍ୟୁନିସିପାଲିଟି କର୍ପୋରେସନ୍ ଓ ନଗରପାଳିକା କ୍ଷେତ୍ରରେ ଥିବା ଆବାସିକ ପରିସର ଏବଂ ପାଖାପାଖି ଦୋକାନ ଖୋଲିବାକୁ ଅନୁମତି ଦିଆଯିବ ।

ହଟସ୍ପଟ୍ ଏବଂ କଣ୍ଟେନମେଣ୍ଟ ଜୋନରେ କୋହଳ ହେବନି

ମନ୍ତ୍ରଣାଳୟ ଏହା ମଧ୍ୟ ସ୍ପଷ୍ଟ କରିଛି ଯେ ହଟସ୍ପଟ୍ ଏବଂ କଣ୍ଟେଣ୍ଟମେଣ୍ଟ ଜୋନରେ କୌଣସି ରିହାତି ଦିଆଯାଇ ନାହିଁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ ଦେଇଥିବା ସମ୍ବୋଧନରେ ଏହା କହିଛନ୍ତି ଯେ, କୋହଳ କରିବା ଆପଣଙ୍କ ହାତରେ ଅଛି । ଯେଉଁ ଅଞ୍ଚଳରେ କରୋନା ସଂକ୍ରମଣର କୌଣସି ବିପଦ ରହିବ ନାହିଁ କିମ୍ବା ଯେଉଁଠାରେ କରୋନାଭାଇରସ ନଥିବ, ସେହି ସ୍ଥାନଗୁଡିକରେ ନିୟମ କୋହଳ ହେବ ।

ଏହି ନିୟମଗୁଡିକ ପାଳନ କରିବାକୁ ପଡିବ

ତେବେ ଏହି ନିର୍ଦ୍ଦେଶରେ ସ୍ପଷ୍ଟ ହୋଇଛି ଯେ କେବଳ ୫୦ପ୍ରତିଶତ କର୍ମଚାରୀ ଦୋକାନରେ କାମ କରିବେ । ସେମାନଙ୍କୁ ସାମାଜିକ ଦୂରତା ସହିତ ମାସ୍କ ପିନ୍ଧିବାକୁ ପଡିବ ଏହାସହ ସେମାନଙ୍କୁ ଲକଡାଉନର ସର୍ତ୍ତ ଅନୁସରଣ କରିବାକୁ ପଡିବ । ମାର୍ଚ୍ଚ ୨୪ରୁ ବନ୍ଦ ରହିଥିବା ଗଳିମାନଙ୍କରେ ଥିବା ଦୋକାନ ଗୁଡ଼ିକ ସରକାରଙ୍କ ଏହି ନିଷ୍ପତ୍ତି ଦ୍ୱାରା ଖୋଲିବ ।

ମଲ୍ଟି, ସିଙ୍ଗଲ୍ ବ୍ରାଣ୍ଡ ମଲଗୁଡ଼ିକ ଉପରେ କୌଣସି ରିହାତି ଦିଆଯାଇନାହଁ 

ମଲ୍ଟି ଏବଂ ଗୋଟିଏ ବ୍ରାଣ୍ଡର ଜିନିଷ ଥିବା ମଲରେ ଥିବା ଦୋକାନଗୁଡିକ ଖୋଲିବାର ଅନୁମତି ନାହିଁ । ଅର୍ଥାତ୍ ମଲ୍ ଗୁଡିକରେ ଦୋକାନ ଖୋଲିବ ନାହିଁ । ମ୍ୟୁନିସିପାଲିଟି ଅଞ୍ଚଳରେ ପଡୋଶୀ ଦୋକାନ ଖୋଲିବାକୁ ଅନୁମତି ଦିଆଯିବ । କିନ୍ତୁ ମ୍ୟୁନିସିପାଲିଟି ଅଧିନସ୍ଥ ମାର୍କେଟ ପରିସରରେ ଥିବା ଦୋକାନଗୁଡ଼ିକ ଆସନ୍ତା ୩ ମେ ପର୍ଯ୍ୟନ୍ତ ବନ୍ଦ ରହିବ।

ଏହାସହ କରୋନା ହଟସ୍ପଟ୍ ଏବଂ କଣ୍ଟେନମେଣ୍ଟ ଜୋନରେ ଆସୁଥିବା ଦୋକାନଗୁଡ଼ିକୁ ଏପର୍ଯ୍ୟନ୍ତ ଖୋଲିବାକୁ ଅନୁମତି ଦିଆଯାଇ ନାହିଁ । ଲକଡାଉନ୍ ସମୟରେ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଥିବା ଦୋକାନ ଖୋଲିବାକୁ ଅନୁମତି ଦିଆଯାଇଥିଲା । ଏଥିରେ ରାସନ, ପନିପରିବା ଏବଂ ଫଳ ଦୋକାନ ଅନ୍ତର୍ଭୁକ୍ତ ରହିଥିଲା ।

ଗୃହ ମନ୍ତ୍ରଣାଳୟର ସର୍ତ୍ତ

ଗୃହ ମନ୍ତ୍ରଣାଳୟ ଅନୁଯାୟୀ, ଆବାସିକ କଲୋନୀ ନିକଟରେ ନିର୍ମିତ ଦୋକାନ ଏବଂ ଗୋଟିକିଆ ଦୋକାନଗୁଡ଼ିକୁ ମ୍ୟୁନିସିପାଲିଟି କର୍ପୋରେସନ୍ ଏବଂ ପୌରସଂସ୍ଥା ସୀମା ମଧ୍ୟରେ ଖୋଲିବାକୁ ଅନୁମତି ଦିଆଯାଇଛି । କିନ୍ତୁ ଏହି ଅନୁମତି ସହିତ କିଛି ସର୍ତ୍ତ ମଧ୍ୟ ଲାଗୁ ରହିବ ।

  • ସିନେମା ହଲ୍, ମଲ୍, ସପିଂ କମ୍ପ୍ଲେକ୍ସ, ଜିମ୍, ସ୍ପୋର୍ଟସ୍ କମ୍ପ୍ଲେକ୍ସ, ସୁଇମିଂ ପୁଲ୍, ମନୋରଞ୍ଜନ ପାର୍କ, ଥିଏଟର, ବାର୍ ଏବଂ ଅଡିଟୋରିୟମ୍, ଆସେମ୍ବଲି ହଲ୍ ପରି ସ୍ଥାନ ଖୋଲିବ ନାହିଁ ।
  • ଗ୍ରାମାଞ୍ଚଳ ଏବଂ ଅର୍ଦ୍ଧ ଗ୍ରାମାଞ୍ଚଳରେ ବଜାର ଖୋଲାଯିବ ।
  • ନେହେରୁ ପ୍ଲେସ୍, ଦିଲ୍ଲୀର ଲଜପାଟ ନାଗର ଭଳି ସହରାଞ୍ଚଳରେ ମାର୍କେଟ କମ୍ପ୍ଲେକ୍ସ ବଜାର ଖୋଲିପାରିବ ନାହିଁ
  • ସହରାଞ୍ଚଳର ଆବାସିକ କ୍ଷେତ୍ରରେ ଦୋକାନ ଖୋଲାଯିବ ।
  • ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରୟ କରୁଥିବା ସମସ୍ତ ଦୋକାନ ଗ୍ରାମାଞ୍ଚଳରେ ଖୋଲାଯିବ ।
  • ସମସ୍ତ ଦୋକାନଗୁଡିକ ସମ୍ପୃକ୍ତ ରାଜ୍ୟ / ୟୁନିଅନ୍ ଅଞ୍ଚଳର ପ୍ରତିଷ୍ଠା ଅଧିନିୟମ ଅନୁଯାୟୀ ପଞ୍ଜିକୃତ ହେବା ଉଚିତ୍
  • କେବଳ ଅଧା କର୍ମଚାରୀ ଦୋକାନରେ କାମ କରିପାରିବେ ।
  • ଷ୍ଟାଫ୍ ମାସ୍କ ବାଧ୍ୟତାମୂଳକ ହେବ ।

ଦୋକାନୀ ଏବଂ ଗ୍ରାହକ ମଧ୍ୟ ଶାରୀରିକ ଦୂରତା ଭଳି ପଦକ୍ଷେପ ଗ୍ରହଣ କରିବା ଜରୁରୀ ।

ଖୋଲିବନି ସେଲୁନ, ବାର

ଦୋକାନ ଖୋଲା ନେଇ କେନ୍ଦ୍ର ଗୃହ ମନ୍ତ୍ର।ଳୟ ଯୁଗ୍ମ ସଚିବ ପୁଣ୍ୟ ସଲିଳା ଶ୍ରୀବାସ୍ତବ ସ୍ପଷ୍ଟୀକରଣ ଦେଇଛନ୍ତି । ସେ କହିଛନ୍ତି ଯେ, ରେସ୍ତୋରାଁ ଓ ମଦ ଦୋକାନ ଖୋଲିବା ନେଇ ନିର୍ଦ୍ଦେଶ ନାହିଁ  । ସେଲୁନ ଖୋଲିବା ନେଇ ମଧ୍ୟ ନିର୍ଦ୍ଦେଶ ନାହିଁ  ।

ଦେଶରେ ୨୩ ହଜାର ପହଁଚିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା..୨୪ ଘଣ୍ଟାରେ ୧୬ ଶହ ୮୪ ଜଣ ନୂଆ ପଜିଟିଭ୍‌

ନୂଆଦିଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦଶ ଦିନରେ ଦୁଇ ଗୁଣା ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୬ଶହ ୮୪ଜଣ ନୂଆ ପଜିଟିଭ୍‌ ଆସିଛନ୍ତି । ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୩ ହଜାର ୪୫୨ରେ ପହଁଚିଛି । କରୋନା ଆକ୍ରାନ୍ତଙ୍କ ମଧ୍ୟରେ ସୁସ୍ଥ ହେବାର ପ୍ରତିଶତ ରହିଛି ୨୦ ଦଶମିକ ୫୭ । ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୭୧୮ ରହିଛି । ମହାରାଷ୍ଟ୍ରରେ ସର୍ବାଧିକ ୬ହାଜର ୪୩୦ । ଗୁଜୁରାଟରେ ୨ ହଜାର ୬୨୪ ।

ଦିଲ୍ଲୀରେ ୨ ହଜାର ୩୭୬ ରହିଛି । ରାଜସ୍ଥାନ, ମଧ୍ୟପ୍ରଦେଶ, ତାମିଲନାଡୁରେ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ସାଂଘାତିକ ସ୍ଥିତିରେ ରହିଛି । ଏପଟେ ଦେଶରେ ଏପ୍ରିଲ ୨୦ ପରେ ବିଭିନ୍ନ ସ୍ଥାନରେ କଟକଣା କୋହଳ ହୋଇଛି । ସାମାଜିକ ଦୁରତା ରଖି ବିଭିନ୍ନ କ୍ଷେତ୍ର ଧିରେ ଧିରେ କାର୍ଯ୍ୟକ୍ଷମ ହେଉଛି । ସେପଟେ ବିଶ୍ୱସ୍ତରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୭ ଲକ୍ଷ ୪୮ ହଜାର ୯୮୬ରେ ପହଁଚିଛି । କେବଳ ଆମେରିକାରେ ୮ ଲକ୍ଷ ୮୭ ହଜାର ଟପିଛି ଆକ୍ରାନ୍ତଙ୍କ ସଂଖ୍ୟା । ସ୍ପେନ, ଇଟାଲୀ, ଫ୍ରାନ୍ସରେ ମଧ୍ୟ ସ୍ଥିତି ସାଂଘାତିକ ରହିଛି ।

ଓଡ଼ିଶା ପାଇଁ ଆଶ୍ୱସ୍ତିର ଖବର,ଗତକାଲିର ସବୁ କରୋନା ରିପୋର୍ଟ ନେଗେଟିଭ୍

ଭୁବନେଶ୍ୱର: କରୋନା ସଂକଟରେ ଆସିଛି ଆଶ୍ବସ୍ତିର ଖବର । ଗତକାଲି  ଟେଷ୍ଟିଂ ହୋଇଥିବା ସବୁ ନମୁନା ନେଗେଟିଭ ଆସିଛି । ଅନ୍ୟପଟେ ଶୁକ୍ରବାର ଭଦ୍ରକରୁ ୫ ନୂଆ କରୋନା ପଜିଟିଭ ଚିହ୍ନଟ ପରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୪ ରହିଛି । ସେମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୬ ଆକ୍ରାନ୍ତ ଅଛନ୍ତି ।

ସେହିପରି ଭଦ୍ରକରୁ ୧୬, ବାଲେଶ୍ୱରରୁ ୧୦, ଯାଜପୁରରୁ ୧୨, ସୁନ୍ଦରଗଡରୁ ୩, କେନ୍ଦ୍ରାପଡାରୁ ୨, କଳାହାଣ୍ଡିରୁ ୨, ଢେଙ୍କନାଳରୁ ୧, କଟକରୁ ୧, ପୁରୀରୁ ଏକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ଏବେ ସୁଦ୍ଧା ରାଜ୍ୟରେ ମୋଟ ୩୩ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି, ଜଣଙ୍କ ମୃତ୍ୟୁ ହୋଇଛି । ଏବେବି ସକ୍ରିୟ ରହିଛି ୬୦ ମାମଲା ।

କରୋନା ସଂଘର୍ଷ ଭିତରେ ଅକ୍ଷୁର୍ଣ୍ଣ ରହିବ କାଳିଆ ସଂକୃତି…. ବିଧି ରକ୍ଷା କରିବାକୁ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ…ଦେଉଳ ଭିତରେ ହେବ ଅକ୍ଷୟ ତୃତୀୟା ଓ ଚନ୍ଦନ ଯାତ୍ରା…ଆଜି ସକାଳ ୧୦ଟାରେ ବିଭନ୍ନ ନିଯୋଗ ସହ ଆଲୋଚନା…

କରୋନା ସଂଘର୍ଷ ଭିତରେ ଅକ୍ଷୁର୍ଣ୍ଣ ରହିବ କାଳିଆ ସଂକୃତି…. ବିଧି ରକ୍ଷା କରିବାକୁ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ…ଦେଉଳ ଭିତରେ ହେବ ଅକ୍ଷୟ ତୃତୀୟା ଓ ଚନ୍ଦନ ଯାତ୍ରା…ଆଜି ସକାଳ ୧୦ଟାରେ ବିଭନ୍ନ ନିଯୋଗ ସହ ଆଲୋଚନା…

ନିଜର ଭୁଲ୍‌ ପାଇଁ ଅପମାନିତ ହୋଇପାରନ୍ତି…ଦୁଃଶ୍ଚିନ୍ତା ଓ ପାରିବାରିକ ଅଶାନ୍ତି ମଧ୍ୟରେ ସମୟ କଟିବ

ଆଜି ହେଉଛି ୨୫ ଏପ୍ରିଲ୍‌, ୨୦୨୦ ମସିହା, ମେଷ ୧୩ ଦିନ,

୧୯୪୨ ଶକାଦ୍ଦ,୧୪୨୭ ସାଲ୍‌,୨୦୭୭ ସମ୍ବତ୍‌,

ବୈଶାଖ ମାସ, ଶୁକ୍ଳପକ୍ଷ,ଦ୍ବିତୀୟା ତିଥି

ଶନିବାର,କତ୍ତିକା ନକ୍ଷତ୍ର, ବଷ ରାଶିରେ ଚନ୍ଦ୍ର ଅବସ୍ଥାନ କରିଛନ୍ତି

ଯୋଗିନୀ ଅଗ୍ନି କୋଣରେ ରହୁଥିବାରୁ ଅଗ୍ନି କୋଣକୁ ଯାତ୍ରା ନିଷେଧ

ଘାତଚନ୍ଦ୍ର- ବିଛା ରାଶିର ପୁରୁଷଙ୍କ ପାଇଁ

ଘାତବାର- ବୃଷ,ସିଂହ,କନ୍ୟା ରାଶିର

ଶୁଭ ସମୟ- ଦିନ ୧୦ଟା ୩୫ ରୁ ଦିନ ୧ଟା ୧୫ ମିନିଟ୍‌

ଦିନ ୩ଟା ୩୫ ମିନିଟ୍‌ ରୁ ସନ୍ଧ୍ୟା ୫ଟା ୧୫ ମିନିଟ୍‌

ଅଶୁଭ ସମୟ- ସକାଳ ୯ଟା ଠାରୁ ଦିନ ୧୦ଟା ୩୦ ମିନିଟ୍‌ ପର୍ଯ୍ୟନ୍ତ

ଆଜି ବାଇଗଣ ଖାଇବା ନିଷେଧ

ମେଷ ରାଶି

ଅଶ୍ୱନୀ ନକ୍ଷତ୍ର- ଆର୍ଥିକ ସଂଙ୍କଟରୁ ମୁକ୍ତି ମିଳିବ

ଦ୍ୱିଜା ନକ୍ଷତ୍ର- ଦୁଃଶ୍ଚିନ୍ତା ଓ ପାରିବାରିକ ଅଶାନ୍ତି ମଧ୍ୟରେ ସମୟ କଟିବ

କୃତ୍ତିକାନକ୍ଷତ୍ର- ମନରେ ଉତ୍ସାହ ରହିବ, ଦିନଟି ଶୁଭରେ କଟିବ

କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ମହୁ ଟିକିଏ ଖାଆନ୍ତୁ

ବୃଷ ରାଶି

କୃତ୍ତିକା ନକ୍ଷତ୍ର- ଅର୍ଥର ଅଭାବ ଦେଖାଦେବ, ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ

ରୋହିଣୀ ନକ୍ଷତ୍ର- ପଡୋଶୀଙ୍କ ଠାରୁ ସାହାଯ୍ୟ,ସହଯୋଗ ପାଇବେ

ମୃଗଶିରା- ଦାୟିତ୍ବ ବୃଦ୍ଧି ପାଇବ କିନ୍ତୁ ସମୟ ଭଲରେ କଟିବ

ଗରିବ ବ୍ୟକ୍ତିଙ୍କୁ ଜଳ ଦାନ କରନ୍ତୁ

ମିଥୁନ ରାଶି

ମୃଗଶିରା ନକ୍ଷତ୍ର- ବ୍ୟସ୍ତତା ମଧ୍ୟରେ ସମୟ କଟିବ

ଆର୍ଦ୍ରା ନକ୍ଷତ୍ର- ଧନହାନୀର ଯୋଗ ରହିଛି,ସତର୍କ ରହି କାର୍ଯ୍ୟ କରନ୍ତୁ

ପୁନର୍ବସୁ ନକ୍ଷତ୍ର- ସମାଜ କଲ୍ୟାଣ କାର୍ଯ୍ୟରେ ସମୟ କଟିବ

ମହାଦେବଙ୍କୁ ପୂଜା କରନ୍ତୁ

କର୍କଟ ରାଶି

ପୁନର୍ବସୁ ନକ୍ଷତ୍ର- ଧୈର୍ଯ୍ୟର ସହିତ କାର୍ଯ୍ୟ କରନ୍ତୁ, ସଫଳତା ପାଇବେ

ପୁଷ୍ୟ। ନକ୍ଷତ୍ର- ନିଜର ଭୁଲ୍‌ ପାଇଁ ଅପମାନିତ ହୋଇପାରନ୍ତି,ତେଣୁ ବିବାଦୀୟ କାମ ଠାରୁ ଦୁରରେ ରୁହନ୍ତୁ

ଅଶ୍ଲେଷା ନକ୍ଷତ୍ର- ପାରିବାରିକ ଶାନ୍ତି ମନୋବଳକୁ ଦୃଢ କରିବ

ଗରିବ ଅସହାୟ ବ୍ୟକ୍ତିଙ୍କୁ ଖାଦ୍ୟ ଦାନ କରନ୍ତୁ

ସିଂହ ରାଶି

ମଘାନକ୍ଷତ୍ର- ନିଜର ସ୍ବାର୍ଥ ପାଇଁ ମିଛ କୁହନ୍ତୁ ନାହିଁ,ବିପଦ ରହିଛି

ପୂର୍ବା ଫାଲଗୁନୀ ନକ୍ଷତ୍ର- ପରୋପକାର କାର୍ଯ୍ୟ କରି ମନରେ ଶାନ୍ତି ଆସିବ

ଉତ୍ତରା ଫାଲଗୁନୀ ନକ୍ଷତ୍ର- ପୂର୍ବରୁ ଥିବା ସମସ୍ୟାର ସମାଧାନ ହେବ

ପଶୁ କିମ୍ବା ପକ୍ଷୀଙ୍କୁ ଖାଦ୍ୟ ଦାନ କରନ୍ତୁ

କନ୍ୟା ରାଶି

ଉତ୍ତରା ଫାଲଗୁନୀ ନକ୍ଷତ୍ର- ସ୍ୱାସ୍ଥ୍ୟ ସମସ୍ୟା ରହୁଥିବାରୁ ସତର୍କ ହୋଇ ଚଳନ୍ତୁ

ହସ୍ତା ନକ୍ଷତ୍ର- କାର୍ଯ୍ୟ ଦକ୍ଷତା ବୃଦ୍ଧି ପାଇବ,ଦିନଟି ସମସ୍ତ ଦିଗରୁ ସଫଳ ହେବ

ଚିତ୍ରା ନକ୍ଷତ୍ର- ଶୁଭ କାର୍ଯ୍ୟରେ ସମୟ କଟିବ

ଓଁ ନମଃ ଶିବାୟ ମନ୍ତ୍ରକୁ ୧୦୮ ଥର ଜପ କରନ୍ତୁ

ତୁଳା ରାଶି

ଚିତ୍ରା ନକ୍ଷତ୍ର- ଛଳନାପୂର୍ଣ୍ଣ କଥା କୁହନ୍ତୁ ନାହିଁ, ବିପଦରେ ପଡିବେ

ସ୍ବାତୀ ନକ୍ଷତ୍ର- ପାରିବାରିକ ଅଶାନ୍ତି ବଢିବ, ଅର୍ଥ ଚିନ୍ତା ଲାଗି ରହିବ

ବିଶାଖା ନକ୍ଷତ୍ର- ଧାର୍ମିକ କାର୍ଯ୍ୟରେ ସମୟ ଦେବେ

ଷଣ୍ଡକୁ କିଛି ଶାଗ ଖାଇବାକୁ ଦିଅନ୍ତୁ

ବିଛା ରାଶି

ବିଶାଖା ନକ୍ଷତ୍ର- ଅନ୍ୟକୁ ସାହାଯ୍ୟ କରି ଆତ୍ମ ସନ୍ତୋଷ ମିଳିବ

ଅନୁରାଧା ନକ୍ଷତ୍ର- ମାନସିକ ଚାପ ମଧ୍ୟରେ ସମୟ କଟିବ

ଜ୍ୟେଷ୍ଠା ନକ୍ଷତ୍ର- ଆର୍ଥିକ ଚିନ୍ତା ଦୁର ହେବ, କାର୍ଯ୍ୟରେ ସଫଳତା ପାଇବେ

ଅସହାୟ ଗରିବ ଶିଶୁକୁ ଖାଦ୍ୟ ଦାନ କରନ୍ତୁ

ଧନୁ ରାଶି

ମୂଳାନକ୍ଷତ୍ର- ଶରୀର ପ୍ରତି ବିପଦ ରହୁଥିବାରୁ ଆଜି ଘରୁ ବାହାରିବେ ନାହିଁ

ପୂର୍ବାଷାଢା ନକ୍ଷତ୍ର- ବିଶ୍ବସ୍ତ ବ୍ୟକ୍ତିଙ୍କ ଠାରୁ ସାହାଯ୍ୟ,ସହଯୋଗ ପାଇବେ

ଉତ୍ତରଷାଢା- ନିଜ ଚେଷ୍ଟାରେ ସଫଳ ହେବେ

ଶ୍ରୀହନୁମାନ ଚାଳିଶା ୩ ଥର ପାଠ କରନ୍ତୁ

ମକର ରାଶି

ଉତ୍ତରାଷାଢା ନକ୍ଷତ୍ର-ବିବାଦୀୟ ପରିସ୍ଥିତି ସୃଷ୍ଟି ହେବ, ନିଜ କଥାବାର୍ତ୍ତାରେ ସଂଯମତା ରଖନ୍ତୁ

ଶ୍ରବଣା ନକ୍ଷତ୍ର- ଶରୀର ସୁସ୍ଥ ରହିବ,ମନରେ ନୂଆ ଆଶା,ଉତ୍ସାହ ଦେଖାଦେବ

ଧନିଷ୍ଠା ନକ୍ଷତ୍ର- ଦିନଟି ପୁରା ସୁଖ,ଶାନ୍ତିରେ କଟିବ

ଶ୍ରୀଗଣେଷଙ୍କୁ କିଛି ଦୁବ ଅର୍ପଣ କରନ୍ତୁ

କୁମ୍ଭ ରାଶି

ଧନିଷ୍ଠା ନକ୍ଷତ୍ର- ପାରିବାରିକ ଶାନ୍ତି ବଜାୟ ରଖିବା ପାଇଁ ଯ଼ୁକ୍ତିତର୍କ କରନ୍ତୁ ନାହିଁ

ଶତଭିଷା ନକ୍ଷତ୍ର- ଶରୀର ପ୍ରତି ବିପଦ ଥିବାରୁ ସତର୍କ ହୋଇ ଚଳନ୍ତୁ

ପୂର୍ବାଭାଦ୍ରପଦ ନକ୍ଷତ୍ର- ଭଗବାନଙ୍କ ପ୍ରତି ବିଶ୍ୱାସ ବଢିବ

ଗାୟତ୍ରୀ ମନ୍ତ୍ର ୧୧ ଥର ପାଠ କରନ୍ତୁ

ମୀନ ରାଶି

ପୂର୍ବାଭାଦ୍ରପଦ ନକ୍ଷତ୍ର- କାର୍ଯ୍ୟରେ ସଫଳତା ପାଇବେ

ଉତ୍ତରାଭାଦ୍ରପଦ ନକ୍ଷତ୍ର- ମାନସମ୍ମାନହାନୀ ଏବଂ ଦୁଃଶ୍ଚିନ୍ତା ମଧ୍ୟରେ ସମୟ କଟିବ

ରେବତୀ ନକ୍ଷତ୍ର- ସନ୍ତାନଙ୍କ ସଫଳତାକୁ ନେଇ ମନରେ ଉତ୍ସାହ ବଢିବ

ଗାୟତ୍ରୀ ମନ୍ତ୍ର ୩ ଥର ପାଠ କରନ୍ତୁ

 

ଜ୍ୟୋତିର୍ବିଦ୍‌ ଡ. ଶ୍ୟାମସୁନ୍ଦର ବାଗ୍

ଯୋଗାଯୋଗ- 9938571935

 

 

ବିଧି ରକ୍ଷା କରିବାକୁ ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ

ପୁରୀ: କରୋନା ସଂଘର୍ଷ ଭିତରେ ଅକ୍ଷୁର୍ଣ୍ଣ ରହିବ କାଳିଆ ସଂସ୍କୃତି । ବିଧି ରକ୍ଷା କରିବାକୁ ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ଦେଇଛନ୍ତି । ଦେଉଳ ଭିତରେ ଅକ୍ଷୟ ତୃତୀୟା ଓ ଚନ୍ଦନ ଯାତ୍ରା କରିବାକୁ ମନ୍ଦିର ପ୍ରଶାସନକୁ ପରାମର୍ଶ ଦେଇଛନ୍ତି ଗୋବର୍ଦ୍ଧନ ପୀଠାଧିଶ ଶଙ୍କରାଚାର୍ଯ୍ୟ । ଶ୍ରୀମନ୍ଦିର ମେଘନାଥ ପାଚେରୀ ଭିତରେ ଉପଯୁକ୍ତ ସ୍ଥାନ ଚିହ୍ନଟ ପୂର୍ବକ ବିଧି ରକ୍ଷା ପାଇଁ ପରାମର୍ଶ ଦେଲେ ଜଗଦଗୁରୁ । ତେବେ ନୀତି ପାଳନ କରିବାକୁ ଥିବା ସେବାୟତଙ୍କ ଅନୁପସ୍ଥିତି ଯୋଗୁଁ ଆସନ୍ତକାଲି ପୁଣି ବସିବ ବୈଠକ । ନିଯୋଗ ସହ ଆଲୋଚନା ପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି  ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଗଜପତି ମହାରାଜ ଦିବ୍ୟସିଂହ ଦେବ ।

ସେ ଆହୁରି କହିଛନ୍ତି, କୌଣସି ବି ଧର୍ମାନୁଷ୍ଠାନର ବାହାରେ ଯାତ୍ରା ହୋଇପାରିବ ନାହିଁ । ଏଣୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା କୋଭିଡ ଗାଇଡଲାଇନ୍‌ର ବିନା ଉଲ୍ଲଘଂନରେ ଅନୁଷ୍ଠିତ ହେବ ଅକ୍ଷୟ ତୃତୀୟା ବିଧି । ଏଥିସହିତ ଶ୍ରୀମନ୍ଦିର ଭିତରେ ହିଁ ଚନ୍ଦନ ଯାତ୍ରା ଅନୁଷ୍ଠିତ ହେବ । ଆମେ ଚାହୁଁଛୁ ରଥଯାତ୍ରା ହେଉ, ମେ’ ୩ ତାରିଖ ଯାଏଁ ଶ୍ରୀମନ୍ଦିର ଭିତରେ ସବୁ ନୀତିକାନ୍ତି ହେବ । ରାଜ୍ୟ ସରକାର ଯାହା ନିଷ୍ପତ୍ତି ନେବେ ଆମେ ମାନିବୁ ।

୬୦ ଘଣ୍ଟା ପାଇଁ ଶୋଇଯାଇଛନ୍ତି ୩ ଜିଲ୍ଲା: ପଢ଼ନ୍ତୁ ସଟ୍‌ଡାଉନ୍ ପରେ କେମିତି ରହିଛି ସ୍ଥିତି

ବାଲେଶ୍ୱର/ଯାଜପୁର/ଭଦ୍ରକ: ୬୦ ଘଣ୍ଟା ପାଇଁ ଶୋଇଯାଇଛନ୍ତି ୩ ଜିଲ୍ଲା । ସଟ୍‌ଡାଉନ୍‌ ଭଦ୍ରକ, ବାଲେଶ୍ୱର ଓ ଯାଜପୁର । ସହର ବଜାରରେ ପୋଲିସ ପଇଁତରା ସାଙ୍ଗକୁ ଘଡିକି ଘଡି ଯାଞ୍ଚ । କେବଳ ଅତ୍ୟାବଶ୍ୟକୀୟ ସାମଗ୍ରୀକୁ ଛାଡ଼ି ଦେଲେ ସବୁ ଠପ୍‌ । ସଟଡାଉନ କରି ପ୍ରଶାସନ ଜାରି ରଖିଛି ଟ୍ରାକିଂ ଓ ଟ୍ରେସିଂ । ସେପଟେ ଆଜି ଭଦ୍ରକରୁ ଆଉ ୫ ସଂକ୍ରମିତ ଚିହ୍ନଟ ପରେ ଜିଲ୍ଲାରେ ରୋଗୀ ସଂଖ୍ୟା ୧୬ ଛୁଇଁଛି ।

୫ ଦିନ ଭିତରେ ଏହି ୩ ଜିଲ୍ଲାରୁ ୩୩ କରୋନା ରୋଗୀ ଚିହ୍ନଟ ପରେ ସଟ୍‌ଡାଉନ୍‌ କଲେ ରାଜ୍ୟ ସରକାର । ଆଉ ଏହି ୬୦ ଘଣ୍ଟା ଭିତରେ ସଂକ୍ରମିତଙ୍କୁ ଟ୍ରାକ୍‌ ଓ ଟ୍ରେସ୍‌ କରିବାକୁ ରାଜ୍ୟ ସରକାର ପ୍ରସ୍ତୁତ କରିଛନ୍ତି ରଣନୀତି । ଭଦ୍ରକରେ ଆଜି ଆଉ ୫ ରୋଗୀ ଚିହ୍ନଟ ପରେ ସଂଖ୍ୟା ୧୬ରେ ପହଞ୍ଚିଛି ।

ଜିଲ୍ଲା ପାଇଁ ନିଯୁକ୍ତ କରୋନା ପର୍ଯ୍ୟବେକ୍ଷକ ତଥା ବରିଷ୍ଠ ସଚିବ ସୁଶୀଲ କୁମାର ଲୋହାନୀ ଓ ଅତିରିକ୍ତ ପୋଲିସ ମୃହାନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀ ପ୍ରଶାସନ ସହ ଆଲୋଚନା କରିଛନ୍ତି । ବାସୁଦେବପୁର ସହ ଅନ୍ୟ କ୍ୱାଣ୍ଟେନମେଣ୍ଟ ଜୋନ ବୁଲି ପରିସ୍ଥିତି ତଦାରଖ କରିଛନ୍ତି । ଚାଲିଛି କଣ୍ଟାକ୍ଟ ଟ୍ରେସିଂ ଓ ଟ୍ରାକିଂ ।

ବାଲେଶ୍ୱରରେ ମଧ୍ୟ ସଟଡାଉନକୁ କଡ଼ାକଡ଼ି କରାଯାଇଛି । ପଶ୍ଚିମବଙ୍ଗକୁ ସଂଯ଼ୋଗ କରୁଥିବା ୩୭ଟି ରାସ୍ତାକୁ ବ୍ୟାରିକେଡରେ ସିଲ କରିଛି ପ୍ରଶାସନ । ୧୨ଟି ବ୍ଲକରେ ସଟଡାଉନକୁ କଡ଼ାକଡ଼ି ପାଳନ କରାଯାଉଛି । ସହରରେ ୪୩ ଔଷଧ ଦୋକାନ, ୧୦ ପେଟ୍ରୋଲ ପମ୍ପ, ୫ଟି ଢାବାକୁ ଖୋଲିବା ପାଇଁ ଅନୁମତି ମିଳିଛି । ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ପାଇଁ ସହରରେ ଫ୍ଲାଗମାର୍ଚ୍ଚ କରିଛି ପୋଲିସ । ନୀଳିଆବାଗ ଓ ବାଉଁଶପାଳ ଗାଁ ସମେତ ୧୨ଟି ବ୍ଲକରେ ସାନିଟାଇଜ କାମ ମଧ୍ୟ ଚାଲୁ ରହିଛି ।

ଆଶା କର୍ମୀ ଓ ଅଙ୍ଗନବାଡ଼ି କର୍ମୀ କଣ୍ଟନମେଣ୍ଟ ଜୋନ ବୁଲି ତଥ୍ୟ ସଂଗ୍ରହ କରୁଛନ୍ତି । ସୋର ଦେଇ ଯାଇଥିବା ଏନଏଚ-୧୬ରେ କଡା ଚେକିଂ କରାଯାଉଛି । ଏକକାଳୀନ ୭ଟି କାରରେ ୩୦ ଯାତ୍ରୀ ଯାତ୍ରା କରୁଥିବାବେଳେ ପୋଲିସ ପହଞ୍ଚି ତଦନ୍ତ କରିଛି । ସେମାନେ ଭେଲୋରରୁ କୋଲକାତା ଯାଉଥିଲେ ବୋଲି ସୂଚନା ମିଳିଛି । ବାଲେଶ୍ୱର ଏଯାଏଁ ୧୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସେହିପରି ସଟଡାଉନ ଯୋଗୁଁ ଶୋଇପଡିଛି ଯାଜପୁର । ଜରୁରୀକାଳୀନ ସାମଗ୍ରୀ ଛଡ଼ା ଜିଲ୍ଲାର ସବୁ ଦୋକାନ ବଜାର ବନ୍ଦ ରହିଛି । ବନ୍ଦ ହୋଇଛି ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ । ଏସପିଙ୍କ ତତ୍ତ୍ୱାବଧାନରେ ୧୯ ଟି ଥାନାର ଅଧିକାରୀ ଓ କର୍ମଚାରୀ ୨୪ ଘଣ୍ଟା ସଜାଗ ରହିଛନ୍ତି । ଯାଜପୁରରେ ୧୨ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି । ଜିଲ୍ଲା ଦେଇ ଯାଇଥିବା ୧୬ ଓ ୨୦ ନମ୍ବର ଏନଏଚର ବିଭିନ୍ନସ୍ଥାନରେ କଡ଼ାକଡ଼ି ଚେକିଂ କରାଯାଉଛି । ସେପଟେ ଜିଲ୍ଲାପାଳଙ୍କ ନେତୃତ୍ୱରେ ୧୦ଜଣ ବରିଷ୍ଠ ଅଧିକାରୀ କରୋନା ନିୟନ୍ତ୍ରଣ ପାଇଁ ପ୍ରାଣମୂର୍ଚ୍ଛ। ଉଦ୍ୟମ ଜାରି ରଖିଛନ୍ତି । ଚଣ୍ଡିଖୋଲ ଛକରେ ସବୁ ଦୋକାନ ବଜାର ବନ୍ଦ ରହିଛି । ପୋଲିସ କଡ଼ାକଡ଼ି ଯାଞ୍ଚ କରାଯିବା ସହିତ ପାଟ୍ରୋଲିଂ ଚାଲିଛି ।

କୁଆପଥର ବର୍ଷା ସାଙ୍ଗକୁ ଝଡ଼ ତୋଫାନ୍: ବଜ୍ରପାତ ନେଲା ୮ ଜୀବନ

ଭୁବନେଶ୍ୱର: ଗୋଟିଏ ପଟେ ଭୟଙ୍କର ଭୂତାଣୁର ଭୟ । ଅନ୍ୟପଟେ ରାଜ୍ୟକୁ ଅସ୍ତବ୍ୟସ୍ତ କରୁଛି କାଳେବୖଶଖୀର ତାଣ୍ଡବ । କୁଆପଥର ବର୍ଷା ସାଙ୍ଗକୁ ଝଡ ତୋଫାନ୍‌ ଓ ବଜ୍ରପାତରେ କ୍ଷତିଗ୍ରସ୍ତ ହୋଇଛି ଧନଜୀବନ । ଅନେକଙ୍କ ଘର ଭାଙ୍ଗିଛି, ୮ ଜଣଙ୍କ ଜୀବନ ବି ଯାଇଛି । କେନ୍ଦୁଝର ଜିଲ୍ଲାରେ ୩, ମୟୂରଭଞ୍ଜରେ ୩ ଜଣ, ଅନୁଗୁଳରେ 2 ଜଣଙ୍କର ମୃତ୍ୟୁ ହୋଇଛି ।

Congress attacks Goa govt over tourist's death in lightning ...

ଟ୍ରପ୍‌ଲାଇନ୍‌ ପ୍ରଭାବରେ ଓଡ଼ିଶା ବିଭିନ୍ନ ସ୍ଥାନାରେ କାଳବୈଶାଖୀ ବର୍ଷା ହେଉଥିବା ସୂଚନା ଦେଇଛି ପାଣିପାଗ କେନ୍ଦ୍ର । ସେପଟେ ଦକ୍ଷିଣ ଆଣ୍ଡାମାନ ବଙ୍ଗୋପସାଗର ଦକ୍ଷିଣପୂର୍ବ ସଂଲଗ୍ନ ସମୁଦ୍ର ଉପର ଆସନ୍ତା ୨୯ ତାରିଖ ବେଳକୁ ଏକ ଲଘୁଚାପ ସୃଷ୍ଟି ହେବ । ପରେ ଏହା ଘନୀଭୂତ ହୋଇ ରାଜ୍ୟ ଉପରେ ପ୍ରଭାବ ପକାଇବ କି ନାହିଁ ତାର ଗତିବିଧି ଉପରେ ନିର୍ଭର କରୁଛି ବୋଲି କହିଛି ପାଣିପାଗ କେନ୍ଦ୍ର । କରୋନାରେ କାଳବୈଶାଖୀର କରାଳ ରୂପ । ପ୍ରବଳ ବର୍ଷା, ପବନ ଦେଇଛି ଦୁଃଖ ।

Yellow Warning Issued For Few Districts In Odisha For Rains And ...

ଟ୍ରପ୍‌ଲାଇନ୍‌ ପ୍ରଭାବରେ ବିଭିନ୍ନ ଜିଲ୍ଲାରେ ଘଡ଼ଘଡି ସହ କୁଆପଥର ବର୍ଷାରେ ବେହାଲ ଲୋକ । ଦିନ ଦ୍ୱିପ୍ରହରରେ ସୃଷ୍ଟି ହେଲା ସଂଧ୍ୟାର ଭ୍ରମ । ଉପୁଡିପଡିଲା ଗଛ, ଟେଲିଫୋନ ଟାଓ୍ୱାର । ଉଡି ଗଲା ଛାତ, ଆଜବେଷ୍ଟସ । ବହୁ ସ୍ଥାନରେ ବିଦ୍ୟୁତ ବିଚ୍ଛିନ୍ନ । ଭଦ୍ରକ, ବାଲେଶ୍ୱର, ଯାଜପୁର, ବାଲିଗୁଡା, ରାଉରକେଲାରେ ଆଜି ଦେଖିବାକୁ ମିଳିଛି ଝଡ ବର୍ଷା ଓ ପବନର ଏପରି ତ୍ରିକୋଣୀୟ ତାଣ୍ଡବ । ସେପଟେ ରାଜ୍ୟରେ ବଜ୍ରପାତ ନେଇଛି ୫ ଜୀବନ । ଉଦଳା ବଡକଥରା ଗାଁ ପାଖ ପଡିଆରେ ବଜ୍ରପାତର ଶିକାର ହୋଇଛନ୍ତି ୩ ଯୁବକ । କେନ୍ଦୁଝର ଝୁମ୍ପୁରା ବ୍ଲକରେ ମଧ୍ୟ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ରାଜ୍ୟରେ ଆହୁରି ତିନି ଦିନ ଏଭଳି ପାଗ ଲାଗିରହିବ ବୋଲି କହିଛି ପାଣିପାଗ କେନ୍ଦ୍ର ।

କାଳବୈଶାଖୀ ସମୟରେ ପବନର ବେଗ ଓ ଦିଗରେ ପରିବର୍ତ୍ତନ ଘଟିଥାଏ । ଯେଉଁ ଅଞ୍ଚଳରେ ବର୍ଷା ହୋଇଥାଏ ସେଠି ତାପମାତ୍ରା କମିଥାଏ, ଯେଉଠି ବର୍ଷା ହୋଇନଥାଏ ସେଠାରେ ତାପମାତ୍ରା ସ୍ୱାଭାବିକ ଥାଏ । ଫଳରେ ଏହି ଦୁଇ ସ୍ଥାନରେ ପବନର ବେଗରେ ପରିବର୍ତ୍ତନ ଆସି ଏଭଳି ପରିସ୍ଥିତି ସୃଷ୍ଟି ହୋଇଥାଏ ବୋଲି କହିଛନ୍ତି ପରିବେଶବିତ୍‌ ।

କାଳବୈଶାଖୀ ସମୟରେ ପବନର ବେଗ ୩୦ରୁ ୪୦ କିଲୋମିଟର ରହିଥାଏ । ତେବେ ବର୍ଷା ଯୋଗୁଁ ରାଜ୍ୟରେ ତାପମାତ୍ରା ୩୫ଡିଗ୍ରୀ ତଳେ ରହିଥିବା ପାଣିପାଗ କେନ୍ଦ୍ରର ସୂଚନା ଦେଇଛି ।

ଆରମ୍ଭ ହେଲା ରେଜିଷ୍ଟ୍ରେସନ୍: ବିନା ରେଜିଷ୍ଟ୍ରେସନ୍‌ରେ ଘରକୁ ଯାଇପାରିବେନି ପ୍ରବାସୀ ଓଡ଼ିଆ

ଭୁବନେଶ୍ୱର: କରୋନା ହାରିବ, ଓଡ଼ିଶା ଜିତିବ । ମୁକାବିଲା ପାଇଁ କରୋନା ସଂକ୍ରମଣର ଚତୁର୍ଥ ପର୍ଯ୍ୟାୟ ହେବ ସବୁଠୁ ଗୁରୁତ୍ୱପୂର୍ଣ୍ଣ । ରାଜ୍ୟ ବାହାରୁ ଲକ୍‌ଡାଉନ ପରେ ଫେରିବାକୁ ଥିବା ୫ ଲକ୍ଷ ଓଡ଼ିଆଙ୍କୁ ପରିଚାଳନା କରିବା ପାଇଁ ପ୍ରୟାସ ଆରମ୍ଭ ହୋଇଛି । ପଞ୍ଚାୟତସ୍ତରରୁ ଏଥିପାଇଁ ନିଆଯାଇଛି ପଦକ୍ଷେପ । ଆଜିଠାରୁ ରେଜିଷ୍ଟ୍ରେସନ ଆରମ୍ଭ ହୋଇଛି । ଏହି ଲିଙ୍କ୍‌କୁ କ୍ଳିକ୍ କରି କରିପାରିବେ ରେଜିଷ୍ଟ୍ରେସନ୍‌ ।  COVID-19 – Government of Odisha 

ସରିବ ଲକ୍‌ଡାଉନ୍‌ଘରକୁ ବାହୁଡ଼ିବେ ୫ ଲକ୍ଷରୁ ଅଧିକ ଓଡ଼ିଆ । ପରିବାର ଓ ସାଙ୍ଗ ସାଥିଙ୍କୁ ଭେଟିବେ । ଏମାନଙ୍କୁ ଟ୍ରାକ୍‌ କରିବା କଷ୍ଟ । ତେଣୁ ତା’ପୂର୍ବରୁ ରାଜ୍ୟ ସରକାର ରେଜିଷ୍ଟ୍ରେସନ ଆରମ୍ଭ କରିଛନ୍ତି । ଓଡ଼ିଶା ଫେରିବାକୁ ଚାହୁଁଥିବା ଲୋକ ଅନ୍‌ଲାଇନ ପୋର୍ଟାଲରେ ରେଜିଷ୍ଟ୍ରସନ କରିବେ । ନିଜେ ଫୋନ କରିବେ, କିମ୍ବା ତାଙ୍କ ପରିବାର ଲୋକ ମଧ୍ୟ ରେଜିଷ୍ଟ୍ରେସନ କରିପାରିବେ । ବିନା ରେଜିଷ୍ଟ୍ରସନରେ ଆସିଲେ ସେମାନେ ଘରକୁ ଯାଇପାରିବେ ନାହିଁ । ସରପଞ୍ଚ, ଅଙ୍ଗନବାଡ଼ି ଓ ଆଶାକର୍ମୀମାନେ ତାଙ୍କ ରେଜିଷ୍ଟ୍ରେସନ କରି ୧୪ ଦିନ ପାଇଁ କ୍ୱରେଣ୍ଟାଇନ୍‌ରେ ରଖିବେ । ପଞ୍ଚାୟତସ୍ତରରେ ସେମାନଙ୍କ ପାଇଁ ରହିବା ଖାଇବା ବ୍ୟବସ୍ଥା କରାଯାଇଛି । ୨୪ ଘଣ୍ଟା ସ୍ୱାସ୍ଥ୍ୟସେବା ପାଇଁ ରହିବେ ଡାକ୍ତର । ସ୍ୱାସ୍ଥ୍ୟଗତ ସମସ୍ୟା ହେଲେ ସେମାନଙ୍କୁ କୋଭିଡ୍‌ ହସ୍ପିଟାଲକୁ ପଠାଯିବ ।

ପ୍ରଥମେ ବିଦେଶ ଫେରନ୍ତା ଚିନ୍ତାର ବିଷୟ ପାଲଟିଥିବା ବେଳେ ଦ୍ୱିତୀୟରେ ନିଜାମୁଦ୍ଦିନ, ତୃତୀୟରେ କୋଲକାତା ଫେରନ୍ତାଙ୍କ ପାଇଁ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିଛି । ଏବେ ଲକ୍‌ଡାଉନ ପରେ ଫେରିବାକୁ ଥିବା ଲୋକଙ୍କ ଗତିବିଧି ଉପରେ ନଜର ରଖିବା ପାଇଁ ସରକାର ସ୍ୱତନ୍ତ୍ର ଯୋଜନା କରିଛନ୍ତି । ଆନ୍ତଃ ରାଜ୍ୟ ସୀମା ସିଲ୍‌ କରାଯାଇଛି । ଲୋକମାନେ ନିୟମ ନମାନି ଓଡ଼ିଶାରେ ପ୍ରବେଶ କରୁଥିବାରୁ ସେମାନଙ୍କ ଉପରେ ନଜର ରଖାଯାଇଛି । ସୀମା ଅତିକ୍ରମ କରି ଆନ୍ଧ୍ରରୁ ଆସିଥିବା 36 ଜଣଙ୍କୁ କ୍ୱାରେଣ୍ଟାଇନ୍‌ ପଠାଇଛି ଗଜପତି ଜିଲ୍ଲା ପ୍ରଶାସନ ।

ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟରେ କରୋନା ମୁକାବିଲା ସଫଳତା ପାଇଁ ୩ ଜିଲ୍ଲାର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିବ । ଭଦ୍ରକ, ବାଲେଶ୍ୱର ଓ ଯାଜପୁର ଲୋକ ସହଯୋଗ କଲେ କରୋନା ମୁକାବିଲା ଅଭିଯାନକୁ ସଫଳତା ମିଳିବ ।