spot_img
Home Blog Page 7209

ଆଜି ସନ୍ଧ୍ୟାର ରଥଯାତ୍ରା ନେଇ ନିଷ୍ପତ୍ତି, ଶଙ୍କରାଚାର୍ଯ୍ୟଙ୍କୁ ଭେଟିବେ ଗଜପତି ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ଭୁବନେଶ୍ୱର: ଗଜପତି ମହାରାଜଙ୍କ ଅଧ୍ୟକ୍ଷତାରେ ଚାଲିଥିବା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଶେଷ ହୋଇଛି । ବୈଠକରେ ସାମିଲ ଥିବା ପରିଚାଳନା କମିଟି ସଦସ୍ୟ ରଘୁନାଥ ମହାପାତ୍ରଙ୍କ ଅନୁସାରେ ଆଜି ସନ୍ଧ୍ୟାରେ ଗଜପତି ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଶଙ୍କରାଚାର୍ଯ୍ୟଙ୍କୁ ଭେଟିବେ । ସନ୍ଧ୍ୟା ଆଲୋଚନାରେ ରଥଯାତ୍ରା ହେବା ନେଇ ନିଷ୍ପତ୍ତି ନିଆଯିବ ।

ଆସନ୍ତା ୨୬ ତାରିଖରେ ହେବାକୁ ଥିବା ଚନ୍ଦନ ଯାତ୍ରା ଓ ଅକ୍ଷୟ ତୃତୀୟା ତଥା ମହାପ୍ରଭୁଙ୍କ ରଥଯାତ୍ରାକୁ ନେଇ ବୈଠକରେ ଏଭଳି ଆଲୋଚନା ହୋଇଛି । ଭୁବନେଶ୍ୱର ସ୍ଥିତ ଓକାକ୍‌ରେ ଭିଡିଓ କନଫରେନ୍‌ସିଂ ଜରିଆରେ ଅନ୍ୟ ସଦସ୍ୟଙ୍କ ସହ ବୈଠକ ଚାଲିଥିଲା । ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କିଶନ କୁମାର ଓ ଉନ୍ନୟନ କମିଶନର  ସୁରେଶ ମହାପାତ୍ର ଉପସ୍ଥିତ ଥିଲେ । ଦିନକ ପରେ ଅକ୍ଷୟ ତୃତୀୟା, ରଥ ନିର୍ମାଣ ଅନୁକୂଳ ତିଥି। ସେହିଦିନଠାରୁ ଚନ୍ଦନ ଯାତ୍ରା ଆରମ୍ଭ ହେବ । ଏହି ବୈଠକରେ  କରୋନା ସଂକଟ ମଧ୍ୟରେ ନୀତି କାନ୍ତି ନେଇ ଆଲୋଚନା ହୋଇଥିଲା  ।

ସୂଚନାଯୋଗ୍ୟଯେ ରଥଯାତ୍ରା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଲୋଚନା କରିଥିଲେ । ଟେଲିଫୋନ୍‌ରେ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ଏଥିସହ ରାଜ୍ୟରେ କରୋନା ସ୍ଥିତି ନେଇ ଉଭୟ ଆଲୋଚନା କରିଥିଲେ । ରଥଯାତ୍ରା ନେଇ ଗତକାଲି ଶଙ୍କରାଚାର୍ଯ୍ୟଙ୍କୁ ଭେଟିଥିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ଜିଲ୍ଲାପାଳ। ଗଜପତି ମହରାଜାଙ୍କୁ ମଧ୍ୟ ସାକ୍ଷାତ କରି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଥଯାତ୍ରା ପ୍ରସଙ୍ଗରେ ଆଲୋଚନା କରିଥିଲେ।

ସଚିନଙ୍କ ୪୭ତମ ଜନ୍ମଦିନରେ ଜାଣନ୍ତୁ ତାଙ୍କ ଜୀବନର ସେହି ୩ ମୁହୂର୍ତ୍ତ ବାବଦରେ ଯାହାକୁ ଫ୍ୟାନ କେବେ ମଧ୍ୟ ଭୁଲି ପାରିବେନାହିଁ

0

ମୁମ୍ବାଇ: କ୍ରିକେଟ୍ ଜଗତର ଜଣେ ମହାନାୟକ ସଚିନ ତେନ୍ଦୁଲକର । ତାଙ୍କ ନାଁ ହିଁ କାଫି ପୂରା କ୍ରେକେଟର ପରିଭାଷା ଜାଣିବାକୁ । ୧୧ଡିସେମ୍ବର ୧୯୮୮, ମୁମ୍ବାଇ ଏବଂ ଗୁଜୁରାଟ ମଧ୍ୟରେ ରଣଜୀ ଟ୍ରଫି ମ୍ୟାଚ୍ । ଯଦିଓ ଏହା ଏକ ସରଳ ମ୍ୟାଚ୍ ଥିଲା, କିନ୍ତୁ ସଚିନ ତେନ୍ଦୁଲକର ଏହାକୁ ସ୍ୱତନ୍ତ୍ର କରିଥିଲେ । ଏହି ୧୫ବର୍ଷର ବାଳକ ପ୍ରଥମ ଥର ପାଇଁ ମ୍ୟାଚ୍ ଖେଳିବାକୁ ଯାଉଥିଲେ । ତାହା ପୁଣି ମୁମ୍ବାଇ ପରି ଏକ ଟିମ୍ ତରଫରୁ ଯାହାର ନିଜର ସ୍ୱତନ୍ତ୍ର ସ୍ଥାନ ଥିଲା । ଗତ ଦୁଇ ଦଶନ୍ଧି ଧରି ମୁମ୍ବାଇ କ୍ରିକେଟର ଜଣେ ଧୁରନ୍ଧର ଖେଳାଳି ସୁନୀଲ ଗାଭାସ୍କର ମଧ୍ୟ ଏହି ମ୍ୟାଚ୍ ଦେଖିବା ପାଇଁ ଆସିଥିଲେ ।

କୁଞ୍ଚକୁଞ୍ଚିଆ ଚୁଟି ଏବଂ ମୁହଁରେ ସ୍ମିତ ହସ ନେଇ କେତେବେଳେ ସେ ଭାରତର ‘କ୍ରିକେଟ୍ ର ଭଗବାନ’ ହୋଇଗଲେ, କେହି ଜାଣି ବି ପାରିଲେନି । ଏବଂ ତାଙ୍କ ପଛରେ ତାଙ୍କ ପ୍ରେରଣାର ଉତ୍ସ ହୋଇ ଛିଡ଼ା ହୋଇଥିଲେ ତାଙ୍କ ପିତା ରମେଶ ସଚିନ । ରାମକାନ୍ତ ଆଚରେକର ତାଙ୍କର ପରାମର୍ଶଦାତା ଥିଲେ । ସମସ୍ତଙ୍କ ଚେଷ୍ଟା ଏବଂ ନିଷ୍ଠାରେ ଶେଷରେ ସଚିନ ତାଙ୍କ ଜୀବନ ସେଇ ପାହାଚ ଚଢିଥିଲେ ଯେଉଁଟା ଇତିହାସ ହୋଇ ରହିଗଲା ।

ପ୍ରଥମ ମୁହୂର୍ତ୍ତ ଓପନର ଭାବେ ମଇଦାନକୁ ଓହ୍ଲାଇଥିଲେ ସଚିନ୍

ସେ କେବେ ଭାବି ନଥିଲେ ଯେ, ତାଙ୍କର ପ୍ରଥମ ମ୍ୟାଚର ପର ବର୍ଷରେ ହିଁ ପାକିସ୍ତାନ ବିରୁଧରେ ନିଜର ପ୍ରଥମ ଟେଷ୍ଟ ମ୍ୟାଚ୍ ଖେଳିବେ ବୋଲି । ଯାହା କେବଳ ତାଙ୍କ ପାଇଁ ନୁହେଁ ପୂରା କ୍ରିକେଟ ପ୍ରେମିଙ୍କ ପାଇଁ ଥିଲା କ୍ରିକେଟ ଜଗତର ଗୋଟେ ସ୍ୱର୍ଣ୍ଣିମ ମୂହୁର୍ତ୍ତ ଏବଂ ଏହା ପରେ କ୍ରିକେଟର କହିଲେ ହିଁ ଆପେ ଆପେ ସଚିନଙ୍କୁ ବୁଝାଇଲା ।

୨ୟ ମୁହୂର୍ତ୍ତ ପାକିସ୍ତାନ ବୋଲରଙ୍କୁ ଧରାସାୟୀ କରିଥିଲେ ସଚିନ୍

ତାପରେ ବିଶ୍ୱ ତାଙ୍କର ଅନେକ ଶ୍ରେଷ୍ଠ ଇନିଂସ ଦେଖିଲା । ଏବଂ ତାଙ୍କ ଛକା, ଚଉକାର ଦିୱାନା ହେଲେ ସମସ୍ତେ । ଦିନେ ମଧ୍ୟମ କ୍ରମରେ ବ୍ୟାଟିଂ କରିଥିବା ସଚିନ କେବେ ଓପନର୍ ହେଇଗଲା ତାହା ଜଣା ବି ପଡ଼ିଲାନି । ଅନେକ ଐତିହାସିକ ଇନିଂସ ଖେଳିଥିଲେ ସେ ଯାହାକୁ ଆଜି ବି ମନେପକାଉଛନ୍ତି କ୍ରିକେଟ ପ୍ରେମୀ ।

୨୦୧୧ର ସେହି ମୁହୂର୍ତ୍ତ ଯେତେବେଳେ ଦୀର୍ଘ ୨୮ବର୍ଷର ବ୍ୟବଧାନ ପରେ ବିଶ୍ୱକପ୍ ହାତେଇ ଥିଲା ଭାରତ 

୨୦୦୩ ବିଶ୍ୱକପରେ ତାଙ୍କ କ୍ୟାରିୟରର ସବୁଠାରୁ ସ୍ୱର୍ଣ୍ଣିମ ଅଧ୍ୟାୟ ଦେଇ ଗତି କରିଥିଲେ । ତେବେ ଆଜି ଏହି କ୍ରକେଟ ଜଗତ ମହାନାୟକଙ୍କୁ ତାଙ୍କ ଜନ୍ମଦିନ ଅବସରରେ ଅନେକ ଅନେକ ଶୁଭେଚ୍ଛା ।

ଭୁବନେଶ୍ୱରରୁ ଧରା ପଡିଲେ ନକଲି ଆଇପିଏସ,ଜାଣନ୍ତୁ କଣ ଥିଲା କାରନାମା…

ଭୁବନେଶ୍ୱର: ଏବେ ସମଗ୍ର ଭାରତରେ ଲକଡାଉନ୍ ୨.୦ ଚାଲିଛି । ଲକଡାଉନ୍ ର ଦ୍ୱିତୀୟ ପର୍ଯାୟରେ କିଛିଟା ନିୟମରେ କୋହଳ କରିଛନ୍ତି ସରକାର । ତେବେ ଏହି ସମୟରେ ନିୟମ କଡାକଡି କରାଯାଇଛି ଯାହା ଜନତାଙ୍କୁ ପାଳନ କରିବାକୁ ଘୋଷଣା କରାଯାଇଛି । ହେଲେ ଡ୍ୟୁଟି ପାଇଁ ପୋଲିସ ସବୁବେଳେ ଚକିତ ରହୁଛି । ଏହି ସମୟରେ ରାଜଧାନୀରୁ ଏକ ଆଚମ୍ୱିତ କଲାଭଳି ଖବର ସାମ୍ନାକୁ ଆସିଛି । ଲକଡାଉନ ସମୟରେ ଧରା ପଡିଛନ୍ତି ନକଲି  ଆଇପିଏସ ଅଫିସର । ତେବେ ସବୁଥର ଭଳି ଏଥର ଏହି ଠକ ପୁରୁଷ ନୁହନ୍ତି  । ଏହି ଠକ ଯାହାଙ୍କୁ ଆମେ ଠକୁଣି କହି ପାରିବା କାରଣ ସେ ହେଉଛନ୍ତି ଜଣେ ମହିଳା ।

ନକଲି ମହିଳା ଆଇପିଏସ ଅଫିସର ଜଣଙ୍କ ହେଲେ ଶର୍ମିଷ୍ଠା ବେହେରା । ତାଙ୍କ ଘର ଭଦ୍ରକ ଧାମନଗର ବୋଲି ଜଣାପଡିଛି ।  ନିଜକୁ ଆଇପିଏସ ଅଫିସର ପରିଚୟ ଦେଇ ପୋଲିସର ଗାଡି, କ୍ୱାଟର୍ସ ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ନେବାକୁ ଉଦ୍ୟମ କରୁଥିଲେ । ଏ ନେଇ ରିଜର୍ଭ ପୋଲିସ ଲାଇନକୁ ବାରମ୍ବର ଫୋନ କରି ଚାପ ପକାଉଥିଲେ । କେବଳ ସେତିକି ନୁହେଁ ନିଜ ପରିବାରର ଓ ମହିଳା କନେଷ୍ଟବଳ ବନ୍ଧୁଙ୍କ ଡ୍ୟୁଟି ପରିବର୍ତ୍ତନ କରିବାକୁ ଫୋନରେ ଚାପ ପକାଉଥିଲେ । ଏ ନେଇ ରିଜର୍ଭ ପୋଲିସ ଲାଇନର ଆଇଆଇସି କ୍ୟାପିଟାଲ ଥାନାରେ ଅଭିଯୋଗ କରିଥିଲେ  । ଅଭିଯୋଗକୁ ଆଧାର କରି ସଂପୃକ୍ତ ମହିଳାଙ୍କୁ ଥାନାରେ ହାଜର ହେବା ପାଇଁ ପୋଲିସ ନୋଟିସ କରିଥିଲା । ଥାନାରେ ପହଂଚିଥିଲେ ନକଲି ଆଇପିଏସ । ପଚରାଉଚରା ପରେ ପୋଲିସ ତାଙ୍କୁ ଗିରଫ କରିଛି । ଏହା ସହ ତାଙ୍କ ପାଖରୁ ନକଲି ଖାକି ତଥା ୟୁନିଫର୍ମ ଓ ବନ୍ଧୁକ ଜବତ କରାଯାଇଛି ।

ଆମେରିକୀୟ ବୈଜ୍ଞାନିକଙ୍କ ଦାବି…ସୂର୍ଯ୍ୟ କିରଣ କରୋନା ଭୂତାଣୁର କାଳ !

ନୂଆଦିଲ୍ଲୀ: କରୋନା ଭୂତାଣୁ ଟିକା ନେଇ ସମଗ୍ର ବିଶ୍ୱରେ ଅନୁସନ୍ଧାନ ଜାରି ରହିଛି। କିନ୍ତୁ ଏପର୍ଯ୍ୟନ୍ତ ଏହି ଭୂତାଣୁ ପାଇଁ କୌଣସି ଟିକା ପ୍ରସ୍ତୁତ କରାଯାଇ ନାହିଁ। ତେବେ ଏହି ସମୟରେ, ଏକ ନୂଆ ଅନୁସନ୍ଧାନରୁ ଜଣାପଡିଛି ଯେ, ସୂର୍ଯ୍ୟ କିରଣରେ କରୋନା ଭାଇରସ ଶୀଘ୍ର ମରିଯାଏ। ଆମେରିକାରେ ବୈଜ୍ଞାନିକମାନେ ଗବେଷଣାରୁ ଏହା ଜାଣି ପାରିଥିବା ଦାବି କରିଛନ୍ତି । ରିପୋର୍ଟ ଅନୁସାରେ ସୂର୍ଯ୍ୟ କିରଣର ସଂସ୍ପର୍ଶରେ ଆସିବା ମାତ୍ରେ କରୋନା ଭୂତାଣୁ ମରିଯାଏ ବୋଲି ଜଣାପଡିଛି । ଅବଶ୍ୟ ଏହି ବିଷୟରେ ଆନୁଷ୍ଠାନିକ ଭାବେ ଏଯାଏଁ କୌଣସି ଘୋଷଣା କରାଯାଇନାହିଁ ।

ହୋମ୍ ଲ୍ୟାଣ୍ଡ ବିଭାଗର ସଚିବ କହିଛନ୍ତି ଯେ, ସରକାରୀ ବୈଜ୍ଞାନିକମାନେ କରୋନା ଭୂତାଣୁ ଉପରେ ଅତିବାଇଗଣି ରଶ୍ମିର ଶକ୍ତିଶାଳୀ ପ୍ରଭାବ ଦେଖିଛନ୍ତି।  ତାଙ୍କ କହିବା ଅନୁସାରେ ଗ୍ରୀଷ୍ମ ଋତୁରେ ଏହାର ବିସ୍ତାର କମ୍ ହୋଇପାରେ । ବ୍ରାୟନଙ୍କ କହିବା ଅନୁସାରେ ତାଙ୍କ ଗବେଷଣାରୁ କିଛି ଖାସ ଜଣାପଡିଛି । ତେବେ ଗୁରୁତ୍ୱପୂର୍ଣ୍ଣ ବିଷୟଟି ହେଉଛି, ଉଭୟ ସୂର୍ଯ୍ୟ କିରଣ ଏବଂ ବାୟୁ ଏହି ଭୂତାଣୁକୁ ମାରିବାର କ୍ଷମତା ରଖିଛି।

ମେରିଲ୍ୟାଣ୍ଡ ସ୍ଥିତ ନ୍ୟାସନାଲ ବାୟୋଡିଫେନ୍ସ ଆନାଲିସିସ୍ ଏଣ୍ଡ କାଉଣ୍ଟର ମେଜର୍ସ ସେଣ୍ଟରର  ଏକ ଅନୁସନ୍ଧାନ ଅନୁସାରେ ୩୫ °ସେଲସିଅସ୍ ରୁ ଅଧିକ ତାପମାତ୍ରା ଭୂତାଣୁଙ୍କ ଜୀବନକୁ ଅଧା କରିଦିଏ ଏବଂ ୧୮ ଘଣ୍ଟା ପର୍ଯ୍ୟନ୍ତ ଜୀବିତ ରହୁଥିବା ଏହି ଭୂତାଣୁ କିଛି ମିନିଟରେ ମରିଯାଇପାରନ୍ତି । ଏହା ସହ ବ୍ରାଏନ୍ କହିଛନ୍ତି ଯେ, ଯେତେବେଳେ କରୋନା ଭୂତାଣୁ ସୂର୍ଯ୍ୟ କିରଣ ଦ୍ୱାରା ପ୍ରଭାବିତ ହୁଅନ୍ତି । ତାପମାତ୍ରା ୭୫ ଡିଗ୍ରୀରୁ ଅଧିକ ହେଲେ ଏହା କିଛି ମିନିଟ୍ ମଧ୍ୟରେ ମରିପାରେ ।

 

 

ବିଭିନ୍ନ ସ୍ଥାନରେ ଦାଏର FIR ବିରୋଧରେ ସୁପ୍ରିମ୍‌କୋର୍ଟ୍‌ଙ୍କ ଦ୍ୱାରସ୍ଥ ହେଲେ ଅର୍ଣ୍ଣବ

ନୂଆଦିଲ୍ଲୀ: ରିପବ୍ଲିକ୍‌ ଟିଭି ମୁଖ୍ୟ ସଂପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଆକ୍ରମଣ ଘଟଣାକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା । ଅନ୍ୟପଟେ କଂଗ୍ରେସ ପକ୍ଷରୁ ଦେଶରେ ବିଭିନ୍ନ ଥାନାରେ ଅର୍ଣ୍ଣବଙ୍କ ବିରୋଧରେ ଥାନାରେ ଅଭିଯୋଗ । କଂଗ୍ରେସ ପକ୍ଷରୁ କରାଯାଇଥିବା ଅଭିଯୋଗର ସାମ୍ନା କରିବା ପାଇଁ ଅର୍ଣ୍ଣବ ସୁପ୍ରିମ୍‌କୋର୍ଟଙ୍କ ଆଶ୍ରୟ ନେଇଛନ୍ତି । ଅର୍ଣ୍ଣବଙ୍କ ପିଟିସନ୍‌କୁ ନେଇ ଆଜି ସୁପ୍ରିମ୍‌କୋର୍ଟରେ ଶୁଣାଣି କରାଯାଉଛି । ଜଷ୍ଟିସ୍‌ ଡିୱାଇ ଚନ୍ଦ୍ରଚୂଡ଼ ଓ ଜଷ୍ଟିସ୍‌ ଏମ୍ଆର୍‌ ଶାହାଙ୍କ ଦ୍ୱାରା ଗଠିତ ଖଣ୍ଡପୀଠରେ ଏହି ଶୁଣାଣି କରାଯାଉଛି । ଅର୍ଣ୍ଣବ‌ଙ୍କ ଓକିଲ ମୁକୁଲ ରୋହତଗୀଙ୍କ କହିବାନୁଯାୟୀ, ମହାରାଷ୍ଟ୍ର, ଛତିଶଗଡ଼, ରାଜସ୍ଥାନ, ପଞ୍ଚାବ, ତେଲେଙ୍ଗାନା ଓ  ଜାମ୍ମୁ-କାଶ୍ମୀରେ ଅର୍ଣ୍ଣବଙ୍କ ବିରୋଧରେ ଅଭିଯୋଗ ହୋଇଛି । ଏହାସହ ସମସ୍ତ ଅଭିଯୋଗ ପ୍ରାୟ ସମାନ ରହିଛି ।

arnab goswami

 ତେବେ ଏନେଇ କଂଗ୍ରେସ ପକ୍ଷରୁ ନିୟୋଜିତ ବରିଷ୍ଠ ଆଇନ୍‌ଜୀବୀ କପିଲ୍‌ ଶିବ୍ବଲ ନିଜ ପକ୍ଷ ରଖି କହିଛନ୍ତି ଯେ, ତାଙ୍କ ପ୍ରତିପକ୍ଷ ଓକିଲ ଏଭଳି ବୟାନ୍‌ ଦେଇ ସାମ୍ପ୍ରଦାୟିକ ହିଂସାକୁ ପ୍ରୋତ୍ସାହିତ କରୁଛନ୍ତି । ଯଦି ଏଫ୍‌ଆଇଆର୍‌ ରେଜିଷ୍ଟର ହୋଇଛି ତେବେ ଏହାକୁ କିଭଳି ରୋକା ଯାଇପାରିବ ? ଅଭିଯୋଗ ଅନୁଯାୟୀ ତଦନ୍ତ କରାଯିବା ଆବଶ୍ୟକ । ତଦନ୍ତ କରିବାରେ ଅସୁବିଧା କେଉଁଠି ବୋଲି ଆଇନ୍‌ଜୀବୀ କପିଲ୍‌ ଶିବ୍ବଲ ନିଜ ପକ୍ଷ ରଖିଛନ୍ତି ।

ସୂଚନାଯୋଗ୍ୟ ଯେ, କଂଗ୍ରେସ୍‌ ନେତାଙ୍କ ଅଭିଯୋଗ ଅନୁଯାୟୀ, ଅର୍ଣ୍ଣବ ଟିଭିରେ ଡିବେଟ୍‌ କରିବା ବେଳେ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କ ବିରୋଧରେ ଆପତ୍ତିଜନକ ଶବ୍ଦ ବ୍ୟବହାର କରିଥିଲେ । ଏହା ପରେ କଂଗ୍ରେସ ନେତାମାନେ ଦେଶର ବିଭିନ୍ନ ଥାନାରେ ଅର୍ଣ୍ଣବଙ୍କ ନାଁରେ ଅଭିଯୋଗ କରିଛନ୍ତି ।ଅର୍ଣ୍ଣବ ଏହି ଅଭିଯୋଗକୁ ସୁପ୍ରିମ୍‌କୋର୍ଟରେ ଚ୍ୟାଲେଂଜ କରି  ପିଟିସନ୍‌ ଦାଖଲ କରିଛନ୍ତି ।

ଅର୍ଣ୍ଣବ‌ଙ୍କ ଅଭିଯୋଗ, ତାଙ୍କୁ ଆକ୍ରମଣ କରାଯାଇଛି

ଗୁରୁବାର ବିଳମ୍ବିତ ରାତିରେ ଅଫିସ୍‌ରୁ ନିଜ ଘରକୁ ଫେରୁଥିବା ବେଳେ ଦୁଇ ଜଣ ବ୍ୟକ୍ତି ଅର୍ଣ୍ଣବଙ୍କ ଗାଡ଼ିକୁ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ । ପୋଲିସ ଏହି ଘଟଣାରେ ଦୁଇ ଜଣକୁ ଗିରଫ ମଧ୍ୟ କରିସାରିଛି । ଯେଉଁମାନେ ଅର୍ଣ୍ଣବ ଓ ତାଙ୍କ ପତ୍ନୀଙ୍କ ଗାଡ଼ିକୁ ସିହାୟୀ ଫିଙ୍ଗିଥିଲେ । ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡ଼େକର ଏହି ଘଟଣାକୁ ନିନ୍ଦା କରିଛନ୍ତି । ଅନ୍ୟପଟେ ପ୍ରେସ୍‌ କାଉନ୍‌ସିଲ୍‌ ଅଫ୍‌ ଇଣ୍ଡିଆ ଓ ବ୍ରଡ୍‌କାଷ୍ଟିଂ ଆସୋସିଏସନ୍‌ ମଧ୍ୟ ଏହି ଘଟଣାକୁ ନିନ୍ଦା କରିଛନ୍ତି ।

arnab goswami

କ’ଣ ଥିଲା ବିବାଦ ?

କଂଗ୍ରେସ୍‌ ନେତାଙ୍କ ଅଭିଯୋଗ ଅନୁଯାୟୀ, ରିପବ୍ଲିକ୍‌ ଟିଭିରେ ଡିବେଟ୍‌ କରୁଥିବା ବେଳେ ଅର୍ଣ୍ଣବ‌ ଟିଭିରେ ଡିବେଟ୍‌ କରିବା ବେଳେ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କ ବିରୋଧରେ ଆପତ୍ତିଜନକ ଶବ୍ଦ ବ୍ୟବହାର କରିଥିଲେ । ମହାରାଷ୍ଟ୍ରର ପାଲ୍‌ଘରରେ ଦୁଇ ଜଣ ସାଧୁଙ୍କୁ ଲିଞ୍ଚିଙ୍ଗ କରାଯାଇଥିବା ଘଟଣା ଉପରେ ଆଲୋଚନା ‌ କରୁଥିଲେ ଅର୍ଣ୍ଣବ‌ । ଏହି ସମୟରେ ସେ କଂଗ୍ରେସ ନେତାଙ୍କୁ ଟାର୍ଗେଟ୍‌ କରି ହିନ୍ଦୁଙ୍କୁ ଉକ୍‌ସାଉଇବାକୁ ଚେଷ୍ଟା କରିଥିଲେ । ତେଣୁ ମହାରାଷ୍ଟ୍ର, ଛତିଶଗଡ଼, ରାଜସ୍ଥାନ, ପଞ୍ଚାବ, ତେଲେଙ୍ଗାନା ଓ  ଜାମ୍ମୁ-କାଶ୍ମୀରେ ଅର୍ଣ୍ଣବଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଛନ୍ତି ।

ସକାଳେ ଶିଶୁର ମୃତ୍ୟୁ ପରେ, ସନ୍ଧ୍ୟାରେ ପିତାମାତା କଲେ ଆତ୍ମହତ୍ୟା… ଜାଣନ୍ତୁ କାହିଁକି

ଜବଲପୁର- କରୋନା ଭାଇରସ ସଂକ୍ରମଣ ମଧ୍ୟରେ ଗୁରୁବାର ଦିନ ଜମ୍ମୁ କଶ୍ମୀରର ରାୟଫଲ୍ ରେଜିମେଣ୍ଟରେ ପଦସ୍ଥ ନାୟବ ସୁବେଦାର ନିଜ ସ୍ତ୍ରୀଙ୍କ ସହ ବେକରେ ଦୌଡ଼ି ଲଗାଇ ଆତ୍ମହତ୍ୟା କରିଛନ୍ତି । ସହରର କେଣ୍ଟ ଥାନା ସ୍ଥିତ ଆର୍ମି ପରିସର ଭିତରେ ଏହି ଘଟଣା ଘଟିବା ପରେ ଅଞ୍ଚଳରେ ଏକ ପ୍ରକାର ଶୋକର ଛାୟା ଖେଳିଯାଇଛି । ଘଟଣାର ସୂଚନା ମିଳିବା ମାତ୍ରେ ସ୍ଥାନୀୟ ପୋଲିସ ଅଧିକାରୀ ଉକ୍ତ ଅଞ୍ଚଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ ।

ଗୁରୁବାର ଦିନ ୩ ମାସର ଶିଶୁର ମୃତ୍ୟୁ ହୋଇଥିଲା-

ପୋଲିସର ସୂଚନା ମୁତାବକ ସୁବେଦାର ଜିତେନ୍ଦ୍ର ନିଜ ସ୍ତ୍ରୀ ସରବଜିତ ସିଂହଙ୍କ ସହ ନିଜ ସରକାରୀ ଆବାସରେ ଫାଶୀ ଲଗାଇଥିଲେ । ସେହି ଦିନ ସକାଳେ ତାଙ୍କ ୩ ମାସର ଶିଶୁର ମୃତ୍ୟୁ ହୋଇଥିଲା । ଶିଶୁର ମୃତ୍ୟୁ ପରେ ସ୍ୱାମୀ-ସ୍ତ୍ରୀ ଭାଙ୍ଗି ପଡ଼ିଥିଲେ । ଦୁହେଁ ସକାଳୁ ନିଜ ପଡ଼ୋଶୀଙ୍କ ସହ କଥା ମଧ୍ୟ ହୋଇନଥିବା ପୋଲିସ ସୂଚନା ଦେଇଛି ।

ସନ୍ଧ୍ୟାରେ କବାଟ ବାଡେଇବାରେ ମଧ୍ୟ  କେହି ଉତ୍ତର ଦେଇନଥିଲେ –

ସନ୍ଧ୍ୟାରେ ଜିତେନ୍ଦ୍ରଙ୍କୁ ଦେଖା କରିବା ପାଇଁ ଯେତେବେଳେ ତାଙ୍କ ବନ୍ଧୁ ପହଞ୍ଚିଲେ ସେତେବେଳେ କବାଟ ବନ୍ଦ ଥିଲା । ଦୀର୍ଘ ସମୟ ଧରି ଡାକିବା ପରେ କେହି ବାହାରକୁ ନଆସିବାରୁ, ବରିଷ୍ଠ ଅଧିକାରୀମାନଙ୍କୁ ଏ ବିଷୟରେ ଅବଗତ କରାଯାଇଥିଲା |

୨୦୧୫ ରେ ମଧ୍ୟ ଏକ ଚାରି ବର୍ଷର ଶିଶୁର ମୃତ୍ୟୁ ହୋଇଥିଲା-

କେଣ୍ଟ ପୋଲିସ ଷ୍ଟେସନ ଦ୍ୱାରା କରାଯାଇଥିବା ଏକ ଅନୁସନ୍ଧାନରୁ ଜଣାପଡିଛି ଯେ, ୨୦୧୫ ମସିହାରେ ମଧ୍ୟ ସୁବେଦାର ଜିତେନ୍ଦ୍ରଙ୍କ ଏବଂ ତାଙ୍କ ପତ୍ନୀଙ୍କ ଚାରି ବର୍ଷର ଶିଶୁର ଅସୁସ୍ଥତା କାରଣରୁ ମୃତ୍ୟୁ ହୋଇଥିଲା। ଗୁରୁବାର ଦିନ ପୁଣି ତାଙ୍କର ଏକମାତ୍ର ସନ୍ତାନର ମୃତ୍ୟୁ ପରେ ଉଭୟ ହତାସ ହୋଇଯାଇଥିଲେ । ବର୍ତ୍ତମାନ ଉଭୟଙ୍କ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ମେଡିକାଲ କଲେଜକୁ ପଠାଯାଇଛି।

 

ଗୁଜୁରାଟରେ ATM ବ୍ୟବହାର କରି ତିନି ଜଣ ଯବାନ କରୋନା ସଂକ୍ରମିତ

ନୂଆଦିଲୀ: ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । କରୋନା ଧିରେ ଧିରେ ସାରା ବିଶ୍ୱରେ ବ୍ୟାପିବାରେ ଲାଗିଛି । ଏବଂ ଏହା ବ୍ୟାପିବାର ବିଭିନ୍ନ ମାଧ୍ୟମ ମଧ୍ୟ ରହିଛି । ଏବେ ଗୁଜୁରାଟ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯାହାକୁ ଜାଣିଲେ ଆପଣ ଆଶ୍ଟର୍ଯ୍ୟ ହେବେ ନିଶ୍ଚୟ ।  ATM ବ୍ୟବହାର କରି ୩ଜଣ ସଂକ୍ରମଣ ହୋଇଛିନ୍ତି ।

 ଗୁଜୁରାଟରେ ATM ବ୍ୟବହାର କରି ୩ଜଣ ଯବାନ ସଂକ୍ରମିତ ହୋଇଛନ୍ତି । ତେଣୁ ATMରୁ ଟଙ୍କା ବାହର କରୁଥିବା ସମୟରେ କିଛି ସାବଧାନତାକୁ ଅବଲମ୍ବନ କରିବା ଆବଶ୍ୟକ ରହିଛି ।

ଆସନ୍ତୁ ଜାଣିବା କେମିତି ATM ସଂକ୍ରମଣରୁ ବଞ୍ଚିବା 

ଯେତେବେଳେ ବି ଆପଣ ଘରୁ ବାହାରକୁ ଯାଉଛନ୍ତି ସେତେବେଳେ ଆପଣ ପାଖରେ ସାନିଟାଇଜର ରଖନ୍ତୁ । ଯଦି ଆପଣ କୌଣସି ସ୍ଥାନକୁ ସ୍ପର୍ଶ କରିଛନ୍ତି, ତୁରନ୍ତ ସାନିଟାଇଜରରେ ହାତ ସଫା କରନ୍ତୁ । ଯଦି କେହି ଏଟିଏମ୍ ରୁମରେ ଉପସ୍ଥିତ ଅଛନ୍ତି, ତେବେ ଭିତରକୁ ଯାଆନ୍ତୁ ନାହିଁ । ଯେ ପର୍ଯ୍ୟନ୍ତ ସେହି ବ୍ୟକ୍ତି ଟଙ୍କା ନେଇ ବାହାରକୁ ନଆସୁଛନ୍ତି, ତୁମେ ସେଠାରେ ହିଁ ଅପେକ୍ଷା କର ।

ଘରୁ ବାହାରିବା ସମୟରେ ନିଜ ସହିତ ଓଦା ଟିସୁ ନେଇ ଘରୁ ବାହାରକୁ ଯାଆନ୍ତୁ । ଏଟିଏମ୍ ଲାଇନରେ ଠିଆ ହେବାବେଳେ ମୁହଁ, ନାକ ଏବଂ ପାଟି ଛୁଇଁବା ଠାରୁ ଦୂରେଇ ରହିବା ନିହାତି ଆବଶ୍ୟକ । ଏହା ସହ ଲାଇନରେ ଥିବା ଲୋକଙ୍କଠାରୁ ଏକ ମିଟର ଦୂରତା ରଖନ୍ତୁ । କାହିଁକି ନା ଆପଣ ଜାଣି ନାହାନ୍ତି କିଏ କରୋନା ସଂକ୍ରମିତ ।

ଏଟିଏମ୍ ଚାମ୍ବରରେ କୌଣସି ଜିନିଷ ଛୁଇଁବା ଠାରୁ ଦୂରେଇ ରୁହନ୍ତୁ । ଯଦି ଆପଣ ଅଜାଣତରେ କୌଣସି ସ୍ଥାନକୁ ସ୍ପର୍ଶ କରିଛନ୍ତି, ତେବେ ତୁରନ୍ତ ହାତକୁ ସାନିଟାଇଜରରେ ସଫା କରିଦିଅନ୍ତୁ । ଯଦି ଆପଣଙ୍କଯାରେ ଥଣ୍ଡା ଏବଂ କାଶ ଅଛି, ତେବେ ଆଦୌ ବାହାରକୁ ଯାଆନ୍ତୁ ନାହିଁ । ଯଦି ଆପଣ ଏଟିଏମରେ ଠିଆ ହେବା ସମୟରେ ହଠାତ୍ ଛିଙ୍କନ୍ତି, ତେବେ ବାହୁ କିମ୍ବା ଟିସୁରେ ପାଟି ଘୋଡାନ୍ତୁ ।

ବ୍ୟବହୃତ ଟିସୁ ଏବଂ ମାସ୍କକୁ ଏଟିଏମର ଡଷ୍ଟବିନରେ ପକାନ୍ତୁ ନାହିଁ । ଏହା ଅନ୍ୟମାନଙ୍କୁ ସଂକ୍ରମଣ କରିପାରେ । ତେଣୁ ଏଭଳି ବିକଟ ପରିସ୍ଥିତିରେ ସଂପୂର୍ଣ୍ଣ ଡିଜିଟାଲ୍ ହେବା ହିଁ ବୁଦ୍ଧିମାନର କାମ ।

ଗାଁ ସ୍କୁଲ କ୍ୱାରେଣ୍ଟାଇନ ମନା,ସେଥିପାଇଁ ଜଙ୍ଗଲ ଭିତରେ ଭଙ୍ଗା ଘରେ ପଡିଛନ୍ତି ଦମ୍ପତି !

ଝାରସୁଗୁଡା: କରୋନାକୁ ନେଇ ଚାରିଆଡ଼େ ସତର୍କତା ଅବଲମ୍ବନ କରାଯାଉଛି। ସେଥିପାଇଁ ସରକାର ଲକଡାଉନ୍ ଅବଧିକୁ ମେ ମାସ ୩ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଏହାସହ ସରକାରୀ ନିୟମକୁ ମାନିବାକୁ ଉପଦେଶ ମଧ୍ୟ ଦିଆଯାଉଛି। ତେବେ ଏଭଳି ସମସ୍ୟାରେ କେହି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତୁ, ସେଥିପାଇଁ ଯତ୍ନବାନ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର। ଏହି ପରିସ୍ଥିତିରେ ଏକ ଅଭାବନୀୟ ସ୍ଥିତି ଝାରସୁଗୁଡା ଜିଲ୍ଲାରେ ଦେଖିବାକୁ ମିଳିଛି। ଝାରସୁଗୁଡା ଜିଲ୍ଲା ସୀମାନ୍ତ ଛତିଶଗଡ଼କୁ ଲାଗି ରହିଥିବା ଅତାବିରା ପଞ୍ଚାୟତରେ ଏକ ଦମ୍ପତି ଜଙ୍ଗଲରେ ଦିନ କାଟୁଛନ୍ତି।

ରାଜ୍ୟ ସୀମାକୁ ଲାଗି ରହିଥିବା ଲଖନପୁର ବ୍ଲକ ଏମ, କଟାପାଲି ଗାଁର ଜଣେ ବିବାହିତା ମହିଳା ନିଜ ସ୍ୱାମୀଙ୍କ ସହ ଝଗଡା କରି ଘର ଛାଡ଼ି ସୁନ୍ଦରଗଡ ଜିଲ୍ଲାର କାଉଦରହ ପଳାଇଥିଲେ । ପରେ ସେହି ମହିଳାଙ୍କୁ ତାଙ୍କ ସ୍ୱାମୀ ଘରକୁ ନେବା ପାଇଁ ଇଚ୍ଛା କରିଥିଲେ । ଏହାପରେ ଗାଁ ଲୋକେ ଉକ୍ତ ମହିଳାଙ୍କୁ କ୍ୱାରେଣ୍ଟାଇନରେ ରହିବାକୁ ବାଧ୍ୟ କରିଥିଲେ । ସେମାନେ ଗରିବ ଶ୍ରେଣୀର ହୋଇଥିବାରୁ ତାଙ୍କ ପାଖରେ ମୁଣ୍ଡ ଗୁଞ୍ଜିବାକୁ ଘର ନଥିଲା । ଫଳରେ ସେମାନେ  ପଞ୍ଚାୟତରେ ଥିବା କ୍ୱାରେଣ୍ଟାଇନ୍ ଗୃହ‌ରେ ରହି ସ୍ୱତନ୍ତ୍ର ସରକାରୀ ସୁବିଧା ନେବାକୁ ଚାହିଁଥିଲେ । କିନ୍ତୁ କୁମର ଗାଁ ସ୍କୁଲରେ ଥିବା କ୍ୱାରେଣ୍ଟାଇନ ଗୃହରେ ସେମାନଙ୍କୁ ସ୍ଥାନ ଦିଆଯାଇ ନଥିଲା । ଏହସହ ଗାଁରେ ତାଙ୍କୁ ପ୍ରବେଶ କରିବାକୁ ଦେଇ ନଥିଲେ ଗାଁ ଲୋକେ । ତେଣୁ ଏହି ଦମ୍ପତି ବାଧ୍ୟ ହୋଇ ଜଙ୍ଗଲରେ ଥିବା ପରିତ୍ୟକ୍ତ ଘରେ ଦିନ କାଟୁଛନ୍ତି । ଏହି ଦମ୍ପତିଙ୍କ ଭଲ ମନ୍ଦ ଯଦିଓ ଗ୍ରାମବାସୀ ବୁଝୁଛନ୍ତି ତଥାପି ପଞ୍ଚାୟତରେ ଥିବା ସ୍ୱତନ୍ତ୍ର ସୁବିଧା କାହା ପାଇଁ ବୋଲି ପ୍ରଶ୍ନ ଉଠୁଛି । ଜିଲ୍ଲାପ୍ରଶାସନ ଖବର ପାଇ ବିଡ଼ିଓଙ୍କୁ ତଦନ୍ତ ପାଇଁ ପଠାଯାଇଥିବା କହିବା ସହ ପଦକ୍ଷପ ନିଆଯିବ ବୋଲି ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି l

ରକ୍ତରେ ସର୍କରାସ୍ତର ବଜାୟ ରଖିବା ପାଇଁ ଆଜିଠାରୁ ଏହି ୫ଟି ଜିନିଷକୁ ଖାଆନ୍ତୁ ନାହିଁ…

ମଧୁମେହ ରୋଗ ଆମ ଖାଦ୍ୟ ସହିତ ସିଧାସଳଖ ଭାବେ ଜଡିତ । ଆମେ ଖାଉଥିବା ଖାଦ୍ୟ ରକ୍ତରେ ସର୍କରା ସ୍ତରକୁ ପ୍ରଭାବିତ କରିଥାଏ | ଯଦି ଆମକୁ ରକ୍ତରେ ସର୍କରା ସ୍ତରକୁ କଣ୍ଟ୍ରୋଲ କରିବାର ଅଛି ତେବେ କିଛି ଖାଦ୍ୟ ପ୍ରତି  ଧ୍ୟାନ ଦେବାକୁ ପଡିବ । ପ୍ରାୟତଃ ଲୋକମାନେ ପ୍ରଶ୍ନ କରନ୍ତି ଯେ ମଧୁମେହରେ କଣ ଖାଇବା ଉଚିତ୍ ?  କିଛି ଖାଦ୍ୟ ଅଛି ଯାହା ମଧୁମେହ ରୋଗୀ ମାନେ ଖାଇବା ଉଚିତ୍ ନୁହେଁ  । ତେବେ ଆସନ୍ତୁ ଜାଣିବା ୫ ମୁଖ୍ୟ ଖାଦ୍ୟ ଉପରେ ଯାହା ଆପଣଙ୍କ ସର୍କର ସ୍ତର ପାଇଁ କ୍ଷତିକାରକ-

୧- କିସମିସ

ଯଦି ଆପଣଙ୍କୁ ମଧୁମେହ ଅଛି ତେବେ କିସମିସ ଖାଇବା ଉଚିତ୍ ନୁହେଁ । କିସମିସ୍ ଖାଇବା ଦ୍ୱାରା କେବଳ ଆପଣଙ୍କ ରକ୍ତରେ ଖାଲି ଯେ ସର୍କରା ସ୍ତର ବଢ଼ିବ ତା ନୁହେଁ ବରଂ ଡାଇବେଟିସ ହେବାର ଆଶଙ୍କା ମଧ୍ୟ ବଢ଼ିପାରେ । ଡାଇବେଟିସ ରୋଗୀମାନେ ଡ୍ରାଏ ଫ୍ରୁଟ୍ସରୁ  ଦୂରେଇ ରହିବା ଉଚିତ୍ | ବିଶେଷକରି କିସମିସ୍ ଠାରୁ ଦୂରେଇ ରହିବା ଉଚିତ୍  କାରଣ ଏହା ହେଉଛି ତାଜା ଫଳର ଶୁଖିଲା ରୂପ । ଅଙ୍ଗୁର ଏବଂ କିସମିସରେ କାର୍ବୋହାଇଡ୍ରେଟ୍ ପରିମାଣରେ ବହୁତ ପାର୍ଥକ୍ୟ ଅଛି । ତେଣୁ ସୁସ୍ଥ ସୁଗର ଲେଭଲ ପାଇଁ କିସମିସକୁ ନିଜ ଖାଦ୍ୟ ସୂଚୀରୁ ବାହାର କରନ୍ତୁ ।

୨-  ହ୍ୱାଇଟ ବ୍ରେଡ୍

ମଧୁମେହ ରୋଗୀମାନେ ହ୍ୱାଇଟ ବ୍ରେଡ ଖାଇବା ଉଚିତ୍ ନୁହେଁ । ଏହି ଜିନିଷଗୁଡ଼ିକରେ କାର୍ବୋହାଇଡ୍ରେଟ୍ ର ପରିମାଣ ଅଧିକ ଥାଏ, ଯେଉଁଥିପାଇଁ ଏହା ରକ୍ତରେ ସର୍କରା ସ୍ତରକୁ ବଢ଼ାଇପାରେ ।

୩- ଆଳୁ

ମଧୁମେହରେ ଆଳୁ ସେବନକୁ ମଧ୍ୟ ଏଡାଇବା ଉଚିତ୍ | ଡାଇବେଟିସ ରୋଗୀଙ୍କ ପାଇଁ ଆଳୁ କ୍ଷତିକାରକ ହୋଇପାରେ | ଏଥିରେ ଅଧିକ ପରିମାଣରେ କାର୍ବୋହାଇଡ୍ରେଟ୍ ସହିତ  ଗ୍ଲାଇସେମିକ୍ ଇଣ୍ଡେକ୍ସ ଅଛି ଯାହା ଆପଣଙ୍କ ରକ୍ତରେ ସର୍କରା ସ୍ତରକୁ ବଢ଼ାଇପାରେ ।

୪- ଚିକୁ ଫଳ

ମଧୁମେହ ବା ଡାଇବେଟିସ ରୋଗୀଙ୍କ ପାଇଁ ଚିକୁ ଫଳ ଖୁବ କ୍ଷତିକରକ । ଏହା ଅତ୍ୟନ୍ତ ମିଠା ହେବା ସହିତ ଏହାର ଗ୍ଲାଇସେମିକ୍ ଇଣ୍ଡେକ୍ସ ମଧ୍ୟ ବୃଦ୍ଧି ପାଇଥାଏ | ଏହି କାରଣରୁ, ଡାଇବେଟିସ ରୋଗୀଙ୍କୁ ଚିକୁ ଖାଇବାକୁ ପରାମର୍ଶ ଦିଆଯାଇନଥାଏ ।

୫- ଫୁଲ୍ ଫ୍ୟାଟ୍ କ୍ଷୀର

କ୍ଷୀରକୁ ନିଜ ଡାଏଟରେ ଅନ୍ତର୍ଭୁକ୍ତ କରିବା ପାଇଁ ଅନେକ ଡାକ୍ତର ପରାମର୍ଶ ଦିଅନ୍ତି । କିନ୍ତୁ ମଧୁମେହରେ ପୂର୍ଣ୍ଣ ଚର୍ବିଯୁକ୍ତ କ୍ଷୀର ପିଇବା ଠାରୁ ଦୂରେଇ ରହିବା ଉଚିତ୍ | ଏହା ଭିତରେ ଚର୍ବିର ପରିମାଣ ଅଧିକ ରହିଥାଏ । ଏହି ଚର୍ବି ଇନସୁଲିନ୍ ର ପରିମାଣ ବଢ଼ାଇପାରେ । ଆପଣ ଏହା ବଦଳରେ କମ୍ ଚର୍ବିଯୁକ୍ତ କ୍ଷୀର ବ୍ୟବହାର କରନ୍ତୁ ।

କରୋନା ଆମକୁ ସବୁଠୁ ବଡ଼ ଶିକ୍ଷା ଦେଇଛି: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: କରୋନା ସଙ୍କଟ ଏବଂ ଲକଡାଉନ୍ ସମୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି । ଏନେଇ ସରକାର  ନୂଆ ଯୋଜନାର ଶୁଭାରମ୍ଭ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦିନ ଇ-ଗ୍ରାମସ୍ୱରାଜ ପୋର୍ଟାଲ-ମୋବାଇଲ୍ ଆପ୍ ଏବଂ ମାଲିକାନା ଯୋଜନା ଆରମ୍ଭ କରିଛନ୍ତି । ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ କରୋନା ଆମକୁ ସବୁଠୁ ବଡ଼ ଶିକ୍ଷା ଦେଇଛି । ଏବେ ଆମକୁ ଆତ୍ମନିର୍ଭରଶୀଳ ହେବାକୁ ପଡିବ । ଗ୍ରାମଗୁଡିକ ମଧ୍ୟ ସେମାନଙ୍କ ସ୍ତରରେ ଆତ୍ମନିର୍ଭରଶୀଳ ହେବାକୁ ପଡିବ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର କହିଛନ୍ତି, ‘କରୋନା ଆମ ସମସ୍ତଙ୍କର କାର୍ଯ୍ୟଶୈଳୀରେ ପରିବର୍ତ୍ତନ ଆଣିଛି । ପୂର୍ବରୁ ଆମେ କୌଣସି ସମସ୍ୟା ହେଲେ ଏହାର ଆଲୋଚନା ମୁହାଁମୁହିଁ କରୁଥିଲୁ, କିନ୍ତୁ ଆଜି ସମାନ କାର୍ଯ୍ୟକ୍ରମ ଭିଡିଓ କନଫରେନ୍ସିଂ ମାଧ୍ୟମରେ କରିବାକୁ ପଡୁଛି । କରୋନା ମହାମାରୀ ଆମ ପାଇଁ ଅନେକ ସମସ୍ୟା ସୃଷ୍ଟି କରିଛି, ଯାହା ଆମେ କେବେ କଳ୍ପନା କରିନଥିଲୁ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ‘ଏହି ମହାମାରୀ ଆମକୁ ନୂତନ ଶିକ୍ଷା ଏବଂ ବାର୍ତ୍ତା ଦେଇଛି । କରୋନା ସଙ୍କଟ ଆମକୁ ସବୁଠାରୁ ବଡ ଶିକ୍ଷା ଯେଉଁଟା ଦେଇଛି ତାହା ହେଉଛି ଆମକୁ ବର୍ତ୍ତମାନ ଆତ୍ମନିର୍ଭରଶୀଳ ହେବାକୁ ପଡିବ । ଆତ୍ମନିର୍ଭରଶୀଳ ନ ହୋଇ ଏଭଳି ସଙ୍କଟର ମୁକାବିଲା କରିବା କଷ୍ଟକର । ଗାଁଗୁଡ଼ିକ ନିଜର ମୌଳିକ ଆବଶ୍ୟକତା ପାଇଁ ଆତ୍ମ ନିର୍ଭଶୀଳ ହେବା ସହ ଜିଲ୍ଲା ତା ସ୍ତରରେ, ରାଜ୍ୟ ତା ସ୍ତରରେ ଆତ୍ମନିର୍ଭରଶୀଳ ହେବା ଉଚିତ୍ ।

ଦେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ‘ସମଗ୍ର ଦେଶ କିପରି ଆତ୍ମନିର୍ଭରଶୀଳ ହେବା ଉଚିତ୍, ଏବେ ଏହା ଅତ୍ୟନ୍ତ ଜରୁରୀ ହୋଇପଡ଼ିଛି । ୫-୬ ବର୍ଷ ପୂର୍ବେ ଏକ ଅବଧି ଥିଲା ଯେତେବେଳେ ଦେଶରେ ଶହେରୁ କମ୍ ପଞ୍ଚାୟତ ବ୍ରଡବ୍ୟାଣ୍ଡ ସହିତ ସଂଯୁକ୍ତ ଥିଲା  । ବ୍ରଡବ୍ୟାଣ୍ଡ ବର୍ତ୍ତମାନ ୧.୨୫ ଲକ୍ଷରୁ ଅଧିକ ପଞ୍ଚାୟତରେ ପହଞ୍ଚିଛି । କେବଳ ଏତିକି ନୁହେଁ, ଗ୍ରାମଗୁଡିକରେ ସାଧାରଣ ସେବା କେନ୍ଦ୍ର ସଂଖ୍ୟା ମଧ୍ୟ ତିନି ଲକ୍ଷ ଅତିକ୍ରମ କରୁଛି ।

ସରକାରଙ୍କ କାର୍ଯ୍ୟକୁ ଗଣନା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ‘ଭାରତରେ ମୋବାଇଲ ତିଆରି କରିବା ପାଇଁ ସରକାରଙ୍କ ଅଭିଯାନର ଫଳାଫଳ ଆଜି କମ୍ ମୂଲ୍ୟରେ ସ୍ମାର୍ଟ ଫୋନ୍ ଗାଁରେ ପହଞ୍ଚିଛି । ଆଜି ଏତେ ବଡ଼ ପରିମାଣରେ ଚାଲିଥିବା ଭିଡିଓ କନଫରେନ୍ସ, ଏହି କାରଣରୁ ଏସବୁ ସମ୍ଭବ ହୋଇପାରିଛି ।