spot_img
Home Blog Page 7215

‘ଅମ୍ଫାନ’ କ୍ଷୟକ୍ଷତି ନେଇ ଗଭୀର ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ: କହିଲେ, ପଶ୍ଚିମବଙ୍ଗ ଲୋକଙ୍କ ସହ ଅଛନ୍ତି ଓଡ଼ିଶାବାସୀ

ଭୁବନେଶ୍ୱର: ଭୟଙ୍କର ବାତ୍ୟା କାରଣରୁ ପଶ୍ଚିମବଙ୍ଗରେ ହୋଇଥିବା କ୍ଷୟକ୍ଷତିକୁ ନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବର୍ତ୍ତମାନର ବିପତ୍ତି ସମୟରେ ପଶ୍ଚିମବଙ୍ଗର ଲୋକଙ୍କ ସହିତ ଓଡ଼ିଶା ରହିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ପଶ୍ଚିମବଙ୍ଗର ମୁଖ୍ୟ ଶାସନ ସଚିବଙ୍କ ସହ ଓଡ଼ିଶାର ମୁଖ୍ୟ ଶାସନ ସଚିବ ସମ୍ପର୍କରେ ରହିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ଯଥା ସମ୍ଭବ ସହଯୋଗ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆଜି ମୁଖ୍ୟମନ୍ତ୍ରୀ ୪ଟି ଜିଲ୍ଲାରେ କ୍ଷୟକ୍ଷତି ସଂପର୍କରେ ଆକାଶମାର୍ଖରୁ ସ୍ଥିତିର ସମୀକ୍ଷା କରିଥିଲେ ।

ଭାଙ୍ଗିଲା ୫ହଜାର ୫ଶହ ଘର, ରାସ୍ତା ଉପରେ ଲହଡ଼ି ମାରୁଛି ବର୍ଷା ପାଣି: ୨ ଜଣଙ୍କ ମୃତ୍ୟୁ

ସୂଚନା ଯୋଗ୍ୟ ଯେ, ‘ଅମ୍ଫାନ’ର କମ୍ପନରୁ ଅଳ୍ପକେ ବର୍ତ୍ତିଯାଇଛି ଓଡ଼ିଶା । ଉତ୍ତର ଓଡ଼ିଶାରେ ଘସି ହୋଇଗଲା କିନ୍ତୁ ଲ୍ୟାଣ୍ଡଫଲ କଲା ପଶ୍ଚିମବଙ୍ଗର ସୁନ୍ଦରବନରେ । ଆଉ ପଶ୍ଚିମବଙ୍ଗର ଉପକୂଳବର୍ତ୍ତୀ ଅଞ୍ଚଳରେ ରଚିଲା ତାଣ୍ଡବ ।  କିଛି ଘଣ୍ଟାରେ ଛାରଖାର ହୋଇଗଲା ସବୁ କିଛି । ଅକାଳରେ ଚାଲିଗଲା ୭୨ ଜୀବନ ।

ପଶ୍ଚିମବଙ୍ଗର ସୁନ୍ଦରବନରେ ସ୍ଥଳଭାଗ ଛୁଇଁଲା ‘ଅମ୍ଫାନ’

ଭାଙ୍ଗିଲା ୫ ହଜାର ୫୦୦ ଘର । ଠପ୍‌ ହୋଇଗଲା ବିଦ୍ୟୁତ ସେବା ବନ୍ଦ ହୋଇଗଲା ଇଣ୍ଟରନେଟ୍ । ଶ୍ରୀହୀନ ହୋଇଗଲା ଐତିହାସିକ ନଗରୀ କୋଲକାତା । ବିମାନବନ୍ଦରରେ ଲହଡ଼ା ମାରିଲା ବର୍ଷା ପାଣି । ଏଭଳି କ୍ଷୟକ୍ଷତି ହୋଇଛି ଯେ, ଯାହା ଏଯାଏଁ ଆକଳନ ହୋଇପାରୁନାହିଁ । ଉତ୍ତର ୨୪ ପ୍ରଗଣା, ଦକ୍ଷିଣ ୨୪ ପ୍ରଗଣା, ମେଦିନିପୁର ଓ କୋଲକାତା ବେଶୀ ପ୍ରଭାବିତ ହୋଇଛି । ଏପରିସ୍ଥଳେ ପ୍ରଧାନମନ୍ତ୍ରୀଙ୍କୁ ପଶ୍ଚିମବଙ୍ଗ ଆସିବାକୁ ଦାବି କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ । ଆଉ ମମତାଙ୍କ ଏହି ଦାବିକୁ ଗ୍ରହଣ କରିଛନ୍ତି ପ୍ରଧାନମନ୍ତ୍ରୀ ।

ଗସ୍ତ ପୂର୍ବରୁ କେନ୍ଦ୍ର କ୍ୟାବିନେଟ ସଚିବଙ୍କୁ ପ୍ରାଥମିକ କ୍ଷୟକ୍ଷତି ରିପୋର୍ଟ ଦେଲା ରାଜ୍ୟ

ପଶ୍ଚିମବଙ୍ଗ ଗସ୍ତରେ ଯିବା ସହ ସେଠାକାର କ୍ଷୟକ୍ଷତି ଅନୁଧ୍ୟାନ ପାଇଁ ସମ୍ମିତି ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ । ଶୁକ୍ରବାର ପଶ୍ଚିମବଙ୍ଗ ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀ ଆକାଶ ମାର୍ଗରୁ ଅମ୍ଫାନ୍ କ୍ଷୟକ୍ଷତିର ଆକଳନ କରିବେ ବୋଲି  ପିଏମଓ  ଟ୍ୱିଟର ହ୍ୟାଣ୍ଡେଲରେ ସୂଚନା ଦିଆଯାଇଛି । । ଏଥିସହିତ ଓଡ଼ିଶା ଗସ୍ତରେ ଆସିବା ନେଇ ମଧ୍ୟ ଟ୍ୱିଟରେ ଉଲ୍ଲେଖ ରହିଛି ।

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରୁ ଆସିଛି ସାଂଘାତିକ ଅଭିଯୋଗ: ଗର୍ଭବତୀ, ପ୍ରସୂତି ଓ ଶିଶୁଙ୍କ ନାଁରେ ଚାଲିଛି ହରିଲୁଟ

ବ୍ରହ୍ମପୁର: ଗର୍ଭବତୀ, ପ୍ରସୂତି ଶିଶୁଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଣ ପାଇଁ ରାଜ୍ୟ ସରକାର ଅନେକ ଯୋଜନା କରିଛନ୍ତି ହେଲେ ଏଥିରେ ବାଧକ ସାଜିଛନ୍ତି ସମ୍ପୃକ୍ତ କର୍ମଚାରୀ ପ୍ରଶାସନିକ ସ୍ତରରେ ଅବହେଳାକୁ ମଧ୍ୟ ଏଥିପାଇଁ ଦାୟୀ କରାଯାଉଛି ଗଞ୍ଜାମ ଜିଲ୍ଲାର କିଛି ବ୍ଲକ୍ରେ ନିୟମକୁ ଫୁ’ କରି ଲକ୍ଷଲକ୍ଷ ଟଙ୍କା ଲୁଟ ହେଉଥିବା ନେଇ ନନ୍ଦିଘୋଷ ଟିଭି ହାତରେ ଲାଗିଛି ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ।

ଗର୍ଭବତୀ, ପ୍ରସୂତି ଶିଶୁଙ୍କ ନାଁରେ ହରିଲୁଟ୍ କାଗଜ କଲମରେ ଚାଲିଛି ପୁଷ୍ଟିକର ଖାଦ୍ୟ ଯ଼ୋଗାଣ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଅଞ୍ଚଳରୁ ଆସିଛି ଏଭଳି ସାଂଘାତିକ ଅଭିଯୋଗ

ଆଇସିଡିଏସ୍ଅଫିସ୍ ଚାରିଆଡ଼କୁ ଲମ୍ବିଛି ଦୁର୍ନୀତିର ଚେର ସରକାରୀ ନିୟମ ଅନୁସାରେ, ପଞ୍ଜୀକରଣ କରିବା ପରଠାରୁ ଶିଶୁ ଜନ୍ମର ମାସ ପର୍ଯ୍ୟନ୍ତ ମହିଳାଙ୍କୁ ମାସକୁ ୧୨ଟି ଅଣ୍ଡା ମିଳିବା କଥା ସେହିପରି ପ୍ରିସ୍କୁଲ ଶିଶୁଙ୍କୁ ମାସକୁ ୨୦ଟି ଅଣ୍ଡା ମିଳିବାର ନିୟମ ରହିଛି

ବର୍ତ୍ତମାନ ପରିସ୍ଥିତିରେ ପିଲାଙ୍କୁ ରନ୍ଧାଖାଦ୍ୟ ନଦେଇ ଚାଉଳ, ଡାଲି, ତେଲ ପରିବା ଦିଆଯିବା କଥା ହେଲେ ଦିଗପହଣ୍ଡି ବ୍ଲକ୍ରେ ପଞ୍ଜୀକୃତ ମୃହିଳାଙ୍କୁ ମାସକୁ ୧୨ଟି ଅଣ୍ଡା ବଦଳରେ ମିଳୁଛି ମାତ୍ର ୩ରୁ ଟି ପିଲାଙ୍କୁ ୨୦ଟି ଅଣ୍ଡା ବଦଳରେ ମାତ୍ର ୬ଟି ଅଣ୍ଡା ମିଳୁଥିବା ଅଭିଯୋଗ ହୋଇଛି

ଏହି ଅଭିଯୋଗ ପରେ ଜିଲ୍ଲାପାଳ ୩ଟି ସ୍ୱୟଂ ସହାୟକ ଗୋଷ୍ଠୀକୁ ଅଙ୍ଗନବାଡି କର୍ମୀଙ୍କ ପାଖରେ ଆବଶ୍ୟକ ଅଣ୍ଡା ପହଞ୍ଚାଇବାକୁ ସିଡିପିଓଙ୍କୁ ଚିଠି ଲେଖିଥିଲେ

ହିତାଧିକାରୀଙ୍କ ତାଲିକା ଅନୁସାରେ ଅଣ୍ଡା ପ୍ରଦାନ କରିବାକୁ କୁହାଯାଇଥିଲା ଏହି ପାଇଲଟ ପ୍ରୋଜେକ୍ଟକୁ ଆସିକା ସାଂସଦ ଶୁଭାରମ୍ଭ କରିଥିଲେ ହେଲେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ସିଡିପିଓ ଏବଂ ଅଙ୍ଗନବାଡ଼ି କର୍ମୀ ନମାନି ନକଲି ବିଲ କରି ହରିଲୁଟ୍କରୁଥିବା ଆମ କ୍ୟାମେରାରେ ଧରା ପଡିଛି

ଏନେଇ ଦିଗପହଣ୍ଡି ସିଡିପିଓ ଏବଂ ଗଞ୍ଜାମ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ଯୋଗାଯୋଗ କରିଥିଲୁ ଏପରି ହୋଇଥିଲେ ବିଲ ବାବଦ ଅର୍ଥ ଦିଆଯିବ ନାହିଁ ବୋଲି ସେମାନେ କହିଛନ୍ତି ଦିଗପହଣ୍ଡି ବ୍ଲକ୍ରେ ୨୭୦ଟି ଅଙ୍ଗନବାଡି କେନ୍ଦ୍ର ଅଛି ୧୫୮୫ ଗର୍ଭବତୀ, ୧୮୧୮ ପ୍ରସୂତି ରୁ ବର୍ଷ ମଧ୍ୟରେ ୬୫୮୫ ଜଣ ଶିଶୁ ଅଛନ୍ତି ଏମାନଙ୍କୁ ଅଣ୍ଡା ପ୍ରଦାନ ନାଁରେ ଲକ୍ଷଲକ୍ଷ ଟଙ୍କାର ହରିଲୁଟ୍ଚର୍ଚ୍ଚାର ବିଷୟ ହୋଇଛି

https://www.facebook.com/NandighoshaTV/videos/249634352914964/

ରିଜର୍ଭେସନ୍ କାଉଣ୍ଟର ଓ ସିଏସସିରେ ସଂରକ୍ଷିତ ଟିକେଟ୍ ବୁକିଂ ସୁବିଧା

ନୂଆଦିଲ୍ଲୀ: ରେଳ ଯାତ୍ରୀଙ୍କ ପାଇଁ ଆଉ ଏକ ଖୁସି ଖବର । ଆଜିଠାରୁ ଆଇଆରସିଟିସି ୱେବସାଇଟ ଓ ଆପ୍ ମାଧ୍ୟମରେ ଅନଲାଇନ୍ ଟିକେଟ୍ ବୁକିଂ ଆରମ୍ଭ ହୋଇଛି । ଆସନ୍ତାକାଲି ଠାରୁ ରିଜର୍ଭେସନ୍ କାଉଣ୍ଟରରେ ମଧ୍ୟ ଟିକେଟ୍ ବୁକିଂ କରିହେବ । ରେଲୱେ ରିଜର୍ଭେସନ୍ କାଉଣ୍ଟର ସହ କମନ୍ ସର୍ଭିସ୍ ସେଣ୍ଟର୍ସରେ ଟିକେଟ୍ ବୁକିଂ କରି ହେବ । ଏନେଇ ରେଳ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ଦେଶରେ ଜୁନ୍ ପହିଲାରୁ ଯାତ୍ରୀବାହୀ ଟ୍ରେନ୍ ସେବା ଆରମ୍ଭ ହେବାକୁ ଯାଉଛି । ପ୍ରଥମ ପର୍ଯ୍ୟାୟରେ ୨୦୦ଟି ଟ୍ରେନ୍ ଚାଲିବ । ଏଥିପାଇଁ ଟିକେଟ୍ ବୁକିଂ ଆରମ୍ଭ ହୋଇଛି । ତେବେ, କେଉଁ ଷ୍ଟେସନରେ କେତୋଟି ରିଜର୍ଭେସନ୍ କାଉଣ୍ଟର ଖୋଲା ରହିବ ତାହା ଜୋନାଲ ରେଲୱେ ନିଷ୍ପତ୍ତି ନେବ ।

ତେବେ, ଟ୍ରେନ୍ ଯାତ୍ରାବେଳେ କେତେକ ନିୟମ ମାନିବାକୁ ପଡ଼ିବ । ବିଶେଷକରି ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରକ୍ଷା କରିବେ । ଅସୁସ୍ଥ ବ୍ୟକ୍ତି ଟ୍ରେନରେ ଯାତ୍ରା କରିପାରିବେ ନାହିଁ । ୱେଟିଂ ଲିଷ୍ଟରେ ଥିବା ଯାତ୍ରୀଙ୍କୁ ଯାତ୍ରା ଅନୁମତି ମିଳିବ ନାହିଁ । ଯାତ୍ରା ପୂର୍ବରୁ ସମସ୍ତ ଯାତ୍ରୀଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରାଯିବ ।

୨୦୦ ନୂଆ ଟ୍ରେନ୍ : ରିଜର୍ଭେସନ୍ କରାଇବାକୁ ଚାହୁଁଛନ୍ତି କି ? ପ୍ରଥମେ ଜାଣି ନିଅନ୍ତୁ ଟିକେଟ୍ ବୁକିଂ ଓ ଯାତ୍ରାର ୧୦ ନିୟମ

ବାତ୍ୟା ପରର ସ୍ଥିତି ପରଖିଲେ ବିଜେଡି ପର୍ଯ୍ୟବେକ୍ଷକ

ବାରିପଦା: ବାତ୍ୟାର ସ୍ଥିତି ପରଖିବା ପାଇଁ  ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକଙ୍କର ମାରାଥନ ଗସ୍ତ । ମୟୂରଭଞ୍ଜ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ତଥା ରାଜ୍ୟ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ମୟୁରଭଞ୍ଜରେ ବାତ୍ୟା ପୀଡ଼ିତଙ୍କ ପାଖରେ ପହଁଚିଛନ୍ତି ।

ଏଥି ସହ ଅମ୍ଫାନର ପରବର୍ତ୍ତୀ କ୍ଷୟକ୍ଷତି ଆକଳନ ପାଇଁ ୬ ଟି ବ୍ଲକରେ ସ୍ଥିତି ସମୀକ୍ଷା କରିବା ସହ କର୍ମୀଙ୍କ ସହ ଆଲୋଚନା କରିଛନ୍ତି ପ୍ରଣବ । ଗୁରୁବାର ପ୍ରଣବ ପ୍ରଥମେ ମୟୂରଭଞ୍ଜ ଜିଲ୍ଲାର କପ୍ତିପଦାଠାରେ ପହଁଚିଥିଲେ । ସେଠାରୁ ଜିଲ୍ଲାର ବିଭିନ୍ନ ନିର୍ବାଚନ ମଣ୍ଡଳୀ ଗସ୍ତ କରି ଦଳୀୟ କର୍ମୀଙ୍କୁ ବାତ୍ୟା ପ୍ରଭାବିତଙ୍କ ନିକଟରେ ପହଁଚି ସେମାନଙ୍କର ସୁଖ ଓ ଦୁଃଖରେ ସାମିଲ ହେବାକୁ ପରାମର୍ଶ ଦେଇଥିଲେ ।

ଏହା ପରେ କପ୍ତିପଦା, ଗୋପବନ୍ଧୁ ନଗର, ବଡ଼ ସାହି, ବେତନଟୀ,ମୋରଡ଼ା, ରାସଗୋବିନ୍ଦପୁର ଠାରେ ବିଜେଡ଼ି କର୍ମୀଙ୍କ ସହ ଆଲୋଚନା କରିଥିଲେ ପ୍ରଣବ । ପ୍ରଣବଙ୍କ ଗସ୍ତ ସମୟରେ ପୂର୍ବତନ ଉପବାଚସ୍ପତି ସାନନ୍ଦ ମାରାଣ୍ଡି, କୃଷି ନିଗମ ଅଧ୍ୟକ୍ଷ ଦେବାଶିଷ ମହାନ୍ତି, ବିଜେଡି ନେତା ଦେବାଶିଷ ମାରାଣ୍ଡି, ମୋରଡ଼ା ବିଧାୟକ ରାଜକିଶୋର ଦାସ, ରାଜ୍ୟସଭା ସାଂସଦ ମମତା ମହାନ୍ତ ଉପସ୍ଥିତ ଥିଲେ ।

ମୋଦି ଶୁଣିଲେ ଦିଦିଙ୍କ ଅପିଲ୍, କାଲି ଆସିବେ ପଶ୍ଚିମବଙ୍ଗ ଓ ଓଡ଼ିଶା ଗସ୍ତରେ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ମୋଦି ଆସନ୍ତାକାଲି ପଶ୍ଚିମବଙ୍ଗ ଓ ଓଡ଼ିଶା ଗସ୍ତରେ ଆସିବେ । ଏନେଇ ପିଏମଓ ଟ୍ୱିଟର ହ୍ୟାଣ୍ଡେଲରେ ସୂଚନା ଦିଆଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆକାଶ ମାର୍ଗରୁ ଅମ୍ଫାନ୍ କ୍ଷୟକ୍ଷତିର ରିଭ୍ୟୁ କରିବେ । ପୁନରୁଦ୍ଧାର ଓ ରିଲିଫ୍ କାର୍ଯ୍ୟର ସମୀକ୍ଷା କରିବେ ବୋଲି ଜଣାପଡ଼ିଛି ।

ଅମ୍ଫାନ୍ ପ୍ରଭାବରେ ପଶ୍ଚିମବଙ୍ଗ ସର୍ବାଧିକ ପ୍ରଭାବିତ ହୋଇଛି । କ୍ଷୟକ୍ଷତିର ଆକଳନ ଜାରି ରହିଥିବା ବେଳେ ବାତ୍ୟାରେ ୭୨ ଜଣଙ୍କ ମୃତ୍ୟୁ ହୋଇଥିବା ମମତା ବାନାର୍ଜୀ କହିଛନ୍ତି । ଉତ୍ତର ୨୪ ପ୍ରଗଣା, ଦକ୍ଷିଣ ୨୪ ପ୍ରଗଣା, ମେଦିନିପୁର ଓ କୋଲକାତା ବେଶୀ ପ୍ରଭାବିତ ହୋଇଛି । ତେଣୁ, ମୋଦି ରାଜ୍ୟ ଗସ୍ତରେ ଆସି ସ୍ଥିତି ଦେଖନ୍ତୁ ବୋଲି ମମତା ଦାବି କରିଥିଲେ । ଏହାପରେ ମୋଦି ପଶ୍ଚିମବଙ୍ଗ ସହ ଓଡ଼ିଶା ଗସ୍ତରେ ଆସିବେ ବୋଲି ଟ୍ୱିଟ୍ କରି ପିଏମଓ ସୂଚନା ଦେଇଛି ।

ପଶ୍ଚିମବଙ୍ଗର ସୁନ୍ଦରବନରେ ସ୍ଥଳଭାଗ ଛୁଇଁଲା ‘ଅମ୍ଫାନ’

ଉପକୂଳ ଓଡ଼ିଶାର ୪ ଜିଲ୍ଲା ଜଗତସିଂହପୁର, ବାଲେଶ୍ୱର, ଭଦ୍ରକ ଓ କେନ୍ଦ୍ରାପଡ଼ା ବିଶେଷକରି ପ୍ରଭାବିତ ହୋଇଛି । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆକାଶ ମାର୍ଗରୁ ବୁଲି ଦେଖିବା ସହ ପୁନରୁଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଗସ୍ତ ପୂର୍ବରୁ କେନ୍ଦ୍ର କ୍ୟାବିନେଟ ସଚିବଙ୍କୁ ପ୍ରାଥମିକ କ୍ଷୟକ୍ଷତି ରିପୋର୍ଟ ଦେଲା ରାଜ୍ୟ

ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ଗୁଇନ୍ଦା ଡିଜି ଓ ଅନ୍ୟ ବରିଷ୍ଠ ଅଧିକାରୀ ଭୁବନେଶ୍ୱର ବିମାନବନ୍ଦରରେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଥିଲେ । ଅନ୍ୟପଟେ ରାଜ୍ୟ ସରକାର କେନ୍ଦ୍ର କ୍ୟାବିନେଟ ସଚିବଙ୍କୁ କ୍ଷୟକ୍ଷତି ନେଇ ପ୍ରାଥମିକ ରିପୋର୍ଟ ପ୍ରଦାନ କରିଛନ୍ତି ।

ଗସ୍ତ ପୂର୍ବରୁ କେନ୍ଦ୍ର କ୍ୟାବିନେଟ ସଚିବଙ୍କୁ ପ୍ରାଥମିକ କ୍ଷୟକ୍ଷତି ରିପୋର୍ଟ ଦେଲା ରାଜ୍ୟ

ମାଟିରେ ମିଶିଲା ପାନ ଚାଷୀଙ୍କ ମେହନତର ମୂଲ

ପାରାଦୀପ:  କୁହନ୍ତି ଯାହା ପୁଅକୁ ସାପ କାମୁଡ଼ିଥାଏ । ତାର ମାଆ ପାଳ ଦଉଡ଼ି ଦେଖିଲେ ଡରିଥାଏ । ହେଲେ ଏଠାରେ କେବଳ ଡରିନି ମାଟିରେ ମିଶିଯାଇଛି ସବୁ ସ୍ୱପ୍ନ । ଯତ୍ନରେ ପାଳିଥିବା କଅଁଳା ପତ୍ର ଯେତେ ବେଳେ ଫାଟି ଫାଳ ଫାଳ ହୋଇଯାଏ, କେଉଁ ଚାଷୀର ବା ଦେହ ସହିବ ।

ଏଭଳି ବିକଳ ସ୍ଥିତିର ସାକ୍ଷୀ ପାଲଟିଛନ୍ତି ପାରାଦୀପର ପାନଚାଷୀ । ଭୂତାଣୁ ବିଗାଡିଥିଲା, ଅମ୍ଫାନ ଉଜାଡିଲା । ଅମ୍ଫାନ ଓଡ଼ିଶାକୁ ଘଷି ହୋଇଗଲା ସତ ହେଲେ, ମାଟିରେ ମିଶାଇ ଦେଇଗଲା ପାନଚାଷୀଙ୍କ ମେହନତର ମୂଲ । ବାତ୍ୟାର କୋପ ଆଗରେ କଅଁଳା ଡଙ୍କ ଶୋଇପଡ଼ିଥିବା ବେଳେ ପତ୍ର ଫାଟି ହୋଇଯାଇଛି ଛାରଖାର । ପାରାଦୀପର ଶହ ଶହ ପାନଚାଷୀଙ୍କ ଜୀବନଜୀବିକା ଛଡାଇନେଇଛି ବାତ୍ୟା ଅମ୍ଫାନ ।

ବର୍ଷ ଆରମ୍ଭରୁ ଭୂତାଣୁ ବନ୍ଦୀ ପାଇଁ ବ୍ୟାବସାୟ ମାନ୍ଦା ଥିଲା, ଏବେ ଓଦା ବାଲିରେ ମିଶିଯାଇଛି ଚାଷୀର ସ୍ୱପ୍ନ । ପ୍ରଶାସନ କହୁଛି, ବାତ୍ୟା କ୍ଷୟକ୍ଷତିର ତଦନ୍ତ କରାଯାଉଛି । ରାଜ୍ୟ ବିପର୍ଯ୍ୟୟ ପରିଚାଳନା ନିୟମ ଅନୁଯାୟୀ ପାନ ଚାଷୀଙ୍କୁ ଦିଆଯିବ ସହାୟତା । ଲକଡାଉନ କଟକଣା କୋହଳ ପରେ ଧୀର ଧୀରେ ଜମୁଥିଲା ପାନପତ୍ର ବ୍ୟବସାୟ । ହେଲେ ଅମ୍ଫାନର ତାଣ୍ଡବଳୀଲା ଚାଷୀକୁ ସଜାଇଛି ହତଭାଗା ।

କରୋନା ମାଡ଼ରେ ପାକିସ୍ତାନ ପାଗଳ, ସରକାରୀ ୱେବସାଇଟ ଦର୍ଶାଇଲା ‘ପିଓକେ’ ଭାରତର

ନୂଆଦିଲ୍ଲୀ: ପିଓକେ ବା ପାକ୍ ଅଧିକୃତ କାଶ୍ମୀର ଭାରତର । କୋଭିଡ୍ ୱେବସାଇଟରେ ଥିବା ମ୍ୟାପରେ ପାକିସ୍ତାନ ପିଓକେକୁ ଭାରତର ବୋଲି ଦର୍ଶାଇଛି । ୧୯୪୮ ପର ଠାରୁ ପିଓକେକୁ ପାକିସ୍ତାନ ଆଜାଦ୍ କାଶ୍ମୀର କହି ଆସୁଛି । ଆଧିପତ୍ୟ ବିସ୍ତାର ଜାରି ରଖିଛି । ତେବେ, ପାକିସ୍ତାନର ସରକାରୀ କୋଭିଡ୍ ୱେବସାଇଟରେ ଦର୍ଶାଇଛି ଜମ୍ମୁ କାଶ୍ମୀର ଓ ଲଦାଖର ସମ୍ପୂର୍ଣ୍ଣ ଅଞ୍ଚଳ ଭାରତର । ଏହା ଉପରେ ପାକିସ୍ତାନର ଅଧିକାର ନାହିଁ ।

ପାକିସ୍ତାନ ବିଭିନ୍ନ ସମୟରେ ଜମ୍ମୁ କଶ୍ମୀରରେ ଧର୍ମ, ସମ୍ପ୍ରଦାୟରେ ଲୋକଙ୍କୁ ଭ୍ରମିତ କରିବା ସହ ହିଂସା ସୃଷ୍ଟି କରୁଛି । ଅଜାଣତରେ ହେଉ ପଛେ ପାକିସ୍ତାନ୍ କୋଭିଡ୍ ୱେବସାଇଟରେ ପିଓକେକୁ ଭାରତ ବୋଲି ମାନିଛି । ପାକିସ୍ତାନ ଅଧିକାଂଶ ସମୟରେ କାଶ୍ମୀର ପ୍ରସଙ୍ଗକୁ ଜାତିସଂଘ ଓ ଅନ୍ତର୍ଜାତୀୟ ସ୍ତରରେ ଉପସ୍ଥାପନ କରି ଦୃଷ୍ଟି ଆକର୍ଷଣ ପାଇଁ ଚେଷ୍ଟା କରୁଛି ।

ବିଶ୍ୱ କରୋନା ଭାଇରସ୍ ସହ ଲଢ଼େଇ କରୁଥିବା ବେଳେ ଏଲଓସିରେ ପାକିସ୍ତାନ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ କରି ଅସ୍ଥିରତା ସୃଷ୍ଟି କରୁଛି । ଏଭଳି ସ୍ଥିତିରେ ପାକିସ୍ତାନ ୱେବସାଇଟରେ ପିଓକେ ଭାରତର ବୋଲି ମାନିବା ଚର୍ଚ୍ଚା ସୃଷ୍ଟି କରିଛି ।

ଇସାରାରେ ପାକିସ୍ତାନକୁ ଭାରତର ଜବାବ: ଗିଲ୍‌ଗିଟ୍-ବାଲିଚିସ୍ତାନ ଅଞ୍ଚଳର ପାଣିପାଗ ନେଇ ପୂର୍ବାନୁମାନ କଲା IMD

ଚୀନ ସହ ସୀମା ଉତ୍ତେଜନାକୁ ନେଇ ଭାରତକୁ ଆମେରିକାର ସମର୍ଥନ

ଓ୍ୱାସିଂଟନ: ସିକ୍କିମ୍‌ ସୀମାରେ ଭାରତ ଓ ଚୀନ ମଧ୍ୟରେ ସମ୍ପର୍କ ତିକ୍ତ ରହିଛି । ଏଭଳି ସମୟରେ ଏହି ପ୍ରସଂଗରେ ଭାରତର ସମର୍ଥନ କରିଛି ଆମେରିକା । ଚୀନର ଉସକାଇବା ଏବଂ ହଇରାଣ କରିବା ଭଳି ଆଭିମୁଖ୍ୟକୁ ବିରୋଧ କରୁଥିବା ଭାରତ, ଅଷ୍ଟ୍ରେଲିଆ ଏବଂ ଅନ୍ୟ ଏସିଆନ୍ ଦେଶଙ୍କ ସହ ଆମେରିକା ନିଜକୁ ସାମିଲ କରିଛି ।

चीन से सीमा पर टकराव में भारत के साथ आया अमेरिका, बताया खतरा

ଆମେରିକାର ସର୍ବୋଚ୍ଚ କୂଟନୀତିଜ୍ଞ ଓ୍ୱେଲ୍ସ ଅଫଗାନିସ୍ତାନରେ ଭାରତର ଭୂମିକା ଉପରେ ମଧ୍ୟ ଆଲୋଚନା କରିଥିଲେ। ସେ କହିଛନ୍ତି ଯେ ତାଲିବାନ ସହ ଭାରତ ସିଧାସଳଖ ସମ୍ପର୍କ ରଖିବାକୁ ଚାହୁଁଛି କି ନାହିଁ ନୂଆଦିଲ୍ଲୀ ସ୍ଥିର କରିବ। ତେବେ ତାଲିବାନ କାବୁଲର ନୂଆ ସରକାରରେ ଯୋଗଦେବାକୁ ଯାଉଛନ୍ତି ।

चीन से सीमा पर टकराव में भारत के साथ आया अमेरिका, बताया खतरा

ଏଣୁ ଆଫଗାନିସ୍ତାନର ଭାବି ସରକାର ସହିତ ଭାରତର ସୁସ୍ଥ ସମ୍ପର୍କ ରହିବା ଆବଶ୍ୟକ ବୋଲି ସୂଚାଇଛନ୍ତି ଆମେରିକାର କୂଟନୀତିଜ୍ଞ । ଭାରତ ଚୀନରେ ଲାଗି ରହିଥିବା ଉତ୍ତେଜନାପୂର୍ଣ୍ଣ ସ୍ଥିତି ସମ୍ପର୍କରେ ସେ କହିଛନ୍ତି ଯେ, ‘ଦକ୍ଷିଣ ଚୀନ ସାଗର ହେଉ ଅବା ଭାରତୀୟ ସୀମା, ଏହି ଉଭୟ କ୍ଷେତ୍ରରେ ଚୀନର ଉସକାଇବା ଏବଂ ଉତ୍ତେଜନ ବଢ଼ାଇବା ଭଳି କାମ କରୁଛି ।

चीन से सीमा पर टकराव में भारत के साथ आया अमेरिका, बताया खतरा

ଚୀନର ଏଭଳି କାର୍ଯ୍ୟକଳାପ ସମଭାବାପୂର୍ଣ୍ଣ ଦେଶମାନଙ୍କୁ ଏକଜୁଟ କରିଛି । ତାଲିବାନ ଆମେରିକା ବିପକ୍ଷରେ କୌଣସି ଆତଙ୍କୀ କାର୍ଯ୍ୟକଳାପ କରିବ ନାହିଁ ଫେବ୍ରୁଆରୀ ମାସରେ ଉଭୟଙ୍କ ମଧ୍ୟରେ ବୁଝମଣା ସ୍ୱାକ୍ଷର ହୋଇଥିଲା । କିନ୍ତୁ ଭାରତ ବିପକ୍ଷରେ ଆତଙ୍କୀ କାର୍ଯ୍ୟକଳାପ କରିବନାହିଁ ସେନେଇ କୌଣସି ସର୍ତ୍ତ ନାହିଁ । ଭାରତରେ ଆତଙ୍କୀ ଆକ୍ରମଣ ଭିଆଇଥିବା ଲସ୍କର ଏ ତୋଏବାର ତାଇବାନ ସହ ସମ୍ପର୍କ ରହିଛି  ।

चीन से सीमा पर टकराव में भारत के साथ आया अमेरिका, बताया खतरा

ଏଭଳି ସ୍ଥିତିରେ ଭାରତର ତାଇବାନ ସହ ସମ୍ପର୍କ ନେଇ ପ୍ରଶ୍ନ ଉଠୁଛି । ଏଣୁ ଆମେରିକା ଏବଂ ନିଜ ସହଯୋଗୀ ଦେଶମାନଙ୍କ ଉପରେ ତାଲିବାନ ପକ୍ଷରୁ କୌଣସି ଆତଙ୍କୀ କାର୍ଯ୍ୟକଳାପ କରାଯିବା ନେଇ ସୁନିଶ୍ଚିତ କରାଇବ ।

ବାତ୍ୟା ‘ଅମ୍ଫାନ୍’ ପ୍ରଭାବିତ ୪ ଜିଲ୍ଲା ବୁଲି ଦେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଅମ୍ଫାନ୍ ଚାଲିଯିବା ପରେ କେମିତି ଅଚି ପ୍ରଭାବିତ ୪ ଜିଲ୍ଲା । ପୁନରୁଦ୍ଧାର କାର୍ଯ୍ୟ କେମିତି ଚାଲିଛି, କେତେ ହୋଇଛି କ୍ଷୟକ୍ଷତି ? ଉତ୍ତର ଓଡ଼ିଶା ଉପକୂଳର ୪ ଜିଲ୍ଲାରେ ବାତ୍ୟା ଅମ୍ଫାନ୍ ବ୍ୟାପକ କ୍ଷୟକ୍ଷତି କରିଥିବା ବେଳେ ସ୍ଥିତି ପରଖିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆକାଶ ମାର୍ଗରୁ ବାତ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖିବା ସହ କ୍ଷୟକ୍ଷତି ଅନୁଧ୍ୟାନ କରିଛନ୍ତି ।

ବାତ୍ୟା ପ୍ରଭାବିତ ଉପକୂଳର ୪ ଜିଲ୍ଲା ଜଗତିସଂହପୁର, କେନ୍ଦ୍ରାପଡ଼ା, ଭଦ୍ରକଓ ବାଲେଶ୍ୱର ଜିଲ୍ଲା ମୁଖ୍ୟମନ୍ତ୍ରୀ ଆକାଶ ମାର୍ଗରୁ ପରିଦର୍ଶନ କରିଛନ୍ତି । ଏହି ସମୟରେ ମୁଖ୍ୟମନ୍ତ୍ରୀଙ୍କ ସହ କିଛି ବରିଷ୍ଠ ଅଧିକାରୀ ଥିଲେ । ଭୁବନେଶ୍ୱର ଫେରିବା ପରେ ମୁଖ୍ୟମନ୍ତ୍ରୀ କ୍ଷୟକ୍ଷତି ଓ ପୁନରୁଦ୍ଧାର ନେଇ ଆଲୋଚନା କରିଛନ୍ତି ।

ନଷ୍ଟ ହୋଇଥିବା ଭିତ୍ତିଭୂମି ସଜାଡ଼ିବା ସହ ଯଥାସମ୍ଭବ ପୁନରୁଦ୍ଧାର କାର୍ଯ୍ୟ ସାରିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି । କାଲି ସୁଦ୍ଧା ରାସ୍ତା ସଫା ସହ ଯୋଗାଯୋଗ ସ୍ୱାଭାବିକ ହେବ । ସେସୁ ଅଞ୍ଚଳରେ ୨୪ ଘଣ୍ଟା ଓ ନେସ୍କୋ ଅଞ୍ଚଳରେ ୭୨ ଘଣ୍ଟା ଭିତରେ ବିଦ୍ୟୁତ୍ ସେବା ଯୋଗାଣ ହେବ । ୩ ଦିନ ମଧ୍ୟରେ ଫସଲର କ୍ଷୟକ୍ଷତି ଆକଳନ କରାଯିବ । ବାତ୍ୟା ପ୍ରଭାବରେ କେତେଘର କ୍ଷତିଗ୍ରସ୍ତ ହୋଇଛି ସପ୍ତାହେ ଭିତରେ ଆକଳନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ପ୍ରଶାସନିକ ସ୍ତରରେ କ୍ଷୟକ୍ଷତି ଆକଳନ ଚାଲିଥିବା ବେଳେ ମୁଖ୍ୟମନ୍ତ୍ରୀ ପ୍ରଭାବିତ ଅଞ୍ଚଳ ଗସ୍ତ କରିଛନ୍ତି । ଅନ୍ୟପଟେ କେନ୍ଦ୍ର ସରକାରଙ୍କୁ ପ୍ରାଥମିକ କ୍ଷୟକ୍ଷତି ରିପୋର୍ଟ ରାଜ୍ୟ ସରକାର ପ୍ରଦାନ କରିଛନ୍ତି । ଏସବୁ ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସି ଅମ୍ଫାନ୍ ପ୍ରବାଭିତ ଅଞ୍ଚଳ ଯିବେ ବୋଲି ସୂଚନା ମିଳିଛି ।

ପଶ୍ଚିମବଙ୍ଗର ସୁନ୍ଦରବନରେ ସ୍ଥଳଭାଗ ଛୁଇଁଲା ‘ଅମ୍ଫାନ’

ଗସ୍ତ ପୂର୍ବରୁ କେନ୍ଦ୍ର କ୍ୟାବିନେଟ ସଚିବଙ୍କୁ ପ୍ରାଥମିକ କ୍ଷୟକ୍ଷତି ରିପୋର୍ଟ ଦେଲା ରାଜ୍ୟ

ଭୁବନେଶ୍ୱର: ଓଡ଼ିଶାର ୪ ଜିଲ୍ଲାରେ କେତେ କ୍ଷୟକ୍ଷତି ଘଟାଇଛି ଅମ୍ଫାନ । ଉଦ୍ଧାର କାର୍ଯ୍ୟର ସମୀକ୍ଷା ସହ କ୍ଷୟକ୍ଷତି ଆକଳନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଆସିପାରନ୍ତି । ପିଏମ୍ ମୋଦିଙ୍କ ସମ୍ଭାବ୍ୟ ଗସ୍ତକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ବନ୍ଦରରେ ସୁରକ୍ଷା ସ୍ଥିତି ଅନୁଧ୍ୟାନ କରାଯାଇଛି । ଆସନ୍ତାକାଲି ପ୍ରଧାନମନ୍ତ୍ରୀ ଓଡ଼ିଶା ଗସ୍ତରେ ଆସି ବାତ୍ୟା ପ୍ରଭାବିତ ଅଞ୍ଚଳକୁ ଗସ୍ତ କରିପାରନ୍ତି । ଏୟାରପୋର୍ଟରେ ସ୍ୱତନ୍ତ୍ର ଗୁଇନ୍ଦା ଡିଜି ସତ୍ୟଜିତ୍ ମହାନ୍ତି, ବିମାନବନ୍ଦର ନିର୍ଦ୍ଦେଶକ ଭି.ଭି ରାଓ, ଅତିରିକ୍ତ ଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ, ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ, ଅତିରିକ୍ତ ପୋଲିସ କମିଶନର ଅନୁପ ସାହୁ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି ।

FILE PHOTO

ଅନ୍ୟପଟେ ବାତ୍ୟା ଅମ୍ଫାନରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ମୋଦି ଆସନ୍ତୁ ବୋଲି କହିଛନ୍ତି । ବୁଧବାର ସାମୁଦ୍ରିକ ଝଡ଼ ଅମ୍ଫାନ ଓଡ଼ିଶା ଉପକୂଳ ଦେଇ ଯିବାବେଳେ ପଶ୍ଚିମବଙ୍ଗରେ ଲ୍ୟାଣ୍ଡଫଲ୍ କରିଥିଲା । ପ୍ରଭାବରେ ଉତ୍ତର ଉପକୂଳ ଓଡ଼ିଶାର ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି ।

କ୍ଷୟକ୍ଷତି ନେଇ ରାଜ୍ୟ ସରକାର କେନ୍ଦ୍ର କ୍ୟାବିନେଟ ସଚିବଙ୍କୁ ପ୍ରାଥମିକ ରିପୋର୍ଟ ପ୍ରଦାନ କରିଛନ୍ତି । ରାଜ୍ୟର ୮୯ଟି ବ୍ଲକର ୧୫ ଶହ ପଞ୍ଚାୟତ ଓ ୬ ହଜାର ୭୪୫ ଗାଁ କ୍ଷତିଗ୍ରସ୍ତ ହୋଇଛି । ୩ ହଜାର ୨୨୮ଟି ଆଶ୍ରୟସ୍ଥଳୀକୁ ୨ ଲକ୍ଷ ୪ ଶହ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲ । ୧ ଲକ୍ଷ ହେକ୍ଟର ଚାଷ ଜମିରେ ଫସଲ ନଷ୍ଟ ହୋଇଛି ।

ପଶ୍ଚିମବଙ୍ଗର ସୁନ୍ଦରବନରେ ସ୍ଥଳଭାଗ ଛୁଇଁଲା ‘ଅମ୍ଫାନ’