ଭୁବନେଶ୍ୱର: ସ୍ନ।ନପୂର୍ଣ୍ଣିମା ନେଇ ପୁରୀ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଆଜି ବସୁଛି ଗୁରୁତ୍ୱପୂର୍ଣ୍ଣ ବୈଠକ । ୧୦ଟି ନିଯୋଗର ପ୍ରତିନିଧି ବୈଠକରେ ଯୋଗ ଦେବେ। ନିଯୋଗମାନଙ୍କ ସହ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଆଲୋଚନା କରିବେ । ସ୍ନ।ନ ପୂର୍ଣ୍ଣିମା ନୀତିକାନ୍ତି ନେଇ ବୈଠକରେ ଆଲୋଚନା କରାଯିବ । ପୂଜାପଣ୍ଡା, ପୁଷ୍କାଳକ, ସୁଆର ବଡୁ, ପତ୍ରୀ ବଡୁ, ଗରା ବଡୁ, ମହାଜନ, ପ୍ରତିହାରୀ, ଖୁଣ୍ଟିଆ, ମେକାପ ଓ ସୁଆର ମହାସୁଆର ନିଯୋଗ ପ୍ରତିନିଧି ବୈଠକରେ ଯୋଗଦେବେ ।
ଡରାଉଛି କରୋନା : ୨୪ ଘଣ୍ଟାରେ ୫ ହଜାରରୁ ଅଧିକ ମାମଲା,କେବଳ ମହାରାଷ୍ଟ୍ରରେ ବୁଧବାର ୨ ହଜାରରୁ ଅଧିକ ପଜିଟିଭ ଚିହ୍ନଟ
ନୂଆଦିଲ୍ଲୀ: ଦେଶରେ ବଢୁଛି କରୋନା କାୟା । ଲକ୍ଡାଉନ୍ ପରେ ଲକ୍ଡାଉନ୍ ହେବା ସତ୍ତ୍ୱେ ଆୟତକୁ ଆସୁନି କରୋନା । ପ୍ରତିଦିନ ଦେଶରେ ହଜାର ହଜାର ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଗତ ୨୪ ଘଣ୍ଟାରେ ୫ରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୧୪୦ଙ୍କ ଜୀବନ ମଧ୍ୟ ଯାଇଛି । ଭାରତରେ ଏବେ ୧ ଲକ୍ଷ ୧୧ ହଜାରରୁ ଉର୍ଦ୍ଧ କୋଭିଡ୍ ୧୯ରେ ଆକ୍ରାନ୍ତ ହୋଇସାରିଛନ୍ତି । ପ୍ରାୟ ୩ ହଜାରରୁ ଅଧିକ ଜଣଙ୍କ ମୃତ୍ୟୁ ହୋଇଛି । ସ୍ୱାସ୍ଥ୍ୟ ମନ୍ତ୍ର।ଳୟର ରିପୋର୍ଟ ଅନୁଯାୟୀ ମହାରାଷ୍ଟ୍ରରେ ସର୍ବାଧିକ ସଂକ୍ରମିତ ଓ ମୃତକ ରହିଛନ୍ତି । ଗୁଜରାଟ, ମଧ୍ୟ ପ୍ରଦେଶ, ପଶ୍ଚିମବଙ୍ଗ, ରାଜସ୍ଥାନ, ଦିଲ୍ଲୀ, ଉତ୍ତର ପ୍ରଦେଶ, ଆନ୍ଧ୍ର ପ୍ରଦେଶ ଓ ତାମିଲନାଡୁରେ କରୋନାର ଅଧିକ ପ୍ରଭାବ ରହିଛି ।
ବିଶ୍ୱକୁ କରୋନା ଭାଇରସ୍ରୁ ମୁକ୍ତ କରିବା ପାଇଁ ଚୀନ୍ର ୨ଟି ବଡ଼ ନିଷ୍ପତ୍ତି
ଦେଶରେ କରୋନା ଆରୋଗ ହାର ୩୯.୬୨ ପ୍ରତିଶତ ରହିଛି । ତଥାପି ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ଲୋକେ ସରକାରଙ୍କ ସମସ୍ତ ନିୟମ ମାନି ଚଳିବା ଉଚିତ ବୋଲି କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ର।ଳୟର ଯୁଗ୍ମ ସଚିବ ଲବ ଅଗ୍ରଓ୍ବାଲ । ଏହାରି ଭିତରେ ଦେଶକୁ ଖୁସି ଖବର ମଧ୍ୟ ମିଳିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦୁଇ ହଜାରରୁ ଅଧିକ ସୁସ୍ଥ ମଧ୍ୟ ହୋଇଛନ୍ତି । ସେପଟେ ବିଶ୍ୱ ମାନଚିତ୍ରରେ ନଜର ପକାଇଲେ, ୫୦ ଲକ୍ଷରୁ ଅଧିକ ଲୋକେ ସଂକ୍ରମିତ ହୋଇଥିବା ଜଣାପଡିଛି । ପ୍ରାୟ ୩ ଲକ୍ଷ ୨୬ ହଜାର ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ଆମେରିକା ସମେତ ସ୍ପେନ୍, ବ୍ରାଜିଲ୍, ବ୍ରିଟେନ୍, ଇଟାଲୀ, ଫ୍ରାନ୍ସ, ଜର୍ମାନୀ ଓ ତୁର୍କୀରେ ମଧ୍ୟ କରୋନାର ଅଧିକ ପ୍ରଭାବ ରହିଛି ।
ଜୁନ୍ ପହିଲାରୁ ସ୍ୱାଭାବିକ ହେବ ରେଳ ସେବା…ଦେଶରେ ଗଡ଼ିବ ୨ଶହ ନନ୍ ଏସି ଟ୍ରେନ୍… ଆଜିଠୁ ଅନ୍ଲାଇନ୍ରେ ଟିକେଟ୍ ବୁକିଂ ଖୁବଶୀଘ୍ର ଅସିବ ରୁଟ ଓ ସମୟ ସାରଣୀ…
ଜୁନ୍ ପହିଲାରୁ ସ୍ୱାଭାବିକ ହେବ ରେଳ ସେବା…ଦେଶରେ ଗଡ଼ିବ ୨ଶହ ନନ୍ ଏସି ଟ୍ରେନ୍… ଆଜିଠୁ ଅନ୍ଲାଇନ୍ରେ ଟିକେଟ୍ ବୁକିଂ ଖୁବଶୀଘ୍ର ଅସିବ ରୁଟ ଓ ସମୟ ସାରଣୀ… ସେପଟେ ୨୫ ରୁ ଆରମ୍ଭ ହେବ ଘରୋଇ ବିମାନ ଉଡାଣ
ଦିନଟିକୁ ଜଗନ୍ତୁ, କିଛି ହରାଇପାରନ୍ତି…ଧନଲାଭ ହୋଇପାରେ
ମେ ୨୧, ୨୦୨୦ ମସିହା, ବୃଷ ୮ ଦିନ,
୧୯୪୨ଶକାଦ୍ଦଃ, ୧୪୨୭ ସାଲ୍, ୨୦୭୭ ସମ୍ବତ୍
ଜ୍ୟେଷ୍ଠ ମାସ, କୃଷ୍ଣପକ୍ଷ, ଚତୁର୍ଦ୍ଦଶୀ, ଗୁରୁବାର
ଦ୍ୱିଜା ନକ୍ଷତ୍ର ରାତି ୧ଟା ୫୯ ମିନିଟ୍ ପର୍ଯ୍ୟନ୍ତ,ମେଷରାଶିରେ ଚନ୍ଦ୍ର ରହିବେ
ଯୋଗିନୀ ରହିବେ ପଶ୍ଚିମରେ ରାତି ୯ ଟା ୪୫ ପର୍ଯ୍ୟନ୍ତ ପରେଐଶାନ୍ୟରେ ରହିବେ
ଘାତଚନ୍ଦ୍ର- ମେଷ ରାଶି
ଘାତବାର- ତୁଳା,କୁମ୍ଭ ରାଶିର
ଶୁଭ ସମୟ- ଦିନ ୧୦ ଟା ୦୫ ପରେ ଦିନ ୧୧ ଟା ୩୮ ମଧ୍ୟରେ
ଦିନ ୧ ଟା ୧୬ ପରେ ଦିନ ୨ ଟା ୫୩ ମଧ୍ୟରେ
ଅଶୁଭ ସମୟ- ଦିନ ୨ଟା ୫୪ ପରେ ସନ୍ଧ୍ୟା ୬ ଟା ୧୫ ମଧ୍ୟରେ
ଆଜି ବିରି ଖାଇବା ମନା
ମେଷ ରାଶି
ଅଶ୍ୱନୀ- ଯାହା ବି ଲେଖୁଛନ୍ତି ବା ଗବେଷଣା କରୁଛନ୍ତି ତାହାକୁ ଗୁରୁତ୍ୱ ଦିଅନ୍ତୁ
ଦ୍ୱିଜା- ଅନେକ କଥାକୁ ନେଇ ମନରେ ତିକ୍ତତା ଆସିପାରେ,ଶାନ୍ତ ରହିବେ
କୃତ୍ତିକା- ଆପଣଙ୍କ ବ୍ୟବସାୟରେ ଆଜି ଲାଭର ଯୋଗ ରହିଛି
ଶ୍ରୀରାମଙ୍କ ପରିବାରଙ୍କୁ ପୂଜା କରନ୍ତୁ
ବୃଷ ରାଶି
କୃତ୍ତିକା ବୃଷ- କଳାକ୍ଷେତ୍ରରେ ରହିଥିଲେ ସେଥିରେ ଆଗକୁ ବଢିବା ପାଇଁ ସୁଯୋଗ ରହିଛି
ରୋହିଣୀ- କିଛି ଖୁସି ଖବର ମନକୁ ହାଲକା କରିଦେବ
ମୃଗଶିରା- ଦିନଟିକୁ ଜଗନ୍ତୁ, କିଛି ହରାଇପାରନ୍ତି
ମହାଦେବଙ୍କୁ ପୂଜା କରନ୍ତୁ
ମିଥୁନ ରାଶି
ମୃଗଶିରା ମିଥୁନ- ଅଚାନକ ଧନଲାଭ ହୋଇପାରେ
ଆର୍ଦ୍ରା- ଖେଳ କ୍ଷେତ୍ରରେ ରହିଥିବା ବ୍ୟକ୍ତିଙ୍କର ଉନ୍ନତି ହେବ
ପୁନର୍ବସୁ- ସାମାଜିକ ପ୍ରତିଷ୍ଠା ଓ ସମ୍ମାନ ବୃଦ୍ଧି ହେବ
ସ୍ୱସ୍ତିକ୍ ଚିହ୍ନକୁ ପାଖରେ ରଖନ୍ତୁ, ଶୁଭ ରହିବ
କର୍କଟ ରାଶି
ପୁନର୍ବସୁ- କିଛି ନୂତନ କାମ ପାଇପାରନ୍ତି
ପୁଷ୍ୟ।- ସରକାରୀସ୍ତରରୁ କିଛି ସାହାଯ୍ୟ ପାଇପାରନ୍ତି
ଅଶ୍ଳେଷା- ନୂତନ ବ୍ୟବସାୟ ଆରମ୍ଭ କରିପାରନ୍ତି
କୈାଣସି ବି ଡାଲିଜାତୀୟ ଦ୍ରବ୍ୟକୁ ପ୍ରବାହିତ ଜଳରେ ବିସର୍ଜନ କରନ୍ତୁ
ସିଂହ ରାଶି
ମଘାସିଂହ- ଶିକ୍ଷା କ୍ଷେତ୍ରରେ ଉନ୍ନତି କରିବେ, ଭାଗ୍ୟ ସହଯୋଗ କରିବ
ପୂର୍ବାଷାଢା- ନିଜ ଗୁରୁଙ୍କ ଠାରୁ ଆର୍ଶିବାଦ୍ ନିଅନ୍ତୁ, ସଫଳତା ପାଇବ
ଉତ୍ତରଷାଢା- ପିତାଙ୍କ ସଫଳତାରେ ପରିବାରରେ ଖୁସି ରହିବ
କିଛି ଚନ୍ଦନ ନାଭିରେ ଲଗାଇ ଘରୁ ବାହାରିବେ
କନ୍ୟା ରାଶି
ଉତ୍ତରାଷାଢା- ଶରୀର ଅସୁସ୍ଥ ରହିପାରେ, ଜଗିରଖି ଚଳନ୍ତୁ
ହସ୍ତା- ମା’ଙ୍କ ସହିତ ମନୋମାଳିନ୍ୟ ହୋଇପାରେ
ଚିତ୍ରା- ଯଦି କୈାଣସି ସ୍ଥାନକୁ ଯାତ୍ରା କରିବାର ଅଛି, ତେବେ ତାହାକୁ ବନ୍ଦ କରନ୍ତୁ
ଶିବ ଲିଙ୍ଗରେ ଲହୁଣୀ ଅର୍ପଣ କରନ୍ତୁ, ଦିନଟି ଶୁଭ ରହିବ
ତୁଳା ରାଶି
ଚିତ୍ରା- ପରିବାରରେ ଥିବା ସମସ୍ୟାର ସମାଧାନ ହୋଇଯିବ
ସ୍ୱାତୀ- ଖାଦ୍ୟ ବ୍ୟବସାୟ କରୁଥିଲେ ସେଥିରେ ଅଧିକ ଲାଭର ଯୋଗ ରହିଛି
ବିଶାଖା- ଦାମ୍ପତ୍ୟ ଜୀବନ ଖୁସିରେ ରହିବ
ଗୋମାତାଙ୍କୁ ରୁଟି ଖାଇବାକୁ ଦିଅନ୍ତୁ
ବିଛା ରାଶି
ବିଶାଖା ବିଛା- କେହି ଶତୃ ଭଳି ବ୍ୟବହାର କରିପାରନ୍ତି, ଅଶାନ୍ତିରେ ରହିବେ
ଅନୁରାଧା- ପରିଶ୍ରମ ଅଧିକ ରହିଲେ ମଧ୍ୟ ତାହା ଲାଭଦାୟକ ରହିବ
ଜ୍ୟେଷ୍ଠା- ଶରୀରରେ ଥଣ୍ଡା ସମସ୍ୟା ଯୋଗୁ ମନ ଅଶାନ୍ତିରେ ରହିବେ
ମା’ଦକ୍ଷିଣକାଳୀଙ୍କୁ ଦର୍ଶନ କରନ୍ତୁ , ଶୁଭ ରହିବ
ଧନୁ ରାଶି
ମୂଳା- ସନ୍ତାନମାନଙ୍କ ଖୁସିରେ ଆନନ୍ଦିତ ହେବେ
ପୂର୍ବାଷାଢା- କିଛି ନୂତନ ବସ୍ତ୍ର,ଅଳଙ୍କାର ଉପହାର ପାଇପାରନ୍ତି
ଉତ୍ତରାଷାଢା- କିଛି ନୂଆ ବନ୍ଧୁ ଜୀବନରେ ଆସିବେ
ସକାଳ ସମୟରେ ମହାମୃତ୍ୟୁଞ୍ଜୟ ମନ୍ତ୍ର ପାଠ କରନ୍ତୁ
ମକର ରାଶି
ଉତ୍ତରାଷାଢା- ଘର ପାଇଁ ସମୟ ଦିଅନ୍ତୁ, ସବୁ କିଛି ସମାଧାନ ହୋଇଯିବ
ଶ୍ରବଣା- କୈାଣସି ସ୍ଥାନକୁ ଯାତ୍ରା କରିବାର ସୁଯୋଗ ଆସିପାରେ
ଧନିଷ୍ଠା- ପରିବାରର ଅର୍ଥ ସାହାଯ୍ୟରେ ବାକି କାମ ସବୁ ଆଗେଇଯିବ
ପକ୍ଷୀମାନଙ୍କୁ କିଛି ଖାଦ୍ୟ ଦିଅନ୍ତୁ
କୁମ୍ଭ ରାଶି
ଧନିଷ୍ଠା- ଝଗଡା ହୋଇପାରେ, ଦିନଟିକୁ ଜଗିରଖି ଚଳନ୍ତୁ,
ଶତଭିଷା- ବାହାରେ ସମସ୍ତଙ୍କ ସହିତ ଜଗିରଖି କଥା କୁହନ୍ତୁ
ପୂର୍ବଭାଦ୍ରପଦ- ଖାଦ୍ୟ କଷ୍ଟ ରହିଛି, ଉପବାସ ରହିପାରନ୍ତି
ତୁଳସୀ ପତ୍ର କିଛି ଶ୍ରୀବିଷ୍ଣୁଙ୍କୁ ଅର୍ପଣ କରନ୍ତୁ ଓ କିଛି ପାଖରେ ରଖନ୍ତୁ
ମୀନ ରାଶି
ପୂର୍ବଭାଦ୍ରପଦ -କୈାଣସି କଥାକୁ ନ ଜାଣି ହଠାତ୍ କିଛି କରନ୍ତୁ ନାହିଁ
ଉତ୍ତରାଭାଦ୍ରପଦ- ଗୁରୁଜନଙ୍କ ଠାରୁ ଆର୍ଶିବାଦ୍ ପାଇବେ
ରେବତୀ- ଆପଣ ଠକାମିରେ ଶିକାର ହୋଇପାରନ୍ତି, ସତର୍କ ରୁହନ୍ତୁ
ବେଲଗଛକୁ ପରିକ୍ରମା କରିବା ସହ ମହାଦେବଙ୍କୁ ଅର୍ପଣ କରନ୍ତୁ
ଜ୍ୟୋତିର୍ବିଦ୍ ପ୍ରଜ୍ଞା ତ୍ରିପାଠୀ
ଯୋଗାଯୋଗ- 8984684801
ଅନେଶତ ବାତ୍ୟା ଭଳି କରାଳ ରୂପ ଦେଖାଇବ ଅମ୍ଫାନ । ଅପରାହ୍ନରେ ପଶ୍ଚିମବଙ୍ଗର ସୁନ୍ଦରବନରେ କରିବ ଲ୍ୟାଣ୍ଡଫଲ୍ । ସମୁଦ୍ରରେ ୧୧ କିମି ବେଗରେ ଆସୁଛି ମାଡି…ସ୍ଥଳଭାଗ ଛୁଇଁଲା ବେଳେ ପବନର ବେଗ ରହିବ ୧୫୫ ରୁ ୧୬୫ କିଲୋମିଟର ।
ଅନେଶତ ବାତ୍ୟା ଭଳି କରାଳ ରୂପ ଦେଖାଇବ ଅମ୍ଫାନ । ଅପରାହ୍ନରେ ପଶ୍ଚିମବଙ୍ଗର ସୁନ୍ଦରବନରେ କରିବ ଲ୍ୟାଣ୍ଡଫଲ୍ । ସମୁଦ୍ରରେ ୧୧ କିମି ବେଗରେ ଆସୁଛି ମାଡି…ସ୍ଥଳଭାଗ ଛୁଇଁଲା ବେଳେ ପବନର ବେଗ ରହିବ ୧୫୫ ରୁ ୧୬୫ କିଲୋମିଟର ।
ଭାଙ୍ଗିଲା ୫ହଜାର ୫ଶହ ଘର, ରାସ୍ତା ଉପରେ ଲହଡ଼ି ମାରୁଛି ବର୍ଷା ପାଣି: ୨ ଜଣଙ୍କ ମୃତ୍ୟୁ
କୋଲକାତା: ସତ ହୋଇଛି ପାଣିପାଗ ବିଭାଗର ପୂର୍ବାନୁମାନ । ପଶ୍ଚିମବଙ୍ଗର ସୁନ୍ଦରବନରେ ଲ୍ୟାଣ୍ଡଫଲ୍ କରିଛି ଅତି ଭୀଷଣ ସାମୁଦ୍ରିକ ଝଡ଼ ‘ଅମ୍ଫାନ’ । ସୁନ୍ଦରବନ ଦେଇ ସ୍ଥଳଭାଗରେ ପ୍ରବେଶ କରିବା ପରେ କୋଲକାତା ଦେଇ ଗତି କରିଛି ଏହି ଭୟଙ୍କର ସାମୁଦ୍ରିକ ଝଡ଼ ।
#WATCH West Bengal: Rainfall and heavy winds in North 24 Parganas as #CycloneAmphan made landfall. pic.twitter.com/noHLgqJhPX
— ANI (@ANI) May 20, 2020
ଏହି ସମୟରେ ଘଣ୍ଟା ପ୍ରତି ସର୍ବାଧିକ ପବନର ବେଗ ଥିଲା ୧୫୫ କି.ମି । ଆଉ ଏହି ପବନ ଫଳରେ ଉଜୁଡ଼ିଯାଇଛି ଭିତ୍ତିଭୂମି । ବନ୍ଦ ହୋଇଛି ବିଦ୍ୟୁତ ସେବା । କଟିଯାଇଛି ଇଣ୍ଟରନେଟ୍ କନେକସନ୍ । ବିଶାଳକାୟ ଗଛ ସବୁ ରାସ୍ତା ଉପରେ ଟିଳିପଡ଼ିଛି । ରାସ୍ତାରେ ପାଣି ଜମି ରହିଛି ।
https://twitter.com/GoenkaPk/status/1263127814607261696?ref_src=twsrctfwtwcamptweetembedtwterm1263127814607261696&ref_url=httpsnavbharattimes.indiatimes.comamphan-super-cyclone-kab-aayega-all-live-updates-and-news-of-cycloneliveblog75838241.cms
କିଛି ଘରର ଆଜବେଷ୍ଟସ୍ ଉଡ଼ିଯାଇଛି ତ ପୁଣି କିଛି ଘରର କାଚ ଭାଙ୍ଗି ଚୁରମାର । ଏଭଳି ପ୍ରାୟ ୫ହଜାର ୫ଶହ ଘର ଭାଙ୍ଗିଯାଇଛି । ପଶ୍ଚିମବଙ୍ଗରେ ବହୁ ସଂଖ୍ୟକ ଲୋକ ହୋଇଯାଇଛନ୍ତି ବାସହରା । ଏବେ ବି କୋଲକାତାରେ ୧୨୦ କି.ମି ବେଗରେ ପବନ ବହୁଥିବାର ସୂଚନା ରହିଛି ।
West Bengal: Streets in Kolkata waterlogged, trees uprooted and houses damaged due to strong winds and heavy rain as #Amphan crossed West Bengal-Bangladesh coast between Digha (West Bengal) and Hatiya Islands (Bangladesh) across Sunderbans, between 1530 and 1730 hrs today. pic.twitter.com/obYlwiW9TO
— ANI (@ANI) May 20, 2020
ଆସନ୍ତାକାଲି ପର୍ଯ୍ୟନ୍ତ ଏଭଳି ପାଣିପାଗ ଲାଗି ରହିବ ବୋଲି କୁହାଯାଉଛି । ତେବେ ରାସ୍ତା ଉପରେ ଥିବା ଗଛ ସବୁ କାଟି ରାସ୍ତା ସଫା କରିବା ସହ ପୁନର୍ବିନ୍ୟାସ କାମ ଲାଗିପଡ଼ିଛନ୍ତି ଏନଡିଆରଏଫ୍ ଟିମ୍ । ପଶ୍ଚିମବଙ୍ଗର ଉପକୂଳବର୍ତ୍ତୀ ଅଞ୍ଚଳରେ ବର୍ତ୍ତମାନ ୧୯ ଏନ୍ଡିଆରଏଫ୍ ଟିମ୍ କାର୍ଯ୍ୟ କରୁଛନ୍ତି ।
#WATCH West Bengal: Rainfall and heavy winds in North 24 Parganas as #CycloneAmphan made landfall. pic.twitter.com/noHLgqJhPX
— ANI (@ANI) May 20, 2020
ଉତ୍ତର 24 ପ୍ରଗଣାରେ ବାତ୍ୟା ଜଣେ ମହିଳାଙ୍କ ଜୀବନ ନେଇଛି ଏହି ଭୟଙ୍କର ସାମୁଦ୍ରିକ ତୋଫାନ। ହାଓ୍ବଡାରେ ଜଣେ 13 ବର୍ଷର ଝିଅର ବି ମୃତ୍ୟୁ ହୋଇଛି । ପବନର ବେଗ ଏତେ ଥିଲା ଯେ, ଅନେକ ସ୍ଥାନରେ ଗାଡି ସବୁ ଓଲଟି ପଡିଥିବା ଦେଖିବାକୁ ମିଳିଥିଲା। ପରିସ୍ଥିତିକୁ ନଜରରେ ରଖି ୫ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରିଥିଲେ ପଶ୍ଚିମବଙ୍ଗ ସରକାର।
ବିଏସ୍ଏଫ୍ ଯବାନଙ୍କ ଉପରେ ଆତଙ୍କୀ ଆକ୍ରମଣ: ୨ ସହିଦ
ଶ୍ରୀନଗର: ଜମ୍ମୁ କାଶ୍ମୀରରେ ସୁରକ୍ଷା ବାହିନୀ ଉପରେ ଆକ୍ରମଣ । ଏଥିରେ ଦୁଇଜଣ ବିଏସଏଫ ଯବାନ ସହିଦ ହୋଇଥିଲେ। ଯବାନମାନେ ବିଏସଏଫର ୩୭ଟି ବାଟାଲିୟନର | ଶ୍ରୀନଗର ନିକଟ ଗଣ୍ଡରବାଲ ଜିଲ୍ଲାରେ ଏହି ଆକ୍ରମଣ ହୋଇଥିଲା।
ଜମ୍ମୁ କାଶ୍ମୀର ପୋଲିସର ଆଇଜି ବିଜୟ କୁମାର କହିଛନ୍ତି ଯେ, ଡ୍ୟୁଟିରେ ଥିବା ୨ଜଣ ବିଏସ୍ଏଫ୍ କର୍ମଚାରୀ ନିକଟସ୍ଥ ଦୋକାନରୁ କିଛି କିଣିବାକୁ ଯାଇଥିଲେ। ଏହି ସମୟରେ ୨ଜଣ ବାଇକ୍ ଆରୋହୀ ତାଙ୍କୁ ଆକ୍ରମଣ କରିଥିଲେ। ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଡାକ୍ତରଖାନାରେ ମୃତ୍ୟୁ ବରଣ କରିଛନ୍ତି। ଆତଙ୍କବାଦୀମାନେ ମଧ୍ୟ ସେମାନଙ୍କଠାରୁ ଅସ୍ତ୍ରଶସ୍ତ୍ର ଛଡ଼ାଇ ନେଇଥିଲେ।
ସାରା ଦେଶ କରୋନା ଭୂତାଣୁ ସଙ୍କଟ ଦେଇ ଗତି କରୁଥିବା ବେଳେ ଅନ୍ୟପକ୍ଷରେ ଜାମ୍ମୁ କାଶ୍ମୀରରେ ବାରମ୍ବାର ଆତଙ୍କବାଦୀ ଆକ୍ରମଣ ଘଟୁଛି। ନିକଟରେ ଆତଙ୍କବାଦୀଙ୍କ ଆକ୍ରମଣରେ ପୋଲିସର ଜଣେ ହେଡ କନଷ୍ଟେବଳ ସହିଦ ହୋଇଥିଲେ। ଶନିବାର କୁଲଗାମ ଜିଲ୍ଲାର ସୁରକ୍ଷା ବାହିନୀ ଉପରେ ଆତଙ୍କୀ ଆକ୍ରମଣ କରିଛନ୍ତି । ଏହି ଘଟଣାରେ ପୋଲିସର ଜଣେ ହେଡ କନଷ୍ଟେବଳଙ୍କ ମୃତ୍ୟୁ ଘଟିଛି।
ପଶ୍ଚିମବଙ୍ଗରେ ‘ଅମ୍ଫାନ’ର କମ୍ପନ: ଉପୁଡ଼ିଲା ଗଛ, ଭାଙ୍ଗିଲା ଘର: ୨ ମୃତ
କୋଲକାତା: ପଶ୍ଚିମବଙ୍ଗରେ ଲ୍ୟାଣ୍ଡଫଲ୍ କରିଛି ଅତି ଭୀଷଣ ବାତ୍ୟା ‘ଅମ୍ଫାନ’ । ଏହାର ପ୍ରଭାବରେ ଉତ୍ତର ଓଡ଼ିଶା ସମେତ ପଶ୍ଚିମବଙ୍ଗରେ ବ୍ୟାପକ ପ୍ରଭାବ ଦେଖିବାକୁ ମିଳିଛି । ଓଡ଼ିଶା ଅପେକ୍ଷା ପଶ୍ଚିମବଙ୍ଗରେ ଏହାର ଅଧିକ ପ୍ରଭାବ ଦେଖିବାକୁ ମିଳିଛି । ଏଠାରେ ‘ଆମ୍ଫାନ’ରେ ୨ ଜଣଙ୍କର ମୃତ୍ୟୁ ଘଟିଛି । ଉତ୍ତର ୨୪ ପ୍ରଗଣା ମୀନାକ୍ଷୀଠାରେ ୫୫ ବର୍ଷୀୟା ମହିଳାଙ୍କ ଉପରେ ଗଛ ପଡ଼ିବା ଯୋଗୁ ପ୍ରାଣ ହରାଇଛନ୍ତି । ସେହିପରି ହାଓ୍ୱଡାରେ ଜଣେ ୧୩ ବର୍ଷୀୟ ଝିଅ ଦେହରେ ଉଡ଼ନ୍ତା ଟିଣ ମାଡ଼ ହେବାରୁ ତାଙ୍କର ପ୍ରାଣ ଯାଇଛ । ଅନ୍ୟ ୨ ମୃତକଙ୍କ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ ।
West Bengal: Streets in Kolkata waterlogged, trees uprooted and houses damaged due to strong winds and heavy rain as #Amphan crossed West Bengal-Bangladesh coast between Digha (West Bengal) and Hatiya Islands (Bangladesh) across Sunderbans, between 1530 and 1730 hrs today. pic.twitter.com/obYlwiW9TO
— ANI (@ANI) May 20, 2020
ଘୂର୍ଣ୍ଣିବଳୟ ‘ଆମ୍ଫାନ’ର ଲ୍ୟାଣ୍ଡଫଲ୍
ବୁଧବାର ସନ୍ଧ୍ୟାରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ଏନଡିଆରଏଫ୍ ଡିଜି ଏସ୍.ଏନ୍ ପ୍ରଧାନ କହିଛନ୍ତି ଯେ ବଙ୍ଗଳାରେ ସୁପର ସାଇକ୍ଲୋନ୍ ଆମ୍ଫାନର ଅବତରଣ ଆରମ୍ଭ ହୋଇଛି। ପରବର୍ତ୍ତୀ କିଛି ଘଣ୍ଟା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, କାରଣ ଅବତରଣ ପ୍ରକ୍ରିୟା ପ୍ରାୟ ଚାରି ଘଣ୍ଟା ଚାଲିବ | ଆମେ ପୂରା ପରିସ୍ଥିତି ଉପରେ ନଜର ରଖିଛୁ | ସେ କହିଛନ୍ତି ଯେ ଅବତରଣ ପରେ ଆମର କାମ ଆରମ୍ଭ ହୁଏ।
NDRF ଡିଜି ଏସ୍ଏନ୍ ପ୍ରଧାନ କହିଛନ୍ତି ଯେ ଆମେ ପଶ୍ଚିମବଙ୍ଗ ଏବଂ ଓଡିଶାର ଉଭୟ ରାଜ୍ୟ ଉପରେ ନଜର ରଖିଛୁ। ଓଡିଶାରେ ୨୦ଟି ଟିମ୍ ଏବଂ ପଶ୍ଚିମବଙ୍ଗରେ ୧୯ଟି ଟିମ୍ ଅଛନ୍ତି। ଏନଡିଆରଏଫ୍ର ଡିଜି କହିଛନ୍ତି ଯେ, ସମସ୍ତ ଦଳର ଉପଗ୍ରହ ଯୋଗାଯୋଗ ବ୍ୟବସ୍ଥା ଅଛି। ଆମ ପାଖରେ ଅତ୍ୟାଧୁନିକ ଗଛ କାଟିବା ଏବଂ ସ୍ତମ୍ଭ ଅମଳ ଉପକରଣ ଅଛି | ଉଭୟ ରାଜ୍ୟରେ ୪୧ ଟି ଟିମ୍ ନିୟୋଜିତ ଅଛନ୍ତି | ବଙ୍ଗଳାରେ ଦୁଇଟି ଦଳ ଷ୍ଟାଣ୍ଡରେ ରଖାଯାଇଛି, ଯେଉଁଥିରୁ ବର୍ତ୍ତମାନ ଗୋଟିଏ ଦଳ କୋଲକାତାରେ ନିୟୋଜିତ ଅଛନ୍ତି।
୧୦୬ କିଲୋମିଟର ବେଗରେ ପବନ
ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ, ସୁପର ସାଇକ୍ଲୋନନ୍ ଅମ୍ଫାନ ପଶ୍ଚିମବଙ୍ଗର ସନ୍ଦରବନ ନିକଟକୁ ଆସୁଛି। ବାତ୍ୟା ଯୋଗୁଁ ଓଡିଶାରେ ଘଣ୍ଟା ପ୍ରତି ୧୦୬ କିଲୋମିଟର ବେଗରେ ପବନ ବହିବ। ଆଜି ସନ୍ଧ୍ୟା ସୁଦ୍ଧା ସୁପର ସାଇକ୍ଲୋନ କୋଲକାତାରେ ପହଞ୍ଚିବ ବୋଲି ଆଶା କରାଯାଉଛି। ସେ କହିଛନ୍ତି ଯେ, ଆମର ଆକଳନ ଅନୁଯାୟୀ କୋଲକାତାରେ ପହଞ୍ଚିବା ବେଳକୁ ଘୂର୍ଣ୍ଣିବଳୟର ବେଗ ଘଣ୍ଟା ପ୍ରତି ୧୧୦ କିଲୋମିଟର ହେବ। ଘୂର୍ଣ୍ଣିବଳୟ ଅମ୍ଫାନ ସୁନ୍ଦରବନ ଠାରୁ ପଶ୍ଚିମବଙ୍ଗ-ବାଂଲାଦେଶର ଉପକୂଳବର୍ତ୍ତୀ ଅଞ୍ଚଳ ଯଥା ଦୀଘା (ପଶ୍ଚିମବଙ୍ଗ) ଏବଂ ହାତିୟା ଦ୍ୱୀପପୁଞ୍ଜ (ବାଂଲାଦେଶ) ଦେଇ ଯିବ।
ଆକାଶରୁ ଖସିଲା ‘କରୋନା’: ଲୋକେ ଆତଙ୍କିତ
ମେକ୍ସିକୋ: ଆକାଶରୁ ଖସୁଛି ‘କରୋନା’ । ଆମେ ଯେଉଁ କରୋନା କଥା କହୁଛୁ ସେ ଭୟଙ୍କର ଭୂତାଣୁ କରୋନା ନୁହଁ । କରୋନା ଭୂତାଣୁ ଭଳି ଦେଖାଯାଉଥିବା କୁଆପଥର । ମେକ୍ସିକୋରେ ଦେଖିବାକୁ ମିଳିଛି ଏଭଳ ଦୃଶ୍ୟ । ମେକ୍ସିକୋର ନ୍ୟୁ ଲିଓନି ପ୍ରଦେଶରେ ହୋଇଛି କୁଆପଥର ବର୍ଷା ଯାହାର ଆକର କରୋନା ଭୂତାଣୁ ସଦୃଶ୍ୟ । ଯାହାକୁ ଦେଖି ଲୋକେ ଭୟଭୀତ ହୋଇଛନ୍ତି । କିଛି ଲୋକ ଏହାକୁ ସୋସିଆଲ୍ ମିଡିଆରେ ସେୟାର କରିଛନ୍ତି ।

ଲୋକେ ଏହାକୁ ଇଶ୍ୱରଙ୍କ ପ୍ରକୋପ ବୋଲି ମଧ୍ୟ ମଣିଛନ୍ତି । ଏଭଳି କୁଆପଥର ବର୍ଷା କେବେଳ ମେକ୍ସିକୋରେ ହୋଇନାହିଁ । ଜଣେ ଇଣ୍ଟରନେଟ୍ ବ୍ୟବହାରକାରୀ ସାଉଦି ଆରବରେ ମଧ୍ୟ ଏଭଳି କରୋନା ଆକାରର କୁଆପଥର ବର୍ଷା ହୋଇଥିବା ସୂଚନା ଦେଇଛନ୍ତି । ଏଭଳି କୁଆପଥର ବର୍ଷା ହେବ ସାଧାରଣ କଥା ।

ଏଭଳି ଘଟଣା ନେଇ ପାଣିପାଗ ବିଶେଷଜ୍ଞ କହିବା ହେଲା ଯେ ବହୁ ସମୟରେ ଅଧିକ ପରିମାଣର କୁଆପଥର ବର୍ଷା ହେବା ଯୋଗୁ ପରସ୍ପର ମଧ୍ୟରେ ଧକ୍କା ହୋଇ ସେମାନଙ୍କ ଆକାର ଭିନ୍ନ ଭିନ୍ନ ରହିଥାଏ । ବେଳେ ପରସ୍ପର ସହିତ ଯୋଡ଼ି ହୋଇ ମଧ୍ୟ ରହିଥାନ୍ତି । ଏଣୁ ସଂଯୋଗବଶତ ସେମାନଙ୍କ ଆକାର ଏଭଳି ରହିଛି ।
https://twitter.com/A_l_i_n_a__/status/1260615435206053888
କିନ୍ତୁ ମେକ୍ସକୋରେ ଲୋକେ ଆତଙ୍କିତ ହୋଇ ରହିଛନ୍ତି । ଏଠାରେ ମୋଟ ୫୪ ହଜାର ୩୪୬ ମାମଲା ସାମ୍ନାକୁ ଆସିଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ୨ ହଜାର ୭୧୩ ନୂଆ ମାମଲା ସାମ୍ନାକୁ ଆସିଛି । ଏହା ଗୋଟିଏ ଦିନର ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ସଂଖ୍ୟା ମଧ୍ୟରେ ସର୍ବାଧିକ ।













