spot_img
Home Blog Page 7227

ଫାଟିଲା ଟିଭି, ମହିଳା ମୃତ, ସ୍ୱାମୀ ଓ ଶିଶୁ ଗୁରୁତର

ସୁନ୍ଦରଗଡ଼: ସୁନ୍ଦରଗଡ଼ ଲହଣ୍ଡାବୁଡ଼ରେ ଅଭାବନୀୟ ଘଟଣା । ଟେଲିଭିଜନ ଫାଟି ମହିଳା ମୃତ, ସ୍ୱାମୀ ଓ ଶିଶୁ ଗୁରୁତର । ଗତକାଲି ରାତି ୯ଟା ୩୦ ବେଳେ ଘଟିଛି ଏଭଳି ଅଘଟଣ । ଟିଭି ଦେଖୁଥିବା ବେଳେ ସର୍ଟସର୍କିଟ ପରେ ବିସ୍ଫୋରଣ ହୋଇଥିଲା ।

ଫଳରେ ବବି ନାଏକଙ୍କ ମୃତ୍ୟୁ ହୋଇଥିବା ବେଳେ, ତାଙ୍କ ସ୍ୱାମୀ ଡିଲେଶ୍ୱର ନାଏକ ଏବଂ ୬ ମାସର ଶିଶୁ କନ୍ୟା ଗୁରୁତର ଅଛନ୍ତି । ପଡୋଶୀଙ୍କ ଠାରୁ ସୂଚନା ପାଇ ଅଗ୍ନିଶମ ଏବଂ ପୋଲିସ ଅଧିକାରୀ ସମସ୍ତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ ହୋଇଥିଲା ।

ବିବାହ ବନ୍ଧନରେ ବାନ୍ଧି ହେଉଛନ୍ତି ରିଚା ଓ ଫଜଲ

ମୁମ୍ବାଇ: ଅଭିନେତ୍ରୀ ରିଚା ଚଢ଼ା ଓ ଅଭିନେତା ଅଲ୍ଲୀ ଫଜଲ ଖୁବ୍ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବେ ବୋଲି ବଲିଉଡ ଇଣ୍ଡଷ୍ଟ୍ରିରେ ଚର୍ଚ୍ଚା ଜୋର ଧରିଛି । ବଲିଉଡରେ ଅନେକ କଳାକାର ମାନଙ୍କ ବିବାହକୁ ନେଇ ଚର୍ଚ୍ଚା ଜାରି ରହିଥିବା ବେଳେ ଏବେ ଆଉ ଜଣେ କଳାକାର ଯୋଡ଼ିଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି । ଦୁହେଁ ଦିଲ୍ଲୀରେ ଅଦାଲତରେ ବିବାହ କରିବା ସହ ଅପ୍ରେଲ ୧୫ରେ ବିବାହ ଭ‌ୋଜି ଦେବେ। ବିବାହ ଭୋଜିରେ କେବଳ ପରିବାର ଓ ଏବଂ କିଛି ସମ୍ପର୍କୀୟ ସାମିଲ ହେବ ବୋଲି ସୂଚନା ମିଳିଛି ।

Image result for richa and fasal will married soon

ମିଳିଥିବା ସୂଚନା ମୁତାବକ, ବିବାହ ପରେ ଦୁହେଁ ୩ଟି ସହରରେ ବିବାହ ଭୋଜି ରଖିବେ। ଦିଲ୍ଲୀ, ଲକ୍ଷ୍ନୌ ସମେତ ମୁମ୍ବାଇରେ ମଧ୍ୟ ଦୁହେଁ ବିବାହ ଭୋଜି ଦେବେ । ଦୁହିଁଙ୍କ ପରିବାର ଲୋକେ ଦିଲ୍ଲୀ ଏବଂ ଲକ୍ଷ୍ନୌରେ ରହୁଥିବାରୁ ଏହି ଦୁଇ ସହରରେ ବିବାହ ଭୋଜି ହେବ ଶୁଣିବାକୁ ମିଳୁଛି । ଏହା ପରେ ବଲିଉଡ୍ ପାଇଁ ଦୁହେଁ ମୁମ୍ବାଇରେ ଭୋଜି ରଖିବେ ଯୋଜନା କରିଛନ୍ତି । ଦୁହେଁ ୨୦୧୫ରୁ ପରସ୍ପରକୁ ଡେଟ୍ କରୁଥିବା ବେଳେ ବିବାହକୁ ନେଇ ହେଉଥିବା ଚର୍ଚ୍ଚା ଉପରେ ଦୁହିଁଙ୍କ ପକ୍ଷରୁ କୌଣସି ସ୍ପଷ୍ଟିକରଣ ମିଳିପାରି ନାହିଁ ।

ସୁନ୍ଦରଗଡ଼: ବିଦ୍ୟୁତ ଆଘାତରେ ସ୍ତ୍ରୀ ମୃତ, ସ୍ୱାମୀ ଓ ୬ ମାସର ଶିଶୁ ଗୁରୁତର । ଧାରୁଆଡ଼ିହି ଥାନା ଲହଣ୍ଡାବୁଡ଼ ଗାଁରେ ଅଘଟଣ । ପରିବାର ଘରେ ବସି ଟିଭି ଦେଖୁଥିବା ବେଳେ ସର୍ଟ ସର୍କିଟରେ ଟିଭି ବିସ୍ଫୋରଣ । ୨ ଗୁରୁତର ସ୍ଥାନୀୟ ମେଡିକାଲରେ ଭର୍ତ୍ତି ।

ସୁନ୍ଦରଗଡ଼: ବିଦ୍ୟୁତ ଆଘାତରେ ସ୍ତ୍ରୀ ମୃତ, ସ୍ୱାମୀ ଓ ୬ ମାସର ଶିଶୁ ଗୁରୁତର । ଧାରୁଆଡ଼ିହି ଥାନା ଲହଣ୍ଡାବୁଡ଼ ଗାଁରେ ଅଘଟଣ । ପରିବାର ଘରେ ବସି ଟିଭି ଦେଖୁଥିବା ବେଳେ ସର୍ଟ ସର୍କିଟରେ ଟିଭି ବିସ୍ଫୋରଣ । ୨ ଗୁରୁତର ସ୍ଥାନୀୟ ମେଡିକାଲରେ ଭର୍ତ୍ତି ।

ଅନନ୍ତନାଗରେ ଗୁଳିବିନିମୟ, ୨ ଲସ୍କର ଆତଙ୍କବାଦୀ ନିହତ

0

ଜମ୍ମୁ ଓ କଶ୍ମୀର: ଶୁକ୍ରବାର ବିଳମ୍ବିତ ରାତିରେ ଅନନ୍ତନାଗର ବିଜବେହରା ଅଞ୍ଚଳରେ ଗୁଳିବିନିମୟ ହୋଇଛି । ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟରେ ୨ ଜଣ ଲସ୍କର ଆତଙ୍କବାଦୀ ନିହତ ହୋଇଛନ୍ତି । ଜମ୍ମୁ ଓ କଶ୍ମୀର ପୋଲିସର ସୂଚନା ଅନୁସାରେ, ସର୍ଚ୍ଚ ଅପରେସନ୍ ବେଳେ ଲସ୍କର ଏ ତୋଏବାର ୨ ଆତଙ୍କୀକୁ ନିହତ କରାଯାଇଛି ।ନିହତ ଆତଙ୍କୀଙ୍କ ଠାରୁ ଅସ୍ତ୍ରଶସ୍ତ୍ର ସହ ଗୁଳିଗୋଳା ଜବତ କରାଯାଇଛି । ଦକ୍ଷିଣ କଶ୍ମୀରର ଅନନ୍ତନାଗ ବିଜବେହରାର ଗୁଡବାବା ସଂଗମରେ ଆତଙ୍କବାଦୀ ଥିବା ଖବର ପାଇଁ ଅଞ୍ଚଳକୁ ଘେରି ଯାଇଥିଲେ ସୁରକ୍ଷାକର୍ମୀ । ଗୁଳିବିନିମୟରେ ୨ ଆତଙ୍କୀ ନିହତ ହୋଇଛନ୍ତି ।

ମହାଦୀପ ଉଠିବା ସମୟର ଦୃଶ୍ୟ ଅତ୍ୟନ୍ତ ଭାବପୂର୍ଣ୍ଣ : ମୁଖ୍ୟମନ୍ତ୍ରୀ

0

ଭୁବନେଶ୍ୱର: ନିର୍ଦ୍ଧାରିତ ସମୟ ପୂର୍ବରୁ ଉଠିଲା ଲିଙ୍ଗରାଜ ମନ୍ଦିରରେ ମହାଦୀପ । ରାତି ୯ଟା ୪୮ ରେ ମହାଦୀପ ଉଠିବା କାର୍ଯ୍ୟ ସଂପର୍ଣ୍ଣ ହୋଇଛି । ପୂର୍ବରୁ ରାତି ୧୦ରେ ମହାଦୀପ ଉଠିବା ପାଇଁ ସମୟ ଧାର୍ଯ୍ୟ ହୋଇଥିଲା ।

ନୀତିକାନ୍ତି ଅନୁଯାଇ ସମସ୍ତ ସେବାୟତ ମହାଦେବଙ୍କ ଶିବରାତ୍ରୀ ପୂଜାବିଦ୍ଧି ସମ୍ପନ୍ନ କରିଛନ୍ତି । ମହାଦୀପ ଉଠିବା ପରେ ଉପବାସ ଭାଙ୍ଗିଛନ୍ତି ଶ୍ରଦ୍ଧାଳୁ । ସେପଟେ ଲିଙ୍ଗରାଜ ମନ୍ଦିରରେ ମହାଦୀପ ଉଠିବା ସମୟରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା ।

ଏଭଳି ଶାନ୍ତ ଓ ଭବ୍ୟ ଦୃଶ୍ୟ ଅତ୍ୟନ୍ତ ଭାବପୂର୍ଣ୍ଣ ବୋଲି ଟୁଇଟ୍‌ କରି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିସହ ମନ୍ଦିରର କିଛି ଫଟୋ ମଧ୍ୟ ଟୁଇଟ୍‌ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଟ୍ରକ୍‌ ଓ ମେକ୍ସି ପିକଅପ ମୁହାମୁହିଁ ଧକ୍କା, ୩ ମୃତ ୭ ଗୁରୁତର

0

ସୁବର୍ଣ୍ଣପୁର: ମେଟାକାନି ରାସ୍ତାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଗୁରୁତର ଆହତ ହୋଇଛନ୍ତି । ଟାଟା ପିକଅପ ଓ ଟ୍ରକ୍‌ ମଧ୍ୟରେ ହୋଇଛି ମୁହାଁ ମୁହିଁ ଧକ୍କା ।

ସୂଚନା ଅନୁଯାୟୀ, ସମ୍ବଲପୁର-ସୋନପୁର ରାଜ୍ୟ ରାଜପଥର ମେଟାକାନି ଛକରେ ଏକ ଟ୍ରକ୍‌ ଓ ମେକ୍ସି ପିକଅପ ମୁହାମୁହିଁ ଧକ୍କା ହୋଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ତିନିଜଣଙ୍କର ମୃତ୍ୟୁ ହୋଇଛି । ଉଲୁଣ୍ଡା ପୋଲିସ ଘଟଣାସ୍ଥଳକୁ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ ଜାରୀ ରଖିଛି । ଏଯାଏଁ ମୃତକମାନଙ୍କ ପରିଚୟ ଜଣା ପଡିନଥିବା ବେଳେ ଗୁରୁତର ଆହତ ମାନଙ୍କୁ ସୁବର୍ଣ୍ଣପୁର ମୁଖ୍ୟ ଚିକିତ୍ସାଳୟକୁ ଆମ୍ବୁଲାନ୍ସ ଯୋଗେ ପଠାଇବାର ବ୍ୟବସ୍ଥା କରୁଛି  ।

ରେଳମନ୍ତ୍ରୀ ପିୟୁଷ ଗୋଏଲଙ୍କ ସୂଚନା, ୩୦ ଥର ଉଠବସ୍ ହେଲେ ମିଳିବ ପ୍ଲାଟଫର୍ମ ଟିକେଟ୍

ନୂଆଦିଲ୍ଲୀ : ରେଳମନ୍ତ୍ରୀ ପିୟୁଷ ଗୋଏଲ୍ ଆଜି ଟ୍ୱିଟର ମାଧ୍ୟମରେ ଏକ ବଡ଼ ସୂଚନା ଦେଇଛନ୍ତି । ଏଣିକି ମାଗଣା ମିଳିବ ପ୍ରାଟଫର୍ମ ଟିକେଟ୍ । ଯଦି ଆପଣଙ୍କ ପାଖରେ ପ୍ଲାଟଫର୍ମ ଟିକେଟ୍ କରିବାକୁ ଟଙ୍କା ନାହିଁ ତେବେ ଚିନ୍ତା କରନ୍ତୁନି କାରଣ କେନ୍ଦ୍ର ସରକାର ମାଗଣାରେ ଏହାକୁ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ମାତ୍ର ପ୍ରତିବଦଳରେ ଆପଣଙ୍କୁ ମଧ୍ୟ ସୁସ୍ଥ ରହିବାର ପ୍ରତିଶୃତି ସହ  ବ୍ୟାୟାମ କରିବାକୁ ପଡ଼ିବ । ସୁସ୍ଥ ଭାରତକୁ ପ୍ରୋତ୍ସାହିତ କରିବା ପାଇଁ ଭାରତୀୟ ରେଳବାଇ ପକ୍ଷରୁ ଏକ ଅଭିନବ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ।

ଦିଲ୍ଲୀର ଆନନ୍ଦ ବିହାର ରେଳ ଷ୍ଟେସନରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ଅର୍ଥାତ୍ ସେଠାରେ ଲାଗିଥିବା ସ୍କୁଆଟ୍ କିଓସ୍କରେ ଆପଣ ୩୦ ଥର ଉଠବସ୍ ହେଲେ ହିଁ ଆପଣଙ୍କୁ ଗୋଟିଏ ପ୍ଲାଟଫର୍ମ ଟିକେଟ୍ ମାଗଣାରେ ମିଳିପାରିବ । ଧିରେ ଧିରେ ଏହାକୁ ଦେଶର ଅନ୍ୟାନ୍ୟ ସ୍ଥାନରେ ଲଗାଇବାକୁ ବ୍ୟବସ୍ଥା କରାଯାଉଛି ।

 

ଭୁବନେଶ୍ୱର ଏମ୍ସର ନିର୍ଦ୍ଦେଶନାମା ବିରୋଧରେ କେନ୍ଦ୍ରକୁ ଅବଗତ କରାଇବ ବିଜେଡି

ଭୁବନେଶ୍ୱର: ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ପ୍ରତିଷ୍ଠାନ ବା ଏମ୍ସର ହିନ୍ଦୀ ଭାଷା ପ୍ରେମକୁ ନେଇ ଖପ୍ପା ବିଜୁ ଜନତା ଦଳର ନେତା । ସିଧା ସିଧା ଏମ୍ସର ନିର୍ଦ୍ଦେଶାବଳୀକୁ ବିରୋଧ କରିଛି ବିଜେଡି । ଦଳର ବରିଷ୍ଠ ନେତା ତଥା ସାଂସଦ ପିନାକୀ ମିଶ୍ର ଏମ୍ସର କାର୍ଯ୍ୟଶୈଳୀକୁ ନେଇ ପ୍ରଶ୍ନ କରିବା ସହ ବହୁ ଗୁରୁତ୍ୱପୂର୍ଣ୍ଣ କଥା ଉଲ୍ଲେଖ କରିଛନ୍ତି ।

କହିଛନ୍ତି, ଭାଷା ଭିତ୍ତିରେ ଓଡ଼ିଶା ରାଜ୍ୟର ଗଠନ ହୋଇଥିଲା । ଆମେ କାହାକୁ ଆମର ମାତୃଭାଷାକୁ କୋଣଠେସା କରିବାକୁ ଦେବୁନାହିଁ । ବିଶେଷକରି ଯେଉଁସଂସ୍ଥା ଓ ଅନୁଷ୍ଠାନ ଓଡ଼ିଶାରେ କାର୍ଯ୍ୟକରୁଛନ୍ତି ସେମାନଙ୍କୁ ତ ଆଦୌ ଏଭଳି କରିବାକୁ ଦିଆଯିବ ନାହିଁ । ହିନ୍ଦୀ ବଦଳରେ ଓଡ଼ିଆ ବ୍ୟବହାର କରିବାକୁ ସେ ଦାବି କରିଛନ୍ତି କାରଣ ଏହା ଲୋକଙ୍କୁ ଏବଂ ଏମ୍ସରେ ରୋଗୀଙ୍କୁ ବୁଝିବାରେ ଓ କାର୍ଯ୍ୟ କରିବାରେ ସହଜ ହେବ । ତେବେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟକୁ ଏ ସଂପର୍କରେ ଅବଗତ କରାଯାଇ ବିଜେଡି ତାର ବିରୋଧ ଜାରି ରଖିବ ଏବଂ ନିର୍ଦ୍ଦେଶାବଳୀ ପରିବର୍ତ୍ତନ କରିବାକୁ ପଦକ୍ଷେପ ନେବ  ।

ଗତ ୨୦ ତାରିଖରେ ଭୁବନେଶ୍ୱର ଏମ୍ସ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି କରାଯାଇଥିଲା । ଏଥିରେ ନିର୍ଦ୍ଦେଶ ରହିଥିଲା ଯେ, ଏମ୍ସର ସମସ୍ତ ଫ୍ୟାକଲ୍ଟି ଓ ଷ୍ଟାଫ୍ ହିନ୍ଦୀ ଭାଷାରେ କାର୍ଯ୍ୟ କରିବେ । ସମସ୍ତ କର୍ମଚାରୀ ହିନ୍ଦୀରେ ଦସ୍ତଖତ କରିବା ବାଧ୍ୟତାମୂଳକ । ସବୁ ଫାଇଲରେ ହିନ୍ଦୀରେ ବିଷୟ ଲେଖିବା, ରେଜିଷ୍ଟରରେ ନାଁ ଓ ସବ୍ ହେଡିଂ ହିନ୍ଦୀରେ ଲେଖିବା, ନୋଟିଂ ଓ ଡ୍ରାଫ୍ଟିଂ ଅନ୍ତତଃ ପକ୍ଷେ ୩୦ ପ୍ରତିଶତ ହିନ୍ଦୀରେ କରିବା, ସମସ୍ତ ଚିଠିର ଉତ୍ତର ହିନ୍ଦୀରେ ଦେବା ପ୍ରଭୁତି ନିର୍ଦ୍ଦେଶ ଜାରି କରାଯାଇଥିଲା । ଏହାକୁ ବିଜେଡି ବିରୋଧ କରିବା ସହ ସାଂସଦ ପିନାକୀ ମିଶ୍ର ଆପତ୍ତି ପ୍ରକାଶ କରି କେନ୍ଦ୍ର ସରକାରଙ୍କୁ ଅବଗତ କରାଇବେ ବୋଲି କହିଛନ୍ତି ।