spot_img
Home Blog Page 7237

ଦିଲ୍ଲୀରେ ଆତଙ୍କ: ପିଜ୍ଜା ଡେଲିଭରି ବୟ କରୋନା ପଜିଟିଭ, ୭୨ଟି ଘର ସିଲ୍

ନୂଆଦିଲ୍ଲୀ: କରୋନା ଯୋଗୁଁ ଲକଡାଉନ୍ ବୃଦ୍ଧି କରାଯାଇଛି। ତେବେ ନୂଆ ଗାଇଡ୍ ଲାଇନ୍ ଅନୁସାରେ ଖାଦ୍ୟ ପାଇଁ ରିହାତି ଦିଆଯାଇଛି  । ନିକଟରେ ଏକ ଖବର ସାମ୍ନାକୁ ଆସିଛି  । ତେବେ ରିପୋର୍ଟ ଅନୁସାରେ ଦିଲ୍ଲୀରେ ଜଣେ ପିଜ୍ଜା ଡେଲିଭରି ବୟ କରୋନା ସଂକ୍ରମିତ ହୋଇଛନ୍ତି । ଏହି ଡେଲିଭରି ଯୁବକ ଡ୍ୟୁଟିରେ ଥିଲା ଏବଂ ଗତ ସପ୍ତାହ ପର୍ଯ୍ୟନ୍ତ ପିଜ୍ଜା ଡେଲିଭର କରିଥିଲେ । ତାଙ୍କର କିଛି ଲକ୍ଷଣ ଦେଖାଯାଇନଥିଲା । ସେ ଡାଏଲିସିସ୍ ପାଇଁ ଏକ ଡାକ୍ତରଖାନା ଯାଇଥିଲେ। ସେଠାରେ ଟେଷ୍ଟ ପରେ ତାଙ୍କର ରିପୋର୍ଟ ପଜିଟିଭ ଆସିଛି ଓ ସେ କରୋନା ସଂକ୍ରମିତ ଜଣାପଡିଛି ।  ଏବେ ତାଙ୍କୁ ଆରଏମ୍‌ଏଲ ହସପିଟାଲରେ ଭର୍ତ୍ତି କରାଯାଇଛି।

ରିପୋର୍ଟ ପଜିଟିଭ୍‌ ଆସିବା ପରେ ଯୁବକଙ୍କ ସଂସ୍ପର୍ଶରେ ଆସିଥିବା ୭୨ ପରିବାର ଓ ୨୦ରୁ ଅଧିକ ସହକର୍ମୀଙ୍କୁ ହୋମ କ୍ବାରେଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ପିଜ୍ଜା ଡେଲିଭରି ବୟଙ୍କ ରିପୋର୍ଟ ପଜିଟିଭ୍‌ ଆସିବା ପରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଏହାପରେ ଅର୍ଡର ଡିଟେଲ୍‌ସ ବାହାର କରାଯାଇଥିଲା। ଦକ୍ଷିଣ ଦିଲ୍ଲୀର ହଜ୍‌ ଖାସ, ମାଲବ୍ୟ ନଗର ଓ ସାବିତ୍ରୀ ନଗରର ୭୨ଟି ପରିବାରର ଲୋକଙ୍କୁ କ୍ବାରେଣ୍ଟାଇନ୍‌ରେ ରଖାଯାଇଛି। ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖାଯାଇଛି। କୈାଣସି ବ୍ୟକ୍ତିଙ୍କଠାରେ କରୋନା ଲକ୍ଷଣ ଦେଖାଦେଲେ ଟେଷ୍ଟ କରାଯିବ। ଏଥିସହ ୨୦ରୁ ଅଧିକ ସହକର୍ମୀଙ୍କୁ ଛତରପୁରରେ କ୍ବାରେଣ୍ଟାଇନ୍‌ରେ ରଖାଯାଇଛି। ଡେଲିଭରି ବୟଙ୍କର କୈାଣସି ଟ୍ରାଭେଲ୍‌ ହିଷ୍ଟ୍ରି ନଥିବାରୁ ସେ ପିଜ୍ଜା ଡେଲିଭରି କରିବା ସମୟରେ ହିଁ ସଂକ୍ରମିତ ହୋଇଥିବା ସନ୍ଦେହ କରାଯାଉଛି। ଦିଲ୍ଲୀରେ ଏବେ କରୋନା ସ୍ଥିତି ସଂଗୀନ ରହିଛି। ୧୫ଶହରୁ ଅଧିକ ସଂକ୍ରମିତ ହୋଇଛନ୍ତି।

 

କଣ ପାଇଁ ରାଗିଛନ୍ତି ସଲମାନ ? କଣ ଲାଗି କହିଲେ କିଛି ଜୋକରଙ୍କ ପାଇଁ….

ମୁମ୍ବାଇ: କରୋନା ମହାମାରୀକୁ ନେଇ ଚିନ୍ତାରେ ଦେଶ । ଦିନ ଗଡ଼ିବା ସହ ସମସ୍ତଙ୍କୁ ସଚେତନ ରହିବାକୁ କୁହାଯାଉଛି । ଏନେଇ ବଲିଉଡ଼ ମଧ୍ୟ ଅଣ୍ଟା ଭିଡ଼ିଛି । ବଲିଉଡ଼ ସେଲିବ୍ରିଟିମାନେ ଲୋକଙ୍କୁ ସଚେତନ କରିବାକୁ ଗୋଟେ ପରେ ଗୋଟେ ଭିଡ଼ିଓ ସେୟାର କରୁଛନ୍ତି । ଏଥିରେ ତତ୍ପର ହୋଇପଡ଼ିଛନ୍ତି ବଲିଉଡ଼ ଭାଇଜାନ ସଲମାନ ଖାନ୍ । ଲୋକଙ୍କୁ ନିୟମ ଉଲଂଘନ ନକିରବାକୁ ଅନୁରୋଧ କରିଛନ୍ତି ।

ସୂଚନା ଅନୁସାରେ ସଲମାନ ଖାନ ନିଜ ପନବେଲ ଫାର୍ମ ହାଉସକୁ ପରିବାର ସହ ଛୁଟି କାଟିବାକୁ ଯାଇଥିଲେ ଏବଂ ଲକଡାଉନ୍ ପରେ ସେ ସେଠାରେ ହିଁ ରହିଯାଇଛନ୍ତି । ସେଠାରେ ରହି ଭାଇଜାନ ଲୋକଙ୍କୁ ସଚେତନ କରିବାକୁ ଗୋଟେ ପରେ ଗୋଟେ  ଭିଡ଼ିଓ ସେୟାର କରୁଛନ୍ତି । ସେ ଲୋକଙ୍କୁ ସରକାରଙ୍କ ନିୟମ ମାନିବାକୁ ଅନୁରୋଧ କରିଛନ୍ତି । ଏହାସହ ନିୟମ ଉଲଂଘନକରୀଙ୍କୁ ଏବଂ ପୋଲିସ ଓ ଡାକ୍ତରଙ୍କୁ ଆକ୍ରମଣ କରୁଥିବା ଲୋକଙ୍କ ଉପରେ ଖୁବ୍ ରାଗିଛନ୍ତି ।

https://www.facebook.com/nandighoshatv/videos/1507308016113394/

ଦୁଇ ଦିନ ପାଇଁ ଛୁଟି କଟାଇବାକୁ ଯାଇଥିଲେ ଏବେ ସେଠାରେ ହିଁ ଛୁଟି ହେଇଗଲା 

ସଲମାନ ଖାନ୍ ତାଙ୍କ ପ୍ରଶଂସକମାନଙ୍କୁ ସାମାଜିକ ଦୂରତା ପାଇଁ କହିଛନ୍ତି । ଏହାସହ ସେ ନିଜେ ଆଇସୋଲେସନରେ ମଧ୍ୟ ରହିଛନ୍ତି । ତେବେ କିଛି ଲୋକ ଅଛନ୍ତି ଯେଉଁମାନେ ଏଭଳି ପରିସ୍ଥିତିକୁ ଗମ୍ଭୀରତାର ସହ ନେଉନାହାଁନ୍ତି ଏବଂ ସଲମାନ ଖାନ ସେମାନଙ୍କ ଉପରେ ଖୁବ ରାଗିଛନ୍ତି । ତେବେ ସଲମାନ ଖାନ ତାଙ୍କ ଫାର୍ମହାଉସରୁ ଏକ ଭିଡିଓ ପୋଷ୍ଟ କରିଛନ୍ତି । ଭିଡିଓ ଆରମ୍ଭରେ ସଲମାନ କହିଛନ୍ତି ଯେ ଜୀବନର ‘ବିଗ୍ ବସ୍’ ଆରମ୍ଭ ହୋଇଯଇଛି । ଏବଂ ସେ ତାଙ୍କ ପରିସ୍ଥିତି ସହ ମଧ୍ୟ ଅବଗତ କରାଇଛନ୍ତି, ସେ କହିଥିଲେ ଯେ ସେ ୨ଦିନ ଛୁଟି ପାଇଁ ଆସିଥିଲେ କିନ୍ତୁ ସେଠାରେ ହିଁ ଛୁଟି ହୋଇଗଲା ।

ଯେଉଁମାନେ ନିୟମ ଭାଙ୍ଗୁଛନ୍ତି ସେମାନେ ଜୋକର

ଏଥିରେ ସେ କହିଛନ୍ତି, ‘କିଛି ଜୋକରଙ୍କ ପାଇଁ ଏହି ରୋଗ ବ୍ୟାପିଛି, ଏବଂ କିଛି ଜୋକରଙ୍କ କାରଣରୁ ପୂରା ଭାରତ ଘରେ ଅଛି।’ ସେ ଏହା ମଧ୍ୟ କହିଛନ୍ତି ଯେ ଏପରି କାର୍ଯ୍ୟ କରନ୍ତୁ ନାହିଁ ଯାହାକୁ ନିୟନ୍ତ୍ରଣ କରିବାକୁ ମିଲିଟ୍ରି ଡ଼ାକିବାକୁ ପଡ଼ିବ । ଏହାସହ ସେ କହିଛନ୍ତି ଏବେ ଆମ ପଖରେ ୨ଟି ରାସ୍ତା, ପ୍ରଥମଟି ହେଲା ଆମେ ସମେସ୍ତେ ରହିବା ଏବଂ ଅନ୍ୟଟି ହେଲା ଆମେ କେହି ରହିବାନି ।

ପ୍ଲାଜ୍ମା ଥେରାପି ଦ୍ୱାରା ଭାରତରେ ଆରମ୍ଭ ହେବ ସ୍ୱତନ୍ତ୍ର ଚିକିତ୍ସା…

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ ସଂକ୍ରମିତ ରୋଗୀମାନଙ୍କୁ ପ୍ଲାଜମା ଥେରାପି ଦିଆଯାଇ ଚିକିତ୍ସା ଆରମ୍ଭ ହେବ। ପ୍ଲାଜମା ଥେରାପିରେ କରୋନା ସଂକ୍ରମିତ ଠିକ୍ ହୋଇଥିବା ଲୋକଙ୍କ ରକ୍ତରୁ ପ୍ଲାଜମା ନେଇ କରୋନା ପଜିଟିଭ ଲୋକଙ୍କ ଚିକିତ୍ସା ହୋଇପାରିବ । ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର) ଏହି ପ୍ଲାଜ୍ମା ଟେକ୍ନୋଲୋଜିର ପରୀକ୍ଷାକୁ ଅନୁମତି ଦେଇସାରିଛି । ପ୍ଲାଜ୍ମା ଥେରାପିରେ, କରୋନା ଭାଇରସ୍ ସଂକ୍ରମିତ ଲୋକଙ୍କ ମଧ୍ୟରୁ ୮୦୦ ଲୋକେ ସଂପୂର୍ଣ୍ଣ ଆରୋଗ୍ୟ ହୋଇଛନ୍ତି । ଏହି ଥେରାପିରେ ରକ୍ତ ନିଆଯାଏ ଏବଂ ଆଣ୍ଟିବଡି ପ୍ଲାଜମାକୁ ଅଲଗା କରାଯାଏ । ଏହା ପରେ ସେହି ପ୍ଲାଜମା କରୋନା ରୋଗୀଙ୍କୁ ଇଂଜେକ୍ଟ କରାଯାଏ ।

ଯେତେବେଳେ ଶରୀର କୌଣସି ଜୀବାଣୁ ସଂସ୍ପର୍ଶରେ ଆସେ, ଏହି ପ୍ରଣାଳୀ ସ୍ୱୟଂ ସକ୍ରିୟ ହୋଇ ଆଣ୍ଟିବଡି ରିଲିଜ କରେ । ରିପୋର୍ଟ ଅନୁସାରେ ଏହି ପ୍ଲାଜମା ଥେରାପି କରୋନା ଚିକିତ୍ସାରେ ବହୁ ପ୍ରଭାବଶାଳୀ ପ୍ରମାଣିତ ହୋଇଛି। ଚୀନ୍, ଦକ୍ଷିଣ କୋରିଆ, ଆମେରିକା ଏବଂ ବ୍ରିଟେନରେ ଏହାକୁ ପରୀକ୍ଷା କରାଯାଉଛି । ଏହି ଟେକ୍ନୋଲୋଜି ପରୀକ୍ଷଣରେ ଭାରତ ମଧ୍ୟ ଆଗକୁ ବଢୁଛି । ତେବେ ଏହି ଥେରାପି ଆରମ୍ଭ କରିବା ପୂର୍ବରୁ ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (DCGI) ର ଅନୁମତି ନେବାକୁ ପଡିବ । ଏହା ବ୍ୟତୀତ ଭାରତର କ୍ଲିନିକାଲ୍ ଟ୍ରାଏଲ୍ ରେଜିଷ୍ଟ୍ରିରେ ଡାକ୍ତରଖାନା ପଞ୍ଜିକରଣ କରିବା ମଧ୍ୟ ଆବଶ୍ୟକ।

ଆଇସିଏମଆର କହିବା ଅନୁସାରେ ବର୍ତ୍ତମାନ କ୍ଲିନିକାଲ ଟ୍ରାଏଲ ବାହାରେ ପ୍ଲାଜମା ଥେରାପିର ବ୍ୟବହାର କରାଯିବା ଅନୁଚିତ୍ । କେରଳ ହେଉଛି ଦେଶର ପ୍ରଥମ ରାଜ୍ୟ ଯିଏକି ପ୍ଲାଜମା ଥେରାପି ଉପରେ ଗବେଷଣା ଏବଂ ପ୍ରୋଟୋକଲ ଆରମ୍ଭ କରିଛି। ଶ୍ରୀ ଚିତ୍ରା ତିରୁନାଲ୍ ଇନଷ୍ଟିଚ୍ୟୁଟ୍ ଫର୍ ମେଡିକାଲ ସାଇନ୍ସ ଆଣ୍ଡ ଟେକ୍ନୋଲୋଜିକୁ (SCTIMST) ଆଇସିଏମଆର ଏପ୍ରିଲ ୧୧ତାରିଖରେ ପ୍ଲାଜମା ଥେରାପି ପରୀକ୍ଷା ପାଇଁ ଅନୁମତି ଦେଇଛି । ତେବେ ଡିସିଜିଆଇ (ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ୍ ଅଫ୍ ଇଣ୍ଡିଆ) ରୁ ଏଯାଏଁ ଅନୁମତି ମିଳିନାହିଁ। DCGI ରକ୍ତ ଦାନ କରିବାକୁ ନେଇ ଅନେକ ନିୟମ କରିଛନ୍ତି । ଦିଲ୍ଲୀରେ ପ୍ଲାଜମା ଥେରାପି ପରୀକ୍ଷା ପାଇଁ ମଧ୍ୟ ପ୍ରସ୍ତୁତି ଚାଲିଛି।

ଆମେରିକାର ଫୁଡ୍ ଆଣ୍ଡ ଡ୍ରଗ୍ସ ପ୍ରଶାସନ ଅନୁମତି ଦେଇନଥିବାରୁ କେରଳ ଏହି ପ୍ଲାଜମା ଥେରାପି ପରୀକ୍ଷା ଆରମ୍ଭ କରିଥିଲା। ଆଇସିଏମଆର ସୂଚନା ଅନୁସାରେ କିଛି ଦିନ ମଧ୍ୟରେ ସାରା ଦେଶରେ କେତେ ପରୀକ୍ଷା କରାଯିବ ତାହା ଜଣାପଡିବ। ୨୦୦୩ ମସିହାରେ SARS ମହାମାରୀ, H-1N-1 ସ୍ୱାଇନ୍ ଫ୍ଲୁ ଏବଂ ୨୦୧୨ ମାର୍ସ ମହାମାରୀ ସମୟରେ ପ୍ଲାଜମା ଥେରାପି ନେଇ ଅନୁସନ୍ଧାନ  ଆରମ୍ଭ କରାଯାଇଥିଲା।

 

ମୁରାଦାବାଦ କରୋନା ଯୋଦ୍ଧାଙ୍କ ଉପରେ ଆକ୍ରମଣ ମାମଲା: ‘ଖାଇବାକୁ ଖାଦ୍ୟ ଦେଉନ, ଭୁଲ ଇଞ୍ଜେକସନ ଦେଉଛ’… ଏମିତି କିଛି କହି ଡାକ୍ତରଙ୍କୁ କରାଯାଇଥିଲା ଟାର୍ଗେଟ୍

ମୁରାଦାବାଦ: ଉତ୍ତରପ୍ରଦେଶର ମୁରାଦାବାଦରେ ମେଡିକାଲ ଟିମ ଉପରେ ଆକ୍ରମଣ ମାମଲାରେ ବାକି ଆରୋପୀ ମାନଙ୍କୁ ଖୋଜାଚାଲିଛି । ଏଯାବତ ୧୭ ଜଣ ଆରୋପୀଙ୍କୁ ଗିରଫ କରାଯାଇଛି, ଅନ୍ୟ ଆରୋପୀଙ୍କ ଗିରଫଦାରୀ ପାଇଁ ସିସିଟିଭି ଫୁଟେଜ ଦେଖାଯାଉଛି । ପୁରା ଅଞ୍ଚଳରେ ରାପିଡ ଆକ୍ସନ ଫୋର୍ସ (ଆରଏଏଫ୍) ସହିତ ପୁଲିସ ଫୋର୍ୟ ମୁତୟନ କରାଯାଇଛି ।

ଇତି ମଧ୍ୟରେ ଆକ୍ରମଣର ଶିକାର ହୋଇଥିବା ଡାକ୍ତର ଆସ.ସି ଅଗ୍ରୱାଲ ପୁରା ଘଟଣାକୁ ବଖାଣିଛନ୍ତି । ସେ କହିଛନ୍ତି ଯେ ଶହ ଶହ ଲୋକ ହଠାତ ତାଙ୍କୁ ଆକ୍ରମଣ କରିବାକୁ ମାଡ଼ିଆସିଲେ  । ଆକ୍ରମଣରେ ସେ ତଳେ ପଡ଼ିଯାଇଥିଲେ । ଭିଡ଼ ଭିତରୁ ତାଙ୍କୁ ଜଣେ ବାହାର କରି ଥିଲେ ନହେଲେ ତାଙ୍କୁ ଜୀବନରୁ ମାରି ଦିଆଯାଇଥାନ୍ତା ବୋଲି ଡାକ୍ତର କହିଛନ୍ତି ।

ଡାକ୍ତର ଜଣଙ୍କ କହିଛନ୍ତି ଯେ, କରୋନା ପଜିଟିଭ ମୃତକଙ୍କ ପରିବାରବର୍ଗ କ୍ୱାରେଣ୍ଟାଇନରେ ରହିବାକୁ ପ୍ରସ୍ତୁତ ଥିଲେ ଏବଂ ସେମାନେ ଗାଡ଼ିରେ ମଧ୍ୟ ବସିସାରିଥିଲେ । ସେହି ସମୟରେ ହଠାତ ଲୋକଙ୍କ ଭିଡ଼ ଜମା ହେଲା ଏବଂ ସେମାନେ ମାରଣାନ୍ତକ ଆକ୍ରମଣ କରିବା ଆରମ୍ଭ କରିଦେଲେ । ଭିଡ଼ ମଧ୍ୟରୁ କିଛି ଲୋକ କହୁଥିଲେ ଯେ, ‘ ଖାଇବାକୁ କିଛି ଦିଆହେଉନି, ଭୁଲ ଇଞ୍ଜେକସନ ଲଗା ହେଉଛି, ଏବଂ ତା ପରେ ଲୋକମାନେ  ପଥର ମାରିବା ଆରମ୍ଭ କରିଦେଲେ ।  ଗୋଟିଏ ଇଟା ଡାକ୍ତରଙ୍କ ମୁଣ୍ଡରେ ମଧ୍ୟ ବାଜିଥିଲା ।

କଣ ଥିଲା ପୂରା ମାମଲା – ମୋରାଦାବାଦର ନବାବପୁରା ଗଳିରେ ଅବସ୍ଥିତ ହାଜିନେବଙ୍କ ମସଜିଦ ଅଞ୍ଚଳରେ ରହୁଥିବା ସରତାଜଙ୍କ ମୃତ୍ୟୁ ହୋଇଥିଲା । ସେ କରୋନା ପଜିଟିଭ୍ ବୋଲି ଜଣାପଡିଥିଲେ । ଏହା ପରେ ଡାକ୍ତରୀ ଦଳ ମୃତକଙ୍କ ପରିବାର ପାଖରେ ପହଞ୍ଚିଥିଲେ ଏବଂ ପରିବାର ସଦସ୍ୟଙ୍କୁ  କ୍ୱାରେଣ୍ଟାଇନରେ ରହିବାକୁ କହିଥିଲେ । ତେବେ ଏହି ସମୟରେ ସ୍ୱାସ୍ଥ୍ୟ ବିଭାଗ ଏବଂ ପୋଲିସ ଟିମ୍ ଉପରେ ହଠାତ୍ ସେହି ଅଞ୍ଚଳର ଲୋକମାନେ ପଥର ଫିଙ୍ଗିବା ଆରମ୍ଭ କରିଥିଲେ ।

ସ୍ୱାସ୍ଥ୍ୟ ବିଭାଗର ଡାକ୍ତର ଏବଂ କର୍ମଚାରୀମାନେ ମଧ୍ୟ ଏହି ଆକ୍ରମଣରେ ଆହତ ହୋଇଥିଲେ ଏବଂ ପୋଲିସର ଦୁଇଟି ଗାଡି ଭଙ୍ଗାରୁଜା କରିଥିଲେ। ଏହା ପରେ ପୋଲିସ ଫୋର୍ସ ଘଟଣାସ୍ଥଳରେ ପହଞ୍ଚିଥିଲା । ତେବେ ଏହି ସମୟ ମଧ୍ୟ ପଥର ଫିଙ୍ଗିବା ମଧ୍ୟ ଜାରି ରହିଥିଲା। ଅନେକ ମହିଳା ଛାତରୁ ପଥର ଫିଙ୍ଗିଥିବାର ନଜର ଆସିଥିଲେ। ସିସିଟିଭି ଫୁଟେଜକୁ ଆଧାର କରି ପୋଲିସ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି।

ଖବର ଦୁନିଆରୁ ସାମାଜିକ ଦାୟିତ୍ୱବୋଧତା : ଜାରି ରହିଛି ନନ୍ଦିଘୋଷ ଟିଭିର ରିଲିଫ ବଣ୍ଟନ ଅଭିଯାନ, ଅସହୟାଙ୍କୁ ବାଣ୍ଟିଲା ରାସନ

ଭୁବନେଶ୍ୱର: କରୋନା କବଳରେ ଜନଜୀବନ । କରୋନା ସହ ଲଢିବା ପାଇଁ ଚାରିଆଡେ ଲକଡାଉନ ପରିସ୍ଥିତି । ନିଜ ଘରେ ଲୋକେ ବନ୍ଦି ହୋଇ ରହିଛନ୍ତି । ଗାଁଠୁ ସହର ଯାଏଁ ସବୁଠି ଲକଡ଼ାଉନ । ଲକଡାଉନ୍‌ ସମୟରେ ସଟଡାଉନ୍‌ ହୋଇଛି ରୋଜଗାର । ସରକାରୀ ସହ ଘୋରଇ ସଂସ୍ଥା କାମଧନ୍ଦା ମଧ୍ୟ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଏହା ଦିନ ମଜୁରିଆ ଓ ଗରିବ ଲୋକଙ୍କ ପାଇଁ ବେଶ କଷ୍ଟକର ହୋଇଯାଇଛି । ଏଭଳି ସମୟରେ ନନ୍ଦିଘୋଷ ଟିଭି ଆରମ୍ଭ କରିଛି ‘ଆପଣଙ୍କ ସହ ଆମେ’ ।

ଏକ ଘଡ଼ିସନ୍ଧି ମୁହୁର୍ତ୍ତରେ ଲକଡାଉନ୍ ପାଇଁ ଅସୁବିଧାର ସମ୍ମୁଖୀନ  ହେଉଥିବା ଲୋକଙ୍କ ପାଖରେ ପହଞ୍ଚିଛି ନନ୍ଦିଘୋଷ ଟିଭି । ଗରିବ, ଖଟିଖିଆ, ଦିନମଜୁରିଆ, ଭିନ୍ନକ୍ଷମ ଏବଂ ଅସହାୟଙ୍କ ସହାୟତା କରୁଛି ଏହି ଚ୍ୟାନେଲ। ରାଜଧାନୀର ଘରେ ଘରେ ଫସି ରହିଥିବା ସମସ୍ତଙ୍କ ନିକଟରେ ପହଞ୍ଚାଉଛି ରାସନ୍‌। ଭୁବନେଶ୍ୱର ସ୍ଥିତ ଫାୟାର ଷ୍ଟେସନ ବସ୍ତି ଅଞ୍ଚଳରେ ଅସହାୟଙ୍କୁ  ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି । ଗତ ୧୧ ତାରିଖରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ଶଷ୍ଠ ଦିନରେ ପହଁଚିଛି । ନନ୍ଦିଘୋଷ ସହ ସାମିଲ ହୋଇଛି ଗଙ୍ଗାଧର ସାହୁ ଫାଉଣ୍ଡେସନ । ଲକଡାଉନ ସମୟରେ ସାହାଯ୍ୟ ପାଇଁ ନନ୍ଦିଘୋଷ ଟିଭି ଏବଂ ଗଙ୍ଗାଧର ସାହୁ ଫାଉଣ୍ଡେସନ କୁ ବିଭିନ୍ନ ମହଲରୁ ପ୍ରଶଂସା ଓ ସମର୍ଥନ ମିଳୁଛି ।

https://www.facebook.com/nandighoshatv/videos/1926014407535845/

ଡ୍ରେସ ଆଇରନ ପାଇଁ କରୀନା ତାଙ୍କ ଷ୍ଟାଫକୁ ଗାଳିଦେବାର ଭିଡ଼ିଓ ହେଲା ଭାଇରାଲ

ମୁମ୍ବାଇ: ବଲିଉଡ଼ରେ ସବୁଠୁ ଲୋକପ୍ରିୟ ଅଭିନେତ୍ରୀ କରୀନା କପୁର ଖାନ । ସବୁ ବେଳେ ଏହି ନାୟିକା ଜଣଙ୍କ ଚର୍ଚ୍ଚାରେ ରହିବାକୁ ଚାହାଁନ୍ତି । ସେଥିପାଇଁ ତ ସେ ଦର୍ଶକମାନଙ୍କ ପାଇଁ ଖୁବପ୍ରିୟ ହୋଇପାରିଛନ୍ତି । ଏହି ନାୟିକା ତାଙ୍କ ଅଭିନୟ ସହ ନଖରା ଦେଖାଇବା କଥା ଆପଣମାନେ ତ ଜାଣିଥିବେ । ତେବେ ଏହି ନଖରାମୀର ଏକ ଭିଡିଓ ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଆପଣ କରୀନାଙ୍କୁ ତାଙ୍କ ଷ୍ଟାଫଙ୍କୁ ଗାଳି ଦେଉଥିବାର ଦେଖିପାରବେ ।

କରୀନା କପୁର କର୍ମଚାରୀଙ୍କୁ କଣ କହିଛନ୍ତି ?

https://www.instagram.com/p/B-9r9IEh3CN/?utm_source=ig_embed&utm_campaign=embed_video_watch_again

ଏହି ଭିଡିଓଟି କରୀନା କପୁର ଖାନଙ୍କ ରେଡିଓ ଶୋ ’ What Women Want’ ସେଟ୍‌ରୁ ଆସିଛି। ଏହି ଭିଡିଓରେ ଆପଣ କରୀନାଙ୍କୁ ତାଙ୍କ ଷ୍ଟାଫଙ୍କ ସହିତ କଥା ହେବାର ନଜର ଆସିଛି । ସେ ଜଣେ କର୍ମଚାରୀଙ୍କୁ ଅଧିକ କଫି ପକାଇବାକୁ କହୁଥିବାବେଳେ ଅନ୍ୟଜଣେ ତାଙ୍କୁ ଷ୍ଟ୍ରେସ୍ ଦେବା ଉଚିତ୍ ନୁହେଁ, ତୃତୀୟଜଣଙ୍କୁ ତାଙ୍କ ଡ୍ରେସ ଭଲଭାବରେ ଆଇରନ ନହେବା ନେଇ କହୁଥିବାର ନଜର ଆସିଛି ।

ତେବେ କରୀନାଙ୍କ ଏହି ଭିଡିଓରେ ଅନେକ ଲୋକ ନିଜର ପ୍ରତିକ୍ରିୟା ରଖିଛନ୍ତି । ଅନେକ ସୋସିଆଲ୍ ମିଡିଆ ବ୍ୟବହାରକାରୀ କହିଛନ୍ତି ଯେ ଭଲରେ କଥାବାର୍ତ୍ତା କରିବା ପାଇଁ ଟଙ୍କା ଖର୍ଚ୍ଚ ହୁଏ ନାହିଁ, ଏବଂ କେହି ଜଣେ କହିଛନ୍ତି ଯେ କରୀନା ନଖରାମି ଏବଂ ଡ୍ରାମେବାଜିରେ ମାହିର ।

ଟିକଟକ୍ ବ୍ୟବହାର କରୁଛନ୍ତି କି ? ହୋଇଯାଆନ୍ତୁ ସାବଧାନ !

ଟିକଟକ୍  କମ୍ପାନୀ ଏହାର ଡାଟା ରେପୋଜିଟୋରୀ ପଠାଇବା ପାଇଁ ଅସୁରକ୍ଷିତ ନେଟୱାର୍କ ବ୍ୟବହାର କରି ଟିକଟକ୍ ବ୍ୟବହାରକାରୀଙ୍କ ଗୋପନୀୟତାକୁ ବିପଦରେ ପକାଉଛି । ଏଭଳି ଦାବି କରିଛନ୍ତି ଦୁଇ ଜଣ ଜଣ ଡେଭେଲପର ।  ଏଭଳି ଦାବି କରିଥିବା ଦୁଇ ଜଣ  ଆଇଓଏସ୍ ଡେଭଲପର୍ ଏବଂ ସେମାନେ କହିଛନ୍ତି ଯେ ଟିକ୍ ଟକ୍ ମିଡିଆ ବିଷୟବସ୍ତୁ ଡାଉନଲୋଡ୍ କରିବା ପାଇଁ ଅସୁରକ୍ଷିତ HTTP ବ୍ୟବହାର କରେ ଯାହା ବ୍ୟବହାରକାରୀଙ୍କ ଗୋପନୀୟତାକୁ ବିପଦରେ ପକାଇଥାଏ । ସରଳ ଭାଷାରେ କହିଲେ ଯଦି HTTP ରେ ଯାଉଥିବା ଟ୍ରାଫିକ୍ ଗୁଡ଼ିକ ଅସୁରକ୍ଷିକ ତେବେ ହ୍ୟାକର୍ସ ମାନେ ଏହାକୁ ସହଜରେ ଟ୍ରାକ୍ କରିପାରିବେ ଏବଂ ଡାଟା ମଧ୍ୟ ପରିବର୍ତ୍ତନ କରିପାରିବେ | ଏହାର ଅର୍ଥ ହେଉଛି ଟିକଟକ୍ ବ୍ୟବହାରକାରୀଙ୍କ ଆକାଉଣ୍ଟ ହ୍ୟାକର୍ସ ମାନେ ହ୍ୟାକ କରି ତାଙ୍କ ଡାଟା ଆକ୍ସେସ୍ କରିପାରିବେ । ଜଣାଇ ରଖୁଛୁ ଯେ ଏହି ଦୁଇ ଡେଭେଲପର୍ସ ଟିକଟକ୍ ରେ ହେଉଥିବା ଏହି ସୁରକ୍ଷା ଅବହେଳା ତଥ୍ୟକୁ କମ୍ପାନୀ ତରଫରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

ଡେଭେଲପର, ତଲାଲ ହଜ୍ ବେରୀ ଏବଂ ଟମି ମିସ୍କ ଏକ ବ୍ଲଗ୍ ପୋଷ୍ଟରେ ପ୍ରକାଶ କରିଛନ୍ତି ଯେ ଅସୁରକ୍ଷିତ HTTP ବ୍ୟବହାର ହେତୁ ହ୍ୟାକର୍ସମାନେ ଟିକଟକ୍ ବ୍ୟବହାରକାରୀଙ୍କ ଦ୍ୱାରା ଅଂଶୀଦାର ହୋଇଥିବା ଭିଡିଓଗୁଡ଼ିକୁ ସେମାନେ ଚାହୁଁଥିବା ଅନ୍ୟ ଭିଡିଓ ସହିତ ବଦଳାଇ ପାରିବେ, ଯଦିଓ ଏହା ଏକ ଭିଡିଓ ଯାଞ୍ଚ ହୋଇଥିବା ଆକାଉଣ୍ଟରୁ ଆସିଛି, ଡେଭେଲପର ମାନେ ଏହା ମଧ୍ୟ କହିଛନ୍ତି ଯେ ଏହି ଅବହେଳା ବ୍ୟବହାରକାରୀଙ୍କ ୱାଚ ହିଷ୍ଟ୍ରିକୁ ମଧ୍ୟ ପ୍ରକାଶ କରିପାରିବ |

TikTok ବ୍ୟବହାରକାରୀଙ୍କ ସୁରକ୍ଷା ବିପଦ ବିଷୟରେ ସେମାନଙ୍କର ବ୍ଲଗ୍ ପୋଷ୍ଟରେ, ଡେଭେଲପର ମାନେ ଆହୁରି ମଧ୍ୟ କହିଛନ୍ତି ଯେ ଅନ୍ୟ ସୋସିଆଲ ମିଡିଆ ପୋର୍ଟାଲ ପରି ଟିକଟକ୍ ଏହାର ଡାଟା ରେପୋଜିଟୋରୀ ବିତରଣ ପାଇଁ ବାହ୍ୟ ସର୍ଭର କିମ୍ବା ବିଷୟବସ୍ତୁ ବିତରଣ ନେଟୱାର୍କ (CDN) ଉପରେ ନିର୍ଭର କରେ।  ଏହି ପୋଷ୍ଟରେ ଦର୍ଶାଯାଇଛି ଯେ ଭିଡିଓ ଏବଂ ଅନ୍ୟାନ୍ୟ ମିଡିଆ ତଥ୍ୟ ସ୍ଥାନାନ୍ତର କରିବାକୁ ଅସଂଗୁପ୍ତ (ଅସୁରକ୍ଷିତ) HTTP ପାଇଁ ଟିକେଟ୍ ଲକ୍ ର CDN ଚୟନ କରିଥାଏ।

ଏହାର ଅର୍ଥ ହେଉଛି ଯେ ୱାଇ-ଫାଇ ରାଉଟର ଦେଇ ଯାଉଥିବା ଏହି ନେଟୱାର୍କ ଟ୍ରାଫିକକୁ ଯେକୌଣସି ବ୍ୟକ୍ତି ଟିକଟକର ସର୍ଭରରୁ ଆସୁଥିବା ସୂଚନାକୁ ସହଜରେ ପଢ଼ିପାରିବେ ଏବଂ ବ୍ୟବହାରକାରୀଙ୍କ ଦ୍ୱାରା ଅନ୍ୟ କୌଣସି ଭିଡିଓ ଚିହ୍ନଟ ହୋଇପାରିବ ଏବଂ ୟୁଜର୍ସର ଅଜାଣତରେ ଅନ୍ୟ ଏକ ଭିଡିଓ ସହ ତାକୁ ପରିବର୍ତ୍ତନ କରିପାରିବ ।

ଆନ୍ଧ୍ରପ୍ରଦେଶରୁ ଖରାପ ଖବର : ୪୦ପିଲା ହେଲେ କରୋନା ପଜିଟିଭ୍

ହାଇଦ୍ରାବାଦ: ତାଣ୍ଡବ ରଚି ଚାଲିଛି କରୋନା । ଦିନ ବିତିବା ସହ ବଢୁଛି କରୋନର ପ୍ରକୋପ । ପ୍ରଥମେ କେବଳ ବୟସ୍କ ଲୋକମାନେ ଏହାର ଶିକାର ହେଉଥିବା ବେଳେ ଏବେ ପିଲାମାନେ ମଧ୍ୟ ସଂକ୍ରମିତ ହେବାର ଘଟଣା ସାମ୍ନାକୁ ଆସିଛି । ଏବେ ୩ରୁ ୧୭ ବର୍ଷ ମଧ୍ୟରେ ୪୦ ଜଣ ପିଲା କୋରନା ସଂକ୍ରମିତ ହୋଇଛନ୍ତି । ଘଟଣାଟି ହେଉଛି ଆନ୍ଧ୍ରପ୍ରଦେଶର ଏଠାରେ ପ୍ରାୟ ୪୦ଜଣ ପିଲାଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିଛନ୍ତି । ସେଠାରେ ଏପ୍ରିଲ୍ ୧୫ ସୁଦ୍ଧା ଉକ୍ତ ରାଜ୍ୟର ବିଭିନ୍ନ COVID-19 କେନ୍ଦ୍ରରେ ଚିକିତ୍ସିତ ହେଉଥିବା ୪୭୫ ସକ୍ରିୟ ମାମଲା ମଧ୍ୟରେ ଏହି ପିଲାମାନେ ରହିଛନ୍ତି ।

ତେବେ ପିଲାମାନଙ୍କଠାରେ ଏହି କୋରନା ପଜିଟିଭ୍ ଆସିବାର ମୁଖ୍ୟ କାରଣ ହେଉଛି ନିଜାମୁଦ୍ଦିନରେ ତବଲିଗି ଜାମାତ ଲିଙ୍କ୍ । ସୂଚନା ଅନୁସାରେ ମାର୍ଚ୍ଚରେ ଦିଲ୍ଲୀର ନିଜାମୁଦ୍ଦିନରେ ତବଲିଗି ଜାମାତ ବୈଠକରେ ଯୋଗ ଦେଇଥିବା ପରିବାର ସଦସ୍ୟଙ୍କଠାରୁ ସମସ୍ତ ଶିଶୁଙ୍କୁ ଭୂତାଣୁ ସଂକ୍ରମିତ ହୋଇଛି । ଜଣେ  ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି ଯେ, ଜମାତରୁ ଫେରିଥିବା ଲୋକମାନେ ଜାଣି ନଥିଲେ ଯେ ସେମାନେ ସଂକ୍ରମିତ ତେଣୁ ତାଙ୍କ ଅଜାଣତରେ ସେମାନେ ତାଙ୍କ ପରିବାର ସଦସ୍ୟଙ୍କୁ ସଂକ୍ରମିତ କରିଛନ୍ତି । ଏବଂ ସେମାନଙ୍କ ମଧ୍ୟରେ ଅନେକ ପିଲା ଅଛନ୍ତି ।

କେବଳ ସେତିକି ନୁହେଁ ଅନ୍ୟ ୧୨୪ ରୋଗୀ ହେଉଛନ୍ତି ମହିଳ । “କେତେକ କ୍ଷେତ୍ରରେ ପରିବାରର ସମସ୍ତ ସଂକ୍ରମିତ ମହିଳା ସଦସ୍ୟ, ସଂକ୍ରମିତ ବ୍ୟକ୍ତିଙ୍କ ସ୍ତ୍ରୀ, ଝିଅ ନହେଲେ ଭଉଣୀ”ବୋଲି ସ୍ୱାସ୍ଥ୍ୟ ବିଭାଗର ଜଣେ ଅଧିକାରୀ ସୂଚନା ଦେଇଛନ୍ତି ।

ଜିଲ୍ଲାପାଳଙ୍କୁ 5-ଟି ସଚିବଙ୍କ ଅପିଲ: ସାଧାରଣ ଲୋକଙ୍କ ପାଖରେ ପହଞ୍ଚ, ଅଭାବୀ ଲୋକଙ୍କୁ ସାହାଯ୍ୟ କର , ସେୟାର କଲେ ଏକ ହୃଦୟସ୍ପର୍ଶୀ ଭିଡ଼ିଓ

ଭୁବନେଶ୍ୱର: କରୋନା ଯୋଗୁଁ ଦେଶରେ ଲକଡାଉନ୍ ଲଗୁରହିଛି ।  ଲୋକଙ୍କ ଜୀବନ ବଂଚାଇବା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ଲକଡାଉନର ସାହରା ନେଇଛନ୍ତି । କିନ୍ତୁ ଏହାଯୋଗୁ ସାଧାରଣ ଲୋକଙ୍କ ଜୀବିକା ମଧ୍ୟ ପ୍ରଭାବିତ ହୋଇଛି । ଅସହାୟ,ନିରାଶ୍ରୟ ଓ ଅଭାବୀ ଲୋକଙ୍କୁ ଏହି ସମୟରେ ସାହାଯ୍ୟ କରିବାକୁ ଫାଇଭ୍ ଟି ସଚିବ  ଭି.କେ ପାଣ୍ଡିଆନ୍ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ନିବେଦନ କରିଛନ୍ତି । ଜନସେବାର ଏହାହିଁ ପ୍ରକୃଷ୍ଟ ସମୟ ବୋଲି ସେ କହିଛନ୍ତି ।

ଜିଲ୍ଲାପାଳ ଓ ପ୍ରଶାସନିକ ଅଧିକାରୀଙ୍କୁ ସେବା ଓ ମାନବିକତାର ସଂକଳ୍ପ କରାଇ 5-ଟି ସଚିବ ଭି.କେ. ପାଣ୍ଡିଆନ୍‌ କହିଛନ୍ତି ଯେ,  ‘‘ଅସହାୟ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ବର୍ତ୍ତମାନଠାରୁ ଭଲ ସମୟ ଆଉ ନାହିଁ  । ତେଣୁ ସହାୟତା ଆବଶ୍ୟକ କରୁଥିବା ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଏହା ଉତ୍କୃଷ୍ଟ ସମୟ  । ନିଜର ଶକ୍ତିକୁ ଅସହାୟ ଲୋକଙ୍କୁ ସାହାଯ୍ୟ କରିବାରେ ହିଁ ବ୍ୟବହାର କରନ୍ତୁ । ଅତିରିକ୍ତ ମାଇଲ୍‌ ଯାଇ ଲୋକଙ୍କ ସେବା କରନ୍ତୁ ଓ ସେବାର ଉତ୍କୃଷ୍ଟ ମାନଦଣ୍ଡ ସ୍ଥିର କରନ୍ତୁ । ସମସ୍ତ ମାନବିକ କାର୍ଯ୍ୟ ବିପଦମୁକ୍ତ ’’

https://www.facebook.com/nandighoshatv/videos/249990089383595/

ଏହାସହ ସେ ଏକ ନ୍ୟୁୟର୍କର ରୁଟି ଚୋରି ଘଟଣା ଉପରେ ପର୍ଯ୍ୟବେସିତ ଏକ ହୃଦୟସ୍ପର୍ଶୀ ଭିଡିଓ ସେୟାର କରିଛନ୍ତି । ଭାରତର  ଜିଲ୍ଲାପାଳ ସିଷ୍ଟମ ଭଳି ସାରା ବିଶ୍ୱରେ ବହୁତ୍‌ କମ୍‌ ଅନୁଷ୍ଠାନ ଅଛି । ଏହି ଶକ୍ତିଶାଳୀ ତଥା ଚିନ୍ତାଧାରାକୁ ଦୃଷ୍ଟିରେ ରଖି ଭି.କେ ପାଣ୍ଡିଆନ୍, 5 ଟି ସଚିବ ରାଜ୍ୟର ସମସ୍ତ ଜିଲ୍ଲା ଜିଲ୍ଲାପାଳଙ୍କୁ ଅଭାବୀ ଲୋକଙ୍କ ସେବା ପାଇଁ ଉତ୍ସର୍ଗ କରିବାକୁ ନିବେଦନ କରିଛନ୍ତି।

ଦେଶରେ ବଢୁଛି କରୋନା କାୟା…୧୨ହଜାର ଟପିଲା ସଂକ୍ରମିତଙ୍କ ସଂଖ୍ୟା, ୪ଶହରୁ ଅଧିକ ମୃତ୍ୟୁ…ମହାରାଷ୍ଟ୍ରରେ ସ୍ଥିତି ଚିନ୍ତାଜନକ… ୪ ରାଜ୍ୟରେ ହଜାରେ ଉପରେ ଆକ୍ରାନ୍ତ

ଦେଶରେ ବଢୁଛି କରୋନା କାୟା…୧୨ହଜାର ଟପିଲା ସଂକ୍ରମିତଙ୍କ ସଂଖ୍ୟା, ୪ଶହରୁ ଅଧିକ ମୃତ୍ୟୁ…ମହାରାଷ୍ଟ୍ରରେ ସ୍ଥିତି ଚିନ୍ତାଜନକ…୪ ରାଜ୍ୟରେ ହଜାରେ ଉପରେ ଆକ୍ରାନ୍ତ