spot_img
Home Blog Page 7242

କଣ୍ଟେନ୍‌ମେଣ୍ଟ ଜୋନ୍‌ରେ ୧୦ ପ୍ରତିଶତ ଲୋକେ ସହଯୋଗ କରୁନାହାନ୍ତି: ବାଗଚୀ

ଭୁବନେଶ୍ୱର: ଲକଡାଉନ ପରେ ବି ବାୟୁମଣ୍ଡଳରେ ଉଡିବେ କରୋନା ଭୂତାଣୁ । ତେଣୁ ଏହାକୁ ରୋକିବାକୁ ଏକମାତ୍ର ଉପାୟ ହେଉଛି ସାମାଜିକ ଦୂରତା ଏବଂ ମାସ୍କର ବ୍ୟବହାର । ଆଜି କରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ କରୋନା ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ଦେଇଛନ୍ତି ୧୦ ସୂତ୍ରୀ ଫର୍ମୁଲା ।

ସେ ପ୍ରଥମେ ଚେତାଇ ଦେଇଛନ୍ତି ଯେ, ଲକଡାଉନ କୋହଳ ହୋଇନି । ପ୍ରତିକୂଳ ପରିସ୍ଥିତିରେ ଜନଜୀବନକୁ ସହଜ କରିବାକୁ କିଛି ପଦକ୍ଷେପ ନିଆଯାଇଛି । ପରିସ୍ଥିତି ସଙ୍କଟାପନ୍ନ ହେଲେ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ପୂର୍ବ ଅପେକ୍ଷା ଅଧିକ କଠୋର ପଦକ୍ଷେପ ନିଆଯିବ । ମେ ୩ ପର୍ଯ୍ୟନ୍ତ ଲକଡାଉନ ନିୟମକୁ ସମସ୍ତେ ମାନିବାକୁ ସେ ପରାମର୍ଶ ଦେଇଛନ୍ତି ।

ଦୈନିକ ୫ରୁ ୬ ଥର ହାତ ଧୋଇବା ସହ ଘରୁ ପଦାକୁ ଗୋଡ କାଢିଲେ ମାସ୍କର ବ୍ୟବହାର ନିହାତି ଆବଶ୍ୟକ । ଜ୍ୱର, କାଶ କିମ୍ବା ଶ୍ୱାସ ସମସ୍ୟା ଦେଖାଦେଲେ ୧୦୪କୁ ଫୋନ କରିବାକୁ ପରାମର୍ଶ ଦେଇଛନ୍ତି ବାଗଚୀ । ସେହିଭଳି ଏହି ସମୟରେ ନିଶାଦ୍ରବ୍ୟ ସେବନ କରିବା ଉଚିତ ନୁହେଁ । କାରଣ ଏହାଦ୍ଵାରା ରୋଗ ପ୍ରତିରୋଧକ ଶକ୍ତି ହ୍ର।ସ ପାଇବ । କଣ୍ଟେନମେଣ୍ଟ ଜୋନରେ ବ୍ୟାପକ ଭାବେ ପରୀକ୍ଷଣ କରାଯିବ । କଣ୍ଟେନମେଣ୍ଟ ଜୋନରେ ୯୦ ପ୍ରତିଶତ ଲୋକ ସହଯ଼ୋଗ କରୁଥିଲେ ବି ୧୦ ପ୍ରତିଶତ ଲୋକ ନିୟମକୁ ପାଳନ କରୁନାହାଁନ୍ତି । ଯେଉଁମାନେ କଣ୍ଟେନମେଣ୍ଟ ଜୋନରେ ସରକାରୀ ଅଧିକାରୀଙ୍କୁ ସହଯୋଗ କରିବେ ନାହିଁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ଚେତାଇ ଦେଇଛନ୍ତି ଶ୍ରୀ ବାଗଚୀ ।

ଚାଷୀଙ୍କ ପାଇଁ ଜାରି ହେଲା ଟୋଲ୍ ଫ୍ରି ନମ୍ୱର: ବିନା ପାସ୍‌ରେ ଯାଇପାରିବ କୃଷି ସାମଗ୍ରୀ ପରିବହନ ଗାଡ଼ି

ଭୁବନେଶ୍ୱର: ଚାଷ ଚାଲିଲେ ଚକ ଚାଲିବ, ଚାଷୀ ହସିଲେ ଦେଶ ହସିବ । ଏହି ନ୍ୟାୟରେ ରାଜ୍ୟ ସରକାର ଚାଷ ଓ ଚାଷୀଙ୍କ ପାଇଁ ଲକଡାଉନ କଟକଣାକୁ କିଛିଟା କୋହଳ କରିଛନ୍ତି । ରବିରେ ଧାନ ଅମଳ ଠାରୁ ଆରମ୍ଭ କରି ଜମି ପ୍ରସ୍ତୁତି, ତଳି ପକା ଆଦି କାର୍ଯ୍ୟ ସହ ବହିନ, ସାର ଓ କୃଷି ସାମଗ୍ରୀ ପରିବହନକୁ କଟକଣାମୁକ୍ତ କରାଯାଇଛି । ଏଥିପାଇଁ ଏଣିକି ରାସ୍ତାଘାଟରେ କୈାଣସି ପୋଲିସ ଅଧିକାରୀ ଚାଷୀ ଓ କୃଷି ସାମଗ୍ରୀ ପରିବହନ କରୁଥିବା ଗାଡିକୁ ଅଟକାଇବେ ନାହିଁ କି ପାସ ବି ମାଗିବେ ନାହିଁ ।

ଆଜି କୃଷି ସଚିବ ସୌରଭ ଗର୍ଗ ଏହି ସୂଚନା ଦେଇଛନ୍ତି । ରାଜ୍ୟସ୍ତରରୁ ଆରମ୍ଭ କରି ପଂଚାୟତ ପର୍ଯ୍ୟନ୍ତ ସବୁଠି କୃଷି ଓ ଉଦ୍ୟାନକୃଷି ଅଫିସ ଖୋଲା ରହିବ । ଓୟୁଏଟିର କୃଷି ଗବେଷଣା କେନ୍ଦ୍ର ବି କାର୍ଯ୍ୟକ୍ଷମ ହେବ । ଫସଲ କଟା ଓ ଫସଲ କ୍ଷୟକ୍ଷତିର ଆକଳନ ବି ପୂର୍ବଭଳି ଚାଲିବ । କୃଷି କାର୍ଯ୍ୟରେ କୈାଣସି ସମସ୍ୟାର ସମାଧାନ ପାଇଁ ଆମ କୃଷି ନାଁରେ ଖୋଲିଲା ପୋର୍ଟାଲ ଓ ଟୋଲ ଫ୍ରି ନମ୍ବର । ଏଣିକି ଚାଷୀ 18001025166 ଏହି ଟୋଲ ଫ୍ରି ନମ୍ବରକୁ ଫୋନ କରି ସମସ୍ୟା ଜଣାଇପାରିବେ । ରବି ଫସଲ ବିକ୍ରି ପାଇଁ ଇ-ସମୃଦ୍ଧି ପୋର୍ଟାଲରେ ପଂଜିକରଣ କରି ସରକାରଙ୍କ ଦ୍ଵାରା ଧାର୍ଯ୍ୟ ସର୍ବନିମ୍ନ ସହାୟକ ମୂଲ୍ୟରେ ଫସଲ ବିକି ପାରିବେ । ଏହି ଅବସରରେ ଅଭିନବ ଉପାୟରେ ଚାଷୀଙ୍କୁ ଲକଡାଉନ ସମୟରେ ସହାୟତା ଯୋଗାଉଥିବା କିଛି କୃଷି ଅଧିକାରୀଙ୍କୁ ସରକାର କୃତଜ୍ଞତା ଜଣାଇଛନ୍ତି ।

 

୫ କରୋନା ସଂକ୍ରମିତଙ୍କ ଯାତ୍ରା ଇତିହାସ : ଜାଣନ୍ତୁ କିଏ କେଉଁଠିକୁ,କେବେ ଯାଇଥିଲେ

ଭୁବନେଶ୍ୱର:  ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ୫ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଗତକାଲି ୫୬୪ ସାମ୍ପୁଲ ପରୀକ୍ଷା ହୋଇଥିଲା । ଯାଜପୁର,ବମିଖାଲ, ଝାରପଡ଼ା ଅଞ୍ଚଳରୁ ଏମାନଙ୍କୁ ଚିହ୍ନଟ କରାଯାଇଛି । ତେବେ ଏମାନେ କେଉଁ କେଉଁ ଅଞ୍ଚଳକୁ ଯାଇଥିଲେ ସେମାନଙ୍କର ଯାତ୍ରା ଇତିହାସର ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ପରିପାର କଲ୍ୟାଣ ବିଭାଗ ।

୫୬ ନମ୍ବର ଆକ୍ରାନ୍ତଙ୍କ ଯାତ୍ରା ଇତିହାସ

ଯାଜପୁରର ୫୬ ନମ୍ବର ଆକ୍ରାନ୍ତ  ପ୍ରଥମେ କୋଲକାତାର ବାବୁଘାଟରୁ ଏକ ଟାଟା ମ୍ୟାଜିକ ଗାଡ଼ିରେ ୧୭ ଜଣଙ୍କ ସହ ଆସି ୨୮ ମାର୍ଚ୍ଚରେ ଯାଜପୁରର ସାଥିପୁରରେ ପହଞ୍ଚିଥିଲେ । ସାଥିପୁରରୁ ଗଣେଶପୁରକୁ ଏକ ମାଛ ଗାଡ଼ିରେ ଆସି ଯାଜପୁର ଟାଉନରେ ୨୯ ମାର୍ଚ୍ଚରେ ପହଞ୍ଚିଥିଲେ । ସେଠାରୁ ଚାଲି ଚାଲି ତାଙ୍କ ଘରେ ପହଞ୍ଚିବା ପରେ ହୋମ କ୍ୱାରେଣ୍ଟାଇନରେ ୨୯ ମାର୍ଚ୍ଚରୁ ୧୩ ଏପ୍ରିଲ ପର୍ଯ୍ୟନ୍ତ ରହିଥିଲେ । ୧୩ ଏପ୍ରିଲରେ ତାଙ୍କର ସାମ୍ପୁଲ ନିଆଯାଇଥିଲା ଏବଂ ସେହିଦିନ ସେ କରୋନା ପଜିଟିଭ ଅଛନ୍ତି ବୋଲି ଜଣା ପଡ଼ିଥିଲା  । ଏହା ପରେ ତାଙ୍କୁ କଟକ ଅଶ୍ୱିନି ହଦସ୍ପିଟାଲେ ଭର୍ତ୍ତି କରାଯାଇଥିଲା  ।

୫୭ ନମ୍ବର ଆକ୍ରାନ୍ତଙ୍କ ଯାତ୍ରା ଇତିହାସ

୫୭ ନମ୍ବର ଆକ୍ରାନ୍ତଙ୍କ ଘର  ଭୁବନେଶ୍ୱରର ବମିଖାଲ ଅଞ୍ଚଳ  ।  ସେ ଯେଉଁ ଆପାର୍ଟମେଣ୍ଟରେ ରହୁଥିଲେ ତାଙ୍କର ୪ଜଣ ବନ୍ଧୁ ମଧ୍ୟ ସେହି ଆପାର୍ଟମେଣ୍ଟରେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଆକ୍ରାନ୍ତ ସଂଖ୍ୟା ୭,୮,୨୨ ଓ ୩୯ ତାଙ୍କ ପଡୋଷୀ ଅଟନ୍ତି ।  ତେବେ ତାଙ୍କର ଯାତ୍ରା ଇତିହାସ କହୁଛି ସେ ବେବିଲୋନ ଆପାର୍ଟମେଣ୍ଟ ଠାରୁ ଗଣେଶ ଳଣ୍ଡପ ଠାରେ ଥିବା ପରିବା ମାର୍କେଟ, ରିଲାଏନ୍ସ ଫ୍ରେସ, ଏବଂ ରସୁଲଗଡ଼ ମାର୍କେଟ ଯାଇଥିଲେ ୨୨ ମାର୍ଚ୍ଚରୁ ୧୩ ଏପ୍ରିଲ ମଧ୍ୟରେ ।   ତାଙ୍କର କରୋନା ପରିକ୍ଷଣ ପାଇଁ ନମୁନା ସଂଗ୍ରହ କରାଯାଇଥିଲା । ତେବେ ଆଜି ସେ ପଜିଟିଭ ଅଛନ୍ତି ବୋଲି ଜଣାପଡ଼ିଥିଲା । ଏହାପରେ କରୋନା ପୀଡିତଙ୍କୁ ଭୁବନେଶ୍ୱର କିମ୍ସର କୋଭିଡ ହସ୍ପିଟାଲକୁ ପଠାଯାଇଛି ।

୫୮ ନମ୍ବର ଆକ୍ରାନ୍ତଙ୍କ ଯାତ୍ରା ଇତିହାସ

୫୮ ଅମ୍ବର ଆକ୍ରାନ୍ତ ହେଉଛନ୍ତି ଜଣେ ମହିଳା । ସେ ମଧ୍ୟ ସେହି ବମିଖାଲ ଅଞ୍ଚଳର । ଯେଉଠାରୁ ପୂର୍ବରୁ ପଜିଟିଭ ଚିହ୍ନଟ ହୋଇଛନ୍ତି । ଭଲ କଥା ହେଉଛି ସେ କୁଆଡ଼େ ମଧ୍ୟ ଯାତ୍ରା କରିନାହାନ୍ତି । ବମିଖାଲର ଜୟଦୁର୍ଗା ନଗରରେ ଥିବା ବେବିଲୋନ ଆପାର୍ଟମେଣ୍ଟରେ ସେ ରହୁଥିଲେ । କରୋନା ପରୀକ୍ଷଣ ପାଇ ତାଙ୍କଠାରୁ ନମୁନା ସଂଗ୍ରହ କରାଯାଇଥିଲା ।  ଆଜି ସେ ପଜିଟିଭ ବୋଲି ଜଣା ପଡିଛି । ଏହାପରେ କରୋନା ପୀଡିତଙ୍କୁ ଭୁବନେଶ୍ୱର କୋଭିଡ ହସ୍ପିଟାଲ କିମ୍ସକୁ ପଠାଯାଇଛି ।

୫୯ ନମ୍ବର ଆକ୍ରାନ୍ତଙ୍କ ଯାତ୍ରା ଇତିହାସ

୫୯ ଅମ୍ବର ଆକ୍ରାନ୍ତ ହେଉଛନ୍ତି ଜଣେ ୭୫ ବର୍ଷୀୟ ବୃଦ୍ଧ(ପୁରୁଷ) ବ୍ୟକ୍ତି । ସେ ମଧ୍ୟ  ବେବିଲୋନ ଆପାର୍ଟମେଣ୍ଟାରେ ରୁହନ୍ତି । ଏହି ବ୍ୟକ୍ତି ଜଣକ ମଧ୍ୟ କୁଆଡ଼େ ଯାଇନଥିଲେ । ଲକ୍‌ଡ଼ାଉନ ପାଇଁ ସେ ସେହି ଆପାର୍ଟମେଣ୍ଟରେହିଁ ରହୁଥିଲେ । ସନ୍ଦିଗ୍ଧ କରୋନା ଆକ୍ରାନ୍ତଙ୍କ ଚିହ୍ନଟ ପାଇଁ ତାଙ୍କ ନମୁନା ନିଆଯାଇଥିଲା ।  ନମୁନା ପଜିଟିଭ ଆସିଲା ପରେ ତାଙ୍କୁ ଆଜି ଚିକିତ୍ସା ପାଇଁ କୋଭିଡ ହସ୍ପିଟାଲ କିମ୍ସକୁ ପଠାଯାଇଛି  ।

୬୦ ନମ୍ବର ଆକ୍ରାନ୍ତଙ୍କ ଯାତ୍ରା ଇତିହାସ

୬୦ ନମ୍ବର ଆକ୍ରାନ୍ତ ହେଉଛନ୍ତି ଝାରପଡ଼ା ଅଞ୍ଚଳର । ୫୧ ବର୍ଷୀୟ ପୁରୁଷ ଆକ୍ରାନ୍ତ  ୪୨ ନମ୍ବର ଆକ୍ରାନ୍ତଙ୍କର ସଂସ୍ପର୍ଶରେ ଆସିଥିଲେ । ଝାରପଡ଼ାର ନୀଳାଦ୍ରି ନଗରରେ ରୁହନ୍ତି । ୨୨ ମାର୍ଚ୍ଚରୁ ୧୩ ଏପ୍ରିଲ ମଧ୍ୟରେ ସେ କେଶୁରା ମାର୍କେଟ, ରସୁଲଗଡ଼ ହାଟ ଏବଂ  ଗ୍ରୋସୋରି, ପରିବା ଆଣିବା ପାଇଁ ପଳାଶୁଣି ଯାଇଥିଲେ । ୧୪ ତାରିଖ ଦିନ ତାଙ୍କର ନମୁନା ପଜିଟିଭ ଆସିବା ପରେ ଚିକିତ୍ସା ପାଇଁ  କିମ୍ସ କୋଭିଡ ହସ୍ପିଟାଲକୁ ପଠାଯାଇଛି  ।

ଗ୍ରାହକଙ୍କୁ ସତର୍କ କଲା SBI : ସାବଧାନ, ସାଇବର ଠକ ଆପଣାଉଛନ୍ତି ଏହି ସବୁ ନୂଆ ଟେକନିକ୍ !

ନୂଆଦିଲ୍ଲୀ: ଭାରତର ସବୁଠାରୁ ବଡ଼ ବ୍ୟାଙ୍କ୍ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ନିଜ ଗ୍ରାହକମାନଙ୍କୁ ସତର୍କ କରାଇଛି । ପ୍ରକୃତରେ ଏହା ଏକ ଫ୍ରଡ୍ ଆଲର୍ଟ । ସାଇବର ଠକମାନେ ଲୋକଙ୍କୁ ଠକିବାକୁ ଚେଷ୍ଟା କରୁଛନ୍ତି । ତେଣୁ ଯଦି ଆପଣଙ୍କର ଆକାଉଣ୍ଟ SBIରେ ଅଛି, ତେବେ ଆପଣଙ୍କୁ ସତର୍କ ରହିବା ଜରୁରୀ । ଏଥିପାଇଁ ଏସବିଆଇ ଅଫିସିଆଲ ଟ୍ୱିଟର ମାଧ୍ୟମରେ ଲୋକଙ୍କୁ ସୂଚନା ଦେଇଛି ।
ଏହି ଟ୍ୱିଟରେ ଏସବିଆଇ ଲେଖିଛି ଯେ, ସାଇବର ଠକମାନେ ଠକିବା ପାଇଁ ନୂତନ ପଦ୍ଧତି ଏବଂ ଟେକନିକର ବ୍ୟବହାର କରୁଛନ୍ତି। ଯଦି ଆପଣଙ୍କର ଏହିପରି କୌଣସି ଠକାମୀର ଶିକାର ହେଉଛନ୍ତି ତ , [email protected] ରେ କିମ୍ୱା [email protected] କୁ ଇମେଲ କରନ୍ତୁ। ”

ଏସବିଆଇର ନେଟ ବ୍ୟାଙ୍କିଙ୍ଗ ପେଜ ପରି ଦେଖାଯାଉଥିବା  ଏସଏମଏସ ଉପରେ କ୍ଲିକ୍ କରିବା ଠାରୁ ଦୂରେଇ  ରହିବା ପାଇଁ ବ୍ୟାଙ୍କ ପରାମର୍ଶ ଦେଇଛି  । ଯଦି ଆପଣ ଏମିତି କୌଣସି ଏସଏସଏସ ପାଉଛନ୍ତି ତେବେ ଏହାକୁ ତୁରନ୍ତ ଡିଲିଟ୍ କରନ୍ତୁ । http://www.onlinesbi.digital  ରେ ଯଦି ଆପଣଙ୍କୁ ଆପଣଙ୍କର ଆକାଉଣ୍ଟର ସମ୍ବନ୍ଧିୟ କିଛି ସୂଚନା କିମ୍ବା ପାସୱାର୍ଡକୁ ଅପଡେଟ୍ କରିବାକୁ କୁହାଯାଏ, ତେବେ ଏହା ଆଦୌ କରନ୍ତୁ ନାହିଁ, କାରଣ ଏହା ଏକ ନକଲି ୱେବସାଇଟ୍ । ଅର୍ଥାତ୍ ଗ୍ରାହକଙ୍କୁ କୌଣସି ପ୍ରକାର ଠକେଇର ଶିକାର ନହେବାକୁ ସୂଚନା ଦେଇଛନ୍ତି ।

ବ୍ୟାଙ୍କ ତା ଗ୍ରାହକଙ୍କୁ ପରାମର୍ଶ ଦେଇଛି ଯେ ଟ୍ରାନ୍ସଫର କରିବାକୁ YONO (ୟୋନୋ) ଆପ୍ ବ୍ୟବହାର କରିବାକୁ କୁହାଯାଇଛି ଯାହା ସମ୍ପୂର୍ଣ୍ଣ ସୁରକ୍ଷିତ ଏବଂ ଏହା କାରବାରକୁ ସହଜ କରିଥାଏ । ଏହା ସହିତ କୁହାଯାଇଛି ଯେ ଆପଣ ଫଣ୍ଡ ଟ୍ରାନ୍ସଫର କରିବା ସମୟରେ, ଟଙ୍କା ପଠାଇବା ପୂର୍ବରୁ, ସେହି ବ୍ୟକ୍ତିଙ୍କୁ ଚିହ୍ନଟ କରନ୍ତୁ ଯାହାକୁ ଆପଣ ଟଙ୍କା ପଠାଉଛନ୍ତି । ଆକାଉଣ୍ଟଧାରୀଙ୍କୁ କୁହାଯାଇଛି ଯେ, ସେମାନେ ବିଶ୍ୱସନୀୟ ସ୍ରୋତର ହିଁ ବ୍ୟବହାର କରନ୍ତୁ ଏବଂ କରୋନାଭାଇରସ ସମ୍ବନ୍ଧୀୟ କୌଣସି ବି ଖବର ଉପରେ କ୍ଲିକ୍ କରିବା ପୂର୍ବରୁ ଥରେ ଯାଞ୍ଚ କରିନେବା ଆବଶ୍ୟକ, କାରଣ ଏହି ସମୟରେ ସାଇବର ଠକମାନେ ସକ୍ରିୟ ହୋଇଯାଇଛନ୍ତି ।

ରାଜ୍ୟରେ କରୋନା ସଂକ୍ରମଣଙ୍କ ସଂଖ୍ୟା ୬୦କୁ ବୃଦ୍ଧି, ଆଉ ୪ ନୂଆ ପଜିଟିଭ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣଙ୍କ ସଂଖ୍ୟା ୬୦କୁ ବୃଦ୍ଧି ପାଇଛି । ୨୪ ଘଣ୍ଟା ମଧ୍ୟରେ ୫ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ବମିଖାଲ ଅଞ୍ଚଳରୁ ୩ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଝାରପଡ଼ା ଅଞ୍ଚଳରୁ ଜଣକୁ ଚିହ୍ନଟ କରାଯାଇଛି । ଆଜି ସକାଳେ ଯାଜପୁର ଅଞ୍ଚଳରୁ ଜଣଙ୍କୁ ଚିହ୍ନଟ କରାଯାଇଥିଲା । ତେବେ ଗତକାଲି ୫୬୪ ସାମ୍ପୁଲ ପରୀକ୍ଷା ହୋଇଥିଲା । ସେଥିରୁ ଆଜି ୫ଟି ପଜିଟିଭ ଚିହ୍ନଟ ହୋଇଛି ।

ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ

ଏହି ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ଝାରପଡ଼ା ଅଞ୍ଚଳର ଆକ୍ରାନ୍ତଙ୍କ ବୟସ ୫୦ ବର୍ଷ । ସଂପୃକ୍ତ ବ୍ୟକ୍ତି ଜଣକ ୪୨ ନମ୍ବର ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ସନ୍ଦେହ । ବମିଖାଲ ଆକ୍ରାନ୍ତଙ୍କ ମଧ୍ୟରୁ ଦୁଇଜଣ ପୁରୁଷ ଏବଂ ଜଣେ ମହିଳା ରହିଛନ୍ତି । ଦୁଇଜଣ ପୁରୁଷଙ୍କ ବୟସ ୫୧ ଓ ୭୦ ବର୍ଷ ହୋଇଥିବା ବେଳେ ମହିଳାଙ୍କର ବୟସ ୫୧ ବର୍ଷ ବୋଲି ଜଣା ପଡ଼ିଛି ।

ସେହି ଗେଟଅପ୍, ସେହି ଇମୋସନ କିନ୍ତୁ କ୍ଲାଇମାକ୍ସ ଟିକେ ଅଲଗା, ଦେଖନ୍ତୁ ଭାଇଜାନଙ୍କ ଏହି ଭିଡ଼ିଓ

ମୁମ୍ବାଇ: ମୈନେ ପ୍ୟାର୍‌ କିୟା’ ଲଭ ରୋମାନ୍ସ ମାହୋଲକୁ ଦୋହରାଇଲେ ସଲମାନ। ହୋମ୍‌ କ୍ୱାରେଣ୍ଟାଇନରେ ରହି ମଧ୍ୟ ସଲମାନ ଫ୍ୟାନଙ୍କୁ ଏଣ୍ଟରଟେନ୍‌ କରିବାକୁ ଭୁଲୁନାହାଁନ୍ତି । ସଲମାନଙ୍କ ନାଇଣ୍ଟିଜର ଏହି କ୍ରେଜ୍‌କୁ ଏବେ ପୁଣି ଥରେ ଦର୍ଶକ ଦେଖିବାକୁ ପାଇ ବେଶ ଖୁସି ହୋଇଛନ୍ତି ।

ତେବେ ଆପଣ ଭାବୁଥିବେ ଭାଇଜାନଙ୍କ ଏତେ ହିଟ୍ ଫିଲ୍ମ ଥାଇ ବି ଆମେ କାହିଁକି ତାଙ୍କର ସେହି ନାଇଣ୍ଟିଜର ଫିଲ୍ମ କଥା କହୁଛୁ । ଏହାର କାରଣ ହେଉଛି ଭାଇଜାନ ସେୟାର କରିଥିବା ତାଙ୍କ ଭିଡ଼ିଓର କମାଲ । ସେ ତାଙ୍କ ଆକାଣ୍ଟରୁ ଏହି ଫିଲ୍ମର ଗୋଟିଏ ସିନକୁ ମନେ ପକାଇ ସେଥିରେ ପୁଣି ଅଭିନୟ କରିଛନ୍ତି । ସେହି ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।

https://www.instagram.com/p/B-4BIKDF-Lp/

କାରଣ ଭିଡ଼ିଓଟିରେ ବୟସ ଛାପ ହୁଏତ ନଜର ଆସୁଥାଇପାରେ କିନ୍ତୁ ତାଙ୍କର ସେହି ଅନ୍ଦାଜ ଗେଟଅପ୍ ଆଉ ଷ୍ଟାଇଲ ପୂରା ସମାନ ଖାଲି କ୍ଲାଇମାସ୍ ରହିଛି ଟିକେ ଅଲଗା । ଯେଉଁଥି ପାଇଁ ଏହା ଖୁବ ଭାଇରାଲ ହେବାରେ ଲାଗିଛି ।

୨୦ ଏପ୍ରିଲ ପରେ ଦେଶର ଏହି ସବୁ ଜିଲ୍ଲାଗୁଡ଼ିକୁ ମିଳିପାରେ ଲକଡାଉନ୍ ରିହାତି !

ନୂଆଦିଲ୍ଲୀ: ଭାରତରେ କରୋନା ଭୂତାଣୁର ୧୦ହଜାରରୁ ଅଧିକ ମାମଲା ସାମ୍ନାକୁ ଆସିଛି । କୋଭିଡ -୧୯ ରେ ସଂକ୍ରମିତ ୩୩୯ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି । ଏଭଳି ପରିସ୍ଥିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୩ ତାରିଖ ସୁଦ୍ଧା ଦେଶବ୍ୟାପି ଲକଡାଉନର ନିଷ୍ପତ୍ତି ନେଇଛନ୍ତି । ଅନେକ ରାଜ୍ୟ ପୂର୍ବରୁ ଲକଡାଉନ ଘୋଷଣା କରିଥଲେ । ପ୍ରଧାନମନ୍ତ୍ରୀ ମୋଦି, ଏପ୍ରିଲ ୨୦ ପରେ କିଛି ଅଂଚଳରେ ଲକଡାଉନ ବେଳେ ରିହାତି ମିଳିବ  ବୋଲି ତାଙ୍କ ଅଭିଭାଷଣରେ କହିଛନ୍ତି । ତଥାପି, ଏଥିପାଇଁ ସେମାନଙ୍କୁ କିଛି ସର୍ତ୍ତ ରଖି ରହିବା କଥା ସେ କହିଛନ୍ତି ।

କେଉଁମାନଙ୍କୁ  ଏପ୍ରିଲ୍ ୨୦ ପରେ ମିଳିବ ରିହାତି ?

ପ୍ରଧାନମନ୍ତ୍ରୀଙ୍କ କହିବା ଅନୁସାରେ, “ଏପ୍ରିଲ ୨୦ ସୁଦ୍ଧା ପ୍ରତ୍ୟେକ ସହର, ପ୍ରତ୍ୟେକ ପୋଲିସ ଷ୍ଟେସନ ଏବଂ ପ୍ରତ୍ୟେକ ରାଜ୍ୟକୁ ଭଲଭାବେ ପରୀକ୍ଷଣ କରାଯିବ । ସେହି ସହର ନିଜକୁ କରୋନା ଠାରୁ କେତେ ରକ୍ଷା କରିଛି, ସେଠାରେ ଲକଡାଉନକୁ କେତେ ପାଳନ କରାଯାଇଛି ମୂଲ୍ୟାଙ୍କନ କରାଯିବ । ଯେଉଁ ଅଞ୍ଚଳ ହଟସ୍ପଟ୍ ବଢିବାକୁ ଦେବ ନାହିଁ,  ସେଠାରେ ଏପ୍ରିଲ୍ ୨୦ରୁ କିଛି ଆବଶ୍ୟକୀୟ କାର୍ଯ୍ୟ ପାଇଁ ଅନୁମତି ଦିଆଯାଇପାରିବ ଏବଂ ଏହାକୁ ନେଇ ଆସନ୍ତାକାଲି ଏକ ବିସ୍ତୃତ ନିର୍ଦ୍ଦେଶାବଳୀ ଜାରି ହେବ। ”

ଏହିସବୁ ସହରର କିଛି କାର୍ଯ୍ୟକଳାପ ଉପରେ କୋହଳ କରାଯିବ

ମୋଦିଙ୍କ ଅନୁସାରେ, କେତେକ ଜିଲ୍ଲା ଓ ସହରରେ ଲକଡାଉନ କୋହଳ କରାଯାଇପାରେ । ଉଦାହରଣ ସ୍ୱରୂପ ଉତ୍ତର ପୂର୍ବ, କର୍ଣ୍ଣାଟକ, ଛତିଶଗଡ, ବିହାର, ହରିୟାଣାର କିଛି ଜିଲ୍ଲାରେ ଲକଡାଉନ୍ କେହଳ କରାଯାଇପାରେ । କିନ୍ତୁ ଏଠାରେ ନିୟମ ସେତେବେଳେ କୋହଳ ହେବ ଯେତେବେଳେ ସମାନ ଧାରା ଜାରି ରହିବ । ଯଦି ଏଠାରୁ ୨୦ ଏପ୍ରିଲ ଭିତରେ କୌଣସି ମାମଲା ଆସେ, ତେବେ ସେହିଭଳି ଲକଡାଉନ୍ କଡ଼ାକଡ଼ି ହେବ । ଦେଶରେ ଅନେକ ଉଦାହରଣ ଅଛି ଯେଉଁଠାରେ ସଂକ୍ରମିତଙ୍କ ମାମଲା ହ୍ରାସ ପାଇବାର କିଛି ଦିନ ପରେ ପୁଣିଥରେ ବୃଦ୍ଧି ପାଇଛି । ଉତ୍ତରପ୍ରଦେଶର ଆଗ୍ରା ଏହାର ଉଦାହରଣ । ପ୍ରଥମେ, ମାମଲାଗୁଡ଼ିକ ଦ୍ରୁତ ଗତିରେ ବୃଦ୍ଧି ପାଇଲା ତାପରେ କୌଣସି ମାମଲା ସେଠାରୁ ଆସି ନଥିଲା କିନ୍ତୁ ବର୍ତ୍ତମାନ ପୁଣି ଏଠାରୁ ନୂଆ ମାମଲା ସାମ୍ନାକୁ ଆସିଛି ।

ଗତ ୧୪ଦିନରୁ ନୂଆ ମାମଲା ଏଠାରୁ ଆସିନାହିଁ

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୋମବାର କହିଛି ଯେ ୧୫ଟି ରାଜ୍ୟରେ ୨୫ଟି ଜିଲ୍ଲା ଅଛି ଯେଉଁଠାରେ ଗତ ୧୪ ଦିନରୁ କୌଣସି ମାମଲା ଆସିନାହିଁ । ଯଦି ଏପ୍ରିଲ୍ ୨୦ ସୁଦ୍ଧା ଏହି ଜିଲ୍ଲାଗୁଡ଼ିକରେ କୌଣସି ନୂତନ ମାମଲା ସାମ୍ନାକୁ ନଆସେ, ତେବେ ସେମାନଙ୍କୁ ଲକଡାଉନରୁ ମୁକ୍ତ କରାଯାଇପାରିବ ।

ରାଜ୍ୟ                 ଜିଲ୍ଲା

ଛତିଶଗଡ            ରାଜନାଂଦଗାଓଁ, ଦୁର୍ଗ ଏବଂ ବିଲାସପୁର

କର୍ଣ୍ଣାଟକ             ଦେବନଗିରି, ଉଦୁପି, ତୁମକୁର ଏବଂ କୋଡାଗୁ

ମହାରାଷ୍ଟ୍ର             ଗୋଂଦିଆ

ହରିୟାଣା             ପାନିପତ, ରୋହତକ, ସିରସା

ବିହାର                ପାଟନା, ମୁଂଗେର

କେରଳ               ବାୟନାଡ ଏବଂ କୋଟାୟାମ

ମଣିପୁର              ପଶ୍ଚିମ ଇମ୍ଫାଲ

ଗୋଆ               ଦକ୍ଷିଣ ଗୋଆ

ଜାମ୍ମୁ କାଶ୍ମୀର        ରାଜୈରୀ

ମିଜୋରାମ           ଆଇଜୋଲ୍ ୱେଷ୍ଟ୍

ପଞ୍ଜାବ               ଏସବିଏସ ନାଗର

ରାଜସ୍ଥାନ             ପ୍ରତାପଗଡ଼

ତେଲେଙ୍ଗାନା        ଭଦ୍ରାଦ୍ରୀ କୋଟାଗୁଡମ୍

ଉତ୍ତରାଖଣ୍ଡ          ପୌଡ଼ି ଗଡୱାଲ

ପୁଡୁଚେରୀ           ମାହେ

ପ୍ରଧାନମନ୍ତ୍ରୀ କହିଛନ୍ତି, ସମସ୍ୟା ବଢିବାକୁ ଅପେକ୍ଷା କରି ନାହିଁ ଭାରତ

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, ଭାରତ ଏହି ସମସ୍ୟା ବଢିବା ପର୍ଯ୍ୟନ୍ତ  ଅପେକ୍ଷା କରି ନାହିଁ । ବରଂ, ସମସ୍ୟାଟି ଦେଖିବା ମାତ୍ରେ, ଶୀଘ୍ର ନିଷ୍ପତ୍ତି ନେଇ ସଂକ୍ରମଣକୁ ରୋକିବାକୁ ଭାରତ ସମସ୍ତ ପ୍ରୟାସ କରିଥିଲା । ସେ କହିଛନ୍ତି ଯେ, ଯେତେବେଳେ ଭାରତରେ କରୋନାର ଗୋଟିଏ ବି ମାମଲା ନଥିଲା, ସେତେବେଳେ ଭାରତ କରୋନା ପ୍ରଭାବିତ ଦେଶରୁ ଆସୁଥିବା ଯାତ୍ରୀମାନଙ୍କ ସ୍କ୍ରିନିଂ ଆରମ୍ଭ କରିଥିଲା । ଯେତେବେଳେ କରୋନା ରୋଗୀ ୧୦୦ରେ ପହଞ୍ଚିଲେ, ବିଦେଶରୁ ଆସୁଥିବା ପ୍ରତ୍ୟେକ ଯାତ୍ରୀଙ୍କ ପାଇଁ ୧୪ ଦିନିଆ କ୍ୱାରେଣ୍ଟାଇନ୍ ବାଧ୍ୟତାମୂଳକ କରାଯାଇଥିଲା । ସପିଂ ମଲ, କ୍ଲବ ଏବଂ ଜିମ୍ ଗୁଡିକୁ ମଧ୍ୟ ବନ୍ଦ କରି ଦିଆଯାଇଥିଲା ।  ଯେତେବେଳେ ଆମର ଏଠାରେ କରୋନାର ୫୫୦ ମାମଲା ଥିଲା, ଭାରତ ୨୧ଦିନର ଲକଡାଉନ୍ ଦିଗରେ ଏକ ବଡ ପଦକ୍ଷେପ ନେଇଥିଲା ।

ତେବେ, ରାଜ୍ୟର କେଉଁ ସ୍ଥାନରେ ଲକଡାଉନ କୋହଳ କରାଯିବ ସେ ନେଇ ରାଜ୍ୟ ସରକାର ଓ ସ୍ଥାନୀୟ ପ୍ରଶାସନ ନିଷ୍ପତ୍ତି ନେବ । ଓଡ଼ିଶା ସରକାର ମଧ୍ୟ ସ୍ଥିତି ଦେଖି ସହରରୁ ଲକଡାଉନ କୋହଳ କରିବେ ।

ରମଜାନର ପ୍ରଥମ ୧୦ ଦିନ ଲକଡାଉନରେ, ଘରେ ରହି ପ୍ରାର୍ଥନା କରିବାକୁ ପରାମର୍ଶ ଦେଲେ ସରକାର

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣ ରୋକିବା ଲାଗି ସରକାରଙ୍କ ପକ୍ଷରୁ ଲକ୍ଡାଉନ୍ସମୟ ସୀମାକୁ ମେ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ଏହି ସମୟରେ ଏପ୍ରିଲ୍୨୪ରୁ ରମଜାନ୍ମାସ ଆରମ୍ଭ ହେଉଛି ରମଜାନ୍ ପ୍ରଥମ ୧୦ ଦିନ ଲକ୍ଡାଉନ୍ମଧ୍ୟରେ ପଡୁଛି ତେବେ ଏହି ସମୟରେ ସୁରକ୍ଷା ଦୃଷ୍ଟିରୁ ଘରେ ରହି ରମଜାନ୍ମାସ ପାଳନ କରିବାକୁ ସରକାରଙ୍କ ପକ୍ଷରୁ ସମସ୍ତ ମୁସଲମାନ୍ଭଉଣୀଭାଇଙ୍କୁ ପରାମର୍ଶ ଦିଆଯାଇଛି

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମସଜିଦ୍ ଯିବାକୁ କୁହାଯାଇଛି ଏହା ସହିତ ସାମାଜିକ ଦୂରତା ବଜାୟ ରଖିବାକୁ ସରକାର କହିଛନ୍ତି

କରୋନା କାଳ : ଲକଡାଉନ ଭିତରେ ଅନଲାଇନ୍ ବିବାହ, ଯୋଗଦେଲେ ୨୦୦ରୁ ଅଧିକ ଅତିଥି

ଟେକ୍ସାସ: କରୋନା ସଂକ୍ରମଣକୁ ନେଇ ସାରା ବିଶ୍ୱ ଏକ ପ୍ରକାର ଲକ୍‌ଡାଉନ୍‌ ହୋଇ ଯାଇଛି କହିଲେ ଚଳେ। ଚୀନାରୁ ଆରମ୍ଭ ହୋଇଥିବା କରୋନା ଭାଇରସ ସଂକ୍ରମଣ ଏବେ ୨ ଶହରୁ ଊର୍ଦ୍ଧ୍ୱ ଦେଶକୁ ବ୍ୟାପି ସାରିଲାଣି। ଏବେ ଏଥିରେ ବିଶେଷ କ୍ଷତିଗ୍ରସ୍ତ ହୋଇଛି ବିଶ୍ୱର ବିକାଶଶୀଳ ଦେଶ ଆମେରିକା। ପ୍ରତିଦିନ ଏଠାରେ ହଜାର ହଜାର ସଂଖ୍ୟାରେ କରୋନା ସଂକ୍ରମିତଙ୍କ ମୃତ୍ୟୁ ହେଉଥିବା ବେଳେ ହଜାର ହଜାର ନୂଆ ରୋଗୀଙ୍କୁ ଚିହ୍ନଟ କରାଯାଉଛି। ନ୍ୟୁୟର୍କ ଏହାର କେନ୍ଦ୍ରସ୍ଥଳ ହୋଇଥିବା ବେଳେ ଦେଶର ଅନ୍ୟ ଅଞ୍ଚଳରେ ମଧ୍ୟ ଲୋକେ ଆବଶ୍ୟକ ନ ଥିଲେ ଘରୁ ବାହାରୁ ନାହାନ୍ତି।

ଏମିତିକି ବିବାହ ପାଇଁ ପୂର୍ବରୁ ତାରିଖ ସ୍ଥିର ହୋଇଥିଲେ ମଧ୍ୟ ଲୋକେ ଏହାକୁ ଘୁଞ୍ଚାଇ ଦେଉଛନ୍ତି। ହେଲେ ଟେକ୍ସାସର ଅଷ୍ଟିନ ସହରରେ ଦେଖିବାକୁ ମିଳିଛି ଏକ ବ୍ୟତିକ୍ରମ। ଏଠାରେ ପୂର୍ବ ନିର୍ଦ୍ଧାରିତ ତାରିଖ ଅନୁଯାୟୀ ଏକ କପୁଲ ବିବାହ କରିଛନ୍ତି। ଅବଶ୍ୟ ଏମାନେ ଅନ୍‌ଲାଇନରେ ବିବାହ କରିଥିବା ବେଳେ ଅନ୍‌ଲାଇନରେ ମଧ୍ୟ ପାଖାପାଖି ୨ଶହ ଅତିଥି ଏହି ବିବାହରେ ଯୋଗ ଦେଇଥିବା ଜଣାପଡିଛି।

ଇଥନ ପୋଲାକ ଓ କ୍ୟାଥଲିନ ଦିଲଓ୍ବର୍ଥ ଏହି ବରକନ୍ୟା ମାର୍ଚ୍ଚ ୨୮ରେ ବିବାହ କରିଥିବା ଜଣାପଡିଛି। ତେବେ ଲକ୍‌ଡାଉନ ପାଇଁ ଏମାନେ ବିବାହ ଘୁଞ୍ଚାଇବାକୁ ଚାହୁଁ ନ ଥିବା ବେଳେ ସେମାନେ ତାଙ୍କର ସମସ୍ତ ଅତିଥିଙ୍କୁ ଇମେଲ ଯୋଗେ ପୂର୍ବରୁ ଏକଥା ଜଣାଇ ଦେଇଥିଲେ।

ଆଉ ଅତିଥିମାନେ ମଧ୍ୟ ଠିକ୍‌ ବିବାହ ଉତ୍ସବରେ ଯୋଗ ଦେବା ଭଳି ସଜେଇ ହୋଇ ଏହି ଅନ୍‌ଲାଇନ ବିବାହରେ ଯୋଗ ଦେଇ କରୋନା ସମୟରେ ପାଳନ କରାଯାଉଥିବା ଲକ୍‌ଡାଉନ ନିୟମକୁ ମାନିଥିଲେ।

ସାବଧାନ ! ଘରେ ବି ପଶିପାରେ କରୋନା, ଜାଣନ୍ତୁ ବଜାରରୁ ଆଣିଥିବା ପନିପରିବାକୁ ସଠିକ ଭାବରେ ଧୋଇବାର ପ୍ରଣାଳୀ

କରୋନା ଭାଇରସ ଯୋଗୁଁ ଭାରତରେ ଲକଡାଉନ୍ ଅବଧିକୁ ବୃଦ୍ଧି କରାଯାଇଛି। ଏଥି ସହିତ, ଲୋକମାନେ ଅଧିକ ସତର୍କ ହେବା ସହ ଏବଂ ଡାକ୍ତରଙ୍କ ପରାମର୍ଶକୁ ଅନୁସରଣ କରି ସଂକ୍ରମଣରୁ ମଧ୍ୟ ଦୂରେଇ ରହୁଛନ୍ତି । ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଆମେ ବାହାରୁ ଆଣିଥିବା ସାମଗ୍ରୀକୁ ଭଲ ଭାବରେ ସାନିଟାଇଜ କରି ବ୍ୟବହାର କଲେ ସଂକ୍ରମଣ ବ୍ୟାପିବାର ଆଶଙ୍କା କମିଥାଏ । ଖାଲି ଆଖିରେ କୋରାନା ଜୀବାଣୁ ଦେଖାଯାଏ ନାହିଁ, ତେଣୁ ଆମେ ଖାଉଥିବା ପନିପରିବାକୁ ଭଲ ଭାବରେ ଧୋଇ ଖାଇବା ଉଚିତ । ତେବେ ଜାଣନ୍ତୁ ସେମାନଙ୍କୁ ଧୋଇବାର ସହଜ ଉପାୟ

ପତ୍ରଥିବା ସବୁଜ ପନିପରିବା-

ଏକ ବଡ଼ ପାତ୍ରରେ ପାଣି ଭରନ୍ତୁ ଏବଂ ଶାଗ ତଥା ଅନ୍ୟ ପତ୍ରଯୁକ୍ତ ପନିପରିବାକୁ ବୁଡ଼ାଇ କିଛି ସମୟ ପାଇଁ ରଖନ୍ତୁ । ଏହାପରେ ଭଲ ଭାବରେ ତାକୁ ହାତରେ ସଫା କରନ୍ତୁ । ତାପରେ ଏକ ଛଣା ସାହାଯ୍ୟରେ ଆଉଥରେ ପାଣିରେ ଊଲ ଭାବରେ ଧୋଇ ନିଅନ୍ତୁ ।

ମୂଳଥିବା ପନିପରିବା-

ମୂଳ ଥିବା ପନିପରିବା ଭୂମିରେ ବଢ଼ିଥାଏ, ତେଣୁ ଏହା ସ୍ପଷ୍ଟ ଯେ ସେଥିରେ ବହୁତ ମାଟି ରହିବ । ସର୍ବପ୍ରଥମେ, ସେମାନଙ୍କୁ ବ୍ରଶ୍ ଦ୍ୱାରା ସଫା କରନ୍ତୁ । ଏହା ପରେ ପରିବାକୁ ହାଲୁକା ଉଷୁମ ପାଣିରେ ଧୋଇ ଦିଅନ୍ତୁ ।

ବେକିଂ ସୋଡା ସାହାଯ୍ୟରେ ଫଳ ଏବଂ ପନିପରିବା କିପରି ସଫା କରିବେ –

ବଜାରରୁ ଅଣାଯାଇଥିବା ଫଳ ଏବଂ ପନିପରିବା ଉପରେ ବେକିଂ ସୋଡା ଛିଞ୍ଚନ୍ତୁ, ତାପରେ ଏହାକୁ ୧୫ ମିନିଟ୍ ପାଇଁ ଛାଡିଦିଅନ୍ତୁ | ଏହା ସେମାନଙ୍କର ଉପର ସ୍ତରରେ ଥିବା ସମସ୍ତ ଜୀବାଣୁକୁ ମାରିଦେବ । ଏହା ପରେ ପରିବାକୁ ସଫା ଟ୍ୟାପ୍ ପାଣିରେ ଭଲ ଭାବରେ ଧୋଇ ଦିଅନ୍ତୁ

ଭିନେଗାର ସାହାଯ୍ୟରେ ସବୁଜ ପନିପରିବା କିପରି ଧୋଇବେ –

ଏକ ବଡ଼ ପାତ୍ରରେ ଧଳା ଭିନେଗାର ରଖନ୍ତୁ ଏବଂ ଏହା ଉପରେ ୩ କପ୍ ପାଣି ମିଶାନ୍ତୁ | ମିଶ୍ରଣ ପାଇଁ ଚାମଚ ସହିତ ଗୋଳାନ୍ତୁ | ପତ୍ରଯୁକ୍ତ ପନିପରିବା ଏହି ଭିନେଗାର ପାଣିରେ ବୁଡ଼ାନ୍ତୁ | ୨୦ ମିନିଟ୍ ପରେ, ସେଗୁଡିକୁ ବାହାର କରି ଟ୍ୟାପ୍ ପାଣିରେ ଧୋଇ ଦିଅନ୍ତୁ | ତା’ପରେ ପନିପରିବା ଠାରୁ ଅଧିକ ପାଣି ସିଞ୍ଚନ କରନ୍ତୁ ଏବଂ ଏହାକୁ କିଛି ସମୟ ବାହାରେ ଶୁଖାନ୍ତୁ କିମ୍ବା ରୋଷେଇ ଘରର ଟାୱେଲରେ ପୋଛିଦିଅନ୍ତୁ ।

ହଳଦୀ ପାଣିରେ ପରିବାକୁ କିପରି ସଫା କରିବେ-

ଅନେକ ପରିବାରରେ ହଳଦୀକୁ ଫଳ ଏବଂ ପନିପରିବା ସଫା କରିବା ପାଇଁ ବ୍ୟବହାତ କରାଯାଏ |ହଳଦୀରେ ଆଣ୍ଟି-ବ୍ୟାକ୍ଟେରିଆ ଗୁଣ ରହିଛି,ଯାହାଫଳରେ ଫଳ ଏବଂ ପନିପରିବାରେ ଥିବା ଜୀବାଣୁ ନଷ୍ଟ ହୋଇଯାଇଥାଏ । ବାହାରୁ ଆଣିଥିବା ପନିପରିବା ଧୋଇବା ପାଇଁ ପ୍ରଥମେ ଆବଶ୍ୟକ ପାଣି ଗରମ କରନ୍ତୁ ଏବଂ ୧ ଚାମଚ ହଳଦୀ ମିଶାନ୍ତୁ | ତା’ପରେ ଫଳ ଏବଂ ପନିପରିବା ମିଶାନ୍ତୁ ଏବଂ ଏହାକୁ କିଛି ସମୟ ରହିବାକୁ ଦିଅନ୍ତୁ | ତା’ପରେ ସେଗୁଡ଼ିକୁ ବାହାର କରି ପରେ ସଫା ପାଣିରେ ଧୋଇ ଦିଅ |

ରୋଷେଇ ଘରକୁ କିପରି ରଖିବେ ସଂକ୍ରମଣରୁ ମୁକ୍ତ-

ଭିନେଗାର ସାହାଯ୍ୟରେ ସିଙ୍କ୍, ସ୍କ୍ରବର୍, କପ୍ ବୋର୍ଡ, କିମ୍ବା ରୋଷେଇ ଘରର ସ୍ଲାବ୍ କୁ ଭଲ ଭାବରେ ସଫା କରନ୍ତୁ | ପରିବା ଆଣିବା ପାଇଁ ଯିବା ଠାରୁ ଆରମ୍ଭ କରି ରୋଷେଇ ଘର ପର୍ଯ୍ୟନ୍ତ, ଆପଣ ନିଜ ପାଖରେ ରଖିଥିବା ସମସ୍ତ ଜିନିଷକୁ ସଫା କରିବା ଉଚିତ୍ |