ଢେଙ୍କାନାଳ: ଟାଉନ ଥାନା ଭଗବାନପୁର ଛକରେ ବିଦ୍ୟୁତ୍ ଖୁଣ୍ଟରେ ପିଟିହେଲା ୧୦୮ ଆମ୍ବୁଲାନ୍ସ । ରୋଗୀ ଓ ଆମ୍ବୁଲାନ୍ସ ଡ୍ରାଇଭର ଆହତ । ଖୁଣ୍ଟରେ ଧକ୍କା ପରେ ଛିଡ଼ିଗଲା ୧୧ କେଭି ବିଦ୍ୟୁତ୍ ତାର ।
ବସ୍-ଟ୍ରକ୍ ମୁହାଁମୁହିଁ ଧକ୍କା, ୧୪ ଜଣଙ୍କ ମୃତ୍ୟୁ
ଉତ୍ତର ପ୍ରଦେଶ: ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ-ୱେରେ ସଡ଼କ ଦୁର୍ଘଟଣା । ବିଳମ୍ବିତ ରାତିରେ ବସ୍ ଓ ଟ୍ରକ୍ ମୁହାଁମୁହିଁ ଧକ୍କା ହୋଇଛନ୍ତି । ଏଥିରେ ୧୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୧ରୁ ଅଧିକ ଆହତ ହୋଇଛନ୍ତି । ବୁଧବାର ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ହୋଇଛି ।ବସରେ ୪୦ରୁ ୪୫ ଜଣ ଯାତ୍ରୀ ଥିଲେ । ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ୍ ହାଇୱେରେ ପମ୍ପଚର ହୋଇଥିବା ଟ୍ରକକୁ ବସଟି ପିଟିଥିଲା ।
ଏହି ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ବସ୍ର ଆଗ ଭାଗ ପୂରା ଭାଙ୍ଗିଯାଇଥିଲା । ଦୁର୍ଘଟଣାଗ୍ରସ୍ତ ବସଟି ଦିଲ୍ଲୀରୁ ବିହାର ଅଭିମୁଖେ ଯାଉଥିଲା । ଭଦାନ ଗାଁ ନିକଟରେ ଭାରସାମ୍ୟ ହରାଇ ଏହା ରାସ୍ତାରେ ଠିଆ ହୋଇଥିବା ଟ୍ରକରେ ପିଟି ହୋଇଯାଇଥିଲା । ବସରେ ଥିବା ଯାତ୍ରୀଙ୍କ ଚିତ୍କାର ଶୁଣି ସ୍ଥାନୀୟ ବାସିନ୍ଦା ପହଞ୍ଚି ଉଦ୍ଧାର କାମ ଆରମ୍ଭ କରିଥିଲେ ।
ସଂଖ୍ୟାଲଘୁ ଧର୍ମାନୁଷ୍ଠାନଗୁଡ଼ିକର ହେବ ବିକାଶ: ୧୬ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ସଂଖ୍ୟାଲଘୁ ଧର୍ମାନୁଷ୍ଠାନଗୁଡ଼ିକରର ବିକାଶ ପାଇଁ ୧୬ କୋଟି ଟଙ୍କା ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସ୍ୱତନ୍ତ୍ର ସମସ୍ୟା ପାଣ୍ଠିରୁ ଏହି ଅର୍ଥ ଯୋଗାଇ ଦିଆଯିବ । ଏହି ଅର୍ଥରେ ଧର୍ମାନୁଷ୍ଠାନମାନଙ୍କରେ ଯାତ୍ରୀମାନଙ୍କ ପାଇଁ ବିଭିନ୍ନ ସୁବିଧା ସୁଯୋଗର ବିକାଶ କରାଯିବ ସହିତ ଗୋଷ୍ଠୀ କେନ୍ଦ୍ର ନିର୍ମାଣ କରାଯିବ ।

ନିଷ୍ପତ୍ତି ଅନୁଯାୟୀ, ସତ୍ୟନଗର ଯୀଶୁଖ୍ରୀଷ୍ଟ ଏବଂ ମଦରମେରୀ ଭୁବନେଶ୍ୱର କାଥଲିକ୍ ଚର୍ଚ୍ଚକୁ ୨ କୋଟି ଟଙ୍କା ଓ ଭୁବନେଶ୍ୱର ୟୁନିଟ-୪ କ୍ୟାପିଟାଲ ମସଜିଦ୍କୁ ୨ କୋଟି ଟଙ୍କା ମଞ୍ଜୁର କରାଯାଇଥିବା ବେଳେ କଟକ ମିଶନ ରୋଡସ୍ଥିତ କଟକ ଓଡ଼ିଆ ବାପଟିଷ୍ଟ ଚର୍ଚ୍ଚ ଏବଂ ଦରଘାବଜାର କଦ ଇ-ରସଲ ମସଜିଦ୍କୁ ୨ କୋଟି ଟଙ୍କା ଲେଖାଏଁ ଅର୍ଥ ମଞ୍ଜୁର କରାଯାଇଛି ।

ସେହିପରି କେନ୍ଦ୍ରାପଡ଼ା ଫକୀରାବାଦ ମରକାଜି, ମସଜିଦ୍, ସମ୍ୱଲପୁର ସେଣ୍ଟ ଯୋସେଫ୍ କ୍ୟାଥେଡ୍ରାଲ (ରୋମାନ କାଥ୍ଲିକ୍), ବ୍ରହ୍ମପୁର ଭାପୁର ବଜାର ଜାମିୟା ମସଜିଦ୍, ଗିରିରୋଡ୍ ବ୍ରହ୍ମପୁର ଓଡ଼ିଆ ବାପ୍ଟିଷ୍ଟ ଚର୍ଚ୍ଚ ସିଏନ୍ଆଇ, ରାଉରକେଲା ବିଶପ ମିଶନାରୀ (ରୋମାନ୍ କାଥ୍ଲିକ୍) ଏବଂ ରାଜଗାଙ୍ଗପୁର ସୁନ୍ନି ଜାମା ମସଜିଦ୍କୁ ୧ କୋଟି ଟଙ୍କା ଲେଖାଏଁ ଅର୍ଥ ସ୍ୱତନ୍ତ୍ର ସମସ୍ୟା ପାଣ୍ଠିରୁ ମୁଖ୍ୟମନ୍ତ୍ରୀ ମଞ୍ଜୁର କରିଛନ୍ତି ।
ଭୁବନେଶ୍ୱର: ମୋ ସରକାରରେ ସାମିଲ ହେଲା ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗ । ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିଭାଗୀୟ ମନ୍ତ୍ରୀ ପ୍ରତାପ ଜେନା, ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, 5T ସଚିବ ଭି.କେ ପାଣ୍ଡିଆନ ପ୍ରମୁଖଙ୍କ ଉପସ୍ଥିତିରେ ହେଲା ସାମିଲ ।
ଭୁବନେଶ୍ୱର: ମୋ ସରକାରରେ ସାମିଲ ହେଲା ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗ । ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିଭାଗୀୟ ମନ୍ତ୍ରୀ ପ୍ରତାପ ଜେନା, ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, 5T ସଚିବ ଭି.କେ ପାଣ୍ଡିଆନ ପ୍ରମୁଖଙ୍କ ଉପସ୍ଥିତିରେ ହେଲା ସାମିଲ ।
ଭଞ୍ଜନଗର: ବେଲଗୁଣ୍ଠା କୋକଲୁଣ୍ଡା ଗାଁରେ ଅଘଟଣ । ବିଦ୍ୟୁତ୍ ଆଘାତରେ ଜେଜେ ମାଆ ଓ ନାତି ମୃତ । ମୃତକ ହେଲେ ରାଜେଶ ଜେନା ଓ ଶିଶୁଳା ଜେନା । ଦାଣ୍ଡରେ ଓଦା ଲୁଗା ସୂଖାଉଥିବା ବେଳେ ଅଘଟଣ ।
ଭଞ୍ଜନଗର: ବେଲଗୁଣ୍ଠା କୋକଲୁଣ୍ଡା ଗାଁରେ ଅଘଟଣ । ବିଦ୍ୟୁତ୍ ଆଘାତରେ ଜେଜେ ମାଆ ଓ ନାତି ମୃତ । ମୃତକ ହେଲେ ରାଜେଶ ଜେନା ଓ ଶିଶୁଳା ଜେନା । ଦାଣ୍ଡରେ ଓଦା ଲୁଗା ସୂଖାଉଥିବା ବେଳେ ଅଘଟଣ ।
ଯାଜପୁର: ଦାନଗଦୀ ହାଟ ଅଞ୍ଚଳରେ ଜାଲ୍ ନୋଟ୍ କାରବାର । ୪ ଲକ୍ଷ ୭୭ ହଜାର ଟଙ୍କାର ନକଲି ନୋଟ ଜବତ କଲା ଯାଜପୁର ରୋଡ୍ ପୋଲିସ । ଜାଲ୍ ନୋଟ କାରବାରରେ ସମ୍ପୃକ୍ତ ୬ ଅଭିଯୁକ୍ତ ଗିରଫ । ୨ଟି ପ୍ରିଣ୍ଟର, ୩ଟି ମୋବାଇଲ ଓ ୨ଟି ବାଇକ୍ ଜବତ ।
ଯାଜପୁର: ଦାନଗଦୀ ହାଟ ଅଞ୍ଚଳରେ ଜାଲ୍ ନୋଟ୍ କାରବାର । ୪ ଲକ୍ଷ ୭୭ ହଜାର ଟଙ୍କାର ନକଲି ନୋଟ ଜବତ କଲା ଯାଜପୁର ରୋଡ୍ ପୋଲିସ । ଜାଲ୍ ନୋଟ କାରବାରରେ ସମ୍ପୃକ୍ତ ୬ ଅଭିଯୁକ୍ତ ଗିରଫ । ୨ଟି ପ୍ରିଣ୍ଟର, ୩ଟି ମୋବାଇଲ ଓ ୨ଟି ବାଇକ୍ ଜବତ ।
ଘରୋଇ କଳହକୁ ନେଇ ସ୍ତ୍ରୀକୁ ହାଣିଲା ସ୍ୱାମୀ
ରାୟଗଡ଼ା: ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀର ମୃତ୍ୟୁ । ରାୟଗଡ଼ା ଥାନା କୁଡିଙ୍ଗଗୁଡା ଗାଁର ସତାନା ଜାକାକା ତାଙ୍କ ପତ୍ନୀ ବାନାଇ ଜାକାକାଙ୍କୁ ହତ୍ୟା କରିଛି । ଗତ କିଛି ଦିନ ହେଲା ସ୍ୱାମୀ, ସ୍ତ୍ରୀଙ୍କ ମଧ୍ୟରେ କଳହ ଲାଗି ରହିଥିଲା ।

ଗତକାଲି ମଧ୍ୟ ଗଣ୍ଡଗୋଳ ହୋଇଥିଲା । ତେବେ ରାତିରେ ସତାନା ସ୍ତ୍ରୀଙ୍କୁ ଟାଙ୍ଗିଆରେ ଆକ୍ରମଣ କରିଥିଲା । ପରେ ଏନେଇ ନିଜେ ଥାନାରେ ସୂଚନା ଦେଇଥିଲା।

ଟାଉନ୍ ଥାନା ପୋଲିସ ଗାଁରେ ପହଞ୍ଚି ଆହତ ବାନାଇଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ପୋଲିସ ସତାନାକୁ ଗିରଫ କରି ପଚରାଉଚରା କରୁଛି।

ରୋଷେଇ ଘରେ ପଡ଼ିଲା ଗ୍ୟାସ୍ ଚଡ଼କ
ପୁଣି ବଢିଲା ରୋଷେଇ ଗ୍ୟାସ୍ ଦର । ଗ୍ୟାସ୍ ଦର ସିଲିଣ୍ଡର ପିଛା ୧୪୪ ଟଙ୍କାରୁ ୧୪୯ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇଛି । ଦେଶର ସବୁ ମହାନଗର ନିଗମରେ ଆଜିଠୁ ଏହି ନୂଆ ଦର ଲାଗୁ ହୋଇଛି ।

ଫଳରେ ଏବେ ଗ୍ରାହକଙ୍କୁ ଇଣ୍ଡିଆନ୍ ଗ୍ୟାସ୍ କିଣିବାକୁ ହେଲେ ପୂର୍ବ ଅପେକ୍ଷା ଅଧିକ ୧୪୪ ଟଙ୍କାରୁ ୧୪୯ ଟଙ୍କା ପର୍ଯ୍ୟନ୍ତ ଦେବାକୁ ପଡିବ । ଫଳରରେ ଅଣ ସବସିଡିଯୁକ୍ତ ସିଲିଣ୍ଡର ମୂଲ୍ୟ ପୂର୍ବରୁ ୭୪୬.୫୦ଟଙ୍କା ଥିବାବେଳେ ବର୍ତ୍ତମାନ ଏହାର ମୂଲ୍ୟ ୮୯୫ ଟଙ୍କା ହୋଇଯିବ । ଏହା ପୂର୍ବରୁ୨୦୨୦ ଜାନୁଆରୀ ୧ ରେ ଗ୍ୟାସ୍ ଦର ବୃଦ୍ଧି କରାଯାଇଥିଲା ।

ତେବେ ଏହି ଦର ବୃଦ୍ଧି ପରେ ଦିଲ୍ଲୀରେ ୮୫୮.୫୦ ଟଙ୍କା ଦେଇ ଗ୍ରାହକଙ୍କୁ ଘରୋଇ ଗ୍ୟାସ୍ କିଣିବାକୁ ପଡ଼ିବ । ସେହିଭଳି କୋଲକତାରେ ମଧ୍ୟ ଗ୍ରାହକଙ୍କୁ ଏବେ ୮୨୯.୫୦ଟଙ୍କା ଦେଇ କିଣିବାକୁ ପଡିବ । ଇଣ୍ଡିଆନ ଅଏଲ ରିପୋର୍ଟ ମୁତାବକ ପୁରା ଭାରତରେ ୩୦ ଲକ୍ଷ ଇଣ୍ଡେନ୍ ଗ୍ୟାସ୍ ସିଲିଣ୍ଡର ବ୍ୟବହୃତ ହୋଇଥାଏ ।

ପୋଲରେ ଝୁଲୁଛି ଧାନ ବୋଝେଇ ଟ୍ରକ୍
ସମ୍ବଲପୁର: ପୋଲରେ ଝୁଲିଛି ଧାନ ବୋଝେଇ ଟ୍ରକ୍, ଯାତାୟତ ଠପ୍ । ରେଢାଖୋଲ ପଟୁ ଏକ ଧାନ ବୋଝେଇ ଟ୍ରକ୍ ସମ୍ବଲପୁର ଯାଉଥିଲା । ତେବେ ରେଢାଖୋଲ ଓ ଚାରମାଲ ମଝିରେ ଥିବା ସିଙ୍ଗଲ ବ୍ରିଜ ଉପରେ ଟ୍ରକଟି ଝୁଲନ୍ତା ଅବସ୍ଥାରେ ରହିଛି ।

ଫଳରେ ଜାତୀୟ ରାଜପଥରେ ଗତକାଲି ରାତି ୧୧ଟାରୁ ଯାତାୟତ ସଂପୂର୍ଣ୍ଣ ବନ୍ଦ ରହିଛି । ବ୍ରିଜର ଉଭୟ ପାଖରେ ଶହ ଶହ ବସ ଓ ଟ୍ରକ ଅଟକି ରହିଛି । ରାସ୍ତା ଦେଇ ବରଗଡ଼, ସମ୍ବଲପୁର, ଝାରସୁଗୁଡା, ରାଉରକେଲା, ସୁନ୍ଦରଗଡ଼ ପରି ବିଭିନ୍ନ ସହରରୁ ନାଇଟ୍ କୋଚ ବସ ଯାତାୟତ କରେ । ତେବେ କାଲିଠୁ ଗାଡ଼ି ଚଳାଚଳ ମଧ୍ୟ ଅଚଳ ରହିଛି ।
ଅପରାହ୍ନ ୪ଟାରୁ ୪ଘଣ୍ଟା ପାଇଁ ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନ
ପୁରୀ: ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ବନକ ଲାଗି ନୀତି । ଦ୍ୱିତୀୟ ଭୋଗ ମଣ୍ଡପରେ ଅପରାହ୍ନ ୪ଟାରୁ ରାତି ଆଠଟା ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଏହି ଗୁପ୍ତନୀତି ଅନୁଷ୍ଠିତ ହେବ । ଦତ୍ତ ମହାପାତ୍ର ଓ ସିଂହାରୀ ସେବକ ମାନେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ । ଏହି ନୀତି ବେଳେ ଶ୍ରୀଜିଉଙ୍କର ପାରମ୍ପରିକ ରଙ୍ଗ, ହିଙ୍ଗୁଳ, ହରିତାଳ, କର୍ପୁର, କସ୍ତୁରୀ ଇତ୍ୟାଦି ବ୍ୟବହାର କରାଯାଇ ଶୃଙ୍ଗାର କରାଯିବ । ଏହି ଗୁପ୍ତନୀତି ପାଇଁ ସଂଧ୍ୟା ୪ଟାରୁ ୪ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ । ରାତି ଆଠଟା ପରେ ଦର୍ଶନ ସ୍ୱାଭାବିକ ହେବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

