spot_img
Home Blog Page 7262

RMRCରେ ଦୈନିକ ହଜାରେ ନମୁନା ପରୀକ୍ଷା, ଏମକେସିଜି ଓ ବୁର୍ଲାରେ ୨୫

ଭୁବନେଶ୍ୱର: ମହାମାରୀ କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି । ନମୁନା ପରୀକ୍ଷଣ ପାଇଁ ରାଜ୍ୟ ସରକାର ରୋଡ୍ ମ୍ୟାପ୍ ପ୍ରସ୍ତୁତ କରିଛନ୍ତି । ICMR ନିୟମ ଅନୁସାରେ ରାଜ୍ୟରେ କରୋନା ନମୁନା ପରୀକ୍ଷଣ କରାଯାଉଛି । ମାର୍ଚ୍ଚ ୫ରୁ RMRCରେ ଟେଷ୍ଟିଂ ଆରମ୍ଭ କରାଯାଇଥିଲା । ୧୬ ମାର୍ଚ୍ଚରେ ଏହାକୁ ଦୈନିକ ୩୫୦କୁ ବୃଦ୍ଧି ପାଇଥିଲା ।

https://www.facebook.com/nandighoshatv/videos/664396434386445

ଏବେ RMRCରେ ଦୈନିକ ଏକ ହଜାର ଟେଷ୍ଟିଂ ପାଇଁ ପଦକ୍ଷେପ ନିଆଯାଇଛି । ସେହିଭଳି ମାର୍ଚ୍ଚ ୨୪ରୁ ଏମ୍ସରେ ଦୈନିକ ୭୫ଟି ଓ ମାର୍ଚ୍ଚ ୩୧ରୁ କଟକ ଏସସିବିରେ ଦୈନିକ ୭୫ଟି ଲେଖାଏଁ ନମୁନା ପରୀକ୍ଷଣ କରଯାଉଛି । ସେହିଭଳି ଦକ୍ଷିଣ ଓଡ଼ିଶାର ବ୍ରହ୍ମପୁର ଏମକେସିଜି ଓ ପଶ୍ଚିମ ଓଡ଼ିଶାର ବୁର୍ଲା ଭୀମସାରରେ ନମୁନା ପରୀକ୍ଷଣ ପାଇଁ ଅନୁମତି ମିଳିଛି ।

https://www.facebook.com/nandighoshatv/videos/220648702590269

ବ୍ରହ୍ମପୁର ଏମକେସିଜିରେ ୧୩ ତାରିଖରୁ ଓ ବୁର୍ଲା ଭୀମସାରରେ ୧୫ ତାରିଖରୁ ଆରମ୍ଭ ହେବ କୋଭିଡ୍-୧୯ ନମୁନା ପରୀକ୍ଷଣ । ଉଭୟ ସ୍ଥାନରେ ଦୈନିକ ୨୫ଟି ସାମ୍ପୁଲ୍ ପରୀକ୍ଷଣ କରାଯାଇ ପାରିବ ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ସଚିବ ସଞ୍ଜୀବ ସିହଂ ସୂଚନା ଦେଇଛନ୍ତି ।

https://www.facebook.com/nandighoshatv/videos/151821576226126

ଲକଡାଉନ୍ ସମୟରେ ମଦର ହୋମ ଡେଲିଭରୀ ଉପରୁ ପରଦା ଉଠାଇଲା କୋଲକାତା ସରକାର

ମମତା ବାନାର୍ଜୀ ଙ୍କ ସରକାର ରାଜ୍ୟରେ ଲକ୍ ଡାଉନ୍ ସମୟରେ ମଦ ବିତରଣକୁ ଅନୁମତି ଦେବାକୁ ନିଷ୍ପତ୍ତି ନେଇଛନ୍ତି। ପଶ୍ଚିମବଙ୍ଗ ସରକାରଙ୍କ ଏକ୍ସାଇଜ୍ ନିର୍ଦ୍ଦେଶାଳୟର ସୂତ୍ର ଅନୁଯାୟୀ, ମଦ ବିକ୍ରି ଉପରେ କୌଣସି ପ୍ରତିବନ୍ଧକ ନଥିଲା। ତେବେ ଅଧିକାଂଶ ମଦ ଦୋକାନ ଲକ୍ ଡାଉନ୍ କାରଣରୁ ବନ୍ଦ ଥିଲା ଏବଂ ଆଗକୁ ମଧ୍ୟ ବନ୍ଦ ରହିବ ବୋଲି ସୂଚନା ରହିଛି। ହୋମ ଡେଲିଭରୀ ପାଇଁ କେବଳ ବ୍ୟାକେଣ୍ଡ ଯୋଗାଣ ଆରମ୍ଭ ହୋଇପାରିବ ବୋଲି ସୂତ୍ରରୁ ପ୍ରକାଶ ପାଇଛି।

ଏକ୍ସାଇଜ୍ ବିଭାଗ ଅନୁଯାୟୀ କୋଲକାତା ପୋଲିସ ସ୍ଥାନୀୟ ପୋଲିସ ଷ୍ଟେସନ ମାଧ୍ୟମରେ ଖୁଚୁରା ବ୍ୟବସାୟୀଙ୍କୁ ଡେଲିଭରୀ ପାସ୍ ହସ୍ତାନ୍ତର କରିବ। ମଦ ଦୋକାନ ମାଲିକମାନଙ୍କୁ ପାସ୍ ପାଇବା ପାଇଁ ନିଜ ନିଜ ସ୍ଥାନୀୟ ପୋଲିସ ଷ୍ଟେସନ ନିକଟକୁ ଯିବାକୁ ପଡ଼ିବ | ଗୋଟିଏ ଦୋକାନ କେବଳ ତିନୋଟି ଡେଲିଭରୀ ପାସ୍ ପାଇପାରିବ ବୋଲି ସୂତ୍ରରୁ ପ୍ରକାଶ।

ସୂଚନା ଅନୁଯାୟୀ ଗ୍ରାହକମାନେ ସେମାନଙ୍କର ନିକଟତମ ମଦ ଦୋକାନରେ ଫୋନ୍ ମାଧ୍ୟମରେ ଅର୍ଡର ଦେଇପାରିବେ ଯାହା ପରେ ଖୁଚୁରା ବ୍ୟବସାୟୀମାନେ ଗ୍ରାହକଙ୍କୁ ଷ୍ଟକ୍ ବିତରଣ କରିପାରିବେ। ତେବେ ଏହି ଖବର ଭାଇରାଲ ହେବା ପରେ ବଙ୍ଗଳା ମୁଖ୍ୟ ସଚିବ ରାଜୀବ ସିହ୍ନା ଏକ୍ସାଇଜ୍ ବିଭାଗର ଦାବିକୁ ଖଣ୍ଡନ କରିଛନ୍ତି। ସିହ୍ନା କହିଛନ୍ତି ଯେ ରାଜ୍ୟ ସରକାରଙ୍କ ଦ୍ୱାରା କୌଣସି ଆଦେଶ ଜାରି କରାଯାଇ ନାହିଁ।

 

 

ରାଜ୍ୟରେ ୪୮ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ୨ ଜଣ ଶିଶୁ, ଝାରପଡା କରୋନା ମୃତକଙ୍କ ସଂପର୍କୀୟ

ଭୁବନେଶ୍ୱର: ପ୍ରଥମ ଥର ପାଇଁ ରାଜ୍ୟର ଦୁଇ ଜଣ ଶିଶୁ କରୋନା ଦ୍ୱାରା ସଂକ୍ରମିତ ହୋଇଛନ୍ତି । ଆଜି ରଜ୍ୟ ସୂଚନା ବିଭାଗ ତରଫରୁ ଜାରି ବିଜ୍ଞପ୍ତିରେ ଏନେଇ ବିସ୍ତୃତ ତଥ୍ୟ ଦିଆଯାଇଛି । ଓଡ଼ିଶା ସରକାରଙ୍କ ଅନୁସାରେ ରାଜ୍ୟର ୪୮ ଜଣ କରୋନା ସଂକ୍ରମିତଙ୍କ ମଧ୍ୟରେ ଅଛନ୍ତି ଦୁଇ ଜଣ ଶିଶୁକନ୍ୟା । ଏହି ଦୁଇ ଜଣଙ୍କ ସଂପର୍କ ଝାରପଡାର ୪୨ ନମ୍ବର କରୋନା ସଂକ୍ରମିତଙ୍କ ସହ ଥିଲା ।

https://youtu.be/wsf7f5npitA

ସୂଚନାଯୋଗ୍ୟ ଯେ,ଏପ୍ରିଲ ୬ ତାରିଖ ଦିନ ୪୨ ନମ୍ବର ସଂକ୍ରମିତଙ୍କ ଏମସ୍ ହସ୍ପିଟାଲରେ ପରଲୋକ ହୋଇଥିଲା । କରୋନା ଦ୍ୱାରା ସଂକ୍ରମିତ ହୋଇଥିବା ଏହି ଦୁଇ ଶିଶୁକନ୍ୟା ତାଙ୍କର ଅତି ନିକଟ ସଂପର୍କୀୟ । ଦୁଇ ଶିଶୁକନ୍ୟାଙ୍କ ସହ ସେମାନଙ୍କର ୩୭ ବର୍ଷୀୟା ମା’ ମଧ୍ୟ କରୋନା ଦ୍ୱାରା ସଂକ୍ରମିତ ହୋଇଛନ୍ତି । ଦୁଇ ଶିଶୁକନ୍ୟାଙ୍କ ମଧ୍ୟରୁ ଜଣଙ୍କର ବୟସ ୫ ହୋଇଥିବା ବେଳେ ଆଉ ଜଣକର ବୟସ ୯ ବର୍ଷ ବୋଲି ଜଣା ପଡିଛି ।

ଏମ୍ସରେ ପ୍ରାଣ ହରାଇଲେ ରାଜ୍ୟର ପ୍ରଥମ କରୋନା ସଂକ୍ରମିତ

ରାଜ୍ୟ ସୂଚନା ବିଭାଗ ଦ୍ୱାରା ଦିଆଯାଇଥିବା ଟ୍ରାଭେଲ ହିଷ୍ଟ୍ରି ଅନୁସାରେ ମା’ ଓ ଦୁଇ କନ୍ୟା ୪୨ ନମ୍ବର ପୀଡିତଙ୍କ ଦେଖାଶୁଣା ପାଇଁ ୪ ଓ ୫ ଏପ୍ରିଲରେ ଭୁବନେଶ୍ୱର ଏମସକୁ ଯାଇଥିଲେ । ସେମାନେ ୬ରୁ ୯ ତାରିଖ ପର୍ଯ୍ୟନ୍ତ ହୋମ୍ କ୍ୱାରେଣ୍ଟାଇନରେ ଥିଲେ ।

୪୨ ନମ୍ବର ସଂକ୍ରମିତ କାହା କାହା ସଂପର୍କରେ ଆସିଥିଲେ ତାହା ଜାଣିବା ପାଇଁ ସମସ୍ତଙ୍କର ନମୂନା ନିଆଯାଇଥିଲା ।  ୯ ଏପ୍ରିଲରେ ତିନି ଜଣ କରୋନା ପଜିଟିଭ୍ ବୋଲି ଜଣା ପଡିଥିଲା । ୧୦ ତାରିଖ ଠାରୁ ସେମାନେ କିମ୍ସର କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

ସତ୍ୟନଗର ତୋଷାଳି ଭବନ ଓମଫେଡକୁ ଆପଣ ଯାଇଛନ୍ତି କି ? ରୁହନ୍ତୁ କ୍ୱାରେଣ୍ଟାଇନରେ

ସାମାଜିକ ଦୂରତା ପାଳନ କରିବା ପାଇଁ ଗଛରେ ଘର ତିଆରି କଲେ ଏହି ବ୍ୟକ୍ତି

ଲକ୍ଷ୍ନୌ: ସାରା ବିଶ୍ୱରେ କରୋନା ମହାମାରୀରୁ ବର୍ତ୍ତିବା ପାଇଁ ଏଯାଏ କୌଣସି ଭ୍ୟାକସିନ୍‌ ତିଆରି ହୋଇ ପାରିନାହିଁ। ଏଭଳି ସ୍ଥିତିରେ କରୋନାରୁ ନିଜକୁ ବଞ୍ଚାଇବାକୁ ହେଲେ ସାମାଜିକ ଦୂରତା ରକ୍ଷା ଏକମାତ୍ର ବିକଳ୍ପ। ତେଣୁ ବାରମ୍ବାର ସରକାର ଲୋକଙ୍କୁ ସାମାଜିକ ଦୂରତା ରକ୍ଷା କରିବା ପାଇଁ ପରାମର୍ଶ ଦେଉଛନ୍ତି। ସରକାରଙ୍କ ଏହି ପରାମର୍ଶ ଜଣେ ବ୍ୟକ୍ତିଙ୍କ ଉପରେ ଏଭଳି ପ୍ରଭାବ ପକାଇଛି ଯେ, ସାମାଜିକ ଦୂରତା ରକ୍ଷା କରିବା ପାଇଁ ସେ ଗଛ ଉପରେ ନିଆରା ଭାବେ ଘର ତିଆରି କରିଥିବା ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ, ଉତ୍ତରପ୍ରଦେଶ ହାପୁର ଜିଲାର ଅସୋଧା ଗାଁରେ ରହୁଥିବା ମୁକୁଲ ତ୍ୟାଗି ମହାମାରୀ କରୋନାରୁ ବର୍ତ୍ତିବା ଲାଗି ଏଭଳି ଏକ ଉଦ୍ୟମ କରିଛନ୍ତି।

ସାମାଜିକ ଦୂରତା ରକ୍ଷା କରିବା ପାଇଁ ସେ ଗଛ ଉପରେ ରହିବାକୁ ନିଷ୍ପତ୍ତି ନେଇଥିଲେ। ଏଥିପାଇଁ ମୁକୁଲ ଗଛ ଉପରେ ଏକ ଘର ତିଆରି କରିଛନ୍ତି। ପୁଅର ସହାୟତାରେ ମୁକୁଲ ଗଛର ଡାଳରେ କାଠକୁ କାଠ ଖଞ୍ଜି ଏକପ୍ରକାର ଶେଯ ତିଆରି କରିଛନ୍ତି। ଏଠାରେ ବାପା ରହୁଥିବା ବେଳେ ପ୍ରତିଦିନ ତାଙ୍କ ପାଇଁ ଘରୁ ଖାଇବା ଆସିଥାଏ ବୋଲି ମୁକୁଲଙ୍କ ପୁଅ କହିଛନ୍ତି। ତେବେ ଗଛରେ ଘର ତିଆରି କରିବା ଓ ସେଠାରେ ରହିବା ତାଙ୍କ ପାଇଁ ଏକ ଅଲଗା ଅନୁଭୂତି ବୋଲି ମୁକୁଲ କହିଛନ୍ତି। ସୂଚନା ମୁତାବକ ଉତ୍ତରପ୍ରଦେଶରେ ଏପର୍ଯ୍ୟନ୍ତ ୪ଶହରୁ ଊର୍ଦ୍ଧ୍ୱ କରୋନା ସଂକ୍ରମିତ ରୋଗୀ ଚିହ୍ନଟ ହୋଇଛନ୍ତି।

ନେପାଳର ‘ଜାଲିମ୍’ ମୁଖିଆ ଭାରତରେ କରୋନା ବିସ୍ତାର ପାଇଁ କରୁଛି ଷଡ଼ଯନ୍ତ୍ର !

ଭାରତ କରୋନା ବିରୋଧରେ ଆରପାର୍ ଲଢେଇ ଘୋଷଣା କରିଛି । ୨୧ ଦିନ ଲକଡାଉନ୍ ଅବଧି ବଢାଇବା ପାଇଁ ସରକାର ଚିନ୍ତା କରୁଛନ୍ତି । ଏହା ଭିତରେ ବିହାରରୁ ଏମିତି ଗୋଟିଏ ଖବର ଆସିଛି ଯାହା ବିହାର ପୋଲିସ ସହ କେନ୍ଦ୍ରିୟ ସୁରକ୍ଷା ଏଜେନ୍ସୀଙ୍କ ନିଦ ହଜାଇ ଦେଇଛି । ପଡୋଷୀ ଦେଶ ନେପାଳର ଜଣେ ବ୍ୟକ୍ତି ଭାରତରେ ମହାମାରୀ କରୋନାର ମାରକ ସଂକ୍ରମଣ କରିବାକୁ ଷଡ଼ଯନ୍ତ୍ର କରୁଥିବା ଜଣା ପଡିଛି ।

ବିହାରର ପଶ୍ଚିମ ଚମ୍ପାରଣ ଜିଲ୍ଲାପାଳ ସେଠାରେ ମୁତୟନ ଥିବା ଏସଏସବି ଠାରୁ ମିଳିଥିବା ସୂଚନା ଆଧାରରେ ଏସପିଙ୍କୁ ଚିଠି ଲେଖିଛନ୍ତି । ନେପାଳରେ ରହୁଥିବା ଜାଲିମ୍ ମୁଖିଆ ନାମକ ବ୍ୟକ୍ତି ଭାରତରେ କୋଭିଡ୍-୧୯ ମହାମାରୀ ସଂକ୍ରମଣ ବିସ୍ତାର ପାଇଁ ଯୋଜନା ବନାଉଥିବା ଜିଲ୍ଲାପାଳ ତାଙ୍କ ଚିଠିରେ  କହିଛନ୍ତି ।

ଜାଲିମ୍ ମୁଖିଆ ଭାରତ ଓ ନେପାଳ ମଧ୍ୟରେ ଚାଲିଥିବା ଅସ୍ତ୍ରଶସ୍ତ୍ର ଚୋରାକାରବାରରେ ମଧ୍ୟ ସାମିଲ ଅଛି । ଜାଲିମ ୪୦ରୁ ୫୦ କରୋନା ସନ୍ଦିଗ୍ଧଙ୍କୁ ଭାରତ ଭିତରକୁ ଛାଡିଥିବା କୁହାଯାଉଛି ।

ଜିଲ୍ଲାପାଳ ପୋଲିସ ଅଧିକ୍ଷକଙ୍କୁ ନେପାଳ-ଭାରତ ସୀମାର ସୁରକ୍ଷା ବ୍ୟବସ୍ଥା କଡାକଡି କରିବାକୁ କହିଛନ୍ତି । ସେଠାରେ କୌଣସି ପ୍ରକାରର ସନ୍ଦିଗ୍ଧ ଗତିବିଧି ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏସପିଙ୍କୁ କୁହାଯାଇଛି ।

ସୂଚନା ଅନୁସାରେ ଜାଲିମ ମୁଖିଆ ନେପାଳର ପାର୍ଷଦ ଜିଲ୍ଲା ସ୍ଥିତ ସେରଖା ଥାନା ଅଧିନରେ ଆସୁଥିବା ଜଗନ୍ନାଥପୁର ଗାଁର ବାସିନ୍ଦା । ଜିଲ୍ଲାପାଳ ପୋଲିସକୁ ସୂଚିତ କରିବା ପରେ ଭାରତ ନେପାଳ ସୀମାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି

କରୋନା ପ୍ରଭାବ: କୋଟିପତି ତାଲିକାର ୧୩ତମ ସ୍ଥାନରୁ ୨୧କୁ ଖସିଲେ ଅମ୍ବାନୀ

ନୂଆଦିଲ୍ଲୀ: କରୋନା ଭାଇରସ ପାଇଁ ସାରା ବିଶ୍ଵ ଏବେ ଚିନ୍ତିତ। ଧନୀ ଗରିବ କେହି ଏହାର କବଳରୁ ବଞ୍ଚି ପାରୁନାହାନ୍ତି। ଗୁରୁବାର ଦିନ ପ୍ରକାଶିତ ଫୋର୍ବସ୍ ୨୦୨୦ ତାଲିକା ଅନୁଯାୟୀ, ୧୮ ମାର୍ଚ୍ଚରେ ଏହି ତାଲିକା ଚୂଡ଼ାନ୍ତ ରିପୋର୍ଟରେ ସାରା ବିଶ୍ୱରେ ୨୦୯୫ ଜଣ କୋଟିପତି ଥିଲେ। ପୂର୍ବ ବର୍ଷ ସହ ତୁଳନା କଲେ  ଏ ବର୍ଷର ତାଲିକାରେ ୫୮ ଜଣ କମ୍ ସଦସ୍ୟ ଅଛନ୍ତି। ୧୨ ଦିନ ପୂର୍ବରୁ ଯେତେବେଳେ ତାଲିକା ପ୍ରସ୍ତୁତ କରିବା ଆରମ୍ଭ ହୋଇଥିଲା ସେବେଠୁ ଆଜି ପର୍ଯ୍ୟନ୍ତ ୨୨୬ ଜଣ ତାଲିକାରେ ଅନ୍ତର୍ଭୁକ୍ତ ନାହାନ୍ତି। ଅର୍ଥାତ୍ ୧୨ ଦିନ ମଧ୍ୟରେ ୨୨୬ କୋଟିପତି ଙ୍କ ସମ୍ପତ୍ତି ଏତେ ମାତ୍ରାରେ ହ୍ରାସ ପାଇଲା ଯେ ସେମାନେ ଫୋର୍ବସ୍ ତାଲିକାରୁ ବାଦ ପଡିଥିଲେ |

ଏହି ତାଲିକାରୁ ଏହା ମଧ୍ୟ ଜଣାପଡିଛି ଯେ ଏଥର ୨୦୯୫ କୋଟିପତିଙ୍କ ମଧ୍ୟରୁ ୫୧% (୧୦୬୨) ଜଣଙ୍କର ସମ୍ପତି ହ୍ରାସ ପାଇଛି। ବର୍ତ୍ତମାନ, କୋଟିପତିଙ୍କ ର ମୋଟ ସମ୍ପତ୍ତି ହେଉଛି ୮ ଟ୍ରିଲିୟନ ଡଲାର | ୨୦୧୯ ବର୍ଷ ତୁଳନାରେ ଏହା ୭୦୦ ବିଲିୟନ ଡଲାର କମ୍ ଅଟେ | ତେବେ ଜାଣନ୍ତୁ ବିଶ୍ଵ ଏବଂ ଦେଶର ଶୀର୍ଷ ଶିଳ୍ପପତିଙ୍କ କଣ ରହିଛି ଅବସ୍ଥା…

ଜେଫ୍ ବେଜୋସ୍ ଙ୍କ ସମ୍ପତ୍ତିରେ ହ୍ରାସ –


କ୍ରମାଗତ ତୃତୀୟ ବର୍ଷ ପାଇଁ ଆମାଜନର ସିଇଓ ସମ୍ପତି ତାଲିକାରେ ଶୀର୍ଷରେ ଆସିଛନ୍ତି। କିନ୍ତୁ ତାଙ୍କ ସମ୍ପତ୍ତି ୧୮ ବିଲିୟନ ଡଲାର ହ୍ରାସ ପାଇଛି। ଚଳିତ ବର୍ଷ ସେ ପତ୍ନୀ ମ୍ୟାଙ୍କେଜୀଙ୍କୁ ୩୬ ବିଲିୟନ ଡଲାର ଦେଇ ଛାଡପତ୍ର ଦେଇଛନ୍ତି। ତାଙ୍କ ପତ୍ନୀ ବର୍ତ୍ତମାନ ଏହି ତାଲିକାରେ ୨୨ ନମ୍ବରରେ ଅଛନ୍ତି।

ବିଲ୍ ଗେଟ୍ସ:

ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ବିଲ୍ ଗେଟ୍ସ ଦୁଇ ନମ୍ବରରେ ଅଛନ୍ତି। ତେବେ ତାଙ୍କର ସମ୍ପତ୍ତି ୯୬.୫ ବିଲିୟନ ଡଲାରରୁ ୯୮ ବିଲିୟନ ଡଲାରକୁ ବୃଦ୍ଧି ପାଇଛି।

 ବର୍ଣ୍ଣାର୍ଡ ଅର୍ନାଲ୍ଟ

ଗତବର୍ଷ ଚତୁର୍ଥ ସ୍ଥାନ ପାଇଥିବା ବର୍ଣ୍ଣାର୍ଡ  ଚତୁର୍ଥ ସ୍ଥାନରେ ରହିଛନ୍ତି। ତାଙ୍କର ଧନ ହ୍ରାସ କିମ୍ବା ବୃଦ୍ଧି ପାଇଲା ନାହିଁ |

ମୁକେଶ ଅମ୍ବାନୀ: ସମ୍ପତ୍ତିରେ ହ୍ରାସ |

ଗତ ବର୍ଷ ୫୦ ବିଲିୟନ ଡଲାର ସହିତ ରିଲାଏନ୍ସ ଇଣ୍ଡଷ୍ଟ୍ରିର ଏମ୍ ଡି ୧୩ ତମ ସ୍ଥାନରେ ରହିଥିଲେ। ଜିଓ ର ସଫଳତା ସତ୍ତ୍ୱେ କରୋନା କାରଣରୁ ତାଙ୍କର ସମ୍ପତ୍ତି ୫.୬ ବିଲିୟନ ଡ଼ଲାର ହ୍ରାସ ପାଇଛି |

ରାଧାକୃଷ୍ଣ ଦାମନୀ:


ଦେମାର୍ଟର ଆଇପିଓ ଲଞ୍ଚ କରିବା ପରେ ରାଧାକୃଷ୍ଣ ଦାମନୀଙ୍କୁ ଦେଶର ରିଟେଲ କିଂ କୁହାଯାଏ। ଗତ ବର୍ଷ ଏହା ୧୧.୧ ବିଲିୟନ ଡ଼ଲାର ସହିତ ୧୨୨ ତମ ସ୍ଥାନରେ ଥିଲେ | ତେବେ ତାଙ୍କର ପଦ ଓ ଧନ ବୃଦ୍ଧି ପାଇଛି ।

ଶିବ ନାଦର:

 

ଏହି ତାଲିକାରେ ତୃତୀୟ ଭାରତୀୟ ଶିବ ନାଦର ଗତ ୧୪.୬ ବିଲିୟନ ଡଲାର ସମ୍ପତ୍ତି ସହିତ ୮୨ ତମ ସ୍ଥାନରେ ରହିଥିଲେ। ଏଥର ତାଙ୍କର ସମ୍ପତ୍ତି ହ୍ରାସ ପାଇଥିବାବେଳେ ପଦବୀ ମଧ୍ୟ ହ୍ରାସ ପାଇଛି।

ଲକଡାଉନ୍ ହଟିବା ପରର ଭୟଙ୍କର ଚିତ୍ର ଦେଲେ ଅମ୍ରିନ୍ଦର

ଚଣ୍ଡିଗଡ଼: ମହାମାରୀ କରୋନାକୁ ନେଇ ଭୟାବହ ଚିତ୍ର ଆଙ୍କିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମ୍ରିନ୍ଦର ସିଂହ । ଯଦି, ଲଡକାଉନ୍ ଠାରୁ ଆହୁରି କଠୋର ପଦକ୍ଷେପ ନିଆନଯାଏ କିମ୍ବ ଲକଡାଉନକୁ ଏବେ ହଟାଇ ଦିଆଯାଏ ତାହାଲେ ଦେଶର ସ୍ଥିତ କଣ ହେବ ? ଏହା ଉପରେ ଅନୁମାନ ଲଗାଇ ପଞ୍ଜାମ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମ୍ରିନ୍ଦର ଏକ ରିପୋର୍ଟକୁ ଭିତ୍ତି କରି କହିଛନ୍ତି ନଭେମ୍ବର ବେଳକୁ ଭାରତର ୫୮ ପ୍ରତିଶତ ଜନସଂଖ୍ୟା କରୋନା ସଂକ୍ରମିତ ହୋଇପାରନ୍ତି । ଏହି ରିପୋର୍ଟକୁ ପଞ୍ଜାବ ସରକାରଙ୍କ କିଛି ବରିଷ୍ଠ ଡାକ୍ତର ପ୍ରସ୍ତୁତ କରିଥିବା ସେ ସୂଚନା ଦେଇଛନ୍ତି ।

ନେପାଳର ‘ଜାଲିମ୍’ ମୁଖିଆ ଭାରତରେ କରୋନା ବିସ୍ତାର ପାଇଁ କରୁଛି ଷଡ଼ଯନ୍ତ୍ର !

ଏଥିସହ ସେ କହଛନ୍ତି ରାଜ୍ୟର ଅମ୍ରିତସର ଓ ଅନ୍ୟ ସ୍ଥାନକୁ ପ୍ରାୟ ୯୫ ହଜାର ଲୋକ ଫେରିଛନ୍ତି । ସେମାନଙ୍କୁ ଅନ୍ୟତ୍ର ରଖିବା ଆମର ମୁଖ୍ୟ ଦାୟିତ୍ୱ । ଏଥିସହ ନିଜାମୁଦ୍ଦିନରୁ ଫେରିଥିବା ୫୩୩ ଜଣଙ୍କ କ୍ୱାରେଣ୍ଟାଇନରେ ରଖାଯାଇଥିବା ସେ କହିଛନ୍ତି । ପଞ୍ଜାବରେ ବର୍ତ୍ତମାନ ଯାଏଁ ଚିହ୍ନଟ ହୋଇଥିବା କରୋନା ସଂକ୍ରମଣ ମାମଲାର ୨୭ଟି ପଜିଟିଭ୍ କେସ୍ ଗୋଷ୍ଠୀ ସଂକ୍ରମଣ ଅନ୍ତର୍ଭୁକ୍ତ ଥିବା ସୂଚନା ଦେଇଛନ୍ତି ଅମ୍ରିନ୍ଦର ।

ପଢ଼ନ୍ତୁ ଦେଶରେ କରୋନାର ସ୍ଥିତି ନେଇ କ’ଣ କହୁଛି ଆଇସିଏମ୍‌ଆର ରିପୋର୍ଟ

 

ଚିନ୍ତା ବଢାଇଲା ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି IMFର ଆକଳନ । ୧୯୩୦ର ମାନ୍ଦାବସ୍ଥା ଅପେକ୍ଷା ଆହୁରି ସାଂଘାତିକ ହେବ ବିଶ୍ୱ ଅର୍ଥନୀତି । ବାଟ ଓଗାଳିଛି କରୋନା । ୨୦୨୦ ବର୍ଷ ହେବ ବଡ଼ ଚ୍ୟାଲେଞ୍ଜ ।

ଚିନ୍ତା ବଢାଇଲା ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି IMFର ଆକଳନ । ୧୯୩୦ର ମାନ୍ଦାବସ୍ଥା ଅପେକ୍ଷା ଆହୁରି ସାଂଘାତିକ ହେବ ବିଶ୍ୱ ଅର୍ଥନୀତି । ବାଟ ଓଗାଳିଛି କରୋନା । ୨୦୨୦ ବର୍ଷ ହେବ ବଡ଼ ଚ୍ୟାଲେଞ୍ଜ ।

କାୟା ବିସ୍ତାର କରିଚାଲିଛି କରୋନା ଭାଇରସ୍ । ଦେଶରେ ନେଲାଣି ୨ଶହରୁ ଅଧିକ ଜୀବନ । ସାଢେ ୬ ହଜାରରୁ ଅଧିକ ସଂକ୍ରମିତ । ହଟ୍ସ୍ପଟ୍ ପାଲଟିଛି ମହାରାଷ୍ଟ୍ର । ମୁକାବିଲା ପାଇଁ ସରକାର ପ୍ରସ୍ତୁତ ।

କାୟା ବିସ୍ତାର କରିଚାଲିଛି କରୋନା ଭାଇରସ୍ । ଦେଶରେ ନେଲାଣି ୨ଶହରୁ ଅଧିକ ଜୀବନ । ସାଢେ ୬ ହଜାରରୁ ଅଧିକ ସଂକ୍ରମିତ । ହଟ୍‌ସ୍ପଟ୍‌ ପାଲଟିଛି ମହାରାଷ୍ଟ୍ର । ମୁକାବିଲା ପାଇଁ ସରକାର ପ୍ରସ୍ତୁତ ।

ମଦୁଆଙ୍କ ପାଇଁ ଏହି ସୁବିଧା ଦେଲା ସ୍ୱାସ୍ଥ୍ୟ ବିଭାଗ…

ଭୁବନେଶ୍ୱର: କରୋନା ଲକଡାଉନ୍ ଯୋଗୁଁ ଠପ୍ ହୋଇଯାଇଛି ଜନଜୀବନ । ଜାରି ରହିଛି ମେଡିସିନ୍, ପରିବା, ଗ୍ରୋସରୀ ଭଳି ଅତ୍ୟାବଶ୍ୟକୀୟ ସେବା । ମଦ ଦୋକାନ ସବୁ ବନ୍ଦ ହୋଇ ଯାଇଥିବାରୁ ଏବେ ମଦ ପିଉଥିବା ଲୋକ ସବୁ ଚିନ୍ତାରେ । ସେମାନଙ୍କ ଠାରେ ଚିନ୍ତା, ଅସ୍ଥିରତାପଣ, ହୃଦସ୍ପନ୍ଦନ, ନିଶ୍ୱାସ ନେବାରେ ଅସୁବିଧା, ହାତ ଥରିବା, ନିଦ୍ରା ହୀନତା ଆଦି ସମସ୍ୟା ଯୋଗୁଁ ମାନସିକ ଅସ୍ଥିରତା ଦେଖାଦେଇଛି ।

ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଏ ସମସ୍ୟାକୁ ଦେଖି ଏକ ଭିଡିଓ ଟ୍ୱିଟ୍ କରିଛି । ଏମ୍ସ ପକ୍ଷରୁ ପ୍ରସ୍ତୁତ ଏହି ଭିଡିଓରେ ମଦ୍ୟ ପାନ କରୁଥିବା ବ୍ୟକ୍ତି ଏବେ କଣ କଲେ ଆଉ ଅସୁବିଧାରେ ପଡ଼ିବେ ନାହିଁ ସେନେଇ ବିସ୍ତୃତ ସୂଚନା ଦିଆଯାଇଛି ।

ଅଧିକ ପାଣି ପିଅନ୍ତୁ

ମଦକୁ ଛାଡ଼ି ରହିପାରୁ ନଥିବା ବ୍ୟକ୍ତିମାନେ ପାଣି ପିଇବା ଅଭ୍ୟାସ କରନ୍ତୁ । ଯେତେବେଳେ ମଦ ପିଇବା ଭାବନା ଆସୁଛି ସେତେବେଳେ ପାଣି ହିଁ ପିଅନ୍ତୁ । ଏହା ଆପଣଙ୍କୁ ଶକ୍ତି ଦେବ ।

ଟିଭି ଦେଖନ୍ତୁ

ସମୟ ଅତିବାହିତ କରିବାର ଆଉ ଗୋଟିଏ ମାଧ୍ୟମ ହେଉଛି ଟିଭି । ଟିଭି ଦେଖିବା ଦ୍ୱାରା ଆପଣଙ୍କ ଚିନ୍ତାଗ୍ରସ୍ତ ଭାରାକ୍ରାନ୍ତ ମନକୁ ଆଶ୍ୱସ୍ତି ମିଳିବ ।

ପରିବାର ସହ ସମୟ ବିତାନ୍ତୁ

ଏହି ସମୟକୁ ପରିବାର ସହ ବିତାନ୍ତୁ । ଦେଖିବେ ଆପଣଙ୍କ ପରିବାର ଆପଣଙ୍କୁ ପାଇଁ ଖୁସି ହେବ ।

ଉଦ୍ୟାନ କାର୍ଯ୍ୟ କରନ୍ତୁ

ଏଥିସହ ଆପଣ ଆପଣଙ୍କ ଗାର୍ଡେନ, ଛାତ ଉପରେ ବିଭିନ୍ନ ଫୁଲ ଓ ପନିପରିବା ଗଛ ଲଗାଇ ତାର ଯତ୍ନ ନେବା ସହ ନିଜ ମନକୁ ପ୍ରଫୁଲ୍ଲିତ ରଖିବା ସହ ଶରୀରକୁ ସୁସ୍ଥ ରଖିପାରିବେ ।

ବ୍ୟାୟାମ କରନ୍ତୁ

ନିଜକୁ ସୁସ୍ଥ ରଖିବାକୁ ବ୍ୟାୟାମ, ପ୍ରାଣାୟାମ, ଯୋଗ ଆଦି କରନ୍ତୁ ।

୮ରୁ ୯ ଘଣ୍ଟା ଶୁଅନ୍ତୁ

ଆପଣଙ୍କ ପାଇଁ ଅଧିକ ଶୋଇବା ଜରୁରୀ । ତେଣୁ, ଦୈନିକ ୮ରୁ ୯ ଘଣ୍ଟା ଶୋଇବାକୁ ଚେଷ୍ଟା କରନ୍ତୁ ।

ଏତେସବୁ କାର୍ଯ୍ୟ କଲା ପରେ ତଥାପି ଯଦି ଆପଣ ଶାରିରୀକ ଅସୁସ୍ଥତା ଅନୁଭବ କରୁଛନ୍ତି ତେବେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ । ନଚେତ୍ ଆପଣ ୧୦୪ ନମ୍ବରକୁ କଲ୍ କରି ସ୍ୱାସ୍ଥ୍ୟ ବିଭାଗ ଠାରୁ ପରାମର୍ଶ ନେଇପାରିବେ ।

କରୋନା ଭାଇରସରୁ ରକ୍ଷା ପାଇବାକୁ ହେଲେ ଛାଡ଼ନ୍ତୁ ଏହି ୫ ଅଭ୍ୟାସ