spot_img
Home Blog Page 7272

ଇତିହାସ ରଚିଲା ଏସ୍ସିବି । କଟକ ବଡ଼ ମେଡିକାଲରେ ବିରଳ ଅସ୍ତ୍ରୋପଚାର । ରାଜ୍ୟର ପ୍ରଥମ କାଡଭରିକ ଟ୍ରାନ୍ସ ପ୍ଲାଣ୍ଟ ବା ମୃତ୍ୟୁ ପରେ କିଡନୀ ପ୍ରତିରୋପଣ କରାଯାଇଛି ।

ଇତିହାସ ରଚିଲା ଏସ୍‌ସିବି । କଟକ ବଡ଼ ମେଡିକାଲରେ ବିରଳ ଅସ୍ତ୍ରୋପଚାର । ରାଜ୍ୟର ପ୍ରଥମ କାଡଭରିକ ଟ୍ରାନ୍‌ସ ପ୍ଲାଣ୍ଟ ବା ମୃତ୍ୟୁ ପରେ କିଡନୀ ପ୍ରତିରୋପଣ କରାଯାଇଛି ।

ଏସ୍‌ସିବି ଚର୍ତୁପାର୍ଶ୍ୱରେ ଉଚ୍ଛେଦ ଜାରି

କଟକ: ଏସସିବିର ନବକଳେବର ପାଇଁ ଆରମ୍ଭ ହୋଇଛି ଉଚ୍ଛେଦ କାର୍ଯ୍ୟ । ଜିଲ୍ଲା ପ୍ରଶାସନ ଏବଂ ସିଏମସି ପକ୍ଷରୁ ଏସ୍‌ସିବି ଚର୍ତୁପାର୍ଶ୍ୱରେ ଉଚ୍ଛେଦ କରାଯାଉଛି । ପ୍ରଥମ ପର୍ଯ୍ୟାୟରେ ଯୋବ୍ରା ମାଛ ମାର୍କେଟ ଅଞ୍ଚଳରେ ବୁଲିଲା ବୁଲଡୋଜର । ମାଛ ମାର୍କେଟ ଅଞ୍ଚଳର ରାସ୍ତା ଓ ସରକାରୀ ଜାଗାରେ ପଡିଥିବା ସାମଗ୍ରୀ ସବୁ ହଟାଯାଉଛି ।

 

ଅନ୍ୟପଟେ ପୂର୍ବରୁ ଜଳସେଚନ ବିଭାଗର ୨ଟି ଗୋଦାମ ଘର ଭାଙ୍ଗିଥିଲା ପ୍ରଶାସନ । ଫେବ୍ରୁଆରୀ ୨୮ ସୁଦ୍ଧା ଅଧିଗ୍ରହଣ କାମ ସରିବ । ମାର୍ଚ୍ଚ ପହିଲାରୁ ଦ୍ୱିତୀୟ କ୍ୟାମ୍ପସ ନିର୍ମାଣ କାମ ଆରମ୍ଭ କରିବାକୁ ଲକ୍ଷ୍ୟ ରହିଛି । ଅଧିଗ୍ରହଣରୁ ୨୫ ଏକର ଜମି ସରକାରଙ୍କ ହାତକୁ ଆସିବ । ସେହିପରି ତାଳଦଣ୍ଡା କେନାଲ ବନ୍ଧରୁ ଡାକ୍ତରଖାନାକୁ ସଂଯୋଗ କରୁଥିବା ରାସ୍ତାକୁ ୩ ଲେନ୍‌ ବିଶିଷ୍ଟ କରାଯିବା ଯାତାୟତ ସୁବିଧା ପାଇଁ ୨ଟି ଓଭରବ୍ରିଜ ନିର୍ମାଣ କରାଯିବାକୁ ଯୋଜନା ରହିଛି ।

ସ୍ୱାମୀ ନଥିଲା ବେଳେ ଏମିତି କଲେ ପରିବାର ଲୋକ

କେନ୍ଦ୍ରାପଡ଼ା: ଯୌତୁକ ପାଇଁ ନବବଧୂକୁ ଜାଳିଲେ ଶାଶୂଘର ଲୋକ । ସ୍ୱାମୀ ନ ଥିଲା ବେଳେ କିରୋସିନରେ ଢାଳି ଜାଳିଲେ ଶାଶୂ, ଶ୍ୱଶୂର, ଦିଅର ଓ ନଣନ୍ଦ । ମୃତ୍ୟୁମୁଖର ବଞ୍ଚିଯାଇଛନ୍ତି, ହେଲେ ପୋଡ଼ିଯାଇଛି ଶରୀରର ୮୦ ପ୍ରତିଶତ । ଏଭଳି ଘଟଣାକୁ ନେଇ କେନ୍ଦ୍ରାପଡ଼ା ବାରଦିଆ ଗାଁରେ ତୀବ୍ର ପ୍ରତିକ୍ରିୟା । କଟକ ବଡ଼ ମେଡିକାଲରେ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି ପୀଡ଼ିତା ରଶ୍ମିତା ।

୨୦୧୮ ଜୁନ ମାସରେ ବାରଦିଆ ଗାଁର ବୈଲୋଚନଙ୍କ ସହ ହୋଇଥିଲା ବାହାଘର । ରଶ୍ମିତାଙ୍କ ଘର ରାଜନଗର ଥାନା ଧନେଶ୍ୱରପୁରରେ । ଜାଳିବା ପୂର୍ବରୁ ଅନେକ ଥର ଯୌତୁକ ପାଇଁ ନିର୍ଯାତନା ସହିଛନ୍ତି ରଶ୍ମିତା । ତେବେ ରଶ୍ମିତାଙ୍କ ଚିତ୍କାର ଶୁଣି ଗ୍ରାମବାସୀ ତାଙ୍କୁ ଉଦ୍ଧାର କରିଥିଲେ । ରାଜନଗର ଥାନାରେ ଅଭିଯୋଗ ପରେ ଶାଶୂ ଭାରତୀ ଦାସ, ଶ୍ୱଶୂର ବିକ୍ରମ ଦାସ ଓ ନଣନ୍ଦଙ୍କୁ ଗିରଫ କରିଛି ପୋଲିସ ।

ରାଜ୍ୟର ପ୍ରଥମ କାଡଭରିକ ଟ୍ରାନ୍‌ସ ପ୍ଲାଣ୍ଟ: ଏସସିବିରେ ବିରଳ ଅସ୍ତ୍ରୋପଚାର

କଟକ: ଇତିହାସ ରଚିଲା ଏସ୍‌ସିବି । କଟକ ବଡ଼ ମେଡିକାଲରେ ବିରଳ ଅସ୍ତ୍ରୋପଚାର । ରାଜ୍ୟର ପ୍ରଥମ କାଡଭରିକ ଟ୍ରାନ୍‌ସ ପ୍ଲାଣ୍ଟ ବା ମୃତ୍ୟୁ ପରେ କିଡନୀ ପ୍ରତିରୋପଣ କରାଯାଇଛି । ଗତକାଲି ରାତିରେ ଭୁବନେଶ୍ୱରରୁ ଜଣେ ମୃତକଙ୍କଠାରୁ କିଡନୀ ନେଇ କଟକ ଏସସିବିରେ କିଡନି ହରାଇଥିବା ରୋଗୀଙ୍କଠାରେ ପ୍ରତିରୋପଣ କରାଯାଇଛି ।

ମୃତକ ଜଣେ ମହିଳା। ସଡକ ଦୁର୍ଘଟଣା ପରେ କାଲି ରାତିରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହାପରେ ଅଙ୍ଗଦାନ ପାଇଁ ତାଙ୍କ ପରିବାର ଲୋକେ ଇଚ୍ଛା ପ୍ରକାଶ କରିଥିଲେ । ମୃତ୍ୟୁ ପରେ ତାଙ୍କର ୨ଟି କିଡନି ୨ ଜଣ ପୁରୁଷଙ୍କୁ ଦିଆଯାଇଛି। ଏସସିବିରେ ୩ ଘଣ୍ଟା ଧରି ଏହି ବିରଳ ଅପରେସନ୍‌ ଚାଲିଥିଲା । ଲେଫ୍ରୋଲୋଜି ବିଭାଗ ମୁଖ୍ୟ ଚିତ୍ତରଂଜନ କର ଏନେଇ ସୂଚନା ଦେଇଛନ୍ତି।

କରୋନା ଭାଇରସ୍‌କୁ ରାଜ୍ୟ ବିପତ୍ତି ଘୋଷଣା କଲେ ରାଜ୍ୟ ସରକାର

କେରଳ: କରୋନା ଭାଇରସ୍‌କୁ ରାଜ୍ୟ ବିପତ୍ତି ଘୋଷଣା କରିଛନ୍ତି କେରଳ ସରକାର । ରାଜ୍ୟରେ ୩ଜଣ ଆକ୍ରାନ୍ତ ଚିହ୍ନଟ ହେବା ପରେ ଏହାକୁ ରାଜ୍ୟ ବିପତ୍ତି ଘୋଷଣା କରାଯାଇଛି । ରାଜ୍ୟର ସବୁ ଜିଲ୍ଲାରେ ଏନେଇ ଆଲର୍ଟ ଜାରି କରାଯାଇଛି। ଦେଶର ୩ କରୋନା ଆକ୍ରାନ୍ତ କେରଳର ଓ ସେମାନେ ନିକଟରେ ଚୀନ୍‌ରୁ ଫେରିଛନ୍ତି। ସମସ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ନଜର ରଖାଯାଇଛି ।

ରଳରେ ଆକ୍ରାନ୍ତ ଚିହ୍ନଟ ହେବା ପରେ ପଡ଼ୋଶୀ ରାଜ୍ୟ କର୍ଣ୍ଣାଟକର ଅନେକ ଜିଲ୍ଲାରେ ହାଇ ଆଲର୍ଟ ଘୋଷଣା କରାଯାଇଛି । କେରଳର ପ୍ରାୟ ୭୦ ଜଣ ଲୋକଙ୍କୁ ଆଇସୋଲେସନ୍‌ ୱାର୍ଡରେ ରଖାଯାଇଛି । ସେପଟେ ଚୀନ୍‌ରେ କରୋନା ନେଲାଣି ୪ଶହରୁ ଅଧିକ ଜୀବନ । ୨୦ହଜାରରୁ ଅଧିକ ଲୋକ ଏଥିରେ ଆକ୍ରାନ୍ତ ହୋଇଛନ୍ତି । ଚୀନ୍‌ର ବୁହାନରୁ ସାରା ବିଶ୍ୱକୁ କାୟା ବିସ୍ତାର କରୁଛି କରୋନା ।

ଚିଲିକାରେ କାହିଁକି ବୁଡ଼ିଲା ଡଙ୍ଗା ? ଆଜିଠୁ ପ୍ରଶାସନର ଯାଞ୍ଚ

ଚିଲିକା: ଡଙ୍ଗାବୁଡ଼ି ଘଟଣାରେ ଆଜିଠୁ ଆରମ୍ଭ ହେବ ପ୍ରଶାସନର ଯାଞ୍ଚ । ଜିଲ୍ଲା ପ୍ରଶାସନ ଓ ମତ୍ସ୍ୟ ବିଭାଗର ମିଳିତ ଟିମ୍‌ ଡଙ୍ଗା ଗୁଡ଼ିକର ଯାଞ୍ଚ କରିବ । ଉଭୟ ଯାତ୍ରୀବାହୀ ଏବଂ ମାଛଧରା ଡଙ୍ଗାର ଯାଞ୍ଚ କରାଯିବ ବୋଲି ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ତିନି ଡଙ୍ଗା ମାଲିକଙ୍କ ସମେତ ୪ ଜଣଙ୍କୁ ବାଲୁଗାଁ ପୋଲିସ ଗିରଫ କରିଛି । କ୍ଷମତାଠାରୁ ଅଧିକ ଯାତ୍ରୀ ପରିବହନକୁ ଦାୟୀ କରି ଦୋଷ ଝାଡ଼ିଛି ଜିଲ୍ଲା ପ୍ରଶାସନ । ଅନ୍ୟପଟେ ଡଙ୍ଗାବୁଡିର ସାମନା କରିଥିବା ସମସ୍ତ ଯାତ୍ରୀ ସୁସ୍ଥ ହେଲେଣି । ବାଲୁଗାଁ ମେଡିକାଲରେ ଭର୍ତ୍ତି ୨ଜଣ ଘରକୁ ଫେରିଥିବା ବେଳେ ଅନ୍ୟମାନେ ଏବେ ବି ମେଡିକାଲରେ ଅଛନ୍ତି । ଚିଲିକା ଡେଭଲପମେଣ୍ଟ ଅଥୋରିଟି-ସିଡିଏ କହିଛି, ମାଛଧରା ଡଙ୍ଗାରେ ଯାତ୍ରା କରିବା ଦୁର୍ଭାଗ୍ୟଜନକ ।

ବିଶ୍ୱ ପାଳୁଛି କ୍ୟାନସର ଦିବସ

ଭୁବନେଶ୍ୱର: ଆଜି ସାରା ବିଶ୍ୱରେ ପାଳନ କରାଯାଉଛି କ୍ୟାନସର ଦିବସ । ମାରାତ୍ମକ କ୍ୟାନସର ସମ୍ବନ୍ଧରେ ଲୋକଙ୍କୁ ସଚେତନ କରିବା ପାଇଁ ଆଜିର ଦିନରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେଉଛି । ଚଳିତ ବର୍ଷର ଥିମ୍ ରହିଛି  I AM AND I WILL   । ଏହାର ଅର୍ଥ, ମୁଁ ଅଛି ଏବଂ ମୁଁ କରିବି । କ୍ୟାନସର ସହ ଯୁଦ୍ଧରେ ଆମେ ହାର ମାନିବାନି ।

କ୍ୟାନସର କିପରି ହୁଏ ଏବଂ ଏହାଠାରୁ କିପରି ଦୁରେଇ ରହି ହେବ ସେନେଇ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଆଜି ସଚେତନ କରାଯାଉଛି । ବିଶ୍ୱ ସ୍ୱସ୍ଥ୍ୟ ସଂଗଠନ ପକ୍ଷରୁ ଏହାକୁ ବିଶ୍ୱର ସବୁଠାର ମାରାତ୍ମକ ରୋଗ ଭାବେ ବିବେଚନା କରାଯାଉଛି । ଏହି ରୋଗରେ ପିଡିତ ଲୋକମାନଙ୍କ ଅବସ୍ଥା କିପରି ଶୋଚନୀୟ ହୋଇଥାଏ ତାକୁ ନେଇ ଆଜି ବିଶ୍ୱବ୍ୟାପି ସସେଚତନ କରାଯାଉଛି । ବର୍ତ୍ତମାନ ସମୟରେ କ୍ୟାନସର ରୋଗରେ ସର୍ବାଧିକ ଲୋକଙ୍କ ମୃତ୍ୟୁ ହେଉଛି ।

ଜମିବାଡ଼ି ବିବାଦକୁ ନେଇ ମହିଳାଙ୍କୁ ବିଭତ୍ସ ମାଡ଼, ଭିଡ଼ିଓ ଭାଇରାଲ୍

ପଶ୍ଚିମବଂଗରେ ମାନବିକତାର ଲଙ୍ଗଳା ନାଚ ଦେଖିବାକୁ ମିଳିଛି । ଖାଲି ଏତିକି ନୁହେଁ ଏହାର ଭିଡିଓ କରି ଭାଇରାଲ କରାଯାଇଛି । ଏହି ଭିଡ଼ିଓ ଆପଣଙ୍କୁ ବିଚଳିତ କରିପାରେ । ଦୁଇ ମହିଳାଙ୍କ ଗୋଡରେ ଦଉଡ଼ି ବାନ୍ଧି ରାସ୍ତାରେ ଘୋଷାଡ଼ି ଘୋଷାଡ଼ି ମାଡ ମରାଯାଉଥିବା ଦେଖିବାକୁ ମିଳିଛି । ଟିଏମସି ନେତା ଅମଳ ସରକାରଙ୍କ ନେତୃତ୍ୱରେ ଏଭିଳି ଭୟାନକ କାଣ୍ଡ ହୋଇଥିବା ଅଭିଯୋଗ ହୋଇଛି । ମହିଳା ଜଣକ ସ୍ଥାନୀୟ ଏକ ସ୍କୁଲରେ ଶିକ୍ଷୟିତ୍ରୀ ଅଛନ୍ତି । ତାଙ୍କ ଭଉଣୀକୁ ମଧ୍ୟ ରାସ୍ତାରେ ଘୋଷାଡ଼ି ଘୋଷାଡି ମରାଯାଇଛି ।

ଘଟଣା ଘଟିଛି ଦିନାଜପୁର ଜିଲ୍ଲାର ଫାଟାନଗର ଗାଁରେ । ଏହି ମହିଳାଙ୍କ ଜମିକୁ ଜବର ଦଖଲ କରି ରାସ୍ତା ତିଆରି କରାଯାଉଥିବା ବେଳେ ମହିଳା ଜଣକ ଏହାକୁ ବିରୋଧ କରିଥିଲେ । ପରେ ସେଠାରେ ଥିବା ଟିଏମସି ସମର୍ଥକ ମାନେ ତାଙ୍କୁ ମାଡ ମାରିଥିଲେ ।

ଘଟଣା ଆହୁରି ସାଂଘାତିକ ହୋଇଥିଲା । ମହିଳାଙ୍କ ଗୋଡରେ ରଶି ବାନ୍ଧି ଟାଣି ଟାଣି ନେଇଥିଲେ । ଏହାକୁ ମହିଳାଙ୍କ ଭଉଣୀ ବିରୋଧ କରିବାରୁ ତାକୁ ମଧ୍ୟ ମାଡ ମରାଯାଇଥିଲା । ଘଟଣାରେ ଏପର୍ଯ୍ୟନ୍ତ ପୋଲିସ ପକ୍ଷରୁ କୈାଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ । ଭିଡିଓଟି ଭାଇରାଲ ହେବା ପରେ ରାଜ୍ୟରେ ଆଇନକାନୁନ ସ୍ଥିତିକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

 

ବାଲି ଟ୍ରାକ୍ଟର ଅଟକାଇବାରୁ ତହସିଲଦାରଙ୍କ ଅଫିସରେ ପଶି ପିଟିଲେ ଦୁର୍ବୃତ୍ତ

ଭଦ୍ରକ:  ଅଫିସରେ ମଧ୍ୟ ଆଉ ସୁରକ୍ଷିତ ନୁହନ୍ତି ସରକାରୀ କର୍ମଚାରୀ । ବାଲି ମାଫିଆଙ୍କ ଆକ୍ରମଣରେ ଗୁରୁତର ଆହତ ହୋଇଛନ୍ତି ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ଅତିରିକ୍ତ ତହସିଲଦାର ଓ ରାଜସ୍ୱ ନିରୀକ୍ଷିକ । ଅଫିସରେ କାମ କରୁଥିବାବେଳେ ଅତିରିକ୍ତ ତହସିଲଦାର ଶରତ ସ୍ୱାଇଁଙ୍କ ଉପରେ ୧୦ରୁ ଅଧିକ ବ୍ୟକ୍ତି ମରଣାନ୍ତକ ଆକ୍ରମଣ କରିଥିଲେ ।  ବିଭିନ୍ନ ମାରଣାସ୍ତ୍ରରେ ଧରି ସେମାନେ ଅଫିସ ଭିତରେ ପଶି ଆକ୍ରମଣ କରିବା ସହ ଗୁଣ୍ଡାରାଜ ଚଳାଇଥିଲେ ।

ଘଟଣାନୁଯାୟୀ, ଭଣ୍ଡାରୀପୋଖରୀ ମଂଜୁରୀରୋଡରେ ରାଜସ୍ୱ ନିରୀକ୍ଷକ ୨ଟି ବେଆଇନ ବାଲି ବୋଝେଇ ଟ୍ରାକ୍ଟରକୁ ଅଟକାଇଥିଲେ । ତେବେ ଟ୍ରାକ୍ଟରରୁ ବାଲି ଢାଳି ଡ୍ରାଇଭର ଟ୍ରାକ୍ଟର ଧରି ଫେରାର ହେବାକୁ ଚେଷ୍ଟା କରିଥିଲା । ଏହାପରେ ରାଜସ୍ୱ ନିରୀକ୍ଷକ ଗାଡି ନମ୍ବର ନୋଟ୍‌ କରିବା ସହ ସେମାନଙ୍କ ମୋବାଇଲ ରଖି ପକାଇଥିଲେ ।  ଘଟଣାର ସମ୍ପର୍କରେ ସୂଚନା ପାଇବା ପରେ ଅତିରିକ୍ତ ତହସିଲଦାର ଭଣ୍ଡାରୀପୋଖରୀରେ ପହଞ୍ଚିଥିଲେ । ଏହାପରେ ରାଜସ୍ୱ ନିରୀକ୍ଷକଙ୍କ ସହ ଅଫିସରେ ବସି ଆଲୋଚନା କରୁଥିବା ବେଳେ ୧୦ରୁ ଅଧିକ ଲୋକ ହଠାତ୍‌ ପଶି ଆସି ସେମାନଙ୍କ ଉପରେ ଆକ୍ରମଣ କରିଥିଲେ । ଏଥିରେ ଅତିରିକ୍ତ ତହସିଲଦାରଙ୍କ ମୁଣ୍ଡ ଫାଟିଯାଇଥିବାବେଳେ ରାଜସ୍ୱ ନିରୀକ୍ଷକ ମଧ୍ୟ ଆହତ ହୋଇଛନ୍ତି । ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ସେଠାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ଏହି ଘଟଣାରେ ପୋଲିସ ଏପର୍ଯ୍ୟନ୍ତ କାହାକୁ ଗିରଫ କରିନାହିଁ ।

ପୁରୁଣା ଡାକ୍ତରଖାନାକୁ ସିଟି ହସ୍ପିଟାଲ କରିବା ଦାବିରେ ଆନ୍ଦୋଳନ, ପୋଲିସ-ଜନତା ମୁହାଁମୁହିଁ

ବରଗଡ଼: ବିଧାୟକଙ୍କ ପ୍ରତିଶ୍ରୁତି ପରେ ବରଗଡ ପୁରୁଣା ଡାକ୍ତରଖାନା ପୁଣି ଥରେ କାର୍ଯ୍ୟକ୍ଷମ ହୋଇଛି । ୨ଜଣ ଡାକ୍ତର ସେଠାରେ ଚିକିତ୍ସା ଆରମ୍ଭ କରିଥିବା ବେଳେ ଔଷଧ ବିତରଣ କେନ୍ଦ୍ରରୁ ରୋଗୀଙ୍କୁ ଔଷଧ ଦିଆଯାଇଛି । ଫଳରେ ସିଟି ହସ୍ପିଟାଲ ଦାବିରେ ଚାଲିଥିବା ଆନ୍ଦୋଳନ ପ୍ରତ୍ୟାହତ ହୋଇଛି ।

ବରଗଡ ସହରର ଥିବା ପୁରୁଣା ଡାକ୍ତରଖାନାକୁ ଭଟଲି ରୋଡରେ ଥିବା ଖେଦାପାଲିକୁ ସ୍ଥାନାନ୍ତର କରିବା ପରେ ସହରବାସୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା ।

ପୁରୁଣା ଡାକ୍ତରଖାନାକୁ ସିଟି ହସ୍ପିଟାଲ କରିବା ଦାବିରେ ବରଗଡ ସହରରେ ରାସ୍ତା ଅବରୋଧ ସହ ବିରୋଧ ପ୍ରଦର୍ଶନ କରାଯାଇଥିଲା ।

ଆନ୍ଦୋଳନ ସମୟରେ ପୋଲିସ-ଜନତା ମୁହାଁମୁହିଁ ହୋଇଥିବାବେଳେ ପୋଲିସ କଲୋନୀ ଉପରକୁ ଟେକା ମାଡ଼ କରିଥିଲେ ଆନ୍ଦୋଳନକାରୀ ।