spot_img
Home Blog Page 7276

କେନ୍ଦ୍ରାପଡ଼ାରୁ ଚିହ୍ନଟ ହେଲେ କରୋନା ଆକ୍ରାନ୍ତ: ରାଜ୍ୟରେ ୪୦ ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା

କେନ୍ଦ୍ରାପଡ଼ା: ରାଜ୍ୟରେ ଚିହ୍ନଟ ହୋଇଛନ୍ତି ଆଉ ଜଣେ କରୋନା ଆକ୍ରାନ୍ତ । ଏଥିସହିତ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୦ରେ ପହଞ୍ଚିଛି । ଆକ୍ରାନ୍ତ ଜଣଙ୍କ ଦୁବାଇ ଫେରନ୍ତା । ସେ ଗତ ୨୪ ମାର୍ଚ୍ଚରେ ଦୁବାଇରୁ ଫେରିଥିଲେ ।  ତାଙ୍କ ବୟସ ୩୨ ବର୍ଷ । ତେବେ ଗତ କିଛି ଦିନ ମଧ୍ୟରେ ଲଗାତାର ରାଜଧାନୀ ଭୁବନେଶ୍ୱର କରୋନା ଆକ୍ରାନ୍ତ ଚିହ୍ନଟ ହେବାରେ ଲାଗିଥିଲେ । ଯାହା ଫଳରେ ଅନ୍ୟ ଜିଲ୍ଲା ଓ ସହରଗୁଡ଼ିକ ତୁଳନାରେ ରାଜଧାନୀବାସୀ ଏକ ପ୍ରକାର ଅତଙ୍କିତ ହୋଇପଡ଼ିଥିଲେ । କିନ୍ତୁ ସୋମବାର ଚିହ୍ନଟ ହୋଇଥିବା ବ୍ୟକ୍ତି ଜଣଙ୍କ କେନ୍ଦ୍ରପଡ଼ାର ହୋଇଥିବାବେଳେ ତାଙ୍କର ଟ୍ରାଭେଲ୍‌ ହିଷ୍ଟ୍ରୀ ମଧ୍ୟ ରହିଛି  ।

ସେ ଗତ ୨୪ ମାର୍ଚ୍ଚରେ ଦୁବାଇରୁ ଫେରିଥିଲେ । ଏଣୁ ଗୋଷ୍ଠୀ ସଂକ୍ରମଣ ବା ସାମାଜିକ ସଂକ୍ରମଣ ନେଇ ଆଶଙ୍କା କରାଯାଇନପାରେ । ତେବେ ସେ ବିଦେଶରୁ ଫେରିବା ପରେ କ୍ୱାରେଣ୍ଟାଇନ୍‌ରେ ଥିଲେ କି ନାହିଁ । ସେ ବିଦେଶରୁ ଫେରିଲା ବେଳେ ହଁ ସଂକ୍ରମିତ ହୋଇଛନ୍ତି କି ଏଠାରେ କାହା ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଛନ୍ତି ସେ ନେଇ ତଦନ୍ତ କରିବ ସ୍ଥାନୀୟ ପ୍ରଶାସନ । ତେବେ ରାଜ୍ୟ ସରକାରଙ୍କ ପୂର୍ବ ଷ୍ଟ୍ରାଟେଜି ଅନୁଯାୟୀ ପଜିଟିଭ୍ ଚିହ୍ନଟ ହେବା ପରେ ସମ୍ପୃକ୍ତ ଅଞ୍ଚଳକୁ ସିଲ୍ କରାଯିବ । ଏବଂ ସେଠାରେ ଡୋର୍‌ଟୁ ଡୋର୍ ବୁଲି ସ୍ୱାସ୍ଥ୍ୟ ପରୀକ୍ଷା କରିବେ ସ୍ୱାସ୍ଥ୍ୟକର୍ମୀ । ଏହା ଦ୍ୱାରା ସେଠାରେ ସଂକ୍ରମଣ ହୋଇଛି କି ନାହିଁ ଜାଣିହେବା ସହ ଏହାକୁ ବାହାର ଅଞ୍ଚଳକୁ ଯିବାରୁ ଅନେକାଂଶରେ ରୋକାଯାଇପାରିବ ।

ଭୁବନେଶ୍ୱର, କଟକ ଓ ଭଦ୍ରକ ଟାଉନ୍‌ରେ ଆଜି ସରିବ ସଟ୍‌ଡାଉନ୍‌: ବଜାର ଯାଇ ଭିଡ଼ ନକରିବାକୁ ଅନୁରୋଧ କଲେ ମୁଖ୍ୟ ଶାସନ ସଚିବ

ଲକ୍‌ଡାଉନ୍‌ରେ ବି ସଟ୍‌ଡାଉନ୍‌ର ଆକ୍ସନ୍‌; ବିନା କାରଣରେ ଘରୁ ବାହାରିଲେ ଖାଇବାକୁ ପଡୁଛି ନିର୍ଦ୍ଧୁମ ମାଡ଼

 ଭୁବନେଶ୍ୱର: ଲକ୍‌ଡାଉନ୍‌ରେ ବି ସଟ୍‌ଡାଉନ୍‌ର ଆକ୍ସନ୍‌। ବିନା କାରଣ ଘରୁ ବାହାରିଲେ ଖାଇବାକୁ ପଡୁଛି ନିର୍ଦ୍ଧୁମ ମାଡ଼। ସମାଜାକି ଦୂରତ୍ୱକୁ ଟିକେ ଅବମାନନା କଲେ କମିଶନରେଟ ପୋଲିସ ଦେଖାଉଛି ନାଲି ଆଖି। କେଉଁଠି ଗାଡ଼ି ଉଠାଇ ନେଉଛି ତ କେଉଁଠି ଗୋଡ଼ାଇ ଗୋଡ଼ାଇ ପିଟୁଛି। 

୨ଦିନ ଧରି ଶୁନ୍‌ଶାନ୍‌ ହୋଇ ପଡ଼ିଥିବା ରାଜଧାନୀରେ ଆଜି ଖୋଲିଥିଲା ଅତ୍ୟାବଶ୍ୟକ ଦୋକାନ ବଜାର। କିଛି ଆବଶ୍ୟକତା ପାଇଁ ପଦାକୁ ଆସିଥିଲେ, ଆଉ କିଛି ଫୁର୍ତ୍ତି ପାଇଁ ବୁଲି ବାହାରିଥିଲେ। ତେବେ ବିନା କାରଣରେ ଟହଲ୍‌ ମାରୁଥିବା ଲୋକଙ୍କୁ ଆଜି ଖୋଦ୍‌ ଡିସିପି ସାବାଡ୍‌ କରିଥିଲେ। ଗୋଡ଼ାଇ ଗୋଡ଼ାଇ ପିଟିଥିଲେ ରାସ୍ତା ଉପରେ। କିଛି ଏଭଳି ଚିତ୍ର ଦେଖିବାକୁ ମିଳିଥିଲା ରାଜଧାନୀର ବିଭିନ୍ନ ଛକ ଜାଗାମାନଙ୍କରେ । 

ଚନ୍ଦ୍ରଶେଖପୁର ଲକ୍‌ଡାଉନ କଟକଣାକୁ ଫୁ କରି ଫୁଟପାଥରେ ବାଇକ ରଖି ଦୁଇ ଯ଼ୁବକ କରୁଥିଲେ ଖଟି । ଏପଟେ ଦୁଇ ଜଣ ଯ଼ୁବକ ଖାଲି ରାସ୍ତାର ମଉକା ଉଠାଇ ରଙ୍ଗ୍ ରୁଟରେ ଚଳାଉଥିଲେ ଗାଡି । ପାଟ୍ରୋଲିଂ ବେଳେ ଏମାନଙ୍କୁ ସାବାଡ କରିଥିଲେ ଭୁବନେଶ୍ୱର ଡିସିପି।

ରାଜମହଲ ଛକ  ମେଡିକାଲ ଓ ଟଙ୍କା ଉଠାଇବା ବାହାନାରେ ବାଇକରେ କାଟୁଥିଲେ ଚକ୍କର। ହାବୁଡରେ ପଡବା ପରେ, ବାଟକୁ ଆଣିଥିଲା ପୋଲିସ । କାଗଜପତ୍ର ଯାଞ୍ଚ କରିବା ସହ ପୋଲିସ ଆରମ୍ଭ କରିଥିଲା ପ୍ରହାର।

ଶିଶୁ ଭବନ ଛକ କରୋନା ପାଇଁ ବାଇକ୍‌ ମନା। ପାଖ ବଜାରକୁ ଚାଲି ଚାଲି ଆସିବାକୁ ନିର୍ଦ୍ଦେଶ ଦିଆଯାଇଛି। ହେଲେ ସାମାଜିକ ଦୂରତା ନିୟମକୁ ଭାଙ୍ଗି ସଉଦା କିଣିବାକୁ ଆସିଥିବା ଯୁବକଙ୍କୁ ସାବାଡ୍‌ କରିଛି ପୋଲିସ୍‌। ଗଣି ଗଣି କଢ଼ାଇଛି ଗୁଞ୍ଜି

ଏପିରିକି ବିଡିଏ ଅଞ୍ଚଳରେ ବେଫିକର୍‌ ଭାବେ ପଦାରେ ବୁଲୁଥିବା ୫ରୁ ଅଧିକ ଯୁବତୀଙ୍କୁ ଉଠାଇ ନେଇଛି ପୋଲିସ୍‌।

ଏପରିକି ଶିଶୁଭୁନ ଛକ ଓ ରାଜମହଲ ଛକରେ ଘରୁ ଚାଲି ଚାଲି ପରିବା ହାଟକୁ ଆସୁଥିବା ଲୋକଙ୍କୁ ସାଧୁବାଦ ଜଣାଇଛି ପୋଲିସ୍‌।

ରାଜ୍ୟ ସରକାର ଓ ପୋଲିସ ପ୍ରସାଶନ ବାରମ୍ବାର ଅପିଲ କରିବା ସତ୍ତ୍ୱେ ବିନା କାରଣରେ ପଦାକୁ ଆସିଥିଲେ ସହରିଆ । ବିଭିନ୍ନ ଛକରେ ଯାଞ୍ଚ ବେଳେ ପୋଲିସ ହାବୁଡରେ ପଡିଥିଲେ ଦେଶର ଶତ୍ରୁ । ଲକଡାଉନ ନିୟମ ଭାଙ୍ଗି ନାଲ୍‌କୋ ଛକରେ ହଟହଟା ହୋଇଥିଲେ ଲୋକେ। ଘଣ୍ଟା ଘଣ୍ଟା ଧରି ଅଟକ ରଖି ପୋଲିସ ଶିଖାଇଥିଲା ସବକ। ସେହିଭଳି କଟକ-ଭୁବନେଶ୍ୱର ଟୁଇନ୍‌ ସିଟିରୁ ପ୍ରାୟ ୨ହଜାର ବାଇକ୍‌କୁ ସିଜ୍‌ କରିଛି ପୋଲିସ୍‌।

ସେପଟେ ଓଡ଼ିଶା ପୋଲିସ୍‌ ଆଜି ସୋସିଆଲ୍‌ ମିଡିଆରେ ପୋଷ୍ଟ କରିଛି ଏକ ହୃଦୟସ୍ପର୍ଶୀ ଭିଡିଓ। କରୋନା ସଂଗ୍ରାମର ସାରଥୀ ସାଜିବାକୁ ସାରା ଓଡ଼ିଶାବାସୀଙ୍କୁ ପୋଲିସ୍‌ କରିଛି ନିବେଦନ। ଯାହାକୁ ନିଜେ ମୁଖ୍ୟମନ୍ତ୍ରୀ ନିଜ ଟୁଇଟର୍‌ ଆକାଉଣ୍ଟରେ ସେୟାର କରିଛନ୍ତି।

ମୁଖ୍ୟମନ୍ତ୍ରୀ ଦେଇଥିବା ମନ୍ତ୍ରକୁ କାର୍ଯ୍ୟକାରୀ କରିବେ ମା’ ମାନେ

ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଥିବା ମନ୍ତ୍ରକୁ କାର୍ଯ୍ୟକାରୀ କରିବେ ମା’ ମାନେ । ମା’ ମାନେ ଘରର ପୋଲିସ ସଦୃଶ୍ୟ । ଏଣିକି ସେମାନେ ଘରେ ଜାରି କରନ୍ତୁ ଅନୁଶାସନ । ବିନା କାରଣରେ ଘରୁ କେହି ବାହାରକୁ ବାହାରିବେ ନାହିଁ । ଆଜି ରାଜ୍ୟର ଲକ୍ଷ ଲକ୍ଷ ମା’ ମାନଙ୍କୁ ଏଭଳି ଅପିଲ କରିଛନ୍ତି ମିଶନ ଶକ୍ତି କମିଶନର ସୁଜାତା କାର୍ତ୍ତିକେୟନ । ରାଜ୍ୟ ସରକାରଙ୍କ କରୋନା ଯୁଦ୍ଧରେ ରାଜ୍ୟର ୭୦ ଲକ୍ଷ ମହିଳା ସରକାର ଓ ପ୍ରଶାସନ ସହ ସହଭାଗୀ ହୋଇ କାମ କରୁଛନ୍ତି । ଏବେ ଯେଉଁ ଅସ୍ୱାଭାବିକ ପରିସ୍ଥିତି ସୃଷ୍ଟି ହୋଇଛି ସେଥିରେ ମା’ ମାନେ ଆଗେଇ ଆସି ଘରେ ଅନୁଶାସନ ଜାରି କରିବାକୁ ସେ ନିବେଦନ କରିଛନ୍ତି । ସାଧାରଣ ଭାବେ ଲୋକଙ୍କ ଦୈନିକ ହାଟକୁ ଯିବାର ଅଭ୍ୟାସ ରହିଛି । ମା’ ମାନେ ଚାହିଁଲେ ଏହି ଅଭ୍ୟାସ ଭାଙ୍ଗିପାରିବେ । କରୋନାକୁ ନେଇ ଆମେ ଆତଙ୍କିତ ହେବା ଉଚିତ ନୁହେଁ । କାରଣ ଏହି ଭାଇରସ ଯେତିକି ଭୟାନକ ତାର ପ୍ରତିକାର ମଧ୍ୟ ସେତିକି ସରଳ । ଏହି ଭାଇରସମାନେ ଅହଂକାରୀ । ଘର ବାହାରକୁ ଯାଇ ନଡାକିଲେ ସେମାନେ ଘରକୁ ଆସିବେ ନାହିଁ । ତେଣୁ ନିଜ ପରିବାର ଓ ସମାଜ ପାଇଁ ସ୍ୱାଧୀନତା ସଂଗ୍ରାମୀଙ୍କ ପରି ତ୍ୟାଗ କରିବାକୁ ପଡିବ । ଲୋକେ ନିଜ ଦାୟିତ୍ୱ ନିଜେ ତୁଲାଇଲେ ଏହି ରୋଗ ଚାଲିଯିବ । ଆମ ହାତରେ ଆମ ଭ୍ୟାକସିନ ରହିଛି । ସମାଜିକ ଦୂରତା ବଜାୟ ରଖିବା ସହ ବାହାରକୁ ଯିବାନି ଏବଂ ନିୟମିତ ହାତ ଧୁଅନ୍ତୁ । ମା ମାନେ ନିଜ ଘରେ ଏହି ଅନୁଶାସନ ଲାଗୁ କରିବାକୁ ପରାମର୍ଶ ଦେଇଛନ୍ତି ମିଶନ ଶକ୍ତି କମିଶନର । ଏଥିସହିତ କରୋନା ମୁକାବିଲା ନେଇ ଯେଉଁ ଇସ୍ତାହାର ଜାରି କରିଥିଲେ ତାକୁ ମିଶନ ଶକ୍ତିର ମହିଳାମାନେ ମାତ୍ର ତିନି ଦିନରେ ସବୁ ଗାଁ ଓ ପୌରାଞ୍ଚଳରେ ବାଣ୍ଟିଥିବା ମିଶନ ଶକ୍ତି କମିଶନର ସୁଜାତା କାର୍ତ୍ତିକେୟନ ସୂଚନା ଦେଇଛନ୍ତି । ଘରେ ରହିବାକୁ ମୁଖ୍ୟମନ୍ତ୍ରୀ ଯେଉଁ ଶପଥ ପାଠ କରାଇଥିଲେ ସେଥିରେ ଉତ୍ସାହିତ ହୋଇ ଲକ୍ଷାଧିକ ମହିଳା ନିଜ ଘରୁ ଏବଂ ଗାଁରୁ ଶପଥ ପାଠର ଭିଡିଓ ପଠାଇଥିଲେ । ସେହିପରି ବ୍ରହ୍ମପୁର, କେନ୍ଦ୍ରାପଡା, କଟକ, ଛତ୍ରପୁର ଆଦି ଅନେକ ସ୍ଥାନରେ ହିଳା ସ୍ୱୟଂ ସହାୟିକାମାନେ ପ୍ରାୟ ୬ଶହ ରାସନ ଦୋକାନ କରି ଲୋକଙ୍କୁ ଅତ୍ୟାବଶ୍ୟକ ସମାଗ୍ରୀ ଯୋଗାଇଦେଉଛନ୍ତି । ଏଭିତରେ ମହିଳା ସ୍ୱୟଂ ସହାୟିକାମାନେ ୨୫ ଲକ୍ଷରୁ ଅଧିକ ମଧ୍ୟାହ୍ନ ଭୋଜନ ଅସହାୟ ଓ ନିରାଶ୍ରୟଙ୍କୁ ବାଣ୍ଟିସାରିଲେଣି । ୧୨ ଲକ୍ଷରୁ ଅଧିକ ହାତ ତିଆରି ମାସ୍କ ତିଆରି କରି ସରକାରୀ, ବେସରକାରୀ, ଡାକ୍ତରଖାନା, ସ୍ୱାସ୍ଥ୍ୟକର୍ମୀଙ୍କୁ ବାଣ୍ଟାଯାଇଛି । ନିଜ ପାଣ୍ଠିରୁ କରୋନା ସଂକ୍ରମିତଙ୍କ ଚିକିତ୍ସା ପାଇଁ ମଧ୍ୟ ସହାୟତା ଦେଇଛନ୍ତି ମହିଳା ସ୍ୱୟଂ ସହାୟିକାମାନେ ।

ଦୁନିଆ ଯାହାକୁ ଦେଶ ମଧ୍ୟରେ ଗ୍ରହଣ କରେ ନାହିଁ, ସେ ଆଜି କରୋନା ସହିତ ଯୁଦ୍ଧରେ ଜିତୁଛି !

ଦୁନିଆର ଅଧିକାଂଶ ଦେଶ କରୋନା ଭାଇରସ ପାଇଁ ଘାଣ୍ଟି ହେଉଛି। କରୋନା ବିପଦକୁ ଅଣଦେଖା କରି କିଛି ଦେଶ ଏହାର ଖରାପ ଅବସ୍ଥାରେ ପଡ଼ିଥିବାବେଳେ କେତେକ ଦେଶ ଏହାକୁ ସେମାନଙ୍କର ସକ୍ରିୟତା ଏବଂ ବୁଦ୍ଧିମତାର ଶକ୍ତି ଉପରେ ନିଜ ଅଧୀନକୁ ନେଇଛନ୍ତି। ଜାନୁଆରୀ ୨୫ ରେ, ଯେତେବେଳେ ସମଗ୍ର ବିଶ୍ୱରେ କରୋନାର ବିପଦ ସଂପୂର୍ଣ୍ଣ ରୂପେ ଆସିନଥିଲା। ଚୀନ୍ ବାହାରେ କେବଳ ଦୁଇଟି ଦେଶ ଅଷ୍ଟ୍ରେଲିଆ ଏବଂ ତାଇୱାନ ସଂକ୍ରମଣ ହୋଇଥିଲା।

ଏହି ଦୁଇଟି ଦେଶର ଜନସଂଖ୍ୟା ପ୍ରାୟ ସମାନ। ଉଭୟ ଦେଶରେ ପ୍ରାୟ ୨୪ ନିୟୁତ ଜନସଂଖ୍ୟା ଅଛି । ଚୀନ୍ ସହିତ ଉଭୟ ଦେଶର ମଧ୍ୟ ବାଣିଜ୍ୟିକ ସମ୍ପର୍କ ରହିଛି। ଏହିପରି ସମାନତା ପରେ ମଧ୍ୟ ଅଷ୍ଟ୍ରେଲିଆରେ ୫୦୦୦ କରୋନା ସଂକ୍ରମଣ ହୋଇଥିବାବେଳେ ତାଇୱାନରେ ୪୦୦ ରୁ କମ୍ ସଂକ୍ରମଣ ମାମଲା ରହିଛି।

ଏହାର ଅର୍ଥ ନୁହେଁ ଯେ ଅଷ୍ଟ୍ରେଲିଆ କରୋନା ମୁକାବିଲା କରିବାରେ ଭୁଲ କରିଛି। କିନ୍ତୁ ଯେତେବେଳେ ସମଗ୍ର ବିଶ୍ୱ କରୋନାକୁ ରୋକିବା ପାଇଁ ସଂଘର୍ଷ କରୁଛି, ତାଇୱାନର କରୋନା ଉପରେ ବିଜୟ ଆଶ୍ଚର୍ଯ୍ୟଜନକ ଅଟେ।

ତାଇୱାନ ନିଜକୁ ଏକ ସାର୍ବଭଭୌମ ଦେଶ ଭାବରେ ବିବେଚନା କରେ । କିନ୍ତୁ ଚୀନ୍ ସମେତ ବିଶ୍ୱର ଅଧିକାଂଶ ଦେଶ ତାଇୱାନକୁ ଗୋଟିଏ ଦେଶରେ ତୁଳନା କରନ୍ତି ନାହିଁ।
ଯେତେବେଳେ ୨୦୦୩ ରେ ଭୟଙ୍କର ମହାମାରୀର ପ୍ରଭାବ ପଡିଥିଲା। ସେତେବେଲବ ଚାଇନା ଏବଂ ହଂକଂ ବ୍ୟତୀତ ତାଇୱାନ ସବୁଠାରୁ ଅଧିକ ପ୍ରଭାବିତ ହୋଇଥିଲା । ଦକ୍ଷିଣ ପୂର୍ବ ଚୀନ୍ ଉପକୂଳଠାରୁ ୧୮୦ କିଲୋମିଟର ଦୂରରେ ଥିବା ଦ୍ୱୀପରେ ଦେଡ଼ଲକ୍ଷ ଲୋକଙ୍କୁ କ୍ୱାରେଣ୍ଟାଇନ କରାଯାଇଥିଲା ଏବଂ ୧୮୧ ଜଣଙ୍କର ମୃତ୍ୟୁ ହୋଇଥିଲା।

ତେବେ, ମାର୍ସ ଏବଂ ସାର୍ସ ମହାମାରୀ ବର୍ତ୍ତମାନର କରୋନା ସାମ୍ନାରେ କିଛି ନଥିଲା। କିନ୍ତୁ ସେହି ପୁରୁଣା ସ୍ମୃତି ଲୋକଙ୍କ ମନରେ ସତେଜ ହୋଇଥିଲା। ବିଶ୍ୱର ଅନ୍ୟମାନଙ୍କ ତୁଳନାରେ ଉଭୟ ତାଇୱାନ ସରକାର ଏବଂ ସାଧାରଣ ଜନତା କରୋନା ବିପଦକୁ ଗୁରୁତର ସହ ନେଇଥିଲେ। ଜାନୁଆରୀ ମାସରେ, ତାଇୱାନରେ କରୋନାହେବାର ଆଶଙ୍କା ଥିବାରୁ ସୀମା ବନ୍ଦ କରି ଦେଇଥିଲା ଏବଂ ଲୋକମାନେ ରାସ୍ତାରେ ମାସ୍କ ପିନ୍ଧିବା ଆରମ୍ଭ କରିଥିଲେ।
ଏକ ଜର୍ନାଲ୍ ଅଫ୍ ଆମେରିକୀୟ ମେଡିକାଲ୍ ଆସୋସିଏସନ୍ (ଜାମା) ରିପୋର୍ଟ ଅନୁଯାୟୀ, ତାଇୱାନରେ ସ୍ୱାସ୍ଥ୍ୟ ସୁବିଧା ବିଶ୍ୱ ସ୍ତରୀୟ। ତାଇୱାନରେ ସାର୍ସ ସହିତ ମୁକାବିଲା ପାଇଁ ସ୍ଥାପିତ ନ୍ୟାସନାଲ ହେଲଥ କମାଣ୍ଡ ସେଣ୍ଟର (NHCC) ର ଅଧିକାରୀମାନେ କରୋନା ବିସ୍ତାର ଖବର ସହିତ ସକ୍ରିୟ ହୋଇଗଲେ। NHCC ତୁରନ୍ତ କରୋନାଙ୍କ ବିପଦ ବିରୋଧରେ ପଦକ୍ଷେପ ନେବା ଆରମ୍ଭ କଲା। ଡାକ୍ତରୀ ଅଧିକାରୀଙ୍କ ପାଇଁ କରୋନା ସମ୍ବନ୍ଧୀୟ ତଥ୍ୟ ସଂଗ୍ରହ କରିବା, ଉତ୍ସ ବଣ୍ଟନ କରିବା, ସମ୍ଭାବ୍ୟ ମାମଲା ତାଲିକାଭୁକ୍ତ କରିବା ଏବଂ ସେମାନଙ୍କ ସହ ଯୋଗାଯୋଗ କରିବା ପାଇଁ କମାଣ୍ଡ ସେଣ୍ଟ୍ରାଲ ସହଜ କରିଥିଲା। ସଂକ୍ରମିତ ରୋଗୀଙ୍କୁ ଚିହ୍ନଟ କରାଯାଇ ତୁରନ୍ତ ବିଚ୍ଛିନ୍ନ କରାଯାଇଥିଲା।

ଅଜୟ ଦେବଗନଙ୍କୁ ରାବଣ ଭୂମିକାରେ ଦେଖିବାକୁ ଚାହାନ୍ତି ଦୀପିକା, ତେବେ ସୀତାଙ୍କ ପାଇଁ କିଏ ତାଙ୍କ ପ୍ରଥମ ପସନ୍ଦ ?

ମୁମ୍ବାଇ: ଗୋଟିଏ ସମୟ ଥିଲା ଯେତେବେଳେ ରାମାୟଣ ପୁରା ଦେଶକୁ ପାଗଳ କରିଥିଲା । ସକାଳ ୯.୩୦ ମିନିଟରେ ରବିବାର ଦିନ ଦେଶରେ ଅଘୋଷିତ ସଟ୍ ଡାଉନ୍ ଲାଗୁ ହେଉଥିଲା । ପୁରା ଦେଶ ଟିଭି ସାମ୍ନାରେ ବସୁଥିଲା । ସେତେବେଳେ ଦୀପିକା ଚିଖାଇଲ ସୀତାଙ୍କ ରୂପରେ ଦେଶକୁ ମୋହାଛନ୍ନ କରିଥିଲେ । ରାମାନନ୍ଦଙ୍କ ରାମାୟଣକୁ ୩୨ ବର୍ଷରୁ ଅଧିକ ବିତିଯାଇଛି । ଏବେ କରୋନା କାଳରେ ରାମାୟଣ ପୁଣି ଛୋଟ ପରଦାକୁ ଫେରି ଟିଆରପି ରେକର୍ଡକୁ ହନୁମାନଙ୍କ ଲଙ୍କା ପୋଡି ଭଳି ଛାରଖାର କରିଦେଇଛି । ଏମିତିରେ ୩୨ ବର୍ଷ ପରେ ରାମାୟଣର ରାମ-ସୀତା ପୁଣି ଚର୍ଚ୍ଚାକୁ ଫେରିଛନ୍ତି ।

ପୁରୁଣା ରାମାୟଣର ଟିଭି ୱାପସୀ ଭିତରେ ଦୀପିକାଙ୍କୁ ପଚରାଯାଇଥିଲା ଯଦି ଏବେ ରାମାୟଣ ତିଆରି ହୁଏ ସେ କାହାକୁ ରାମଙ୍କ ଅବତାରରେ ଦେଖିବାକୁ ଚାହିଁବେ ? ରାମ ଅବତାରରେ ଦୀପିକାଙ୍କ ପ୍ରଥମ ପସନ୍ଦ ହେଉଛନ୍ତି ହ୍ରିତିକ୍ ରୋଶନ ।

ତେବେ ଦୀପିକା ସୀତା ଭାବେ କାହାକୁ ଦେଖିବାକୁ ଚାହିଁବେ ? ଉତ୍ତର ହେଉଛି ମହେଶ ଭଟ୍ଟ କନ୍ୟା ଆଲିଆ । ଆଲିଆଙ୍କୁ ସୀତା ମାତାଙ୍କ ଭୂମିକାରେ ଦେଖିବାକୁ ଚାହିଁବେ  ବୋଲି କହିଛନ୍ତି ଦୀପିକା ।  କଣ ପାଇଁ ସେ ଆଲିଆଙ୍କୁ ସୀତା ଭୂମିକାରେ ଦେଖିବାକୁ ଚାହାନ୍ତି ତା’ର ଉତ୍ତର ଦେଇ କହିଛନ୍ତି ଯେ, ମାତା ସୀତାଙ୍କ ଉଚ୍ଚତା ଅଧିକ ନଥିଲା । ଶ୍ରୀରାମଙ୍କ ଛାତିକୁ ସୀତାଙ୍କ ମୁଣ୍ଡ ଛୁଉଁଥିଲା । ତେଣୁ ଆଲିଆଙ୍କ ଭଳି କାହାରିକି ମୁଁ ସୀତାଙ୍କ ଭୂମିକାରେ ଦେଖିବାକୁ ଚାହୁଁଛି ।

ବଲିଉଡ୍ ଲାଇଫକୁ ଦେଇଥିବା ସାକ୍ଷାତକାରରେ ଦୀପିକା ରାବଣ ଭାବେ ଅଜୟ ଦେବଗନଙ୍କୁ ଦେଖିବାକୁ ଚାହାନ୍ତି । ସେହିଭଳି ଲକ୍ଷ୍ମଣଙ୍କ ଭୂମିକାରେ ସେ ବରୁନ ଧୱନଙ୍କୁ ଦେଖିବାକୁ ଚାହାନ୍ତି ବୋଲି କହିଛନ୍ତି ।

୧୯୮୦ ଦଶକର ଅନ୍ତିମ ଭାଗରେ ଦୁରଦର୍ଶନରେ ପ୍ରସାରିତ ହେଉଥିବା ରାମାୟଣରେ ସୀତା ଭୂମିକା ଦୀପିକାଙ୍କୁ ପରିଚୟ ଦେଇଥିଲା । ସେ ପରେ କିଛି ଫିଲ୍ମରେ ମଧ୍ୟ ଅଭିନୟ କରିଥିଲେ । ରୁପୟା ଦଶ କରୋଡ୍ ନାମକ ଫିଲ୍ମରେ ସେ ରାଜେଶ ଖନ୍ନାଙ୍କ ସହ ଅଭିନୟ କରିଥିଲେ ।

ତେବେ ସୀତାଙ୍କ ଅବତାରରେ ଦେଖି ସାରିଥିବା ଦର୍ଶକ ତାଙ୍କ ଫିଲ୍ମ ମେକ୍ ଓଭରକୁ ପସନ୍ଦ କରିନଥିଲେ । ଆଉ ଦୀପିକାଙ୍କୁ ବଲିଉଡରୁ ବନବାସ ନେବାକୁ ପଡିଥିଲା । ପରେ ସେ ଗୋଟିଏ କଂପାନୀରେ ମାର୍କେଟିଂ ମ୍ୟାନେଜର ଭାବେ କାର୍ଯ୍ୟ କରିଥିଲେ ।

 

 

ଗାଡ଼ି ନେଇ ବଜାର କରିବାକୁ ଯାଇପାରିବେନି ଜନସାଧାରଣ : ବାଗ୍‌ଚୀ

ଭୁବନେଶ୍ୱର: ବିଶ୍ୱ ସଂକ୍ରମଣ ତାଲିକାରେ ଭାରତର ସ୍ଥାନ ୨୮ ଏବଂ ଓଡିଶା ଦେଶର ୧୯ ତମ ସଂକ୍ରମିତ ରାଜ୍ୟ । ତେଣୁ ଏବେ ଆଉ କୈାଣସି ପ୍ରକାର କୋହଳ ମନୋଭାବ ପୋଷଣ କରାଯିବନି । ଆଜି ଏଭଳି ଚେତାବନୀ ଦେଇଛନ୍ତି କରୋନା ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ । ଏଥିସହିତ ସାମ୍ପ୍ରଦାୟିକ ସଦଭାବନା ରକ୍ଷା କରିବାକୁ ମୁଖ୍ୟମନ୍ତ୍ରୀ ଦେଇଥିବା ବାର୍ତ୍ତାକୁ ଦୋହରାଇଛନ୍ତି ବାଗ୍‌ଚୀ । ଭକ୍ତ ସାଲବେଗଙ୍କ ଉଦାହାରଣ ଦେଇ ସେ କହିଛନ୍ତି ଯେ, ଓଡିଶା ସାମ୍ପ୍ରଦାୟିକ ମନୋଭାବର ରାଜ୍ୟ ନୁହେଁ । ଓଡିଶା ସାମ୍ପ୍ରଦାୟିକ ସମନ୍ୱୟର ତୀର୍ଥସ୍ଥଳୀ । ଏଠି ମାନବ ଧର୍ମ ହିଁ ଏକମାତ୍ର ଧର୍ମ । ତେଣୁ ଲୋକେ କୈାଣସି ପ୍ରକାର ସାମ୍ପ୍ରଦାୟିକ ସ୍ଥିତି ସୃଷ୍ଟି ହେଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ଏଥିସହିତ ହୋଲସେଲ୍ ମାର୍କେଟକୁ ସିଧାସଳଖ ଯାଇ ଗ୍ରାହକ ସଉଦା କିଣିପାରିବେନି । କିନ୍ତୁ ଖୁଚୁରା ବ୍ୟବସାୟୀ ହୋଲସେଲ୍‌ ମାର୍କେଟକୁ ଯାଇପାରିବେ । ଜନସାଧାରଣ ନିଜ ଘର ନକଟସ୍ଥ ଦୋକାନରୁ ଆବଶ୍ୟକୀୟ ସାମଗ୍ରୀ କିଣିବାକୁ ଯାଇପାରିବେ । ଏଥିପାଇଁ ସେମାନେ ଚାଲି ଚାଲି କିମ୍ୱା ସାଇକେଲ୍ ନେଇ ଯାଇପାରିବେ କିନ୍ତୁ  ଗାଡ଼ି କିମ୍ୱା କାର୍‌ ବ୍ୟବହାର କରିପାରିବେନି ବୋଲି କହିଛନ୍ତି ସୁବ୍ରତ ବାଗଚୀ ।

ମୁସଲିମ ସମ୍ପ୍ରଦାୟ ଇନ୍ଦୋର ଘଟଣା ପାଇଁ ଲଜ୍ଜିତ, ଖବରକାଗଜରେ ବିଜ୍ଞାପନ ଦେଇ କ୍ଷମା ମାଗିଲେ

ମଧ୍ୟପ୍ରଦେଶର ଇନ୍ଦୋରର ଟାଟପାଟୀ ବଖଲ ଅଞ୍ଚଳ। ଯେଉଁଠି କରୋନା ସଂକ୍ରମଣର ଯାଞ୍ଚ ପାଇଁ  ଯାଇଥିବା ସ୍ୱାସ୍ଥ୍ୟ ବିଭାଗ ଉପରକୁ ପଥର ଫିଙ୍ଗିଥିଲେ। ଏହି ଘଟଣାରେ କେବଳ ଇନ୍ଦୋର ନୁହେଁ ଦେଶର ସମଗ୍ର ମୁସଲମାନ ସମ୍ପ୍ରଦାୟର ଲୋକଙ୍କୁ ମଧ୍ୟ ଲଜ୍ଜିତ କରିଛି। ଏଭଳି ପରିସ୍ଥିତିରେ, ଇନ୍ଦୋରର ଅଗ୍ରଣୀ ମୁସଲିମ ସଂଗଠନ ତାଟ ପଟ୍ଟି ବଖଲଙ୍କ ଘଟଣା ପାଇଁ ଖବରକାଗଜରେ କ୍ଷମା ମାଗିବାର ବିଜ୍ଞାପନ ପ୍ରକାଶ କରି ଡାକ୍ତର ଏବଂ ନର୍ସଙ୍କ ସମେତ ସମସ୍ତ ଲୋକଙ୍କୁ କ୍ଷମା ମାଗିଛନ୍ତି।

ମୁସଲମାନ ସଂଗଠନ ଦ୍ୱାରା ମୁଦ୍ରିତ କ୍ଷମା ପ୍ରାର୍ଥନା ପତ୍ରରେ କୁହାଯାଇଛି, ‘ଡକ୍ଟର ତୃପ୍ତି କାଟାରିଆ, ଡକ୍ଟର ଜାକିଆ ସୟଦ, ସମସ୍ତ ଡାକ୍ତର, ନର୍ସ, ଡାକ୍ତରୀ ଦଳ, ସରକାରୀ ତଥା ପ୍ରଶାସନର ସମସ୍ତ ଅଧିକାରୀ, ସମସ୍ତ ପୋଲିସ୍, ସମସ୍ତ ଆଶା-ଅଙ୍ଗନୱାଡି, ଅନୁଷ୍ଠାନ ଏବଂ ସମସ୍ତ ଲୋକ କରୋନା ରକ୍ଷା କରିବାରେ ନିୟୋଜିତ ଅଛନ୍ତି। ଆପଣଙ୍କ ପାଇଁ ଆମର କୌଣସି ଶବ୍ଦ ନାହିଁ । ଯାହା ଦ୍ୱାରା ଆମେ ଆପଣଙ୍କ ପାଇଁ କ୍ଷମା ପ୍ରାର୍ଥନା କରିପାରିବୁ । ଆମକୁ ବିଶ୍ୱାସ କର ଯେ ଆମେ ଲଜ୍ଜିତ, ସେହି ଅପ୍ରୀତିକର ଘଟଣା ପାଇଁ ଯାହା ଅଜାଣତରେ ଏବଂ ଗୁଜବରେ ଘଟିଛି ।

ଏହା କ୍ଷମା ପ୍ରାର୍ଥନାରେ ଆହୁରି ଲେଖା ହୋଇଛି ଯେ ଆମେ ସହମତ ଯେ ଏହା ପରେ ତୁମେ ହିଁ ଏକମାତ୍ର ଲୋକ ଯିଏ ଆମର ସମସ୍ତ ରୋଗରେ ଏବଂ ପ୍ରତ୍ୟେକ କଷ୍ଟ ସମୟରେ ଆମ ପାଇଁ କାନ୍ଥ ଭାବରେ ଠିଆ ହୁଅନ୍ତି। ସେଥିପାଇଁ ଆଜି ଆମେ ତୁମ ସମସ୍ତଙ୍କୁ ହୃଦୟରୁ କ୍ଷମା ମାଗିବାକୁ ଚାହୁଁଛୁ, ଆମକୁ କ୍ଷମା କର। ଏଥି ସହିତ, ଏହା କୁହାଯାଇଛି ଯେ ଆମେ ସେହି ସମୟରେ ପଛକୁ ଯାଇ ଏହାର ଉନ୍ନତି କରିପାରିବୁ ନାହିଁ, କିନ୍ତୁ ଭବିଷ୍ୟତରେ ସମାଜର ଅଭାବକୁ ଦୂର କରିବା ପାଇଁ ଆମେ ସମସ୍ତ ପ୍ରକାର ଉଦ୍ୟମ କରିବୁ ବୋଲି ପ୍ରତିଶୃତି ଦେଇଛୁ।

ସେପଟେ ମଧ୍ୟପ୍ରଦେଶର ଇନ୍ଦୋରରେ ସ୍ୱାସ୍ଥ୍ୟ ବିଭାଗ ଦଳ ଉପରେ ଆକ୍ରମଣ କରିଥିବା ଲୋକଙ୍କ ବିରୋଧରେ ପୋଲିସ ଏକ ମାମଲା ରୁଜୁ କରିଛି। ଏହି ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟ ଲୋକଙ୍କୁ ଭିଡିଓ ଫୁଟେଜ ମାଧ୍ୟମରେ ଯାଞ୍ଚ କରାଯାଉଛି। ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହି ଘଟଣା ପରେ ସିଏମ ଶିବରାଜ ସିଂ ଚ a ହାନ କହିଥିଲେ, ‘ଇନ୍ଦୋରରେ ଘଟିଥିବା ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଏହି ଘଟଣାରେ ଜଡିତ ଥିବା ଲୋକଙ୍କୁ ଛାଡି ଦିଆଯିବ ନାହିଁ। ଯନ୍ତ୍ରଣା ଭୋଗୁଥିବା ମାନବିକତାକୁ ବଞ୍ଚାଇବାରେ ବାଧା ସୃଷ୍ଟି କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଲକଡାଉନ୍, ସାମାଜିକ ଦୂରତା ଓ ବୋରିଗୁମ୍ମାର ଆଦିବାସୀ ମହିଳା

କୋରାପୁଟ: କରୋନା ଭାଇରସ ସଂକ୍ରମଣରୁ ଲୋକଙ୍କୁ ରକ୍ଷା କରିବା ପାଇଁ ସାରା ଦେଶରେ ଜାରି ରହିଛି ଲକଡାଉନ । କିନ୍ତୁ କେତେକ ଶିକ୍ଷିତ ମୁର୍ଖ ଏହି ଲକଡାଉନକୁ ପାଳନ କରୁନଥିବା ଦୃଶ୍ୟ ଦଖିବାକୁ ମିଳିଛି । ଅତି ଆବଶ୍ୟକ କାମ ନଥିଲେ ମଧ୍ୟ ଲୋକମାନେ ବାହାରେ ବୁଲୁଛନ୍ତି ଯାହା ଫଳରେ କରୋନା ସଂକ୍ରମଣର ଆଶଙ୍କା ରହିଛି ।

ଇତି ମଧ୍ୟରେ କୋରାପୁଟର ଆଦିବାସୀ ବହୁଳ ଅଞ୍ଚଳରୁ ଗୋଟିଏ ଫଟୋ ଆସିଛି ଯାହା ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଛି । କୋରାପୁଟ ବୋରିଗୁମ୍ମା ଅଞ୍ଚଳର ମହିଳା ମାନେ ନଳକୂଆରୁ ପାଣି ଆଣିବା ବେଳେ ସାମାଜିକ ଦୂରତାକୁ ସଠିକ ଭବରେ ପାଳନ କରୁଥିବା ଦୃଶ୍ୟ ଦେଖିବାକୁ ମିଳିଛି । ଫଟୋରେ ନଳକୂଅ ପାଖରେ ଗୋଲେଇ ଆଙ୍କି ପରସ୍ପର ମଧ୍ୟରେ ୬ ଫୁଟର ବ୍ୟବଧାନରେ ରଖି ମହିଳା ମାନେ ପାଣି ଆଣୁଛନ୍ତି ।

ତେବେ ଏହି ଦୃଶ୍ୟ ରାଜଧାନୀର ବଡ଼ବଡୁଆ ଶିକ୍ଷିତ ମୁର୍ଖ ମାନଙ୍କ ପାଇଁ ଏକ ଶିକ୍ଷା । ଗୋଟେପଟେ ସୋସିଆଲ ଡିସଟାନ୍ସିଂ ପାଇଁ ସହରବାସୀଙ୍କୁ ସଚେତନ କରାଯାଉଛି ଆଉ କେଉଁଠି ଲୋକଙ୍କ ଉପରେ ବଳପ୍ରୟୋଗ କରିବାକୁ  ବାଧ୍ୟ ହେଉଛି ପୋଲିସ । । ତଥାପି ସହରବାସୀ ସାମାଜିକ ଦୂରତା ଗମ୍ଭୀର ଭାବରେ ନେଉନାହାନ୍ତି । ଅନ୍ୟପଟେ ଏହି ଆଦିବାସୀ ଅଧ୍ୟୁସିତ ଅଞଅଚଳରେ ଗ୍ରାମବାସୀ ମାନେ ଖୁବ ସୁନ୍ଦର ଭାବରେ ସାମାଜିକ ଦୂରତାକୁ ଅନୁସରଣ କରୁଛନ୍ତି ।

ଜଣାଇ ରଖୁଛୁଯେ ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୩୯ ଜଣ କରୋନା ଭାଇରସ ଦ୍ୱାରା ଦଂକ୍ରମିତ ହୋଇଛନ୍ତି । ଖୁବ ଦ୍ରୁତ ଗତି କରୋନା ନିଜ କାୟା ମେଲାଉଥିବାବେଳେ ସାମାଜିକ ଦୂରତା ହିଁ ଏକମାତ୍ରା ରାସ୍ତା ଯାହା ଆମକୁ ଏ ମହାମାରୀରୁ ରକ୍ଷା କରିବ ।

ରବି ଧାନ କିଣା ନେଇ ଚାଷୀ ନାମ ପଞ୍ଜୀକରଣ ସମୟ ସୀମାକୁ ବୃଦ୍ଧି କଲେ ରାଜ୍ୟ ସରକାର

ଭୁବନେଶ୍ୱର: ରବି ଧାନ କିଣା ନେଇ ଚାଷୀଙ୍କ ନାମ ପଞ୍ଜୀକରଣ ସମୟସୀମାକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଏ ନେଇ ରାଜ୍ୟ କୋ-ଅପରେଟିଭ୍ ସୋସାଇଟି ରେଜିଷ୍ଟ୍ରର ଓ ୧୭ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଅତିରିକ୍ତ ସଚିବ ବିଜୟ କୁମାର ପୃଷ୍ଟି । ରବି ଧାନ କିଣା ନେଇ ଚାଷୀ ପଞ୍ଜୀକରଣ ତାରିଖକୁ ୧୪ ଏପ୍ରିଲକୁ ବୃଦ୍ଧି କରାଯାଇଛି । ସୋସାଇଟି ଦ୍ୱାରା ଅନ୍‌ଲାଇନ୍‌ ପଞ୍ଜୀକରଣ ତାରିଖକୁ ୧୮ ଏପ୍ରିଲ ଯାଏଁ ଘୁଞ୍ଚାଯାଇଛି । ପଞ୍ଜୀକୃତ ଚାଷୀଙ୍କ ପକ୍ଷରୁ ଦିଆଯାଇଥିବା ତଥ୍ୟ ସମ୍ପର୍କିତ କୌଣସି ଅଭିଯୋଗ ଥିଲେ ୨୦ ଏପ୍ରିଲ ସୁଦ୍ଧା ଏହାକୁ ଦାଖଲ କରାଯାଇପାରିବ । ୩୦ ଏପ୍ରିଲ ସୁଦ୍ଧା ଧାନ କିଣା ନେଇ ମାଷ୍ଟର ଫାର୍ମର ଲିଷ୍ଟ ପ୍ରସ୍ତୁତ କରିବାକୁ ଚିଠିରେ ଉଲ୍ଲେଖ କରାଯାଇଛି । ସୋସାଇଟି ଗୁଡ଼ିକ ଚାଷୀଙ୍କ ପଞ୍ଜୀକରଣ ବେଳେ ସାମାଜିକ ଦୂରତ୍ୱକୁ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟରେ କରୋନା ଯୋଗୁଁ ଉପୁଜୁଥିବା ସମସ୍ୟାକୁ ଆଖି ଆଗରେ ରଖି ଏଭଳି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର ।

କରୋନାକୁ ନେଇ ବାଙ୍କୀରେ ଗୋଷ୍ଠୀ ସଂଘର୍ଷ

ବାଙ୍କୀ: ବାଙ୍କୀ ଗୋପାଳପୁର ପଞ୍ଚାୟତ ସିଂହନାଥପୁର ଛକରେ ଦୁଇ ଦଳ ମଧ୍ୟ ଗୋଷ୍ଠୀ ସଂଘର୍ଷ ଦେଖିବାକୁ ମିଳିଛି । କୋରୋନା ମହାମାରୀକୁ କେନ୍ଦ୍ର କରି  ମୁଖ୍ୟ ରାସ୍ତାକୁ ତେଲିସାହି ଗ୍ରାମବାସୀ  ଲକଡାଉନ କରିବା ଫଳରେ ଗୋଷ୍ଠୀ ସଂଘର୍ଷ ଘଟିଥିବା ସୂଚନା ମିଳିଛି ।

ତେଲି ସାହି ଓ ଗୋଖାସାହି ମଧ୍ୟରେ ସଂଘର୍ଷ ହୋଇଛି । ଉଭୟ ଗୋଷ୍ଠୀ ମଧ୍ୟରେ ଟେକା ପଥର ମାଡ଼ ହୋଇଥିବା ବେଳେ ୧୦ ରୁ ଅଧିକ ଆହତ ହୋଇ ବାଙ୍କୀ ଡାକ୍ତରଖାନାରେ ଚିକିତ୍ସିତ ଅଛନ୍ତି ।

ଏବେବି ଢ଼େଲା ପଥର ମାଡ଼ ଜାରି ରହିବା ସୂଚନା ମିଳିଛି । ।ଏହି ପଥର ମାଡରେ ଅନେକ ଗୁରୁତର ଆହାତ ମଧ୍ୟ ହୋଇଛନ୍ତି । ଆଗକୁ ଏହା ଉଗ୍ରରୂପ ନେବାର ଆଶଙ୍କା ଥିବାରୁ ଘଟଣାକୁ ସ୍ଥଳରେ ଏକ ପ୍ଲାଟୁନ ପୋଲିସ ଫୋର୍ସ ନିଯୋଜିତ ହୋଇଛନ୍ତି । ଏଥିସହ କଟକ ଗ୍ରାମାଞ୍ଚଳ ଅତିରିକ୍ତ ଏସ. ପି  ଏବଂ ତହସିଲଦାର ଘଟଣା ସ୍ଥଳରେ ପହଁଞ୍ଚିଥିଲେ ।