spot_img
Home Blog Page 7277

୫ଘଣ୍ଟା ହେବ ଖାଲରେ ଫଶି ରହିଛି ହାତୀ

ଗଞ୍ଜାମ: ଖାଲରେ ପଡ଼ିଲା ହାତୀ । ଗଞ୍ଜାମ ଅଲାରିଗଡ଼ ଜେନା ଖୋଲ ପାହାଡ଼ରେ ଗୋଟିଏ ହାତୀ ଫଶିଥିବା ସୂଚନା । ପାହଡ଼ ଭିତରକୁ ଯାଉଥିବା ବେଳେ ମାଈ ହାତୀ ଫଶିଯାଇଛି । ପ୍ରାୟ ୫ ଘଣ୍ଟା ଧରି ୧୯ ଫୁଟର କୂଅରେ ପଡ଼ିଯାଇଛି ।

ହାତୀକୁ ଉଦ୍ଧାର କରିବାକୁ ବ୍ରହ୍ମପୁର ଓ ଦିଗପହଣ୍ଡି ବନବିଭାଗର ୫୦ ଜଣିଆ ଟିମ ପହଞ୍ଚିଛି । ଉଦ୍ଧାର କାର୍ଯ୍ୟରେ ହିଞ୍ଜିଳି ଅଗ୍ନିଶମ ବିଭାଗ ମଧ୍ୟ ସାମିଲ ହୋଇଛି । ସୂଚନା ଅନୁସାରେ ୧୫ ଟିକିଆ ହାତୀ ପଲ ଦିଗପହଣ୍ଡିରୁ ଆସିଥିଲେ ।

୨ଟି ଟ୍ରକ ମୁହାଁମୁହିଁ ଧକ୍କା,୨ମୃତ

କେନ୍ଦୁଝର: ପୁଣି ସଡ଼କ ଦୁର୍ଘଟଣା । ସଦର ଥାନା ଚାନ୍ଦପୋଶରେ ଆଇରନ ଓ କୋଇଲା ବୋଝେଇ ଟ୍ରକ ମୁହାଁମୁହିଁ । ଘଟଣାସ୍ଥଳରେ ୨ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି । ଖବର ପାଇ ଅଗ୍ନିଶମ ଅଧିକାରୀ ଉଦ୍ଧାର କାମରେ ଲାଗିଥିଲେ । ତେବେ ନିଜ ନିଜ ସୀମାକୁ ନେଇ, ଘଟଗାଁ ଓ ସଦର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ନ ଥିଲେ । ଫଳରେ ଉଦ୍ଧାର କାର୍ଯ୍ୟରେ ବିଳମ୍ବ ହୋଇଥିଲା । ତେବେ ବଡ଼ କଥା ହେଉଛି ଆଜିର ଦୁର୍ଘଟଣାକୁ ମିଶାଇ ଏହି ରାସ୍ତାରେ ଗତ ୪ ଦିନରେ ୭ ଜଣଙ୍କର ଜୀବନ ଗଲାଣି ।

ସେପଟେ ସେହି ଚାନ୍ଦିପୋଶି ଛକ ନିକଟରେ ଟ୍ରକ ସହ ପିଟିହେଲା କାର । ଏଥିରେ ଗୋଟିଏ ପରିବାରର ୩ ଗୁରୁତର ହୋଇଛନ୍ତି । ରାସ୍ତାରେ ଠିଆ ହୋଇଥିବା ଏକ ଟ୍ରକକୁ ପଛପଟୁ ଧକ୍କା ଦେଇଥିଲା କାର୍‌ । ସମସ୍ତ ଗୁରୁତରଙ୍କୁ କଟକ ସ୍ଥାନାନ୍ତର । ଏ ପର୍ଯ୍ୟନ୍ତ ଆହତଙ୍କ ପରିଚୟ ମିଳିପାରିନାହିଁ ।

ରାୟଗଡ଼ା ଓ କନ୍ଧମାଳ ସୀମାନ୍ତରେ ମାଓ କ୍ୟାମ୍ପ ଠାବ

ଗୁଣୁପୁର: ରାୟଗଡ଼ା ଓ କନ୍ଧମାଳ ସୀମାନ୍ତ ଅଞ୍ଚଳରେ ଏକ ମାଓ କ୍ୟାମ୍ପ ଠାବ କରାଯାଇଛି । ସିଆରପିଏଫ ଯବାନଙ୍କ ପକ୍ଷରୁ କୁମ୍ବିଂ ଚାଲିଥିବା ବେଳେ ଏହି କ୍ୟାମ୍ପ ଠାବ ହୋଇଥିଲା । ୯ଟି ବନ୍ଧୁକ, ଜିଲୋଟିନ ଷ୍ଟିକ, ୧୫ଟି ଡିଟୋନେଟର ଏବଂ ଟିଫିନ ବକ୍ସ ଜବତ ହୋଇଛି ।

ମାଓ ସାମଗ୍ରୀ ମିଳିବା ପରେ କମ୍ବିଂ ଅପରେସନ ଜୋରଦାର କରାଯାଇଛି । ସିଆରପିଏଫ ଯବାନଙ୍କ ସର୍ଚ୍ଚ ଅପରେସନ ବେଳେ ମାଓବାଦୀ ମାନେ ଛତ୍ରଭଙ୍ଗ ଦେଇଥିବା ସନ୍ଦେହ କରାଯାଉଛି ।

ହିଞ୍ଜିଳିକାଟୁରେ ପଥୋତ୍ସବ: ସହରର ମୁଖ୍ୟ ରାସ୍ତା ହୋଇପଡ଼ିଛି ଚଳଚଞ୍ଚଳ

ବ୍ରହ୍ମପୁର: ଗଞ୍ଜାମରେ ପଥପ୍ରାନ୍ତ ମହୋତ୍ସବ । ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିକାଟୁରେ ପଥୋତ୍ସବର ଆୟୋଜନ କରାଯାଇଛି ।

ସହରରମୁଖ୍ୟ ରାସ୍ତା ହୋଇପଡ଼ିଛି ଚଳଚଞ୍ଚଳ । ଏହି ଅବସରରେ ବାଲୁକାକଳାଠୁ ଆରମ୍ଭ କରି ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ।

ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କସହ ବହୁ ବରିଷ୍ଠ ଅଧିକାରୀ ଏହି ମହୋତ୍ସବରେ ସାମିଲ ହୋଇଛନ୍ତି ।

ଦୋଷୀଙ୍କ ପାଖରୁ ଘୁଞ୍ଚୁଛି ଫାଶୀ ଖୁଣ୍ଟ

ନୂଆଦିଲ୍ଲୀ: ତାରିଖ ପରେ ତାରିଖ । ନିର୍ଭୟା ଦୋଷୀଙ୍କ ପାଖରୁ ଫାଶୀ ଖୁଣ୍ଟ ଘୁଞ୍ଚି ଘୁଞ୍ଚି ଯାଉଛି । କେବେ ୪ ସୈତାନ ଫାଶୀରେ ଝୁଲିବେ ତାହା ଏବେ ଅନିଶ୍ଚିତତା ଘେରରେ । ଏପଟେ ଏହି ମାମଲାରେ ଆଜି ଦିଲ୍ଲୀ ହାଇକୋର୍ଟ ଶୁଣାଣି କରିବେ । ଏନେଇ ୪ ଦୋଷୀଙ୍କ ନିକଟକୁ ନୋଟିସ ପଠାଯାଇଛି । ଫେବ୍ରୁଆରୀ ୧ରେ ଫାଶୀ ହେବାର ଥିଲେ ମଧ୍ୟ ରୋକ୍‌ ଲଗାଇଥିଲେ ପଟିଆଲା ହାଉସ କୋର୍ଟ । ତେବେ ଫାଶୀ ପାଇଁ କୋର୍ଟ ନୂଆ ତାରିଖ ଧାର୍ଯ୍ୟ ହୋଇନାହିଁ ।

ପଟିଆଲା ହାଉସ କୋର୍ଟ ଫାଶୀ ଉପରେ ରୋକ ଲଗାଇବାପରେ ଗଟକାଲି କେନ୍ଦ୍ର ହାଇକୋର୍ଟର ଦ୍ୱାରସ୍ତ ହୋଇଥିଲା । ଏହି ଅତି ଆବଶ୍ୟକ ଶୁଣାଣି ପାଇଁ ଅଦାଲତର ସମୟ ସରିଥିଲେ ମଧ୍ୟ ୫ଟା ସମୟରେ ଏହାର ଶୁଣାଣି କରାଯାଇଥିଲା । ନାୟମୂର୍ତ୍ତି ସୁରେଶ କୈଥ ୪ ଦୋଷୀ, ମହାନିର୍ଦ୍ଦେଶକ ତିହାଡ ଏବଂ ଜେଲର ପ୍ରଶାସନକୁ ନୋଟିସ ଜାରି କରି ତାଙ୍କୁ ଜବାବ ମାଗିଛନ୍ତି । ତେବେ ଏନେଇ ଆଜି ମଧ୍ୟ ମାମଲାର ଶୁଣାଣି ହେବ ।

ପୂର୍ବରୁ ଦୋଷୀ ପବନ ଗୁପ୍ତା, ବିନୟ ଶର୍ମା ଓ ଅକ୍ଷୟ କୁମାର ପକ୍ଷରୁ ଲଢ଼ୁଥିବା ଆଇନଜୀବୀ ଏ. ପି. ସିଂ ଫାଶୀ ଉପରେ ଅନିଶ୍ଚିତ କାଳ ପର୍ଯ୍ୟନ୍ତ ରୋକ ଲଗାଇବାକୁ ଅନୁରୋଧ କରିଥିଲେ । ତିହାର ଜେଲ ପକ୍ଷରୁ ଏହାକୁ ବିରୋଧ କରାଯାଇଥିଲା । ସେପଟେ ଫାଶୀ ଟଳିବା ପରେ କାନ୍ଦିଥିଲେ ନିର୍ଭୟାଙ୍କ ମାଆ । ସେ ଅଭିଯୋଗ କରିଛନ୍ତି, ଦୋଷୀଙ୍କ ଓକିଲ ଏ.ପି ସିଂ ତାଙ୍କୁ ଚ୍ୟାଲେଞ୍ଜ କରିଛନ୍ତି ଯେ, ଦୋଷୀଙ୍କୁ କେବେବି ଫାଶୀ ହେବନି । ଏଥିପାଇଁ ସେ ଆଇନ କାନୁନକୁ ଦୋଷ ଦେଇଛନ୍ତି ।

କାୟା ବିସ୍ତାର କରୁଛି କରୋନା ଭାଇରସ

ଦିନକୁ ଦିନ ଭୟଙ୍କର ହେବାରେ ଲାଗୁଛି କରୋନା ଭାଇରସ । କରୋନା ଭାଇରସ ଯୋଗୁଁ ଚୀନରେ ଏଯାଏଁ ୩୦୪ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । କେବଳ ସେତିକି ନୁହେଁ  ଏହି ଭୟଙ୍କର ରୋଗରେ ୧୪ ହଜାରରୁ ଅଧିକ ଲୋକ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି ।

ବିଶ୍ୱର ୧୮ଟି ଦେଶକୁ କରୋନା ଭାଇରସ ବ୍ୟାପିଥିବା ଜଣାପଡ଼ିଛି । ଚୀନରେ ରହୁଥିବା ବିଦେଶୀ ନାଗରିକ ଓ ଛାତ୍ରମାନେ ସ୍ୱଦେଶକୁ ଫେରୁଛନ୍ତି । ଏହି ରୋଗର ନିରାକରଣ ପାଇଁ ଯଥା ସମ୍ଭବ ପ୍ରୟାସ କରାଯାଉଛି । ଅନ୍ୟପକ୍ଷରେ ଭାରତ, ଆମେରିକା, ଜାପାନ, ଋଷିଆ, ପାକିସ୍ତାନ, ନେପାଳ, ବ୍ରିଟେନ ଆଦି ଦେଶଗୁଡ଼ିକ ଚୀନକୁ ବିମାନ ଉଡ଼ାଇବା କିଛି ଦିନ ପାଇଁ କଟକଣା ଜାରି କରିଛନ୍ତି ।

ନୂଆଦିଲ୍ଲୀ: ଡିଫେନ୍ସ ପେନସନ ବଜେଟରେ ଅଭିବୃଦ୍ଧି । ପେନସନ ପାଇଁ ୧.୩୩ ଲକ୍ଷ କୋଟି ବ୍ୟୟ ବରାଦ । ଗତବର୍ଷ ମିଳିଥିଲା ୧.୧୭ ଲକ୍ଷ କୋଟି । ପ୍ରତିରକ୍ଷା ବିଭାଗ ପାଇଁ ହୋଇଥିବା ବର୍ଦ୍ଧିତ ବ୍ୟୟବରାଦ ଠାରୁ ଏହା ଅଧିକ ।

ଡିଜିଟାଲ ଯୁଗରେ ଡିଜିଟାଲ ବାବାଙ୍କର ଧର୍ମ ପ୍ରଚାର

ଭୁବନେଶ୍ୱର: ଖଣ୍ଡଗିରି କୁମ୍ଭ ମେଳାରେ ଡିଜିଟାଲ ବାବା । ହ୍ୱାଟ୍‌ସ ଆପ୍‌ ଓ ଫେସବୁକ ମାଧ୍ୟମରେ କରୁଛନ୍ତି ଧର୍ମ ପ୍ରଚାର ।  ଦେହ ସାରା ବିଭୂତି ବୋଳୁଛନ୍ତି ସତ କିନ୍ତୁ କହୁଛନ୍ତି  ହାଇ ଫାଇ କଥା ।  ସୋସିଆଲ ମିଡିଆରେ ବେଶ ସକ୍ରିୟ ଏହି ନାଗା ବାବା ।

ଫୁଙ୍ଗୁଳା ଦେହ, ଆଉ ଦେହ ସାରା ବିଭୂତି । ବେକରେ ରୁଦ୍ରାକ୍ଷ ମାଳି ସାଙ୍ଗକୁ ଫୁଲ ମାଳ । ଆଉ ହାତରେ ମୟୁର ଚୂଳ । ଏହି ବେଶ ଭୁଷା ଦେଖି ଆପଣ ବୁଝିସାରିଥିବେ ଯେ ୟେ ନାଗା ବାବା । ଯିଏ ଯାଉଛି ମୁଣ୍ଡିଆ ମାରୁଛି, ଆଉ ପାଉଛି ବିଭୂତି, ତା ସାଙ୍ଗକୁ ଧର୍ମ ବାଣୀ ।

କିନ୍ତୁ ଏ ନାଗା ବାବା ଅନ୍ୟ ବାବାଙ୍କ ଠାରୁ ଟିକେ ଅଲଗା । ସାଥିରେ ଧରିଥିବା ପୁଟୁଳିରେ ସ୍ମାର୍ଟ ଫୋନ୍‌। ହ୍ଵାଟ୍‌ସ ଆପ ଓ ଫେସ୍‌ବୁକ ତାଙ୍କର ପ୍ରିୟ ସୋସିଆଲ ମିଡିଆ । ଧର୍ମ ଚର୍ଚ୍ଚା ହେଉ ଅବା ଆଧ୍ୟାତ୍ମିକ ଭିଡିଓ ସେସବୁକୁ ହ୍ଵାଟ୍‌ସ ଆପ ଜରିଆରେ ସେୟାର କରନ୍ତି ବାବା ।

ସେଲ୍‌ଫି ନେବାରେ ବି ବାବା ବେଶ ଓସ୍ତାଦ । ସେଲ୍‌ଫି ପୋଜ ହେଉ ଅବା ସେଲ୍‌ଫି ଭିଡିଓ ନେବାକୁ କେବେବି ଭୁଲନ୍ତି ନାହିଁ ।  ଧର୍ମ ପ୍ରଚାର ବେଳେ ବି ଅନ ଥାଏ ତାଙ୍କ କ୍ୟାମେରାର ସଲ୍‌ଫି ମୋଡ । ହର ହର ମହାଦେବ କହୁଥାନ୍ତି ଆଉ ସୁଟ କରୁଥାନ୍ତି ଭିଡିଓ ।  ସେ କହନ୍ତି ଯୁଗ ସହ ଏମିତି ହିଁ ଚଳିବାକୁ ହେବ ।

ଖଣ୍ଡଗିରି  କୁମ୍ଭ ମେଳାରେ ଧର୍ମପ୍ରଚାର କରିବାକୁ ଆସିଛନ୍ତି ନାଗା ବାବା ।  ସନାତନ ଧର୍ମର ସୁରକ୍ଷା ପାଇଁ କରୁଛନ୍ତି ପ୍ରଚାର ତାହା ପୁଣି ଡିଜିଟାଲ ମିଡିଆରେ ।