spot_img
Home Blog Page 7279

ବଢୁଛି କରୋନା ସଂକ୍ରମଣ…ଦେଶରେ ଶହେ ଟପିଲା ଡେଥ୍‌ ଟୋଲ…୪ ହଜାରରୁ ଅଧିକ ସଂକ୍ରମିତ, ମହାରାଷ୍ଟ୍ରରେ ସର୍ବାଧିକ…

ବଢୁଛି କରୋନା ସଂକ୍ରମଣ…ଦେଶରେ ଶହେ ଟପିଲା ଡେଥ୍‌ ଟୋଲ…୪ ହଜାରରୁ ଅଧିକ ସଂକ୍ରମିତ, ମହାରାଷ୍ଟ୍ରରେ ସର୍ବାଧିକ…ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସୁଛି କେନ୍ଦ୍ର ମନ୍ତ୍ରିପରିଷଦ ବୈଠକ…

ଦେଶର କିଛି ଅଂଚଳରେ ତୃତୀୟ ଷ୍ଟେଜରେ କରୋନା ସଂକ୍ରମଣ, ମୃତକଙ୍କ ସଂଖ୍ୟା ହେଲା ୧୦୯

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଗୋଟିଏ ଖରାପ ଖବର ସାମ୍ନାକୁ ଆସିଛି । କୁହାଯାଉଛି ଯେ, କରୋନା ଭାରତର କିଛି ଅଂଚଳରେ ତୃତୀୟ ଷ୍ଟେଜରେ ପହଂଚିଛି ।  ଏକ ଜାତୀୟ ନ୍ୟୁଜ୍ ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରରେ ଦିଲ୍ଲୀ ଏମ୍ସ ନିର୍ଦ୍ଦେଶକ ରଣଦିପ ଗୁଲେରିଆ ଏହା କହିଛନ୍ତି । ଗୁଲେରିଆ କହିଛନ୍ତି ଯେ, ଅନେକ ଅଂଚଳରେ କରୋନାର କମ୍ୟୁନିଟି ସଂକ୍ରମଣ ହୋଇଛି । ସେ କହିଛନ୍ତି ଯେ, ପୁରା ଦେଶରେ କରୋନା ଦ୍ୱିତୀୟ ଓ ତୃତୀୟ ଷ୍ଟେଜ ମଧ୍ୟରେ ରହିଛି ।

ଗୁଲେରିଆଙ୍କ ଅନୁସାରେ ଦେଶର କିଛି ଭାଗରେ କରୋନା ମାମଲାରେ ଅଚାନକ ବୃଦ୍ଧି ଆସିଛି ଓ କିଛି ଅଂଚଳରେ ସ୍ଥାନୀୟ କମ୍ୟୁନିଟି ସ୍ପ୍ରେଡ୍ ହେଉଛି । ମୁମ୍ବାଇରେ ଏହା ଷ୍ଟେଜ୍ ୨ ଓ ୩ ମଧ୍ୟରେ ରହିଛି । ତେବେ ଭାରତର ଅଧିକାଂଶ ଅଂଚଳରେ ଏହା ଷ୍ଟେଜ୍-୨ରେ ଅଛି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, କିଛି କିଛି ହଟସ୍ପଟରେ କମ୍ୟୁନିଟି ସ୍ପ୍ରେଡ୍ ହେଉଛି । ସେଠାରେ ଯଦି ସ୍ଥିତିକୁ ନିୟନ୍ତ୍ରଣାଧିନ କରାଯାଇ ପାରୁଛି ତେବେ ଚିନ୍ତାର କୌଣସି କାରଣ ନାହିଁ । ପ୍ରାରମ୍ଭିକ କମ୍ୟୁନିଟି ସ୍ପ୍ରେଡ୍ କିଛି ଅଂଚଳରେ ହେଉଛି । ତେଣୁ ଏବେ ଆମକୁ ଅଧିକ ସତର୍କ ରହିବାକୁ ପଡିବ । ତବଲିଗି ଜମାତ ପାଇଁ ହିଁ କରୋନା ସଂକ୍ରମଣ ମାମଲାରେ ବୃଦ୍ଧି ହୋଇଛି ବୋଲି ସେ କହିଛନ୍ତି ।

ତବଲିଗି ଜମାତ ପଟୁ ଥିବା ବିପଦ ବାବଦରେ ସେ କହିଛନ୍ତି ଯେ, ଏହି ବ୍ୟକ୍ତିମାନଙ୍କୁ ଖୋଜି ବାହାର କରିବା ନିହାତି ଜରୁରୀ । ସେମାନେ ଯେଉଁ ଯେଉଁ ଅଂଚଳକୁ ଯାଇଛନ୍ତି ସେ ସବୁ ଅଂଚଳର ଯେଉଂମାନଙ୍କ ସଂପର୍କରେ ଆସିଛନ୍ତି ସେମାନଙ୍କୁ ଖୋଜି ତୁରନ୍ତ କ୍ୱାରେଣ୍ଟାଇନରେ ରଖିବା ଆବଶ୍ୟକ  ।

ଏହାଭିତରେ ଦେଶେ କରୋନା କାରଣରୁ ୧୦୦ରୁ ଅଧିକ ପ୍ରାଣ ହରାଇଲେଣି ।

ବମିଖାଲର ସମସ୍ତ ଆକ୍ରାନ୍ତ ଗୋଟିଏ ପରିବାରର…ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ବିଟ୍‌, ଭୁବନେଶ୍ବରରେ ୩୦ଟି କରୋନା ଆକ୍ଟିଭ୍‌ କେସ

ବମିଖାଲର ସମସ୍ତ ଆକ୍ରାନ୍ତ ଗୋଟିଏ ପରିବାରର…ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ବିଟ୍‌…ଭୁବନେଶ୍ବରରେ ୩୦ଟି କରୋନା ଆକ୍ଟିଭ୍‌ କେସ…ଅଧିକାଂଶଙ୍କର ସୂର୍ଯ୍ୟନଗର ଓ ବମିଖାଲ ଆକ୍ରାନ୍ତଙ୍କ ସହ ରହିଛି ଲିଙ୍କ…

କରୋନାଭାଇରସ୍ ଆତଙ୍କ : ଦେଶରେ ୩୫୭୭ ସଂକ୍ରମିତ, ୮୩ ଜଣଙ୍କର ମୃତ୍ୟୁ

ନୂଆଦିଲ୍ଲୀ: ଦେଶରେ କରୋନାଭାଇରସ୍ ବିସ୍ତାର ଜାରି ରହିଛି। ଏବେ ସୁଦ୍ଧା ଭାରତରେ କରୋନାଭାଇରସ ଯୋଗୁଁ ୮୩ ଜଣଙ୍କର ମୃତ୍ୟୁ ହୋଟିଛି ଏବଂ ୩୫୭୭ ଜଣ  ସଂକ୍ରମଣର ଶିକାର ହୋଇଛନ୍ତି। ଏଥିମଧ୍ୟରୁ ଏବେ ୩୨୧୯ ଜଣଙ୍କଠାରେ ଭାଇରସ  ସକ୍ରିୟ ଅଛି ।  ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୫୦୫ ନୂଆ ରୋଗୀ ଚିହ୍ନଟ ହୋଇଥିବା ବେଳେ  ଏହି ରୋଗରୁ ସୁସ୍ଥ ହୋଇ ଘରକୁ ଫେରିବା ରୋଗୀଙ୍କ ସଂଖ୍ୟା ୨୭୫ ରହିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ,  ଦେଶର ୨୯ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ କରୋନା ବ୍ୟାପିଛି । ଏପର୍ଯ୍ୟନ୍ତ ୩୫୭୭ଟି ମାମଲା ସାମ୍ନାକୁ ଆସିଛି। ଏଥିମଧ୍ୟରେ ୬୫ ଜଣ ବିଦେଶୀ ରୋଗୀ ଅଛନ୍ତି।

ମହାରାଷ୍ଟ୍ରରେ ସର୍ବାଧିକ ୪୯୦ ଜଣ କରୋନା ସଂକ୍ରମିତ ହୋଇଛନ୍ତି ଏବଂ ୨୪ ଜଣଙ୍କର ମୃତ୍ୟୁ ହୋଇଛି। ତାମିଲନାଡୁରେ ୪୮୫ ଜଣ ସଂକ୍ରମିତ ହୋଇଛନ୍ତି ଏବଂ ତିନି ଜଣଙ୍କ ମୃତ୍ୟୁ ହୋଇଛି । ତାମିଲନାଡୁ ଏବେ ଦ୍ବିତୀୟ ସ୍ଥାନରେ ରହିଛି । ଏହା ପରେ ଦିଲ୍ଲୀରେ ସର୍ବାଧିକ ୪୪୫ ଲୋକେ ସଂକ୍ରମିତ ହୋଇଛନ୍ତି ଏବଂ ୬ଜଣଙ୍କର ମୃତ୍ୟୁ ହୋଇଛି। କେରଳରେ ୩୦୬ ଜଣ ସଂକ୍ରମିତ ହୋଇଛନ୍ତି ଏବଂ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ରାଜସ୍ଥାନରେ ୨୦୦ ଲୋକେ ସଂକ୍ରମିତ ହୋଇଛନ୍ତି । ଉତ୍ତରପ୍ରଦେଶରେ୨୨୭ ଲୋକେ ସଂକ୍ରମିତ ହୋଇଛନ୍ତି।

ଆନ୍ଧ୍ରପ୍ରଦେଶରେ ୧୬୧ ଜଣ ଏବଂ କର୍ଣ୍ଣାଟକରେ ୧୪୪ ଜଣ ସଂକ୍ରମିତ ହୋଇଛନ୍ତି ଏବଂ ୫ ଜଣଙ୍କର ମୃତ୍ୟୁ ହୋଇଛି। ତେଲେଙ୍ଗାନାରେ ୨୬୯ , ମଧ୍ୟପ୍ରଦେଶରେ ୧୦୪ ଏବଂ ଗୁଜରାଟରେ ୧୦୫ ଜଣ ସଂକ୍ରମିତ ହୋଇଛନ୍ତି । ଏହା ସହ ପଞ୍ଜାବରେ ପାଞ୍ଚ ଜଣ, ପଶ୍ଚିମବଙ୍ଗରେ ତିନିଜଣ, କେରଳ, ଜାମ୍ମୁ କାଶ୍ମୀର ଏବଂ ଉତ୍ତରପ୍ରଦେଶରେ ଦୁଇଜଣ ସଂକ୍ରମିତ ହୋଇଛନ୍ତି । ବିହାର ଏବଂ ହିମାଚଳ ପ୍ରଦେଶରେ ଦୁଇଜଣଙ୍କର ମୃତ୍ୟୁ ହୋଇଛି।

ଆର୍ଥିକ ଚିନ୍ତାରୁ ମୁକ୍ତି ପାଇବେ…ସମାଜ କଲ୍ୟାଣ କାର୍ଯ୍ୟରେ ସମୟ କଟିବ

ଏପ୍ରିଲ୍‌ ୬, ୨୦୨୦, ମୀନ ୨୪ ଦିନ

୧୯୪୧ ଶକାଦ୍ଦ,୧୪୨୭ ସାଲ୍‌,୨୦୭୭ ସମ୍ବତ୍‌

ଚୈତ୍ର ମାସ,ଶୁକ୍ଳପକ୍ଷ,ଚତୁର୍ଦ୍ଦଶୀ ତିଥି,ସୋମବାର

ଉତ୍ତର ଫାଲଗୁନୀ ନକ୍ଷତ୍ର,କନ୍ୟା ରାଶିରେ ଚନ୍ଦ୍ର ଅବସ୍ଥାନ କରିଛନ୍ତି

ଯୋଗିନୀ ରହିବେ ପଶ୍ଚିମ ଦିଗରେ, ତେଣୁ ପଶ୍ଚିମ ଦିଗକୁ ଯାତ୍ରା ନିଷେଧ

ଘାତଚନ୍ଦ୍ର – ବୃଷ ରାଶି ପୁରୁଷ ଏବଂ ଧନୁ ରାଶି ମହିଳା

ଘାତବାର- ମିଥୁନ ରାଶିର ବ୍ୟକ୍ତିମାନଙ୍କ ପାଇଁ

ଶୁଭ ସମୟ- ସକାଳ ୯ଟା ଠାରୁ  ଦିନ ୧୦ଟା ୩୦

ଦିନ ୧ଟା ଠାରୁ ଦିନ ୩ଟା ପର୍ଯ୍ୟନ୍ତ

ଅଶୁଭ ସମୟ- ସକାଳ ୭ଟା ୩୦ ରୁ ସକାଳ ୯ଟା ପର୍ଯ୍ୟନ୍ତ

ଆଜି ବିରି ଖାଇବା ମନା

ମେଷ ରାଶି

ଅଶ୍ବିନୀ- ଆର୍ଥିକ ଚିନ୍ତାରୁ ମୁକ୍ତି ପାଇବେ, ବନ୍ଧୁଙ୍କର ସହଯୋଗ ମିଳିବ

ଦ୍ବିଜା- ଅର୍ଥକୁ ନେଇ ଚିନ୍ତାରେ ରହିବେ

କୃତ୍ତିକା- ପରିବାର ସହିତ ସମୟ କଟିବ

ହନୁମାନ ଚାଳିଶା ପାଠ କରନ୍ତୁ

ବୃଷ ରାଶି

କତ୍ତିକା-ପଡୋଶୀଙ୍କ ସାହାଯ୍ୟ ସହଯୋଗ ପାଇବେ

ରୋହିଣୀ- ଅଧିକ ଖର୍ଚ୍ଚ ହୋଇପାରେ, ସତର୍କ ରୁହନ୍ତୁ

ମୃଗଶିରା- ସୁଖଶାନ୍ତିରେ ସମୟ କାଟିବେ

ଅସହାୟ ବ୍ୟକ୍ତିଙ୍କୁ ଖାଇବାକୁ ଦିଅନ୍ତୁ

ମିଥୁନ ରାଶି

ମୃଗଶିରା- ଶରୀର ପ୍ରତି ଧ୍ୟାନ ଦେଇ କାର୍ଯ୍ୟ କରନ୍ତୁ

ଆର୍ଦ୍ରା- ଆକସ୍ମିକ ଭାବରେ ଅର୍ଥ ଖର୍ଚ୍ଚ ହେବ

ପୁନର୍ବସୁ- ସମାଜ କଲ୍ୟାଣ କାର୍ଯ୍ୟରେ ସମୟ କଟିବ

ମହାଦେବଙ୍କୁ ଦର୍ଶନ କରନ୍ତୁ

କର୍କଟ ରାଶି

ପୁନର୍ବସୁ- ଧର୍ଯ୍ୟର ସହ କାର୍ଯ୍ୟ କରନ୍ତୁ, ସବୁ ଠିକ୍‌ ହୋଇଯିବ

ପୁଷ୍ୟ।-ନିଜର ଭୁଲ୍‌ ପାଇଁ ଅପମାନିତ ହେବେ, ଜଗିରଖି ଚଳନ୍ତୁ

ଅଶ୍ଳେଷା- ପାରିବାରିକ ଶାନ୍ତି ମନକୁ ସୁଦୃଢ କରିବ

ଗରିବ ଅସହାୟଙ୍କୁ ଜଳଦାନ କରନ୍ତୁ

ସିଂହ ରାଶି

ମଘା- ଅନ୍ୟକୁ ସାହାଯ୍ୟ ସହଯୋଗ କରନ୍ତୁ, ମନରେ ଶାନ୍ତି ପାଇବେ

ପୂର୍ବାଫାଲଗୁନି-ନିଜର ସ୍ବାର୍ଥ ପାଇଁ ମିଛ କୁହନ୍ତୁ ନାହିଁ

ଉତ୍ତରଫାଲଗୁନି-ଶରୀର ଓ ମନ ଆଜି ସୁସ୍ଥ ରହିବ

ଆଜି ପଶୁପକ୍ଷୀଙ୍କୁ ଖାଦ୍ୟ ଦାନ କରନ୍ତୁ ମଙ୍ଗଳ ହେବ

କନ୍ୟା ରାଶି

ଉତ୍ତରାଫାଲଗୁନି-ସମୃସ୍ତ ଦିଗରୁ ଦିନଟି ଭଲରେ କଟିବ

ହସ୍ତା-ଶରୀର ପ୍ରତି ବିପଦ ରହିଛି, ସତର୍କ ରୁହନ୍ତୁ

ଚିତ୍ରା- ଭଲ କାର୍ଯ୍ୟରେ ସମୟ କଟିବ

ଓଁ ନମଃ ଶିବାୟ ମନ୍ତ୍ରକୁ ଜପ କରନ୍ତୁ

ତୁଳା ରାଶି

ଚିତ୍ରା-ଆର୍ଥିକ ଲାଭର ଯୋଗ ରହିଛି

ସ୍ବାତୀ- ପରିବାର ସହିତ ସୁଖଶାନ୍ତିରେ ସମୟ କଟିବ

ବିଶାଖା-ଧାର୍ମିକ ପରିବେଶରେ ଯୋଗ ଦେବେ

ଗୁରୁଜନଙ୍କର କଥା ମାନି ଚଳନ୍ତୁ

ବିଛା ରାଶି

ବିଶାଖା- ପରୋପକାରୀ କାର୍ଯ୍ୟରେ ସମୟ କଟିବ

ଅନୁରାଧା- ମାନସିକ ଚାପ ମଧ୍ୟରେ ଦିନଟି ବିତାଇବେ

ଜ୍ୟୋଷ୍ଠା- କୈାଣସି ଅର୍ଥ ସମସ୍ୟା ରହିଥିଲେ ତାହା ଆଜି ଦୁର ହେବ

ବୁଲା କୁକୁରକୁ ଖାଦ୍ୟ ଦାନ କରନ୍ତୁ

ଧନୁ ରାଶି

ମୂଳା- ବନ୍ଧୁଙ୍କ ଠାରୁ ସହଯୋଗ,ସାହାଯ୍ୟ ପାଇବେ

ପୂର୍ବାଷାଢା- ଧନହାନୀ,ମନସ୍ତାପ ମଧ୍ୟରେ ଦିନଟି ଅତିବାହିତ ହେବ

ଉତ୍ତରାଷାଢା- ଧର୍ଯ୍ୟ ରଖି କାର୍ଯ୍ୟ କରି ଚାଲନ୍ତୁ

ହନୁମାନ ଚାଳିଶା ପାଠ କରନ୍ତୁ

ମକର ରାଶି

ଉତ୍ତରାଷାଢା- ମାନସିକ ଶାନ୍ତି ରହିବ

ଶ୍ରବଣା- ମାନସିକ ଚାପ ମୃଧ୍ୟରେ ସମୟ କଟିବ

ଧନିଷ୍ଠା-ନିଜ କଥା ଉପରେ ନିୟନ୍ତ୍ରଣ ରଖନ୍ତୁ

ଈଶ୍ବରଙ୍କୁ ଧ୍ୟାନ କରନ୍ତୁ

କୁମ୍ଭ ରାଶି

ଧନିଷ୍ଠା- ଶରୀର ପ୍ରତି ବିପଦ ରହିଛି, ଜଗିରଖି ଚଳନ୍ତୁ

ଶତଭିଷା-ଯେତେ କମ୍‌ କଥା କହିବେ ସେତେ ଭଲ

ପୂର୍ବଭାଦ୍ର- ପରିବାରରେ ଶାନ୍ତି ବଜାୟ ରଖନ୍ତୁ

ମୃହାଦେବଙ୍କ ମନ୍ତ୍ର ପାଠ କରନ୍ତୁ

ମୀନ ରାଶି

ପୂର୍ବଭାଦ୍ର- କାର୍ଯ୍ୟରେ ସଫଳତା ପାଇବେ

ଉତ୍ତରଭାଦ୍ର- ଦିନଟିକୁ ଜଗିରଖି ଚଳନ୍ତୁ

ରେବତୀ- ଧାର୍ମିକ ପରିବେଶ ମଧ୍ୟରେ ସମୟ କାଟିବେ

ପ୍ରଭୁଙ୍କର ଧ୍ୟାନ କରନ୍ତୁ

 

ଜ୍ୟୋତିର୍ବିଦ ଶ୍ୟାମ ସୁନ୍ଦର ବାଗ୍‌

ଲକଡାଉନ ସମୟରେ ସାରା ଅଲ୍ଲୀ ପୋଷ୍ଟ କଲେ ଏହି ମେସେଜ, କବିତା ହେଲା ଭାଇରାଲ..

ଦେଶରେ ଲକଡାଉନ ଚାଲିଥିବାରୁ ଅଧିକାଂଶ ଲୋକ ନିଜ ଘରେ ତାଲା ପକାଇ ଦେଇଛନ୍ତି। ଏହି ସମୟରେ, ଅନେକ ବଲିଉଡ ତାରକା ଘରେ ଆକର୍ଷଣୀୟ କାର୍ଯ୍ୟ କାରବାରେ ବ୍ୟସ୍ତ ଅଛନ୍ତି ଏବଂ ସୋସିଆଲ ମିଡିଆରେ ସେୟାର କରୁଛନ୍ତି । ଅନେକ ସେଲେବ୍ରିଟି ଅଛନ୍ତି ଯେଉଁମାନେ ସେମାନଙ୍କର ଦକ୍ଷତା ଏବଂ ହବି ରିହରସଲ କରୁଛନ୍ତି । ତେବେ ନିକଟରେ ଅଭିନେତ୍ରୀ ସାରା ଅଲୀ ଖାନ ମଧ୍ୟ ନିଜର ଏକ ପୋଷ୍ଟ ସେୟାର କରିଛନ୍ତି। ବିଶେଷ କଥା ହେଉଛି ଯେ, ସେ ଏଥିରେ ସେ ଏକ ମଜାଳିଆ କବିତା ମଧ୍ୟ ସେୟାର କରିଛନ୍ତି ।

ସାରାଙ୍କ ଏହି କବିତା ପ୍ରଶଂସକଙ୍କ ମଧ୍ୟରେ ବହୁତ ଭାଇରାଲ ହେବାରେ ଲାଗିଛି। ସେ ଏହି କବିତା ମାଧ୍ୟମରେ କହିଛନ୍ତି ଯେ, ସେ ଅଣ୍ଡା ତରକାରୀକୁ ବହୁତ ଭଲ ପାଆନ୍ତି ଏବଂ ଘରେ ରହିବା କାରଣରୁ ସେ ସୂର୍ଯ୍ୟ, ପ୍ରକୃତି ଏବଂ ଆଉଟିଙ୍ଗ କୁ ବହୁତ ମିସ କରୁଛନ୍ତି। ସେ ପ୍ରଶଂସକମାନଙ୍କୁ ଏକ ବିଶେଷ ବାର୍ତ୍ତା ମଧ୍ୟ ଦେଇଛନ୍ତି ଯେ କରୋନା ଜୀବାଣୁ ମହାମାରୀ ହେତୁ ସମସ୍ତେ ଘରେ ସମୟ ବିତାଇବା ଉଚିତ୍।

https://www.instagram.com/p/B-j1-1-pRpj/?utm_source=ig_embed

କିଛି ଦିନ ତଳେ ସାରାଙ୍କ ଫିଲ୍ମ ଲଭ ଆଜ କଲର ପାର୍ଟ ୨ ରିଲିଜ ହୋଇଥିଲା ଯାହା ବକ୍ସ ଅଫିସରେ କିଛି ଖାସ ହିଟ ହୋଇନଥିଲା । ଲୋକେ କିନ୍ତ ଏହି ଫିଲ୍ମଠୁ ବହୁତ ଆଶା କରିଥିଲେ ।ବର୍ତ୍ତମାନ ତାଙ୍କ ଫିଲ୍ମ କୁଲି ନଂ ୱାନ ବିଷୟରେ ଆଲୋଚନା ଚାଲିଛି । ଏହି ଚଳଚ୍ଚିତ୍ରଟି ଗୋବିନ୍ଦା ଏବଂ କରିସ୍ମା ଅଭିନୀତ ଚଳଚ୍ଚିତ୍ର କୁଲି ନଂ ୱାନ ରିମେକ ବୋଲି କୁହାଯାଉଛି । ତାଙ୍କୁ ଏହି ଚଳଚ୍ଚିତ୍ରରେ ବରୁଣ ଧାୱନଙ୍କ ବିପକ୍ଷରେ ଦେଖିବାକୁ ମିଳିବ। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ବରୁଣଙ୍କ ପିତା ଡେଭିଡ ଧାୱନ। ସାରା ଅକ୍ଷୟ କୁମାର ଏବଂ ଧନୁଷଙ୍କ ସହ ଫିଲ୍ମ ‘ଅତରଙ୍ଗି ରେ ମଧ୍ୟ କାମ କରିବେ।

କଠୋର ହେଲା କମିଶନରେଟ୍ ପୋଲିସ, ବଜାରକୁ ନେଇପାରିବେନି ଗାଡ଼ି

ଭୁବନେଶ୍ୱର: ରାଜଧାନୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୨କୁ ବୃଦ୍ଧି ପାଇଛି । ପ୍ରଶାସନ ବାରମ୍ବାର ସାମାଜିକ ଦୂରତ୍ୱ ରକ୍ଷା କରିବାକୁ ଲୋକଙ୍କୁ ପରାମର୍ଶ ଦେଉଛି । ଏଥିସହ ପରିବା, ଗ୍ରୋସରୀ, ମେଡିସିନ୍ ଆଣିବାକୁ ଗଲେ ଚାଲିକରି ଯିବାକୁ କୁହାଯାଉଛି । ଅଧିକାଂଶ ଲୋକ ଏହାକୁ ପାଳନ କରୁନାହାନ୍ତି ।

ଭୁବନେଶ୍ୱର, କଟକ ଓ ଭଦ୍ରକ ଟାଉନ୍‌ରେ ଆଜି ସରିବ ସଟ୍‌ଡାଉନ୍‌: ବଜାର ଯାଇ ଭିଡ଼ ନକରିବାକୁ ଅନୁରୋଧ କଲେ ମୁଖ୍ୟ ଶାସନ ସଚିବ

ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବା ସହ କମିଶନରେଟ୍ ପୋଲିସ ନିୟମ ପାଳନ ନେଇ କଠୋଇ ହୋଇଛି । ମୁଖ୍ୟମନ୍ତ୍ରୀ ମଧ୍ୟ ନିୟମକୁ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ପରିବା, ଗ୍ରୋସରୀ, ମେଡିସିନ୍ ପାଇଁ କେହି ମାର୍କେଟ୍ ଗଲେ ଚାଲିକରି ଯିବାକୁ ପୋଲିସ କହିଛି ।

ଭୁବନେଶ୍ୱର, କଟକ ଓ ଭଦ୍ରକ ଟାଉନ୍‌ରେ ଆଜି ସରିବ ସଟ୍‌ଡାଉନ୍‌: ବଜାର ଯାଇ ଭିଡ଼ ନକରିବାକୁ ଅନୁରୋଧ କଲେ ମୁଖ୍ୟ ଶାସନ ସଚିବ

ମାର୍କେଟରେ କୌଣସି ଗାଡ଼ି ଦେଖିଲେ ପାସ୍ ଥାଉ କିମ୍ବା ନଥାଉ ସିଜ୍ କରାଯିବ ବୋଲି ପୋଲିସ୍ କମିଶନର ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି । କୌଣସି ଜରୁରୀ କାମ ଥିଲେ ଜରୁରୀକାଳୀନ ନମ୍ବର ୧୦୦କୁ ଡାଏଲ କରି ସହାୟତା ନେବାକୁ କହିଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ।

ଆଶ୍ୱାସନା ଦେଲେ ମୁଖ୍ୟମନ୍ତ୍ରୀ କହିଲେ, ନିୟନ୍ତ୍ରଣରେ ରହିଛି ସମ୍ପୃକ୍ତ ଅଞ୍ଚଳ

ଭୁବନେଶ୍ୱର: ଗୋଟିଏ ଦିନରେ ରାଜଧାନୀରୁ ଚିହ୍ନଟ ହୋଇଛନ୍ତି ୧୮ କରୋନା ଆକ୍ରାନ୍ତ । କେବଳ ରାଜଧାନୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୨ରେ ପହଞ୍ଚିଥିବା ବେଳେ ରାଜ୍ୟରେ ୩୯ ଛୁଇଁଛି । ଏଭଳି ପରିସ୍ଥିତିରେ ଲୋଙ୍କୁ ଆଶ୍ୱାସନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କହିଛନ୍ତି ‘ଭୟ କରିବାର କୌଣସି କାରଣ ନାହିଁ । ସମ୍ପୃକ୍ତ ଅଞ୍ଚଳ ସିଲ୍ ହୋଇଛି । ଏବଂ ଆକ୍ରାନ୍ତ ଲିଙ୍କ୍‌ ନେଇ ସୂଚନା ରହିଛି’ । ଲକ୍‌ଡାଉନକୁ ମାନିବା ସହ ଘର ନବାହାରିବାକୁ ଲୋକଙ୍କୁ ଅପିଲ୍‌ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିସହିତ କରୋନା ବିରୋଧୀ ଯୁଦ୍ଧରେ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଭୁବନେଶ୍ୱର, କଟକ ଓ ଭଦ୍ରକ ଟାଉନ୍‌ରେ ଆଜି ସରିବ ସଟ୍‌ଡାଉନ୍‌: ବଜାର ଯାଇ ଭିଡ଼ ନକରିବାକୁ ଅନୁରୋଧ କଲେ ମୁଖ୍ୟ ଶାସନ ସଚିବ

ଏଥିସହିତ ସାମାଜିକ ଦୂରତାକୁ ମାନୁନଥିବା ବ୍ୟକ୍ତିଙ୍କ ବିରୋଧରେ ଜିରୋ ଟଲେରାନ୍ସ ନୀତ ଆପଣାଯିବ । ସାମାଜିକ ଦୂରତାକୁ ମାନୁନଥିବା ବ୍ୟକ୍ତିଙ୍କ ବିରୋଧରେ ଅପରାଧୀ ମାମଲା ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏଭଳି କି ସମ୍ପୃକ୍ତ ଦୋକାନ ଓ ବଜାରକୁ ମଧ୍ୟ ସିଲ୍ କରାଯିବ ।

https://youtu.be/HF8ykGpwrxk

ରାଜଧାନୀରେ ୧୬ ନୂଆ ଆକ୍ରାନ୍ତ ଚିହ୍ନଟ; ବିମାଖାଲ ଆକ୍ରାନ୍ତଙ୍କ ଦ୍ୱାରା ୧୫ ଆକ୍ରାନ୍ତ

ଭୁବନେଶ୍ୱର: ପୁଣି ରାଜଧାନୀବାସୀଙ୍କ ମୁଣ୍ଡ ବ୍ୟାଥା ବଢ଼ାଇଛି କରୋନା ।ରାଜଧାନୀରୁ ଚିହ୍ନଟ ହୋଇଛନ୍ତି ୧୬ ନୂଆ କରୋନା ଆକ୍ରାନ୍ତ  । ଏଥିସହିତ ରାଜଧାନୀ ଭୁବନେଶ୍ୱରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୨ରେ ପହଞ୍ଚିଥିବା ବେଳେ ସମଗ୍ର ରାଜ୍ୟରେ ୩୯ ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା । କେବଳ ଆଜି ମୋଟ ୧୮ ଜଣ କରୋନା ଆକ୍ରାନ୍ତ ରାଜଧାନୀରୁ ଚିହ୍ନଟ ହୋଇଛନ୍ତି । ତେବେ ଏଯାବତ୍‌ ରାଜଧାନୀରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ବାହାର ରାଜ୍ୟର  ଲିଙ୍କ୍‌ ଥିବାରୁ ରାଜ୍ୟରେ ସାମଜିକ ସଂକ୍ରମର ହୋଇନଥିବା ଆଶା କରାଯାଉଛି । ଏଥିସହିତ ଗତ ୩ ତାରିଖ ଠାରୁ ଭୁବନେଶ୍ୱର, କଟକ ଓ ଭଦ୍ରକ ଟାଉନ୍‌ରେ ଲାଗୁ ହୋଇଥିବା ସଟ୍‌ଡାଉନ୍‌କୁ ରବିବାର ରାତି ୮ଟାରେ ଉଠାଇ ଦିଆଯାଇଛି ।

ଭୁବନେଶ୍ୱର, କଟକ ଓ ଭଦ୍ରକ ଟାଉନ୍‌ରେ ଆଜି ସରିବ ସଟ୍‌ଡାଉନ୍‌: ବଜାର ଯାଇ ଭିଡ଼ ନକରିବାକୁ ଅନୁରୋଧ କଲେ ମୁଖ୍ୟ ଶାସନ ସଚିବ

ନୂଆ କରି ଚିହ୍ନଟ ହୋଇଥିବା ୧୬ କରୋନ ପଜିଟିଭ୍‌ଙ୍କ ମଧ୍ୟରୁ ୧୫ ଜଣ ପୂର୍ବରୁ ବମିଖାଲ ଅଞ୍ଚଳରେ ଚିହ୍ନଟ ହୋଇଥିବା ୩ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ । ତେବେ ୩ ଜଣଙ୍କ କରୋନା ଆକ୍ରାନ୍ତ ବମିଖାଲରୁ ଚିହ୍ନଟ ହେବା ପରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସମ୍ପୃକ୍ତ ଅଞ୍ଚଳକୁ ସିଲ୍‌ କରାଯାଇଥିଲା । ଏଣୁ ଏହା ଅନ୍ୟ ଅଞ୍ଚଳକୁ ବ୍ୟାପିବ ନାହିଁ ବୋଲି ଆଶା କରାଯାଉଛି ।

ସେହିଭଳି ଆଜି ଅପରାହ୍ନରେ ୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଜଣେ କପିଳପ୍ରସାଦ ଅଞ୍ଚଳ ହୋଇଥିବାରୁ ସୁନ୍ଦରପଦାର ପ୍ରବେଶ ଓ ପ୍ରସ୍ଥାନ ପଥକୁ ସିଲ୍ କରିଛି ପ୍ରଶାସନ । ଓ୍ୱାର୍ଡ ନମ୍ୱର ୬୪ର ଯଦୁପୁର ଓ ବେଗୁନିଆ ଅଞ୍ଚଳକୁ ମଧ୍ୟ ସିଲ୍ କରାଯାଇଛି । ଅପରାହ୍ନରେ ଚିହ୍ନଟ ହୋଇଥିବା ଅନ୍ୟ ଜଣେ ଆକ୍ରାନ୍ତ ବମିଖାଲ ଅଞ୍ଚଳ, ୨୯ ବର୍ଷିୟ ଯୁବକ । ବମିଖାଲ ଅଞ୍ଚଳକୁ ସିଲ୍ କରାଯାଇ ସମ୍ପୃକ୍ତ ଅଞ୍ଚଳରେ ସ୍ୱାସ୍ଥ୍ୟକର୍ମୀଙ୍କ ଦ୍ୱାରା ଘରକୁ ଘର ବୁଲି ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିବା ବେଳେ ଯୁବକ ଜଣଙ୍କ ଚିହ୍ନଟ ହୋଇଥିଲେ ।

 

https://youtu.be/HF8ykGpwrxk

ଘରକୁ ଘର ବୁଲି ସ୍ୱାସ୍ଥ୍ୟ ପରୀକ୍ଷା କରିବେ ସ୍ୱାସ୍ଥ୍ୟ କର୍ମୀ

ଭୁବନେଶ୍ୱର: ରାଜଧାନୀରୁ ଆଉ ୨ କରୋନା ରୋଗୀ ଚିହ୍ନଟ ହେବ ପରେ ସମ୍ପୃକ୍ତ ଅଞ୍ଚଳାକୁ ସିଲ୍ କରିଛି ଭୁବନେଶ୍ୱର ମହାନଗର ନିଗମ।  ୬୭ ନମ୍ୱର ଓ୍ୱାର୍ଡର କପିଳପ୍ରସାଦ ଅଞ୍ଚଳରୁ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସୁନ୍ଦରପଦାର ପ୍ରବେଶ ଓ ପ୍ରସ୍ଥାନ ପଥକୁ ସିଲ୍ କଲା ପ୍ରଶାସନ । ଏବଂ ଓ୍ୱାର୍ଡ ନମ୍ୱର ୬୪ର ଯଦୁପୁର ଓ ବେଗୁନିଆ ଅଞ୍ଚଳକୁ ମଧ୍ୟ ସିଲ୍ କରାଯାଇଛି ।

ସୁନ୍ଦରପଦା ମ୍ୟୁନସିପାଲଟି ହସ୍ପିଟାଲର କାଳୁଆଶୁଣି ମନ୍ଦିରରୁ ଟାଟା ପ୍ରଜେକ୍ଟ ଯାଏ ସିଲ୍ କରାଯାଇଛି । ସେହିପରି ସରକନ୍ତରା ନୂଆ କଲର୍ଭଟ ଯାଏ ଓ ଟାଟା ପ୍ରୋଜେକ୍ଟରୁ ସରକନ୍ତରା ନୂଆ କଲର୍ଭଟ ଯାଏ ପୂରା ଅଞ୍ଚଳକୁ ସିଲ୍‌ କରାଯାଇଛି । ସେହି ଅଞ୍ଚଳକୁ ସିଲ୍ ସାନିଟାଇଜ୍ କରାଯିବା ପରେ ସ୍ୱାସ୍ଥ୍ୟ କର୍ମୀମାନେ ଘରକୁ ଘର ବୁଲି ସ୍ୱାସ୍ଥ୍ୟ ପରୀକ୍ଷା କରିବେ ।

ସେହିପରି ଓ୍ୱାର୍ଡ ନମ୍ୱର ୬୪ର ଯଦୁପୁର ଓ ବେଗୁନିଆକୁ ସଂକ୍ରମଣ ଜୋନ ଭାବେ ଘୋଷଣା କରାଯାଇଛି । ପାଲାମଣ୍ଡପ ଛକରୁ ଯଦୁପୁର ଗାଁ, ପାଣିଟାଙ୍କିରୁ ଯଦୁପୁର ଗାଁକୁ ସିଲ୍ କରାଯାଇଛି । ସେହିଭଳି ମୁଖ୍ୟ ରାସ୍ତା ଅଟୋ ଷ୍ଟାଣ୍ଡରୁ ଯଦୁପୁର ଗାଁ ଏବଂ ଅମ୍ୱେଦକର ଶିକ୍ଷା କେନ୍ଦ୍ରରୁ ଯଦୁପୁର ଗାଁ ଅଞ୍ଚଳକୁ ସିଲ୍ କରାଯାଇଛି ।

ସୂଚନା ଯୋଗ୍ୟ ଯେ,  ଆଜିର ସାମ୍ୱାଦିକ ସମ୍ମିଳନୀରେ ପଜିଟିଭ୍‌ ରୋଗୀ ଚିହ୍ନଟ ହେବା ପରେ ସମ୍ପୃକ୍ତ ଅଞ୍ଚଳକୁ ସିଲ୍‌ କରାଯିବ ବୋଲି ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ।   ଏଭଳି କରିବା ଦ୍ୱାରା ସମ୍ପୃକ୍ତ ଅଞ୍ଚଳରେ ଭୂତାଣୁର ଉତ୍ପତି ଏବଂ କେଉଁ ମାନେ ସଂକ୍ରମିତ ହୋଇଛନ୍ତି ସେ ସବୁକୁ ଟ୍ରାକିଂ କରାଯାଇପାରିବ ଏବଂ ଅନ୍ୟ ଅଞ୍ଚଳକୁ ବ୍ୟାପିବାରୁ ରୋକାଯାଇପାରିବ ।