spot_img
Home Blog Page 7284

ତଦନ୍ତରେ ଅବହେଳା ଯୋଗୁଁ ନିଲମ୍ବିତ ହେଲେ ଦୁଇ ପୋଲିସ ବାବୁ

ଢେଙ୍କାନାଳ/ଅନୁଗୁଳ: ଦୁଇ ପୋଲିସ ଅଫିସର୍‌ ସସ୍‌ପେଣ୍ଡ । ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା ଅଧିକାରୀ ଏବଂ ଅନୁଗୁଳ ଥାନା ସବ୍‌- ଇନ୍‌ସ୍ପେକ୍ଟରଙ୍କୁ ଚାକିରିରୁ ସସ୍‌ପେଣ୍ଡ କରାଯାଇଛି ।

କାର୍ଯ୍ୟରେ ବିଶୃଙ୍ଖଳା ଅଭିଯୋଗରେ କଙ୍କଡ଼ାହାଡ଼ ଥାନା ଅଧିକାରୀ ପ୍ରମୋଦ କୁମାର ଲେଙ୍କାଙ୍କୁ ପୋଲିସ ଡିଜି ଅଭୟ ସସ୍ପେଣ୍ଡ କରିଛନ୍ତି । ସେହିପରି ଅପରାଧୀ ପ୍ରତି ତଦନ୍ତରେ କୋହଳ ମନୋଭାବ ପୋଷଣ ଅଭିଯୋଗରେ ଅନୁଗୁଳ ଜିଲ୍ଲା ସବ୍‌-ଇନ୍‌ସ୍ପକ୍ଟର ଅରକ୍ଷିତ ସେଠୀଙ୍କୁ ସସ୍‌ପେଣ୍ଡ କରାଯାଇଛି ।

ଲିଙ୍ଗରାଯୋଡ଼ି ଗାଁର ସତ୍ୟଜିତ୍‌ ପ୍ରଧାନଙ୍କୁ ବେଆଇନ ଅସ୍ତ୍ରଶସ୍ତ୍ର ରଖିବା ଅଭିଯୋଗରେ ଗିରଫ କରାଯାଇଥିଲା । କିନ୍ତୁ ତଦନ୍ତରେ ଅବହେଳା ଅଭିଯୋଗରେ ସତ୍ୟଜିତଙ୍କୁ ତୁରନ୍ତ ଜାମିନ ମିଳିଥିଲା । ତଦନ୍ତରେ ଅବହେଳା ଅଭିଯୋଗରେ ଅନୁଗୁଳ ଥାନା ଏସ୍‌ଆଇ ଅରକ୍ଷିତ ସେଠୀଙ୍କୁ ସସ୍‌ପେଣ୍ଡ କରାଯାଇଛି ।

ବର୍ଷା ଓ ଘଡ଼ଘଡ଼ି ନେଇ ପାଣିପାଗ ବିଭାଗର ସତର୍କତା । ୧୦ଟି ଜିଲ୍ଲାକୁ ଅପରାହ୍ଣ ୪ଟା ୩୦ ଯାଏ ସତର୍କ ରହିବାକୁ ପରାମର୍ଶ । ୧୦ ଜିଲ୍ଲା- ମୟୂରଭଞ୍ଜ, ଭଦ୍ରକ, ଢେଙ୍କାନାଳ, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ ।

ବର୍ଷା ଓ ଘଡ଼ଘଡ଼ି ନେଇ ପାଣିପାଗ ବିଭାଗର ସତର୍କତା । ୧୦ଟି ଜିଲ୍ଲାକୁ ଅପରାହ୍ଣ ୪ଟା ୩୦ ଯାଏ ସତର୍କ ରହିବାକୁ ପରାମର୍ଶ । ୧୦ ଜିଲ୍ଲା- ମୟୂରଭଞ୍ଜ, ଭଦ୍ରକ, ଢେଙ୍କାନାଳ, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ ।

ବହୁ ପ୍ରତୀକ୍ଷିତ ଆନନ୍ଦପୁର ବ୍ୟାରେଜ୍‌ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

ଆନନ୍ଦପୁର: ବହୁ ପ୍ରତୀକ୍ଷିତ ଆନନ୍ଦପୁର ବ୍ୟାରେଜ୍‌ ଆସନ୍ତାକାଲି ଉଦ୍‌ଘାଟନ ହେବ । ବୈତରଣୀ ନଦୀ ଉପରେ ୨ ହଜାର ୯୯୦ କୋଟି ଟଙ୍କାରେ ନିର୍ମିତ ଏହି ବ୍ୟାରେଜ୍‌କୁ ମୁ୍ଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିବେ । ଏହାସହ ମୁଖ୍ୟମନ୍ତ୍ରୀ ୨ ହଜାର ୧୩୭ କୋଟି ଟଙ୍କାରେ ୬ଟି ପାନୀୟଜଳ ପ୍ରକଳ୍ପ ଓ ୧୦୮ କୋଟି ଟଙ୍କାରେ ପୂର୍ତ୍ତ ବିଭାଗର ୫ଟି ପ୍ରକଳ୍ପ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବାର କାର୍ଯ୍ୟକ୍ରମ ରହିଛି ।

ଏହାପରେ ବଳଭଦ୍ର ପାରାୟଣ ସରକାରୀ ହାଇସ୍କୁଲ୍‌ର ପ୍ଲାଟିନମ ଜୁବ୍‌ଲିକୁ ନବୀନ ଉଦ୍‌ଘାଟନ କରିବେ । ଶେଷରେ ଆନନ୍ଦପୁର ମିନି ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀ ଏକ ଜନସଭାରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ସେହିପରି ଆସନ୍ତା ୨ ତାରିଖରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ବଳଭଦ୍ର ପାରାୟଣ ସରକାରୀ ହାଇସ୍କୁଲର ପ୍ଲାଟିନମ୍‌ ଜୁବ୍‌ଲିର ଉଦ୍‌ଯାପନୀ ଉତ୍ସବରେ ଯୋଗଦେବେ । ଏଥିପାଇଁ ଆନନ୍ଦପୁରରେ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

ସ୍କୁଲକୁ ଯିବାବେଳେ ଚତୁର୍ଥ ଶ୍ରେଣୀ ଛାତ୍ରଙ୍କ ଉପରେ ମାଡ଼ିଗଲା ଟ୍ରକ୍‌

ନୟାଗଡ଼: ସରସ୍ୱତୀ ପୂଜାରେ ଅଘଟଣ, ଟ୍ରକ୍‌ ମାଡ଼ି ଯାଇ ଛାତ୍ରଙ୍କ ମୃତ୍ୟୁ । ନୟାଗଡ଼ ଜିଲ୍ଲା ଦଶପଲ୍ଲା ସୁବଳୟା ନିକଟରେ ଟ୍ରକ୍‌ ମାଡ଼ି ଯାଇ ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଛି ।

ସୁବଳୟା ୟୁଜିଏମ୍‌ଇ ସ୍କୁଲ୍‌ର ଚତୁର୍ଥ ଶ୍ରେଣୀ ଛାତ୍ର ଶୁଭଙ୍କର ବିଶ୍ୱାଳ ଚାଲିଚାଲି ଯିବା ବେଳେ ତାଙ୍କ ଉପରେ ଏକ ଟ୍ରକ୍‌ ମାଡ଼ି ଯାଇଥିଲା । ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି ।

ଦୁର୍ଘଟଣା ପରେ ଉତ୍ତ୍ୟକ୍ତ ଲୋକମାନେ ୫୭ ନମ୍ବର ଖୋର୍ଦ୍ଧା- ବଲାଙ୍ଗୀର ଜାତୀୟ ରାଜପଥ ଅବରୋଧ କରିଥିଲେ । ଦଶପଲା ପୋଲିସ ଓ ତହସିଲଦାର ଲୋକଙ୍କୁ ବୁଝାସୁଝା କରିଥିଲେ ।

ଆସନ୍ତାକାଲିଠୁ ସଂସଦର ବଜେଟ୍‌ ଅଧିବେଶନ ପୂର୍ବରୁ ଆଜି ବସୁଛି ସଂସଦର ସର୍ବଦଳୀୟ ବୈଠକ ।

ଆସନ୍ତାକାଲିଠୁ ସଂସଦର ବଜେଟ୍‌ ଅଧିବେଶନ । ଏହା ପୂର୍ବରୁ ଆଜି ବସୁଛି ସଂସଦର ସର୍ବଦଳୀୟ ବୈଠକ । ଦିନ ୧୧ଟା ୩୦ ମିନିଟରେ ସଂସଦର ଲାଇବ୍ରେରୀ ବିଲ୍ଡଂରେ ଅନୁଷ୍ଠିତ ହେବ । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେବେ ।

ଘୁଞ୍ଚିବ କି ନିର୍ଭୟା ଦୋଷୀଙ୍କ ଫାଶୀ ତାରିଖ? ଫାଶୀରୁ ବର୍ତ୍ତିବାକୁ ଲଗାତର ପ୍ରୟାସ କରୁଛନ୍ତି ନିର୍ଭୟା ଦୋଷୀ। ସୁପ୍ରିମକୋର୍ଟରେ ନିର୍ଭୟା ଦୋଷୀ ଅକ୍ଷୟର କ୍ୟୁରେଟିଭ୍‌ ପିଟିସନ୍‌ ଉପରେ ଶୁଣାଣି ହେବ।

ଘୁଞ୍ଚିବ କି ନିର୍ଭୟା ଦୋଷୀଙ୍କ ଫାଶୀ ତାରିଖ? ଫାଶୀରୁ ବର୍ତ୍ତିବାକୁ ଲଗାତର ପ୍ରୟାସ କରୁଛନ୍ତି ନିର୍ଭୟା ଦୋଷୀ। ସୁପ୍ରିମକୋର୍ଟରେ ନିର୍ଭୟା ଦୋଷୀ ଅକ୍ଷୟର କ୍ୟୁରେଟିଭ୍‌ ପିଟିସନ୍‌ ଉପରେ ଶୁଣାଣି ହେବ।

ସଂସଦର ବଜେଟ୍‌ ଅଧିବେଶନ ପୂର୍ବରୁ ଆଜି ବସୁଛି ସଂସଦର ସର୍ବଦଳୀୟ ବୈଠକ

ଦିଲ୍ଲୀ: ଆସନ୍ତାକାଲିଠୁ ସଂସଦର ବଜେଟ୍‌ ଅଧିବେଶନ । ଏହା ପୂର୍ବରୁ ଆଜି ବସୁଛି ସଂସଦର ସର୍ବଦଳୀୟ ବୈଠକ । ଦିନ ୧୧ଟା ୩୦ ମିନିଟରେ ସଂସଦର ଲାଇବ୍ରେରୀ ବିଲ୍ଡିଂରେ ଅନୁଷ୍ଠିତ ହେବ । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେବେ । ସେହିପରି ସନ୍ଧ୍ୟା ୬ଟା ୩୦ରେ ଲୋକସଭା ବାଚସ୍ପତି ମଧ୍ୟ ଏକ ବୈଠକ ଡାକିଛନ୍ତି ।

ଯେଉଁଥିରେ କେବଳ ଲୋକସଭାର ନେତା ସାମିଲ ହେବେ । ୨ ପର୍ଯ୍ୟାୟରେ ଏହି ବୈଠକର ଆୟୋଜନ କରାଯିବ । ଆସନ୍ତାକାଲି ସଂସଦର ମିଳିତ ଅଧିବେଶନକୁ ରାଷ୍ଟ୍ରପତି ସମ୍ବୋଧନ କରିବେ । ଫେବ୍ରୁଆରୀ ୧ରେ ଆଗତ ହେବ ସାଧାରଣ ବଜେଟ୍‌ ।

ଟ୍ରାକ୍ଟର ଓ ବାଇକ୍‌ ମୁହାଁମୁହିଁ, ଜଣେ ମୃତ

କଳାହାଣ୍ଡି: କଳାହାଣ୍ଡି କଲମପୁର ବ୍ଲକ ପାତ୍ରବସା ଗଁ । ନିକଟରେ ଟ୍ରାକ୍ଟର ଓ ବାଇକ୍‌ ମୁହାଁମୁହିଁ ଧକ୍କା  । ଦୁର୍ଘଟଣା ଯୋଗୁ ଜଣେ ମୃତ । ମୃତକ ହେଲେ ପାତ୍ରବସା ଗଁ।ର ବେଲାଳସେନ ନାୟକ । ବେଲାଳସେନଙ୍କ ମୁଣ୍ଡରେ ଗଭିର ଆଘାତ ଲାଗିଥିଲା ।

ପ୍ରବଳ ରକ୍ତ ଶ୍ରାବ ଯୋଗୁ ବେଲାଳସେନଙ୍କ ମୃତ୍ୟୁ ହୋଇଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଜାରି ରଖିଛି ।

ଏଟିଏମ୍‌ରୁ ବାହାରୁଛି ନକଲି ନୋଟ୍‌

ଜୟପୁର: ଏବେ ଏଟିଏମ୍‌ ବି ଦେଉଛି ଜାଲ୍‌ ଟଙ୍କା । ଜୟପୁର ସହରରେ ଦେଖିବାକୁ ମିଳିଛି ଏଭଳି ଘଟଣା । ସ୍ଥାନୀୟବାସିନ୍ଦା ହିତେଶ ଦାଶ ବ୍ୟାଙ୍କ ଅଫ୍‌ ଇଣ୍ଡିଆରୁ ଉଠାଇଥିଲେ ୩ ଶହ ଟଙ୍କା । ହେଲେ ଏହି ଟଙ୍କା ମଧ୍ୟରେ ଥିଲା ଗୋଟିଏ ଜାଲ୍‌ ଦୁଇଶହ ଟଙ୍କିଆ ନୋଟ୍‌ ।

ଏନେଇ ହିତେଶ ବ୍ୟାଙ୍କ ଅଫ୍‌ ଇଣ୍ଡିଆକୁ ଯାଇ ପଚାରିବାରୁ ଏହାକୁ ନେଇ ତଦନ୍ତ କରାଯିବ ବୋଲି କହିଛନ୍ତି ବ୍ୟାଙ୍କ କର୍ତ୍ତୃପକ୍ଷ । ହେଲେ ଘଟଣାକୁ ବ୍ୟାଙ୍କ କର୍ତ୍ତୃପକ୍ଷ ଗୁରୁତର ସହ ନେଇନଥିବାରୁ ଟାଉନ୍‌ ଥାନାରେ ଅଭିଯୋଗ କରିଛନ୍ତି ହିତେଶ । ଅଭିଯୋଗ ପାଇବା ପରେ ତଦନ୍ତ ଆରମ୍ଭ କରିଛି ପୋଲିସ ।

ପିକଅପ୍ ଭ୍ୟାନକୁ ପିଟିଲା ଟ୍ରକ୍,୨ମୃତ ଜଣେ ଗୁରୁତର

କେନ୍ଦୁଝର: ପରିବା ବୋଝେଇ ପିକଅପ ଭ୍ୟାନକୁ ପିଟିଲା ଟ୍ରକ । ଦୁର୍ଘଟଣାରେ ୨ ମୃତ, ଜଣେ ଗୁରୁତର । କେନ୍ଦୁଝର ଟାଉନ ଥାନା ନେଙ୍କଡ଼ାଘର ନିକଟରେ ବିଳମ୍ବିତ ରାତିରେ ଘଟିଛି ଦୁର୍ଘଟଣା । ଗାଡ଼ି ଖରାପ ଥିବାରୁ ୨ଟି ପରିବା ବୋଝେଇ ପିକଅପ ଭ୍ୟାନ ରାସ୍ତାରେ ଗାଡ଼ି ସଜାଡ଼ୁଥିଲେ । ତେବେ ସେହି ସମୟରେ ପଛପଟୁ ଏକ ଟ୍ରକ ସେମାନଙ୍କ ଗାଡ଼ିକୁ ଧକ୍କା ଦେଇଥିଲା ।

ଘଟଣାସ୍ଥଳରେ ପିକଅପ ଭ୍ୟାନରେ ଥିବା ୨ ଜଣଙ୍କର ମୃତ୍ୟୁ ହୋଇଥିଲା । ସେହିପରି ଅନ୍ୟ ୨ ଜଣ ଗୁରୁତରଙ୍କୁ କେନ୍ଦୁଝର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଗାଡ଼ିଟି ଯାଜପୁର କୁଆଖାଇରୁ ପରିବା ନେଇ ରାଞ୍ଚି ଅଭିମୁଖେ ଯାଉଥିଲା । ମୃତକଙ୍କ ପରିଚୟ ମିଳିପାରି ନ ଥିବା ବେଳେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।