spot_img
Home Blog Page 7287

୩ କରୋନା ସଂକ୍ରମିତ ଚିହ୍ନଟ ପରେ ସିଲ୍ ହେଲା ବମିଖାଲ ଅଞ୍ଚଳ

ଭୁବନେଶ୍ୱର: ସୂର୍ଯ୍ୟନଗର ପରେ ବମିଖାଲ ସିଲ୍ । କରୋନା ଆକ୍ରାନ୍ତ ଚିହ୍ନଟ ପରେ ସଂକ୍ରମଣ ରୋକିବାକୁ ବିଏମସିର ତ୍ୱରିତ ପଦକ୍ଷେପ । ବମିଖାଲ ଅଞ୍ଚଳରୁ ଆଜି ୩ ଜଣ କରୋନା ସଂକ୍ରମିତ ଚିହ୍ନଟ ପରେ ସମ୍ପୃକ୍ତ ଅଞ୍ଚଳକୁ ବିଏମସି ପକ୍ଷରୁ ସିଲ୍ କରାଯାଇଛି । ସମ୍ପୃକ୍ତ ଅଞ୍ଚଳକୁ ପ୍ରଶାସନ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି ।

ସଟ୍ ଡାଉନରେ ସବୁ ବନ୍ଦ: ୪୮ ଘଣ୍ଟା ପାଇଁ ଠପ୍ ରହିବ ଭୁବନେଶ୍ୱର,ଭଦ୍ରକ

ଏକାମ୍ର ସିନେମା ହଲ ଠାରୁ ଝାରପଡ଼ା କେନାଲ ରୋଡ୍ । ଝାରପଡ଼ା କେନାଲ ରୋଡରୁ ଝାରପଡ଼ା ଦୁର୍ଗା ମଣ୍ଡପ । ଝାରପଡ଼ା ଦୁର୍ଗା ମଣ୍ଡପ ଠାରୁ କଟକ-ପୁରୀ ରୋଡ୍ ଡିସିବି ବ୍ୟାଙ୍କ । କଟକ-ପୁରୀ ରୋଡ୍ ଡିସିବି ବ୍ୟାଙ୍କ ଠାରୁ ଏକାମ୍ର ସିନେମା ହଲ୍ ନିକଟ ରୋଡକୁ ସିଲ୍ କରାଯାଇଛି । ଏହି ଅଞ୍ଚଳରେ ଲୋକଙ୍କ ଯାତାୟାତ ଉପରେ ପ୍ରତିବନ୍ଧକ ଲାଗୁ କରାଯାଇଛି ।

ଅଞ୍ଚଳକୁ ବ୍ୟାରିକେଡିଂ କରାଯିବ । ଲୋକଙ୍କୁ ଦୁଆର ମୁହଁରେ ବିଏମସି ପକ୍ଷରୁ ସମସ୍ତ ସେବା ଯୋଗାଇ ଦିଆଯିବ । ଏଥିପାଇଁ ପ୍ରଶାସନ ପକ୍ଷରୁ ୩ ଜଣ ଅଧିକାରୀଙ୍କୁ ନିଯୁକ୍ତ କରାଯାଇଛି । ଏମାନେ ସମ୍ପୃକ୍ତ ଅଞ୍ଚଳରେ ଅତ୍ୟାବଶ୍ୟକୀୟ ସେବା ପ୍ରଦାନର ପରିଚାଳନା କରିବେ । କିନ୍ତୁ, ଅତ୍ୟାବଶ୍ୟକୀୟ ସେବା ସଟଡାଉନ୍ ସରିବା ପରେ ପ୍ରଦାନ କରାଯିବ ।

୪୮ ଘଣ୍ଟା ପାଇଁ ସଟ୍ ଡାଉନ୍ ହେବ ଭୁବନେଶ୍ୱର ଓ ଭଦ୍ରକ ଟାଉନ୍‌

ଶୁକ୍ରବାର କଟକରେ ଜଣେ ଓ ଭୁବନେଶ୍ୱରରେ ୩ ଜଣ କରୋନାରେ ଆକ୍ରାନ୍ତ ହେବା ପରେ ପ୍ରଶାସନ ଭଦ୍ରକ ମ୍ୟୁନିସିପାଲିଟି, କଟକ ସହର, ଭୁବନେଶ୍ୱର ମହାନଗର ନିଗମ ସହ ରାଜଧାନୀ ସଂଲଗ୍ନ ୧୪ଟି ପଞ୍ଚାୟତକୁ ୪୮ ଘଣ୍ଟା ପାଇଁ ସଟଡାଉନ୍ ଘୋଷଣା କରିଛି । ଏହି ସଟଡାଉନ୍ ଏକପ୍ରକାର କର୍ଫ୍ୟୁ କହିଲେ ଚଳେ ।

https://youtu.be/4Ih2cu_znkg

ଭୁବନେଶ୍ୱରରେ ଗୋଟିଏ ଦିନରେ ୩ କରୋନା ପଜିଟିଭ୍ ମାମଲା, ବମିଖାଲ ଅଞ୍ଚଳରେ ରୁହନ୍ତି ସମସ୍ତ ସଂକ୍ରମିତ

ଭୁବନେଶ୍ୱର: ଟୋଟାଲ ସଟ୍ ଡାଉନ୍ ପୂର୍ବରୁ ଭୁବନେଶ୍ୱରକୁ ଲାଗିଛି ଟୋଟାଲ ସକ୍ । ରାଜଧାନୀର ବମିଖାଲ ଅଂଚଳରୁ ଆଉ ତିନି ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ନୂଆ ତିନି ମାମଲା ସହ କରୋନା ପଜିଟିଭ୍ ମୋଟ ମାମଲା ସଂଖ୍ୟା ୯ରେ ପହଂଚିଛି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ରାଜ୍ୟରେ ମୋଟ ୯ କରୋନା ପଜିଟିଭ୍ ମାମଲା ସାମନାକୁ ଆସିଥିବା ବେଳେ ୨ ଜଣ ସୁସ୍ଥ ହୋଇ ସାରିଥିବା ବେଳେ ୭ ଜଣଙ୍କ ଚିକିତ୍ସା ଚାଲିଛି ।  ପ୍ରଥମ ଥର ଦିନକ ଭିତରେ ରାଜ୍ୟରେ ୪ ଜଣ କରୋନା ପଜିଟିଭ୍ ଚିହ୍ନଟ କରାଯାଇଛି ।

ସଟ୍ ଡାଉନରେ ସବୁ ବନ୍ଦ: ୪୮ ଘଣ୍ଟା ପାଇଁ ଠପ୍ ରହିବ ଭୁବନେଶ୍ୱର,ଭଦ୍ରକ

ତବଲିଗି ଜମାତ ପାଇଁ ୧୪ ରାଜ୍ୟରେ ୬୪୭ ସଂକ୍ରମିତ, ସରକାରଙ୍କ ଚେଷ୍ଟାକୁ ଫେଲ କଲା ଜମାତ

ନୂଆଦିଲ୍ଲୀ: ତବଲିଗି ଜମାତ ପାଇଁ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିଛି । ତବଲିଗି ପାଇଁ ସରକାରଙ୍କ ଚେଷ୍ଟା ପଣ୍ଡ ହୋଇଛି ବୋଲି କହିଛି କେନ୍ଦ୍ର । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ କହିଛନ୍ତି ଯେ, ଲୋକଙ୍କୁ ଏହା ବୁଝିବାକୁ ହେବ ଯେ,ଗୋଟିଏ ଭୁଲ ପାଇଁ ସବୁ ଚେଷ୍ଟା ଫେଲ୍ ହୋଇପାରେ ।

ଡାକ୍ତର ଓ ନର୍ସଙ୍କ ଉପରେ ଆକ୍ରମଣ

ଡାକ୍ତର ଓ ନର୍ସଙ୍କ ଉପରେ ଆକ୍ରମଣ ବିରୋଧରେ କଠୋର ପଦକ୍ଷେପ ନେବାକୁ ରାଜ୍ୟ ସରକାରଙ୍କୁ କୁହାଯାଇଛି ବୋଲି ସେ କହିଛନ୍ତି । ଆରୋଗ୍ୟ ଆପ୍ ଜରିଆରେ ସନ୍ଦିଗ୍ଧଙ୍କୁ ଚିହ୍ନଟ କରିବା ପାଇଁ ଲୋକଙ୍କୁ କୁହାଯାଇଛି ।

 ୯୬୦ ବିଦେଶୀ ବ୍ଲାକ୍ ଲିଷ୍ଟେଡ୍

କେନ୍ଦ୍ର ସରକାର ତବଲିଗି ଜମାତର ୯୬୦ ବିଦେଶୀ ସଦସ୍ୟଙ୍କୁ କଳା ତାଲିକାଭୁକ୍ତ କରିଛି । ଏହି ୯୬୦ ଜଣଙ୍କ ଭିସା ମଧ୍ୟ ରଦ୍ଦ କରାଯାଇଛି । ଏମାନଙ୍କ ମଧ୍ୟରେ ୩୭୯ ଜଣ ଇଣ୍ଡୋନେସିଆ ନାଗରିକ ହୋଇଥିବା ବେଳେ ୧୧୦ ବଂଲାଦେଶୀ,୯ ବ୍ରିଟିଶ,୪ ଆମେରିକୀୟ,୬ ଚୀନ ନାଗରିକ, ଓ ୩ ଜଣ ଫ୍ରେଞ୍ଚ ନାଗରିକ ।

ଜଣେ ତବଲିଗି ସଂକ୍ରମିତଙ୍କ ମୃତ୍ୟୁ

ମରକଜରୁ ବାହାର କରାଯାଇଥିବା ଜଣେ ତବଲିଗି ସଂକ୍ରମିତଙ୍କର ଆଜି ଦିଲ୍ଲୀରେ ମୃତ୍ୟୁ ହୋଇଛି । ଏହି ସଂଗଠନ ସହ ସଂପର୍କ ରଖୁଥିବା ଅନ୍ୟ ୩ ଜଣଙ୍କର ପୂର୍ବରୁ ମୃତ୍ୟୁ ହୋଇ ସାରିଛି ।

ତାଳଚେରରେ ଡାକ୍ତରଙ୍କୁ କଣ ପାଇଁ ମାଡ ମାରିଲେ ରୋଗୀଙ୍କ ସମ୍ପର୍କୀୟ ?

ତାଳଚେର: କାର୍ଯ୍ୟରତ ଡାକ୍ତରଙ୍କୁ ମାଡ଼ ଅଭିଯୋଗ । ଡାକ୍ତରଖାନାରେ ରୋଗୀ ଦେଖୁଥିବା ବେଳେ ଜଣେ ବରିଷ୍ଠ ଡାକ୍ତରଙ୍କୁ ୩-୪ ଜଣ ମିଶି ଆକ୍ରମଣ କରିଥିବା ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ଏଭଳି ଘଟଣା ଘଟିଛି ତାଳଚେର ମଣ୍ଡାପାଳ ସରକାରୀ ଡାକ୍ତରଖାନାରେ । ମିଳିଥିବା ସୂଚନା ଅନୁସାରେ ତାଳଚେରର ଜଣେ ବ୍ୟକ୍ତି ତାଙ୍କ ମାଆ ଙ୍କୁ ନେଇ ଡାକ୍ତରଖାନାକୁ ଆସିଥିଲେ । ମାଆଙ୍କ ଦେହ ଅସୁସ୍ଥ ଥିବା ଯୋଗୁଁ ଡ୍ୟୁଟିରେ ଥିବା ଡାକ୍ତର ଏଲ.ଏନ. ପ୍ରସାଦ ଙ୍କୁ ଦେଖାଇଥିଲେ ।

 

ଡାକ୍ତର ତାଙ୍କୁ ଡାକ୍ତରଖାନା ଟିକେଟ ଆଣିବାକୁ କହିଥିଲେ । ବ୍ୟକ୍ତି ଜଣଙ୍କ ଯାଇ ଟିକେଟ ନେଇ ଆସିବା ବେଳକୁ ତାଙ୍କ ମାଙ୍କର ମୃତ୍ୟୁ ହୋଇ ସାରିଥିଲା । ଏହାକୁ ନେଇ ବ୍ୟକ୍ତି ଜଣଙ୍କ ଉତ୍ତ୍ୟକ୍ତ ହୋଇ ଡାକ୍ତରଙ୍କୁ ମାଡ଼ ମାରିଥିଲେ । ତାଙ୍କ ସହ ଥିବା ଅନ୍ୟ ୨-୩ ଜଣ ମଧ୍ୟ ତାକ୍ତରଙ୍କ ତଣ୍ଟି ଚିପି ଦେବା ସହ ପ୍ରବଳ ମାଡ଼ ମାରିବା ବେଳେ ଡାକ୍ତରଖାନାର ଅନ୍ୟ କର୍ମଚାରୀ ମାନେ ଦୌଡ଼ି ଆସି ଡାକ୍ତରଙ୍କୁ ସେମାନଙ୍କ କବଳରୁ ମୁକୁଳାଇଥିଲେ ।

ଏ ସବୁ ମାଡ଼ ଦୃଶ୍ୟ ସିସିଟିଭିରେ କଏଦ ହେବାପରେ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ତେବେ ଜାତୀୟ ବିପତ୍ତି କରୋନା ବେଳେ ଡାକ୍ତରଙ୍କୁ ଭଗବାନ କୁହାଯାଉଥିବା ବେଳେ ଡାକ୍ତରଙ୍କୁ ଏଭଳି ମାଡ଼ ହେବାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଉଛି ।

କରୋନା ମୁକାବିଲା କମିଟି ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀଙ୍କ ପ୍ରେସମିଟ୍ । ଷଷ୍ଠ କରୋନା ସଂକ୍ରମିତ ଜଣଙ୍କ ନିଜାମୁଦ୍ଦିନରୁ ଫେରିଛନ୍ତି ।

କରୋନା ମୁକାବିଲା କମିଟି ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀଙ୍କ ପ୍ରେସମିଟ୍ । ଷଷ୍ଠ କରୋନା ସଂକ୍ରମିତ ଜଣଙ୍କ ନିଜାମୁଦ୍ଦିନରୁ ଫେରିଛନ୍ତି ।

ତବଲିଗି ଜମାତର ମୌଲାନା ସାଦକୁ କ୍ରାଇମବ୍ରାଞ୍ଚର ନୋଟିସ୍, ପଚରାଗଲା ୨୬ ପ୍ରଶ୍ନ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ବୃଦ୍ଧି କରିଥିବା ଦିଲ୍ଲୀ ନିଜାମୁଦ୍ଦିନଲ ତବଲିଗି ଜମାତର ମୌଲନାକୁ କ୍ରାଇମବ୍ରାଞ୍ଚ ପକ୍ଷରୁ ନୋଟିସ୍ ଜାରି କରାଯାଇଛି । ଏଥିସହ ମୌଲାନା ମୋହମ୍ମଦ ସାଦକୁ ୨୬ଟି ପ୍ରଶ୍ନର ଜବାବ ମାଗିଛି କ୍ରାଇମବ୍ରାଞ୍ଚ । ଫେରାର୍ ମୌଲନା ସାଦକୁ ଧରିବାକୁ ପୋଲିସ ବିଭିନ୍ନ ସ୍ଥାନରେ ରେଡ୍ କରିଛି । ଗୋଟିଏ ଦିନ ପୂର୍ବରୁ ସାଦ ଏକ ଅଡିଓ କ୍ଲିପ୍ ଜାରି କରିଥିଲା । ଯେଉଁଥିରେ ଆଇସୋଲେସନରେ ଥିବା କହିଥିଲା ।

କ୍ରାଇମବ୍ରାଞ୍ଚ ପଠାଇଥିବା ନୋଟିସରେ ଅନୁଷ୍ଠାନ ସମ୍ବନ୍ଧରେ ସମ୍ପୂର୍ଣ୍ଣ ତଥ୍ୟ ମାଗିଛି । ସଙ୍ଗଠନର ପୂରା ଠିକାଣା, ରେଜିଷ୍ଟ୍ରେସନ ତଥ୍ୟ, ସଙ୍ଗଠନ ସହ ଜଡ଼ିତ କର୍ମଚାରୀଙ୍କ ତଥ୍ୟ, ସେମାନଙ୍କ ଠିକଣା ଓ ମୋବାଇଲ୍ ନମ୍ବର ମଧ୍ୟ କ୍ରାଇମବ୍ରାଞ୍ଚ ମାଗିଛି । ମରକଜର ମ୍ୟାନେଜମେଣ୍ଟ ସହ ଜଡ଼ିତ ଲୋକଙ୍କ ତଥ୍ୟ ମଧ୍ୟ ମଗାଯାଇଛି । ଏଥିସହ ଏହି ଲୋକମାନେ କେବେ ଠାରୁ ମରକଜ ସହ ସାମିଲ୍ ଥିଲେ ସେ ତଥ୍ୟ ମଧ୍ୟ ଦେବାକୁ କୁହାଯାଇଛି ।

ଏଥସହ ମରକଜର ୩ ବର୍ଷ ଧରି ଇନକମ୍ ଟ୍ୟାକ୍ସ ତଥ୍ୟ, ପ୍ୟାନ କାର୍ଡ ନମ୍ବର, ବ୍ୟାଙ୍କ ଆକାଉଣ୍ଟର ତଥ୍ୟ ସହ ଗୋଟିଏ ବର୍ଷର ବ୍ୟାଙ୍କ ଷ୍ଟେଟମେଣ୍ଟ ମଧ୍ୟ ମଗାଯାଇଛି । ୨୦୧୯ ଜାନୁଆରୀ ୧ରୁ ଏବେ ଯାଏଁ ମରକଜରେ ହୋଇଥିବା ସମସ୍ତ ଧାର୍ମିକ ଆୟୋଜନର ତଥ୍ୟ କ୍ରାଇମବ୍ରାଞ୍ଚ ମାଗିଛି । ଯଦି ମରକଜ ମଧ୍ୟରେ ସିସିଟିଭି ଲାଗିଛି । ତେବେ, ଏହା କେଉଁଠି କେଉଁଠି ଲାଗିଛି ବୋଲି ପ୍ରଶ୍ନ କରାଯାଇଛି ।

ଏଥିସହ ଦିଲ୍ଲୀ ପୋଲିସର କ୍ରାଇମବ୍ରାଞ୍ଚ ଟିମ୍ ମୌଲନା ସାଦଙ୍କୁ ପଚାରିଛନ୍ତି ଧାର୍ମିକ ଆୟୋଜନରେ ଏତେ ଲୋକଙ୍କ ଭିଡ଼ ପାଇଁ ଆଗରୁ ପୋଲିସ, ପ୍ରଶାସନ ଠାରୁ ଯଦି ଅନୁମତି ନେଇଛନ୍ତି ତାହାଲେ ପ୍ରମାଣ ଦିଅନ୍ତୁ । ୧୨ ମାର୍ଚ୍ଚ ମରକଜକୁ ଆସିଥିବା ସମସ୍ତ ଲୋକଙ୍କ ବିବରଣୀ ଓ ଏଥିରେ କେତେ ବିଦେଶୀ ଏବଂ କେତେଜଣ ଭାରତୀୟ ସାମିଲ ଥିଲେ ତାର ତଥ୍ୟ ଦେବାକୁ କୁହାଯାଇଛି ।

୧୨ ମାର୍ଚ୍ଚ ମରକଜରେ କିଏ କିଏ ଆସିଥିଲେ ଏବଂ କେତେ ଲୋକ ଥିଲେ ? ଯେଉଁମାନେ ଅସୁସ୍ଥ ଥିଲେ, ମେଡିକାଲ ନିଆଯାଇଛି ସେମାନଙ୍କ ବାବଦରେ ସମ୍ପୂର୍ଣ୍ଣ ତଥ୍ୟ ଦେବାକୁ କୁହାଯାଇଛି । ମରକଜର କରୋନା ସମ୍ପର୍କର ପୂରା ଯାଞ୍ଚ କ୍ରାଇମବ୍ରାଞ୍ଚ କରୁଛି । ଏହି ମାମଲାରେ ମୌଲାନା ସାଦ ସମେତ ୭ ଜଣଙ୍କ ବିରୋଧରେ ଏଫଆଇଆର୍ ରୁଜୁ କରାଯାଇଛି ।

ଲକଡାଉନରେ ବାହାରେ ବୁଲୁଥିବାରୁ ବାପା ବିରୋଧରେ FIR ଦେଲା ପୁଅ

  • ଦିଲ୍ଲୀରେ ଲକଡାଉନକୁ ଉଲ୍ଲଂଘନ ।
  • ବାପା ନାଆରେ ପୁଅ ଦେଲା ଏଫଆଇଆର ।

ନୂଆଦିଲ୍ଲୀ: କରୋନା ଜୀବାଣୁ ପରି ମହାମାରୀ ସଙ୍କଟକୁ ଦୂର କରିବା ପାଇଁ ବର୍ତ୍ତମାନ ଦେଶରେ ଲକଡାଉନ୍ ଚାଲିଛି । ଏହି ସମୟରେ, ଅନାବଶ୍ୟକ ଭାବରେ ଘରୁ ବାହାରକୁ ଯିବାକୁ ବାରଣ କରାଯାଇଛି । ଏପରିକି ରାଜଧାନୀ ଦିଲ୍ଲୀରେ ମଧ୍ୟ ଧାରା ୧୪୪ ଲାଗିଛି ।  ଏହି ସମୟରେ ଦିଲ୍ଲୀରୁ ଏକ ମାମଲା ସାମ୍ନାକୁ ଆସିଛି ଯେଉଁଠାରେ ଜଣେ ପୁଅ ତାଙ୍କ ପିତାଙ୍କ ବିରୋଧରେ ଏଫଆଇଆର ଦାଖଲ କରିଛନ୍ତି । ଏହାର କାରଣ ହେଉଛି ପିତା ଲକଡାଉନ୍ ନିୟମ ପାଳନ କରୁନଥିଲେ ।

ବାସ୍ତବରେ ଦକ୍ଷିଣ ପଶ୍ଚିମ ଦିଲ୍ଲୀରେ ଲକଡାଉନକୁ ପାଳନ ନକରୁଥିବାରୁ ବାପା ନାଆରେ ପୁଅ ଏତଲା ଦେଇଥିବା ଘଟଣା ସାମ୍ନାକୁ ଆସିଛି । ବସନ୍ତ କୁଞ୍ଜ ଡାକସିନା ପୋଲିସ ଷ୍ଟେସନରେ ଦିଆଯାଇଥିବା ଅଭିଯୋଗ ଅନୁଯାୟୀ ପୁଅ କହିଛନ୍ତି ଯେ ତାଙ୍କ ପିତା ପ୍ରତିଦିନ ସକାଳ ୮ ଟାରେ ଘରୁ ବାହାରକୁ ଯାଆନ୍ତି, ଏପରିକି ଅନେକ ଥର ବୁଝାଇବା ପରେ ମଧ୍ୟ ସେ ଘର ବାହାରକୁ ଯାଉଥିଲେ ।

ଯୁବକ ଜଣକ କହିଛନ୍ତି ଯେ ସେ ନିଜ ପିତାଙ୍କୁ କରୋନା ଭାଇରସ ମହାମାରୀ ଏବଂ ଲକଡାଉନ ନିୟମ ବିଷୟରେ ଅବଗତ କରାଇଥିଲେ, କିନ୍ତୁ ସେ ଏହାକୁ ବାରମ୍ବାର ଅଣଦେଖା କରୁଥିଲେ ।

ଏହି ଅଭିଯୋଗ ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ୫୯ ବର୍ଷ ବୟସ୍କା ବ୍ୟକ୍ତିଙ୍କୁ ନିଜେ ବୁଝାଇବା ପାଇଁ ତାଙ୍କ ଘରେ ପହଁଞ୍ଚିଥିଲେ । ପୋଲିସ ବ୍ୟକ୍ତି ଜଣଙ୍କୁ ବୁଝାଇ କହିଥିଲେ ଯେ ବର୍ତ୍ତମାନ ଧାରା ୧୪୪ ଲାଗୁ କରାଯାଇଛି ତେଣୁ ଆପଣ ଘରୁ ବାହାରକୁ ବାହାରନ୍ତୁ ନାହିଁ । କିନ୍ତୁ ପୋଲିସର ଚେତାବନି ପରେ ମଧ୍ୟ ଯେତେବେଳେ ବ୍ୟକ୍ତି ଜଣଙ୍କ ପୂର୍ବ ପରି ବାହାରକୁ ବାହାରିଥିଲେ ସେତେବେଳେ ପୁଅ ବାଧ୍ୟ ହୋଇ ଥାନାରେ ଏଫଆଇଆର ଲେଖାଇଥିଲେ।

ଭଲ ଖବର : ପ୍ରସ୍ତୁତ ହେଲା କରୋନା ଟୀକା,ବଢୁଛି ଭାଇରସ ପ୍ରତିରୋଧକ କ୍ଷମତା

କରେନା ଭାଇରସର ଟୀକାକୁ ନେଇ ପୂରା ଦୁନିଆରେ ଅନୁସନ୍ଧାନ ଜାରି ରହିଛି । ଭିନ୍ନ ଭିନ୍ନ ଦେଶ ଏହି ଟୀକା ତିଆରି କରୁଥିବା ସ୍ପଷ୍ଟ ମଧ୍ୟ କରିଛନ୍ତି । ଏହା ମଧ୍ୟରେ ଆମେରିକାର ବୈଜ୍ଞାନିକମାନେ ସବୁଠୁ ଭଲ ଟୀକା ତିଆରି କରିଷନ୍ତି ଯାହା କରୋନା ଭାଇରସର ମୁକାବିଲା କରିବାର ସଠିକ କ୍ଷମତା ରହିବ ବୋଲି ସେ କହିଛନ୍ତି ।

खुशखबरीः बन गई कोरोना की वैक्सीन, बढ़ा रही वायरस से लड़ने की ताकत

ପୂରା ଦୁନିଆରେ ବୈଜ୍ଞାନିକ ଏହି ଘାତକ ରୋଗର ଔଷଧ ତିଆରୀ କରିବାରେ ଜୋରସୋରରେ ପ୍ରୟାସ କରୁଛନ୍ତି । କରୋନା ଭାରସ ପାଇଁ ବର୍ତ୍ତମାନ ସୁଧା ୪୭ ହଜାରରୁ ଅଧିକ ଲୋକଙ୍କ ଜୀବନ ଗଲାଣି । ତେଣୁ ବୈଜ୍ଞାନିକମାନଙ୍କ ପାଇଁ ଶୀଘ୍ର ଟୀକା ପ୍ରସ୍ତୁତ କରିବା ଏକ ଚ୍ୟାଲେଞ୍ଜ ।

ୟୁନିଭର୍ସିଟି ଅଫ୍ ପିଟ୍ସବର୍ଗ ସ୍କୁଲ ଅଫ୍ ମେଡିସିନର ବୈଜ୍ଞାନିକ କହିଛନ୍ତି ଯେ ଅନ୍ୟ ଦେଶମାନଙ୍କ ତୁଳନାରେ ସେମାନେ ବହୁତ୍ ଜଲଦି କୋଭିଡ୍-୧୯ର ଟୀକା ପ୍ରସ୍ତୁତ କରିଛନ୍ତି । ଏହି ବୈଜ୍ଞାନିକମାନେ ଯେଉଁ ଟୀକା ତିଆରି କରିଛନ୍ତି ସେଥିପାଇଁ ଏମାନେ SARS ଏବଂ MERS ର କରୋନା ଭାଇରସର ଆଧାରରେ ତିଆରି କରାଯାଇଛି ।

खुशखबरीः बन गई कोरोना की वैक्सीन, बढ़ा रही वायरस से लड़ने की ताकत

ପିଟ୍ସବର୍ଗ ସ୍କୁଲ ଅଫ୍ ମେଡିସିନ୍‌ର ଆସୋସିଏଟ୍ କହିଛନ୍ତି ଯେ ଏହି SARS ଏବଂ MERCର ଭାଇରସର ନୂଆ କରୋନା ଭାଇରସ କୋଭିଡ -19 ସହିତ ବହୁତ ସମାନତା ରହିଛି । ଏଥିରୁ ଆମକୁ ଜାଣିବାକୁ ପଡିବ ଯେ ଏହି ତିନୋଟିର ସ୍ପାଇକ୍ ପ୍ରୋଟିନ୍ (ଭୂତାଣୁର ବାହାର ଆସ୍ତରଣ) କୁ ପୃଥକ କରିବା ଅତ୍ୟନ୍ତ ଜରୁରୀ ଯାହା ଫଳରେ ମଣିଷ ଏହି ଜୀବାଣୁରୁ ମୁକ୍ତି ପାଇପାରିବ ।

खुशखबरीः बन गई कोरोना की वैक्सीन, बढ़ा रही वायरस से लड़ने की ताकत

ଏହାସହ ବୈଜ୍ଞାନିକ ଏହା ମଧ୍ୟ କହିଛନ୍ତି ଯେ, ଆମେ କିପରି ଭାଇରସ ସହ ଲଢେଇ କରି ତାକୁ ହରେଇବୁ । ସେଥିପାଇଁ ଆମେ ମୂଷା ଉପରେ ଟୀକା ପ୍ରୟୋଗ କଲୁ ଯାହା ସଫଳ ମଧ୍ୟ ହେଲା ।

ଏହା ସହ ଏହି ଟିକାକୁ ପିଟଗୋଭାକ୍ ନାମିତ କରାଯାଇଛି । ଏହି ଟୀକାକରଣର ପ୍ରଭାବ ହେତୁ, ମୂଷା ଶରୀରରେ ଆଣ୍ଟିବଡି ଉତ୍ପନ୍ନ ହୋଇଥିଲା ଯାହା କରୋନା ଭୂତାଣୁକୁ ରୋକିବାରେ ସାହାଯ୍ୟ କରିଥିଲା । କୋଭିଡ -19 କରୋନା ଭାଇରସ ରୋକିବା ପାଇଁ ଶରୀର ଆବଶ୍ୟକ କରୁଥିବା ଆଣ୍ଟିବାଓଟିକଗୁଡିକୁ ପିଟଗୋଭାକ ଟୀକା ପୂର୍ଣ୍ଣ କରୁଛି । ଆମେ ଶୀଘ୍ର ମଣିଷ ଉପରେ ଏହାକୁ ପରୀକ୍ଷା କରିବା ଆରମ୍ଭ କରିବୁ |

खुशखबरीः बन गई कोरोना की वैक्सीन, बढ़ा रही वायरस से लड़ने की ताकत

ଏହି ଟିମ୍ ଆସନ୍ତା କିଛି ମାସ ମଧ୍ୟରେ ମଣିଷ ଉପରେ ଏହି ଟିକା ପରୀକ୍ଷା ଆରମ୍ଭ କରିବ । ଏହି ଟିକା ଇଞ୍ଜେକ୍ସନ ଭଳି ନୁହେଁ | ଏହା ଏକ  ପ୍ୟାଚ୍ ଭଳି ଯାହା ଶରୀରର ଯେକୌଣସି ସ୍ଥାନରେ ଲଗାଯାଇପାରିବ ।

खुशखबरीः बन गई कोरोना की वैक्सीन, बढ़ा रही वायरस से लड़ने की ताकत

ଏହି ପ୍ୟାଚର ଆକୃତି ଏକ ଆଙ୍ଗୁଠିର ଟିପ ପରି  । ଏହି ପ୍ୟାଚରେ ୪୦୦ରୁ ଅଧିକ ଛୋଟ ଛୋଟ ଛୁଞ୍ଚି ଅଛି, ଯାହା ଚିନିରୁ ତିଆରି  । ଏହି ପ୍ୟାଚ୍ ମାଧ୍ୟମରେ ଏଥିରେ ଥିବା ଔଷଧ ଶରୀର ଭିତରକୁ ପ୍ରବେଶ କରିବ । ଟୀକା ଦେବାର ଏହି ପଦ୍ଧତି ମଧ୍ୟ ବହୁତ ନୂଆ ଏବଂ ପ୍ରଭାବଶାଳୀ |

खुशखबरीः बन गई कोरोना की वैक्सीन, बढ़ा रही वायरस से लड़ने की ताकत

ତେବେ ଏହି ଆଣ୍ଟିବାଓଟିକର ପ୍ରଭାବ କେତେ ଦିନ ପର୍ଯ୍ୟନ୍ତ ମୂଷାଙ୍କ ଶରୀରରେ ରହିବ ତାହା ବୈଜ୍ଞାନିକମାନେ ସ୍ପଷ୍ଟ କରି ନାହାଁନ୍ତି। କିନ୍ତୁ ଏମାନେ କହିଛନ୍ତି ଯେ ଗତ ବର୍ଷ ସେମାନେ ଭୂତାଣୁ ପାଇଁ ଟିକା ତିଆରି କରିଥିଲେ ଯାହା ବହୁତ ସଫଳ ହୋଇଥିଲା।

କଣ ପାଇଁ ଭାରତୀୟ କରୋନାକୁ ପରାସ୍ତ କରି ପାରିବେ ବୋଲି ଭାବୁଛି WHO ? ଜାଣନ୍ତୁ

  •  WHOର ବିଶେଷ ପ୍ରତିନିଧି ଡ. ନବାରୋ କହିଛନ୍ତି, ଭାରତୀୟ ମାନେ ଜାଣିଛନ୍ତି ଯେ ଏହିଭଳି ସମସ୍ୟା ସହିତ କିପରି ସଂଗ୍ରାମ କରାଯାଇପାରିବ ।
  • WHOର ସୂଚନା ଅନୁସାରେ- ଭାରତ ଏହା ପୂର୍ବରୁ ପୋଲିଓ ଏବଂ ହାଡଫୁଟି  କବଳରୁ ଦେଶକୁ ମୁକ୍ତ କରିଥିଲା ।  

ନୂଆଦିଲ୍ଲୀ: ଭାରତରେ କରୋନା ଭାଇରସ ମୁକାବିଲାକୁ WHO ର ପ୍ରଶଂସା । ଏକ ଇଣ୍ଟରଭ୍ୟୁରେ WHO ଦ୍ୱାରା କୋଭିଡ-୧୯ ପାଇଁ ନିଯୁକ୍ତ କରାଯାଇଥିବା  ସ୍ୱତନ୍ତ୍ର ପ୍ରତିନିଧି ଡ. ଡେଭିଡ୍ ନବାରେ ଦେଶରେ ଜାରି ହୋଇଥିବା ଲକଡାଉନକୁ ସମର୍ଥନ କରିଛନ୍ତି । ସେ କହିଛନ୍ତି ଯେ, ଯେଉଁଠି ୟୁରୋପ ଏବଂ ଆମେରିକା ଭଳି ବିକଶିତ ଦେଶ କରୋନାର ଭୟାବହତାକୁ ଗୁରୁତ୍ୱ ଦେଲେ ନାହିଁ ସେଠି ଭାରତ ଭଳି ଦେଶ ଏହି କରୋନା ମହାମାରିକୁ ରୋକିବା ପାଇଁ ଉପଯୁକ୍ତ ପଦକ୍ଷେପ ନେଇଛି ।

ସେ କହିଛନ୍ତି ଯେ, ଭାରତ ଏକ ଗ୍ରୀଷ୍ମ ପ୍ରଧାନ ଦେଶ ଏବଂ ଭାରତରେ ମ୍ୟାଲେରିଆରେ ଅଧିକ ଲୋକ ପୀଡ଼ିତ ହୋଇଥାନ୍ତି । ତେଣୁ ଭାରତୀୟଙ୍କ  ମଧ୍ୟରେ ରୋଗ ପ୍ରତିରୋଧକ ଶକ୍ତି ଅଧିକ ଥିବା ଦେଖାଯାଇଥାଏ ।  ଆମେ ଆଶା କରୁଛୁ ଯେ ଭାରତୀୟଙ୍କ ଶରୀର କରୋନାକୁ ହରାଇବ । କରୋନାକୁ ନେଇ ଭାରତର କଡ଼ା ପଦକ୍ଷେପକୁ ଡ. ନବାରୋ ପ୍ରଶଂସା କରିଛନ୍ତି । ଲକଡାଉନ ପାଇଁ ଯେଉଁ ଲୋକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ତାଙ୍କୁ ନବାରୋ କହିଛନ୍ତି ଯେ, ଯେତିକି ଅଧିକ କଷ୍ଟ ହେବ, ସେତେ ଶୀଘ୍ର ଏହି ମହମାରିରୁ ମୁକ୍ତି ପାଇପାରିବେ ।

  • ଭାରତ ଏହି ସଂକ୍ରମଣକୁ ଗମ୍ଭୀରତାର ସହ ନେବା ସହ ଏହାର ମୁକାବିଲା କରିବା ପାଇଁ ସଠିକ ପଦକ୍ଷେପ ନେଇଛି । ଭାରତ ସରକାର ଠିକ୍ ସମୟରେ ସଂକ୍ରମଣ ଏବଂ ପ୍ରତିରୋଧ ବିଷୟରେ ଲୋକଙ୍କୁ ଅବଗତ କରାଇଛି । ଏହା ଏକ ନିରବ ଆକ୍ରମଣକାରୀ ଶତ୍ରୁ | ଭାରତ ତୁରନ୍ତ ଏହାପ୍ରତି ପଦକ୍ଷେପ ନେବା ସହ ପ୍ରଧାନମନ୍ତ୍ରୀ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ସମସ୍ତେ ଏକାଠି ହୋଇ ଏହାକୁ ହରାଇବାକୁ ଚେଷ୍ଟା ଚଲାଇଛନ୍ତି ।

  • ଇଟାଲୀ ଏବଂ ଆମେରିକା କୋଭିଡ -୧୯ ଦ୍ୱାରା ଗୁରୁତର ଭାବରେ ପ୍ରଭାବିତ ହୋଇଛନ୍ତି, କାରଣ ଏହି ଜୀବାଣୁ ଦୃତ ଗତିରେ ବିସ୍ତାର ହେବାକୁ ଲାଗିଥିଲା । ଲକ୍ଷଣ ପ୍ରକାଶ ପାଇବା ପରେ ମଧ୍ୟ ସେହି ଦେଶଗୁଡିକ ଲୋକଙ୍କୁ ପୃଥକ କରିନଥିଲେ । ଯଦି ଆପଣ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରନ୍ତି, ତେବେ ଅସୁବିଧା ବଢ଼ିପାରେ । ଦ୍ରୁତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ହେଉଛି ଏକମାତ୍ର ସମାଧାନ । ଭାରତ ସଠିକ ସମୟରେ ଏବଂ ଦୃତ ଗତିରେ ଲକଡାଉନ କରାଇ କରୋନା ମହାମାରୀକୁ ବ୍ୟାପିବାରୁ କିଛି ମାତ୍ରାରେ ଅଟକାଇ ଦେଇଛି ।

  • ସଂକ୍ରମିତ ଲୋକମାନେ ମାସ୍କ ବ୍ୟବହାର କରିବା ଉଚିତ । ଯାହା ଦ୍ୱାରା ସଂକ୍ରମଣ ଲୋକଙ୍କ ନିଶ୍ୱାସ ପ୍ରଶ୍ୱାସ ଅନ୍ୟ ଲୋକମାନଙ୍କ ପାଖରେ ପହଁଞ୍ଚି ପାରିବା ନାହିଁ । ଏହିପରି ଲୋକମାନେ ଅନ୍ୟମାନଙ୍କଠାରୁ ଅତି କମରେ ଦୁଇ ମିଟର ଦୂରରେ ରୁହନ୍ତି । କିନ୍ତୁ, ମାସ୍କ ବ୍ୟବହାର କରିବା ସହ ସଠିକ ଭାବରେ କାଶିବା ଏବଂ ଛିଙ୍କିବା ବିଷୟରେ ମଧ୍ୟ ଜାଣିବା ଉଚିତ ।

  • ଏହି ଭାଇରସ ସେତେବେଳେ ସଂକ୍ରମିତ ହୁଏ ଯେତେବେଳେ ଲୋକମାନେ ନିକଟତର ହୁଅନ୍ତି । ହୁଏତ ଆପଣ ଅସୁସ୍ଥ ଅନୁଭବ ନକରିପାରନ୍ତି, କିନ୍ତୁ ଯଦି ଆପଣ କାଶୁଛନ୍ତି କିମ୍ବା ଛିଙ୍କୁଛନ୍ତି ତେବେ ଏହା ଅନ୍ୟମାନଙ୍କୁ ସଂକ୍ରମିତ କରିପାରିବେ । ଅନେକ ଥର ଏପରି ସଂକ୍ରମଣ ଯୋଗୁଁ ଲୋକମାନେ ମୃତ୍ୟୁବରଣ କରିଛନ୍ତି | ତେଣୁ ଲୋକଙ୍କ ଠାରୁ ଏକ ଦୂରତା ରଖନ୍ତୁ । ଯଦି ଆପଣ ନିଶ୍ୱାସ ନେବାରେ ଅସୁବିଧା ଅନୁଭବ କରୁଛନ୍ତି, ତେବେ ନିଜକୁ ଅଲଗା ରଖନ୍ତୁ । ଆପଣ ପରିବାର ସହିତ ରହୁଥିଲେ ସେମାନଙ୍କୁ ମଧ୍ୟ ଆଇସେଲେସନରେ ରହିବାକୁ କୁହନ୍ତୁ । ଅତିକମରେ ଚଉଦ ଦିନ ପାଇଁ କାହା ସହିତ ଯୋଗାଯୋଗ କରନ୍ତୁ ନାହିଁ । ଲକଡାଉନ୍ ସମୟରେ ନିଜ ଅଞ୍ଚଳରେ ଏକ ମନିଟରିଂ ସିଷ୍ଟମ୍ ସୃଷ୍ଟି କରନ୍ତୁ । ସନ୍ଦିଗ୍ଧମାନଙ୍କୁ ଚିହ୍ନଟ କରିବାର ଏକ ପଦ୍ଧତି ବିକାଶ କରନ୍ତୁ ।

  • ଅନେକ ଜିନିଷକୁ ଧ୍ୟାନରେ ରଖିବା ପରେ ଲକଡାଉନ୍ ଜାରି କିମ୍ବା ଶେଷ କରିବାକୁ ନିଷ୍ପତ୍ତି ନିଆଯାଇଥାଏ । ଲକଡାଉନକୁ କେତେବେଳେ, କେଉଁଠାରେ ଏବଂ କେବେ ଶେଷ କରିବ ତାହା ସଂକ୍ରମଣ ସଂଖ୍ୟାରୁ ନିର୍ଣ୍ଣୟ କରାଯାଇଥାଏ । ଯଦି ଆପଣ କୌଣସି ସଂକ୍ରମିତ ବ୍ୟକ୍ତିଙ୍କ ସହ କଥା ହୁଅନ୍ତି, ତେବେ ଜାଣିବାକୁ ପାଇବେ ଯେ ସେ କେତେ ଲୋକଙ୍କ ସଂସ୍ପର୍ଶରେ ଆସିଛନ୍ତି । ସେମାନେ ମଧ୍ୟ ସଂକ୍ରମଣ ହେବାର ସମ୍ଭାବନା ରହିଛି । ଲକଡାଉନ୍ କାରଣରୁ ଲୋକମାନଙ୍କ ଯୋଗାଯୋଗର ସଂଖ୍ୟା ଅତ୍ୟନ୍ତ ସୀମିତ ହୋଇଯାଏ । ଯାହା କରୋନାର ବିସ୍ତାର ଉପରେ ପ୍ରତିବନ୍ଧକ ଲଗାଇଥାଏ ।