ରାଉରକେଲା: ରାଜଗାଙ୍ଗପୁର ଓସିଏଲ୍ କାରଖାନାରେ ବିସ୍ଫୋରଣ । ଜଣେ ଶ୍ରମିକ ମୃତ, ଅନ୍ୟ ୨ ଜଣ ଗୁରୁତର ଆହତ ସୂଚନା । ଆହତଙ୍କୁ ରାଉରକେଲା ଇସ୍ପାତ ଜେନେରାଲ ହସ୍ପିଟାଲ ସ୍ଥାନାନ୍ତର ।
ସିରିଜ୍ ଶେଷ ପୂର୍ବରୁ ଟି-ଟ୍ୱେଣ୍ଟି ସିରିଜ୍ ଜିତିଲା ଭାରତ
ହାମିଲଟନ: ସୁପର ଓଭରରେ ଭାରତର ସୁପର ୱିନ୍ । ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ଟି-ଟ୍ୱେଣ୍ଟିରେ ଭାରତ ସୁନ୍ଦର ପ୍ରଦର୍ଶନ କରି ମ୍ୟାଚ୍ ଜିତିବା ସହ ସିରିମ ହାତେଇଛି । ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୧୭୯ ରନ୍ କରିଥିଲା । ଘରୋଇ ଟିମ୍ ନ୍ୟୁଜିଲାଣ୍ଡ ନିର୍ଦ୍ଧାରିତ ଓଭରରେ ୬ ୱିକେଟ ହରାଇ ୧୭୯ ରନ କରିଥିଲା । ଫଳରେ ମ୍ୟାଚ୍ ଟାଇ ହୋଇଥିଲା ।
ସୁପର ଓଭରରେ ଘରୋଇ ଦଳ ଗୋଟିଏ ଛକା ଓ ୨ଟି ଚୌକା ମାରି ୧୭ ରନ୍ କରିଥିଲା । ଭାରତ ୨୦ ରନ୍ କରି ମ୍ୟାଚକୁ ଜିତି ନେଇଛି । ସୁପର ଓଭରରେ ରୋହିତ ଶର୍ମା ଲଗାତାର ୨ଟି ଛକା ମାରି ହାମିଲଟନରେ ବିଜୟ ଭେଟି ଦେଇଛନ୍ତି ।
ଏଥିସହ ୫ ମ୍ୟାଚ୍ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜକୁ ଭାରତ ଆଗୁଆ ୩-୦ରେ ଜିତି ନେଇଛି । ଏଥିସହ ଘରୋଇ ଟିମକୁ ପରାଜିତ କରି ନୂଆ ରେକର୍ଡ କରିଛି ଭାରତ । ପ୍ରଥମଥର ପାଇଁ ନ୍ୟୁଜିଲାଣ୍ଡରେ ଅନ୍ତର୍ଜାତୀୟ ଟି-ଟ୍ୱେଣ୍ଟି ସିରିଜକୁ ହାତେଇଛି ।
ଭୁବନେଶ୍ୱର: ମୋ ସରକାରରେ ସାମିଲ ହେଲା ଶ୍ରମ ଓ ESI ବିଭାଗ । ଲୋକସଭା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସାମିଲ । କାର୍ଯ୍ୟକ୍ରମରେ ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ, ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, 5T ସଚିବ ଭି.କେ ପାଣ୍ଡିଆନ ପ୍ରମୁଖ ଉପସ୍ଥିତ ।

ଦିଗପହଣ୍ଡି: ପାଟପୁର ଥାନା କଂସାମାରି ଦ୍ୱିତୀୟ ଧର୍ମପୁରରେ ଟ୍ରକ୍ ଚାପାରେ ନାବାଳକ ମୃତ । ଟ୍ରକକୁ ଅଟକ ରଖିବା ସହ ରାସ୍ତା ଅବରୋଧ କରିଛନ୍ତି ସ୍ଥାନୀୟ ଲୋକ ।
ଦିଗପହଣ୍ଡି: ପାଟପୁର ଥାନା କଂସାମାରି ଦ୍ୱିତୀୟ ଧର୍ମପୁରରେ ଟ୍ରକ୍ ଚାପାରେ ନାବାଳକ ମୃତ । ଟ୍ରକକୁ ଅଟକ ରଖିବା ସହ ରାସ୍ତା ଅବରୋଧ କରିଛନ୍ତି ସ୍ଥାନୀୟ ଲୋକ ।
ରାଉରକେଲା: ରାଜଗାଙ୍ଗପୁର ଓସିଏଲ୍ କାରଖାନାରେ ବିସ୍ଫୋରଣ । ଜଣେ ଶ୍ରମିକ ମୃତ, ଅନ୍ୟ ୨ ଜଣ ଗୁରୁତର ଆହତ ସୂଚନା । ଆହତଙ୍କୁ ରାଉରକେଲା ଇସ୍ପାତ ଜେନେରାଲ ହସ୍ପିଟାଲ ସ୍ଥାନାନ୍ତର ।
ରାଉରକେଲା: ରାଜଗାଙ୍ଗପୁର ଓସିଏଲ୍ କାରଖାନାରେ ବିସ୍ଫୋରଣ । ଜଣେ ଶ୍ରମିକ ମୃତ, ଅନ୍ୟ ୨ ଜଣ ଗୁରୁତର ଆହତ ସୂଚନା । ଆହତଙ୍କୁ ରାଉରକେଲା ଇସ୍ପାତ ଜେନେରାଲ ହସ୍ପିଟାଲ ସ୍ଥାନାନ୍ତର ।
ସିଏଏ ବିରୋଧୀ ଆନ୍ଦୋଳନ ବେଳେ ବୋମାମାଡ଼, ୨ ଜଣଙ୍କ ମୃତ୍ୟୁ
କୋଲକାତା: ସଂଶୋଧିତ ନାଗରିକ ଆଇନକୁ ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ ଚାଲିଛି । ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ଏହି ଆନ୍ଦୋଳନ ହିଂସାତ୍ମକ ରୂପ ନେଇଛି । ପ୍ରଦର୍ଶନ ବେଳେ ବୋମାମାଡ଼ ସହ ଗୁଳି ଚାଳନା କରାଯାଇଛି । ଏଥିରେ ୨ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କଂଗ୍ରେସ ହିଂସା ପାଇଁ ଶାସକ ତୃଣମୂଳ କଂଗ୍ରସ ବା ଟିଏମସିକୁ ଦାୟୀ କରିଛି ।
ଭାରତୀୟ ନାଗରିକ ମଞ୍ଚ ପକ୍ଷରୁ ସିଏଏ, ଏନଆରସିକୁ ବିରୋଧ କରି ଆଜି ଭାରତ ବନ୍ଦ ଡାକରା ଦିଆଯାଇଥିଲା । ବନ୍ଦ ବେଳେ ୨ ଗୋଷ୍ଠୀ ମଧ୍ୟରେ ବଚସା ହୋଇଥିଲା । ପରେ ଏହି ଗଣ୍ଡଗୋଳ ଉଗ୍ର ରୂପ ନେଇଥିଲା । ବୋମାମାଡ଼ ଓ ଗୁଳି ବର୍ଷଣରେ ୨ ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ଅନିରୁଦ୍ଧ ବିଶ୍ୱାସ ଓ ମାକବୁଲ ସେଖ୍ ।
ସିଏଏ ସପକ୍ଷବାଦୀ ଓ ବିପକ୍ଷବାଦୀଙ୍କ ଗଣ୍ଡଗୋଳରେ ବହୁ ଗାଡ଼ି କ୍ଷତିଗ୍ରସ୍ତ ହୋଇଛି । ହିଂସା ପାଇଁ କଂଗ୍ରେସ ଖୋଲାଖୋଲି ଶାସକ ଟିଏମସିକୁ ଦାୟୀ କରିଛି । ଅନ୍ୟପଟେ ବିଜେପି ଏହା ଅନୁପ୍ରବେଶକାରୀଙ୍କ କାମ ହୋଇଥିବା କହିଛି ।
କୋଲକାତା: ଭାରତ ବନ୍ଦ ବେଳେ ମୁର୍ଶିଦାବାଦରେ ହିଂସା । ସିଏଏ, ଏନଆରସି ସପକ୍ଷ ଓ ବିପକ୍ଷବାଦୀ ମୁହାଁମୁହିଁ । ବୋମାମାଡ଼ରେ ୨ ଜଣଙ୍କ ମୃତ୍ୟୁ । ଆନ୍ଦୋଳନକାରୀ ଭାଙ୍ଗିଦେଲେ ଗାଡ଼ି ।
କୋଲକାତା: ଭାରତ ବନ୍ଦ ବେଳେ ମୁର୍ଶିଦାବାଦରେ ହିଂସା । ସିଏଏ, ଏନଆରସି ସପକ୍ଷ ଓ ବିପକ୍ଷବାଦୀ ମୁହାଁମୁହିଁ । ବୋମାମାଡ଼ରେ ୨ ଜଣଙ୍କ ମୃତ୍ୟୁ । ଆନ୍ଦୋଳନକାରୀ ଭାଙ୍ଗିଦେଲେ ଗାଡ଼ି ।
ଖୋର୍ଦ୍ଧା: ଜଟଣୀ ପୋଲିସର ଧରପଗଡ଼ । ମୁଣ୍ଡିଆ ସାହିରୁ ୧୧ଟି ବୋମା, ୪ଟି ଖଣ୍ଡା ସହ ୪୦ ଲିଟର ମଦ ଜବତ ।
ଖୋର୍ଦ୍ଧା: ଜଟଣୀ ପୋଲିସର ଧରପଗଡ଼ । ମୁଣ୍ଡିଆ ସାହିରୁ ୧୧ଟି ବୋମା, ୪ଟି ଖଣ୍ଡା ସହ ୪୦ ଲିଟର ମଦ ଜବତ ।
ଘଟଗାଁ: ପଣ୍ଡାପଡ଼ା ଥାନା ସୁନାଟାଙ୍ଗିରୀ ଛକ ନିକଟରେ ଦୁର୍ଘଟଣା । ପିକଅପ୍-ବାଇକ୍ ଧକ୍କା, ୨ ମୃତ । ସ୍ଥାନୀୟ ଲୋକଙ୍କ ଦ୍ୱାରା ଡ଼ୁବୁରୀ-ନରଣପୁର ରାସ୍ତା ଅବରୋଧ ।
ଘଟଗାଁ: ପଣ୍ଡାପଡ଼ା ଥାନା ସୁନାଟାଙ୍ଗିରୀ ଛକ ନିକଟରେ ଦୁର୍ଘଟଣା । ପିକଅପ୍-ବାଇକ୍ ଧକ୍କା, ୨ ମୃତ । ସ୍ଥାନୀୟ ଲୋକଙ୍କ ଦ୍ୱାରା ଡ଼ୁବୁରୀ-ନରଣପୁର ରାସ୍ତା ଅବରୋଧ ।
ମୋ ବସ୍ ଯାତ୍ରୀଙ୍କ ପାଇଁ ଖୁସି ଖବର, ମାର୍ଚ୍ଚ ୩୧ ଯାଏଁ କମ୍ ରହିବ ଏସିବସ୍ ଭଡ଼ା
ଭୁବନେଶ୍ୱର: ଖରା ଦିନେ ରିହାତିରେ ମିଳିବ ଏସିବସ୍ ର ସୁବିଧା । ଏଣିକି କମ୍ ଟଙ୍କା ବ୍ୟୟରେ ଆପଣ ମୋ ବସର ଏସି ବସରେ ଯାଇପାରିବେ । ଶୀତଦିନ ପାଇଁ ଆସନ୍ତା ଡିସେମ୍ବର ୧ରୁ ଜାନୁଆରୀ ୩୧ ଯାଏଁ ମୋ ବସ ଯାତ୍ରୀ ଏସି ବସର ଭଡ଼ା ହ୍ରାସ କରାଯାଇଥିଲା । ଯାହାଫଳରେ ତେବେ ଏସି ବସରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ ଡିସେମ୍ବର ପହିଲାରୁ ୩୮ ପ୍ରତିଶତ କମ ଭଡା ଦେବାକୁ ପଡ଼ୁଛି । ଏବେ ଏହାର ବ୍ୟଧତା ବଢାଇ ଦିଆଯାଇଛି । ଏହି ରିହାତି ଭଡ଼ା ଆସନ୍ତା ୩୧ ମାର୍ଚ୍ଚ ୨୦୨୦ ଯାଏଁ ରହିବା ନେଇ କ୍ରୁଟ ପକ୍ଷରୁ ନିଷ୍ପତି ହୋଇଛି ।
ମୋବସ ନିଜର ଗ୍ରାହକମାନଙ୍କ ଦୈନନ୍ଦିନ ଯାତ୍ରାକୁ ସୁଗମ ପରିଚାଳନା କରିବା ପାଇଁ ସର୍ବଦା ପ୍ରଚେଷ୍ଟା କରିଚାଲିଛି ଏବଂ ଯାତ୍ରୀଙ୍କ ସୁବିଧା ପାଇଁ ଏଭଳି ନିଷ୍ପତ୍ତି ଗ୍ରହଣ କରିଛି । ଏହି ବିଷୟରେ କ୍ରୁଟ୍ର ମହାପ୍ରବନ୍ଧକ ଶ୍ରୀମତି ଦୀପ୍ତି ମହାପାତ୍ର ଜଣାଇଛନ୍ତି ଯେ, ଯାତ୍ରୀମାନଙ୍କର ସୁବିଧା କ୍ରୁଟ୍ର ପ୍ରଥମ ଲକ୍ଷ୍ୟ ଓ ପ୍ରଦୁଷଣ ମୁକ୍ତ ମହାନଗର ପାଇଁ ପ୍ରତିଶୃତିବଦ୍ଧ ।
ତେବେ ଗତ ୨ମାସରେ ଦୈନନ୍ଦିନ ଯାତ୍ରୀ ସଂଖ୍ୟା ବହୁତ ବଢିଛି । ବସ୍ ଭଡ଼ା ଦେବା ବେଳେ ଏବେ ଆଉ ଖୁଚୁରା ପଇସା ପାଇଁ ଚିନ୍ତା କରିବାକୁ ପଡୁନି । ଏବଂ ଯାତ୍ରୀମାନେ ବାର୍ତ୍ତାନୁକୁଳିତ ଭଡାକମ୍ ହେବା ପଦେକ୍ଷପକୁ ବହୁତ ଆପଣେଇଛନ୍ତି ।