spot_img
Home Blog Page 7292

କରୋନା ସଙ୍କଟ: ମୁଖ୍ୟମନ୍ତ୍ରୀ ମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଆଶ୍ୱାସନା,ମିଶିକି ଲଢିବା ଯୁଦ୍ଧ

ନୂଆଦିଲ୍ଲୀ: କରୋନାଭାଇରସ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥାବାର୍ତ୍ତା କରିଛନ୍ତି । ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀ କରୋନାକୁ ରୋକିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ପଦକ୍ଷେପ ବିଷୟରେ ଆଲୋଚନା କରିଛନ୍ତି । ସେ ରାଜ୍ୟ ସରକାରଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ କେନ୍ଦ୍ର ସରକାର ସେମାନଙ୍କ ସହ ସବୁବେଳେ ଅଛି । ଏହା ସହ ସମସ୍ତ ସମ୍ଭାବ୍ୟ ସହାୟତା ପ୍ରଦାନ କରାଯିବ ବୋଲି ମଧ୍ୟ ମୋଦି କହିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲକଡାଉନ୍ କୁ ନେଇ ଚିନ୍ତା ଦେଖାଯାଇଥିଲା। ଲକଡାଉନ୍ କୁ କଡାକଡି ଭାବେ ପାଳନ କରିବାକୁ ସେ ପ୍ରତ୍ୟେକ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଅପିଲ କରିଛନ୍ତି। ଏହା ମଧ୍ୟ କହିଛନ୍ତି ଯେ ଲୋକଙ୍କୁ ଆବଶ୍ୟକ ସାମଗ୍ରୀ ମଧ୍ୟ ଯୋଗାଇ ଦିଆଯାଉ, ଫଳରେ କାହାରି କିଛି ଅସୁବିଧା ହେବ ନାହିଁ।

ଶ୍ରମିକଙ୍କ ପଳାୟନ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅପିଲ କରିଛନ୍ତି ଯେ, ପ୍ରତ୍ୟେକ ସମ୍ଭାବ୍ୟ ସ୍ଥାନାନ୍ତରକୁ ବନ୍ଦ କରିବାକୁ ହେବ। ଏଥିପାଇଁ ସବୁ ରାଜ୍ୟ ତାଙ୍କ ତରଫରୁ ସମସ୍ତ ବ୍ୟବସ୍ଥା କରିବା ଉଚିତ୍। ସେମାନଙ୍କର ଖାଇବା ପିଇବା ଓ ରହିବା ବ୍ୟବସ୍ଥା କରାଯିବା ଉଚିତ୍ । ଏଥିସହ ଶ୍ରମିକମାନଙ୍କୁ ରାସ୍ତାକୁ ନ ଯିବା ପାଇଁ ଆବେଦନ କରାଯିବା ଉଚିତ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ଏହି ସଙ୍କଟ ସମୟରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଉତ୍ତମ ତାଳମେଳର ଆବଶ୍ୟକତା ରହିଛି ।

ସମସ୍ତ ଅସୁବିଧା ସମୟରେ ପ୍ରତ୍ୟେକ ରାଜ୍ୟକୁ ସବୁ ପ୍ରକାରର ସହାୟତା ଯୋଗାଇ ଦିଆଯିବ । କେବଳ ସେତିକି ନୁହେଁ ପ୍ରଧାନମନ୍ତ୍ରୀ ମୋଦୀ ରାଜ୍ୟଗୁଡିକର ଚିକିତ୍ସା ସୁବିଧା ବିଷୟରେ କହିଥିଲେ। ଗତ କିଛି ଦିନରେ କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚିନ୍ତା ପ୍ରକାଶ କରିଥିଲେ। ସେ କହିଛନ୍ତି ଯେ ପ୍ରତ୍ୟେକ ସନ୍ଦିଗ୍ଧ ଲୋକଙ୍କୁ ଆଇସୋଲେଟ କରାଯିବା ଉଚିତ୍। ସେମାନଙ୍କ ସହ ଯୋଗାଯୋଗ କରୁଥିବା ସମସ୍ତ ଲୋକଙ୍କୁ କ୍ୱାରେଣ୍ଟାଇନ୍ କରାଯିବା ଉଚିତ୍ । ଯଦି କ୍ୱାରେଣ୍ଟାଇନ୍ ୱାର୍ଡକୁ ବୃଦ୍ଧି କରାଯିବା ଆବଶ୍ୟକ, ତେବେ ଏହାକୁ ବୃଦ୍ଧି କରାଯିବା ଉଚିତ୍ ।

ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି ପାଇଁ ଟିପ୍ସ ଦେଇଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଟୁଇଟରରେ ଲେଖିଛନ୍ତି ଯେ, ଆୟୁଷ ମନ୍ତ୍ରଣାଳୟ ଉନ୍ନତ ସ୍ୱାସ୍ଥ୍ୟ ଏବଂ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ କିଛି ନିର୍ଦ୍ଦେଶ ଦେଇଛି। ଏହିଗୁଡିକ ସହଜରେ କରାଯାଇପାରିବ । ଏପରି ଅନେକ ଜିନିଷ ଅଛି, ଯାହା ସେ ନିଜେ ବର୍ଷ ବର୍ଷ ଧରି କରିଆସୁଛନ୍ତି ।  ଯେମିତିକି ‘ବର୍ଷସାରା କେବଳ ଗରମ ପାଣି ପିଇବା’ ।

କରୋନା ଠାରୁ ବଞ୍ଚିବା ପାଇଁ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନେକ ଟିପ୍ସ ଦେଇଛନ୍ତି । ଏହାକୁ ନିଜେ ପାଲନ କରିବା ସହ ଅନ୍ୟମାନଙ୍କୁ ସେୟାର କରିବାକୁ କହିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ବାର୍ତ୍ତା ସହିତ ଆୟୁଷ ମନ୍ତ୍ରଣାଳୟର ନିର୍ଦ୍ଦେଶାବଳୀ ଜଡିତ କିଛି ଚିତ୍ର ମଧ୍ୟ ପୋଷ୍ଟ କରିଛନ୍ତି। ଏହି ଚିତ୍ରଗୁଡ଼ିକରେ, କରୋନା ଜୀବାଣୁ ସମ୍ବନ୍ଧୀୟ କିଛି ସଙ୍କଟଠୁ ରକ୍ଷା ପାଇଁ ଆୟୁର୍ବେଦିକ ପ୍ରତିକାର ତଥା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ବିଷୟରେ ଦିଆଯାଇଛି।

 

କରୋନା ରୋକିବା ପାଇଁ ଏକାଠି ଲଢିବାକୁ ଆହ୍ୱାନ । ଭିଡିଓ କନଫରେନସିଂରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇ ଆଶ୍ୱାସନା ଦେଲେ ପ୍ରଧାନମନ୍ତ୍ରୀ । ରାଜ୍ୟମାନଙ୍କରେ ନିଆଯାଇଥିବା ପଦକ୍ଷେପ ନେଇ ଚର୍ଚ୍ଚା ହୋଇଛି ।

କରୋନା ରୋକିବା ପାଇଁ ଏକାଠି ଲଢିବାକୁ ଆହ୍ୱାନଭିଡିଓ କନଫରେନସିଂରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇ ଆଶ୍ୱାସନା ଦେଲେ ପ୍ରଧାନମନ୍ତ୍ରୀରାଜ୍ୟମାନଙ୍କରେ ନିଆଯାଇଥିବା ପଦକ୍ଷେପ ନେଇ ଚର୍ଚ୍ଚା ହୋଇଛି

ଚାରି ସପ୍ତାହ ମଧ୍ୟରେ କରୋନା ମାମଲା ହ୍ରାସ ପାଇବ ! ଦାବି କଲେ ଚୀନ୍ ବୈଜ୍ଞାନିକ

ବେଜିଂ: ଆସନ୍ତା ଚାରି ସପ୍ତାହ ମଧ୍ୟରେ ସମଗ୍ର ବିଶ୍ୱ ବଦଳିଯିବ  ବୋଲି ଚୀନ୍‌ର ସବୁଠୁ ବଡ କରୋନା ଭାଇରସ ବିଶେଷଜ୍ଞ ଦାବି କରିଛନ୍ତି। କରୋନା ଭାଇରସର କୌଣସି ମାମଲା ସାମ୍ନାକୁ ଆସିବ ନାହିଁ । ଏହା ସେ ପୂର୍ବାନୁମାନ କରି କହୁଛନ୍ତି । ଚୀନରେ ମଧ୍ୟ ଆଉ କେହି କରୋନା ସଂକ୍ରମିତ ହେବେ ନାହିଁ। ୮୩ ବର୍ଷିୟ ଡକ୍ଟର ଜୋଙ୍ଗ କହିଛନ୍ତି ଯେ, ସେମାନେ ସେଠାରେ ମନିଟରିଂ ସିଷ୍ଟମକୁ ମଜବୁତ କରିଛନ୍ତି ।

ଡକ୍ଟରଙ୍କ କହିବା ଅନୁସାରେ, କରୋନା ଭୂତାଣୁ ମୁକାବିଲା ପାଇଁ କେବଳ ଦୁଇଟି ଉପାୟ ରହିଛି। ପ୍ରଥମ ହେଉଛି କରୋନା ପ୍ରଭାବିତ ସଂଖ୍ୟା ସର୍ବନିମ୍ନ ସ୍ତରକୁ ନେବା ଓ ଏହାର ସଂକ୍ରମଣକୁ ରୋକିବା । ଏହା ଦ୍ୱାରା ସେମାନଙ୍କୁ ଭ୍ୟାକ୍ସିନ୍ ତିଆରି କରିବା ପାଇଁ ସମୟ ମିଳିବ । ଫଳରେ ଏହି ରୋଗକୁ ଦୂର କରିବାରେ ସମର୍ଥ ହେବା । ଦ୍ୱିତୀୟ ଉପାୟ ହେଉଛି ସଂକ୍ରମଣକୁ ବିଳମ୍ବ କରିବା ଏବଂ ବିଭିନ୍ନ ଉପାୟରେ କିଛି ରୋଗୀଙ୍କ ସଂଖ୍ୟା ହ୍ରାସ କରିବା। ଅଧିକାଂଶ ଦେଶ କରୋନାକୁ ନେଇ କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି । ଏହି ଉପାୟ ଆପଣାଇଲେ, ସେ ଆଶା କରୁଛନ୍ତି ଯେ ଆସନ୍ତା ଚାରି ସପ୍ତାହ ମଧ୍ୟରେ ନୂଆ ମାମଲା ଆସିବା ବନ୍ଦ ହୋଇଯିବ।

ତେବେ ନିକଟରେ ଏକ ଖବର ଶୁଣିବାକୁ ମିଳିଥିଲା ଯେ, ଚୀନରେ ଆହୁରୀ ଲକ୍ଷ ଲକ୍ଷ ସାଇଲେଣ୍ଟ କରୋନା ରୋଗୀ ଅଛନ୍ତି। ଯେଉଁମାନଙ୍କ ବିଷୟରେ ଏଯାଏଁ ଖୁଲାସା ହୋଇନାହିଁ । ହେଲେ ଏହା ମିଥ୍ୟା ବୋଲି କହିଛନ୍ତି ଚୀନର ଡାକ୍ତର । ସେଠାରେ ସମସ୍ତ ରୋଗୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଯେଉଁମାନଙ୍କର କରୋନା ସଂକ୍ରମଣ ଅଛି କିନ୍ତୁ ଲକ୍ଷଣ ଦେଖାଯାଉ ନାହିଁ , ସେମାନଙ୍କୁ ଏସିମ୍ପ୍ଟୋମେଟିକ୍ ମାମଲା କୁହାଯାଏ ।

ଏସିମ୍ପ୍ଟୋମେଟିକ୍ ମାମଲାରୁ ସଂକ୍ରମଣ ହେବାର ଆଶଙ୍କା ଚାଇନାରେ ଅଧିକ ନୁହେଁ। କାରଣ ଏପର୍ଯ୍ୟନ୍ତ ସେମାନେ ଏହାର କୌଣସି ପ୍ରମାଣ ପାଇ ନାହାଁନ୍ତି । ଡାକ୍ତର କହିଛନ୍ତି ଯେ, ଏହି ରୋଗରୁ ମୁକ୍ତି ପାଇଥିବା ରୋଗୀମାନେ ପୁଣିଥରେ ଅସୁସ୍ଥ ହେବାର ସମ୍ଭାବନା ମଧ୍ୟ ବହୁତ କମ୍ । ଯଦି ଏମିତି କୌଣସି ମାମଲା ଆସେ, ତେବେ ସେମାନଙ୍କଠାରୁ ସଂକ୍ରମଣ ହେବାର ଆଶଙ୍କା ଅତ୍ୟନ୍ତ କମ୍ ଥାଏ । କାରଣ ସେମାନଙ୍କ ଶରୀରରେ ପୂର୍ବରୁ ଆଣ୍ଟିବଡି ଥାଏ, ଯେଉଁଥିପାଇଁ ଶରୀର ଭାଇରସ ଦ୍ୱାରା ପ୍ରଭାବିତ ହେବ ନାହିଁ ।

ନିଜକୁ କରୋନା ପଜିଟିଭ୍ କହି କ୍ଷମା ମାଗିଲେ ରାମ ଗୋପାଲ ବର୍ମା

ମୁମ୍ବାଇ: ବଲିଉଡ୍ ଫିଲ୍ମ ନିର୍ମାତା ରାମ ଗୋପାଳ ବର୍ମା ଏକ ଟ୍ୱିଟ୍ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି । ବୁଧବାର ଦିନ ସେ ଟ୍ୱିଟ୍ କରି କହିଛନ୍ତି ଯେ ଡାକ୍ତର ତାଙ୍କୁ କରୋନା ପଜିଟିଭ ବୋଲି କହିଛନ୍ତି ।  ଏହି ଟ୍ୱିଟ୍ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ଆଉ ରାମ ଗୋପାଳଙ୍କ ଏହି ଟ୍ୱିଟ ପରେ ଆରମ୍ଭ ହୋଇଥିଲା ଚର୍ଚ୍ଚା । ଏବଂ ଏହି ଟ୍ୱିଟର ୧୫ମିନିଟ୍ ପରେ ଆସିଥିଲା ଆଉ ଏକ ଟ୍ୱିଟ ଯେଉଁଥିଲେ ସେ କ୍ଷମା ମାଗି କରୋନା ପଜିଟିଭ୍ କଥାକୁ ଖଣ୍ଡନ କରିଥିଲେ। ଆସନ୍ତୁ ଜାଣିବା ପ୍ରକୃତରେ ପୂରା ଘଟଣା କଣ ଥିଲା ।

ରାମଗୋପାଲ ଟ୍ୱିଟରେ କାହିଁକି ଏମିତି ଲେଖିଲେ ?

ରାମ ଗୋପାଳ ବର୍ମା ସମସ୍ତଙ୍କୁ ଏପ୍ରିଲ୍ ଫୁଲ କରିବାକୁ ଯାଇ ନିଜ ଟ୍ୱିଟର ଆକାଉଣ୍ଟରେ ଏମିତି ଏକ ପୋଷ୍ଟ କରିଥିଲେ । ଯେଉଁଥିଲେ ସେ କରୋନା ପଜିଟିଭ୍ କଥା ଟ୍ୱିଟ୍ କରି ତାଙ୍କ ପ୍ରଶଂସକଙ୍କୁ ଜଣାଇଥିଲେ ।

ରାମ ଗୋପାଳ ବର୍ମା ପ୍ରଥମ ଟ୍ୱିଟରେ ଲେଖିଛନ୍ତି- ମୁଁ କରୋନା ପଜିଟିଭ୍ ବୋଲି ଡାକ୍ତର ମୋତେ  କହିଛନ୍ତି । ତା’ପରେ ସେ ଆଉ ଏକ ଟ୍ୱିଟରେ ଲେଖିଛନ୍ତି – ଆପଣଙ୍କୁ ନିରାଶ କରିଥିବାରୁ ମୁଁ କ୍ଷମା ମାଗୁଛି । ଡାକ୍ତର ମୋତେ ଏପ୍ରିଲ ଫୁଲ କରିବାକୁ ଯାଇ  ଏହି ଖବର ଦେଇଥିଲେ ।

ଏହା ପରେ ଲୋକମାନେ ରାମ ଗୋପାଳ ବର୍ମାଙ୍କୁ ଟ୍ରୋଲ କରିଥିଲେ। କରୋନା ସଂକ୍ରମିତଙ୍କୁ ପରିହାସ କରିବାରୁ ତାଙ୍କ ଫ୍ୟାନ୍ସମାନେ ତାଙ୍କୁ ଟ୍ରୋଲ କରିବାରେ ଲାଗିଛନ୍ତି । ଏହା ପରେ ସେ ଟ୍ୱିଟରେ କ୍ଷମା ମାଗିଛନ୍ତି ଏବଂ ଲେଖିଛନ୍ତି- ମୁଁ କେବଳ ପରିବେଶକୁ ସାମାନ୍ୟ କରିବାକୁ ଚାହୁଁଥିଲି । ଏହି ଥଟ୍ଟା ମୋତେ କରାଯାଇଥିଲା ଯାହା ମୁ ସୋସିଆଲ ମିଡ଼ିଆରେ ପୋଷ୍ଟ କଲି । କିନ୍ତୁ ଯଦି ମୁଁ କାହାର ଭାବନାକୁ ଆଘାତ ଦେଇଛି, ମୁଁ ସେମାନଙ୍କ ପାଇଁ କ୍ଷମା ପ୍ରାର୍ଥନା କରୁଛି ।

ତେବେ ଏହି ପରିସ୍ଥିତି ଉପହାସ ନକରି ଗମ୍ଭୀରତାର ସହ ନେବାକୁ ସବୁ ବେଳେ ସଚେତନ କରାଯାଉଥିବା ବେଳେ ଏଭଳି ଏପ୍ରିଲ ଫୁଲ୍ କରୁଥିବା ଲୋକ ପ୍ରକୃତରେ ନନ୍ଦନୀୟ ।

ଆଜି ସେଇ ‘ଦିଲୱାଲେ’ଙ୍କ ଜନ୍ମଦିନ,ଯିଏ ‘ସିଂହମ’ଭଳି ‘ଇସ୍କ’ କରନ୍ତି..ତାଙ୍କୁ କୁହନ୍ତୁ ‘ଅଲ ଦ ବେଷ୍ଟ୍’

ବଲିଉଡ୍‌ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ହ୍ୟ।ଣ୍ଡସମ୍‌ ଅଭିନେତା, ପ୍ରଯୋଜକ ତଥା ନିର୍ଦ୍ଦେଶକ ହେଉଛନ୍ତି ଅଜୟ ଦେବଗନ୍‌ । ୧୯୬୯ ମସିହା ଏପ୍ରିଲ ମାସ ଦିଲ୍ଲୀରେ ଅଜୟ ଦେବଗନ୍‌ ଙ୍କ ଜନ୍ମ ହୋଇଥିଲା । ପାଖାପାଖି ୧୦୦ରୁ ଅଧିକ ବଲିଉଡ ଚଳଚ୍ଚିତ୍ରରେ ବିଭିନ୍ନ ଭୂମିକାରେ ଅଭିନୟ କରି ଅଜୟ ଅନେକ ଲୋକପ୍ରିୟତା ହାସଲ କରିଛନ୍ତି । ଏବେ ବଲିଉଡର ସେ ଜଣେ ସଫଳ ଅଭିନେତା । ୧୯୯୧ ମସିହାରେ ଫିଲ୍ମ ‘ଫୁଲ୍‌ ଔର୍ କାଣ୍ଟେ’ରେ ଅଭିନୟ କରି ସେ ନିଜ ଫିଲ୍ମି କ୍ୟାରିଅର ଆରମ୍ଭ କରିଥିଲେ । ଏହାପରେ ସେ ଆଉ ଫଛକୁ ଫେରିନାହାଁନ୍ତି ।

ଜିଗର୍‌,ସଂଗ୍ରାମ,ବିଜୟପଥ୍‌,ଦିଲ୍‌ୱାଲେ,ସୁହାଗ୍‌,ହକିକତ୍‌,ଇସ୍କ,ରାଜନୀତି,ଗଙ୍ଗାଜଲ୍‌ ଭଳି ବହୁ ଫିଲ୍ମରେ ସେ ଅଭିନୟ କରିଛନ୍ତି । ବଲିଉଡରେ ପାଦ ଦେବା ପରେ ସେ ଖୁବ ପ୍ରତିଷ୍ଠା ଲାଭ କରିଛନ୍ତି । ଆଜି ଅଜୟ ତାଙ୍କ ୫୧ତମ ଜନ୍ମଦିନ ପାଳନ କରୁଛନ୍ତି । ଲକଡାଉନ୍ ଯୋଗୁଁ ଅତି ଆନନ୍ଦରେ ସେ ନିଜ ପରିବାର ସହ ସମୟ ବିତାଉଛନ୍ତି ।

ସୂଚନାଯୋଗ୍ୟ ଯେ,ଅଜୟ ଦେବଗନ୍‌ଙ୍କର ଯୋଡ଼ି ରୋହିତ ସେଟ୍ଟୀଙ୍କ ସହ ଖୁବ ଜମେ । ଏଥିପାଇଁ ଉଭୟେ ମିଶି ଦର୍ଶକଙ୍କୁ ଅନେକ ହିଟ୍‌ ଫିଲ୍ମ ଦେଇଛନ୍ତି । ଅଜୟ ଦେବଗନ୍‌ଙ୍କ ପତ୍ନୀ କାଜୋଲ୍‌ ମଧ୍ୟ ବଲିଉଡ଼ର ଜଣେ ଆଗଧାଡ଼ିର ଅଭିନେତ୍ରୀ । ଅଜୟ ଦେବଗନ୍‌ଙ୍କ ନିଜସ୍ୱ  ଫିଲ୍ମ ପ୍ରଡ଼କ୍ସନ୍‌ ହାଉସ୍‌ ଅଛି । ତାଙ୍କ ପ୍ରଡ଼କ୍ସନ୍‌ ବ୍ୟାନରରେ ରାଜୁ ଚାଚା, ଅଲ୍‌ ଦ ବେଷ୍ଟ, ସିଂହମ୍‌ ରିଟର୍ଣ୍ଣସ୍‌, ଆଦି ଫିଲ୍ମ ନିର୍ମାଣ କରିଛନ୍ତି । ବଲିଉଡ଼ ଇଣ୍ଡଷ୍ଟ୍ରିକୁ ଅଜୟ ଦେବଗନ୍‌ଙ୍କ ଅନେକ କିଛି ଦେଇଛନ୍ତି । ତାଙ୍କ ଦମଦାର ଅଭନିୟ ଖୁବ ପ୍ରଶଂସନୀୟ ।

ତାଙ୍କର ଏହି ସଫଳତା ଓ ଅବଦାନ ପାଇଁ ସେ ୩୨ଟି ସମ୍ମାନରେ ସମ୍ମାନିତ ହୋଇଛନ୍ତି । ତାଙ୍କୁ ନ୍ୟାସନାଲ୍‌ ଫିଲ୍ମ ଆୱାର୍ଡ,ଷ୍ଟାର୍‌ ଡଷ୍ଟ ଆୱାର୍ଡ,ସ୍କ୍ରିନ୍‌ ଆୱାର୍ଡ ସହ ଭାରତର ଚତୁର୍ଥ ଶ୍ରେଷ୍ଠ ସମ୍ମାନ ପଦ୍ମଶ୍ରୀ ସମ୍ମାନ ମିଳିଛି । ସବୁଠୁ ବଡ କଥା ହେଲା ବଲିଉଡର ସିଂହମଙ୍କ ହୃଦୟ କେତେ ବଡ ତାହା କରୋନା ଲକଡାଉନ୍ ବେଳର ଘଟଣାରୁ ଜଣା ପଡୁଛି । ନିକଟରେ ସେ ଫିଲ୍ମ ଇଣ୍ଡଷ୍ଟ୍ରୀର ଦିନ ମଜୁରିଆଙ୍କ ପାଇଁ ୫୧ ଲକ୍ଷ ଟଙ୍କା ଦାନ କରିଛନ୍ତି । ଲକଡାଉନ ବେଳେ ଯେମିତି ବଲିଉଡର କୌଣସି ଠିକା କର୍ମଚାରୀ ଭୋକରେ ନରୁହନ୍ତୁ ସେଥିପାଇଁ ସେ ଏହି ଦାନ କରିଛନ୍ତି ।

 

 

 

 

ଫିଲିପାଇନ୍ସର ଲକ୍ ଡାଉନ୍ ନୀତିକୁ ଭାରତ ଆନୁସରଣ କରିବା ଉଚିତ୍ କି ?

ମାନିଲା: କରୋନାଠାରୁ ବର୍ତ୍ତିବା ଲାଗି ଏକମାତ୍ର ବିକଳ୍ପ ସଚେତନତା। ଯାହାପାଇଁ ସବୁ ଦେଶ ଲକଡାଉନକୁ ଆପଣାଇଛନ୍ତି । କିନ୍ତୁ କିଛି ଏମିତି ଲୋକ ଅଛନ୍ତି ଯେଉଁମାନେ ଏହାକୁ ଗମ୍ଭିରତା ସହ ନେଉ ନାହାଁନ୍ତି  । ଲକଡାଉନକୁ ହାଲୁକାରେ ନେଉଥିବା ଲୋକଙ୍କ ପାଇଁ ଗୋଟିଏ ଦେଶର ରାଷ୍ଟ୍ରପତିଙ୍କ  ବାର୍ତ୍ତା ସୁଧୁରି ଯାଅ,ନହେଲେ ମର । ଲକଡାଉନ୍ ବେଳେ ରାସ୍ତାରେ ବୁଲି ସୋସିଆଲ ଡିଷ୍ଟାନ୍ସକୁ ମାନୁନଥିବା ଲୋକଙ୍କୁ ଦେଖିବା ମାତ୍ରେ ଗୁଳି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସେହି ଦେଶର ସର୍ବୋଚ୍ଚ ଶାସକ ।

इस देश के राष्ट्रपति ने दी धमकी- जो लॉकडाउन तोड़े उसे गोली मार दो

ଲକଡାଉନରେ ଘରେ ରହିବା ସହିତ ସାମାଜିକ ଦୂରତ୍ଵ ରକ୍ଷା କଲେ କରୋନାଠାରୁ ବିଜୟ ମିଳିପାରିବ। ତେଣୁ ଲକଡାଉନ ଏକମାତ୍ର ସମାଧାନ । ଏହି ପରିସ୍ଥିତି କେବଳ ଭାରତରେ ନୁହେଁ, ଅନ୍ୟ ଦେଶରେ ବି ସମାନ ସ୍ଥିତି। ତେଣୁ ଲକ୍‌ଡାଉନକୁ କଡ଼ାକଡ଼ି ଭା​‌ବେ ପାଳନ କରିବା ସହିତ ଏହାକୁ ଉଲ୍ଲଂଘନ କଲେ ଗୁଳି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଫିଲିପାଇନ୍ସ ରାଷ୍ଟ୍ରପତି ରୋଡ୍ରିଗୋ ଦୁତେର୍ତେ ।

 

ସେ ତାଙ୍କ ସରକାର, ପୁଲିସ ଏବଂ ପ୍ରଶାସନକୁ କହିଛନ୍ତି ଯେ, ଯିଏ କରୋନା ଭୂତାଣୁ ପାଇଁ ଲାଗୁ ହୋଇଥିବା ଲକ୍‌ଡାଉନ ନିୟମ ପାଳନ କରୁନାହାଁନ୍ତି ଏବଂ ସମସ୍ୟା ସୃଷ୍ଟି କରୁଛନ୍ତି, ସେମାନଙ୍କୁ ତୁରନ୍ତ ଗୁଳି କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

 

ସେ ଦେଶବାସୀଙ୍କୁ କହିଛନ୍ତି, ବର୍ତ୍ତମାନ ସମୟରେ ସରକାରଙ୍କ ଆଦେଶକୁ ପାଳନ କର । କୌଣସି ସ୍ୱାସ୍ଥ୍ୟକର୍ମୀ, ଡାକ୍ତରଙ୍କୁ କ୍ଷତି ପହଞ୍ଚାଅ ନାହିଁ। ଏଭଳି କଲେ ତାହା ଗମ୍ଭୀର ଅପରାଧ ହେବ। ଏଥିପାଇଁ ମୁଁ ପୁଲିସ ଏବଂ ସୁରକ୍ଷା କର୍ମୀଙ୍କୁ ଆଦେଶ ଦେଉଛି ଯେ ଯେଉଁମା​‌ନେ ଲକ୍‌ଡାଉନରେ ସମସ୍ୟା ସୃଷ୍ଟି କରିବେ ତାଙ୍କୁ ତୁରନ୍ତ ଗୁଳି କରିଦିଅ।

ତେବେ ରୋଡ୍ରିଗୋ  ଏଭଳି ବିବାଦୀୟ ଆଦେଶ ଦେବା ପ୍ରଥମ ଘଟଣା ନୁହେଁ। ୨୦୧୬-୧୭ରେ ବି ସେ ଡ୍ରଗ୍ସ ବ୍ୟବସାୟୀମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନ ନେଇ ସିଧା ଗୁଳି କରିଦେବାକୁ ପୁଲିସକୁ ନିର୍ଦେଶ ଦେଇଥିଲେ।

କୋରନା ମୁକାବିଲା ପାଇଁ ପ୍ରସ୍ତୁତ ଅଛି ଓଡ଼ିଶା । ଆଜିଠୁ କିମ୍ସ ଓ ଅଶ୍ୱିନୀର କୋଭିଡ-19 ହସପିଟାଲ ହେବ କାର୍ଯ୍ୟକ୍ଷମ । ଭିଡିଓ କନଫେରିନ୍ସଂ ଜରିଆରେ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ ।

କୋରନା ମୁକାବିଲା ପାଇଁ ପ୍ରସ୍ତୁତ ଅଛି ଓଡ଼ିଶା । ଆଜିଠୁ କିମ୍ସ ଓ ଅଶ୍ୱିନୀର କୋଭିଡ-19 ହସପିଟାଲ ହେବ କାର୍ଯ୍ୟକ୍ଷମ । ଭିଡିଓ କନଫେରିନ୍ସଂ ଜରିଆରେ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ ।

କେମିତି ରୋକାଯିବ କରୋନା । ଭିଡିଓ କନଫରେନ୍ସିରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ । କରୋନା ମୁକାବିଲା ଓ ଲକଡାଉନ ନେଇ ହେବ ଆଲୋଚନା । ଶ୍ରମିକ ସମସ୍ୟା ଉପରେ ହୋଇପାରେ ନିଷ୍ପତ୍ତି ।

କେମିତି ରୋକାଯିବ କରୋନା । ଭିଡିଓ କନଫରେନ୍ସିରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ । କରୋନା ମୁକାବିଲା ଓ ଲକଡାଉନ ନେଇ ହେବ ଆଲୋଚନା । ଶ୍ରମିକ ସମସ୍ୟା ଉପରେ ହୋଇପାରେ ନିଷ୍ପତ୍ତି ।

ଆମେରିକାରେ କରୋନା କହର । ଗୋଟିଏ ଦିନରେ ଗଲା ୮ଶହରୁ ଅଧିକ ଜୀବନ, ୫ହଜାର ଟପିଲା ମୃତ୍ୟୁସଂଖ୍ୟା । ଇଟାଲୀ, ସ୍ପେନ୍ରେ ବି ସ୍ଥିତି ସଂଗୀନ୍ । ବିଶ୍ୱରେ ୯ଲକ୍ଷରୁ ଅଧିକ ସଂକ୍ରମିତ ।

ଆମେରିକାରେ କରୋନା କହର ।  ଗୋଟିଏ ଦିନରେ ଗଲା ୮ଶହରୁ ଅଧିକ ଜୀବନ, ୫ହଜାର ଟପିଲା ମୃତ୍ୟୁସଂଖ୍ୟା । ଇଟାଲୀ, ସ୍ପେନ୍‌ରେ ବି ସ୍ଥିତି ସଂଗୀନ୍‌ । ବିଶ୍ୱରେ ୯ଲକ୍ଷରୁ ଅଧିକ ସଂକ୍ରମିତ ।

ଭାରତରେ ଉପରମୁହାଁ କରୋନା ଗ୍ରାଫ୍ । ଦୁଇ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, ୪ଦିନରେ ୨ଗୁଣା । ତାମିଲନାଡୁରେ ଆସିଲା ଶହେରୁ ଅଧିକ ନୂଆ ମାମଲା । ଭୟଙ୍କର ଭାଇରସ ନେଲାଣି ୫୮ ଜୀବନ ।

ଭାରତରେ ଉପରମୁହାଁ କରୋନା ଗ୍ରାଫ୍‌ । ଦୁଇ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, ୪ଦିନରେ ୨ଗୁଣା । ତାମିଲନାଡୁରେ ଆସିଲା ଶହେରୁ ଅଧିକ ନୂଆ ମାମଲା । ଭୟଙ୍କର ଭାଇରସ ନେଲାଣି ୫୮ ଜୀବନ ।