spot_img
Home Blog Page 7293

ପୋଲିସର ବିନା ଅନୁମତିରେ ଖାଦ୍ୟ ବାଣ୍ଟିବାକୁ ଯାଇ ଖାଦ୍ୟ ସହ ଅଟୋ ଜବତ

ଭୁବନେଶ୍ୱର:  ଲକଡାଉନରେ ଲୋକଙ୍କୁ ମନଇଚ୍ଛା ଖାଦ୍ୟ ବାଣ୍ଟିବା ଉପରେ ରୋକ ଲଗାଯାଇଛି । ରାଜଧାନୀରେ ମନଇଚ୍ଛା ଖାଦ୍ୟ ବାଣ୍ଟି ପାରିବେନି ସ୍ୱେଚ୍ଛାସେବୀ ସଂଗଠନ । ଏହା ଉପରେ କମିଶନରେଟ୍‌ ପୋଲିସ କଟକଣା ଲଗାଇଛି ।

ଖାଦ୍ୟ ବଣ୍ଟନ ନାଁରେ ସାମାଜିକ ଦୂରତାକୁ ଉଲ୍ଲଂଘନ କରୁଛନ୍ତି । ଫଳରେ ସାମାଜିକ ସଂକ୍ରମଣର ଆଶଙ୍କା ରହୁଛି। ଖାଦ୍ୟର ମାନ ମଧ୍ୟ ଠିକ୍‌ ନଥିବା ଅଭିଯୋଗ ହୋଇଛି । ତେଣୁ ବିଏମ୍‌ସି ଓ ପୋଲିସ ବିନା ଅନୁମତିରେ ଖାଦ୍ୟ ବଣ୍ଟନ ନେଇ କାର୍ଯ୍ୟାନୁଷ୍ଠାନ ନିଆଯିବ । ଆଜି ଭୁବନେଶ୍ୱର ରାଜମହଲ ଛକରୁ ଅଟୋ ଓ ଖାଦ୍ୟ ଜବତ କରିଛନ୍ତି ପୋଲିସ।

ଲକ୍ ଡାଉନ୍ ଭିତରେ ବୋର୍ ହେଉଛନ୍ତି କି ? ବାଲିଗୁଡା ପୋଲିସର ହ୍ୱାଟ୍ସଆପ୍ ନମ୍ବରକୁ ପଠାନ୍ତୁ କବିତା ଓ ଗପ !

ବାଲିଗୁଡ଼ା: ସମସ୍ତଙ୍କୁ ଘାରିଛି କରୋନା ଭୟ। ଘରେ ରହି ରହି ଲୋକେ ବିରକ୍ତ ହୋଇଗଲେଣି । ଏଣିକି ଲକ୍‌ଡାଉନ୍‌ ସମୟରେ ଆଉ ବୋର ହେବେନି । ଘରେ ବସିବସି ବୋର୍ ନହୋଇ କରୋନା ଉପରେ ଆଧାରିତ କବିତା, ଚିତ୍ରାଙ୍କନ, ରଚନା, କ୍ଷୁଦ୍ରଗଳ୍ପ,ଗିତ ଆଦି ରଚନା କରିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଉଛି । ଫଳରେ ଲୋକମାନେ ଘରେ ବସି ବସି ଆଉ ବୋର୍ ହେବେନି । ସେ ସବୁକୁ ପଠାଇବାପାଇଁ ବାଲିଗୁଡ଼ା ପୋଲିସ୍ ପକ୍ଷରୁ ଏକ ହ୍ବାଟ୍ସଆପ୍ ନମ୍ବର ମଧ୍ୟ ଯାରି କରାଯାଇଛି । ଯେଉଁ କବିତା ଭଲ ହୋଇଥିବା ତାହା ସଚେତନତା କାର୍ଯ୍ୟକ୍ରମରେ ସ୍ଥାନ ପାଇବ ଏବଂ ବାଲିଗୁଡା ଆଇଆଇସି ପ୍ରଶାନ୍ତ କୁମାର ବେହେରା ନିଜ କଣ୍ଠରେ ତାକୁ ଗାଇବେ । ଏଥିସହିତ ଭଲ ଗପ, କ୍ଷୁଦ୍ରଗଳ୍ପ,କବିତା, ଚିତ୍ରାଙ୍କନ, ଗିତ କନ୍ଧମାଳ ଏସପିଙ୍କ ଟ୍ବିଟର ରେ ମଧ୍ୟ ପୋଷ୍ଟ କରାଯିବ । କରୋନା ଯୁଦ୍ଧ ସରିବାପରେ ଯେଉଁ ବ୍ୟକ୍ତିଙ୍କ କବିତା,ଗଳ୍ପ, ରଚନା, ଚିତ୍ରାଙ୍କନ,ଗିତ ମନୋନୀତ ହୋଇଥିବ ସେମାନଙ୍କୁ ପୁରସ୍କୃତ କରାଯିବ ବୋଲି କହିଛନ୍ତି ବାଲିଗୁଡ଼ା ଏସଡିପିଓ ।

ଏହାସହ ଶ୍ରେଷ୍ଠ ଗପ, କ୍ଷୁଦ୍ରଗଳ୍ପ,  କବିତା, ଚିତ୍ରାଙ୍କନ ଓ ଗୀତ ଏସ୍‌ପିଙ୍କ ଟ୍ୱିଟରରେ ପୋଷ୍ଟ କରାଯିବ । ଲକ୍‌ଡାଉନ୍‌ ପରେ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବବୋଲି କହିଛନ୍ତି ବାଲିଗୁଡ଼ା ଏସ୍‌ଡିପିଓ ।

ଭାରତରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା…ଗୋଟିଏ ଦିନରେ ଇଟାଲୀରେ ୭ ଶହ ଓ ସ୍ପେନରେ ୬ ଶହ ନୂଆ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ବର: ସମଗ୍ର ବିଶ୍ବ ଏବେ କରୋନା କବଳରେ । ଦିନକୁ ଦିନ ଆହୁରି ସ୍ଥିତି ସାଂଘାତିକ ହେଉଛି । ଧିରେ ଧିରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି ।ସବୁଠି କରୋନା ପାଇଁ ହାହାକାର ଛାଇଯାଇଛି । ଗତ ୩ ଦିନ ଭିତରେ ଭାରତରେ ୭ ଶହରୁ ଅଧିକ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ ଦୁଇ ହଜାର ପାଖାପାଖି ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା । ବର୍ତ୍ତମାନ ସୁଦ୍ଧା ୧୯୮୦ ସଂଖ୍ୟା ରହିଛି । ତେବେ ଭାରତରେ ଗତ ଚାରି ଦିନ ମଧ୍ୟରେ ହଠାତ୍ କରୋନା ମାମଲା ବଢିଛି ।

ଏବେ ସୁଦ୍ଧା ୫୮ ଜଣଙ୍କର ମୃତ୍ୟୁ ହୋଇଛି । ଆନ୍ଧ୍ରପ୍ରଦେଶରେ ଗୋଟିଏ ଦିନରେ ୬୮ଟି ନୂଆ କେସ ଚିହ୍ନଟ ହୋଇଛି । ମହାରାଷ୍ଟ୍ର , କେରଳ, ରାଜସ୍ଥାନରେ ପ୍ରତ୍ୟେକ ଦିନ ୩୦ରୁ ଅଧିକ ନୂଆ କେସ୍‌ ସାମ୍ନାକୁ ଆସୁଛି । କରୋନା ଯୋଗୁଁ ମହାରାଷ୍ଟ୍ରରେ ମୃତ୍ୟୁ ସଂଖ୍ୟା ଅଧିକ ରହିଛି ।  ଉତ୍ତରପ୍ରଦେଶ ଓ ଦିଲ୍ଲୀରେ ପୁଣି ଆକ୍ରାନ୍ତଙ୍କ ସଂଖ୍ୟା ବଢିଛି । ରାଜସ୍ଥାନରେ ଗୋଟିଏ ଦିନରେ ୩୦ଟି ମାମଲା ନଜରକୁ ଆସିଛି । ସେପଟେ ଆମେରିକାରେ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ଟପିଛି । ୪ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇ ସାରିଛି । ଗତ ୨୪ ଘଣ୍ଟାରେ ଇଟାଲୀରେ ୭ ଶହ ଓ ସ୍ପେନରେ ୬ ଶହ ନୂଆ ମାମଲା ଚିହ୍ନଟ ହୋଇଛନ୍ତି । ଇଟାଲୀରେ ମୃତ୍ୟୁ ସଂଖ୍ୟା ୧୩ ହଜାର ଟପିଛି ବେଳେ ସ୍ପେନରେ ୯ ହଜାର ଟପିଛି ।

ବ୍ୟବସାୟରେ କ୍ଷତି ସହିବେ…କର୍ମକ୍ଷେତ୍ରରେ ଅଶୁଭ ସୂଚନା ମିଳିବ

ମେଷ ରାଶି

ଅଶ୍ବିନୀ ନକ୍ଷତ୍ର – ଉତ୍ସାହ ଉଦ୍ଦିପନା, କର୍ମରେ ସଫଳତା ସହିତ ପାରିବାରିକ ଶାନ୍ତି ବଜାୟ ରହିବ,ସରକାରି ସହାୟତା ମିଳିବ ।

ଦ୍ବିଜା ନକ୍ଷତ୍ର – ମାନ ସମ୍ମାନ,ଧନ କ୍ଷେତ୍ରରେ ଶୁଭଫଳ ମିଳିବ, କୌଣସି ଦିଗରୁ କର୍ମ ସମ୍ବନ୍ଧିୟ ଶୁଭ ଖବର ମିଳିବ ।

କୃତ୍ତିକା ନକ୍ଷତ୍ର – ସୁଖଶାନ୍ତି କାରକ ଦ୍ରବ୍ୟ ପ୍ରାପ୍ତି ହେବ, ଅଧିକ ହଳଦିଆ ଦ୍ରବ୍ୟ ବ୍ୟବହାର, ପିତୃମାତୃ ସ୍ବାସ୍ଥ୍ୟଚିନ୍ତା ବଢିବ,ମାତୃଶକ୍ତି ଉପାସନା ଶୁଭ ଦାୟକ ।

– ଶୁଭ ରଙ୍ଗ – ହଳଦିଆ

– ଆଜି ଦେବୀ ତାରିଣିଙ୍କୁ ହଳଦିଆ ବସ୍ତ୍ର ଅର୍ପଣ କରନ୍ତୁ ।

ବୃଷ ରାଶି

କୃତ୍ତିକା ନକ୍ଷତ୍ର – କର୍ମ କ୍ଷେତ୍ର ସ୍ଥିତିରେ ସୁଧାର ଆସିବ, ସରକାରି ସହାୟତା ମିଳିବ, ଲୋକସଂପର୍କ ବୃଦ୍ଧି ହେବ, ନୂତନ ବନ୍ଧୁଦର୍ଶନରେ ଆତ୍ମଶାନ୍ତି ମିଳିବ ।

ରୋହିଣି ନକ୍ଷତ୍ର – ପାରିବାରିକ ପରିବେଷରେ ଖୁସି ମିଳିବ, ପିଲାଙ୍କର ଚାକିରିର ସୁଯୋଗ ଆସିବ, ନିଜ ପାଖପଡୋସିଙ୍କର ସେବାରେ ବ୍ୟସ୍ତ ରହିବେ ।

ମୃଗଶିରା ନକ୍ଷତ୍ର – ସମୟର ସ୍ରୋତ ଆପଣଙ୍କର ସପକ୍ଷରେ ଯିବ, ଦାୟିତ୍ବ ବୃଦ୍ଧି ହେବ,ପାରିବାରିକ ସମ୍ପର୍କରେ ଆନନ୍ଦ ମିଳିବ, ମହିଳାମାନେ ଆନନ୍ଦିତ ରହିବେ ।

– ଶୁଭ ରଙ୍ଗ – ସବୁଜ

– କଳା କୁକୁରଙ୍କୁ ପେଟପୁରା ଖାଇବାକୁ ଦିଅନ୍ତୁ ।

ମିଥୁରାଶି

ମୃଗଶିରା ନକ୍ଷତ୍ର – ଟଙ୍କାପଇସାକୁ ନେଇ ମାନସିକ ସ୍ତରରେ ବ୍ୟତିବ୍ୟସ୍ତ ରହିବେ,ଗୁରୁଜନ ମାନଙ୍କର ସ୍ବାସ୍ଥ୍ୟଚିନ୍ତା ବଢିବ, ବିବାହ କିମ୍ବା ବ୍ୟବସାୟର ସମ୍ଭାବନା ଷୃଷ୍ଟି ହେବ ।

ଆଦ୍ରା ନକ୍ଷତ୍ର -କୌଣସି ଅଚାନକ ଅଯଥା ବ୍ୟୟଭାର ବଢିବ କିମ୍ବା କାହା ସହିତ ମନାନ୍ତର ମତାନ୍ତର ହେବ ତେଣୁ ସତର୍କ ରହିଥିବେ ।

ପୂନର୍ବସୁ ନକ୍ଷତ୍ର – ମାନସମ୍ମାନ ଲାଭ, ଆର୍ଥିକ ଉନ୍ନତି ହେବ, କୌଣସି ସମାଜକଲ୍ୟାଣ ସେବାକରି ସମ୍ମାନିତ ହେବେ, ଶତୃମାନେ ବିରୁଦ୍ଧାଚରଣ କରିବେ ।

– ଶୁଭ ରଙ୍ଗ – କମଳା

– ଶିବ ଭଗବାନଙ୍କୁ କ୍ଷିର କଦଳୀ ଗୁଡ ଏବଂ ମହୁରେ ଅଭିଷେକ କରନ୍ତୁ  ।

କର୍କଟ ରାଶି

ପୂନର୍ବସୁ ନକ୍ଷତ୍ର – ନିଜର ବାହାନ ଜନିତ ଭୟ ରହିଛି ସତର୍କ ରହିଥିବେ,ମହିଳାମାନେ ରୋଷେଇ କଲାବେଳେ ଏବଂ ପାରିବାରିକ ଜିବନରେ ସତର୍କତାର ସହିତ ରୁହନ୍ତୁ ।

ପୂଷ୍ୟା ନକ୍ଷତ୍ର – କର୍ମକ୍ଷେତ୍ରରେ କୌଣସି ବଡ ଯୋଜନାର ରୁପାୟନରେ କର୍ମଚାପ ମଧ୍ୟରେ ରହିବେ, ବ୍ଯୟ ବୃଦ୍ଧି ଓ ଭୁଲ ନିଷ୍ପତିର ଶିକାର ହେବେ,ବିପଦର ସମ୍ମୁଖିନ ହେବେ ।

ଅଶ୍ଲେଷା ନକ୍ଷତ୍ର –  ପାରିବାରିକ ଅଶାନ୍ତି, ଚାକିରି କିମ୍ବା ବ୍ୟବସାୟରେ ଭୁଲବୁଝାବଣା ରହିବ, ନିଜଲୋକମାନେ ହଇରାଣ ହରକତ କରିବେ ।

– ଶୁଭ ରଙ୍ଗ – ଲାଲ

– କୌଣସି ଦେବୀଶକ୍ତିଙ୍କର ଅଭିଷେକ କରାନ୍ତୁ ଏବଂ ଅସହାୟକୁ ଷୋରିସ ଖାଦ୍ୟ ଦାନ କରନ୍ତୁ ।

ସିଂହ ରାଶି

ମଘା ନକ୍ଷତ୍ର – ଜନସଂପର୍କ, ପୂଜାକଲ୍ୟାଣ କାର୍ଯ୍ୟରେ ସମ୍ପୃକ୍ତି, ଉଚ୍ଚ ଶିକ୍ଷାରେ ଋଚି ବଢିବ ଏବଂ ମାନସିକ ଶାନ୍ତି ବଢିବ,ନୂଆନୂଆ କାର୍ଯ୍ୟପନ୍ଥା ପ୍ରତି ମନଯୋଗ ଦେବେ ।

ପୂର୍ବାଫାଲଗୁନି ନକ୍ଷତ୍ର – ଗ୍ରାମ ଗଣ୍ଡଗୋଳରେ ସହଯୋଗ କରନ୍ତୁ ନାହିଁ, କୌଣସି ଆନୁଷ୍ଠାନିକ କାର୍ଯ୍ୟରେ ଯୋଗଦେଇ ପ୍ରସଂଶିତ ହେବେ, ମାତୁଳ ବର୍ଗ ଏବଂ ଜ୍ଞାତିବର୍ଗ ରୁ ସାହାର୍ଯ୍ୟ ମିଳିବ ।

ଉତ୍ତରାଫାଲଗୁନୀ ନକ୍ଷତ୍ର – କଳାପଶୁ କିମ୍ବା କୌଣସି ଦ୍ରବ୍ୟ ଲାଭ, ବିଭାଦରେ ଜୟ କିମ୍ବା  କୌଣସି ସମସ୍ୟାରୁ ମୁକ୍ତି ପାଇବେ, ନୂତନ ବନ୍ଧୁଦର୍ଶନରେ ଶାନ୍ତି ମିଳିବ ।

– ଶୁଭରଙ୍ଗ – ଧଳା

– ଗୋସେବା ଏବଂ ଶୁକ୍ରଙ୍କର ଗାୟତ୍ରୀ ଜପ ଶୁଭପ୍ରଦ ।

କନ୍ୟା ରାଶି

ଉତ୍ତରାଫାଲଗୁନୀ ନକ୍ଷତ୍ର – ବ୍ୟବସାୟରେ କ୍ଷତି ସହିବେ ମାତ୍ର ନୂତନ ଗୃହନିର୍ମାଣ କରିବେ ଏବଂ ରାଜକୃପା ଓ ଦେବକୃପା ବଳରେ କର୍ମୋଣ୍ଣତି ଏବଂ ପଦପଦବି ଲାଭ ହେବ ।

ହସ୍ତା ନକ୍ଷତ୍ର – ଆର୍ଥିକ ସମୃଦ୍ଧି,ଯଶ ଓ ପଦ ମର୍ଯ୍ୟଦା ବୃଦ୍ଧି, ବିଳାସ ଦ୍ରବ୍ୟ,ପାରିବାରିକ ଶାନ୍ତି ମିଳିବ,ମହିଳା ସନ୍ତାନମାନଙ୍କ ପାଇଁ ଚିନ୍ତିତ ରହିବେ ।

ଚିତ୍ରା ନକ୍ଷତ୍ର – ଶୁଭ ମାଙ୍ଗଳିକ କର୍ମରେ ଯୋଗଦାନ, ସନ୍ତାନବର୍ଗରେ ଶୁଭଫଳ, ପୁଞ୍ଜିନିବେଶରୁ ଲାଭ ହେବ, ସ୍ବାସ୍ଥ୍ୟପ୍ରତି ସତର୍କ ରୁହନ୍ତୁ ।

– ଶୁଭ ରଙ୍ଗ – ହଳଦିଆ, କମଳା

– ଶ୍ରୀ ବିଷ୍ଣୁ ଭଗବାନଙ୍କୁ ଅତିପ୍ରିୟ ତୁଳସି ଏବଂ ଲବଣି ଅର୍ପଣ କରନ୍ତୁ ।

ତୁଳା ରାଶି 

ଚିତ୍ରା ନକ୍ଷତ୍ର – କୌଣସି ପ୍ରକାରର ଆର୍ଥିକ ଅଭିବୃଦ୍ଧି, ଠିକାଦାରି କିମ୍ବା ସରକାରଙ୍କର କୌଣସି ଯୋଜନାରେ ଲାଭାନ୍ବିତ ହେବେ, ପାରିବାରିକ ଶାନ୍ତି ମିଳିବ ।

ସ୍ବାତୀ ନକ୍ଷତ୍ର – କୌଣସି ଧାର୍ମିକ ଅନୁଷ୍ଠାନରେ ସମ୍ମିଳିତ ହେବେ, ପିଲାମନଙ୍କୁ ନୁତନ କର୍ମନିଯୁକ୍ତିର ଖବର ମିଳିବ,ଜିବନର କୌଣସି ଲକ୍ଷ ପୂର୍ଣ୍ଣ ହେବ ।

ବିଶାଖା ନକ୍ଷତ୍ର – ଅଧିକ ଭ୍ରମଣ କଷ୍ଟ ମିଳିବ, ସ୍ବାସ୍ଥ୍ୟପିଡା ରହିବ ମାତ୍ର ଆଥିକ ଦିଗଟି ସ୍ବଛଳ ରହିବ ଏବଂ କର୍ମକ୍ଷେତ୍ରରେ ସମୟ ସାଥ ଦେବ ।

– ଶୁଭ ରଙ୍ଗ – ଇଷତ୍ ଲାଲ

– ପାରାଙ୍କୁ ଖାଇବାକୁ ଦିଅନ୍ତୁ ଆର୍ଶିବାଦ ପ୍ରାପ୍ତ ହେବ ।

ବିଛା ରାଶି

ବିଶାଖା ନକ୍ଷତ୍ର – ମାନସିକ ଅଶାନ୍ତି ବୃଦ୍ଧି ହେବ, ଆଥିକ ଅବନତି ସହିତ କର୍ମକ୍ଷେତ୍ରରେ ଅଶୁଭ ସୂଚନା ମିଳିବ ।

ଅନୁରାଧା ନକ୍ଷତ୍ର – କର୍ମକ୍ଷେତ୍ରରେ କର୍ମଚାପ, ଭାତୃବର୍ଗରେ ମତାନ୍ତର ସହିତ ମାନସିକ ଚିନ୍ତା ବଢିବ ।

ଜ୍ୟେଷ୍ଠା ନକ୍ଷତ୍ର – କୌଣସି ଯୋଜନାରେ ଅସଫଳ ହେବେ, ଆର୍ଥିକ ଦୁର୍ବଳତା ପରିଲିକ୍ଷିତ ହେବ, ମନ ଚିନ୍ତାଗ୍ରସ୍ତ ରହିବ ।

– ଶୁଭ ରଙ୍ଗ – ହଳଦିଆ

– ମାତା ପାର୍ବତିଙ୍କୁ ଦର୍ଶନ କରନ୍ତୁ ଏବଂ “ଓଁ ରାଂ ରାହବେ ନମଃ” ୨୭ଥର ଜପ କରନ୍ତୁ ।

ଧନୁ ରାଶି

ମୂଳା ନକ୍ଷତ୍ର – ନିଜ ବନ୍ଧୁପରିଜନରେ କିମ୍ବା ସମାଜରେ କଲ୍ୟାଣକାରି କାର୍ଯ୍ୟକରି ଆତ୍ମସମ୍ମାନ ବୃଦ୍ଧି ହେବ, ପ୍ରତ୍ୟେକ ବ୍ୟବସାୟରେ ଲାଭ ବୃଦ୍ଧି ହେବ ।

ପୂର୍ବଷାଢା ନକ୍ଷତ୍ର – କୌଣସି ଜାଗାରୁ ଅଚାନକ ଅର୍ଥ ମିଳିବ,ବନ୍ଧୁପରିଜନଙ୍କର ସାହାର୍ଯ୍ୟ ସହଯୋଗ ମିଳିବ ତେଣୁ ମାନସିକ ଆତ୍ମସନ୍ତୋଷ ଦିନଭରି ପରିଲିକ୍ଷିତ ହେବ ।

ଉତ୍ତରାଷାଢା ନକ୍ଷତ୍ର – କୌଣସି ଅତିପରିଚିତ ବା ନିଜ ଲୋକଠାରୁ ଧୋକା ମିଳିବ, ଅଚାନକ ମନସ୍ତାପ ବଢିବ, ଗଛିତ ଅର୍ଥବ୍ୟୟ ବଢିବ ଫଳରେ ମନ ଅଶାନ୍ତ ରହି ଭୁଲ ନିଷ୍ପତି ନେବ ।

– ଶୁଭ ରଙ୍ଗ – ବାଇଗେଣୀ ରଙ୍ଗ

– “ଓଁ ମା ଦୁର୍ଗାଦେବୀ ଶରଣଂ ” ଜପ ସହିତ ଅଶ୍ବତ୍ଥ ମୂଳରେ ୯ଥର ଜଳ ଅର୍ପଣ କରିବେ॥

ମକର ରାଶି

ଉତ୍ତରାଷାଢା ନକ୍ଷତ୍ର – ଅଚାନକ ସୁ-ଖବର ପ୍ରାପ୍ତ ହେବ, କୌଣସି ଗୃହସ୍ଥ ପରିଯୋଜନାରେ ସଫଳ ହେବେ, ମାତ୍ର ଆୟଠାରୁ ବ୍ୟୟ ବଢିବ ଯାହା କିଛିଅଶଂରେ ମାନସିକ ଅଶାନ୍ତି ଦେବ ।

ଶ୍ରବଣା ନକ୍ଷତ୍ର – ବନ୍ଧୁପରିଜନରେ ସାହାଯ୍ୟ ସହଯୋଗ ମିଳିବ, ଯାହା ଉଦ୍ୟମ କରିବେ ପୁରଣ ହେବ, କିଛିକିଛି ସରକାରି ସହାୟତା ପାଇବେ ।

ଧନିଷ୍ଠା ନକ୍ଷତ୍ର – ସ୍ବାସ୍ଥ୍ୟଗତ ଅସୁବିଧା ରହିବ,  ଦୁରଯାତ୍ରା କରନ୍ତୁ ନାହିଁ ଏବଂ ଗଛ କିମ୍ବା ଯାନବାହାନ ଚଢନ୍ତୁ ନାହିଁ, କିଛିକିଛି ଧର୍ମକର୍ମ କଲେ ପରିସ୍ଥିତି ନିୟନ୍ତ୍ରଣରେ ରହିବ ।

– ଶୁଭ ରଙ୍ଗ – ନାରଙ୍ଗି

– ଭୋକିଲା ଜୀବଙ୍କୁ ଖାଇବାକୁ ଦିଅନ୍ତୁ ।

କୁମ୍ଭ ରାଶି

ଧନିଷ୍ଠା ନକ୍ଷତ୍ର – ଜୀବନସାଥି ସହ ମତାନ୍ତର ହୋଇପାରେ, ପରିବାରରେ ଅସହଯୋଗ ମିଳିବ ତେଣୁ ଦିନଭରି ମନ ଦୁର୍ବଳ ରହିବ, ଅର୍ଥଚିନ୍ତା ଦ୍ବିଗୁଣିତ ହେବ ।

ଶତଭିଷା ନକ୍ଷତ୍ର – କର୍ମଚାପ କିଛି କିଛି ରହିବ, କିନ୍ତୁ ଆଥିକ ଲାଭ କିମ୍ବା ଚେଷ୍ଟା କରୁଥିବା କୌଣସି କାର୍ଯ୍ୟ ସହଜରେ ପୁରଣ ହେବ ଫଳରେ ଅତ୍ମବଳ ସୁଦୃଢ ରହିବ ।

ପୂର୍ବଭାଦ୍ର ନକ୍ଷତ୍ର – ଚେଷ୍ଟା ଅନୁଯାୟୀ ଫଳ ମିଳିବ ନାହିଁ, ମନ ଅଶାନ୍ତ ରହିବ ମାତ୍ର ରାଜଦଣ୍ଡର ସୁଚନା ରହିବ ତେଣୁ ପ୍ରତି କ୍ଷେତ୍ରରେ ସତକର ସହିତ ରହିବା ଜରୂରୀ  ।

– ଶୁଭ ରଙ୍ଗ – ହଳଦିଆ

– ସ୍ନାନସାରି ସୁଯ୍ୟଙ୍କୁ ଜଳ ଅର୍ଘ୍ୟ ଦିଅନ୍ତୁ ଏବଂ ଆଦିତ୍ୟ ହୃଦୟ ସ୍ତ୍ରୋତ୍ର ପାଠ କରନ୍ତୁ ।

ମୀନ ରାଶି

ପୂର୍ବଭାଦ୍ର ନକ୍ଷତ୍ର – ଜମିବାଡି ସଙ୍କ୍ରାନ୍ତିୟ କିମ୍ବା ମାତୃ ବର୍ଗରେ କିମ୍ବା ଯାନବାହାନ ଜନିତ କ୍ଷୟକ୍ଷତି ରହିବ ତେଣୁ ଆଜି ସତର୍କ ରହିବା ସହିତ କାହକୁ କିଛି କଥା ଦିଅନ୍ତୁ ନାହିଁ ।

ଉତ୍ତରଭାଦ୍ର ନକ୍ଷତ୍ର – ନିଜର କୌଣସି ଗୃହପାଳିତ ଜିବ କିମ୍ବା ନିଜ ମା’ଙ୍କର ସ୍ବାସ୍ଥ୍ୟଗତ ଅସୁବିଧା ବଢିବ, ଅର୍ଥଚିନ୍ତା ଏବଂ ମାନସିକ ଅଶାନ୍ତି ବଢିବ ତେଣୁ ଭଗବାନଙ୍କୁ ସ୍ମରଣକରି ପ୍ରତି ମୂହୁର୍ତ୍ତ ଅତିବାହିତ କରିବା ନିହାତି ଜରୂରୀ ।

ରେବତୀ ନକ୍ଷତ୍ର – କର୍ମକ୍ଷେତ୍ରରେ କିଛି ଭୁଲ ନିଷ୍ପତି ନେଇ ପଶ୍ଚାତାପ କରିବେ, ଅଯଥା ଅର୍ଥହାନି ହେବ, ସ୍ବାସ୍ଥ୍ୟପିଡା କିଛିକିଛି ପରିଲିକ୍ଷିତ ହେବ ଫଳରେ ମାନସିକ ସ୍ଥିତି ଭଲ ରହିବ ନାହିଁ ।

– ଶୁଭ ରଙ୍ଗ – ମାଟିଆ

– ଓଁ ନମଃ ଶିବାୟ ୧୦୮ ଜପ କରନ୍ତୁ  ।

 

ଜ୍ୟୋତିର୍ବିଦ ଶ୍ୟାମ ସୁନ୍ଦର ବାଗ୍‌

ରାଜଧାନୀରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ, ରାଜ୍ୟରେ ସଂଖ୍ୟା ୫କୁ ବୃଦ୍ଧି

ଭୁବନେଶ୍ୱର: ରାଜଧାନୀରେ ଆଉ ଜଣେ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ଏଥିସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫କୁ ବୃଦ୍ଧି ପାଇଛି । ଆଜି ଭୁବନେଶ୍ୱର ଏମ୍ସରେ ୫୩ଟି ନମୁନା ପରୀକ୍ଷା କରାଯାଇଥିବା ବେଳେ ଗୋଟିଏ ପଜିଟିଭ୍ ଆସିଛି । କରୋନାରେ ଆକ୍ରାନ୍ତ ୬୦ ବର୍ଷୀୟ ବୃଦ୍ଧ ଜଣଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି ।

ପଞ୍ଚମ ଆକ୍ରାନ୍ତଙ୍କ ଘର ଭୁବନେଶ୍ୱରର ସୂର୍ଯ୍ୟ ନଗର ଅଞ୍ଚଳରେ । ତାଙ୍କ ବୟସ ୬୦ । ସେ ବିଭିନ୍ନ ରୋଗରେ ମଧ୍ୟ ଆକ୍ରାନ୍ତ ଥିବା ଜଣାପଡ଼ିଛି । ଏମ୍ସର ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳ ତାଙ୍କ ଚିକିତ୍ସା କରୁଛି । ଏହି ମାମଲା ସହ ରାଜଧାନୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪କୁ ବୃଦ୍ଧି ପାଇଛି । ତେବେ, ସମ୍ପୃକ୍ତ ବ୍ୟକ୍ତି ବିଦେଶ କିମ୍ବା ରାଜ୍ୟ ବାହାରକୁ ଯାଇଥିଲେ ତାହା ସ୍ପଷ୍ଟ ହୋଇନି ।

ତବଲିଗି ଜମାତ ଯାଇଥିବା ଓଡ଼ିଆଙ୍କ ମଧ୍ୟରୁ ୩ ଚିହ୍ନଟ

ଅନ୍ୟପଟେ ରାଜ୍ୟର ପ୍ରଥମ କରୋନା ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସିଛି । ଦ୍ୱିତୀୟ ଆକ୍ରାନ୍ତ ସୁସ୍ଥ ହୋଇ ଏମ୍ସରୁ ଡିସଚାର୍ଜ ହୋଇଛନ୍ତି । ତୃତୀୟ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି । ମଙ୍ଗଳବାର ଭଦ୍ରକରୁ ଚିହ୍ନଟ ହୋଇଥିବା ଦୁବାଇ ଫେରନ୍ତା ଚତୁର୍ଥ କରୋନା ଆକ୍ରାନ୍ତଙ୍କୁ କଟକ SCBରେ ଭର୍ତ୍ତି କରାଯାଇଛି । ରାଜ୍ୟ ସରକାର ସାମାଜିକ ଦୂରତା ରକ୍ଷା କରିବା ସହ ଘରେ ରହିବାକୁ ବାରମ୍ବାର ପରାମର୍ଶ ଦେଉଛନ୍ତି ।

କରୋନା ପ୍ରଭାବ, ଜନ ପ୍ରତିନିଧି ଓ ଉଚ୍ଚ ପଦାଧିକାରୀଙ୍କ ଦରମା ସାମୟିକ ଭାବେ କମିଲା

ଭୁବନେଶ୍ୱର: ରାଜ୍ୟରେ ପଞ୍ଚମ କରୋନା ଆକ୍ରାନ୍ତ ଚିହ୍ନଟ । ୬୦ ବର୍ଷୀୟ ବୃଦ୍ଧଙ୍କ ଘର ସୂର୍ଯ୍ୟ ନଗର ଅଞ୍ଚଳରେ । ସେ ରୋଗରେ ମଧ୍ୟ ଆକ୍ରାନ୍ତ । ତାଙ୍କୁ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି କରାଯାଇଛି ।

ଭୁବନେଶ୍ୱର: ରାଜ୍ୟରେ ପଞ୍ଚମ କରୋନା ଆକ୍ରାନ୍ତ ଚିହ୍ନଟ । ୬୦ ବର୍ଷୀୟ ବୃଦ୍ଧଙ୍କ ଘର ସୂର୍ଯ୍ୟ ନଗର ଅଞ୍ଚଳରେ । ସେ ରୋଗରେ ମଧ୍ୟ ଆକ୍ରାନ୍ତ । ତାଙ୍କୁ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି କରାଯାଇଛି ।

କ୍ୱାରେଣ୍ଟାଇନରେ ନିଜାମୁଦ୍ଦିନରୁ ରାଜ୍ୟକୁ ଫେରିଥିବା ୨୨ ଜଣଙ୍କ ସମେତ ୭ ବିଦେଶୀ

ଭୁବନେଶ୍ୱର: ଦେଶରେ କରୋନା ସଂକ୍ରମଣର କେନ୍ଦ୍ରବିନ୍ଦୁ ପାଲଟିଛି ଦିଲ୍ଲୀ ନିଜାମୁଦ୍ଦିନ ତବଲିଗି ଜମାତ୍ । ଯାହାକୁ ନେଇ ଚିନ୍ତାରେ କେନ୍ଦ୍ର ଓ ୨୦ ରାଜ୍ୟର ସରକାର । ମାର୍ଚ୍ଚ ୧ରୁ ୧୫ ତାରିଖ ମଧ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡ଼ିଶାରୁ ୧୫ ଜଣ ଯୋଗ ଦେଇଥିବା ନେଇ ଜାତୀୟ ସ୍ତରରେ ଆଲୋଚନା ହେଉଥିଲା । ରାଜ୍ୟ ସରକାର ମଙ୍ଗଳବାର ପ୍ରଥମେ ୩ ଜଣଙ୍କୁ ଚିହ୍ନଟ କରିଥିଲେ । ପରେ ମୋଟ ୨୨ ଜଣଙ୍କୁ ଚିହ୍ନଟ କରାଯାଇଛି । ଏମାନଙ୍କ ମଧ୍ୟରେ ୭ ଜଣ ବିଦେଶୀ ନାଗରିକ ମଧ୍ୟ ରହିଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି ।

ସମସ୍ତ ସନ୍ଦିଗ୍ଧଙ୍କୁ ସରକାରୀ କ୍ୱାରେଣ୍ଟାଇନରେ ରଖାଯାଇଛି । ସେମାନଙ୍କ ନମୁନା ପରୀକ୍ଷା ପାଇଁ ପଠାଯାଇଥିବା ବେଳେ ରିପୋର୍ଟକୁ ଅପେକ୍ଷା କରାଯାଇଛି । ଏଥିସହ ସେମାନଙ୍କ ପରିବାର ସଦସ୍ୟଙ୍କୁ ମଧ୍ୟ କ୍ୱାରେଣ୍ଟାଇନରେ ରଖାଯାଇଛି । ଅନ୍ୟପଟେ ତବଲିଗି ଜମାତ ଲିଙ୍କରେ କଟକ ଏସସିବି କରୋନା ୱାର୍ଡରେ ଭର୍ତ୍ତି ହୋଥିବା ବ୍ୟକ୍ତିଙ୍କ ସମେତ ୧୭ ଜଣଙ୍କ ରିପୋର୍ଟ ନେଗେଟିଭ୍ ଆସିଛି ।

ତବଲିଗି ଜମାତ ଯାଇଥିବା ଓଡ଼ିଆଙ୍କ ମଧ୍ୟରୁ ୩ ଚିହ୍ନଟ

ତବଲିଗି ଜମାତରୁ କରୋନା ସଂକ୍ରମଣ ସ୍ପଷ୍ଟ ହେବା ପରେ କେନ୍ଦ୍ର ଓ ରାଜ୍ୟ ସରକାର ଏହାକୁ ଗୁରୁତ୍ୱର ସହ ନେଇଥିଲେ । ବିଭିନ୍ନ ରାଜ୍ୟରେ ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଥିଲା । ଅନ୍ୟପଟେ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ତେଲଙ୍ଗାନାର ୬ ଜଣଙ୍କ କରୋନା ମୃତ୍ୟୁ ପରେ ଦେଶରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା ।

ଧାର୍ମିକ ସମ୍ମିଳନୀରୁ ଦେଶର ୨୦ ରାଜ୍ୟରେ କରୋନା ସଂକ୍ରମଣ !

ଏଜି ଛକ ଭେଣ୍ଡିଂ ଜୋନରେ ଅଗ୍ନିକାଣ୍ଡ, ଜଳିଗଲା ୭ଟି ଦୋକାନ

ଭୁବନେଶ୍ୱର: ଏଜି ଛକରେ ଥିବା ଭେଣ୍ଡିଂ ଜୋନରେ ଅଗ୍ନିକାଣ୍ଡ  । ଏକା ଥରକେ ଜଳିଗଲା ୭ ଟି ଦୋକାନ  ।  ଗ୍ୟାରେଜ୍‌, ଆୟୁର୍ବେଦ ମେଡ଼ିସିନ ଦୋକାନ, ସେଲୁନ, ଫଟୋ ଫ୍ରେମ, ଫୁଲ ଦୋକାନ ଜଳିଗଲା । ନିଆଁକୁ ଆୟତ୍ତ କରିଛି ଅଗ୍ନିଶମ ବିଭାଗ ।

ନିଆଁ ଏତେ ମାତ୍ରାରେ ଥିଲାଯେ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଥିଲା ୪ ଅଗ୍ନିଶମ ଗାଡି । ପ୍ରାୟ ୯ ଟା ସମୟରେ ଏହି ଅଗ୍ନିକାଣ୍ଡ ହୋଇଥିଲା  । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବାବେଳେ ସର୍ଟ ସର୍କିଟ ଯୋଗୁଁ ହୋଇଥିବା ଅନୁମାନ କରାଯାଉଛି । ତେବେ ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କା କ୍ଷୟକ୍ଷତି ହୋଇଥିବା ସୂଚନା  ।

ଭୁବନେଶ୍ୱର: ଦିଲ୍ଲୀ ତବଲିଗି ଜମାତରୁ ରାଜ୍ୟକୁ ୨୨ ଜଣ ଫେରିଛନ୍ତି । ସେମାନଙ୍କ ମଧ୍ୟରେ ୭ ଜଣ ବିଦେଶୀ ନାଗରିକ ଅଛନ୍ତି । ସମସ୍ତେ ସରକାରୀ କ୍ୱାରେଣ୍ଟାଇନରେ ଅଛନ୍ତି । ନମୁନା ପରୀକ୍ଷା ପାଇଁ ପଠାଯାଇଥିବା ସୂଚନା ଦେଲା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ।

ଭୁବନେଶ୍ୱର: ଦିଲ୍ଲୀ ତବଲିଗି ଜମାତରୁ ରାଜ୍ୟକୁ ୨୨ ଜଣ ଫେରିଛନ୍ତି । ସେମାନଙ୍କ ମଧ୍ୟରେ ୭ ଜଣ ବିଦେଶୀ ନାଗରିକ ଅଛନ୍ତି । ସମସ୍ତେ ସରକାରୀ କ୍ୱାରେଣ୍ଟାଇନରେ ଅଛନ୍ତି । ନମୁନା ପରୀକ୍ଷା ପାଇଁ ପଠାଯାଇଥିବା ସୂଚନା ଦେଲା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ।

ରାଜ୍ୟର ଦ୍ୱିତୀୟ କରୋନା ଆକ୍ରାନ୍ତ ସୁସ୍ଥ, AIIMSରୁ ଡିସଚାର୍ଜ

ଭୁବନେଶ୍ୱର: ମହାମାରୀ କରୋନାକୁ ନେଇ ସମସ୍ତେ ଚିନ୍ତିତ ଥିବାବେଳେ ଆସିଛି ଖୁସି ଖବର । ରାଜ୍ୟର ଦ୍ୱିତୀୟ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ମେଡିକାଲରୁ ଘରକୁ ଫେରିଛନ୍ତି । ତାଙ୍କ ନମୁନା ପରୀକ୍ଷା କରାଯାଇଥିଲା ଓ ନେଗେଟିଭ୍ ଆସିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି ।

ଗତ ମାର୍ଚ୍ଚ ୧୯ ତାରିଖରେ ଲଣ୍ଡନ ଫେରନ୍ତା ୧୯ ବର୍ଷୀୟ ଯୁବକଙ୍କ ଠାରେ କରୋନା ଚିହ୍ନଟ ହୋଇଥିଲା । ତାଙ୍କୁ ଭୁବନେଶ୍ୱର ଏମ୍ସରେ ରଖି ଚିକିତ୍ସା କରାଯାଉଥିଲା । ତାଙ୍କ ସଂସ୍ପର୍ଶରେ ୪୬ ଜଣ ଆସିଥିଲେ । ସେମାନଙ୍କୁ ମଧ୍ୟ କ୍ୱାରେଣ୍ଟାଇନରେ ରଖାଯାଇଥିଲା ।

କରୋନା ପ୍ରଭାବ, ଜନ ପ୍ରତିନିଧି ଓ ଉଚ୍ଚ ପଦାଧିକାରୀଙ୍କ ଦରମା ସାମୟିକ ଭାବେ କମିଲା

୧୪ ଦିନ ପରେ ରାଜ୍ୟର ଦ୍ୱିତୀୟ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଅନ୍ୟପଟେ ମାର୍ଚ୍ଚ ୧୫ରେ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ କରୋନା ଆକ୍ରାନ୍ତଙ୍କ ଚିକିତ୍ସା କ୍ୟାପିଟାଲ ହସ୍ପିଟାଲରେ ଜାରି ରହିଛି । ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସୁଛି । ନିୟମ ଅନୁସାରେ ୨୪ ଘଣ୍ଟାରେ ତାଙ୍କର ୨ଥର ନମୁନା ପରୀକ୍ଷା କରାଯିବ । ତାପରେ ରିପୋର୍ଟ ନେଗେଟିଭ୍ ଆସିଲେ ଡିସଚାର୍ଜ କରାଯିବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । ତୃତୀୟ ଓ ଚତୁର୍ଥ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ମଧ୍ୟ ଚାଲିଛି । ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ିଛି ।

ତବଲିଗି ଜମାତ ଯାଇଥିବା ଓଡ଼ିଆଙ୍କ ମଧ୍ୟରୁ ୩ ଚିହ୍ନଟ