ଭୁବନେଶ୍ୱର:ଫେବ୍ରୁଆରୀ ୧ରେ କେନ୍ଦ୍ର ବଜେଟ୍ । ବଜେଟ୍ ପୂର୍ବରୁ ରାଜ୍ୟ ସରକାରଙ୍କ ପସ୍ତୁତି । ଆଜି ବସିବ ବିଜେଡି ସଂସଦୀୟ ଦଳର ବୈଠକ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ନବୀନ ନିବାସରେ ବସିବ ବୈଠକ । ଦିନ ୧୧ଟା ୨୫ରେ ଏହି ବୈଠକ ବସିବାକୁ ଥିବା ବେଳେ ବଜେଟ୍ ଅଧିବେସନରେ ଶାସକ ଦଳର କଣ ରହିବ ଆଭିମୁଖ୍ୟ ଓ ଦାବି ସେନେଇ ଆଲୋଚନା କରାଯିବ । ବୈଠକରେ ଉପସ୍ଥିତ ରହିବା ପାଇଁ ଦଳର ସମସ୍ତ ସାଂସଦମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବିଜେଡିର ଉଭୟ ଲୋକସଭା ଓ ରାଜ୍ୟସଭା ସାଂସଦମାନେ ଏହି ବୈଠକରେ ସାମିଲ ହେବେ। ଜାନୁୟାରୀ ୩୧ତାରିଖରେ ଆରମ୍ଭ ହେବାକୁ ଯାଉଥିବା ସଂସଦର ବଜେଟ୍ ଅଧିବେଶନରେ ବିଜେଡି କିଭଳି ଆଭିମୁଖ୍ୟ ପୋଷଣ କରିବ ସେ ନେଇ ଆଲୋଚନା ହେବା ସହ ମୁଖ୍ୟତଃ ରାଜ୍ୟସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗ ଉପରେ ଦଳ ଗୁରୁତ୍ୱ ଦେବ ବୋଲି ଜଣାପଡ଼ିଛି।
କରୋନା ଭାଇରସ୍ ପାଇଁ ସ୍ୱାସ୍ଥ୍ୟ ବିଭାଗର ପୂର୍ବପ୍ରସ୍ତୁତି, ଆଜି ବସିବ ସିଡିଏମ୍ଓ ବୈଠକ
ବଢିଚାଲିଛି କରୋନା ଭାଇରସର ଆତଙ୍କ । ଏହି ଭାଇରସ୍ ଏବେ ଡେଇଁ ଚାଲିଛି ଗୋଟିଏ ପରେ ଗୋଟିଏ ଦେଶ । ୮୦ରୁ ଅଧିକ ଲୋକଙ୍କ ଜୀବନ ଗଲାଣି, ୧୨ଶହରୁ ଅଧିକ ଲୋକ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି । ଚୀନରୁ ଥାଇଲାଣ୍ଡ, ଆମେରିକା, ତାଇଓ୍ୱାନ, ଭିଏତନାମ୍, ସିଙ୍ଗାପୁର ପରେ ଏବେ ଇଉରୋପରେ ନିଜର କାୟା ବିସ୍ତାର କଲାଣି ।
ଏବେ ଓଡ଼ିଶାକୁ ମଧ୍ୟ ଆକ୍ରାନ୍ତ କରିପାରେ କରୋନା ଭାଇରସ୍ । ଭାଇରସ୍ରୁ ରାଜ୍ୟକୁ ରକ୍ଷା ପାଇଁ ଆଗୁଆ ପ୍ରସ୍ତୁତି ଆରମ୍ଭ କରିଛି ସ୍ୱାସ୍ଥ୍ୟ ବିଭାଗ । ଏନେଇ ଆଜି ଭୁବନେଶ୍ୱରରେ ବସିବ ସିଡିଏମ୍ଓ ବୈଠକ । ବୈଠକରେ ସମସ୍ତ ଜିଲ୍ଲା ସିଡିଏମ୍ଓ ମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ମାଲେସିଆରେ ତିନି ଜଣ କରୋନା ଭାଇରସ୍ ଦ୍ଵାରା ଆକ୍ରାନ୍ତ ପରେ ଓଡ଼ିଶାରେ ହାଇଆଲର୍ଟ ଜାରି କରାଯାଇଛି । କେନ୍ଦ୍ର ସରକାରଙ୍କ କଡା ନିର୍ଦ୍ଦେଶ ପରେ ମାଲେସିଆରୁ ଆସୁଥିବା ସମସ୍ତ ଯାତ୍ରୀଙ୍କୁ ଟିକନିକ୍ ଯାଞ୍ଚ କରାଯାଉଛି । ଗତ ରବିବାର ରାତିରେ କ୍ୱାଲାଲମପୁରରୁ ଭୁବନେଶ୍ୱର ଆସିଥିବା ସମସ୍ତ ଯାତ୍ରୀଙ୍କୁ ଡାକ୍ତର ପରୀକ୍ଷା କରିଛନ୍ତି । ଏଥିପାଇଁ ବିମାନ ବନ୍ଦର ପରିସରରେ ୨୪ଘଣ୍ଟିଆ ମେଡିକାଲ ଇନସପେକ୍ସନ୍ ରୁମ୍ ଖୋଲା ଯାଇଛି । ସେପଟେ ପାରଦୀପ ବନ୍ଦରରେ ମଧ୍ୟ ଆଲର୍ଟ ଜାରି କରାଯାଇଛି । ବନ୍ଦରରେ ଯାତ୍ରୀଙ୍କୁ ସ୍ୱାସ୍ଥ୍ୟ ପରୀକ୍ଷା କରିବାକୁ କଡା ନିର୍ଦ୍ଦେଶ ଦିଆଯାଇଛି । ହେଲେ କରୋନା ଭାଇରସର ପ୍ରତିଷେଧକ ନଥିବାରୁ ଚିନ୍ତା ବଢିବାରେ ଲାଗିଛି । ଏ ସଂକ୍ରାନ୍ତରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ସହ ଭିଡିଓ କନଫରେସିଂ ଜରିଆରେ ପ୍ରମୁଖ ସ୍ୱାସ୍ଥ୍ୟ ସଚିବ ଆଲୋଚନା କରିଛନ୍ତି । ସେପଟେ ଏସସିବି ଓ ସମ୍ବଲପୁର ଭିମସାରରେ ଏ ନେଇ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।
୧୦୮ ଆମ୍ବୁଲାନ୍ସ ଦୁର୍ଘଟଣା ଗ୍ରସ୍ତ
ଜଳେଶ୍ୱର: ରୋଗୀ ଛାଡି ଫେରୁଥିବା ବେଳେ ୧୦୮ ଆମ୍ବୁଲାନ୍ସ ହେଲା ଦୁର୍ଘଟଣା ଗ୍ରସ୍ତ । ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ୧୦୮ ଆମ୍ବୁଲାନ୍ସ ବାଲେଶ୍ଵର ହସ୍ପିଟାଲରୁ ରୋଗୀ ଛାଡି ଫେରୁଥିବା ବେଳେ ଜାତୀୟ ରାଜପଥ ଗୁଡ଼ିଖାଳ ଛକ ନିକଟରେ ଦୁର୍ଘଟଣାର ସମ୍ମୁଖିନ ହୋଇଛି ।

ସୂଚନା ଅନୁଯାୟୀ, ଡ୍ରାଇଭର ସମେତ ୩ଗୁରୁତର ଥିବା ଜଣାପଡ଼ିଛି । ସେମାନଙ୍କୁ ବାଲେଶ୍ଵର ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ଦୁର୍ଘଟଣା କାରଣ ଅସ୍ପଷ୍ଟ ରହିଛି ।
ଭୁବନେଶ୍ୱର: ଫେବ୍ରୁଆରୀ ୧୨ରେ ଓଡ଼ିଶା ଆସିବେ ଗୃହମନ୍ତ୍ରୀ ଅମିତ ଶାହ । ପୂର୍ବାଞ୍ଚଳ ସୁରକ୍ଷା ପରିଷଦ ବୈଠକରେ ଯୋଗଦେବେ । ଗୃହମନ୍ତ୍ରୀ ହେବା ପରେ ଶାହଙ୍କ ପ୍ରଥମ ଓଡ଼ିଶା ଗସ୍ତ । ବୈଠକରେ ପୂର୍ବାଞ୍ଚଳ ୫ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗ ଦେବା ସମ୍ଭାବନା ।
ଭୁବନେଶ୍ୱର: ଫେବ୍ରୁଆରୀ ୧୨ରେ ଓଡ଼ିଶା ଆସିବେ ଗୃହମନ୍ତ୍ରୀ ଅମିତ ଶାହ । ପୂର୍ବାଞ୍ଚଳ ସୁରକ୍ଷା ପରିଷଦ ବୈଠକରେ ଯୋଗଦେବେ । ଗୃହମନ୍ତ୍ରୀ ହେବା ପରେ ଶାହଙ୍କ ପ୍ରଥମ ଓଡ଼ିଶା ଗସ୍ତ । ବୈଠକରେ ପୂର୍ବାଞ୍ଚଳ ୫ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗ ଦେବା ସମ୍ଭାବନା ।
ଭୁବନେଶ୍ୱର: ରାଜଧାନୀରୁ ବାଂଲାଦେଶୀ ରୂପଜୀବୀ ଉଦ୍ଧାର ଘଟଣା । STF କବଜାରେ ଆଉ ଜଣେ ଆନ୍ତଃରାଜ୍ୟ ଦଲାଲ ସମ୍ବିତ ଓରଫ ଉମାକାନ୍ତ । ସମ୍ବିତର ଘର ଭୁବନେଶ୍ୱରରେ । ନକଲି ଆଧାର କାର୍ଡ ତିଆରି କରି କୋଲକାତାରୁ ବାଂଲାଦେଶୀ ଯୁବତୀ ଭୁବନେଶ୍ୱର ଚାଲାଣ କରେ ।
ଭୁବନେଶ୍ୱର: ରାଜଧାନୀରୁ ବାଂଲାଦେଶୀ ରୂପଜୀବୀ ଉଦ୍ଧାର ଘଟଣା । STF କବଜାରେ ଆଉ ଜଣେ ଆନ୍ତଃରାଜ୍ୟ ଦଲାଲ ସମ୍ବିତ ଓରଫ ଉମାକାନ୍ତ । ସମ୍ବିତର ଘର ଭୁବନେଶ୍ୱରରେ । ନକଲି ଆଧାର କାର୍ଡ ତିଆରି କରି କୋଲକାତାରୁ ବାଂଲାଦେଶୀ ଯୁବତୀ ଭୁବନେଶ୍ୱର ଚାଲାଣ କରେ ।
ଶାସନ ମଝିରେ ମୋଦି ସରକାରକୁ ରେଡ୍ ସିଗନାଲ୍, ସର୍ଭେ କହୁଛି କମୁଛି କ୍ରେଜ୍
ଭୁବନେଶ୍ୱର: କମୁଛି ବିଜେପିର କ୍ରେଜ୍ । ଖୁସି ନାହାନ୍ତି ଜନତା । ଶାସନ ମଝିରେ ମୋଦି ସରକାରକୁ ରେଡ୍ ସିଗନାଲ୍ । ଆଇଏଏନ୍ଏସ-ସି ଭୋଟର ସଂସ୍ଥାର ସର୍ଭେରୁ ଆସିଛି ଏ ସାଂଘାତିକ ରିପୋର୍ଟ । ୫୪୩ ଲୋକସଭା ମଣ୍ଡଳୀର ୩୦ ହଜାର ୨୪୦ଜଣଙ୍କ ମତାମତକୁ ରେକର୍ଡ କରାଯାଇଛି । ଲୋକେ ରୋକ୍ଠୋକ୍ କହିଛନ୍ତି, ଶାସନ ଚାଲିନି ଠିକଠାକ୍ ।
ବିଜେପି ଶାସିତ ଗୋଆରେ ମାତ୍ର ୪ ପ୍ରତିଶତ ଲୋକ ସରକାରଙ୍କ ଉପରେ ସନ୍ତୁଷ୍ଟ ଅଛନ୍ତି । ୬୩ ପ୍ରତିଶତ ଆଦୌ ସନ୍ତୁଷ୍ଠ ନାହାନ୍ତି । ସେହିପରି ଆସାମରେ କେହି ସନ୍ତୁଷ୍ଟ ନଥିବା ବେଳେ ହରିୟାଣାରେ ୪୨ ପ୍ରତିଶତ ସନ୍ତୁଷ୍ଟ ରହିଛନ୍ତି । ଏହି ସର୍ଭେକୁ ନେଇ ଆରମ୍ଭ ହୋଇଛି ରାଜନୀତି । ବିଜେପି, ବିକାଶ ନୁହେଁ ସ୍ଲୋଗାନ ରାଜନୀତି କରେ ବୋଲି କଂଗ୍ରେସ୍ କହିଛି । ଯାହାର ଫଳ ୨୦୧୯ ପରେ ବିଜେପିକୁ ମିଳି ଆସୁଛି । ସେପଟେ ଏକଥାକୁ ଅଳ୍ପ ଅଳ୍ପ ମାନୁଛନ୍ତି ରାଜ୍ୟ ବିଜେପିର ନେତା ।
ବିଜେପି ଶାସିତ ରାଜ୍ୟରେ ପଦ୍ମଦଳର କ୍ରେଜ୍ କମୁଥିବା ବେଳେ ଓଡ଼ିଶାରେ ବିଜେଡି ଶାସନକୁ ଦେଇଛନ୍ତି ଗ୍ରୀନ୍ ସିଗନାଲ୍ । ରାଜ୍ୟର ୮୦ ପ୍ରତିଶତ ଲୋକ ପାଞ୍ଚ ପାଞ୍ଚଥରର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନରେ ଖୁସି ଥିବା କହିଛନ୍ତି । ଯାହା ଶାସକ ଦଳକୁ ବେଶ ଉତ୍ସାହିତ କରିଛି ।
୨୦୧୯ ପରେ ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଛତିଶଗଡ଼, ରାଜସ୍ଥାନ ଓ ଝାଡ଼ଖଣ୍ଡରେ ବିଜେପିକୁ ପ୍ରତ୍ୟାଖ୍ୟାନ କରିଛନ୍ତି ଭୋଟର୍ । ଏମିତି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ଏହି ସର୍ଭେ ରିପୋର୍ଟ ବିଜେପି ପାଇଁ ସତର୍କ ଘଣ୍ଟି ବଜାଇଛି ।
https://www.facebook.com/nandighoshatv/videos/215929926238881/
ଦିଲ୍ଲୀରେ ଓଡ଼ିଶାର ପ୍ରଜ୍ଞାପନ ମେଢ଼ ‘ରୁକୁଣା ରଥ’କୁ ଦ୍ୱିତୀୟ ପୁରସ୍କାର
ନୂଆଦିଲ୍ଲୀ : ସାଧାରଣତନ୍ତ୍ର ଦିବସ ପ୍ରଜ୍ଞାପନ ମେଢ ପ୍ରତିଯୋଗିତାରେ ଓଡ଼ିଶା ପୁରସ୍କୃତ ହୋଇଛି । ଓଡ଼ିଶାର ଲିଙ୍ଗରାଜ ଓ ରୁକୁଣା ରଥ ଥିମ୍କୁ ମିଳିଛି ଦ୍ବିତୀୟ ଯୁଗ୍ମ ପୁରସ୍କାର । ଉତ୍ତର ପ୍ରଦେଶ ସହ ଓଡ଼ିଶାକୁ ମିଳିଛି ପ୍ରତିଯୋଗିତାର ଦ୍ୱିତୀୟ ପୁରସ୍କାର । ଏଥିରେ ଆସାମ ଏକ ନମ୍ବର ସ୍ଥାନ ହାସଲ କରିଥିବାବେଳେ ଏନଡିଆରଏଫ ପ୍ରଜ୍ଞାପନ ମେଢ଼କୁ ଖୁବ୍ ଭଲ ପ୍ରଶଂସା ମିଳିଛି ।

ଆସନ୍ତାକାଲି ପ୍ରତିରକ୍ଷା ମନ୍ତ୍ର।ଳୟ ପକ୍ଷରୁ ଆୟୋଜିତ ହେବାକୁ ଥିବା ଏକ ସ୍ୱତନ୍ତ୍ର ଉତ୍ସବରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ରାଜ୍ୟ ଓ ସଂସ୍ଥାଗୁଡିକୁ ପୁରସ୍କୃତ କରିବେ । ଓଡ଼ିଶାର ରୁକୁଣା ରଥ ଥିମ୍ ପ୍ରଜ୍ଞାପନ ମେଢରେ ସାମିଲ ହେବା ପରେ ରାଜ୍ୟର କଳା ଓ ସଂସ୍କୃତିକୁ ବେଶ୍ ପ୍ରଶଂସା କରିଥିଲେ ରାଜପଥରେ ଉପସ୍ଥିତ ଥିବା ସମସ୍ତ ଅତିଥି ଓ ଦର୍ଶକ ।

ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସ ପ୍ରଜ୍ଞାପନ ମେଢ ପ୍ରତିଯୋଗିତାରେ ଓଡ଼ିଶାକୁ ପୁରସ୍କାର । ମିଳିତ ଭାବେ ଦ୍ୱିତୀୟ ପୁରସ୍କାର ପାଇବ ଓଡ଼ିଶା ଓ ଉତ୍ତରପ୍ରଦେଶ । ଆସାମ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ NDRFର ପ୍ରଜ୍ଞାପନ ମେଢକୁ ମିଳିଛି ପ୍ରଶଂସା । ଆସନ୍ତାକାଲି ପୁରସ୍କୃତ କରିବେ ପ୍ରତିରକ୍ଷା ମନ୍ତ୍ରୀ ।
ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସ ପ୍ରଜ୍ଞାପନ ମେଢ ପ୍ରତିଯୋଗିତାରେ ଓଡ଼ିଶାକୁ ପୁରସ୍କାର । ମିଳିତ ଭାବେ ଦ୍ୱିତୀୟ ପୁରସ୍କାର ପାଇବ ଓଡ଼ିଶା ଓ ଉତ୍ତରପ୍ରଦେଶ । ଆସାମ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ NDRFର ପ୍ରଜ୍ଞାପନ ମେଢକୁ ମିଳିଛି ପ୍ରଶଂସା । ଆସନ୍ତାକାଲି ପୁରସ୍କୃତ କରିବେ ପ୍ରତିରକ୍ଷା ମନ୍ତ୍ରୀ ।
ଜଳେଶ୍ଵର: ସିଂଲା ଥାନା ସାର୍ଥା ନିକଟରେ ପିକଅପ୍-ବାଇକ୍ ମୁହାଁମୁହିଁ ଧକ୍କା । ମାଆ ପୁଅ ମୃତ, ୨ ବର୍ଷର ଶିଶୁ ଗୁରୁତର ।
ଜଳେଶ୍ଵର: ସିଂଲା ଥାନା ସାର୍ଥା ନିକଟରେ ପିକଅପ୍-ବାଇକ୍ ମୁହାଁମୁହିଁ ଧକ୍କା । ମାଆ ପୁଅ ମୃତ, ୨ ବର୍ଷର ଶିଶୁ ଗୁରୁତର ।
ଏକାମ୍ର ଯୋଜନାର ବିସ୍ଥାପିତଙ୍କ ପାଇଁ ଥଇଥାନ ଓ ସହାୟତା ପ୍ୟାକେଜକୁ ଅନୁମୋଦନ ଦେଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଏକାମ୍ର ଯୋଜନାରେ ବିସ୍ଥାପିତଙ୍କ ପାଇଁ ଥଇଥାନ ଓ ସହାୟତା ପ୍ୟାକେଜକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । ଏହି ଯୋଜନା ପାଇଁ ସ୍ଥାନାନ୍ତର ଆବଶ୍ୟକତା ଥିବା ବାସଗୃହ, ମଠ ଓ ଦୋକାନ ଘର ପାଇଁ ଆର୍ଥିକ ସହାୟତା ଘୋଷଣା କରାଯାଇଛି । ଅଧିଗୃହୀତ ସମସ୍ତ ଜମି ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ନାମରେ ରେକର୍ଡ କରାଯିବ । ଜମି ଦାନ କରିଥିବା ସବୁ ବ୍ୟକ୍ତିଙ୍କ ନାମ ପ୍ରକଳ୍ପ ଅଞ୍ଚଳରେ ଫଳକରେ ରଖାଯିବ ବୋଲି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
ଏକାଦଶ ଶତାବ୍ଦୀର ଅନନ୍ୟ କୀର୍ତ୍ତି ଶ୍ରୀ ଲିଙ୍ଗରାଜ ମନ୍ଦିରର ପାରିପାର୍ଶ୍ୱିକ ଅଞ୍ଚଳର ଉନ୍ନତି, ସୌନ୍ଦର୍ଯ୍ୟକରଣ ଓ ପର୍ଯ୍ୟଟକଙ୍କ ପାଇଁ ବିଭିନ୍ନ ସୁବିଧା ସୁଯୋଗର ବିକାଶ ନିମନ୍ତେ ମନ୍ଦିର ଚାରିପଟେ ଥିବା ଅଞ୍ଚଳର ବିକାଶ ନିମନ୍ତେ ଏକାମ୍ର ଯୋଜନା ଆରମ୍ଭ କରାଯାଉଅଛି । ଶ୍ରୀ ଲିଙ୍ଗରାଜ ମନ୍ଦିର ଓ ବିନ୍ଦୁସାଗର ଅଞ୍ଚଳର ୬୫ ଏକତର ପରିମିତ ଅଞ୍ଚଳରେ ଏହି ସୁବିଧା ସୁଯୋଗର ବିକାଶ କରାଯିବ । କ୍ଷତିଗ୍ରସ୍ତମାନଙ୍କୁ କ୍ଷତିପୂରଣ ପ୍ରଦାନ କରାଯିବ ।
ଲିଙ୍ଗରାଜ ମନ୍ଦିର ପାରିପାର୍ଶ୍ୱିକ ଅଞ୍ଚଳର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ୟାକେଜ୍ ଘୋଷଣା

