spot_img
Home Blog Page 7296

ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍‌ କରି ୨ଟି ଲ୍ୟାଣ୍ଡ ମାଇନ୍‌ ବିସ୍ଫୋରଣ କଲେ ମାଓବାଦୀ

ରାୟଗଡ଼ା: ମାଓବାଦୀଙ୍କ ଲ୍ୟାଣ୍ଡ ମାଇନ୍‌ ବିସ୍ଫୋରଣ । ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍‌ କରି ନିୟମଗିରି ପାହାଡ଼ ଉପରେ ମାଓବାଦୀ ୨ଟି ଲ୍ୟାଣ୍ଡ ମାଇନ୍‌ ବିସ୍ଫୋରଣ କରିଛନ୍ତି । ତେବେ ଏଥିରେ କାହାର କିଛି କ୍ଷତି ହୋଇନାହିଁ । ଗତ ୨୨ତାରିଖରେ ମାଓବାଦୀ ନିୟମଗିରିରେ ଥିବା ଏକ ଠିକାଦାର ସଂସ୍ଥା ଉପରେ ଆକ୍ରମଣ କରିଥିଲେ । ଏହାପରଠାରୁ ମାଓବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଛକାପଞ୍ଝା ଲାଗି ରହିଛି । ଏସ୍‌ଓଜି, ଡିଭିଏଫ୍‌ ଓ ସିଆର୍‌ପିଏଫ୍‌ ଯବାନ ମିଳିତ କମ୍ବି ଅପରେସନ ଚଳାଇଛନ୍ତି ।

ମୟୂରଭଞ୍ଜ: ରାସ୍ତାକଡ଼କୁ ଓଲଟିଲା ବସ୍ । ମାଣତ୍ରୀରୁ ବଡ଼ସାହି-ବାରିପଦା ଆସୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ । ବହୁ ଯାତ୍ରୀ ଗୁରୁତର ଆହତ ସୂଚନା । ଆହତ ବଡ଼ସାହି ଡାକ୍ତରଖାନାରେ ଭର୍ତ୍ତି, ଗୁରୁତରଙ୍କୁ ବାରିପଦା ପିଆରଏମ୍ ହସ୍ପିଟାଲ ସ୍ଥାନାନ୍ତରିତ ।

ମୟୂରଭଞ୍ଜ: ରାସ୍ତାକଡ଼କୁ ଓଲଟିଲା ବସ୍ । ମାଣତ୍ରୀରୁ ବଡ଼ସାହି-ବାରିପଦା ଆସୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ । ବହୁ ଯାତ୍ରୀ ଗୁରୁତର ଆହତ ସୂଚନା । ଆହତ ବଡ଼ସାହି ଡାକ୍ତରଖାନାରେ ଭର୍ତ୍ତି, ଗୁରୁତରଙ୍କୁ ବାରିପଦା ପିଆରଏମ୍ ହସ୍ପିଟାଲ ସ୍ଥାନାନ୍ତରିତ ।

ସିସିଟିଭିରେ ଲୁଟ୍ LIVE: ବ୍ୟବସାୟୀଙ୍କୁ ବନ୍ଧୁକ ଦେଖାଇ ଲୁଟିନେଲେ ୬ଲକ୍ଷ

ମୟୂରଭଞ୍ଜ: ବନ୍ଧୁକ ଦେଖାଇ ୬ ଲକ୍ଷରୁ ଅଧିକ ଟଙ୍କା ଲୁଟ୍‌ । ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନ୍‌ ଥାନା ଅଞ୍ଚଳରେ ଜଣେ ବ୍ୟବସାୟୀଙ୍କଠାରୁ ଟଙ୍କା ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି ।

ବ୍ୟବସାୟୀ ରୂପେଶ ମହାନ୍ତ କାଲି ରାତିରେ ଦୋକାନ ବନ୍ଦ କରୁଥିବା ବେଳେ ୩ଜଣ ଦୁର୍ବୃତ୍ତ ତାଙ୍କୁ ବନ୍ଧୁକ ଦେଖାଇଥିଲେ । ଏହାପରେ ତାଙ୍କଠାରୁ ଟଙ୍କା ନେଇ ପଳାଇଛନ୍ତି । ୬ ଲକ୍ଷରୁ ଅଧିକ ଟଙ୍କା ଲୁଟ୍‌ ହୋଇଛି । ଥାନାରେ ଅଭିଯୋଗ ପରେ ସିସିଟିଭି ଭିଜୁଆଲ୍‌ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଛି ।

କଟକ: ମା’ ତାରିଣୀ ଇସକନ ପ୍ରା ଲିଃର ସମ୍ପତ୍ତି ବାଜ୍ୟାପ୍ତି ନିର୍ଦ୍ଦେଶ । ନିର୍ଦ୍ଦେଶ ଦେଲେ ସ୍ୱତନ୍ତ୍ର ଚିଟଫଣ୍ଡ କୋର୍ଟ । କଟକ ଉପଖଣ୍ଡରେ ଥିବା ୪୨ ଏକର ଜମି ଓ ବିଭିନ୍ନ ବ୍ୟାଙ୍କରେ ଥିବା ୫୧ ଲକ୍ଷ ୫୭ ହଜାର ଟଙ୍କା ଜମାକାରୀଙ୍କୁ ପ୍ରଦାନ ପାଇଁ ନିର୍ଦ୍ଦେଶ ।

କଟକ: ମା’ ତାରିଣୀ ଇସକନ ପ୍ରା ଲିଃର ସମ୍ପତ୍ତି ବାଜ୍ୟାପ୍ତି ନିର୍ଦ୍ଦେଶ । ନିର୍ଦ୍ଦେଶ ଦେଲେ ସ୍ୱତନ୍ତ୍ର ଚିଟଫଣ୍ଡ କୋର୍ଟ । କଟକ ଉପଖଣ୍ଡରେ ଥିବା ୪୨ ଏକର ଜମି ଓ ବିଭିନ୍ନ ବ୍ୟାଙ୍କରେ ଥିବା ୫୧ ଲକ୍ଷ ୫୭ ହଜାର ଟଙ୍କା ଜମାକାରୀଙ୍କୁ ପ୍ରଦାନ ପାଇଁ ନିର୍ଦ୍ଦେଶ ।

ଆଜିଠୁ ଝାରସୁଗୁଡ଼ାରୁ କୋଲକାତାକୁ ଉଡ଼ିଲା ବିମାନ

ଝାରସୁଗୁଡ଼ା: ଝାରସୁଗୁଡ଼ାରୁ କୋଲକାତାକୁ ଆରମ୍ଭ ହୋଇଛି ବିମାନ ସେବା । ଭିଏସ୍‌ଏସ୍‌ ବିମାନ ବନ୍ଦରରୁ କୋଲକତାକୁ ଉଡ଼ାଣ ଭରିଲା ବିମାନ । ଆଲାଏନ୍ସ ଏୟାର ବିମାନ ନମ୍ବର ୭୪୫ରୁ ବିମାନ ଉଡ଼ାଣ ଭରିଛି । ଉଡ଼ାନ-୩ ଯୋଜନା ମାଧ୍ୟମରେ ଝାରସୁଗୁଡ଼ାରୁ କୋଲକତାକୁ ବିମାନ ଚଳାଚଳ କରିବ ।

Related image

ଝାରସୁଗୁଡ଼ା ବିମାନ ବନ୍ଦରରେ ଅଧିକ ସଂଖ୍ୟକ ଯାତ୍ରୀଙ୍କୁ ଦୃଷ୍ଟିରେ ରଖି କୋଲକତାକୁ ବିମାନ ସେବା ଆରମ୍ଭ ହୋଇଥିବା ବିମାନବନ୍ଦର ଅତିରିକ୍ତ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ସେପେଟ ଏଭଳି ପଦକ୍ଷେପକୁ ସ୍ୱାଗତ କରିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ । ଝାରସୁଗୁଡ଼ାକୁ ଆହୁରି ବିମାନ ଆସିବ ଏବଂ ଏହା ଓଡ଼ିଶାର ପ୍ରମୁଖ ବିମାନ ବନ୍ଦର ଭାବେ ପରିଗଣିତ ହେବ ବୋଲି ସେ କହିଛନ୍ତି ।

 

ନିଲାମ ହେବ ଏୟାର ଇଣ୍ଡିଆର ସମ୍ପୂର୍ଣ୍ଣ ସେୟାର

ବଡ଼ କରଜରେ ବୁଡ଼ିଥିବା ଏୟାର ଇଣ୍ଡିଆର ସମ୍ପୂର୍ଣ୍ଣ ସେୟାର ଏବେ ବିକ୍ରି ହେବ । ଶହେ ପ୍ରତିଶତ ଅଂଶଧନ ନିଲାମ କରିବା ପାଇଁ କେନ୍ଦ୍ର ସରକାର କହିଛନ୍ତି । ଏଥିପାଇଁ ଶେଷ ତାରିଖ ମାର୍ଚ୍ଚ ୧୭ ରଖାଯାଇଛି । ଏହାସହ ସରକାର ଦୁଇଟି ସବସିଡାରୀ କମ୍ପାନୀ ଏୟାର ଇଣ୍ଡିଆ ଏକ୍ସପ୍ରେସ ଏବଂ ଏୟାରପୋର୍ଟ ସର୍ଭିସ କମ୍ପାନୀ ଏଆଇଏସଏଟିଏସକୁ ମଧ୍ୟ ବିକିବା ପାଇଁ ଆବେଦନ ଆହ୍ଵାନ କରିଛନ୍ତି । ଏୟାର ଇଣ୍ଡିଆକୁ ବିକିବା ପାଇଁ ଏକ ମନ୍ତ୍ରୀ ସମୁହ ନିକଟରେ ଡ୍ରାଫଟ୍ ମଞ୍ଜୁରୀ ଦେଇଥିଲେ ।

Image result for air india is going to be auctioned

ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜିଏମ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିଲା । ଏୟାର ଇଣ୍ଡିଆ ଦୀର୍ଘ ଦିନ ଧରି କ୍ଷତିରେ ଚାଲୁଥିବା ବେଳେ କମ୍ପାନୀ ଉପରେ ୫୦ହଜାର କୋଟି ଟଙ୍କାରୁ ଅଧିକ କରଜ ରହିଥିବା ଜଣାପଡ଼ିଛି । ଏଥିପାଇଁ ସରକାର ଏହାକୁ ବିକ୍ରି କରିବାକୁ ଯୋଜନା କରିଥିବା ବେଳେ ମାର୍ଚ୍ଚ ସୁଦ୍ଧା ଏହି ପ୍ରକ୍ରିୟା ଶେଷ କରିବାକୁ ଯୋଜନା କରିଛନ୍ତି ।

ଭୁବନେଶ୍ୱରରେ ବନ୍ଦ ହେବ ଶତାଧିକ କଲ୍ୟାଣ ମଣ୍ଡପ !

ଭୁବନେଶ୍ୱର: ଆକ୍ସନ ମୋଡରେ ବିଏମ୍‌ସି । ପାର୍କିଂ ଓ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନଥିବା କଲ୍ୟାଣ ମଣ୍ଡପ ଉପରେ ବିଏମ୍‌ସିର ନଜର । ଟାର୍ଗେଟରେ ରହିଛି ୧୦୦ଟି କଲ୍ୟାଣ ମଣ୍ଡପ । ଯେଉଁ ମାନଙ୍କୁ ବିଏମ୍‌ସି ପକ୍ଷରୁ ନୋଟିସ୍‌ ଦିଆଯାଇଥିଲା ।

ନୋଟିସ୍‌ର ଉତ୍ତର ରଖିବା ପାଇଁ ଜାନୁଆରୀ ୩୧ତାରିଖ ଡେଡ଼ ଲାଇନ୍‌ ରହିଛି । ସେଥିମଧ୍ୟରୁ ବର୍ତ୍ତମାନ କେବଳ ୧୫ଜଣ ନୋଟିସ୍‌ର ଉତ୍ତର ରଖିଛନ୍ତି । ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ନିତି ନିୟମ ଓ ଅନୁମତି ହାସଲ ନକଲେ ଫେବୃଆରୀ ପହିଲାରେ ସମ୍ପୃକ୍ତ କଲ୍ୟାଣ ମଣ୍ଡପକୁ ନିଗମ କର୍ତ୍ତୃପକ୍ଷଙ୍କ ଦ୍ୱାରା ସିଲ୍‌ କରାଯିବ ।

ଏଭଳି ସୂଚନା ଦେଲେ ବିଏମସି କମିଶନର । ପ୍ରମାଦ ଗଣିଲେଣି ମଣ୍ଡପ ମାଲିକ । ବିଏମସିର ପଦକ୍ଷେପକୁ ସ୍ୱାଗତ କଲେ ପୂର୍ବତନ କର୍ପୋରେଟର ଓ ଅଞ୍ଚଳବାସୀ।

ଗ୍ୟାସ୍ ଭାବି ଅଣଦେଖା କରନ୍ତୁ ନାହିଁ: ଆପଣଙ୍କୁ ହୋଇଥାଇପାରେ ମାଇଲ୍ଡ ହାର୍ଟ ଆଟାକ

ନୂଆଦିଲ୍ଲୀ: କିଛି ଲୋକଙ୍କୁ ହାଲୁଆ ହାର୍ଟ ଆଟାକ ଅନୁଭବ ହୋଇଥାଏ ଯାହାକୁ ମାଇଲ୍ଡ ହାର୍ଟ ଆଟାକ ବୋଲି କୁହାଯାଏ । ଏହାକୁ ଅଣଦେଖା କରିବା ଉଚିତ ନୁହେଁ । କହାକି ନା ଏହାର ପରିଣାମ ଅତି ଭୟଙ୍କର ହୋଇପାରେ । ଏହା ଏକ ପ୍ରକାର ବଡ଼ ହାର୍ଟ ଆଟାକର ପୂର୍ବାଭାଷ । କିନ୍ତୁ ଲୋକେ ଏହାକୁ ଗ୍ୟାସିଷ୍ଟିକ୍‌ ଭାବି ଅଣଦେଖା କରିନ୍ତି । ଯାହାର ପରିଣାମ ସେମାନଙ୍କୁ ଭୋଗିବାକୁ ପଡ଼ିଥାଏ ।

ବିଶେଷଜ୍ଞଙ୍କ କହିବାନୁଯାୟୀ, ମାଇଲ୍ଡ ହାର୍ଟ ଆଟାକ୍‌କୁ ସାଧାରଣ ଲୋକ ଛୋଟ ହାର୍ଟ ଆଟାକ ବୋଲି କହିଥାନ୍ତି । ଯାହାକୁ ନନ୍ ଏସ୍‌ଟି ଏଲିବେସନ୍‌ ମାୟୋକାର୍ଡିୟଲ୍‌ ଇନ୍‌ଫାକସନ୍‌(Non ST Elevation Myocardial Infarction)  କୁହାଯାଏ ।

ଏଥିରେ ହୃଦ ସ୍ପନ୍ଦନ ଶତ ପ୍ରତିଶତ ବନ୍ଦ ହୋଇନଥାଏ । କିନ୍ତୁ ପ୍ରକ୍ରିୟା ତାହା ହିଁ ଥାଏ ଯାହା ହାର୍ଟ ଆଟାକ ବେଳେ ରହିଥାଏ । ମାଇଲ୍ଡ ହାର୍ଟ ଆଟାକ ବା ଛୋଟ ହାର୍ଟ ଆଟାକ ପରେ ଶରୀରରେ ରକ୍ତ ପ୍ରବାହ ସାମାନ୍ୟ ରୁହେ । କିନ୍ତୁ ମାଇଲ୍ଡ ହାର୍ଟକୁ ବଡ଼ ହାର୍ଟ ଆଟାକର ପୂର୍ବ ସଂକେତ ବୋଲି କୁହାଯାଏ । ଏଭଳି କେସ୍‌ରେ ଆଗାମୀ ୩୦ ଦିନ ମଧ୍ୟରେ ଦ୍ୱିତୀୟ ଥର ପାଇଁ ହାର୍ଟ ଆଟାକ ହେବାର ୩୦% ଆଶଙ୍କା ରହିଥାଏ ।

କିନ୍ତୁରେ ରୋଗୀଙ୍କୁ ସମୟ ମିଳିଯାଏ କି ସେ ଡାକ୍ତରଙ୍କ ପାଖକୁ ନିଜ ଚିକିତ୍ସା କରାଇବ । ମାଇଲ୍ଡ ହାର୍ଟ ଆଟାକର ସଂକେତ ଓ ହାର୍ଟ ଆଟାକର ସଂକେତ ସମାନ ଥାଏ । ଜୋରରେ ଛାତି ଦରଜ ହେବା, ଚାଲିଲା ବେଳେ ଥକାଥକା ଅନୁଭବ କରିବା, ଝାଳ ବୋହିବା, ଶଙ୍କା ଶଙ୍କା ଅନୁଭବ କରିବା, ଚାଲୁ ଚାଲୁ ପଡ଼ିଯିବା ଏସବୁ ଲକ୍ଷ୍ୟଣ ଦେଖାଯାଏ । ହାର୍ଟ ଆଟାକ ଯୋଗୁଁ ଭାରତରେ ମୃତ୍ୟୁର ସବୁଠୁ ବଡ଼ କାରଣ ହେଉଛି ଡର । ହାର୍ଟ ଆଟାକ ନାଁ ଶୁଣି ହିଁ ଲୋକେ ଭୟଭୀତ ହୋଇଯାଆନ୍ତି । ଆଉ କିଛି ସମୟ ମଧ୍ୟରେ ଲୋକଙ୍କ ପ୍ରାଣବାୟୁ ଚାଲିଯାଏ ।

ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ସ୍ୱତନ୍ତ୍ର ବ୍ୟବସ୍ଥା, ଥର୍ମାଲ ସ୍କାନରରେ ସମସ୍ତ ଯାତ୍ରୀଙ୍କୁ ଚେକିଂ

ଭୁବନେଶ୍ୱର: କରୋନା ନେଇ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ପରେ ଯାତ୍ରୀଙ୍କୁ ଯାଞ୍ଚ କରାଯାଉଛି। କ୍ୟାପିଟାଲ୍‌ ହସପିଟାଲର ଏକ ଡାକ୍ତରୀ ଦଳ ଏଥିରେ ନିୟୋଜିତ ହୋଇଛନ୍ତି। ଟିମ୍‌ରେ ୩ଜଣ ବିଶେଷଜ୍ଞ ଡାକ୍ତର ଅଛନ୍ତି। ବିଶେଷ କରି କ୍ୱାଲାଲମପୁରରୁ ଭୁବନେଶ୍ୱର ଆସୁଥିବା ବିମାନ ଉପରେ ନଜର ରଖାଯାଇଛି।

ଥର୍ମାଲ ସ୍କାନରରେ ସମସ୍ତ ଯାତ୍ରୀଙ୍କୁ ଚେକିଂ କରାଯାଉଛି। ବିମାନବନ୍ଦର ପରିସରରେ ଏକ ସ୍ୱତନ୍ତ୍ର ୨୪ ଘଣ୍ଟିଆ ଏମଆଇ ମେଡିକାଲ ଇନସପେକ୍ସନ ରୁମ୍‌ ଖୋଲା ଯାଇଛି। ଯେଉଁ ଯାତ୍ରୀଙ୍କଠାରେ ଥଣ୍ଡା, କାସ, ଛିଙ୍କ ଲକ୍ଷଣ ଦେଖାଯାଉଛି, ସେମାନଙ୍କୁ ଚିକିତ୍ସା କରାଯାଉଛି। ଯାତ୍ରୀମାନେ ଗତ ୨୮ ଦିନ ମଧ୍ୟରେ ବିଦେଶରୁ ଆସିଛନ୍ତି, ସେମାନଙ୍କୁ କରୋନା ଟେଷ୍ଟ କରିବାକୁ ପରାମର୍ଶ ଦିଆଯାଇଛି। ଏୟାରପୋର୍ଟରେ ମାଗଣା ମାସ୍କ ଯୋଗାଇ ଦିଆଯାଇଛି। ଗତକାଲି ରାତିରୁ କ୍ୱାଲାଲମପୁରରୁ ଭୁବନେଶ୍ୱର ଆସିଥିବା ସମସ୍ତ ଯାତ୍ରୀଙ୍କୁ ଚେକିଂ କରାଯାଇଛି।

ଅନ୍ୟପଟେ କରୋନା ପାଇଁ SCBରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଚକ୍ଷୁ ବିଭାଗ ୪ର୍ଥ ମହଲାରେ ୮ ICU ଓ ୪୦ ବେଡ୍‌ ରଖାଯାଇଛି । ଡାକ୍ତର ମନୋରଂଜନ ପଟ୍ଟନାୟକଙ୍କ ନେତୃତ୍ୱରେ ଟିମ୍‌ ଗଠନ କରାଯାଇଛି। ଏସଂପର୍କରେ SCB ଜରୁରୀକାଳୀନ ଅଧିକାରୀ ଭୁବନ ମହାରଣା ସୂଚନା ଦେଇଛନ୍ତି।

ବସ୍‌ ଟ୍ରାକ୍ଟର ମୁହାଁମୁହିଁ ଧକ୍କା ହେବା ପରେ ୮୦ ହଜାରର ତଣ୍ଡ ଗଣିଲେ

ସମ୍ବଲପୁର: ଦୁର୍ଘଟଣା ପରେ ଲାଗିଲା ଜରିମାନା । ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥ ମୁଣ୍ଢେରରେ ଗତକାଲି ବସ୍‌ ଓ ଟ୍ରାକ୍ଟର ଦୁର୍ଘଟଣା ହୋଇଥିଲା । ଦୁର୍ଘଟଣାଗ୍ରସ୍ତ ବସ୍‌ ଓ ଟ୍ରାକ୍ଟର ପାଖରେ କାଗଜପତ୍ର ନଥିବାରୁ ମୋଟା ଅଙ୍କର ଫାଇନ୍‌ କରିଛି ପରିବହନ ବିଭାଗ । ଟ୍ରାକ୍ଟରକୁ ୫୩ ହଜାର ୨ଶହ ଓ ବସ୍‌କୁ ୨୭ହଜାର ଫାଇନ୍‌ ହୋଇଛି ।

ବସ୍‌ର ପରମିଟ୍‌ ନଥିବାରୁ ୧୦ହଜାର, ପ୍ରଦୂଷଣ ପାଇଁ ୧୦ହଜାର, ଫିଟ୍‌ନେସ ପାଇଁ ୫ହଜାର ଓ ବୀମା ନଥିବାରୁ ୨ହଜାର ଟଙ୍କା ଜରିମାନା କରାଯାଇଛି । ସେହିପରି ଟ୍ରାକ୍ଟର ଉପରେ ବକେୟା ଟିକସ ବାବଦକୁ ୧୬ହଜାର ୨ଶହ, ପରମିଟ୍‌ ବାବଦକୁ ୧୦ହଜାର, ପ୍ରଦୂଷଣ ପାଇଁ ୧୦ହଜାର, ଲାଇସେନ୍‌ସ ପାଇଁ ୫ହଜାର, ଫିଟ୍‌ନେସ ପାଇଁ ୫ହଜାର, ଇନ୍‌ସୁରାନ୍‌ସ ପାଇଁ ୨ହଜାର ଓ ଟ୍ରଲି ଫିଟନେସ ବାବଦରେ ୫ହଜାର ଟଙ୍କା ଫାଇନ୍‌ ଲାଗିଛି।

ଗତକାଲି ଶ୍ରମିକଙ୍କୁ ନେଇ ଯାଉଥିବା ଟ୍ରାକ୍ଟରକୁ ବସ୍‌ ଧକ୍କା ଦେବାରୁ ଏହା ଓଲଟି ପଡିଥିଲା। ଏଥିରେ ୨ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ୨ଜଣ ଆହତ ହୋଇଥିଲେ ।