ପିପିଲି: ସୁଆଣ୍ଡୋରେ 5T ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନ୍ ।ଗୋପବନ୍ଧୁଙ୍କ ଜନ୍ମମାଟିର ବିକାଶ ନେଇ ଅନୁଧ୍ୟାନ । ଗୋପବନ୍ଧୁଙ୍କ ଷଠି ଘର ବୁଲି ଦେଖିଲେ 5T ସଚିବ ଓ ପୁରୀ ଜିଲ୍ଲାପାଳ ।
ପ୍ରଦର୍ଶନୀ ପଡ଼ିଆରେ ଆଦିବାସୀ ସାମଗ୍ରୀର ସମ୍ଭାର, ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଭୁବନେଶ୍ୱର ଇଡ୍କୋ ପ୍ରଦର୍ଶନୀ ପଡ଼ିଆରେ ଆଜିଠାରୁ ଆରମ୍ଭ ହେଲା ଆଦିବାସୀ ମେଳା- ୨୦୨୦ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦ୍ଘାଟନ କରିଛନ୍ତି । ଆଦିବାସୀ ମେଳା ଫେବ୍ରୃଆରୀ ୯ ତାରିଖ ପର୍ଯ୍ୟନ୍ତ ଚାଲିବ । ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ବିଭାଗ ପକ୍ଷରୁ ଏହି ମେଳା ଆୟୋଜନ କରାଯାଇଛି ।

ଚଳିତବର୍ଷ ଆଦିବାସୀ ମେଳାରେ ମୋଟ ୨୬୨ଟି ଷ୍ଟଲ ନିର୍ମାଣ କରାଯାଇଛି । ବିଭିନ୍ନ ଜନଜାତିଙ୍କର ୨୪ ଗୋଟି ପାରମ୍ପରିକ ଗୃହ ଉପକରଣ, ଚଳଣୀ ଓ ପରମ୍ପରାର ଝଲକ ପ୍ରଦର୍ଶିତ ହୋଇଛି । ଆଦିବାସୀ ଚିତ୍ରକଳା ଓ କଳା ସାମଗ୍ରୀ, ହସ୍ତତନ୍ତ ଶିଳ୍ପ ସାମଗ୍ରୀର ବିକ୍ରୟ ପାଇଁ ସ୍ୱତନ୍ତ୍ର ୪୨ ଗୋଟି ଷ୍ଟଲ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଦିବାସୀ ମେଳା ଓ ହସ୍ତତନ୍ତ ମେଳା ବୁଲି ପରିଦର୍ଶନ କରିଛନ୍ତି ।
ଭୁବନେଶ୍ୱର: ପ୍ରଦର୍ଶନୀ ପଡିଆରେ ଆରମ୍ଭ ହେଲା ଆଦିବାସୀ ମେଳା । ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମେଳାରେ ମୋଟ ୨୬୨ଟି ଷ୍ଟଲ, ବିଭିନ୍ନ ଜନଜାତିଙ୍କର ୨୪ଟି ପାରମ୍ପରିକ ଗୃହ ଉପକରଣ, ଚଳଣୀ ଓ ପରମ୍ପରାର ଝଲକ ପ୍ରଦର୍ଶିତ ।
ଭୁବନେଶ୍ୱର: ପ୍ରଦର୍ଶନୀ ପଡିଆରେ ଆରମ୍ଭ ହେଲା ଆଦିବାସୀ ମେଳା । ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମେଳାରେ ମୋଟ ୨୬୨ଟି ଷ୍ଟଲ, ବିଭିନ୍ନ ଜନଜାତିଙ୍କର ୨୪ଟି ପାରମ୍ପରିକ ଗୃହ ଉପକରଣ, ଚଳଣୀ ଓ ପରମ୍ପରାର ଝଲକ ପ୍ରଦର୍ଶିତ ।
କଲ୍ୟାଣସିଂହପୁର: ନିୟମଗିରି ପାହାଡ଼ ଆମ୍ବଧନି ଜଙ୍ଗଲ ଗାଁ ନିକଟରେ ଯବାନ-ମାଓବାଦୀ ଗୁଳିବିନିମୟ । ମାଓବାଦୀଙ୍କ ଛତ୍ରଭଙ୍ଗ, ଆଇଡି ବମ୍ ବିସ୍ଫୋରଣ କଲେ ମାଓବାଦୀ । କାହାରି କିଛି କ୍ଷତି ହୋଇନଥିବା ସୂଚନା ।
କଲ୍ୟାଣସିଂହପୁର: ନିୟମଗିରି ପାହାଡ଼ ଆମ୍ବଧନି ଜଙ୍ଗଲ ଗାଁ ନିକଟରେ ଯବାନ-ମାଓବାଦୀ ଗୁଳିବିନିମୟ । ମାଓବାଦୀଙ୍କ ଛତ୍ରଭଙ୍ଗ, ଆଇଡି ବମ୍ ବିସ୍ଫୋରଣ କଲେ ମାଓବାଦୀ । କାହାରି କିଛି କ୍ଷତି ହୋଇନଥିବା ସୂଚନା ।
ସ୍ୱାଭିମାନ ଅଞ୍ଚଳରେ ଗ୍ରାମବାସୀ-ମାଓବାଦୀ ମୁହାଁମୁହିଁ, ଜଣେ ମାଓବାଦୀ ନିହତ
ମାଲକାନଗିରି: ଲାଲଗଡ଼ରେ ରକ୍ତଛିଟା । ମାଓବାଦୀଙ୍କୁ ଗ୍ରାମବାସୀଙ୍କ ବିରୋଧ, ଜଣେ କ୍ୟାଡରଙ୍କୁ ହତ୍ୟା ପରେ ରକ୍ତ ଚାଉଳ ଚୋବାଉଛି ଲାଲବାହିନୀ । ୧୦୦ରୁ ଅଧିକ ସଶସ୍ତ୍ର ମାଓବାଦୀ ଫାଙ୍କା ଗୁଳି ଚାଳନା କରିଛନ୍ତି । ପୋଡ଼ି ଦେଇଛନ୍ତି ୧୫ଟି ଘର ସହ ୬ଟି ଗାଡ଼ି ।
ଏହାକୁ ନେଇ ସ୍ୱାଭିମାନ ଅଞ୍ଚଳରେ ଯୋଡ଼ାଆମ୍ବ, ଜନ୍ତୁରାଇ, ଟିକରପଡ଼ାରେ ଉତ୍ତେଜନା ଲାଗି ରହିଛି । ୩ଟି ଗାଁର ଗ୍ରାମବାସୀ ଏକତ୍ରିତ ହୋଇଛନ୍ତି । ଘଟଣାସ୍ଥଳରେ ଏକ ପ୍ଲାଟୁନ୍ ବିଏସଏଫ ଯବାନ ପହଞ୍ଚିଥିବା ଜଣାପଡ଼ିଛି । ମାଓବାଦୀମାନେ ଜନ୍ତୁରାଇ ଗାଁକୁ ଆସି ଉନ୍ନୟନ କାର୍ଯ୍ୟକୁ ବିରୋଧ କରିବାକୁ ଲୋକଙ୍କୁ ପ୍ରବର୍ତ୍ତାଇ ଥିଲେ । ଯାହାକୁ ନେଇ ମାଓବାଦୀଙ୍କ ସହ ଗ୍ରାମବାସୀଙ୍କ ବଚସା ହୋଇଥିଲା ।
https://www.facebook.com/nandighoshatv/videos/285307759093997/
ଏଥିରେ ଉତକ୍ଷିପ୍ତ ମାଓବାଦୀ ଫାଙ୍କା ଗୁଳିଚାଳନା କରିବା ପରେ ଗାଁ ଲୋକ ଟେକା ପଥର ସହ ପାରମ୍ପରିକ ଅସ୍ତ୍ରଶସ୍ତ୍ରରରେ ଆକ୍ରମଣ କରିଥିଲେ । ଘଟଣାସ୍ଥଳରେ ଜଣେ ମାଓବାଦୀର ମୃତ୍ୟୁ ହୋଇଥିବା ବେଳେ ଜଣକୁ ଗୁରୁତର ଅବସ୍ଥାରେ ଗାଁ ଲୋକ କାବୁ କରିଥିଲେ । ପରେ ହାନ୍ତାଳଗୁଡା ବିଏସଏଫ୍ କ୍ୟାମ୍ପକୁ ହସ୍ତାନ୍ତର କରାଯାଇଛି । ସ୍ୱାଭିମାନ ଅଞ୍ଚଳରେ ମାଓବାଦୀଙ୍କୁ ସ୍ଥାନୀୟ ଲୋକଙ୍କ ଆକ୍ରମଣ ଘଟଣା ପ୍ରଥମ କରି ସାମ୍ନାକୁ ଆସିଛି ।
ମାଲକାନଗିରି: ଜଣେ ମାଓବାଦୀକୁ ହତ୍ୟା ପରେ ରକ୍ତମୁଖା ଲାଲବାହିନୀ । ଜନ୍ତୁରାଇ ଗାଁରେ ଫାଙ୍କା ଗୁଳି ଚାଳନା କଲେ ଶହେରୁ ଅଧିକ ମାଓବାଦୀ । ୧୫ଟି ଘର ସହ ପୋଡ଼ିଦେଲେ ୬ଟି ଗାଡ଼ି । ଘଟଣାସ୍ଥଳରେ ଏକ ପ୍ଲାଟୁନ୍ BSF ଯବାନ ମୁତୟନ ।
ମାଲକାନଗିରି: ଜଣେ ମାଓବାଦୀକୁ ହତ୍ୟା ପରେ ରକ୍ତମୁଖା ଲାଲବାହିନୀ । ଜନ୍ତୁରାଇ ଗାଁରେ ଫାଙ୍କା ଗୁଳି ଚାଳନା କଲେ ଶହେରୁ ଅଧିକ ମାଓବାଦୀ । ୧୫ଟି ଘର ସହ ପୋଡ଼ିଦେଲେ ୬ଟି ଗାଡ଼ି । ଘଟଣାସ୍ଥଳରେ ଏକ ପ୍ଲାଟୁନ୍ BSF ଯବାନ ମୁତୟନ ।
ଭୁବନେଶ୍ୱର: ଡକାୟତ ଉଦ୍ୟମ ପଣ୍ଡ । ୫ ଡକାୟତଙ୍କୁ ଗିରଫ କଲା ଚନ୍ଦ୍ରଶେଖପୁର ଥାନା ପୋଲିସ । ନିଳାଦ୍ରୀ ବିହାର ଅଞ୍ଚଳରେ ଡକାୟତି ପାଇଁ କରୁଥିଲେ ଯୋଜନା । ବାଇକ୍, ମାରଣାସ୍ତ୍ର ଜବତ ।
ଭୁବନେଶ୍ୱର: ଡକାୟତ ଉଦ୍ୟମ ପଣ୍ଡ । ୫ ଡକାୟତଙ୍କୁ ଗିରଫ କଲା ଚନ୍ଦ୍ରଶେଖପୁର ଥାନା ପୋଲିସ । ନିଳାଦ୍ରୀ ବିହାର ଅଞ୍ଚଳରେ ଡକାୟତି ପାଇଁ କରୁଥିଲେ ଯୋଜନା । ବାଇକ୍, ମାରଣାସ୍ତ୍ର ଜବତ ।
ପ୍ରେମ ପାଇଁ ପେଟରେ ଛୁରି ଭୁସିଲା ଯୁବକ !
ଘଟଗାଁ: ଯୁବକଙ୍କ ଉନ୍ମତ୍ତ କାଣ୍ଡ । ପେଟରେ ଛୁରି ଭୁସି ଆତ୍ମହତ୍ୟା ଉଦ୍ୟମ । ଦୀର୍ଘ ସମୟ ଧରି ପେଟରେ ଲାଗି ରହିଲା ଛୁରି, ଅପରେସନ କରି ବାହାର କଲେ ଡାକ୍ତର । କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ହଳଧରପୁରର ଏହି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।
କେନ୍ଦୁଝର ଜିଲ୍ଲା ପାଟଣା ଅଞ୍ଚଳର ଜଣେ ଯୁବକ ହଳଧରପୁର ସ୍କୁଲ ପାଖକୁ ଆସି ନିଜ ପେଟରେ ଛୁରି ଭୁସି ଦେଇଥିଲେ । ଛୁରିଟି ତାଙ୍କ ପେଟରେ ଲାଗି ରହିଥିଲା । ଖବର ପାଇ ଘଟଗାଁ ପୋଲିସ ତାଙ୍କୁ ପ୍ରଥମେ ଘଟଗାଁ ଡାକ୍ତରଖାନା ଓ ପରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା ।
https://www.facebook.com/nandighoshatv/videos/547817465824448/
ଡାକ୍ତର ଅପରେସନ କରି ଛୁରି ବାହାର କରିଛନ୍ତି । ପ୍ରେମରେ ବିଫଳ ହେବାରୁ ଯୁବକ ଜଣକ ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି ।
ଫୁଲ ତୋଳିବାକୁ ଆସିଥିବା ବେଳେ ଷଣ୍ଢ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ
ଭୁବନେଶ୍ୱର: ରାଜଧାନୀରେ ମାତିଲା ଷଣ୍ଢ । ସାମନ୍ତରାପୁର ବିଜୟନଗର ଅଞ୍ଚଳରେ ଷଣ୍ଢ ଆକ୍ରମଣରେ ଜଣେ ମହିଳା ମୃତ୍ୟୁ ବରଣ କରିଥିବାବେଳେ ୫ ଗୁରୁତର । ମୃତକ ହେଲେ ଭାବେନୀ ବରାଳ ।

ଆଜି ଭୋର ୫ଟାରେ ଫୁଲ ତୋଳିବାକୁ ଆସିଥିବା ବେଳେ ତାଙ୍କୁ ଷଣ୍ଢ ଆକ୍ରମଣ କରିଥିଲା । ସ୍ଥାନୀୟ ବାସିନ୍ଦାଙ୍କ ଅନୁସାରେ, ଆକ୍ରମଣ କରିଥିବା ଷଣ୍ଢଟି ପାଗଳ ହୋଇଯାଇଥିଲା । ଗତ ତିନିଦିନ ଧରି ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳାଇଥିଲା ।

ମହିଳାଙ୍କ ମୃତ୍ୟୁ ପରେ ଷଣ୍ଢକୁ କାବୁ କରି BMCକୁ ହସ୍ତାନ୍ତର କରିଛନ୍ତି ସ୍ଥାନୀୟ ବାସିନ୍ଦା । ସେପଟେ ସମସ୍ତ ଆହତଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା । ରେଡକ୍ରସ ଓ ସ୍ଥାନୀୟ ତହସିଲଦାରଙ୍କ ପକ୍ଷରୁ ମୃତକଙ୍କ ପରିବାରକୁ ୧୦ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରାଯାଇଛି ।
ବସ୍-ଟ୍ରାକ୍ଟର ମୁହାଁମୁହିଁ ଧକ୍କା, ୨ ମୃତ ୫ ଗୁରୁତର
ସମ୍ବଲପୁର: ସମ୍ବଲପୁରରେ ବସ୍-ଟ୍ରାକ୍ଟର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଟ୍ରାକ୍ଟର ଓଲଟି ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଆହତ ହୋଇଛନ୍ତି । ସମ୍ବଲପୁର ଯୁଯୁମରା ଥାନା ମୁଣ୍ଡେରଠାରେ ଏହି ଦୁର୍ଘଟଣା ଘଟିଛି ।

ଟ୍ରାକ୍ଟରରେ ୫ ଜଣ ଯାଉଥିବା ବେଳେ ଏଥିରୁ ୨ ଜଣଙ୍କର ମୃତ୍ୟୁ ହୋଇଛି । ବାକି ୫ ଆହତଙ୍କୁ ଚିକିତ୍ସା ପାଇଁ ସଦର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଝାରସୁଗୁଡ଼ାକୁ ଯାଉଥିବା ପ୍ରଧାନ ବସ୍ ଏବଂ ଟ୍ରାକ୍ଟର ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ପରେ ଟ୍ରାକ୍ଟରଟି ଓଲଟି ପଡ଼ିଥିଲା।


